ଗଣେଶ ବିସର୍ଜନ
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୫
- ସ୍ଥିତି
- ସାର୍ବଜନୀନ (Public domain)
ଯାଅ, ଯାଅ, ହେ ଗଣେଶ, ମୋ ଦୀନ କୁଟୀରୁମୋର ଏ ଭକତି-ହୀନ କ୍ଷୁଦ୍ର ହୃଦଟିରୁ ।କାହିଁକି ଆସିଲ ଭଲା ମୋ ଶୂନ୍ୟ ଭବନେ,କିସ ଅଛି, କିସ ଦେଇ ପୂଜିବି ଚରଣେ ?କେଉଁ ରତ୍ନ ନେଇ ପଦେ ଦେବ ଉପହାର ?ଦେଖ ମୋ କୁଟୀରେ ପଶି ଖାଲି ଶୂନ୍ୟାଧାର ।ଦୈନ୍ୟ ହାହାକାରେ ଫାଟି ଯାଉଅଛି ଛାତି,ଉପବାସେ ନିଜ ଘରେ ପାହୁଅଛି ରାତି,ପୂର୍ଣ୍ଣ କରି ଦିନେ ସୁଦ୍ଧା ଖାଉନାହିଁ ଗ୍ରାସେ,କାହିଁକି ଆସିଲ ଭଲା ଦରିଦ୍ର-ଆବାସେ !ହେ ପ୍ରଭୁ, ବସାଇ ଅବା ହୃଦୟ-ଆସନେପୂଜନ୍ତି ଶ୍ରୀପଦ ତବ ଭକତି-ଚନ୍ଦନେ ।ପ୍ରେମର କୁସୁମେ ପଦେ ଦେଇ ପୁଷ୍ପାଞ୍ଜଳିଘେନନ୍ତି ମସ୍ତକେ ତବ ଶ୍ରୀଚରଣ-ଧୂଳି ।ପ୍ରେମ-ଭକ୍ତି-ହୀନ କଠୋର ହୃଦୟଜ୍ଞାନ-ଦୀପ୍ତି-ଶୂନ୍ୟ, ଅନ୍ଧକାର-ମରୂମୟ ।ନେଲଣିତ ଶରୀରର ରକ୍ତ ଶୁଣ୍ଢେ ଶୋଷି,ଚୋରାଇ ନେଲଣି ଧନ ମୂଷାଟିକୂ ପୋଷି ।ତୁମ୍ଭର ସେ ସ୍ଥୂଳ ବପୁ ଧାରଣେ ଅକ୍ଷମ,ସେ ଉଦର ପୁରଣେ ବା କାହିଁ ଆମ୍ଭ ଧନ ?ବସାନ୍ତି ବା ହୃଦେ, ହୃଦ ପ୍ରସାରଣ କିଛି;ପ୍ରସରିବି କାହୁଁ ! ସଂକୀର୍ଣ୍ଣତାରେ ବୁଡ଼ିଛି ।ଭିଡ଼ିଛି ଦାରୁଣ ଲୌହ ନିଗଡ଼ରେ ଅତି;ଛିଡ଼ିବାକୁ ସେ ବନ୍ଧନ ନାହିଁତ ଶକତି ।ସେ ଦେଶକୁ ଯାଅ ଚାଲି, ଯେ ଦେଶ ପ୍ରଧାନଯେ ଦେଶ ଗୌରବମୟ, ଉଦାର, ମହାନ,ଯହିଁ ଅଛି ସ୍ଫୂର୍ତ୍ତି, ତେଜ, ଶକତି, ଉଦ୍ୟମ,ଯେ ଦେଶେ ଅସୀମ ଲକ୍ଷ୍ୟ ଅନନ୍ତ କରମ,ଯହିଁ କେବେ ପଡ଼ିନାହିଁ ବିସ୍ମୃତିର ଛାୟା,ଯହିଁ ପୂର୍ଣ୍ଣ ପ୍ରେମ, ଦୟା, ସ୍ନେହ, ପ୍ରୀତି, ମାୟା,ସମବେଦନାର ସୂତ୍ରେ ଗ୍ରଥିତ ସରବେ,କମ୍ପୂ ନାହିଁ ବସୁନ୍ଧରା ‘‘ହାହୁତାଶ’’ ରବେ ।କୁସଂସ୍କାର-ଅନ୍ଧକାରେ ଆବୃତ ଏ ଦେଶ,ସହାନୁଭୂତିର ଯହିଁ ଦେଖାନାହିଁ ଲେଶ ।ସ୍ୱାର୍ଥ, ସ୍ୱାର୍ଥ, ସ୍ୱାର୍ଥ ଅଟେ ଯେ ଦେଶର ପ୍ରାଣ,ପରଶିରୀ କାତରତା ଯେଉଁଠି ପ୍ରଧାନ ।ସଂକୀର୍ଣ୍ଣତା ରାଜେ ଯହିଁ, ଶିକ୍ଷାରେ ବିରାଗ,କେ ବୁଝେ ଆଦର ତହିଁ ତବ, ମହାଭାଗ ?ସକଳେ ଉନ୍ମତ୍ତ ଯହିଁ ଅହଂକାର ମଦେଶୂନ୍ୟେ ଫେରିଯାଅ ତହୁଁ, ନମୁଛି ଶ୍ରୀପଦେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ