ଦୀନବନ୍ଧୁ ଜଣାଣ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଶୀତଳା ସ୍ତୋତ୍ରଂ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୯
- ସ୍ଥିତି
- ସାର୍ବଜନୀନ (Public domain)
ଦୀନବନ୍ଧୁ କୃପାସିନ୍ଧୁତୁମ୍ଭେ ସର୍ବ ଜୀବ ଜନ୍ତୁଙ୍କ ବନ୍ଧୁ ହେ ଘୋଷାବାରେ ମୁଁ ତୁମ୍ଭ ଶ୍ରୀଛାମୁରେଜଣାଉଛି ଶୁଣ କର୍ଣ୍ଣରେ ମୁଜନ୍ମ ଲଭି ଏ ସଂସାରେଭାସି ଗଲି ଏ ଦୁଃଖ ସାଗରେ ହେ
୧
ମୋଠାରେ ଦୋଷକୁ ନ ଘେନସୁଦୟା କରିବା ବହନତୁମ୍ଭର ବ୍ୟକ୍ରକେ ମୋ ମନଅନ୍ୟଦେବତାରେ ନାହିଁ ଧ୍ୟାନ ହେ
୨
ତୁମ୍ଭେତ ଦୟାଳୁ ପୁରୁଷତୁମ୍ଭଠାରେତ ନାହିଁ ତ୍ରାସଦୁଃଖିଜନଙ୍କୁ ଯେ ନିରାଶଆଶା ଦେଇ ରଖ ତୁମ୍ଭେ ପାଶ ହେ
୩
ତୁମ୍ଭ ପଦ୍ମପାଦେ ଯା ଭାବଏ ଭବସଂସାରେ କି ଲାଭତୁମ୍ଭର ନାମକୁ ଯେ ନାବକରି ତରିଗଲେ ପରା ଧ୍ରୁବ ହେ
୪
ଗ୍ରାହା ନିବାରଣ ମୁରାରିଗଜକୁ ଉଦ୍ଧାରଣ କରିଆତଙ୍ଗେ ଡାକିଲା ଯେ ହରିତାକୁ ରଖିଲ ଯେ କେଉଁ ପରି ହେ
୫
ମୄଗିଣୀର ବିପତ୍ତି ଦେଖିଚକ୍ର ପେଶିଲେ ପଦ୍ମଆଖିସ୍ୱର୍ଗରେ ଦେବତା ଦେଖିମନ ଆନନ୍ଦରେ ହେଲେ ସୁଖୀ ହେ