ଗଣ୍ଠିଧନ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୭
- ସ୍ଥିତି
- ସାର୍ବଜନୀନ (Public domain)
ମାଟି ଘାସେ ବସି ଏକା ଚଣ୍ଡାଳ ପିଲାଟିଅଳ୍ପ ଫଳାହାର ତାର ଖାଉଛି ସାଉଁଟି ।ବାଲି ଧୂଳିମାଟି ସଙ୍ଗେ ମିଶିଯିବ ବୋଲି,ରଖିଛି ଖପରାଟିରେ କି ଯତନେ ଭରି ।“କାହା ପ୍ରାଣଧନ ଆରେ ହୃଦୟର ମଣି,କେଡେ ହୀନିମାନ ଏଥି ନୋହୁଛୁ ତୁ ପୁଣି ।ଘରେ ବୋଉ କୋଳେ ନେଇ ବସାଇ ଆଦରେ,ଭୁଞ୍ଜଉଥାଆନ୍ତା ଭାତ କି ସେନେହଭରେ ।ତୁ ଯେ ମାଟିତଳେ ଏତେ ହେଉ ନିରିମାଖି,ଲବେ ଏଥୁ ଆଜି ସେହୁ ଜାଣି ପାରୁଛି କି ?ଦଇବ ଜନମ ଦେଲା ଚଣ୍ଡାଳର କୁଳେ,ଏଭଳି କି ଲୋଟିବାକୁ ଧୂଳି ମାଟି ତଳେ ?କି ସୁଖେ ମୁଁ ଅଧ ହର୍ମ୍ୟେ ବସି ନିଶିଦିନବିଶ୍ୱଶିରୀ ଭୁଞ୍ଜି ମୋର ଯାପୁଛି ଜୀବନ ।ଏତିକି ଅନ୍ତର ବିହି ଏକୁ ଆନ କରି,ଏ ସାରା ସଂସାରଟାକୁ ସୃଜିଛି କିପରି ?ଯାଆ, ବାବୁ, ଫେରିଯାଆ ଘରେ ତୁ ତୁରିତେବୋଉ-କୋଳେ ବସି ଭାତ ଭୁଞ୍ଜିବୁ ଉଷତେ ।”ଏତେ ଭାଳି ଦୀର୍ଘ ଶ୍ୱାସ ତେଜିଲି ମୁଁ ଦେଖି ,ଫଳାହାରୁ ମୁଠେ ମୋରେ ବଢ଼ାଇଲା ଡାକିକି ବିଚାର କଲା ମନେ , ତାକୁ ସିନା ଜଣା;ମୁଁ ଯେ ନେବି କି ନା, ହୃଦେ ଅତି କଳପଣା ।ନିମିଷେ ରହିଲି ଥିରେ, ଦୋ ଦୋ ପାଞ୍ଚ ହୋଇ;ମଉନେ ଘେନିଲି ତହୁଁ ପାଶେ ତାର ଯାଇ ।ନାରାକ ହେବାରେ ମୋର ନ ବଳିଲା ଚିତ୍ତ;ପକାଇଲି ମୁଖେ ମୁଁ ସେ ମୁଠିଟି ତୁରିତ ।ମାଟି ଘାସେ ବସିଲି ସେ ପିଲାଟିର ତୁଲେ;ମୁଠେ ସେହୁ ଖାଏ ନିଜେ, ମୁଠେ ଦେଇ ମୋରେ ।ଏ ମରତେ ବଞ୍ଚି, ବୋଉ, ଥିଲେ ଆଜି ରହି,ଏତେ ହୀନିମାନ ହୃଦେ ପାରନ୍ତୁ କି ସହି ?ବେନିକି ନିଅନ୍ତୁ ପରା ବେନି କର ପାତି,ମୁଁ ତୋ ଗଣ୍ଠିଧନ, ଏ ତୋ ଗଣ୍ଠିଧନ-ସାଥୀ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ