ଦେବଶିଶୁ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୬
- ସ୍ଥିତି
- ସାର୍ବଜନୀନ (Public domain)
ଦେବ-ଶିଶୁଟିଏ ଆହା ବଜାଇ ବେଣୁ,ଗୋପାଳ ପୁଅଙ୍କ ମେଳେ ଚରାଏ ଧେନୁ । ୦ ।କି ମଧୁର ମନୋହର,ରୂପ ତା ଅପଟାନ୍ତର,ଶ୍ୟାମଦେହେ ବୋଳିଅଛି କୁସୁମ-ରେଣୁ । ୧ ।ତରଙ୍ଗ-କୁଞ୍ଚିତବେଶ,ନବ ନଟବର ବେଶ,ମଞ୍ଚ-ମାନବ ନୁହେଁ ସେ ଆସିଛି କେଣୁ । ୨ ।ଶ୍ରୀ ଅଙ୍ଗରୁ ଜ୍ୟୋତି ଝରେ,ସୁହାସ ହସେ ଅଧରେ,ଖେଳୁଛି କି ବନସ୍ତରେ ବାଳ-କରେଣୁ । ୩ ।ହେଉ ସେ ପଛକେ ଶିଶୁ,ନେତ୍ରେ ପଛେ କ୍ଷୁଦ୍ର ଦିଶୁ,କବିର ସେ ପ୍ରାଣପ୍ରଭୁ ଭରସା ତେଣୁ । ୪ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ