ଏକାଗ୍ରତା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୫
- ସ୍ଥିତି
- ସାର୍ବଜନୀନ (Public domain)
କୁରୁ ଓ ପାଣ୍ଡବମାନଙ୍କର ଗୁରୁ ଦ୍ରୋଣ ଏକଦା ଶିଷ୍ୟମାନଙ୍କୁ ପରୀକ୍ଷା କରିବା ନିମିତ୍ତ କୌଣସି ତରୁଶାଖାରେ ଗୋଟିଏ କୃତିମ ପକ୍ଷୀ ସ୍ଥାପନ କରି କୁରୁ ଓ ପାଣ୍ଡବମାନଙ୍କୁ ଆହ୍ୱାନ କରି କହିଲେ, ‘‘ବୃକ୍ଷୋପରିସ୍ଥ ଉକ୍ତ ପକ୍ଷୀର ଗୋଟଯଏ ଚକ୍ଷୁକୁ ବାଣଦ୍ୱାରା ବିଦ୍ଧ କରିବାକୁ ହେବ । ତୁମ୍ଭେମାନେ କଣ ଦେଖୁଅଛ ?’’
ଯୁଧିଷ୍ଠିର କହିଲେ, ‘‘ମୁଁ ବୃକ୍ଷ ଶାଖାପ୍ରଶାଖା ଏବଂ ପକ୍ଷୀ ଦେଖୁଅଛି ।’’ ଏହିପରି ସମସ୍ତେ ଏକପ୍ରକାର ଉତ୍ତର ଦେଲେ; କିନ୍ତୁ ଅର୍ଜ୍ଜୁନ କହିଲେ,‘‘ମୁଁ ଗୋଟିଏ ରକ୍ତବର୍ଣ୍ଣ ଚକ୍ଷୁ ଛଡ଼ା ଆଉ କିଛି ଦେଖୁନାହିଁ । ଦ୍ରୋଣ ଅର୍ଜ୍ଜୁନଙ୍କର ବାକ୍ୟ ଶୁଣି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କହିଲେ, ‘‘ତୁମ୍ଭେ ସେହି ଚକ୍ଷୁକୁ ଲକ୍ଷ୍ୟକରି ବାଣ ବିନ୍ଧ ।’’ ଅର୍ଜ୍ଜୁନ ଗୁରୁଦେବଙ୍କ ଆଜ୍ଞାନୁସାରେ ଶରଦ୍ୱାରା ଲକ୍ଷ୍ୟ ଭେଦକଲେ-।
ପୃଥିବୀରେ ଯେତେପ୍ରକାର କଳକାରଖାନା, ବାଷ୍ପୀୟ ଶକଟ, ବାଷ୍ପୀୟ ପୋତ, ତଡ଼ିତ୍ଚାଳିତ ଶକଟ, ତଡ଼ତ୍ ଆଲୋକ, ତଡ଼ିତ୍ ସଂବାଦ, ତଡ଼ିତ୍ ବ୍ୟଜନ, ଉଜ୍ଜ୍ୱଳ ଗ୍ୟାସ, ଆଲୋକ ପ୍ରଭୃତି ଆଶ୍ଚର୍ଯ୍ୟଜନକ ବ୍ୟାପାର ଦେଖୁଅଛ ବା ଶୁଣୁଅଛ ବା ଶୁଣୁଅଛି, ତ୍ତେସମୁଦାୟ ଅଧ୍ୟବସାୟ ଓ ଏକାଗ୍ରତାର ଫଳ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ