ଡାଆଣିଆ ଖରା
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୦
- ସ୍ଥିତି
- ସାର୍ବଜନୀନ (Public domain)
-୧-“ଡାଆଣିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି,କି ସୁନ୍ଦର ପାରା ଯୋଡ଼ିଏ ଯାଉଅଛନ୍ତି ଉଡ଼ି ।ଆସ ଆସ ପାରା ଯୋଡ଼ିକ ମୋର ପିଣ୍ଡାରେ ବସଖାଇବାକୁ ଦେବି ତୁମ୍ଭଙ୍କୁ ମୁହିଁ ନଡ଼ିଆ−ରସ ।ପିଇବାକୁ ଦେବି ତୁମ୍ଭଙ୍କୁ ପଦ୍ମ−ପୋଖରୀ−ପାଣି,ଶୋଇବାକୁ ଦେବି ଖଟୁଲୀ ମାଳିଘରୁ ମୁଁ ଆଣି ।ମାଳିଘର ଖଟୁଲୀରେ ଯେ ବାଉଁଶର ପାତିଆ,ମାଆ ଝୁଅଙ୍କର ଗୋଡ଼ରେ ରତନର ଝୁଣ୍ଟିଆ ।ଶାରୀ ପଚାରିଲା ଶୁଆରେ କେଉଁ ଦାଣ୍ଡରେ ଯିବା,ଶୁଆ ବୋଲେ ଶାରୀ ଚାଲ ଗୋ ବଡ଼ଦାଣ୍ଡରେ ଯିବା ।ବଡ଼ ଦାଣ୍ଡେ ଦାଣ୍ଡେ ଯାଆନ୍ତେ ପାଉଁ ଗୋବର ଲଣ୍ଡି,ଲିପି ପୋଛି ଦେଇ ଯାଆ ମା ପୂଜି ମଙ୍ଗଳଚଣ୍ଡି ।”-୨-ଡାଆଣିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି,ଅସ୍ତାଚଳ−ଶିଖେ ତପନ ଯାଉଛନ୍ତି ବାହୁଡ଼ି ।ବିଚିତ୍ର ବର୍ଣ୍ଣର ବୋଇତ ପ୍ରାୟେ ଶୋଭା ପ୍ରକାଶିବାରୁଣୀ ଗଗନେ ବଉଦ କେତେ ଯାଉଛି ଭାସି ।ଧଳା, କଳା, ନୀଳ, ଲୋହିତ ବର୍ଣ୍ଣେ ସ୍ତରକୁ ସ୍ତରପନ୍ତି ପନ୍ତି ସାଜି ବଉଦ ଆହା କି ମନୋହର !ପଶୁ, ପକ୍ଷୀ, ନର, ପର୍ବତ, ଲତା, ପାଦପ, ସାଜିବିବିଧ ବର୍ଣ୍ଣରେ ରାଜନ୍ତି ନଭେ ବାରିଦ ରାଜି ।ପ୍ରତୀଚୀ ଗଗନେ କି ଶୋଭା ଢାଳେ ଲୋହିତ ରବିନିକଟେ ଧବଳ ବାରିଦ କିବା ବିଚିତ୍ର ଛବି !କନକ ତୋରଣ ଫେଡ଼ି କି ସ୍ୱର୍ଗୁଁ ସୁରତନୁଜାସ୍ପଟିକ ପାବଛେ ଅର୍ପନ୍ତି ସୂର୍ଯ୍ୟେ ନୈବେଦ୍ୟପୂଜା ?-୩-ତାରା−ମଥାମଣି ପିନ୍ଧିଣ ସ୍ୱର୍ଗୁଁ ସନ୍ଧ୍ୟା−ସୁନ୍ଦରୀନିଦ୍ରା−ସ୍ୱପ୍ନ ସହ ଓହ୍ଲାନ୍ତି ଦିଗ ଅନ୍ଧାର କରି ।ସୁରଦେଶୁଁ ସୁରତନୟା କୃଷ୍ଣବର୍ଣ୍ଣ ରଥରେଅବତରି କିବା ମୋହନ୍ତି ବିଶ୍ୱ ମାୟାମନ୍ତରେ ?ବିସର୍ଜିଣ ଦେବ ତପନ ଗଲେ ଧରଣୀମାୟା,ବିସର୍ଜଇ ଯଥା ଜୀବାତ୍ମା ମୃତମାନବକାୟା ।କି ଅବା ଯେମନ୍ତ ଯୌବନ ଜରାଗ୍ରସ୍ତ ତନୁକୁ,ଅଥବା ଯେସନ ବିବେକ ପାପଗ୍ରସ୍ତ ମନକୁ ।ପ୍ରଦୋଷର ମୂର୍ତ୍ତି ଦିଶଇ ଶାନ୍ତି ବିଷାଦମୟ,ଗତ ସୁଖସ୍ମୃତି କରୁଛି ଆନ୍ଦୋଳିତ ହୃଦୟ,ନିୟତ ମେଳାଣି ଲାଗିଛି ଆହା ଏ ବିଶ୍ୱ ଦେଶେ,ଫାଟିଯିବୁ କିରେ ହୃଦୟ ଦୁଃଖଭରା−ଆବେଶେ ?-୪-ଡାଆଣିଆ ଖରା ଗଲାଣି ବେଳ ଗଲାଣି ବୁଡ଼ି,ବସାଗଛ ଅଭିମୁଖରେ ପକ୍ଷୀ ଯାଉଛି ଉଡ଼ି ।କିସ ତୋର ହୃଦଭାବନା ଆରେ ବିହଙ୍ଗବର,ଦୁଃଖଭାରେ ନତ ହୁଏ କି ତୋର କ୍ଷୁଦ୍ର ଅନ୍ତର ?ନିତି ନିତି ଉଡ଼ି ଆସିଣ କେଉଁ ସଙ୍ଗୀତ ଗାଉ,କି ଉଦ୍ଦେଶ୍ୟ ସାଧି ପକ୍ଷିରେ ପୁଣି ଫେରି ତୁ ଯାଉ ?ତୋ ମନୋଭାବନା ନ ଜାଣି ହୃଦ ହେଉଛି ହାଣି,ଆସି ମୋ ପାଶରେ ବସିଣ କହନ୍ତୁ ତୋ କାହାଣୀ ।ମୋ ଦୁଃଖ ଫେଡ଼ି ମୁଁ କହନ୍ତି ଶୁଣି ଯାଆନ୍ତୁ ବାରେ,କିନ୍ତୁ ନାହିଁ ନାହିଁ ଉଡ଼ିଯା କାର୍ଯ୍ୟ ନାହିଁ ତୋଠାରେ ।ନିଜ ଦୁଃଖଭାରେ ଆନତ ଭବେ ସକଳ ପ୍ରାଣୀକି କାର୍ଯ୍ୟେ ସେ ଭାରେ ମିଶାଇ ଆନ ବିଷାଦ ଆଣି ?-୫-ଗୋଧନ ଘେନିଣ ଗୋପାଳ ଫେରି ଗଲାଣି ଘରେ,ବିଲକାମ ସାରି କୃଷକ ଫେରି ଯାଉଛି ଖରେ ।ଗ୍ରାମେ ଶିଶୁଗଣ ଗାଆନ୍ତି ଗୀତ ଗ୍ରାମୀୟ ତାଳେ,ଲୁଚି ପ୍ରତିଧ୍ୱନି ଗାଏ ତା ପଲ୍ଲୀ−ବନାନ୍ତଃରାଳେ ।ଉଠିଲା କୁଟୀର−ମଥାନ ଭେଦି ଧୂମ ସଘନେ,ପରାତ୍ମାରେ ଆତ୍ମା ପ୍ରାୟେକ ମିଶି ଗଲା ଗଗନେ ।ଶତସନ୍ଧ୍ୟାଦୀପ ଜାଳିଲେ ଜନପଦ−ଗୃହିଣୀ,ଶୁଭିଲା ପ୍ରଦୋଷ−ଜଣାଣ ସ୍ୱର୍ଗ ସଙ୍ଗୀତ ଜିଣି ।ଶଙ୍ଖ ଘଣ୍ଟା ବାଜି ଉଠିଲା ପ୍ରତି ଦେବମନ୍ଦିରେ,ଭକ୍ତି−ମନ୍ଦାକିନୀ ବହିଲା ଉକ୍ତ−ହୃଦ−କନ୍ଦରେ ।ଅବିଶ୍ୱାସୀ ମନ, ପ୍ରଣମ ବିଶ୍ୱସ୍ରଷ୍ଟାଚରଣେ,ଦିଅ ପଦାଶ୍ରୟ ଭୋ ପ୍ରଭୋ, ପାପୀ ଅଧମଜନେ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ