ଦ୍ୱୀପାନ୍ତରିତ ବ୍ୟକ୍ତିର ଖେଦ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ପ୍ରଥମ ଭାଗ)
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୪୮
- ସ୍ଥିତି
- ସାର୍ବଜନୀନ (Public domain)
ଆଉ କି ଅମୂଲ୍ୟ ଧନ ଦୁଃଖିର ରତନସୁଧାଂଶୁବଦନ ଶିଶୁ ହେବ ବିଲୋକନକରିବି ମୁଁ ଆଲିଙ୍ଗନ ସ୍ନେହେ ଦେବି ଚୁମ୍ବଦାନତା କୋମଳ ଗଣ୍ଡସ୍ଥଳେ ଏଡ଼ି ସ୍ୱର୍ଗସ୍ଥାନଏ ଜୀବନେ ଘଟିବ କି ଜଗତଜୀବନତାପିତ ପ୍ରାଣ ଶୀତଳ କରିବ ଏ ଦୀନ ।ଆହା ମୋ ପ୍ରେୟସୀ ବାଳା ଲୋଟି ଭୂମିତଳେମୋ ବିରହେ ଦେଇଥିବ କରକୁ କପାଳେନୟନୁ ଲୋତକଧାର ବହୁଥିବ ବାରମ୍ବାରଡ଼ାକୁଥିବ ‘‘ଦୀନନାଥ’’ ! ଦୁଃଖ ଅସମ୍ଭାଳେଲିଭାଅ ଜୀବନଦୀପ ମୋହର ଚଞ୍ଚଳେଦୁଃଖିନୀ କ୍ଳେଶ ନ ପାଉ ଏ ମହୀମଣ୍ଡଳେ ।ଆହା ମୋ ପ୍ରାଣଦାୟିନୀ ଦୁଃଖିନୀ ଜନନୀମୋହପାଇଁ ଭାବୁଥିବେ ଦିବସ ରଜନୀକାହିଁ ଗଲା ପୁତ୍ର ମୋର ଏ ପୁର କରି ଅନ୍ଧାରଏହି କଥା ରଟୁଥିବେ ହୋଇ ବାତୁଳାନୀମଳିନବସନୀ ଆହା ମଳିନବଦନୀମତେ ଦେଖି ହେବେ ସତେ ଆନନ୍ଦଭାଷିଣୀଆହା ମୋର ବୃଦ୍ଧତାତ ଥିବେ ଶଯ୍ୟାଗତଅତିଖରେ ବହୁଥିବ ନିଶ୍ୱାସ ନିୟତଡାକୁଥିବେ ଆର୍ତ୍ତସ୍ୱରେ ପ୍ରଭୁ ଶ୍ରୀ ଜଗଦୀଶ୍ୱରେମାଗୁଥିବେ ମୋ ପୁତ୍ରକୁ ଦିଅ ହେ ତୁରିତଏମନ୍ତ ସମୟେ ମୁଁ କି ହେବି ତହିଁ ସ୍ଥିତକୋଳାଗ୍ରତ କରି ସେହି ହେବେ ଆନନ୍ଦିତ ।ମୋ ଜୀବନ ଧନ ସବୁ ମୋର ବନ୍ଧୁଗଣମୋ ବିହୀନେ ହେଉଥିବ ତାଙ୍କ ମନ ଛନପଡ଼ୁଥିବ ମୋର କଥା ହୃଦେ ଲଭୁଥିବେ ବ୍ୟଥାଈଶ୍ୱରଙ୍କୁ କରୁଥିବେ ମୋର ନିବେଦନଏମନ୍ତ ସମୟେ ତହିଁ କରି ଆଗମନହରିବିକି ସେହି ବ୍ୟଥା ଦେଇଣ ଦର୍ଶନ ।ସାଇ ପଡ଼ୋଶୀ ଆଦି ସେ ଗ୍ରାମବାସୀଗଣଯେହୁ କରୁଥିଲେ ମତେ ସ୍ନେହେ ଦରଶନଦଳ ଦଳ ହୋଇ ବସି ଭାବୁଥିବେ ଦିବା ନିଶିଏ ମନ୍ଦଭାଗ୍ୟର ହେଲା କି ଦୁଃଖ ଘଟନହେବ କି ଏ ଜନ୍ମେ ତାର ପୁଣି ଉଦ୍ଧାରଣମତେ ଦେଖି ଆଚମିତ ହେବେ ସେ ତକ୍ଷଣ ।ଗ୍ରାମଉପବନେ ଆଉ କରିବି ଭ୍ରମଣମନ୍ଦମନ୍ଦ ବହୁଥିବ ଶୀତସମୀରଣନାନାପୁଷ୍ପମକରନ୍ଦ ଘ୍ରାଣେ ଦେଉଥିବ ଗନ୍ଧମରମର ଶବ୍ଦ କର୍ଣ୍ଣେ ହୋଇବ ଶ୍ରବଣଗୁଣୁଗୁଣୁ ଗାଉଥିବେ ମଧୁକରଗଣଲତା ଗୁଳ୍ମ ହୋଇଥିବେ ନୟନ ରଞ୍ଜନ ।ସମୁଦ୍ରବାହିନୀ ଆହା ଗ୍ରାମର ତଟିନୀକଳକଳ ଯାର ଜଳ ସଦା କରେ ଧ୍ୱନିକର୍ଣ୍ଣପଥେ ଯାଏ ‘‘ତରୀ’’ ବିଜ୍ଞାନ ନିୟମ ଧରିତାର ତୀରେ ସ୍ତରାବଳୀ ଆହା କି ଗଠନୀ ।ଭାବୁକଜନର ମନ ନିଏ ଯେହୁ କିଣିଆଉ କି ଦେଖିବେ ତାହା ମୋ ନୟନବେନି ।ଗ୍ରାମର ନିକଟବର୍ତ୍ତୀ ଉନ୍ନତପର୍ବତକରିଚି ସତେ ଗଗନ ଯେହୁ ଦ୍ୱିଖଣ୍ଡିତତରୁରାଜିରେ ଶିଖର ଅଟେ ଅତି ମନୋହରଅନୁପମ ଶୋଭାରାଶି ଯା ଦେହେ ମଣ୍ଡିତଯହୁଁ ଜାତ ଝର, ହ୍ରଦ, ସରସୀ, ସରିତଆଉ କି ଏ ଜନ୍ମେ ତାହା ହେବ ବିଲୋକିତ ।ସ୍ୱଦେଶର ରାଜଧାନୀ ମର୍ତ୍ତ୍ୟେ ଅତୁଳିତଅଳକାପୁରୀ ଯାହାକୁ ଅଟେ ପରାଜିତମଣି ମାଣିକ୍ୟ ଖଚିତ ଅନ୍ତରେ ଐଶ୍ୱର୍ଯ୍ୟାନ୍ୱିତଅପୂର୍ବ ସୁନ୍ଦର ସୈାଧମାଳା ବିରାଜିତବୀର, ରାଜା, ଧନୀ, ମାନୀ ପଣ୍ଡିତେ ପୂରିତଏ ଦୀନ ଲୋଚନ ତହିଁ ହେବ କି ପତିତମୋ ବିନତି ଶୁଣ ଆହେ ନୀଳରତ୍ନାକରପୃଥିବୀର ଚତୁଃପାର୍ଶ୍ୱେ ପ୍ରବେଶ ତୁମ୍ଭରତବଯୋଗେ ନରଗଣ ପାଉଛନ୍ତି ବହୁ ଧନଦେଶର ସଭ୍ୟତା ବୃଦ୍ଧି ହୁଏ ନିରନ୍ତରଥରେ ମାତ୍ର ଏ ଦୁଃଖିକି ତୁମ୍ଭେ ଦୟା କରନିରାପଦେ ଉପକୂଳେ ନେଇଣ ଉଦ୍ଧର ।ମୋର ନିବେଦନ ବାରେ ଶୁଣ ସମୀରଣଜଗତପ୍ରାଣ ନାମକୁ କରିଛ ଧାରଣଏ ଦୁଃଖିର ରଖ ପ୍ରାଣ ହେବ ତବ ଯଶ ମାନଉଡ଼ାଇ ଆକାଶପଥେ ନିଅ ହେ ବହନପର୍ବତ ଉଠାଅ ତୁମ୍ଭେ ଅତି ବଳବାନଏ ନୁହେଁ କଠିନ ହେବ ସହଜେ ସାଧନ ।ଆହେ ଦିନକର ମୋର ଶୁଣ ନିବେଦନଏହି ନିରାଶ୍ରୟଠାରେ ପକାଅ ନୟନକେତେ ଜଳରାଶି ନିତି କରୁଛ ଆକାଶେସ୍ଥିତିସମୁଦ୍ର ସରିତ ସର କରିଣ ଶୋଷଣମତେ ଦେଖି ଟେକି ଥରେ ଉଠାଅ ଗଗନଯବନ ସାହାଯ୍ୟେ ହେବ ମୋଗୃହଗମନ ।ଲଜ୍ଜାନାହିଁ ଆଶା ଯୋଗୁଁ କରେ ମ ବିନତିଏ ସବୁ ଜଡ଼ପଦାର୍ଥ କି ତାଙ୍କ ଶକତିଯେହୁ ନିତ୍ୟ ନିରାକାର ଯେ ଅନ୍ତର୍ଯ୍ୟାମୀଠାକୁରସନାତନ ନିରଞ୍ଜନ ଅଖିଳର ପତିଯେବେ ଦୟା ବହି ମୋତେ ଦେବେ ସେ ମୁକତିତେବେତ ପାରି ହୋଇବି ଏ ନୀଳାମ୍ବୁପତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ