ଏକାକୀ ଅଳି
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୫
- ସ୍ଥିତି
- ସାର୍ବଜନୀନ (Public domain)
ତରୁଲତା ଅଗଣିତ କାନନ ବିତାନେ,ଶ୍ୟାମଳ ସମ୍ପଦେ ତନୁ ମଣ୍ଡି ସୁଯତନେ ।ମୃଦୁଳ ପରଶେ ଯେବେ ବହଇ ସମୀର,ଶ୍ୟାମ ଅଙ୍ଗେ ଖେଳିଯାଏ ତରଙ୍ଗ ରୁଚିର ।ସେ ଖେଳେ ଏକାଟି ଧୀରେ ଯାଉଥାଏ ଭାସି ,ସରସେ ଅଳିଟି କାହିଁ ନ ପଡ଼ଇ ବସି ।ପତ୍ର ସନସନେ ମିଶି, ପିକ କଳତାନେ,ଅଳିର ଗୁଞ୍ଜନ ଯାଏ ନିଭି ଉପବନେ ।କେତେ କାଳେ ପତ୍ର ଘନ ଗହଳିରୁ ଉଠି,କିଶଳୟେ ବିକଶିଲା ଫୁଲଟିଏ ଫୁଟି ।କାନନର ସକଳ ସେ ଶ୍ୟାମଳ ପରାଣେଏକାକୀ ପାଟଳ ଶିରୀ ହସଇ ମଉନେ ।ସମ୍ପାଦି ସମ୍ପଦ ତାର, କାନନ ଅନିଳତା ତନୁ ପରଶ ପାଇଁ କରେ ଆଣି ଠୁଳ ।ତଥିପରେ ଧୀରେ ଧୀରେ ମଧୁ ଖେଳେ ନାଚି,ମଧୁଧାରା ଦେଉଥାଏ କାନନେ ବିରଚି ।ମଳୟ ହିଲ୍ଲୋଳେ ଭାସି ନବ ସଉରଭଉପବନେ ଢାଳେ କୋଟି କନକ ବିଭବ ।ଡାଳୁ ଡାଳେ ଉଡ଼ି ବୁଲେ ଏକାକୀ ଅଳିଟି,କାନନ ସମ୍ପଦେ ଦେଇ ନିଜ ଗୁଞ୍ଜ ଗୀତି ।ସୁମନ ସୁରଭି ଧାରେ ଖେଳି ଖେଳି ଯାଏ,କାହୁଁ ଯେ ଆସଇ ଭାସି ସଙ୍କୋଚେ ଅନାଏ ।ଦୂରୁ ନିରେଖଇ ତାର ମୋହନ ମୂରତି,କିଶଳୟେ କି ସୁଖେ ସେ ଦୋଳୁଛି ଫୁଲଟି ।ବିଧାତା ବିଧାନ ଭବେ ଏଡ଼େ ହୀନିମାନସୁନ୍ଦରେ ଦିଅଇ ଲୋଡ଼ି ନିମିଷ ଜୀବନ ।ଦିବସଟି ପୂରି ଅବା ଶୋହିଛି କି ନାହିଁ,ଫୁଲଟି ପଡ଼ିଲା ଡାଳୁ ଭୂମି-ଶେଯେ ଶୋଇ ।ଜୀବନ ସୋହାଗ କ୍ରୀଡ଼ା ସରିଲା ନିମିଷେ,ଧୂଳିତଳେ ଝଡ଼ି ଏବେ ପଡ଼ିଛି ବିରସେ ।ଅଳିଟି ବରଜି ତହୁଁ ସୁଖେ ଉଡ଼ିବାର ,ମଉନେ ବସିଲା ଆସି ଫୁଲ ସଙ୍ଗତର ।ତା ମୋହନ ତନୁ ମୁଖେ ପରଶିବା ପାଇଁଫୁଲମଧୁପାୟୀ ଅଳି ମନ ବଳେ ନାହିଁ ।କ୍ଷଣୁ କ୍ଷଣେ ଫୁଲଟି ଯେ ଯାଉଛି ମଉଳି,ମଉନେ ଅନାଇଁ ବସି କି ଭାଳଇ ଅଳି !ସମୀରେ କାନନ ଗାଏ ଧୀର ସନସନ,ଶ୍ୟାମଳେ ଅରୁଣ ଢାଳେ ସରଗ କାଞ୍ଚନ ।କାହିଁରେ ନୟନ ନାହିଁ ଫେରେ ଅଳିଟିର,ଭୂତଳେ ସେ ସେହିଭଳି ପଡ଼ିଛି ନିକର ।କେତେ ଦିନେ ଉପବନେ ଫୁଲ ଅଗଣିତଡାଳ ପତ୍ରେ ଫୁଟି ପୁଣି ଶୋହିଲେ ନିରତ ।ସଉରଭେ ବନଦେଶ ଚହଟାଇ ସୁଖେ,ଖେଳିଲା ଆବର ବନେ ଅନିଳ ପୁଲକେ ।କେତେ ଅଳି ଫୁଲୁ ଫୁଲେ ଯାଉଥାନ୍ତି ବସି,ଫୁଲୁ ଫୁଲୁ ନେଉଥାନ୍ତି ମଧୁବିନ୍ଦୁ ଶୋଷି ।ସେ ଯେ ଅଳି ଏକାକୀଟି କାନନବିହାରୀ
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ