ଗ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୩
- ସ୍ଥିତି
- ସାର୍ବଜନୀନ (Public domain)
ଗଙ୍ଗାଜଳରେ ଗଙ୍ଗାପୂଜା ।ଗତସ୍ୟ ଶୋଚନା ନାସ୍ତି ।ଗୁଡ଼ ଘରେ ପିମ୍ପୁଡି ପରିଛା ।ଗାଁକନ୍ୟା ସିଙ୍ଘାଣୀନାକୀ ।ଗାଁପରିମଳ ଧୋବାତୋଠରୁ ଜଣା ।ଗୋରୁ ମାରି ଜୋତା ଦାନ ।ଗୁଆ ଟାଣ ପାନ, ବୁଆ ଟାଣ ଧାନ ।ଗଛମେ କଠଲ ଓଠମେ ତେଲ ।ଗୋଇଠା ମାରି ବିଷ୍ଣବେ ନମଃ ।ଗୋରୁ ମାରି କରଟା ଦାନ ।ଗୁଡ଼ ଅନ୍ଧାରରେ ମଧ୍ୟ ସ୍ୱାଦୁ ଲାଗେ ।ଗାଲୁଆର ବାରବାଟୀ ଚାଷ ।ଗାଇବୁ ଗୀତା, ଖାଇବୁ ପିତା, ତେବେ ସେ ହୋଇବୁ ଜଗତଜିତା ।ଗହମ ଗୋଟି ଗଣିତା, ଅଟା ଚୋରେଇବ କିଏ ? ।ଗାଁବଳଦ ବିକା ଯାଏ ନାହିଁ ।ଗଛର ଛାଇ ମଣିଷର ହାଇ ।ଗାଁ ଯୋଗୀକି ଭିକ ନ ମିଳେ ।ଗାଈ ମାଇଲେ ମଲି, ପାଈକି ମାଇଲେ ମଲି ।ଗୀତ ନାଶ ଯାଏ ବାଟେ, ପାଣି ନାଶ ଯାଏ ଫାଟେ ।ଗୁଣିକି ଚିହ୍ନଇ ଗୁଣିଆ, ସୁନାକୁ ଚିହ୍ନଇ ବଣିଆ ।ଗୋରୁ ଲାଙ୍ଗୁଡ଼ ଧରି ପାରି ହେବା ।ଗୋଦରି ଲୋ ତଳକୁ ଚାହାଁ ।ଗଜଭୁକ୍ତ କପିତ୍ଥବତ୍ ।ଗାଡ଼ି ଉପରେ ନା, ନା ଉପରେ ଗାଡ଼ି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର