ବାଣୀ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୪
- ସ୍ଥିତି
- ସାର୍ବଜନୀନ (Public domain)
ହୃଦୟ-ଉଦୟାଚଳେ ଶୁଭ ଉଷା-ରାଣୀ,ଜୟ ମା 'ଅମୃତମୟୀ’ ବାଗୀଶ୍ୱରୀ ବାଣୀ,ନନ୍ଦନ-କମଳ-ବନେ ଉଭା ଶୋଭାମୟୀ,ଲଲାଟେ ଚିନ୍ମୟ ଜ୍ୟୋତି-କିରୀଟ ରାଜଇ ।ପ୍ରଭାତୀ ତାରାର ପ୍ରଭା ଖେଳଇ ନୟନେ,ବିତରଇ ବରାଭୟ ଭୁବନେ ଭୁବନେ ।ଅଧର-ପଲ୍ଲବୁଁ ଝରେ ପୀୟୂଷ ଲହରୀ,କୋଟି ବ୍ରହ୍ମାଣ୍ଡର କ୍ଷୁଧା-ପିପାସା କୁ ହରି ।ବିଶ୍ୱ-ବୀଣା ଶ୍ରୀହସ୍ତରେ ବାଜେ ସୁମଙ୍ଗଳେ,କୋଟି ଦୃଦପଦ୍ମ ଫୁଟି ଉଠେ ପାଦତଳେ ।ଅମୃତ ସଙ୍ଗୀତମୟୀ ବିଶ୍ୱବିମୋହିନୀବ୍ରହ୍ମାଣ୍ଡର କାମଧେନୁ ବ୍ରହ୍ମାଣ୍ଡ-ତାରିଣୀ ।ଜୟ ବିଶ୍ୱ ପ୍ରସବିନୀ, ବିଶ୍ୱ, ଆନନ୍ଦରେଜୀବନ- କୁସୁମାଞ୍ଜଳି ଢାଳେ ଶ୍ରୀ ପୟରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର