ଚିତ୍ତବୋଧ ବା ଚିତ୍ତବିନୋଦ (ଚତୁର୍ଥ ଭାଗ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨ / ୩
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଖଣ୍ଡ ଲେଖିଲେ ଇନ୍ଦ୍ରମଣି ସାହୁ
ମୋ ଦ୍ୱାରା ଚତୁର୍ଥ ଖଣ୍ଡ ଲେଖାଇଲେ ସେହୁଅଚ୍ୟୁତାନନ୍ଦଙ୍କ ଶ୍ରୀଚରଣେ କରି ଲୟକଲମ ଧରୁଛି ମୁହିଁ ନାହିଁ ତିଳେ ଭୟ ।ଯଦି ତ୍ରୁଟିଥାଏ ସାଧୁଜନେ ନ ଧରିବେଦୟାକରି କ୍ଷେତ୍ରମୋହନକୁ କ୍ଷମାଦେବେ ।ରତିଙ୍କର ତପସ୍ୟା ଓ କନ୍ଦର୍ପର ଜନ୍ମ ଓସମ୍ବରାସୁର ଦ୍ୱାରା ରତିଦେବୀ ହରଣଶୁଣ ଆହେ ସାଧୁଜନେ ଦେଇ ମନକର୍ଣ୍ଣଶିବଙ୍କ କୋପରେ ଭସ୍ମ ହୋଇଲେ ମଦନ ।ପୁଣି ଷଡ଼କନ୍ୟାଠାରୁ କୁମର ଜନ୍ମିଲେପନ୍ନଗା ଶର ପେଶିଣ ତାରକା ଧ୍ୱଂସିଲେ ।ତାହାପରେ ଯାହା ହେଲା ଶୁଣ ମନଦେଇଶିବଠାରୁ ରତିଦେବୀ ଗଲେ ବର ନେଇ ।ତାର ପିତା ବିଧାତାଙ୍କ ପାଶରେ ମିଳିଲେସ୍ୱାମୀ ଭସ୍ମ ହେବା କଥା ତାହାଙ୍କୁ କହିଲେ ।ଅତି କାରୁଣ୍ୟ ହୋଇଣ ପିତା ପାଦେ ପଡ଼ିକାନ୍ଦିଣ ଯେ ସତୀ ମୂର୍ଚ୍ଛା ଯାଏ ଘଡ଼ିଘଡ଼ି ।କନ୍ୟାର ବିକଳ ଦେଖି ଧାତା ନେତ୍ରୁ ନୀରବହି ଯାଉଥାଏ ବାରି ପରି ଧାର ଧାର ।ବୋଲନ୍ତି ଲୋ ମାତ ମୋର ବୋଲି ତୁହି ମାନସୁଖ ଦୁଃଖ ନର ପକ୍ଷେ ସମସ୍ତ ସମାନ ।ଜନ୍ମ ହେଲା ବେଳେ ଭାଲେଲେଖା ଯାହା ଥାଇସ୍ୱୟଂ ଗୋଲକପତି ତା ଆନ ନ କରଇ ।ତୁହି ମାତ ମନମଧ୍ୟେ ଭାବନା ନ କରତୋର ଦୁଃଖ ଦେଖି ଛାତି ଫାଟିଯାଏ ମୋର ।ତୋ ସ୍ୱାମୀ ନିମିତ୍ତ ଅଛି ଦେବତାଙ୍କ ମାନରହିଲା ତାରକାସୁର ହୋଇଲା ନିଧନ ।ଏହିପରି ଧାତା ରତିଦେବୀଙ୍କୁ ତୋଷିଲେଶେଷେ ଖଣ୍ଡିଏ ପୁସ୍ତକ ଆଣି ଦାନ କଲେ ।କହିଲେ ଲୋ ମାତ ଏହି ଖେଦା ଖଣ୍ଡି ନିଅମର୍ତ୍ତ୍ୟଭୁବନେ ଯାଇଣ ତପସ୍ୟା ଭିଆଅ ।ମୃତ୍ୟୁ ସଂଜୀବନୀ ଆଦି ସ୍ତମ୍ଭନ ମୋହନମନ୍ତ୍ରବଳେ ନିଜ କାୟା କରିବୁ ଗୋପନ ।ଯେତେବେଳେ ଯେଉଁଦ୍ରବ୍ୟମନେ ତୁ ଲୋଡ଼ିବୁମନ୍ତ୍ରସୁମରିଲେ ତାହା ତକ୍ଷଣେ ପାଇବୁ ।ସ୍ବାମୀଙ୍କୁ ଚାହିଁଲେ ମଧ୍ୟ ଦର୍ଶନ ପାଇବୁରାତ୍ର ବ୍ୟତିରେକ ଦିବସରେ ନ ପାଇବୁ ।ବିରହ ବାଧା ମଧ୍ୟ ତୁ ଜାଣି ନ ପାରିବୁପରମ ପୁରୁଷ ପାଦେ ଲୟ ଲଗାଇବୁ ।ଅଳପ ଦିନେ ଗୋ ଦଶା ଘୁଞ୍ଚିଯିବ ତୋରତୋ ସ୍ୱାମୀ ରୁକ୍ମିଣୀ ଗର୍ଭୁ ହୋଇବ ସଞ୍ଚାରଦ୍ୱାପର ଯୁଗରେ ବିଷ୍ଣୁ କୃଷ୍ଣ ଅବତାରହୋଇବେ ଶ୍ରୀଲକ୍ଷ୍ମୀ ଦେବୀ ରୁକ୍ମିଣୀ ନାଁ ତାରତାଙ୍କ ଗର୍ଭେ ତୋର ସ୍ୱାମୀ ଜନମ ଲଭିବସମ୍ବରା ଅସୁର ଘରେ ତୋତେ ଭେଟ ହେବତୋତେ ବଳାତ୍କାରେ ନେବ ସମ୍ବର ଅସୁରଆଗୁ ସ୍ୱାମୀ ତୋର ରହିଥିବେ ତାର ପୁର ।ନିଜ ରୂପ ଗୋଟି ତୁହି ଗୋପନ କରିବୁମାୟାବତୀ ନାମ ଦୈତ୍ୟ ମନ ଯେ ତୋଷିବୁ ।ଯାଅ ମାତା ମର୍ତ୍ତ୍ୟପୁରେ ବିଳମ୍ବ ନ କରଜମ୍ବୁଦ୍ବୀପ ଭ୍ରତଖଣ୍ଡ ପବିତ୍ର ନଗର ।ଢା ଉରଙ୍ଗ ଗଛ ତଳେ ତପସ୍ୟା କରିବୁଏ ଖେଦା ଖଣ୍ଡିକ ଅତି ଯତ୍ନେ ସାଇତିବୁ ।ଆମ୍ଭେ ନାରଦକୁ ପେଶି ତତ୍ତ୍ୱ ନେଉଥିବୁଯାହା ଭଲମନ୍ଦ ତାହା ଆଗେ ବଖାଣିବୁ ।ମୁହିଁ ମଧ୍ୟ ତୋ ମାତା ସାବିତ୍ରୀ ସଙ୍ଗେ ନେଇବରାବର ତୋତେ ଦେଖି ଆସିଥିବୁ ଯାଇ ।ସ୍ୱୟଂ ବୈକୁଣ୍ଠର ନାଥ ହେବେ ତୋ ଶ୍ବଶୁରପରମ ଲକ୍ଷ୍ମୀ ଯେ ଶାଶୁ ହୋଇବେ ତୋହର ।ଏକମାତ୍ର ବଧୂ ଦେବୀଙ୍କର ତୁହି ହେବୁସବୁବେଳେ ସୁଖେ କାଳାତିପାତ କରିବୁ ।ଶୁଣିଣ ଯେ ରତିଦେବୀ ମନେ ତୋଷ ହେଲେମନ୍ତ୍ର ସୁମରି ବୈଷ୍ଣବୀ ରୂପୀ ସେ ହୋଇଲେ ।ଦେଖା କରିବାକୁ ଦେବୀ ମାତାପୁରେ ଗଲେକନ୍ୟାର ବେଶ ଦେଖିଣ ମାତା ବାହୁଡ଼ିଲେ ।ରତି ବୋଲେ ମାତା ମନେ ଦୁଃଖ ତୁ ନକରସୌଭାଗ୍ୟବତୀ ହୋଇବୁ ପିତା ଦେଲେ ବରଶୁଣି ମାତା କନ୍ୟା ସର୍ବାଙ୍ଗ ଆଉଁସିଲେଅମ୍ଳାନ ବସ୍ତ୍ର ଖଣ୍ଡିଏ ରତି କରେ ଦେଲେ ।ବୋଇଲେ ସଦା ପିନ୍ଧିବୁ ଏହି ବସ୍ତ୍ର ଗୋଟିରୋଗଶୋକ ମୋହମାୟା କେବେହେଁ ନଘୋଟିପିତା ମାତା ଦୁହିଁଙ୍କର ପାଦ ରେଣୁ ନେଇମର୍ତ୍ତ୍ୟପୁରେ ଆଗମନ କଲେ ରତି ତହିଁ ।ବିରୋଜା ପୁରୁଷୋତ୍ତମ ବ୍ରହ୍ମନଦୀ ଅଟେଗନ୍ଧର୍ବ ବାରୁଣୀ ଗିରିତ୍ୱବରର ନିକଟେ ।ଉତ୍କଳ ପବିତ୍ର ଭୂମିରେ ସେ ଅନ୍ୟତମସେ ସ୍ଥାନରେ ବାସ କରିଥିଲେ ଦେବ ଧର୍ମ ।ପାରୁଶେ ଅମରାବତୀ କଟକ ଶୋଭଇସେହି ସ୍ଥାନେ ଢାଉରଙ୍ଗ ବୃକ୍ଷେକ ଅଛଇ ।ଦୁର୍ଗାମାଧବଙ୍କୁ ଧ୍ୟାୟି ଶୁଚିମନ୍ତ ହୋଇସେ ବୃକ୍ଷ ତଳେ ବସିଲେ ରତିଦେବୀ ଯାଇ ।ବ୍ୟାଘ୍ର ଚର୍ମକୁ ଯତନେ କଟି ଦେଶେ ଭିଡ଼ିହସ୍ତେ ମାଳା ଜପକଲେ ଲୋଭ ମୋହ ଛାଡ଼ି ।କିଛିଦିନ କନ୍ଦମୂଳ ଜଳ ଭକ୍ଷି ଗୋରୀପୁଣି ନିରାହାରେ ବିଷ୍ଣୁ ସୁମରେ ସୁନ୍ଦରୀ ।ଏହିପରି ବହୁଦିନ ଗଲା ଗତ ହୋଇଘୋର ତପେ ରତିଦେବୀ ଥାନ୍ତି ଲିପ୍ତହୋଇ ।ଅତ୍ରି ରଷିଙ୍କର ନାରୀ ସତୀ ଶିରୋମଣିତାଙ୍କ ନାମ ଅନୁସୂୟା ଯେ ବ୍ରତାଚାରିଣୀ ।ରତିଙ୍କର ତପେ ସତୀରାଣୀ ତୃପ୍ତ ହୋଇଢାଉରଙ୍ଗ ବୃକ୍ଷମୂଳେ ମିଳିଲେକ ଯାଇ ।ଦେଖିଣ ଅନୁସୂୟାଙ୍କ ତପ ତେଜି ରତିଭକ୍ତିଭରେ ପାଦତଳେ କରିଲା ପ୍ରଣତି ।ନିଜ ମନ କଥାମାନ ତାଙ୍କୁ ଜଣାଇଲାପୂରୁବ ଘଟଣା ଯେତେ ବର୍ଣ୍ଣନା କରିଲା ।ଶୁଣି ଦେବୀ ଅନୁସୂୟା ବୋଇଲେ ବଚନସେଥିନେଇ ସତୀଗୋଷ୍ଠୀ ପେଶିଲେ ଏ ସ୍ଥାନ ।ଆଉ ଭାବନା ନ କର ମନ ମଧ୍ୟେ ତୁହିଆଠଦିନ ମଧ୍ୟେ ପତି ଭେଟିବୁ ସୁମୁହୀଁ ।ବଳାତ୍କାରେ ନେବ ତୋତେ ସମ୍ବର ଅସୁରତା ପୁରରେ ଭେଟ ହେବୁ ସ୍ୱାମୀକୁ ତୋହରପୁଣି ସତୀ ଅନୁସୂୟା ପାଦରେ ନମିଲେଧୂପ ଦୀପ ନଇବେଦ୍ୟ ଆଣି ବନ୍ଦାଇଲେ ।ରତି ଭକ୍ତିରେ ସନ୍ତୁଷ୍ଟ ହୋଇ ଅତ୍ରି ନାରୀଆଶୀର୍ବାଦ କଲେ ଶୀଘ୍ର ପତି ପାଅ ଗୋରୀ ।ଏତେ କହି ଅନୁସୂୟା ହେଲେ ଅନ୍ତର୍ଦ୍ଧାନତାହାପରେ ଯାହା ହେଲା ଶୁଣ ସାଧୁଜନ ।ସାରାବତୀ କଟକରେ ପଶ୍ଚିମ ଦେଶରବାସକରି ରହିଥାଏ ସମ୍ବର ଅସୁର ।ମହା ବଳବାନ୍ ଦୈତ୍ୟ ଜାଣେ କଉଶଳତେଣୁ ରାଜା ହୋଇଲାଣି ସେ ବହୁତ କାଳ ।ବୈଜ୍ଞାନିକ ପ୍ରଣାଳୀରେ ଅଟେ ଧୁରନ୍ଧରତନ୍ତ୍ରବଳେ ବହୁ ମାୟା କରଇ ବିସ୍ତାର ।ଅନେକ ପ୍ରକାର ରୂପ ଧରିପାରେ ସେହିତେଣୁ ତିନିପୁରେ ତାକୁ କେହି ନ ପାରଇ ।ଅନର୍ଯ୍ୟାପ୍ତ ସୈନ୍ୟବଳ ଥାଆନ୍ତି ତାହାରଶତ ଶତ ସୁନ୍ଦରୀ ଯେ ରାଣୀ ଅସୁରର ।ବଳାତ୍କାରେ ଦେବକନ୍ୟା ନାଗକନ୍ୟା ହରିଅଙ୍ଗଭୋଗ କରେ ପୁରେ ରଖି ବହୁ ନାରୀତିନିପୁର ମଧ୍ୟେ ସର୍ବେ ଥାନ୍ତି ତାକୁ ଡରିଦେଖିଲା ମାତ୍ରେ ଦୈତ୍ୟକୁ ଭୟେ ସର୍ବେ ଥରି ।ଦିନେ ରାଜା ସୈନ୍ୟଗଣ ଘେନିଣ ସଙ୍ଗରଜମ୍ବୁଦ୍ବୀପେ ଭ୍ରମିବାକୁ ହୋଇଲା ବାହାର ।ବହୁତ ସ୍ଥାନ ଯେ ବୁଲି ବୁଲି ରକ୍ଷବରମିଳିଲା ଯାଇ ବାରୁଣାଗିରି ନିକଟରେ ।ସେ ବନର ଶୋଭା ଅଟେ ଅତି ମନୋହରଅଦିନରେ ବସନ୍ତ ବହଇ ଧୀର ଧୀର ।ଫଳ ପୁଷ୍ପ ସୌରଭରେ ମୋହୁଛି କାନନଚୂତ ବୃକ୍ଷରେ କୋକିଳ ଗାଇ ମୋହେ ମନ ।ଦେଖିଣ ସେ ଶୋଭାରାଶି ସମ୍ବର ଅସୁରତମ୍ବୁ ପକାଇ ରହିଲା ସେ ବନ ମଧ୍ୟର ।ଦିନେ ଏକାନ୍ତେ ସମ୍ବର ଭ୍ରମଣ କରିଲାସୈନ୍ୟସାମନ୍ତ କାହାକୁ ସଙ୍ଗରେ ନ ନେଲା ।ସେ ବନର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲାଭାବଇ ନନ୍ଦନ ବନ ସ୍ୱର୍ଗୁ କେ ଆଣିଲା ।ବୁଲି ବୁଲି କ୍ଲାନ୍ତ ହୋଇ ବଡ଼ ତୃଷା ହେଲାପାଣି ପିଇବାକୁ ଖୋଜି ଝରଟା ପାଇଲା ।ତୃଷାରେ ଆତୁର ହୋଇଥିଲା ଦୈତ୍ୟବରମନ ଖୁସିରେ ପିଇଲା ଝରଣାରୁ ନୀର ।ଯହୁଁ ଜଳପାନ କରି ତୃପ୍ତି ଲାଭକଲାକୂଳକୁ ଆସିଣ ଦୈତ୍ୟ ବିଶ୍ରାମ ଲୋଡ଼ିଲା ।ଢାଉରଙ୍ଗ ଗଛ ଶୋଭା ଅତି ମନୋହରସ୍ୱୟଂ ରତିଦେବୀ ଉଭା ଯେବଣ ସ୍ଥାନର ।ସେ ବୃକ୍ଷର ଶୋଭାଦେଖି ଦୈତ୍ୟଧୀରେ ଧୀରେବିଶ୍ରାମ ଲାଗି ପ୍ରବେଶ ହେଲା ତା ମୂଳରେ ।ଚାହିଁଦ୍ୟନ୍ତେ ଦେଖେ ଦୈତ୍ୟ ଅପୂର୍ବ ସୁନ୍ଦରୀବଳ ଅର୍କ ପ୍ରାୟ ଶୋଭା ତପକରେ ଗୋରୀ ।କନ୍ଦର୍ପଠାରୁ ଅଧିକ ରୂପ ଯେ ତାହାରଦେଖି କାମରେ ଅଚେତ ହେଲା ଦୈତ୍ୟବର ।କ୍ଷଣେ ଚେତା ପାଇ ରାଜା କଲା ନିରୀକ୍ଷଣଲମ୍ବମାନ ଦୀର୍ଘକେଶ ସୁଘନ ଚିକ୍ଣ ।ପଦ୍ମମୁଖୀ ମୃଗନେତ୍ରୀ ଖେଳାଲୋଳାଡୋଳାବଦନର ଶୋଭା ଘନେ ଯେସନେ ଚପଳା ।ଏହିରୂପେ କି ବର୍ଣ୍ଣିବି ଶୋଭା ମୁଁ ତାଙ୍କରକନ୍ଦର୍ପର ମନୋହାରୀ ରତି ନାମ ଯାର ।ବ୍ୟାଘ୍ର ଛାଲ ପରିଧାନ ଭସ୍ମ ବୋଳି ହୋଇରୁଦ୍ରାକ୍ଷ ମାଳାରେ ଅଙ୍ଗ ଅଛି ମଣ୍ଡି ହୋଇ ।ଅବିରତ ଜପକରେ ବ୍ରହ୍ମେ ଲୟ ଦେଇଚଞ୍ଚଳ ଚିତ୍ତ ଅଚଳ କରିଣ ସୁମୁହୀଁ ।ଦେଖି କାମବାଣେ ଘାରିହୋଇ ଦୈତ୍ୟବରବୈଷ୍ଣବ ନିକଟେ ଯାଇ ହୋଇଲା ହାଜର ।ବୋଇଲାରେ ଗୋରୀ କେଉଁଦେଶେ ତୋର ଘରତୋ ନାମ ଅଟଇ କିସ ନାମ ତୋ ସ୍ୱାମୀର ।କିମ୍ପା ଭରା ଯଉବନ ଘେନି ଚମ୍ପା ଗୋରୀଏ ବୟସେ ଯୋଗ ସାଧୁ କହରେ ସୁନ୍ଦରୀ ।ଏତେ କହି ମାୟା ବିସ୍ତାରିଲା ଦୈତ୍ୟବରକନ୍ଦର୍ପ ପ୍ରାୟକ ରୂପ ହୋଇଲା ସୁନ୍ଦର ।ଦୈତ୍ୟବାଣୀ ଶୁଣି ରତି ଚକ୍ଷୁ ପିଛାଡ଼ିଲେଅମୀୟ ଭାରତୀ ଦୈତ୍ୟବରେ ଶୁଣାଇଲେ ।ଅଟଇ ଘର ମୋହର ଏଠୁ ବହୁଦୂରସ୍ୱାମୀଙ୍କ ଲାଗି ତପସ୍ୟା କରେ ଏ ସ୍ଥାନର ।ଶିବଙ୍କ କୋପରେ ମୋର କାନ୍ତ ଭସ୍ମ ହେଲେତପସ୍ୟା କରଇ ତାଙ୍କୁ ପାଇବାକୁ ଭଲେ ।ମୋର ନାମ ମାୟାବତୀ ମଦନ ଘରଣୀଏହି ପରିଚୟ ମୋର ଶୁଣ ନୃପମଣି ।ଗୋରୀ ମୁଖରୁ ବଚନ ଶୁଣି ଦୈତ୍ୟବରକାମବାଣେ ଦହି ହେଲା ହୃଦୟ ତାହାର ।ଶୁଣ ଆରେ ଗୋରୀ ନାମ ଅଟେ ମୋ ସମ୍ବରସାରାବତୀ କଟକରେ ମୁହିଁ ଅଧୀଶ୍ୱର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେତେ ନରପତିମୋ ନିକଟେ ସର୍ବେ ପରାଜୟ ହୋଇଛନ୍ତି ।ସର୍ବ ଗୁଣେ ପରିପୂର୍ଣ୍ଣ ଭଣ୍ଡାର ମୋହରମାତ୍ର ତୁମ୍ଭ ପରି ନାହିଁ ଜଣେ ନାରୀବର ।ମୋ ବଚନ ମାନି ସଖୀ ତପ ପରିହରନ ପାଏ ଶୋଭା ତୁମ୍ଭଙ୍କୁ ଏ ବେଶ ନିକର ।ଚାଲ ମୋ ସଙ୍ଗେ ମୁଁ ପାଟରାଣୀ କରାଇବିଦାସ ହୋଇ ତୋର ପାଦେ ସର୍ବଦା ଖଟିବି ।ଯେତେବେଳେ ଯେଉଁ ଦ୍ରବ୍ୟ ହେବ ଦରକାରଆଜ୍ଞା ପରମାଣେ ଖଟାଇବି ମୁଁ ପାଶର ।ନ ମାନିବୁ ଯଦି ବୋଲରେ ନାରୀ ରତନତୋହ ନିକଟେ ହାରିବି ନିଶ୍ଚୟ ଜୀବନ ।ବିରହରେ ହୃଦ ବନ ଦହୁଛି ମୋହରପ୍ରେମ ବାରି ସିଞ୍ଚି ଗୋରୀ ଶୀଘ୍ର ତୁ ନିବାରସମ୍ବର ବଚନ ଶୁଣି ବ୍ରହ୍ମାଙ୍କ କୁମାରୀବୋଲେ ଏହା କି ଉଚିତ ଅଟଇ ତୁମ୍ଭରି ।ତୁମ୍ଭେ ପରା ନରପତି ରାଜା ଅଧୀଶ୍ୱରଯେତେ ନାରୀ ନର ସର୍ବେ ପରଜା ତୁମ୍ଭର ।ରାଜା ହୋଇ ଯଦି ତୁମ୍ଭେ ଅନ୍ୟାୟ କରିବକାହା ଆଗେ ପ୍ରଜା ତାର ଦୁଃଖ ଜଣାଇବ ।ଏହା ତୁମ୍ଭର ରାଜନ ନୁହଁଇ ଉଚିତଦୁନିଆରେ ପରନାରୀ ଅଟେ ମାତୃବତ ।ପରନାରୀ ବଳାତ୍କାରେ ଯେ କରେ ହରଣଜୀବନ ଥାଉଁ ଗୋ ତାର ହୁଅଇ ମରଣ ।ଅନ୍ତକାଳେ ନରକର ଯାତନା ଭୋଗଇକୀଟ ପତଙ୍ଗ ଯୋନିରେ ଜନମ ଲଭଇ ।ପର ନାରୀ ହରି ମଲା ଲଙ୍କାର ରାବଣରାମନାରୀ ସୀତାଙ୍କୁ ନେଇ ଚୋରାଇଣ ।ସବଂଶେ ନାଶ ହୋଇଲେ ଜଣେ ନ ରହିଲାଶେଷେ ତାହା ଘରଣୀକୁ ପର ଯେ ହରିଲା ।ପର ନାରୀ ହରିବାରୁ ନେଲା ଜଳନ୍ଧରତାର ନାରୀ ହରି କୃଷ୍ଣ ପ୍ରାଣ ନେଲେ ତାର ।ଗୌତମ ନାରୀଙ୍କୁ ସୁନାସୀର ଯେ ହରିଲେଶେଷେ ସସ୍ର ଯୋନି ଦେହେ ବହିଣ ବୁଲିଲେତେଣୁ ମନାକରେ ମୋର ଅଙ୍ଗ ଛୁଅଁ ନାହିଁବଳାତ୍କାରେ ଛୁଇଁଦେଲେ ଜଳିଯିବୁ ତୁହି ।ପତି ବିନା ଜୀବନରେ ନ ଜାଣେ ମୁଁ ଆନତ୍ରିଭୁବନେ ନାହିଁ କେହି ତାହାଙ୍କୁ ସମାନ ।ଶୁଣିଣ ରାକ୍ଷସ ବୋଲେ ନ କୁହ ସୁନ୍ଦରୀମରିବି ପଛକେ କେଭେ ନ ଯିବି ମୁଁ ଡରି ।ଜନ୍ମ ହେଲେ ମନୁଷ୍ୟର ମରଣ ହୁଅଇମାତ୍ର ତୋହ ପରି ନାରୀ କାହୁଁ ପାଇବଇଁ ।ଧରୁଛି ଚରଣ ଗୋରୀ ନ କର ନିରାଶତୋର ପାଦତଳେ ରଖ କରି କିଣା ଦାସଦେଖ ବିରହରେ ହୃଦ ଆତୁର ହୁଅଇଧୈର୍ଯ୍ୟ ଧରି ନ ପାରଇ ଆରେ ଚାନ୍ଦମୁହୀଁ ।ପୂର୍ବ କଥାମାନ ଗୋରୀ ମନରେ ପାଞ୍ଚିଲେଅନୁସୂୟା କହିଥିବା ବାଣୀ ଚିନ୍ତା କଲେ ।ପିତା ନ କହି ଅଛନ୍ତି ମୁଁ ସମ୍ବର ପୁରେସ୍ବାମୀଙ୍କୁ ପାଇବି ନିଶ୍ଚେ ଅଳପ ଦିନରେ ।ପିତା ମନ୍ତ୍ର ସ୍ମରି ମାୟାନାରୀ ଭିଆଇବିମାୟାରେ ଅସୁରକୁ ମୁଁ ଲୁଚିଣ ରହିବି ।ସେ ମାୟା ନାରୀକୁ ପେଶି ତୋଷିବି ୟା ମନମୁହିଁ ଗୁପ୍ତେ ଅସୁରକୁ ନ ଦେବି ଦର୍ଶନ ।ଦେଖିଲେ ଯେ ଦେବୀ ଦୈତ୍ୟ ହେଉଛି ଆତୁରଦର ହସି କୁନ୍ଦଦନ୍ତୀ ଭାଷି ମୃଦୁ ଗୀର ।ବୋଲନ୍ତି ଯଦ୍ୟପି ତୁମ୍ଭ ମୋତେ ସଙ୍ଗେ ନେବମୋ କହିବା ମୁତାବକ କାର୍ଯ୍ୟ ଯେ କରିବକେତେକ ସର୍ତ୍ତକୁ ରକ୍ଷା କରିଲେ ମୋହରନିଶ୍ଚୟ ଭାରିଯା ମୁହିଁ ହୋଇବି ତୁମ୍ଭର ।କ୍ଷୁଧାର୍ତ୍ତକୁ ଯେହ୍ନେ ମିଳେ ସୁମିଷ୍ଟ ଆହାରତେସନେ ମନେ ଭାବଇ ସମ୍ବର ଅସୁର ।ବୋଇଲେରେ ଗୋରୀ ନିଶ୍ଚେ ତୋରବାକ୍ୟ ମୁହିଁପାଳିବି ଶପଥ କରୁଅଛି ଧର୍ମେ ଚାହିଁ ।ତିନିବାର ଶପଥ ଯେ କଲା ଦୈତ୍ୟଶ୍ୱରତା ପରେ ଭାଷିଲେ ଦେବୀ ବଚନ ମଧୂର ।ବୋଇଲେ ଯଦ୍ୟପି ତବ ଭାର୍ଯ୍ୟା ହେବି ମୁହିଁଅନ୍ୟରାଣୀମାନେ ମୋତେ ନ ଦେଖିବେ କେହିଦ୍ବିତୀୟେ ହେଉଛି ତୁମ୍ଭେ ଦିବସରେ ମୋତେନ କରି ସାକ୍ଷାତେ ଦେଖା କରିବ ଯେ ରାତ୍ରେ ।ଜୀବନେ ଉଚ୍ଛିଷ୍ଟ କାର ମୁଁ ନ ଛୁଇଁବଇଅଲଗା ମୋ ପାଇଁ ପୁର ଦେବ ଯେ ଭିଆଇ ।ମୋ ପୁରେ ତବ ସଙ୍ଗରେ ଭେଟ ହେବ ନାହିଁମୁହିଁ ତୁମ୍ଭ ପାଶେ ରାତ୍ରେ ଯାଇ ମିଳିବଇଁ ।ରଜନୀରେ ସାକ୍ଷାତ ଯେ ତୁମ୍ଭର ମୋହରଯା ଚାହିଁବି ତାହା ଆଣିଦେବ ମୋ ପାଶର ।ସବୁ କଥାରେ ଦଇବ କଲା ସନମତଧ୍ୟାନ ଭାଙ୍ଗି ବାହାରଇ ଦେବୀ ଦୈତ୍ୟ ସାଥ ।ସାରାବତୀ ନଗରରେ ପ୍ରବେଶ ହୋଇଲେଅନ୍ତପୁର ମଧ୍ୟେ ରତିଦେବୀ ବିଜେକଲେ ।ରାଜକାର୍ଯ୍ୟେ ଦୈତ୍ୟବୀର ମନ ଲାଗଇକିପରି ରଜନୀ ହେବ ଚାହିଁ ବସିଥାଇ ।ପକ୍ଷେ ଯହୁଁ ଅସ୍ତମିତ ହେଲେ ଦିନନାଥଅନ୍ତଃପୁରେ ଥାଇ ଦେବୀ ହୋଇଲେ ଚିନ୍ତିତ ।ଭାବିଲେ ଯଦ୍ୟପି ମୁହିଁ ଦୈତ୍ୟକୁ ଛୁଇଁବିଏ ପବିତ୍ର ଅଙ୍ଗ ଗୋଟି ନାଶ ଯେ କରିବି ।ଯଦ୍ୟପି ସ୍ୱାମୀ ଦେଖିବେ ବୋଲିବେକ କିସଚେତା ଥାଉଁ ଥାଉଁ କିମ୍ପା ହେବି ମୁଁ ବେହୋସ ।ଏତେ ଭାବି ରତିଦେବୀ ଉପାୟେକ କଲେକୁଙ୍କୁମ ଲଗାଇ ଗୋରୀ ମଳି ଛଡ଼ାଇଲେ ।ସେହି ମଳି ଏକତ୍ରିତ କରିଣ ସୁନ୍ଦରୀତା ମଧ୍ୟରୁ ଜାତକଲେ ମାୟାବତୀ ନାରୀ ।ରତିଙ୍କ ସମାନ ରୂପ ଦିଶଇ ତାହାରଆଜ୍ଞା ଦେଲେ ଯାଅ ତୁହିଁ ଦଇତ ପାଶର ।ରାତ୍ରସାରା ତାର ସଙ୍ଗେ କେଳି ଆରମ୍ଭିବୁଦିବସ ହୋଇଲେ ମୋର ପାଶେ ତୁ ଆସିବୁ ।ସବୁ ପରକାର ମାୟା ତିଆରି କହିଲେନିଜ ଆଭରଣ ବସ୍ତ୍ର ତା ଅଙ୍ଗରେ ଦେଲେ ।ମାୟାବତୀ ରୂପ ଦିଶେ ଅତି ମନୋହରଦଇତ ପୁରରେ ଯାଇ ହୋଇଲା ହାଜର ।କାମାତୁର ହୋଇ ଦୈତ୍ୟବର ବସିଥିଲାମାୟାବତୀକୁ ଦେଖିଣ କୋଳେ ବସାଇଲା ।ନାନା ବନ୍ଧରେ ପୀରତି କଲା ଯେ ଅସୁରମାୟାକୁ ଶିଖାଇଥିଲେ ରତି ଯେ ପ୍ରକାର ।ହାସ୍ୟ ପରିହାସେ ଦ୍ବୟେ ରଜନୀ ପାହିଲାପ୍ରଭାତ ହୁଅନ୍ତେ ମାୟାବତୀ ଯେ ଚଳିଲା ।ଅଲଗା ରହିଲେ ରତିଦେବୀ ଗୋପ୍ୟ ହୋଇମାୟାବତୀକି ଯେ ଦେବୀ ଦିଅନ୍ତି ଉଭାଇ ।ମହା ଆଡ଼ମ୍ବରେ ରତିଦେବୀ ରହିଥାନ୍ତିଶତ ଶତ ଦାସୀମାନେ ସେବା ଯେ କରନ୍ତି ।କାମଦେବ ଚାହିଁ ରତିଦେବୀ ଯେ ରହିଲେଏହାପରେ ଆନ ରୀତି ଶୁଣ ସର୍ବେ ଭଲେ ।ପ୍ରଦ୍ୟୁମ୍ନ ଜନ୍ମ ଚରିତ କହୁଅଛି ମୁହିଁଠିକେ ଠକେ ସଂକ୍ଷେପରେ ଦେବି ମୁଁ ବୁଝାଇ ।ଦ୍ୱାରକାପୁରେ ରୁକ୍ମିଣୀ ଗର୍ଭବତୀ ହେଲେଅରୁଚି ହୋଇଲା ଅନ୍ନ ଭୋଜନ ନ କଲେ ।ବସୁଧା ଉପରେ ଦେବୀ କରିଲେ ଶୟନତୁଳି ତଳ୍ପ ଶଯ୍ୟା ତାଙ୍କୁ ଲାଗିଲା ଯେ ଆନ ।ବେଳୁବେଳ ଦେବୀଙ୍କର ଗର୍ଭ ହେଲା ଭାରିଚାଲି ନ ପାରି ଭୂମିରେ ଯାଆନ୍ତି ଘୁସୁରି ।ଚାହୁଁ ଚାହୁଁ ଦଶମାସ ଦଶଦିନ ହେଲାରୁକ୍ମିଣୀ ଦେବୀଙ୍କ ଗର୍ଭବ୍ୟଥା ଯେ ହୋଇଲା ।ଗର୍ଭବ୍ୟଥା ହେବା ଦେଖି ପ୍ରଭୁ ଚକ୍ରଧରଜ୍ୟୋତିଷ ବୈଦ୍ୟ ପଣ୍ଡିତ ରାଇଲେ ସତ୍ୱର ।ବ୍ରହ୍ମଋଷି ରାଜଋଷି ଦେବର୍ଷି ସହିତଯେ ଯାହାର ଆସ୍ଥାନରେ ହେଲେ ଉପଗତ ।ଚିତ୍ରା ନାମରେ ନକ୍ଷତ୍ର ଅଟେ ସେ ଦିନରରୁଷଭ ଶୁକ୍ଳ ଯେ ଏକାଦଶୀ ଚନ୍ଦ୍ରବାର ।ବାର ନକ୍ଷତ୍ରର ଅବିଗୁଣ ନାହିଁ କିଛିସକଳ ଶୁଭ ଯୋଗରେ ଲଗ୍ନମାନ ଅଛି ।ପାରୁଶେ ବେଢ଼ିଅଛନ୍ତି ବହୁ ଦାସୀବୃନ୍ଦଯେ ଯାହାର ଅନୁରୂପେ ହୋଇଣ ଆନନ୍ଦ ।ଦେବୀଙ୍କର ଗର୍ଭବ୍ୟଥା ହୁଏ ଘନ ଘନସୁଦକ୍ଷ ଧାତ୍ରୀମାନେ ଯେ ଥାନ୍ତି ବିଦ୍ୟମାନ ।ସ୍ୱର୍ଗ ଧନ୍ବନ୍ତରୀ ଆସି ମିଳିଲେ ବହନସୂକ୍ଷ୍ମ ପ୍ରସବ ଔଷଧ କରାଇଲେ ପାନ ।ଗୋଧୂଳି ଲଗନ ବେଳ ଅଛି ଘଡ଼ି ଦୁଇବାରୁଣୀ ଦିଗରେ ଦିନ ଥାନ୍ତି ଉଭା ହୋଇ ।ହସି ହସି ସ୍ୱସ୍ଥାନକୁ ଚଳନ୍ତି ଭାସ୍କରଫପୁଆ ଶୋଭାରେ ପୃଥୀ ଦିଶଇ ସୁନ୍ଦର ।ପକ୍ଷୀମାନେ ଆକାଶରେ ପନ୍ତି ପନ୍ତି ହୋଇଆହାର ସଂଗ୍ରହ କରି ବାସେ ଛନ୍ତି ଧାଇଁ ।ଗ୍ରାମ ନାରୀମାନେ ପୂର୍ଣ୍ଣକୁମ୍ଭମାନ ଧରିଗୀତ ଗାଇ ଜଳ ତୋଳି ଚଳନ୍ତି ସୁନ୍ଦରୀ ।ପ୍ରାଜୀ ଗଗନରେ ଚନ୍ଦ୍ର ଜ୍ୟୋତି ବିକାଶଇଦେଖି କୁମୁଦିନୀ ରାଣୀ ଆନନ୍ଦେ ନାଚଇ ।ରଜନୀ ରାଣୀ ମର୍ତ୍ତ୍ୟକୁ ଆଗମନ ପାଇଯତ୍ନେ ବେଶ ବଳାଉଛି ମୁକ୍ତରେ ଅନାଇ ।ଗୋଗେଷ୍ଠ ଧାମନ୍ତ ଗାଭୀ ହମ୍ବାରଡ଼ି ଦେଇପୁଚ୍ଛ ଟେକି ବତ୍ସାଗଣ ଆସୁଛନ୍ତି ଡେଇଁ ।ଏହିପରି ସମୟରେ ଶ୍ରୀକୃଷ୍ଣଙ୍କ ସୁତଭୂମିପରେ ମାତା ଗର୍ଭୁ ହେଲେ ଉପଗତ ।ବସୁଧାରେ ପଡ଼ି ସୁତ କୁଆଁ କୁଆଁ ରଡ଼ିଦିଅନ୍ତେଣ ନଗ୍ରଲୋକ ଆସିଲେକ ଭିଡ଼ି ।ମାତ ଦଇବକୀ ଆଦି ନଗ୍ର ନାରୀଗଣଉଷ୍ଣ ବାରିରେ ପୁତ୍ରକୁ ଦେଲେ ଯେ ଧୋଇଣ ।ସୁବର୍ଣ୍ଣର ଶାମୁକାରେ ନାଭି କାଟିଦେଲେଅଗରୁ ଚନ୍ଦନ ଆଣି ଅଙ୍ଗରେ ଲେପିଲେ ।ଅମର ଔଷଧ ଆଣି ଧନ୍ୱନ୍ତରୀ ଦେଲେରୁକ୍ମିଣୀ ଗର୍ଭ ବେଦନା ଦକ୍ଷଣେ ଧ୍ୱସିଂଲେ ।ଦ୍ୱାରକା ପୁର ସେ ଦିନ ଆନନ୍ଦ ଉତ୍ସବଏନ୍ତୁଡ଼ିଶାଳରେ ରୁଣ୍ଡ ବହୁତ ଯାଦବ ।ଶୁଚି କରି ନାରୀମାନେ ମାତା ପୁତ୍ରେ ନେଇଉତ୍ତମ ତୁଳି ଶେଯରେ ଦେଲେ ଯେ ଶୁଆଇ ।କେ କର୍ପୂର ଗୁଣ୍ଡି ସିଞ୍ଚେ କେ ପଙ୍ଖା କରଇକେ ଚାମର ଢାଳେ କେହୁ ଆଲଟ ପକାଇ ।କେ ବଜାଏ ଭେରୀ କେହୁ ବଜାଏ କାହାଳିକେ ଶୁଭ ଗୀତିକା ଗାଇ ଦିଏ ହୁଳହୁଳି ।ମଙ୍ଗଳାଷ୍ଟକ ପଢନ୍ତି ଋଷି ବିପ୍ରଗଣଶୁଭ ବେଳାରେ ଜ୍ୟୋତିଷ କୋଷ୍ଠିକରେ ପୁଣଏହିପରି ଯେ ଯାହାର କାର୍ଯ୍ୟେ ଲାଗିଥାନ୍ତିଯେହ୍ନେ ଯଦୁକୁଳ ହସ୍ତେ ଚନ୍ଦ୍ର ଧରିଛନ୍ତି ।ରହି ନାରଦ ମହର୍ଷି ସର୍ବ ଦେଖୁଥିଲେମନ ଯାନେ ଚଢି ସାରାବତୀରେ ମିଳିଲେ ।ଆସ୍ଥାନ ଉପରେ ବସିଥିଲା ଦୈତ୍ୟବରମୁନିଙ୍କୁ ଦେଖିଣ ସ୍ଥାନ ତେଜିଲା ଅସୁର ।ଖଣ୍ଡେ ଦୂରରୁ ପାଛୋଟି ଋଷିବରେ ନେଲାପବିତ୍ର ଜଳେ ତାହାଙ୍କ ପାଦ ପଖାଳିଲା ।ସୁଝୀନ ବସନେ ପାଦ ପୋଛି ଯେ ସମ୍ବରମହର୍ଷିଙ୍କ ପାଦତଳେ କଲା ନମସ୍କାର ।କଲ୍ୟାଣ କରନ୍ତି ଋଷି କାର୍ଯ୍ୟ ଜୟକରଶତ୍ରୁକୁ ବିନାଶି ସୁଖେ ରାଜ୍ୟ ଭୋଗ କର ।ମୁନିଙ୍କୁ ପୁଚ୍ଛଇ ଦୈତ୍ୟ ସୌଭାଗ୍ୟ ମୋହରକି ନିମନ୍ତେ ମୋ ଘରରେ ପଡ଼ିଲା ପୟର ।ଶୁଣି ତପୋଧନ ହର୍ଷେ ବୋଲନ୍ତି ବଚନଆମ୍ଭେ ଯାଇଥିଲୁ ଆଜି ଦ୍ବାରକା ଭୁବନ ।କୃଷ୍ଣଙ୍କ ନାରୀ ରୁକ୍ମିଣୀ ଗର୍ଭରୁ କୁମରଜନମ ହୋଇଛି ଦେଖି ଆସିଲୁ ଚକ୍ଷୁର ।ଅତି ସୁଖେ ରାଜ୍ୟ ଭୋଗ କରିଥିଲୁ ତୁହିତୋ ସମାନ ବୀର ତିନିପୁରେ ଥିଲେ ନାହିଁ ।ଏ ଯେଉଁ ପୁତ ଜନମ ହୋଇଛି କୃଷ୍ଣରତୋତେ ମାରିବାକୁ ହୋଇଅଛି ଅବତାର ।ଶାସ୍ତ୍ରେ ଅଛି ରୋଗ ଋଣ ଶତ୍ରୁ ଏହି ତିନିତୁରନ୍ତ କରିବ ଶେଷ କା ବୋଲ ମ ମାନି ।ତେଣୁ ଆମ୍ଭ ମନ ଯେଣୁ ହେଲା ଦୁଃଖ ଘୋରନ ଯାଇ ସ୍ୱର୍ଗକୁ ଚମକିଛୁ ତୋର ପୁର ।ବେଳହୁଁ ଉପାୟ ଯେବେ ନ କରିବୁ ତୁହିପଛକୁ ଅନେକ ଦୁଃଖ ଦେବ ତୋତେ ସେହି ।ଆଜି ଯଦ୍ୟପି ତାହାକୁ ଆଣନ୍ତୁ ଚୋରାଇପୁତ୍ର ପରି ପାଳିଲେ ତା ଶତ୍ରୁ ନ ହେବଇଁ ।ଆବର ଯେ ପିତା ପୁତ୍ର ଦୁହେଁ ମେଳ ହେଲେତିନିପୁର ଜନ କରାୟତ ହେବେ ଭଲେ ।ନ ମାରି ପରାଣେ ପୁତ୍ର ଭାବି ପାଳ ତୁହିପିତା ମଣି ତୋର ବୋଲ ମାନିଥିବ ସେହି ।ସେ ତ ଅନ୍ୟ କାକୁ ପିତା ବୋଲି ନ ଜାଣିବପିତା ପୁତ୍ର ଦୁହେଁ ମିଳି ପୃଥିବୀ ଜିଣିବ ।ଦୁନିଆରେ ନ ପାରିବେ ସେ ପୁତ୍ରକୁ କେହିସମସ୍ତଙ୍କଠାରୁ ବଳବାନ ହେବ ସେହି ।ବୋଲଇ ଅସୁର ବର୍ତ୍ତମାନ ମୁହିଁ ଯିବିଅନ୍ତୁଡ଼ିଶାଳରୁ ଯାଇ ପୁତ୍ରକୁ ଆଣିବି ।ମୋର ପୁରେ ଆଜି ତୁମ୍ଭେ ରୁହ ମୁନିବରନାମକରଣ କରିଣ ଯିବ ସ୍ୱର୍ଗପୁର ।ନାରଦ ବୋଲନ୍ତି ହେଉ ରହୁଅଛି ମୁହିଁଏହି ଶୁଭ ମୁହୁର୍ତ୍ତରେ ଚଳିଯାଅ ତୁହି ।ତତକ୍ଷଣେ ଦୈତ୍ୟବର ବାହାର ହୋଇଲାପାଦୁକା ମନ୍ତ୍ର ସୁମରି ଦ୍ୱାରକା ଗମିଲା ।ରାତ୍ର ବେନ ଘଡ଼ି ଥାଉ ଦ୍ୱାରକା ପୁରରେମିଳିଣ ଯାଇଣ ଦୈତ୍ୟ ଅନ୍ତୁଡ଼ିଶାଳରେ ।ମାୟାବତୀ ଦଇତ ଜାଣେ ବହୁ କଉଶଳମାଛି ରୂପ ହୋଇ ପଶି ସେ ଅନ୍ତୁଡ଼ିଶାଳ ।ଦେଖିଲା ରତ୍ନ ପଲଙ୍କେ ଶୋଇଛି କୁମରପ୍ରସବ ବାଧାରେ ଜ୍ଞାନ ନାହିଁ ରୁକ୍ମିଣୀର ।ପାରୁଶରେ ଛନ୍ତି ଯେତେ ଦାସୀ ପରିବାରୀସମସ୍ତ ନିଦ୍ରାରେ ଶୋଇଛନ୍ତି ଜ୍ଞାନହାରି ।ଧୀରେ ଧୀରେ ଦୈତ୍ୟବର ନିକଟକୁ ଯାଇକୁମରମଣିକୁ କୋଳେ ଆଣିଲା ଉଠାଇ ।ଅତି ଯତ୍ନେ ପୁତ୍ର ଧରି ହୋଇଲା ବାହାରପାଦୁକା ମନ୍ତ୍ର ସୁମରି ମିଳିଲାକ ପୁର ।ଦେଖିଣ ପୁତ୍ର ବଦନ ମହର୍ଷି ନାରଦବୋଲନ୍ତି ଯା ଯୋଗୁ ଯିବ ଦେବଙ୍କ ବିପଦ ।ସମ୍ବରଙ୍କୁ ବୋଲନ୍ତି ସେ ପୁତ୍ର ଏହି ତୋରତେଣୁ ଧାତା ଯୁଟାଇଲା ଆଣି ତୋ ପାଶର ।ପରଜନ୍ମରେ ବୋଧେ ଏ ପୁତ୍ର ତୋର ଥିଲାଏ ଜନ୍ମରେ ତୋର ଭାଗ୍ୟ ଆସିଣ ଯୁଟିଲା ।ଆନନ୍ଦ ହୋଇଣ ବୋଲେ ସମ୍ବର ଅସୁରଆହେ ଦେବ ମୋ ପୁତ୍ରକୁ କଲ୍ୟାଣ ଯେ କର ।ଆବର କି ନାମ ଗୋଟି ରହିବ ଏହାରସମସ୍ତ ଦାୟିତ୍ବ ଦେଲି ମୁହିଁ ତପିବର ।ହସି ନାରଦ ବୋଇଲେ କୁମର ତୋହରଦୀର୍ଘଜୀବୀ ହୋଇ ଶତ୍ରୁ କରୁ ସେ ସଂହାର ।ଆବର ଦେଲି ୟା ନାମ ମୁଁ ମୀନକେତନଛଣା ମୀନ ପରି ଦିଶେ ଏହାର ବଦନ ।ଏତେ ବୋଲି କେତନର କର୍ଣ୍ଣେ ମୁନିବରପୂର୍ବ ନାମ ଚେତାଇଣ ଦେଲେ ବାରମ୍ବାର ।ତହୁଁ କୁମର ମହର୍ଷିଙ୍କର ମୁଖ ଚାହିଁପାକୁଆ ପାଟିରେ ହସେ କର କର ହୋଇ ।ଆବର ବୋଲନ୍ତି ଯତି ଶୁଣ ନୃପବରମାୟାବତୀ ପାଶେ ନେଇ ଛାଡ଼ ଏ କୁମର ।ଯୁବାକାଳେ ତୋତେ ଆଶ୍ରା କରିଅଛି ସେହିପାଇଲେ ଏ ପୁତ୍ର ଗୋଟି ଆନନ୍ଦ ହେବଇଁ ।ବୋଲଇ ସମ୍ବର ମୁଁ ତ ତାହା ଅଛି ଚାହିଁଭାବୁଛି କାଳେ ଯେ ରାଣୀ ରାଜି ହେବ ନାହିଁନାରଦ ବୋଲନ୍ତି ଆମ୍ଭେ ବୁଝାଇ କହିବାଯେପରି ତାହାଙ୍କ ହସ୍ତେ ଏ କୁମର ଦେବା ।ସତ୍ୟ କରିଅଛି ଆଗୁ ସମ୍ବର ଅସୁରଦିବସରେ ରାଣୀ ପାଶେ ନ ଯିବ ସତ୍ୱର ।ସେ ଯୋଗେ ଋଷିଙ୍କ ସଙ୍ଗେ ଦାସୀ ଏକ ଦେଇବୋଲେ ପୁତ୍ର ନେଇ ଋଷି ସଙ୍ଗେଯାଅ ତୁହି ।କୋଳେ ପୁତ୍ର ଧରି ଦାସୀ ନାରଦଙ୍କୁ ନେଇଅନ୍ତଃପୁରେ ରତି ପାଶେ ଦେଲା ପହଞ୍ଚାଇ ।ଯହୁଁ ମହର୍ଷିଙ୍କୁ ଦେଖି ଦେଲା ନାରୀବରପାଦତଳେ ପଡ଼ି କାନ୍ଦେ ହୋଇଣ ଅଧୀର ।ଆଖିଠାରି ଯତି ବୋଲନ୍ତି ଯେ ତୁନି ରହଦାସୀ ଶୁଣିଲେ ପ୍ରକାଶ କରିବ ନିଶ୍ଚୟ ।ଛଦ୍ରଣ କରିଣ ମୁନି ବୋଲନ୍ତି ବଚନଆଗୋ ରାଣୀ ତୁମ୍ଭେ ଆମ୍ଭ ଏକ କଥା ମାନଏ କୁମର ଗୋଟି ରାଜା ଆଣିଛନ୍ତି ପାଇଯତନେ ପାଳ ଏହାକୁ କ୍ଷୀର ପାନ ଦେଇ ।ଯହୁଁ ଶୁଣିଲେ ନାରଦଠାରୁ ଦେବୀ ରତିଦାସୀ କୋଳୁ ଛଡ଼ାଇ ନେଲେ ହେ ଝଟତି ।କୋଳେ ପୁତ୍ର ଧରି ଗୋରୀ ମହାନନ୍ଦ ହୋଇବୋଇଲା ଲୋ ଦାସୀ କ୍ଷୀର ଘେନିଆସ ତୁହିଶୁଣିଲା ମାତ୍ରକେ ଦାସୀ ହଜିଲା ଅନ୍ତରତେଣିକି ଚାଲିଲା ଗୁପ୍ତ ଭାଇ ଭଉଣୀର ।ନାରଦ ବୋଲନ୍ତି ସବୁ ଜାଣିଅଛି ମୁହିଁସେ କେବଳ ଏତେ କଉଶଳ ଅଛି ଭେଇ ।ଚିହ୍ନ ଭଲେ ଏ ନୁହେଁକି ମଦନ ତୋହରଦେଲି ତୋ ପତିକୁ ଆଣି ତୋରି ପାଖର ।କାଲି ରୁକ୍ମିଣୀ ଗର୍ଭରୁ ଭୂମିରେ ପଡ଼ିଲାମୋ କଥା ମାନିଣ ଆଜି ଦଇତ ଆଣିଲା ।ସାବଧାନ କରି ତୋତେ ଯାଉଅଛି ମୁହିଁବର୍ତ୍ତମାନ ତୋ ସ୍ୱାମୀକୁ ଚିହ୍ନା ଦେବୁ ନାହିଁ ।ଆଉ କିଛି ଦିନ ମାତ୍ର ତୁ ଅପେକ୍ଷା କରସମୟରେ ମାରିବ ଏ ମର ଅସୁର ।ବଡ଼ ହେଲେ ସ୍ୱାମୀସ୍ତିରୀ ଏକତ୍ର ହୋଇବଯଦି ଧରା ପଡ଼ ଏବେ ଅସୁର ମାରିବ ।ବର୍ତ୍ତମାନ ମାତା ପରି ୟାର ଯତ୍ନ ନେବୁଯାହା ଭଲ ମନ୍ଦ ଆମ୍ଭ ଆଗେ ଜଣାଇବୁ ।ଆଜିଠାରୁ ମଥାରେ ତୁ ଘେନିବୁ ସିନ୍ଦୂରପତି ମଣି ପାଦ ସେବା କରିବୁ ଏହାର ।ପିତା ମନ୍ତ୍ର ବର୍ତ୍ତମାନ ସ୍ୱାମୀ ପାଶେ ତୋରନ କରିବୁ ଯେ ପ୍ରୟୋଗ ମାନି ଆମ୍ଭ ଗୀରଯାଉଛି ଯତ୍ନେ ପାଳିବୁ ଦେଇଣ ଆହାରଅଳ୍ପଦିନେ ଦୁଃଖ ତୋର ହୋଇଯିବ ଦୂର ।ଏତେକହି ମହର୍ଷି ଯେ ଅନ୍ତର୍ଦ୍ଧାନ ହେଲେରତି ଦେବୀ ପିଲାଟିକୁ କ୍ଷୀର ଖୁଆଇଲେ ।ଏତେ ଦିନ ହେଲା ବେଶ ନ ହୁଏ ସୁନ୍ଦରୀମଥାରେ ସିନ୍ଦୂର ବିନ୍ଦୁ ନ ଘେନଇ ଗୋରୀ ।ଆଜି ରତିଙ୍କୁ ଆନନ୍ଦ କେ ପାରିବ କହିତିନି ମନୁ ତପସ୍ୟାର ଫଳ ପାଇଛଇ ।ସାଥେ ସାଥେ ଘେନିଲେ ଯେ ମଥାରେ ସିନ୍ଦୂରପୂର୍ବ ପରି ଦିବ୍ୟ ବେଶ ହେଲା ନାରୀବର ।ନିଜ ସ୍ବାମୀ ମୀନକେତନକୁ ପାଇ ଗୋରୀସେବା କରୁଥାଏ ମନୁ ଚିନ୍ତା ପରିହରି ।ଏହିଠାରେ ଏହି କଥା ଗୋଟି ଯେ ରହିଲାପୁଣି ଦ୍ୱାରକା ନଗରେ ଶୁଣ ଯାହା ହେଲା ।ରାତ୍ର ପ୍ରଭାତରୁ ଦେବୀ ରୁକ୍ମିଣୀ ଉଠିଲେକ୍ଷୀର ଖୁଆଇବା ପାଇଁ ପୁତ୍ରକୁ ଖୋଜିଲେ ।ଦେଖିଲେ ସନ୍ତାନ ନାହିଁ ପାଶରେ ତାଙ୍କରସଖୀଙ୍କୁ ବୋଲଇ ପୁତ୍ର କାହିଁ ଯେ ମୋହର ।ସର୍ବ ସଖୀଏ ବୋଲନ୍ତି ଆମ୍ଭେ ଦେଖି ନାହୁଁଶୋଇଅଛୁ ସର୍ବେ ପୁତ୍ର ନେଲା କିଏ ଆଉ ।ଏକା ରହସ୍ୟ ଜାଣନ୍ତି ପ୍ରଭୁ ସେ ସକଳଚାହୁଁ ଚାହୁଁ ଦ୍ୱାରକାରେ ହୋଇଲା ଚହଳ ।ସମସ୍ତ ତାର ଭିଆଣ ଅଟେ ଏ ସଂସାରେକେଉଁକଥା ଗୋଟି ଅବା ଜାଣିନାହିଁ ପାରେ ।ଯହୁଁ ଖୋଜି ଖୋଜି ସର୍ବେ ପୁତ୍ର ନ ପାଇଲେଶୁଣିଣ ରୁକ୍ମିଣୀ ଦେବୀ ମୂର୍ଚ୍ଛିତ ହୋଇଲେ ।ବାରବାର ଚେତା କରାଇଲେ ପ୍ରଭୁ ନାରୀଶୁଣି ପୁରନାରୀମାନେ କାନ୍ଦିଲେ ସବୁରି ।ପୁତ୍ର ହରଣ ଶୁଣିଣ ପ୍ରଭୁ ଚକ୍ରଧରଅନ୍ତୁଡ଼ିଶାଳରେ ଆସି ହୋଇଲେ ହାଜର ।ତହୁଁ ପ୍ରଭୁଙ୍କୁ ରୁକ୍ମିଣୀ ଦେବୀ ଦେଲେ ଚାହିଁମଥା କଚାଡ଼ିଣ ବେଶି କାନ୍ଦିଲେ ସୁମୁହିଁ ।ହେ କପଟୀ ଜାଣେ ମୁହିଁ କପଟ ତୁମ୍ଭରନିଜ ଦାସୀ ପଣେ କିମ୍ପା କର ଅବିଚାର ।ଦେଖିଛନ୍ତି କେତେ କଷ୍ଟ ନ କରିଛି ମୁହିଁଚାଲୁଥିଲି ବସୁଧାରେ ହାତଭରା ଦେଇ ।ଦଶମାସ ଦଶଦିନ ଗର୍ଭରେ ବହିଲିନିମିଷ ମାତର ମୁହିଁ କୋଳେ ନ ଧରିଲି ।ହେ କପଟୀ ଧରୁଅଛି ଚରଣ ତୁମ୍ଭରକେଉଁଠି ଅଛ ପୁତ୍ରକୁ ଦିଅ ମୋ ପାଶର ।ଯଦି ନ ଦେବ ସନ୍ତାନ ଗୋଟି ଆଣ ମୋରକହୁଛି ମରିବି ନିଶ୍ଚେ ଖାଇ ମୁଁ ଜହର ।ସନ୍ତାନ ବେଦନା ସିନା ଜନନୀ ଜାଣଇଗର୍ଭଧାରୀ ମାତା ଦୁଃଖ ସୁପୁତ୍ର ବୁଝଇ ।ଏତେ କହି କଚାଡ଼ିଲେ ମଥା ନାରୀବରଫୁଟିଣ ରକତ ବହିଗଲା ଧାର ଧାର ।ନ କାନ୍ଦ ନ କାନ୍ଦ ଆଉ ପ୍ରାଣପ୍ରିୟା ମୋରତବ ଦୁଃଖେ ହୃଦ ମୋର ହେଉଛି ଅସ୍ଥିର ।ନ ଜାଣିଲା ପରି ପ୍ରଭୁ କୋହ କୋହ ହୋଇକାନ୍ଦି କହନ୍ତି ମୋ ପୁତ୍ର ଗଲା କିଏ ନେଇ ।ବାଳୁତ ନନ୍ଦନ କାର କେଉଁ ଦୋଷ କଲାଆମ୍ଭ ଦୁଇଜଣକୁ ସେ କନ୍ଦାଇ ମାରିଲା ।ଶୁଣି ପ୍ରଭୁ ବଳରାମ ହୋଇଲେ ହାଜରବୋଇଲେ ନ କାନ୍ଦ ମାତ ତୁମେ ଧୈର୍ଯ୍ୟ ଧରତୋର ସ୍ୱାମୀ ଚକ୍ରଧର କିଛି ନ ଜାଣଇକାନ୍ଦୁଛି ସେ ନେତ୍ରୁ ତାର ଲୁହ ନ ବହଇ ।ଶପଥ କରୁଛି ବଧୂ ମୁଁ ଧର୍ମକୁ ଚାହିଁନିଶ୍ଚେ ତୋର କୋଳେ ପୁତ୍ର ଆଣିଦେବି ମୁହିଁ ।କିନ୍ତୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଯେ ନେଇଥିବତୋର ସ୍ୱାମୀ ଶ୍ରୀକୃଷ୍ଣଙ୍କୁ ନିଶ୍ଚେ ଜଣାଥିବ ।ନୋହିଲେ ସିଂହ ଘରୁ କି ଶାବକ ତାହାରଚୋରିକରି ନ୍ୟନ୍ତା ଏଡ଼େ ସାହସ କାହାର ।ଶ୍ରୀହରି ବୋଲନ୍ତି ଭାଇ ଜାଣେ ନାହିଁ ମୁହିଁକେଉଁ ଦୈତ୍ୟ କାଲି ରାତ୍ରେ ନେଇଛି ଚୋରାଇପିତା ହୋଇ ମୁହିଁ ପୁତ୍ରେ ଅନ୍ୟକୁ ଦେବଇଏହି କଥା ଭ୍ରାତା ତବ ମନେ ପ୍ରତେହୋଇ ।ଯାଉଅଛି ବର୍ତ୍ତମାନ ଖୋଜିବାକୁ ମୁହିଁଯେଉଁଠାରେ ଥିବ ପାଇଲେ ମୁଁ ଆଣିବଇଁ ।ଏତେ କହି ଚକ୍ରଧର ହୋଇଲେ ବାହାରକାହା ଆଗେ ନ କହିଲେ ସେ ଗୋପନ ଗୀରଜାଣନ୍ତି ଯେ ପୁତ୍ର ଅଛି ନିରାପଦେ ମୋରରତିଦେବୀ ସେବାକରେ ପାଦରେ ତାହାର ।ପୁତ୍ରକୁ ଖୋଜିବା ଲାଗି ଦ୍ୱାରକାର ପୁରବାହାର ହୋଇଲେ ସର୍ବ ଦିଗ ଦିଗନ୍ତର ।ରୁକ୍ମିଣୀ ଦେବୀ ଯେ ଜ୍ଞାନ ହରାଇ ପଡ଼ିଲେହଳଧର ତାଙ୍କୁ ବହୁ ପ୍ରବୋଧି କହିଲେ ।ଅପୂର୍ବ ଚରିତ ଏହି ଗ୍ରନ୍ଥ ମଧ୍ୟେ ସାରପ୍ରତ୍ୟେକ ଶାସ୍ତ୍ରରୁ ଘୃତ ହୋଇଛି ବାହାର ।ପ୍ରତ୍ୟେକ ସନ୍ଧ୍ୟାରେ ଯେହୁ ଏହାକୁ ପଢ଼ନ୍ତିଅପୁତ୍ରିକ ନାରୀମାନେ ପୁତ୍ର ଯେ ପାଆନ୍ତି ।ଦରିଦ୍ର ଜନ ଯଦ୍ୟପି ଏହାକୁ ଶୁଣିବକୁବେର ସମାନ ଧନ ତାକୁ ପ୍ରାପ୍ତ ହେବ ।ନ ଲାଗିବ ଦୁଃଖ ଶୋକ ନ ଲାଗିବ ବାଧାଅନ୍ତକାଳେ ବଇକୁଣ୍ଠେ ଚଳିଯିବ ସିଧା ।ଶ୍ରୀ ଅଚ୍ୟୁତ ଭବିଷ୍ୟତ ବାର୍ତ୍ତା ମଧ୍ୟ ଏହିସଂଗ୍ରହ ହୋଇଛି ଥୋକେ ଶୁଣ ମନଦେଇ ।ମହାମାୟାଙ୍କ ଚରଣ ତଳେ କରି ଧ୍ୟାନଦରିଦ୍ର କ୍ଷେତ୍ରମୋହନ କରିଛି ଲିଖନ ।କର୍ନ୍ଦପ ସହିତ ରତିଦେବୀଙ୍କ ପରିଚୟ ଓସମ୍ବର ଅସୁର କର୍ନ୍ଦପ ହସ୍ତେ ବିନାଶଏଥୁଅନ୍ତେ ସୁଜ୍ଞଜନେ ଶୁଣ ଦିବ୍ୟଗୀତିତପ ସିଦ୍ଧ ହେଲା କ୍ରମେ ଭେଟ ହେଲା ରତି ।ନାରାୟଣ ସମ ଦିଶେ ରୁକ୍ମିଣୀର ବଳାବାଳ ଅର୍କ ପରି ତେଜ ଦିଶେ ଅନର୍ଗଳା ।ଦାସୀ ପରି ପାଦେ ସେବା କରଇ ସୁନ୍ଦରୀଦିନୁ ଦିନ କନ୍ଦର୍ପର ଶୋଭା ହୁଏ ଭାରି ।ପୁତ୍ରକୁ ଦେଖି ସମ୍ବର ଆନନ୍ଦ ହୁଅଇସବୁ ପୁତ୍ରଠାରୁ ବଳି ସ୍ନେହ ସେ କରଇ ।ମୀନକେତନ ନାମ ଯେ ଅଟେ କନ୍ଦର୍ପରମାୟାବତୀ ନାମ ଅଟେ ରତି ଦେବୀଙ୍କର ।ନ ଜାଣନ୍ତି କେହି ୟାଙ୍କ ଦୁହିଁଙ୍କ ବେଭାରେଚାହୁଁ ଚାହୁଁ କେତନକୁ ବର୍ଷ ହେଲା ତେର ।ସ୍ୱୟଂ ବ୍ରହ୍ମାଣ୍ଡ କରତା ଅଟେ ଯାର ପିତାପୁଣି ଦେବୀ ମହାଲକ୍ଷ୍ମୀ ଯାହାଙ୍କର ମାତା ।ଉପଯୁକ୍ତ ଗୁରୁ ରଖି ସମ୍ବର ଅସୁରତାହାଙ୍କ ଉପରେ ଦେଲା ପୁତ୍ର ଶିକ୍ଷା ଭାରଅସ୍ତ୍ର ବିଦ୍ୟା ଧନୁର୍ବିଦ୍ୟା ଶିଖଇ କୁମରଅଳପଦିନେ ହୋଇଲା ପଣ୍ଡିତ ବିଦ୍ୟାର ।ଆଉ ଯେତେ ପୁତ୍ର ଦୈତ୍ୟ ରାଜାର ଥାଆନ୍ତିସଭିଙ୍କଠାରୁ କେତନ ଅଧିକ ଅଟନ୍ତି ।ମୀନକେତନକୁ ପାଶୁ ନ କରେ ଅନ୍ତରଭାବିଲା କରିବି ୟାକୁ ରାଜେ ଅଧୀଶ୍ୱର ।ମାୟାବତୀ ସବୁବେଳେ ରାଜାଙ୍କୁ କହଇମୀନକେତନ ଯେପରି ରାଜ୍ୟେ ରାଜା ହୋଇଯାହା ଯେତେବେଳେ ଲୋଡା ହୁଏ କୁମରରସମସ୍ତ ଯୋଗାଇ ଦ୍ୟନ୍ତି ରତି ଯେ ପାଶର ।ରାକ୍ଷସଙ୍କ ଗୁରୁ ଯେହୁ ସେ ବିଦ୍ୟା ପଢାନ୍ତିଦୈତ୍ୟ ହେଲେ ମଣି ସେହୁ କରେ ବିଷ୍ଣୁଭକ୍ତି ।ମାୟାବତୀ କେତନକୁ ନ କରେ ଅନ୍ତରପୁର ମଧ୍ୟେ ପାଶେ ରଖିଥାଏ ନାରୀବର ।ଯହୁଁ ଯୁବକ ଅବସ୍ଥା କେତନର ହେଲାଦେଖି ରତିଦେବୀ ମନ କାମେ ଘାରିହେଲା ।ଦେବର୍ଷି ନାରଦ ଦେବୀଙ୍କୁ ଆକଟିଛନ୍ତିମୁଁ ନ କହିଲେ ତୁ ଚିହ୍ନା ନ ଦେବୁରେ ରତି ।ତେଣୁ ପରିଚୟ ନ ଦିଶଇ ନାରୀବରଛାୟା ପରି ରହିଥାଏ ପାଶରେ ତାହାର ।ଦିନେ ମନଯାନେ ଗୁପ୍ତେ ଆସି ଯତିବରରତିଦେବୀଙ୍କ ପୁରରେ ହୋଇଲେ ହାଜର ।ନାରଦଙ୍କୁ ଦେଖି ପାଦେ ପଡ଼ିଲେ ସୁମୁହୀଁବୋଇଲେ ଆଉ ମୁଁ କେଭେ ନ ପାରିବି ରହି ।ଯାହା ଲାଗି ଏତେ ଦୁଃଖ ଭୋଗୁଅଛି ମୁହିଁଜଳ ପାଶେ ଥାଇ ମୋର ତୃଷ୍ଣା ନ ହରଇ ।ହସି ବୋଇଲେ ନାରଦ ଚିନ୍ତା ପରିହରନିର୍ବିଘ୍ନରେ ପରିୟ ଦିଅ ତୋ ସ୍ୱାମୀର ।ଏତେ କହି ଅନ୍ତର୍ଦ୍ଧାନ ହେଲେ ମୁନିବରରତିଦେବୀ ଆନନ୍ଦରେ ହୋଇଲେ ବିଭୋରକେତନ ପୁରରେ ଥିବା ସମୟେ ସୁନ୍ଦରୀଅପୂର୍ବ ବେଶେ ଅଙ୍ଗକୁ ସଜାଇଲେ ଗୋରୀ ।ଆବର ଯେଉଁ ଔଷଧ ଶିବ ଦେଇଥିଲେଯତନେ ତାହାକୁ ଘୋରି ମଥାରେ ପିନ୍ଧିଲା ।ସେ ଚିତାକୁ ଚାହିଁଦେଲା ମାତ୍ରେ ଯେ ମଦନପ୍ରିୟା ବୋଲି ଚିହ୍ନିଣ କରିବେ ଆଲିଙ୍ଗନ ।ଦେବାଙ୍ଗ ବସନ ଗୋରୀ ଯତନେ ପିନ୍ଧିଲେସୁବାସ କୁସୁମ ଅତରରେ ମୁଣ୍ଡି ହେଲା ।ଯେଉଁ ରୂପେ ତପ ନଷ୍ଟ କରଇ ସୁନ୍ଦରୀଆଜି ସେହି ରୂପ ଗୋଟି ହୋଇଅଛି ଗୋରୀ ।ବ୍ୟାକୁଳ ହେଉଛି ମନ ରତି ଦେବୀଙ୍କରଶୀଘ୍ର ରାତ୍ରି ଦେବୀ ଆସନ୍ତେ କି ମର୍ତ୍ତ୍ୟପୁର ।ଏହିପରି ଭାବି କାନ୍ତ ପଥ ଅନୁସରିପଲ୍ୟଙ୍କେ ସୁବେଶ ହୋଇ ବସିଅଛି ଗୋରୀଏ ସମୟରେ କେତନ ମାୟାବତୀ ପୁରେପ୍ରବେଶ ହୋଇଣ ମାଆ ଡାକଦିଅ ଦ୍ୱାରେ ।ଯେତେବେଳେ ମାଆବୋଲି ଡାକିଲେ କେତନଏଣେ ରତିଦେବୀ ହସୁଥାନ୍ତି ମନେ ମନ ।ଯେତେ ଡାକିଲେ କେତନ ରତି ନ ଶୁଣିଲେଖାଇବାକୁ ଦିଅ ମାତା ବୋଲି ଗୃହେ ଗଲେ ।ପଲଙ୍କ ଉପରେ ବସିଥିଲା ସେ ସୁମୁହୀଁପାଦ ଧୋଇବାକୁ ଗଲା ଜଳଘଟି ନେଇ ।ପାଦ ଧୋଇବା ପାଇଁକି ଯାନ୍ତେ ମାୟାବତୀଏହା ଦେଖିଣ ଆଶ୍ଚର୍ଯ୍ୟ କେତନ ହୁଅନ୍ତି ।ପୁଣି ମାୟାବତୀ ରୂପ ଦେଖିଣ କେତନଦେବୀଙ୍କ ଅଙ୍ଗକୁ ଚାହୁଁଥାନ୍ତି ଘନ ଘନ ।ସୁନ୍ଦରୀ ଅଙ୍ଗୁ ସୁବାସ ଚହଟି ଉଠଇଲୋଭନୀୟ ବସ୍ତୁ ପରି ବସ୍ତ୍ର ଅଛି ଫେଇ ।ଯେତେବେଳେ ରତି କାମ ପାଦ ଧୌତକରେଏ କିସ କରୁଛ ମାତ କେତନ ବୋଇଲେ ।ପାଦୋଦକ ପାଇ ଗୋରୀ ପ୍ରଣିପାତ ହୋଇଦରହସି ମଦନର ମୁଖ ଦେଲେ ଚାହିଁ ।ଯେହ୍ନେ ଝରିପଡ଼େ ମୁକ୍ତା ସୁନ୍ଦରୀ ଅଧରୁଦେଖି ନ ଥିଲେ ସେ ଚିତା ମଦନ ଆଗରୁ ।ଶିବଙ୍କ ଔଷଧ ଶିରେ ଦେଖିଣ କୁମରଚିହ୍ନିଲେ ସେ ମାୟାବତୀ ରମଣୀ ତାଙ୍କର ।ଆହା ମୋର ପ୍ରାଣେଶ୍ୱରୀ ବୋଲି ଆଲିଙ୍ଗନକରି କାମଦେବ ଗଣ୍ଡେ ଆଙ୍କିଲେ ଚୁମ୍ବନ ।ମାୟାବତୀ ବୋଲେ ମାତା ମୁଁ ଅଟେ ତୁମ୍ଭରସନ୍ତାନର ଅଟେ ଏ କି ଉଚିତ ବେଭାର ।ଏହା କହି ଲାଜେ ସଖୀ ନୟନ ମୁଦିଲେକ୍ଷଣେ ମଦନର ମୁଖ ଚାହିଁଣ କାନ୍ଦିଲେ ।ସେ ବେଳର ଦୃଶ୍ୟ ମୁଖେ କେ ପାିବ କହିକେତେ ଯୁଗେ ପତି ପତ୍ନୀ ଛନ୍ତି ଭେଟ ହୋଇମାୟାନାରୀ ରାକ୍ଷସର ପୁରକୁ ଚଳିଲାଏଣେ ରତି ମଦନକୁ ପରିଚୟ ଦେଲା ।ପଲ୍ୟଙ୍କରେ ସ୍ୱାମୀ ସ୍ତିରୀ କରିଲେ ଶୟନପୂର୍ବ କଥାମାନ ରତି କରିଲେ ଗାୟନ ।କୋଟି ଚନ୍ଦ୍ର ପରି ଶୋଭା ଅଟେ ମଦନରଅଗ୍ନି ଶୁଦ୍ଧ ସ୍ୱର୍ଣ୍ଣ ପରି ଦିଶଇ ସୁନ୍ଦର ।ଗଜଦନ୍ତ ପଲଙ୍କରେ ମଦନ ଶୋଇଲେଧୀରେ ଧୀରେ ରତିଦେବୀ ପାଦ ମଞ୍ଚାଳିଲେ ।ସ୍ୱାମୀସ୍ତିରୀଙ୍କ ଚକ୍ଷୁକୁ ନିଦ୍ରା ନ ଆସଇପରସ୍ପର ମଧ୍ୟେ ହେଉଥାନ୍ତି ଚାହାଁଚାହିଁ ।ସତେ ସ୍ବର୍ଗ ପାଇଛିକି ଧାତାର କୁମାରୀତେସନ ପରାୟ ମନ ହୁଅଇ ତାହାରି ।ବହୁଦିନର ତପସ୍ୟା ଫଳ ଅଛି ପାଇକେତେ କଷ୍ଟ ସ୍ୱାମୀ ଲାଗି ନ କରିଛି ସେହି ।ଧନ୍ୟ ଧନ୍ୟ ରତି ତୁହି ନାରୀଙ୍କର ହୀରାତୋର ଯୋଗେ କାମ ଆଜି ଜନମିଣ ଧରା ।କାମଦେବ କୋଳେ ଧରି ଅମର୍ତ୍ତ୍ୟ ସୁନ୍ଦରୀବହୁ ପ୍ରଶଂସା କରନ୍ତି ନାରୀଙ୍କୁ ତାଙ୍କରି ।ବୋଲନ୍ତି ଧନ୍ୟ ଜୀବନ ମୋହର ଅଟଇଏପରି ଦେବୀଙ୍କୁ ଉପହାର କି ଦେବଇଁ ।ରତି ବୋଲେ ଅନ୍ୟ ମୋର ନାହିଁ ଦରକାରକେବଳ ଏ ପାଦ ଦୁଇ ଭରସା ମୋହର ।ଏହି ଆନନ୍ଦରେ ଦୁହେଁ ଗଲେ ଭୋଳ ହୋଇପ୍ରେମେ ପତି ପତ୍ନୀ ନିଶି ଗୋଟା ଦେଲେ ପାହିଯେଉଁ ଦିନ ଦୁଇଜଣ ଚିହ୍ନାଚିହ୍ନି ହେଲେଚକୁଆ ଚକୋଇ ପରି ଆନନ୍ଦେ ରହିଲେ ।ଏହିପରି ଗୁପ୍ତେ ବହୁ ଦିନ ଗଲା ବହିଚନ୍ଦ୍ର ଉପରେ କି ଛାୟା ତାଙ୍କୁ କେ ରଖଇ ।ମାତ୍ର ପୁତ୍ର ସ୍ନେହ ଅଟେ ଅନ୍ୟ ପରକାରସ୍ୱାମୀ ସ୍ତିରୀଙ୍କର ଭିନ୍ନ ଅଟଇ ବେଭାର ।ଅନ୍ତଃପୁର ମଧ୍ୟେ ଥିଲେ ଯେତେ ପରିବାରୀଏ କଥା ଗୋଟିକୁ ସର୍ବେ ଗଲେ ଯେ ଠଉରୀ ।ହସ ଖୁସି ଗପ ସପ ଦେଖି ଦୁହିଁଙ୍କରଦେଖି ନ ସହିଲା ଦେହ ଦାସୀମାନଙ୍କର ।ଯାଇ ଆନ ରାଣୀଙ୍କର ଆଗରେ କହିଲେସାରା ରାଜ୍ୟ ଲୋକ ମଧ୍ୟ ଏକଥା ଜାଣିଲେ ।ବଡ଼ଲୋକ କଥା ବୋଲି କେହି ନ କୁହନ୍ତିକିନ୍ତୁ ମେଳା ମେଳା ହୋଇ ବିଚାର କରନ୍ତି ।କେବୋଲେ ସର୍ପ ପୋଷିଣ ରାଜା କ୍ଷୀରଦେଲାଶେଷକୁ ଦେଖି ସେ ବିଷ ତାହାକୁ ଘାରିଲା ।ପୁଣି ନିଜ ସନ୍ତାନଙ୍କଠାରୁ ନରେଶ୍ୱରଅଧିକ ସ୍ନେହ କରନ୍ତି ସେହି କୁଳାଙ୍ଗାର ।ଏହିପରି ରାଜ୍ୟସାରା ଚହଳ ପଡ଼ଇକୌଣସି ମତେ ଦୈତ୍ୟ ଏ କଥା ନ ଜାଣଇ ।ଯହୁଁ ମୀନକେତନର ପଠନ ସରିଲାଯୁଦ୍ଧବିଦ୍ୟାରେ ସବୁଠୁ ଶ୍ରେଷ୍ଠ ସେହି ହେଲା ।କେତନର ବୀରପଣ ଦେଖି ନୃପମଣିରାଜ୍ୟେ ରାଜା କରିବାକୁ ସ୍ଥିରକଲା ପୁଣି ।ସର୍ବକାର୍ଯ୍ୟେ ଧୁରନ୍ଧର କେତନ ଅଟଇକ୍ଷଣେ ସାରା ବ୍ରହ୍ମାଣ୍ଡକୁ ପାରେ ସେହୁ ଦହି ।ମନେ ମନେ ଖୁସିହୋଇ ସମ୍ବର ଅସୁରପଣ୍ଡିତମାନଙ୍କୁ ନୃପ ଡକାଇ ସଭାର ।ପାତ୍ର ମନ୍ତ୍ରୀ କଟୁଆଳ ସମସ୍ତଙ୍କୁ ରାଇଅଭିଷେକ ବିଧି ରାଜା ସ୍ଥିର ଯେ କରଇ ।ସାରାବତୀ କଟକରେ ଦେଲାକ ଖବରମୋ ପୁତ୍ର ମୀନକେତନ ହେବ ନରେଶ୍ବର ।ମନ୍ତ୍ରୀ ବୋଲେ ଶୁଣ ନୃପ ମୋହରି ବଚନଅଛନ୍ତି ତୁମ୍ଭରି ଜାତ ଔରସ ସନ୍ତାନ ।ଜ୍ୟେଷ୍ଠରାଣୀ ଶୋଭାବତୀ ପୁତ୍ରେ ରାଜା କରସାଉଁଟିଲା କାଣ୍ଡ ରଣେ ନ ହୁଏ ଦର୍କାର ।ମନ୍ତ୍ରୀର ବଚନେ ନୃପ ହୋଇ କ୍ରୋଧଭରବୋଲେ ଜ୍ୟେଷ୍ଠରାଣୀକାରେ କୁହମନ୍ତ୍ରୀବରମାୟାବତୀ ପାଟରାଣୀ ମୋହର ଅଟଇତାର ପୁ୍ତ୍ର ଉପଯୁକ୍ତ ଯୋଗ୍ୟ ଯେ ଅଟଇ ।ନିଶ୍ଚେ କେତନକୁ ରାଜ୍ୟଭାର ଦେବି ମୁହିଁଶୋଭାବତୀ ପୁତ୍ର ତାକୁ ସାହାଯ୍ୟ ଦେବଇଁ ।ଶୁଣିଣ ଯେ ମହାମନ୍ତ୍ରୀ ନୀରବ କହିଲେଆନ ରାଣୀମାନଙ୍କୁ ଯେ ବହୁ ବୁଝାଇଲେ ।କାହାରି କଥା ଭ୍ରୂକ୍ଷେପ ନ କରି ଅସୁରମୀନକେତନ ହସ୍ତରେ ଦେଲା ରାଜ୍ୟଭାର ।ଯେଉଁ ଦିନୁ ରାଜ୍ୟ ରାଜା ହୋଇଲା କୁମରସକଳ ରହିଲେ ମୀନକେତନ କଥାର ।ଅନ୍ତଃପୁରେ ରାଣୀମାନେ ଛିଦ୍ର ଖୋଜୁଥାନ୍ତିଦାସୀମାନଙ୍କୁ ପଠାଇ ଖବର ନିଅନ୍ତି ।ମାରିବା ପାଇଁକି ସର୍ବେ କେତନକୁ ବହୁଉପାୟ କରିଣ ରାଣୀ ନ ପାରିଲେ ତହୁଁ ।ଶ୍ରଦ୍ଧାରେ ପୁତ୍ର ପାଇଁ ଯେ ଖାଦ୍ୟ ପଠାବନ୍ତିଦେଖିଣ ଯେ ରତିଦେବୀ ସବୁ ଫିଙ୍ଗିଦ୍ୟନ୍ତି ।କ୍ଷଣେ କେତନକୁ ଅନ୍ତଃପୁରୁ ନ ଛାଡ଼ନ୍ତିଛାୟା ପରି ପାଶେ ପାଶେ ସଦା ଜଗିଥାନ୍ତି ।ବହୁ କଷ୍ଟରେ ପାଇଛି ପତିକୁ ତାହାରକାଳେ ପୁଣି କେହୁ ପ୍ରାଣ ନାଶିବେ ଗୁପ୍ତଚର ।ରାତ୍ରେ ମାୟାବତୀ ପୁରେ ଦାସୀ ଲୁଚିରହିସ୍ୱଚକ୍ଷୁରେ ଏକତ୍ର ଶୋଇବା ଦେଖିଛଇଁ ।ସବୁ କତା ରାଣୀ ଆଗେ ଜଣାନ୍ତି ଯେ ଯାଇଏଣେ ସାରା ରାଇଜରେ ଚହଳ ପଡ଼ଇ ।କେ ବୋଲଇ ଯୁଗ ଆଉ ନ ରହିବ ଭାଇମାତା ସଙ୍ଗେ ପୁତ୍ର ପୁଣି ପ୍ରୀତି ଯେ କରଇ ।ଏହିପରି ସର୍ବ ସମାଲୋଚନା କରନ୍ତିସବୁ ଜାଣି ରତି କେତନ ଯେ ନ ଶୁଣନ୍ତି ।ସେ ତ ଛାର ସମ୍ବରକୁ ଭୟ ନ କରନ୍ତିସିଂହ ଶାବକ କି କରେ ଶୃଗାଳକୁ ଭୀତି ।ଦୁଇଜଣଙ୍କର ସ୍ନେହ ହୁଏ ଦୃଢ଼ତରଯେସନେ କ୍ଷୀର ସଙ୍ଗରେ ମିଶିଥାଏ ନୀର ।ଦିନେ ବାହାର ନନ୍ଦିନୀ ଶୋଭାପାଏ ନାରୀସମ୍ବର ଦୈତ୍ୟ ସେ ଯେ ଶ୍ରେଷ୍ଠା ମନୋହାରୀଏକ ବିଶ୍ବାସୀ ଦାସୀକୁ ଡକାଇ ପାଶରବୋଇଲା କହ ତୁ ସର୍ବ ରାଜାଙ୍କ ଆଗର ।ସେ ଯାହା ଉତ୍ତର ଦେବେ ମୋତେ ଜଣାଇବୁକାଲି ରାତ୍ରର ଘଟଣା ସର୍ବ ବଖାଣିବୁ ।ଶୁଣି ମୁଦୁସୁଲୀ ଗଲା ରାଜାଙ୍କ ପାଶରସାଷ୍ଟାଙ୍ଗେ ପ୍ରମାଣ ହୋଇ ବୋଇଲା ସତ୍ୱର ।ଭୋ ମଣିମା କାଲିରାତ୍ରେ ଯୁବରାଜପୁରଯାଇ ଯା ଦେଖିଲି ବାକ୍ୟ ନ ସ୍ଫୁରଇ ମୋର ।ନୂଆରାଣୀ ଯୁବରାଜ ଏକ ପଲଙ୍କରେଶୋଇଥିଲେ ଦେଖିଲି ମୁଁ ତାହାକୁ ଚକ୍ଷୁରେ ।ପୁଣି ମଧ୍ୟ କୋଳେ ତାଙ୍କୁ ଯୁବରାଜ ଧରିପ୍ରୀତି ଆରମ୍ଭିଲେ ସେ ଯେ ମାତା ନ ବିଚାରିଶୁଣି ନରପତି ରାଗେ ହୋଇ ଜର ଜରବୋଲେ ଲୋ ପୋଇଲୀ ଶୀଘ୍ର ହୁଅ ତୁହିଦୂରସପତଣୀ ରାଣୀମାନେ ବୋଧେ ଧନ ଦେଇମୋ ନିକଟେ ପେଶିଛନ୍ତି ତୋତେ ଯେ ଶିଖାଇଯେଉଁ ମାୟାବତୀ ରାତ୍ରି ସାରା ପୁରେ ମୋରତା ନାମେ କଳଙ୍କ ଦେଉ ହୀନା ନାରୀ ଛାରକହୁଛି ଯଦ୍ୟପି ଏହା ଶୁଣେ ପୁନର୍ବାରନିଶ୍ଚେ ଖଡ୍ଗେ କାଟିବି ମୁହିଁ ତୋର ଶିର ।ଶୁଣିଣ ମୁଦୁସୁଲୀ ଯେ ଭୟରେ ଫେରିଲାଶୋଭାବତୀ ଆଗେ ସବୁ ପ୍ରକାଶ କରିଲା ।ଏହିପରି ସବୁ ରାଣୀ ରାଜାଙ୍କୁ କହନ୍ତିକାହାରି ବଚନ ନ ଶୁଣନ୍ତି ନରପତି ।ସପତଣୀ କହୁଛନ୍ତି ହିଂସାରେ ଏପରିମାତା ପୁତ୍ର ସ୍ନେହେ ଧୈର୍ଯ୍ୟ ନ ପାରନ୍ତି ଧରି ।ସାରା ରାଜ୍ୟ ଗୋଟା ଏହା ପଡ଼ିଲା ଚହଳସମ୍ବରର ଅନ୍ୟ ଶତେ ପୁତ୍ର ମହାବଳ ।ସହଜେ ତ ମନେ ରାଗ ରହିଛି ତାଙ୍କରରାଜାଙ୍କ ପାଶରେ ସର୍ବେ ହୋଇଲେ ହାଜର ।ବୋଇଲେ ଭୋପିତା ସାରା ରାଜ୍ୟେଅପବାଦମାୟାବତୀ ସଙ୍ଗେ ମୀନକେତନ ସମ୍ବାଦ ।ଛୋଟଠାରୁ ବଡ଼ଯାଏ ସରବେ କୁହନ୍ତିଭୟରେ ତୁମ୍ଭ ଆଗେ ସେ କଥା ନ ଜଣାନ୍ତି ।ପୁତ୍ରଙ୍କ ବଚନ ଶୁଣି ବୋଲେ ଦୈତ୍ୟେଶ୍ୱରନ ଦେଖି ପରତେ କେବେ ନ ଯିବ ମନର ।ଆଜ ରାତ୍ରେ ଲୁଚି ରହି ନିଜେ ଦେଖିବଇଁସତ୍ୟ ହେଲେ କାଲି ବିଚାର କରିବି ମୁହିଁ ।ଶୁଣିଣ କୁମାରମାନେ ଯେ ଯାହାର ଗଲେଏକାନ୍ତରେ ବସି ରାଜା ମନରେ ଭାବିଲେ ।ସମସ୍ତଙ୍କ ମୁଖରେ ଯେ ଶୁଭେ ଏକ ଗୀରସନ୍ଦେହ କିମ୍ପାଇଁ ମନେ ହେଉଛି ମୋହର ।ଭାବୁ ଭାବୁ ରଜନୀ ଯେ ହୋଇଲା ପ୍ରବେଶଏଣେ ରତିଦେବୀ ହୋଇ ଯେ ଦବ୍ୟ ସୁବେଶକେତନ ସଙ୍ଗରେ ଗୋରୀ ପ୍ରେମରେ ମାତଇପତି ବଦନ ଚାହିଁଣ ବଚନ ବୋଲଇ ।ସାରା ରାଜ୍ୟରେ ଭୋ ନାଥ ପଡ଼ଇ ଚହଳରାଜନ ଦେଖିବ ଯହିଁ କରିବ ଦ୍ୱିଫାଳ ।ଶୁଣିଣ ମଦନ ବୋଲେ ହୋଇ ବୀର ନାରୀଛାର ଶୃଗାଳକୁ ଡରି ଯାଅନ୍ତେ ସୁନ୍ଦରୀ ।ଲକ୍ଷେ ସମ୍ବରକୁ ଏକା ବାଣେ ବିନାଶିବିଏ ଛାର ଦୈତ୍ୟକୁ କିମ୍ପା ଭୟ ମୁଁ କରିବି ।ଏତେ କହି ଅଙ୍ଗେ ଧରି ରମଣୀ ରତନଗଣ୍ଡେ ଚୁମ୍ବ ଦେଇ ଗାଢେ କଲେ ଆଲିଙ୍ଗନ ।ଏଣେ ସମ୍ବର ଅସୁର ଗୁପ୍ତେ ମାୟା ପୁରେହୋଇଲା ପ୍ରଦେଶ ଦୈତ୍ୟ ଖଡ୍ଗ ଧରିକରେ ।ପୁତ୍ରମାନେ ସର୍ବେ ଛନ୍ତି ରାଜାଙ୍କ ସାଙ୍ଗରସମସ୍ତେ ପ୍ରବେଶ ହେଲେ ମାୟାବତୀପୁର ।ଦେଖିଲେ ସରବେ ମାୟାବତୀ ଯେ କେତନଏକ ପଲଙ୍କରେ କରିଅଛନ୍ତି ଶୟନ ।କେଶ ବାସ ଅସମ୍ଭାଳ ଦେହେ ନାହିଁ ଜ୍ଞାନପତି ସଙ୍ଗେ ପତ୍ନୀ ପ୍ରେମ ହୋଇଛି ବନ୍ଧନ ।ୟା ଦେଖି କୁମାରଗଣ ପିତାଙ୍କୁ ରାଇଲେସ୍ୱଚକ୍ଷୁରେ ସମ୍ବର ଯେ ସମସ୍ତ ଦେଖିଲେ ।ସମ୍ଭାଳି ନ ପାରି ବୀର ଧାଏଁ ଖଡ୍ଗ ଧରିବୋଇଲେ ଏତେ ଦିନକେ ପାରିଛି ମୁଁ ଧରି ।ଆଲୋ ଲୋ ଚଣ୍ଡାଳୀ ଏଡ଼େ ସାହସ ତୋହରନିର୍ଲଜ ପୁତ୍ର ପ୍ରେମରେ ହେଉଛୁ ଅସ୍ଥିର ।ରେ ନିର୍ଲଜ କେଉଁପରି କରୁ ତୁ ଅନୀତିମାତା ବୋଲି ମୁଖେ ଡାକ କରୁ ଜାର ବୃତ୍ତି ।ଅନ୍ୟ ପୁତ୍ରେ ଆଜ୍ଞା ଦିଏ ରାଜା କ୍ରୋଧକରିବୋଲେ ଶୀଘ୍ର ମୋ ଆଗରେ ଦିଅ ୟାକୁମାରିତା ପରେ ହୋଇବ ଏହି ଦୁଷ୍ଟର ବିଚାରତୁରନ୍ତ ଅନ୍ୟାଚାରୀକୁ ପ୍ରାଣରେ ନିବାର ।ଆଜ୍ଞା ପାଇଣ କୁମରେ ଭିତରେ ପଶନ୍ତିମାର ମାର ଧର ଧର ଶବଦେ କମ୍ପାନ୍ତି ।ମୀନକେତନ କୋଳରେ ଥାଇ ନାରୀବରବୋଲଇ ହେ ସ୍ବାମୀ ପ୍ରାଣ ନାଶିବେ ତୁମ୍ଭର ।ମୀନକେତନ ବୋଇଲେ ଥୟଧର ପ୍ରିୟେଛାର ମୂଷିକଗୁଡ଼ାକୁ କିମ୍ପା କର ଭୟେ ।ଏତେ ବୋଲି କରେ ଧନୁ ଧରିଣ କୁମରସିଂହର ପରାୟେ ଗର୍ଜି ହୋଇଲା ବାହାର ।ହୋଇଲା ଘୋର ସମର ସମ୍ବରର ପୁରସ୍ୱର୍ଗରେ ଦେବତାଗଣ ହେଲେ ଥରହର ।ଧାତାକୁ ବୋଇଲା ଦେବେ ଏ କି ଗରଜନକିବା ସ୍ୱର୍ଗପୁରେ ଆସେ କେଉଁ ଦୁଷ୍ଟଜନ ।ବିଧାତା ବୋଲନ୍ତି ଦେବଗଣ ଥୟ ଧରସମ୍ବରପୁରେ ଲାଗିଛି ଯେ ମହାସମର ।ରତି ମଦନଙ୍କ ଚୋରୀ ପଡ଼ିଅଛି ଧରାତେଣୁ ଯୁଦ୍ଧେ ଅସକତ ହୋଇଛି ସମ୍ବରା ।ପୁତ୍ରର ଖବର ଶୁଣି ଇନ୍ଦ୍ରଦେବ ଗଲାବଜ୍ରଗୋଟି ଅଦୃଶରେ ମଦନକୁ ଦେଲା ।ଯହୁଁ ଇନ୍ଦ୍ର ବୃଷ୍ଟି ଗୋଟି ମଦନ ପାଇଲାଶତ ସିଂହ ପରାକ୍ରମ ତା ହୃଦରେ ହେଲା ।ରତିଦେବୀଙ୍କୁ ମଦନ ଦେଲେ ଚକ୍ଷୁ ଠାରିଫୁଲବାଣ ବିନ୍ଧେ ଗୋରୀ ଘନ ଘନ କରି ।ଯେତେ ଦାନବ ସନ୍ତାନ କରୁଥିଲେ ରଣମାୟାବତୀର ଶୋଭାକୁ କଲେ ନିରୀକ୍ଷଣ ।ଦେହୁଁ ତେଜ ସମସ୍ତଙ୍କ ଗଲା କ୍ଷୟ ହୋଇଏଣେ କାମଦେବ ବାଣ ବିନ୍ଧନ୍ତି ତୁହାଇ ।ଦାନବ ପୁତ୍ର ଯେତେକ ରଣେ ମାତିଥିଲେନିମିଷକେ ପ୍ରାଣ ହାରି ସକଳେ ଶୋଇଲେ ।ଦେଖିଲା ଯହୁଁ ସମ୍ବର ପୁତ୍ରଙ୍କ ମରଣଦାନ୍ତ କଡ଼ମଡ କରି ଧାଇଁଲା ତକ୍ଷଣ ।ବୋଲେ ରହ ରହ ତୋର ଦେଖୁଅଛି ବଳସେମାନଙ୍କ ସଙ୍ଗେ ତୋର ପୁରାଇବି କାଳ ।ଆରେ ରେ ନିର୍ଲଜ ଭଣ୍ଡ ମୁଖେ ଲାଜ ନାହିଁବାପ ପରି ମାଇଁ ଖୁଡ଼ୀ ତୋ ବାରଣ ନାହିଁ ।ତୋର ବାପ କୃଷ୍ଣ ଯେହ୍ନେ ଗୋପରେ ବଢ଼ିଲାରାଧା ଗଉଡୁଣୀ ମାଇଁ ସଙ୍ଗରେ ରମିଲା ।ତୁହି ତାର ବୀର୍ଯ୍ୟେ ଜନ୍ମ ହୋଇ ଦୁରାଚାରମାତା ବୋଲି ମୁଖେ ଡାକି କରୁରେ ଶୃଙ୍ଗାର ।କୃଷ୍ଣଙ୍କର ପୁତ୍ର ବୋଲି ରତି ଥିଲେ କହିବିଶ୍ୱାସ କରୁ ନ ଥିଲା କେତନ ମନେହିଁ ।ରାକ୍ଷସଠାରୁ ଶୁଣିଣ ପିତା ପରିଚୟଗର୍ବକରେ ଫୁଲିଗଲା ମଦନର କାୟ ।କରେ ଧନୁ ଧରି ସମ୍ବରକୁ କହେ ବୀରତା ହେଲେ ତୁନୋହୁ ଜନ୍ମଦାତା ପିତା ମୋର ।ତଥାପି ସନ୍ତାନ ସ୍ନେହେ ପାଳିଅଛୁ ତୁହିକହୁଛି ନ କର ରଣ ଯାଅ ତୁନି ହୋଇ ।ତୋର ପରି ଶତ ଶତ ସମ୍ବରକୁ ମୁହିଁନିମିଷକେ ଯମପୁର ଦେବି ଯେ ପଠାଇ ।କିନ୍ତୁ ଧର୍ମକୁ ଚାହିଁଣ କହୁଛି ବୁଝାଇଫେରିଯାଅ ଆନନ୍ଦରେ ଘରେ ରୁହ ଯାଇ ।ନୋହିଲେ ମୋହର ଦୋଷ ନ ଧରିବୁ ତୁହିପିତା ମଣି କ୍ଷମା ଦେଲି ମନେ ଦୟା ବହି ।ଦନ୍ତ କଡ଼ମଡ଼ କରି ବିଶ୍ୱରୂପ ହୋଇଗରଜନ କରିଣ ସେ ଅସୁର କହଇ ।ଆରେରେ ଗଉଡ଼ ତୋର ମୁଖେ ଲାଜ ନାହିଁକ୍ଷତ୍ରିୟ ସନ୍ତାନ କିମ୍ପା କହୁଛୁ ବଡ଼ାଇ ।ବାପ ଯେହ୍ନେ ଜରାସନ୍ଧ ଭୟେ ମଥୁରାରେନ ରହି ଲୁଚିଛି ଆସି ସମୁଦ୍ର ମଝିରେ ।କାଳସର୍ପ ପୋଷି ମୁହିଁ କରିଛି ଅନ୍ୟାୟମୋର ଖାଇ ମୋର ବୁକେ ଦଂଶୁରେ ଦୁର୍ଜୟ ।ଏତେ କହି ଦନ୍ତ କଡ଼ମଡ଼ କରି ବୀରକୁରାଳ ଚକ୍ର ପରାୟ ନୟନ ତାହାର ।ଶତେ ଭାର ଗଦା କରେ ଧରି ଦୈତ୍ୟବୀରଧାଇଁଲା ପିଟିବା ପାଇଁ କେତନ ଉପର ।ସେ ଗଦାକୁ ଦେଖି ରତି ବିକଳ ହୋଇଲେଅସୁରର କାଳମୂର୍ତ୍ତି ଦେଖିଣ କମ୍ପିଲେ ।ଇନ୍ଦ୍ରଙ୍କର ବଜ୍ରଗୋଟି କେତନ ଯେ ଧରିମାରନ୍ତେ ଅସୁର ଗଦା ଦେଲା ଚୂର୍ଣ୍ଣକରି ।ଇନ୍ଦ୍ର ବଜ୍ର ଦେଖି ଦୈତ୍ୟ ମନେ ଭୟ କଲାଏହାକୁ କେବଣଠଶରୁ ଏହି ଯେ ପାଇଲା ।ଗଦାଭଗ୍ନ ହେବା ଦେଖି କ୍ରୋଧେ ଦୈତ୍ୟବୀରଧନୁ କରେ ଧରି ବାଣ ବିନ୍ଧିଲା ଅସୁର ।କକଡ଼ା ମାସରେ ଯେହ୍ନେ ବରଷଇ ଜଳସେହିପରି ଦୈତ୍ୟ ଶର ବର୍ଷେ ଅନର୍ଗଳ ।ଶୂନ୍ୟେ ଥାଇ ଦେବଗଣ ମହାଭୟ କଲେପାତାଳେ ବାସୁକୀ ଶ୍ରୀହରିଙ୍କୁ ସୁମରିଲେ ।ଦ୍ୱାରକା ପୁରରେ ଥିଲେ ପ୍ରଭୁ ଚକ୍ରଧରଜାଣିଲେ ପୁତ୍ର କରୁଛି ଘୋର ଯେ ସମର ।ମାୟାବୀ ଅସୁର ଜାଣେ ବହୁ କଉଶଳକାଳେ ବାଳୁତ ସନ୍ତାନ ହୋଇବ ଦୁର୍ବଳ ।ସୁଦର୍ଶନ ଚକ୍ରେ ରାଇ ବୋଇଲେ ଠାକୁରତୁରନ୍ତ ଯାଇ ମୋ ପୁତ୍ରେ ସାହାଯ୍ୟ ତୁ କର ।ଶୂନ୍ୟ ମଧ୍ୟେ ଅଦୃଶ୍ୟରେ ରହି ଘୁରୁଥିବୁଅସୁର ଶର ସମସ୍ତ ବିନାଶ କରିବୁ ।ଆଜ୍ଞା ପାଇବା ମାତ୍ରକେ ଚକ୍ର ଚଳିଗଲାଅଦୃଶ୍ୟେ ଯୁଦ୍ଧ ଭୂମିରେ ଯାଇଣ ଘୁରିଲା ।ଯେତେ ବାର ପ୍ରହାରର ଦାନବ ସମ୍ବରଚକ୍ରପରେ ବାଜି ସର୍ବ ହୋଇଯାଏ ଚୂର ।ମଦନ ଯେତେକ ଶର ପ୍ରହାର କରଇଅସୁର ଅଙ୍ଗରେ ଯାଇ ସମସ୍ତ ବାଜଇ ।ରତିଦେବୀଙ୍କୁ ମଦନ ନେତ୍ରେ ଠାରିଦେଲେଜାଣି ଫୁଲଧନୁ ଧରି ଦେବୀ ପ୍ରହାରିଲେ ।ଚାହିଁଦ୍ୟନ୍ତେ ଦୈତ୍ୟବର ରମଣୀ ବଦନକାମବାଣେ ହୃଦ ତାର ହୁଏ ଅଚେତନ ।ଯେଉଁଦିନଠାରୁ ଦୈତ୍ୟ ରତିଙ୍କୁ ଆଣିଛିଏପରି ମୋହିନୀ ରୂପ କେବେ ନ ଦେଖିଛି ।ପୂର୍ବଠାରୁ ଶତଗୁଣ ଦିଶନ୍ତି ସୁନ୍ଦରଫୁଲଧନୁ ଶୋଭା ପାଏ ଦେବୀଙ୍କର କର ।ରତି ରୂପେ ମୋହ ହୋଇ ରତି ହେଲା ଘାରିଦୀର୍ଘକାୟା ଗୋଟି ଖର୍ବ ହୋଇଲା ତାହାରି ।ବୋଇଲା ଯଦ୍ୟପି ଗୋରୀ ଏ ରୂପ ଦେଖିବମୋ ପାଖକୁ ନ ଆସିଣ ଭୟ ଯେ କରିବ ।ତାର ମନ ଜାଣି ଦେବୀ ତୁହାଇ ତୁହାଇସର୍ବାଙ୍ଗରେ ଫୁଲଶର ଦେଲେ ଦେବୀ ଛାଇ ।ଲୋମେ ଲୋମେ ବିନ୍ଧୁଛନ୍ତି ଦେବୀ ଫୁଲଶରବିରହ ଜ୍ୱାଳାରେ ଦୈତ୍ୟ ହୋଇଲା କାତର ।ଡାକେ ଆସ ଆସ ପ୍ରିୟେ କୋଳକୁ ମୋହରଦରହସି ବୋଲେ ଦେବୀ ମାଡୁଅଛି ଡର ।ଏତେ ବଡ଼ ବିକଟାଳ ରୂପ ଅଛ ବହିପୁଣି ଖଣ୍ଡାଟାଏ ହସ୍ତେ ଧରିଛ କିମ୍ପାଇ ।ମୋ ଉପରେ ବୃଥା ରାଗ କରିଛ ତୁମ୍ଭରଗଲେ ନିଶ୍ଚେ ଶିର କାଟିଦେବ ତୁମ୍ଭେ ମୋର ।ସମ୍ବର କ୍ରୋଧେ ବୋଲଇ କେବେ ତୋତେମୁହିଁନ ମାରିବି ପରାଣରେ ଆରେ ପ୍ରିୟସହି ।କିନ୍ତୁ ଏ ପାପୀର ମୁଣ୍ଡ କାଟିବାକୁ ମୁହିଁହସ୍ତରେ ଖଡ୍ଗ ଧରିଛିରେ ପ୍ରିୟସହୀ ।ରତି ବୋଲେ ତା ହେଲେ ମୁଁ ପାଶେ ଯିବିନାହିଁ ।ତୁମ୍ଭର ରୂପ ଦେଖିଣ ଡର ଯେ ଲାଗଇ ।ମଧୁର ବଚନ ଶୁଣି ଅରିର ଅସୁରକାମେ ବିହ୍ୱଳିତ ହୋଇ ବୋଲେ ଦୈତ୍ୟବରଆସ ଆସ ପ୍ରିୟେ ମନେ ଭୟ ତୁ ନ କରଦେଖ ଅସ୍ତ୍ରଗୋଟି ଫିଙ୍ଗିଦେଲେ ଯେ ଆଗର ।ଏହା ବୋଲି ଦୈତ୍ୟ ଅସ୍ତ୍ର ଦେଲା ଫୋପାଡ଼ଇକୋଳ କରିବାକୁ ରତି ପାଶେ ଗଲା ଧାଇଁ ।ଧରା ନ ଦେଇଣ ଦେବୀ ଦୂରେ ହଟିଯାନ୍ତିହସି ହସି ତୁହାଇଣ ଶର ଯେ ବିନ୍ଧନ୍ତି ।ଏହି ସୁଯୋଗ ଉଣ୍ଡିଣ କାମେ ରତି ଚାହିଁଠାରିଦେଲଷ ପ୍ରାଣ ଯାଅ ଏହି ବେଳେ ନେଇ ।ଜ୍ଞାନ ହାରି ଦୈତ୍ୟନାଥ ପଛରେ ଧାଇଁଲାଧରା ନ ଦିଅନ୍ତି ଦେବୀ ଯେତେ ଚେଷ୍ଟାକଲା ।ଏ ସମୟେ କାମଦେବ ବା ବଲାସ୍ତ୍ର ମାରିଅସୁର କନ୍ଧରୁ ମୁଣ୍ଡ ଦେଲେ ଛିନ୍ନକରି ।ଯେତେବେଳେ ଅସୁରର ପ୍ରାଣ ନାଶ କଲାସ୍ୱର୍ଗପୁରୁ କାମ ପରେ ପୁଷ୍ପ ବରଷିଲା ।ଧନ୍ୟ ଧନ୍ୟ କାମଦେବ ଧନ୍ୟ ଦେବୀ ରତିତୁମ୍ଭ ଯୋଗେ ନାଶହେଲା ଦେବଙ୍କ ବିପତ୍ତି ।ଶୂନ୍ୟଶବ୍ଦ ହେଲା ଆଉ ବିଳମ୍ବ ନ କରତୁମ୍ଭଙ୍କୁ ନ ଦେଖି ମାତା ହୁଅନ୍ତି ଅସ୍ଥିର ।ଜଗତ ଜନନୀ ଲକ୍ଷ୍ମୀମାତ ଯେ ତୁମ୍ଭରତୁମ୍ଭର ପିତା ଅଟନ୍ତି ଯେ ପରମେଶ୍ବର ।ଯାଅ ପତି ପତ୍ନୀ ଦୁଇ ତାହାଙ୍କ ପାଶରଆନନ୍ଦରେ ଦ୍ୱାରକାରେ ସୁଖଭୋଗ କର ।ଶୂନ୍ୟବାଣୀ କର୍ଣ୍ଣେ ପୁଣି ପତି ପତ୍ନୀ ଦୁଇସମ୍ବରର ଅନ୍ତପୁରେ ପହଞ୍ଚିଲେ ଯାଇ ।ମୂଢାସୁର ନାମେ ଥିଲା ଏକ ଦୈତ୍ୟବରବିଷ୍ଣୁ ଭକ୍ତ ଅଟଇ ଯେ ଚରିତ୍ର ସୁନ୍ଦର ।ସମ୍ବର ଅସୁର ପାଶେ ଥାଏ ମନ୍ତ୍ରୀ ହୋଇକିନ୍ତୁ କେତନକୁ ମୂଢା ସାହାଯ୍ୟ କରଇ ।ତାହାକୁ ପାଶକୁ ରାଇ କାମଦେବ ରତିବୋଇଲେ ଏ ରାଜ୍ୟେ ତୁମ୍ଭେ ହୁଅ ନରପତି ।ଦ୍ୱାରକାପୁରକୁ ଆମ୍ଭେ କରୁଛୁ ଗମନଆମ୍ଭ ପ୍ରତିନିଧି ରାଜ୍ୟେ କର ହେ ଶାସନ ।ଶୁଣି ମୂଢାସର ଦୈତ୍ୟ ସନମତ କଲାକାମଦେବଙ୍କର ଆଜ୍ଞା ଶିରରେ ବହିଲା ।ସିଂହାସନେ ନ ବସିଣ ଦାନବ ଭକତକାମଦେବଙ୍କ ପାଦୁକା ପୂଜେ ଅବିରତ ।ଦ୍ୱାରକାକୁ ଯିବା ପାଇଁ ରଥ ସଜହେଲାବହୁ ଧନରତ୍ନ ମୂଢ଼ାସୁର ଯେ ଲଦିଲା ।ଦିବ୍ଯବେଶ ହୋଇଣ ଯେ ପତି ପତ୍ନୀ ଦୁଇବାହାରନ୍ତେ ନାରଦ ମିଳିଲେ ବୀଣା ବାଇ ।ଦେଖି ମହର୍ଷିଙ୍କୁ କାମ ଆନନ୍ଦ ହୋଇଲେପତି ପତ୍ନୀ ଦୁଇ ପାଦେ ପ୍ରଣିପାତ ହେଲେ ।ନାରଦ ବୋଇଲେ ସବୁ କରିଥିଲି ମୁହିଁଆଜି ତାର ଶେଷଫଳ ଆସି ଦେଖିଲଇଁ ।ରତିଦେବୀ ମହର୍ଷିଙ୍କୁ ଚାହିଁଣ ବୋଲନ୍ତିତବ ଯୋଗେ ପାଇଲି ମୋ ହଜିଲା ସମ୍ପତ୍ତି ।ନାରଦ ବୋଲନ୍ତି ଆଉ ବିଳମ୍ବ ନ କରତୁମ୍ଭଙ୍କୁ ନ ଦେଖି ଦେବୀ ରୁକ୍ମିଣୀ ଅସ୍ଥିର ।କାମଦେବ ବୋଲନ୍ତି ମହର୍ଷି ମୁଖ ଚାହିଁପିତାମାତା ଆମ୍ଭଙ୍କୁ ନ ଚିହ୍ନିବେ ଗୋସାଇଁ ।ନାରଦ ବୋଲନ୍ତି କୁମ୍ଭେ ଭାବନା ନା କରସେ ସବୁ ଭାର ରହିଲା ମୋହର ଉପର ।ତୁମ୍ଭ ସଙ୍ଗେ ସଙ୍ଗେ ମୁହିଁ ଦ୍ୱାରକାକୁ ଯିବିସମସ୍ତଙ୍କ ସଙ୍ଗେ ପରିଚୟ କରାଇବି ।ଏହା ଶୁଣି ଦୁହିଁଙ୍କର ମନ ଯେ ଆନନ୍ଦଦର୍ଶନ କରିବେ ଆଜି ପିତାମାତା ପାଦ ।ବହୁ ମୂଲ୍ୟବାନ ହୀରାଲୀଳା ଆଦିକରିମନ ମୁତାବକ ରଥେ ଭରିଲେ ସୁନ୍ଦରୀ ।ଦିବ୍ୟବେଶେ ବେଶ ହୋଇ ରତି କାମ ଦୁଇନାରଦଙ୍କ ସହ ରଥେ ବସିଲେକ ଯାଇ ।ଶୂନମାର୍ଗେ ରହୁବର ଉଡ଼ାଇଣ ନେଲେସରଯୂ ନଦୀ କୂଳରେ ଯାଇଣ ରହିଲେ ।ମହର୍ଷି ବୋଲନ୍ତି ତୁମ୍ଭେ ଥାଅ ଏହିଠାରେଆମ୍ଭେ ଆଗ ବୁଲିଆସୁ ଦ୍ୱାରକା ନଗରେ ।ତହୁଁ ସେଠାରେ ରହିଲେ ରତି କାମ ଦୁଇଶ୍ରୀକୃଷ୍ଣଙ୍କ ପୁରେ ଋଷି ମିଳିଲେକ ଯାଇ ।ଦେଖିଲେ ରତ୍ନ ଖଟରେ ପ୍ରଭୁ ଶୋଇଛନ୍ତିପାଦତଳେ ରୁକ୍ମିଣୀ ଯେ ଲୁହ ଢାଳୁଛନ୍ତି ।ଯହୁଁ ମହର୍ଷିଙ୍କୁ ଦେଖିଦେଲେ ଚକ୍ରଧର ।ଉଠିଆସି ପାଦତଳେ କଲେ ନମସ୍କାର ।ରୁକ୍ମିଣୀ ଦେବୀ ସୁବର୍ଣ୍ଣ ଘଟେ ନୀର ନେଇଋଷିଙ୍କର ପାଦଧୌତ କରିଲେ ସୁମୁହୀଁ ।ଯତନରେ ଅଞ୍ଚଳରେ ପାଦ ଯେ ପୋଛିଲେପାଦ ଉଦକ ନେଇଣ ଗର୍ଭକୁ କ୍ଷେପିଲେ ।କାନ୍ଦି କଇଁ କଇଁ ହୋଇ ବୋଲନ୍ତି ବଚନଏତେଦିନେ ପୁରେ ଦେବ କଲ ଆଗମନ ।ଆଜିଯାଏ ମନେ ମୁହିଁ ପଡ଼ିଲି ତୁମ୍ଭରକର୍ଣ୍ଣେ କି ନ ପଡ଼େ ମୋର ଦୁଃଖ ଋଷିବର ।ନାରଦ ବୋଲନ୍ତି ମାତ୍ର କେଉଁ ଦୁଃଖ ତୋରସ୍ୱୟଂ ଅନ୍ତର୍ଯ୍ୟାମୀ ନାଥ ବନ୍ଧା ପାଶେ ଯାରଯା ଦର୍ଶନ ମିଳୁ ନାହିଁ କୋଟି ତପ କରିତା ଘରଣୀ ପୁଣି ଦୁଃଖେ ଅଛି ଦେହ ଧରି ।ଇଚ୍ଛାକଲେ ଆକାଶକୁ ନିମିଷକେ ଯାଇଚନ୍ଦ୍ର ସୂର୍ଯ୍ୟ ବାନ୍ଧିଆଣି ଦେବେ ପହଞ୍ଚାଇ ।ଯେଉଁ ପ୍ରଭୁ ଯମଘରୁ ଗୁରୁପୁତ୍ର ଆଣିଦକ୍ଷିଣା ଦେଇ ତୋଷିଲେ ବ୍ରାହ୍ମଣ ଘରଣୀ ।ଯେଉଁ ପ୍ରଭୁ କୁବୁଜାକୁ କରିଲେ ସୁନ୍ଦରଯେଉଁ ପ୍ରଭୁ ମାଲ୍ୟାଣୀକୁ ଦେଲେ ପୁତ୍ର ବର ।ଯେଉଁ ପ୍ରଭୁ ବୃନ୍ଦାବନେ ବଇଁଶୀ ବଜାଇଷୋଳସହସ୍ର ଗୋପୀଙ୍କ ମନ ହେଲେ ମୋହିଯେଉଁ ପ୍ରଭୁ କଂସକେଶୀ ଦଇତ ନାଶିଲେସ୍ୱର୍ଗପୁରେ ଦେବତାଙ୍କ ଦୁଃଖ ନିବାରିଲେ ।ଯାହାର ମହିମା ଦେବଗଣେ ଅଗୋଚରଯା ନାମ ଜପି ନାରଦ ଘୁମଇଁ ସଂସାର ।ତା ନାରୀର କେଉଁ କଥା ଉଣା ଅଛି ହୋଇସେ ପୁଣ ନୟନୁ ନୀର ସର୍ବଦା ଢାଳଇ ।ନାରଦଙ୍କ ବୋଲି ଶୁଣି କହେ କୃଷ୍ଣ ନାରୀମୁହିଁକି ପାରିବି ତାଙ୍କ ମନ ତୋଷକରି ।କୁବୁଜା ଚନ୍ଦନ ବୋଳି ସୁନ୍ଦରୀ ହୋଇଲାମାଲିଆଣୀ ଫୁଲ ଦେଇ ପୁତ୍ର ବର ନେଲା ।ଗୋପାଳୁଣୀ କେତେ ଦଧି ଦୁଗ୍ଧ ଛେନା ଦେଲେତେଣୁ ତାହାର ଫଳ ଯେସେମାନେ ପାଇଲେରାଧା ପାଇଁ ଯେଣୁ ଭଣଜାକୁ କୋଳ କଲାଅନ୍ଧାର ଘରରୁ ଭୂତ କବକୁ ବଞ୍ଚିଲା ।ମାଈଁକି ପିଟିବା ପାଇଁ ମାମୁଁ ବଣେ ଗଲାଭଣଜାକୁ ପୂଜୁ ପୂଜୁ କାଳିକା ପୂଜିଲା ।ରାଧା ପାଇଁ ଭଣଜାକୁ ବେଖାତିର କଲାଖୋସା ମଧ୍ୟରୁ ମାଈଁର ନଟୁ ବାହାରିଲା ।ଯହୁଁ ରାଧା ମାଈଁ ଗୋପେ ଅସତୀ ହୋଇଲାନ ଛାଡ଼ିବ ଜ୍ୱର ପୁଣି ଭଣଜାକୁ ହେଲା ।ବଇଦ ବୋଇଲା ଔଷଧିରେ ନ ଛାଡ଼ିବହଜାର କଣା କଳସୀ ଯେ ଭରି ଆଣିବ ।ଗୋପପୁର ମଧ୍ୟେ ସତୀ ଜଣେ କେ ନଥିଲେଏକା ମାଈଁ ଜଳ ଆଣି ସତୀ ବୋଲାଇଲେ ।ସେମାନଙ୍କ ପରି ଅବା ମୋ ଭକ୍ତି କାହିଁପ୍ରଭୁ ପ୍ରଭୁ ଭଜିବାକୁ ମୋର ଶକ୍ତି ନାହିଁ ।ଟେକାଟେକି କରି ଯିଏ ଦିପଦ କହିଲାଭାରିଯା ତା ଘରେ ଯାଇ ଚାକରାଣୀ ହେଲା ।ଜଗତକୁ ଦେଲେ ସିନା ଠାକୁର ବୋଲିବେଛାର ଦାସୀଠାରୁ ଅବା କି ଲାଭ ପାଇବେ ।ମୁଁ ସିନା ଭାବଇ ସବୁଠାରୁ ଭାଗ୍ୟବତୀକିନ୍ତୁ ଦ୍ୱାରକାରେ ସବୁଠାରୁ ଦୁଃଖୀ ଅତି ।ସବୁ ଶୁଣୁଥାନ୍ତି ପ୍ରଭୁ ନ ଜାଣିଲା ପରିଦେବର୍ଷିଙ୍କୁ ଚାହିଁ ହସୁଥାନ୍ତି ନରହରି ।ଅନ୍ତର୍ଯ୍ୟାମୀ ନାଥକୁ ବା କିସ ଜଣା ନାହିଁନିଜେ ତ ଏସବୁ କଥା ଅଛନ୍ତି ଭିଆଇ ।ନାରଦଙ୍କୁ ବୋଲନ୍ତି ଯେ ପ୍ରଭୁ ଭଗବାନବୃଥାରେ ମୋ ପରେ କରୁଛନ୍ତି ଅଭିମାନ ।ଜଣାଥିଲେ ସିନା ମୁହିଁ ଆଣନ୍ତି ଛଡ଼ାଇକିନ୍ତୁ କେଉଁଠାରେ ଖୋଜି ଖୋଜି ପାଉ ନାହିଁ ।ଯେତେ ପଣ୍ଡିତମାନଙ୍କୁ ପଚାରୁଛି ମୁହିଁସମସ୍ତେ କହନ୍ତି ପୁତ୍ର ସୁଖେ ଅଛି ରହି ।ଆବର ବୋଲୁଅଛନ୍ତି ନିଶ୍ଚୟ କୁମରବଧୂ ଘେନି ପ୍ରବେଶିବେ ଆସି ମୋର ପୁର ।ଯମ ନେଇଥିଲେ ସିନା ତା ପୁରକୁ ଯାଇଅବଶ୍ୟ ପୁତ୍ରକୁ ଆଣିଥାନ୍ତି ଯେ ଛଡ଼ାଇ ।ଯେତେ ବୁଝାଇଲେ ଦେବୀ ନ ଶୁଣନ୍ତେ କିଛିଦିନ ରାତି ବସି ଖାଲି ଲୁହ ଢାଳୁଛନ୍ତି ।ହାତୀ ବନସ୍ତେ ବୁଲିଲେ ଅଟେ ରାଜାଙ୍କରଯେଉଁଠି ପୁତ୍ର ରହିଲେ ଅଟଇ ଆମ୍ଭର ।ମୁଁ ଭାବୁଛି ହୋଇଥିଲେ ଆମ୍ଭର କୁମରଦିନେ ପିତା ମାତା ପାଶେ ହୋଇବ ହାଜର ।ରୁକ୍ମିଣୀ ବୋଲନ୍ତି ଯଦି ଥାନ୍ତ ଜନ୍ମ କରିଦିନେ ତ ଦୁଃଖ ଯେ ନାହିଁ ମନରେ ତୁମ୍ଭରି ।ମୁଁ ସିନା ଗର୍ଭ ଯାତନା ବହୁତ ସହିଛିପଲ୍ୟଙ୍କେ ଉଠି ନ ପାରି ଭୂମିରେ ଶୋଇଛି ।ତେଣୁ ମୋହର ଅନ୍ତର ଯାଉଅଛି ଜଳିଦିନ ରାତି ପୁତ୍ର ପୁତ୍ର ହେଉଅଛି ଭାଳି ।ନାରଦ ବୋଲନ୍ତି ଦେବୀ ଯା କହିଲ ସତପିତାଠାରୁ ମାତା କଷ୍ଟ ଅଟଇ ବହୁତ ।ଜନନୀ ଗର୍ଭ ଯାତନା ବହୁ ସହିଥାଏପୁତ୍ରର ମୁଖ ଦେଖିଲେ ସବୁ ଭୁଲିଯାଏ ।ଶ୍ରୀକୃଷ୍ଣ ବୋଲନ୍ତି ମୁନିବର କେଣେ ଥାଅଯେଉଁ ଦିନ ଆସ ଏକ କଳି ଯେ ଭିଆଅ ।ତୁମ୍ଭେ ତ ସକଳ ଜ୍ଞାତା ଭ୍ରମ ତିନିପୁରଜଣାଥିଲେ କୁହ ପୁତ୍ର ଅଛି କେଉର୍ଠାର ।ଦେବର୍ଷି ବୋଲନ୍ତି ଏକା ମୁଁ କଳିହା ହୋଇକିନ୍ତୁ ଅନ୍ତର୍ଯ୍ୟାମୀ ନାଥ କିଛି ନ ଜାଣଇ ।କାହିଁକି କନ୍ଦାଉଅଛ ମାତାଙ୍କୁ ମୋହରତୁମ୍ଭେ ଅନର୍ଥ କରିଛି ଆହେ ଚକ୍ରଧର ।ରୁକ୍ମିଣୀ ଜନନୀ ମୋର ନେତ୍ରୁ ଢାଳେ ବାରିଦେଖିଣ କିପରି ତୁମେ ଅଛ ଦୈର୍ଯ୍ୟ ଧରି ।ଚାଲ ମାତା ପିତା ଦୁଇ ମୋ ସଙ୍ଗରେ ଯିବଯେଉଁଠି ଥିବ ପୁତ୍ରକୁ ଘେନି ଯେ ଆସିବ ।କୃଷ୍ଣ ପୁତ୍ର ପରାଣରେ କେଭେ ମରେ ନାହିଁଅଗ୍ନିରେ ପକାଇ ଦେଲେ ତେଜ ବିକାଶଇ ।ବୃଥାରେ ସିନା ଜନନୀ ରୋଷ କରୁଅଛିକିନ୍ତୁ ପ୍ରଭୁଙ୍କର ଏଥେ ଦୋଷ ନାହିଁ କିଛି ।ସବୁ କରିଅଛି ଏହି କଳିହା କୁମରନ ଯାଇଥିଲେ ସୁତ କେ ମାରନ୍ତା ସମ୍ବର ।ଆଉ ନ କାନ୍ଦ ଜନନୀ ଚାଲ ମୋ ସଙ୍ଗରେତୋ ପୁତ୍ରବଧୂକୁ ଛାଡ଼ିଯିବି ତୋର ଘରେ ।ଯହୁଁ ଦେବୀ ଋଷିଠାରୁ ଏତକ ଶୁଣିଲେସଜଫୁଟା କୁନ୍ଦ ପରି ମୁଖ ବିକାଶିଲେ ।କୃଷ୍ଣଙ୍କୁ ବୋଲନ୍ତି ସ୍ୱାମୀ ଧରୁଛି ପୟରସାତ୍ୟକିକୁ ଡାକି ଶୀଘ୍ର ରଥ ସଜ କର ।କେହି ନ ଜାଣିବେ ଆମ୍ଭେ ଦୁଇ ଜଣ ଯିବାପୁତ୍ରଗୋଟିକୁ ଯେ ମୋର ଘେନି ଯେ ଆସିବାନାରଦ ବୋଲନ୍ତି ଏକା ନୁହଁଇ କୁମରବଧୁସହ ଏକସଙ୍ଗେ ସରଯୁ କୂଳର ।ବିଧାତା ନନ୍ଦିନୀ ରତି ପୁତ୍ରବଧୂ ତୋରିମୋର ଅନ୍ତର ଭଉଣୀ ବଡ଼ାଇ ସୁନ୍ଦରୀ ।ଜାଣିଣ ଦେବୀଙ୍କ ପାଦ ତଳେ ନ ଲାଗଇଏକସଙ୍ଗେ ପୁତ୍ରବଧୁ ଘରେ ଆଣିବଇଁ ।ପୁତ୍ର ଗଲା ଦିନୁ ମୁଖ ପଡ଼ିଥିଲା କାଳିଶୁଣିଣ ଚନ୍ଦ୍ରମାଠାରୁ ଶୋଭା ଦିଶେ ବଳି ।ରୁକ୍ମିଣୀ ମୁଖକୁ ଚାହିଁ ପ୍ରଭୁ ଚକ୍ରଧରଦରଦର ହସି ପ୍ରଭୁ ବୋଲନ୍ତି ସେ ଗୀର ।ଯାଇଥିଲା ବୋଲି ପୁତ୍ର ମୋତେ କହୁଥିଲଦେଖ ଆଜି ପୁତ୍ର ସଙ୍ଗେ ବଧୂ ଯେ ପାଇଲ ।ପୁଣି ବିଧାତା ନନ୍ଦିନୀ ତବ ପୁତ୍ର ନାରୀୟାଠାରୁ ବଳି ସୌଭାଗ୍ୟ ନାହିଁ ଯେ ତୁମ୍ଭରି ।ଶୁଣି ଦେବୀ ପ୍ରଭୁଙ୍କର ପାଦରେ ପଡ଼ିଲେମୋର ଅପରାଧ ସ୍ବାମୀ ନ ଧରନ୍ତୁ ଭଲେ ।ପୁତ୍ର ଲାଗି ମୁଣ୍ଡ ମୋର ଥିଲା ଯେ ଖରାପତେଣୁ ଅଭିମାନ କରି କହିଛି ଯେତେକ ।ଏକମାତ୍ର ଦେବ ତୁମ୍ଭେ ଭରସ । ଦାସୀରଭଲମନ୍ଦ କହିବି ବା ମୁଁ କାହା ଆଗର ।ସେଥିଲାଗି ପଦ୍ମପାଦେ ଯାହା ଅଛି କହିସେବିକାର ଦୋଷ କ୍ଷମା କର ପ୍ରାଣସାଇଁ ।ଦେବୀଙ୍କୁ ଉଠାଇ ପ୍ରଭୁ ଆଲିଙ୍ଗନ କଲେପୁତ୍ରବଧୂ ଆଣିବାକୁ ବାହାର ହୋଇଲେ ।ନନ୍ଦିଘୋଷେ ଜଗନ୍ନାଥ, ରୁକ୍ମିଣୀ, ନାରଦସରଯୁକୂଳେ ଗମନ୍ତି ହୋଇଣ ଆନନ୍ଦ ।ରୁକ୍ମିଣୀ ବୋଲନ୍ତି ପୁତ୍ର କେଡେ ହୋଇଥିବବଧୂକୁ ଦେଖି ମୋ ନେତ୍ର ପବିତ୍ର ହୋଇବ ।ଆସିବ ବୋଲି ଶୁଣିଣ ରଖିଛି ଜୀବନନୋହିଲେ ଯାଇ ଥାଆନ୍ତା କେବେଠୁଁ ଶ୍ମଶାନ ।ହସୁଥାନ୍ତି ଜନର୍ଦ୍ଦନ ନାରଦଙ୍କୁ ଚାହିଁଚାହୁଁ ଚାହୁଁ ପୁତ୍ର ପାଶେ ମିଳିଲେକ ଯାଇ ।ଦୂରୁ ରଙ୍କୁଣୀ ପରାୟ ଛନ୍ନଛନ୍ନ ହୋଇପୁତର ରଥକୁ ଦେବୀ ଥାଆନ୍ତି ଅନାଇ ।ଋଷିବରଙ୍କୁ ଦେଖିଣ କାମ ରତି ଦୁଇବୋଲନ୍ତି ଆମ୍ଭର ପିତା ମାତା ଆସୁଛଇଁ ।ରତି ବୋଲନ୍ତି କନ୍ଦର୍ପ ମୁଖକୁ ଅନାଇଦେଖିଲେ ମାତା କିପରି ୟାଡ଼େ ଛନ୍ତି ଚାହିଁ ।ଚାହୁଁ ଚାହୁଁ ନନ୍ଦିଘୋଷ ନିକଟେ ମିଳିଲାନାରଦ ବୋଲନ୍ତି ମାତା ତବ ଦୁଃଖ ଗଲା ।ନିଅ ତବ ପୁତ୍ର ବଧୂ ସୁଖେ କର ଘରପୁତ୍ରକୁ ପାଇ ଏ ପୁତ୍ରେ ନ କରିବ ପର ।ମାତା ବୋଲନ୍ତି ଦେବର୍ଷି ନ କୁହ ଏସନଆଗେ ତୁମ୍ଭେ ପଛେ ଅଟ ମୋ ରଙ୍କୁଣୀଧନ ।ପିତା ମାତାଙ୍କୁ ଦେଖିଣ ପୁତ୍ର ବଧୂ ଦୁଇପାଦଗାମୀ ହୋଇ ପାଶେ ମିଳିଲେକ ଯାଇ ।ପିତାମାତାଙ୍କ ରୂପକୁ ଚାହିଁ ରତି କାମମନେ ଭାବନ୍ତି କରିଛୁ ଆମ୍ଭେ ବହୁ ଧର୍ମ ।ଏତେ ଭାବି ମନେ ଆସି ହସ ହସ ହୋଇଆଗ ଋଷିଙ୍କୁ ପ୍ରଣାମ କରିଲେ ଯେ ଦୁଇ ।ତା ପରେ ପିତାଙ୍କୁ ପ୍ରଣିପାତ ଯେ ହୋଇଲେମାତାଙ୍କର ଚରଣରେ ଯାଇଣ ପଡ଼ିଲେ ।ପୁତ୍ର ବଧୂଙ୍କୁ ଦେଖିଣ ରୁକ୍ମିଣୀ ଆନନ୍ଦଯେସନେକ ଦେବୀ ହସ୍ତେ ଧରିଅଛି ଚାନ୍ଦ ।ଆନନ୍ଦେ ଅଧୀର ହୋଇ ଭୀଷ୍ମକ ଦୁହିତାପୁତ୍ର ବଧୂ କୋଳେ ଧରି ଚୁମ୍ବ ଦେଲେ ମାତା ।ରତିଙ୍କ ଅଯତ୍ନ କେଶ ସ୍ୱହସ୍ତେ ସାଉଁଳିକୋଳ ଉପରେ ରୁକ୍ମିଣୀ ଧଇଲେ ଯେ ତୋଳି ।ପିତାଠାରୁ ପୁତ୍ର ରୂପ ଅଧିକ ଶୋଭଇପ୍ରଭୁଙ୍କ ଲକ୍ଷଣ ପୁତ୍ର ଦେହେ ବିରାଜଇ ।ପୁତ୍ର ବଧୂଙ୍କୁ ଚାହାନ୍ତି ନିରେଖି ଶ୍ରୀହରିବୋଇଲେ ରୁକ୍ମିଣୀ ବଡ଼ ସୌଭାଗ୍ୟ ତୁମ୍ଭରି ।ପିତାମାତାଙ୍କ ଆନନ୍ଦ କେ ପାରିବ କହିପୁତ୍ରକୁ କୋଳେ ଧରିଲେ ପ୍ରଭୁ ଭାବଗ୍ରାହୀ ।ବଧୂକୁ ଅଙ୍କ ରେ ବସାଇଣ କୃଷ୍ଣ ନାରୀରଥ ପରେ ବିଜେକଲେ ନାରଦଙ୍କୁ ଧରି ।ଦ୍ୱାରକା ନଗରେ ଯାଇ ପ୍ରବେଶ ହୋଇଲେଶୁଣିଣ ସର୍ବ ଯାଦବଗଣ ଯେ ଧାଇଁଲେ ।ସପ୍ତବଂଶ ଯଦୁକୂଳେ ପଡ଼ିଲା ଚହଳଦ୍ୱାରକାରେ ଶୁଭଇ ଯେ ମହାସୁଖ ରୋଳ ।ସମୁଦ୍ର ଲହରୀ ପ୍ରାୟ ଶବଦ ଶୁଭଇନିରେଖି କାମ ରତିଙ୍କୁ ସର୍ବେ ଛନ୍ତି ଚାହିଁ ।କେ ବୋଲଇ ଧନ୍ୟ ଧନ୍ୟ ରୁକ୍ମିଣୀ ସୁନ୍ଦରୀକେତେ ତପେ ଏ ପୁତ୍ରକୁ ଥିଲୁ ଜନ୍ମକରି ।ଜୀବନରେ କେତେ କଷ୍ଯ କରିଥିଲୁ ତୁହିସବୁ ଗଲା ଚନ୍ଦ୍ର ପରି ପୁତ୍ର ବଧୂ ପାଇ ।ଏହିପରି ଲୋକମାନେ ବହୁ ପ୍ରଶଂସିଲେଆନନ୍ଦରେ ପୁତ୍ରବଧୂ ପୁରକୁ ଗମିଲେ ।ରତି କାମକୁ ସୁମିଷ୍ଟ ଖାଦ୍ୟ ଆଣି ମାତସ୍ୱହସ୍ତେ ଖୁଆଇ ଦ୍ୟନ୍ତି ହୋଇ ଆନନ୍ଦିତ ।ସ୍ୱରଗ ବିଧାତା କନ୍ୟା ବଧୂ ତାହାଙ୍କରଭାଳିଣ ମନରେ ଗର୍ବ କରନ୍ତି ଅପାର ।ନିମିଷେ ପାଖରୁ ଦେବୀ ଦୂର ନ କରନ୍ତିଦୁଃଖ ଭୁଲି ରୁକ୍ମିଣୀର ଫୁଲି ଉଠେ ଛାତି ।ପ୍ରଭୁଙ୍କ ପାଖକୁ ଦେବୀ ଦିବସେ ନ ଯାନ୍ତିଦେଖି ଗେଲେଇ ଗେଲେଇ କହନ୍ତି ଶ୍ରୀପତି ।ପୁତ୍ର ବଧୂ ଦେଖି ତୁମ୍ଭେ ହୋଇଲ ବିଭୋରଏକାବେଳେ ମୋତେ କିମ୍ପା କରୁଛ ଅନ୍ତର ।ହସିହସି ରୁକ୍ମିଣୀ ଯେ କିଛି ନ କୁହନ୍ତିକାମ ବାହାନା କରିଣ ଆଡ଼େ ଚାଲିଯାନ୍ତି ।ଏହିପରି ସରବେ ହେ ସୁଖରେ ରହିଲେକିଛି ଦିନ ପରେ ପ୍ରଭୁ ବ୍ରହ୍ମାଙ୍କୁ ରାଇଲେ ।ଅନ୍ତୁଡ଼ିଶାଳରୁ ପିଲା ହୋଇଥିଲା ଚୋରିତେଣୁ ନାମକରଣ ଯେ କରନ୍ତୁ ତାହାରି ।ଶୁଣିଣ ଧାତା ମନରେ ଆନନ୍ଦ ହୋଇଲେପରଘରେ ଥିଲା ନାମ ପ୍ରଦ୍ୟୁମ୍ନ ଯେ ଦେଲେ ।ତିନିପୁର ନାଗ ନର ସୁର ମେଳି ହୋଇସେ ନାମକୁ ଅଙ୍ଗିକାର କଲେ ସର୍ବେ ତହିଁ ।ସଭିଙ୍କଠାରୁ ଆନନ୍ଦ ବେଶି ରୁକ୍ମିଣୀରକେତେ କଷ୍ଟେ ଜନ୍ମ ସେହୁ କରିଛି କୁମର ।ପୁତ୍ର ନାମକରଣ ଉତ୍ସବ ଶେଷ ହେଲାତାହାପରେ ଆଉ ଏକ ଘଟଣା ଘଟିଲା ।ଯେତେବେଳେ ରତୀଦେବୀ ଦ୍ୱାରକା ଆସିଲେଦୁଇମାସ ଅନ୍ତଃସତ୍ତ୍ୱା ସେ ଯେ ହୋଇଥିଲେ ।ଶାଶୁ ଶ୍ୱଶୁରଙ୍କ ଆଗେ କହେ ସହଚରୀବେନିମାସ ଗର୍ଭମାସ ବଧୂ ଯେ ତୁମ୍ଭରି ।ଶୁଣିଣ ପିତା ଓ ମାତା ଆନନ୍ଦ ହୋଇଲେବଧୂ ନିମନ୍ତେ ଉତ୍ତମ ବ୍ୟବସ୍ଥା କରିଲେ ।ଯାହା ଯେତେବେଳେ ରତିଦେବୀ ମନାସନ୍ତିମନ ଜାଣି ରୁକ୍ମିଣୀ ଯେ ଯୋଗାଇ ଦିଅନ୍ତି ।ସଖୀଏ ପାଶରୁ ଯେହ୍ନେ ନ ହୁଅ ଅନ୍ତରତିଆରି କହନ୍ତି ତାଙ୍କୁ ମାତା ବାର ବାର ।ଏହିପରି କ୍ରମେ କ୍ରମେ ଦଶମାସ ହେଲାଶୁଭଲଗ୍ନେ ଏକପୁତ୍ର ଜନମ ହୋଇଲା ।ଜନ୍ମ ହୋନ୍ତେ ଦ୍ୱାରକାରେ ହୋଇଲା ଚହଳକୋଟି ଚନ୍ଦ୍ର ଜିଣି ପୁତ୍ର ଶୋଭା ଅନର୍ଗଳ ।ମହା ଆଡ଼ମ୍ବରେ ବହୁ ଅର୍ଥ ବ୍ୟୟ ହୋଇଶ୍ରୀକୃଷ୍ଣଙ୍କ ନାତି ଲାଗି ଖରଚ ହୁଅଇ ।ସର୍ବ ଋଷିଗଣ ମିଳି କରିଲେକ ସ୍ଥିରଅନ୍ୟରୁ ଆସିଲେ ନାମ ଅନିରୁଦ୍ଧ ୟାର ।ଏହିପରି ଉତ୍ସବ ଯେ ହୁଏ ଦ୍ୱାରକାରବନ୍ଧୁ ବାନ୍ଧବମାନେ ଯେ ଥାନ୍ତି ଭରପୁର ।ପୁତ୍ରବଧୂ ନାତି ଘେନି ରୁକ୍ମିଣୀ ଆନନ୍ଦଭକତିଭରେ ସେବନ୍ତି ସଦା ସ୍ୱାମୀପାଦ ।ବଳରାମ ଆଦି ବୀର ପୁଣି ଉଗ୍ରସେନନାତିର ମୁଖରେ ସର୍ବେ ଦିଅନ୍ତି ଚୁମ୍ବନ ।ଜୟ ତୁ ଦିନକର ହେ ପ୍ରଭୁ ନିରଞ୍ଜନଅଶେଷ କୋଟି ବ୍ରହ୍ମାଣ୍ଡ ପୁରିଛି କିରଣ ।ସକଳ ପ୍ରାଣୀମାନଙ୍କ ଅଟ ମୋକ୍ଷଦାତାବହନ୍ତା ନିୟନ୍ତା ତୁମ୍ଭେ ହେ ଜଗତକର୍ତ୍ତା ।ଶ୍ରୀ ଅଚ୍ୟୁତାନନ୍ଦଙ୍କର ପାଦପଦ୍ମ ଧ୍ୟାୟୀଦେବୀଙ୍କୁ ସୁମରି କ୍ଷେତ୍ରମୋହନ ଲେଖଇ ।ବଳରାମଙ୍କ ସହିତ ରେବତୀର ବିଭା ଓକୁମ୍ଭ ନିକୁମ୍ଭ ବଧଶୁଣ ଆହେ ସାଧୁଜନେ ଦେଇ ମନ କର୍ଣ୍ଣକହିବା ରେବତୀ ଦେବୀ ବିବାହ ବିଧାନ ।ମହେନ୍ଦ୍ରଗିରି ନିକଟେ ରୈବତ ପର୍ବତସେଠାରେ ରେବତୀ ନାମେ ଥାଏ ନରନାଥ ।ସତ୍ୟଯୁଗ ସୂର୍ଯ୍ୟବଂଶ ନରପତି ସେହିଜନକ ନରପତିଙ୍କ ଅଟେ ସାନ ଭାଇ ।ଜନକ ରାଜାଙ୍କ ସୁତା ଜାନକୀ ଅଟନ୍ତିତ୍ରେତାଯୁଗେ ବିଭାହେଲେ ତାଙ୍କୁ ରଘୁପତି ।ଲକ୍ଷ୍ମୀ ରୂପେ ସୀତା ହୋଇଥିଲେ ଅବତାରରେବତୀ ଦେବୀ ହିଙ୍ଗୁଳା ଜାତ ଯେ ମହୀର ।ଦୁଇ ଭଉଣୀଙ୍କ ନାମ ଜାନକୀ ରେବତୀଅଯୋନି ସମ୍ଭୂତା ଯଜ୍ଞୁ ହେଲେ ଉତପତ୍ତି ।ବୟସରେ ଅଳପ ଯେ ସାନ ବଡ଼ ଦୁଇସୀତା ବିଭାହେଲେ ଗଲା ରେବତୀରେ ରହି ।କୁମାରୀ ଭାବରେ ଦୁଇ ଯୁଗ ଗଲା ବହିରୈବତ ଘରେ ରେବତୀ ଦେବୀ ଥାନ୍ତି ରହି ।କନ୍ୟା ଯୋଗେ ଚିନ୍ତିତ ଯେ ଥାଇ ନରବରଖୋଜାଖୋଜି ନ ପାଇଲେ ଉପଯୁକ୍ତ ବର ।ଯହିଁ ହଳଧର ଗୋପପୁରେ ଜନମିଲେପିତା ଘରେ ଥାଇ ଦେବୀ ରଜୋବତୀ ହେଲେକନ୍ୟା ରଜୋବତୀ ଦେଖି ପିତାମାତା ଦୁଇସର୍ବଦା ଚିନ୍ତା କରିଲେ ବିଭା ହେବା ପାଇଁ ।ଦିନେ କନ୍ୟାକୁ ଘେନିଣ ରୈବତ ରାଜନଧାତାଙ୍କ ପାଶରେ ସ୍ୱର୍ଗେ ମିଳିଲେ ବହନ ।ତାହାଙ୍କ ପାଦରେ ଯାଇ ପ୍ରମାଣ ହୋଇଲେଆଦର କରି ରାଜାଙ୍କୁ ଧାତା ବସାଇଲେ ।ବୋଇଲେ କି କାର୍ଯ୍ୟେ ଆସିଅଛ ହେ ରାଜନକନ୍ୟାକୁ ସଙ୍ଗେ ଆଣିଛ କିମ୍ପାଇ ଏ ସ୍ଥାନ ।ରୈବତ ବୋଲଇ ତୁମ୍ଭେ ତିନିକାଳ ଜ୍ଞାତାକେଉଁ କଥା ଅଗୋଚର ତୁମ୍ଭଙ୍କୁ ହେ ପିତା ।ଦୁଇଯୁଗ ହୋଇଲାଣି ମୋ କନ୍ୟା ରହିଲାଖୋଜି ଖୋଜି ତା ସମାନ ବର ନ ମିଳିଲା ।କୁମାରୀ ଥିଲା ଯେ କନ୍ୟା ଯୁବତୀ ହୋଇଲାତେଣୁ ତୁମ୍ଭ ନିକଟକୁ ଆସିଲି ମୁଁ ଧାଇଁକେଉଁଠାରେ ବର ଅଛି ଦିଅ ମୋତେ କହି ।ବିଧାତା ବୋଇଲେ ରାଜା ଭାବନା ନ କରସେ ତ ମହାମାୟୀ ପୃଥ୍ୱୀ ଧରିଛି ଗର୍ଭର ।ତାର ସ୍ୱାମୀ ମର୍ତ୍ତ୍ୟପୁରେ ଜନମି ନ ଥିଲାତେଣୁ କୁମାରୀ ହୋଇଣ ତୋର ଘରେ ଥିଲା ।ଏକ୍ଷଣି ଜନ୍ମ ହେବାର ପ୍ରାଣପତି ତାରରଜୋବତୀ ହୋଇଲା ଯେ କୁମାରୀ ତୋହରଯୁଗେ ଯୁଗେ ମର୍ତ୍ତ୍ୟପୁରେ କନ୍ୟା ଜନମନ୍ତିଶିବ ବିଷ୍ଣୁ ଦୁଇଜଣ ଏକତ୍ର ଆସନ୍ତି ।ସ୍ୱୟଂ ନିରାକାରଙ୍କର ରାଣୀ ଅଟେ ଏହିସୀତା ରେବତୀ ହେ ଲକ୍ଷ୍ମୀ ପାର୍ବତୀ ଏ ଦୁଇଏବେ ସୀତା ଜନ୍ମିଥିଲେ ଭୀଷ୍ମଙ୍କର ଘରେବିଭା ହୋଇ ରହିଲେଣି ପ୍ରଭୁଙ୍କ ପାଶରେ ।ଏ ମଧ୍ୟ ଅଳପ ଦିନେ ସ୍ବାମୀଙ୍କୁ ଭେଟିବସ୍ବୟଂ ହଳଧରଙ୍କର ମନ ଏ ତୋଷିବ ।ଦ୍ୱାରକାରେ ରାମକୃଷ୍ଣ ନାମେ ଦୁଇଭାଇଆନନ୍ଦରେ ନିର୍ଭୟେ ସେ ପୁରେ ଛନ୍ତି ରହି ।ବସୁଦେବଙ୍କର ସୁତ ଅଟେ ଜଗନ୍ନାଥରୋହିଣୀ ଗର୍ଭୁ ଯେ ରାମ ହୋଇଛି ସମ୍ଭୁତ ।ସାକ୍ଷାତେ ଅନନ୍ତ ତାର ନାହିଁ ଆଦି ଅନ୍ତତା କରେ କନ୍ୟା ସମର୍ପି ହୁଅ ତୁହି ତୃପ୍ତ ।ନାରଦେ ପଠଇ ମୁହିଁ କରିଦେବି ସ୍ଥିରଯାଅ ତୁହି ବିଭାଘର ଆୟୋଜନ କର ।ଆମ୍ଭେ ମଧ୍ୟସ୍ଥ ହୋଇଣ ଯୁଟାଇଣ ଦେବାଯାଅ ରାଜକନ୍ୟା ତୋର ହୋଇଯିବ ବିଭା ।ଶୁଣିଣ ରୈବତ ରାଜା ହୋଇ କୃତ୍ୟ କୃତ୍ୟବୋଲେ ଦେବ ତୁମ୍ଭ ଲାଗି ହେବି ମୁଁ ପବିତ୍ର ।ତୁମ୍ଭ ଇଚ୍ଛା ଯାହା କର ମୋର ମନା ନାହିଁଶୀଘ୍ର ବନ୍ଦୋବସ୍ତ କର ଦେବର୍ଷି ପଠାଇ ।ଏତେ କହି ଧାତା ପାଦେ ହୋଇ ନମସ୍କାରରୈବତ ପର୍ବତେ ରାଜା ହୋଇଲା ହାଜର ।ପାତ୍ର ମନ୍ତ୍ରୀମାନେ ଶୁଣି ଆନନ୍ଦ ହୋଇଲେବିଭାଘର ଲାଗି ଦ୍ରବ୍ୟ ଆୟୋଜନ କଲେ ।ଧାତାଙ୍କର ଆଜ୍ଞା ପାଇ ମହର୍ଷି ନାରଦବୀଣା ବଜାଇ ମିଳିଲେ ସେ ସ୍ଥାନେ ଗୋବିନ୍ଦ ।ଦେଖିଛି ଋଷିଙ୍କ ପାଦେ ପ୍ରଭୁ ପ୍ରଣମିଲେକି ନିମନ୍ତେ ଆଗମନ ବୋଲିଣ ବୋଇଲେ ।ଏବେ କିମ୍ପା ଘନ ଘନ ପାଦ ପଡ଼ୁଅଛିବଡ଼ ସୌଭାଗ୍ୟ ଆମ୍ଭର ବୋଲି ମୁଁ ଜାଣୁଛି ।ନାରଦ ବୋଲନ୍ତି ତୁମ୍ଭ ଉପକାର ପାଇଁଦିନରାତି ଆମ୍ଭ ନୟନରେ ନିଦ୍ରା ନାହିଁ ।ଶୁଣି ରାମକୃଷ୍ଣ ସହ ସରବେ ହସିଲେସିଂହାସନେ ନେଇଣ ଋଷିଙ୍କୁ ବସାଇଲେ ।ବୋଇଲେ କି ଶୁଭ ବାର୍ତ୍ତା କୁହ ଋଷିବରଶୁଣିଲେ ସଂଶୟ ମନୁ ଘୁଞ୍ଚିବ ଆମ୍ଭର ।ଧାତାଙ୍କ କହିବା କଥା ନାରଦ କହିଲେଶୁଣିଣ ଯାଦବଗଣ ଆନନ୍ଦ ହୋଇଲେ ।ଶ୍ରୀକୃଷ୍ଣ ବୋଲନ୍ତି ଦେବ ପଥ ବହୁଦୂରଯିବା ପାଇଁ ଅସୁବିଧା ହୋଇବ ଆମ୍ଭର ।ନାରଦ ବୋଲନ୍ତି ଆମ୍ଭେ ବ୍ୟବସ୍ଥା କରିବାମଧ୍ୟସ୍ଥଳ ଦେଖି ଜାଗା ସ୍ଥିର କରି ଦେବା ।ଅମର କାନନେ ଶ୍ୱେତ ଗିରି ବିଦ୍ୟମାନସେହି ଜାଗା ଗୋଟି ଅଟେ ଉପଯୁକ୍ତ ସ୍ଥାନ ।ବହୁତ ପ୍ରଶସ୍ତ ଗୁମ୍ଫାମାନ ସେହିଠାରେସତ୍ୟଯୁଚଗେ ବହୁ ତପୀ ଥିଲେ ସେ ସ୍ଥାନରେଶୁଣିଣ ଯାଦବଗଣ କଲେ ସନମତସ୍ୱୀକାର ପତ୍ର ଗୋଟିଏ ନେଲେ ତପୋବନ୍ତ ।ମନଯାନେ ଚଢ଼ି ଧାତାସୁତ ହରଷରେବୀଣା ବଜାଇ ମିଳିଲେ ରୈବତ ପୁରରେ ।ଚାତକ ବତ ରୈବତ ରାଜା ଚାହିଁଥିଲାମୁନିବରଙ୍କୁ ଦେଖିଣ ଆନନ୍ଦ ହୋଇଲା ।ପାଦ୍ୟ ଅର୍ଘ୍ୟ ଦେଇଣ ଯେ ଆସନେ ବସାଇକୁଶଳ ବାରତାମାନ ପୁଚ୍ଛେ ନରସାଇଁ ।ସମସ୍ତ ମଙ୍ଗଳ ବୋଲି ନାରଦ କହିଲେସ୍ବୀକାର ପତ୍ର ଗୋଟିଏ ନୃପ କରେ ଦେଲେ ।ବୋଇଲେ ରାଜନ ଆଉ ବିଳମ୍ବ ନ କରଜମ୍ବୁଦ୍ବୀପେ ଶ୍ୱେତ ବନେ ହେବ ବିଭାଘର ।ଉଭୟ ପକ୍ଷର ମଧ୍ୟସ୍ଥଳ ସେ ଅଟଇବହୁତ ବାଟ ଯାଦବ ଆସି ନ ପାରଇ ।ଶୁଣିଣ ରୈବତ ରାଜା ସମ୍ମତ କରିଲେବିଭାଘର ଲାଗି ଦ୍ରବ୍ୟ ଆୟୋଜନ କଲେ ।ବିବିଧ ସମ୍ଭାର ଯଉତୁକ ବିଧିମାନହୀରା ନୀଳା ରକତ ଯେ କଲେ ଆୟୋଜନ ।ଶ୍ୱେତ ହସ୍ତୀ ଶ୍ୱେତ ଅଶ୍ୱ ଶ୍ୱେତ ବର୍ଣ୍ଣ ଗାଈରେବତୀ କନ୍ୟା ଲାଗି ଶ୍ୱେତ ରଥ ଯେ ଭିଆଇଗଜଦନ୍ତ ପଲଙ୍କରେ ପନ୍ତି ପନ୍ତି ହୋଇମଣି ମାଣିକ୍ୟରେ ଝରା ଖଞ୍ଜା ଅଛି ତହିଁ ।କନ୍ୟା ଲାଗି ବହୁ ଧନ ରତ୍ନ ଆଦିକରିସତ୍ୟଯୁଗରୁ ସାଇତି ଥିଲା ଦଣ୍ଡଧାରୀ ।ଏକଇ ମାତାର କନ୍ୟା ଅଟ ଯେ ରାଜାରପୁତ୍ର ପୌତ୍ରାଦି ତାହାଙ୍କ ନାହିଁ ଯେ ଆବର ।ଯେପରି କନ୍ୟା ତାହାଙ୍କ ନୀର ନ ଢାଳିବପୁଣି ଜଗତ କରତା ମନକୁ ଶୋଭିବ ।ବଳରାମ ପରିହାର ରୈବତ କରିବଯେହ୍ନେ ତିନିପୁର ମଧ୍ୟେ ପ୍ରଶଂସା ପାଇବ ।ଏହିପରି ମନେ ଭାବି ରୈବତ ରାଜନବିଭାଘର ଲାଗି ଦ୍ରବ୍ୟ କରେ ଆୟୋଜନ ।ରାଜ୍ୟରେ ସଭିଙ୍କୁ ରାଜା ଦେଲେ ଯେ ଜଣାଇହେ ଯାର ଶକଟ ଆଣି ଆସ ସର୍ବେ ଧାଇଁ ।ଏକମାତ୍ର କନ୍ୟା ମୋର ହେଉଅଛି ବିଭାଦ୍ରଦ୍ୟ ଘେନି ସର୍ବେ ବିଭା କରାଇଣ ଯିବା ।ଶକଟରେ ଭରି ଦ୍ରବ୍ୟ ପୁଣି ରଥ ରାଇରାଜ୍ୟଲୋକେ ସଙ୍ଗେ ଯାନ୍ତି ହରଷିତ ହୋଇରେବତୀଙ୍କୁ ନାନା ରତ୍ନ ସଖୀଏ ସଜାଇଶ୍ୱେତରଥ ପରେ ସର୍ବେ ବସାଇଲେ ନେଇ ।ଶତ ଶତ ଦାସଦାସୀ କନ୍ୟା ସଙ୍ଗେ ଯାନ୍ତିଯେ ଯାହାର ଉପଯୁକ୍ତ ବେଶ ହୋଇଥାନ୍ତି ।ବିବିଧ ବାଦ୍ୟ ନାଦରେ କମ୍ପେ ତିନିପୁରୀଶୁଭବେଳ ଦେଖି ରାତା ଅନୁକୁଳ କରି ।ରୈବତ ରାଜା ରାଣୀ ଯେ ନାରଦଙ୍କୁ ଘେନିଏକା ରଥେ ସାଙ୍ଗ ହୋଇ ଗମନ୍ତି ଯେ ତିନି ।ସଙ୍ଗେ ବହୁ ଥାଟ ଯାନ୍ତି କଳି ନ ହୁଅନ୍ତିସମସ୍ତଙ୍କ ପାଇଁ ଖାଦ୍ୟଦ୍ରବ୍ୟ ନେଇଥାନ୍ତି ।ମହା ଆଡ଼ମ୍ବରେ କନ୍ୟା ଘେନିଣ ରାଜନଶ୍ୱେତ ଗିରି ନିକଟରେ ମିଳିଲା ବହନ ।ସେ ବନର ଶୋଭା ଅଟେ ଅତି ମନୋହରସତ୍ୟଯୁଗ ଋଷିଙ୍କର ଅନେକ ଶିବିର ।ଅଦିନରେ ମଳୟ ଯେ ଗନ୍ଧ ଗନ୍ଧ ବହିସୁବାସ ପୁଷ୍ପ ସୌରଭେ ମନଦିଏ ମୋହି ।ଦେଖିଣ ସେ ସ୍ଥାନ ସର୍ବେ ହରଷ ହୋଇଲେଦେବର୍ଷି ନାରଦଙ୍କୁ ଯେ ବହୁ ପ୍ରଶଂସିଲେ ।ଜୀବନରେ ଏ ସମାନ ଦେଖି ନାହିଁ ସ୍ଥାନରେବତୀ ଦେବୀଙ୍କ ଯୋଗେ କଲୁ ଦରଶନ ।ଏକ ଏକ ଗୁମ୍ଫାମାନ ଅତ୍ୟନ୍ତ ସୁନ୍ଦରତା ସଙ୍ଗେ ସମାନ ନୁହେଁ ରାଜାର ନଅର ।ଅନେକ ଗୁମ୍ଫା ଆବୋରି ସଭିଏଁ ରହିଲେରନ୍ଧାବଢା କରି ଖାଇ ଯାଗ ସଜାଇଲେ ।ବିବାହ ମଣ୍ଡପଠାରୁ ବରଯାତ୍ରୀ ଘରସମସ୍ତ ତିଆରି କଲେ ରୈବତଙ୍କ ଚାର ।ରେବତୀ ଦେବୀଙ୍କ ମନେ ଆନନ୍ଦ ଅପାରସ୍ୱୟଂ ନିରାକାର ଆଜି ତାହାଙ୍କର ବର ।ତେଣୁ ଦେବୀ ସଖୀଗଣ ସହ ହୋଇ ଖୁସିଚିତ୍ରପୁରୀ ଗୁମ୍ଫା ମଧ୍ୟେ ଥାଆନ୍ତି ଯେ ବସି ।ଦ୍ୱାରକାରେ ବରବେଶ ବଳରାମେ କରିସକଳ ଯାଦବଗଣ ଗଲେ ଘେନି ନାରୀ ।ବଳରାମଙ୍କ ଶୋଭା କହିଲେ ନ ସରେନାନା ଅଳଙ୍କାର ମଣ୍ଡିଛନ୍ତି ସେ ଅଙ୍ଗରେକର୍ଣ୍ଣରେ ରତ୍ନ କୁଣ୍ଡଳ ଗଳେ ମୋତିହାରକନ୍ଧରେ ଯଜ୍ଞୋପବୀତ ଦିଶଇ ସୁନ୍ଦର ।ଅଙ୍ଗୁଳିରେ ରତ୍ନମୁଦି ସୁଝୀନ ଉତ୍ତରୀଅମ୍ଳାନ ଶ୍ୱେତ ବସନ ଅଛନ୍ତି ପହୁରି ।ତାଳଧ୍ୱଜ ରଥେ ହଳୀ ଛନ୍ତି ବିଜେକରିନନ୍ଦୀଘୋଷେ ଜଗନ୍ନାଥ ରୁକ୍ମିଣୀଙ୍କୁ ଧରି ।ବିଜେକଲେ ରତି ପ୍ରଦ୍ୟୁମ୍ନ ଯେ ଆଦିକରିଅନିରୁଦ୍ଧ ପୁତ୍ର ଦେବୀ ଥାନ୍ତି କୋଳେ ଧରି ।ଦେବକୀ ବସୁଦେବ ଯେ ନନ୍ଦ ଯଶୋବନ୍ତୀଉଗ୍ରସେନ ରାଜା ଯାନ୍ତି ଘେନି ଇନ୍ଦୁମତୀ ।ବନ୍ଧୁବାନ୍ଧବ ସହିତ ଦେବତା ବ୍ରାହ୍ମଣସ୍ୱର୍ଗ ମର୍ତ୍ତ୍ୟ ତିନିପୁର ହୋଇ ନିମନ୍ତ୍ରଣ ।ସ୍ୱୟଂ ହଳଧରଙ୍କର ବିଭାଘର କାଳେନାଗକନ୍ୟା ଦେବକନ୍ୟା ଯେ ଯାନେ ମିଳିଲେରଥ ଆଗେ ଅପ୍ସରାଏ ଯାନ୍ତି ନୃତ୍ୟକରିବେଦଧ୍ୱନି କଲେ ବିପ୍ରେ ଗହ ଗହ କରି ।ସେ ବେଳର ଶୋଭା ଅଟେ ଅତି ଚମତ୍କାରଉପମା ଦେବାକୁ କେହି ନାହିଁ ତିନିପୁର ।ସମୁଦ୍ର ଲହରୀ ପ୍ରାୟ ଥାଟ ଥାନ୍ତି ଚଳିନାରୀମାନଙ୍କର ଶୋଭା ଏକୁ ଏକ ବଳି ।ବାଦ୍ୟନାଦେ ପୃଥିବୀ ଯେ ହୁଏ ଘନ ଘନବାଣ ରୋଷଣୀରେ କମ୍ପୁଅଛି ତ୍ରିଭୁବନ ।ଶ୍ୱେତଗୀ ପର୍ବତେ ରୈବତ ଯେ ରାଜା ଥିଲେଦୂରୁ ଶୋଭା ଦେଖିଣ ଯେ ଆନନ୍ଦ ହୋଇଲେ ।ଯେତେ ଲୋକ ଆସିଥିଲେ ରେବତୀ ସଭାରେଦେଖିଣ ମନେ ଆଶ୍ଚର୍ଯ୍ୟ ହେଲେ ସର୍ବନରେ ।କେ ବୋଲଇ ଧନ୍ୟ ଧନ୍ୟ ଭାଗ୍ୟ ନିରାକାରଭାଗ୍ୟବଳେ ଜ୍ୱାଇଁ କଳା ପ୍ରଭୁ ନିରାକାର ।ତାଟକା ପରାୟେ ସର୍ବେ ଅନାଇ ରହିଲେଯାଦବଗଣ ଯାଇଣ ନିକଟରେ ହେଲେ ।ବହୁ ଅହ୍ୟନାରୀ କନ୍ୟା ସଙ୍ଗେ ଆସିଥିଲେଢାଇଁ ପହଞ୍ଚିବାରୁ ଯେ ହୁଳହୁଳି ଦେଲେ ।ବିଧିବିଧାନରେ ରୈବତ ଯେ ନୃପବରବାଟ ବରଣ କରିଣ ଜ୍ୱାଇଁ ନେଲେ ଘର ।ଯଥାବିଧି ଚରଚା ଯେ ସଭିଙ୍କୁ କରିଲେଉତ୍ତମ ସ୍ଥାନରେ ନେଇ ସର୍ବେ ରଖାଇଲେ ।ଯେତେ ଗୁମ୍ଫା ଆଗୁଁ ଥିଲା ପର୍ବତ ମଧ୍ୟରଲକ୍ଷ ଲକ୍ଷ ଲୋକ ସୁଖେ ରହିଲେ ସେଠାର ।ବିଧିମତେ ଚରଚା ଯେ କଲେ ରଇବତସଭିଙ୍କୁ ଯୋଗାଇ ଦ୍ୟନ୍ତି ପାନ ସରବତ ।ବେଗାରିମାନଙ୍କୁ ରାଜା ତିଆରି କହଇଯେପରି କୌଣସି କାର୍ଯ୍ୟେ ତ୍ରୁଟି ନ ହୁଅଇ ।କାମଧେନୁ ରାଇ ଆଜ୍ଞା ଦେଲେ ନାରାୟଣଶୀଘ୍ର ତୁମ୍ଭେ କରିଦିଅ ପୁର ଯେ ନିର୍ମାଣ ।ଆବର ଅମୃତ ମଣୋହି ଯୋଗାଡ଼ କରଭଣ୍ଡାରମାନ ସମସ୍ତ କର ଭରପୁର ।ରୈବତ ରାଜନ ବହୁଦୂରୁ ଆସିଛନ୍ତିଏତେଲୋକ ପାଇଁ ଖାଦ୍ୟ ସେ ଆଣି ନାହାନ୍ତି ।ଆଜ୍ଞା ପାଇବା ମାତ୍ରକେ କାମଧେନୁ ଗଲାଲକ୍ଷ ଲକ୍ଷ ପୁର ସେହୁ ତିଆରି କରିଲା ।ହାତୀଶାଳ ଘୋଡ଼ାଶାଳ ରାଜାଙ୍କ ନଅରନାରୀମାନେ ରହିବାକୁ କଲା ଯେ ତିଆର ।ସେ ପୁରର ଶୋଭା ରାଶି କହିଲେ ନ ସରେସ୍ବର୍ଗଠାରୁ ଶୋଭା କାମଧେନୁ ପ୍ରସାଦରେ ।ବହୁତ ସୂପକାର ଯେ ବରିଲା ବାହାରବିବିଧ ଖାଦ୍ୟ ଦ୍ରବ୍ୟ ସେ କରିଲେ ତିଆର ।ସମସ୍ତ ସାରିଣ ପ୍ରଭୁ ପାଶରେ ମିଳିଲାକରଯୋଡ଼ି ଜଗନ୍ନାଥ ଆଗେ ଜଣାଇଲା ।ବୋଇଲା ହେ ଦେବ ତବ ଆଜ୍ଞା ପରମାଣେପୁର ଆଦି ଖାଦ୍ୟ ତିଆରିଲି ଏହିକ୍ଷଣେ ।ଶୁଣିଣ କୃଷ୍ଣଚନ୍ଦ୍ର ଯେ ଆନନ୍ଦ ହୋଇଲେଦେଖି ପୁର କାମଧେନୁକୁ ଯେ ପ୍ରଶଂସିଲେ ।ଶ୍ୱତ ପରବତେ ସବୁ ଲୋକ ରହିଥିଲେସମସ୍ତଙ୍କୁ ମହାପ୍ରଭୁ ଆଦେଶ କରିଲେ ।ପରବତ ତଳେ ପୁର ହୋଇଛି ତିଆରଯାଅ ସର୍ବେ ଆନନ୍ଦରେ ସେ ସ୍ଥାନେ ବିହର ।ମନେ ମନେ ସର୍ବଜନ ଆଶ୍ଚର୍ଯ୍ୟ ହୋଇଲେଆମ୍ଭେତ ଦେଖିନୁ ପୁର କାହିଁ କେଉଁ ସ୍ଥଳେ ।ପ୍ରଭୁଙ୍କ ଆଦେଶ ପାଇ ଯାଇଣ ମିଳିଲେଲକ୍ଷ ଲକ୍ଷ ପୁର ଦେଖି ଆଶ୍ଚର୍ଯ୍ୟ ହୋଇଲେ ।ପୁଣି ଦେଖିଲେ ଯେ ଶତ ଶତ ସୂପକାରବିବିଧ ଖାଦ୍ୟ ସାମଗ୍ରୀ କରନ୍ତି ତିଆର ।ଦିବ୍ୟ ସୁନ୍ଦର ପୋଖରୀମାନ ଅଛି ହୋଇମର୍ମର ପ୍ରସ୍ତର ଚଉପାଶେ ବିରାଜଇ ।ଯେଉଁ ପୁରରେ ରହିଲେ ରେବତୀ ସୁନ୍ଦରୀସେ ପୁରରେ ଶୋଭା କେହୁ କଳନା ନ କରି ।ଦେଖିଣ ରୈବତ ଲୋକେ ଆଶ୍ଚର୍ଯ୍ୟ ହୋଇଲେରେବତୀଙ୍କୁ ସଖୀମାନେ ପ୍ରଶଂସା କରିଲେ ।ଧନ୍ୟ ସଖୀ କେତେ ବଡ଼ ସଉଭାଗ୍ୟବତୀଜଗତ କରତାଙ୍କୁ ତୁ ଲଭିଲୁ ଯେ ପତି ।ରେବତୀ ଯେ ମନେ ମନେ ଆନ୍ଦ ହୁଅନ୍ତିସ୍ୱାମୀଙ୍କ ଦର୍ଶନ ଲାଗି ଲୁଚି ଚାହୁଁଥାନ୍ତି ।କି କହିବି ସେ ବେଳର ଶୋଭା ଅବା ମୁହିଁଚାରି ମୁଖ୍ୟ ଧାତା ତାକୁ ବର୍ଣ୍ଣି ନ ପାରଇ ।ତାହା ପରେ ଯାହା ହେଲା ଶୁଣ ସର୍ବ ନରମହା ଆଡ଼ମ୍ବରେ ହୋଇଗଲା ବିଭାଘର ।ହୀରା ନୀଳା ସହ ରାଜା ବହୁ ମୂଲ୍ୟବାନଦ୍ରବ୍ୟମାନ ସହିତରେ କଲେ କନ୍ୟାଦାନ ।ଆଉ ଏକ କଥା ମୋର ପଡ଼ିଲା ମନରେସଂକ୍ଷେପି କହୁଛି ତାହା ଶୁଣ ସର୍ବନରେ ।ବେଶି ବାହୁଲ୍ୟ କରିବା ଉଚିତ ନୁହଇଶ୍ରୀଦୁର୍ଗା ପ୍ରସାଦେ ଠିକେ ଠିକେ କହିବଇଁ ।ସତ୍ୟଯୁଗେ ନରମାନେ ଥିଲେ ଚୌଦ ହସ୍ତତ୍ରେତାରେ ହୋଇଲେ ପୁଣି ସାଢେ ଦଶହାତ ।ଦ୍ୱାପରରେ ଲୋକମାନେ ଥିଲେ ହସ୍ତ ସାତରେବତୀ ସତ୍ୟରେ ହୋଇଥିଲେ ଯେ ସମ୍ଭୂତ ।ତେଣୁ ଚତୁର୍ଦ୍ଦଶ ହସ୍ତ କାୟା ଯେ ତାଙ୍କରଦେଖିଣ ଦ୍ୱାରକାବାସୀ ହେଲେ ଚମତ୍କାର ।ସର୍ବପୁର ନାରୀମାନେ ଆବା କାବା ହୋନ୍ତିରୁକ୍ମିଣୀ ଦେବୀ ଯାଇଣ ପ୍ରଭୁଙ୍କୁ ପୁଚ୍ଛନ୍ତି ।ଆହେ ନାଥ ଜ୍ୟେଷ୍ଠଠାରୁ ବଡ଼ ଏ ଅଟଇତାଳ ବୃକ୍ଷ ପରି ୟାର କାୟା ଯେ ଦିଶଇ ।କିମ୍ପାଇଁ ଏପରି ବୋହୂ ବିଭାଘର କରଆମ୍ଭ ପୁର ମଧ୍ୟେ କାହିଁ ଏହା ପାଇଁ ଘର ।ଯେତେ ବରଯାତ୍ରୀଗଣ ସଙ୍ଗେ ଯାଇଥିଲେମୁହଁ ମୋଡି ଦେଇ ସର୍ବେ ଉପହାସ କଲେ ।ଯେ ସମୟେ ସଖୀମାନେ ସୁବେଶ କରାଇମୁକୁଟ ବାନ୍ଧି କନ୍ୟାକୁ ବେଦୀ ପରେ ନେଇ ।ଦର ଦର ହସିଣ ଯେ ପ୍ରଭୁ ହଳଧରକନ୍ୟାର ଦେହେଁ ବଜାଇଦେଲେ ସେହୁ କର ।ବଡ଼ ଆଶ୍ଚର୍ଯ୍ୟ କଥା ଏ ଶୁଣ ମନଦେଇସଙ୍ଗେ ସଙ୍ଗେ ରେବତୀ ଯେ ଗଲେ ଖର୍ବହୋଇବଳରାମଙ୍କଠାରୁ କ୍ଷୁଦ୍ର ହୋଇଗଲେଦେଖିବା ଲୋକ ସମସ୍ତେ ଲଜ୍ଜିତ ହୋଇଲେ ।ଧନ୍ୟ ଧନ୍ୟ ଜଗନ୍ନାଥ ମହିମା ତୁମ୍ଭରଜ୍ୟେଷ୍ଠ ଭ୍ରାତାଙ୍କର ମଧ୍ୟ ଭକ୍ତି ବଳିୟାର ।ସେଥିନେଇ ଯୁଗେ ଯୁଗେ ତୁମ୍ଭେ ସାଥି ହୋଇସାନ ବଡ଼ ଭାଇ ହୋଇ ଜନମ ଯେ ଦୁଇ ।ବଳରାମଙ୍କର ଶୋଭା କହିଲେ ନ ସରେସେବେ ନ ଦିଶନ୍ତି ବାଳସୂର୍ଯ୍ୟ ପରକାରେ ।କନ୍ୟାର ରୂପ ଯେ ତହୁଁ ଅଧୁକ ଦିଶଇଦେଖି ଦେବଗଣ ସ୍ତବ ଆରମ୍ଭିଲେ ତହିଁ ।ଜୟ ତୁ ଜୟ ତୁ ଦେବ ରେବତୀ ରମଣଜୟ ତୁ ଜୟ ତୁ ନର ନାରାୟଣ ।ଜୟ ତୁ ଜୟ ତୁ ଦେବ ପ୍ରଭୁ ହଳଧରଜୟ ତୁ ଜୟ ତୁ ଦେବ ପ୍ରଭୁ ନିରାକାର ।ଆମ୍ଭେମାନେ ନ ଜାଣିଣ ଉପହାସ କଲୁତେଣୁ ଆମ୍ଭର ଗରବ କ୍ଷଣକେ ଗଞ୍ଜିଲୁବାମେ ମାହେଶ୍ୱରୀ ରୂପେ ବସିଛନ୍ତି ବାମାଆମ୍ଭେ ଛାର କିସ ଅବା ଦେବୁ ସେ ଉପମା ।ଏହିପରି ସର୍ବ ଦେବଗଣ ସ୍ତବ କରିଦର୍ଶନ କରି ପାତକ ଦେଲେ ସେ ସଂହାରି ।ତାହାପରେ ଦେବ ସ୍ତିରୀ ନାଗସ୍ତ ରୀଗଣବନ୍ଦାପନା କଲେ ମର୍ତ୍ତ୍ୟନାରୀଙ୍କ ସଙ୍ଗେଣ ।ରୈବତ ରାଜା ଦେଖିଣ ଆନନ୍ଦ ହୋଇଲାକନ୍ୟାର ରୂପ ଦେଖିଣ ବହୁ ପ୍ରଶଂସିଲା ।କାମଦେବ ପ୍ରସାଦରେ ଅମୃତ ଭୋଜନସେ ପୁର ମଧ୍ୟରେ ହୋଇଥିଲା ଆୟୋଜନ ।ସନ୍ତୋଷେ ଭୋଜନ ସାରି ସର୍ବଜନେ ତହିଁଯେ ଯାହା ପୁରେ ହରଷେ ଗଲେ ବିଦାହୋଇବହୁ ଦାସୀ ସହ କନ୍ୟା ରେବତୀଙ୍କୁ ନେଇରୈବତ ରାଜନ ରାଣୀ ପ୍ରଭୁ ପାଶେ ଯାଇ ।ବିନୟ ହୋଇଣ ରାଜା ରାଣୀ ଦୁଇଜଣବୋଇଲେ ମୋ କନ୍ୟା କିଛି ଜାଣେ ନାହିଁ ଶୁଣଭଲ ମନ୍ଦ ଦୋଷାଦୋଷ ତାରେ ନ ଧରିବଆପଣା କରୁଣା ଗୁଣେ କ୍ଷମା ଯେ କରିବ ।କୃଷ୍ଣଚନ୍ଦ୍ର ମଧ୍ୟେ ସେହିପରି ବୁଝାଇଲେବସୁଦେବ ଚନ୍ଦ୍ର ଉଗ୍ରସେନକୁ କହିଲେ ।ହରଷରେ ବରକନ୍ୟା ବିଦା ଯେ କରଲେରଥ ଗଜ ଅଶ୍ୱ ଧନରତ୍ନ ବହୁ ଦେଲେ ।ଶାଶୁ ଶ୍ୱଶୁରଙ୍କୁ ମାନ୍ୟକରି ରାମ ହରିଯାଦବ ଦେବତା ସର୍ବ ଘେନିଣ ଶ୍ରୀହରି ।ଶ୍ୱେତ ପରବତ ନାମ ରୈବତ ପର୍ବତବରଷରେ ସେହି ଦିନ ହେଲେ ଜଗନ୍ନାଥ ।ବୋଇଲେ ଦେବୀ ରୈବତ ପିତା ରଇବତସତ୍ୟଯୁଗେ ରାଜା ସେହୁ ପୁଣି ସତ୍ୟବନ୍ତ ।ଯେଣୁ ଜ୍ୟେଷ୍ଠଭ୍ରାତା ଏଠି କନ୍ୟାଦାନ କଲେଆମ୍ଭେ ତାହାଙ୍କର କୀର୍ତ୍ତି ରଖିବାକ ଭଲେ ।ରୈବତ ରାଜାଙ୍କ ନାମ ଶୁଣି ଦେବୀଙ୍କରଦୁଇ ନାମେ ଏ ପର୍ବତ ରଟିବ ସଂସାର ।ଯେତେ ଜନ ଏ ସ୍ଥାନରେ ଥିଲେ ଉଭାହୋଇସଭିଙ୍କ ମନକୁ ଏ କଥା ଯେ ଗଲା ପାଇ ।ସେହି ପରବତ ନାମ ରେବତ ହୋଇଲାରୈବତ ରାଜା ଯେ ମନେ ବହୁ ପ୍ରଶଂସିଲା ।କନ୍ୟା ଯୋଗେ ମୋର ସପ୍ତପୁରୁଷ ଉଦ୍ଧାରହୋଇଲେ ପାଇଲି ମୁହିଁ ଜାମାତା ଠାକୁର ।ରୈବତ ରାଜାଙ୍କ ସଙ୍ଗେ ଥିଲେ ଯେତେ ଜନବିଭାସାରି ଦେଶେ କଲେ ସେ ପ୍ରତ୍ୟାଗମନ ।ବଧୂ ସଙ୍ଗେ ଘେନି ଦ୍ୱାରାବତୀ ନାରୀ ନରନିଜ ପୁରକୁ ଚଳନ୍ତି ଯେ ଯାହା ରଥର ।ନନ୍ଦିଘୋଷେ ଶ୍ରୀକୃଷ୍ଣ ରୁକ୍ମିଣୀ ବିଜେକଲେତାଳଧ୍ୱଜେ ହଳଧର ରେବତୀ ବସିଲେ ।ଏହିପରି ଯେ ଯାହାରେ ଯାନ୍ତି ହର୍ଷ ହୋଇରାତ୍ରି ଅନିଦ୍ରାରେ ସର୍ବେ ରଥେ ଗଲେ ଶୋଇ ।ରଥିମାନେ ମଧ୍ୟ ରଥ ବାହି ନ ପାରିଲେଅଶ୍ୱ ଲଗାମ ଛାଡ଼ିଣ ଘୁମେଇ ପଡ଼ିଲେ ।ବୈଶାଖ ମାସ ପବନ ସୁଲୁସୁଲୁ ବହେଅଚେତନ ହେଲେ ତେଣୁ ଯାଦବ ସଭିଏଁ ।ତାଳଧ୍ୱଜ ରଥେ ହଳୀ ରେବତୀଙ୍କ ଘେନିବିଭାବେଶେ ବସିଥାନ୍ତି ପତି ପତ୍ନୀ ବେନି ।ହଳଧର ରୂପେ ଦେବୀ ତୋଷ ହୋଇଥାନ୍ତିଲଜ୍ୟା ଓଢଣୀ ଢାଙ୍କିଣ କିଛି ନ କହନ୍ତି ।ରେବତୀଙ୍କ ମନ ବଳରାମ ଯେ ଜାଣିଲଷମୃଦୁ ମୃଦୁ ହସି ଧୀରେ ବଚନ ବୋଇଲେ ।ଓଢଣୀ ଟେକିଣ କହନ୍ତି ଯେ ହଳଧରନିଦ୍ରା ଆସୁଅଛି ଯଦି ଶୁଅନ୍ତୁ ରଥର ।ଲାଜେ ବଚନ ନ ଭାଷି ଦେବୀ ରଇବତୀସ୍ୱାମୀଙ୍କର କୋଳେ ଢଳି ପଡ଼ିଲେ ଯେ ସତୀ ।ସୁଖେ ଅନନ୍ତ କୋଳରେ ସୁକୋମଳି ଗୋରୀଶୟନ କରିଲେ ହୃଦୁ ସମସ୍ତ ପାଶୋରି ।ବେଦୀ ଲୋଭନୀୟ କାନ୍ତି ଦେଖି ହଳଧରକେଶକୁ ସାଉଁଳି ଚାହୁଁଥାନ୍ତି ବାରମ୍ବାର ।ସକଳ ଯାଦବଗଣ ଗଲେ ରଥ ବାହିଗନ୍ଧବତୀ ତୋଟା ପରେ ମିଳିଲେ ସେ ଯାଇ ।ଯାଦବଗଣଙ୍କୁ ଆଜ୍ଞା ଦେଲେ ରାମ ହରିଏହି ସ୍ଥାନେ ଶୋଇ ସର୍ବେ ବଞ୍ଚିବା ଶର୍ବରୀ ।ପ୍ରଭାତ ହୋଇଲେ ଆମ୍ଭ ନିଜ ପୁରେ ଯିବାତନ୍ଦ୍ରାଆଳସ୍ୟରେ ଆଉ ଯାଇ ନ ପାରିବା ।ଶୁଣିଣ ଯାଦବଗଣ ଆନନ୍ଦ ହୋଇଲେବିଛଣା ପାରିଣ ଗଛ ମୂଳରେ ଶୋଇଲେ ।ତାଳଧ୍ବଜରେ ଶୋଇଲେ ରେବତୀ ସୁନ୍ଦରୀବଳରାମଙ୍କ କୋଳରେ ସ୍ୱଚ୍ଛନ୍ଦରେ ଗୋରୀ ।ପିତା ମାତା ବନ୍ଧୁ ସାଥି ସବୁ ପାସୋରିଣପ୍ରାଣ ବିକିଦେଲା ସତୀ ଜଣକ ପାଦେଣ ।ପ୍ରେମଭରେ ପତିପତ୍ନୀ ଆନନ୍ଦେ ବଞ୍ଚିଲେନନ୍ଦିଘୋଷରେ ଶ୍ରୀକୃଷ୍ଣ ରୁକ୍ମିଣୀ ଶୋଇଲେ ।ଏହିପରି ଯେ ଯାହା କରିଲେ ଶୟନତାହାପରେ ଯାହା ହେଲା ଶୁଣ ସର୍ବଜନ ।ପ୍ରଭାତ ହୋନ୍ତେ ଯାଦବ ଶୟନ ତେଜିଲେଯେ ଯାହାର ନିତ୍ୟକର୍ମମାନ ବଢ଼ାଇଲେ ।ଗନ୍ଧବତୀ ତୋଟା ଶୋଭା ଅତି ମନୋହରଦେଖିବା ପାଇଁକି ଶ୍ରଦ୍ଧା ହେଲା ଯଦୁଙ୍କର ।ନାରୀକୁ ରଖିଣ ସର୍ବେ ଦେଖିବାକୁ ଗଲେକାନନ ମଧ୍ୟରେ ବୁଲି ସକଳ ଦେଖିଲେ ।ତାହାପରେ ଯାହା ଶୁଣ ମନ କରି ସ୍ଥିରକିଛିଦୂରେ ଦେଖିଲେ ଯେ ଗୋଟିଏ ଗହ୍ୱର ।ଚଉପାଶରେ ସୁନ୍ଦର ପାହାଚ ହୋଇଛିପ୍ରଶସ୍ତ ଗର୍ଭ ପରାୟ ଜଣା ପଡ଼ୁଅଛି ।ତେଣୁ ବିଚାର କରିଲେ ସର୍ବ ଯଦୁକୁଳବିବରେ ରହିଛି କିସ ଦେଖିବା ସକଳ ।ଆଗେ ବସୁଦେବ ତାଙ୍କ ପଛେ ଉଗ୍ରସେନତାହାଙ୍କ ପଛେ ଧାଇଁଲେ ସକଳ ସଇନ ।ପାଞ୍ଚ ଯୋଜନ ପର୍ଯ୍ୟନ୍ତ ପଥ ବାହିଗଲେଅନ୍ଧକାର ଦ୍ୱାର ଏକ ସେଠାରେ ଦେଖିଲେ ।ପ୍ରଥମ ଦୁଆର ଭେଦି ଯାଆନ୍ତେ ଭିତରଅପୂର୍ବ ଆଲୋକ ପୁର ଦେଖିଲେ ତହିଁର ।ଧାଡ଼ି ଧାଡ଼ି ହୋଇ ଜଳୁଅଛି ରତ୍ନଦୀପସହସ୍ର ସହସ୍ର ଦ୍ୱାର ଦିଶେ ଜକ ଜକ ।ଦ୍ୱାରକାରୁ ଶତେ ଗୁଣ ଦିଶଇ ସୁନ୍ଦରଦେଖିଣ ଆଶ୍ଚର୍ଯ୍ୟ ହୋନ୍ତି ଯଦୁକୁଳ ବୀର ।ଯହୁଁ ସେ ପୁର ଭିତରେ ସର୍ବେ ପ୍ରବେଶିଲେକେ କାହାକୁ ନ ପାଇଣ ବାଉଳା ହୋଇଲେ ।ମୀନ ଯେହ୍ନେ ବନ୍ଦ ହୋନ୍ତି ଧୀବର ଜାଲରେସେହିପରି ସୈନ୍ୟ ବନ୍ଦି ହୋଇଲେ ସେ ପୁରେବିକଳେ ଚଉଦିଗକୁ ଚୁହାଁଚୁହିଁ ହୋନ୍ତିତା ପରେ ଦେଖିଲେ ବିକଟାଳ ରକ୍ଷ ମୂର୍ତ୍ତି ।ପର୍ବତ ପରାୟ କାୟା ଦିଶଇ ତାହାରସଂହାର ମୂରତି ଧରିଅଛି ଦୈତ୍ୟବର ।ସେ ପୁର ଘଟଣାମାନ ଶୁଣ ସୁଜ୍ଞନରସଂକ୍ଷେପି ବୁଝାଇ ଦେବା ତାର ସମାଚାର ।ସତ୍ୟ ଯୁଗରୁ ସେ ପୁର ହୋଇଛି ତିଆରକୁମ୍ଭ ନିକୁମ୍ଭ ଅସୁର ରାଜା ସେ ଠାବର ।ଶିବଙ୍କୁ ତପସ୍ୟା କରି ନିକୁମ୍ଭ ଦଇତବର ପାଇଣ ହୋଇଛି ମହା ବଳବନ୍ତ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଜିଣନ୍ତା କେ ନାହିଁବହୁକାଳ ଦୈତ୍ୟ ଛନ୍ତି ସେ ସ୍ଥାନରେ ରହି ।ତ୍ରେତାରେ ରାମ ରାବଣ କରିଣ ସଂହାରନ ପାରିଲେ ଏ ଦାନବ ମାରି ରଘୁବୀର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯାଇଣ ଅସୁରଧାଡ଼ିଦେଇ ଅତ୍ୟାଚାର କରେ ବାରମ୍ବାର ।ବିଭାକରି ଗଲା ବେଳୁଁ ଦେଖିଣ ଦଇତଚାହିଁ ରହିଥିଲା ଗୁପ୍ତେ ଜଗି ତାଙ୍କ ପଥ ।ରାକ୍ଷସଗଣ ଆନନ୍ଦ କହିଲେ ନ ସରେଏକାବେଳେ ବହୁ ଖାଦ୍ୟ ପଡ଼ିଛି ଜାଲରେ ।ନର ବାନର ଅଟଇ ତାଙ୍କ ବଡ଼ ଖାଦ୍ୟତେଣୁ ସବୁଙ୍କ ମନରେ ଅପାର ଆନନ୍ଦ ।ଭାବଇ ଅସୁର ମନେ ସମସ୍ତଙ୍କୁ ଧରିବନ୍ଦିକରି ଆସ୍ତେ ଆସ୍ତେ ଖାଇବ ଯେ ମାରି ।ସୁନ୍ଦରୀ ନାରୀମାନଙ୍କୁ ଭାରିଯା କରିବିଧନ୍ୟଦ୍ରବ୍ୟମାନ ମୋର ପୁରେ ସାଇତିବି ।ସକଳ ଅସୁରମାନେ ଆନନ୍ଦେ ନାଚନ୍ତିଲାଳ ଗଡ଼ୁଥାଏ ଦେଖି ଯାଦବଙ୍କ କାନ୍ତି ।ପୋଡ଼ି ଚଟଣି କରିଣ ଯାଆନ୍ତେ ଯେ ଖାଇରାଜାଙ୍କୁ ତରିଣ ଥାନ୍ତି ନୀରବ ଯେ ହୋଇ ।ବିକଳେ ରାଜା ମୁହଁକୁ ସର୍ବେ ଚାହିଁଥାନ୍ତିବିରକ୍ତ ହେବାରୁ ଦୈତ୍ୟ ଡରେ ନ କୁହନ୍ତି ।ଏଣେ ଯାଦବମାନଙ୍କ ଡେରି ଦେଖି ହରିବଳରାମଙ୍କ ନିକଟେ ମିଳିଲେ ଶ୍ରୀହରି ।ପ୍ରଭୁଙ୍କୁ ଦେଖିଣ ରଇବତୀ ଆଡ଼ହୋଇଅନ୍ୟସ୍ଥାନେ ବସିଲେକ ସେ ଓଢଣୀ ଦେଇ ।ଶଙ୍ଖ ଚକ୍ର ଗଦା ପଦ୍ମ ହୃଦରେ ଶୋଭଇକଉସ୍ତୁଭ ମଣି ଗୋଟି ଗଳାରେ ଲମ୍ବାଇ ।ଦେବତା ରୂପ ନିରେଖି ଚାହାନ୍ତି ସୁନ୍ଦରୀମନେ ମନେ ଭାବନ୍ତି ଏ ବୈକୁଣ୍ଠ ବିହାରୀ ।ଆଜି ବଡ଼ ସଉଭାଗ୍ୟ ଅଟଇ ମୋହରଦର୍ଶନ କରିଣ ବିଷ୍ଣୁ ମୂରତି ସତ୍ବର ।ଏହିପରି ମନେ ମନେ ପାଞ୍ଚିଣ ରେବତୀସୁବାସ ତାମ୍ବୁଳ ଆଣି ପ୍ରଭୁଙ୍କୁ ଦିଅନ୍ତି ।ଶ୍ରୀକୃଷ୍ଣଙ୍କୁ ପଚାରିଲେ ପ୍ରଭୁ ହଳଧରକହ ବାବୁ କେଉଁ କାର୍ଯ୍ୟ ଅଛି ମୋ ପାଶର ।କରଯୋଡ଼ି ବିନୟରେ ବୋଲନ୍ତି ଶ୍ରୀଧରଯାଦବେ ନ ଦେଖି ଭାଇ ସନ୍ଦେହ ମୋହର ।ଅନେକ ବେଳ ହେଲାଣି ଉଦ୍ୟାନକୁ ଗଲେଏତେ ବେଳ ହେଲା କେହିଜଣେ ନ ଫେରିଲେ ।ଶୁଣିଛି ମୁଁ ପୂର୍ବେ କହୁଥିଲେ ବେଦବରଏ ସ୍ଥାନେ ଅଛନ୍ତି କୁମ୍ଭ ନିକୁମ୍ଭ ଅସୁର ।ବଳେ ବଳିୟାନ୍ ସତ୍ୟଯୁଗର ଅସୁରତ୍ରେତାଯୁଗେ ନ ପାରିଲେ ତାଙ୍କୁ ରଘୁବୀର ।ଯହୁଁ ହଳଧର କର୍ଣ୍ଣେ ଏ ବାଣୀ ଶୁଣିଲେଲଙ୍ଗଳ ଧରିଣ ଯିବା ପାଇଁ ସଜ ହେଲେ ।ରେବତୀ ଦେବୀ ବୋଲନ୍ତି ସ୍ୱାମୀ କର ଧରିମହା ବଳବାନ ଦୈତ୍ୟ କଉଶଳ ଭାରି ।ତୁମ୍ଭେ ଦୁଇଭାଇ ତାଙ୍କୁ ରଣେ ନ ପାରିବମାନି ମୋର ଗୀର ତୁମ୍ଭେ ନ ଯାଅ ସେ ଠାବ ।ଶ୍ରୀକୃଷ୍ଣ ବୋଲନ୍ତି ଦେବୀ ଶୁଣହେ ଦେବରଭାଉଜଙ୍କ ଅନୁରୋଧ ଗୋଟି ରକ୍ଷାକର ।ବର୍ତ୍ତମାନ ଅନ୍ତ୍ରଶସ୍ତ୍ର ତବ ପାଶେ ନାହିଁପରେ ସୈନ୍ୟବଳ ଘେନି ଆସିବ ଦ୍ୱିଭାଇ ।ରେବବୀ ବଚନ ଶୁଣି ବୋଲନ୍ତି ଶ୍ରୀଧରସିଂହ ଘରଣୀର ମୁଖେ ନ ଶୋଭେ ଏ ଗୀର ।ମୋର ଜ୍ୟେଷ୍ଠ ଭ୍ରାତା ବଳ ଜଣାନାହିଁ ଦେବୀନିମିଷକେ ତାଡ଼ିଦେବ ଲଙ୍ଗଳେ ପୃଥିବୀ ।ଶୁଣିଣ ନୀରବ ହୋଇ ରେବତୀ ରହିଲେଘୋର ଗର୍ଜନ କରିଣ ଶଙ୍କର୍ଷଣ ଗଲେ ।ନାରୀଗଣଙ୍କୁ ଘେନିଣ ଉଦ୍ଧବ ରହିଲେଆବର ସମସ୍ତେ ବିଳ ମଧ୍ୟରେ ପଶିଲେ ।ଯହୁଁ କୃଷ୍ଣ ବଳରାମ ପଶିଲେ ବିମ୍ବରମନେ ପଡ଼ିଗଲା ସବୁ ଦୁଇ ଭାଇଙ୍କର ।ପାଞ୍ଚଜନ୍ୟ ଶଙ୍ଖଧ୍ୱନି କଲେ ଭଗବାନଶୁଣି ଯାଦବଙ୍କ ମନ ହେଲା ଛନ୍ନଛନ୍ନ ।ବାଉଳା ହୋଇଣ ଥିଲେ ଯେଏ ଯେଉଁଠାରେସର୍ବେ ଏକଜୁଟ ହେଲେ ଶ୍ରୀକୃଷ୍ଣ ପାଶରେ ।ଆଗରେ ଶ୍ରୀକୃଷ୍ଣ ବଳରାମ ଯେ ରହିଲେତାହାଙ୍କ ପଛେ ଯାଦବେ ସର୍ବେ ଉଭା ହେଲେ ।ଶାରଙ୍ଗ ଧନୁକୁ ଧରି ପ୍ରଭୁ ଚକ୍ରଧରଟଙ୍କାରନ୍ତେ ଦୈତ୍ୟପୁର ହେଲା ଥରହର ।ଦ୍ୱାରେ କୁମ୍ଭାସୁର ବୀର ଜଗି ରହିଥିଲାଜାଣି ଶୁଣି ଭିତରେ ଯେ ୟାକୁ ସେ ଛାଡ଼ିଲା ।ସେ ତ ଏମାନଙ୍କ କେତେ ବଳ ଜାଣି ନାହିଁସାମାନ୍ୟ ମଣି ତାହାଙ୍କୁ ହୁଡ଼ିଦେଲା ସେହି ।ଯେତେବେଳେ ଯଦୁଗଣ ଭିତରକୁ ଯାନ୍ତିଛାଡ଼ି ଦେଇଣ ଦଇତଗଣ ଯେ ଲୁଚନ୍ତି ।ମନେ ମନେ ଖୁସି ହୋଇଗଲା ସେ ଅସୁରଭାବିଥିଲା ପୋଡ଼ା ବଳି ହୋଇବେ ଆମ୍ଭର ।ଏ ଦୁଇଜଣ ଦିଶନ୍ତି ସବୁଠୁ ସୁନ୍ଦରଖାଇବାକୁ ସ୍ବାଦୁ ହେବ ମାଉଁସ ୟାଙ୍କର ।ଯହୁଁ କାନନେ ଶୁଭିଲା ଧନୁର ଟଙ୍କାରଚଉପାଶେ ଚାହିଁ ଛନ୍ମ ଛନ୍ନ ହୁଏ ବୀର ।ଯାଦବଙ୍କୁ ଘେନି ପ୍ରଭୁ ବାହୁଡ଼ି ଆସିଲେଉପରକୁ ଯିବା ପାଇଁ ବାହାର ହୋଇଲେ ।ବାହାରନ୍ତେ ଦ୍ୱାରେ ଦୈତ୍ୟ ହସେ ଟହ ଟହବାଇଲେରେ ବାପଧନ କେଉଁଆଡେ ଯାଅ ।ଏହା କହୁ ବନ୍ଦକଲା ବିବର ଦୁଆରଉପରେ ଯିବା ଉପାୟ ନ ପାଇଲେ ବୀର ।ବୋଇଲା ଆମ୍ଭ ରେ ଡରି ଜଗତ ଠାକୁରପଠାଇ ଅଛନ୍ତି ପ୍ରଭୁ କୁମ୍ଭଙ୍କୁ ଆହାର ।ଶୁଣି ଦୈତ୍ୟ ଗୀର ହଳୀ ଗର୍ଜିଣ ଉଠିଲେଲଙ୍ଗଳେ ନିର୍ଘାତେ ଦୈତ୍ୟ ଉପରେ ପିଟିଲେ ।ବଜ୍ର ସମ କୁମ୍ଭ ଶିରେ ବସିଲା ପାହାରମୁଣ୍ଡଫାଟି ରକ୍ତ ବୋହିଗଲା ଧାର ଧାର ।ଆରେ ରେ ମାନବ ବୋଲି କରି ଗରଜନଧାଏଁ ଦୈତ୍ୟବର ମେଲା କରିଣ ଆନନ ।ଧନୁ ଧରି ଶ୍ରୀହରି ଯେ ଉଭା ହୋଇଥିଲେଏହି ସୁଯୋଗ ଉଣ୍ଡିଣ ଶର ଯେ ମାରିଲେ ।ରାକ୍ଷସ ଗର୍ଭ ଭିତରେ ସେ ବାଣ ପଡ଼ିଲାଅଗ୍ନି ସମ ତା ଅନ୍ତର ଜଳିଣ ଉଠିଲା ।ଦେଖି ମନେ ମନେ ଭୟ କଲା ଦୈତ୍ୟବୀରଭାବିଲା ନୁହନ୍ତି କେଭେ ଏ ସାମାନ୍ୟ ବୀର ।କରେ ଧନୁ ଧରି ଦୈତ୍ୟ କରେ ଘୋରରଡ଼ିଆଷାଢ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।ସେ ରଡ଼ି ଶୁଣିଣ ପୁଣ ଅସ୍ତ୍ରଶସ୍ତ୍ର ଧରିବାହାରି ଆସିଲଷ ସୈନ୍ୟ କଳନାଦ କରି ।ଯାଦବଙ୍କ ଚଉପାଶେ ଶତେ ପୁର ହୋଇକଡ଼କଡ଼ ଶବଦରେ ମେଦିନୀ କମ୍ପଇ ।ନିର୍ଭୟେ ଯାଦବଗଣ କରନ୍ତି ସଂଗ୍ରାମଅସୁର ସୈନ୍ୟଙ୍କ ସଙ୍ଗେ ରାଗେ ହୋଇ ତମ ।ନିକୁମ୍ଭ ଦଇତ ସଙ୍ଗେ ପାର୍ଥ ଚକ୍ରଧରକରୁଅଛନ୍ତି ସଂଗ୍ରାମ ହୋଇ ଘୋରତର ।ନିକୁମ୍ଭର ସେନାପତି ନାମ ବୃତ୍ତାସୁରସମରରେ ମହାବଳୀ ସେହୁ ଧୁରନ୍ଧର ।ତାହା ସଙ୍ଗେ ହଳଧର କରୁଥାନ୍ତି ରଣଉଗ୍ରସେନ ଅକ୍ରୂର ଯେ ଅନ୍ୟଙ୍କ ସଂଗେଣ ।ବେଳୁବେଳ ସମର ଯେ ହୋଇଲା ପ୍ରଖରଅସୁର ରକତେ ପୂର୍ଣ୍ଣ ହୁଏ ଯେ ବିମ୍ବର ।ଯେମନ୍ତେ ପାଚିଲା ଫଳ ବୃକ୍ଷୁ ଝଡ଼ିପଡ଼େତେସନେ ଦୈତ୍ୟମାନଙ୍କ କବନ୍ଧ ସେ ଛିଡ଼େ ।ଯେତେ ଅସୁରମାନଙ୍କୁ କରନ୍ତି ସଂହାରପୁଣି ଏକ ମୁଣ୍ଡ ଗର୍ତ୍ତୁ ହୁଅଇ ବାହାର ।ଦେଖିଣ ଆଶ୍ଚର୍ଯ୍ୟ ହେଲେ ପ୍ରଭୁ ଚକ୍ରଧରକଳିହା ନାରଦ ଆସି ହୋଇଲେ ହାଜର ।ଲାଗୁ ଲାଗୁ ବୋଲି କଳି ଧୋକଡ଼ି ଝାଡ଼ିଲେଶ୍ରୀକୃଷ୍ଣଙ୍କ ଆଡ଼େ ଚାହିଁ କର ଯେ ଚାଳିଲେ ।ସେ କଥାକୁ ବୁଝିପାରି ରୁକ୍ମିଣୀଙ୍କ ବରତିନିଥର ଦୈତ୍ୟ ମୁଣ୍ଡ କରିଲେ ସଂହାର ।ଚତୁର୍ଥ ଥରକୁ ଦୈତ୍ୟ ଦେହୁଁ ପ୍ରାଣଗଲାଏଡ଼େ ବଡ଼ ରାକ୍ଷସଟା ଭୂମିରେ ପଡ଼ିଲା ।କୁମ୍ଭର ମରଣ ଦେଖି ସେ ନିକୁମ୍ଭ ବୀରରେରେକାର କରି ଧାଇଁ ଆସଇ ସତ୍ୱର ।ଏକାବେଳେ ଦୈତ୍ୟ ଲକ୍ଷ ଶର ଯେ ବିନ୍ଧଇଶର ତେଜେ ଦିବସରେ ଅନ୍ଧାର ଦିଶଇ ।କତୁରି ବାଣେକ ମାରି ପ୍ରଭୁ ଦାମୋଦରସାଙ୍ଗେ ସାଙ୍ଗେ ନିବାରିଲେ ଦଇତର ଶର ।ଏହିପରି ବେଳୁ ବେଳ ବଢଇ ସମରମାୟାଯୁଦ୍ଧ ଆରମ୍ଭ କରିଲା ଦୈତ୍ୟେଶ୍ୱର ।ଯେତେ ଶର କୃଷ୍ଣ ବଳରାମ ବିନ୍ଧୁଥାନ୍ତିନ ବାଜି ରାକ୍ଷସ ଦେହେ ଏଣେତେଣେ ଯାନ୍ତି ।ବିନ୍ଧି ବିନ୍ଧି ଶର ପ୍ରଭୁ ଆକ୍ରାନ୍ତି ହୋଇଲେ ।ବଳରାମଙ୍କ ମୁଖକୁ ଦେବ ଅନାଇଲେ ।ନାରଦ ବୋଲନ୍ତି ହରି ବିଳମ୍ବ ନ କରଶୀଘ୍ର ଚକ୍ର ପେଶି ଦୁଷ୍ଟ ଅସୁର ସଂହାର ।ଚାହୁଁ ଚାହୁଁ ଜଗନ୍ନାଥ ଚତୁର୍ଭୁଜ ହେଲେସୁଦର୍ଶନକୁ ଯେ ଧାତିକାରେ ଆଜ୍ଞାଦେଲେ ।ବିଳମ୍ବ ନ କରି ଦୈତ୍ୟ ମୁଣ୍ଡ କାଟ ତୁହିବଡ ପ୍ରତାପୀ ଅସୁର ବାଣେ ନ ମରଇ ।ତିନିଥର ନ କାଟିଲେ ନ ମରେ ଅସୁରଈଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି ସେ ବର ।ଶୁଣିଣ ଯେ ସୁଦର୍ଶନ ଚକ୍ର ଚଳିଗଲାଅସୁର କନ୍ଧ ଉପରେ ଯାଇଣ ପଡ଼ିଲା ।ବେନି ବାର ଯହୁଁ ଚକ୍ର ତାକୁ ସଂହାରିଲାଘୋର ରଡ଼ିକରି ଦୈତ୍ୟ ଭୂମିରେ ପଡ଼ିଲା ।ନ ମରି ପରାଣ ମୁଣ୍ଡେ ରହିଲା ତାହାରଗଡ଼ି ଗଡ଼ ମିଳିଲା ଯେ ପ୍ରଭୁଙ୍କ ପୟର ।ଜଳ ଜଳ କରି ଦୈତ୍ୟ ଚକ୍ରଧରେ ଚାହିଁବୋଲେ ଏ ଜନ୍ମରୁ ମୁକ୍ତକର ଭାବଗ୍ରାହୀ ।ଦିବ୍ୟ ରୂପ ଦରଶନ କରିଣ ଅସୁରପୂର୍ବଜନ୍ମ କଥା ମନେ ପଡ଼ିଲା ତାହାର ।ନିକୁମ୍ଭକୁ ଚାହିଁ ଆଜ୍ଞାଦେଲେ ଦାମୋଦରଶୀଘ୍ର ବୈକୁଣ୍ଠରେ ଯାଇ ଦ୍ୱାର ରକ୍ଷାକର ।ଅସୁର ବୋଲଇ ମୋର ଏତିକି ମାଗୁଣିଆଜିଠାରୁ ଦୈତ୍ୟ ଲୋପ ହୋଇବ ଧରଣୀ ।ଅସ୍ତୁ ବୋଲିଣ କହିଲେ ତାକୁ ଚକ୍ରଧରଚାହିଁ ପଦ୍ମମୁଖ ପ୍ରାଣ ଛାଡ଼ିଲା ଅସୁର ।ବୈକୁଣ୍ଠପୁରୁ ବିମାନ ଆସି ପହଞ୍ଚିଲାଦିବ୍ୟରୂପ ହୋଇ ଦୈତ୍ୟ ସ୍ୱର୍ଗପୁର ଗଲା ।ଚତୁର୍ଦ୍ଧା ମୂରତି ଦେଖି ଜଗନ୍ନାଥଙ୍କରବଳରାମ ଆଦି ସର୍ବେ କଲେ ନମସ୍କାର ।ଅନ୍ତର୍ଯ୍ୟାମୀ ନାଥ ସେ ଯେ ବ୍ରହ୍ମାଣ୍ଡ ଠାକୁରଜଳ ସ୍ଥଳ ଆକାଶରେ ପୂର୍ଣ୍ଣରୂପ ତାର ।ଭାବକୁ ନିକଟ ପ୍ରଭୁ ଅଭାବକୁ ଦୂରଶତ୍ରୁପଣେ ପାର ହେଲା ନିକୁମ୍ଭ ଅସୁର ।ଅପୂର୍ବ ଚରିତ ଏହି ଗ୍ରନ୍ଥ ଯେ ଅଟଇଶୁଣିଲେ ଭବସାଗରୁ ପାରହେବ ଭାଇ ।ଏହି କଳିଯୁଗେ ଏକା ନାମ ବ୍ରହ୍ମ ସାରସେ ନାମ ଜପିଲେ ଯମଭୟ ହେବ ଦୂର ।ଦୈତ୍ୟ ବଂଶ ଧ୍ୱଂସ କରି ଯାଦବଙ୍କୁ ରାଇବୋଇଲେ ରାକ୍ଷସପୁର ଖେଦ ସର୍ବେ ଯାଇ ।ଅଛନ୍ତି ଦାନବ ପୁରେ ଯେତେ ତାର ନାରୀସଭିଙ୍କୁ ବୈଷ୍ଣବୀଧର୍ମେ ଦେବା ଯେ ତିଆରି ।ନିଶ୍ଚେ ବହୁ ଦେବକନ୍ୟା ଥିବେ ତାର ପୁରଚାଲ ଆଗେ ସେମାନଙ୍କୁ କରିବା ଉଦ୍ଧାର ।ଏତେବୋଲି ଯଦୁଗଣ ଭିତରେ ପଶିଲେଇନ୍ଦ୍ରପୁର ବଳି ଶୋଭା ତା ପୁର ଦେଖିଲେ ।ହଜାର ହଜାର ଛନ୍ତି ଦାନବଙ୍କ ନାରୀଏକୁ ଏକ ବଳି ସର୍ବେ ସରଗ ସୁନ୍ଦରୀ ।କିନ୍ତୁ ସର୍ବ ଦେବକନ୍ୟା ବଳାତ୍କାରେ ଧରିବଳିଷ୍ଠ ଅସୁର କରିଛନ୍ତି ମନୋହାରୀ ।ଆଉ ଯେତେ ଦଇତୁଣୀ ଥିଲେ ତାର ପୁରପ୍ରଭୁଙ୍କ କର ସ୍ପର୍ଶରେ ହୋଇଲେ ଉଦ୍ଧାର ।ସମସ୍ତେ ଅଟନ୍ତି ଇନ୍ଦ୍ରପୁର ନୃତ୍ୟକାରୀଅଭିଶାପ ପାଇ ହୋଇଛନ୍ତି ଦୈତ୍ୟନାରୀ ।ଯହୁଁ ପ୍ରଭୁ ସମସ୍ତଙ୍କୁ କର ଲଗାଇଲେଚାହୁଁ ଚାହୁଁ ଶୂନ୍ୟମାର୍ଗେ ଉଭାଇ ସେ ଗଲେ ।ଦେଖିଣ ଯାଦବଗଣ ହେଲେ ଆଚମ୍ବିତପ୍ରଭୁଙ୍କୁ ପୁଚ୍ଛନ୍ତି ସର୍ବେ ଏହାର ତଦନ୍ତ ।ପୁଣି ଯାଦବେ ବୋଲନ୍ତି ପ୍ରଭୁ ମୁଖ ଚାହିଁରାକ୍ଷସର ଧନ ସର୍ବ ଯିବା ସଙ୍ଗେ ନେଇ ।ପ୍ରଭୁ ବୋଇଲେ ନିମିଷେ ସର୍ବେ ଚକ୍ଷୁ ବୁଜଦେଖିବ ଆହୁରି ବହୁଧନ ନେବେ ରାଜ୍ୟ ।ଆଜ୍ଞା ପାଇଣ ଯାଦବେ ବୁଜିଲେ ନୟନଚାହୁଁ ଚାହୁଁ ମାୟାପୁରୀ ହେଲା ଅନ୍ତର୍ଦ୍ଧାନ ।ଚକ୍ଷୁ ପାଇଣ ଯାଦବ ଗଲେ କାବା ହୋଇଗର୍ତ୍ତ ନାହିଁ ପୁର ନାହିଁ ଧନ ଜନ ନାହିଁ ।ଅଶ୍ୱତ୍ଥ ଗଛ ଗୋଟିଏ ଅଛି ଉଭାହୋଇତାର କ୍ରୋଡ଼ ମଧ୍ୟେ ଏକ ଶବ ଅଛି ରହି ।ଯାଦବେ ବୋଲନ୍ତି ଦେବ ଏ କି ସମାଚାରଶ୍ରୀହରି ବୋଲନ୍ତି ଏ ଯେ ଅଟେ ମାୟାଶିର ।ଯାଦୁ ବିଦ୍ୟାବଳେ ଦୈତ୍ୟ ରଚିଥିଲା ପୁରଏହି ଶବ ଗୋଟି ଅଟେ ସହକାରୀ ତାର ।ମନ୍ତ୍ରବଳେ ଜୀବଦାନ ଥିଲା ୟାକୁ ଦେଇକୁହୁକ ରାଇଜ ଥିଲା ରାକ୍ଷସ ଭିଆଇ ।ଶୁଣିଣ ଚକିତ ହେଲେ ଯାଦବ ସଇନଶ୍ରୀଜଗନ୍ନାଥଙ୍କୁ ସର୍ବେ କଲେ ଧନ୍ୟ ଧନ୍ୟ ।ଯାଦବଗଣ ଯିବାର ଉଛୁର ଦେଖିନାରୀମାନେ ଉଦ୍ଧବଙ୍କ ଚୌପାଶେ ମିଳିଣ ।ରୁକ୍ମିଣୀ ବୋଲନ୍ତି କିମ୍ପା ହୁଏ ଏତେ ଡେରିନ ଆସନ୍ତି ଜଗନ୍ନାଥ ଆଦି ଯେ ସବୁରି ।ଉଦ୍ଧବ ବୋଲନ୍ତି ପୁତ୍ରୀ ତୁମ୍ଭେ ସ୍ଥିରଧରତୋର ସ୍ୱାମୀ ଅଟନ୍ତି ଯେ ବ୍ରହ୍ମାଣ୍ଡ ଠାକୁର ।ରାମ କୃଷ୍ଣଙ୍କୁ ଜିଣନ୍ତା ସଂସାରେ କେ ନାହିଁନିଶ୍ଚେ କାମ ଶେଷକରି ଆସିବେ ମାଧୋଇ ।ଏ ସମୟେ ହସ ହସ ହୋଇ ଚକ୍ରଧରନାରୀମାନଙ୍କ ପାଶରେ ହୋଇଲ ହାଜର ।ଯାଦବଗଣଙ୍କୁ ଦେଖି ନାରୀଏ ଧାଇଁଲେଆନନ୍ଦରେ କୋଳାହଳ ସରବେ ହୋଇଲେ ।ରେବତୀଙ୍କ ପାଶେ ହଳୀ ପ୍ରବେଶିଲେ ଯାଇରାମଙ୍କୁ ନ ଦେଖି କାନ୍ଦୁଥିଳେ ଶଶୀମୁହୀଁ ।ହସି ହସି ହଳଧର ତାଙ୍କୁ କୋଳକଲେଯୁଦ୍ଧର ଘଟଣାମାନ ସରବେ ଶୁଣିଲେ ।ଯେତେ ଯଦୁକୁଳ ବାମା ସେ ସ୍ଥାନରେ ଥିଲେଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ସର୍ବେ ଧନ୍ୟ ଧନ୍ୟ କଲେ ।ଦ୍ୱାରକାରେ ଯାଇ ସର୍ବେ ହୋଇଲେ ପ୍ରବେଶରେବତୀ ଦେବୀ କହିଲେ ହଳଧର ପାଶ ।ଅଳପ ଦିନରେ ଦେବୀ ଗର୍ଭବତୀ ହେଲେଦଶମାସ ଅନ୍ତେ ଦୁଇପୁତ୍ର ପ୍ରସବିଲେ ।ଯମଜ ପୁତ୍ର ଜନମ ହେଲା ହଳଙ୍କରଶୁଣିଣ ଯାଦବ ମନେ ଆନନ୍ଦ ଅପାର ।ବିଧାତା ଆସିଣ ନାମକରଣ କରିଲେସୁନନ୍ଦ ନନ୍ଦ ବୋଲିଣ ପୁତ୍ର ନାମ ଦେଲେ ।ପିତାମାତାଙ୍କ ଆନନ୍ଦ କହିଲେ ନ ସରେପୁତ୍ରମାନେ ସଦା ଥାନ୍ତି ପିତାଙ୍କ ପାଶରେ ।ରେବତୀ ରୁକ୍ମିଣୀ ଦୁଇ ଯାଆ ହରଷରେସେବନ୍ତି ଶାଶୁ ଶ୍ୱଶୁର ସ୍ୱାମୀଙ୍କ ପାଦରେ ।ପରସ୍ପରକୁ ସରବେ ସ୍ନେହ ଯେ କରନ୍ତିରତିକୁ ସର୍ବଦା ଦୁଇ ଶାଶୁ ଭଲପାନ୍ତି ।ଯଶୋବନ୍ତୀ ଦେବକୀର ଆନନ୍ଦ ଅପାରପୁତ୍ରବଧୂ ନାତି ସୁଖ ଦେଖିଣ ସତ୍ୱର ।ଯେ ଦିନୁ ରୁକ୍ମିଣୀ କୃଷ୍ଣେ ବିବାହ ହୋଇଲେଦ୍ୱାରକାରେ ଘରେ ଘରେ ଲକ୍ଷ୍ମୀ ବିରାଜିଲେ lନିୟମରେ ଇନ୍ଦ୍ରଦେବ ବରଷା କରଇମରୁଭୂମିରେ ସୁନ୍ଦର ଫସଲ ହୁଅଇ ।ଯେଉଁଦିନୁ କାମ ରତି ପୁରେ ପହଞ୍ଚିଲେବୃଦ୍ଧନାରୀମାନେ ମଧ୍ୟ କାମେ ବାଇହେଲେ ।ପତି ସେବାରେ ସରବେ ଢାଳିଛନ୍ତି ମନସଭିଙ୍କ ଦେହରେ ରାଜେ ନବ ଯଉବନ ।ରେବତୀ ଦେବୀ ଯେଦିନ ପୁରେ ପାଦଦେଲେସାତବଂଶରେ କେ ଜଣେ ମୂର୍ଖ ନ ରହିଲେ ।ସରବେ ପଣ୍ଡିତ ଏକୁ ଏକ ବୁଦ୍ଧିମାନସ୍ୱୟଂ ସରସ୍ୱତୀ ଦେବୀ ସେ ଯେ ବିଦ୍ୟମାନ ।ଶ୍ରୀହରିଙ୍କ ଲୀଳା ଏ ଯେ ଅପୂର୍ବ ଚରିତଶୁଣିଲେ ଜଗତ ଜନ ହୋଇବେ ପବିତ୍ର ।ଶ୍ରୀଗୁରୁ ଅଚ୍ୟୁତ ସ୍ବାମୀ ତନ୍ନ ତନ୍ନ କରିହରିବଂଶ ମଧ୍ୟେ ଏହା ଛନ୍ତି ପୂର୍ଣ୍ଣକରି ।ତାଙ୍କ ପାଦପଦ୍ମକୁ ମୁଁ ମନେ କରି ଧ୍ୟାନରଚନା କରଇ କ୍ଷେତ୍ରମୋହନ ପ୍ରଧାନ ।ରୈବତ୍ୟ ପର୍ବତରେ ଘୋଷଯାତ୍ରା ଓଶ୍ରୀକୃଷ୍ଣଙ୍କ ପାଞ୍ଚକନ୍ୟା ବିଭାଶୁଣ ଆହେ ସାଧୁଜନେ ହୋଇଣ ହରଷପବିତ୍ର ମହୋଦଧିର ଜଳ ଏହି ରସ ।ରେବତୀ ବିବାହ ବର୍ଷ ଯେ ଦିନୁ ପୁରିଲାରୈବତ ପର୍ବତ କଥା ମନେ ଯେ ପଡ଼ିଲା ।ସାତବଂଶ ଯାଦବଙ୍କୁ ଏକତ୍ର କରଇଘୋଷଯାତ୍ରା ଆରମ୍ଭିଲେ ପ୍ରଭୁ ଭାବଗ୍ରାହୀ ।ଦ୍ୱାରକାରୁ ବେନି କ୍ରୋଶ ରଇବତ ଗିରିସେ ପର୍ଯ୍ୟନ୍ତ ସ୍ବର୍ଣ୍ଣ ରାସ୍ତା ହୋଇଛି ତିଆରି ।ଦୁଇପଟେ ହୀରାନୀଳା ପ୍ରାଚୀର ଶୋଭଇକି ଅଭାବ ଯେଉଁଠାରେ ଲକ୍ଷ୍ମୀ ଛନ୍ତି ରହି ।ନନ୍ଦିଘୋଷ ବାହାରିଲେ ପ୍ରଭୁ ଚକ୍ରଧରଦେବୀ ରୁକ୍ମଣୀଙ୍କୁ ପ୍ରଭୁ ଘେନିଣ ସଙ୍ଗର ।ତାଳଧ୍ୱଜେ ବିଜେ କଲେ ରେବତୀ ରମଣବିବିଧ ଯାନ ଆରୋହି ଯେ ଯାଦବଗଣ ।ପ୍ରଦ୍ୟୁମ୍ନ ରତି ଦେବୀଙ୍କୁ ଘେନିଣ ଆନନ୍ଦେବାହାରିଲେ ରୈବତଙ୍କ ପର୍ବତକୁ ହାଦେ ।ଯେ ଯାହାର ସଙ୍ଗେ ନାରୀ ଧରି ବାହାରିଲେଚାରିକୋଟି ଯଦୁଗଣ ପର୍ବତେ ମିଳିଲେ ।ଘୋଷଯାତ୍ରାର ମହିମା କେ ପାରିବ କହିତେତିଶି କୋଟି ଦେବତା ଦେଖନ୍ତି ଓହ୍ଲାଇ ।ନଅର ତିଆରି କରି ରହିଲେ ଯେ ପାରେହାଟବାଟ ବଜାର ଯେ ବସିଛି ତହିଁରେ ।ଏହି ସମୟରେ ଦେଶଉର ପାଶେ ମିଳିକରଯୋଡ଼ି ଉଭାହୋଇ କରେ ନିଉଛାଳି ।ବୋଲଇ ମଣିମା ଶୁଣ ମୋହର ଉତ୍ତରକାଶୀ ନଦୀତୀରେ ଅଛି ଏକଇ ନବର ।ସତ୍ୟବ୍ରତ ବୋଲି ରାଜା ଅଟନ୍ତି ତହିଁରପବିତ୍ର ପାଟବଂଶୀ ଯେ ଅଛି ତାର ପୁର ।ଗୋଟିଏ ମାତ୍ରକ ରାଣୀ ନାମ ଶୋଭାବତୀସାକ୍ଷାତ ପରମଲକ୍ଷ୍ମୀ ହୋଇଛି ଉତ୍ପତ୍ତି ।ଅକଣ୍ଟକ ରାଜ୍ୟଭୋଗ କରେ ସତ୍ୟବ୍ରତସର୍ବଦା ଧର୍ମେ ଚଳଇ ନ କରେ ଅସତ୍ୟ ।ରାଜକୋଷରେ ତାହାର ଥାଏ ବହୁ ରତ୍ନଦୁଇ ଶତକ୍ରୋଶ ରାଜ୍ୟ ଗୋଟି ଅତି ଯତ୍ନ ।ପାଞ୍ଚଗୋଟି ପୁତ୍ର କନ୍ୟା ଅଟନ୍ତି ଯେ ଦୁଇକନ୍ୟାମାନଙ୍କର ଶୋଭା କହି ଯେ ନୁହଇ ।ଶୁଣିଅଛି କର୍ଣ୍ଣେ ସ୍ୱର୍ଗେ ସୁନ୍ଦରୀ ଅପ୍ସରାଏମାନେ ତାହାଙ୍କଠାରୁ ଅଧିକ ଯେ ତ୍ବରା ।ବର୍ଷେ ହେଲା ରାଜକନ୍ୟା ବିଭା ଦେବା ପାଇଁସମସ୍ତ ରାଜାଙ୍କୁ ପୁରେ ଅଛି ଯେ ରଖାଇ ।ଜରାସନ୍ଧ ଶିଶୁପାଳ ଶଲ୍ୟ ଆଦି ରାଜାସତ୍ୟବ୍ରତ ପୁରେ ରହି ପାଉଛନ୍ତି ପୂଜା ।ଲକ୍ଷେ ରାଜାଙ୍କୁ ଡକାଇ ଥାଏ ନୃପବରକିନ୍ତୁ କନ୍ୟା ଉପଯୁକ୍ତ ନୁହନ୍ତି କେ ବର ।ଶ୍ରୀୟା ସତ୍ୟବତୀ ନାମ ଦୁଇ କନ୍ୟାଙ୍କରଚାଲିଯାନ୍ତେ ପଦ ଗନ୍ଧେ ଗୋଡ଼ାନ୍ତି ଭ୍ରମର ।ଭ୍ରମରମାନେ ଗୋଡ଼ାନ୍ତି ମାଳ ମାଳ ହୋଇତେଣୁ ସର୍ବଦା ଚନ୍ଦନ ଅଙ୍ଗ ବୋଳିଥାଇ ।କନ୍ୟା ରୂପ ଦେଖି ସର୍ବେ ପାଗଳ ହୁଅନ୍ତିକିନ୍ତୁ ପରୀକ୍ଷାରେ କେହି ଜିଣି ନ ପାରନ୍ତି ।ଦୂତ ମୁଖୁ ବାର୍ତ୍ତା ଶୁଣି ବୋଲନ୍ତି ଶ୍ରୀଧରକେଉଁ କାରଣରୁ ରାଜା ହୋନ୍ତି ହରବର ।କରିଯୋଡ଼ି ବୋଲେ ଚାର ଶୁଣ ଚକ୍ରଧରଏକ ଶତ ଷଣ୍ଢ ପାଳି ଅଛି ନୃପବର ।ଏକ ଏକ ବଳି ଦୃଢ ଅଟନ୍ତି ସେମାନେଶତ ହସ୍ତୀ ଏକ ସଙ୍ଗେ ନ ହେବେ ସମାନେ ।ପୁଣି ଗୋଟିଏ ଷଣ୍ଢକୁ ଶତଶତ ଗାଈମହାବଳୀ କେ କାହାକୁ ଉଣା ନ ଅଟଇ ।ଗୋଗୋଷ୍ଠରେ ଷଣ୍ଡ ଗାଈ ଏକତ୍ର କରାଇରଖିଅଛି ନରପତି ଯତ୍ନେ ଖାଦ୍ୟ ଦେଇ ।ପୁଣି ସହସ୍ରେକ ହସ୍ତ ପାଟର ଦଉଡ଼ିଗୋଷ୍ଠ ଦୁଆରମୁହଁରେ ଅଛି ସେହି ପଡ଼ି ।ସୁବର୍ଣ୍ଣ ଖମ୍ବ ମଧ୍ୟରେ ଲେଖାଅଛି ରହିଏକା ଦଉଡ଼ିରେ ଶତେ ଷଣ୍ଢ ଯେ ବାନ୍ଧଇ ।ଏ ରଜ୍ଜୁରେ ସଭିଙ୍କୁ ଯେ ଛନ୍ଦି ପକାଇବସତ୍ୟସତ୍ୟସତ୍ୟ ସେ ମୋ କନ୍ୟା ବିଭାହେବପୁଣି ଦୁଇ କନ୍ୟା ସହ ଅର୍ଦ୍ଧେ ରାଜ୍ୟ ଦାନକରିବି ଏହା ମୋହର ଅଟଳ ବଚନ ।ଯେତେ ରାଜା ଆସୁଛନ୍ତି ବିଭା ହେବା ପାଇଁଗୋଷ୍ଠ ଦୁଆର ମୁହଁକୁ ନ ପାରନ୍ତି ଯାଇ ।ଜରାସନ୍ଧ ଆଦି ବୀରେ ହୋଇ ଅପଦସ୍ତବାନ୍ଧି ନ ପାରିଣ ଲଜ୍ଜା ପାଇଲେ ସମସ୍ତ ।ଗୃହକୁ ନ ଯାଇ ବସିଛନ୍ତି ନରସାଇଁଅଛି ବୀର ବାନ୍ଧବ କେ ଦେଖିବ ସେ ରହି ।ଏକା ରଜ୍ଜୁରେ ଯେ ଶତ ଷଣ୍ଢକୁ ବାନ୍ଧିବପୃଥିବୀରେ ବୀରପଣେ ସେହି ଗଣାହେବ ।ପୁଣି ପ୍ରତିଜ୍ଞା କରିଛି ସିଂହଳ ଈଶ୍ୱରକ୍ଷତ୍ରିୟ ଚଣ୍ଡାଳ ଯେ ବାନ୍ଧବ କନ୍ୟା ତାର ।ଶୁଣି ଶ୍ରୀକୃଷ୍ଣଙ୍କ ମନ ହେଲା ଛନ ଛନ୍ନଉଦ୍ଧବ ଅକ୍ରୂର ପାଶେ ରାଇଲେ ବହନ ।ସମସ୍ତ କଥା ପ୍ରକାଶ କରିଲେ ଶ୍ରୀହରିଯିବା ପାଇଁ ସଜ ହେଲେ ନନ୍ଦିଘୋଷ ଧରି ।ନିଶ୍ଚୟ ଆଣିବା କନ୍ୟା ଫୁଲ ସଙ୍ଗେ ମୋରଭାଗ୍ୟ ଥିଲେ ଗୋରୁକନ୍ୟା ମିଳଇ ଆବର ।ବଳରାମଙ୍କୁ ସମସ୍ତେ କହିଲେ ବୁଝାଇଘୋଷଯାତ୍ରା କରୁଥିବେ ଯାଦବଙ୍କୁ ନେଇ ।କାଲି ଭିତରେ ନିଶ୍ଚୟ ବାହୁଡ଼ି ଆସିବିକଦାପି ସେଠାରେ ବେଶି ଦିନ ନ ରହିବି ।ଯାଅ ବୋଲି ଆଜ୍ଞାଦେଲେ ପ୍ରଭୁ ହଳଧରଶୁଭ ବେଳ ଉଣ୍ଡି ପ୍ରଭୁ ହୋଇଲେ ବାହାର ।ପବନ ମାର୍ଗେ ଦାରୁକ ବାହେ ରହୁବରକାଶୀ ନଦୀ ତୀରେ ଯାଇ ହୋଇଲେ ହାଜର ।ସେ ରାଜ୍ୟର ଶୋଭା ଦେଖି ପ୍ରଭୁ ଦାମୋଦରପ୍ରଶଂସା କରନ୍ତି ଧନ୍ୟ ଧନ୍ୟ ଏହୁ ପୁର ।ନିଶ୍ଚେ ଏ ରାଜ୍ୟରେ ଲକ୍ଷ୍ମୀ ଛନ୍ତି ଅବତରିତା ନୋହିଲେ ଏତେ ଶୋଭା ଦିଶନ୍ତା କିପରି ।ଉଦ୍ଧବ ଅକ୍ରୂର ସାରଥିଙ୍କୁ ଚକ୍ରଧରବୋଇଲେ ତୁମ୍ଭେ ସମସ୍ତେ ରୁହ ଏ ସ୍ଥାନର ।ଦୂତ ସଙ୍ଗେ ନେଇ ଆମ୍ଭେ ଯାଉଅଛୁ ପୁରବୁଝିବା ସେଠାରେ ହୁଏ କିସ ସମାଚାର ।ଏହା କହି ବିପ୍ର ରୂପ ଧରିଲେ ଶ୍ରୀହରିବଳିଦ୍ୱାରେ ଯାଇଥିଲେ ଯେଉ ରୂପ ଧରି ।କେବଳ ବାମନ ମୂର୍ତ୍ତି ହୋ ଠାକୁରଅପରୂପ ଶୋଭା କିବା ଦେବା ପଟ୍ଟାନ୍ତର ।ଦିବ୍ୟାମୋହନ ମୂରତି ଧରି ବିପ୍ରବରସାମବେଦ ଉଚ୍ଚାରି ମିଳିଲେ ରାଜା ପୁର ।ଦେଖିଣ ବିପ୍ରଙ୍କୁ ରାଜା ସନମାନ କଲାଉତ୍ତମ ଆସ୍ଥାନରେ ନେଇ ବସାଇଲା ।ଶ୍ରୀୟା ସତ୍ୟବତୀ ମେଢେ ଥିଲେ ଉଭାହୋଇବିପ୍ରରୂପ ଦେଖି କାମେ ହୋଇଲେ ସେ ବାଇ ।ଅନଙ୍ଗ ବାଣେ ଦହିଲା ଶରୀର ତାଙ୍କରଯେ ଯାହାର ସେ ତାହାର ଅଟେ ଶାସ୍ତ୍ରଗୀର ।କେବଳ ଲଜ୍ୟାରେ କନ୍ୟା ନୀରବେ ଥାଆନ୍ତିବ୍ରାହ୍ମଣ ରୂପକୁ ଦେଖି ମୋହ ହୋଇଥାନ୍ତି ।ଭାବନ୍ତି ଯଦି କରନ୍ତେ ପିତା ସ୍ୱୟମ୍ବରନିଶ୍ଚେ ଆମ୍ଭେ ଏ ବ୍ରାହ୍ମଣେ ବରନ୍ତୁ ଯେ ବର ।ବିଷ୍ଣୁଙ୍କୁ ସ୍ମରଣ କରୁଥାନ୍ତି କନ୍ୟା ଦୁଇଷଣ୍ଢ ବାନ୍ଧି ପାରନ୍ତେ କି ଏ ବିପ୍ର ଗୋସାଇଁ ।ଦରହସି କନ୍ୟା ଆଡ଼େ ଚାହିଁ ଦେଲେ ହରିତାଙ୍କ ମନ ଜାଣିଲେଣି ପ୍ରଭୁ ଦଇତ୍ୟାରି ।ଲଜ୍ୟାରେ କନ୍ୟାବଦନ ତଳକୁ ପାତିଲେମନେମନେ ବିପ୍ର ଶୋଭା ଦେଖି ଘାରିହେଲେଭାବନ୍ତୁ ନୁହନ୍ତୁ ପଛେ ଆମ୍ଭେ ରାଜରାଣୀଏ ବ୍ରାହ୍ମଣ ଦାସୀ ହୋଇ ହୋନ୍ତୁ ଭିକାରୁଣୀ ।ସଭାଜନେ ସର୍ବେ ଚାହିଁ ବିପ୍ରଙ୍କ ବଦନବୋଲନ୍ତି ଅଳ୍ପବୟସ ବ୍ରାହ୍ମଣ ସନ୍ତାନ ।କେ ବୋଲଇ ଜୀବନରେ ଦିନେ ଏହିପରିଦେଖି ନଥିଲୁ ସୁନ୍ଦର ଚେହେରା କାହାରି ।ଏହିପରି ସର୍ବଜନ କୁହାକୁହି ହେଲେକନ୍ୟାଙ୍କ ନଜର ଅଛି ସରବେ ଦେଖିଲେ ।ଏ ସମୟେ ସଭାକୁ ଆସିଣ ସତ୍ୟବ୍ରତବୋଲେ ଶୁଣ ସର୍ବ ଉପସ୍ଥିତ ନରନାଥ ।ବ୍ରାହ୍ମଣଠାରୁ ଚଣ୍ଡାଳ ହୋନ୍ତୁ ଯେହୁ ଜନଯେ ଷଣ୍ଢ ବାନ୍ଧିବ କନ୍ୟା କରିବି ପ୍ରଦାନ ।ଯଦି ନ ବାନ୍ଧିଣ ବଳାତ୍କାର କେ କରିବସଭା ମଧ୍ୟେ ନିଶ୍ଚୟ ତା ମୂର୍ଦ୍ଧନା ଫାଟିବ ।ଏଡ଼େ ବଡ଼ ବଡ଼ ଯୋଦ୍ଧାଗଣ ଆସିଅଛସାମାନ୍ୟ କାମକୁ କିମ୍ପା ସରବେ ଡରୁଛ ।କନ୍ୟାରୂପେ ଦେଖିରାଜାମାନେ ମୋହ ହୋଇବାହାସ୍ଫୋଟମାରି ବାହାରିଲେ କେତେତହିଁ ।ଯେତେବେଳେ ଗୋଷ୍ଠଦ୍ବାର ମୁହଁକୁ ଯାଆନ୍ତିଗର୍ଜନ ଶୁଣିଣ ସର୍ବେ ବାହୁଡ଼ି ଆସନ୍ତି ।ଦନ୍ତ ଭଗ୍ନ ଅହି ପରି ହୋଇ ରାଜାମାନେଲଜ୍ୟା ପାଇଣ ବସିଲେ ଯେ ତାହା ଆସ୍ଥାନେ ।ଉଠି ମହା ଆଡ଼ମ୍ବରେ ଜରାସନ୍ଧ ବୀରଷଣ୍ଢ ବାନ୍ଧିବା ପାଇଁକି ହୋଇଲେ ବାହାର ।ହେଉ ପଛେ କଷ୍ଟ ନିଶ୍ଚେ ଷଣ୍ଢ ମୁଁ ବାନ୍ଧିବିସୁନ୍ଦରୀ କନ୍ୟା ଦ୍ୱୟଙ୍କୁ ମୁହିଁ ବିଭାହେବି ।କାୟା ଭୁଲାଇଣ ରାଜା ମିଳେ ଗୋଗୋଷ୍ଠରେହାତ ପକାଇଲା ଏକ ଷଣ୍ଢର ଲାଞ୍ଜରେ ।ଦେଖିଣ ସମସ୍ତ ରାଜା କରତାଳି ଦେଲେନିଶ୍ଚେ ଜରାସନ୍ଧ ବୀର କନ୍ୟା ବିଭାହେଲେ ।ଯେତେବେଳେ ଜରାସନ୍ଧ ଲାଙ୍ଗୁଳ ଧରିଲେଲଇଁପଡ଼ି ବାମହସ୍ତ ରଜ୍ଜୁ ଗୋଟାଇଲେ ।ମହାବଳବାନ ଷଣ୍ଢ ସେହି ଯେ ଅଟଇଶତ ଜରାସନ୍ଧ ବଳ ଗଞ୍ଜି ଦେବ ସେହି ।ପାଟଡୋର ଧରି ଉଠାନ୍ତେଣ ଜରାବୀରନିର୍ଘାତ ଗୋଇଠା ଗୋଟା ଦେଲା ତା ଛାତିର ।ସେ ଗୋଇଠାଘାତେ ଜରା ଭୂମିରେ ପଡ଼ିଲାନାସାଫୁଟି ତାହାର ଯେ ରୁଧିର ଗଳିଲା ।ହେବ ନାହିଁ ବୋଲି ରାଜା ଘୁସୁରି ଘୁସୁରିବାହୁଡ଼ି ଆସନ୍ତେ ସର୍ବେ ହସି କିରି କିରି ।ଜରାର ଅବସ୍ଥା ଦେଖି ଅନ୍ୟ ନରବରଭୟରେ ନ ଗଲେ କହି ଗୁହାଳ ପାଶର ।ଏହି ସମୟରେ ଦ୍ୱିଜ ଯୋଡ଼ି ବେନି କରବୋଇଲେ ହେଲେ ହୁକୁମ ଯିବି ମୁଁ ଏଥର ।ବିପ୍ର ବାଣୀ ଶୁଣି ସର୍ବ ନରପତିଗଣମୁଖରେ ବସନ ଦେଇ ବସିଲେ ତକ୍ଷଣ ।ବୋଇରେ ସୁନ୍ଦର ରୂପ ଦେଖିଣ କନ୍ୟାରସମ୍ଭାଳି ନ ହୁଏ ମନ ଏହି ବ୍ରାହ୍ମଣର ।ସାମାନ୍ୟ ବ୍ରାହ୍ମଣ ଭିକ୍ଷା ଜୀବିକା ଅଟଇସେ ପୁଣି ବାହାରେ ଷଣ୍ଢ ବାନ୍ଧିବାର ପାଇଁ ।ପ୍ରତିଜ୍ଞା କରିବେ ଯହୁଁ ସତ୍ୟବ୍ରତ ବୀରତାହା ଶୁଣିଣ ବ୍ରାହ୍ମଣ ହୁଅଇ ଆତୁର ।କେ ବୋଲଇ ଆରେ ବିପ୍ର ଯାଅ ନାହିଁ ତୁହିମହା ମହା ରଥୀ ଗଲେଣି ପରାସ୍ତ ହୋଇ ।ଦ୍ବିଜବର ବୋଲେ ସର୍ବେ ଆସିଲେ ଯେ ଫେରିମୁହିଁ ନ ପାରିଲେ କନ୍ୟା କିମ୍ପା ହେବ ମୋରି ।ସତ୍ୟବ୍ରତ ବୋଲନ୍ତି ରାଜାଙ୍କ ମୁଖ ଚାହିଁନ ପାରିଣ କହ କିମ୍ପା କମର ଫୁଲାଇ ।ଅନୁମତି ଦେଲି ମୁହିଁ ଯାଅ ବିପ୍ରବରଷଣ୍ଢକୁ ବାନ୍ଧି ପାରିଲେ ମୋ କନ୍ୟା ତୁମ୍ଭର ।ଯେତେବେଳେ ଗୋଗୋଷ୍ଠକୁ ଯାନ୍ତି ଚକ୍ରଧରଇଷ୍ଟକୁ ସୁମରୁଥାନ୍ତି କନ୍ୟା ନିରନ୍ତର ।ଶ୍ରୀୟା ବୋଲୁଥାନ୍ତି ସତ୍ୟବତୀ ମୁଖ ଚାହିଁଲୋ ଭଉଣୀ ଏ ବ୍ରାହ୍ମଣ ମାନବ ନୁହଇ ।ସ୍ୱୟଂ ନାରାୟଣ ପୂର୍ଣ୍ଣ ଅବତାର ଏହିଦେଖ ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭା ପାଇ ।ଚାତକବତ ସରବେ ଅଛନ୍ତି ଅନାଇନିର୍ଭୟେ ଗୋଷ୍ଠେ ପ୍ରବେଶ ହେଲେ ବିପ୍ରସାଇଁ ।ଯେତେବେଳେ କୃଷ୍ଣଚନ୍ଦ୍ର ଗୋଗୋଷ୍ଠେ ମିଳିଲେଶତେ ଗାବ ଶତେ ଷଣ୍ଢ ଘୋରରଡ଼ି ଦେଲେ ।ସେ ରଡ଼ି ଆଘାତେ ସର୍ବରାଜା ଭୀତ ହୋଇବୋଇଲେ ଚାଲ ହେ ଯିବା ଏ ସ୍ଥାନୁ ପଳାଇ ।ଦେଖ କିପରି ଗର୍ଜନ୍ତି ଦୁଷ୍ଟ ଷଣ୍ଢଗଣନିଶ୍ଚେ ଗରିବ ବ୍ରାହ୍ମଣ ହରାଇଲଶ ପ୍ରାଣ ।ଭଲ କଥା ସତ୍ୟବ୍ରତ ରାଜା ଭିଆଇଲାବ୍ରହ୍ମହତ୍ୟା ଦୋଷ ଗୋଟି ମୁଣ୍ଡରେ ଲଦିଲା ।ଏ ସମୟେ ଗୋଗୋଷ୍ଠରେ ପ୍ରଭୁ ଚକ୍ରଧରବଂଶୀରେ ବାଇଲେ ଧେନୁ ସ୍ତମ୍ଭନ ଯେ ସ୍ବର ।ବଂଶୀ ସ୍ୱନ ବାଜି ଷଣ୍ଢ ଗାଭୀଙ୍କ କର୍ଣ୍ଣରନୀରବ ହୋଇଣ ସର୍ବେ ହୋଇଲେକ ସ୍ଥିର ।ଶ୍ରୀକୃଷ୍ଣଙ୍କ ଚଉପାଶେ ଆନନ୍ଦରେ ବେଢ଼ିବଂଶୀସ୍ୱନ କର୍ଣ୍ଣେ ଶୁଣି ଦ୍ୟନ୍ତି ହମ୍ବାରଡ଼ି ।ଦୁଷ୍ଟମାନଙ୍କର ଯହୁଁ ଦର୍ପ ଚୂର୍ଣ୍ଣକଲେଆଉଁସି ସଭିଙ୍କୁ ପ୍ରଭୁ ରଜ୍ଜୁରେ ବାନ୍ଧିଲେ ।ଏକ ରଜ୍ଜୁ ମଧ୍ୟେ ସର୍ବ ଷଣ୍ଢ ଗୋରୁ ଧରିବାନ୍ଧି ପକାଇଣ କୃଷ୍ଣ ଆସିଲେ ବାହାରି ।ହେଲା ହେଲା ବୋଲି ସର୍ବେ କରିଲେ ଚହଳମେଢ଼ରୁ କନ୍ୟା ଆସିଲେ ହସ୍ତେ ଧରି ମାଳ ।ବେନି କନ୍ୟା ଆନନ୍ଦରେ ହସ ହସ ହୋଇବ୍ରାହ୍ମଣର ଗଳେ ଦେଲେ ସେ ମାଳ ଲମ୍ବାଇ ।ଦେଖି ସର୍ବ ରାଜାମାନେ ଆଶ୍ଚର୍ଯ୍ୟ ହୋଇଲେଲାଜ ପାଇ ଯେ ଯାହାର ପୁରେ ବାହୁଡ଼ିଲେ ।ମହା ଆଡ଼ମ୍ବରେ ସତ୍ୟବ୍ରତ ନରେଶ୍ୱରଦୁଇ କନ୍ୟା ବିଭାଦିଏ ବ୍ରାହ୍ମଣ ହସ୍ତର ।ବିବିଧ ପଦାର୍ଥମାନ ଯଉତୁକ ଦେଇହାତୀ ଘୋଡ଼ା ଶତ ଶତ ଦାନ ଯେ କରଇ ।ଯେତେବେଳେ ହସ୍ତଗଣ୍ଠି ପଡ଼େ ବେଦୀ ପରଶଙ୍ଖ ଚକ୍ର ଦୃଶ୍ୟ ହେଲା ରାଜାଙ୍କ ଚକ୍ଷୁର ।ରାଜନ ଭାବଇ ଏତ ସାମାନ୍ୟ ନୁହଇନିଶ୍ଚେ ବ୍ରହ୍ମାଣ୍ଡ ଠାକୁର ମାୟା କରିଛଇଁ ।କନ୍ୟାଦ୍ୱୟଙ୍କୁ ସମର୍ପି ବୋଲେ ନରେଶ୍ବରଯେ ନିମନ୍ତେ କରିଥିଲି ମୁହିଁ ଏ ଫିକର ।ଶରଣ ପଶିଲି ପାଦେ ମୋତେ ରକ୍ଷାକରତୋ ରମଣୀ ରଖିଥିଲି କେବଳ ମୋ ଘର ।ଶ୍ରୀକୃଷ୍ଣ ବୋଲନ୍ତି କିମ୍ପା କୁହ ଅବିଚାରଆମ୍ଭେ ଗରିବ ବ୍ରାହ୍ମଣ ତୁମ୍ଭେ ନରେଶ୍ବର ।ରାଜନ ବୋଲଇ କିମ୍ପା ଭୁଲାଉଛୁ ତୁହିଆଜି ବ୍ରହ୍ମାଣ୍ଡ କରତା ଅଟେ ମୋର ଜ୍ୱାଇଁ ।ଶ୍ୱଶୁର ମୁଖ ଚାହିଁ ପ୍ରଭୁ ଦାମୋଦରଦରହସି ପାଦତଳେ କଲେ ନମସ୍କାର ।କଥାବାର୍ତ୍ତା ହେଉ ହେଉ ଶୂନ୍ୟ ରହୁବରପ୍ରବେଶ ହୋଇଲା ଆସି ରାଜାଙ୍କ ନବର ।ନନ୍ଦିଘୋଷ ଦେଖି ସର୍ବେ ଆନନ୍ଦ ହୋଇଲେମାତା ପିତା ଦୁଇ କନ୍ୟା ଆଣି ସମର୍ପିଲେ ।ବହୁପ୍ରକାର କୃଷ୍ଣଙ୍କୁ ବୁଝାଇ କହିଲେସଖୀଗଣ ସହ ନନ୍ଦିଘୋଷ କନ୍ୟା ଗଲେ ।ମହା ଆଡ଼ମ୍ବରେ ରଥ ଘେନିଣ ଶ୍ରୀହରିଯମୁନା କୂଳେ ସେଦିନ ବଞ୍ଚିଲେ ଶର୍ବରୀ ।ଶ୍ରୀୟା ସତ୍ୟବତୀ ଦୁଇ ଘେନି ଦଇତ୍ୟାରିରାତ୍ରେ ଶୟନ କରିଲେ ନନ୍ଦିଘୋଷେ ହରି ।ପ୍ରଭାତ ହୁଅନ୍ତେ ଯେ ଯା ନିତ୍ୟକର୍ମ ସାରିବାହାରନ୍ତେ ମନଯାନେ ନାରଦ ଉତୁରି ।ଦେବର୍ଷିଙ୍କୁ ଦେଖି ଶ୍ରୀୟା ସତ୍ୟବତୀ ଦୁଇପାଦତଳେ ପ୍ରଣିପାତ ହେଲେ ହର୍ଷ ହୋଇ ।କଲ୍ୟାଣ କଲେ ସାନନ୍ଦେ ତାଙ୍କୁ ମୁନିବରଶୀକୃଷ୍ଣ ବୋଇଲେ ଏକ ଜରୁରୀ ଖବର ।ବେଣୀ ଗଙ୍ଗା ନିକଟରେ ଭୂପାଳ ନଗରତ୍ରିବେଣୀ ନଦୀ ସେଠାରେ ବହେ ଧାରଧାର ।ଏକ ଶମ୍ଭୁ ଲିଙ୍ଗ ସେ ସ୍ଥାନରେ ଛନ୍ତି ରହିଅନନ୍ତ କଳପବଟ ତହିଁ ବିରାଜଇ ।ଅଙ୍ଗିରା ଋଷିଙ୍କର ଯେ ଅଟେ ତପସ୍ଥାନସେହିଠାରେ ବର ନେଲା ଯେ ଇନ୍ଦ୍ର ରାଜନ ।ଅତି ପବିତ୍ର ସ୍ଥାନ ଯେ ସେ ଜାଗା ଅଟଇଜନ ମନୁଷ୍ୟ ଛାୟା ସେ ସ୍ଥାନେ ନ ପଡ଼ଇ ।ରୋଗ ଶୋକ ଜରା ମୋହ ସେ ସ୍ଥାନରେ ନାହିଁସବୁଦିନେ ନର ଥାଏ ଯୁବାବସ୍ଥା ବହି ।ପ୍ରତିଦିନ ସୁଲୁ ସୁଲୁ ବସନ୍ତ ବହଇଅଦିନରେ ସେ ସୁମିଷ୍ଟ ଫଳ ପାଚିଥାଇ ।ଅନନ୍ତ କାଳରୁ ଏକ ଗଡ଼ ଅଛି ରହିଇନ୍ଦ୍ର ଚନ୍ଦ୍ର ଆଦିତ୍ୟଙ୍କ କନ୍ୟା ଛନ୍ତି ରହି ।ଶିବଙ୍କୁ ସେବିଣ କନ୍ୟା ପାଇଛନ୍ତି ବରବିଷ୍ଣୁ ବିନେ ନ ଛୁଇଁବେ ଶରୀର କାହାର ।ବର ଦେଇଛନ୍ତି ତାଙ୍କୁ ଦେବ ଶୂଳଧରଦ୍ୱାରକାରେ ଜନମିବେ ପ୍ରଭୁ ଚକ୍ରଧର ।ତେଣୁ କେତେ ଯୁଗ ହେଲା ତୁମକୁ ଅନାଇକୁମାରୀ ରୂପରେ ଥିଲେ କନ୍ୟାମାନେ ରହି ।ଏବେ ନିକଟରେ ହୋଇଛନ୍ତି ରଜୋବତୀନ ଚାହାଁନ୍ତି କା ବଦନ ସେହୁ ମହାସତୀ ।ସୁବର୍ଣ୍ଣ ମେଢ ଉପରେ ଛନ୍ତି ବିଜେକରିଶତ ଶତ ଦାସୀ ପାଦେ ଖଟନ୍ତି ତାଙ୍କରି ।ସମସ୍ତେ ଅଟନ୍ତି ଯୁବା ବୃଦ୍ଧା କେ ନୁହଁଇତିନି କନ୍ୟା ଏକୁ ଏକ ବଳି ଶୋଭା ପାଇ ।କାମଧେନୁ ତାହାଙ୍କୁ ଯେ ଯୋଗାଏ ଆହାରଯାହା ଲୋଡ଼ା ହୁଏ ଖଞ୍ଜି ଦିଅଇ ପାଶର ।କାଳିନ୍ଦୀ କମଳା ଆଉ ତୁଳସୀ ଏ ତିନିସାକ୍ଷାତ ଲକ୍ଷ୍ମୀ ସ୍ୱରୂପା ଅଟନ୍ତି କାମିନୀ ।ମୋର ବୋଲ ମାନି ପ୍ରଭୁ ନିଅ ରହୁବରମାତା ଲକ୍ଷ୍ମୀଦେବୀ ଦୁଇ ଯାଆନ୍ତୁ ସଙ୍ଗର ।ଶୁଣିଣ ଆନନ୍ଦ ହେଲେ ଶ୍ରୀୟା ସତ୍ୟବତୀପ୍ରଭୁଙ୍କୁ ବୋଇଲେ ଚାଲ ଯିବା ତାଙ୍କ କତି ।ସେ ଭଉଣୀମାନଙ୍କୁ ଯେ ଯିବା ସଙ୍ଗେ ନେଇଏକା ସଙ୍ଗରେ ଚଳିବୁ ଆମ୍ଭେ ସାଥି ହୋଇ ।ଶୁଣିଣ ପ୍ରିୟାଙ୍କ ବାଣୀ ପ୍ରଭୁ ଚକ୍ରଧରବସାଇଣ ଦେବର୍ଷିଙ୍କୁ ଚଳିଲେ ସତ୍ୱର ।ତ୍ରିବେଣୀ ନିକଟେ ଯାଇ ମିଳିଲେ ଶ୍ରୀହରିପ୍ରିୟା ଦ୍ବୟଙ୍କୁ ବୁଝାନ୍ତି ପ୍ରଭୁ ନରହରି ।ଦେଖ ସହି ଏହି ସ୍ଥାନ ପବିତ୍ର ଅଟଇଗଙ୍ଗା ଯମୁନା ଯେ ସରସ୍ୱତୀ ଯାନ୍ତି ବହି ।ଏ ଜଳରେ ଥରେ ମାତ୍ର ସ୍ନାନକଲେ ନରଅଶେଷ ପାତକ ନାଶି ବସେ ବୈକୁଣ୍ଠର ।ଗୋହତ୍ୟା ବ୍ରାହ୍ମଣହତ୍ୟା କରିଥିଲେ ନରସ୍ନାନକଲେ କିଛି ପାପ ନ ରୁହେ ଶରୀର ।ପ୍ରଭୁଙ୍କ ବଚନ ଶୁଣି ଶ୍ରୀୟା ସତ୍ୟବତୀସ୍ନାହାନ କରିବା ପାଇଁ ବାହାରିଲେ ସତୀ ।ସର୍ବେ ସ୍ନାହାନ କରିଣ କୂଳକୁ ଆସିଲେକଳ୍ପବଟମୂଳେ ଶମ୍ଭୁ ଲିଙ୍ଗକୁ ପୂଜିଲେ ।ଗେଲେଇ ଗେଲେଇ ପ୍ରଭୁ ବାମାଙ୍କୁ କହନ୍ତିଶିବଙ୍କୁ ମାଗ ସୁପୁତ୍ର ଦେବେ ସେ ଝଟତି ।ଲାଜେ ବଦନ ପୋତିଲେ ପ୍ରଭୁଙ୍କ ଘରଣୀବୋଲନ୍ତି ଆମ୍ଭଙ୍କୁ ପୁତ୍ର ଦେବେ ଚକ୍ରପାଣି ।ହରଷରେ ହରି ପୂଜି ବାହାର ହୋଇଲେଅଙ୍ଗିରା ତପୋବନରେ ଯାଇଣ ମିଳିଲେ ।ଦେଖିଲେ ସେ ବନ ଶୋଭା ଅତି ମନୋହରଦିବ୍ୟ ସୁରମ ଗଡ଼େକ ଅଛି ତା ମଧ୍ୟର ।ଭିତରକୁ ଯିବା ପାଇଁ ମୋଟେ ଦ୍ୱାର ନାହିଁବିରାଟ ପଥରମାନ ଅଛି ଘେରି ହୋଇ ।ତେଣୁ ମହାପ୍ରଭୁ ମନେ କରନ୍ତି ବିଚାରଭାଙ୍ଗିଣ ପଥର ଯିବା ଏ ଗଡ଼ ଭିତର ।ଏତେ ପାଞ୍ଚ ସାରଙ୍ଗ ଧନୁରେ ଗୁଣ ଦେଇବିରାଟ ପ୍ରାଚୀର ଭାଙ୍ଗିଦେଲେ ଭାବଗ୍ରାହୀ ।ଭିତରକୁ ରହୁବର ଘେନିଣ ଚଳିଲେନନ୍ଦନ କାନନ ପରି ଶୋଭା ସେ ଦେଖିଲେ ।ଆବର ଦେଖିଲେ ଦିବ୍ୟ ମେଢ଼େକ ଅଛଇମଘବାନ ପୁରଠାରୁ ବଳି ଶୋଭା ପାଇ ।ସ୍ବୟଂ ବିଶ୍ୱକର୍ମା ହସ୍ତେ କରିଛି ତିଆରଆନନ୍ଦରେ ବିରାଜନ୍ତି କନ୍ୟା ତା ଉପର ।ଝଟ ଝଟ ହୋଇ ରୂପ ଚହଟି ଉଠଇସେବାରେ ଅସଂଖୃ ସଖୀ ଖଟିଥାନ୍ତି ତହିଁ ।ଯହୁଁ ରହୁବର ଗଡ଼ ମଧ୍ୟରେ ପଶିଲାସଖୀମାନଙ୍କ ମନରେ ସନ୍ଦେହ ହୋଇଲା ।କାଳିନ୍ଦୀ ବୋଲନ୍ତି କମଳାର ମୁଖ ଚାହିଁଅଘଟଣ କଥା ସଖୀ ଆଜ ଦେଖିଲଇଁ ।ପୂର୍ବେ ଅଭିଶାପ ଅଛି ବିଷ୍ଣୁଙ୍କ ବ୍ୟତୀତଆନ ଜନ ପ୍ରବେଶିଲେ ହେବ ଭସ୍ମସାତ ।ତୁଳସୀ ବୋଲଇ ସଖୀ ଶୁଣ ମୋ ଉତ୍ତରନିଶ୍ଚୟ ହେବେ ଗୋ ସହି ଆମ୍ଭର ଠାକୁର ।ଆସୁଛନ୍ତି ସ୍ୱାମୀ ଆମ୍ଭମାନଙ୍କୁ ଗୋ ନେବେରଥରେ ବିଜେ କରିବେ ଶୁଣିଛି ମୁଁ ପୂର୍ବେ ।ଏହିପରି କନ୍ୟାମାନେ ହୋନ୍ତି କୁହାକୁହିଘନ ଘନ ହୋଇ ବାମ ନୟନ ସ୍ଫୁରଇ ।ମିଳିଲାକ ନନ୍ଦିଘୋଷ ପବନହୁଁ ଖରେସ୍ୱୟଂ ନାରାୟଣ ଶୋଭା ପାଆନ୍ତି ରଥରେ ।ରଥରୁ ଓହ୍ଲାଇ ପ୍ରଭୁ ଜଗତ ଠାକୁରବୋଲନ୍ତି କିମ୍ପାଇ ତୁମ୍ଭେ ଏ ସ୍ଥାନେ ବିହର ।ସହଜେ ତ ନବଯୁବା ତେଜ ଅନଗଳକାହାର ଘରଣୀ ତୁମ୍ଭେ ରହିଛ ଏ ସ୍ଥଳ ।ଶଙ୍ଖ ଚକ୍ର ଗଦା ପଦ୍ମ କନ୍ୟାକୁ ଦିଶଇଅପୂର୍ବ ତେଜ ପ୍ରଭୁଙ୍କ ଦେହୁ ବିକାଶଇ ।ଏକାବେଳେ କନ୍ୟାମାନେ ମେଢ଼ରୁ ଓହ୍ଲାଇବୋଲନ୍ତି ଆମ୍ଭର ପତି ପ୍ରଭୁ ଭାବଗ୍ରାହୀ ।ଦ୍ବାରକା ଠାକୁରଙ୍କର ଅଟୁ ଆମ୍ଭେ ନାରୀକିଏ ତୁମ୍ଭ ନାରୀ ଚୋର କହ ହେ ବିସ୍ତାରି ।ଠାକୁର ବୋଲନ୍ତି ଯଦି ଚୋର ଅଟେ ମୁହିଁତା ହେଲେ ତୁମ୍ଭମାନଙ୍କୁ ନେବି ମୁଁ ଚୋରାଇ ।କନ୍ୟାଏ ବୋଲନ୍ତି ଏଡ଼େ ସାହସ କାହାରଏକା ଜଣେ ବିନୁ କିଏ କହନ୍ତା ଏ ଗୀର ।ଚୋରି କରି ନେବା ତବ ଉଚିତ ନୁହଇଁସ୍ୱଇଚ୍ଛାରେ ଯିବୁ ଆମ୍ଭେ ତୁମ୍ଭ ପଛେ ଧାଇଁ ।ଏହି ସମୟେ ମାତଳି ଘେନି ରହୁବରପହଞ୍ଚି ବୋଲଇ ପ୍ରଭୁ ଦଣ୍ଡେ ସ୍ଥିର ଧର ।ବିଭା ଉପଚାର ଘେନି ସୂର୍ଯ୍ୟ ଚନ୍ଦ୍ର ଇନ୍ଦ୍ରଆସୁଛନ୍ତି କନ୍ୟା ବିଭା ଦେବେହେଁ ଗୋବିନ୍ଦ ।କନ୍ୟାମାନଙ୍କ ଆନନ୍ଦ କେ ପାରିବ କହିଶ୍ରୀୟା ସତ୍ୟବତୀ କର ଧରି ଗଲେ ନେଇ ।ପାଞ୍ଚକନ୍ୟା ଏକା ଭଳି ଦିଶନ୍ତି ସୁନ୍ଦରୀସମସ୍ତେ ଯେ ଛନ୍ତି ଲକ୍ଷ୍ମୀ ଅଂଶେ ଅବତାରୀ ।ଉଭା ହୋଇଛନ୍ତି ପାଞ୍ଚକନ୍ୟା ପାଶେ ହରିସମସ୍ତେ ଜାଣନ୍ତି ପାଶେ ଏକ ଏକ ହରି ।ଏକ କନ୍ୟା ପାଶେ ଏକ କୃଷ୍ଣ ଶୋଭା ପାନ୍ତିସବୁ ନାରୀ ଏ ଯୁଗଳ ଅଙ୍ଗ ହୋଇଛନ୍ତି ।ଜଣେ ଜଣେ ଗରବ ଯେ କରନ୍ତି ଅପାରମୋତେ ଭଲ ପାଇଛନ୍ତି ପ୍ରଭୁ ଚକ୍ରଧର ।ଏ ସମୟେ କନ୍ୟାପିତା ପ୍ରବେଶ ହୋଇଲେସବୁ କନ୍ୟାଙ୍କ ପାଶରେ ଶ୍ରୀକୃଷ୍ଣ ଦେଖିଲେ ।ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ମନେ ଆନନ୍ଦ ଅପାରରଥେ ଭରି ଆଣିଛନ୍ତି ବିବିଧ ସମ୍ଭାର ।ତେତିଶି କୋଟି ଦେବତାଗଣ ସଙ୍ଗକରିଧାତା ପ୍ରବେଶ ହୋଇଲେ ସମସ୍ତଙ୍କୁ ଧରି ।ସ୍ୱୟଂ ଗୁରୁ ବୃହସ୍ପତି ପୁରୋଧା ହୋଇଲେଚତୁଃମୁଖେ ଧାତା ବେଦମନ୍ତ୍ର ଉଚ୍ଚାରିଲେ ।ବିଭା ଶେଷେ ବହୁ ରତ୍ନ ଯଉତୁକ ଦେଇକନ୍ୟା ଦାନକଲେ କର୍ତ୍ତା ହରଷ ଯେ ହୋଇ ।ମିଷ୍ଟାନ୍ନ ଭୋଜନମାନ ଦେବତାଙ୍କୁ ଦେଲେତୃଣ ଅମୃତ ଦ୍ରବ୍ୟ ସନ୍ତୋଷ ହୋଇଲେ ।ଝିଅମାନଙ୍କର ଯେତେ ଧନ ଦରକାରସାରାଜୀବନ ନିମନ୍ତେ ଦିଅନ୍ତି ପିଅର ।ଆନନ୍ଦରେ ପିତାମାତା ପାଶୁ କନ୍ୟାଗଣବିଦାୟ ଘେନି ଚଳିଲେ ହରଷ ହୋଇଣ ।ଶ୍ରୀହରି କନ୍ୟାମାନଙ୍କୁ ଘେନିଣ ଚଳନ୍ତିଏକ କନ୍ୟା ଏକ କୃଷ୍ଣ ସରବେ ଦେଖନ୍ତି ।ଧନ୍ୟ ଧନ୍ୟ ଭାଗ୍ୟ ଅଟେ କନ୍ୟା ତିନିଙ୍କରସ୍ୱାମୀପଣେ ପାଇଲେ ଯେ ବ୍ରହ୍ମାଣ୍ଡଠାକୁର ।ବିଧାତା ବୋଲନ୍ତି ସେ ଯେ ନୁହନ୍ତି ସାମାନ୍ୟସ୍ୱୟଂ ମହାଲକ୍ଷ୍ମୀ ହୋଇଥିଲେ ଅବତୀର୍ଣ୍ଣ ।ଅଷ୍ଟକନ୍ୟା ଅଷ୍ଟ ପାଟବଂଶୀ ଯେ ଅଟନ୍ତିରୁକ୍ମିଣୀ କମଳା ଶ୍ରୀୟା ପୁଣି ସତ୍ୟବତୀ ।କାଳିନ୍ଦୀ-ତୁଳସୀ-ସତ୍ୟଭାମା-ଜମ୍ବୁବତୀଏହି ଅଷ୍ଟକନ୍ୟା ଶ୍ରେଷ୍ଠା ନାରୀ ଯେ ଅଟନ୍ତି ।ଆଉ ଶତ ଶତ କନ୍ୟା ବିଭା ହେବେ ହରିଏମାନଙ୍କ ସଙ୍ଗତରେ ନୋହିବେ ଯେ ସରି ।ଅନ୍ୟ କନ୍ୟାମାନେ ପାଦ ସେବିବେ ୟାଙ୍କରଏ ସାତଜଣ ସେବିବେ ରୁକ୍ମିଣୀ ପୟର ।ଏହିପରି କୁହାକୁହି ହୋଇ ସର୍ବ ଦେବବାଟ ବଳାଇଲେ ଆସି ପ୍ରଭୁଙ୍କୁ ସରବ ।କନ୍ୟା ପିତା ମାତା ଶ୍ରୀକୃଷ୍ଣଙ୍କ କର ଧରିବୋଲନ୍ତି ଏମାନେ ଅଟନ୍ତି ଯେ ସୁକୁମାରୀ ।ଜୀବନରେ ଦୁଃଖ କ‘ଣ ଏ ଭୋଗି ନାହାନ୍ତିପାଦେ ଦୋଷ କଲେ କ୍ଷମା ଦେବେ ଶିରୀପତିହସି ହସି ବୋଲନ୍ତି ଯେ ପ୍ରଭୁ ଚକ୍ରଧରତ୍ରୁଟି ଦେଖିଲେ କନ୍ୟାଙ୍କୁ ଦଣ୍ଡିବି ତୁମ୍ଭର ।ଶାଶୁଏ ବୋଲନ୍ତି ଯାହା କର ଭାବଗ୍ରାହୀତିନିଯୁଗ ହେଲା ତବ ଲାଗି ଛନ୍ତି ଚାହିଁ ।ପ୍ରଭୁ ବୋଲନ୍ତି ଆମ୍ଭଙ୍କୁ ହେଉଅଛି ଡେରିଗଲେ ଘୋଷଯାତ୍ରା ସାରି ଗୃହେ ଯିବୁ ଫେରି ।ୟା ଶୁଣି ସକଳ ଦେବ ବିଦାୟ ହୋଇଲେପାଞ୍ଚ କନ୍ୟାଙ୍କୁ ଘେନିଣ ଶ୍ରୀହରି ବସିଲେ ।ମଧ୍ୟେ ବିଜେ ଚକ୍ରଧର ଚଉପାଶେ ନାରୀଏକ କୃଷ୍ଣ ଏକ କନ୍ୟା ଛନ୍ତି କୋଳେ ଧରି ।ସମସ୍ତେ ବୋଲନ୍ତି ପ୍ରଭୁ ଅଟନ୍ତି ମୋହରଏହି ରୂପେ କନ୍ୟା ମନ ମୋହିଲେ ଠାକୁର ।କନ୍ୟାମାନଙ୍କ ଆନନ୍ଦ କେ ପାରିବ କହିସ୍ୱୟଂ ଜଗନ୍ନାଥ ବକ୍ଷେ ଛନ୍ତି ଆଉଜାଇ ।ଗୋଲାପ ଅଧରେ ପ୍ରଭୁ ଦିଅନ୍ତି ଚୁମ୍ବନଲାଜଭରେ କନ୍ୟାମାନେ ବୁଜିଲେ ନୟନ ।ରଥ ମଧ୍ୟେ ଅନ୍ୟ ଯେତେ ଜନ ବସିଥାନ୍ତିଚର୍ମ ନୟନରେ ଏହା କେହି ନ ଜାଣନ୍ତି ।ତପକରି ଯାର ଅନ୍ତ ନ ପାନ୍ତି ଶଙ୍କରନରଦେହେ ବୁଝିବେ ବା କାହୁଁ ଏ ବେଭାର ।ପବନହୁଁ ଖରେ ଶୂନ୍ୟେ ରହୁବର ଯାଇରେବତ ପର୍ବତେ ସର୍ବେ ପଡ଼ିଲେ ଓହ୍ଲାଇ ।ନନ୍ଦିଘୋଷ ଦେଖିଣ ଯାଦବେ ହେଲେ ଠୁଳକନ୍ୟା ଦର୍ଶନ ନିମନ୍ତେ ହୁଅନ୍ତି ବିକଳ ।ରଥପରୁ ପଞ୍ଚକନ୍ୟା ବନ୍ଦାପନା କରିହୁଳହୁଳି ଦେଇ ନ୍ୟନ୍ତି ଦ୍ୱାରକାର ନାରୀ ।ଯହୁଁ କନ୍ୟାମାନେ ପୁର ମଧ୍ୟେ ପ୍ରବେଶିଲେଶାଶୁ ଆଈ ଶାଶୁଙ୍କର ଚରଣେ ନମିଲେ ।ବଧୂଙ୍କୁ ଦେଖି ଦେବକୀ ଆନନ୍ଦ ହୋଇଲେସଭିଙ୍କୁ କୋଳରେ ଧରି କଲ୍ୟାଣ କରିଲେ ।ଗୁରୁଜନଙ୍କୁ ବଧୂଏ ନମସ୍କାର କରିରୁକ୍ମିଣୀ ଦେବୀଙ୍କ ପୁରେ ମିଳିଲେ ସୁନ୍ଦରୀ ।ଏକେ ଏକେ ହୋଇ ସର୍ବ କନ୍ୟାଗଣ ଯାଇଜ୍ୟେଷ୍ଠା ପାଟରାଣୀ ପାଦେ ନିଉଛାଳି ହୋଇସେ ତ ସାକ୍ଷାତରେ ଲକ୍ଷ୍ମୀ ରୁକ୍ମିଣୀ ଅଟନ୍ତିଅନ୍ୟ ନୀଚନାରୀ ପରି ନ ଭାବିଲେ ସତୀ ।ସପତଣୀ ଭାବ ତିଳେ ତାଙ୍କ ମନେ ନାହିଁଜାଣନ୍ତି ଦେବୀ ମୋ ପତି ଜଗତ ଗୋସାଇଁ ।ମୋର ବିନୁ କଦା ଅନ୍ୟ ଅଙ୍ଗ ନ ଛୁଇଁବେଲୋକ ଦେଖାଣିଆ ମାତ୍ର ଖେଳ ଭିଆଇବେ ।ସହଜେ ପଣ୍ଡିତ ସର୍ବ ଗୁଣେ ଅଳଂକୃତସ୍ନେହେ ସମସ୍ତ କନ୍ୟାଙ୍କୁ କଲେ କୋଳାଗ୍ରତ ।ଦେଖି ଯଦୁବଂଶ ନାରୀ ହୋଇଲେ ଚକିତଭାବନ୍ତି ସପତ୍ନୀ ଭାବ ତିଳେ ୟା ନାହିଁତ ।ଆଶୀର୍ବାଦ କରି ପାଞ୍ଚ କନ୍ୟାଙ୍କୁ ସୁନ୍ଦରୀକୋଳେ ବସାଇଣ ସ୍ନେହେ ଦାସୀକୁ ହକାରି ।ବୋଲନ୍ତି ଶୁଣ ହେ ଦାସୀ ମୋହର ଉତ୍ତରଭଉଣୀମାନେ ହେବେଣି କ୍ଷୁଧାରେ ଆତୁର ।ଲଜ୍ୟାରେ ମୁହଁ ଫିଟାଇ କିଛି ନ କହନ୍ତିବଡ଼ ଅଲ୍ୟଳୀ ଦୁଲାଳୀ ଏମାନେ ଅଟନ୍ତି ।କେତେ ବଡ଼ ରାଜାଙ୍କର ଅଟନ୍ତି ନନ୍ଦିନୀପିତା ମାତାଙ୍କର ସ୍ନେହ ସହଜେ ତୁଟେନି ।ନୂଆ ଆସିଛନ୍ତି ବୋଲି ଲାଜେ ନ କହନ୍ତିଦେଖ ମଉଳି ଗଲାଣି ଚନ୍ଦ୍ରମୁଖ କାନ୍ତି ।ଯେତେ ମତେ କନ୍ୟାମାନେ କଲେ ନାହିଁ ନାହିଁରୁକ୍ମିଣୀ ବୋଲନ୍ତି ଦେଖ ଜ୍ୟେଷ୍ଠା ମୁଁ ଅଟଇ ।ବଡ଼ ଭଉଣୀର ଯଦି ବୋଲ ନ ମାନିବଜାଣିବି ମୋଠାରେ ତବ ସ୍ନେହ ନାହିଁ ଲବ ।ଆଶ୍ବାସନା ଗୀର ଦେବୀଠାରୁ କନ୍ୟା ଶୁଣିଭାବନ୍ତି ସାକ୍ଷାତ ଏହି ଅଟେ କମଳିନୀ ।ଜନ୍ମକଲା ମାତାମାନେ ଦିନେ ଏହିପରିମନର ବେଦନା ବୁଝି ନାହାନ୍ତି ଆମ୍ଭରି ।ବାଧ୍ୟହୋଇ କନ୍ୟାମାନେ ସନମତ କଲେରୁକ୍ମିଣୀ ଦେବୀ ସଙ୍ଗରେ ବସିଣ ଭୁଞ୍ଜିଲେ ।ସବୁ ନାରୀଏ ପୂଜନ୍ତି ରୁକ୍ମିଣୀ ପୟରଦେଖିଣ ଏ ଭୀତି ଖୁସି ହେଲେ ଚକ୍ରଧର ।ଦେବୀଙ୍କୁ ବୋଲନ୍ତି ୟାଙ୍କ ଭାର ତୁମ ପରରହିଲା ଏମାନେ ସାନ ଭଉଣୀ ତୁମ୍ଭର ।ଦେବୀ ନିକଟେ ଦିବସେ କନ୍ୟାଏ ରହିଲେରୁକ୍ମିଣୀ ରାତ୍ରେ ସଭିଙ୍କ ଘର ସଜାଇଲେ ।ପ୍ରତ୍ୟେକ କନ୍ୟାଙ୍କ ଲାଗି ଏକ ଏକ ପୁରଦାସୀପରିବାରୀ ଖଞ୍ଜି ଦେଲେ ଯେ ସେବାର ।ବିଶ୍ୱକର୍ମାର ନିର୍ମାଣ ସେ ପୁର ଅଟଇଅଳକା ଭବନଠାରୁ ଶୋଭା ପ୍ରକାଶଇ ।ଦାସୀଙ୍କୁ ରୁକ୍ମିଣୀ ଦେବୀ କହନ୍ତି ତିଆରିଯାହାର ଯା ଲୋଡ଼ା ପାଶୁ ନେବହେ ମୋହରିସେହି ପୁରର ଶୋଭାକୁ ଦେଖି ସର୍ବନାରୀଭାବନ୍ତି ଆମ୍ଭ ସମାନ ନାହିଁ କେ ତ୍ରିପୁରୀ ।ସାକ୍ଷାତ ବୈକୁଣ୍ଠପୁର ସର୍ବେ ଲକ୍ଷ୍ମୀ ଥାନ୍ତିପିତା ଘରଠାରୁ ଶୋଭା ସେ ପୁର ଦିଶନ୍ତି ।ସଭିଙ୍କ ମନ ହରଷ ତିଳେ ଦୁଃଖ ନାହିଁସେ ପୁରେ ରତି ମଦନ ଅଛନ୍ତି ଯେ ରହି ।ସେହି ପୁରେ ମଧ୍ୟ ସୁନ୍ଦରୀଟି ରହି ଥାନ୍ତିରାତ୍ରେ ସଭିଙ୍କ ପୁରରେ ବିଜୟ ଶ୍ରୀପତି ।ପ୍ରତ୍ୟେକ ରମଣୀ ପାଶେ ଏକା ଏକା ହରିକନ୍ୟାମାନଙ୍କ ମନକୁ ମୋହିଲେ ଶ୍ରୀହରି ।ସର୍ବ କନ୍ୟାଏ ସେବନ୍ତି ସ୍ୱାମୀଙ୍କ ପୟରଏକା ରୂପେ ସବୁଠାରେ ବିଜୟ ଶ୍ରୀଧର ।ସଭିଙ୍କ ମନ ତୋଷନ୍ତି ପ୍ରଭୁ ଦଇତାରିହାସ୍ୟ ପରିହାସେ ନିଶି ପୁହାନ୍ତି ଶ୍ରୀହରି ।ଅପୂର୍ବ ଚରିତ ଏହି ଶ୍ରୀକୃଷ୍ଣଙ୍କ ରସଶୁଣିଲେ ସକଳ ପାପ ହୋଇଯାଏ ଧ୍ୱଂସ ।ସୁଜ୍ଞଜନମାନେ ମୋ ଦୋଷ ନ ଧରିବତ୍ରୁଟି ଥିଲେ ଅପାର ଗୁଣରେ କ୍ଷମା ଦେବ ।ପଞ୍ଚକନ୍ୟାଙ୍କର ବିଭା ହୋଇଗଲା ଶେଷଏହାପରେ ଯାହା ହେବ କରିବି ପ୍ରକାଶ ।ଆଉ ଦୁଇ କନ୍ୟା ବିଭା ହୋଇବେ ଶ୍ରୀହରିଜମ୍ବୁବତୀ ସତ୍ୟଭାମା ସହ ଅଷ୍ଟ ନାରୀ ।ମଣି ହରଣ ବିଷୟ ହରଣ ବ୍ୟାଖ୍ୟାନସନ୍ତୋଷ ହୋଇଣ ତୁମ୍ଭେ ଶୁଣ ସାଧୁଜନ ।ଶ୍ରୀ ଅଚ୍ୟୁତାନନ୍ଦଙ୍କର ପାଦପଦ୍ମେ ସ୍ମରିଯାହା ପାଇଛି ଲେଖିଛି ମୁଁ ଲେଖନୀ ଧରି ।ବିଶେଷତ ବୁଦ୍ଧି ବିଦ୍ୟା ମୋହର ଯେ ନାହିଁଶ୍ରୀଗୁରୁ ଦୟାରୁ ଏହି ଗ୍ରନ୍ଥ ଯେ ଲେଖଇ ।ଚିତ୍ତବୋଧ କୃଷ୍ଣରସ ଅଟେ ରସ ଶିରୀପାନକଲା ଲୋକେ ଖୋଜେ ଆହୁରି ଆହୁରି ।ଯାର ମାୟା ବ୍ରହ୍ମା ଶିବେ ସଦା ଅଗୋଚରତାହାର ମହିମା ମୁଁ ବର୍ଣ୍ଣିବି ବା ଛାର ।ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପଦେ ଦେଇ ମନଚିତ୍ତବୋଧଲେଖେ କ୍ଷେତ୍ରମୋହନ ପ୍ରଧାନ ।ସ୍ୟମନ୍ତକ ମଣି ଉପାଖ୍ୟାନ ଓ ଜମ୍ବୁବତୀ, ସତ୍ୟଭାମା ବିବାହଶୁଣ ହେ ପଣ୍ଡିତ ଜନ ମନେ ହୋଇ ତୋଷଷଡ଼ ପାଟବଂଶୀ ବିଭା ହୋଇଗଲା ଶେଷ ।ଅଷ୍ଟପାଟବଂଶୀ ମଧ୍ୟୁ ଆଉ ଛନ୍ତି ଦୁଇଜମ୍ବୁବତୀ ସତ୍ୟଭାମା ବିଭା କହିବଇଁ ।ଆବର ଯା ସ୍ୟମନ୍ତକ ମଣିର ବିଧାନମଣିର ପୂର୍ବ ବୃତ୍ତାନ୍ତ କେଉଁଠି ଉତ୍ପନ୍ନ ।ବୁଝାଇ ଦେଉଛି ମୁହିଁ ଠିକେ ଠିକେ କହିଯଦୁବୀର ପୁତ୍ର ଶକ୍ରାଜିତ ଯେ ଅଟଇ ।ବଡ଼ ଧର୍ମବନ୍ତ ସତ୍ୟବ୍ରତ ଯେ ଅଟଇତାର ଦୁଇଗୋଟି ପୁତ୍ର କନ୍ୟା ଏକ ଥାଇ ।କାଶୀ କାଞ୍ଚନ ଯେ ନାମ ପୁତ୍ର ଦୁହିଁଙ୍କରକନ୍ୟା ନାମ ସତ୍ୟଭାମା ବଡ଼ଇ ସୁନ୍ଦର ।ତାର କନିଷ୍ଠ ଅନୁଜ ଶକ୍ରାଜିତ ବୀରଦୁଇଭାଇ ବୀରପଣେ ମହାଧୁରନ୍ଧର ।ବାଲ୍ୟକାଳୁ ଶକ୍ରାଜିତ ଆଦିତ୍ୟ ପୂଜଇକୋଣାର୍କେ ଦ୍ୱାଦଶ ବର୍ଷ ତପ କଲା ଯାଇ ।ତା ତପେ ସନ୍ତୁଷ୍ଟ ହୋଇ ଦେବ ଦିବାକରବୋଇଲେ ପ୍ରସନ୍ନ ହେଲି ମାଗ ଇଚ୍ଛାବର ।ଆଦିତ୍ୟଙ୍କ ଦରଶନ ଲାଗି ଶକ୍ରାଜିତଭୁଲି ଯାଇ ଆତ୍ମାଜ୍ଞାନେ ପାଦେ ଦେଲା ଚିତ୍ତ ।ତାହାର ତପେ ସନ୍ତୁଷ୍ଟ ହୋଇ ଦିବାକରକଣ୍ଠୁ ହାର କାଢ଼ି ଦେଲେ ତାହାରୁ ହସ୍ତର ।ବୋଇଲେରେ ବାବୁ ଗୁପ୍ତେ ଏ ମଣି ରଖିବୁତୋର ଯାହା ଲୋଡ଼ା ଏହି ପ୍ରସାଦେ ପାଇବୁ ।କେବଣ ଜଣଙ୍କୁ ମଣି ଗୋଟି ଦେବୁ ନାହିଁଏ ମଣିର ଗୁଣ ତୋତେ ଦେଉଛି ବୁଝାଇ ।ଯେତେବେଳେ ଏ ପୃଥିବୀ ସର୍ଜନା ହୋଇଲାମୋର ମାତା ମସ୍ତକରେ ଏହି ମଣି ଥିଲା ।ବ୍ରହ୍ମାଙ୍କ କରରେ ମଣି ଦେଲେ ମୋ ଜନନୀଧାତା ଦେବ ପୋଥି ସହ ଏ ମଣିକୁ ଘେନିକୂଳରେ ରଖିଣ ସ୍ନାନ ତର୍ପଣ କରିଲେଚକ୍ଷୁ ମୁଦି ଜଳେ ନିରାକାରଙ୍କୁ ଧ୍ୟାଇଲେ ।ଏସନ ସମୟେ ଆସି ଦୁଷ୍ଟା ଶଙ୍ଖାସୁରଦେବ ପୋଥି ସହ ମଣି ରଖିଲା ଅସୁର ।ନିତ୍ୟ କର୍ମ ସାରି ଧାତା କୂଳକୁ ଆସିଲେମଣି ପୋଥି ନ ଦେଖିଣ ବିଷ୍ଣୁଙ୍କୁ କହିଲେ ।ଅନନ୍ତ ମୂରତି ସ୍ୱାମୀ ପ୍ରଭୁ ଚକ୍ରଧରମତ୍ସ୍ୟ ଅବତାର ହୋଇ ବୁଡ଼ିଲେ ଜଳର ।ସପତ ସମୁଦ୍ର କ୍ଷଣେ ପ୍ରଦକ୍ଷିଣ କରିଶଙ୍ଖାସୁର ବେଦ ଚୋର ଦଇତ ସଂହାରି ।ବେଦ ପୋଥିଗୋଟି ଆଣି ବ୍ରହ୍ମା କରେ ଦେଲେମଣି ବଡ଼ବାଅନଳେ ନେଇଣ ରଖିଲେ ।ଅଥଳ ସମୁଦ୍ର ମଧ୍ୟେ ମଣି ଥିଲା ରହିସମୁଦ୍ର ମନ୍ଥନ ବେଳେ ଦେବାସୁର ପାଇ ।ଅନେକ ସମ୍ପଦ ପାଇ ଯେ ଯାହାରେ ନେଲେଏ ମଣି ଗୋଟି ଶ୍ରଦ୍ଧାରେ ଆମ୍ଭଙ୍କୁ ଯେ ଦେଲେସେହି ଦିନଠାରୁ ଆମ୍ଭେ ଯତ୍ନେ ରଖିଥିଲୁତୋର ନିଷ୍ଠାପର ଭକ୍ତି ଦେଖି ଦାନ ଦେଲୁ ।ଏ ମଣି ପ୍ରସାଦେ ନିତି ଅଷ୍ଟ ଭାର ସ୍ୱର୍ଣ୍ଣପାଇଣ ମହା ଆନନ୍ଦେ ହରି ନେବୁ ଦିନ ।ଏତେ କହି ଦିବାକର ଅନ୍ତର୍ଦ୍ଧାନ ହେଲେମଣି ଘେନି ଶକ୍ରାଜିତ ସ୍ୱଗୃହେ ଚଳିଲେ ।ଯେଉଁ ଦିନଠାରୁ ମଣି କରାୟତ ହେଲାଅପ୍ରମିତ ଧନ ଶକ୍ରାଜିତର ହୋଇଲା ।ଛପନ କୋଟି ଯାଦବ ଦ୍ୱାରକାରେ ଥାନ୍ତିଶକ୍ରାଜିତ ସଙ୍ଗେ ଧନେ ସରି କେ ନୁହନ୍ତି ।ସଭାରେ ଯାଦବମାନେ କରିଲେ ବିଚାରକାହୁଁ ଶକ୍ରାଜିତ ଧନ ପାଉଛି ପ୍ରଚୁର ।ଏହିପରି ଭୁଟୁଭାଟ ହୋଇ ସର୍ବଜନପାଇଲେକ ସମ୍ୟନ୍ତକ ମଣିର ସନ୍ଧାନ ।ସଭା ମଧ୍ୟେ କୃଷ୍ଣ ବଳରାମ ବସିଥିଲେଦେଖିବା ମଣି ଗୋଟିକ ଆଣ ଯା ବୋଇଲେବୋଲିବ ଶକ୍ରାଜିତକୁ ଥରେ ଆମ୍ଭେ ଦେଖିଫେରାଇଣ ଦେବୁ ମଣି ନିମିଷେ ନ ରଖି ।ତା ତପେ ସନ୍ତୁଷ୍ଟ ହୋଇ ଦେବ ଦିବାକରଦେଇଛନ୍ତି ଅଧିକାର ଅଟଇ ତାହାର ।ମଣି ଦେଖାଇବା କଥା ଶୁଣି ଶକ୍ରାଜିତମନରେ ତାହାର ଭୟ ହେଲା ଅପ୍ରମିତ ।ଯଦି ଦେଖିବା ପାଇଁକି ମଣି ଗୋଟି ଦେବିଆଉ କି ଶ୍ରୀକୃଷ୍ଣ ପାଶୁ ମୁଁ ଫେରିପାଇବି ।ଏତେ ବୋଲି ଦୁଇଭାଇ କରିଲେ ବିଚାରପ୍ରସନାଜିତ ବୋଲଇ ଶୁଣ ମୋ ଉତ୍ତର ।ଯାଉଛି ପଳାଇ ମୁହିଁ ମଣି ନେଇ ରାଇନିର୍ଜ୍ଜନ ସ୍ଥାନ ମଧ୍ୟରେ ରଖିବି ଲୁଚାଇ ।ଯେ ମଣି ମାଗିବ ତାଙ୍କୁ ତୁମ୍ଭେ ଦେବ କହିପ୍ରସନାଜିତ ନେଇଣ ଯାଇଛି ପଳାଇ ।ଏତେ କହି ମଣିଗୋଟି ଧରି ବୀରବରରାତାରାତି ଦ୍ୱାରକାରୁ ହୋଇଲା ବାହାର ।ଅଶ୍ୱ ଉପରେ ବସିଣ ଯାଏ ପ୍ରସ୍ନାଜିତମଣି ତେଜରେ ସେ ବନ ହୁଏ ଆଲୋକିତ ।ସେ ତେଜ ଦେଖିଣ ଏକ ସିଂହ ଧାଇଁ ଧାଇଁଅଶ୍ୱ ସହ ପ୍ରସ୍ନାଜିତ ରକ୍ତ ଗଲା ଖାଇ ।ଦୁଇଫାଳ କରି ଚିରି ଫୋପଡ଼ାଇ ଦେଲାମଣିଗୋଟି ମଧ୍ୟ ସେହିଠାରେ ପଡ଼ିଥିଲା ।ସେ ତ ଦେବଦତ୍ତ ମଣି ସାମାନ୍ୟ ନୁହଇତାର ତେଜଭରେ ବନ ଆଲୋକ ଦିଶଇ ।ଜାମ୍ବବ ନାମରେ ପାତାଳର ଅଧୀଶ୍ୱରଆସିଥିଲା କରିବାକୁ ସେ ବନେ ଶିକାର ।ଦିବ୍ୟ ଆଲୋକ ଦେଖିଣ ସେ ସ୍ଥାନକୁ ଗଲାମଣି ଗୋଟିକ ଦେଖିଣ ଆଶ୍ଚର୍ଯ୍ୟ ହୋଇଲା ।ପୁଣି ଦେଖିଲା ଯେ ମୃତ ଶବ ଅଛି ପଡ଼ିଭାବେ ରାଜପୁତ୍ର ମୁଣ୍ଡେ ଅଛିତ ପଗଡ଼ି ।ସାନନ୍ଦ ହୋଇଣ ମଣିଗୋଟି ଘେନିଗଲାବହୁମୂଲ୍ୟ ରତ୍ନ ଜାଣି କନ୍ୟା ଗଳେ ଦେଲା ।ଜମ୍ବୁବତୀ ନାମେ କନ୍ୟା ବଡ଼ଇ ସୁନ୍ଦରୀବିଦ୍ୟାବୁଦ୍ଧିରେ ପଣ୍ଡିତା ଅତି ସୁକୁମାରୀ ।ବହୁ ଅନ୍ୱେଷଣ କରି ଜାମ୍ଭବ ଈଶ୍ୱରକନ୍ୟା ସମାନ ପାଇଲା ତିନିପୁରେ ବର ।ତ୍ରେତାଯୁଗେ ରାମ ବହୁ ଉପକାର କରିଅମର ବର ପାଇଣ ଅଛି ଦଣ୍ଡଧାରୀ ।ସ୍ୱୟଂ ସୀତା କନ୍ୟା ରୂପେ ରହିଲେ ତା ଘରମାଗିଥିଲା ଜାମ୍ବବାନ ରାମଚନ୍ଦ୍ରେ ବର ।ତେଣୁ କନ୍ୟାକୁ ପାଳଇ ଅତି ଯତ୍ନକରିସେ ଯେ ପଦ୍ମିନୀ ନାୟିକା ସରଗ ସୁନ୍ଦରୀ ।ଦ୍ୱାପରେ ତା ପୁରେ ବିଜେ ହୋଇବ ଶ୍ରୀଧରତାଙ୍କ ପାଦେ କନ୍ୟାଦାନ କରିବ ନିକର ।ଅତି ସ୍ନେହେ ମଣିଗୋଟି ଜାମ୍ଭବାନ ନେଇଜମ୍ବୁବତୀର ଗଳାରେ ଦେଲା ଯେ ଲମ୍ବାଇ ।ଏଣେ ଦ୍ୱାରକା ପୁରରୁ ଗୁପ୍ତଚର ଯାଇଶ୍ରୀକୃଷ୍ଣଙ୍କ ରାଜସଭା ମଧ୍ୟରେ କହଇ ।ବଡ଼ ଆଶ୍ଚର୍ଯ୍ୟ କଥାଏ ଦେଖିଲି ଠାକୁରମରି ପଡ଼ିଛି ବନରେ ପ୍ରସ୍ନାଜିତ ବୀର ।ଦୁଇଫାଳ କରି ତାକୁ ଦେଇଛି କେ ଚିରିତା ନିକଟେ ଅଶ୍ୱଗୋଟା ପଡ଼ିଅଛି ମରି ।ଶୁଣିଣ ଦ୍ୱାରକାପୁରେ ଚହଳ ପଡ଼ିଲାନାହିଁ ନ ଥିବା କଥାଏ କିପରି ହୋଇଲା ।ଯେଉଁ ଦ୍ୱାରକା ପୁରରେ ଜରା ମୃତ୍ୟୁ ନାହିଁବୁଲୁଅଛି ସୁଦର୍ଶନ ସଦା ଘୁଁ ଘୁଁ ହୋଇ ।ପୁଣି ସେ ପୁରେ ବୀରର ହୋଇଲା ମରଣଏହିକଥା ରାଷ୍ଟ୍ରହେଲା ସେ ସପ୍ତ ପୁରେଣ ।ଭାଇର ମରଣ ବାର୍ତ୍ତା ଶତ୍ରାଜିତ ପାଇକାନ୍ଦିଣ ସଭାରେ ପଡ଼ି ମୂର୍ଚ୍ଛାଗତ ହୋଇ ।ନିଶ୍ଚୟ ମଣି ଲୋଭରେ ଭାଇକୁ ମୋହରବନସ୍ତ ମଧ୍ୟେ ମାରିଛି ନିଶ୍ଚେ ଚକ୍ରଧର ।ଦାମିକା ମଣି ଜାଣିଣ କଉଶଳ କରିମାରିଣ ମୋ ଭାଇ ସ୍ୟମନ୍ତକ ନେଲା ହରି ।ନୋହିଲେ କିମ୍ପା ହୁଅନ୍ତା ଅକାଳ ମରଣଯାଦବଙ୍କ ଜରା ମୃତ୍ୟୁ ଲେଖା ନାହିଁ ଜାଣ ।ସେକଥା ଗୋଟାଚୌଦିଗେ ପ୍ରଚାର ହୋଇଲାଶ୍ରୀକୃଷ୍ଣଚନ୍ଦ୍ରଙ୍କ ଲୀଳା ଜଗତ ରଟିଲା ।ପାଇଣ ଏହି ଖବର ପ୍ରଭୁ ଚକ୍ରଧରଭଲ ମଣି ଦେଖିବାକୁ ଇଚ୍ଛା ହେଲା ମୋର ।ଲୋକ ଅପବାଦ ମୃତ୍ୟୁ ସଙ୍ଗେ ଅଟେ ସରିଏତେ କହି ଉଦ୍ଧବ ଅକ୍ରୂର ରାଇ ହରି ।ବୋଲନ୍ତି ତୁମ୍ଭେ ତ ମୋ ଏକାନ୍ତ ବିଶ୍ବାସଚାଲ ମଣି ଖୋଜିବା ହେ ବୁଲି ଦେଶ ଦେଶ ।ବାହାରିଲେ ତିନି ଜଣ କାହାକୁ ନ କହିଆଗ ସ୍ୱରଗ ପୁରରେ ମିଳିଲେକ ଯାଇ ।ଯମପୁର ଇନ୍ଦ୍ରପୁର ବିଧାତାଙ୍କ ପୁରକୁବେର ବରୁଣ ଇନ୍ଦ୍ରପୁର ସୂର୍ଯ୍ୟପୁର ।କେଉଁଠି ନ ପାଇ ମଣି ହତାଶ ହୋଇଲେନିରାଶରେ ମର୍ତ୍ତ୍ୟପୁରେ ଆସି ପ୍ରବେଶିଲେ ।ପ୍ରସ୍ନାଜିତ ମଲାସ୍ଥାନେ ଯାଇଣ ମିଳିଲେସିଂହ ନରପାଦ ଚିହ୍ନ ସେଠାରେ ଦେଖିଲେ ।ପାଦ ଚିହ୍ନି ଉଣ୍ଡି ଉଣ୍ଡି ପ୍ରଭୁ ଚକ୍ରଧରପାଇଲେ ସନ୍ଧାନ ସେ ଠାବରେ ଯେ ଗଭୀର ।ଶତେ ହସ୍ତ ଓସାର ସେ ଅଟେ ଗର୍ତ୍ତଦ୍ବାରସୁନ୍ଦର ମର୍ମରେ ପ୍ରସ୍ତରରେ ଯେ ତିଆର ।ଉପରେ ସୁନା ଚଉରା ଗୋଟା ଅଛି ରହିଆବର ଯେ ରତ୍ନଦେବୀ କଳପନା ନାହିଁ ।ଦେଖିଣ ଶ୍ରୀ ଭଗବାନ ସାଥିକୁ ବୋଲନ୍ତିଏ ଗର୍ତ୍ତେ ବହୁ ରହସ୍ୟ ଜଣାଯିବ ଏଥି ।ସନ୍ଦେହ ହେଉଛି ମୋରା କାଳେ ମଣି ସେହିପ୍ରସ୍ନାଜିତେ ମାରିଥିବ ଗହ୍ୱରେ ଲୁଚାଇ ।ଏହିପରି ମନେ ଭାବି ପ୍ରଭୁ ଚକ୍ରଧରଉଦ୍ଧବ ଅକ୍ରୂର ସଙ୍ଗେ ପଶିଲେ ଗର୍ତ୍ତର ।ଦୁଇକ୍ରୋଶ ପରିଯନ୍ତେ ନିଘୋଡ଼ ଅନ୍ଧାରପାର ହୋଇଯାଆନ୍ତେ ସେ ଦିଶେ ଦିବ୍ୟପୁର ।ସେ ପୁରର ଶୋଭା ଗୋଟି ଅତି ମହୋହରତ୍ରେତାଯୁଗୁଁ ବିଶ୍ୱକର୍ମା କରିଛି ତିଆର ।ଯେତେବେଳେ ରାମଚନ୍ଦ୍ର ରାବଣ ସଙ୍ଗରେଯୁଦ୍ଧ କରୁଥିଲେ ସୀତା ଥିଲେ ଦୈତ୍ୟପୁରେ ।ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଶକ୍ତିଭେଦ କଲେଏହି ଜାମ୍ବବାନ ତାଙ୍କ ସେନାପତି ଥିଲେ ।ବହୁ ଅମର ଔଷଧି ଋକ୍ଷ ଜାଣିଥିଲାବତାଇ ଦେବାରୁ ଗଛ ଲକ୍ଷ୍ମଣ ବଞ୍ଚିଲା ।ସେ କାର୍ଯ୍ୟରେ ସନ୍ତୁଷ୍ଟ ହୋଇଣ ରଘୁବୀରବର ଦେଇଥିଲେ ତାଙ୍କୁ ହୁଅ ତୁ ଅମର ।ହନୁ ଜାମ୍ବବାନ ଦୁଇ ଅମର ଯେ ହୋଇପବନ ସୁତ ବୈଷ୍ଣବ ଏ ଯେ ରାଜା ହୋଇ ।ଆଉ ମଧ୍ୟ ରାମଚନ୍ଦ୍ର ଥିଲେ ବର ଦେଇକପି ରୂପ ଦ୍ୱାପରରେ ତୋ ରହିବ ନାହିଁ ।ମନୁଷ୍ୟ ଶରୀର ବହି ଦିଶିବୁ ସୁନ୍ଦରଜାନକୀ ଜନ୍ମିବେ କନ୍ୟା ହୋଇଣ ତୋହରତେଣୁ ସେହି ସ୍ଥାନ ଶୋଭା କହିଲେ ନ ସରେନାହିଁ ରୋଗ ଶୋକ ଯମ ଦଣ୍ଡ ତା ପୁରରେ ।ଗୁଡ଼ିଏ ସଇନ୍ୟ ଘେନି ଜାମ୍ବବାନ ବୀରମହା ଆଡ଼ମ୍ବରେ ଥାଏ ହୋଇ ଅଧୀଶ୍ୱର ।ଉଦ୍ଧବ ଅକ୍ରୂର କୃଷ୍ଣଚନ୍ଦ୍ର ସହିତରେପ୍ରବେଶ ହୋଇଲେ ଯାଇ ଏହି ଉଦ୍ୟାନରେସେ ଉଦ୍ୟାନ ଶୋଭା ଗୋଟି କହିଲେନ ସରେବିବିଧ ପୁଷ୍ପମାନ ଯେ ଫୁଟିଛି ତହିଁରେ ।ଗୁଣୁଗୁଣୁ ହୋଇ ବୁଲୁଥାନ୍ତି ମଧୁକରସୁବାସରେ ମହକଇ ଚଉଦିଗ ଘୋର ।ମନୋହର ପୁଷ୍କରିଣୀ ଅଛି ତା ମଧ୍ୟରେମର୍ମର ପ୍ରସ୍ତରମାନ ଘେରା ଚୌପାଶରେ ।ସଖୀମାନେ ବଦନ୍ତି ଭାଷନ୍ତି କୃଷ୍ଣେ ଚାହିଁକେଉଁ ସାହସରେ ଉଦ୍ୟାନରେ ପଶିଛଇଁ ।ଜାଣ ନାହିଁ ଆମ୍ଭ ରାଜା ଜାମ୍ବବାନ ବୀରତ୍ରେତାଯୁଗେ ରାମଙ୍କର ଅଟେ ଅନୁଚର ।ତାହାଙ୍କର କନ୍ୟା ନାମ ଅଟେ ଜମ୍ବୁବତୀଆମ୍ଭେ ସର୍ବକନ୍ୟାମାନେ ଥାଇ ତାଙ୍କ କତି ।ତୁମ୍ଭେ କିମ୍ପା ବଳତ୍କାରେ ବସିଲ ଏ ସ୍ଥାନରାଜାଙ୍କୁ ଅଣାଇ ମଥା କରିବୁ ଛେଦନ ।ସଖୀ ବାଣୀ ଶୁଣି ହସି କହନ୍ତି ଶ୍ରୀଧରବଳାତ୍କାରେ ଆସିନାହିଁ ଆମ୍ଭେ ଏ ସ୍ଥାନର ।ଦର୍କାର ଅଛି ଆମ୍ଭର ତୁମ୍ଭ ସଖୀ ପାଶତେଣୁ ଆସିଅଛି ତିଳେ ନାହିଁ ଆମ୍ଭ ଦୋଷ ।ଶୁଣିଣ ଦାସୀଏ କ୍ରୋଧେ ହୋଇ ଜରଜରକହିବାକୁ ବାହାରିଲେ ରାଜାଙ୍କ ଆଗର ।ଜମ୍ବବତୀ ବୋଲେ ସଖୀ ରୁହ ଦଣ୍ଡେ ସ୍ଥିରବୁଝିବା କି କାର୍ଯ୍ୟ ଅଛି ତାଙ୍କର ମୋଠାର ।ଭଲ କାର୍ଯ୍ୟ ହୋଇଥିଲେ ତାଙ୍କୁ କ୍ଷମାଦେବାଖରାପ ହୋଇଲେ ସିନା ପିତାଙ୍କୁ କହିବା ।ପୁଣି ସଖୀଏ ପୁଚ୍ଛନ୍ତି କି କାର୍ଯ୍ୟ ତୁମ୍ଭରଜେମାଠାରେ ଅଛି ତୁରନ୍ତ ପ୍ରକାଶ କର ।ଜମ୍ବୁବତୀ ଦେହେ ତିଳେ ମାତ୍ର ଜ୍ଞାନ ନାହିଁଶ୍ରୀକୃଷ୍ଣଙ୍କ ରୂପ ଦେଖି ହୋଇଲାଣି ମୋହି ।ଗୋରୀ ମନ ଜାଣି ଧୀରେ ବୋଲନ୍ତି ଶ୍ରୀଧରଅନୁରୋଧ ଗୋଟି ରକ୍ଷା ହେବ କି ଆମ୍ଭର ।ତୁମ୍ଭେ କଣ୍ଠେ ଯେଉଁ ମଣି ଶୋଭା ନ ଦିଶଇଦୟାକରି ସେ ଗୋଟିକ ପାରିବ ଯେ ଦେଇତାର ଲାଗି ଭ୍ରମି ଭ୍ରମି ଆମ୍ଭେ ତିନିପୁରବର୍ତ୍ତମାନ ଦେଖୁଅଛୁ ତୁମ୍ଭର ଗଳାର ।ନିଅ ଆମ୍ଭ ମଣିଗୋଟି ଯିବୁ ଆମ୍ଭେ ଫେରିଦେଖିଲେ ବିରକ୍ତ ହେବେ ଜନକ ତୁମ୍ଭରି ।ପୁଣି ଜମ୍ବୁବତୀ ଧୀରେ ବୋଲନ୍ତି ବଚନପିତାଙ୍କୁ ପଚାରି ନିଅ ମୋଠାରୁ ବହନ ।କେଉଁଠାରେ ତୁମ୍ଭ ଘର କି ନାମ ତୁମ୍ଭରଶ୍ରୀହରି ବୋଇଲେ ଦ୍ୱାରକାରେ ମୋର ଘର ।ନାମ ଅଟଇ ଶ୍ରୀକୃଷ୍ଣ ଶୁଣିଲେ ସୁନ୍ଦରୀଏହି ମଣି ଗୋଟି ସଖୀ ଅଟଇ ଆମ୍ଭରି ।ମନେମନେ ଭାବେ ଗୋରୀ ମଣିଗୋଟି ଦେଇଏହାଙ୍କ ସଙ୍ଗରେ ମୁହଁ ଯାଆନ୍ତି ପଳାଇ ।କିନ୍ତୁ ପିତାଙ୍କୁ ଡରିଣ ଯୁବତୀ କହଇମାଗ ପିତାଙ୍କୁ ତୁମ୍ଭର ଦେଇଦେବେ ସେହି ।ଏହିପରି କୁହାକୁହି ହେଉଥାନ୍ତି ବେନିଯେଝା ମନକଥା ଯେହୁ ବୁଝି ହୋନ୍ତି ତୁନି ।ଜମ୍ବୁବତୀ ଅଜ୍ଞାତରେ ସଖୀ ଜଣେ ଯାଇଜାମ୍ବବାନ ରାଜା ଆଗେ ଦେଲା ଯେ ଜଣାଇଭୋ ରାଜା ତୋର କନ୍ୟାଠୁ କରି ବଳାତ୍କାରମଣିଗୋଟି ନେଉଅଛି ଆସି ଏକ ନର ।ରାଜା ଆଗେ ପରଜ୍ୱଳି ଅସ୍ତ୍ର ଧରି କରେପ୍ରବେଶ ହୋଇଲା ଆସି ଉଦ୍ୟାନ ମଧ୍ୟରେ ।ପିତାକୁ ଦେଖିଣ ଜମ୍ବୁବତୀ ବୋଲେ ଗୀରଶୀଘ୍ର ତୁମେ ଲୁଚିଯାଅ ବଗିଚା ଭିତର ।ଅତି ସୁନ୍ଦର ଚେହେରା ତୁମର ଅଟଇମୋ ପିତା ବଡ଼ ପ୍ରତାପୀ ପ୍ରାଣ ଯିବ ନେଇ ।ଶ୍ରୀକୃଷ୍ଣ ବୋଲନ୍ତି ଗୋରୀ ଭାବନା ନ କରମୋତେ ଜିଣିବାକୁ ନାହିଁ ତିନିପୁରେ ବୀର ।ଜାମ୍ବବାନ ଦେଖୁ କନ୍ୟା ଅପସରି ଗଲାଥୋକାଏ ଦୂରରେ ଯାଇ ଲୁଚିଣ ରହିଲା ।ପ୍ରଭୁଙ୍କୁ ସ୍ମରଣ କରେ ଯୁବତୀ ରତନହେ ଦେବ ମୋର ପିତାକୁ ଦିଅ ସଦଜ୍ଞାନ ।ଏହା ସଙ୍ଗେ ପିତା ବନ୍ଧୁ ସମ୍ପର୍କ ଭିଆଇତାଙ୍କ ପାଦତଳେ ମୋତେ ଅର୍ପନ୍ତା କି ନେଇ ।ଧାମଇ ଗର୍ଜ୍ଜନ କରି ଜାମ୍ବବାନ ବୀରକିଏ ରେ ପାମର ଆସିଅଛୁ ମୋର ପୁର ।ଜାଣି ନାହୁଁ କିରେ ମୋର ପରାକ୍ରମ ତୁହିଯମପୁରେ ଯିବା ତୋର ମନ ବଳିଛଇ ।ସିଂହର ଶାବକ ସଙ୍ଗେ କର ତୁହି ଖେଳଅକାରଣେ ମରି ତୁହି ଯିବୁ ଯମଆଳ ।ଏତେ କହି ଜାମ୍ବବାନ ଗଦା ଧରି କରେବୁଲାଇ ଫିଟିଲା ନେଇ ପ୍ରଭୁଙ୍କୁ ଅଙ୍ଗରେ ।ସେ ତ ଅନାଦି ପୁରୁଷ ପ୍ରଭୁ ଭଗବାନଆଘାତ ପାଇଣ ପୁଣି ବୋଲନ୍ତି ବଚନ ।ନ ବୁଝି ନ ସୁଝି କିମ୍ପା କରୁ ଅବିଚାରତୁହି ପରା ରାଜା ତୋର ଏହି କି ବିଚାର ।ଥୋଡ଼ାଏ ଦୂରରେ ଜମ୍ବୁବତୀ ରହିଥିଲାକୃଷ୍ଣଙ୍କ ଧୈର୍ଯ୍ୟ ଦେଖିଣ ଆଶ୍ଚର୍ଯ୍ୟ ହୋଇଲା ।ଭାବଇ ମୋ ପିତାଙ୍କର ଜମା ବୁଦ୍ଧି ନାହିଁନିର୍ଦ୍ଦୋଷୀକୁ ଦଣ୍ଡୁଛନ୍ତି ବୃଥାରେ କିମ୍ପାଇଁ ।ଯଦି ଦୁନିଆରେ ଧର୍ମ ହୋଇଥିବ ଚିରକିଛି କ୍ଷତି ନ ହୋଇବ ଏହି ଯୁବକର ।ଏଣେ ଶ୍ରୀକୃଷ୍ଣଙ୍କ କଥା ଜାମ୍ବବାନ ଶୁଣିପୁଣି ଗଦା ଧରି ଧାଏଁ ରକ୍ଷ ବୀରମଣି ।ଶ୍ରୀହରି ବୋଲନ୍ତି ଉଦ୍ଧବର ମୁଖ ଚାହିଁଶୀଘ୍ର ଧନୁ ଧର ଏଟା ନିର୍ବୋଧ ଅଟଇ ।ତ୍ରେତା ଯୁଗରୁ ରହିଛି ରଣରଙ୍କା ହୋଇତେଣୁ ମୋର କଥା ତାର କର୍ଣ୍ଣେ ନ ଶୁଭଇ ।ପୁଣି ଜାମ୍ବବାନ ଗଦା ଧରି ଦଉଡ଼ନ୍ତେଉଠାଇ ଶର ମାରିଲେ ପ୍ରଭୁ ଜଗନ୍ନାଥେ ।ଯହୁଁ ଶର ଆସି ଦୈତ୍ୟ ଅଙ୍ଗରେ ବାଜିଲାଜଳନ୍ତା ଅନଳଗିରି ଗରଜି ଉଠିଲା ।ଏହିପରି ଦୁଇପକ୍ଷ କରିଲେ ସମରଶ୍ରୀକୃଷ୍ଣ ଜାମ୍ବବ ଦୁଇ ମହା ବଳିୟାର ।ଭକ୍ତ ଭଗବାନଙ୍କର ଅଟେ ଏହି ଯୁଦ୍ଧରୁଣ୍ଡ ହୋଇ ଶୂନ୍ୟେ ଦେଖୁଥାନ୍ତି ଦେବବୃନ୍ଦ ।କକଡ଼ା ମାସରେ ଯେହ୍ନେ ବରଷଇ ଧାରସେହିପରି ଦୁଇପକ୍ଷୁ ବରଷଇ ଶର ।ସାତଦିନ ସାତରାତି ଯୁଝନ୍ତି ଦ୍ୱବୀରଗଦା ଯୁଦ୍ଧ ମାଲଯୁଦ୍ଧ ଆବର ଯେ ଶର ।ଲଢି ଲଢି ଜାମ୍ବବାନ ଅସକତ ହେଲାମନମଧ୍ୟେ ରକ୍ଷବୀର ନାମ ସୁମରିଲା ।ଅନ୍ତରେ ଡାକଇ ବୀର ତୁହାଇ ତୁହାଇଉପରେ ଏୋକ ଦେଖଣା ସମର କରଇ ।ଭକ୍ତ ଜାମ୍ବବାନ ମନ ଜାଣି ଚକ୍ରଧରରାମଚନ୍ଦ୍ର ରୂପ ହୋଇ କରିଲେ ସମର ।ଜଟା କଉପୀନ କାଣ୍ଡ କୋଦଣ୍ଡ ଶୋଭଇଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ସେହି ।ଯେଉଁ ରୂପ ମନେ ଚିନ୍ତୁଥିଲା ରକ୍ଷବୀରଦୃଶ୍ୟହେଲା ସେହି ରୂପ ଚକ୍ଷୁକୁ ତାହାର ।ଏକ ମାତ୍ର ଦେଖେ ଜମ୍ବବାନ କେ ନ ଜାଣେଭାବିଲା କା ସଙ୍ଗେ ମୁହିଁ ମାତିଅଛି ରଣେ ।ଏତେ ବୋଲି ଧନୁଶର ଦେଇ ଫୋପାଡ଼ଇରକ୍ଷାକର ରକ୍ଷାକର ବୋଲିଣ ଡାକଇ ।ଯହୁଁ ଏସନ ବୋଇଲା ବୀର ଜାମ୍ବବାନଦେଖଣା ହାରୀମାନେ ଯେ ହେଲେ ଛନ ଛନ ।ଭକ୍ତର ଆରତ ଜାଣି ପ୍ରଭୁ ଦଇତ୍ୟାରିନିକଟକୁ ଆସି ଦେଖା ହୋଇଲେ ତାହାରି ।ଜାମ୍ବବାନ ବୋଲେ କେଡ଼େ ମନ୍ଦକର୍ମ କଲିଇଷ୍ଟ ଦେବତାଙ୍କ ସଙ୍ଗେ ମୁଁ ମୂଢ ଲଢିଲି ।ଆଉ ଏ ପ୍ରାଣ ରଖିବା ମୋର ଲୋଡ଼ା ନାହିଁନିଜ ହସ୍ତେ ନିଜ ପ୍ରାଣ ଦେବି ଯେ ହରାଇ ।ଶ୍ରୀହରି ବୋଇଲେ ବତ୍ସ ଭାବନା ନ କରପରୀକ୍ଷା କରୁ ମୁଁ ଥିଲି ଅନ୍ତର ତୋହର ।ମାଗ ବର କିସ ଲୋଡ଼ା ତୋର ଦେବି ମୁହିଁଶୁଣି ପାଦତଳେ ପଡ଼େ ଜାମ୍ବବ ହେ ତହିଁ ।ଦେଖଣାହାରୀମାନେ ଯେ ଆଶ୍ଚର୍ଯ୍ୟ ହୋଇଲେକି ହେଲା କି ହେଲା ବୋଲି ସରବେ ଧାଇଁଲେ ।ଖଣ୍ଡେ ଦୂରେ କନ୍ୟା ଦେଖୁଥିଲେ ଯେ ସମରପିତାଙ୍କର ଗତି ଦେଖି ମିଳିଲା ପାଶର ।ତା‘କୁ ପ୍ରଭୁଙ୍କର ଦିବ୍ୟରୂପ ଦିଶୁ ନାହିଁସେହି ପିତା କନ୍ୟା ଦୁଇଜଣଙ୍କୁ ଦିଶଇ ।ଦେଖିଣ ଜମ୍ବୁବତୀ ଯେ ଶରଣ ପଶଇମୁହିଁ ମୂର୍ଖ ନ ଜାଣିଣ ଏହା ଅଛି ଭେଇ ।ଯଦି ମଣିଗୋଟି ପ୍ରଥମରୁ ଥାନ୍ତି ଦେଇକିମ୍ପାଇଁ ସମର କରିଥାନ୍ତ ଭାବଗ୍ରାହୀ ।ମନରେ ଯା ଭାବିଥିଲି ଆଉ ନ ହୋଇବପୂର୍ବ ରାଗ ନିଶ୍ଚେ ପ୍ରଭୁଙ୍କର ମୋଠି ଥିବ ।ଜାଣୁ ଜାଣୁ ମୁହିଁ ହୀନ ମନ୍ଦକୃତ କଲିକାଚ ମଣି କାଞ୍ଚନକୁ ଅକାଳେ ଫିଙ୍ଗିଲି ।ମହାପ୍ରସାଦକୁ ଭାତ ମଣି ଫୋପାଡ଼ିଲିଗୋମୂତ୍ର ମଣି ଯେ ଗଙ୍ଗାଜଳ ହରାଇଲି ।ଏତେ ବୋଲି ରୋଦନ କରଇ ଯୁବାମଣିତାର ମନ ଜାଣି ପ୍ରଭୁ ପାଶେ ନେଲେ ଟାଣି ।ବୋଲନ୍ତି ତୁମ୍ଭର ଦୋଷ ନାହିଁରେ ସୁନ୍ଦରୀଅଦୃଷ୍ଟ ଫଳ ବା କେହୁ ପାରେ ଆନ କରି ।ଜାମ୍ବବ ବୋଲି ପ୍ରଭୁ ଏହି ଭିକ୍ଷା ମୋରଗ୍ରହଣ କରନ୍ତୁ ଦେବ ଧରିଲେ ଯେ କର ।ବହୁତ ଦିନରୁ ତବ ପଥ ଚାହିଁ ହରିଆନ ଜନେ ମୋ କନ୍ୟାରେ ନାହିଁ ବିଭାକରି ।ଶ୍ରୀକୃଷ୍ଣ ବୋଇଲେ ତାହା କଲୁ ସନମତଚାଲ ପୁରେ ଦିଅ ଖାଦ୍ୟ କ୍ଷୁଧା ଯେ ବହୁତ ।ଜାମ୍ବବ ବୋଇଲେ ପୂର୍ବଭାଗ୍ୟ ଅଟେ ମୋରମୁହିଁ ଜଗୁଆଳ ମାତ୍ର ଅଟେ ତୋର ପୁର ।ଏତେ କହି ଆଦରରେ ପ୍ରଭୁଙ୍କୁ ଘେନିଲାନିଜ ରତ୍ନ ସିଂହାସନେ ଦେଇ ବସାଇଲା ।ସୁମିଷ୍ଟ ଭୋଜନ ବାଢି ଦ୍ୟନ୍ତି ଜମ୍ବୁବତୀଲକ୍ଷ୍ମୀଙ୍କ ପରଷା ଖାଇ ପ୍ରଭୁ ହେଲେ ତୃପ୍ତି ।ବହୁ ଅନୁରୋଧ କଲା ଜାମ୍ବବାନ ବୀରକିଛିଦିନ ପ୍ରଭୁ ମୋ ପୁରରେ ବିଜେକର ।ଶୁଣିଣ ଯେ ଚକ୍ରଧର ଅଙ୍ଗିକାର କଲେଉଦ୍ଧବ ଅକ୍ରୂର ସଙ୍ଗେ ଘେନିଣ ରହିଲେ ।ତାହା ପରେ ଶୁଭଦିନ ଦେଖି ରକ୍ଷେଶ୍ବରକନ୍ୟାକୁ ପ୍ରଦାନ କାଲା ମଣି ସହିତର ।ଆଉ ମଧ୍ୟ ବହୁ ଧନ ଯଉତୁକ ଦେଇପୁରରେ ଅନେକ ଦିନୁ ରଖିଲା ମାଧୋଇ ।ଜମ୍ବୁବତୀ ସଭ୍ଗେ ପ୍ରଭୁ ଅତି ଆନନ୍ଦରେରଥରେ ବାହାର ହେଲେ ପ୍ରଭୁ ଦଇତ୍ୟାରି ।ବହୁ ଧନ ରତ୍ନ ଦେଇ ରାଜନ ସତ୍ୱରପଥ ବଳାଇଣ ଦେଲା ଆସି ବହୁଦୂର ।ତହୁଁ ଶ୍ରୀହରିଙ୍କଠାରୁ ବିଦାୟ ସେ ନେଲାପବନହୁଁ ଖରେ ରହୁବର ଯେ ଚଳିଲା ।ଦ୍ୱାରକପୁରରେ ଯାଇ ମିଳିଲେ ଶ୍ରୀଧରଜମ୍ବୁବତୀ ସୁନ୍ଦରୀ ଯେ ଅଛି ସଙ୍ଗତର ।ଦେଖିଣ ଯାଦବଗଣ ଆନନ୍ଦ ହୋଇଲେନ ଦେଖି ପ୍ରଭୁଙ୍କୁ ସର୍ବେ ଚିନ୍ତା କରୁଥିଲେ ।ପ୍ରଭୁଙ୍କ ଆସିବା କଥା ନାରୀଏ ଜାଣିଲେଅର୍ଘ୍ୟ ଥାଳି ଆଣି ସର୍ବେ ବନ୍ଦାପନା କଲେ ।ଏଥୁଅନ୍ତେ ଯାହା ହେଲା ଶୁଣ ସୁଜ୍ଞନରମଣି ଘେନି ପ୍ରଭୁ ଗଲେ ଶକ୍ରାଜିତ ପୁର ।ଯେଉଁ ପରକାରେ ମଣି ଆଣିଲେ ଶ୍ରୀହରିଶକ୍ରାଜିତର ପୁରରେ କହିଲେ ବିସ୍ତାରି ।ଶେଷରେ କହିଲେ ତୁମ୍ଭ ମଣି ଗୋଟି ଦରଶକ୍ରାଜିତ ବୋଲେ ମୋର ନାହିଁ ଦରକାର ।ମଣି ପରିବର୍ତ୍ତେ ଏକ ବର ମୁଁ ମାଗିସେହି ବର ଗୋଟି ମୋତେ ପାରିବକି ଦେଇ ।ଶ୍ରୀହରି ବୋଇଲେ ପ୍ରାଣାନ୍ତକେ ନିଶ୍ଚେ ମୁହିଁମାଗିବ ଯେ ବର ତାହା ତୁମ୍ଭରେ ଦେବଇଁ ।ଶକ୍ରାଜିତ ବୋଲେ ପ୍ରଭୁ ଶପଥ ତୁ କରତାହେଲେ ମାଗିବି ମୋର ଦରକାର ବର ।ତ୍ରିବାର ସତ କରୁଛି ମୁହିଁ ଧର୍ମେ ଚାହିଁଯାହା ମାଗିବ ମୁଁ ତାହା ପୂର୍ଣ୍ଣ କରିବଇଁ ।ଶକ୍ରାଜିତ ବୋଲେ ଏହି ମଣି ସହିତରେଆଉ ଏକ ମଣିଦାନ ଦେବଇଁ ତୋ କରେ ।ଏ ମଣିଠାରୁ ଅଧିକ ଯେ ମଣି ଅଟଇବହୁ ଯତନରେ ତାକୁ ସାଇତିଛି ମୁହିଁ ।ଏ ମଣି ସିନା ବାକ୍ସରେ ରହିବ ତୋହରସେ ମଣି ଗୋଟି ଗଳାରେ ଦିଶିବ ସୁନ୍ଦର ।ଆଉ ମଧ୍ୟ ଶପଥ ତୁ କର ଚକ୍ରଧରମୋ ମଣି ଯେହ୍ନେ ନିମିଷେ ନ ଫିଙ୍ଗୁ ଗଳାର ।ଏତିକି ମାତର ମୋର ଅଟଇ ମାଗୁଣିଦଣ୍ଡେ ମାତର ଅପେକ୍ଷା କରି ଚକ୍ରପାଣି ।ମୋ ସାଇତା ମଣିଗୋଟି ତୋର କରେ ଦେଇନିଶ୍ଚିନ୍ତ ହୋଇବି ସବୁ ଜଞ୍ଜାଳ ତୁଟାଇ ।ଏତେ କହି ଅନ୍ତଃପୁରେ ଶକ୍ରାଜିତ ଗଲାକନ୍ୟା ସତ୍ୟଭାମାକୁ ସେ ନିକଟେ ରାଇଲା ।କନ୍ୟାକୁ ବୋଲଇ ମାତ ଆଜି ତୋତେ ମୁହିଁଶ୍ରୀକୃଷ୍ଣଙ୍କ କରେ ଅର୍ପିବାକୁ ଅଛି ଚାହିଁ ।ତୁ ତ ଅଟୁ ବୁଦ୍ଧିମତୀ ଆବର ପଣ୍ଡିତାପୂର୍ବଜନ୍ମ ତପବଳେ ମୁହିଁ ତୋର ପିତା ।ଯାର ଧନ ତୁହି ତାର କରେ ତୋତେ ଦେଇଦୁଇଜଣକୁ ଏକତ୍ର ମିଳାଇବି ନେଇ ।ତୋର ମନକଥା ମୋତେ ଫେଡ଼ି କହ ମାତଲଜ୍ୟା କରିବାଟା ତୋର ନୁହଇ ଉଚିତ ।ସତ୍ୟଭାମା ବୋଲେ ପିତା ଯେ ଇଚ୍ଛା ତୁମ୍ଭରଏଡ଼ିବାକୁ ତବ ବାକ୍ୟ ଶକ୍ତି ନାହିଁ ମୋର ।ପିତା ଦତ୍ତ କନ୍ୟା ରାଜ ଦତ୍ତ ଅଟେ ମହୀଶାସ୍ତ୍ରର ଗୀର ଏ ଅଟେ ଦେବେ ଛନ୍ତି କହି ।ସେ ସହଜେ ବଡ଼ଲୋକ ବଡ଼ଘର ପୁଅଆଉ ସବୁ ରାଣୀ ବଡ଼ ବଡ଼ ରାଜା ଝିଅ ।ମୋତେ କି ପାଦ ତଳରେ ଦେବ ପ୍ରଭୁ ସ୍ଥାନଚନ୍ଦ୍ର କି ପାଇବା ପିତା ଆମ୍ଭେ ଯେ ବାମନ ।କିନ୍ତୁ ସତ୍ୟଭାମା ବହୁଦିନୁ ଥିଲା ଚାହିଁପ୍ରଭୁ ପାଦତଳେ ସଦା ଚିତ୍ତ ଥାଏ ଧ୍ୟାୟି ।ଶକ୍ରାଜିତ ବୋଲେ ସେ ତ କରିଅଛି ସତ୍ୟଗଳା ହାର କରି ତୋତେ ବୁଲିବ ଯେ ନିତ୍ୟ ।ଶୁଣି ସତ୍ୟଭାମା ମନେ କେତେ ଯେ କଳ୍ପନାକରିଲା ସେହି ମୁହୂର୍ତ୍ତେ ନ ଥାଇ କଳନା ।ମାତା ଆଦି ଭ୍ରାତାମାନେ ଶୁଣି ହର୍ଷ ହେଲେଦେବୀଙ୍କର ସଖୀମାନେ ସରବେ ମିଳିଲେ ।ନାନାଦି ଭୂଷଣେ ଜେମାମଣିକୁ ସଜନୀସୁବେଶ କରାନ୍ତି ଯେହ୍ନେ ପ୍ରଭୁ ମନ ମାନି ।ସୁଝୀନ ପାଟପତନୀ ଯତ୍ନେ ପିନ୍ଧାଇଲେକୃଷ୍ଣ ବେଣୀ ଗୋଟିକରେ ରତନ ଛାଇଲେ ।ଆଣ୍ଠୁ ତଳକୁ ଲମ୍ବିଛି ଲମ୍ବବେଣୀ ଗୋଟିସବୁ ନାରୀଠାରୁ ଶୋଭା ଦିଶେ ରୂପ ଗୋଟି ।ଝିଲିମିଲି ଓଢଣା ଯେ ମସ୍ତକେ ଶୋଭଇଚାଲିଯାନ୍ତେ ମତ୍ତକରୀ ଗତିକି ନିନ୍ଦଇ ।ଲେପିଛନ୍ତି ସଖୀମାନେ ସୁବାସ ଅତରସହଜେ ତ ପଦ୍ମଗଣେ ଗୋଡ଼ାନ୍ତି ଭ୍ରମର ।ଚଉପାଶେ ସଖୀ ଥାନ୍ତି ମଧ୍ୟେ ଚାନ୍ଦମୁହୀଁଆଗେ ଯାନ୍ତି ପିତା ମାତା ଗର୍ବ ପଛେଥାଇ ।ଶ୍ରୀକୃଷ୍ଣଚନ୍ଦ୍ରଙ୍କ ପାଶେ ଶକ୍ରାଜିତ ବୋଲେନିଅ ମୋର ମଣିଗୋଟି ଶକ୍ରାଜିତ ବୋଲେ ।ଆସନ୍ତି ଉଠିଣ ଧୀରେ ଧୀରେ ଚକ୍ରଧରଦର ହସିତ ବଦନେ ଫୁଲାଇ ଅଧର ।ବୋଲନ୍ତି ଏ ମଣିଗୋଟି ଅଟେ ଗଳାହାରସମ୍ୟନ୍ତକ ମଣି ମୋର ନାହିଁ ଦରକାର ।ଏତେ କହି ଜଗନ୍ନାଥ ଥାନ୍ତି ଉଭାହୋଇଶକ୍ରାଜିତ ସତ୍ୟଭାମା କର କୃଷ୍ଣେ ଦେଇ ।ଆନନ୍ଦରେ ଅଶ୍ରୁଜଳ ନେତ୍ରୁଯାଏ ବହିବାକ୍ୟରୁଦ୍ଧ ହୁଏ କଥା କହି ନ ପାରଇ ।ଛଳ ଛଳ ନେତ୍ରେ ବୋଲେ ଶକ୍ରାଜିତ ଧୀରେଅର୍ପିଲି ସାଇତା ରତ୍ନ ଆଜି ତୁମ୍ଭ କରେ ।ଜୀବନେ ତୁମ୍ଭେ ଶପଥ ତିଳେ ନ ଭୁଲିବଅନାଦର କରି ମୋର ମଣି ନ ଫିଙ୍ଗିବ ।କଣ୍ଠହାର କରିଥିବ ଶୋଭା ଯେ ପାଇବସାଇତିବା ଧନ ତବ ରଖ ହେ ମାଧବହେଠ ବଦନରେ ଗୋରୀ ଥିଲେ ଉଭା ହୋଇନିଜ କଣ୍ଠ ହାର ଖୋଲି ପ୍ରଭୁ ଗଳେ ଦେଇ ।ଜଗନ୍ନାଥ କଉସ୍ତୁଭ ମଣି କରେ ଧରିବୋଲନ୍ତି ଦେଖ ଏହାକୁ ଦେଲି ମୁଁ ଉତାରି ।ପରିବର୍ତ୍ତେ ମୋ ଶ୍ୱଶୁର ଦେଇଥିବା ହାରଆଜିଠାରୁ ଲମ୍ବାଇଲି ସାଦରେ ଗଳାର ।ଏତେ କହି ଦେବୀଙ୍କର ଗଳେ ଲମ୍ବାଇଲେଠିଆହୋଇଥିବା ସଖୀ ହୁଳହୁଳି ଦେଲେ ।ଶକ୍ରାଜିତ ବୋଲେ କିଛିଦିନ ଘରେ ମୋରରହିଲେ ଗନ୍ଧର୍ବ ମତେ ହେବ ବିଭାଘର ।ତୁମ ଦୁହିଁଙ୍କର ସିନା ଗଲା ବିଭା ସରିଲୋକଦେଖାଣିଆ ନିଶ୍ଚେ ହେବ ଚକ୍ରଧାରୀ ।ଶୁଣି ପ୍ରଭୁ ଦଇତ୍ୟାରି ସମ୍ମତ କରିଲେସେହିଦିନୁ ସତ୍ୟଭାମା ସଙ୍ଗେ ବିହରିଲେ ।ଅଷ୍ଟ ପାଟବଂଶୀ ମଧ୍ୟେ ଶ୍ରେଷ୍ଠା ଦୁଇ ନାରୀସତ୍ୟଭାମା ରୁକ୍ମିଣୀ ଯେ ପ୍ରଧାନ ତାଙ୍କରି ।ଅଳ୍ପଦିନ ପରେ ସର୍ବ ଯାଦବ ହକାରିଦେବ ଋଷି ବ୍ରହ୍ମଋଷି ନିମନ୍ତ୍ରଣ କରି ।ସ୍ୱର୍ଗରୁ ଦେବତାଗଣ ମର୍ତ୍ତ୍ୟେ ସର୍ବଜନପାତାଳପୁରୁ ବାସୁକି ଆସିଲେ ବହନ ।ଶେଷ ପାଟବଂଶୀ ବିଭା ଦେଖିବାର ପାଇଁସ୍ୱରଗୁ ସର୍ବଦେବତା ମିଳିଲେକ ତହିଁ ।ଶକ୍ରାଜିତ ରାଣୀ ମନ ଆନନ୍ଦ ଅପାରକନ୍ୟାଯାଗେ ଦେବଗଣ ତା ପୁରେ ହାଜର ।ଆଡ଼ମ୍ବରେ ବିଭାଘର ହୋଇଲା ସମାପ୍ତମଣିସହ ଯଉତୁକ ଦେଲେ ଯେ ବହୁତ ।ଭାଇର ମରଣ ଶକ୍ରାଜିତ ପାଶୋରିଲେପ୍ରଭୁ ମୋର ଜ୍ୱାଇଁ ବୋଲି ମନେ ଗର୍ବକଲେ ।ସଭିଙ୍କୁ ବୋଲନ୍ତି ମୋର ଧନ ଲୋଡ଼ା ନାହିଁବହୁତ ଧନ ପାଇଲି କୃଷ୍ଣ କରି ଜ୍ବାଇଁ ।ବିଭାକାର୍ଯ୍ୟ ସାରି ଝିଅ ଜ୍ବାଇଁ ବିଦାକଲେଶତ ଶତ ଦାସଦାସୀ ଯୌତୁକ ଯେ ଦେଲେ ।କନ୍ୟାର ଖରଚ ଲାଗି ଯେତେ ଦରକାରତାହାଠାରୁ ଶତେଗୁଣ ଦେଲେ ଯେ ସମ୍ଭାର ।ସାତବଂଶ ଯଦୁକୁଳ ଦେଖି ହେଲେ ତୋଷଧନ୍ୟ ଧନ୍ୟ ଶକ୍ରାଜିତ ରଖିଲୁ ତୁ ଯଶ ।ଯେତେବେଳେ ମଥୁରାରେ କଂସରାଜା ଥିଲାଯଦୁବଂଶଙ୍କର ନାମ ଲୋପ ହୋଇଥିଲା ।କୃଷ୍ଣଚନ୍ଦ୍ର ଆସି ଆମ ମହତ୍ୱ ରଖିଲାସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନାମ ଭେଟକଲା ।ଏହିପରି ମନେ ଗର୍ବ କରନ୍ତି ଯାଦବଶ୍ରୀକୃଷ୍ଣ ପ୍ରସାଦେ ନାହିଁ କୌଣସି ଅଭାବ ।ଅନ୍ତଃପୁରକୁ ଗମିଲେ ସତ୍ୟଭାମା ନେଇରୂପ ଦେଖି ପ୍ରଶଂସିଲେ ସରବେ ସେ ଯହିଁ ।ଯଦୁବଂଶେ ଜନ୍ମିଥିଲା ଏପରି ସୁନ୍ଦରୀକେ ବୋଲଇ ଶକ୍ରାଜିତ କପାଳିଆ ଭାରି ।ଶ୍ରୀକୃଷ୍ଣ ଚନ୍ଦ୍ରଙ୍କୁ ଜ୍ୱାଇଁ ରୂପରେ ପାଇଲାସବୁ ଯାଦବଙ୍କଠାରୁ ଅଧିକ ହୋଇଲା ।ଶୁଣିଲ ତ ସୁଜନେ ଶ୍ରୀକୃଷ୍ଣଙ୍କ ରସଅଷ୍ଟ ପାଟବଂଶୀ ବିଭା ହୋଇଗଲା ଶେଷ ।ତା ପରେ ତାରକାସୁର ନିଧନ କରିବେଷୋଳସହସ୍ର କନ୍ୟା ତ ପୁରୁ ବିଭାହେବ ।ଅପୂର୍ବ ଚରିତ ଏହି ଚିତ୍ତବୋଧ ଗ୍ରନ୍ଥସମସ୍ତ ସାଧୁଜନଙ୍କ ଅଧର ଅମୃତ ।ହରିବଂଶ ଭାଗବତୁ ସାର ବଛା ହୋଇଦଧିରୁ ଲବଣୀ ପୁଣି ଘୃତ ଯେ ଅଟଇ ।ଏ କଳିଯୁଳରେ ଏକା ହରିନାମ ସାରହରିନାମ ଭଜି ଭବ ସାଗରୁ ଉଦ୍ଧର ।ଶ୍ରୀ ଗୁରୁ ଅଚ୍ୟୁତାନନ୍ଦ ପଦେ ଦେଇ ମନଚିତ୍ତବୋଧ ଗ୍ରନ୍ଥ ଲେଖେ ଶ୍ରୀ କ୍ଷେତ୍ରମୋହନ ।ନାରକାସୁର ବଧ, ଷୋଳସସ୍ର କନ୍ୟା ସହ ବିବାହ ଓପାରିଜାତ ହରଣଶୁଣ ଆହେ ସାଧୁଜନେ ଏ ଅପୂର୍ବ ରସଦ୍ୱାପର ଯୁଗର ଲୀଳା ଶ୍ରୀକୃଷ୍ଣଙ୍କ ଯଶ ।ସତ୍ୟଭାମା ବିଭାହୋଇ ପ୍ରଭୁ ଚକ୍ରଧରଅନ୍ତଃପୁରେ ବିହରିଲେ ତାହାଙ୍କ ସଙ୍ଗର ।ଦିନେ ଅଷ୍ଟ ପାଟବଂଶୀ ଘେନି ସଙ୍ଗତରେପଶା ଖେଳୁଥାନ୍ତି ହରି ହରଷ ମନରେ ।ଏହି ସମୟରେ ବୀଣା ବଜାଇ ନାରଦଗାଇ ନାରାୟଣ ନାମ ପ୍ରେମେ ଗଦ ଗଦ ।ଶ୍ରୀକୃଷ୍ଣଙ୍କ ଅନ୍ତଃପୁରେ ପ୍ରବେଶ ହୋଇଲେଅଷ୍ଟଲକ୍ଷ୍ମୀଙ୍କ ଗହଣେ ପ୍ରଭୁଙ୍କୁ ଦେଖିଲେ ।ବୋଲନ୍ତି ଦେବର୍ଷି ବଡ଼ ସୌଭାଗ୍ୟ ମୋହରଦରଶନ କରି ଅଷ୍ଟଲକ୍ଷ୍ମୀ ଚକ୍ରଧର ।ସର୍ବ ପାଟବଂଶୀଗଣ ନାରଦଙ୍କୁ ଦେଖିଜଳଘଟି ଆଣିଲେ ସେ ଆସନ ଉପେକ୍ଷି ।ଯେତେ ମତେ ଦେବର୍ଷି କରନ୍ତି ନାହିଁ ନାହିଁନ ମାନି ସରବେ ଦେଲେ ଋଷିପାଦ ଧୋଇ ।ଯେଉଁ ନାମଗୋଟି ସଦା ଜପା ମାଳା ମୋରତା ଘରଣୀ ପାଦଧ୍ବନି ଏ ଭୃତ୍ୟ ଛାରର ।ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଅଟ ପୁଣ୍ୟବନ୍ତତବ ପାଦ ସେବାକରି ହୋଇବା ପବିତ୍ର ।ଉକ୍ତ ବଡ଼ ଭଗବାନ ସଦା ତା ଚାକରଭକ୍ତର ସେବା ନିମନ୍ତେ ଜନମ ମୋହର ।ମୋର ନାରୀ ଭକ୍ତ ସେବା କରିବା ନିମନ୍ତେଜନ୍ମିଛନ୍ତି ନର ଦେହ ବହି ଏ ମରତେ ।ନାରଦ ବୋଲନ୍ତି ତୋତେ ନ ପାରିବି ମୁହିଁସଚରାଚର ବ୍ରହ୍ମାଣ୍ଡ ତୋ ଗର୍ଭେ ଅଛଇ ।ମାତ ଲକ୍ଷ୍ମୀଙ୍କୁ ବା କିସ କହିବ ଏ ଦୀନସକଳ ଜୀବଙ୍କୁ ଯେହୁ ଯୋଗାଏ ଭୋଜନ ।ଶ୍ରୀକୃଷ୍ଣଙ୍କ ନାରୀମାନେ ଯତି ପାଦ ଧୋଇନିଜ କାନି ପଣତରେ ପୋଛନ୍ତି ସୁମୁହୀ ।ପଣତେ ପାଦ ପୋଛିବା ଦେଖି ଯତିବରବୋଲେ କେତେ ମଳି ଧୂଳି ଲାଗିଛି ପାଦର ।କିମ୍ପା ଘୃଣା ନ କରିଣ ପୋଛୁଛ ଅଞ୍ଚଳଧନ୍ୟ ଧନ୍ୟ ମାତ ଧନ୍ୟ ଅଟେ ତବ ଖେଳ ।ସଦା ଭକ୍ତାଧିନ ତୁମ୍ଭେ ମାତାପିତା ଦୁଇଭକତକୁ ଦିଅ ତୁମ୍ଭେ ନିଜେ ମା ନ ଖାଇ ।ଏହିପରି ନାରଦ ଯେ ବହୁ ପ୍ରଶଂସିଲେଋଷି ପାଦ ଧୋଇ ଲକ୍ଷ୍ମୀ ଉଦକ ପାଇଲେ ।କଲ୍ୟାଣ କରନ୍ତି ଋଷି ସୁଖେ ମୋ ବିହରସଦା ପ୍ରଭୁ ପାଦେ ମନ ରହୁ ମା ତୁମ୍ଭର ।ଅଷ୍ଟସଖୀ ମଧ୍ୟେ ଗଣା ହୁଅ ତୁମ୍ଭେ ମାତାଯୁଗେ ଯୁଗେ ତବ ନାମ ଘୋଷନ୍ତୁ ସର୍ବଥା ।ନିଜେ ଶ୍ରୀକୃଷ୍ଣ ମୁନିଙ୍କୁ କରି ସମାଦରକର ଧରି ବସାଇଲେ ପଲଙ୍କ ଉପର ।ନାରଦଙ୍କ ସେବା ସାରି ସର୍ବନାରୀଗଣଯେ ଯାହା ଅନ୍ତଃପୁରକୁ ଚଳିଲେ ତକ୍ଷଣ ।ଏକାନ୍ତରେ ନାରଦଙ୍କୁ ପୁଚ୍ଛନ୍ତି ଶ୍ରୀହରିକେବଣ କାରଣେ ଆଗୁମନ ମୋର ପୁରୀ ।ନାରଦ ବୋଲନ୍ତି ଶୁଣ ଆହେ ନନ୍ଦ ବଳାକେଉଁ କଥା ଅଜଣା ଯେ କହ ଅଛି ଭଲା ।ଜଗନ୍ନାଥ ବୋଲନ୍ତି ଦେବର୍ଷି ମୁଖ ଚାହିଁମନୁଷ୍ୟ ଶରୀର ମୁଁ ତ ମର୍ତ୍ତ୍ୟେ ଅଛି ବହି ।କିପରି ଜାଣିବି କହ ସମସ୍ତ ଚରିତତହିଁରେ ନାରଦ ମୁନି ନ କଲେ ସମ୍ମତ ।କରଯୋଡ଼ି ବୋଲି ଧୀରେ ବ୍ରହ୍ମାଙ୍କ କୁମରବର୍ତ୍ତମାନ ବିପଦ ପଡ଼ିଛି ସ୍ୱର୍ଗପୁର ।ବକୁଳାଞ୍ଜନ ପର୍ବତେ ନାରକ ଅସୁରଦାସକରି ଦେବତାଙ୍କୁ ଖଟାଏ ପାଦର ।ମହାଦେବଠାରୁ ବର ପାଇ ଦୈତ୍ୟବରତିନିପୁର ଜନ ସବୁ ମଣଇ କିଙ୍କର ।ବହୁକାଳ ହେଲା ସେ ଅସୁର ନ ମରଇସତ୍ୟ ଯୁଗୁଁ ରହିଅଛି ସେ ଯେ ଦେହ ବହି ।ଯେତେକ ଦାନବ ଥିଲେ ସବୁଠାରୁ ଘୋରଅତ୍ୟାଚାରୀ ଅଟେ ଏହି ଦାନବ ଅସୁର ।ମହୋଦର ନାମେ ଅଛି ସେନାପରି ତାରବହୁକାଳେ ଦିଗ୍ବିଜୟ କରେ ତିନିପୁର ।ଯେତେ ସୁନ୍ଦରୀ କନିଆ ଥିଲେ ରାଜାଙ୍କରସମସ୍ତଙ୍କୁ ଆଣିଅଛି କରି ବଳାତ୍କାର ।ଷୋଳସହସ୍ର ସୁନ୍ଦରୀ ଏକୁ ଏକ ବଳିସମସ୍ତଙ୍କୁ ପୁରେ ରଖିଅଛି ମହାବଳି ।ଯେଉଁଦିନ ଲକ୍ଷେ କନ୍ୟା ପୁରଣ ହୋଇବସେହି ସେ ସମସ୍ତ ଦୈତ୍ୟ ତାଙ୍କୁ ବିଭା ହେବ ।ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଆଦିକରିପ୍ରତିଦିନ କରୁଛନ୍ତି ତା ପୁରେ ଚାକିରୀ ।ବ୍ରହ୍ମା ବେଦ ପଢୁଛନ୍ତି ନିତି ତାର ଦ୍ବାରଅପ୍ସରା ନୃତ୍ୟ କରନ୍ତି ଯେ ଅଷ୍ଟ ପ୍ରହର ।ଏହିପରି ଦେବତାଏ ସେବା କରୁଛନ୍ତିସ୍ବର୍ଗ ମୂଲ୍ୟବାନ ଦ୍ରବ୍ୟ ସେ ଲୁଟି କରନ୍ତି ।ଦେଖି ଦେବଙ୍କ ବିକଳ ମୋତେ ପିତୃଦେବପେଶିଛନ୍ତି ଗୁପତରେ ପ୍ରଭୁ ତବ ଠାବମାତଳି ରଥ ଘେନିଣ ପଛରେ ଆସଇସଜହୁଅ ଦୁଷ୍ଟନାଶି ରକ୍ଷାକର ମହୀ ।ଶ୍ରୀକୃଷ୍ଣ ବୋଲନ୍ତି ଦେବ ନ ପାରିବି ମୁହିଁଏଡ଼ ବଡ଼ ବର କିମ୍ପା ଦେଲେ ଉମାସାଇଁ ।ଆଗପଛ ନ ବିଚାରି ବର ଦେଇ ଦେବେନପାରିଲାବେଳେ ଆସି ମୋତେଯେ ଲୋଡ଼ିବେ ।ଯାଅ ଦେବତାଙ୍କୁ କୁହ ଶିବକୁ ଜଣାନ୍ତିଶକ୍ତି ଦେଇଛନ୍ତି ସେହି ଅସୁର ନାଶନ୍ତି ।ଶୁଣି ନାରଦ ବୋଲନ୍ତି ଯୋଡ଼ି ବେନିକରଶିବଙ୍କ ଅବସ୍ଥା ବଳି ପଡ଼ିଛି ଅପାର ।ପ୍ରତିଦିନ ଶିବଗଣ ଘେନି ସଙ୍ଗତରତାଣ୍ଡବନୃତ୍ୟ କରନ୍ତି ଆସି ତାର ପୁର ।ଏହା ଶୁଣିଣ ହସିଲେ ପ୍ରଭୁ ଚକ୍ରଧରବୋଲଇ ଉଚିତ ଶାସ୍ତି ଦେଇଛି ଅସୁର ।ଦେବର୍ଷିଙ୍କୁ ଆଜ୍ଞା ଦେଲେ ପ୍ରଭୁ ଚକ୍ରଧରକୁହ ଦେବତାଙ୍କୁ ମୁହିଁ ଯାଉଛି ପଛର ।ଯେତେ ବଳବାନ ଅସ୍ତ୍ର ଅଛି ତାଙ୍କ ପାଶକୁହ ଘେନି ମୋ ନିକଟେ ହୋଇବ ପ୍ରବେଶ ।ପ୍ରବୋଧିଣ ଦେବର୍ଷିଙ୍କୁ ପ୍ରଭୁ ବିଦା କରିବିନତାର ନନ୍ଦନକୁ ଡାକିଲେ ହକାରି ।ରମ୍ୟକ ଦ୍ୱୀପରେ ଗରୁଡ଼ ଯେ ରହଥିଲାବିଷ୍ଣୁଙ୍କ ଡାକ ଶୁଣିଣ ତୁରନ୍ତ ଆସିଲା ।ଶ୍ରୀହରି ବୋଇଲେ ମୁହିଁ ଯିବି ସ୍ୱର୍ଗପୁରସମସ୍ତ ଯାଦବ ଯିବେ ସୈନ୍ୟ ମୋ ସଙ୍ଗର ।ବଡ଼ ପ୍ରତାପୀ ଅଟଇ ତାରକା ଅସୁରଦେବତାମାନଙ୍କୁ କରୁଛନ୍ତି ଥରହର ।ଯାଦବ ସୈନ୍ୟମାନଙ୍କୁ କନ୍ଧେ ବହି ତୁହିନେବୁ ସ୍ୱରଗପୁରକୁ ମୋର ଆଜ୍ଞା ବହି ।ଶୁଣି ବିନତା ନନ୍ଦନ ଯୋଡ଼ି ବେନିପାଣିଏକା ମୁହିଁ ଅସୁରକୁ ଖଡ଼୍ଗେ ଦେବି ହାଣି ।ଛାର ପିପିଲିକା ଲାଜ କିମ୍ପା ଧନୁଶରସଜ କରୁଅଛ ପ୍ରଭୁ ଭୃତ୍ୟେ ଆଜ୍ଞା କର ।ଶ୍ରୀହରି ବୋଲନ୍ତି ବତ୍ସ ଜାଣୁ ନାହୁ ତୁହିସାମାନ୍ୟ ନୁହଇ ଦୈତ୍ୟ ଭଲେ ଜାଣେ ମୁହିଁ ।ଶୁଣି ବିନତା ନନ୍ଦନ ଧାତିକାରେ ଗଲାସାତ କ୍ଷୌଣୀ ଯାଦବଙ୍କୁ ପିଠିରେ ଲଦିଲା ।ସ୍ୱରଗ ପୁରକୁ ଯୁଦ୍ଧ କରି ଯିବା ପାଇଁଯାଦବ ସୈନ୍ୟ ଆନନ୍ଦ କେ ପାରିବ କହି ।ତାଳଧ୍ବଜ ରଥରେ ବିଜେ ହଳଧରଉଗ୍ରସେନ ଆଦି ବୀର ଘେନିଣ ସଙ୍ଗର ।ନନ୍ଦିଘୋଷ ରଥେ ବିଜେ କରି ଚକ୍ରଧରବାହାରନ୍ତେ ସତ୍ୟଭାମା ଯୋଡ଼ି ବେନିକର ।ବୋଇଲେ ହେ ନାଥ ମୁହିଁ ତୁମ୍ଭ ସଙ୍ଗେ ଯିବିକିପରି ସ୍ବରଗ ପୁର ଦେଖିଣ ଆସିବି ।ବହୁଦିନୁ ପ୍ରଭୁ ମୋର ବଳିଅଛି ମନତବ ବିନୁ ଏ ଦାସୀର କାର୍ଯ୍ୟ ନାହିଁ ଆନ ।ନିମିଷେ ଅନ୍ତର କଲେ ନ ପାରିବି ରହିଦାସୀଙ୍କୁ ସଙ୍ଗରେ ନିଅ ମନେ ଦୟା ବହି ।ଦେବୀଙ୍କୁ ତ ଅତି ସ୍ନେହ କରନ୍ତି ଠାକୁରଆଜ୍ଞାଦେଲେ ସଜହୋଇ ସବ ରହୁବର ।ଦିବ୍ୟ ବେଶହୋଇ ସତ୍ୟଭାମା ଦେବୀ ଆସିରଥ ଉପରେ ବସଲେ ମନେ ହୋଇ ଖୁସି ।ରଥ ସହ ଗଜବାଜି ସାତକ୍ଷୌଣି ବଳଗରୁଡ଼ ପୃଷ୍ଠରେ ସର୍ବେ ହୋଇଲେକ ଠୁଳ ।ମହାକାୟା ବିସ୍ତାରିଛି ବୈନତେୟ ସୁତସାରା ପୃଥିବୀ ହୋଇବ ତା ପୃଷ୍ଠରେ ସ୍ଥିତ ।ଉଠିଯାନ୍ତି ପକ୍ଷାଘାତେ ପର୍ବତ ଭାଙ୍ଗଇଉଡ଼ନ୍ତା କି ଅଣଚାଶ ମରୁତ ବହଇ ।ବକୁଳାଞ୍ଜନ ପର୍ବତ ପାଶେ ଯହୁଁ ହେଲେଓହ୍ଲାଇବାକୁ ଗରୁଡ଼ ପ୍ରଭୁ ଆଜ୍ଞାଦେଲେ ।ବକୁଳାଞ୍ଜନ ପର୍ବତ ତଟେ ନଦୀକୂଳେଶିବିର ସ୍ଥାପନ କଲେ ଯାଦବ ସକଳେ ।ମହାକାୟା ଲୋପକରି ପକ୍ଷୀରାଜ ବୀରଜଗିରହିଲା ଆନନ୍ଦେ ପ୍ରଭୁଙ୍କ ଶିବିର ।ସେହି ପର୍ବତ ଅଟି ବଡ଼ଇ ସୁନ୍ଦରଆଡ଼ ଦୈର୍ଘ୍ୟ ଆୟତନ ଶତେ କ୍ରୋଶ ତାର ।ଚାରିପାଶେ ମେଘନାଦ ପ୍ରାଚୀର ତୋଳାଇପର୍ବତରେ ଦୈତ୍ୟ ଅଛି ନଅର କରାଇ ।ସେ ଗଡ଼ର ଶୋଭା କେହି କଳି ନ ପାରନ୍ତିଅନେକ କୌଶଳେ ଦୈତ୍ୟପୁର ଭ୍ୟାଇଛନ୍ତି ।ସେଇଥି ନିମନ୍ତେ ତାକୁ ନ ପାରନ୍ତି କେହିକେଉଁଠାରେ ରହେ ଦୈତ୍ୟ ନ ଜାଣନ୍ତି କେହି ।ଶ୍ରୀକୃଷ୍ଣଙ୍କ ଦରଶନ ଲାଗି ଦେବଗଣଅସୁରକୁ ଲୁଚି ରାତ୍ରେ ମିଳିଲେ ପାଶେଣ ।ସର୍ବ ଦେବଗଣ ଆସି ପ୍ରଭୁଙ୍କୁ ନମିଲେଧାତାଙ୍କ ଚରଣେ କୃଷ୍ଣ ରାମ ପ୍ରଣମିଲେ ।ଯେତେ ବଳବାନ ଅସ୍ତ୍ର ଥିଲା ଦେବ ପାଶେଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ଆଣିଦେଲେ ହେ ହରଷେ ।ପ୍ରଭୁ ବୋଇଲେ ସକଳ ଦେବତାଙ୍କୁ ଚାହିଁକାଲି ଅସୁର ପୁରକୁ କେହି ଯିବ ନାହିଁ ।ନ ଗଲେକ ନିଶ୍ଚେ କ୍ରୋଧେ ଆସିବ ଅସୁରତୁମ୍ଭଙ୍କୁ ଦଣ୍ଡିଲେ ମୁହିଁ କରିବି ସଂହାର ।ଶୁଣିଣ ଦେବତାଗଣ କଲେ ସନମତଯେଯାହା ରୂପରେ ଯାଇ ହୋଇଲେ ନିଦ୍ରିତ ।ଆରଦିନ ପ୍ରଭାତରୁ ନାରକା ଅସୁରମହୋଦର ଦଇତକୁ ରାଇଲା ପାଶର ।ବୋଇଲା କିମ୍ପାଇ ଦେବତାଙ୍କ ଦେଖା ନାହିଁପ୍ରଭାତରୁ ଧାତା ଆଜ ବେଦ ନ ପଢଇ ।ଯମ କିମ୍ପା ବାଡ଼ି ତାଟି ନ ଖଟେ ମୋହରଇନ୍ଦ୍ରଦେବ ନ ପକାଏ ମୋ ପାଶେ ଚାମର ।ନୃତ୍ୟ ନ କରନ୍ତି ଆସି ଅପସରାଗଣକୁବେର ନ ଜଗେ ଆଜି ମୋ ଭଣ୍ଡାର ପୁଣ ।ସେନାପତି ସଙ୍ଗେ କଥା ହୋନ୍ତେ ନରରାଣଗୁପ୍ତଚର ଏକ ଆସି ମିଳିଲା ପାଶେଣ ।କରଯୋଡ଼ି ଖଣ୍ଡେ ଦୂରକୁ ସେ ଘୁଞ୍ଚିଯାଇମୁଖେ ହସ୍ତ ଦେଇ ଧୀରେ ବଚନ କହଇ ।ବୋଇଲା ମଣିମା କାଲି ନିଶିଥରେ ମୁହିଁପର୍ବତ ତଳରେ ଗୁସ୍ତେ ଘୁରୁଥୁଲି ଯାଇ ।ଆଶ୍ଚର୍ଯ୍ୟ କଥାଏ ସ୍ୱଚକ୍ଷୁରେ ମୁଁ ଦେଖିଛିଜୀବନରେ ପ୍ରଥମେ ମୁଁ ଏହା ଜାଣୁଅଛି ।ପ୍ରତିଦିନ ସେହି ସ୍ଥାନ ଜଗି ରହିଥିଲିକାଉ କୋଇଲି ଗୋଟିଏ ଦେଖୁ ଯେ ନଥିଲି ।ହଠାତ୍ କାଲି ରାତିରେ ସାଗର ସମାନକୋଟି କୋଟି ଜମିଛନ୍ତି ଆସି କାହୁଁ ସୈନ୍ୟ ।ତା ପରେ ନିର୍ଜନ ରାତ୍ରେ ସର୍ବ ଦେବଗଣବଳବାନ ଅସ୍ତ୍ର ଘେନି ମିଳିଲେ ପାଶେଣ ।ଜଣେ ଲୋକ ପାଦତଳେ ସମସ୍ତେ ପଡ଼ିଲେଜ୍ୟୋତିର୍ମୟ ମାରଣାସ୍ତ୍ର ତାକୁ ଦାନକଲେ ।ପୁଣି ଦେବତାଙ୍କୁ ଆଜ୍ଞା ଦେଲେ ସେ ମୁଖରକାଲି କେହି ଯିବ ନାହିଁ ଦଇତର ପୁର ।ଆବର କହିଲା ଦେବତାଙ୍କୁ ଅତ୍ୟାଚାରକଲେ ଦାନବ କରିବ ନିଶ୍ଚେ ଯେ ସଂହାର ।ଚାର ମୁଖୁ ବାର୍ତ୍ତା ପାଇ କ୍ରୋଧେ ଦୈତ୍ୟବରକୁରାଳ ଚକ୍ର ପରାୟ ଚକ୍ଷୁବୁଲେ ତାର ।ମହୋଦର ଦୈତ୍ୟ ମୁଖ ଚାହିଁ ନୃପସାଇଁବୋଲେ ଏହି ମୁହୂର୍ତ୍ତରେ ସ୍ୱର୍ଗେ ଯାଅ ତୁହି ।ସର୍ବ ଦେବତାଙ୍କୁ ଘେନି ଆସି ଚୁଟିଧରିଦେଖିବି ରଖିବ କେଉଁ ବାପା ଆସିକରି ।ଏହା କହି ଦୈତ୍ୟ ରାଗେ ତମ ତମ ହୋଇବୋଲେ ଆଉ ସ୍ବର୍ଗଦେବତାଙ୍କୁ ରକ୍ଷା ନାହିଁ ।ଆଜ୍ଞା ପାଇବା ମାତ୍ରେଣ ମହୋଦର ବୀରସୈନ୍ୟଦଳ ସଙ୍ଗେଘେନି ହୋଇଲେ ବାହାର ।ଆଗ ଯାଇ ବିଧାତାଙ୍କ ପୁରରେ ମିଳିଲାସୈନ୍ୟମାନଙ୍କୁ ପେଶିଣ ତାହାଙ୍କୁ ରାଇଲା ।ରାକ୍ଷସ ଗମନ ଦେଖି ପ୍ରଭୁ ଚକ୍ରଧରଗରୁଡ଼ ପୃଷ୍ଠରେ ବସି ଧାଇଁଲେ ପଛର ।ଯେତେବେଳେ ଧାତାଆସି ରୁକ୍ଷ ପାଶେହେଲେରାଗେ ତମତମ ହୋଇ ମହୋଦର ବୋଲେ ।କିରେ ବ୍ରହ୍ମା ଆଜି କିମ୍ପା ପ୍ରଭାତରୁ ତୁହିବେଦପାଠ କରିବାକୁ ଘରେ ଗଲୁ ନାହିଁ ।ଏଣେ ଲୁଚି ରହିଥାନ୍ତି ପ୍ରଭୁ ଚକ୍ରଧରଦେଖି ଧାତା ନ କରିଲା ଦୈତ୍ୟଙ୍କୁ ଖାତର ।ବିଧାତା ବୋଇଲେ ମହୋଦର ମୁଖ ଚାହିଁଛାର ଅସୁର ପୁରକୁ ଆଉ ଯିବି ନାହିଁ ।ବେଦ ପଢିବାକୁ ରହି ନାହିଁ ମୁଁ ଚାକରଆଉ ଦେବତାଏ କେ ନ ଯିବେ ଦୈତ୍ୟପୁର ।ଶୁଣି ରାଗେ ଜର ଜର ହୋଇ ମହୋଦରବୋଲେ ଚାଲ ଭଲ ଗତି ଥିଲେ ମୋ ସଙ୍ଗର ।ନୋହିଲେ ଯେ ଚୁଟି ଧରି ଘେନିଯିବି ମୁହିଁକେଉଁ ବାପା ସାହସରେ କରୁଛୁ ବଡ଼ାଇ ।ମନାକଲେ ବେଦବର କେଭେ ଯିବି ନାହିଁକିପରି ଜବରଦସ୍ତ ନେବ ଦେଖିବଇଁ ।ପରଜ୍ୱଳି ରାକ୍ଷସ ଯେ ଖଡ଼୍ଗ ଚମକାଇସୈନ୍ୟଙ୍କୁ ବୋଇଲଶ ମୁଛ ଧରି ଆଣ ଯାଇ ।ସେ ତ ସ୍ୱଭାବେ ଅସୁର ତାଙ୍କ ବୁଦ୍ଧି ନାହିଁମୁଛ ଧରିବା ପାଇଁକି ଗଲେ ସେହୁ ଧାଇଁ ।ରାକ୍ଷସର କ୍ରୋଧ ଦେଖି ଡାକେ ବେଦବରକେଣେ ଅଛ ଏ ବିପଦୁ ପ୍ରଭୁ ରକ୍ଷାକର ।ଜଗତ କରତା ପ୍ରଭୁ ଉଭା ହୋଇଥିଲେକ୍ରୋଧେ ରାକ୍ଷସ ଉପରେ ବାଣ ବରଷିଲେ ।ଯେଉଁ ଋକ୍ଷସୈନ୍ୟ ଧାତା ପାଶେ ଥିଲା ଯାଇମୁଛକୁ ହାତ ବଢାନ୍ତେ ପଡ଼ିଲା ସେ ଶୋଇ ।ମରିଗଲି ମରିଗଲି ଶବଦ କରିଲାସେ ଶବଦ ଶୁଣି ମହୋଦର ଧାଇଁଗଲା ।ଦେଖିଲି ପଡ଼ିଛି ସୈନ୍ୟ ରକ୍ତେ ଜରଜରକିଏରେ କିଏରେ ବୋଲି କମ୍ପାଏ ଅଧର ।ଆରେ ଶୃଗାଳ ସିଂହର କରୁଅଛୁ ବାଦନିଶ୍ଚୟ ପଡ଼ିଲା ଆସି ତୋରି ପରମାଦ ।ବଳରାମ ମହାପ୍ରଭୁ ସହି ନ ପାରିଲେଲଙ୍ଗଳ ଧରିଣ ଦେବ ଆଗେ ଉଭା ଦେଲେ ।ନିର୍ଘାତେ ଲଙ୍ଗଳ ଧରି ରେବତୀ ରମଣପିଟିଲେ ରାଗେ ବୁଲାଇ ସୈନ୍ୟ ଉପରେଣ ।ସେ ପ୍ରହାର ଘାତେ ଦୈତ୍ୟ ରେରେକାର କରିନାସିକାରୁ ରୁଧିର ତା ପଡ଼ଇ ବାହାରି ।ରାକ୍ଷସର ପାଶେ ଲକ୍ଷ ଲକ୍ଷ ସୈନ୍ୟ ଥିଲେକ୍ରୋଧେ ଅନ୍ତ୍ର ଧରି ଘୋର ରଣ ଆରମ୍ଭିଲେ ।ସ୍ୱୟଂ ଅନନ୍ତ ମୂରତି ଧରି ହଳଧରଲଙ୍ଗଳେ ପିଟି ଅସୁର କରିଲେ ସଂହାର ।ଯାଦବ ସୈନ୍ୟ ସକଳେ କରେ ଧନୁ ଧରିଅପ୍ରମିତ ବାଣମାନ ବିନ୍ଧନ୍ତି ଓଟାରି ।ନିମିଷକ ମଧ୍ୟେ ଯେତେ ଦୈତ୍ୟ ସୈନ୍ୟ ଥିଲେଏକା ହଳଧର ସମସ୍ତଙ୍କୁ ବିନାଶିଲେ ।ସୈନ୍ୟ ଧ୍ୱଂସ ହେବା ଯହୁଁ ଦେଖିଲା ଅସୁରକ୍ରୋଧେ ଆଗଭରହୋଇ ହୋଇଲା ବାହାର ।ଯାଦବମାନଙ୍କ ତେଜ କେ ପାରିବ କହିରଣଘାତେ ଦଲ ଦଲ ମେଦିନୀ କମ୍ପଇ ।ତେତ୍ରିଶେକୋଟି ଦେବତା ଏକମେଳି ହୋଇଅପ୍ରମିତ ରଣ ଦେଖୁଥାନ୍ତି ହର୍ଷେ ରହି ।ବଳରାମଙ୍କର କ୍ରୋଧ ବଢ଼ଇ ଅପାରଯେ ଆଗେ ପଢଇ ତାକୁ କରନ୍ତି ସଂହାର ।ରକତରେ ସ୍ବରଗରେ ନଦୀ ଯାଏ ବହିଚଣ୍ଡୀ ଚାମଣ୍ଡାଏ ମିଳି ଯାଉଥାନ୍ତି ପିଇ ।ରଟମଟ କଟମଟ କିଳିକିଳା ନାଦକରିଣ ଯୋଗିନୀଗଣ ଖାଆନ୍ତି କବନ୍ଧ ।ଏଣେ ମହୋଦର ସଙ୍ଗେ ପ୍ରଭୁ ହଳଧରବିଶ୍ବ ମୂରତି ଧରିଣ କରନ୍ତି ସମର ।ମାୟାବୀ ଅସୁର ଜାଣେ ରଣ କଉଶଳଚାହୁଁ ଚାହୁଁ କାୟା ବିସ୍ତାରିଲା ଅନର୍ଗଳ ।ମର୍ତ୍ତ୍ୟେ ପାଦ ଆକାଶରେ ଲାଗେ ତାର ଶିରଚନ୍ଦ୍ର ସୂର୍ଯ୍ୟ ଦିବସରେ ହୋଇଲେ ଅନ୍ଧାର ।ଦେଖିଣ ଯାଦବ ସୈନ୍ୟ ହଟି ପଳାଇଲେଦେବତାଗଣ ଭୟରେ ଥରହର ହେଲେ ।ଗରୁଡ଼ ପୃଷ୍ଠରେ ଜଗନ୍ନାଥ ରହିଥିଲେଜ୍ୟେଷ୍ଠ ଭ୍ରାତାଙ୍କର ରଣ ପ୍ରଭୁ ଦେଖୁଥିଲେ ।ଅସୁର କରିଲା ମାୟା ଜାଣି ଚକ୍ରଧରବୋଇଲେ ଗରୁଡ଼ ଶୀଗ୍ର ହୁଅସି ଅନ୍ତର ।ଦେବୀଙ୍କୁ ନେଇଣ ରୁହ ନିରାପଦ ସ୍ଥାନରଣକ୍ଷେତ୍ରକୁ ମୁଁ କରୁଅଛି ଯେ ଗମନ ।ଏତେ କହି ଦେବ ହରି ଚକ୍ର କରେ ଧରିନନ୍ଦିଘୋଷ ରଥେ ବାହାରିଲେ ଦଇତ୍ୟାରି ।ଆଜ୍ଞା ଦେଲେ ସୁଦର୍ଶନେ କମଳା ରମଣଶୀଘ୍ର ଏହି ଦଇତର ମୁଣ୍ଡକୁ ତୁ ହାଣ ।କହିବା ମାତ୍ରକେ ଚକ୍ର ଶୂନ୍ୟେ ଚଳିଗଲାପ୍ରତାପୀ ଅସୁର କାନ୍ଧ ଉପରେ ପଡ଼ିଲା ।ଘୋର ରଡ଼ିକରି ଦୈତ୍ୟ ଦୁଇଫାଳ ହୋଇଭୂମି ଉପରେ ପଡ଼ିଲା ରକ୍ତ ଯାଏ ବହି ।ଶେଷ ଗରଜନେ ତାର କମ୍ପିଲା ତ୍ରିପୁରପାତାଳରେ ବାସୁକି ହୋଇଣ ଥରହର ।ନାରକା ଅସୁର ପୁର ମଧ୍ୟେ ରହିଥିଲାମହୋଦର ମୃତ୍ୟୁ ରଡ଼ି ତା କାନେ ବାଜିଲା ।ବସିବା ଆସ୍ଥାନୁ ଢଳି ପଡ଼ିଲା ଅସୁରମହୋଦର ଗୁଣ ସ୍ମରି କାନ୍ଦେ ଦୈତ୍ୟବରଏତେକାଳ ହେଲା ମୁହଁ ଥିଲି ନିର୍ବିଘ୍ନରେ ।କାହୁଁ ଏ ଅଜାତ ଶତ୍ରୁ ମିଳିଲା ଏଠାରେ ।ଏହା କହି ଦୈତ୍ୟ ଅସ୍ତ୍ର ଧରି ବାହାରଇସମସ୍ତ ସୈନ୍ୟ ତା ସଙ୍ଗେ ଥାଆନ୍ତି ଗୋଡ଼ାଇ ।ଦିବ୍ୟବେଶ ହୋଇ ରଥେ ବସେ ଦୈତ୍ୟବରଗରଜନ କରି ମିଳେ ଶ୍ରୀକୃଷ୍ଣ ପାଶର ।ବୋଇଲାରେ ମୂର୍ଖ ତୋର ଇଷ୍ଟ ଚିନ୍ତାକରଅଳପ ସମୟ ମଧ୍ୟେ ଯିବୁ ଯମପୁର ।ଏହା କହି ଦୈତ୍ୟବୀର ବିଶ୍ୱମୂର୍ତ୍ତି ଧରିଆକାଶ ପାତାଳଯାଏ ଅଛି ଏ ବିସ୍ତାରି ।ତାର ଭୟେ ପବନ ଯେ ବହି ନ ପାରଇନିଃଶ୍ବାସଘାତେ ପର୍ବତେ ଲେଉଟି ପଡ଼ଇ ।ନାରକାର ଭୟଙ୍କର ମୂର୍ତ୍ତି ଦେଖି ଦେବଭାବନ୍ତି ସରଗପୁର ଆଉ ନ ରହିବ ।ଦେବଙ୍କ ବିକଳ ଦେଖି ପ୍ରଭୁ ଦାମୋଦରଦୈତ୍ୟଠାରୁ ବେଶୀ କାୟା କରିଲେ ବିସ୍ତାର ।ବିନତାର ନନ୍ଦନ ଯେ ଉଭା ହୋଇଥିଲାପ୍ରଳୟଙ୍କର ମୂରତି ଧରିଣ ଧାଇଁଲା ।ତାର ପକ୍ଷଘାତେ ଗଛ ପତର ଉଡ଼ିଲାଉଡ଼ନ୍ତା ପକ୍ଷୀଏ ମରି ତଳରେ ପଡ଼ିଲା ।ପ୍ରଚଣ୍ଡ ରାଗେ ବିନତାସୁତ ଧାଇଁ ଯାଇଅସୁର ମୁତୁଟ ଥଣ୍ଟେ ଦେଲା ଫୋପାଡ଼ଇ ।ବେଳୁଁ ବେଳ ସମର ଯେ ହୋଇଲା ପ୍ରଖରଏକୁ ଏକ ବଳି ଶୋଭା ଦୁଇ ପକ୍ଷଙ୍କର ।ମାୟାବୀ ଅସୁର ବହୁ ମାୟା ଆରମ୍ଭଇଏ ତ ମାୟାଧର ପ୍ରତି ମାୟା ଯେ କରଇ ।ଦେଖିଣ ଦେବତା ଆଉ ଯାଦବ ସଇନବୋଲନ୍ତି ଧନ୍ୟ ଧନ୍ୟ ହେ ଦେବକୀ ନନ୍ଦନ ।ଧନ୍ୟରେ ବିନତାସୁତ ଧନ୍ୟ ଅଟୁ ତୁହିତା ନୋହିଲେ ବିଷ୍ଣୁ ଯାନ ନ ଥାନ୍ତୁ ତୁ ହୋଇ ।ଏହିପରି ପ୍ରଶଂସା କରନ୍ତି ଦେବେ ରହିଦୂରେ ସତ୍ୟଭାମା ଦେବୀ ଦେଖୁଥାନ୍ତି ଥାଇ ।ମନେ ଭାବନ୍ତି ମୋ ସ୍ୱାମୀ ସାମନ୍ୟ ନୁହନ୍ତିମୋଠାରୁ ସଂସାରେ କେହି ନାହିଁ ଭାଗ୍ୟବତୀ ।ସ୍ୱୟଂ ବ୍ରହ୍ମାଣ୍ଡ କରତା ପ୍ରାଣନାଥ ମୋରଧନ୍ୟ ମୋର ପିତା ମାତା ଦେଲେ ପ୍ରଭୁକର ।ଆଶ୍ଚର୍ଯ୍ୟ ହୋଇଣ ସର୍ବ ଦେବତା ଦେଖନ୍ତିଅନାଦି ନିରଞ୍ଜନକୁ ସ୍ତୁତି ଯେ କରନ୍ତି ।ଏଣେ ଦୈତ୍ୟ ବେଳୁବେଳ କାୟା ବିସ୍ତାରଇଯେତେ ଶର ଯାଏ ସବୁ ଗର୍ଭକୁ କ୍ଷେପଇ ।ଯେତେ ବାଣ ଥିଲା ପ୍ରଭୁ ସବୁ ସଂହାରିଲେପ୍ରକାଣ୍ଡ ଦୈତ୍ୟକୁ କେଭେ ମାରି ନପାରିଲେ ।ବଳରାମ ଆଦି ଯେତେ ଯାଦବ ସଇନରଣତେଜି ସର୍ବେ ହୋଇଗଲେ ଯେ ମଉନ ।ରାଗେ ଜର୍ଜର ହୋଇଣ ଥାନ୍ତି ଜଗନ୍ନାଥଏକମାତ୍ର ଗରୁଡ଼ ଯେ ତାହାଙ୍କର ସାଥ ।ସୁନତା ସୁତର ରଣ କୌଶଳ ଅଦ୍ଭୁତଦେଖି ଅସୁର ମନେ ମନେ ହୁଏ ଭୀତ ।ଖଗେ ଅସୁରର ଦେହ ଝିଙ୍କି ପକ୍ଷୀବରଅସ୍ତବ୍ୟସ୍ତ କରେ ଦେହୁ ଗଳଇ ରୁଧିର ।ଯେତେ ବାଣ ବିନ୍ଧେ ଦେତ୍ୟ ଗରୁଡ଼ ଉପରଗଳି ପଡ଼ଇ ମେଲାଇ ଝାଡ଼ିଦ୍ୟନ୍ତେ ପର ।ଏଣେ ଭୈରବୀ ମୂରତିଧରି ଚକ୍ରଧରଚତୁର୍ଭୁଜ ହୋଇ ପ୍ରଭୁ କରନ୍ତି ସମର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କାୟା ଅଛି ଘୋଟିଗଳଇ ରୁଧିର ବାସୁକିର ନାସା ଫାଟି ।ଯହୁଁ ବିକଳରେ ସ୍ତୁତି କଲା ବସୁମତୀଶୂନ୍ୟରେ ଉଡ଼ିଣ ପ୍ରଭୁ ବାଣ ବରଷନ୍ତି ।ବାଣ ମାରି ଯହୁଁ ପ୍ରଭୁ ଆକ୍ରାନ୍ତ ହୋଇଲେସୁଦର୍ଶନକୁ ଚାହିଁଣ ପ୍ରଭୁ ଆଜ୍ଞା ଦେଲେ ।ବୋଇଲେ ତୁରନ୍ତି ରାକ୍ଷସର କାଟ ଶିରଶୁଣିଣ ଚକ୍ର ଚଳିଲା ପ୍ରଚଣ୍ଡ ତେଜର ।ବିଜୁଳି ଭଳି ଯାଇଣ ରାକ୍ଷସର ଗଳେପଡ଼ିଲା ଗଣ୍ଡି ମୁଣ୍ଡ ତା ଦୁଇଫାଳେ ।କରି ଘୋର ଗରଜନ ପ୍ରକାଣ୍ଡ ଅସୁରଭୂମି ଉପରେ ପଡ଼ିଲା ଗଳଇ ରୁଧିର ।ଚଣ୍ଡୀ ଚାମଣ୍ଡାମାନେ ସେ ଚାହିଁ ରହିଥିଲେରାକ୍ଷସ ପଡ଼ିବା ମାତ୍ରେ ସର୍ବେ ଘେନିଗଲେ ।ଦାନବର ନାଶ ଦେଖି ସର୍ବ ଦେବଗଣଶ୍ରୀକୃଷ୍ଣଙ୍କ ନିକଟରେ ମିଳିଲେ ତକ୍ଷଣ ।ବିଧାତା ବୋଲନ୍ତି ସ୍ତବ କର ସର୍ବେ ମିଳିନୋହିଲେ ଏ ରୂପେ ପ୍ରଭୁ ଦେବ ସବୁ ଜାଳି ।ଭୈରବ ମୂରତି ଏ ଯେ ସାମାନ୍ୟ ନୁହଇଯେ ପଡ଼ିବ ପ୍ରଭୁ ଆଗେ ଜଳିଯିବ ସେହି ।ବଳରାମ ଆଦି ସାତ ଯଦୁବଂଶ ବୀରସତ୍ୟଭାମା ଦେବୀ ଭୟେ ହୋନ୍ତି ଥରହର ।ଦେବତାଙ୍କ ମେଳେ ସର୍ବେ ଏକମେଳ ହୋଇଶ୍ରୀଜଗନ୍ନାଥଙ୍କୁ ସ୍ତବ କରନ୍ତି ତୁହାଇ ।ଜୟ ଜୟ ନାରାୟଣ ଜଗତ ତାରଣଜୟ ଜୟ ଜଗନ୍ନାଥ ପତିତ ରକ୍ଷଣ ।ଜୟ ଜୟ ଜଗନ୍ନାଥ ଅରକ୍ଷ ରକ୍ଷଣଜୟ ଜୟ ଜଗନ୍ନାଥ ଦୁଃଖ ବିମୋଚନ ।ଜୟ ଜୟ ଜଗନ୍ନାଥ ଅଗତିର ଗତିଜୟ ଜୟ ଜଗନ୍ନାଥ ଖଣ୍ଡୁ ତୁ ବିପତ୍ତି ।ଜୟ ଜୟ ଜଗନ୍ନାଥ ସୃଷ୍ଟିର କରତାଜୟ ଜୟ ଜଗନ୍ନାଥ ସର୍ବ ପିତା ମାତା ।ଜୟ ଜୟ ଜଗନ୍ନାଥ ଦେବ ଦୁଃଖ ହରଜୟ ଜୟ ଜଗନ୍ନାଥ ଏରୂପ ନିବାର ।ଏରୂପେ ଦେବତାଗଣ ଯହୁଁ ସ୍ତୁତି କଲେଭକତ ବାନ୍ଧବ ପଅଭୁ କର୍ଣ୍ଣରେ ଶୁଣିଲେ ।ତକ୍ଷଣେ ଭୈରବ ମୂର୍ତ୍ତି ତେଜି ନରହରିଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଧରି ।ଗରୁଡ଼ ବାହନେ ବିଜେ କରି ଚକ୍ରଧରପ୍ରବେଶ ହୋଇଲଷ ଆସି ଦେବଙ୍କ ଆଗର ।ଦିବ୍ୟ ରୂପ ପ୍ରଭୁଙ୍କର ଦେଖି ଦେବଗଣତାହାଙ୍କ ପଦ୍ମ ପାଦରେ ପଶିଲେ ଶରଣ ।ଉଠି ମୋର ପ୍ରିୟ ଦେବ ନିଶ୍ଚିନ୍ତରେ ରୁହପ୍ରତାପୀ ଅସୁର ଆଜି ହୋଇଗଲା କ୍ଷୟ ।କିନ୍ତୁ ଆମ୍ଭେମାନ ଆଗ ପଛ ନ ବିଚାରିଦୁର୍ଦ୍ଦାନ୍ତମାନଙ୍କୁ ବର ନ ଦେବ ଏପରି ।ଶୁଣିଣ ସର୍ବ ଦେବତା ଆନନ୍ଦ ହୋଇଲେସ୍ୱର୍ଗପୁରକୁ ପ୍ରଭୁଙ୍କୁ ନିମନ୍ତ୍ରଣ କଲେ ।ଯିବେ ବୋଲି ଦେବଗଣେ ପ୍ରଭୁ ଆଜ୍ଞାଦେଲେପୁଣି ଯାଦବମାନଙ୍କୁ ଶ୍ରୀହରି ବୋଇଲେ ।ଜ୍ୟେଷ୍ଠ ଭ୍ରାତାଙ୍କ ସଙ୍ଗରେ ଯାଅ ନିଜ ପୁରଆମେ ଅଳପ ଦିନରେ ପ୍ରବେଶିବୁ ଘର ।ଗରୁଡ଼କୁ ବୋଇଲେ ତୁ ଯାଦବଙ୍କୁ ନିଅଛାଡ଼ି ଦ୍ବାରକାରେ ସ୍ୱର୍ଗେ ଆସ ବୈନତେୟ ।ଗରୁଡ଼ ପୃଷ୍ଠେ ସକଳ ଯାଦବ ବସାଇଯିବା ପାଇଁ ସ୍ୱର୍ଗେ ସଜ ହେଲେ ଭାବଗ୍ରାହୀ ।ସେତେବେଳେ ପରିଯନ୍ତେ ପ୍ରଭୁ ଚକ୍ରଧରଖୋଜି ନାହାନ୍ତି ଯେ ସତ୍ୟଭାମାକୁ ତାଙ୍କର ।ଖଣ୍ଡେ ଦୂରେ ନନ୍ଦିଘୋଷେ ବସି ଚାନ୍ଦମୁହୀଁଢାଳୁଛନ୍ତି ନୀର ବର୍ଷା ପରି ଯାଏ ବହି ।କାନ୍ଦି କାନ୍ଦି ଚାନ୍ଦମୁଖ ପଡ଼ିଲାଣି କାଳିଅଭିମାନେ ନାସା ମୁଖ ଯାଇଛି ମଉଳି ।ଯେତେବେଳେ ଜଗନ୍ନାଥ ରଥକୁ ଉଠିଲେଦେବୀକୁ ଦେଖିଣ ପ୍ରଭୁ ଆଶ୍ଚର୍ଯ୍ୟ ହୋଇଲେ ।ବୋଇଲେ କିମ୍ପାଇଁ କାନ୍ଦୁଅଛ ଚାନ୍ଦମୁହୀଁଦେଖିଅଛ କେତେ ବଡ଼ ରଣେ ଥିଲି ରହି ।ଆସ ପ୍ରିୟେ ମନୁ ଅଭିମାନ ପରିହରସଦାକାଳେ ବନ୍ଧା ମୁହିଁ ତୁମ୍ଭରି ପାଖର ।ଦେଖି ଦେବୀ ସବୁ ନାରୀଠାରୁ ମୁଁ ତୁମ୍ଭଙ୍କୁଅଧିକ ଭଲ ପାଇଣ ଆସିଲି ସ୍ବର୍ଗକୁ ।ଦଣ୍ଡେ ନ ଦେଖିଲେ ଚନ୍ଦ୍ର ବଦନ ତୁମ୍ଭରଶତେ ଯୁଗ ପରି ମୋତେ ଲାଗେ ନିରନ୍ତର ।ଏତେ କହି କୋଳେ ଧରି ଗଣ୍ଡେ ଚୁମ୍ବଦେଇଆଲିଙ୍ଗନ କରି ଲୁହ ପୋଛନ୍ତି ମାଧୋଇ ।ବୋଇଲେ ମୋ ରାଣ ଅଭିମାନ ପରିହରନ କହିଲେ ଗୀର ସ୍ନେହ ନାହିଁ ମୋହଠାରେ ।ଯହୁଁ ରାଣ ପକାଇଲେ ପ୍ରଭୁ ଚକ୍ରଧରଅଭିମାନ ତେଜି ଗୋରୀ ଭାଷିଲେକ ଗୀର ।ବଡ଼ କପଟିଆ ତୁମ୍ଭେ ଜାଣେ ଭଲ କରିଏତେବେଳକେ ମୁଁ ମନେ ପଡ଼ିଲି ତୁମ୍ଭରି ।ଭଣ୍ଡିବା ପାଇଁକି ମୋତେ କହୁଛ ଭୁଲାଇସମସ୍ତଙ୍କ ପରେ ଦାସୀ ପାଶେ ଆସ ଧାଇଁ ।ଡର ମାଡୁଅଛି ଦେଖି ସେ ଅସୁରଟାକୁତାହାଠାରୁ ବଳି ପୁଣି ଦେଖିଲି ତୁମ୍ଭଙ୍କୁ ।ସମସ୍ତ ଦେବତା ସ୍ତବ ନ ଥିଲେ ଯେ କରିବର୍ତ୍ତମାନ ଦେଇଥାନ୍ତ ସମସ୍ତଙ୍କୁ ମାରି ।ଅତି ବିକଟାଳ ରୂପ ଗୋଟା ଥିଲି ଧରିଏଡ଼େ ସୁନ୍ଦର ରୂପକୁ କେଣେ ଗୋପ୍ୟକରି ।ହସି ହସି ଗେଲେଇ କହନ୍ତି ଚକ୍ରଧରସେପରି ନ ହେଲେ ମରି ନ ଥାନ୍ତା ଅସୁର ।ଦେଖିଛ ତ କେଡ଼େ ବନ ମାୟା ବିସ୍ତାରିଲାଦେବତା ମାନବ ମଧ୍ୟେ ଚହଳ ପଡ଼ିଲା ।ମୁଁ ନ ଧରିଥିଲେ ବିଶ୍ୱ ରୂପ ଗୋ ସୁନ୍ଦରୀଦୈତ୍ୟ ମୋତେ ମାରିତତେ ନେଇଥାନ୍ତା ହରିଶୁଣିଣ ଦେବୀଙ୍କ ମନେ ପରତେ ହୋଇଲାପଦ୍ମପାଦ ତଳେ ସତୀ ପ୍ରଣିପାତ ହେଲା ।ବୋଲେ ବଡ଼ ସଉଭାଗୀ ନାରୀ ଅଟେମୁହିଁବର ମାଗେ କ୍ଷଣେ ନ ଛାଡ଼ିବ ଭାବଗ୍ରାହୀ ।ଏଣେ ନ ଦେଖିଲେ ତବ ଚନ୍ଦ୍ରମା ବଦନକୋଟି ଯୁଗ ପରି ମୋତେ ଲାଗେ ପ୍ରାଣଧନ ।ଠାକୁର ବୋଲନ୍ତି ଦିନେ ସତ୍ୟ ଅଛି କରିଗଳାର ହାର ମୋହର ଅଟୁ ରେ ସୁନ୍ଦରୀ ।ଏହିପରି ସତ୍ୟଭାମା ମନକୁ ମୋହିଲେସ୍ୱରଗ ପୁରରେ ଯାଇ ପ୍ରବେଶ ହୋଇଲେ ।ଦେବତାଙ୍କୁ ସଙ୍ଗେ ଧରି ପ୍ରଭୁ ଚକ୍ରଧରନାରକା ଅସୁର ପୁରେ ହୋଇଲେ ହାଜର ।ଅସୁର ରାଜାର ଥିଲା ଗୋଟିଏ କୁମରଭଗଦତ୍ତ ବୋଲି ନାମ ଅଟଇ ତାହାର ।ବିଷ୍ଣୁଅଂଶେ ଅବତାର ହୋଇଅଛି ସେହିସର୍ବଦା ଅନ୍ତରେ ଥାଏ ଶ୍ରୀକୃଷ୍ଣଙ୍କୁ ଧ୍ୟାୟି ।ତା ଅନ୍ତର କଥା ଜାଣି ପ୍ରଭୁ ଚକ୍ରଧରକରାଇଲେ ରାଜା ତାକୁ ବକୁଳ ବନର ।ଆହୁରି ମଧ୍ୟ ଦେଖିଲେ ଷୋଳସସ୍ର ବାଳୀଅତ୍ୟନ୍ତ ସୁନ୍ଦରୀ ସେ ଯେ ଏକୁ ଏକ ବଳି ।କାରାଗାରେ ରଖି୍ଅଛି ତାକୁ ଦୈତ୍ୟବରଲକ୍ଷେ ପୂରିଥିଲେ ହୋଇଥାନ୍ତା ବିଭାଘର ।ଶ୍ରୀକୃଷ୍ଣଚନ୍ଦ୍ରକୁ ଯହୁଁ କନ୍ୟାଏ ଦେଖିଲେବିକଳ ହୋଇଣ ସର୍ବେ କ୍ରନ୍ଦନ କରିଲେ ।କେ ବୋଲେ ଅମୁକ ରାଜା କନ୍ୟା ମୁଁ ଅଟିପିତା ବଂଶ ନାଶି ମୋତେ ଆଣିଲା ଛଡ଼ାଇ ।ଯେତେ କନ୍ୟ ରଖିଥିଲା ନାରକା ଅସୁରସରବେ ରାଜାର କନ୍ୟା ପୁଣି ଯେ ଋଷିର ।ତାହାଙ୍କୁ ପ୍ରଭୁ ବୋଇଲେ ଚାଲ ସଙ୍ଗେ ମୋରରାଜପୁତ୍ରେ ଖୋଜି କରିଦେବି ବିଭାଘର ।ଶୁଣି କନ୍ୟାଏ ବୋଇଲେ ଆମ୍ଭେ ଯିବୁ ନାହିଁଏହିଠାରେ ପଚିସଢ଼ି ମରିବୁ ହେ ସାଇଁ ।ସତ୍ୟଭାମାଙ୍କ ଚରଣ ଧରିଣ ବୋଲନ୍ତିତବ ପାଦ ସେବିବାକୁ ରଖ ଆହେ ସତୀ ।ନିତି ଦର୍ଶନ କରିବୁ ନୀଳାଦ୍ରି ପୟରଏତିକି ମାତର ଭିକ୍ଷା ଅଟଇ ଆମ୍ଭର ।କନ୍ୟାଙ୍କ ବିକଳ ଦେଖି ଶ୍ରୀକୃଷ୍ଣଙ୍କ ନାରୀଆକୁଳେ ଆସି କହନ୍ତି ପ୍ରଭୁ ପାଦ ଧରି ।ନାରୀଙ୍କର ମନକଥା ନାରୀଏ ଜାଣନ୍ତିଭାବିଲେ ମୋ ସ୍ବାମୀ ରୂପେ ଭୋଳ ହେଉଛନ୍ତି ।ରଖ ପ୍ରଭୁ ପାଦେ ଦାସୀ କରିଣ କନ୍ୟାଙ୍କୁସେମାନେ ହୋ ରାଜକନ୍ୟା ବିଭା ହୁଅ ତାଙ୍କୁ ।ସେ ତ ଅନ୍ତର୍ଯ୍ୟାମୀମ ନାଥ ଜାଣନ୍ତି ସକଳସତ୍ୟଭାମା ମନ ବିନୁଥିଲେ ଆଦିମୂଳ ।ଲୋକେଦେଖାଣିଆ କହି କହନ୍ତି ଶ୍ରୀହରିଭାବେ କାଳେ ମନ କଷ୍ଟ ହୋଇବ ତୁମ୍ଭରିସତ୍ୟଭାମା ବୋଲନ୍ତି ମୁଁ ଜାଣେ ଭଲକରି ।ଷୋଳ ହଜାର ଗୋପୀଙ୍କୁଷୋଳ ସସ୍ର ହରିପୁଣି ଦ୍ୱାରକାରେ ଅଷ୍ଟ ପାଟବଂଶୀ ପୁରେବିହରନ୍ତି ଅଷ୍ଟସ୍ବାମୀ ନିତି ପଲଙ୍କରେ ।ଶୁଣିଣ ହସିଲେ ପ୍ରଭୁ କର କର ହୋଇବୋଇଲେ ଅସଲ କୃଷ୍ଣ ସତ୍ୟଭାମା ସାଇଁ ।କନ୍ୟାମାନଙ୍କୁ ନିକଟେ ରାଇ ଚକ୍ରଧରଆଉଁସିଲେ ଷୋଳସସ୍ର ବାଳିଙ୍କୁ ଯେ କର ।ସେହି କର ସ୍ପର୍ଶେ ସର୍ବେ ଥିଲେ ଭୋଳ ହୋଇଦେଖିଲେ ସଭିଏଁ ଜଣେ ଜଣେ କୃଷ୍ଣ ପାଇ ।ମିଳି ଦେବଗଣ କଲେ ବିଭା ଆୟୋଜନକନ୍ୟାକୁ ଶ୍ରୀକୃଷ୍ଣ କରେ କରିଲେ ପ୍ରଦାନ ।ଷୋଳସସ୍ର ଦେବଗଣ ହେଲେ କନ୍ୟାକର୍ତ୍ତାପୁରୋହିତ ହୋଇ ବିଭା କରିଲେ ବିଧାତା ।ବୃହସ୍ପତି ଜଉତିଷ କାର୍ଯ୍ୟ ତୁଲାଇଲେସ୍ୱୟଂ ଯୋଗମାୟା ଅନ୍ନ ବ୍ୟଞ୍ଜନ ରାନ୍ଧିଲେ ।ମୁକୁଟ ଚନ୍ଦନ ଚନ୍ଦ୍ର ଦେବ ଯେ ଯୋଗାଇଦୀପାବଳି କାର୍ଯ୍ୟ କଲେ ଇନ୍ଦ୍ର ସୂର୍ଯ୍ୟ ଦୁଇ ।ମହା ଆଡ଼ମ୍ବରେ ହେଉଅଛି ବିଭାଘରଇନ୍ଦ୍ରାଣି ସଙ୍ଗତେ ସ୍ୱର୍ଗ ନାରୀ ଯେ ହାଜର ।ଅର୍ଘ୍ୟ ବନ୍ଦାପନା କରି ହୁଳହୁଳି ଦେଲେଦିଗପାଳଗଣ ମିଳି ବାଦ୍ୟ ବଜାଇଲେ ।ଏହିରୂପେ କନ୍ୟା ବିଭା ହୋଇଲେ ଶ୍ରୀହରିପୁଷ୍ପକ ଯାନେ ବସିଲେ ଷୋଳସସ୍ର ନାରୀ ।ନାରଦ ତାହାଙ୍କୁ ନେଇ ଦ୍ୱାରକା ଚଳିଲେସତ୍ୟଭାମା ସଙ୍ଗେ ପ୍ରଭୁ ସ୍ୱର୍ଗପୁର ଗଲେ ।ଦେବେ ଅଭ୍ୟର୍ଥନା କରି ଶ୍ରୀକୃଷ୍ଣଙ୍କୁ ନେଲେନାରୀଗଣ ସତ୍ୟଭାମା ଦେବୀଙ୍କୁ ବନ୍ଦିଲେ ।ମଘବା ପୁରେ ରହିଲେ ପ୍ରଭୁ ଚକ୍ରଧରଶଚି ରଖିଲଷ ଯେ ସତ୍ୟଭାମାଙ୍କୁ ପାଶର ।ଏହାପରେ ଯେଉଁ କାଣ୍ଡ ହେଲା ସ୍ୱର୍ଗପୁରଅପର ଛାନ୍ଦରେ ଶୁଣିବ ହେ ସୁଜ୍ଞ ନର ।ପ୍ରକାଣ୍ଡ ଦଇତ ମଲା ସ୍ୱର୍ଗ ଶାନ୍ତ ହେଲାଦେବତାଗଣଙ୍କ ମନ ଆନନ୍ଦ ହୋଇଲା ।ଷୋଳସସ୍ର ରାଜକନ୍ୟା ହେଲେ ଯେ ଉଦ୍ଧାରକେଡ଼େ ଭାଗ୍ୟବତୀ ପ୍ରଭୁ କରିଲେ ସେ ବର ।ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ବିଧାନଶୁଣିଲା ଜନର ପାପ କରେ ବିମୋଚନ ।ଶ୍ରୀଗୁରୁ ଅଚ୍ୟୁତାନନ୍ଦ ଯାହା ଥିଲେ କହିତାଙ୍କ ପାଦ ଧ୍ୟାୟି କ୍ଷେତ୍ରମୋହନ ଲେଖଇ ।ପାରିଜାତ ପୁଷ୍ପ ନିମିତ୍ତେ ରୁକ୍ମିଣୀ ଓ ସତ୍ୟଭାମାଙ୍କ ମଧ୍ୟରେ ବିବାଦ ଓଇନ୍ଦ୍ର ରାଜାର ଦର୍ପ ଧ୍ୱଂସଶୁଣ ଆହେ ସୁଜ୍ଞଜନେ ଦେଇ ମନକର୍ଣ୍ଣକହିବି ମୁଁ ପାରିଜାତ ହରଣ ବିଧାନ ।ତାରକାସୁରକୁ ମାରି ପ୍ରଭୁ ଚକ୍ରଧରଷୋଳସସ୍ର ରାଜକନ୍ୟା କରିଲେ ଉଦ୍ଧାର ।ତା'ପରେ ସର୍ବଦେବତା ନିମନ୍ତ୍ରଣ କରିସ୍ୱଗପୁରକୁ ନେଲେ ପ୍ରଭୁଙ୍କୁ ହକାରି ।ସତ୍ୟଭାମା ଦେବୀ ଏକା ପ୍ରଭୁ ପାଶେ ଥାନ୍ତିଯୁଦ୍ଧ ସାରି ଯାଦବ ଦ୍ୱାରକା ଫେରିଛନ୍ତି ।ସତ୍ୟଭାମା ପ୍ରଭୁଙ୍କର ଅତି ପ୍ରିୟବତୀଅଷ୍ଟପାଟବଂଶୀଠାରୁ ସୁନ୍ଦର ସେ ଅତି ।ଇନ୍ଦ୍ରରାଜାର ପୁରରେ ରହିଲେ ଶ୍ରୀହରିଶଚୀଦେବୀ ପୁରେ ସତ୍ୟଭାମା କେ ହକାରି ।ଦେବଗଣଙ୍କ ଆନନ୍ଦ କହିଲେ ନ ସରେସ୍ୱୟଂ ବଇକୁଣ୍ଠ ନାଥ ଛନ୍ତି ସ୍ବର୍ଗପୁରେ ।ଶଚୀଦେବୀ ପୁରେ ଥାନ୍ତି ଶ୍ରୀବିଷ୍ଣୁଙ୍କ ନାରୀରମ୍ଭା ମେନକା ଉର୍ବଶୀ ଯାନ୍ତି ନୃତ୍ୟକରି ।ତାଙ୍କ ନୃତ୍ୟେ ତୃପ୍ତ ହୋଇଥାନ୍ତି କୃଷ୍ଣନାରୀଦ୍ୱାରକାର କଥା ମନୁ ଭୁଲନ୍ତି ସୁନ୍ଦରୀ ।ମର୍ତ୍ତ୍ୟରେ ନ ଥିବା ଦ୍ରବ୍ୟ ଶଚୀଦେବୀ ଦ୍ୟନ୍ତିଯେଉଁଥିରେ ସତ୍ୟଭାମା ହୋଇବେକ ତୃପ୍ତି ।ଏହିପରି ବିତିଗଲା ଦିନ ଯେ ପନ୍ଦରବିବିଧ ସ୍ଥାନ ବୁଲିଣ ଦେଖନ୍ତି ସ୍ୱର୍ଗର ।ଯମପୁର ଦେଖିବାକୁ ଶ୍ରୀକୃଷ୍ଣ ଯେ ଗଲେଶ୍ରୀହରି ଦର୍ଶନେ ବହୁ ପାପୀ ନିସ୍ତରିଲେ ।ଭୟେ ଜନ୍ତୁରାଣ ଆସି କରଇ ଗୁହାରିକାହିଁକି ମିଛେ ବସିବି ଦଣ୍ଡଟାଏ ଧରି ।ତବ ଆଗମନେ ଯେତେ ପାପୀ ରହିଥିଲେସିଧା ସଳଖ ବୈକୁଣ୍ଠପୁରକୁ ଚଳିଲେ ।ନାରୀହତ୍ଯା ବ୍ରହ୍ମହତ୍ୟା କରିଥିବା ଜନତୁମ୍ଭ ଦରଶନେ ପାପୁ ହୋଇଲେ ମୋଚନ ।ଯମ ବିନତି ଦେଖିଣ ପ୍ରଭୁ ଚକ୍ରଧରସଙ୍ଗେ ସଙ୍ଗେ ତାପୁରରୁ ହୋଇଲେ ବାହାର ।ବୃହସ୍ପତି ପୁର ବାରସ୍ୱତୀ ପୁର ଯେତେଚନ୍ଦ୍ର ସୂର୍ଯ୍ୟ ପୁର ବ୍ରହ୍ମା ନଅର ସହିତେ ।ଯେତେକ ସୁନ୍ଦର ସ୍ଥାନ ଥିଲା ସ୍ୱର୍ଗପୁରସତ୍ୟଭାମା ସଙ୍ଗେ ନେଇ ଦେଖାନ୍ତି ଶ୍ରୀଧର ।ଦିନେ ସୁଧର୍ମା ସଭାରେ ବସି ଦଇତ୍ୟାରିବୋଇଲେ ମୋତେ ବିଦାୟ ଦିଅ ହେ ସବୁରି ।ତୁମ୍ଭ ଅନୁରୋଧ ଏଡ଼ି ନ ପାରିଲି ମୁହିଁଅନେକ ଦିନ ହେଲାଣି ଗଣିଲି ଯେ ରହି ।ମୋତେ ନ ଦେଖି ଯାଦବେ ବ୍ୟସ୍ତ ହେଉଥିବେପିତାମାତା ସହ ସର୍ବ ନାରୀ ଚାହିଁଥିବେ ।ମୋ ବିହୀନେ ସପ୍ତ ପାଟବଂଶୀ ବଧୂ ରତିବ୍ୟସ୍ତ ହେଉଥିବେ ସଦା ପଥ ଚାହିଁ ନିତି ।ପୁଣି ତୁମ୍ଭେମାନେ ଦେଲ ଷୋଳସସ୍ର ବାଳୀନବବଧୂ ମୋ ବିହୁନେ ନ ପାରିବେ ଚଳି ।ଶୁଣିଣ ସର୍ବଦେବତା ବୋଲନ୍ତି ବଚନତୋହର ଅଟଇ ଦେବ ଏ ସ୍ୱର୍ଗଭୁବନ ।ଦ୍ୱାରକା ଯେ ଚିରସ୍ଥାୟୀ ନୁହେଁ ଚକ୍ରଧରଦେବଗଣ ପରା ଭାଇ କୁଟୁମ୍ବ ତୋହର ।ଏହି ଅନୁଗ୍ରହ ପ୍ରଭୁ ଆମ୍ଭ ପରେ ଥିବଦୈତ୍ୟ ବିପଦ ପଡ଼ିଲେ ଉଦ୍ଧାର କରିବ ।କଂସ ଆଦି ନାରକା ଯେ ପ୍ରତାପୀ ଅସୁରସର୍ବଦା ସ୍ୱରଗେ କରୁଥିଲେ ଅତ୍ୟାଚାର ।କିନ୍ତୁ ଦେବ ତୋ ପ୍ରସାଦେ ଆଜି ଆମ୍ଭେ ସ୍ଥିରତିଳେମାତ୍ର ଆଉ ଡର ନାହିଁ ଯେ ଆମ୍ଭର ।ଶ୍ରୀକୃଷ୍ଣ ସହିତେ ସର୍ବ ଦେବଗଣ ଗଲେଶଚୀପୁରେ ସତ୍ୟଭାମା ଦର୍ଶନ କରିଲେ ।ଯେତେବେଳେ ଶଚୀପୁରୁ ଦେବୀ ବାହାରିଲେସର୍ବ ଦେବାଙ୍ଗନା ତାଙ୍କୁ ଅଭ୍ୟର୍ଥନା କଲେ ।ମଘବାପୁରରେ ଯେତେ ଥିଲା ଭଲ ଦ୍ରବ୍ୟପୁଷ୍ପକ ରଥରେ ଶଚୀ ସଜାଡ଼ନ୍ତି ସର୍ବ ।ହୀରା ନୀଳା ଜଡ଼ିତ ରତନ ଆଦିକରିଅପୂର୍ବ ପଦାର୍ଥମାନ ଦ୍ୟନ୍ତି ଇନ୍ଦ୍ର ନାରୀ ।ସତ୍ୟଭାମା ବିଦାହେବା ଶୁଣି ଦେବ ନାରୀପଥ ଚଳାଇବା ଲାଗି ଆସିଲେ ସବୁରି ।ଶ୍ରୀବିଷ୍ଣୁ ବାମାକୁ ଦିବ୍ୟ ବେଶେ ସଜାଇଲେଦେବାଙ୍ଗନା ଦେବା ନବ ବସ୍ତ୍ର ପିନ୍ଧାଇଲେ ।ଦିବ୍ୟ ଅଳଙ୍କାରମାନ ଯତନେ ମଣ୍ଡିଲେଶେଷେ ପାରିଜାତ ପୁଷ୍ପ ଗଭାରେ ଖୋସିଲେ ।ଯେଉଁ ପାରିଜାତ ସ୍ବର୍ଗପୁରେ କେ ନ ପାନ୍ତିସମୁଦ୍ର ମନ୍ଥନୁ ସେ ଯେ ହୋଇଛି ଉତ୍ପତ୍ତି ।ଦରଶନ ନ ପାବନ୍ତି ରୂପ ଯେ ତାହାରଦେବ ଦୁର୍ଲ୍ଲଭ ପୁଷ୍ପ ଯେ ଥାଏ ସ୍ବର୍ଗପୁର ।ସେ ପୁଷ୍ପର ମହିମା କହିଲେ ନ ସରେଶୁଣିଣ ଝଡ଼ଇ ପାଞ୍ଚ ବରଷକେ ଥରେ ।ସୁବର୍ଣ୍ଣ ପରାଏ କାନ୍ତି ଝଟକେ ତାହାରସୁବାସ ମହକେ ପାଞ୍ଚ କ୍ରୋଶ ଯେ ମାତର ।ଇନ୍ଦ୍ର ଇନ୍ଦ୍ରାଣୀ ବ୍ୟତୀତ ଅନ୍ୟ କେ ନ ପାନ୍ତିଲକ୍ଷ ଲକ୍ଷ ସୈନ୍ୟ ଗଛ ମୂଳେ ଜଗିଛନ୍ତି ।ଯେତେବେଳେ ପୁଷ୍ପ ଘେନି ପ୍ରହରୀ ଆସଇଅନ୍ୟ କୌଣସି ବ୍ୟକ୍ତିର ଛାଇ ନ ପଡ଼ଇ ।ଏପରି ମହିମା ଅଟେ ଯେଉଁ ପାରିଜାତବିଷ୍ଣୁଙ୍କ ନାରୀ ଗଭାରେ ଦିଶଇ ଶୋଭିତ ।ସର୍ବ ଦେବାଦେବୀଗଣ ହୋଇଥାନ୍ତି ଠୁଳବିଦାୟ ନେଉ ଅଛନ୍ତି ପ୍ରଭୁ ଆଦିମୂଳ ।ଲକ୍ଷ୍ମୀ ନାରାୟଣ ଶୋଭା କେ ପାରିବ କହିଚକ୍ଷୁ ନ ପିଛାଡ଼ି ସର୍ବେ ରହିଥାନ୍ତି ଚାହିଁ ।ଥୋକାଏ ଦୂର ଯେ ଦେବ ଯାଆନ୍ତି ସଙ୍ଗରଚଉପାଶେ ଦେବଗଣ ମଧ୍ୟରେ ଶ୍ରୀଧର ।ସ୍ୱର୍ଗ ମନ୍ଦାକିନୀ ତଟେ ବୋଲନ୍ତି କେଶବଯାଅ ଫେରି ଦେବଗଣ ଆନନ୍ଦେ ସରବ ।ଯେ ଯାହାର ମାନ୍ୟ ବିଧି କଲେ ଚକ୍ରଧରଦେବାଙ୍ଗନାକୁ ଯେ ଦେବୀ କଲେ ସମାଚାର ।ସତ୍ୟଭାମାଙ୍କର ଗର୍ବ କହିଲେ ନ ସରେସବୁ ଦେଖୁଥାନ୍ତି ଦେବଋଷି ରହି ଦୂରେ ।ମନେ ଭାବନ୍ତି ନାରଦ ମୁଁ ଦ୍ୱାରକା ଯାଇରୁକ୍ମିଣୀଙ୍କୁ କହିଦେବି ଝଗଡ଼ା ଲଗାଇ ।ଏତେ କହି ମନ ଯାନେ ଚଢି ଦେବଋଷିରୁକ୍ମିଣୀ ଦେବୀଙ୍କ ପୁରେ ପ୍ରବେଶିଲେ ଆସି ।ନାରଦଙ୍କୁ ଦେଖ ଦେବୀ ମାନ୍ୟ ବିଧିକଲେଯଥା ଆସନରେ ଯାଇ ମହର୍ଷି ବସିଲେ ।ଦେବୀଙ୍କୁ କୁହନ୍ତି ମୁନି ଚନ୍ଦ୍ରମା ବଦନପୁଣି କିମ୍ପା ଦିଶୁଅଛି କୁହ ମା ମଳିନ ।ଯେଉଁପୁରେ ରାଗ ଶୋକ ମୋହ ନ ଲାଗଇସେ ପୁରେ ଲକ୍ଷ୍ମୀଙ୍କ ମନ ବିରସ କିମ୍ପାଇ ।ରୁକ୍ମିଣୀ ବୋଲନ୍ତି ବିନୟରେ ଯୋଡ଼ିକରସ୍ୱର୍ଗପୁର ଯାଇଥିଲ କିହେ ମୁନିବର ।ଆଜକୁ ଅନେକ ଦିନ ହେଲା ପ୍ରଭୁ ଗଲେଶୁଣିଣ ମୁଁ ନାରକା ଅସୁର ବିନାଶିଲେ ।ଉଦ୍ଧାର କରିଣ ଷୋଳ ସହସ୍ର ଯୁବତୀତୁମ୍ଭ ସଙ୍ଗେ ପେଶି ସ୍ବର୍ଗ ମଲେ ଶିରୀପତି ।ଶୀଘ୍ର ଆସିବା ପାଇଁକି ପଠାଇ ଖବରଏତେ ଦିନ କିମ୍ପା ଡେରି କଲେ ଚକ୍ରଧର ।ତାଙ୍କର ନିମନ୍ତେ ମନ ବ୍ୟାକୁଳ ହୁଅଇଶୟନ ଭୋଜନ ବିଷ ଲାଗୁଛି ଗୋସାଇଁ ।କେଉଁ ଦ୍ରବ୍ୟ ଦ୍ୱାରକାରେ ଉଣା ନାହିଁ ଦେବକେବଳ ପ୍ରଭୁଙ୍କ ବିନେ ସମସ୍ତ ଅଭାବ ।ଦେଖିଥିଲେ କୁହ ଜଗନ୍ନାଥଙ୍କ ଖବରକୁଶଳେ ଅଛନ୍ତି କିନା ମୋ ପ୍ରାଣ ଈଶ୍ୱର ।ଦେବୀଙ୍କ ବଚନେ ହସିହସି ଋଷିବରବୋଇଲେ ଅସିଲି ବର୍ତ୍ତମାନ ମୁଁ ସ୍ବର୍ଗର ।ଆଜି ଆସି ମହାପ୍ରଭୁ ପହଞ୍ଚିବେ ପୁରେସତ୍ୟଭାମା ଠାକୁରାଣୀ ଅଛନ୍ତି ସଙ୍ଗରେ ।ତୁମ୍ଭେ ସିନା ଭାବ ପ୍ରଭୁ ଅଟନ୍ତି ତୁମ୍ଭରକିନ୍ତୁ ପକ୍ଷପାତ କରୁଛନ୍ତି ଚକ୍ରଧର ।ଜଗନ୍ନାଥଙ୍କର ଜ୍ୟେଷ୍ଠା ପାଟରାଣୀ ହୋଇତୁମ୍ଭେ ଦିନରାତି ଝୁରିମର ତାଙ୍କ ପାଇଁ ।ସେ ତ ତୁମ କଥା ତିଳେ ମନେ ନ ଭାବନ୍ତିସତ୍ୟଭାମାକୁ ଜୀବନେ ବେଶି ଭଲ ପାନ୍ତି ।ଯେତେବେଳେ କନ୍ୟାଗଣ ଘେନି ମୁଁ ଅଇଲିପଦେ ଖବର ନ ଦେଲେ ତୁମ୍ଭରେ ଦେଖିଲି ।ସଙ୍ଗରେ ଜ୍ୟେଷ୍ଠକୁ ନେବା ଉଚିତ ବେଭାରଜ୍ୟେଷ୍ଠା ସତ୍ୟଭାମା ବୋଲି ଜାଣିଲେ ସ୍ୱର୍ଗର ।ପୁଣି ଇନ୍ଦ୍ରାଣୀ ସହିତ ସର୍ବ ସ୍ୱର୍ଗନାରୀକହନ୍ତି ଏ ବିଷ୍ଣୁଙ୍କର ଶ୍ରେଷ୍ଠ ମନୋହାରୀ ।ୟା ସମାନ ସୁନ୍ଦରୀ କେ ଦ୍ୱାରକାରେ ନାହିଁତେଣୁ ଜଗନ୍ନାଥ ସଙ୍ଗେ ୟାକୁ ଆଣିଛଇ ।ଶଚୀ ସହ ସର୍ବ ଦେବତାଙ୍କ ମନୋହାରୀଅର୍ଘ୍ୟ ବନ୍ଦାଇଲେ ସତ୍ୟଭାମାକୁ ସବୁରି ।ପୁଣି ପାରିଜାତ ପୁଷ୍ପ ଦେବଙ୍କ ଦୁର୍ଲ୍ଲଭଭେଟି ଦେଇଥିଲେ ଆଗ୍ରହରେ ଇନ୍ଦ୍ରଦେବ ।ସର୍ବ ଶ୍ରେଷ୍ଠା ବିନୁ କେଭେ ଆନ ପାରିଜାତବ୍ୟବହାର କରିବା ଯେ ନୁହଇ ଉଚିତ ।ପ୍ରଭୁ ତ ବୁଝିଲେ ଫୁଲ ଅଟଇ ତୁମ୍ଭରକନିଷ୍ଠାକୁ ଦେବା ହେଲା ଅନ୍ୟାୟ ପ୍ରଭୁର ।ଆବର ସ୍ୱହସ୍ତେ ପାରିଜାତ ଚକ୍ରଧରଖୋସିଲେ ଦେଖିଣ ସତ୍ୟଭାମାଙ୍କ ଗଭାର ।ସ୍ବରଗୁ ପାଇଳେ ବହୁ ରତ୍ନ ଉପହାରସେ ସବୁ ପ୍ରାପ୍ୟ ଯେ ମାତ ଅଟଇ ତୁମ୍ଭର ।ନ ଆଣି କେଶବ ଛୋଟ ଦେବୀଙ୍କୁ ପିନ୍ଧାଇକୋଳେ ବସାଇ ଆଣନ୍ତି ବ୍ରହ୍ମାଣ୍ଡ ଗୋସାଇଁ ।ଆବର ଦେଖିଲି ସତ୍ୟଭାମା ଗର୍ବଭରେବଡ଼ପଣ ଦେଖାଇବେ ଆସନ୍ତି ତୁମ୍ଭରେ ।କିନ୍ତୁ ମାତ ଦେଖିଥିଲି ଅଜ୍ଞାତରେ ମୁହିଁସହି ନ ପାରିଣ ସର୍ବ ଆସିଲି ପଳାଇ ।ତୁମ୍ଭଠାରେ କେଉଁ ଗୁଣେ ସତ୍ୟଭାମା ବେଶିଜଗନ୍ନାଥ ଏତେ ଭଲ ପାଆନ୍ତି ବିଶେଷି ।ବିଦ୍ୟାରେ ବୁଦ୍ଧିରେ ରୂପେ ତୁମ୍ଭ ସଙ୍ଗେ ସରିନୁହଁଇ ସେ ସତ୍ୟଭାମା ଜାଣେ ଭଲ କରି ।ଏହା ଦେଖି ମାତା ମୋର ନ ସହିଲା ଦେହଯେଣୁ ଧାଇଁ ଆସିଅଛି ଏ ଗରିବ ପୁଅ ।ପୁଣି ଭାବିଲି ମା ବୋଧେ ଛନ୍ତି ପଠିଆଇକାର୍ଯ୍ୟ ଥିବାରୁ ବଢିମା ଯାଉଛନ୍ତି ରହି ।ସେଇ କଥା ବୁଝିବାକୁ ଆସିଲି ମା ଧାଇଁଭଲ ମନ୍ଦ ଦୁଇପଦ ଜଣାଇବା ପାଇଁ ।ନାରଦଙ୍କର ବଚନ ଶୁଣିଣ ରୁକ୍ମିଣୀକ୍ରୋଧେ କଇଁ କଇଁ ହେଲେ ମନ ହେଲା ଜାଣି ।ବୋଇଲେ ଦେବର୍ଷି ପ୍ରାଣ ନ ରଖିବି ମୁହିଁପ୍ରଭୁ ଆସିବା ଆଗରୁ ଦେବି ମୁଁ ହରାଇ ।ଯେତେବେଳେ ମହାପ୍ରଭୁ ସ୍ବର୍ଗପୁର ଗଲେଛାର ଏ ଦାସୀକି ପଦେ କିଛି ନ କହିଲେ ।ପ୍ରାଣରୁ ଅଧିକ ଯଦି କନିଷ୍ଠା ତାଙ୍କରଏକା ତାକୁ ରଖି କ୍ରଭୁ କରୁଥାନ୍ତୁ ଘର ।ଯଦି ଅସୁନ୍ଦରୀ ମୋତେ ଭାବୁଥିଲେ ହରିଦେବୀ ମନ୍ଦିରୁ ଆଣିଲେ କିମ୍ପା ଚୋରିକରି ।ମୁଁ ସଦା ମରୁଛି ଝୁରି ନ ଦେଖି ପ୍ରଭୁଙ୍କୁସେମୋତେ ନ ଚାହିଁ ଦ୍ୟନ୍ତି ଯେ ସତ୍ୟଭାମାକୁସତ୍ୟଭାମା ସୁନ୍ଦରୀ ଯେ ପୁଣି ଗଳାହାରଦାସୀ ହୋଇବାଟା ନୁହେଁ ଉଚିତ ମୋହର ।ସତ୍ୟଭାମା ଦେଖାନ୍ତା କି ଛଇ ମୋ ଆଗରନିଜର ଯେ ସେ ତ କରୁଛନ୍ତି ସାତପର ।ତାହାର ବଡ଼ାଇପଣ ଦେଖି ନ ପାରିବିପ୍ରଭୁ ଆସିବା ଆଗରୁ ପ୍ରାଣ ବିନାଶିବ ।ଦେଖ ଋଷି ହୀରା କଣି ଅଛି ମୋ ହସ୍ତରଚୁମ୍ବ ଦେଲା ମାତ୍ରେ ପ୍ରାଣ ଛାଡ଼ିଯିବ ମୋର ।ଦେବୀଙ୍କର କ୍ରୋଧ ଦେଖି ନାରଦ ଭାବନ୍ତିଭଲ କରୁ କରୁ ଯେବେ ହୋଇଯିବ କ୍ଷତି ।ଏ ତ ନାରୀଜାତି ନ୍ୟାନ୍ୟାଳୟ ନ ଜାଣନ୍ତିଲକ୍ଷ୍ମୀ ହେଲେ ମଧ୍ୟ ନର ରୂପେ ଜନ୍ମିଛନ୍ତି ।ପ୍ରଭୁଙ୍କ ବିରହେ ହୋଇଅଛନ୍ତି ପାଗଳୀବିପରୀତ କଥା କହି ଲଗାଇବି କଳି ।କର ଯୋଡ଼ିଣ ନାରଦ କହନ୍ତି ବୁଝାଇଯଦି ଏ ପୁତ୍ରର ଏକ କଥା ମାନୁ ତୁହି ।ତେବେ ଜଣାଯିବ ପକ୍ଷପାତ ପିତାଙ୍କରକେଉଁ ମାତ ପ୍ରିୟବତୀ ବେଶୀ ପ୍ରଭୁଙ୍କର ।ତୁମ୍ଭଠାରୁ ସତ୍ୟଭାମା କେଉଁ ଗୁଣେ ଶ୍ରେଷ୍ଠାରୂପରେ ଗୁଣରେ କେବେ ନୁହଇଁ ଗରିଷ୍ଠା ।ରୁକ୍ମିଣୀ ବୋଲନ୍ତି ଦେବ ତୁମ୍ଭେ ସର୍ବଜ୍ଞାତାଯାହା କହିବ ପାଳିବି ନିଶ୍ଚେ ତବ କଥା ।କିନ୍ତୁ ସତ୍ୟଭାମା ଗର୍ବ ଚୂର୍ଣ୍ଣ ଯେଉଁପରିହେବ ସେହି କଥା ମୁନି କହନ୍ତୁ ବିଚାରି ।ନାରଦ ବୋଲନ୍ତି ମାତା ଆସିଲେ ଠାକୁରରୁଷିଣ ଶୋଇବ କେଭେ ନ କହିବ ଗୀର ।ପ୍ରଭୁ ତ କହିବେ ମାଗ ଯାହା ଦରକାରସେତିକିବେଳେ ମାଗିବ ପାରିଜାତ ବର ।ସେ ସିନା ଫୁଲ କେତୋଟି ମାତ୍ର ଛନ୍ତି ପାଇତୁମ୍ଭେ ଜଞ୍ଜାଳ କରିବ ଗଛ ଦେବା ପାଇଁ ।ପୁର ମଧ୍ୟେ ପାରିଜାତ ବୃକ୍ଷ ରୋପାହେବପ୍ରତିଦିନ ସଜଫୁଲ ମାତ ଲାଗି ହେବ ।ଯଦି ଏହି କଥା ପ୍ରଭୁ କରିବେ ସ୍ୱୀକାରନିଶ୍ଚେ ସଙ୍ଗେ ନେଇ ସ୍ୱର୍ଗେ ଯିବେ ଚକ୍ରଧର ।ସେତିକିବେଳେ ଜାଣିବେ ତିନିପୁର ନରପ୍ରକୃତ ରୁକ୍ମିଣୀ ପାଟରାଣୀ ପ୍ରଭୁଙ୍କର ।ଏତିକି ମାତର କହି ଯାଉଅଛି ମାତଜାଣିଲେ ମୋହରେ ପ୍ରଭୁ ହୋଇବେ ବିରକ୍ତ ।କହିବେ ନାରଦ ଛନ୍ତି ଏସବୁ ବତାଇନୋହିଲେ ଏସବୁ କାହୁଁ ଜାଣିଥାନ୍ତା ଏହି ।କ୍ରୋଧ ହେଲେ ପିତା ରକ୍ଷା ନାହିଁ ସନ୍ତାନରସଦାବେଳେ ନାରଦ ଯେ ଶ୍ରୀକୃଷ୍ଣ ଚାକର ।ଏତେ କହି ଆନନ୍ଦରେ ଶୂନ୍ୟବାଣୀ ବାଇଗଲେ ଲାଗୁ ବୋଲି କଳି ମୁଣି ଝାଡ଼ିଦେଇ ।ନାରଦ ଚଳିଲା ପରେ ରୁକ୍ମିଣୀ ସୁନ୍ଦରୀଭୂମି ଉପରେ ଶୋଇଲେ ଅଭିମାନ କରି ।ଦ୍ୱାରକାରେ ସତ୍ୟଭାମା ସଙ୍ଗେ ଚକ୍ରଧରପୁଷ୍ପକ ବିମାନେ ଆସି ମିଳିଲେ ସତ୍ୱର ।ପ୍ରଭୁଙ୍କ ଆସିବା ଦେଖି ପୁରବାସୀଗଣପାଛୋଟି ଆଣିବା ପାଇଁ ଧାଇଁଲେ ତକ୍ଷଣ ।ସାତବଂଶ ଯଦୁଗର ସଙ୍ଗେ ଘେନି ନାରୀପ୍ରଭୁଙ୍କ ନିକଟେ ଆସି ହୋଇଲେ ସବୁରି ।ଦେବକୀ ମାତା ସହିତେ ଷଡ଼ ପାଟବଂଶୀଷୋଳସସ୍ର ରାଜକନ୍ୟା ପ୍ରବେଶିଲେ ଆସି ।ଅର୍ଘ୍ୟସ୍ଥାଳୀ ଆଣି ସର୍ବେ ବନ୍ଦାପନା କଲେପାଟରାଣୀଙ୍କୁ ଶ୍ରୀକୃଷ୍ଣଚନ୍ଦ୍ର ନ ଦେଖିଲେ ।ଶ୍ରୀକୃଷ୍ଣ ବୋଲନ୍ତି କିମ୍ପା ରୁକ୍ମିଣୀ ନାହାନ୍ତିସରବେ ବୋଇଲେ ଭୂମି ପରେ ଶୋଇଛନ୍ତି ।ଆମ୍ଭେ ଡାକିବାରୁ ସେ ଯେ କଲେ ନାହିଁ ନାହିଁବୋଇଲେ ଦେହ ଖରପ ଚାଲି ନ ପାରଇ ।ସତ୍ୟଭାମାଙ୍କ ଆନନ୍ଦ କହିଲେ ନ ସରେସ୍ୱର୍ଗ ଆଣିଥିବା ଦ୍ରବ୍ୟ ଦେଲେ ଯେ ଯାହାରେବଧୂ ରତିଙ୍କୁ ନେଇଣ କୋଳେ ବସାଇଲେକଣ୍ଠହାର ସତ୍ୟଭାମା ବଧୂ ଗଳେ ଦେଲେ ।କିନ୍ତୁ ଶ୍ରୀକୃଷ୍ଣଙ୍କ ମନ ପଡ଼ିଅଛି କାଳିଚନ୍ଦ୍ରମା ମୁଖ ତାଙ୍କର ଦିଶଇ ମଉଳି ।କଥାରେ ଯେ ଅଛି ଚୋର ମନ ତା ଗଣ୍ଠିରେଭାବନ୍ତି ସତ୍ୟଭାମାଙ୍କୁ ନେଲି ମୁଁ ସଙ୍ଗରେ ।ସେହି ଅଭିମାନେ ଶୋଇଅଛି ଚାନ୍ଦମୁହୀଁନିଶ୍ଚେ ମୋ କପାଳେ ଦଣ୍ଡ ଲେଖିଅଛି ବିହି ।ରାଜସଭାକୁ ନ ଯାଇ ପ୍ରଭୁ ଚକ୍ରଧରଆଗ ପ୍ରବେଶିଲେ ଦେବୀ ରୁକ୍ମିଣୀର ପୁର ।ଦେଖିଲେ ବସୁଧା ପରେ ଶୋଇଛି ସୁମୁହୀଁନୟନରୁ ନୀର ଧାର ଯାଉଅଛି ବହି ।ସୁଯତ୍ନ ଘନ କବରୀ ଲୋଟି ଭୂମି ପରେଫୁଟି କେରିକେରି ହୋଇ ଖେଳଇ ଧୂଳିରେ ।ହଂସୁଲି ତୁଳିରେ ଯାକୁ ନିଦ୍ରା ନ ଲାଗଇଯା ଅଙ୍ଗେ ଚନ୍ଦନ ତର ସଦା ଲୋପାହୋଇ ।ଭୂମି ପରେ କ୍ଷଣେ ପାଦ ନ ଲାଗେ ଯାହାରସେ ପୁଣି ଶୋଇଛି ହୋଇ ଧୂଳିରେ ଧୂସର ।ଦୋଷୀଙ୍କ ପରାୟେ ପ୍ରଭୁ ବସିଲେ ପାଶରଅସଜଡ଼ା କେଶ ସାଉଁଳିଲେ ପଦ୍ମକର ।କୋମଳ ବଚନ ଭାଷି ବୋଲନ୍ତି ଶ୍ରୀଧରଉଠ ପ୍ରାଣେଶ୍ୱରୀ କିମ୍ପା ଶୋଇଛ ଧୂଳିର ।ପ୍ରଭୁଙ୍କୁ ଦେଖିଣ ଦେବୀ କଇଁକଇଁ ହୋଇବେଶୀ କାନ୍ଦିଲେକ ବାଳ ପରି ଚାନ୍ଦମୁହୀଁ ।ବହୁତ ବୁଝାଇ ପ୍ରଭୁ ନିସ୍ତେଜ ହୋଇଲେରୁକ୍ମିଣୀଙ୍କ କ୍ରୋଧ ଶାନ୍ତକରି ନ ପାରିଲେଦେବୀଙ୍କ ରୁଷିବା ପୁରେ ହୋଇଲା ଚହଳଶାଶୁ ନଣନ୍ଦ ସପତ୍ନୀ ମିଳିଲେ ସକଳ ।ଯେତେ ପ୍ରକାର ସମସ୍ତ ପ୍ରବୋଧି କହିଲେକୌଣସି କଥା ସେ କର୍ଣ୍ଣପାତ ନ କରିଲେ ।ସତ୍ୟଭାମାକୁ ନିକଟେ ଦେଖିଣ ରୁକ୍ମିଣୀକ୍ରୋଧ ଜରଜର ହୋଇ ବୋଲନ୍ତି ଯେ ବାଣୀ ।ବାଳୁତ ନୁହଇ ମୋତେ ଭଣ୍ଡିବାକୁ ତୁହିଆସିଅଛୁ ରୂପ ଶୋଭା ଦେଖାଇବା ପାଇଁ ।କାନ୍ତ ସଙ୍ଗେ ବୁଲିବାକୁ ଯାଇ ସ୍ୱର୍ଗପୁରମୋ ନିକଟେ ଆସି ତୁହି ଦେଖାଉ ଚାତର ।ପାରିଜାତ ପୁଷ୍ପ ଖୋସି ଖୋସାରେ ତୋହରବସିବୁ ଯା କାନ୍ତ କୋଳେ ଦିଶିବ ସୁନ୍ଦର ।ଚିତ୍ରରେଖା ପରି ରୂପ ତାଙ୍କୁ ଦେଖାଇବୁମନ ମୋହି ପାଟରାଣୀ ତାହାଙ୍କର ହେବୁ ।ଆମ୍ଭେ ହତଭାଗୀ ସତେ ସଉଭାଗ୍ୟ କାହିଁକୋଳେ ବସି ବଡ଼ପଣ ହେବୁ ଯେ ଦେଖାଇ ।ତୁ ଅଟୁ ସୁନ୍ଦରୀ ପୁଣି ବିଷ୍ଣୁ ପାଟ ନାରୀତେଣୁ ପାରିଜାତ ପ୍ରାପ୍ୟ ହୋଇଲା ତୋହରି ।ଆଉ ଯେତେ ନାରୀ ସେଠି ଉପସ୍ଥିତ ଥିଲେଦେବୀଙ୍କର କ୍ରୋଧେ ସର୍ବେ ପଳାଇଣ ଗଲେ ।ଖୋସା ମଧ୍ୟୁ ପାରିଜାତ ସତ୍ୟଭାମା ନେଇବୋଲଇ ନିଅ ଭଉଣୀ ରୁଷୁ ଏହା ପାଇଁ ।ନିଅ ଏହି ଛାର ପୁଷ୍ପ ମୋର ଲୋଡ଼ା ନାହିଁଶୁଣି ଉଠିଲେ ବାଘୁଣୀ ପରି ଚାନ୍ଦମୁହୀଁ ।କିଲୋ ଭାରି ତ ସୁହାଗ ଅଟଇ ତୋହରଦେଖାଇବୁ ସେ ସୁହାଗ ଅନ୍ୟ କା ପାଶର ।ନାଟୁଆ ରସିଆ ଲମ୍ପଟ ଯେ ହୋଇଥିବତୋର କଅଁଳ କଥାରେ ସେହି ଭୁଲିଯିବ ।ବାସି ଛଡ଼ାଫୁଲ ଆଣି ରୁକ୍ମିଣୀକୁ ଦେଉଜଣଙ୍କ ସାହସେ ସିନା ତୁ ଏପରି କହୁ ।ଦେବୀ କ୍ରୋଧ ଦେଖି ସତ୍ୟଭାମାକୁ ଶ୍ରୀଧରଚକ୍ଷୁ ଇଙ୍ଗିତେ ବୋଇଲେ ପଳାଅ ସତ୍ୱର ।ଯେ ଯେଣେ ପଳାଇଗଲେ ପ୍ରଭୁ ଚକ୍ରଧରଦୋଷ କଲା ପରି ଠିଆ ହୋଇଣ ପାଶର ।କର ଧରି ଦେବୀଙ୍କର ବୋଲନ୍ତି ଠାକୁରମୋର ଅପରାଧ କ୍ଷମାକର ନାରୀବର ।ଅନୁରୋଧ କରିବାରୁ ସତ୍ୟଭାମା ମୋତେତୁମ୍ଭଙ୍କୁ ନ କହି ଡରେ ନେଇଗଲି ସାଥେ ।ଏଣିକି ପ୍ରତିଜ୍ଞା ମୁହିଁ କରୁଛିରେ ସହୀତୁମ୍ଭ ବିହୁନେ ଅନ୍ୟକୁ ସଙ୍ଗେ ନେବି ନାହିଁ ।ଯଦିରେ ସୁନ୍ଦରୀ ମୋର କଥା ନ ରଖିବୁଜୀବନରେ କୃଷ୍ଣ ମୁଖ ଆଉ ନ ଦେଖିବୁ ।ଯାଉଛି ଦ୍ୱାରକା ଛାଡ଼ି ଯିବି ମୁଁ ପଳାଇଏ ଧନ ସମ୍ପଦ ମୋର ତିଳେ ଲୋଡ଼ା ନାହିଁ ।ନ ରହିବା କଥା ଯହୁଁ କହିଲେ ଶ୍ରୀଧରରୁକ୍ମିଣୀ ଯେ ମନ ମଧ୍ୟେ କରିଲେ ବିଚାର ।ଯାହାକୁ ପ୍ରାଣୁ ଅଧିକ ସେବା ମୁଁ କରଇଯାହାକୁ ଦଣ୍ଡେ ନ ଦେଖି ପାଗଳୀ ହୁଅଇ ।ଯେ ମୋହର ପଞ୍ଚପ୍ରାଣ ଦେବତା ହୃଦରଛାର ଦାବୀ ଲାଗି ପାଶେ ଢାଳୁଛନ୍ତି ନୀର ।ଧିକ ଧିକ ନାରୀଜନ୍ମ ମୋହର ଅଟଇଧିକ ଧିକ ଛାର ଅଭିମାନ ମୁଁ କରଇ ।ମୋ ପ୍ରାଣନାଥଙ୍କୁ କେତେ କଷ୍ଟ ଦେଲି ମୁହିଁଦୋଷୀ ପରି ଜଗତନାଥ ଛନ୍ତି ପୁଣି ରହି ।କେତେ ଅପରାଧ କଲି ନାରୀ ଜନ୍ମ ହୋଇଏହା ଭାବି ଉଠି ଉଭା ହେଲେ ଚାନ୍ଦମୁହୀଁ ।ଜଗନ୍ନାଥଙ୍କ ପୟରେ କଲେ ନମସ୍କାରସେହିପରି ବହୁଥାଏ ନେତ୍ରୁ ନୀରଧାର ।ଅଙ୍ଗୁ ଧୂଳି ଝାଡ଼ି ଦେଇ ପ୍ରଭୁ ଚକ୍ରଧରକୋଳେ ଧରି ବସାଇଲେ ପଲଙ୍କ ଉପର ।ଲୁହପୋଛି ଦରହସି ଆଲିଙ୍ଗନ କରିରୁକ୍ମିଣୀ ବୋଲନ୍ତି ସବୁ ଜାଣିଲି ମୁଁ ହରି ।ମିଛେ ମୁଖେ ବୋଲ ପ୍ରଭୁ କମଳ ଲୋଚନକିନ୍ତୁ ଅନ୍ତର ମଧ୍ୟରେ କରୁଥାଅ ଭିନ୍ନ ।ନୋହିଲେ କି ନେଇଥାନ୍ତ ସତ୍ୟଭାମା ପୁଣିଅସୁନ୍ଦରୀ ବୋଲି ନନେଲ ହେ ମୋତେ ଜାଣି ।ସେ ପୁଣି ଭାଜନ ହେଲା ସ୍ୱର୍ଗେ ଯିବା ପାଇଁମୁହିଁ ନିରାଶ୍ରୟ ପରି ଲୋତକ ଢାଳଇ ।ଶ୍ରୀହରି ବୋଲନ୍ତି ତୁମ୍ଭେ ଜୀବର ଜୀବନସବୁ ନାରୀଠାରୁ ତୁମ୍ଭଠାରେ ମୋର ମନ ।ଏ ଦ୍ୱାରକାପରରେ ଯେତେ ରମଣୀ ଅଛନ୍ତିତୁମ୍ଭ ଚରଣ ରେଣୁକୁ ସମାନ ନୁହନ୍ତି ।ରୁକ୍ମିଣୀ ବୋଲନ୍ତି ଭୁଲାଭୁଲି ଥାଉ ହରିଯାହା ଦରକାର ମୋତେ ଦେବକି ମୁରାରି ।ଦେବୀଙ୍କ ବଚନେ ଦରହସି ଚକ୍ରଧରବୋଲନ୍ତି ନିଶ୍ଚୟ ଦେବୀ ଯାହା ଦରକାର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେଉଁ ସ୍ଥାନେ ଥିବପ୍ରାଣ ଦେଇ ରୁକ୍ମିଣୀଙ୍କୁ ଦେବ ତାର ଧବ ।ଏତେବେଳକେ ଯେ ହସ ହସ ହୋଇଗୋରୀକୋଳେ ବସି ଓଷ୍ଠ ଧରି କହଇ ସୁନ୍ଦରୀ ।ଦେଖିଲ ତ ସ୍ବାମୀ ସତ୍ୟଭାମାର ଗରବଛଡ଼ା ପାରିଜାତ ପୁଣି ମୋତେ ସେହି ଦେବ ।ଜଗତ କରତାଙ୍କର ପାଟରାଣୀ ମୁହିଁମୋ ଆଗେ କନିଷ୍ଠା ହୋଇ ଗୌରବ ଦେଖାଇସାମାନ୍ୟ ରମଣୀ ପରି ଭାବି ସେହି ମୋତେଖୋସା ମଧ୍ୟୁ ପାରିଜାତ ଦିଏ ମୋର ହସ୍ତେ ।ସେହୁ କଥା ଗୋଟି ମୋତେ ବାଧିଛି ଠାକୁରତାର ପ୍ରତିଶୋଧ ନେବ ହେ ପ୍ରାଣଈଶ୍ୱର ।ସେ ସିନ ଫୁଲ ପିନ୍ଧିଣ ବଡ଼ାଇ କରଇମୋତେ ଗଛ ଦେଲେ ପୁରେ ଲଗାଇବିମୁହିଁ ।ଦିନେ ପାରିଜାତ ସେ ଗଭାରେ ଖୋସି ବଇଁମୁହିଁ ସଦା ପିନ୍ଧି ତବ କୋଳେ ବସିବଇଁ ।ଏତିକି ମାତର ଭିକ୍ଷା ଶ୍ରୀପୟରେ ମୋରଯଦି ଦୟା ଥାଏ ମୋର କଥା ରକ୍ଷାକର ।ଶ୍ରୀକୃଷ୍ଣ ବୋଇଲେ ଏତ ମହା ବିପରୀତପାରିଜାତ ବୃକ୍ଷ କାହୁଁ ଦେବି ଯେ ଆଣିତ ।ସ୍ୱର୍ଗ ନନ୍ଦନ କାନନେ ସେ ବୃକ୍ଷ ଅଛଇଇନ୍ଦ୍ରଙ୍କ ବ୍ୟତୀତ ଆନ ଜନ ନ ଛୁଅଇଁ ।ଯହୁଁ ଏତିକି କହିଲେ ପ୍ରଭୁ ଦଇତ୍ୟାରିଅଭିମାନରେ କାନ୍ଦିଲେ ଶ୍ରୀକୃଷ୍ଣଙ୍କ ନାରୀ ।ଜାଣେ ଭଲକରି ମୋହରଠାରେ ସ୍ନେହ ନାହିଁଏକା ସତ୍ୟଭାମା ତବ ଅଟେ ପ୍ରିୟସହୀ ।ଯଦି କରିବାକୁ ଥିଲା ପାତର ଅନ୍ତରଏକୁ ଅଧିକ ବିଭା କି ଉଚିତ ତୁମ୍ଭର ।ସନ୍ତୋଷ ସଭିଙ୍କୁ ଯେବେ କରି ନା ପାରିବମୋର ବାପଘରେ ଛାଡ଼ି ଆସ ହେ ମାଧବ ।ଦେଖ ପ୍ରଭୁ ଶପଥ କରୁଛି ଧର୍ମ ଚାହିଁଗଛ ନ ଦେଲେ ପରାଣ ଦେବି ମୁଁ ହରାଇ ।ଶ୍ରୀହରି ବୋଇଲେ ଦେବୀ ଚିନ୍ତା ପରିହରନିଶ୍ଚେ ପାରିଜାତ ବୃକ୍ଷ ଆଣିବି ସତ୍ୱର ।ସଜ ହୁଅ କାଲି ତୁମ୍ଭେ ମୋ ସଙ୍ଗରେ ଯିବପାରିଜାତ ଗଛ ନିଶ୍ଚେ ଘେନିଣ ଆସିବ ।ଯହୁଁ ପ୍ରଭୁ ଦେବେ ବୋଲି କଲେ ସୀଉକାରରୁକ୍ମିଣୀ ଦେବୀ ଆନନ୍ଦେ ହୋଇଲେ ବିଭୋର ।ପ୍ରେମଭରେ ପ୍ରଭୁଙ୍କର କୋଳେ ଗଲେ ଲୋଟିପ୍ରଭାତ ହୁଅନ୍ତେ ବାହାରିଲେ ପରମେଷ୍ଠୀ ।ରୁକ୍ମିଣୀ ଦେବୀଙ୍କୁ କୋଳେ ଘେନି ଚକ୍ରଧରନନ୍ଦିଘୋଷରେ ମିଳିଲେ ନନ୍ଦନ ବନର ।ଯହିଁ ଥାଏ ପାରିଜାତ ବୃକ୍ଷଗୋଟି ରହିଲୁହାବାଡ଼େ ଯେ ପିମ୍ପୁଡ଼ି ପଶି ନ ପାରଇ ।ଲକ୍ଷ ଲକ୍ଷ ଦେବଦୂତ ଗନ୍ଧର୍ବ ସହିତବୃକ୍ଷ ଚଉପାଶେ ଜଗିଅଛନ୍ତି ବହୁତ ।କାହାକୁ କିଛି ନ କହି ପ୍ରଭୁ ଦଇତ୍ୟାରିବାଡ଼ ଭାଙ୍ଗି ଭିତରକୁ ପଶିଲେ ମୁରାରି ।ଓପାଡ଼ିଲେ ଯେତେବେଳେ ପାରିଜାତ ହରିମଡ଼ ମଡ଼ ଶବଦରେ କମ୍ପେ ତିନିପୁରି ।ପ୍ରହରୀମାନେ ଯେ ଯାହା ସ୍ଥାନେ ଜଗିଥିଲେଶ୍ରୀକୃଷ୍ଣଙ୍କୁ ଦେଖିଆସି ଚୌଦିଗେ ବେଢ଼ିଲେ ।ଯୁଦ୍ଧ ନ କରି ତାହାଙ୍କ ସଙ୍ଗେ ଚକ୍ରଧରଚକ୍ର ପେଶି କାଟିଦେଲେ ସମସ୍ତଙ୍କ ଶିର ।ଗୁପ୍ତଚର ଇନ୍ଦ୍ର ଆଗେ ଯାଇଣ କହଇଆହେ ଦେବ ପାରିଜାତ ବିଷ୍ଣୁ ଉପାଡ଼ଇ ।ବାଧା ଦେବାରୁ ସେ ସୈନ୍ୟ ସମସ୍ତଙ୍କୁ ମାରିନେଉଛନ୍ତି ବୃକ୍ଷ ଗୋଟି ବଳାତ୍କାର କରି ।କେହି ସୈନ୍ୟ ନାହିଁ ମାତ୍ର ଲୁଚିକରି ମୁହିଁବାରତା ଦେବାକୁ ପ୍ରଭୁ ଅଇଲି ପଳାଇ ।ଶୁଣି କ୍ରୋଧେ ଜର ଜର ହୋଇ ସୁନାସୀରକରେ ବଜ୍ର ଧରି ରାଗେ ହୋଇଲା ବାହାର ।ବୋଇଲା ଗଉଡ଼ ଟୋକା ମୁହଁ ବଢିଅଛିତେଣୁ ସ୍ୱର୍ଗପୁରେ ଆସି ଫିପାଦି କରୁଛି ।ଦେଖିବ ରଖିବ କେଉଁ ବାପ ମୋର କରଏହି ବ୍ରଜେ ପଠାଇବି ଆଜି ଯମପୁର ।ଐରାବତ ଗଜ ଆରୋହିଣ ସୁନାସୀରନନ୍ଦନକାନନେ ଆସି ହୋଇଲା ହାଜର ।ବୋଲଇ ଆରେ ଗଉଡ଼ ବଡ଼ ସ୍ପର୍ଦ୍ଧା ତୋରକେଉଁ ସାହସରେ ଆସି ଦେଖାଉଚାତର ।ଶ୍ରୀହରି କହିଲେ ମାତ୍ର ଚାରିଦିନ କଥାପାସୋରି ଗଲୁଣି ଇନ୍ଦ୍ର କେଡ଼େ ବଳବନ୍ତା ।ରାକ୍ଷସର ପାଦସେବା କରୁଥିଲୁ ତୁହିକେଉଁ ସାହସରେ ଆସୁ ଯୁଦ୍ଧ ଲାଗି ଧାଇଁ ।ଇନ୍ଦ୍ର ବୋଲିଣ ଉପ୍ରୋଧ କରୁଅଛି ମୁହିଁନୋହିଲେ ଇନ୍ଦ୍ରପଣିଆ ଦିଅନ୍ତି ଛଡ଼ାଇ ।ଇନ୍ଦ୍ର ବୋଲେ ଥାଉଥାଉ ସୁଆଗ ତୋହରଦେବ ପାରିଜାତ ତୋତେ ଯୋଗାଏ କେଛାରକୃଷ୍ଣ କହନ୍ତି ଯେ ଛାରଲୋକେ କନ୍ୟା ଦେଲସେତେବଳେ ଜାତି ଗୋତ୍ର ବାରୁତ ନ ଥିଲ ।ଏହିପରି ଉଚ୍ଚବାକ୍ୟ ହୋଇ ଦୁଇଜଣପ୍ରସ୍ତୁତ ହୋଇଲେ ସର୍ବେ କରିବାକୁ ରଣ ।ଶ୍ରୀକୃଷ୍ଣ ବୋଇଲେ ଏ ଦେବଙ୍କୁ ରକ୍ଷା ନାହିଁଯାହାର ଖାଆନ୍ତି ତାକୁ ମାରନ୍ତି ଗୋଡ଼ାଇ ।ଆଜି ସର୍ବ ଦେବତାଙ୍କୁ ନିଶ୍ଚୟ ମାରିବିମର୍ତ୍ତ୍ୟ ଲୋକେ ଆଣି ମୁହିଁ ସ୍ୱରଗେ ସ୍ଥାପିବି ।ଏ ଖବର ବିଧାତାଙ୍କ ପାଶେ ଦେଲା ଚାରଜଣାଇବାରୁ ଧାଇଁଲେ ବିଧାତା ସତ୍ବର ।ଇନ୍ଦ୍ରକୁ ବୋଇଲେ ତୋର ବିବେକ କି ନାହିଁକାହା ସଙ୍ଗେ କରୁ ରଣ ପଛକୁ ନ ଚାହିଁ ।ନାରକା ମାରିଲା ଦିନ ଦେଖିଥିଲୁ ତୁହିଆଉ ନିମିଷକେ ସ୍ୱର୍ଗ ଦେଇଥାନ୍ତା ଦହି ।ତାହାର ସ୍ୱରଗ ସେହି କରିଛି ଏ ବନରୋପିଥିଲା ପାରିଜାତ ସେ ପ୍ରଭୁ ଏ ସ୍ଥାନ ।ଯଦି ଇଚ୍ଛା ହୁଏ ତାର ନେଇଯାଉ ସେହିତୋର କେଉଁ ଅଧିକାର ତା ପରେ ଅଛଇ ।ପତଙ୍ଗ ହୋଇ ଅନଳ ସଙ୍ଗେ କର ବାଦଜାଣୁ ଜାଣୁ ଲୋଡ଼ୁଅଛ କିମ୍ପା ପରମାଦ ।ଯାଅ ପ୍ରଭୁଙ୍କ ସଙ୍ଗରେ ମିତ୍ର ହୁଅ ତୁହିଇନ୍ଦ୍ର ଗୋବିନ୍ଦ ମିଳନ କରାଇବି ମୁହିଁ ।ଧାତାଙ୍କ ବଚନେ ଭୟ ପାଇ ସୁନାସୀରପାଦଗାମୀ ହୋଇ ମିଳେ ପ୍ରଭୁଙ୍କ ପାଶର ।ଦେଖନ୍ତି ଦେବତାଗଣ ଇନ୍ଦ୍ର ନାରାୟଣମିଳନ ହୋଇଣ ଆଚରିଲେ ମିତ୍ରପଣ ।ପାରିଜାତ ବୃକ୍ଷ ସର୍ବ ଦେବଗଣ ନେଇଶ୍ରୀବିଷ୍ଣୁ ବାପାଙ୍କ କରେ ହରଷରେ ଦେଇ ।ଦେବଗଣମାନେ ପ୍ରଭୁ ପାଦରେ ନମିଲେପାରିଜାତ ବୃକ୍ଷ ଘେନି ଦ୍ୱାରକା ଚଳିଲେ ।ଦେଖିଣ ଯାଦବମାନେ ହୋଇଲଷ ହରଷପାଳିଲେ ସରବେ ପାରିଜାତର ଦିବସ ।ଏହି ସମୟେ ମିଳିଲେ ଧାତାଙ୍କ କୁମରରୁକ୍ମିଣୀ ସହ ଶ୍ରୀହରି କଲେ ନମସ୍କାର ।ନାରଦ ବୋଇଲେ ମୋର ମନହେଲା ତୋଷଇନ୍ଦ୍ର ଦେବତାର ଗର୍ବ କଲି ମୁହିଁ ଧ୍ୱଂସ ।ଏହି ପାରିଜାତ ଲାଗି ଦିନେ ସୁନାସୀରମୋତେ ଅପମାନ ଦେଲା ସୁଧର୍ମା ସଭାର ।ସେ ଅପମାନର ପ୍ରତିଶୋଧ ନେବା ପାଇଁମିଳାଇ ଦେଲେ ହରଷେ ନାରଦ ଗୋସାଇଁ ।କରିଥିଲି ମୋ କାମନା ଗଲା ପୂର୍ଣ୍ଣ ହୋଇସତ୍ୟଭାମା ରୁକ୍ମିଣୀଙ୍କୁ ପ୍ରଭୁ ପାଶେ ନେଇ ।ମଧ୍ୟରେ ଶ୍ରୀକୃଷ୍ଣ ବାମା ଡାହାଣେ ଦ୍ବିନାରୀଆଗରେ ବିଧାତା ପୁତ୍ର ଛନ୍ତି ବିଜେକରି ।ନାରଦ ବୋଲନ୍ତି ସ୍ବର୍ଗ ପାରିଜାତ ପାଇଁଯେତେ ଦ୍ୱନ୍ଦ ଥିଲା ସବୁ ଭୁଲ ମହାମାୟୀ ।ଏ ପାରିଜାତ ବୃକ୍ଷରେ ଯେତେ ପୁଷ୍ପ ହେବସର୍ବ ବିଷ୍ଣୁଙ୍କର ବାପା ହରଷେ ଘେନିବ ।କାର ଦୋଷ ନାହିଁ ସବୁ କରିଥିଲି ମୁହିଁକେବଳ ଇନ୍ଦ୍ର ଗରବ ଗଞ୍ଜି ଦେବା ପାଇଁ ।ଏ ପୁତ୍ରର ସର୍ବ ଦୋଷ କ୍ଷମାକର ମାତହରି ହରି ବୋଲ ହୃଦ ହେବ ଗୋ ପବିତ୍ର ।ଅପୂର୍ବ ଚରିତ ପାରିଜାତ ଯେ ହରଣଅଜ୍ଞାନ କ୍ଷେତ୍ରମୋହନ ପଶଇ ଶରଣ ।ଶ୍ରୀକୃଷ୍ଣ ରୁକ୍ମିଣୀ ନିତ୍ୟ ଗମନ ଓରୁକ୍ମିଣୀଙ୍କର ଗର୍ବଗଞ୍ଜନ ନିମନ୍ତେ ଶ୍ରୀକୃଷ୍ଣ ତରଳିଯିବାଶୁଣ ସୁଜ୍ଞଜନମାନେ ଅପୂର୍ବ ବିଧାନଶ୍ରୀରାଧା କୃଷ୍ଣଙ୍କ ରସ ଆଦି ଭାବାପନ୍ନ ।ଗୋପ ଛାଡ଼ି କୃଷ୍ଣଚନ୍ଦ୍ର ମଥୁରା ଆସିଲେପ୍ରଭୁଙ୍କ ବିହୁନେ ଗୋପି ପାଗଳ ହୋଇଲେ ।ତାହାପରେ ଜରାସନ୍ଧ ଭୟେ ଚକ୍ରଧରଦ୍ୱାରକାପୁର ନିର୍ମାଣ କଲେ ସମୁଦ୍ରର ।ଅମର ପୁରୁ ଅଧିକ ଦ୍ୱାରକା ଭୁବନରୋଗ ଶୋକ ଜରା ମୃତ୍ୟୁ ନାହିଁ ସେହି ସ୍ଥାନ ।ଅଷ୍ଟପାଟବଂଶୀ ପ୍ରଭୁ ବିବାହ କରିଲେପୁଣି ଷୋଳସହସ୍ର କନ୍ୟାଗଣ ବିଭାହେଲେ ।କହିଛି ତ ଆଗୁ ପାରିଜାତର ବିଧାନଦ୍ୱାରକାରେ ସେ ବୃକ୍ଷ ରୋପିଲେ ଭଗବାନ ।ପାରିଜାତ ପୁଷ୍ପ ଲାଗି ଦୁଇରାଣୀଙ୍କରହୋଇଥିଲା ଦ୍ୱନ୍ଦ ପ୍ରଭୁ କଲେ ସମାଦର ।ସେହି ଦୁନୁ ଯେ ରୁକ୍ମିଣୀ ସତ୍ୟଭାମା ଦୁଇଭାବନ୍ତି ଆମ୍ଭ ସମାନ ଆଉ କେହି ନାହିଁ ।କହନ୍ତି ସଭିଙ୍କଠାରୁ ଅଟୁ ଆମ୍ଭେ ଶ୍ରେଷ୍ଠାତେଣୁ ପାରିଜାତ ଆଣିଦେଲେ ପରମେଷ୍ଠା ।ଆମ୍ଭ ସମାନ ସୁନ୍ଦରୀ ଦ୍ୱାରକାରେ ନାହିଁଯେଣୁ ପ୍ରଭୁ ଯାନ୍ତି ଆମ୍ଭଙ୍କୁ ସଙ୍ଗତେ ନେଇ ।ରୁକ୍ମିଣୀ ବୋଲନ୍ତି ମୁଁ ଯେ ଅଟେ ଜ୍ୟେଷ୍ଠ ନାରୀସ୍ବାମୀଙ୍କର ମୋ ଉପରେ ଶରଧା ଯେପରି ।ସତ୍ୟଭାମା କହନ୍ତି ମୁଁ କନିଷ୍ଠା ଅଟଇରୂପ ଗୁଣେ ଯୌବନେ ମାତର ମନ ମୋହି ।ମୋ ସୁନ୍ଦର ପଣେ ମୁଗ୍ଧ ହୋଇ ଚକ୍ରଧରଦଣ୍ଡେ ମୋତେ ନ କରନ୍ତି ପାଶରୁ ଅନ୍ତର ।ଦେଖ ନାରକା ମାରଣେ ଗଲେ ସ୍ୱର୍ଗପୁରକୋଳେ ବସାଇଣ ମୋତେନେଲେ ଯେପ୍ରଖର ।ଏହିପରି ଦୁଇଜଣ ଗରବ କରନ୍ତିଅନ୍ୟ ନାରୀଙ୍କର ଆଗେ ବଡ଼ାଇ ଦେଖାନ୍ତି ।ଆଉ ଷଡ଼ ପାଟବଂଶୀ ଷୋଳସସ୍ର ନାରୀସ୍ୱାମୀଙ୍କ ଆଗରେ ସର୍ବେ କରନ୍ତି ଗୁହାରି ।ସହଜେ ତ ରାଜାଙ୍କର ଅଟନ୍ତି ଦୁହିତୀପୁଣି ସୁନ୍ଦରୀ ସରବେ ଆବର ଯୁବତୀ ।ବିଷ୍ଣୁଙ୍କର ଅଙ୍ଗ ସଙ୍ଗ କରନ୍ତି ଯେ ନାରୀସେମାନେ ପଦ୍ମିନୀ ଲକ୍ଷ୍ମୀ ଅଂଶେ ଅବତରି ।ୟାଙ୍କ ଗର୍ବ ଦେଖି ତାଙ୍କ ଦେହ ନ ସହଇକ୍ରୋଧେ ଅଭିମାନେ କାନ୍ଦି କହନ୍ତି ସୁମୁହୀଁ ।ତାହାଙ୍କୁ ବହୁତ ପ୍ରବୋଧିଣ ଚକ୍ରଧରକହନ୍ତି ସର୍ବେ ସମାନ ନିକଟେ ମୋହର ।ଯାହା ପୁରକୁ ଯାଆନ୍ତି ପ୍ରଭୁ ଦଇତ୍ୟାରୀଏହି କଥା ସର୍ବ ନାରୀ କରନ୍ତି ଗୁହାରି ।ଷୋଳସସ୍ର ମୂରତି ହୋଇଣ ନାରାୟଣସମସ୍ତ କନ୍ୟାଙ୍କ ସଙ୍ଗେ କରନ୍ତି ରମଣ ।ସଭିଏଁ ଭାବନ୍ତି ଏକା ସ୍ବାମୀ ଯେ ମୋହରତେଣୁ ପ୍ରତିଦିନ ଆସୁଛନ୍ତି ମୋର ପୁର ।ସେ ତ ଅନ୍ତର୍ଯ୍ୟାମୀ ନାଥ ବ୍ରହ୍ମାଣ୍ଡ କରତାକେହି ନ ଜାଣନ୍ତି ମାୟାଧର ସର୍ବ କର୍ତ୍ତା ।କୌଣସିଥିରେ ନାରୀଙ୍କ ମନ ଦୁଃଖ ନାହିଁକେବଳ ଏ ଦୁଇ କଥା ନ ପାରନ୍ତି ସହି ।ବହୁ ପ୍ରକାରେ ବୁଝାନ୍ତି ତାକୁ ଚକ୍ରଧରଦେଖ ପ୍ରତିଦିନ ଆସିଅଛି ତୁମ ପୁର ।ସବୁ ରମଣୀମାନଙ୍କୁ ଏ ରୂପେ କହନ୍ତିସ୍ବାମୀ ପାଦ ସେବି ସର୍ବେ ହରଷ ହୁଅନ୍ତି ।ନାରୀମାନଙ୍କୁ ଯେ ପୁଣି କୁହନ୍ତି ଶ୍ରୀଧରରୁହ ତୁମ୍ଭେ ଗର୍ବ ଭାଙ୍ଗି ଦେବି ମୁଁ ତାଙ୍କର ।ସଦା ଉପାୟ ପାଞ୍ଚନ୍ତି ପ୍ରଭୁ ଚକ୍ରଧରଗର୍ବ ନାଶିବି ରୁକ୍ମିଣୀ ସତ୍ୟଭାମାଙ୍କର ।ସେତ ଅନ୍ତର୍ଯ୍ୟାମୀ ନାଥ ବ୍ରହ୍ମାଣ୍ଡ ଠାକୁରଦିନେ ବିଜୟ କରିଲେ ରୁକ୍ମିଣୀର ପୁର ।ସୁବର୍ଣ୍ଣ ଝରୀରେ ନୀର ଆଣି ଚାନ୍ଦମୁହୀଁପାଦ ପ୍ରକ୍ଷାଳନ କରି ପଣତେ ପୋଛଇ ।ଚରଣେ ପ୍ରଣାମ କରି ପାଦୋଦକ ପାଇଦରହସି କରି ଧରିନେଲା ଶଶୀମୁହୀଁ ।ରତ୍ନ ପଲ୍ୟଙ୍କରେ ତୁଳି ଅଳପ ବିଛଣାଉପରେ ଚନ୍ଦ୍ରାତାପରେ ଚାନ୍ଦୁଆ ଯେ ଟଣା ।ହୀରା ନୀଳା ରଜତ କୁସୁମ ପାଏ ଶୋଭାଚହଟେ ସୁବାସିତର ମନ କରେ ଲୋଭା ।ଦିବ୍ୟ ବେଶରେ ଭୂଷିତା ହୋଇ ନାରୀବରଜୁଡ଼ାରେ ଯତନେ ଶୋଭେ ପାରିଜାତହାର ।ସୁବାସ ତାମ୍ବୁଳ ଭାଙ୍ଗି ରମଣୀ ରତନଶ୍ରୀମୁଖେ ଭୁଞ୍ଜାଏ କରି ଆଦର ଯତନ ।ରୁକ୍ମିଣୀ ରୂପେ ମୋହିତ ହେଲେ ଚକ୍ରଧରଟାଣି ନେଇଣ ଦେବୀଙ୍କୁ ବସାଇ କୋଳର ।ବାର ବାର ଚୁମ୍ବନ ଯେ ଗଣ୍ଡ ଦ୍ୟନ୍ତି ହରିକାମରେ ଆତୁରା ଗୋରୀ ମନ ହୁଏ ଘାରି ।ଦେବୀଙ୍କ ପୁରରେ ସୁଖେ ରହିଲେ ଶ୍ରୀଧରଗେଲେଇ ଗେଲେଇ ଗୀର ଭାଷେ ନାରୀବର ।ମୋହଠାରୁ ଭାଗ୍ୟବତୀ ସଂସାରେ କେ ଛଇଁସ୍ୱୟଂ ବ୍ରହ୍ମାଣ୍ଡକରତା ପାଟରାଣୀ ମୁହିଁ ।ଶୁଣି ପ୍ରଭୁଙ୍କୁ ବୋଲଇ ଗର୍ବଭରେ ଗୋରୀସବୁଠାରୁ ନୁହେଁ ମୁଁ କି ଅଧିକ ତୁମ୍ଭରି ।କିଛି ନ କହି ମଉନ ହୋଇ ଚକ୍ରଧରଦରହସି ରାଧେ ରାଧେ ବୋଲିରେ ମୁଖର ।ଶୟନେ ସ୍ବପନେ ଧ୍ୟାନେ ଜ୍ଞାନେ ନାରାୟଣଶ୍ରୀରାଧାଙ୍କ ନାମ ସଦା ଭଜନ୍ତି ମୁଖେଣ ।ଯେତେବେଳେ ରାଧେରାଧେ ଶ୍ରୀକୃଷ୍ଣ କହିଲେଅଭିମାନ କରି ଗୋରୀ କୋଳରୁ ଉଠିଲେ ।ଶ୍ରୀକୃଷ୍ଣ ବୋଲନ୍ତି କେଣେ ଗଲ ଚମ୍ପାଗୋରୀକିମ୍ପା କଲ ମନ ଦୁଃଖ କୁହରେ ସୁନ୍ଦରୀ ।ରୁକ୍ମିଣୀ ବୋଲନ୍ତି ଭଲକରି ଜାଣେ ମୁହିଁରାଧା ଗଉଡୁଣୀ ମନୁ ପାସୋରିବ ନାହିଁ ।ମୋହଠାରୁ କେଉଁ ଗୁଣେ ଅଟେ ସେ ସୁନ୍ଦରୀଛାର ଗଉଡୁଣୀ ନାମ ସଦା ବୋଲ ହରି ।ଗୋରୁ ଗୋବର ଚୁନିରେ ବେଉସା ତାହାରବୋତିଆ ଗନ୍ଧ ସର୍ବଦା ବାହାରେ ତାହାର ।ଚାଲିଗଲା ଲୋକ ଦୂରୁ ଯାଆନ୍ତି ଆଡ଼େଇଲହୁଣୀ ଲଗାଇ ଗନ୍ଧ ଛାଡ଼ୁଥାନ୍ତି ସେହି ।ସୁଗନ୍ଧ ଅତର ଦିନେ ଦେଖି ସେ ନ ଥିବପାଟ ପୀତାମ୍ବରୀ ଖଣ୍ଡେ ତାହାକୁ ଅଭାବ ।ଦେହରେ ମଳି ଯେ ହାତେ କଂସା ଖଡ଼ୁବାଇସୁଲୁ ବୁଲୁ ଲୁଗା ମଳି କୋଚଟ ଦିଶଇ ।ବେଶ ଭୂଷଣ କିପରି ସେ ଦେଖି ନାହାନ୍ତିଗଉଡୁଣୀ ଦେଖିଲେ ମାଡ଼େ ମୋତେ ବାନ୍ତି ।ପାପ ପୁଣ୍ୟ ଭଲ ମନ୍ଦ ମାତ୍ର ନ ଜାଣନ୍ତିସ୍ବାମୀଙ୍କୁ ପାଶୋରି ପରେ ପୀରତି କରନ୍ତି ।ଶୁଣିଛି ଗୋପରେ ଥିଲା ଏକ ଗଉଡୁଣୀଭଣଜା ସଙ୍ଗତେ ମାଈଁ ପ୍ରୀତି କରେ ପୁଣି ।ଶାଶୁ ନଣନ୍ଦଙ୍କଠାରୁ ଗଞ୍ଜଣା ସହଇନିଶା ଅର୍ଦ୍ଧେ ଲୁଚି ଲୁଚି ବନକୁ ଧାମଇ ।ଏପରି ଚରିତ୍ର ଅଟେ ଯେଉଁମାନଙ୍କରତାଙ୍କର ଜାତିରେ ପୁଣି ବନ୍ଧୁତା ତୁମ୍ଭର ।ପର ଫସଲେ ଚରାନ୍ତି ଗୋରୁ ଗାଈ ନେଇକୃଷକ ଦେଖିଲେ ବହୁ ମାଡ଼ ଯେ ଦିଅଇ ।ରାଧା ଗଉଡୁଣୀ ସେହିପରି ହୋଇଥିବତାକୁ ଏତେ ଭଲ କିଆଁ ପାଅ ହେ ମାଧବମୋହଠାରୁ କେଉଁ ଗୁଣେ ଅଟେ ବଡ଼ ସେହିରୂପରେ ଗୁଣରେ କିସ ଅଧିକ ଅଟଇ ।ମୋ ସମାନ ଏତେ ରାଜକନ୍ୟା ପୁରେ ଥାଇସେ ଗଉଡୁଣୀ ସଦା ଭାବ ପ୍ରାଣସାଇଁ ।କହିଲ ଦେଖି କିପରି ସୁନ୍ଦରୀ ସେ ରାଧାତେଣୁ ତାକୁ ପ୍ରାଣଧନ କରୁଛ ଶରଧା ।ରୁକ୍ମିଣୀ ବଚନ ଶୁଣି ବୋଲନ୍ତି କେଶବରାଧାର ପାଦ ରେଣୁକୁ ତୁମ୍ଭେ ନୁହଁ ସମ ।ରାଧା ବୋଲି ଅଟେ ଯେଉଁ ଦିଓଟି ଅକ୍ଷରସମାନ ନୁହଇ ତାକୁ ଚତୁର୍ଦ୍ଦଶ ପୁର ।ରାଧା ନାମେ ଗଙ୍ଗା ଯାଏ ତିନିପୁର ବହିରାଧା ନାମେ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହୋଇ ।ଯେତେ ନାରୀ ମୋର ଅଛ ଏ ଦ୍ୱାରକା ପୁରୀଶ୍ରୀରାଧାଙ୍କ ପାଦ ଧୂଳି ସମ ନୁହେଁ ସରି ।ଏହିପରି କହୁ କହୁ ପ୍ରଭୁ ଚକ୍ରଧରଦୁଇ ନୟନୁ ତାଙ୍କର ବହେ ନୀର ଧାର ।ଶୁଣି ଅଭିମାନେ ଗୋରୀ ନାସା ଗଲା ଫୁଲିମୁଖ ରଙ୍ଗ ପଡ଼ି ରୁକ୍ମିଣୀଙ୍କ ଦିଶେ ନାଲି ।ବୋଲେ ପ୍ରଭୁ ମୋ ଆଗରେ ମିଥ୍ୟା କଥାକୁହଛାର ଗଉଡୁଣୀ ଲାଗି ଗଡ଼ାଉଛ ଲୁହ ।ତା ସମାନ ପାଉନାହିଁ ଶାନ୍ତି ଆମ୍ଭଠାରତେଣୁ ସର୍ବଦା ଝୁରୁଛ ରାଧାକୁ ତୁମ୍ଭର ।ଯଦି ରାଧା ଥିଲା ତୁମ୍ଭ ପରାଣ ଈଶ୍ୱରୀଅସୁନ୍ଦରୀ ନାରୀ କିମ୍ବା ବିଭା ହେଲେ ହରି ।ଯଦି ସେ ରାଧା ଅଟଇ ପରମା ସୁନ୍ଦରୀଥରେ କି ମୋତେ ଦେଖାଇ ପାରିବ ମୁରାରି ।ଦେଖିଲେ ଥରେ ଆଖିରେ ପ୍ରତେ ଯିବି ମୁହିଁନୋହିଲେ ଜାଣିବି ମିଛେ କୁହ ପ୍ରାଣସାଇଁ ।ଶ୍ରୀହରି ବୋଇଲେ ଏଡ଼େ ଭାଗ୍ୟ ମୋର ନାହିଁହରାଇଲା ରତ୍ନ ଆଉ ଫେରି ପାଇବଇଁ ।ଯେଉଁ ଦିନଠାରୁ ଆସିଲି ଏଠାରପ୍ରିୟ ସଖୀ ରାଧା ପାଶେ ରହିଲା ଅନ୍ତର ।ମୁଁ ଆସିଲି ମଧୁପୁରେ ସେ ଗଲା ନିତ୍ୟକୁପୁଣି କେବେ ଗଲେ ଅବା ଭେଟ ହେବ ତାକୁ ।ରୁକ୍ମିଣୀ ବୋଇଲେ ମୋତେଚଲ ନିତ୍ୟେନେଇତୁମ୍ଭ ରାଧାରାଣୀ ଥରେ ଦିଅ ହେ ଦେଖାଇ ।ହେଉ ବୋଲି ଚକ୍ରଧର ବାମାଙ୍କୁ କହିଲେଗରୁଡ଼କୁ ମନେ ମନେ ପ୍ରଭୁ ସୁମରିଲେ ।ରମ୍ୟକ ଦ୍ବୀପରେ ଥିଲା ବିନତା ନନ୍ଦନବାର୍ତ୍ତା ପାଇ ପ୍ରଭୁ ପାଶେ ମିଳିଲା ବହନ ।ପାଦେପଡି ବୋଲେ କିମ୍ପା ଡାକିଲଗୋସାଇଁଶ୍ରୀହରି ବୋଇଲେ ନିତ୍ୟେ ବୁଲିଯିବି ମୁହିଁ ।ଶୁଣିଣ ଗରୁଡ଼ ବୋଲେ ବେନିକର ଯୋଡ଼ିଏତେ ଶୀଘ୍ର କିମ୍ପା ଦେବ ଯାଉଛ ବାହୁଡ଼ି ।ହସ କହନ୍ତି ଶ୍ରୀଧର ଶୁଣ ମୋର ଭକ୍ତରାଧା ଦରଶନେ ଯିବେ ତୋ ରୁକ୍ମିଣୀ ମାତ ।ତେଣୁ ତାଙ୍କୁ ନେଉଅଛ ଦେଖାଇବା ପାଇଁତୋହାବିନୁ ସେସ୍ଥାନେ କେ ନପାରିବ ଯାଇ ।ରୁକ୍ମିଣୀ ସୁନ୍ଦରୀ ଦିବ୍ୟ ବେଶଭୂଷା ହୋଇଗରୁଡ଼ ପୃଷ୍ଠରେ ବିଜେ ପ୍ରଭୁ ସଙ୍ଗେ ତହିଁ ।ଧନ୍ୟ ବିଧାତା ନନ୍ଦନ ଧନ୍ୟ ଭାଗ୍ୟ ତେରାନିତ୍ୟକୁ ଯିବାକୁ ଏକା ତୁହି ଶକ୍ତିଧର ।ବ୍ରହ୍ମା ଇନ୍ଦ୍ର ଯାଇ ନ ପାରନ୍ତି ଯେଉଁ ସ୍ଥାନସଙ୍ଗେ ସଙ୍ଗେ ପ୍ରବେଶିଲା ବିନତା ନନ୍ଦନ ।ନିତ୍ର ବୈକୁଣ୍ଠ ପୁରରେ ପ୍ରଭୁ ଚକ୍ରଧରରୁକ୍ମିଣୀଙ୍କୁ ସଙ୍ଗେଘେନି ହୋଇଲେ ହାଜର ।ସେ ନିତ୍ୟ ବୈକୁଣ୍ଠ ଶୋଭା କହିଲେ ନସରେସପ୍ତମୁଖେ ବ୍ରହ୍ମା ଯାକୁ କଳନା ନ କରେ ।ଚାରି ଦେବ ଯା ଆଜ୍ଞାରେ ଆତଯାତ ହୋନ୍ତିଶିଶୁମୁନା ବେଦ ସେସ୍ଥାନରେ ଗୋପ୍ୟଛନ୍ତି ।ପ୍ରତିଦିନ ବହଇ ଯେ ମଳୟ ପବନଅପରୁପ ଶୋଭା ମୋହି ପାରେ ଜନମନ ।ସେ ସ୍ଥାନରେ ବିଚରନ୍ତି ଯତେ ଜୀବଚରନୈଷ୍ଠିକ ଚିତ୍ତରେ ସର୍ବେ କରନ୍ତି ବିହାର ।ବିକାରଶୂନ୍ୟ ସରବେ ଛନ୍ଦମନ୍ଦ ନାହିଁକୋଟି ଇନ୍ଦ୍ର ପୁର ତାକୁ ସମାନ ନୁହଇ ।ସେହିଠାରୁ ମନ୍ଦାକିନୀ ଆସୁଅଛି ବହିକଳକଳ ନାଦ ପାରେ ତ୍ରିଭୁବନ ମୋହି ।ଏହି ରୂପେ ବାହାରର ଶୋଭା ଯେ ଅଟଇରୁକ୍ମିଣୀଙ୍କୁ ଦେଖାଇ ଥାଆନ୍ତି ପ୍ରଭୁ ତହିଁ ।ଦୀର୍ଘ ପ୍ରତି ସେ ପୁରର କଳନା ନ ଯାଇକେଉଁ ବିନ୍ଧାଣି ନିର୍ମାଣ କରିଛି ବା ତହିଁ ।ବାହାର ସୌନ୍ଦର୍ଯ୍ୟମାନ ରୁକ୍ମିଣୀଙ୍କୁ ହରିଦେଖାଇ ମିଳିଲେ ସିଂହ ଦୁଆରେ ମୁରାରି ।ସିଂହଦ୍ୱାରେ ଦେଖିଲେ ଲକ୍ଷ ଲକ୍ଷ ଋଷିଉଭା ହୋଇଛନ୍ତି ସର୍ବେ ତିଳେହେଁ ନ ବସି ।ଅସ୍ଥି ଗଦା ହୋଇଅଛି କୁଢ କୁଢ ହୋଇଏହା ଦେଖିଣ ପ୍ରଭୁଙ୍କୁ ପୁଚ୍ଛନ୍ତି ସୁମୁହୀଁ ।କୁହ ନାଥ ଋଷିଗଣ ଉଭା ହୋଇଛନ୍ତିଅସ୍ଥିମାନ ଗଦା କିମ୍ପା ଏ ସ୍ଥାନେ ହୁଅନ୍ତି ।ଶ୍ରୀକୃଷ୍ଣ ଛଦ୍ରମେ ଋଷିମାନଙ୍କୁ ପୁଚ୍ଛନ୍ତିଉତ୍ତର ଦେଇଣ ମୁନିଗଣ ବୋଲୁଛନ୍ତି ।ଆମ୍ଭେ ଅଟୁ ଏକ ଏକ ଯୁଗ ଶ୍ରେଷ୍ଠ ଋଷିପ୍ରଭୁଙ୍କ ଦର୍ଶନ ପାଇବାକୁ ଏଥେଁ ଆସି ।ଶତ ଶତ ଯୁଗ ହେଲା ସର୍ବେ ଏହିଠାରେଛିଡ଼ା ହୋଇଅଛୁ ଯିବା ହୋଇନି ପ୍ରଭୁର ।ଆମ୍ଭମାନଙ୍କ ମଧ୍ୟରୁ କେତେ ନଷ୍ଟ ହୋଇଅନେକଥର ମର୍ତ୍ତ୍ୟକୁ ଯାନ୍ତି ଜନ୍ମ ହୋଇ ।ଏହିସବୁ ଆସ୍ଥାମାନ ଅଟଇ ତାଙ୍କରଏକପାଦ ଘୁଞ୍ଚିବାକୁ ଶକ୍ତି ନାହିଁ କାର ।ଦେଖିଣ ରୁକ୍ମିଣୀ ଦେବୀ ଆଶ୍ଚର୍ଯ୍ୟ ହୋଇଲେପ୍ରଥମ ଦୁଆରେ ଯାଇ ପ୍ରବେଶ ହୋଇଲେ ।ସେ ଦ୍ୱାରେ ଦେଖିଲେ ବ୍ରହ୍ମା ହୋଇଛନ୍ତି ଠୁଳସକରେ ଘେନି ଅଛନ୍ତି ସାବିତ୍ରୀଙ୍କୁ କୋଳ ।ତାହାଙ୍କୁ ଦେଖିଣ ଦେବୀ ଆଶ୍ଚର୍ଯ୍ୟ ହୋଇଲେଏତେ ବ୍ରହ୍ମା ଏସ୍ଥାନରେ କୁହ ପ୍ରଭୁ ଭଲେ ।ଶ୍ରୀକୃଷ୍ଣ ବୋଇଲେ ତାଙ୍କୁ ପଚାର ଗୋଦେବୀମୁଁ କିପରି ଏଠାକାର ଘଟଣା କହିବି ।ରୁକ୍ମିଣୀ ଦେବୀ ବୋଲନ୍ତି କିମ୍ପା ଧାତାଗଣଏ ସ୍ଥାନରେ ଉଭା ହୋଇଛନ୍ତି ହେ ଆସିଣ ।ତାହାଙ୍କବଚନେ ଧାତାମାନେ ଯେବୋଲନ୍ତିଦେବଣ ଯୁଗର ତୁମ୍ଭେ ଅଟ ଆହେ ସତୀ ।ରୁକ୍ମିଣୀ ବୋଲନ୍ତି ଦ୍ୱାପର ଯୁଗର ମୁହିଁଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ପାଟରାଣୀ ଯେ ଅଟଇ ।ଶୁଣି ବିଧାତାଗଣ ଯେ ବୋଲନ୍ତି ବଚନଆମ୍ଭେ ଏବେ ଚାରିଯୁଗ କରୁ ଯେ ଭିଆଣ ।ଯେତେ ଧାତା ଉଭା ହୋଇ ଅଛନ୍ତି ଏସ୍ଥାନସମସ୍ତେ ଭୋଗି ଅଛନ୍ତି ଗଣ୍ଡା ଯୁଗ ଜାଣ ।ଗଣ୍ଡାଶେଷେ ରାଧା କୃଷ୍ଣଙ୍କର ଦରଶନେଆସିଣ ଉଭାହୋଇଛୁ ସର୍ବେ ଏହି ସ୍ଥାନେ ।ଏକ ପାଦ ଘୁଞ୍ଚିବାକୁ ହୋଇନି ଆଦେଶତେଣୁସର୍ବେ ଉଭାହୋଇଅଛୁ ହେ ଆଦେଶ ।ଆଶ୍ଚର୍ଯ୍ୟ ହୋଇଣ କୃଷ୍ଣ ସଙ୍ଗେ ଦେବୀ ଗଲେଦ୍ୱିତୀୟ ଦୁଆରେ ଯାଇ ପ୍ରବେଶ ହୋଇଲେ ।ଦେଖିଲେ ସହସ୍ର ମୁଖ ଧାତା ସେ ସ୍ଥାନରେଏକ ଏକ ଭୋଗିଛନ୍ତି ଯୁଗ ସହସ୍ରରେ ।ସେହିପରି ମଧ୍ୟ ସେହିମାନେ ଯେ କହିଲେତୃତୀୟ ଦ୍ୱାରରେ ଯାଇ ପ୍ରବେଶ ହୋଇଲେ ।ସେଠାରେ ଦେଖିଲେ ଶିବ ହୋଇଛନ୍ତି ଠୁଳସଭିଙ୍କ ପାଶେ ପାର୍ବତୀ ଦିଶଇ ଉଜ୍ଜ୍ୱଳ ।ତାଙ୍କଠାରୁ ସେହିପରି ବଚନ ଶୁଣିଲେମନେମନେ ଦେବୀ ବଡ଼ ଲଜ୍ଜିତ ହୋଇଲେ ।ଯେତେ ଦମ୍ଭ ଗର୍ବ ମନେ ଥିଲା ରୁକ୍ମିଣୀରଦେଖି ଏ ଘଟଣା ସବୁ ହୋଇଲାରି ଦୂର ।ଚତୁର୍ଥ ଦ୍ୱାରରେ କୃଷ୍ଣ ପହଞ୍ଚିଲେ ଯାଇଁଦେଖିଲେ ବହୁ ରୁକ୍ମିଣୀ କୃଷ୍ଣ ଛନ୍ତି ତହିଁ ।ଲକ୍ଷ ଲକ୍ଷ କୃଷ୍ଣଚନ୍ଦ୍ର ହୋଇଛନ୍ତି ଉଭାଷୋଳସସ୍ର ନାରୀ ଅଷ୍ଟପାଟବଂଶୀ ଶୋଭା ।ଏକ ଏକ ହରି ପାଶେ ଷୋଳ ସସ୍ର ଆଠରମଣୀଙ୍କୁ ଘେନି ଉଭା ହୋଇଛନ୍ତି କୃଷ୍ଣ ।ଦେଖିଣ ଏସନ ରୀତି ରୁକ୍ମିଣୀ ସୁନ୍ଦରୀବିକଳେ ପଡ଼ିଲେ ଶ୍ରୀକୃଷ୍ଣଙ୍କ ପାଦ ଧରି ।କୁହ ଦେବ ଏ ଦାସୀରେ ନ କରି କପଟଏମାନେ ପ୍ରଭୁଙ୍କ ହୋଇ ନାହାନ୍ତି କି ଭେଟ ।ପ୍ରଭୁ ବୋଇଲେ ପଚାର ସେ କହିବେ ତାହାମୁଁ ତ ଜାଣେ ନାହିଁ ଆଜି ଆସିଅଛି ନୂଆ ।ପୁଚ୍ଛିଲେ ରୁକ୍ମିଣୀ କିମ୍ପା ଆଜ ଉଭା ହୋଇଯେଉଁ ଯୁଗରୁ ଏ ସ୍ଥାନେ ଅଛ ତୁମ୍ଭେ ରହି ।ସୁନ୍ଦରୀ ବଚନେ ହସି ସେମାନେ କୁହନ୍ତିଏକ ଏକ ମନୁ କୃଷ୍ଣ ଆମ୍ଭେ ଆଗୋ ସତୀ ।ଗୋପ ତେଜି ମଥୁରାକୁ ଆମ୍ଭେ ଯେ ଆସିଲୁକଂସ କେଶୀ ଆଦି ବହୁ ଦୈତ୍ୟ ବିନାଶିଲୁ ।ଜରା ଭୟେ ଦ୍ୱାରକାରେ ରହିଥିଲୁ ଆମ୍ଭେରୁକ୍ମିଣୀ ସହିତ ଏହି ନାରୀ ସହ ସର୍ବେ ।କାର୍ଯ୍ୟ ସାରି ସମସ୍ତଙ୍କୁ ଘେନିଣ ସଙ୍ଗରେଆସିଅଛୁ ରାଧାକୃଷ୍ଣ ଦର୍ଶନ ଆଶାରେ ।ଏକ ପାଦ ଘୁଞ୍ଚିବାକୁ ଅନୁମତି ନାହିଁତେଣୁ ପ୍ରଭୁଙ୍କୁ ଧ୍ୟାଉଛୁ ଏହି ସ୍ଥାନେ ରହି ।ଆଉ ମାତ୍ର ଅଳ୍ପଦିନେ ତୁମ୍ଭେ ବି ଆସିବଆମ୍ଭରି ପରି ଏ ସ୍ଥାନେ ମଧ୍ୟ ଛିଡ଼ା ହେବ ।ଶୁଣିଣ ରୁକ୍ମିଣୀ ଦେବୀ ଥରହର ହେଲେସ୍ୱାମୀଙ୍କ ଚରଣ ତଳେ ଦେବୀ ଯେ ପଡ଼ିଲେ ।ହସ୍ତଧରି ଉଠାଇଣ ଶ୍ରୀକୃଷ୍ଣ ବୋଇଲେଗଉଡୁଣୀ ଗନ୍ଧ ନାକେ ବାଜିଲାକ ଭଲେ ।ଏ ସମୟେ ବୃଦ୍ଧା ମାତା ନିତ୍ୟରୁ ଆସନ୍ତିପୃଥିବୀ ମୋହିନୀ ରୂପ ଅପରୂପ ଜ୍ୟୋତି ।ବୟସ ଦିଶଇ ତାଙ୍କ ଷୋଳ କି ସତରକଳାମେଘ ପରି କେଶ ଲୋଟେ ପାଦପର ।ଚାଲିଯାନ୍ତେ ପଦ୍ମ ଗନ୍ଧ ଚହଟି ଉଠଇସେ ରୂପ ଶୋଭାକୁ ସମ ତ୍ରିପୁରେ କେ ନାହିଁ ।ରୁକ୍ମିଣୀରଠାରୁ ସହସ୍ର ଗୁଣେ ସେ ସୁନ୍ଦରୀମଶାଲ ନିକଟେ ଯେହ୍ନେ ଜଳଇ ଡିବିରି ।ତାହାଙ୍କୁ ଦେଖି ଚକିତ ରୁକ୍ମିଣୀ ହୁଅଇଏହି ବୋଧେ ରାଧା ବୋଲି ଭାବିଲା ସୁମୁହୀଁ ।ବୃଦ୍ଧା ମାତାଙ୍କ ଚରଣ ଧରିଣ ଯେ ଗୋରୀଭୂମିରେ ଲୋଟିଣ ବୋଲେ ଶ୍ରୀକୃଷ୍ଣଙ୍କ ନାରୀ ।କ୍ଷମା କର ମୋର ଦୋଷ ଶ୍ରୀରାଧା ସୁନ୍ଦରୀତୁମ୍ଭର ପାଦ ରେଣୁକୁ ମୁହିଁ ନୁହେଁ ସରି ।ଏଣେ ମୁଖେ ବାସ ଦେଇ ପ୍ରଭୁ ଚକ୍ରଧରବୃଦ୍ଧାମାତା ମୁଖ ଚାହିଁ ହସନ୍ତି ଶ୍ରୀଧର ।ଯହୁଁ ତାଙ୍କ ପାଦତଳେ ରୁକ୍ମିଣୀ ପଡ଼ିଲେକି କଲ କି କଲ ବୋଲି ତାଙ୍କୁ ଉଠାଇଲେ ।ତୁମ୍ଭେ ହେଉଅଛ କୃଷ୍ଣଚନ୍ଦ୍ର ମନୋହାରୀଛାର ଦାସୀ ପାଦତଳେ ପଡ଼ିଲ ସୁନ୍ଦରୀ ।ରୁକ୍ମିଣୀ ବୋଇଲେ ତୁମ୍ଭେ ଅଟ ହେ ଶ୍ରୀରାଧାପାଦତଳେ ପଡ଼ିଲେକ ନାହିଁ କିଛି ବାଧା ।ମାତା ବୋଲେ ଅବିଚାର କଥା କିମ୍ପା କୁହରାଧାଙ୍କ ଚରଣ ରେଣୁ ସମାନ ମୁଁ ନୁହଁ ।ରୁକ୍ମିଣୀ ବୋଇଲେ ତେବେ ତୁମ୍ଭ ନାମ କିସମୋର ନାମ ବୃଦ୍ଧମାତା କରେ ସଖୀ ବେଶ ।ପ୍ରତିଦିନ ନିତ୍ୟେ ସଖୀ କରନ୍ତି ନର୍ତ୍ତନଯତନେ ସଜାଏ ତାଙ୍କୁ ରହି ମୁଁ ଏ ସ୍ଥାନ ।ବହୁଦିନ ହେଲା ନିତ୍ୟେ କଲିଣି ଚାକିରୀରାଧା ଦର୍ଶନ ସୌଭାଗ୍ୟ ହୋଇନି ମୋହରି ।ଶ୍ରୀମତୀଙ୍କ ଦାସୀର ମୁଁ ଦାସୀ ଆଗୋ ସହିନିତ୍ୟକୁ ଯିବାରେ ମୋର ଅନୁମତି ନାହିଁ ।ତାହାଙ୍କ ବଚନ ଶୁଣି ରୁକ୍ମିଣୀ ଚକିତବୋଇଲେ ଜାଣ କି ତୁମ୍ଭେ ଶ୍ରୀରାଧା ଚରିତ ।କିପରି ରୂପ ତାହାଙ୍କ କୁହ ତୁମ୍ଭେ ଥରେଶୁଣିବା ପାଇଁକି ଶ୍ରଦ୍ଧା କରିଛି ଚିତ୍ତରେ ।ରୁକ୍ମିଣୀ ବଚନେ ଗୋରୀ ମାତା ହୋଇ ତୋଷବୋଇଲେ ସେ ସବୁ ମୁହିଁ ଜାଣିଛି ଅବଶ୍ୟ ।ଯେଉଁ ରାଧାଙ୍କ ବିଷୟ ପୁଚ୍ଛ ଚାନ୍ଦମୁହୀଁକର୍ଣ୍ଣ ଡେରି ଶୁଣ ସବୁ କହୁଅଛି ମୁହିଁ ।ରାଧା ବୋଲି ଅଟେ ଯେଉଁ ଦୁଇଟି ଅକ୍ଷରଓଁ କାର ଶବଦ ମଧ୍ୟୁ ହୋଇଛି ବାହାର ।ଶୂନ୍ୟ ଶୂନ୍ୟ ମହାଶୂନ୍ୟ ମଧ୍ୟେ ନିରଞ୍ଜନତା ମଧ୍ୟେ ସଜ୍ୟୋତି ପରେ ଶ୍ରୀରାଧା ମୋହନସେହି ରାଧା ଶ୍ରୀକୃଷ୍ଣଙ୍କ ସଙ୍ଗେ ଯାଇଥିଲେଗୋପପୁରେ ବୃଷଭାନୁ ଦୁହିତା ହୋଇଲେ ।ଅଯୋନି ସମ୍ଭୂତା ସେ ଯେ ଅପରୂପ ଜାଣିପଦ୍ମପତ୍ର ମଧ୍ୟେ ଶୋଇଲେ ଠାକୁରାଣୀ ।ବୃଷଭାନୁ ନରେନ୍ଦ୍ର ଯେ ସ୍ନାହାନକୁ ଗଲାପଦ୍ମ ବନରେ ଦେବୀଙ୍କୁ ଦେଖି ଘେନିଗଲା ।ବହୁଦିନ ମୂକ ହୋଇ ରହିଲେ ତା ଘରଶ୍ରୀକୃଷ୍ଣ ଜନମ ହୋଇ ନଥିଲେ ମର୍ତ୍ତ୍ୟର ।ଯେତେବେଳେ ଜନମ ଲଭିଲେ ଦାମୋଦରବସୁଦେବ ଛାଡ଼ିଲାକ ନନ୍ଦର ମନ୍ଦିର ।ସେତିକିବେଳେ ନାରଦ ଖୋଜି ଖୋଜି ଯାଇଶ୍ରୀରାଧା କର୍ଣ୍ଣେ ଏ କଥା ଦେଲେ ଯେ ଶୁଣାଇପ୍ରଭୁ ଆସିବାର ବାର୍ତ୍ତା ପାଇ ଜଗତମାତାସଙ୍ଗେସଙ୍ଗେ ଯୁବା ହୋଇ କହିଲେକ କଥା ।କିଛିଦିନେ ଚନ୍ଦ୍ରସେଣା ସଙ୍ଗେ ବିଭାହେଲେତ୍ରେତାଯୁଗେ ରାମଚନ୍ଦ୍ର ତାକୁ କହିଥିଲେ ।ଚନ୍ଦ୍ରସେଣା ନାମ ଯାର ହନୁମନ୍ତ ସେହିଦିନେମାତ୍ର ଶ୍ରୀରାଧାଙ୍କ ଅଙ୍ଗ ଛୁଇଁ ନାହିଁ ।କେତେଦିନ ପରେ କୃଷ୍ଣଚନ୍ଦ୍ର ହେଲେ ଭେଟନ ଚିହ୍ନିପାରିଣ ମାତ କରିଲେ ଆକଟ ।ତା ପରେ ଯହୁଁ ଶ୍ରୀହରି ମୁରଲୀ ପାଇଲେଉଚ୍ଚାଟ କରିଣ ବୃନ୍ଦାବନକୁ ଆଣିଲେ ।ସେଠାରେ ପ୍ରେମ ହୋଇଲା ରାଧାକୃଷ୍ଣଙ୍କରରଜବୀର୍ଯ୍ୟ ନାହିଁ ମାତ୍ର ବାହ୍ୟ ପ୍ରେମ ସାର ।ସେ ପ୍ରେମରେ ଯମୁନା ଯେ ଉଛୁଳି ଉଠିଲାସେ ପ୍ରେମେ ଶୁଖିଲା କାଷ୍ଠ ପଲ୍ଲବିଣ ଗଲା ।ସେ ପ୍ରେମେ ବୃନ୍ଦାବନରେ ବସନ୍ତ ବହିଲାସେ ପ୍ରେମେ ଅପୁତ୍ରି ସ୍ତିରୀ ପୁତ୍ର ପ୍ରସବିଲା ।ସେ ପ୍ରେମେ ତରଳି ଗଲା କଠିନ ପ୍ରସ୍ତରସେ ପ୍ରେମେ ମରୁଭୂମିରେ ପ୍ରସବିଲା ନୀର ।ସେ ପ୍ରେମେ ଫୁଟିଲା ଫୁଲ ମହକି ଉଠିଲାସେ ପ୍ରେମେ କଦମ୍ବ ବୃକ୍ଷ ପବିତ୍ର ହୋଇଲା ।ସେ ପ୍ରେମେ ଶ୍ରୀରାଧା କଲା ବହୁ ଅଭିମାନସେ ପ୍ରେମେ ଭାଙ୍ଗିଲେ ଯୋଗୀରୂପ ଭଗବାନସେ ପ୍ରେମେ ସହସ୍ର ଜଳରେ ପାଣି ଉଛୁଳିଲାସେ ପ୍ରେମେ ଶ୍ରୀମତୀଦିନେ ବୈଷ୍ଣବୀ ହୋଇଲାଏହିପରି କହୁଛନ୍ତି ଶ୍ରୀରାଧାଙ୍କ କଥାଶୁଣୁଅଛନ୍ତି ତନ୍ମୟେ ଭୀଷ୍ମକ ଦୁହିତା ।ପଛକୁ ଅନାଇ ଦ୍ୟନ୍ତେ ରୁକ୍ମିଣୀ ସୁନ୍ଦରୀକି ହେଲା କି ହେଲା ବୋହିଗଲେ ମୂର୍ଚ୍ଛା ହାରି ।ଦେଖନ୍ତି ତ ପୌର୍ଣ୍ଣମାସୀ କୃଷ୍ଣଚନ୍ଦ୍ର ଚାହିଁରାଧାଭାବେ ଭୋଳହୋଇଗଲେ ପାଣି ହୋଇସାଙ୍ଗେ ସାଙ୍ଗେ ବନ୍ଦକ ଶ୍ରୀରାଧାଙ୍କ ଗାନରୁକ୍ମିଣୀଙ୍କୁ ଚାହିଁ ମାତ ବୋଇଲେ ବଚନ ।ଦେଖିଲେ ରୁକ୍ମିଣୀଙ୍କର ଦେହେ ନାହିଁ ଜ୍ଞାନମାତା ହସ୍ତ ମାରିଦ୍ୟନ୍ତେ ପାଇଲେ ଚେତନ ।ଚେତନା ପାଇଣ ଦେବୀ କରଇ ଯେ ରଡ଼ିରଖ ମୋ କାନ୍ତକୁ ମାତ କହେ ପାଦେ ପଡି ।ମୁଁ ପାଷଣୀ କାହିଁ ପାଇଁ ଏହା ଭିଆଇଲିମୋ ଜୀବନଧନକୁ ଆଜି ହରାଇ ବସିଲି ।ଧରୁଛି ଚରଣ ମାତ କନ୍ୟା ମୁଁ ତୁମ୍ଭରଏ ବିପଦୁ ମୋ କାନ୍ତକୁ ତୁମ୍ଭେ ରକ୍ଷାକର ।ବୃଦ୍ଧ ମାତା ଚୁପ୍ ଚୁପ୍ ଦିଅନ୍ତି ବତାଇସାତଥର କାନେ ଦିଅ ରାଧା ନାମ କହି ।ଶୁଣିଣ ରୁକ୍ମିଣୀ ଦେବୀ ପ୍ରଭୁ କର୍ଣ୍ଣେ ଯାଇରାଧାନାମ ସାତଥର ଦେଲେ ଯେଣୁ କହି ।ପୂର୍ବ ପରି ଗୋଡ଼ହାତ ହୋଇଲା ସୁନ୍ଦରସଂଯମ ହୋଇଣ ଗଲେ ପ୍ରଭୁ ଚକ୍ରଧର ।ରୁକ୍ମିଣୀ ମାତାଙ୍କ ପାଦେ ପଡ଼ିଣ କହଇକିମ୍ପାଇଁ ବୋଲଇ ଏହା ଦିଅ ମା ବୁଝାଇମାତା ବୋଲନ୍ତି ଶ୍ରୀରାଧେ ପ୍ରେମେ ହୋଇ ଭୋଲଭାବରେ ତନ୍ମୟ ହୋଇଗଲେ ଆଦିମୂଳଯେହୁ ରାଧା ସେହୁ କୃଷ୍ଣ ଶୁଣରେ ସୁନ୍ଦରୀଯହିଁ ରାଧା ଥାନ୍ତି ତହିଁ ଥାନ୍ତି ବଂଶୀଧାରୀ ।ଯାହାକୁ ମଣିଛୁ ତୁହି ସ୍ୱାମୀ ଅଟେ ତୋରସଚରାଚର ବ୍ରହ୍ମାଣ୍ଡ ଗର୍ଭରେ ତାହାରତାହାର ନିକଟେ ଛନ୍ତି ତୋର ପତି ହୋଇସକଳ ଘଟରେ ପତି ଅଛନ୍ତି ବୋଲାଇ ।ତୁମ୍ଭଙ୍କୁ ଯେତିକି ସ୍ନେହ କରନ୍ତି ଠାକୁରସେତିକି ମଧ୍ୟ କୁବୁଜାଠାରେ ଯେ ଆବର ।ଯେତେ କୃଷ୍ଣ ଏ ସ୍ଥାନରେ ଦେଖୁଅଛ ମାତସମସ୍ତେ ଏକା ତାହାରି ଅଙ୍ଗରୁ ସମ୍ଭୂତ ।ଗୋପରୁ ସିନା ଦ୍ବାରକା ଆସିଛନ୍ତି ହରିଅସଲ କୃଷ୍ଣଙ୍କୁ ତେଣେ ରଖିଛନ୍ତି ଧରି ।ଅକ୍ରୂକୁ ପୁଚ୍ଛିଲେ ସେ କହିବ ସକଳକେତେ କୃଷ୍ଣ ଦେଖିଲା ସେ ଯମୁନାର ଜଳ ।ଯେତେବେଳେ ଜଳେ ସ୍ନାନ କରିଲା ଅକ୍ରୂରପାଣି ମଧ୍ୟେ ଲୁଚି ଲୁଚି ଗଲେ ଚକ୍ରଧର ।ସ୍ଥଳରେ ଦେଖିଲା ଯହୁଁ ଛନ୍ତି ଉଭା ହୋଇସେହି ଗୋ ତୁମ୍ଭର ପତି ଯାଅ ମାତ ତୁହି ।ବୃନ୍ଦାବନ ଛାଡ଼ି ପାଦେ ମାତ୍ର ଚକ୍ରଧରନ ଯାଇ ଖେଳ କରୁଛି ଶ୍ରୀରାଧା ସଙ୍ଗର ।ନିଷ୍କାମ ଭକତି ଗୋପୀମାନେ କରୁଛନ୍ତିସକାମ ଭକତି ତୁମ୍ଭେ କର ଆଗେ ସତୀ ।ତାଙ୍କ ଭକତିରେ ଅଛି ସ୍ନେହ ଯେ ପ୍ରଚୁରତୁମ୍ଭ ଭକତିରେ ଅଛି ଗର୍ବ ଅହଙ୍କାର ।ତେଣୁ ରାଧା ସ୍ନେହ ବାଧା ଶୁଣି ପତି ତୋରତରଳି ପଡ଼ିଲା ସଖି ଦେଖିଲୁ ଆଖିର ।ସେହିପରି ହେବୁ ଯେବେ ପ୍ରଭୁଙ୍କୁ ପାଇବୁଯୁଗେ ଯୁଗେ ପତି ରୂପେ ବାନ୍ଧି ରଖିଥିବୁ ।ନିଜ ନ ଖାଇ ସଭିଙ୍କୁ ଖୁଆଇବୁ ଅନ୍ନନିଜ ସଙ୍ଗେ ସମସ୍ତଙ୍କୁ କରିବୁ ସମାନ ।ସ୍ୱାମୀ ପାଦ ପଦ୍ମେ ସଦା ରଖିଥିବୁ ମନତାଙ୍କ ବିନୁ ବ୍ରହ୍ମାଣ୍ଡକୁ ନ ଦେଖିବୁ ଆନ ।ଆବର ଯେଉଁ ରୂପକୁ ଦେଖିଲୁ ସୁନ୍ଦରୀସେହି ରୂପେ କଳିଯୁଗେ ପ୍ରଭୁ ଅବତରି ।ଚକ୍ରତୀର୍ଥେ ମହୋଦଧି ତଟେ କଳ୍ପବଟତଳେ ବଡ଼ଦେଉଳରେ ପ୍ରଭୁ ହେବେ ଭେଟ ।ସେହିଠାରେ ତିନିମୂର୍ତ୍ତି ହେବ ଚକ୍ରଧରଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆବର ।ସଦା ସମାରୋହେ କଳି ମାନବ ପୂଜିବେଦରଶନ କରି ପାପୀ ତାପୀ ତରିଯିବେ ।ବର୍ତ୍ତମାନ କେଉଁ ରୂପେ କଲୁ ଦରଶନଅଧା ହାତ ଅଧା ଗୋଡ଼ ଯେ ଚକାନୟନ ।ତୁହି ମାତ ଲକ୍ଷ୍ମୀ ରୂପେ ଥିବୁ ସେହି ସ୍ଥାନତେଣୁ ଜଗନ୍ନାଥ ରୂପ କଲୁ ଦରଶନ ।ଏତେ କହି ଅନ୍ତର୍ଦ୍ଧାନ ହେଲେ ମହାମାୟୀଜଗନ୍ନାଥଙ୍କର ପାଦେ ପଡ଼ିଲେ ସୁମୁହୀଁ ।ମୁହିଁ ଛାର ନାରୀ ମାତ୍ର କିଛି ନ ଜାଣଇଗରବ କରିବା ଫଳ ହାତେ ଗଲି ପାଇ ।ନର ପରାଏ ତୁମ୍ଭଙ୍କୁ ଭାବିଥିଲି ମୁହିଁମୋର ଅପରାଧ କ୍ଷମାକର ପ୍ରାଣସାଇଁ ।ତୁମ୍ଭ ବିନୁ ଜଗତରେ ନ ଜାଣେ ମୁଁ ଆନମୁହିଁ ମାତ୍ର ପିଣ୍ଡ ତୁମ୍ଭେ ଅଟ ମୋ ଜୀବନ ।ବିକଳେ ବହୁତ ସ୍ତବ ରୁକ୍ମିଣୀ କରନ୍ତେସ୍ନେହେ କୋଳେ ବସାଇଲେ ପ୍ରଭୁ ଜଗନ୍ନାଥେବୋଇଲେ ଜଗତକର୍ତ୍ତା ସିନା ମୁଁ ଅଟଇତୁମ୍ଭେ ଯୁଗେ ଯୁଗେ ଜନ୍ମ ଜଗତ୍ମାତ ହୋଇତୁମ୍ଭ ଆମ୍ଭ ମଧ୍ୟେ କେଭେ ନାହିଁ ଭିନ୍ନା ଭିନ୍ନଯେହୁ ରାଧା ସେହୁ ତୁମ୍ଭେ ଶୁଣ ମୋ ବଚନଏତେ କହି କୋଳେ ଧରି ରୁକ୍ମିଣୀ ସୁନ୍ଦରୀଲକ୍ଷ୍ମୀ ନାରାୟଣ ଗରୁଡ଼ରେ ବିଜେକରି ।ରୁକ୍ମିଣୀ ଦେବୀଙ୍କ ଦର୍ପ ଶ୍ରୀହରି ଗଞ୍ଜିଲେଦ୍ୱାରକା ନବରେ ଯାଇ ପ୍ରବେଶ ହୋଇଲେ ।ରାଧାକୃଷ୍ଣ ବୋଲି ଯେଉଁ ଚାରୋଟି ଅକ୍ଷରଏ ଭବ ସଂସାରେ ସେହି ଅଟେ କର୍ଣ୍ଣଧାର ।ସେ ନାମ ଜପିଲେ ପାପତାପ ନ ରହିବସେ ନାମ ଜପିଲେ ଦେହୁଁ କଳୁଷ ହରିବ ।ଶ୍ରୀରାଧା କୃଷ୍ଣଙ୍କ ପୟରରେ ରଖି ଧ୍ୟାନଶ୍ରୀଗୁରୁ ସୁମରି ଲେଖେ ଶ୍ରୀକ୍ଷେତ୍ରମୋହନ ।ତୁଳସୀ ମାହାତ୍ମ୍ୟ ଓ ସତ୍ୟଭାମା ଗର୍ବ ଗଞ୍ଜନହେ ପଣ୍ଡିତ ଜନମାନେ ଶୁଣ ଶ୍ରୁତି ଡେରିଅଗାଧ ସମୁଦ୍ରକୁ ଏ ଗ୍ରନ୍ଥ ଅଟେ ତରି ।ଯେ ଭାବେ ସିନ୍ଧୁକୁ ପାରେ ହେବା ଇଚ୍ଛା କରଏ ଚିତ୍ତବୋଧକୁ ଆଶ୍ରା କର ଆହେ ନର ।ରୁକ୍ମିଣୀଙ୍କ ଦର୍ପଚୁର୍ଣ୍ଣ କରି ନରହରିସତ୍ୟଭାମା ପୁରେ ଆସି ମିଳିଲେ ଶ୍ରୀହରି ।ଅଭିମାନେ ବସିଅଛି ମଥାପୋତି ଗୋରୀଶ୍ରୀକୃଷ୍ଣଚନ୍ଦ୍ରଙ୍କୁ କଥା ନ କହେ ସୁନ୍ଦରୀ ।ସତ୍ୟଭାମା ମନକଥା ଜାଣି ଚକ୍ରଧରବହୁତ ପ୍ରକାରେ ପ୍ରବୋଧିଲେ ଧରି କର ।କହଇ ସୁନ୍ଦରୀ ମନେ ମନେ ଗର୍ବ କରିରୁକ୍ମିଣୀ ଦେବୀ ପୁରକୁ ଯାଅ ହେ ମୁରାରୀ ।ଦଣ୍ଡେ ନ ଦେଖିଲେ ତାଙ୍କୁ ବଣା ହେଉଥାଅମନ ଭୁଲାଇବା ଲାଗି ମୋତେ ମିଛେ କୁହ ।ଶ୍ରୀପତି ବୋଇଲେ ସର୍ବେ ସମାନ ମୋହରପକ୍ଷପାତି ନୀତି ତିଳେ ନାହିଁ ମୋ ହୃଦର ।ଯହିଁ ସଭିଏଁ ସମାନ ଶ୍ରୀକୃଷ୍ଣ କହିଲେଅଭିମାନେ ସତ୍ୟଭାମା ମୁହଁ ଫୁଲାଇଲେ ।ବୋଇଲେ ସଭିଏଁ ଯଦି ଅଟନ୍ତି ସମାନମୋ ସଙ୍ଗରେ କିବା କାର୍ଯ୍ୟ ଯାଅ ଅନ୍ୟ ସ୍ଥାନ ।ସତ୍ୟଭାମା ଭାବେ ମନେ ମୁଁ ଏକା ସୁନ୍ଦରୀସବୁବେଳେ ମୋତେ ଭଲ ପାଆନ୍ତୁ ଶ୍ରୀହରିଯେଉଁ ଦିନଠାରୁ ସଙ୍ଗେ ସ୍ୱର୍ଗେ ନେଲେ ହରିସତ୍ୟଭାମା ମନେ ଗର୍ବ କରନ୍ତି ସେ ଭାରି ।ଦେବୀଙ୍କର ଇଚ୍ଛା ପ୍ରଭୁ ଅନ୍ୟକୁ ନ ଚାହିଁସର୍ବଦା ମୋତେ ଅଭୟ ଦ୍ୟନ୍ତୁ ଭାବଗ୍ରାହୀ ।ସେ ତ ଅନ୍ତର୍ଯ୍ୟାମୀ ନାଥ ଜଗତ ଠାକୁରଭେଦାଭେଦ ତିଳେ ନାହିଁ ତାଙ୍କ ହୃଦୟର ।ସ୍ନେହରେ ସତ୍ୟଭାମାକୁ କିଛି ନ କୁହନ୍ତିକିନ୍ତୁ ମନେ ମନେ ପ୍ରଭୁ ହେଲେଣି ଅଶାନ୍ତି ।କିପରି ସତ୍ୟଭାମାକୁ ଶିକ୍ଷା ଦେବେ ହରିଏହି କଥା ମନେ ମନେ ଭାବିଲେ ମୁରାରୀ ।ତେଣୁ ସ୍ମରଣ କରିଲେ ମହର୍ଷି ନାରଦପ୍ରବେଶ ହୋଇଲେ ଋଷି କରି ବୀଣାବାଦ୍ୟ ।ପ୍ରଭୁଙ୍କ ଚିନ୍ତିବା ତାଙ୍କ ବାଜିଲା କର୍ଣ୍ଣରସେହି ମୁହୂର୍ତ୍ତେ ପ୍ରବେଶ ହେଲେ ଋଷିବର ।ମନଯାନେ ଧାତାସୁତ ଆନନ୍ଦେ ବିହରିସତ୍ୟଭାମାଙ୍କ ପୁରରେ ଯାନରୁ ଉତୁରି ।କଷା କଉପୀନ ଦଣ୍ଡ କମଣ୍ଡଳୁ କରେବ୍ୟାଘ୍ରାଛାଲ ଶୋଭା ପାଏ ମୁନିଙ୍କ କନ୍ଧରେ ।ଯଜ୍ଞୋପବୀତ ଶୋଭଇ ତା ପରେ ଉତ୍ତରୀନାରାୟଣୀ ନାମ ଋଷି ମୁଖରେ ଉଚ୍ଚାରି ।ବୋଇଲେ ବଡ଼ ସୌଭାଗ୍ୟ ଅଟଇ ମୋହରଦର୍ଶନ କରିଲି ପିତାମାତାଙ୍କ ପୟର ।ସତ୍ୟଭାମା ଦେବୀ ହସ୍ତେ ଘେନି ଶୁଦ୍ଧ ନୀରମୁନିଙ୍କ ଚରଣ ପଖାଳିଲେ ନାରୀବର ।ନାରଦ ପାଦ ଲୁଚାଇ କଲେ ନାହିଁ ନାହିଁକିମ୍ପା ମାତ ଦଣ୍ଡ ଦିଅ ପୁତ୍ର ପାଦ ଧୋଇ ।ନିଜେ ଜଗନ୍ନାଥ ବସିଥିଲେ ପଲଙ୍କରେଦେବୀ ହସ୍ତୁ ଜଳଘଟି ଛଡ଼ାଇଣ ଧୀରେ ।ପଦକରେ ରଷିବର ପାଦଦୁଇ ଧରିଧୌତକରନ୍ତେ ନାରଦ ଗଞ୍ଜି ହୋନ୍ତି ଭାରି ।ସତ୍ୟଭାମା ସହ ପ୍ରଭୁ ଋଷି ପାଦ ଧୋଇସୁଝୀନ ଉତ୍ତରୀରେ ଯେ ପୋଛିଲେ ମାଧୋଇଶ୍ରୀହରି ବୋଇଲେ ମହା ଭାଗ୍ୟବାନ ମୁହିଁବ୍ରହ୍ମ ଋଷିଙ୍କର ପାଦ ସହଜେ ମିଳଇ ।ଯେତେକ କଳୁଷ ହୃଦେ ଥିଲା ଯେ ମୋହରଆଜିଠାରୁ ସେ ସମସ୍ତ ହୋଇଗଲା ଦୂର ।ଏହିପରି ଶ୍ରୀକୃଷ୍ଣ ହେ ଋଷି ପାଦ ଧୋଇପ୍ରଣାମ କରିଣ ନିଜ ପଲଙ୍କେ ବସାଇ ।ନାରଦ ବୋଇଲେ ଚିନ୍ତାକଲ କିମ୍ପା ମୋରେକିବା ପ୍ରୟୋଜନ ଅଛି ଛାର ଭୃତ୍ୟଠାରେ ।ଶ୍ରୀହରି ବୋଇଲେ ରୁଷିଛନ୍ତି ସତ୍ୟଭାମାତେଣୁ ତୁମ୍ଭଙ୍କୁ ଚିନ୍ତିଲି ଆହେ ମହାତମା ।ନାରଦ ବୋଲନ୍ତି ସ୍ବାମୀ ଯାର ଚକ୍ରଧରଅଧିକ ଭଲପାଆନ୍ତି ଯାହାକୁ ଠାକୁର ।ତାର କେଉଁଥିରେ ଉଣା ଅଛି ଏ ସଂସାରେକେଉଁଥିପାଇଁ ଋଷିଛ କୁହ ଦେଖି ଥରେ ।ଯହୁଁ ଟେକା କରି ନାରଦ କହିଲେସତ୍ୟଭାମା ଦେବୀ ହସ ଫୁଟାଇ ବୋଇଲେ ।ଘର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟେ ଭଲମନ୍ଦଦୁଇକଥା ନ ପଡ଼େ କି କହେ ଋଷି ବୃନ୍ଦ ।ଏଇଥି ପାଇଁକି ପ୍ରଭୁ ତୁମ୍ଭଙ୍କୁ ଡକାଇନ୍ୟାୟ କରିବା ପାଇଁକି ଅଛନ୍ତି ଅଣାଇ ।ହସି ହସି ଦେବୀ ଯାଇ ଋଷିପାଦ ଧରିତା ପରେ ସ୍ୱାମୀ ଚରଣେ ପଡ଼ିଲେ ସୁନ୍ଦରୀ ।ଏହି ସ୍ନେହ ମୋ ଉପରେ ଥାଉ ଋଷିବରମୋ ପ୍ରାଣନାଥଙ୍କୁ ତୁମ୍ଭେ ଆଶୀର୍ବାଦ କର ।ଏହା କହି ସତ୍ୟଭାମା ମୁନିଙ୍କୁ ବସାଇମିଷ୍ଠାନ୍ନ ତାମ୍ବୁଳ ଲାଗି ଗଲେ ମହାସହି ।ଯହୁଁ ସତ୍ୟଭାମା ଦେବୀ ହୋଇଲେ ଅନ୍ତରନାରଦଙ୍କୁ ମନକଥା କହିଲେ ଶ୍ରୀଧର ।ବିଶେଷ କାର୍ଯ୍ୟ ଥିବାରୁ ତୁମ୍ଭରେ ଡାକିଲିସତ୍ୟଭାମା ଥିଲେ ବୋଲି ଭୁଲାଇ କହିଲି ।ଦେଖ ଋଷି ଷୋଳସସ୍ର ଅଠସ୍ତରୀ ମୋରସଭିଙ୍କର ମୋ ଉପରେ ଅଛି ଅଧିକାର ।ସତ୍ୟଭାମା ଦେବୀ ସଦା ମନେ ଗର୍ବକରିକାହାକୁ ମାତର ନ କରନ୍ତି ସେ ଖାତିରି ।ଜ୍ୟେଷ୍ଠା ହୋଇ ଅନ୍ୟ ସପ୍ତ ପାଟବଂଶୀ ମୋରଏହାଙ୍କ ନିମନ୍ତେ ସଦା ଢାଳୁଛନ୍ତି ନୀର ।ସଦାବେଳେ ଅଭିଯୋଗ ମୋ ପାଶେ କରନ୍ତିଯେତେ ବୁଝାଇଲେ ସର୍ବେ ଲୋତକ ଢାଳନ୍ତିସରବେ ଯୁବତୀ ପୁଣି ରାଜାର ନନ୍ଦିନୀକିପରି ସହିଣ ଏହା ଧରିବେ ମୂର୍ଦ୍ଧନୀ ।କୌଣସି ରମଣୀପୁରେ ଯାଉଅଛି ମୁହିଁସମସ୍ତେ ଗୋଟିଏ କଥା ସଦା କହୁଛଇଁ ।ପୁଣି କାନ୍ଦି କହୁଛନ୍ତି ସତ୍ୟଭାମା ଠାରବେଶି ସ୍ନେହ ଅଛି ସ୍ନେହ ନାହିଁ ଆମ୍ଭ ଠାର ।ଯଦିବା ଏହାକୁ ବେଶି ଭଲପାଏ ମୁହିଁସଭିଙ୍କ ଆଗେ କହିବା ଉଚିତ କି ହୋଇ ।ଦେଖିଲ ତ ପାରିଜାତ ଲାଗି କେତେ ଦ୍ୱନ୍ଦ୍ୱସତ୍ୟଭାମା ଲାଗି ସିନା ସବୁ ପରମାଦପୁଣି ସମସ୍ତ ରାଣୀଙ୍କୁ କହୁଛନ୍ତି ଏହିମୋର ସମାନ ସୁନ୍ଦରୀ ପୃଥ୍ୱୀରେ କେ ନାହିଁ ।ଯଦିବା ଅନ୍ୟ ନାରୀଙ୍କୁ କହୁଛି ମୁଁ ଗୀରଦେଖିଲେ ରୁଷନ୍ତି ସତ୍ୟଭାମା ବାରମ୍ବାର ।ତେଣୁ କୌଣସି ପ୍ରକାର ସ୍ଥିର ମୁଁ ନ କରିତୁମ୍ଭଙ୍କୁ ଡାକିଲି ଭାଙ୍ଗ ଗରବ ଏହାରି ।ରୁକ୍ମିଣୀ ଗରିବ ମୁହଁ କରି ଦେଲି ଚୂର୍ଣ୍ଣଏହା ପକ୍ଷେ ତାହାଙ୍କର ଅଛି ବହୁ ଜ୍ଞାନ ।ଶୁଣିଣ ଋଷି ବୋଲନ୍ତି ଅନ୍ତର୍ଯ୍ୟାମୀ ନାଥକେଉଁ କଥା ଅବା ତୋତେ ରହିଛି ଅଜ୍ଞାତ ।ଶ୍ରୀହରି ବୋଇଲେ ପର ପାଇଁ ମୁଁ କରଇକିନ୍ତୁ ନିଜର ପାଇଁକି ନ ପାରଇ ମୁହିଁ ।ସଭିଙ୍କ ଭାଗ୍ୟ ପଣ୍ଡିତ ଗଣନା କରନ୍ତିନିଜ ମୃତ୍ୟୁଭେଦ ସେହି ଜାଣି ନ ପାରନ୍ତି ।ପରଦୋଷ ଭାବିବାକୁ ସମସ୍ତେ ଧାମନ୍ତିଆପଣା ଦୋଷକୁ କେହି ବୁଝି ନ ପାରନ୍ତି ।ତିନିକାଳ ଜ୍ଞାତା ତୁମ୍ଭେ ଅଟ ମୁନିବରଶୀଘ୍ର ସତ୍ୟଭାମା ଦର୍ପ ଦେବ ଚୂର୍ଣ୍ଣକର ।ନୋହିଲେ ଧର୍ମ କରମ ସବୁ ଯିବ ମୋରରମଣୀମାନଙ୍କ ମଧ୍ୟେ ହେବ ଦ୍ୱନ୍ଦ୍ୱ ଘୋର ।ଭାବି ସ୍ଥିର କଲେ ଏକ କଥା ମୁନିବରବୋଇଲେ କହୁଛି ଶୁଣ ବ୍ରାହ୍ମଣ୍ଡ ଠାକୁର ।ସତ୍ୟଭାମା ଦେବୀଙ୍କୁ ମୁଁ ଏକାନ୍ତେ କହିବିସତ୍ୟ କରାଇଣ ସ୍ୱାମୀ ଦାନ ମୁଁ ମାଗିବି ।ଯେତେବେଳେ ଉତ୍ସର୍ଗ କରିବେ ତୁମ୍ଭ ସତୀମନା କରିବ ଯିବାକୁ ତୁମେ ସେ ତଡ଼ତି ।ଶୁଣିଣ ଅନ୍ୟ ନାରୀଏ ଦ୍ବନ୍ଦ୍ୱ ଭିଆଇବେଶେଷେ ଯିବା ପାଇଁ ରାଜି ହେବ ହେ ମାଧବେ ।ଜଟା କଉପୀନ ପିନ୍ଧି ଭସ୍ମ ବୋଳି ହୋଇରାଜ ପରିଧାନମାନ ଦେବା ଫୋପଡ଼ାଇ ।ତା ପରେ ତୁମ ବଦଳେ ଦ୍ରବ୍ୟ ନେବି ମୁହିଁକୌଣସି ସଙ୍ଗରେ ପ୍ରଭୁ ସରି ହେବ ନାହିଁ ।ଶେଷେ ତୁଳସୀ ପତର ରୁକ୍ମିଣୀ ଯେ ଦେବତାହାର ସଙ୍ଗତେ ତୁମ୍ଭେ ଉଶ୍ୱାସ ହୋଇବ ।ସେତିକିବେଳେ ଯେ ଦର୍ପ ଭାଙ୍ଗିବ ଦେବୀରତୁଳସୀ ସବୁଠୁ ଶ୍ରେଷ୍ଠ ରମଣୀ ତୁମ୍ଭର ।ନାରଦ କଥାରେ ମନ ମାନିଲା ପ୍ରଭୁରବୋଇଲେ ଭଲ ବତାଇ ଦେଲ ମୁନିବର ।ଆହେ ମୁନିବର ମୁହିଁ ହେଉଛି ଅନ୍ତରଏକାନ୍ତରେ ସତ୍ୟଭାମା ସଙ୍ଗେ ଚର୍ଚ୍ଚାକର ।ଏହା କହି ଅନ୍ୟେ ଚାଲିଗଲେ ଚକ୍ରଧରସତ୍ୟଭାମା ପ୍ରବେଶିଲେ ମିଷ୍ଟାନ୍ନ ହସ୍ତର ।ବୋଲନ୍ତି ଋଷିବର ହେ କାହାନ୍ତି ଠାକୁରନାରଦ ବୋଇଲେ ଗଲେ ସେ ସଭା ମଧ୍ୟର ।ଏକାନ୍ତରେ ନାରଦଙ୍କୁ ପୁଚ୍ଛନ୍ତି ସୁମୁଖିତୁମ୍ଭ ପରି ପିତା ଥାଉ କନ୍ୟା ହେବ ଦୁଃଖୀନାରଦ ବୋଇଲେ ମାତ କି ଅଭାବ ତୋରକହ ନିଶ୍ଚେ ମୁହିଁ କରିବି ତା ପ୍ରତିକାର ।ଲାଜ ଲାଜ ହୋଇ ସତ୍ୟଭାମା କରଯୋଡ଼ିନିଜ ମନକଥା ମାତ କହନ୍ତି ଯେ ଫେଡ଼ି ।ତୁମ୍ଭେ ତ ତ୍ରିକାଳ ଜ୍ଞାତା ସବୁ ଅଛ ଜାଣିମୋତେ ଅତି ସ୍ନେହ କରୁଥିଲେ ଚକ୍ରପାଣି ।କିନ୍ତୁ ଏବେ ମୋତେ ଛାଡ଼ି ରୁକ୍ମିଣୀକୁ ନେଇବୈକୁଣ୍ଠପୁରକୁ ଯାଇଥିଲେ ଭାବଗ୍ରାହୀ ।ତେଣୁ ଦହିର୍ଯ୍ୟ ହେଉଛି ପରାଣ ମୋହରଆଗଠାରୁ ସ୍ନେହ କିମ୍ପା ତୁଟାନ୍ତି ଶ୍ରୀଧର ।ଏତିକି ମାତର ତବ ପାଦେ ଅଳି ମୋରଯେପରି ନ ହେବ ପ୍ରଭୁ ମୋ ପାଶୁ ଅନ୍ତର ।ଯେଉଁସ୍ଥାନେ ଯିବେ ସଦାସଙ୍ଗେ ମୋତେ ନେବେଆସିଲେ ଯେପରି ମୋର ପୁରରେ ରହିବେଯେହ୍ନେ ରୁକ୍ମିଣୀ ପୁରକୁ ନ ଯାନ୍ତି ଶ୍ରୀଧରଅନ୍ୟ ନାରୀମାନଙ୍କୁ ନ ଚାହିଁବେ ଚକ୍ଷୁର ।ଭଲ ମନ୍ଦ ଯାହା ପ୍ରଭୁ ମୋତେ ପଚାରିବେଯାହା ମୁଁ ଚାହିଁବି ତାହା ଯୋଗାଇଣ ଦେବେ ।ସବୁକାଳେ ମୋତେ ପ୍ରଭୁ ପାଶରୁ ଅନ୍ତରନ କରିବେ ଦିଅ ପିତା କନ୍ୟାରେ ଏ ବରହସି ନାରଦ ବୋଇଲେ ଏହି ଛାର ପାଇଁଚିନ୍ତାକରି ସୁନା ତନୁ କଳା କରୁ ତୁହି ।ଯଦି ଏହି ବ୍ରତ ତୁହି କରିପାରୁ ମାତନିଶ୍ଚୟ କୃଷ୍ଣଚନ୍ଦ୍ର ତୋ ହେବେ କରାୟତ ।ଯେତେବେଳେ ଦେବୁ ତାଙ୍କୁ ଯେଉଁ ଉପଦେଶପାଳିବା ପାଇଁକି ବାଧ୍ୟ ହେବେ ହୃଷୀକେଶ ।ସତ୍ୟଭାମା କହନ୍ତି ହେ ପୁହ ଋଷିବରସେ ବ୍ରତରେ କି କି ଦ୍ରବ୍ୟ ହେବ ଦରକାର ।ଯେତେ ଧନ ଲାଗୁ ମୁହିଁ ଖରଚ କରିବିସବୁଦିନ ପାଇଁ ସ୍ବାମୀ ବାନ୍ଧି ମୁଁ ରଖିବି ।ନାରଦ ବୋଲନ୍ତି ଦ୍ରବ୍ୟ ନ ଲାଗେ ବହୁତପରିପରାୟଣା ବ୍ରତ ଅଟେ ସେ ଗୋ ମାତ ।ଅନ୍ୟ ହସ୍ତକୁ ସ୍ୱାମୀଙ୍କୁ କରିଦେବ ଦାନତେବେ ନ ଚାହିଁବେ ପ୍ରଭୁ କାହାର ବଦନ ।ଶୁଣି ସତ୍ୟଭାମା ମନ ଆନନ୍ଦ ହୋଇଲାସଙ୍ଗେ ସଙ୍ଗେ ସବୁ ଦ୍ରବ୍ୟ ଆୟୋଜନ ହେଲା ।ଦ୍ୱାରକାପୁର ମଧ୍ୟରେ ଚହଳ ପଡ଼ଇଶ୍ରୀକୃଷ୍ଣଚନ୍ଦ୍ରଙ୍କ ବାମା ବରତ କରଇ ।ଦେଖବା ନିମନ୍ତେ ପୁରବାସୀ ହେଲେ ଠୁଳସତ୍ୟଭାମାଙ୍କ ବଦନ ଦିଶଇ ଉଜ୍ଜ୍ୱଳ ।ବ୍ରତ ଶେଷେ ମହାପ୍ରଭୁ ଏକା ତାଙ୍କ ହେବେଅନ୍ୟ ରମଣୀମାନଙ୍କ ମୁଖ ନ ଚାହିଁବେ ।ଚୋରଙ୍କ ମନ ଯେଉଁପରି ଗଣ୍ଠିଧରେସତ୍ୟଭାମାଙ୍କର ମନ ପତି ବାନ୍ଧିବାରେ ।ବିଶିଷ୍ଟ ପୂଜକଗଣ ଆସି ହେଲେ ରୁଣ୍ଡଦେବୀଙ୍କ ପୁରରେ ଗୋଳ ହୁଅଇ ପ୍ରଚଣ୍ଡ ।ପୁର ମଧ୍ୟେ ଅନ୍ୟ ନାରୀ ଏହା ନ ଜାଣନ୍ତିଭାବନ୍ତି ପୁତ୍ର ନିମନ୍ତେ ବରତ କରନ୍ତି ।ସ୍ୱର୍ଣ୍ଣଦାନ ଗୋରୁଦାନ ବିପ୍ରେ ଦେବା ପାଇଁରୁଣ୍ଡ ହୋଇଛନ୍ତି ଆସି ଶତ ଶତ ଗାଈ ।ଭୋଜନ କରନ୍ତି ଆସି ବହୁ ବିପ୍ରବରଦକ୍ଷିଣା ନେଇ ଆନନ୍ଦେ ଚଳନ୍ତି ଗୃହର ।ନିଜେ ଉଗ୍ରସେନ ରାଜା ସବୁ ବୁଝୁଥାନ୍ତିନାତୁଣୀ ବୋହୂ ଯେପରି ମନେହେବ ଶାନ୍ତି ।କର୍ମ ସମୟେ ଆହୁତି ଦେବେ ବିପ୍ରବରଯଜ୍ଞର କର୍ତ୍ତା ଅଟନ୍ତି ନିଜେ ନାରୀବର ।ଶଙ୍ଖେ ଜଳ ଟେକି ମୁନି ସତ୍ୟ କରାଇଲେପ୍ରତିଦାନ ଦେଲି ବୋଲି କୁହ ହେ ବୋଇଲେତ୍ରିବାର ଶପଥ କରି ଶ୍ରୀକୃଷ୍ଣଙ୍କ ନାରୀଟେକିଲେ ଧର୍ମକୁ ଚାହିଁ ପତି ସେ ସୁନ୍ଦରୀ ।ନାରଦଙ୍କ ହସ୍ତେ ଶଙ୍ଖ ଜଳ ଭରି ବାମାଟେକିଲେ ନିଅନ୍ତୁ ପତି ଦାନ ମହାତମା ।ଯହୁଁ ଦାନକର୍ମ ବିଧି ସମସ୍ତ ସରିଲାଉପଯୁକ୍ତ ଦକ୍ଷିଣା ଯେ ବିପ୍ରେ ଦିଆଗଲା ।ନାରଦ ବୋଇଲେ ମାତ ହେଉଛି ଉଛୁରଡାକ ତୋ ପତିଙ୍କୁ ମୁଁ ନେଇଣ ଯିବି ଘର ।ସତ୍ୟଭାମା ବୋଲନ୍ତି ଯେ ଋଷି ମୁଖ ଚାହିଁକେଣିକି ସ୍ୱାମୀଙ୍କୁ ନେବ ଆହେ ତପିସାଇଁ ।ମହର୍ଷି ବୋଲନ୍ତି ତୁମ୍ଭେ ପତିଦାନ ଦେଇସତ୍ୟକରି ଶଙ୍ଖେ ଜଳି ଭରି ଟେକିଦେଇଆଗ ପଛକୁ ବିଚାର ନ କଲୁ ସୁମୁହୀଁପତିଦାନ ଦେଲୁ ମାତ ଧର୍ମକୁ ଅନାଇ ।ଯଦ୍ୟପି ଦାନ ପଦାର୍ଥ ରଖୁବୁ ଗୃହରସପତ ପୁରୁଷ ତୋର ପଡ଼ିବେ ନର୍କର ।ପୁଣି ତୁହି ଦାନଦ୍ରବ୍ୟ ଛୁଇଁ ନ ପାରିବୁଦେଖିଲେ ପାତକ ହେବ ନରକେ ପଡ଼ିବୁ ।ଶୁଣି ସତ୍ୟଭାମା ଦେହୁ ରକତ ସରିଲାକାନ୍ଦି କାନ୍ଦି ମୁନିଙ୍କର ଚରଣେ ପଡ଼ିଲା ।ରାଗେ ଜର ଜର ହୋଇ କହନ୍ତି ଦେବର୍ଷିଶ୍ରୀକୃଷ୍ଣଙ୍କ ଘରଣୀ ହୋଇ ଅନ୍ୟାୟ କହସି ।ଯଦି ମୋତେ ତୁହି ତୋ ପତିଙ୍କୁ ଦେବୁ ନାହିଁଚାହୁଁ ଚାହୁଁ ଭସ୍ମ ହେବୁ କରିଦେବି ମୁହିଁ ।ଭୟେ ଥରହର ହୋଇ ଶ୍ରୀକୃଷ୍ଣ ବାନ୍ଧବୀପଡ଼ିଲେ ଭୂମିରେ ଚେତା ହରାଇଣ ଦେବୀଦୂତ ହସ୍ତେ ପ୍ରଭୁ ପାଶେ ଦେଲେ ଯେ ଖବରଭାବିଲେ ସେ ଆସିଲେ କରିବେ ପ୍ରତିକାର ।ମନେ ପାଞ୍ଚନ୍ତି ଚଣ୍ଡାଳୀ କିମ୍ପା ମୁଁ ୟା କଲିଭଲ ପାଞ୍ଚ ପାଞ୍ଚୁ ପୁଣି ବିପଦେ ପଡ଼ିଲି ।ପୁର ମଧ୍ୟେ ଅନ୍ୟମାନେ ଶୁଣି କି ବୋଲିବେମୋ ସମ ନିର୍ଲ୍ଲଜୀ କାହିଁ କେହି ଏହି ଭବେ ।ଚାରଠୁ ଖବର ପାଇ ପ୍ରଭୁ ଜଗନ୍ନାଥଋଷିଙ୍କ ନିକଟେ ଆସି ହେଲେ ଉପଗତ ।ପ୍ରଭୁଙ୍କୁ ଦେଖିଣ ମୁନି ବୋଲନ୍ତି ବଚନଶୀଘ୍ର ରାଜଦ୍ରବ୍ୟ ହୁଡ଼ି ଚଳ ତୁମ୍ଭେ ବନ ।ତୁମ୍ଭଙ୍କୁ ଆମ୍ଭରେ ଦାନ ଦେଇଛନ୍ତି ସତୀଧର୍ମକୁ ଚାହିଁ ଜଳ ଟେକି ଦେଇଛନ୍ତି ।ଶ୍ରୀକୃଷ୍ଣ ବୋଇଲେ କେଭେ ମୁହଁ ଯିବି ନାହିଁନାରୀ ଲାଗି କିମ୍ପା ମୁହିଁ ବଣେ ବୁଲିବଇଁ ।ଏତେ ନାରୀଙ୍କୁ ଭସାଇ କେଣେ ଯିବି ମୁହିଁମୋତେ କି ପଚାରି ସେହୁ ଥିଲେ ଦାନ ଦେଇ ।କିମ୍ପାଇ ଏ ବ୍ରତ ଗୋଟି କରିଛନ୍ତି ସେହିମୋର ଅନୁମତି କିମ୍ପା ସେ ଲୋଡ଼ିଲେ ନାହିଁସ୍ତିରୀଏ ଅଟନ୍ତି ସଦା ପୁରୁଷ ଆୟତ୍ତପୁରୁଷ କଦାପି ନୁହେଁ ସ୍ତ୍ରୀର କରାୟତ୍ତ ।ଯଦି ଏତେ ବଡ଼ ବ୍ରତ ସତ୍ୟଭାମା କଲେମୋତେ ଭଲମନ୍ଦ ସୁଦ୍ଧା ପଦେ ନ କହିଲେ ।ତେଣୁ ଜାଣୁଛି କରନ୍ତି ମୋତେ ବେଖାତରସେ ଯୋଗେ ଠେଲି ଦିଅନ୍ତି ସେ ଅରଣ୍ୟ ଘୋରସବୁଠାରେ ମଣେ ମୁହିଁ ସତ୍ୟଭାମା ସାରଭକତି କରନ୍ତି ସଦା ସେ ମୋତେ ଅନ୍ତରକିନ୍ତୁ ତାହାର ପ୍ରମାଣ ଆଜି ଗଲା ହୋଇମୋହଠାରେ ତିଳେମାତ୍ର ତାଙ୍କ ସ୍ନେହ ନାହିଁମୁଖରେ ମଧୁର ଭାଷି ଅନ୍ତରେ ଗରଳଦେଇଣ ଠେଲିଦିଅନ୍ତି ସେ ଅଗାଧ ଜଳନାରୀ ବିଶ୍ବାସଘାତିନୀ ଅଟେ ଶାସ୍ତ୍ରଗୀରସମୟେ ଦିଅନ୍ତି ସେହି ସ୍ୱାମୀ ଗଳେ କ୍ଷୁର ।ସ୍ୱାମୀଙ୍କଠାରୁ ଭର୍ତ୍ସନା ଶୁଣି ଚାନ୍ଦମୁହୀଁଭାବନ୍ତି ଆଉ ଏ ପ୍ରାଣ ନ ରଖିବି ମୁହିଁ ।ଆଉ ଯେ ବିଶ୍ୱାସ ନ କରିବେ ଚକ୍ରଧରଏ ପୋଡ଼ା ପ୍ରାଣରେ କିବା ପ୍ରୟୋଜନ ମୋରଏହିପରି ମନେ ଭାବି ବିଷ୍ଣୁଙ୍କର ନାରୀତଳକୁ ମୁଖ ପୋତିଣ ରୋଦନ୍ତି ସୁନ୍ଦରୀ ।ଯେପରି ତାହାଙ୍କ ଦେହେ ତିଳେ ଜ୍ଞାନ ନାହିଁଜଡ଼ ପରି ସବୁ ଶୁଣୁଥାନ୍ତି ଚାନ୍ଦମୁହୀଁ ।ହୃଦ ମଧ୍ୟରେ ବହୁତ ବିକଳ ହୁଅନ୍ତିସ୍ୱାମୀର ମୁଖକୁ ଚାହିଁ ନୀର ଢାଳୁଥାନ୍ତି ।ଶ୍ରୀକୃଷ୍ଣଚନ୍ଦ୍ର ଚାହିଁଲେ ଦେବୀଙ୍କ ନୟନଭୟେ କଳା ଦିଶୁଅଛି ଚନ୍ଦ୍ରମା ବଦନ ।ଛଦ୍ରମ କରି କହନ୍ତି ଦେବର୍ଷି ନାରଦଶୀଘ୍ର ରାଜ ପରିଚ୍ଛଦ କାଢ ହେ ଗୋବିନ୍ଦ ।ମୋ ସଙ୍ଗେ ମଠରେ ରହିଚେଲା ଯେ ହୋଇବବେଶି କାମ ନାହିଁ ଖାଲି ମଠ ଓଳାଇବ ।ଆବର ବନକୁ ଯିବ ଫଳମୂଳ ପାଇଁପ୍ରଭାତୁ ଫୁଲ ତୋଳିବ ଠାକୁରଙ୍କ ପାଇଁ ।ବେଳେବେଳେ ଗୁରୁଙ୍କର ଗୋଡ଼ଘଷି ଦେବଏ ମାୟା ବନ୍ଧନେ କିମ୍ପା ତୁମ୍ଭେ ଘାଣ୍ଟିହେବ ।ଯେତେବେଳେ ଅର୍ଦ୍ଧାଙ୍ଗିନୀ ରମଣୀ ତୁମ୍ଭରଦାନ କରି ଦେଲେ ଦାବୀ ଅଛି ତୁମ ପର ।ଶାସ୍ତ୍ରରେ ରହିଛି ସ୍ୱାମୀ ଅର୍ଦ୍ଧଅଙ୍ଗ ସ୍ତିରୀସ୍ୱାମୀ ଦୋଷକଲେ ଅଧେ ଭୋଗ କରେ ନାରୀସେହିପରି ମଧ୍ୟ ନାରୀ କଲେ ଅପରାଧଅର୍ଦ୍ଧ ଭୋଗ କରିବାକୁ ସ୍ବାମୀ ହୁଏ ବାଧ୍ୟ ।ଯେତେ ହେଲେ ସତ୍ୟଭାମା ତୁମ୍ଭ ପ୍ରାଣେଶ୍ବରୀସବୁ ନାରୀଠାରୁ ବେଶି ପ୍ରିୟ ସେ ତୁମ୍ଭରି ।ଯେତେ ଦମ୍ଭ ଥିଲା ବୋଲି ସିନା ତୁମ୍ଭ ପରେନ ବିଚାରି ଦାନ କଲେ ମୋହର ହସ୍ତରେ ।ଏତିକି କଥା ତାଙ୍କର ନ ରଖିଲେ ହରିତୁମ୍ଭେ କେଉଁ ସ୍ୱାମୀ ଅବା ସିଏ କେଉଁ ନାରୀସତ୍ୟଭାମାଙ୍କର ଅନୁରୋଧ ରକ୍ଷାକରିଜଟା କଉପୀନ ପିନ୍ଧ ଚାଲ ହେ ମୁରାରୀ ।ତା ହେଲେ ସର୍ବ ଜାଣିବେ ନିଶ୍ଚେ ଚକ୍ରଧରସବୁଠୁ ଭଲପାଆନ୍ତି ସତ୍ୟକୁ ତାଙ୍କର ।ଏପରି ବାକ୍ୟ ଋଷିଙ୍କଠାରୁ ଦେବୀ ଶୁଣିଯେହ୍ନେ କେ କଲିଜା ତାଙ୍କ ପକାଉଛି ହାଣି ।ପ୍ରଭୁଙ୍କ ମୁଖକୁ ନ ଚାହିଁଣ ମଥା ପୋତିଅଜସ୍ର ଲୋତକ ଢାଳୁ ଥାଆନ୍ତି ଯେ ସତୀ ।ରାଜବେଶ ବଦଳିଣ ପ୍ରଭୁ ଚକ୍ରଧରବଳକଳ ପିନ୍ଧି ଭସ୍ମ ବୋଳିଲେ ଅଙ୍ଗର ।ହସ୍ତେ ଆଶା ବାଡ଼ି ଝୁଲା କାନ୍ଧରେ ପକାଇରାଧେ ରାଧେ କହି ବାହାରିଲେ ଭାବଗ୍ରାହୀଅଳପ ବୟସ ତନୁ ଦିଶେ କି ସୁନ୍ଦରସତେ କି କୈଳାସ ଛାଡ଼ି ଆସିଛନ୍ତି ହର ।ଋଷିଙ୍କୁ ପ୍ରଣାମ କରି ବୋଲନ୍ତି ଠାକୁରଚାଲ ଦେବ ଆଉ ତୁମ୍ଭେ ବିଳମ୍ବ ନ କର ।ଶ୍ରୀକୃଷ୍ଣ ବୈଷ୍ଣବ ହେବା କଥାଦ୍ୱାରକାରେଚହଳ ପଡ଼ିଗଲା ଯେ କ୍ଷଣକ ମଧ୍ୟରେ ।ସପ୍ତ ପାଟବଂଶୀ ଷୋଳସସ୍ର ନାରୀଗଣସତ୍ୟଭାମାଙ୍କ ପୁରରେ ମିଳିଲେ ତକ୍ଷଣ ।ସଭିଙ୍କୁ ନୟନୁ ନୀର ଯାଉଥାଏ ବହିକି ହେଲା କି ହେଲା ବୋଲି ବୋଲନ୍ତି ସୁମୁହୀଁସରବେ ଦେଖିଲେ ପିନ୍ଧି କଷା କଉପୀନବ୍ରତସ୍ଥାନେ ବସିଛନ୍ତି ଦେବକୀ ନନ୍ଦନ ।ରାଜବେଶ ପରିତ୍ୟାଗ କରି ଚକ୍ରଧରଦିଗମ୍ବର ବେଶେ ଉଭା ବ୍ରହ୍ମାଣ୍ଡ ଠାକୁର ।ଦେଖି ସର୍ବେ ନାରାୟଣ ଆକୁଳ ହୋଇଲେକିମ୍ପାଇ ପ୍ରଭୁ ଏ ବେଶ ଋଷିଙ୍କୁ ପୁଚ୍ଛିଲେ ।ସମସ୍ତ ଘଟଣା ତାଙ୍କୁ ମହର୍ଷି କହନ୍ତିଶୁଣିଣ ପାଟବଂଶୀ ଝଗଡ଼ା କରନ୍ତି ।ଭଲ କଥା କହୁଅଛ ତୁମ୍ଭେ ଋଷିବରଏକା ସ୍ୱାମୀ ନୁହନ୍ତି ଯେ ସତ୍ୟଭାମାଙ୍କରଆମ୍ଭେ ଷୋଳସସ୍ର ସପ୍ତ ନାରୀଅଛୁ ରହିଏକା ସତ୍ୟଭାମା କଥା କେଭେ ନ ରହଇ ।କଦାପି ନ ଛାଡ଼ିବୁ ହେ ସ୍ୱାମୀକୁ ଆମ୍ଭରପଣତ କାନିରେ ବାନ୍ଧି ରଖିବୁ ଠାକୁର ।ଦେଖିବୁ କିପରି ଋଷି ଛଡ଼ାଇଣ ନେବସତ୍ୟଭାମା କେଉଁପରି ଦାନଦ୍ରବ୍ୟ ଦେବ ।ସଭିଙ୍କ ବଚନ ଶୁଣି ବୋଲେ ଋଷିବରସେ ଯେ ପାଟବଂଶୀ ଦାନ କରିଛି ମୋ କରରୁକ୍ମିଣୀ ବୋଲନ୍ତି ଜ୍ୟେଷ୍ଠା ପାଟରାଣୀ ମୁହିଁକନିଷ୍ଠା ହୋଇ କି ଅଧିକାର ତା ଅଛଇ ।ସବୁ ରମଣୀ ଉପରେ ଶ୍ରେଷ୍ଠା ମୁଁ ଅଟଇମୋତେ ନ ପଚାରି କିମ୍ପା ଦାନ ଦେଲା ସେହିକୌଣସି ମତେ ସ୍ୱାମୀଙ୍କୁ ନ ଛାଡ଼ିବି ମୁହିଁଯଦି ଥାଏ ଶକ୍ତି କିଏ ନେଉ ତ ଛଡ଼ାଇ ।ନାରଦ ବୋଲନ୍ତି ଦ୍ରବ୍ୟ ନୁହଁନ୍ତି ଶ୍ରୀଧରଭାଗଭାଗ କରିବ ହେ ତୁମ୍ଭେ ନାରୀବର ।ତୁମ୍ଭ ସଭିଙ୍କ ମଧ୍ୟରୁ ଜଣେ ଦେଲେ ଦାନସମସ୍ତେ ମାନିବେ ଏହା ଶାସ୍ତ୍ରର ବଚନ ।ନାରୀମାନେ ରଷିଠାରୁ ଶୁଣି ଏହି ଗୀରରୋଦନ କରି ପଡ଼ିଲେ ଶ୍ରୀକୃଷ୍ଣ ପାଦର ।ଶ୍ରୀକୃଷ୍ଣ ବୋଇଲେ ମୋର ତିଳେ ଦୋଷ ନାହିଁତୁମ୍ଭ ମଧ୍ୟୁ ସତ୍ୟଭାମା ଦାନ ଛନ୍ତି ଦେଇ ।ଦାନ ପଦାର୍ଥ ଅଟଇ ମୁହଁ ରଷିଙ୍କରତାଙ୍କ ଅନୁଗ୍ରହ ହେଲେ କରିବେ ବିଚାର ।ସତ୍ୟଭାମାଙ୍କୁ କହନ୍ତି ସର୍ବ ନାରୀଗଣକିମ୍ପା କଲୁ ଏହା ତୁହି କାରେ ନ କହିଣ ।କିବା ଅପରାଧ ସ୍ୱାମୀ କରିଲେ ତୋହରତେଣୁ ତାଙ୍କୁ ଦେଉଅଛୁ ତୁହି ଦେଶାନ୍ତର ।ଆମ୍ଭ ସଭିଙ୍କ ମୁଣ୍ଡରେ ପକାଇ ବଜରସମସ୍ତ ଆହାର କାଢି ଫିଙ୍ଗୁ ତୁ ଧୂଳିର ।ଭଲ ପାଉଥିଲେ ବୋଲି ତୋତେ ପ୍ରାଣନାଥଚିରଦିନ ପାଇଁ ଠେଲି ଦେଉ ତୁ ବନସ୍ତ ।ଏହିପରି ନାରୀମାନେ ବିକଳ ହୁଅନ୍ତିସର୍ବେ ଭୂମି ପରେ ମଥା କଚାଡ଼ି କାନ୍ଦନ୍ତି ।ସମସ୍ତେ ଏକାବେଳକେ ପ୍ରଭୁ ପାଦେ ପଡ଼ିବୋଇଲେ ସ୍ୱାମୀ ଆମ୍ଭଙ୍କୁ ନ ଯାଆନ୍ତୁ ଛାଡ଼ି ।ନିମିଷକେ ଆମ୍ଭ ପାଶୁ ହୋଇଲେ ଅନ୍ତରମଣୁଥାଉ ଅନୁକ୍ଷଣେ ଯୁଗ ଯେ ସତର ।ତୁମ୍ଭ ଧନ ସମ୍ପଦରେ ଆମ୍ଭେ ଭୋଳ ହୋଇ ।ବିଭା ହୋଇଲ ତୁମ୍ଭଙ୍କୁ ଆହେ ପ୍ରାଣସାଇଁ ।କେବଳ ଯେ ପଦ୍ମମୁଖ ଦେଖି ଭୋଳ ହୋଇଗୋଡ଼ାଇ ଆସିଛୁ ଆମ୍ଭେ ପଛକୁ ନ ଚାହିଁ ।ତବ ନିରଳସ ପଦ୍ମ ପଳାଶ ଲୋଚନଦେଖିଲେ ଆମ୍ଭର ଦୁଃଖ ହୁଏ ଅବସାନ ।ଆହେ ଋଷିବର ନେବ କାନ୍ତକୁ ଆମ୍ଭରଆମ୍ଭ ସର୍ବ ନାରୀ ମୁଖେ ଦିଅ ହେ ଜହର ।ଜଣେ ସିନା ଦୋଷ କଲା ସେ ଦଣ୍ଡ ପାଇବସମସ୍ତଙ୍କ ଶିରେ କିବା କୁଳିଶ ପଡ଼ିବ ।ଯଦି ସତ୍ୟଭାମା ଦାନ କରିଛି ଠାକୁରସେ ନ ଚାହିଁବ ମୁଖକୁ ଆଉ ପ୍ରଭୁଙ୍କର ।ଶାସ୍ତ୍ର ଅଛି ଯେଉଁ ବ୍ୟକ୍ତି ପରେ ଦାନ ଦେବସେ ଦ୍ରବ୍ୟକୁ ଆଉ ସେ ଗ୍ରହଣ ନ କରିବ ।କିନ୍ତୁ ଆମ୍ଭେ କରି ନାହୁଁ କେଭେ ପ୍ରତିଦାନସର୍ବେ ପତିଙ୍କ ସଙ୍ଗରେ ଯିବୁ ଘୋର ବନ ।ରାଣୀଙ୍କ ବିକଳ ଦେଖି ପ୍ରଭୁ ଆଦିମୂଳବୋଇଲେ ନ କାନ୍ଦ ତୁମ୍ଭେ ଶୁଣ ହେ ସକଳ ।ଋଷିଙ୍କୁ ପଚାର ସେହୁ କରିବେ ବିଚାରଇଚ୍ଛାକଲେ ନେବ ସେହୁ ମୋତେ ତା ସଙ୍ଗର ।ଧର୍ମ ଉଚିତରେ ଜଣେ ଦୋଷ ଅରଜିବଅନ୍ୟକୁ କିମ୍ପାଇଁ ତାହା ଭୋଗିବାକୁ ହେବନାରଦଙ୍କ ପାଦତଳେ ପଡ଼ିଲେ ସୁମୁହୀଁଆମ୍ଭ ସଭିଙ୍କୁ ବଞ୍ଚାଅ କୃପାକରି ତୁହି ।ନୋହିଲେ ସର୍ବ ନାରୀଏ ଦେବୁ ଅଭିଶାପଋଷି ପଣିଆ ତୁମ୍ଭର ହୋଇଯିବ ଲୋପ ।ତା ନ ହେଲେ ସର୍ବ ନାରୀ ଏକାବେଳେ ଯାଇଅଗାଧ ସଲିଳ ମଧ୍ୟେ ପଡ଼ିବୁ ଯେ ଡେଇଁ ।ସ୍ତିରୀହତ୍ୟା ପାପ ଭାଗୀ ହେବ ମୁନିବରଆମ୍ଭର ପତିଙ୍କୁ ଆମ୍ଭ କରେ ଦାନକର ।ସତ୍ୟଭାମା ସିନା ଦାନ ଦ୍ରବ୍ୟ ନ ଛୁଇଁବେଆମ୍ଭଙ୍କୁ ଦାନ କରିବ ଦିଅ ଋଷି ତୁମ୍ଭେ ।ତବ ଦାନ ଦ୍ରବ୍ୟ ଦିଅ ଆମ୍ଭ କରେ ଟେକିଯେତେ ଦାନ ଦରକାର ନିଅ ତୁମ୍ଭେ ବିକି ।ଋଷି ବୋଇଲେ ଧନ ମୋ ନାହିଁ ଦରକାରଇଚ୍ଛା କଲେ ନାରୀମାନେ ସଙ୍ଗେ ଯାଇପାରସରବେ ଫୁଲ ଗୁନ୍ଥିବ ମଠରେ ମୋହରଏକା ସତ୍ୟଭାମା ଦେବୀ ନ ଯିବ ସଙ୍ଗର ।ସେ ସିନା ଏକା ଅଛନ୍ତି ପତି ଦାନ କରିପ୍ରକୃତରେ ଦୋଷୀ ନୁହଁ ତୁମ୍ଭେ ଯେ ସବୁରି ।ଶୁଣିଣ ସର୍ବ ନାରୀଏ ଆନନ୍ଦ ହୋଇଲେସ୍ୱାମୀ ସଙ୍ଗେ ଯିବା ପାଇଁ ବନେ ସଜ ହେଲେସବୁ ଶୁଣୁଥାନ୍ତି ବସି ଦେବୀ ସତ୍ୟଭାମାପିଣ୍ଡରୁ ପରାଣ ତାଙ୍କ ଛାଡ଼ିଗଲା କିବା ।ଭାବିଲେ ସଭିଙ୍କୁ କାନ୍ତ ନେଲେ ସଙ୍ଗତରମୁହଁ ଅଭାଗିନୀ ଏକା ହୋଇଲି ଅନ୍ତର ।ଆଉ ଏ ପୋଡ଼ା ପରାଣ ମୁହିଁ ନ ରଖିବିଦ୍ବାରକାରେ ଆଉ କାର ମୁଖ ନ ଚାହିଁବି ।କାନ୍ଦି କାନ୍ଦି ମୂର୍ଚ୍ଛା ହୋଇ ପଡ଼ିଲେ ସୁମୁହୀଁଧାଇଁ ଯାଇ ତୋଳିଣ ଧରିଲେ ଭାବଗ୍ରାହୀ ।ଦେଖିଲେ ସତ୍ୟଭାମାଙ୍କ ଦେହେ ନାହିଁ ଜ୍ଞାନକେବଳ ନିଃଶ୍ୱାସ ମାତ୍ର ଚାଳେ ଘନ ଘନ ।ସଞ୍ଜକଞ୍ଜ ବଦନ ଯେ ଦିଶଇ ମଉଳିନୀରେ ବସନ ତିନ୍ତିଣ ଦେହ ଦିଶେ କାଳି ।ମୁଖେ ଜଳ ସିଞ୍ଚି ପ୍ରଭୁ ଚେତା କରାଇଲେପ୍ରାଣ ପ୍ରିୟା ମୁଖ ଚାହିଁ ବିକଳ ହୋଇଲେ ।ଚେତା ପାଇ ଦେଖେ ଗୋରୀ ସ୍ବାମୀଙ୍କ କୋଳରେଶୋଇଅଛି ପଦ୍ମକର ଆଉଁସି ଦେହରେ ।ସ୍ୱାମୀ ମୁଖ ଜଳଜଳ ଅନାଇଣ ଗୋରୀରୋଦନ କରଇ ବାକ୍ୟ ନ ସ୍ଫୁରେ ତାହାରି ।ଆହେ ପ୍ରଭୁ ଏ ଦାସୀରେ କରିଣ ଅନ୍ତରସଭିଙ୍କୁ ନେଇଣ ତୁମ୍ଭେ ଯିବ ବନ ଘୋର ।ନାରୀ ଜାତି ଏତେ ଛନ୍ଦି ଜାଣି ନ ପାରିଲିଋଷିଙ୍କ କଥାରେ ଭୁଲି ଦାନ କରିଦେଲି ।ଭଲ କରୁ କରୁ ମୋ ଭାଗ୍ୟେ ମନ୍ଦ ହେଲାଯାକୁ ସୁବର୍ଣ୍ଣ ଭାବିଲି ପିତ୍ତଳ ହୋଇଲା ।ମୁକ୍ତା ମଣି ଯାହାକୁ ମୁଁ କରିଲି ଆଦରମୋର ମନ୍ଦ ଗରଗଡ଼ ହେଲା ପ୍ରାଣେଶ୍ୱର ।ପରେ ମନ୍ଦ ପାଞ୍ଚି ମୁହିଁ ଖାଲରେ ପଡ଼ିଲିଜାଣୁ ଜାଣୁ କାଳକୂଟ ବିଷ ମୁଁ ଭକ୍ଷିଲି ।ଛାଡ଼ିଦିଅ ମୋତେ ନ ଛୁଅଁ ହେ ପ୍ରାଣେଶ୍ୱରଆଉ ଏ କଳଙ୍କ ପ୍ରାଣେ ଲୋଡ଼ା ନାହିଁ ମୋରକାହା ଆଗେ ଭଲ ମନ୍ଦ ମୁହିଁ ଜଣାଇବିଆଉ କାହା ପାଶେ ଅଭିମାନ ମୁଁ କରିବିକିଏ ସେ ବୁଝିବ ମୋର ଅନ୍ତର ବେଦନାକିଏ ସେ କୋଳେ ବସାଇ କରିବ ସାନ୍ତ୍ୱନା ।ବର୍ତ୍ତମାନ ସମସ୍ତଙ୍କୁ ନେଇ ବନେ ଯିବପହଞ୍ଚି ନ ଥିବା ପଥେ ଖବର ପାଇବ ।ଯଦି ଦାସୀଠାରେ ସ୍ନେହ ଥିବ ଚକ୍ରଧରଭାବିବ ପାପିନୀ ଆଜି ଗଲା ଆର ପାର ।ସତ୍ୟଭାମାଙ୍କ ବିକଳ ଦେଖି ହୃଷୀକେଶଧୈର୍ଯ୍ୟଧରି ନ ପାରି କାନ୍ଦିଲେ ଜଗଦୀଶ ।ବୋଇଲେ ନିଜେ ଅର୍ଜିଲୁ ଆରେ ପ୍ରାଣସହୀକିମ୍ପା ମୋର ଦୋଷ ଦେଉଅଛୁ କହି ତୁହି ।ଯାଅ ଋଷିଙ୍କ ପାଖରେ ଜଣାଅ ସୁନ୍ଦରୀଯଦିବା ଫେରାଇ ଦ୍ୟନ୍ତି ସେହୁ ଦୟା କରି ।ପ୍ରଭୁଙ୍କ ସାନ୍ତ୍ୱନା ବାଣୀ ଶୁଣି ସତ୍ୟଭାମାବୋଲନ୍ତି ଋଷିଙ୍କୁ ତୁମେ ଶୁଣ ମହାତମା ।ଯେତେ ଧନ ଲୋଡ଼ା ସବୁ ଆଣିଦେବି ମୁହିଁମୋ ପ୍ରାଣନାଥଙ୍କୁ ମୋତେ ଦିଅ ହେ ଫେରାଇ ।ମୋ ବାପଘର ଦରବ ତୁମ୍ଭଙ୍କୁ ମୁଁ ଦେବିନ ଅଣ୍ଟିଲେ ବାପଘରୁ ମଗାଇ ଆଣିବି ।କୁହ ଋଷି ସୁନା ଚାନ୍ଦି ହୀରା ନୀଳା ଆଣିମାଣିକ୍ୟ ସହିତ ବହୁ ଧନ ଦେବି ଆଣି ।କିନ୍ତୁ ମୋ ହସ୍ତେ ଫେରାଇ ଦିଅ ପ୍ରତି ମୋରନୋହିଲେ ପ୍ରାଣ ହାରିବି ତୁମ୍ଭ ସମ୍ମୁଖର ।ଦେଖ ଅଙ୍ଗୁଷ୍ଠିରେ ମୋର ଅଛି ହୀରାମଣିଚୁମ୍ବିଦେଲେ ପ୍ରାଣ ହରାଇବି ଏହିକ୍ଷଣି ।ନାରଦ ବୋଲନ୍ତି ଯଦି ଖର୍ଦ୍ଦିକରି ନେବତୁମ୍ଭ ପତି ସମାନ କି ଦ୍ରବ୍ୟ ମୋତେ ଦେବ ।ଶୁଣି ସତ୍ୟଭାମା ହେଲେ ଆନନ୍ଦ ଅପାରବୋଇଲେ ନିଶ୍ଚୟ ଦେବି ମୁଁ ଅପେକ୍ଷାକର ।ସଙ୍ଗେ ସଙ୍ଗେ ସତ୍ୟଭାମା ନିଜ ପୁରେ ଗଲେଭଣ୍ଡାର ଖୋଲିଣ ଧନ କାଢି ଯେ ଆଣିଲେ ।ନିକିତି ଘେନିଣ ବସିଥାନ୍ତି ମୁନିବରଅଜାଡ଼ିଲେ ବହୁଦ୍ରବ୍ୟ ଆଣି ନାରୀବର ।ସତ୍ୟଭାମାଙ୍କ ପୁରରେ ଥିଲା ବହୁ ଧନଦେଖିଣ ଆଶ୍ଚର୍ଯ୍ୟ ହେଲେ ଦ୍ୱାରକାର ଜନ ।ହୀରା ନୀଳା ମଣି ମୁକ୍ତା ସୁନା ଚାନ୍ଦି ଆଦିଅଜସ୍ରକ ଧନ ଦେବୀ ଥିଲେକ ସମ୍ପାଦି ।ତିଳେ ମାତ୍ର ଧନେ ଲୋଭ ନ କରି ସୁମୁହୀଁଗଦା କରି ଦେଲେ ସବୁ ମୁନି ପାଶେ ନେଇ ।ଦେଖିଣ ଯେ ସର୍ବଜନ ଚକିତ ହୋଇଲେନାରଦ ମହର୍ଷି ମନେ ମନେ ପ୍ରଶଂସିଲେ ।ଦେଖ ପାଟକେ କିପରି ପତିବ୍ରତା ନାରୀସ୍ୱାମୀ ଲାଗି ଧନକୁ ସେ ନ ଖାତିରି ।ଆବର ବୋଲଇ ଗୋରୀ ଶୁଣ ଋଷିବରନ ଅଣ୍ଟିଲେ ବାପଘରୁ ଆଣିବି ସତ୍ୱର ।ଶ୍ରୀକୃଷ୍ଣଚନ୍ଦ୍ର ବସିଲେ ଗୋଟିଏ ପାଖରେସବୁ ଧନ ରତ୍ନ ଲଦିଲେ ଆର ପାଖରେ ।କିନ୍ତୁ ପ୍ରଭୁଙ୍କ ଆଡ଼ ଯେ ତଳୁ ନ ଉଠଇଦେଖିଣ ଆଶ୍ଚର୍ଯ୍ୟ ହେଲେ ସର୍ବ ନାରୀ ତହିଁ ।ଉଦ୍ଧବ ଅକ୍ରୂର ରହି ସବୁ ଦେଖୁଥାନ୍ତିଶ୍ରୀକୃ୍ଷ୍ଣଙ୍କ ମାୟା ଏହୁ ବୋଲିଣ ମଣନ୍ତି ।ସାତବଂଶ ଯାଦବ ଯେ ହୋଇଥାନ୍ତି ଠୁଳବସୁଦେବ ଉଗ୍ରସେନ ଆଦି ଯେ ସକଳ ।ସତ୍ୟଭାମା ପୁରୁ ଧନ ସମସ୍ତ ସରିଲାପିତା ପାଶେ ଗୋରୀ ପତ୍ର ଲେଖି ପଠାଇଲା ।ଶୁଣି ଶକ୍ରାଜିତ ତହୁଁ ଆଣି ବହୁ ଧନଦେଇଣ କହିଲେ ଋଷି କର ହେ ଓଜନ ।କିନ୍ତୁ ନିକିତି ଯେ ଏକ ପାଶୁ ଉଠେ ନାହିଁଦେଖିଣ ଚକିତ ହେଲେ ସର୍ବଜନ ତହିଁ ।ଶ୍ରୀକୃଷ୍ଣଙ୍କ ପୁରେ ଯେତେ ଧନ ରତ୍ନ ଥିଲାସମସ୍ତ ଆଣିଣ ନିକିତିରେ ଭରି ଦେଲା ।କିନ୍ତୁ ଶ୍ରୀକୃଷ୍ଣଙ୍କ ପଟ କେଭେ ନ ଉଠଇଆଣ ଆଣ ବୋଲି ଋଷି ଚହଳ କରଇ ।ଯେତେ ଧନରତ୍ନ ସର୍ବ ଦ୍ରବ୍ୟ ହେଲା ଠୁଳକୌଣସିରେ ସମାନ ନ ହେଲେ ଆଦିମୂଳ ।ସାତବଂଶ ଯାଦବଙ୍କ ପୁରେ ଯେତେ ଧନଆଣି ଜମା କଲେ ସେହି ନ ହେଲା ସମାନ ।କାଠ ବାଉଁଶ ପର୍ଯ୍ୟନ୍ତ ଆଣି ଜମାକଲେସେହିପରି ନିକିତି ଯେ ନ ଉଠଇ ଭଲେ ।ଦେଖିଣ ଆଶ୍ଚର୍ଯ୍ୟ ହେଲେ ପୁର ଜନଗଣ ।ଧନ୍ୟ ଧନ୍ୟ ଋଷି ଦଣ୍ଡି ଧରିଛି ହସ୍ତେଣ ।ଯେତେବେଳେ ସର୍ବ ଦ୍ରଦ୍ୟ ପୁରରୁ ସରିଲାସକଳ ଯାଦବ ମନେ ଭାଳେଣି ପଡ଼ିଲା ।ଦେଖ ନକରେ ଭକ୍ତିକେଡ଼େ ଯୋଦ୍ଧା ଯେଅଟଇପୃଥିବୀର ଅଧେ ଧନ ହସ୍ତେ ତଉଲଇଁ ।ପ୍ରଭୁଙ୍କୁ ମିଶାଇ ଯେବେ ହୋଇବ ଓଜନଚଉଦ ବ୍ରହ୍ମାଣ୍ଡ ନୁହେଁ ତା ସଙ୍ଗେ ସମାନ ।ଦେଖଣାହାରୀମାନେ ଯେ ଆଶ୍ଚର୍ଯ୍ୟ ହୁଅନ୍ତିଫେରାଇ ଦିଅ ହେ ଧନ ନାରଦ ବୋଲନ୍ତି ।ଜାଣେ ମୁହିଁ ତୁମ୍ଭେ ଧନ ଦେଇ ନ ପାରିବକୁହ ଯେଉଁ ପରି ପ୍ରଭୁ ଖରିଦ କରିବ ।ଚାଲ ଚକ୍ରଧର ବେଳ ହେଉଛି ଉଛୁରଉଦ୍ଧବ ବୋଇଲେ ଦଣ୍ଡେମାତ୍ର ସ୍ଥିର ଧର ।ତାହାଙ୍କ ବଚନେ ସର୍ବେ ଚକିତ ହୋଇଲେଏତେ ଧନ କାହୁଁ ଆଣିଦେବ ଏ ବୋଇଲେ ।ଉଦ୍ଧବ ବୋଇଲେ ଋଷି ଦଣ୍ଡେ ସ୍ଥିର ଧରସମାନ ଧନ ମୁଁ ଆଣି ଦେଉଛି ନିକର ।ତାହା ସମାନ ଭକତ ତିନିପୁରେ ନାହିଁବିଷ୍ଣୁ ସୁମରି ତୁଳସୀ ପତ୍ରେକ ତୋଳଇ ।କରେ ଲୁଚାଇଣ ଭକ୍ତ ତୁଳସୀ ପତରବୋଇଲା ସମସ୍ତ ଧନ ବାହାର ଯେ କର ।କହିବା ମାତ୍ରେ ନିକିତି ସଫା ଯେ ହୋଇଲାତୁଳସୀ ପତ୍ର ଗୋଟିଏ ନେଇଣ ଥୋଇଲା ।ତହୁଁ ଉଠିଗଲେ ପ୍ରଭୁ ନିକିତି ସମାନକଣ୍ଟ । ତିଳେ ବକ୍ର ନାହିଁ ଦେଖିଲେକ ଜନ ।ସପ୍ତଯଦୁବଂଶ ଦେଖି ଆଶ୍ଚର୍ଯ୍ୟ ହୋଇଲେପତ୍ରି ଟେକିଦିଏ ସତ୍ୟଭାମାଙ୍କୁ ବୋଇଲେ ।ନାରଦଙ୍କର ଆନନ୍ଦ କେ ପାରିବ କହିପତ୍ରଗୋଟି ମସ୍ତକରେ ଲଗାଇଲେ ନେଇ ।ଦେଖିଣ ସର୍ବ ନାରୀଏ ଆଶ୍ଚର୍ଯ୍ୟ ହୋଇଲେଶ୍ରୀ ବିଷ୍ଣୁଙ୍କ ମାୟା ବୋଲି ସମସ୍ତେ ଜାଣିଲେ ।ପତ୍ର ଟେକି ସତ୍ୟଭାମା ଉଭା ହୋଇଥିଲେଲଜ୍ଜା ଅଧୋମୁଖେ ଦେବୀ ମଥା ନୁଆଁଇଲେ ।ନାରଦ ବୋଇଲେ ସର୍ବେ ଶୁଣ ମୋ ଉତ୍ତରଭକ୍ତର ଅଧୀନ ସଦା ଅଟନ୍ତି ଶ୍ରୀଧର ।ନିର୍ମଳ ତୁଳସୀ ପତ୍ର ପରି ଯେହୁ ହେବସେହି ସର୍ବଦା ପ୍ରଭୁଙ୍କୁ ପାଶରେ ବାନ୍ଧିବ ।ଯେତେ ଚେଷ୍ଟାକଲେ କେହୁ ରଖି ନ ପାରିବଅନ୍ତରେ ଭକତି କଲେ ବାନ୍ଧି ଯେ ହୋଇବ ।ଏ ପତ୍ର ପରି ଯା ଚିତ୍ତ ନିରିମଳ ଥିବସେହି ପ୍ରଭୁଙ୍କ ସମାନ ଓଜନ ହୋଇବ ।ଉଦ୍ଧବ ପରାଏ କଲେ ନିଷ୍ଠାପର ଭକ୍ତିପ୍ରଭୁଙ୍କ ସଙ୍ଗରେ ସେହି କରିବ ପୀରତି ।ଭକ୍ତାଧୀନ ଭଗବାନ ଭକତେ ଭଜଇଭକ୍ତଙ୍କୁ ଯେ ସଦାକାଳେ ହୃଦେ ଥାଏ ବହି ।ଭକତ ଶ୍ରୀବତ୍ସ ବିପ୍ର ଗୋଇଠା ମାରିଲାଅଷ୍ଟାଦଶ ଚିହ୍ନ ମଧ୍ୟେ ଶୋଭା ସେ ପାଇଲା ।ଭକ୍ତିରେ କୁବୁଜା ନାରୀ ଚନ୍ଦନ ଲେପିଲାଦିବ୍ୟରୂପ ହୋଇ ପ୍ରଭୁ ମନ ସେ ତୋଷିଲା ।ଭକ୍ତିରେ ଗୋପୁ ଅକ୍ରୂର ରଥରେ ଆଣିଲାସ୍ନାନ ବେଳେ ଚତୁର୍ଭୁଜ ଦରଶନ କଲା ।ଭକ୍ତିରେ ପ୍ରହଲାଦ ଯେ ପ୍ରଭୁଙ୍କ ପାଇଲାଅନ୍ତକାଳେ ସ୍ୱରଗରେ ଇନ୍ଦ୍ର ସେ ହୋଇଲା ।ସାତ ବରଷ ବାଳକ ଧ୍ରୁବ ନାମେ ଥିଲାଭକ୍ତି କରି ଧ୍ରୁବମଣ୍ଡଳରେ ସେ ବସିଲା ।ସର୍ବେ ହାରିଗଲେ ଭକ୍ତ ଉଦ୍ଧବ ଜିଣିଲାତୁଳସୀ ପତର ଆଣି ସମାନ କରିଲା ।ଏହିପରି ଜ୍ଞାନ ବୁଝାଅନ୍ତେ ଋଷିବରସତ୍ୟଭାମା ପଡ଼ିଲେକ ପ୍ରଭୁଙ୍କ ପୟର ।ନ ଜାଣିଣ ମାୟା ତବ ଗର୍ବ କରି ମୁହିଁନିଜ ହାତେ ପରାଭବ ଗଲିଣି ଯେ ପାଇ ।ଏ ଦାସୀର ଅପରାଧ କ୍ଷମ ପ୍ରାଣେଶ୍ୱରନ ଜାଣଇ କିଛି ମାତ୍ର ମୁଁ ଯେ ନାରୀ ଛାର ।ଯୌବନ ମଦରେ ଅହଙ୍କାରେ ଭୋଳ ହୋଇପବନ ବାନ୍ଧିବା ପାଇଁ ଥିଲି ମୁହିଁ ଚାହିଁ ।କିନ୍ତୁ ଏତେକ ଚରଣେ ଭିକ୍ଷା ଏ ଦାସୀରଯୁଗେ ଯୁଗେ ନ କରିବ ପାଶରୁ ଅନ୍ତର ।ଉଠାଇ ସତ୍ୟଭାମାକୁ କୋଳେ ଧରି ହରିକେତେ ଦଣ୍ଡ ପାଇଲାଣି ମୋ ପ୍ରାଣ ସୁନ୍ଦରୀ ।ଶୁଣ ଆରେ ପ୍ରିୟସହୀ କହୁଅଛି ମୁହିଁତୁମ୍ଭେ ସର୍ବନାରୀ ମୋର ଅଟ ସ୍ନେହମୟୀ ।ସମସ୍ତେ ଲକ୍ଷ୍ମୀ ଅଂଶରେ ଅଛ ଅବତରିମୋ ନିମନ୍ତେ ଯୁଗେ ଯୁଗେ ଥାଅ ଅବତରି ।ବୈକୁଣ୍ଠକୁ ଗଲେ ସଦା ମୋର ପାଶେ ଥାଅକ୍ଷୀରନୀର ପରି ମୋର ଅଙ୍ଗେ ମିଶିଯାଅ ।ବହୁତ ପ୍ରକାରେ ସର୍ବ ନାରୀଙ୍କୁ ବୁଝାଇସତ୍ୟଭାମା ହସ୍ତ ଧରି ନେଲେ ଭାବଗ୍ରାହୀ ।ରକ୍ତାଧୀନ ଭଗବାନ ଅଟଇ ସଂସାରଭକ୍ତର ନିମନ୍ତେ ମର୍ତ୍ତ୍ୟେ ତାଙ୍କ ଅବତାର ।ତୁଳସୀ ମାହାତ୍ମ୍ୟ ଏଠି ହୋଇଲାକ ଶେଷଅଧମ କ୍ଷେତ୍ରମୋହନେ ଦିଅ ପ୍ରଭୁ ଦାସ ।ଇତି ଶ୍ରୀ ତୁଳସୀ ମାହାତ୍ମ୍ୟ ସତ୍ୟଭାମାଦର୍ପ ଗଞ୍ଜନ ଓ ଭକ୍ତ ଭଗବାନସଦାଜୟେ ସମ୍ପୂର୍ଣ୍ଣେ ।ସୁଦାମା ଦାରିଦ୍ର୍ୟ ଭଞ୍ଜନ ଓ ଭକ୍ତର ଭଗବାନଶୁଣ କଳିଯୁଗ ନର ଅପୂର୍ବ ଚରିତହରି ନାମ ଗୋଟି ଅଟେ ସଂସାରେ ପବିତ୍ର ।ଅମୃତ ସମାନ ସ୍ୱାଦୁ ଗୁଣ ଅଟେ ତାରପାନକରି ସର୍ବ ନର ହୋଇବ ଉଦ୍ଧାର ।ଯେତେବେଳେ ପିଣ୍ଡୁ ପ୍ରାଣପକ୍ଷୀ ଉଡ଼ିଯିବଭାଇବନ୍ଧୁ କୁଟୁମ୍ବ କେ ସଙ୍ଗରେ ନ ଥିବ ।ଆରପାରିର ଅଗନାଅଗନି ବନସ୍ତରେବିକଳେ ଡାକିବେ କେ ନ ଶୁଣିବେ କର୍ଣ୍ଣରେ ।ଯେବେ ଆଗୁ ନାମ ଗୋଟି କରିବ ସଞ୍ଚୟସେତେବେଳେ ସଙ୍ଗେତୋର ଯିବେ ଦୟାମୟ ।ସେଥି ନେଇ ମୁଖେ ସଦା ଅଭ୍ୟାସ ତୁ କରଜୀବ ଗଲାବେଳେ ଯେହ୍ନେ ମନ ଥାଏ ତୋରଭକ୍ତର ଅଧୀନ ଯହୁଁ ଅଟେ ଭଗବାନସତ୍ୟଭାମା ରୁକ୍ମିଣୀର ଦର୍ପକଲେ ଚୂର୍ଣ୍ଣ ।ଶୁଣିଲ ଚ ଏତେ ଦ୍ରବ୍ୟ ସମାନ ନୋହିଲାଭକ୍ତ ଉଦ୍ଧବ ତୁଳସୀ ପତ୍ର ସମ ହେଲା ।ଆହୁରି ମଧ୍ୟ ନାରୀଙ୍କୁ ଶିକ୍ଷା ଦେବାପାଇଁଭକ୍ତ ବଡ଼ ବୋଲି ପ୍ରଭୁ ଦେବେ ଯେ ଚିହ୍ନାଇ ।ସେ କଥା ଗୋଟି ମୁହିଁ ଦେଉଛି ବୁଝାଇକର୍ଣ୍ଣ ଡେରି ଶୁଣ ଚିତ୍ତ ସ୍ଥିର କରି ରହି ।ସୁଦାମା ପଣ୍ଡା ବୋଲିଣ ଏକଇ ବ୍ରାହ୍ମଣର୍ସବଦା କରଇ ସେହୁ ଶ୍ରୀକୃଷ୍ଣ ସ୍ମରଣ ।କୃଷ୍ଣ ନାମ ବିନୁ ସ୍ୱପ୍ନେ ଆନ ନ ଜାଣଇହରି ପ୍ରେମେ ଦିବା ରାତ୍ର ପାଗଳ ହୁଅଇ ।ନାହିଁ ବୃତ୍ତିବାଡ଼ି ନାହିଁ ତା ଧନ ଭଣ୍ଡାରକୁଡ଼ିଆ ଖଣ୍ଡିଏ ମାତ୍ର ସମ୍ବଳ ତାହାର ।କୁଟୁମ୍ବ ମଧ୍ୟରେ ଥାନ୍ତି ସ୍ୱାମୀ ସ୍ତିରୀ ଦୁଇନୀତି ଭିକ୍ଷା ମାଗି ଦୁଃଖେ କୁଟୁମ୍ବ ଚଳାଇ ।ଚିରାଲୁଗା ଖଣ୍ଡେ ସାତଗଣ୍ଠି ଅଛି ପଡ଼ିସିଆଁ ଗାମୁଛା ଖଣ୍ଡିଏ ତାହାର ଉତ୍ତରୀ ।ପ୍ରତିଦିନ ଗାଆଁ ଗଣ୍ଡା ବୁଲି ଦ୍ୱିଜବରମାଗିଯାଚି ଯାହା ଆଣେ କରନ୍ତି ଆହାର ।ଆଗ ବିଷ୍ଣୁଙ୍କୁ ନ ଦେଲେ ପତି ପତ୍ନୀ ଦୁଇଅନ୍ନ ଜଳ ପରିଯନ୍ତେ ନ ଛୁଅନ୍ତି କେହି ।ଶାଳଗ୍ରାମ ଶିଳା ଏକ ଗୃହେ ରଖିଥାନ୍ତିଯାହା ଭଲମନ୍ଦ ଦ୍ରବ୍ୟ ନୈବେଦ୍ୟ କରନ୍ତି ।ନୈବେଦ୍ୟ ପାରିଲେ ଦୁହେଁ କରନ୍ତି ଭୋଜନତାହାର ଭାରିଯା ନାମ ସୁମତି ଯେ ଜାଣ ।ରତି ପତିପରାୟଣା ସେ ନାରୀ ଅଟଇପତି ତା ଜୀବନରେ ଆନ ନ ଜାଣଇ ।ଅତି ଦୁଃଖେ ଦୁଃଖୀ ହୁଏ ପତି ସୁଖେ ସୁଖୀପତିର ଉଚ୍ଛିଷ୍ଟ ବିନା ଅନ୍ୟ ସେ ନ ଭକ୍ଷି ।ସ୍ୱାମୀ ସେବା ଜୀବନରେ ବ୍ରତ ଅଟେ ତାରସ୍ୱାମୀ ବିନୁ ଜୀବନରେ ନାହିଁ ପ୍ରତିକାର ।ସୁଦାମା ମୁଖ ଶୁଖିଲା ଦେଖିଲେ ବ୍ରାହ୍ମଣୀଦୁଃଖେ ତାର ପେଟକୁ ନ ଯାଏ ଅନ୍ନପାଣି ।ଯେତେ ହରାଇଣ ପଛେ ହେଉ ସୁଦାମାରସୁମତି ମୁଖ ଦେଖିଲେ ସବୁ ହୁଏ ଦୂର ।ସନ୍ଧ୍ୟାବେଳେ ପତି ପତ୍ନୀ ଏକସଙ୍ଗେ ବସିଗୀତା ପଠନ କରନ୍ତି ମନେ ହୋଇ ଖୁସି ।ପୁଷ୍ପଗୁନ୍ଥି ସୁମତି ଯେ ନିତି ହାର କରିଶ୍ରଦ୍ଧାରେ ଶ୍ରୀକୃଷ୍ଣ ଗଳେ ମଣ୍ଡଇ ସୁନ୍ଦରୀ ।ଗ୍ରାମ ପଡ଼ୋଶୀ ସମ୍ପଦେ ନ ହୁଏ ଆତୁରନିଜ ଦୁଃଖ ପ୍ରକାଶ ନକରେ ତା ଆଗର ।ଜୀବନରେ ଯେତେ କଷ୍ଟ ଭୋଗ ସେ କରନ୍ତିଶ୍ରୀକୃଷ୍ଣଙ୍କ ପାଦତଳେ ସମସ୍ତ ଜଣାନ୍ତି ।ପିଲାଦିନେ କୃ୍ଷ୍ଣ ବିଦ୍ୟା ପଢିବା ବେଳରେମଇତ୍ର ହୋଇଣ ଥିଲେ ସୁଦାମା ସଙ୍ଗରେ ।ପ୍ରତିଦିନ ସନ୍ଧ୍ୟାବେଳେ ପ୍ରଭୁ ଚକ୍ରଧରବୁଲି ଯାଉଥିଲେ ନିତି ପଣ୍ଡାଙ୍କର ଘର ।ଶ୍ରଦ୍ଧାରେ ସୁମତି ଯାହା ଦିଏ କୃଷଙ୍କରେଆନନ୍ଦେ ଭୋଜନ ପ୍ରଭୁ କରନ୍ତି ତା ଘରେ ।ଦିନେ ମଇତ୍ରକୁ ନ ଦେଖିଲେ ଚକ୍ରଧରପାଗଳ ହୋଇଣ ଧାଉଁଥିଲେ ତାଙ୍କ ଘର ।ବିଦ୍ୟା ସାରି ଯେଉଁ ଦିନ ଗଲେ ପ୍ରଭୁ ଘରବହୁତ କାନ୍ଦିଲେ ସୁମତି ଓ ମଇତ୍ରର ।ସଙ୍ଗାତୁଣୀକୁ ବୁଝାଇ କହିଥିଲେ ହରିମଇତ୍ରକୁ ପେଶିବ ଯେ ପାଶକୁ ମୋହରି ।ସେହି ଦିନୁ ଦୁଃଖରେ ଯେ ଦୁହେଁ ଚଳୁଥାନ୍ତିଓଳିଏ ଖାଇଲେ ଦିନେ ଉପାସ ରୁହନ୍ତି ।କର୍ମକୁ ଆଦରି ଚଳୁଥାନ୍ତି ଦୁଃଖଭରେସମସ୍ତ ଭରସା ରଖି ଶ୍ରୀକୃଷ୍ଣ ପାଦରେ ।ଦିନେ ବ୍ରାହ୍ମଣକୁ ଡାକି ବ୍ରାହ୍ମଣୀ କହଇତୁମରି ମଇତ୍ର ପରା ଦ୍ୱାରକାର ସାଇଁ ।ରାଜା ହୋଇଛନ୍ତି ଦ୍ୱାରକାରେ ଚକ୍ରଧରବିଭା ହୋଇ ମହାସୁଖେ ଚଳନ୍ତି ଶ୍ରୀଧର ।ଏପରି ଦୁଃଖରେ ଆମେ ସଦା ଚଳୁଥାଇଗଲେ ମଇତ୍ର ତୁମ୍ଭଙ୍କୁ କିଛି ଦ୍ୟନ୍ତେ ନାହିଁ ।ସବୁଦିନେ ବୁଲି ବୁଲି ହାଲିଆ ହେଉଚଯାହା ଭିଆଉଛ ତାହା ହେଉଛି ଖରଚ ।ଗଲେ ଅବଶ୍ୟ ମଇତ୍ର ଆମ୍ଭ ଦୁଃଖ ଦେଖିକିଛି ଧନ ଦେଲେ ଆମ୍ଭେ ହୋଇଯାନ୍ତେ ସୁଖୀ ।ସେପରି ଲୋକ ନୁହନ୍ତି ମଇତ୍ର ତୁମ୍ଭରଦେଖିଲେ ତୁମ୍ଭଙ୍କୁ ସେ କରିବେ ଅତ୍ୟାଦାରବ୍ରାହ୍ମଣ ବୋଲଇ ସୁମୀ ହୋଇଲୁକି ବାଇସେତେବେଳର ମଇତ୍ର ବର୍ତ୍ତମାନ ନାହିଁ ।ପାଠ ପଢୁଥିଲା ବୋଲି ସିନା ଖୋଜୁଥିଲାପିଲାବେଳ କଥା ମନେ କିମ୍ବା ରହୁଥିଲା ।ଏବେ ସେ ଯେ ଦ୍ୱାରକାରେ ଅଟଇ ରାଜନମୁଁ ଯେ ଅବନ୍ତୀ ନଗର ଭିକାରୀ ବ୍ରାହ୍ମଣ ।ଯାକୁ ସବୁବେଳେ ମହାରାଜାଙ୍କ ସଙ୍ଗରସମୟ ନ ମିଳେ କରିବାକୁ ଦରକାର ।ୟେ ତ ରାଜା ଆସୁଛନ୍ତି ଦରଶନ ପାଇଁଅନେକ ଦିନରେ ତାଙ୍କ ସାକ୍ଷାତ ମିଳଇ ।ମୋ ପରି ମେଳେଛକୁ ସେ ଚିହ୍ନିବେ କିପରିଦେଖିଲେ ଧକ୍କା ମାରିବେ ଦାଣ୍ଡରୁ ପ୍ରହରୀ ।ଗଲେ ସିନା ସାର ହେବ ଅପମାନ ମୋରଆଉ ବା କାହୁଁ ପାଇବା ମଇତ୍ର ପୟର ।ପ୍ରାଣ ପଛେ ଯିବ ସୁମୀ ତାହା ନ କରିବିବୃଥା ଯାଇ ମଇତ୍ରକୁ ସିନା କଷ୍ଟ ଦେବି ।ଦେଖିଣଲୋକେ ବୋଲିବେ କେଡ଼େ ଲୋକଙ୍କରମଇତ୍ର ଡାକି ଇଜ୍ଜତ ସାରିଛି ଏ ଛାର ।ଯେ ପୁଚ୍ଛିବେ ଏ ବ୍ରାହ୍ମଣ କି ହୁଏ ତୁମ୍ଭରନିଶ୍ଚେ ମଇତ୍ର ବୋଲିବେ ଏ ମାଗନ୍ତା ଛାର ।ସୁଦାମା ନିରାଶ କଥା ସୁମତି ଯେ ଶୁଣିକରଧରି ବୋଲେ ସ୍ୱାମୀ ନ କୁହ ଏ ବାଣୀଭଲକରି ତାହାଙ୍କୁ ମୁଁ ଚିହ୍ନିଛି ହେ ନାଥଭିତର ବାହାର ତାଙ୍କ ଅଟଇ ପବିତ୍ର ।ଯେତେ ବଡ଼ ହେଲେ ମଧ୍ୟ ଗରିବଙ୍କ ପରସ୍ନେହ ଶ୍ରଦ୍ଧା ସର୍ବଦା ଯେ ରହିଛି ତାଙ୍କର ।ବଡ଼ଲୋକ ରାଜାଙ୍କୁ ସେ ଶ୍ରଦ୍ଧା ନ କରନ୍ତିଦରିଦ୍ର ତାରେଣ ଦୟାନିଧ ହୋଇଛନ୍ତି ।ଥରେ ମୋର ଅନୁରୋଧ ରକ୍ଷାକରି ଯାଅଦେଖି ଆସ ଭଲ ମନ୍ଦ ମଇତ୍ରଙ୍କ ଦେହ ।ଯେବେ ମଇତ୍ର ତୁମଙ୍କୁ ନ କରି ଖାତରଦେବେ ଅପମାନ ଫେରି ଆସିବ ହେ ଘର ।ସୁମତି ବିନୟ ଯହୁଁ ବହୁତ ହୋଇଲାଯିବା ପାଇଁ ସୁଦାମ ଯେ ସମ୍ମତ କରିଲା ।ଆଲୋ ସୁମୀ ଏହିପରି ଲୁଗା ପିନ୍ଧିକରିଗଲେ କି ବୋଲିବେ ଲୋକ କହ ତୁ ବିଚାରି ।ବ୍ରାହ୍ମଣୀ ବୋଲଇ ସ୍ୱାମୀ ଚିନ୍ତା ଯେ ନ କରସେ ଦାୟିତ୍ୱ ରହିଲା ହୋ ମୋହର ଉପର ।ଚଉତି କରି ସାଇତି ରଖିଛି ମୁଁ ଖଦୀପିନ୍ଧିକରି ଯିବ ତୁମ୍ଭେ କିମ୍ପା ହୁଅ ଧନ୍ଦି ।ହଉ ଲୁଗା ହେଲା ସିନା ପିନ୍ଧି ଯିବି ମୁହିଁଖାଲି ହାତେ ବନ୍ଧୁ ଘର କିପରି ଯିବଇଁ ।କିଛି ସିନା ମଇତ୍ର ନ ବୋଲିବେ ମୁଖରମନେ ମନେ କି ଭାବିବେ ପ୍ରଭୁ ଚକ୍ରଧର ।ସୁମତି ବୋଲେ ସେ ନିମନ୍ତେ ଚିନ୍ତା ନ କରଭଲ ଖୁଦ ସାଇତି ମୁଁ ରଖିଛି ବଢାର ।ବାଲି ଭାଜିକରି ବାନ୍ଧି ଦେଉଅଛି ମୁହିଁଯାଉଁଳି ପକାଇ କାନ୍ଧେ ନିଅ ମିତ ପାଇଁ ।ବ୍ରାହ୍ମଣ ବୋଲଇ ଅସମ୍ଭବ କଥା ତୁହିକହୁଛୁ ମନକୁ ମୋର ଜମା ପାଉ ନାହିଁ ।ନିତି କ୍ଷୀରିପୁରି ରସାବଳି ସରପୁଳିନ ରୁଚେ ଯାହାକୁ ପୁଣି ତୋ ଖୁଦବୁଜୁଳି ।ଦେଖିଲେ ପାଶରେଥିବା ଲୋକ କି ବୋଲିବେଅମଣିଷ ବୋଲି ମୋତେ ଗଣନା କରିବେ ।ସୁମତି ବୋଲଇ ନାଥ ଥିବାବେଳେ ଏଥିମୋ ହାତ ଖୁଦଭଜାକୁ ସେ ଭଲପାଆନ୍ତି ।ଦିନେ ଖୁଦଭଜା ତାଙ୍କୁ ନ ଥିଲି ମୁଁ ଦେଇତିନିଦିନ ମଇତ୍ର କଥା କହିଲେ ନାହିଁ ।ତା ପରେ ଯହୁଁ ତାହାଙ୍କୁ ଖୁଦଭଜା ଦେଲିମଧୁର କଥା ତାହାଙ୍କୁ ମୁଖରୁ ଶୁଣିଲି ।ଶୁଣି ବ୍ରାହ୍ମଣ ବୋଲଇ ଯାହା ଇଚ୍ଛା ତୋରକର ତହିଁରେ ଆପତ୍ତି ତିଳେ ନାହିଁ ମୋର ।କିନ୍ତୁ ସୁମୀ ଯେବେ ଅପମାନ ମୁଁ ପାଇବିଆଉ ଅବନ୍ତୀ ନଗ୍ରକୁ ଫେରି ନ ଆସିବି ।ସୁମତି ବୋଲଇ ହେଲା ତାହା ମୁଁ ମାନୁଛିସ୍ନାନ ସାର ବୋଲି ଭଜା ଖୁଦ ମୁଁ କରୁଛି ।ସ୍ନାନାଦି କର୍ମ ସାରିଣ ସୁଦାମା ବ୍ରାହ୍ମଣଆନନ୍ଦରେ ଶାଳଗ୍ରାମ ପୂଜେ ସେ ତକ୍ଷଣ ।ପେଡ଼ିଲେ ସୁମତି ରଖିଥିଲା ଖଦୀ ଏକବ୍ରାହ୍ମଣଙ୍କୁ ବୋଲେ କେଡ଼େ ସୁନ୍ଦର ଏ ଦେଖ ।ଯତନେ ପିନ୍ଧି ତାହାକୁ ବୋଲେ ଦ୍ୱିଜବରଉତ୍ତରୀ ଗୋଟିଏ ଲୋନା ଅଟଇ ୟାପର ।ବ୍ରାହ୍ମଣୀ ବୋଲଇ ଗାମୁଛାକୁ ଭଲକରିସିଝାଇ ଖରାରେ ଦେଇଅଛି ସଫାକରି ।ସେଇଥିରେ ଖୁଦ ଯତ୍ନେ ବାନ୍ଧିଅଛି ମୁହିଁକାନ୍ଧରେ ପକାଇ ନାଥ ଯାଅ ହେ ପଳାଇନିଜେ ଉପାସ ରହିଣ ବ୍ରାହ୍ମଣର ନାରୀଆନନ୍ଦରେ ସୁଦାମାକୁ ଖୋଇ ଯତ୍ନକରି ।ଆଜି ବ୍ରାହ୍ମଣୀର ଗୋଡ଼ ତଳେ ନ ଲାଗଇମଇତ୍ର ଘରକୁ ତାର ସ୍ୱାମୀ ଯାଉଛଇଁ ।ଆବର ଯେ ମଲ୍ଲୀଫୁଲ ତା ବାଡ଼ିରେ ଥିଲାଯତନେ ମଇତ୍ର ପାଇଁ ଗଜରା ଗୁନ୍ଥିଲା ।ସ୍ବାମୀଙ୍କୁ କହଇ ମିତ ଭାରି ଫୁଲ ରଙ୍କଥିଲାବେଳେ ଫୁଲ ଦିଏ ହୁଅନ୍ତି ସଉକ ।ଦେଖ ପାଠକେ କିପରି ନିର୍ମଳ ତା ମନକେତେ ଭକତିରେ ବାନ୍ଧିଅଛି ଭଗବାନ ।ସାମାନ୍ୟ ଖୁଦ ବୋଲିତ ସେ ଯେ ଭାବୁ ନାହିଁଅମୃତଠାରୁ ଅଧିକ ତାହାକୁ ମଣଇଁ ।ଯାକୁ ସରପୁରୀମାନ ଅରୁଚି ହୁଅଇସେ ପୁଣି ଖୁଦ ଭଜାର ସକାଶେ ରୁଷଇ ।ଭକ୍ତର ଅଧୀନ ଦେଖ କିପରି ଶ୍ରୀହରିଧନ୍ୟ ଲୋ ସୁମତି ଧନ୍ୟ ଅଟୁ ତୁହି ନାରୀ ।ଯେତେବେଳେ ପଥ ମଧ୍ୟେ ସୁଦାମା ଚଳଇମନମଧ୍ୟେ ପଣ୍ଡା ବଡ଼ ଲଜ୍ଜିତ ହୁଅଇ ।ସତେ କ‘ଣ ପ୍ରଭୁ ମୋତେ ଆଦର କରିବେସତେ କି ମଇତ୍ର ବୋଲି ମୋତେ ସେ ଚିହ୍ନିବେକେତେ କେତେ ରାଣୀ ପାଦେ ସେବା କରୁଥିବେଏ ଗରିବ ବ୍ରାହ୍ମଣଙ୍କୁ ଖାତିରି କରିବେ ।କାହିଁକି ସୁମତି କଥା ଭାଙ୍ଗି ମୁଁ ନ ପାରିଆସିଲି ସିନା ମନ ହେଉଅଛି ଘାରି ।କଥାରେ କହନ୍ତି ସମାସ୍କନ୍ଧ ବନ୍ଧୁ ହେଲେଖାତର ବଢଇ ସିନ ଦୁହିଁଙ୍କର ତୁଲେ ।କେତେ ପାଟପୀତାମ୍ବରୀ ଫିଙ୍ଗା ହେଉଥିବମୋ ଭେକ ଦେଖିଲେ ତାଙ୍କ ମନ ଦୁଃଖ ହେବହଉ ଦୟାମୟ ପ୍ରଭୁ ତୁମ୍ଭର ବିଚାରତାର ବିନେ ସଂସାରେ କେହି ନାହିଁ ମୋର ।ଭିକ୍ଷାମାଗି ଦୁଃଖ କଷ୍ଟେ ଚଳୁଥିଲି ମୁହିଁକିଆଁ ତୋର ଦରଶନେ ନେଉ ଭାବଗ୍ରାହୀ ।ଏତେ କହି ନୟନରୁ ବହେ ନୀର ଧାରଖୁଦ କାନ୍ଧରେ ପକାଇ ଚାଲେ ବିପ୍ରବର ।ଚାଲିଥାଏ ଭାବି ଭାବି ବ୍ରାହ୍ମଣ ମନରେପ୍ରବେଶ ହୋଇଲ ଯାଇ ଏକ ନଦୀତୀରେ ।କୁଳୁ କୁଳୁ ହୋଇ ଜନ ଯାଉଅଛି ବହିଫେଣରେ ଯେ ସାରା ନଦୀ ପୂର୍ଣ୍ଣ ଅଛି ହୋଇ ।ନକ୍ର ବକଗଣମାନେ ଖଗ ଟେକି ଧୀରେମାଳ ମାଳ ଦେଖାଯାନ୍ତି ଯେ ନଦୀ ମଧ୍ୟରେ ।ଭରା ନଦୀକୁ ଦେଖିଣ ସୁଦାମା ବ୍ରାହ୍ମଣଭାବେ ଏହିଠାରୁ ଗୃହେ ଯିବି ମୁଁ ଫେରିଣ ।ଏତେ ଭୟଙ୍କର ନଦୀ କୂଳ ନ ଦିଶଇପାର ହେବା ପାଇଁ ମଧ୍ୟ ନାବ ଖଣ୍ଡେ ନାହିଁ ।ଯାଉଛି ଏ ଗଛମୂଳେ ଅପେକ୍ଷା କରିବିନାବ ନ ପାଇଲେ ସିଧା ଘରେ ଫେରିଯିବି ।ଏତେ ପାଞ୍ଚି ବୃକ୍ଷ ତଳେ ବସିଲା ବ୍ରାହ୍ମଣଅନେକ ଦୂରରେ ନାବ ବାହେ ଏକଜଣ ।ଚାହୁଁ ଚାହୁଁ କ୍ଷଣକରେ ସୁଦାମା ପାଶରେନାବ ଏକ ଘେନି ଜଣେ ମିଳିଲା ସତ୍ୱରେ ।ଅଳ୍ପ ବୟସ ନାଉରୀ ଦେହ କଳାବର୍ଣ୍ଣନାବ ସଙ୍ଗେ କାତ ହସ୍ତେ ସେ ଯେ ବିଦ୍ୟମାନଗଛମୂଳେ ସୁଦାମାକୁ ଦେଖିଣ ଡାକଇକେଣିକି ଯିବ ନାବକୁ ଆସ ହେ ଗୋସାଇଁ ।ବ୍ରାହ୍ମଣ ବୋଇଲେ ବାପ ଦ୍ୱାରକା ମୁଁ ଯିବିବହୁଦିନେ ମଇତ୍ରକୁ ଦର୍ଶନ କରିବି ।ନାଉରୀ ବୋଲେ ମଇତ୍ର କେ ଅଟେ ତୁମ୍ଭରଦୟାକରି ପରିଚୟ ଦିଅ ଦ୍ବିଜବର ।ଦ୍ୱାରକା ଠାକୁର ତାଙ୍କ ନାମ ଚକ୍ରଧରସେହି ଯେ ପିଲା ଦିନର ମଇତ୍ର ମୋହର ।ଆସ ଆସ ନାବ ପରେ ଡାକଇ ନାଉରୀଯଦୁପତିଙ୍କର ବନ୍ଧୁ ତୁମ୍ଭେ କେଉଁପରି ।ରାଜା ମହାରାଜାମାନେ ବାନ୍ଧବ ତାଙ୍କରତୁମ୍ଭେ ତ ଦିଶୁଛ ମଳିମୁଣ୍ଡିଆ ମାତରପସନ୍ଦ କରିବେ ନାହିଁ ଶ୍ରୀକୃଷ୍ଣ ସୁମରିବୃଥାଟାରେ ଯାଅସିନା ଆସିବ ହେ ଫେରି ।ସୁଦାମା ଭାବଇ ମନେ ଚାହିଁଚାହିଁ ସାରଛାର ନାଉରୀଟା ମୋତେ କରୁଛି ଧିକାର ।ଏତେ ଭାବି ନାରାୟଣ ମନକୁ ସୁମରିତରୀ ଉପରେ ବ୍ରାହ୍ମଣ ବସେ ଯାଇ ଥିରି ।ନାଉରୀ ବୋଲଇ ଘାଟ ମହାସୁଲ ଦିଅପାରହୋଇ ଯେଣେଇଛା ତେଣେତୁମ୍ଭେଯାଅପଇସାର କଥା ଶୁଣି ବ୍ରାହ୍ମଣ ଥରଇଅତି ବିକଳ ହୋଇଣ ନାଉରୀକୁ କହି ।ଗରିବ ବ୍ରାହ୍ମଣ ଭିକ୍ଷା ଅଟେ ମୋ ସମ୍ବଳକଲ୍ୟାଣ କରିବି ପ୍ରଭୁ ଦେବେ ତୋତେ ଫଳ ।ଥାଉ ଥାଉ ବାହାଦୂରୀ ଦେଖାନା ଗୋସାଇଁକଲ୍ୟାଣ ନେଇକି ପିଲାପିଲି ଖୋଇବଇଁ ।ପଇସା ତ ନେଲେ ମୋର କୁଟୁମ୍ବ ପାଳିବିକଲ୍ୟାଣ ନେଇକି ଘରେ ସାଇତି ଥୋଇବି ।ବିପ୍ର ବୋଲେ ବାପ କପର୍ଦ୍ଦିକ ପାଶେ ନାହିଁଏହିଠାରୁ ଗୃହେ ଫେରି ଯାଉଅଛି ମୁହିଁ ।ହଉ ହଉ ବସ ନନା ହେବ ଯେବେ ପାରଫେରିଲା ବେଳେ ପଇସା ଦେଇଯିବ ମୋରସୁଦାମା ବୋଲଇ ନିଶ୍ଚେ ମଇତ୍ରକୁ କହିତୋ ପାଇଁ କିଛି ପଇସା ମୁହିଁ ଆଣିବଇଁ ।ନାଉରୀ ବୋଲଇ ନନା ଭଙ୍ଗା ନାହା ମୋରଜବର ହୋଇଣ ତୁମ୍ଭେ ବସ ହୁସିଆର ।ଯଦି ଟିକେ ମାତ୍ର ହଲ ଚହଲ ହୋଇବନିଶ୍ଚୟ ମଝି ନଦୀରେ ନାବ ବୁଡ଼ିଯିବ ।ଏହି ନଉକାରେ ମୁହିଁ ସଭିଙ୍କୁ ବସାଇଯିଏ ହଲ ଚଲ ହୁଏ ମଝିରେ ଡୁବଇ ।ଏକଧ୍ୟାନେ କରି ବସେ ଯେ ଜବର ହୋଇନିର୍ବିଘ୍ନରେ ନଦୀ ଗୋଟି ଯାଏ ପାରହୋଇ ।ସୁଦାମା ବୋଲଇ ବାପ ଚିନ୍ତା ତୁ ନ କରଆମ୍ଭଙ୍କୁ ପାର କରିବେ ବ୍ରାହ୍ମଣ ଠାକୁର ।ନାହା ମଝିରେ ବସିଲା ବ୍ରାହ୍ମଣ ଗୋସାଇଁନାବ ଗୋଟି ଚାଳିଦେଲା ଯୁବକ ତରାଇ ।ତରାଇକି ପୁଚ୍ଛେ ବିପ୍ର କି ନାମ ତୋହରକେଉଁଠାରେ ଘର ପିତା ନାମ କିସ ତୋର ।ମୋହର ନାମ କାହ୍ନୁଆ ଜାତିରେ ତରାଇପିତା ବସୁ ଧର୍ମବାପ ନନ୍ଦିଆ ଅଟଇ ।ଘର ମୋର ନାହିଁ ନଦୀପଠାରେ ପଡ଼ିଛିଅସମସ୍ତେ ଯେ ଡାକଇ ପାରି ଯେ କରୁଛି ।ସାମାନ୍ୟ ନାଉରୀ ହୋଇ ବହୁକର୍ମ କରୁସଦାସର୍ବଦା ତୁ ନାବ ଗୋଟି ପାରିକରୁ ।ଏହିପରି କଥାବାର୍ତ୍ତା ହେବା ସମୟରେପ୍ରବଳ ଲହରୀ ହେଲା ଯେ ନଦୀ ମଝିରେ ।ନାଉରୀ ବୋଇଲଶ ନନା ସରିଲା ସଂସାରପାଣି ପଶି ନିଶ୍ଚେ ଡଙ୍ଗା ବୁଡ଼ିବ ମୋହର ।ବ୍ରାହ୍ମଣ ବୋଲଇ ପାପଚିନ୍ତା ତୁ ନ କରଡାକୁଛି ପ୍ରଭୁଙ୍କୁ ମୁହିଁ କରିବେ ଉଦ୍ଧାର ।ହରି ହରି ବୋଲି ଉଚ୍ଚେ ସୁଦାମା ଡାକଇନାଉରୀ ଟୋକା ନାବକୁ ସଳଖି ଧରଇ ।ଧନ୍ୟ ଧନ୍ୟ ଧନ୍ୟ ନନା ସାହସ ତୁମ୍ଭରହରିନାମ ଭଜିବାରୁ ଥମିଲା ଲହର ।ଉଚିତ ଘାଟେ ଯାଇଣ ତରୀଟି ଲାଗିଲାସୁଦାମା ଡଙ୍ଗାରୁ ଉଠି ଉପରକୁ ଗଲା ।ନାଉରୀ ବୋଲଇ ନନା ମନ ରଖିଥିବଆସିଲେ ତଲାସ କରି ମୋ ପାଉଣା ଦେବ ।ନିଶ୍ଚୟ ନିଶ୍ଚୟ ବୋଲି କହି ଦ୍ୱିଜବରକଲ୍ୟାଣ କରି ଚଳଇ ସ୍ମରି ଚକ୍ରଧର ।ଯାଆନ୍ତେ ଥୋକାଏ ଦୂର ସୁଦାମା ବ୍ରାହ୍ମଣଆଗରେ ଦିଶିଲା ଏକ ପ୍ରକାଣ୍ଡ ଯେ ବଣ ।କାଉ କୋଇଲିର ଜମା ରାବ ଶୁଭୁ ନାହିଁମନୁଷ୍ୟ କିପରି ଥିବେ ସେ ସ୍ଥାନରେ ରହି ।ପ୍ରଭୁଙ୍କ ଅନ୍ତର ମଧ୍ୟେ ଡାକି ଦ୍ୱିଜବରପଶିଲା ବନ ମଧ୍ୟରେ ନ କରି ଖାତର ।ଥୋକାଏ ପଥ ମାତର ଯାଆନ୍ତେ ବ୍ରାହ୍ମଣଧରିଲେ ତାହାଙ୍କୁ ଆସି ଦସ୍ୟୁ ତିନିଜଣ ।କଳା ମଚ ମଚ ଦୀର୍ଘକାୟ ତାହାଙ୍କରବଳିଷ୍ଠ ବାହୁ ତାଙ୍କର ଦିଶେ ଭୟଙ୍କର ।ବୋଇଲେ ରହ ବ୍ରାହ୍ମଣ ଯାଉଅଛୁ କାହିଁକଅଣ ନେଉଛୁ ଭଲେ ଦେଇଯାଅ ତୁହି ।ଭୟେ ଥରି ଥରି ବୋଲେ ସୁଦାମା ଦରିଦ୍ରକିଛି ନାହିଁ ବୃଥାଟାରେକର କିମ୍ପା ଦ୍ୱନ୍ଦ୍ୱ ।ଗରିବ ବ୍ରାହ୍ମଣ ମୁହିଁ ଦ୍ୱାରକା ଯାଉଛିମଇତ୍ର ମୋହର ସେଠି ରାଜା ହୋଇଅଛି ।ଶୁଣିଣ ଦସ୍ୟୁ ବୋଲଇ ରାଜବନ୍ଧୁ ତୁହିଗରିବ ବୋଲିଣ ମିଥ୍ୟା କହୁଛୁ କିମ୍ପାଇଁ ।ନିଶ୍ଚୟ ଯେ ମାଲମତା ଥିବ ତୋ ପାଶରଫିସାଦି କରିଲେ ପ୍ରାଣ କରିବୁ ସଂହାର ।ଏତେ କହି ବଳାତ୍କାର କରି ଦସ୍ୟୁଗଣକାନ୍ଧର ବୁଜୁଳା ଗୋଟି ନେଲେ ଛଡ଼ାଇଣ ।ସୁଦାମା ବୋଲଇ ବାପ ବୃଥା ନେଉଅଛଧନଦ୍ରବ୍ୟ ନାହିଁ ମୁହିଁ କହୁ ନାହିଁ ମିଛ ।ମନମଧ୍ୟେ ଭାବେ ଏତେ ଖୁଦ ଗଲେ ନେଇରିକ୍ତ ହସ୍ତେ କେଉଁ ପରି ମୁହିଁ ହେ ଯିବଇଁ ।କି ବୋଲିବେ ମୋତେ ମୋର ପରାଣ ଠାକୁରବୋଲିବେ ମଇତ୍ର ଜାଣେ ନାହିଁ ଯେ ବେଭାରହଉ ଦୟାମୟ ଯାହା ହେଲା ତୋ ବିଚାରତହିଁରେ ଅବା ମୋହର ଅଛି କେଉଁ ଚାରଏ ଯେ ଦସ୍ୟୁଗଣ ଯଦି ଉଚ୍ଚବାଚ ହେବିପ୍ରାଣ ନେଇ ଏ ସ୍ଥାନରୁ ଆଉ ନ ଫେରିବି ।ମନମଧ୍ୟେ ସୁମରିଣ ଶ୍ରୀବିଷ୍ଣୁ ପୟରଧୀରେ ଧୀରେ ଚଳେ ବିପ୍ର ଘୋର ବନସ୍ତର ।ଏଣେ ଦସ୍ୟୁ ତିନିଜଣ ସେ ବୁଜୁଳା ଫେଇଦେଖିଲ ଧନଦରବ ତା ମଧ୍ୟରେ ନାହିଁ ।ଖୁଦଭଜା ଦେଖି ଛି ଛି କହି ଫୋପାଡ଼ଇଡାକିଲେ ଆରେ ତୋ ଦ୍ରବ୍ୟ ଯାଅ ତୁହି ନେଇଲାଜ ନାହିଁ ଛାର ଖୁଦଭଜା ଗଣ୍ଡେ ନେଇବନ୍ଧୁଘର ଯାଉ ଏଡ଼େ ନିର୍ଲ୍ଲଜରେ ତୁହି ।ଶୁଣି ଦସ୍ୟୁଙ୍କ ବଚନ ସୁଦାମା ବ୍ରାହ୍ମଣଗୋଟାଇ ଯାଉଁଳି ଗୋଟି ବାନ୍ଧଇ ଯତ୍ନେଣ ।କାନ୍ଧେ ପୁଟୁଳେ ପକାଇ ଭାବଇ ମନରଛାର ଦସ୍ୟୁଙ୍କର ଯୋଗ୍ୟ ନୁହେଁ ଦ୍ରବ୍ୟ ମୋରଯାକୁ ଥୁଥୁ କରି ଚୋର ଦେଲେ ଫୋପଡ଼ାଇଜଗତକର୍ତ୍ତାଙ୍କ ପାଶେ କିପରି ଦେବଇଁ ।ହେଉ ଦୟାମୟ ପ୍ରଭୁ କରୁଣା ସାଗରକେଡ଼େ ବିପଦରୁ ମୋତେ କରିଲ ଉଦ୍ଧାର ।ଏଡ଼େ ବଡ଼ ନଦୀ ମଧ୍ୟେ ନାବ ପାରିକଲଘୋର ବନସ୍ତରୁ ଦସ୍ୟୁ କବଳୁ ରଖିଲ ।ତୁମ୍ଭଯୋଗୁଁ ସିନା ମୋତେ ଛାଡ଼ିଦେଲେ ସେହିନୋହିଲେ ଆଗ ପରାଣ ଯାଇଥାନ୍ତେ ନେଇ ।ଏତେ ଭାବି ନୟନରୁ ବୁହେ ନୀର ଧାରବିଷଣୁ ପଦେ ଚିତ୍ତଦେଇ ଚଳେ ବିପ୍ରବର ।ତେଣେ ସଭାରୁ ଉଠିଣ ପ୍ରଭୁ ଚକ୍ରଧରବୋଇଲଷ ଯାଉଛି ବହୁ କାର୍ଯ୍ୟ ଅଛି ମୋର ।ସବୁଠାରୁ ଶ୍ରେଷ୍ଠ ବନ୍ଧୁ ମୋର ଆସୁଅଛିପଥରେ ତାହାକୁ ବହୁ ବିପଦ ପଡ଼ିଛି ।ଆଜି ସୁପ୍ରଭାତ ମୋର ଶୁଣ ସଭାଜନପ୍ରିୟବାନ୍ଧବ ସଙ୍ଗରେ ହୋଇବ ମିଳନ ।ଶୁଣି ସଭାଜନମାନେ ଚକିତ ହୋଇଲେବୋଧେ ସ୍ୱର୍ଗ ଇନ୍ଦ୍ର ରାଜା ଆସିଛି ଭାବିଲେ ।ନୋହିଲେ ଆସୁଥିବେ ଯେ ଭୀଷ୍ମକ ରାଜନକିବା ଗୋପପୁରୁ ଆସିବେ ନନ୍ଦ ରାଜନ ।ସଭିଙ୍କୁ ବୋଇଲେ ତୁମ୍ଭେ କରିବ ଦର୍ଶନଧନ୍ୟ ହେବ ଯଦୁକୁଳ ଜନଙ୍କ ନୟନ ।ଏତେ କହି ସଭା ମଧ୍ୟୁ ଉଠିଲେ ଶ୍ରୀଧରଛନ ଛନ ମନ ହୃଦ ହୁଅଇ ଆତୁର ।ଅନ୍ତପୁର ମଧ୍ୟେ ସର୍ବ ନାରୀଗଣ ଥାନ୍ତିତାହାଙ୍କୁ ହସି ହସିଣ ବୋଲନ୍ତି ଶ୍ରୀପତି ।ଆଜି ଜଣେ ବାଲ୍ୟବନ୍ଧୁ ଆସୁଛନ୍ତି ମୋରଦଶର୍ନ କରିବ ସର୍ବେ ତାହାଙ୍କର ପୟର ।ତାଙ୍କ ଅଭ୍ୟର୍ଥନା ଲାଗି ରୁହ ସର୍ବ ବାଳୀଆଜି ମୋ ଜୀବନ ଧନ୍ୟ ହେବ ପ୍ରିୟଆଳୀ ।ରୁକ୍ମିଣୀ ବୋଲନ୍ତି ପ୍ରଭୁ ଦାସୀର ହୃଦୟହୋଇ ପାରିବକି ଦେଇ ତାଙ୍କ ପରିଚୟ ।ଶ୍ରୀକୃଷ୍ଣ ବୋଲନ୍ତି ଆଗୋ ଶୁଣ ପ୍ରାଣେଶ୍ୱରୀତୁମ୍ଭଙ୍କୁ କହିବା ଅଟେ ପ୍ରୟୋଜନ ମୋରିତୁମ୍ଭେ ସ୍ବୟଂ ଲକ୍ଷ୍ମୀ ମୁହିଁ ଅଟେ ନାରାୟଣଦୁହିଙ୍କ ମଧ୍ୟରେ ଭିନ୍ନ ଭିନ୍ନ ନାହିଁ ଜାଣ ।ତେଣୁ ମୋ ବନ୍ଧୁର ତୁମ୍ଭେ କିଛି ଉପକାରକରିବ ବୋଲିଣ ମୁହିଁ ଭାବଇ ମନର ।ରୁକ୍ମିଣୀ ବୋଲନ୍ତି ମୋର ସ୍ବାମୀର ଯେ ପ୍ରିୟନିଶ୍ଚୟ ତାହାକୁ ମୁହିଁ ଦେବଇଁ ଅଭୟ ।ଶ୍ରୀହରି ବୋଇଲେ ଦଣ୍ଡେ ରୁହ ପ୍ରିୟସହୀନିକଟରେ ଆସି ମୋର ମଇତ୍ର ହେବଇଁ ।ଜଳ ଘଟି ହସ୍ତେ ଧରି ବିଷ୍ଣୁ ପାଟନାରୀମିତ୍ର ପାଦ ଧୋଇବାକୁ ଉଭା ଯେ ସୁନ୍ଦରୀ ।ଏଣେ ସୁଦାମା ବ୍ରାହ୍ମଣ ଦ୍ୱାରକା ଦାଣ୍ଡରଲୋକଙ୍କୁ ପଚାରେ କେହୁ ଶ୍ରୀକୃଷ୍ଣଙ୍କ ପୁର ।ସରବେ ବୋଲନ୍ତି କେଉଁ କାମ ଅଛି ତୋରସୁଦାମା ବୋଲଇ ସେ ଯେ ମଇତ୍ର ମୋହର ।ଶୁଣିବା ଲୋକମାନେ ଯେ ଅଟ୍ଟହାସ୍ୟ କରିବୋଲନ୍ତି ପାଗଳ ହୋଇ କହୁଛି ଏପରି ।ଏହା କହି କଉତୁକ ବ୍ରାହ୍ମଣ ପଛରଦେଖିବା ବୋଲି ଗୋଡ଼ାଇଥାନ୍ତି ବହୁ ନର ।ଦୂରୁ ଶ୍ରୀହରିଙ୍କ ପୁର ଦେଖିଣ ବ୍ରାହ୍ମଣଖୁଦ ପୁଡ଼ା କାଖ ତଳେ ଲୁଚାଏ ଯତ୍ନେଣ ।ମନେଭାବେ ହୀରା ନୀଳା ଖଚିତ ଯେ ପୁରସତେକି ଦେଖିବି ମୁହିଁ ପ୍ରଭୁଙ୍କ ପୟର ।ଲଜ୍ୟାରେ ବଦନ ତାର ଯାଉଥାଇ ଜଳିସୁମତି ଉପରେ ହୁଏ କ୍ରୋଧ ପରଜ୍ୱଳି ।ହେଉ ଦୟାମୟ ପ୍ରଭୁ ତୋହର ବିଚାରଲୋଡ଼ା ନାହିଁ ଧନରତ୍ନ ଲୋଡ଼ା ତୋ ପୟର ।ଏହିପରି ମନେ ମନେ ଭାବି ଦ୍ୱିଜବରସିଂହଦରଜା ପାଶରେ ହୋଇଲା ହାଜର ।ଲୁଚିକରି ଜଗନ୍ନାଥ ଛିଡ଼ା ହୋଇଥିଲେମଇତ୍ରଙ୍କ ଭୀତମନ ଯହୁଁ ସେ ଦେଖିଲେ ।ଭାବିଲେ ମଇତ୍ର ମୋର ମନେ ଭୟକରିସାହସ କରି ନ ଆସେ ପାଶକୁ ମୋହରି ।ବିପ୍ରଙ୍କ ପାଶରେ ଲୋକ ହଜାର ହଜାରଦେଖି ହସ ହସ ମନ ହୋଇଣ ଶ୍ରୀଧର ।ଆସ ଆସ ପ୍ରାଣପ୍ରିୟ ମଇତ୍ର ମୋହରଧାଇଁଯାଇ ବିପ୍ରେ କୋଳକଲେ ଚକ୍ରଧର ।ଅଙ୍ଗ ଅଙ୍ଗ ମିଶାଇଣ ଆଲିଙ୍ଗନ କଲେଏତେ ଦିନେ ମିତ ମନେପଡ଼ିଲା ବୋଇଲେ ।ରୁକ୍ମିଣୀ ଦେବୀ ଯେ ଦୂରେ ଉଭାହୋଇଥିଲେହସ ହସ ହୋଇ ନୀର ଢାଳି ଶ୍ରୀବିଷ୍ଣୁଙ୍କ ନାରୀଯତନେ ମଇତ୍ର ପାଦ ଧୋଇଲଷ ସୁନ୍ଦରୀ ।ପଣତେ ପୋଛିଣ ମାତ ପ୍ରଣିପାତ କଲେଦେଖିଣ ସୁଦାମା ମନେ ଲଜ୍ଜିତ ହୋଇଲେ ।କଣ୍ଟାବଣେ ବୁଲି ଫଟା ପାଦ ଯେ ମୋହରପୁଣି ମହାଲକ୍ଷ୍ମୀ ଧୋଉଛନ୍ତି ନିଜ କର ।ମିତ୍ର ପାଦଧୂଳି ଜଗନ୍ନାଥ କରେ ନେଇଗର୍ଭକୁ କ୍ଷେପିଲେ ସର୍ବେ ଥାଆନ୍ତି ଅନାଇଁ ।ବିପ୍ରଙ୍କୁ ବୋଲନ୍ତି ଏ ଯେ ମିତଣୀ ତୁମ୍ଭରସମସ୍ତଙ୍କଠାରୁ ଶ୍ରେଷ୍ଠ ପାଟରାଣୀ ମୋର ।ମ୍ଳାନ ହସି ହସି ଲାଜେ ନ କରି ଉତ୍ତରମନେ ମନେ ଗଞ୍ଜି ହେଉଥାନ୍ତି ବିପ୍ରବର ।ଜଗତର ମାତ ଯେହୁଁ ଛାର ପାଦ ଧୋଇପୁଣି ନିଜ ପଣତରେ ପୋଛନ୍ତି ନିଠାଇ ।ଧନ୍ୟ ଭଗବାନ ଧନ୍ୟ ମହିମା ତୁମ୍ଭରଯାହା କହିଲା ସୁମତି ସତ୍ୟ ଅଟେ ଗୀବ ।ରୁକ୍ମିଣୀ ବୋଲନ୍ତି ମିତ୍ର ମିତାଣୀଙ୍କୁ ମୋରଆଣିଥିଲେ ଭାଇ ହୋଇଥାଆନ୍ତି ସଙ୍ଗର ।ଦୁହେଁ ଆସିଥିଲେ ଦିଶୁ ଥାଆନ୍ତା ସୁନ୍ଦରଏକ ଜଟିଆ ହୋଇଲେ ଦିଶେ ଅସୁନ୍ଦର ।ଦେଖିଣ ଦ୍ୱାରକା ଲୋକେ ତାଟକା ହୁଅନ୍ତିଛାର ଲୋକଙ୍କୁ ସେ କେଡ଼େ ଆଦର କରନ୍ତି ।ଲକ୍ଷ୍ମୀ ନାରାୟଣ ଦୁହେଁ ମିଳି କର ଧରିଅଭ୍ୟର୍ଥନା କରି ପୁରେ ନିଅନ୍ତି ହକାରି ।ଦିବ୍ୟ ପଲଙ୍କରେ ପ୍ରଭୁ ମଇତ୍ରେ ବସାଇସ୍ବୟଂ ଲକ୍ଷ୍ମୀ ପଙ୍ଖାକଲେ ତଳେ ଉଭାହୋଇ ।ଆଉ ଯେତେ ନାରୀମାନେ ପ୍ରଭୁଙ୍କର ଥିଲେସୁଦାମାଙ୍କ ଚରଣରେ ପ୍ରଣାମ ହୋଇଲେ ।ନାରୀଏ ଭାବନ୍ତି ଧନ୍ୟ ବିପ୍ର ଭାଗ୍ୟ ତୋରସ୍ୱାମୀ ପାଦ ଧୋଇ ପୁଣି ସେବନ୍ତି ପୟର ।ଯେଉଁ ପାଦପଦ୍ମ ବ୍ରହ୍ମା ଦର୍ଶନ କରନ୍ତିସେ ପୁଣି ସ୍ୱହସ୍ତେ ବିପ୍ର ଚରଣ ସେବନ୍ତି ।ଶ୍ରୀକୃଷ୍ଣଙ୍କ ପୁର ଶୋଭା ଦେଖି ବିପ୍ରବରଅପୂର୍ବ ପରାଏ ନାରୀ ଶୋଭା ମନୋହର ।ଭାବେ କିପରି ମଇତ୍ର ଖୁଦଭଜା ଦେବିସୁମତିର ଫୁଲହାର ମୁଁ ଭେଟି କରିବି ।କି ବୋଲିବେ ମିତ୍ରଙ୍କୁ ତାଙ୍କ ନାରୀଗଣମନେ ଭାବିବେ ଅଟଇ କାଙ୍ଗାଳ ବ୍ରାହ୍ମଣ ।ଏତେ ଭାବି କାଖତଳେ ପୁଟୁଳା ଲୁଚାଇମଇତ୍ର ସଙ୍ଗରେ ଧୀରେ କଥାବାର୍ତ୍ତା ହୋଇଅଷ୍ଟପାଟବଂଶୀମାନେ ଉଭା ହୋଇଥାନ୍ତିସତ୍ୟଭାମା ଅଙ୍ଗେ ଆଣି ଚନ୍ଦନ ଲେପନ୍ତି ।କେହୁ ତାମ୍ବୁଳ ଦିଏ କେହୁ ଲଗାଏ ଅତରକେହୁ ଆଲଟ ଚାମର କେ ସେବେ ପୟର ।ସୁଦାମା ଭାବଇ ଛାର ଦୀନହୀନ ମୁହିଁଲକ୍ଷ୍ମୀ କୋମଳ କରରେ ଚନ୍ଦନ ଲେପଇ ।ଏତିକି ବେଳେ ପୁଚ୍ଛନ୍ତି ଜଗତ ଗୋସାଇଁମିତଣୀ ମୋ ପାଇଁ କିସ ଅଛନ୍ତି ପଠାଇ ।କିପରି ବା ଦେହ ଭଲ ଅଛଇ ତାଙ୍କରକେବେ କି ନ ପଡ଼େ ମନ ମୁହିଁ ମିତାଣୀରନାରୀମାନଙ୍କୁ କହନ୍ତ ମଇତ୍ର ଦେଖାଇଏହାଙ୍କର କଥା ଆଗ କହିଥିଲି ମୁହିଁ ।ବାଲ୍ୟକାଳେ ଏକା ସଙ୍ଗେ ଆମେ ସାଥିହୋଇବିଦ୍ୟା ପଢୁଥିଲୁ ସାନ୍ଦିପନୀ ଘରେ ରହି ।ଅତି ସ୍ନେହ କରିଥିଲେ ମିତଣୀ ମୋହରଏ ଅଳପ ଦିନେ ହୋଇଥିଲା ବିଭାଘର ।ସବୁଦିନେ ମଇତ୍ରଙ୍କ ଘରେ ଯାଏ ମୁହିଁସଙ୍ଗାତୁଣୀ ଖୁଦଭଜା ଦିଅନ୍ତି ଯୋଗାଇ ।ଅମୃତଠାରୁ ସେ ଖୁଦ ସୁଆଦ ଲାଗଇଆଉ ବା ଜୀବନେ କାହୁଁ ପାଇବଇଁ ମୁହିଁ ।ଏତେ କହି ଛଳ ଛଳ ନେତ୍ରେ ଶିରୀଧରମିତଣୀ ଗୁଣ କହନ୍ତି ରମଣୀ ଆଗର ।ସୁନ୍ଦର ମଲ୍ଲୀ ଗଜରା ଗୁନ୍ଥି ରଖିଥାନ୍ତିହସି ହସି ମିତଣୀ ମୋ ଗଳାରେ ପିନ୍ଧାନ୍ତି ।ମନେ ଅଛି ଦିନକର କଥା ଯେ ମୋହରକାଷ୍ଠ ଲାଗି ଶିଷ୍ୟମାନେ ଗଲୁ ଯେ ବନର ।ବୋଧେ ମଇତ୍ର ପାସୋରି ଅଛ ତୁମ୍ଭେ ଦେଇବିଷ୍ଣୁ ନାମେ ଦୁଇପ୍ରାଣୀସୁଦା ଭୋଳ ହୋଇ ।ଘୋର ବରଷା ପବନ ହେଲା ଭୟଙ୍କରବନ ମଧ୍ୟେ ହୋଇଗଲା ଯେ ଘୋର ଅନ୍ଧାର ।ଥରି ଥରି ବନେ ଖୋଜି ଜାଗା ନ ପାଇଲୁଗୋଟିଏ ଗଛ ଉପରେ ସମସ୍ତେ ଶୋଇଲୁ ।ତହିଁ ଆର ପ୍ରଭାତରୁ ଗୁରୁପତ୍ନୀ ଗୁରୁତୁମ୍ଭଙ୍କୁ ତୋଳି ଆଣିଲେ ବନସ୍ତ ମଧ୍ୟରୁ ।କହିଥିଲେ ଗୁରୁ ତୁମ୍ଭେ ତ୍ରିପୁର ବିଜୟୀହୋଇବ କଲ୍ୟାଣ ଆଜି କରୁଅଛି ମୁହିଁ ।ସେ କଥା ମଇତ୍ର ମନେ ନାହିଁକି ତୁମ୍ଭରସୁଦାମା ବୋଲଇ ରାଜ୍ୟ ଭାର ମୋ ଉପର ।ଯେଣୁ ପିଲାବେଳ କଥା ଦେଇଛି ପାଶୋରିସ୍ୱର୍ଗ ମର୍ତ୍ତ୍ୟ ତିନିପୁରେ ବୁଲେ ମୁଁ ସବୁରି ।ଅନ୍ତର୍ଯ୍ୟାମୀ ନାଥ ତୋତେ କି କହିବି ମୁହିଁଅଶେଷ ବ୍ରହ୍ମାଣ୍ଡ ପରା ତୋ ଗର୍ଭେ ଅଛଇ ।ସୁଦାମାର ମନ କଥା ଜାଣି ଚକ୍ରଧରବୋଇଲେ ମଇତ୍ର କିସ ଯାକିଛ କାଖର ।ଲାଜେ ସୁଦାମା କହନ୍ତି କିଛି ସେ ନୁହଇଛଡ଼ାଇ ନେଲେ ଠାକୁର ହସ ହସ ହୋଇ ।ବଡ଼ କପଟିଆ ତୁମେ ଅଟ ମଇତରସଙ୍ଗାତୁଣୀ ଦେବା ଦ୍ରବ୍ୟ ରଖିଛ କାଖର ।ଜଳ ଜଳ କରି ସର୍ବେ ନାରୀ ଚାହିଁଛନ୍ତିକି ଅପୂର୍ବ ଦ୍ରବ୍ୟ ପ୍ରଭୁ ଛଡ଼ାଇ ଅଛନ୍ତି ।ମନ ଆନନ୍ଦରେ ପୁଡ଼ା ଛଡ଼ାଇ ଶ୍ରୀହରିଖୁଦଭଜା ଦେଖ ଆନନ୍ଦିତ ହେଲେ ଭାରି ।ତର ତର ହୋଇ ଏକମୁଠା ପ୍ରଭୁ ଖାଇଆର ମୁଠା ହସ୍ତେ ଧରିଛନ୍ତି ଭାବଗ୍ରାହୀ ।ଦଉଡ଼ି ଆସିଣ ଲକ୍ଷ୍ମୀ ବାସ୍ତୁ ଛଡ଼ାଇଲେକି କଲ କି କଲ ବୋଲି ତାହାଙ୍କୁ ବୋଇଲେ ।ଗୋଟିଏ ମୁଠାରେ ସବୁ ସରିଲାଣି ଦେଇପୁଣି ଖାଅ ମୋତେ ରଖିବ କି ଇଚ୍ଛା ନାହିଁ ।ଯାହା ତ କଲରି ସବୁ ଦେଇ ମିତ ପୁରପାଦ ସେବିବାକୁ ରଖ ଦାସୀକୁ ପାଖର ।ଅନ୍ୟ ମୁଷ୍ଟିକ ନ ଖାଇ ପ୍ରଭୁ ଚକ୍ରଧରଲକ୍ଷ୍ମୀଙ୍କ କଥାରେ ତୃପ୍ତ ହୋଇଲେ ଠାକୁର ।ମଲ୍ଲୀଫୁଲ ମାଳ ଦେଖି ପିନ୍ଧିଲେ ଶ୍ରୀହରିବୋଇଲେ ମିତଣୀଙ୍କର ମୋଠି ଶ୍ରଦ୍ଧା ଭାରି ।ଗ୍ରାମ୍ୟଲୋକ ସାଥିଲୋକ କାମ ମାନ ହରିଅବନ୍ତୀ ନଗରଯାକ ଗଲେ ଯେ ପଚାରି ।ବହୁତ ଉଛୁର ବେଳ ଦେଖି ଠାକୁରାଣୀବୋଇଲେ ନ ଭକ୍ଷିବ କି ଆଜି ଅନ୍ନପାଣି ।ମଇତ୍ର ସଙ୍ଗରେ ଖାଲି କଥା ଗପୁଅଛତାହାଙ୍କ ଖାଇବା କଥା ଜମା ତ ନ ପୁଚ୍ଛ ।ପ୍ରଭୁ ବୋଲନ୍ତି ମୋହର ଜମା କ୍ଷୁଧା ନାହିଁତୃପ୍ତ ହୋଇଅଛି ମିତ ଖୁଦଭଜା ଖାଇ ।ସୁଦାମ ବୋଲଇ ମିତ ମୋତେ ଭୋକ ନାହିଁସ୍ୱୟଂ ଲକ୍ଷ୍ମୀ ନାରାୟଣ ଦରଶନ ପାଇ ।ଯା ପାଦରୁ ଗଙ୍ଗା ବହିଯାଏ ଝର ଝରସେ ପୁଣି ମଇତ୍ର ପାଶେ ଅଛନ୍ତି ମୋହର ।ମୋ ସଙ୍ଗାତୁଣୀ ସଭିଙ୍କୁ ଦାନା ଯୋଗାଉଛିତାଙ୍କୁ ପାଶେ ଦେଖି କ୍ଷୁଧା ତୃଷ୍ଣା ମୋ ହରିଛି ।ହସି ହସି ଲକ୍ଷ୍ମୀ ନାରାୟଣ ଗଡ଼ିଗଲେମଇତ୍ର ଯେ ବଳିଗଲେ ରୁକ୍ମିଣୀ ବୋଇଲେ ।ସାଥିହୋଇ ଦୁଇବନ୍ଧୁ କରନ୍ତି ଆହାରସ୍ୱୟଂ ଲକ୍ଷ୍ମୀ ଦେଉଥାନ୍ତି ବାଢି ପଦ୍ମକର ।ଅମୃତ ମଣୋହି ସାରି ପଲଙ୍କେ ଶୋଇଲେରୁକ୍ମିଣୀ ସତ୍ୟଭାମା ଯେ ପାଦ ମଞ୍ଚାଳିଲେ ।ଯେତେ ମତେ ମନାକଲେ ସୁଦାମା ବ୍ରାହ୍ମଣନ ଶୁଣି ଶ୍ରୀକୃଷ୍ଣ ବାମା ସେବନ୍ତି ଚରଣ ।ଆଉ ଏତେ ବଡ଼ ଭାଗ୍ୟ ହେବ କି ଆମ୍ଭରଏତେ ଦିନେ ମିଳିଅଛି ମଇତ୍ର ପୟର ।ବ୍ରାହ୍ମଣ ବୋଇଲେ କଣ୍ଟା ଝଣ୍ଟା ପଥେ ବୁଲିପଥର ପରି ଯେ ଫଟା ପାଦ ଚାଲି ଚାଲି ।ଯେ ପାଦ ସେବନ୍ତି ପୁଣି ପଦ୍ମକରେ ସତୀବଡ଼ ଅପମାନ ମୋତେ ମିତ ଦେଉଛନ୍ତି ।ହସି ଶ୍ରୀହରି ବୋଲନ୍ତି ଶୁଣ ହେ ମଇତ୍ରତୁମ୍ଭ ଆମ୍ଭ ମଧ୍ୟେ ଭିନ୍ନ କଦାପି ତ ନାହିଁ ତ ।ତୁମ ଘରଣୀ କିପରି ମୋ ସେବା କରନ୍ତିଦିନେ ମାତଳି ତୁମ୍ଭେ ତ କରିନାହିଁ ନାସ୍ତି ।ମୁହିଁ ମନାକଲେ ସେ ଯେ କଥା ନ କରନ୍ତିତିନିଦିନ ପରିଯନ୍ତେ ସେ ମୋତେ ରୁଷନ୍ତି ।ତୁମ୍ଭ ଆମ୍ଭ ମଧ୍ୟେ ତିଳେ ପାର୍ଥକ୍ୟ ଯେ ନାହିଁସବୁବେଳେ ତବ ପାଶେ ବନ୍ଧାଅଛି ମୁହିଁ ।ଏହିପରି କଥାବର୍ତ୍ତା ହେଲେ ଦୁଇଜଣରାତ୍ର ପ୍ରଭାତ ହୋଇଲା ଆସି ତତ୍କ୍ଷଣ ।ନୂତନ ପୀତ ଅମର ମଇତ୍ରେ ପିନ୍ଧାଇଅନେକ ଦିନ ତାହାଙ୍କୁ ପୁରରେ ରଖାଇ ।ଯହୁଁ ବେଶୀଦିନ ହେଲା ବୋଲେ ଦ୍ୱିଜବରବିଦାୟ ଦିଅ ମଇତ୍ର ଯିବଇଁ ମୁଁ ଘର ।ନ ଦେଖି ସୁମତି ମୋତେ ଥିବେ ବାଟ ଚାହିଁପ୍ରତିଦିନ ମୋତେ ସେହୁ ଭାଳୁଥିବ ରହି ।ଶ୍ରୀହରି ବୋଇଲଷ କାଲି ପ୍ରଭାତରୁ ଯିବଗୃହେ ଯାଇ ଭଲମନ୍ଦ ତାହାଙ୍କୁ ବୁଝିବ ।ତହିଁ ଆର ପ୍ରତ୍ୟୁଷରୁ ଉଠି ଦ୍ୱିଜବରଅବନ୍ତୀକୁ ଯିବା ପାଇଁ ହୋଇଲେ ବାହାର ।ନିଜେ ଲକ୍ଷ୍ମୀ ବାନ୍ଧି ଦେଲେ ପଥକୁ ମିଷ୍ଟାନ୍ନକ୍ଷୁଧା ହେଲେ ମିତ ବାଟେ କରିବେ ଭୋଜନହସ ହସ ହୋଇ ସର୍ବେ ବିଦାୟ ଯେ ଦେଲେଖଣ୍ଡେ ଦୂର ପଥ ବଳାଇଣ ପ୍ରଭୁ ଗଲେ ।ବୋଇଲେ ମଇତ୍ର ତୁମ୍ଭେ ଆସିଥିଲ କହିଦେଖାକରି ଯିବ ନାଉରୀ ଯେ ଥିବ ଚାହିଁ ।କହିବ ମୋ ନାମ ତାକୁ ଲେଖା ଗୋଟିଦେବଏହା କହି କଣ୍ଠୁ ହାର କାଢ଼ିଲେ ମାଧବ ।ବୋଇଲେ ମଇତ୍ର ଏହି ରତ୍ନହାର ନେବମୋର ସଙ୍ଗାତୁଣୀ ଗଳେ ୟାକୁ ଲମ୍ବାଇବ ।ପ୍ରଣାମ କରି ବିଦାୟ ହୋଇଲେ ଶ୍ରୀଧରବୋଇଲେ ଗୃହରେ ଦେଖା ତୁମ୍ଭର ମୋହର ।ସୁଦାମା ଭାବେ ସୁମତି ଥିଲା ଯେ ପଠାଇକିଛି ଧନ ମଇତ୍ରଙ୍କୁ ମୁଁ ମାଗିଲି ନାହିଁ ।ସେତ ହାରଗୋଟି ଦେଲେ ସୁମତି ପିନ୍ଧିବକିପରି ଯେ ଦୁଃଖ କଷ୍ଟ ଆମ୍ଭ ଦୂର ହେବ ।ହଉ ଦୟାମୟ ହରି ଚିଚାର ତୁମ୍ଭରଏତେ କହି ଅବନ୍ତୀକୁ ଚଳେ ବିପ୍ରବର ।ଆସିଲା ବେଳେ ଯେ ନଦୀ ବନ ଦେଖିଥିଲାକିଛି ନାହିଁ ଦେଖି ବିପ୍ର ଆଶ୍ଚର୍ଯ୍ୟ ହୋଇଲା ।ମନେ ମନେ ଭାବେ ପ୍ରଭୁ ପରଖିବା ପାଇଁପଥ ମଧ୍ୟେ ମୋ ପାଇଁ ଯେ ଥିଲେ ସବୁ ଭେଇବିଷ୍ଣୁ ନାମ ସୁମରିଣ ସୁଦାମା ଚଳଇ ।ଗୋଟିଏ ଗ୍ରାମ ମଧ୍ୟରେ ପ୍ରବେଶିଲା ଯାଇମଧୁଦାସ ନାମେ ଥାଏ ଏକ ବିପ୍ରବରସଂକ୍ରାମକ ରୋଗ ଅଙ୍ଗେ ହୋଇଛି ତାହାର ।ସେ ତ ସହଜେ ମୁଖରା ରମଣୀ ଅଟଇସୁଦାମାକୁ ବହୁତ ଯେ ଶୋଧିଦେଲା ସେହି ।ତୁ ଅଟୁ ବାଟୋଇ କିମ୍ପା ତୋ ବାଟେ ନ ଯାଉମୋତେ ଆକଟ କରୁଛୁ ଏଠି ଆସି ତୁହି ।ସୁଦାମା ବୋଲଇ ସେହୁ କିସ ଅଟେ ତୋରସଂକ୍ରାମକ ରୋଗୀ ବୋଲେ ସ୍ୱାମୀ ମୁଁ ତାହାରବାହ୍ମଣ ବୋଲଇ ଏ ଯେ ଅନ୍ୟାୟ ଅଟଇସ୍ତିରୀ ହୋଇ ପୁରୁଷକୁ ମାରୁଛ ଗଡ଼ାଇ ।ନାରୀର ସ୍ୱାମୀ ଅଟଇ ଦେବତା ସମାନରୋଗୀ ହେଲେ ମଧ୍ୟ ସେଯେଅଟେ ପୂଜ୍ୟମାନଛାଞ୍ଚୁଣୀ ମୁଠା ଉଠାଇ ସେ ନାରୀ ବୋଲଇତୋତେ ଭଲଲୋକ କରି ମୁହିଁ ଡାକି ନାହିଁ ।ହାତଧରି ତାକୁ ବାହା ହୋଇଅଛି ମୁହିଁଧାନକୁଟି ଆଣି ତାର ପେଟକୁ ଦିଅଇ ।ତଥାପି ମୋହର କଥା ସେହି ନ ମାନଇଆଜି ମାରୁ ମାରୁ ତାକୁ ମାରିଦେବି ମୁହିଁ ।ଖଣ୍ଡିଆକୁ ଜୀବନରେ ମୁହିଁ ନ ରଖିବିମାରିଦେଇ ନିଶ୍ଚିନ୍ତରେ ଅନ୍ୟ ଜାଗା ଯିବି ।ସୁଦାମା ବହୁ ପ୍ରକାରେ ବୁଝାଇ କହିଲାନ ବୁଝି ସେ ଦୁଷ୍ଟା ତାକୁ ପ୍ରହାର କରିଲା ।ବିକଳେ ସେ କୁଷ୍ଠ ରୋଗୀ ମାଟି ପରେ ଗଡ଼ିବୋଲେ ମରିଗଲି ପ୍ରାଣ ଗଲା ମୋର ଛାଡ଼ିଯହୁଁ ସୁଦାମା ମଧ୍ୟସ୍ଥ ହୋଇ ବନ୍ଦକଲାତାକୁ ଛାଡ଼ି ସେ ରମଣୀ ବ୍ରାହ୍ମଣେ ପିଟିଲା ।ନାରାୟଣ ନାମ ସୁମରିଣ ବିପ୍ରବରପୁଡ଼ା ମଧ୍ୟୁ ଫିଟାଇଲା ପ୍ରଭୁ ଦେବା ହାର ।ବୋଲେ ଚକ୍ରଧର ଏହା ଲୋଡ଼ା ନାହିଁ ମୋରଶୀଘ୍ର ଏହି ଯୁବକକୁ ରୋଗମୁକ୍ତ କର ।ଏତେ କହି ସେ ରୋଗୀର ଗଳେ ଲମ୍ବାଇଲାତକ୍ଷଣ ସେ ଦିବ୍ୟରୂପ ହୋଇଣ ବସିଲା ।କେଣେ ଗଲା ଦେହେ ରୋଗ ତିଳେ ନରହିଲାପୂର୍ବରୁ ଶତେଗୁଣ ତେଜ ବିକଶିଲା ।ଯହୁଁ ଭଲ ହୋଇଗଲା ଶରୀର ତାହାରସୁଦାମା ପାଦ ତଳରେ ପଡ଼ିଲା ସତ୍ୱର ।ବ୍ରାହ୍ମଣ ବୋଲଇ ଯାଅ ସୁଖେ ଘର କରଯେପରି ଆଉ ଜୀବନେ ଝଗଡ଼ା ନ କର ।ସେ ରୋଗୀ ନାମ ମଧୁସୂଦନ ଅଟଇବୋଇଲା ଏ ନାରୀ ମୁଖ ନ ଚାହିଁବି ମୁହିଁ ।ଯେଣେ ଯିବ ତୁମ୍ଭ ଝୁଲା ଧରି ମୁଁ ବୁଲିବିଏ ମାୟା ସଂସାରେ ଆଉ ଘାଣ୍ଟି ନ ହୋଇବି ।ସେହି ଦୁଷ୍ଟ ନାରୀ ବୋଲେ କେଣେ ଯିବୁ ତୁହିତୋତେ ଛାଡ଼ି କିପରି ବା ମୁହିଁ ରହିବଇଁ ।ଯାହା ଦୋଷ କରିଅଛି ମୋର କ୍ଷମାକରକେତେ ଧାନକୁଟି ତୋତେ ଦେଇଛି ଆହାର ।ବ୍ରାହ୍ମଣ ପାଦରେ ପଡ଼ି କହଇ ରମଣୀମୋର ଅପରାଧ କ୍ଷମାକର ବିପ୍ରମଣି ।ଯେତେ ପ୍ରକାର ମଧୁକୁ ବିପ୍ର ବୁଝାଇଲାକୌଣସିମତେ ସେ କାହା କଥା ନ ମାନିଲା ।କହିଲା ଭଲ ଦେଖିଲା ବୋଲି ଖୋଜେ ସେହିବର୍ତ୍ତମାନ ଦେଉଥିଲା ସେ ପୁର ପଠାଇ ।ସେ ନାରୀ ବହୁତ କନ୍ଦାକଟା ଯେ କରିଲାନ ଶୁଣି ସୁଦାମା ସାଙ୍ଗେ ସଦନ ଚଳିଲା ।ଅବନ୍ତୀ ନବରେ ଯାଇଁ ପ୍ରବେଶ ହୋଇଲେସୁଦାମା ଯେ ନିଜ ଘର ଚିହ୍ନି ନ ପାରିଲେ ।ଦେଖିଲେ କୁଡ଼ିଆଖଣ୍ଡ ତାର ସେଠି ନାହିଁପ୍ରକାଣ୍ଡ ପ୍ରକାଣ୍ଡ କୋଠାମାନ ଅଛି ହୋଇ ।ସୁଦାମା ବୋଲଇ ଏତ ନୁହେଁ ମୋର ଘରବାଉଳା ହୋଇଲି ବୋଧେ ଆସି ଏ ବାଟର ।ଏତେ ଭାବି ଟିକ ଦୂର ଗଲା ଆଗ ବାହୀଦାସୀ ଜଣେ ସୁମତିର ଆଗରେ କହଇ ।ଆଗୋବାମା ପଣ୍ଡାଜଣେ ଦାଣ୍ଡେ ଠିଆ ହୋଇକିଛି ନ କହିଣ ଯାଉଅଛନ୍ତି ପଳାଇ ।ଶୁଣି ସୁମତି ବ୍ରାହ୍ମଣୀ ଦଉଡ଼ି ଆସିଲାସୁଦାମା ଆଗରେ ଯାଇ ପ୍ରବେଶ ହୋଇଲା ।ରତ୍ନ ଅଳଙ୍କାରେ ମଣ୍ଡି ହୋଇଛି ବ୍ରାହ୍ମଣୀଦେଖି ତାହାକୁ ସୁଦାମା ନ ପାରଇ ଜାଣି ।ସୁମତି ବୋଇଲେ ନାଥ ଯାଅ କେଣେ ଧାଇଁଏତେ ବହି ସୁଦାମାର ପାଦରେ ପଡ଼ଇଛୁଅଁନା ଛୁଅଁନା ବୋଲି ସୁଦାମାର କହଇ ।ଅପବିତ୍ର ହୋଇଯିବ ନିଶ୍ଚେ ମୋର ଦେହୀ ।ସୁମତି ବୋଇଲେ ନାଥ କି ଅପ୍ରାଧ ମୋରମୋ ଉପରେ ଖପା କିମ୍ବା ହୁଅ ପ୍ରାଣେଶ୍ୱର ।ସୁଦାମା ବୋଲଇ ମୋତେ ଦ୍ୱାରକା ପଠାଇଅନ୍ୟ ସ୍ୱାମୀ ଆଣିଅଛୁ ତୁ କାଣ୍ଡ ଭିଆଇ ।ଶୁଣି ଆଶ୍ଚର୍ଯ୍ୟ ହୋଇ ସେ ସୁମତୀ କହଇତୁମ୍ଭ ବିନେ ଜୀବନେ କା ମୁଖ ନ ଦେଖଇ ।ସୁଦାମା କହଇ ସତୀ ଅଟୁ ଯେବେ ତୁହିଏତେ ଧନ ଅଳଙ୍କାର କାହୁଁ ପାଇଲଇଁ ।ସୁମତି ବୋଲଇ ନାଥ ମୋ ପାଇଁ ପଠାଇପୁଣି ଏପରି ନିଷ୍ଠୁର କିମ୍ପା ଅଛ ହୋଇ ।ଶୁଣି ସୁଦାମା ବୋଲଇ କହ ସତ କରିକିଏ ଏତେ ଧନ ଆଣି କଲା ଏଡ଼େ ପୁରୀ ।ସୁମତୀ କହଇ ନାଥ ଶୁଣ ମୋ ଉତ୍ତରଅନେକ ଦିନ ରହିଲ ନ ଆସିଲ ଘର ।ପ୍ରତିଦିନ ତୁମ୍ଭ ପଥ ଚାହିଁଥାଏ ମୁହିଁନ ଆସିବାରୁ ଉପାସେ ଥାଏ ଘରେ ଶୋଇ ।ଦିନେ ଖୁଦ କୁଣ୍ଡା କିଛି ନ ଥିଲା ଯେ ଘରମନଦୁଃଖେ ପ୍ରଭୁ ସ୍ମରୁଥାଏ କୁଟୀରର ।ସେହି ଦିନ ନିଶାଅର୍ଦ୍ଧେ ବୈଷ୍ଣବୀ ଆସିଲାମୋ ପାଶେ ରହିବା ପାଇଁ ଆଶ୍ରୟ ମାଗିଲା ।ଭାବିଲି ଯେ କିଛି ମାତ୍ର ପାଶେ ନାହିଁ ମୋରକିପରି ଅତିଥି ଘରେ ରହିବ ମୋହର ।ମନେକଲି ଏ ପରାଣ ଆଉ ନ ରଖିବିବୈଷ୍ଣବୀ ଆଗରେ ମୁଖ ମୁଁ ନ ଦେଖାଇବି ।ପୋଖରୀ ମଧ୍ୟକୁ କଳସୀ ଗଲି କାଖେଇସାତ ତାଳ ପାଣି ଶୁଖିଗଲା ପଙ୍କ ହୋଇ ।ମନଦୁଃଖେ ଛିଡ଼ା ହୋଇଥିଲି ମୁଁ କୂଳରେଭାର କାନ୍ଧେ ରଖି ଜଣେ ମିଳିଲା ସେଠାରେ ।ସେ ବୋଇଲା ଅମୁକ ପଣ୍ଡାଙ୍କ ଘର କିଏଭାର ପଠାଇଣ ପଛେ ଆସୁଛନ୍ତି ସିଏ ।ମୋତେ ମଧ୍ୟ ପଚାରିଲା ତୁମ୍ଭେ କାହିଁ ପାଇଁଏତେ ରାତ୍ରେ ପୋଖରୀ କୂଳରେ ଅଛ ରହି ।ଅଥଳ ଥଳ ପାଣି ଯେ ପୋଖରୀ ମଧ୍ୟରଜଣାଯାଏ ମରିବାକୁ ଆସିଛି ଏଠାର ।ଚାଲ ଚାଲ ପାଣି ଘେନି ଶୀଘ୍ର ମୋ ସଙ୍ଗରଦେଖାଇ ଦେବଟି କିଏ ମୋତେ ପଣ୍ଡାଘର ।ତାଙ୍କ ଗୃହିଣୀଙ୍କୁ ମୋତେ ଚିହ୍ନାଇଣ ଦେଲେଭାର ଦେଇ ତାର କରେ ଚଳିବି ମୁଁ ଭଲେ ।ମୁଁ ବୋଇଲି ମୁହିଁ ତାଙ୍କ ଘରଣୀ ଅଟଇତାଙ୍କୁ ନ ଦେଖିଣ ମନ ବିକଳ ହୁଅଇ ।ଶୁଣିଣ ମୋର ଉତ୍ତର ବଡ଼ ଖୁସି ହେଲେସଙ୍ଗରେ ଡାକି ନେଇଣ ଘରକୁ ଗମିଲେ ।ସବୁ ଦ୍ରବ୍ୟ ଦେଖିଣ ମୋ ମନ ଦମ୍ଭ ହେଲାଯିବା ପାଇଁ ସେ ଗୋପାଳ ପିଲା ବାହାରିଲା ।ଅନୁରୋଧ କରିବାରୁ ସେହି ଯେ ରହିଲେରୋଷାଇବାସ ହୋଇଲା ସଭିଏଁ ଖାଇଲେ ।ରାତ୍ରରେ ଶୋଇଲି ମୁହିଁ ଦକ ଦକ ହୋଇତୁମ୍ଭଙ୍କୁ ନ ଦେଖି ମନ ସ୍ଥିର ହେଲା ନାହିଁ ।ପ୍ରଭାତୁ ଉଠି ଦେଖିଲି ପ୍ରକାଣ୍ଡ ନଅରଦାସଦାସୀ ଶହ ଶହ ପୁରରେ ହାଜର ।ହୀରା ନୀଳା ଧନରତ୍ନ ଗଦା ହୋଇଅଛିଶତ ଶତ ଗାଭୀମାନେ ଗୁହାଳେ ଭରିଛି ।ତା‘ପରେ ଦେଖିଲି ସେ ଗୋପାଳ ପିଲାନାହିଁବୈଷ୍ଣବୀ ମଧ୍ୟ ଯେ କେଣେ ଯାଇଛି ଉଭାଇଦାସୀମାନେ ପାଦ ସେବୁଅଛନ୍ତି ମୋହରଅଙ୍ଗେ ରତ୍ନ ଅଳଙ୍କାର ଦିଶେ ଭରପୁର ।ଏ ସବୁ ଦେଖିଣ ମୁହିଁ ଆବାକାବା ହୋଇଭାବନା କରନ୍ତେ ମିତ ପହଞ୍ଚିଲେ ତହିଁ ।ସଙ୍ଗାତୁଣୀ ମଧ୍ୟ ତାଙ୍କ ସଙ୍ଗରେ ଅଛନ୍ତିମୋତେ ଦେଖି ନାନା କଉତୁକ କରୁଛନ୍ତି ।ଭାବନା କି କର ତୁମ୍ଭେ ମନ ସ୍ଥିର କରଏସବୁ ଧନ ତୁମ୍ଭର ବୋଇଲେ ଠାକୁର ।ମୋ ନିକଟେ ଧନ ମାଗିବାକୁ ସଙ୍ଗାତକୁପେଶିଥିଲି ପରା ତୁମ୍ଭେ ସୁଖେ ରହିବାକୁ ।ତୁମ୍ଭ ଖୁଦଭଜା ଖାଇ ସନ୍ତୋଷ ହୋଇଲିତାର ପରିବର୍ତ୍ତେ ତୁମ୍ଭ ପୁରକୁ ଆସିଲି ।ସଙ୍ଗାତୁଣୀ ବନ୍ଧାହେଲା ପାଶରେ ତୁମ୍ଭରଆନନ୍ଦରେ ରହିବେ ସେ ସଦା ତୁମ୍ଭ ଘର ।ସେହି ଦିନୁ ଲକ୍ଷ୍ମୀ ସଙ୍ଗେ ସଙ୍ଗାତ ଅଛନ୍ତିତୁମ୍ଭ ଆସିବା ବାଟକୁ ସଦା ଚାହିଁଛନ୍ତି ।ଏହା କହି ସୁଦାମାର କର ଧରି ନାରୀଆନନ୍ଦେ ପୁର ମଧ୍ୟକୁ ଆଣଇ ଘୋଷାରି ।ସୁଦାମା ବୋଲଇ ସୁମୀ ମୁହିଁ ଯିବି ନାହିଁଏତେ ଧନ ତିଳେ ମୋର ଦରକାର ନାହିଁ ।ସେହି ଭିକ୍ଷା ମଗା ମୋର ଅଟଇ ଯେ ସାରତୋତେ ସେ ଧନ ଦେଇଛି ତୁହି ଭୋଗକର ।କିନ୍ତୁ ସ୍ୱାମୀ ଜାଣିରଖ ଏହି ଧନ ଦେଇତାର ନିଜ ଧନଗୋଟି କାଢିନେଲା ସେହି ।ମଲା ପରେ ଏ ଧନ ମୋ ସଙ୍ଗେ ଯିବ ନାହିଁକେବଳ ଚରଣ ତାର ଲୋଡ଼ା ମୋ ଅଟଇ ।କେଭେ ଏ ପାପ ଗହନେ ମୁହିଁ ନ ପଶିବିଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ଉଦର ପୋଷିବି ।ସୁମତି ବୋଲଇ ଯଦି ତୁମ୍ଭେ ନ ରହିବଏ ଧନ ସମ୍ପଦ ମୋର ଥାଇ କିସ ହେବ ।ତୁମ୍ଭେ ଯୋଗୀହେଲେ ମୁହିଁହେବି ଯୋଗିଆଣୀତୁମ୍ଭେ କେଳା ହେଲେ ମୁହିଁ ହୋଇବି କେଳୁଣୀଏହିପରି ସ୍ୱାମୀ ସ୍ତିରୀ ଉଚ୍ଚବାଚ ହୋନ୍ତିଲକ୍ଷ୍ମୀ ଜଗନ୍ନାଥ ଦୁହେଁ ଦେଖିଣ ହସନ୍ତି ।ଠାକୁର ବୋଲନ୍ତି ଦେବୀଙ୍କର ମୁଖ ଚାହିଁଦେଖ ସଖୀ ମୋ ଶକତି କିପରି ଅଟଇ ।ଏତେ ଧନେ ତିଳେ ସେ ନ କରଇ ଖାତରକେବଳ ଲୋଡ଼ଇ ସେହି ପୟର ଆମ୍ଭର ।ଚାଲ ଚାଲ ଦୁହେଁ ମିଶି ସାନ୍ତ୍ୱନା କରିବାବୁଝାଇ ସୁଝାଇ ତାଙ୍କୁ ଘରକୁ ଆଣିବା ।ନୋହିଲେ ସ୍ବାମୀ ସ୍ତ୍ରୀ ଦୁହେଁ ଗୃହେ ନ ଫେରିବେବର୍ତ୍ତମାନ ଗଛମୂଳେ ଯାଇଣ ବସିବେଏତେ ଭାବି ସୁଦାମାର ପାଶେ ଚକ୍ରଧରପ୍ରବେଶ ହେଉଣ ତାଙ୍କୁ କଲେ ନମସ୍କାର ।ତୁମ୍ଭେ କିଆଁ ପଥ ମଧ୍ୟେ କରିଲ ଉଛୁରଆଗ ଆସି ତୁମ୍ଭେ ଦୁହେଁ ପହଞ୍ଚିଲୁ ଘର ।ଧନ ପାଇଁ ପେଶିଥିଲେ ପରା ସଙ୍ଗାତୁଣୀନ ମାଗି କିପରି ତୁମ୍ଭେ ରହିଲ ଯେ ତୁନି ।ବହୁଦିନୁ ତୁମ୍ଭ ପାଇଁ ସାଇତିଣ ମୁହିଁରଖିଥିଲି ବର୍ତ୍ତମାନ ଗଲି ତାହା ଦେଇ ।ସୁଦାମା ବୋଲଇ କୃଷ୍ଣ ପାଦ ତଳେ ପଡ଼ିଲୋଡ଼ା ନାହିଁ ମୋର ଧନ ନେଇଯା ବାହୁଡ଼ି ।କେବଳ ଏ ପଦ୍ମପାଦ ଭରସା ମୋହରଆନ ସମ୍ପଦ ମୋ ତିଳେ ନାହିଁ ଦରକାର ।ଆଗୁ ମୋ ସୁମତି ମୋତେ ଭଲ ଦିଶୁଥିଲାଅଳଙ୍କାର ପିନ୍ଧିବାରୁ ଖରାପ ଦିଶିଲା ।ହସି ହସି ଜଗନ୍ନାଥ ଶ୍ରୀ ଲକ୍ଷ୍ମୀଙ୍କୁ ଚାହିଁବୋଲନ୍ତି ମଇତ୍ର କିସ କୁହନ୍ତୁ ବୁଝାଇ ।ହେ ମଇତ୍ର ଯଦି ମୋତ ଏହା ଫେରାଇବକାଳେକାଳେ ଆଉ ମୋର ଦେଖା ନ ପାଇବଆମ୍ଭେ ଦୁହେଁ ତୁମ୍ଭଘରେ ସର୍ବଦା ରହିବୁଭଲ ମନ୍ଦ ହାନି ଲାଭ ସମସ୍ତ ବୁଝିବୁ ।ମୋର ଧନ ତୁମ୍ଭେ ମାତ୍ର ଜଗି ରଖିଥିବଦୁଃଖୀ ଦରିଦ୍ରମାନଙ୍କୁ ସର୍ବଦା ବାଣ୍ଟିବ ।ଏହିପରି ସୁଦାମାକୁ ବହୁତ ବୁଝାଇହସ୍ତ ଧରି ମହାପ୍ରଭୁ ପୁରେ ଗଲେ ନେଇ ।ଚିତ୍ତବୋଧ ଗ୍ରନ୍ଥ ଏ ଯେ ପବିତ୍ର ଅଟଇଭକ୍ତ ଭଗବାନ ଭାବ ଦେଖ ସର୍ବେ ତହିଁ ।ପୁଣି ଭକ୍ତ ଭଗବାନ ସମ୍ପର୍କ କିପରିଭକତ ଭାବରେ ବନ୍ଧା ସର୍ବଦା ଶ୍ରୀହରି ।ଶ୍ରୀ ଅଚ୍ୟୁତାନନ୍ଦ ପାଦ ହୃଦେ ସ୍ମରି ମୋରଅଜ୍ଞାନ କ୍ଷେତ୍ରମୋହନ ଲେଖେ ପଦ୍ୟାକାର ।ହରି ଅର୍ଜୁନ ନିତ୍ୟକୁ ଗମନ ସୁଧର୍ମା ସଭାରେ ଯଦୁବଂଶଧ୍ୱଂସ ନିମିତ୍ତ ଦେବତାମାନଙ୍କର ପରାମର୍ଶଶୁଣ ସୁଜ୍ଞଜନମାନେ ରବିସୁତ ଦ୍ୱାରେଚିତ୍ତବୋଧ ଗ୍ରନ୍ଥ ଶୁଣି ଭବୁ ତର ନରେ ।ଅପୂର୍ବ ଚରିତ ଏ ଯେ ଅମୃତ ସମାନଶୁଣିଲେ ଦେହୁ ପାତକ ହୋଇବ ଦହନ ।ସୁଦାମା ଦାରିଦ୍ର୍ୟ ପ୍ରଭୁ କରିଣ ଗଞ୍ଜନଦ୍ୱାରକା ପୁରରେ ଥାନ୍ତି ପ୍ରଭୁ ଭଗବାନ ।ଅଷ୍ଟ ସଖୀଗଣ ସହ ଷୋଳସସ୍ର ନାରୀସଙ୍ଗେ କୋଳକରି ସୁଖେ ଥାନ୍ତି ଦଇତ୍ୟାରୀ ।ଅନ୍ତର୍ଯ୍ୟାମୀ ନାଥ ସେ ଯେ ଅଗତିର ଗତିଭାରା ନିବାରଣେ ମର୍ତ୍ତ୍ୟେ ଜନ୍ମ ହୋଇଛନ୍ତି ।ଥିଲେ ପୃଥିବୀ ମଧ୍ୟରେ ଯେତେ ନିଶାଚରସମସ୍ତଙ୍କୁ ତିନିପୁରୁ କରିଲେ ସଂହାର ।ଏକା କୃଷ୍ଣେ କଷ୍ଟ ହେବ ଜାଣି ନିରାକାରଦ୍ୱିତିକୃଷ୍ଣ ପାର୍ଥ ନାମ ପେଶିଲେ ମର୍ତ୍ତ୍ୟର ।ହରି ଅର୍ଜୁନ ଦୁହିଁଙ୍କ ଭିନ୍ନାଭିନ୍ନ ନାହିଁଏକ ଅଙ୍ଗୁ ଅବତାର ହୋଇଛନ୍ତି ମହୀ ।ଅର୍ଜ୍ଜୁନଙ୍କୁ ଦଣ୍ଡେ ନ ଦେଖିଲେ ଚକ୍ରଧରହସ୍ତିନାପୁରକୁ ଦେବ ଯାନ୍ତି ବାରମ୍ବାର ।ସମରେ ଅର୍ଜ୍ଜୁନ ସମ ତ୍ରିପୁରେ କେ ନାହିଁଗାଣ୍ଡିବ ଧନୁରେ ପାରେ ଜଗତକୁ ଦହି ।ଦିନେ ଦ୍ୱାରକାପୁରରେ ପ୍ରଭୁ ଚକ୍ରଧରପାର୍ଥ ସଙ୍ଗେ ବସିଥାନ୍ତି ସୁଖେ ଅନ୍ତଃପୁର ।ଦ୍ୱାରକାରେ ସୁଦର୍ଶନ ଚକ୍ର ଅହରହଘୂରେ ଦଣ୍ଡେ ନ ଥାଏ କା ଜନ୍ତୁପତି ଭୟ ।ସକଳ ଯାଦବଗଣ ସୁଖେ ରହିଥାନ୍ତିସମସ୍ତ ପୁରରେ ଲକ୍ଷ୍ମୀ ବିଜୟ କରନ୍ତି ।ଅଭାବ ନ ଥାଏ କାର ଏକୁ ଏକ ବଳିଶ୍ରୀଜଗନ୍ନାଥଙ୍କର ଯେ ଅଟେ ବିଜେ ସ୍ଥଳି ।ସେ ପୁର ମଧ୍ୟରେ ଥାଇ ଏକ ବିପ୍ରବରବହୁଦିନୁ ଦ୍ୱାରକାରେ କରିଥାଏ ଘର ।କୁଟୁମ୍ବ ମଧ୍ୟରେ ଥାନ୍ତି ସ୍ୱାମୀ ସ୍ତିରୀ ଦୁଇସଭିଙ୍କ ପରାୟ ସୁଖେ ଚଳୁଥାନ୍ତି ସେହି ।ଯମ ପ୍ରବେଶ ନ କରେ ଯେଉଁ ଦ୍ୱାରକାରେବଡ଼ ଅଘଟଣ କଥା ଘଟିଲା ସେଠାରେ ।ବ୍ରାହ୍ମଣର ନାରୀ ଗୋଟି ଗର୍ଭବାସ ହେଲାପ୍ରଥମ ଗର୍ଭରେ ଏକ ପୁତ୍ର ପ୍ରସବିଲା ।ବସୁଧା ଉପରେ ନ ପଡ଼ିବା ମାତ୍ରେ ପୁତ୍ରସଙ୍ଗେ ସଙ୍ଗେ ହୋଇଲାକ କୁମରର ମୃତ ।ଏକଥା ଶୁଣିଣ ଦ୍ୱାରକାର ସର୍ବଜନଚକିତ ହୋଇଣ ସର୍ବେ କଲେ ଯେ ଭାବନ ।ପୁଣି କିଛିଦିନ ଅନ୍ତେ ବ୍ରାହ୍ମଣର ନାରୀଗର୍ଭବାସ ହୋଇ ପୁତ୍ର ସେ ପ୍ରସବ କରି ।ଭୂମିରେ ପଡ଼ନ୍ତେ ସେହି ପୁତ୍ର କେଣେ ଗଲାଦେଖିଣ ବିପ୍ର ମନରେ ଅନୁତାପ କଲା ।ଏହିପରି ଷଡ଼ପୁତ୍ର ନାଶ ହେଲେ ତାରକେଉଁଆଡ଼େ ଉଭାଇ ଯାଆନ୍ତି କୁମର ।ଶ୍ରୀକୃଷ୍ଣ ଅର୍ଜୁନ ଯହିଁ ଥିଲେ ଉଭାହୋଇସେହି ସ୍ଥାନରେ ବ୍ରାହ୍ମଣ ମିଳିଲାକ ଯାଇ ।ରାଗେ ଜର ଜର ହୋଇ ଚକ୍ଷୁରୁ ତାହାରଅଗ୍ନି ସ୍ଫୁଲିଙ୍ଗ ଯେ କ୍ରୋଧ ହୋଇଛି ବାହାର ।ଦେଖି ଶ୍ରୀହରି ବୋଲନ୍ତି କୁହ ବିପ୍ରବରକେଉଁ ନିମନ୍ତେ ଆସିଛ ଆମ୍ଭ ନିକଟର ।ରାଗେ ବ୍ରାହ୍ମଣ ବୋଲଇ ଏ ସଂସାର ଲୋକଡରି ଭଗବାନ କହୁଛନ୍ତି ସର୍ବ ମୁଖ ।ପାର୍ଥ ବସିଥିଲା ଶ୍ରୀକୃଷ୍ଣଙ୍କୁ ସମୀପରେଧନୁ ଧରି ଉଭା ହେଲା ବିପ୍ରଙ୍କ ଆଗରେ ।କୁହ ବିପ୍ର କିମ୍ପା ନିନ୍ଦାକର ଜଗନ୍ନାଥପ୍ରକୃତ କାରଣ ଜଣା ମାରିବି ନଚେତ ।ବିପ୍ର ବୋଲେ ଦ୍ୱାରକାରେ ଜରା ମୃତ୍ୟୁ ନାହିଁଷଡ଼ ଗୋଟି ପୁତ୍ର ମୋର ମଲେଣି କିମ୍ପାଇ ।ଗର୍ଭ ଯନ୍ତ୍ରଣା ସହୁଛି ନାରୀ ଦଶମାସଜନ୍ମ ହେଲା ମାତ୍ରେ କେଣେ ଯାଏ ବାଳଶିଷ ।ପାର୍ଥ ବୋଲେ କ୍ଷତ୍ରିୟ ଯେ ନାହାନ୍ତି ଏଠାରନୋହିଲେ ମରନ୍ତା କିମ୍ପା ତୋହର କୁମର ।ଯାଅ ବିପ୍ର ନିଶ୍ଚିନ୍ତରେ ନିଜ ଗୃହେ ରୁହଅନ୍ୟ ପୁତ୍ର ହେବା ପୂର୍ବୁ ମୋ ଆଗରେ କୁହ ।ଦେଖିବି କିଏ ସେ ପୁତ୍ର ନେଉଅଛି ହରିପ୍ରତିଜ୍ଞା କରୁଛି ଏ ଗାଣ୍ଡିବ ଧନୁ ଧରି ।ସପତ ବ୍ରହ୍ମାଣ୍ଡେ କେହୁ ତବ ପୁତ୍ରେ ନେବନିଶ୍ଚୟ ପାର୍ଥ ତାହାର ପରାଣ ନାଶିବ ।ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କ ପାଶେ ମୁହଁନିୟମ କରୁଛି ତାଙ୍କ ପଦ୍ମପାଦ ଛୁଇଁ ।ଯଦି ତୁମ୍ଭର ପୁତ୍ରକୁ ରଖି ନ ପାରିବିସଙ୍ଗେ ସଙ୍ଗେ ଅଗ୍ନି ଜାଳି ପୋଡ଼ି ମୁଁ ମରିବି ।ଶୁଣିଣ ବ୍ରାହ୍ମଣ ସାଧୁ ସାଧୁ ବୋଲି କହିଗୃହେ ରମଣୀ ଆଗରେ ସମସ୍ତ କହଇ ।ପୁଣି କିଛିଦିନ ଅନ୍ତେ ବ୍ରାହ୍ମଣର ନାରୀଗର୍ଭବତୀ ହେଲେ ଦଶମାସ ଗଲା ପୂରି ।ଅର୍ଜ୍ଜୁନ ନିକଟେ ବିପ୍ର ଯାଇ ଜଣାଇଲାଆହେ ପାର୍ଥ ମୋ ରମଣୀ ଗର୍ଭବ୍ୟଥା ହେଲା ।ଶୁଣି ଆଗ୍ରହରେ ବୀର ଧରି ଧନୁଶରନିର୍ବନ୍ଧେ ଜଗି ରହିଲା ବ୍ରାହ୍ମଣ ଦୁଆର ।ଚଉପାଶେ ଶରବନ୍ଧ କରି ଫାଲଗୁନିଗୋଟିଏ ଦ୍ୱାରେ ରହିଲା ସେ ଗାଣ୍ଡିବ ଘେନି ।ଯେତେବେଳେ ବିପ୍ରନାରୀ ପ୍ରସବ କରିଲାକୁଆଁ ବୋଲନ୍ତେଣ ପୁତ୍ର ପ୍ରାଣ ନାଶହେଲା ।ପୁତ୍ର ମୃତ୍ୟୁ ଦେଖି ବିପ୍ର ରମଣୀ କାନ୍ଦିଲାଶୁଣିଣ ଅର୍ଜୁନ ବୀର ଅନୁତାପ କଲା ।ବହୁତ ଝିଙ୍ଗାଶି ବିପ୍ର କହଇ ବଚନଏଇଥି ନିମନ୍ତେ କହୁଥିଲ ହେ ଅର୍ଜ୍ଜୁନ ।ଦେଖ ତୁମ୍ଭ ସମ୍ମୁଖରେ ମୋର ପୁତ୍ର ମଲାକହିବା କଥା ତୁମର କାର୍ଯ୍ୟେ ନ ଲାଗିଲା ।ପାର୍ଥ ବୋଲେ ବିପ୍ର ଆଉ ନ କୁହ ଏସନଆଜି ଅଗ୍ନିଜାଳି ମୁହିଁ ମରିବି ବହନ ।ଏତେ କହି ନିଆଁ ଜାଳି ବୀର ଫାଲଗୁନିମରିବାକୁ ଯାନ୍ତେ ପ୍ରବେଶିଲେ ପ୍ରଭୁ ପୁଣି ।ବ୍ୟସ୍ତ ହୁଅନା ରେ ପ୍ରିୟ ସଖା ତୁ ମୋହରଚାଲ ଖୋଜି ଆଣିଦେବା ବ୍ରାହ୍ଣ କୁମର ।ଶୁ୍ଣି ପାର୍ଥ ମନ ମଧ୍ୟେ କରଇ ବିଚାରପୁଣି ଆଣି ତେଲଷ ଆଉ କିବା ଦୋଷ ମୋରଗରୁଡ଼କୁ ସୁମରିଲଷ କମଳା ରମଣରମ୍ୟକ ଦ୍ବୀପରେ ପକ୍ଷୀରାଜ ଥିଲା ପୁଣ ।ଶ୍ରୀହରି ସ୍ମରଣେ ଆସି ପାଶେ ପ୍ରବେଶିଲାକୃଷ୍ଣ ଅରଜୁନ ପାଦେ ପ୍ରଣାମ ହୋଇଲା ।ଗରୁଡ଼ ବୋଲଇ ବଡ଼ ସୌଭାଗ୍ୟ ମୋହରଦର୍ଶନ କରିଲି ହରି ଅର୍ଜ୍ଜୁନ ପୟର ।ଶ୍ରୀହରି ବୋଇଲେ ଯମପୁରେ ଚାଲ ନେଇବିପ୍ରଙ୍କର ପୁତ୍ର ଥିବେ ସେ ସ୍ଥାନରେ ରହି ।ଶୁଣିଣ ଗରୁଡ଼ କାୟା କରିଲା ବିସ୍ତାରଅର୍ଜୁନ ସହିତେ ବିଜେ କମଳାର ବର ।ଅତି ପ୍ରଖର ବେଗରେ ବୈନତେୟ ଗଲାନିମିଷକେ ଯାଇ ଯମପୁରରେ ମିଳିଲା ।ଖବର ପାଇବା ମାତ୍ରେ ସୂର୍ଯ୍ୟଙ୍କ କୁମରପ୍ରଭୁଙ୍କ ପାଶରେ ଆସି ହୋଇଲା ହାଜର ।ପାଦତଳେ ପଡ଼ି ବୋଲେ ଆଦିତ୍ୟଙ୍କ ସୁତକିମ୍ପା ମୋ ପୁରକୁ ଦେବ ହେଲ ଉପଗତ ।ଶ୍ରୀକୃଷ୍ଣ ବୋଇଲେ ବିପ୍ର ପୁତ୍ର ତୁମ୍ଭେ ଆଣିରଖିଅଛୁ ଦିଅ ଆମ୍ଭେ ନେବୁ ଏହିକ୍ଷଣି ।ଜନ୍ତୁରାଣ ଚିତ୍ରଗୁପ୍ତ ପାଶକୁ ହକାରିବୋଇଲଶ ବିପ୍ର ପୁତ୍ର କି ଛନ୍ତି ଆମ୍ଭ ପୁରୀ ।ଚିତ୍ରଗୁପ୍ତ ବୋଲେ ଦ୍ୱାରକାକୁ ଯିବା ପାଇଁଆମ୍ଭର କି ସାଧ୍ୟ ଅଛି କହ ଲକ୍ଷ୍ମୀସାଇଁ ।ଯେଉଁ ପୁରେ ସୁଦର୍ଶନ ଅହରହ ଘୂରେମାଛି ଗୋଟିଏ ପଡ଼ିଲେ ନବଖଣ୍ଡ କରେ ।ବ୍ରାହ୍ମଣ ସନ୍ତାନ ଅବା ଆମ୍ଭ କେଉଁପରିଆଣିବୁ ସେ ସ୍ଥାନୁ କୁହ ଆହେ ଦଇତ୍ୟାରି ।ସେଠୁ ନିରାଶ ହୋଇଣ କୃଷ୍ଣ ଅରଜୁନପ୍ରତ୍ୟେକ ପୁର ଖୋଜିଲଷ କରି ତନ୍ନ ତନ୍ନ ।କୌଣସି ସ୍ଥାନେ ନ ପାଇ ନିରାଶେ ଫେରିଲେପାତାଳ ବୈକୁଣ୍ଠେ ଯାଇ ପ୍ରବେଶ ହୋଇଲେସ୍ୱୟଂ ନିରାକାର ସ୍ୱାମୀ ଅନନ୍ତ ଶଯ୍ୟାରେଶୋଇଛନ୍ତି ଲକ୍ଷ୍ମୀ ପାଦ ମଞ୍ଚାଳନ୍ତି ଧୀରେ ।ହରି ଅରଜୁନ ଦୁହେଁ ଏକାବେଳେ ତହିଁଶ୍ରୀକୃଷ୍ଣଙ୍କୁ ପାଦତଳେ ପ୍ରଣମିଲେ ଯାଇ ।ଦୁଇଜଣ ଦେଖି ସ୍ୱାମୀ ଆନନ୍ଦ ହୋଇଲେପାଶେ ବସାଇଣ ପ୍ରଭୁ ତିଆରି କହିଲେ ।ଭାରା ନିବାରଣେ ଯାଇଥିଲ ତୁମ୍ଭେ ଦୁଇସମସ୍ତ ଦାନବ ଧ୍ୱଂସି ଉଶ୍ୱାସିଲେ ମହୀ ।ଆଉ ଯାହା ବାକି ଅଛି କର ଶୀଘ୍ର ଶେଷତୁରନ୍ତି କାର୍ଯ୍ୟ ସାରିଣ ନିଜ ପୁରେ ଆସ ।ମର୍ତ୍ତ୍ୟପୁରେ ରହି ବୃଥା ମାୟାମୋହେ ପଡ଼ିପୁତ୍ର ପୌତ୍ରାଦି ସ୍ନେହରେ ରହୁଅଛ ପଡ଼ି ।ଆହେ କୃଷ୍ଣ ବଢ଼ିଲେଣି ତୋର ବହୁ ବଂଶଦୈତ୍ୟମାନଙ୍କଠାରୁ ସେ ଅଟନ୍ତି ବିଶେଷ ।ତାଙ୍କ ଭାର ସହି ନ ପାରିଣ ବସୁନ୍ଧରୀପ୍ରତିଦିନ ମୋ ନିକଟେ କରଇ ଗୁହାରି ।ତୁରନ୍ତ ତାକୁ ନିରାଶ କରି ତୁମ୍ଭେ ଦୁଇଲକ୍ଷ୍ମୀଙ୍କୁ ସଙ୍ଗରେ ଘେନି ଆସ ହେ ପଳାଇ ।ରାଧାଙ୍କ ମନ ଗୋପରେ ଆଉ ନ ଲାଗଇନିତ୍ୟକୁ ଆସିବା ପାଇଁ ବ୍ୟସ୍ତ ଅଛି ହୋଇ ।ନିକଟରେ ଯଦୁବଂଶ କରିଣ ସଂହାରଶୀଘ୍ର ଉଶ୍ୱାସ କରାଅ ଅବନୀର ଭାର ।ବଳରାମ ସୁଦେହରେ ଆସିବେ ପଳାଇତୁ ଜରା ହସ୍ତରେ ମରି ପଛେ ଆସିବୁଇଁ ।ଅର୍ଜ୍ଜୁନଠାରୁ ତୁ କଳା ଘେନିଣ ଆସିବୁରେ ପାର୍ଥ ତୁହି ଦ୍ରୋପଦୀ ଖପରେ ପଡ଼ିବୁ ।ସେ ଯେ ଆଦିମାତା ବହୁଦିନୁ ଅଛି ଚାହିଁତୁମ୍ଭ ଚାରିଭାଇ ରକ୍ତେ ତୃପ୍ତ ସେ ହେବଇଁ ।ଏକା ଯୁଧିଷ୍ଠିର ସ୍ୱଦେହରେ ସ୍ୱର୍ଗପୁରେଆସିବେ ନ ପଡ଼ି ସେହି ଦ୍ରୌପଦୀ ଖପରେ ।ସେଇଥି ନିମନ୍ତେ ବିପ୍ରପୁତ୍ର ମୁହିଁ ହରିଆଣିଛି ଦୁହିଁଙ୍କ ନ ଆସିବା ଦେଖି ଡେରି ।ଏହା କହି ସ୍ୱାମୀ ବିପ୍ରପୁତ୍ର କରେ ଦେଇବୋଇଲେ ଯାଅ ଏହାଙ୍କୁ ସଙ୍ଗେ ତୁମ୍ଭେ ନେଇକିନ୍ତୁ ମୋର ବାକ୍ର ମାନି ବିଳମ୍ବ ନ କରନିଜ ବଂଶ ଧ୍ୱଂସି ଶୀଘ୍ର ଆସ ନିଜପୁର ।ପୁଣି ପିତାଙ୍କ ବଚନ ସନମତ କରିବିପ୍ର ପୁତ୍ର ଧରି ଦୁହେଁ ଆସିଲେକ ଫେରି ।ଦ୍ୱାରକା ନଗରେ ଆସି ପ୍ରବେଶ ହୋଇଲେବ୍ରାହ୍ମଣ ଘରେ ନେଇ ତା ପୁତ୍ରଙ୍କୁ ଯେ ଦେଲେ ।ପୁତ୍ରଙ୍କୁ ଦେଖି ଆନନ୍ଦ ବ୍ରାହ୍ମଣ ବ୍ରାହ୍ମଣୀଶ୍ରୀହରି ଅର୍ଜ୍ଜୁନେ ବହୁ ପ୍ରଶଂସିଲେ ପୁଣି ।ପୁରବାସୀଗଣ ଦେଖି ଆନନ୍ଦ ହୋଇଲେଧନ୍ୟଧନ୍ୟ କୃଷ୍ଣଚନ୍ଦ୍ର ବୋଲି ପ୍ରଶଂସିଲେ ।ଏକାନ୍ତରେ ଅର୍ଜ୍ଜୁନଙ୍କୁ କହନ୍ତି ଶ୍ରୀଧରମନେ ରଖିଲ ତ ପାର୍ଥ ନିରାକାର ଗିର ।ତୁହି ତୋହର ଜୀବନ ଶୀଘ୍ର ଶେଷକରମୁହିଁ ଆଜିଠାରୁ କରୁଅଛି ପ୍ରତିକାର ।ବହୁତ ତିଆରି ଅର୍ଜ୍ଜୁନରେ ବିଦାକଲେନିଜ ଅନ୍ତଃପୁରେ ପ୍ରଭୁ ପ୍ରବେଶ ହୋଇଲେ ।ପୁତ୍ର ନାତି ପଣନାତିମାନେ ଦେଖି ହରିଲୋତକ ବରଷା କଲେ ଚକ୍ଷୁରୁ ଶ୍ରୀହରି ।ପ୍ରଭୁଙ୍କୁ କାନ୍ଦିବା ଦେଖି ସତ୍ୟଭାମା ନାରୀବହୁତ ବୁଝାଇ ଲୁହ ପୋଛଇ ସୁନ୍ଦରୀ ।ବୋଲଇ କିମ୍ପାଇ କାନ୍ତ କରୁଛ କ୍ରନ୍ଦନକେବେ ଦେଖି ନାହିଁ ତବ ମଳିନ ବଦନ ।ସେ ତ ମାୟାଧର ପ୍ରଭୁ ମାୟା ଆରମ୍ଭିଲେସତ୍ୟଭାମାଙ୍କୁ ଯେ ଅନ୍ୟ କଥା ବୁଝାଇଲେ ।ଦେବୀଙ୍କ ପୁରରେ ପ୍ରଭୁ ରଜନୀ ବଞ୍ଚିଲେନିତ୍ୟେ ଯିବା ପାଇଁ ମନେ ମନେ ଚିନ୍ତାକଲେ ।ଏହି ସମୟରେ ତେଣେ ସ୍ୱର୍ଗେ ଦେବଗଣସୁଧର୍ମା ସଙ୍ଗରେ ସର୍ବେ ମିଳିଲେ ଆସିଣ ।ସମସ୍ତେ ମିଳିଣ କଲେ ସଭା ଆୟୋଜନଉଠିଣ କୁବେର ଦେବ ବୋଲନ୍ତି ବଚନ ।ଏତେ ବଡ଼ ସଭା ଆୟୋଜନ ହୋଇଅଛିଏକା ଜଣେ ନଥିବାରୁ ଖରାପ ଦିଶୁଛି ।ଧାତା ବୋଇଲେ କିମ୍ପାଇଁ ହେଉଅଛ ବ୍ୟସ୍ତହେଲାଣି ସମୟ ଆସିଯିବେ ଜଗନ୍ନାଥ ।ଶୁଣିଛି ମୁଁ ବିପ୍ରସୁତ୍ର ଲାଗି ଭଗବାନଅର୍ଜ୍ଜୁନକୁ ନେଇ ନିତ୍ୟେ କରିଲେ ଗମନ ।ଆଜ୍ଞା ଦେଇଛନ୍ତି ତାଙ୍କୁ ପ୍ରଭୁ ନିରାକାରବଂଶ ଧ୍ୱଂସି ଆସିବେ ନିକଟେ ସ୍ୱର୍ଗପୁର ।ଯେତେ ଦିନ ଯଦୁବଂଶ ବିନାଶ ନୋହିଛିଯେତେଦିନ ପୃଥ୍ବୀଭାଗ ଉଶ୍ୱାସ ନୋହିଛି ।ଶ୍ରୀକୃଷ୍ଣଙ୍କ ପୁତ୍ର ଗଣ ମହା ଧୁରନ୍ଧରଏକେ ଏକେ ଜିଣି ଯେ ପାରନ୍ତି ତିନିପୁର ।ସେମାନଙ୍କୁ କଉଶଳେ ନାଶି ଚକ୍ରଧରଲକ୍ଷ୍ମୀଙ୍କୁ ସଙ୍ଗରେ ଧରି ଆସିବେ ସଭାର ।ଶୁଣିଣ ଦେବତାଗଣ ଆଶ୍ଚର୍ଯ୍ୟ ହୋଇଲେକିପରି ବଂଶ ନାଶିବେ ଧାତାଙ୍କୁ ବୋଇଲେ ।ବିଧାତା ବୋଲନ୍ତି ସେ ତ ଅନ୍ତର୍ଯ୍ୟାମୀ ନାଥକେହି ସଂସାରେ ନ ପାନ୍ତି ତାର ଆଦିଅନ୍ତ ।ସାମାନ୍ୟ ମନୁଷ୍ୟ ପରି ନୁହନ୍ତି ଯେ ସେହିପୁତ୍ର ଭାର୍ଯ୍ୟା ମୋହ ତାଙ୍କ ଅଙ୍ଗେ ଛୁଇଁବଇଁସକଳ ବ୍ରହ୍ମାଣ୍ଡ ତାର ଗର୍ଭରେ ରହିଛିନିମିଷକେ ସୃଷ୍ଟି ସ୍ଥିତି ପ୍ରଳୟ କରୁଛି ।ତେଣୁ ଆଉ ଅଳ୍ପଦିନେ କମଳା ରମଣସ୍ୱସ୍ଥାନକୁ ଯିବେ ମାରି ସର୍ବ ଯଦୁଗଣ ।ନିଜ ହସ୍ତେ ମାରିବାଟା ଉଚିତ ନୁହଇଦୁର୍ବାସା ଋଷିଙ୍କୁ ଆମ୍ଭେ ପଠାଇବା ତହିଁ ।ଶ୍ରୀହରିଙ୍କ ପୁତ୍ର ତାଙ୍କୁ ଛଳନା କରିବେରାଗେ ମହର୍ଷି ତାହାଙ୍କୁ ଅଭିଶାପ ଦେବେ ।ଅନ୍ୟ ପୁତ୍ରମାନେ ଶାମ୍ବେ ନାରୀବେଶ କରିଲୁହାପାତ୍ର ଗୋଟିଏ ତା ଉଦରରେ ଭରି ।ଋଷିଙ୍କୁ ବୋଲିବେ କିସ ଅଛି ୟା ଗର୍ଭରେପୁତ୍ର କିମ୍ବା କନ୍ୟା ଅଛି କୁହ ୟା ମଧ୍ୟରେ ।ରାଗେଣ ଋଷି ବୋଲିବେ ଗର୍ଭେ ଅଛି ବାଳନିଷ୍ଠୁର କର୍କଶ ଲୌହ ପିଣ୍ଡ ଯେ ପ୍ରଜ୍ଜ୍ୱଳସେହି ଲୌହପିଣ୍ଡ ବର୍ତ୍ତମାନ ପ୍ରସବିବସକଳ ଯଦୁବଂଶକୁ ବିନାଶ କରିବ ।ଏତେ କହି ଋଷିବର ଅନ୍ତର୍ଦ୍ଧାନ ହେବେଶାପ୍ୟ ପ୍ରତିକାର ଆଉ ରୁକ୍ଷ ନ କରିବେ ।ଶୁଣି ସର୍ବ ପୁତ୍ରମାନେ ମନେ କ୍ଷୋଭ ବହିଶ୍ରୀକୃଷ୍ଣଚନ୍ଦ୍ରଙ୍କ ଆଗେ କହିଦେବି ଯାଇ ।ଶୁଣି ନାରାୟଣ ମହାଭୟ ଯେ ପାଇବେଲୌହ ଘଷିବାର ପାଇଁ ଲୋକ ପଠାଇବେ ।ଘଷନ୍ତେ ବାହାର ହେବ ଫେନ ତା ମଧ୍ୟରୁପ୍ରକାଣ୍ଡ ଏରକାବନ ହେବ ସେହିଠାରୁ ।ଅବଶିଷ୍ଟ ଯେଉଁ ଲୌହ ଦେବେ ଫୋପଡ଼ାଇଜରା ଶବର କରିବ ନାରାଚ ତା ପାଇଁ ।ଏରକାବଣେ ସଂଗ୍ରାମ ଯାଦବେ କରିବେକାଦମ୍ବରୀ ପାନେ ସର୍ବେ ବିହ୍ୱଳ ହୋଇବେ ।ବଳରାମ ସର୍ପ ରୂପେ ସମୁଦ୍ରେ ପଶିବେନିଜ ମଧ୍ୟେ ହଣାହଣି ଯାଦବେ ହୋଇବେ ।ଶେଷେ କୃଷ୍ଣ ବିଶ୍ରାମିବେ ଶିଆଳି ଲତାରେସେହି ନାରାଚ ଯେ ଜରା ମାରିବ ସେଠାରେ ।ତା ପରେ ଅର୍ଜ୍ଜୁନ ଯାଇ ସେଠାରେ ମିଳିବକଳା ନେଇ ତାହାଠାରୁ ଚଳିବେ ମାଧବ ।ଅଗ୍ନିରେ ଦହିବ ପିଣ୍ଡ ସବ୍ୟସାଚୀ ବୀରଅକ୍ଷୟ ପିଣ୍ଡ ଯେ କ୍ଷୟ ନ ହେବ ଅଗ୍ନିର ।ଶୂନ୍ୟ ଡାକ ଶୁଣି ଜଳେ ମେଲିଦେବ ସେହିବାଙ୍କୀ ମୁହାଁଣରେ ପ୍ରଭୁ ଲାଗିବେକ ଯାଇ ।କଳିଯୁଗେ ଦାରୁବ୍ରହ୍ମ ରୂପେ ଦାମୋଦରସେହି ଦରପୋଡ଼ା ମୂର୍ତ୍ତି ହୋଇବେ ଠାକୁର ।ତା ପରେ ପ୍ରଭାସତୀର୍ଥେ ଶ୍ରୀକୃଷ୍ଣଙ୍କ ନାରୀପ୍ରାଣ ହରାଇବେ ସର୍ବେ ସ୍ୱାମୀଙ୍କୁ ସୁମରି ।ସାକ୍ଷାତେ ପରମ ଲକ୍ଷ୍ମୀ ତାଙ୍କୁ ଯେତେ ନାରୀବୈକୁଣ୍ଠରେ ପ୍ରଭୁ ପାଶେ ମିଳିବେ ସବୁରି ।ଏହିପରି ଧାତା ଦେବଗଣଙ୍କୁ କହିଲଷଶୁଣିଣ ସର୍ବଦେବତା ସନ୍ତୁଷ୍ଟ ହୋଇଲେ ।କିପରି ସ୍ବର୍ଗକୁ ଶୀଘ୍ର ଆସିବେ ଶ୍ରୀଧରଦେବଗଣ ଭିଆଇଲେ ଉପାୟ ତାହାର ।ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ଚରିତହରିନାମ ଅଟଇ ଯେ ଜଗତେ ପବିତ୍ର ।ଯେଉଁ ନାମ ଜପକରି ଦସ୍ୟୁ ରତ୍ନାକରବାଲ୍ମିକୀ ନାମରେ ପୂଜାହୁଅନ୍ତି ସଂସାର ।ଏହି ନାମ ଜପକରି ସୁଦାମା ଦରିଦ୍ରଏ ରାତ୍ରକେ ପାଇଲା ସ୍ୱରଗ ସମ୍ପଦ ।ମୃତ୍ୟୁବେଳେ ଅଜାମ୍ବିଳ ନାମ ସୁମରିଲାପାତକ ବହୁ ଧ୍ୱଂସିଣ ବୈକୁଣ୍ଠେ ବସିଲା ।ମହାପୁରୁଷ ଅଚ୍ୟୁତ ଯାହା ରଚିଛନ୍ତିତା ମଧ୍ୟରୁ ସାର ତତ୍ବ ହୋଇଅଛି ମୁକ୍ତି ।ହରିବଂଶ ଭାଗବତ ଦ୍ବୟ ମନ୍ଥାହୋଇଏହି ଚିତ୍ତବୋଧ ଗ୍ରନ୍ଥଗୋଟି ଯେ ରଚଇ ।ଶ୍ରୀଗୁରୁ ଅଚ୍ୟୁତାନନ୍ଦ ପାଦପଦ୍ମ ଧ୍ୟାୟିଅଜ୍ଞାନ କ୍ଷେତ୍ରମୋହନ ଏ ଗ୍ରନ୍ଥ ଲେଖଇ ।ରହସ୍ୟ ଦ୍ୱାରକାପୁର ସ୍ଥାପନ ଓଉଦ୍ଧବ ଅକ୍ରୂର ସହ ଶ୍ରୀକୃଷ୍ଣଙ୍କର ଗୋପକୁ ଗମନଶୁଣ ଆହେ ସାଧୁଜନେ ଅପୂର୍ବ ଚରିତଚିତ୍ତବିନୋଦ ଗ୍ରନ୍ଥ ଏ ଅଟଇ ଅମୃତ ।ତ୍ରିସନ୍ଧ୍ୟାରେ ଏ ପୁରାଣ ଯେ ନର ପଢ଼ଇଅନ୍ତଃକାଳେ ନିଶ୍ଚେ ସେ ବୈକୁଣ୍ଠପ୍ରାପ୍ତହୋଇଅର୍ଜ୍ଜୁନ ସହ ଶ୍ରୀକୃଷ୍ଣ ଗୁରୁପୁତ୍ର ଆଣିନିରାକାରଙ୍କ ଆଦେଶ ପାଇ ଚକ୍ରପାଣି ।ସବୁବେଳେ ହୃଦେ ଚିନ୍ତା କରନ୍ତି ଶ୍ରୀଧରକିପରି ବଂଶ ବିନାଶି ଯିବି ସ୍ୱର୍ଗପୁର ।ଏହିକଥା ମନେ ମନେ ଭାବି ଚକ୍ରଧରଦିନୁ ଦିନୁ ତନୁ କ୍ଷୀଣ ହେଲା ତାହାଙ୍କର ।ଏକଦିନେ ଅଷ୍ଟ ପାଟବଂଶୀ ଘେନି ହରିଅନ୍ତପୁରେ ବିଜୟ କରିଲେ ବଂଶୀଧାରୀ ।ରୁକ୍ମିଣୀ ସତ୍ୟଭାମା ଯେ ଚନ୍ଦନ ଲେପନ୍ତିଜମ୍ବୁବତୀ ସତ୍ୟବତୀ ଚାମର ପକାନ୍ତି ।ଶ୍ରୀୟା ତୁଳସୀ କମଳା ପାଦ ମଞ୍ଚାଳନ୍ତିକାଳିନ୍ଦୀ ଜଳେ ସୁବାସ ତାମ୍ବୁଳ ଭୁଞ୍ଜାନ୍ତି ।ଏହି ପରକାରେ ସର୍ବେ ସେବା କରୁଥାନ୍ତିହାସ୍ୟ ପରିହାସେ ପ୍ରଭୁ ମନ ଯେ ମୋହନ୍ତି ।ରୁକ୍ମିଣୀ ସତ୍ୟଭାମା ଯେ ଶ୍ରୀମୁଖକୁ ଚାହିଁବୋଇଲେ ଆମ୍ଭରେ ମାୟା କଲ ପ୍ରାଣସାଇଁ ।କହିଥିଲ ପରା ଦେଖାଇବ ଗୋପପୁରତୁମ୍ଭ ପ୍ରତି ଗୋପୀଙ୍କର ବହୁତ ଆଦର ।ପୁଣି କହିଥିଲ ମହାନିତ୍ୟ ରାସେଶ୍ୱରୀଚନ୍ଦ୍ରସେଣାପୁରେ ଛନ୍ତି ରାଧା ରୂପ ଧରି ।ସେ କଥା କି ଭୁଲିଗଲ ହେ ପରାଣନାଥଥରେ ଆମ୍ଭଙ୍କୁ ଦେଖାଇ କରନ୍ତୁ ପବିତ୍ର ।ଶ୍ରୀକୃଷ୍ଣ ବୋଇଲେ ନିଶ୍ଚେ ଦେଖାଇବି ନେଇଆଉ କିଛିଦିନ ତୁମ୍ଭେ ରୁହ ପ୍ରାଣସହୀ ।ମାୟାରେ ନାରୀମାନଙ୍କ ମନକୁ ମୋହିଲେଆନନ୍ଦରେ ଜଗନ୍ନାଥ ରଜନୀ ବଞ୍ଚିଲେ ।ଏତେ ଦିନେ ଦ୍ୱାରକାରେ ଥିଲେ ଦଇତ୍ୟାରିଆଜି ଗୋପକଥା ମନେ ପଡ଼ିଲା ତାଙ୍କରି ।ଚକ୍ଷୁ ଆଗରେ ନାଚିଲା ଗୋପ ବୃନ୍ଦାବନଶ୍ରୀରାଧା ସହିତ ଅଷ୍ଟ ସଖୀଙ୍କ ମିଳନ ।ପିତା ନନ୍ଦ ମାତା ଯଶୋବନ୍ତୀ ଗୋପବାଳସବୁରି କଥା ମନରେ ଚିନ୍ତି ଆଦିମୂଳ ।ମଧୁରପୁରକୁ ଅକ୍ରୂର ଯେ ବେଳେ ଆଣିଲାଗୋପୀଙ୍କ କାରୁଣ୍ୟ ପ୍ରଭୁ ନୟନେ ନାଚିଲା ।ତାଙ୍କ ଭାବରେ ବିହ୍ବଳ ହେଲେ ଚକ୍ରଧରବରୁଣ ନିକଟେ ଯାଇଁ ହୋଇଲେ ହାଜର ।ପ୍ରଭୁଙ୍କୁ ଦେଖି ରାଜନ ପାଦଅର୍ଘ୍ୟ ଦେଖବୋଇଲେ ମୋ ପୁରେ ଦେବ ବିଜୟ କିମ୍ପାଇ ।ଶ୍ରୀହରି ବୋଇଲେ ଆମ୍ଭ ବୋଲ ମାନ ତୁହିସହସ୍ର ଯୋଜନ ଦୂରେ ଦିଅ ଆଉ ମହୀ ।ଗୋପପୁର ନଗ୍ରଲୋକ ରହିବା ନିମନ୍ତେଆଉ ଏକ ପୁର ଆମ୍ଭେ ଭିଆଲବୁ ଏଥେ ।ତାଙ୍କ ବିନେ ଆମ୍ଭ ପ୍ରାଣ ହେଉଛି ଅସ୍ଥିରବୃଦ୍ଧକାଳେ ପିତାମାତା ଢାଳୁଛନ୍ତି ନୀର ।ମୋ ବିରହେ ଗୋପୀମାନେ ସୁଦ୍ଧା କାନ୍ଦୁଛନ୍ତିଯେତେ ମତେ ବୁଝାଇଲେ ନ ହୁଅନ୍ତି ଶାନ୍ତି ।ଶୁଣି ବରୁଣ ବୋଇଲଶ ଦ୍ୱାରକା ନିକଟଆଉ ଏକ ପୁର କରିବିକି ନନ୍ଦଚାଟ ।ଶ୍ରୀହରି ବୋଇଲେ ଦ୍ୱାରକାରୁ ଶତେଯୁଣଅନ୍ତରେ ରହିବ ମୋର ପ୍ରିୟ ଗୋପୀଗଣ ।ଶୁଣିଣ ବରୁଣ ରାଜା ସନମତ କଲାସାଙ୍ଗେ ସାଙ୍ଗେ ଶତେ ଯୁଣ ସମୁଦ୍ର ଛାଡ଼ିଲା ।ସ୍ଥଳ ଦେଖି ମହାପ୍ରଭୁ ଆନନ୍ଦ ହୋଇଲେବିଶ୍ୱକର୍ମାକୁ ଯେ ମନେ ମନେ ସୁମରିଲେ ।ଆଜ୍ଞା ପାଇ ବିଶ୍ୱକର୍ମା ମିଳିଲା ବହନତାହାକୁ ଆଜ୍ଞା କରିଲେ ପ୍ରଭୁ ଭଗବାନ ।ଆଜି ରାତ୍ର ମଧ୍ୟେ ଏଥେଁ ପୁର ଏକ କରଦ୍ୱାରକାରୁ ଶତେ ଗୁଣ ହୋଇବ ସୁନ୍ଦର ।ଦେଖିଛ ତ ଗୋପପୁରେ ଯେତେ ନାରୀବରତାହାଙ୍କ ପାଇଁ ରହସ୍ୟ ଦ୍ବାରକା ତିଆର ।ଶୁଣି ବିଶ୍ୱକର୍ମା ପୁର ଏକ ଭିଆଇଲାଦ୍ୱାରକାରୁ ଶତେଗୁଣ ଶୋଭା ପ୍ରକାଶିଲା ।ଷୋଳ ସହସ୍ର ଗୋପୀଙ୍କ ପାଇଁ ଗୋଟି ଗୋଟିନିର୍ମାଣ କରିଲା ପୁର ଯେ ଶୋଭା ପାଏଟି ।ନନ୍ଦ ଯଶୋଦା ପାଇଁକି ସେ ଏକ ନଅରକରିଲା ଯତନେ ବିଶ୍ୱକର୍ମା ଯେ ତିଆର ।ଗୋପପୁରେ ଯେଉଁ ପୁର ନନ୍ଦର ଅଛଇତାହା ପରି ଶତେ ଗୁଣ ଶୋଭା ବିକଶଇ ।ସମସ୍ତଙ୍କଠାରୁ ବଳି ଦିଶେ ଶୋଭାବନଶ୍ରୀରାଧା ରହିବା ପାଇଁ ରହିଛି ଯତନ ।ଏକରାତ୍ର ମଧ୍ୟେ ପୁର ଗୋଟି ନିର୍ମାଣିଲାପ୍ରଭାତରୁ ଜଗନ୍ନାଥ ନିକଟେ ମିଳିଲା ।ପୁର ଦେଖି କୃଷ୍ଣଚନ୍ଦ୍ର ବହୁ ପ୍ରଶଂସିଲେଧନ୍ୟ ଧନ୍ୟ ବିଶ୍ୱକର୍ମା ଅଟୁ ତୁ ବୋଇଲେ ।ମୋହରି କଳ୍ପନାଠାରୁ ହୋଇଛି ଅଧିକଏହା ଦେଖି କଣ୍ଠହାର ଦେଲେ ପଦ୍ମମୁଖ ।ଦେଖି ଶ୍ରୀରାଧାଙ୍କ ପୁର ପ୍ରଭୁ ଚକ୍ରଧରଭାବିଲେ ଏ ମନଲାଖି ହୋଇଛି ପ୍ରିୟାର ।ରହସ୍ୟ ଦ୍ବାରକା ବୋଲି ନାମ ଦେଇ ତାରଦ୍ୱାରକାରେ ପ୍ରବେଶିଲେ ପ୍ରଭୁ ଚକ୍ରଧର ।ଉଦ୍ଧବ ଅକ୍ରୂର ନିଜ ପାଶକୁ ଡକାଇବୋଇଲେ ଚାଲ ମୋ ସଙ୍ଗେ ଆଜି ତୁମ୍ଭେ ଦୁଇଗୋପପର ଯିବା ପାଇଁ ବଳିଛି ମୋ ମନଯେପରି ନ ପାନ୍ତି କେହି ଆମ୍ଭର ସନ୍ଧାନ ।ଦାରୁକକୁ କୁହ ରହୁବର ସଜକରୁରାତ୍ର ଥାଉ ପଳାଇବା ଦ୍ୱାରକା ନବରୁ ।ଗୋପୀମାନଙ୍କର ମୁଖ ନୟନେ ନାଚଇଶ୍ରୀରାଧାଙ୍କ ଭାବ ଆଜି ମନରେ ପଡ଼ଇ ।ମାତା ଯଶୋଦା ତାଙ୍କ ସ୍ନେହ ଭୁଲି ନ ପାରଇଯେତେ ବୁଝାଇଲେ ମୋର ମନ ନ ବୁଝଇ ।ମୋ ପିତାମାତା ସହିତେ ଯେତେଗୋପୀଗଣକରିଛି ତାହାଙ୍କ ପାଇଁ ମୁଁ ପୁର ନିର୍ମାଣ ।ବୃଦ୍ଧକାଳେ ତାହାଙ୍କର କେହି ସାହା ନାହିଁକାନ୍ଦୁଥିବେ ନୟନରୁ ଲୋତକ ଝରାଇ ।ବଳରାମ ଠାକୁର ଗୋପକୁ ଯାଇଥିଲେସର୍ବେ କାନ୍ଦୁଛନ୍ତି ସଦା ମୋ ଆଗେକହିଲେ ।ସେହି ଦିନୁ ମନ ମୋର ଆକୁଳ ହେଉଛିତାହାଙ୍କୁ ନ ଦେଖି ସଦା ପରାଣେ କାନ୍ଦୁଛି ।ଦାରୁକ ରଥ ଆଣିଣ ହୋଇଲା ହାଜରଉଦ୍ଧବ ଅକ୍ରୂର ସହ ହୋଇଲା ବାହାର ।ଦ୍ୱାରକାରେ ଏ ଖବର ନ ଜାଣନ୍ତି କେହିଗୁପ୍ତେ ଗୋପ ଗମିଲେ ପ୍ରଭୁ ଭାବଗ୍ରାହୀ ।ଦିବା ଦଶଘଡ଼ି ମଧ୍ୟେ ଯମୁନ କୂଳରେଦାରୁକ ନେଇଣ ରଥ ମିଳିଲା ସେଠାରେ ।ଶ୍ରୀକୃଷ୍ଣ ବୋଇଲେ ଏଇ ସ୍ଥାନେ ରଥ ରଖବୃନ୍ଦାବନରେ ବୁଲିବା ସର୍ବେ ହୋଇ ସାଥସେହି ସ୍ଥାନେ ସର୍ବେ ରଖାଇଣ ରହୁବରସର୍ବେ ବୃନ୍ଦାବନ ଗଲେ ପ୍ରଭୁଙ୍କ ସଙ୍ଗର ।ଶ୍ରୀକୃଷ୍ଣଚନ୍ଦ୍ରଙ୍କ ମୁଖ ଦେଖିଣ ଯମୁନାବୋଇଲେ ଆଜି ମନେ କି ପଡ଼ିଲା ନନ୍ଦ କହ୍ନା ।କଦମ୍ବ ମୂଳରେ କୃଷ୍ଣ ପ୍ରବେଶ ହୋଇଲେରତନ ସିଂହାସନରେ ଯାଇଣ ବସିଲେ ।କଦମ୍ବ ବୃକ୍ଷ ବୋଲଇ ପ୍ରଭୁ ଠକିଦେଇଚାରୋଟି ଦିନକୁ କହିଗଲ କେଣେ ରହି ।ତୁମ୍ଭଙ୍କୁ ଚାହିଁ ରହିଛି ଚାତକର ପରିଏତେ ଦିନେ ମୁହିଁ ମନେ ପଡ଼ିଲି ଶ୍ରୀହରି ।ମୋହନ ମୁରଲୀ ନାଦ କର୍ଣ୍ଣେ ପଡୁ ନାହିଁଅପବିତ୍ର ହୋଇଲାଣି ଏ ମୋହର ଦେହୀ ।ସେଠାବରୁ ଜଗନ୍ନାଥ ହରଷେ ଚଳିଲେଶ୍ରୀବୃନ୍ଦାବନରେ ଯାଇ ପ୍ରବେଶ ହୋଇଲେ ।ସେ ବନ ମଧ୍ୟରେ ଯେତେ ଜୀବଜନ୍ତୁ ଥିଲେକୃଷ୍ଣ ଆସିବାର ଦେଖି ସରବେ ଧାଇଁଲେ ।ମୟୂର ମୟୂରୀ ପୁଣି କୁରଙ୍କ କୁରଙ୍ଗୀସମସ୍ତେ ଶ୍ରୀକୃଷ୍ଣ ସହ ହେଉଥିଲେ ଭ୍ରମି ।ଦେଖିଲେ ଯହୁଁ କମଳ ନୟନ ଆସନ୍ତିଧାଇଁଯାଇ ଚଉପାଶ ବେଢ଼ିଲେ ଝଟତି ।ତାହାକୁ ଦେଖି ଶ୍ରୀହରି ହୋଇଲେ ବିକଳନୟନରୁ ଧାର ଧାର ବହେ ଅଶ୍ରୁଜଳ ।ସ୍ୱହସ୍ତେ ସଭିଙ୍କ ଅଙ୍ଗ ଆଉଁସି ଶ୍ରୀଧରମୟୂର ମୟୂରୀ ପାଶେ ହୋଇଲେ ହାଜର ।ନର୍ତ୍ତନ କରନ୍ତି ପ୍ରଭୁ ଦେହେ ଘଷିହୋଇପର ମେଲାଇ ହରଷେ ଖେଳନ୍ତି ଯେ ଦୁଇ ।ଶୁଣି ଉଦ୍ଧବ ଅକ୍ରୂର ପ୍ରଭୁଙ୍କୁ ପୁଚ୍ଛନ୍ତିସମସ୍ତେ ଗଲେ ଏମାନେ କିମ୍ପାଇ ନ ଯାନ୍ତି ।ଶ୍ରୀଗୁରୁ ବୋଇଲେ ବୃନ୍ଦାବନ ଚୌରାଅଶୀକ୍ରୋଶ ମାଟି ସଙ୍ଗେ ମୁହିଁ ଯାଇଅଛି ମିଶି ।ଦେଖ ତରୁତୃଣ ସର୍ବେ ନୀର ଢାଳୁଛନ୍ତିୟା ସଙ୍ଗେ ଦ୍ୱାରକାପୁର ସମାନ ନୁହନ୍ତି ।ଦେଖ ମୟୂର ମୟୂରୀ କରନ୍ତି ନର୍ତ୍ତନଯେତେ ବୁଝାଇଲେ କରୁନାହାନ୍ତି ଗମନ ।କେତେ ପର ଜମା କରିଲେଣି ଚଉପାଶନୀର ଢାଳୁଛନ୍ତି ତୁମ୍ଭେ ଦେଖ ତାଙ୍କ ପାଶ ।ପିଲାଦିନେ ଗୁଞ୍ଜଫଳ ମୟୂରର ପକ୍ଷୀବାଙ୍କଚୂଳେ ଖୋସୁଥିଲୁ ଥିଲେ ଏହା ଦେଖି ।ଆଜି ତାହା ନ ଦେଖିଣ ବିକଳ ହୁଅନ୍ତିମସ୍ତକରେ ନ ଖୋସିଲେ କେବେହେଁ ନଯାନ୍ତି ।କୌତୁକ ନିମନ୍ତେ ଉଦ୍ଧବ ଅକ୍ରୂର ଦୁଇମୟୂର ପର ଖୋସନ୍ତି ପ୍ରଭୁ ଶିରେ ନେଇ ।ଦେଖି ଆନନ୍ଦରେ ପକ୍ଷୀ କରିଣ ନର୍ତ୍ତନଚାହୁଁ ଚାହୁଁ ଅଦୃଶ୍ୟ ଯେ ହୋଇଗଲେ ବନ ।ଦାରୁକକୁ ରଥ ପାଇଁ ପ୍ରଭୁ ଆଜ୍ଞା ଦେଲେରହସ୍ୟ ବୃନ୍ଦାବନରୁ ବାହାର ହୋଇଲେ ।ରଥ ଆରୋହି ସଭିଏଁ ସେ ସ୍ଥାନରୁ ଗଲେମଧୁବନ ମଧ୍ୟେ ଯାଇ ପ୍ରବେଶ ହୋଇଲେ ।ସେଠାରେ ଦେଖିଣ ପ୍ରଭୁ ତାଙ୍କ କ୍ରୀଡ଼ାସ୍ଥାନନୟନରୁ ନୀର ବହିଗଲା ଘନ ଘନ ।ଷୋଳଦିନ ଯେଉଁଠାରେ କରିଥିଲେ କେଳିସେହିଠାରେ ମିଳିଲେକ ପ୍ରଭୁ ବନମାଳୀ ।ଉଦ୍ଧବ ଅକ୍ରୂର ସେହି ସ୍ଥାନ ଦେଖାଇଲେସେ ଧୂଳି ନେଇଣ ଭକ୍ତ ମସ୍ତକେ ମାରିଲେ ।ସେଠାବରୁ ରଥ ନେଇ ଚଳିଲେ ଶ୍ରୀଧରଦେଖାଇଲେ ରାଧାକୁଞ୍ଜ ଉଦ୍ଧବ ଅକ୍ରୂର ।ସେ ବନର ଶୋଭାଗୋଟିଏ କହିଲେ ନସରେଅବସନ୍ତେ ବସନ୍ତ ଯେ ବହେ ସେ ସ୍ଥାନରେ ।ଅହରହ ବଂଶୀସ୍ୱନ ସେ ବନେ ବାଜଇଶ୍ରୀରାଧା ନୂପୁର ଧ୍ୱନି କଣ୍ଠରେ ଶୁଭଇ ।ମହ ମହ ପଦ୍ମଗନ୍ଧ ଚହଟି ଉଠଇପୁଷ୍ପମାନ ଫୁଟି ବାସ ଚୌଦିଗେ କମ୍ପଇ ।ଆହୁରି ଗୋଟିଏ କଥା ଦେଖିଲେ ସେମାନେବହୁ ଛଡ଼ା ପୁଷ୍ପମାଳ ପଡ଼ିଛି ସେ ସ୍ଥାନେ ।ଏହା ଦେଖିଣ ଉଦ୍ଧବ ଅକ୍ରୂର ଏ ଦୁଇଶ୍ରୀକୃଷ୍ଣଚନ୍ଦ୍ରଙ୍କୁ ତାହା ପୁଛିଲେକ ଯାଇ ।ପୁଣି କୁଙ୍କୁମ ଅଗୁରୁ ମଳକୁଟିମାନଦେଖିଲେ ଯେ ପଡ଼ିଅଛି ମଧ୍ୟ ସ୍ଥାନେ ସ୍ଥାନ ।ଆଶ୍ଚର୍ଯ୍ୟ ହୋଇଣ ପ୍ରଭୁ ପାଦତଳେ ପଡ଼ିବୋଇଲେ କୁହନ୍ତୁ ଦେବ ୟା କାରଣ ଫେଡ଼ି ।ବସି ବୋଇଲେ ଶ୍ରୀଧର ତୁମ୍ଭେ ଭକ୍ତ ମୋରତୁମ୍ଭଙ୍କୁ ଲୁଚାଇ ଲାଭ ନାହିଁ କିଛି ମୋର ।ରଥେ ଅକ୍ରୂର ଆମ୍ଭଙ୍କୁ ଘେନି ଯାଉଥିଲାଜଳରେ ସ୍ନାହାନ ବେଳେ ଯାହା ସେ ଦେଖିଲାସେହି କଥା ଗୋଟି ତୁମ୍ଭେ ଭାବ ହେ ମନରପାଦେ ମାତ୍ର ଘୁଞ୍ଚି ନାହିଁ ମୁଁ ବୃନ୍ଦାବନର ।ରାଧା ଯେଉଁଠାରେ କୃଷ୍ଣ ସେହିଠାରେ ଥାଏଲୋକ ଦେଖାଣିଆ ସବୁ କାର୍ଯ୍ୟ ହେଉଥାଏ ।ରାଧା ମୋର ପ୍ରାଣ ମୁହିଁ ପିଣ୍ଡ ଯେ ଅଟଇସେହି କ୍ଷୀର ମୁହିଁ ନୀର ଶୁଣ ଭକ୍ତ ଦୁଇ ।ନିମିଷେ ପାଶରୁ ତାର ହୋଇଲେ ଅନ୍ତରଦେଖିଥିଲ ଗଲାଦିନେ ପରା ଯେ ଅକ୍ରୂର ।ବୈଷ୍ଣବକୀ ଦେହରେ ପରା ଥିଲି ଉଭାହୋଇରହିବାକୁ ଗୁପ୍ତେ କହିବାରୁ ବୁଝିଲଇ ।ଚାଲ ଗୋପଦରେ ତୁମ୍ଭେ ଦେଖିବ ଚକ୍ଷୁରସର୍ବେ ଖୁସି ହେବେ ରାଧା ନ ଆସେ ପାଶର ।କେବଳ ଯେ ରାଧା ଦୂତୀ ବିରକ୍ତ ହୋଇବେଆଜିଠାରୁ ମୁହିଁ ଯିବି ବୋଲି ସେ ଜାଣିବେ ।ବୃନ୍ଦାବନ ରାଧା ପାଶେ ବନ୍ଧା ଅଛି ମୁହିଁଆସିଅଛି ସଙ୍ଗେ ତାଙ୍କୁ ଯିବି ମୁହିଁ ନେଇ ।ଆଉ ଏପଟେ ସେପଟେ ହୋଇ ନ ପାରିବିସବୁବେଳେ ତାହାଙ୍କ ନିକଟେ ରହିଥିବି ।ଶୁଣି ଉଦ୍ଧବ ଅକ୍ରୂର ଆଚମ୍ବିତ ହେଲେଛଡ଼ା ମାଳଟିକୁ ନେଇ ମୁଣ୍ଡେ ଲଗାଇଲେ ।ଏପରି ବୁଲି ବୁଲି ଶ୍ରୀହରି ଯେ ଗଲେଗୋବର୍ଦ୍ଧନ ଗିରିବଟେ ପ୍ରବେଶ ହୋଇଲେ ।ଦୂରେ ଗୋପାଳ ବାଳକେ ଗୋରୁ ଜଗିଥିଲେଶ୍ରୀକୃଷ୍ଣଙ୍କୁ ରଥେ ଦେଖି ଦଉଡ଼ି ଆସିଲେ ।ସରବେ ବୋଇଲେ ଆରେ ଆମ୍ଭ କାହ୍ନୁ ଭାଇରଥେ ଚଢ଼ି ଆମ୍ଭ ଆଡ଼େ ଆସୁଅଛି ଧାଇଁ ।ଏହିପରି କୁହାକୁହି ହୋଇ ଗୋପସୁତରଥ ନିକଟରେ ଆସି ହେଲେ ଉପଗତ ।ଧବଳି ବଉଳି କାଳି ଶ୍ୟାମଳି ଯେ ଗାଈହମ୍ବା ରଡ଼ି ଦେଇ ପାଶେ ଆସିଲେକ ଧାଇଁ ।କାହାକୁ ଯେ କୃଷ୍ଣଚନ୍ଦ୍ର ସାନ୍ତ୍ୱନା କରିବେସ୍ଥିରକରି ନ ପାରିଲେ ଜଗତର ଦେବେ ।ଚଉପାଶେ ଘେରିଗଲେ ବାଲ୍ୟ ସଖାଗଣସମସ୍ତଙ୍କୁ ଆଲିଙ୍ଗନ କଲେ ନାରାୟଣ ।ସୁଦାମା ବୋଲଇ ଚାରିଦିନ ପାଇଁ କହିରାଜା ହୋଇ କାହ୍ନୁ ଭାଇ ରହିଲୁରେ ତୁହି ।ମଧୁମଙ୍ଗଳ ବୋଲଇ ଯେତେ କନ୍ଦମୂଳଖୋଳି ରଖିଥିଲୁ ଶୁଖି ହୋଇଗଲା ଜାଳ ।ସାଙ୍ଗ ଆସିଥିଲେ କରିଥାନ୍ତେ ବଣଭୋଜିସେହି ବିନୁ ସବୁ କାମ ଗଲାଣରେ ଭାଜି ।ଗୋପାଳ ବୋଲଇ ଯେତେ ଜାମୁକୋଳି ମୁହିଁରଖି ରଖି ପାଚିଗଲା ଦେଇ ଫୋପାଡ଼ାଇ ।ସାଙ୍ଗ ଖାଇଥିଲେ ସିନା ଖାଇଥାନ୍ତି ମୁହିଁତେଣୁ ନ ଖାଇଣ ସବୁଦେଲି ଫୋପାଡ଼ଇ ।କହ ଭାଇ ଏତେ ଦିନ ରହିଲୁ କିପରିଆମ୍ଭେ ସରବେ କି ମନେ ନ ପଡ଼ ତୋହରି ।ଭଲ କଲୁ ଆସିଲୁଣି ଆଉ ଯିବୁ ନାହିଁଚାହିଁ ଚାହିଁ ତୋତେ ସର୍ବେ ଗଲୁ ଅନ୍ଧ ହୋଇ ।ଗୋପାଳ ସୁତ ଆନନ୍ଦ କେ ପାରିବ କହିଲଉଡ଼ି କରିଲେ ସର୍ବେ ଏକମେଳ ହୋଇ ।ଦେଖି କୃଷ୍ଣଚନ୍ଦ୍ର ମନ ଆନନ୍ଦ ହୁଅଇସେମାନଙ୍କ ସଙ୍ଗେ ଯୋଗଦେଲେ ଭାବଗ୍ରାହୀ ।ଉଦ୍ଧବ ଅକ୍ରୂର ଥାନ୍ତି ଜଳ ଜଳ ଚାହିଁଧନ୍ୟ ଧନ୍ୟ ଗୋପସୁତ ଧନ୍ୟରେ କହ୍ନାଇ ।କେତେ ସ୍ନେହ ଲଗାଇଛୁ କହ ଚକ୍ରଧରସବୁବେଳେ ଭାବୁଛନ୍ତି ତୋହର ପୟର ।ଗୋପାଳ ବାଳକଗଣ ପ୍ରଭୁ ରଥେ ଧରିବାହାରିଲେ ଗୋପପୁର ଯିବାକୁ ମୁରାରି ।ମଧୁମଙ୍ଗଳ ବୋଲଇ କହ କାହ୍ନୁ ଭାଇଆବ ତ ଆମ୍ଭଙ୍କୁ ଛାଡ଼ି ଯିବୁ ନାହିଁ ତୁହି ।ଶ୍ରୀକୃଷ୍ଣ ବୋଇଲେ ସଖା ଆସିଅଛି ମୁହିଁଗୋପପୁର ସବୁ ଲୋକ ନେଇ ଯିବା ପାଇଁ ।ମଧୁମଙ୍ଗଳ ସୁଦାମା ସକଳେ କହଇକାହ୍ନୁ ଭାଇ ତା ଦେଶକୁ ଆମ୍ଭଙ୍କୁ ନେବଇଁ ।ସବଳ ବୋଲଇ ମୁଁ ଯେ ଆଗୁ ଜାଣିଥିଲିଆମ୍ଭଙ୍କୁ ମୂରୁଛି ନ ରହିବ କାହ୍ନୁ ଭୁଲି ।ସରବେ ଆନନ୍ଦ ହେଲେ ଯିବା କଥା ଶୁଣିଚଉପାଶେ ବେଢି ଗୋପ ପୋଏ ବସିଥାନ୍ତିଶିଙ୍ଗା ବଇଁଶୀ ନାଦ ଯେ ଆନନ୍ଦେ କମ୍ପାନ୍ତି ।ଯେତେବେଳେ ଗୋପରେ ପ୍ରବେଶ ହୋଇଲାକାହ୍ନୁ ଆସୁଅଛି ବୋଲି ହୁରି ପଡ଼ିଗଲା ।ଜଳଘଟି ଧରି ଗୋପୀମାନେ ଯାଉଥିଲେଫୋପଡ଼ାଇଦେଇ ସର୍ବେ ଦଉଡ଼ି ଆସିଲେ ।କେହୁ ଗୋପୀ ରଞ୍ଜୁଥିଲା ନୟନେ କଜ୍ଜଳଶ୍ରୀକୃଷ୍ଣଙ୍କ ନାମ ଶୁଣି ହୋଇଲା ପାଗଳ ।କେଉଁ ସ୍ୱାମୀ ସେବା କରୁଥିଲା ଗୃହେ ରହିକୃଷ୍ଣଙ୍କର ନାମ ଶୁଣି ଆସିଲାକ ଧାଇଁ ।ଏହିପରି ଯେଝା କାର୍ଯ୍ୟ ହୁଡ଼ି ଗୋପୀଗଣରଥ ଚାରି ପାରୁଶରେ ଗଲେ ଯେ ବେଢିଣ ।କେ ବୋଲଇ ଅନ୍ଧ କରି ଗଲା ଗୋପପୁରକେ ବୋଲଇ ସେ ଅକ୍ରୂରଟାକୁ ପ୍ରାଣେମୋରଯଶୋବନ୍ତୀ ଦେବୀ ଗୃହ ମଧ୍ୟେ ବସିଥିଲେମୋ ପୁତ୍ର ଆସିଛି ଶୁଣି ଦଉଡ଼ି ଆସିଲେ ।ଲବଣୀ କନ୍ଦ ମେଞ୍ଚାଏ ଧରି ମାତ କରନନ୍ଦରାଜାର ପାଶରେ ହୋଇଲେ ହାଜର ।ମୋର ପୁଅ ଆସିଅଛି ରଥେ ବସିକରିଗୋପଦାଣ୍ଡ ମଧ୍ୟେ ଦେଖ ପଡ଼ିଅଛି ହୁରି ।ନନ୍ଦ ବୋଲେ ସେ କଥାକୁ ନ କହଲୋ ଆଉଗଲା ପୁତ୍ର ବାହୁଡ଼ିବା ପାଇବା ଲୋ କାହୁଁସେ ସମୟେ ଗୋପାଳପୁଅ ଜଣେ ଆସିନନ୍ଦକୁ କହଇ କାହ୍ନୁ ଭାଇ ଅଛି ଆସି ।କାହିଁ ମୋ କୁମର ବୋଲି ପିତାମାତା ଦୁଇପାଗଳ ପାଗଳୀ ପରି ଯାଉଛନ୍ତି ଧାଇଁ ।ପିତାମାତାଙ୍କୁ ଦେଖିଲେ ରଥେ ଥାଇ ହରିଓହ୍ଲାଇ ଖଣ୍ଡେ ଦୂରରୁ ଗଲେ ଚକ୍ରଧାରୀ ।ଆନନ୍ଦରେ ଗଦ ଗଦ ହୋଇ ବନମାଳୀପିତାମାତାଙ୍କ ପୟରେ ହେଲେ ନିଉଛାଳି ।ଆହା ମୋର କଳାଚାନ୍ଦ ଝାଉଁଳି ଗଲାଣିବୋଲି କହି କୋଳକରି ନେଲେ ନନ୍ଦରାଣୀ ।ଲବଣୀ କନ୍ଦ ପୁତ୍ରର ମୁଖରେ ଭୁଞ୍ଜାଇରଙ୍କୁଣୀ ପରାୟ ଗଣ୍ଡେ ମା ଚୁମ୍ବନ ଦେଇ ।ଯଶୋଦାଙ୍କ ନୟନରୁ ଆନନ୍ଦାଶ୍ରୁ ବହେବହୁପ୍ରକାରେ ପ୍ରବୋଧି ଶ୍ରୀକୃଷ୍ଣଙ୍କୁ କହେ ।ଏତେ ଦିନେ ଆମ୍ଭ ନେତ୍ର ପବିତ୍ର ହୋଇଲାହଜିଲା ରତନ ମୋର କୋଳକୁ ଆସିଲା ।ନନ୍ଦକୁ ବୋଲଇ ତୁମ୍ଭେ କରୁଥିଲ ନାହିଁଆଉ ମୋର କାହ୍ନୁ ଗୋପକୁ ନ ଆସିବଇଁ ।ଭଲକରି ଜାଣେ ମୁହିଁ ନ କରି ଅନ୍ତରକେଭେ ନ ରହିବ ମୋର ଧନ ହୋଇ ସ୍ଥିର ।ପ୍ରଭାସ ଯଜ୍ଞରେ ତିନିପୁର ଲୋକେ ଥିଲେମୋର ପୁତ୍ର ସ୍ନେହ ସର୍ବେ ଆଖିରେ ଦେଖିଲେକେତେ ସାକୁଲେଇ ହେଇ ଦେବକୀ ଡାକିଲାମୋର କଳାଚାନ୍ଦ ତାର ପାଶେ ନ ଆସିଲା ।ଗୋଟିଏ ଡାକରେ ବାଡ଼ ଭାଙ୍ଗି ଧନ ମୋରକୋଳକୁ ଡେଇଁପଡ଼ିଣ ଖାଇଲା ଯେ କ୍ଷୀର ।ସେହି ଦିନ ଜାଣେ ମୋର ରଜା ଯେଣେ ଥାଉଅସଲ ବେଳରେ ଛାଡ଼ି ନ ରହିବ ଆଉ ।ଉଦ୍ଧବ ପଠାଇ ସେ ଯେ ସବୁ ବୁଝୁଥିଲାମୁଁ କାନ୍ଦି ଖବର ଦେଲି ବୋଲି ସେ ଆସିଲାଏତେ କହି ଶ୍ରୀଅଙ୍ଗରୁ ଧୂଳି ପୋଛି ମାତକାଖେ ବସାଇଣ ଆଣେ ଯେସନ ବାଳୁତ ।ଦେଖି ଉଦ୍ଧବ ଅକ୍ରୂର ଆନନ୍ଦ ହୋଇଲେନନ୍ଦ ଯଶୋଦାଙ୍କ ପାଦେ ଆସିଣ ନମିଲେ ।ନନ୍ଦରାଜାଙ୍କ ପୁରରେ ହୋଇଲାକ ଗୋଳକୃଷ୍ଣ ଆସିଛନ୍ତି ଗୋପେ ପଡ଼ିଲା ଚହଳ ।ଅପୂର୍ବ ପଦାର୍ଥମାନ ନନ୍ଦରାଣୀ ନେଇକୋଳେ ବସାଇ ପ୍ରଭୁଙ୍କୁ ଦିଅନ୍ତି ଭୁଞ୍ଜାଇ ।ଉଦ୍ଧବ ଅକ୍ରୂର ଆନନ୍ଦରେ ଯେ ଭୁଞ୍ଜିଲେସେ ଦିନ ରଜନୀ ମହାସୁଖରେ ବଞ୍ଚିଲେ ।ମାତା ପାଶେ କୃଷ୍ଣଚନ୍ଦ୍ର ଅଳି କରୁଥାନ୍ତିଯେସନେ କଅଁଳା ପିଲା ମାତାଙ୍କୁ ମାଗନ୍ତି ।ଯଶୋଦା ବୋଲନ୍ତି ଆଉ ଯାଅ ନାହିଁ ତୁହିଉଦ୍ଧବ ଅକ୍ରୂର ଦୁହେଁ ଯାଆନ୍ତୁ ରହି ।ବଧୂମାନଙ୍କୁ ମଧ୍ୟ ମୁଁ ଏ ସ୍ଥାନେ ଆଣିବିଜ୍ୟେଷ୍ଠଭ୍ରାତା ବଳରାମ ପାଶେ ଡକାଇବି ।ତୁ ଆସିଲୁ ମୋ ପାଗଳା ରାମକୁ କିମ୍ପାଇଁସଙ୍ଗରେ ଆଣିଲୁ ନାହିଁ କହରେ କହ୍ନାଇ ।ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ନ ହୁଅ ଅସ୍ଥିରତୁମ୍ଭଙ୍କୁ ମୂରୁଛି ଆମ୍ଭେ ନ ହୋଇବୁ ସ୍ଥିର ।ପିତାମାତା ଛାଡ଼ି ସୁତ ରହି କି ପାରଇସ୍ୱରଗ ସୁଖରେ ଆମ୍ଭ ଦରକାର ନାହିଁ ।ପିତାଙ୍କର ବଳ ଥିଲା ବୋଲି ଥିଲୁ ରହିଉଦ୍ଧବଙ୍କଠାରୁ ସବୁ ବୁଝୁ ଦୁଇଭାଇ ।ଚତୁର୍ଥ ଅବସ୍ଥା ହେଲା ଆସି ଯେ ତୁମ୍ଭରନେଇଯାଇ ତୁମ୍ଭଙ୍କୁ ମୁଁ ରଖିବି ପାଶର ।ନନ୍ଦ ବୋଲନ୍ତି ଯଶୋଦାଦେବୀ ମୁଖ ଚାହିଁବଡ଼ ପୁତ୍ର ଏହା ମଧ୍ୟେ ଯାଇଥିଲା କହି ।ତୁହି ପରା କାନ୍ଦୁଥିଲୁ ସଙ୍ଗରେ ସେ ନେବେମଲାବେଳେ ଆମ୍ଭ ମୁଖ ପୁତ୍ର ନ ଦେଖିବେ ।ଭଲକରି ଜାଣେ ପୁତ୍ର କରିଣ ଅଙ୍କରନିଶ୍ଚିନ୍ତରେ ନ ରହିବେ ସେ ଦ୍ୱାରକାପୁର ।କେତେ ସ୍ନେହ ଅଛି ହଳଧରର ମୋହରତେଣୁ କହ୍ନାଇକି ପଠାଇଛି ଯେ ପାଶର ।ଏ ଛାର ଧନ ଦରବ ଆମ୍ଭ ଲୋଡ଼ା ନାହିଁପ୍ରଭୁଙ୍କୁ ମୂରୁଛି ଆମ୍ଭେ ନ ପାରିବୁ ରହି ।ଶ୍ରୀହରି ବୋଇଲେ ପିତା ଶୁଣ ମୋ ବଚନତୁମ୍ଭ ସଙ୍ଗତରେ ଯିବେ ଗୋପ ସର୍ବଜନ ।ମାତା ବୋଲନ୍ତିରେ ଧନ ଏତେ ଲୋକ ନେବୁକେଉଁଠାରେ ସେମାନଙ୍କୁ ତୁହି ରଖାଇବୁ ।ଶ୍ରୀକୃଷ୍ଣ କହନ୍ତି ମାତ ମୁଁ ସଭିଙ୍କ ପାଇଁଗୋପପୁରୁ ବଳି ଏକ ପୁର କରିଛଇଁ ।ସେଇଥି ନିମନ୍ତେ ନେବା ହୋଇଲା ଉଛୁରକାମସାରି ନେବା ପାଇଁ ଆସିଲି ସତ୍ୱର ।ଶୁଣି ପିତା ମାତା ଦୁଇ ଆନନ୍ଦ ହୋଇଲେଗୋପ ଗୋପୀ ସମସ୍ତଙ୍କୁ ପୁରେ ଡକାଇଲେ ।ସମସ୍ତଙ୍କୁ ନନ୍ଦରାଜା କହନ୍ତି ବୁଝାଇକାହ୍ନୁ ଆସିଅଛି ସଭିଙ୍କୁ ଯେ ନେବା ପାଇଁ ।ଗୋପଠୁ ବଳି ନଅର କରିଛି ତିଆରତେଣୁ ଆସିବାକୁ ତାର ହୋଇଲା ଉଛୁର ।ଶୁଣିଣ ସକଳ ଗୋପୀ ଆନନ୍ଦ ହୋଇଲେଯିବା ପାଇଁ କୃଷ୍ଣ ସଙ୍ଗେ ସନମତ କଲେ ।ବୋଇଲେ କାହ୍ନୁକୁ ଛାଡ଼ି କ୍ଷଣେ ନ ରହିବୁନ ହେଲେ ମଧ୍ୟ ତା ପଛେ ଆମ୍ଭେ ଚାଲିଯିବୁ ।ଗୋପୀଏ ବୋଲନ୍ତି କିଛି ନାହିଁ ଦରକାରତା ଚନ୍ଦ୍ରବଦନ ଅଟେ ଲୋଡ଼ା ଯେ ଆମ୍ଭର ।ଏହିପରି ସରବେ ଯେ ଆନନ୍ଦ ହୋଇଲେକୃଷ୍ଣ ସଙ୍ଗେ ଯିବା ପାଇଁ ସର୍ବେ ସଜ ହେଲେ ।ପାଞ୍ଚଦିନ ଗୋପପୁରେ ପ୍ରହରୀ ରହିଲେସକଳ ଗୋପୀଙ୍କୁ ପ୍ରଭୁ ନୟନେ ଦେଖିଲେ ।ଏକା ନ ଆସନ୍ତି ରାଧା ଦୁହିତା ଏ ଦୁଇଅଭିମାନେ ଗୃହେ ରହିଥାନ୍ତି ଚାନ୍ଦମୁହୀଁ ।ଉଦ୍ଧବ ଅକ୍ରୂର ସଙ୍ଗେ ଘେନି ଚକ୍ରଧରଚନ୍ଦ୍ରସେଣା ପୁରକୁ ଯେ ହୋଇଲା ବାହାର ।ଚନ୍ଦ୍ରସେଣା ବ୍ରାହ୍ମଣ ଯେ ଗୋଗୋଷ୍ଠେ ଯାଇଛିଏକମାତ୍ର ଶ୍ରୀମତୀ ଯେ ପୁର ମଧ୍ୟେ ଅଛି ।ଦାଣ୍ଡେ କୃଷ୍ଣଚନ୍ଦ୍ର ଦେଖି ଏକ ଗୋପପୋଏଶ୍ରୀରାଧା ପାଶେ ଯାଇଣ ବାରତା ସେ ଦିଏ ।ଉଦ୍ଧବ ଅକ୍ରୂର ସଙ୍ଗେ ଘେନି କାହ୍ନୁ ଭାଇତୁମ ପୁରକୁ ଆସନ୍ତି ସେ ବୁଲିବା ପାଇଁ ।ଶୁଣିଣ ଶ୍ରୀମତୀ ଦୂତିକାକୁ ପାଶେ ନେଇବୋଲନ୍ତି ଠକ ଆସନ୍ତି ସଙ୍ଖୋଳିବା ପାଇଁ ।ପାଞ୍ଚଦିନ ହେଲା ଆମେ ନ ଥିଲେ ମନରଆଜି ଲୋକ ଦେଖାଣିଆ ଆସନ୍ତି ପାଶର ।ଦୂତୀ ବେଲେ ଅଭିମାନ କରୁ କିମ୍ପା ରାଈକେଉଁ ଦିନ ସେହି ତୋତେ ନାହାନ୍ତି ଛାଡ଼ିହିଁ ।ପିଣ୍ଡ ସିନା ଦ୍ୱାରକାରେ ପରାଣ ତୋ ପାଶପ୍ରତିଦିନ ଆମ୍ଭେ ଦୁହେଁ କରୁଥାଉ ରାସ ।ରାଧା ବୋଲନ୍ତି ଦୂତୀ ମୋ ଦୃଦେ ଜ୍ଞାନ ନାହିଁଆଜିଠାରୁ ଚାଲିଯିବେ ସମୁଦ୍ରେ ଭସାଇ ।ବୃନ୍ଦାବନେ ବୁଲି ଯାଉଥିବେ ପ୍ରାଣେଶ୍ୱରକଳା କଳାରେ ମିଶାଇ ଆସିଲେ ଗୋପର ।ବର୍ତ୍ତମାନ ପରା ପୂର୍ଣ୍ଣବ୍ରହ୍ମ ଅବତାରପାଞ୍ଚଦିନ ହେଲା ବଂଶୀ ନ ବାଜେ ବନର ।ଦୂତିକା ବୋଲନ୍ତି ଯଦି ନ ରହିବେ ହରିକ୍ଷଣେ ତୋତେ ମୂର୍ଚ୍ଛି କି ପାରିବେ ଦଇତ୍ୟାରିଦେଖିବା କେଉଁ ବିଚାର କରୁଛନ୍ତି ହରିକହୁଅଛି ମୋ ବଚନ ମାନ ତୁ ସୁନ୍ଦରୀ ।ଉଦ୍ଧବ ଅକ୍ରୂର ଘେନି ଆସନ୍ତି ମୋହନସୁନ୍ଦରୀ ତୁ ଅଭିମାନ ନ କର ମୋ ରାଣ ।ବିଶ୍ୱାସ କଥା କେଭେ ତୁ ପ୍ରକାଶ ନ କରଉଦ୍ଧବ ଅକ୍ରୂର ଜାଣିଯିବେ ସେ ଖବର ।ଶ୍ରୀରାଧା ବୋଲନ୍ତି ତାଙ୍କୁ ଅଜଣା ଯେ ନାହିଁଅତି ଭକ୍ତି ଅଟନ୍ତି ସେ ପ୍ରଭୁଙ୍କର ସେହି ।ଆଗୁ ବୃନ୍ଦାବନ ନାଥ ସବୁ କହିଛନ୍ତିଛଡ଼ା ଫୁଲ ମାଳଟିକୁ ସେ ବି ଦେଖିଛନ୍ତି ।ଶୁଣି ଦୂତିକା ଯେ ସ୍ୱର୍ଣ୍ଣଘଟ ଏକ ନେଇସୁବାସିତ ନୀର ସାଇତିଣ ଚାନ୍ଦମୁହୀଁ ।ସୁବାସ ତାମ୍ବୁଳ ଯତ୍ନେ ଭାଙ୍ଗିଲେ ଶ୍ରୀମତୀଦୂତିକାକୁ ପାଶେ ରାଇ ଶ୍ରୀମତୀ କହନ୍ତି ।ରାଧିକା ବୋଲନ୍ତି ଏକା ନ ଆସିଣ ହରିଉଦ୍ଧବ ଅକ୍ରୂର ଘେନି ଆସନ୍ତି କିପରି ।ଚାଲ ଗମ୍ଭିରୀ ସନ୍ଧିରେ ଲୁଚି ଆମ୍ଭେ ଦୁଇଶଠ ଚକ୍ରଙ୍କୁ ଖୋଜାଇ ଦେବା ଯେ ଭଣ୍ଡାଇ ।ଏହିପରି ଦୁଇଜଣ କରିଣ ବିଚାରଗମ୍ଭିରୀ ମାର୍ଗେ ରହିଲେ ଗୋରୀ ହୋଇ ସ୍ଥିରଦର ଦର ହସି ପ୍ରଭୁ ଆସିଣ ସଧୀରେପ୍ରବେଶ ହୋଇଲେ ଆସି ଚନ୍ଦ୍ରସେଣା ପୁରେଦେଖିଲେ ଯେ ଦ୍ୱାରେ ସ୍ବର୍ଣ୍ଣଘଟିରେ ପନିରଥୁଆ ହୋଇଅଛି ଦେଖା ନାହିଁ ନାରୀବର ।ଏଘର ସେ ଘର ପ୍ରଭୁ ବୁଲିଣ ଖୋଜିଲେନ ପାଇବାରୁ ଗମ୍ଭିରୀ ସନ୍ଧିରେ ପଶିଲେ ।ଯହୁଁ ଗମ୍ଭିରୀ ମଧ୍ୟରେ ପଶିଲେ ଶ୍ରୀଧରଦୁଇଜଣ ହସିଲେ ଯେ ହୋଇ କରକର ।ଦୂତିକା ବୋଇଲେ ସଖୀ ରଜ୍ଜୁ ଆଣ ତୁହିଚୋର ପଶିଅଛି ଘରେ ବାନ୍ଧିବା ନିଠାଇ ।ଶ୍ରୀହରି ବୋଲନ୍ତି ବାନ୍ଧିଛି ଯେ ଶକ୍ତକରିତିଳେ ମୁକୁଳିବା ଶକ୍ତି ନାହିଁ ଯେ ମୋହରି ।ଶ୍ରୀରାଧା ବୋଲନ୍ତି ଜମା ହେଲା ପାଞ୍ଚଦିନଚୋର ପଳାଇ ଗଲାଣି ଫିଟାଇ ବନ୍ଧନ ।ଏତେ କହି ଉଚ୍ଚସ୍ୱରେ କାନ୍ଦିଲେ ଶ୍ରୀମତୀପାଞ୍ଚଦିନେ ମନେ ଦାସୀ ପଡ଼ିଲା ହେ ପତି ।ଦଣ୍ଡେ ନ ଦେଖିଲେ ଯେହୁ ବାୟାଣୀ ହୁଅଇଜାଣିଲିଣି ଆଉ ସ୍ନେହ ନାହିଁ ଆମ୍ଭଠାଇଁ ।ପୁଣି ଆସୁଅଛି ଶ୍ରୀରାଧାକୁ ଠକିଦେଇଆଗ କି ନିଜ ସ୍ଥାନକୁ ଯିବେ ହେ ପଳାଇ ।ଥାଉ ସେ ଚାଲାଖି କଥା ରଖିଦିଅ ହରିମୋତେ ଆଗ ପଠାଇଣ ଯାଅ କାମସାରି ।ଶ୍ରୀକୃଷ୍ଣ ବୋଇଲେ ପ୍ରିୟେ ନ କର ପ୍ରକାଶଆସିଅଛି ତୁମ୍ଭଙ୍କୁ ମୁଁ ନେବି ନିଜ ପାଶ ।ଗୋପୀ ଗୋପାଳ ସରବେ କାଲି ପ୍ରଭାତରେଗରୁଡ଼ ପୃଷ୍ଠରେ ବସି ଯିବେ ମୋ ସଙ୍ଗରେ ।ଚନ୍ଦ୍ରସେଣାକୁ କହିଣ ତୁମ୍ଭ ସଙ୍ଗତରେସଜହୋଇଣ ଯିବେ ସେ ପିତାଙ୍କ ନବରେ ।କୌତୁକେ ବୋଲନ୍ତି ରାଧା ଶୁଣ ଆଗୋ ସହୀଏଇଥି ନିମନ୍ତେ ପରା ଲୁଚିଲି ସୁମୁହୀଁ ।ନାରୀ ଚୋରଙ୍କର ନୀତି ଆଗୁ ଜାଣେ ମୁହିଁଆସିଣ ସମସ୍ତଙ୍କୁ ନେବେ ସେ ଚୋରାଇ ।ଦୂତିକା ବୋଲଇ ନ ଜାଣି ମୁଁ କହୁଥିଲିକ୍ଷଣେ ତୋତେ ମୂରୁଛି ଯେ ନ ରହିବେ ଭୁଲିଶ୍ରୀରାଧା ବୋଲନ୍ତି ଆମ୍ଭ ସମସ୍ତଙ୍କୁ ନେଇସମୁଦ୍ର ଜଳକୁ ପେଲିଦେବେ ପ୍ରିୟସହୀ ।ଠକ ଶିରୋମଣି ଠକିଦେଇ ଯିବ ଚାଲିସେ ନିମନ୍ତେ କରୁଅଛି ଫୁସୁଲାଫୁସୁଲି ।ଶ୍ରୀହରିଙ୍କ ପଦ୍ମ ପାଦ ଧରି ଚାନ୍ଦମୁହୀଁବୋଲେ ମୋର ଅନୁରୋଧ ରଖନ୍ତୁ ହେ ସାଇଁ ।ଆଉ ଭଲ ଲାଗୁ ନାହିଁ ଆହେ ପ୍ରାଣେଶ୍ବରଶୀଘ୍ର ପଳାଇଣ ଯିବା ଆମ୍ଭ ନିଜ ପୁର ।ଶ୍ରୀହରି ବୋଇଲେ ପ୍ରିୟେ ପ୍ରକାଶ ନ କରଜାଣିଗଲେ ନ ଯିବେ କେ ଆମ୍ଭର ସଙ୍ଗର ।ଶୁଣିଣ ଶ୍ରୀରାଧାରାଣୀ ମଉନ ହୋଇଲେସୁବାସ ତାମ୍ବୁଳ ରଙ୍ଗାଧରେ ଭୁଞ୍ଜାଇଲେ ।ଶ୍ରୀରାଧାଙ୍କ ପାଦତଳେ ଉଦ୍ଧବ ଅକ୍ରୂରପଡ଼ିଣ ବୋଇଲେ ମାତ ଦୋଷ କ୍ଷମାକର ।ଅଟୁ ପରା ତୁହି ମା ଜଗତ ଜନନୀଗର୍ଭରେ ଧରିଛୁ ସଚରାଚର ଏ ଅବନୀ ।ଯେଉଁପରି ବଳଦେବ ସଖା ପ୍ରଭୁଙ୍କରସେପରି ଦୂତିକା ଦେବୀ ସଖୀ ଯେ ତୁମ୍ଭର ।ଶ୍ରୀକୃଷ୍ଣ ଉଦ୍ଧବେ ଚାହିଁଣ ଯେ ଆଜ୍ଞା ଦେଲେଯାଅ ପିତା ପୁରରେ ରୁହ ତୁମ୍ଭ ଭଲେ ।ଆମ୍ଭେ ରହୁଅଛୁ ଆଜି ଦେବୀଙ୍କ ପାଶରକାଲି ପ୍ରଭାତରୁ ସର୍ବେ ହୋଇବା ବାହାର ।ଏହା କହି ମହାପ୍ରଭୁ ଆନନ୍ଦେ ରହିଲେଦୁଇ ପ୍ରିୟାଙ୍କ ସଙ୍ଗରେ ରଜନୀ ବଞ୍ଚିଲେ ।ପ୍ରଭାତୁ ଉଠିଣ ନିଜ ପୁରରେ ମିଳିଲେଗରୁଡ଼କୁ ମନେ ମନେ ପ୍ରଭୁ ସୁମରିଲେ ।ରମ୍ୟକ ଦ୍ବୀପରେ ଥିଲା ବିନତା କୁମରପ୍ରଭୁଙ୍କ ପାଶରେ ଆସି ହୋଇଲା ହାଜର ।ଗରୁଡ଼ଙ୍କୁ ଦେଖି ନନ୍ଦ ପ୍ରଣାମ ହୋଇଲେଶ୍ରୀବିଷ୍ଣୁ ବାହନ କିମ୍ପା ଆସିଲ ବୋଇଲେ ।ବୈନତେୟ ବୋଲେ ତୁମ୍ଭରେ ସ୍ବାମୀସ୍ତିରୀ ଦୁଇଯୁବକଯୁବତୀ କାଳେ କାଳେ ଥାଅ ହୋଇ ।ନନ୍ଦକୁ ବର ଦେଲା ଯେ ବିନତା କୁମରବୃଦ୍ଧରୂପ ତେଜି ଯୁବ ହୋଇଲା ସତ୍ୱର ।ତାପରେ ଯା ହେଲା ସର୍ବେ ଶୁଣ ଦେଇ ମନଯିବା ପାଇଁ ରୁଣ୍ଡ ହେଲେ ସର୍ବ ଗୋପଜନ ।ଯେ ଯାହାର ଧନ ରତ୍ନ ଗୋରୁଗାଈ ଧରିଗରୁଡ଼ ପୃଷ୍ଠରେ ଗଲେ ସର୍ବେ ବିଜେକରି ।ଗ୍ରାମ ଜଗିବା ପାଇଁକି ଅଳପ ରହିଲେଅବଶିଷ୍ଟ ସରବେ ଯେ ଦ୍ୱାରକା ଗମିଲେ ।ନନ୍ଦ ଯଶୋଦାଙ୍କ କୋଳେ ବସିଲେ ଶ୍ରୀଧରରାଧା ଦୂତିକା ବସିଲେ ଶ୍ରୀକୃଷ୍ଣଙ୍କ କର ।କ୍ଷିପ୍ରଗତି କରି ବୈନତେୟ ଯେ ଚଳିଲାନିମିଷକେ ଦ୍ୱାରକାରେ ଯାଇଁଣ ମିଳିଲା ।ରହସ୍ୟ ଦ୍ୱାରକା ଶୋଭା ଦେଖି ଗୋପୀଗଣଶ୍ରୀକୃଷ୍ଣଙ୍କୁ ପ୍ରଶଂସିଲେ ଆନନ୍ଦ ହୋଇଣ ।ଗୋପଠାରୁ ଶତେଗୁଣ ଶୋଭା ବିକାଶଇହୀରା ନୀଳାରେ ତିଆର ଅଛି ପୁର ହୋଇ ।ଯେ ଯାହାର ପୁରେ ଯାଇ ଆନନ୍ଦେ ରହିଲେସର୍ବ ଖଞ୍ଜାହୋଇଅଛି ପୁରରେ ଦେଖିଲେ ।ସଭିଙ୍କ ନବରେ ରତ୍ନପଲଙ୍କ ଶୋଭଇଦିବ୍ୟ ଖାଦ୍ୟଦ୍ରବ୍ୟମାନ ଅଛି ଜମାହୋଇ ।ଶ୍ରୀରାଧା ଦୂତୀକୁ ସଙ୍ଗେ ଘେନିଣ ଚଳିଲେନିଜର ନବର ଦେଖି ମନେ ଖୁସି ହେଲେ ।ଦୂତିକା ବୋଲନ୍ତି ଦେଖ ଦେଖ ପ୍ରାଣସହିତୋର ମନଲାଖି ପୁର ଅଛନ୍ତି ଭିଆଇ ।ଏହିପରି କଥାବାର୍ତ୍ତା ହୋନ୍ତେ ଦୁଇଜଣହସି ହସି କୃଷ୍ଣଚନ୍ଦ୍ର ମିଳିଲେ ପାଶେଣ ।ରାଧା ବୋଇଲେ ସୁନ୍ଦର ମୋର ଲୋଡ଼ା ନାହିଁଠକ ଶିରୋମଣି ପରି କୁଞ୍ଜ କର ନାହିଁ ।ସବୁବେଳେ ଜଣେ ଯଦି ରହିବ ଏ ପୁରତାହେଲେ ଏ ଶୋଭା ସିନା ଭୋଗ୍ୟଦରକାରଶ୍ରୀହରି ବୋଇଲେ ସଖୀ ଭାବନା ନ କରସେଇଥିପାଇଁ ତ ଘେନି ଆସିଲି ପାଶର ।ଆଉ ଯେ ଦ୍ବାରକାପୁର ମୋର ଲୋଡ଼ା ନାହିଁସତ୍ୟ କହୁଅଛି ଛାଡ଼ି କେଣେ ଯିବି ନାହିଁ ।ଯହିଁ ରାଧା ତହିଁ କୃଷ୍ଣ ସଦାକାଳେ ଜାଣରାଧା ବିନେ ବୈକୁଣ୍ଠରେ ନାହିଁ ଯେ କାରଣଶୁଣି ଶ୍ରୀମତୀ ମନରେ ହରଷ ହୋଇଲେଶ୍ରୀଜଗନ୍ନାଥଙ୍କୁ ନମି ପୁରରେ ରହିଲେ ।ପୁର ଶୋଭା ଦେଖ ଦେବୀ ଚକିତ ହୋଇଲେବାରମ୍ବାର ଶ୍ରୀକୃଷ୍ଣଙ୍କ ପାଦରେ ପଡ଼ିଲେ ।ଏତେ ସ୍ନେହ ଦାସୀଠାରେ ଅଛି ଜାଣେ ନାହିଁକେବଳ ଭିକ୍ଷା ମୋ ପାଶୁ କେଣେ ଯାଅ ନାହିଁ ।ଶ୍ରୀକୃଷ୍ଣ ରାଧାକୁ ବହୁ କଥା ବୁଝାଇଲେପିତାମାତାଙ୍କ ପାଦରେ ଯାଇଣ ମିଳିଲେ ।ନନ୍ଦ ଯଶୋଦା ଆନନ୍ଦ କେ ପାରିବ କହିକିପରି ପୁତ୍ର ରଚିଛି ପୁର ଆମ୍ଭ ପାଇଁ ।ସ୍ୱର୍ଗଠାରୁ ଶତେଗୁଣ ଦିଶଇ ସୁନ୍ଦରମନ ସୁଖେ ପିତାମାତା ରହିଲେ ନବର ।ଶୀହରି ବୋଇଲେ ପିତାମାତା ମୁଖ ଚାହିଁଯାଉଛି ଦ୍ୱାରକା ମୁହିଁ ପରେ ଆସିବଇଁ ।ଜ୍ୟେଷ୍ଠଭ୍ରାତାଙ୍କୁ କହିବି ଏଠା ସମାଚାରନୋହିଲେ ଯେ ବଡ଼ଭାଇ ଯିବେ ଗୋପପୁରତୁମର ବନ୍ଧୁମାନଙ୍କୁ ସଙ୍ଗରେ ନେଇଅଳପ ଦିନରେ ତବପାଶେ ଆସିବଇଁ ।କାନ୍ଦି କାନ୍ଦି ମନେ ପିତାମାତା ବିଦାକଲେଉଦ୍ଧବ ଅକ୍ରୂର ସହ ଶ୍ରୀକୃଷ୍ଣ ଗମିଲେ ।ଦ୍ୱାରକାପୁରରେ ଯାଇ ପ୍ରବେଶ ହୋଇଲେଶୁଣି ଅନ୍ତଃପୁର ରାଣୀମାନେ ଯେ ଧାଇଁଲେରୁକ୍ମିଣୀ କହିଲେ ପ୍ରଭୁ କେଣେ ଯାଇଥିଲଏତେ ଦିନ ହେଲା କିମ୍ପା ବିଳମ୍ବ କରିଲ ।ଶ୍ରୀହରି ବୋଇଲେ ଗୋପପୁର ଥିଲି ଯାଇପିତାମାତା ସହ ଗୋପୀ ଛାଡ଼ିଲେକ ନାହିଁ ।ବହୁତ ବୁଝାଇ ତାଙ୍କୁ ବିଦାୟ ହୋଇଲିତୁମ୍ଭଙ୍କୁ ନେବାପାଇଁକି କହି ମୁଁ ଆସିଲି ।ଶୁଣି ସର୍ବ ନାରୀଗଣ ସନ୍ତୋଷ ହୋଇଲେଅର୍ଘ୍ୟ ବନ୍ଦାଇଣ ଅନ୍ତଃପୁରେ ପ୍ରଭୁ ନେଲେ ।ଶୁଣିଲେତ ସୁଜ୍ଞଜନ ଅପୂର୍ବ ଚରିତରହସ୍ୟ ଦ୍ୱାରକା ଗୋପୀ କୃଷ୍ଣ ଭାଗବତ ।ଭାବକୁ ନିକଟ ହରି ଅଭାବକୁ ଦୂରଯେତେ ଦୂରେ ଥିଲେ ସଦା ଥାଆନ୍ତି ପାଶରଶ୍ରୀ ଅଚ୍ୟୁତାନନ୍ଦଙ୍କର ପାଦପଦ୍ମ ଧ୍ୟାୟିଚିତ୍ତବୋଧ ଗ୍ରନ୍ଥ କ୍ଷେତ୍ରମୋହନ ଲେଖଇ ।ଅଷ୍ଟପାଟବଂଶୀମାନଙ୍କ ଶ୍ରୀକୃଷ୍ଣଙ୍କ ରହସ୍ୟ,ଦ୍ୱାରକାରେ ବାଲ୍ୟଲୀଳା ଦେଖାଇବାନମୋ ନମୋ କୃଷ୍ଣଚନ୍ଦ୍ର ଦ୍ୱାରକା ରାଜନନମୋ ନମୋ କୃଷ୍ଣଚନ୍ଦ୍ର ଯାମଳା ଭଞ୍ଜନ ।ନମୋ ନମୋ କୃଷ୍ଣଚନ୍ଦ୍ର ଗୋପୀ ପ୍ରାଣ ଧନନମୋ ନମୋ କୃଷ୍ଣଚନ୍ଦ୍ର ଯଶୋଦା ନନ୍ଦନ ।ନିବାରଣ କରି ଦୁଷ୍ଟ ସନ୍ଥ ପାଳୁ ତୁହିଭାରା ଉଶ୍ୱାସ ନିମନ୍ତେ ଜନମିଛୁ ମହୀ ।ଭକ୍ତଜନମାନଙ୍କର ତୁ ପରାଣ ଧନ ।ଭକ୍ତଜନଙ୍କର ପାଶେ ସଦା ତୋର ମନ ।ଦେଖ ଗୋପୀଙ୍କ ଭାବରେ ଭୋଳ ହୋଇଛନ୍ତିରହି ନ ପାରିବେ ତାଙ୍କୁ ମୂର୍ଚ୍ଛି ଦଇତ୍ୟାରି ।ରହସ୍ୟ ଦ୍ୱାରକା ପୁରେ ରଖିଲେ ସମସ୍ତନିଜ ପୁରେ ପ୍ରଭୁଙ୍କର ମନ ହୁଏ ବ୍ୟସ୍ତ ।ଅଷ୍ଟପାଟବଂଶୀ ଷୋଳସସ୍ର ନାରୀ ଘେନିଗୋପ ଗୋପୀଙ୍କର ଭାବେ ଭାବ ବେନୁପାଣିଦିନେ ପଲଙ୍କରେ ଶୋଇଥିଲେ ଚକ୍ରଧରସତ୍ୟଭାମା ପାଦ ସେବୁ ଥାଆନ୍ତି ପାଶର ।ରାଧା ରାଧା ବୋଲି ପ୍ରଭୁ ବିହ୍ୱଳ ହୋଇଲେରାଧା ଭାବି ସତ୍ୟଭାମାକୁ ଯେ କୋଳକଲେ ।ମନ ମଧ୍ୟେ ବସି ଦେବୀ କରନ୍ତି ବିଚାରଧନ୍ୟ ରାଧା ଧନ୍ୟ ତୋର ଭାବ ବଳିୟାର ।ଜଗତ କରତା ନାମ ସମସ୍ତେ ଭଜନ୍ତିସେ ପୁଣି ଯେ ଦିବାନିଶି ତୋତେ ଭଜୁଥାନ୍ତି ।କିଛି ନ କହି ନୀରବ ରହିଲେ ସୁନ୍ଦରୀପ୍ରଭତ ହୁଅନ୍ତେ ରୁକ୍ମିଣୀଙ୍କୁ ସେ ହକାରି ।ବୋଇଲେ ଆଜି ସତ୍ୱରେ ପ୍ରଭୁଙ୍କୁ କହିବାକିପରି ଗୋପୀନାଥଙ୍କୁ ଆମେ ଦେଖିଯିବା ।ଅଷ୍ଟସଖୀ ମେଳ ହୋଇ ଶ୍ରୀହରିଙ୍କ ପାଶଗୋପ ଦେଖି ଯିବା ଲାଗି କରିଲେ ପ୍ରକାଶ ।ଶ୍ରୀକୃଷ୍ଣ ବୋଇଲେ ପ୍ରିୟା ସଜ ହୁଅ ତୁମ୍ଭେଆଜି ନିଶ୍ଚେ ଗୋପ ଦେଖିବାକୁ ନେବି ସଙ୍ଗେନାରୀମାନଙ୍କ ଆନନ୍ଦ କହିଲେ ନ ସରେସ୍ବାମୀଙ୍କ ବାଲ୍ୟ ସଙ୍ଗୀକୁ ଦେଖିବେ ଚକ୍ଷୁରେ ।ବିବିଧ ଭୂଷଣେ ଅଙ୍ଗ ସଜାଇଲେ ବାମାବିଭୁଙ୍କ ପାଶରେ ଆସି ମିଳି ପ୍ରିୟତମା ।ଦାରୁକକୁ ଆଜ୍ଞା ଦେଲେ ଶ୍ରୀରଙ୍ଗାଅଧରବାହା ତୁହି ନନ୍ଦିଘୋଷ ରଥ ଦ୍ୱାରକାର ।ଶୁଣିଣ ଦାରୁକ ରଥ ଆଣେ ସଜକରିବିଜେକଲେ ଜଗନ୍ନାଥ ଘେନି ସର୍ବ ନାରୀ ।ଗଗନ ମାର୍ଗରେ ରଥ ବେଗେ ଉଡ଼ିଗଲାରହସ୍ୟ ଦ୍ୱାରକା ପୁରେ ପ୍ରବେଶ ହୋଇଲା ।ବିଚାରି କରିଲେ ମନେ ମନେ ଚକ୍ରଧରଆଗୟାଙ୍କୁ ମାତା ପାଶେ କରିବି ହାଜର ।ଆଜି ସବୁଙ୍କୁ ରଖିବି ମାତାଙ୍କ ପାଶରେକାଲି ପ୍ରଭାତୁ ଗୋପୀଙ୍କୁ ଦେଖାଇବି ପୁରେ ।ଏତେ କହି ନିଜ ମନ୍ଦିରକୁ ରହୁବରଚଳାଇଲେ ଦାରୁକକୁ କହି ଚକ୍ରଧର ।ବଧୂମାନଙ୍କୁ ଆସିବା ଦେଖି ନନ୍ଦରାଣୀ,ଦଉଡ଼ି ଆସିଲେ ମାତା ରଥ ପାଶେ ପୁଣି ।ଗରୁଡ଼ ବର ପାଇଣ ଯଶୋବନ୍ତୀ ରାଣୀଦିଶନ୍ତି ସାକ୍ଷାତେ ଷୋଳ ବରଷ ତରୁଣୀ ।ଅଷ୍ଟ ସଖୀମାନେ ତାଙ୍କୁ ଚିହ୍ନି ନ ପାରିଲେଏ କିଏ ସେ ବୋଲି ଜଗନ୍ନାଥଙ୍କୁ ପୁଛିଲେ ।ଶ୍ରୀହରି ବୋଲନ୍ତି ମୋର ପରା ମାତା ଏହିଏହା କହି ପାଦତଳେ ପଡ଼ିଲେକ ଯାଇଁ ।ଆନନ୍ଦାଶ୍ରୁ ନେତ୍ରୁ ବହିଯାଏ ଝରଝରବାଳୁତ ପରାୟେ କୃଷ୍ଣେ ବସାଇ କୋଳର ।ଶ୍ରୀମୁଖରେ ଚୁମ୍ବଦେଇ ଲବଣୀ ଭୁଞ୍ଜାନ୍ତିବଧୂମାନେ ଦେଖି ଆବାକାବା ହେଉଥାନ୍ତି ।ଅଷ୍ଟବଂଶୀମାନେ ଏକ ସଙ୍ଗେ ଯାଇମାତାଙ୍କ ଚରଣ ତଳେ ଓଳଗିଲେ ତହିଁ ।ଆନନ୍ଦେ ଅଧୀରା ହୋଇ ଶ୍ରୀକୃଷ୍ଣ ଜନନୀବଧୂମାନଙ୍କୁ କାଖରେ ଗୃହେ ଯାନ୍ତି ଘେନି ।ଯଶୋବନ୍ତୀ ରାଣୀ ନନ୍ଦ ଆଗରେ କହନ୍ତିକାହ୍ନୁ ସଙ୍ଗେ ମୋର ବଧୂମାନେ ଆସିଛନ୍ତି ।ଶୁଣି ନନ୍ଦରାଜା ଧାଏଁ ଆନନ୍ଦିତ ହୋଇକାହାନ୍ତି ମୋ ଲକ୍ଷ୍ମୀମାନେ ନେତ୍ରେ ଦେଖିବଇଁଶଶ୍ୱରଙ୍କ ପାଦେ ସର୍ବେ ନମସ୍କାର କଲେ ।ରଜନୀ ହୋଇଲା ସର୍ବେ ଗୃହରେ ରହିଲେ ।ନନ୍ଦ ଯଶୋଦାଙ୍କ ଗୋଡ଼ ତଳେ ନ ଲାଗଇଅପୂର୍ବ ପଦାର୍ଥମାନ ଦିଅନ୍ତି ଖଞ୍ଜାଲ ।ଗୋରସ ଲବଣୀ ସରପୁଳିମାନ ନେଇଯଶୋଦା ବଧୂମାନଙ୍କୁ କୋଳରେ ବସାଇ ।ଯେସନେ ବାଳୁତ ପିଲା ମାତାମାନେ ନେଇଗୀତ ବୋଲି କୋଳେ ଧରି ଦିଅନ୍ତି ଖୁଆଇ ।ଭୁଞ୍ଜାଇ ଦିଅନ୍ତି ଅଷ୍ଟବଧୂ କୋଳେ ଧରି ।ଶାଶୁଘର ସ୍ନେହ ଦେଖି ବଧୂଏ ଚକିତାବୋଲନ୍ତି କରେନି ଏହା ଜନ୍ମକଲା ମାତା ।ଧନ୍ୟ ଧନ୍ୟ ଆମ ଭାଗ୍ୟ ଉଜ୍ଜଳ ଅଟଇଏତେ ଦିନେ ଆଜି ଶାଶୁଙ୍କୁ ଯେ ଦେଖିଲଇଁ ।ସର୍ବ ନାରୀମାନେ ପୁଣି ଶ୍ୱଶୁରଙ୍କ ପାଦସେବା କରନ୍ତି ପ୍ରେମରେ ହୋଇ ଗଦଗଦ ।ଯଶୋଦା ବୋଇଲେ ଆଜି ପବିତ୍ର ହୋଇଲିଜନ୍ମକଲା ପୁତ୍ର କଷ୍ଟ ସମସ୍ତ ହରିଲି ।ଏହିପରି ପୁର ମଧ୍ୟେ ନାରୀଏ ରହିଲେପ୍ରଭାତ ହୁଅନ୍ତେ ଉଠି ନିତ୍ୟକର୍ମ କଲେ ।ସ୍ନାନ କରି ଶାଶୁ ଶ୍ୱଶୁରଙ୍କୁ ଓଳଗିଲେତାହାଙ୍କ ଚରଣ ରେଣୁ ନେଇଣ ପାଇଲେ ।ପିଲା ପ୍ରାୟ କୃଷ୍ଣଚନ୍ଦ୍ର ଅଳି ଯେ କରନ୍ତିଦେଖିଣ ରମଣୀମାନେ ସରବେ ହସନ୍ତି ।ଯଶୋଦା ବୋଲନ୍ତି ମାତ ରଙ୍କୁଣୀ ଅଟଇପୁତ୍ର ଯେତେ ବଡ଼ ହେଲେ ତା ମଗରେ ନୋହି ।ଗୀତ ଗାଇ ସମସ୍ତଙ୍କୁ କୋଳେ ମାତ ଧରିଲବଣୀ ସର ଖୁଆଇ ଦ୍ୟନ୍ତି ପେଟ ଭରି ।ସର୍ବ ବଧୂମାନେ ଶାଶୁ ପାଶେ ଅଳିକଲେସାରା ନଗ୍ର ବୁଲି ଆମ୍ଭେ ଦେଖିବୁ ମା ଭଲେ ।ଶୁଣିଣ ଯଶୋଦା ମାତା ମନନ୍ଦ ହୋଇଲେଏକ ବିଶ୍ୱାସୀ ଗୋପୀକୁ ପାଶକୁ ରାଇଲେ ।ବୁଝାଇ କହନ୍ତି ତାକୁ ମୋ ବଧୂଙ୍କୁ ନେଇ ।ଗୋଟି ଗୋଟି କରି ନଗ୍ର ଦେଖାଇବୁ ତୁହି ।ଶୁଣିଣ ସବୁଙ୍କୁ ସଙ୍ଗେ ଘେନି ଗୋପୀ ଗଲାପ୍ରଥମେ ବିଶାଖା ପୁରେ ପ୍ରବେଶ ହୋଇଲା ।ଦେଖିଲେ ଯେ ଶ୍ରୀକୃଷ୍ଣଙ୍କ ରମଣୀ ସେ ପୁରଦ୍ୱାରକାପୁରରୁ ଶତେ ଗୁଣ ଯେ ସୁନ୍ଦର ।ରତ୍ନ ପଲଙ୍କ ଉପରେ ଶୋଇଛନ୍ତି ବାଳୀପାଶେ ବାଲ୍ୟ କୃଷ୍ଣ ଖେଳୁଛନ୍ତି ଲୁଚକାଳି ।ଦର ଦର ହସି ଗୋରୀ ବଚନ ବୋଲଇନ ଛାଡ଼ିବି ଚୋର କେଣେ ଯିବ ତୁମେ ଧାଇଁ ।କର କର ହୋଇ ମହାପ୍ରଭୁ ହସୁଛନ୍ତିଦେଖିଣ ପାଟବଂଶୀ ଯେ ଆଶ୍ଚର୍ଯ୍ୟ ହୁଅନ୍ତି ।ରୁକ୍ମିଣୀ ବୋଲନ୍ତି ସଖୀ ଦେଖ ଗୋ ସତ୍ୱରଆମ୍ଭ ପ୍ରାଣନାଥଙ୍କର କିପରି ବେଭାର ।ଲାଜେ ତଳମୁହାଁ ହୋଇ ନାରୀମାନେ ଗଲେଲଳିତା ପୁରରେ ଯାଇ ପ୍ରବେଶ ହୋଇଲେ ।ରୁକ୍ମିଣୀ ଦେବୀ ସହିତ ଅଷ୍ଟ ପାଟବଂଶୀଲଳିତା ପୁରକୁ ସେ ଯେ ଚାହାନ୍ତି ବିଶେଷି ।କୋଟିଏ ଶଶୀ ଉଇଁଲା ପରାୟ ଦିଶଇସୁନ୍ଦର ପଣରେ ଶଶୀ ସମାନ ନୁହଇ ।ରୂପ ଦେଖି ନାରୀମାନେ ହୋଇଗଲେ ମୋହିବାଳ ରୂପ ଧରି ତହିଁ ବିଜୟ ମାଧୋଇ ।ଲଜ୍ଜିତା ହେଲେ ରୁକ୍ମିଣୀ ଆଦି ଅଷ୍ଟବାମାମଥା ତଳକୁ ନ୍ୱାଇଁଲେ ନ ଚାହିଁଣ ବାମା ।ଶୋଇଛନ୍ତି ତାର ପାଖେ ପ୍ରଭୁ ଚକ୍ରଧରହାସ୍ୟ ପରିହାସେ ମନ ମୋହେ ନାରୀବର ।ସର୍ବ ଦେଖି ସେଠାବରୁ ବିଦାୟ ହୋଇଲେସୁମେଧା ଭୁବନେ ନାରୀମାନେ ପ୍ରବେଶିଲେ ।ତାହାର ପୁର ଗୋଟିକ ମଣ୍ଡିଣ ସୁନ୍ଦରୀଶେଯ ଗୋଟିଏ ଯତନେ ପାରିଅଛି ଗୋରୀ ।ସୁବାସ ପୁଷ୍ପ ଗୁଡ଼ିଏ ତା ମଧ୍ୟେ ପକାଇତହିଁ ଉପରେ ବିଜୟ କରନ୍ତି ମାଧୋଇ ।କର୍ପୂର ବିଡ଼ିଆ ପାନ ନାରୀ ଅଛି ଖାଇତା ଉଚ୍ଛିଷ୍ଟ ଛଡ଼ାଇଣ ଖାଆନ୍ତି ଯେ ସାଇଁ ।ଦେଖି ସର୍ବ ନାରୀମାନେ ଠରାଠରି ହୋନ୍ତିଦେଖ ସହି କାନ୍ତ ଛଡ଼ା ତାମ୍ବୁଳ ଭକ୍ଷନ୍ତି ।ସେଠାବରୁ ସର୍ବନାରୀମାନେ ଚଳିଗଲେଏହିପରି ସବୁ ଗୃହେ ପ୍ରଭୁଙ୍କୁ ଦେଖିଲେ ।କୌଣସି ଗୋପୀଙ୍କୁ ପ୍ରଭୁ ଛାଡ଼ି ଯେ ନାହାନ୍ତିସବୁପୁରେ ବାଲ୍ୟକୃଷ୍ଣ ବିଜୟ କରନ୍ତି ।ଲାଜଭରେ ମଥା ପୋତି ଯାନ୍ତି ପ୍ରଭୁ ଆଳିମନେ ଭାବନ୍ତି ଧନ୍ୟ ଏ ଗୋପର ଗୁଆଳି ।ୟାଙ୍କ ସମାନ ତ୍ରିପୁର ମଧ୍ୟରେ କେ ନାହିଁଏତେ ଭାବି ବୃନ୍ଦା ପୁରେ ମିଳିଲେକ ଯାଇ ।କୁଞ୍ଜବନ ପରି ପୁର ସଜାଇଛି ଗୋରୀଅଭିମାନେ ମଥା ପୋଛି ବସିଛି ସୁନ୍ଦରୀ ।ମୋହନ ମୂରତୀ ରୂପ ଧରି ନାରାୟଣବୃନ୍ଦାବନେ ଓଷ୍ଠ ଧରି ଚାଟୁସେ ଭାଷିଣ ।ସତ୍ୟଭାମା ରୁକ୍ମିଣୀ ଯେ ଚାହାଁନ୍ତି ତା ମୁଖସହସ୍ରେ ଚନ୍ଦ୍ରମାଠାରୁ ଦିଶଇ ଅଧିକ ।କେଶ ଫିଟି ଲୋଟିଅଛି ଭୂତଳେ ଗୋରୀରଦିଶେ ଆଷାଢର ଘନ ବାଦଲ ଆକାର ।ଲଜ୍ଜାରେ ତରୁଣୀମାନେ ନ କହନ୍ତି କଥାଏକ ସଖୀ ଆଗେ କହଇ ଯେ ଭୀଷ୍ମସୂତା ।ଦେଖ ଆଗୋ ସଖୀ ତା ପାଶରେ ପ୍ରାଣସାଇଁ ।ଓଷ୍ଠଧରି କିପରି ଯେ ହୁଅନ୍ତି ବିନୟୀ ।ରୁଷିକରି ବସିଅଛି ସେ ତରୁଣୀମଣିକେତେ ଆଦର କରନ୍ତି ଆମ୍ଭ କାନ୍ତ ପୁଣି ।ଏହିପରି ସମସ୍ତଙ୍କ ପୁରରେ ଦେଖିଲେବାଳ ଗୋପାଳ ରୂପରେ ବିଜେ ଆବିମୂଳେ ।କେବଣ ଗୋପୀ ପୁରରେ ବେଣୁ ଗୋଟିକରିହାସ୍ୟ ପରିହାସ୍ୟ କରୁଛନ୍ତି ଦଇତ୍ୟାରି ।କେବଣ ଗୋପୀର ପୁରେ ଲୁଚି ପଶିଛନ୍ତିଚୋରଙ୍କ ପ୍ରାୟ ଲବଣୀ ସର ସେ ଭୁଞ୍ଜନ୍ତି ।କେବଣ ଗୋପୀର ଦଧିଭାଣ୍ଡ ଚୂର୍ଣ୍ଣକରିକପଟରେ କାଢ଼ିଛନ୍ତି ଦେହରୁ ମଞ୍ଜରୀ ।ସାତମାସ ମଞ୍ଜାରୀ ଯେ ସବୁ ଦହି ଖାଇବିକଳ ହୋଇଣ ଗୋପାଳୁଣୀ ଯେ କାନ୍ଦଇ ।କେଉଁ ଗୋପୀସ୍ନେହେ ଶ୍ରୀକୃଷ୍ଣଙ୍କୁ କୋଳେଧରିଦୁଗ୍ଧ ପେଇ ଗୀତ ଗାଉଛନ୍ତି ସେ ସୁନ୍ଦରୀ ।ଏକ ଗୋପୀର ଗୃହରେ ଛନ୍ତି ଚକ୍ରପାଣିଦଧି ଘେନି ଆସି ପହଞ୍ଚିଲା ସେ ତରୁଣୀ ।ଦଧି ଲବଣୀ ସର ଯେ ଖାଉଛନ୍ତି ବସିମୋହନ ମୂରତି ରୂପ ଧାରି ହୃଷୀକେଶୀ ।ଯିବୁ କାହିଁ ବୋଲି ଗୋପାଳୁଣୀ କରେ ଗୋଳସତ୍ୟଭାମାକୁ ରୁକ୍ମିଣୀ ଦେଖାନ୍ତି ସକଳ ।ଦେଖି କନ୍ୟାମାନେ ମଥା ସର୍ବେ ନୁଆଁଇଲେଏକକୁ ଆରେକ ଚାହିଁ ଠରାଠରି ହେଲେ ।ସେଠାବରୁ ନାରୀମାନେ ଦେଖି ଚଳିଗଲେଅନ୍ୟ ଏକ ଗୋପୀଦ୍ୱାରେ ପ୍ରବେଶ ହୋଇଲେ ।ସେ ଗୋପାଳୁଣୀକୁ ପ୍ରଭୁ କୋଳରେ ଧରିଣଶୋଇଛନ୍ତି ପଲଙ୍କରେ ନିଶ୍ଚିନ୍ତ ହୋଇଣ ।ଚନ୍ଦନ ଅତ୍ର କୁଙ୍କୁମ ଅଙ୍ଗେ ବୋଳି ଦେଇଊରକ ଉପରେ ପ୍ରେମେ ପ୍ରଭୁଙ୍କୁ ଶୁଆଇ ।ଏସନକ କୃତ୍ୟମାନ ଦେଖିଣ କାମିନୀମନେ ମନେ ପ୍ରଶଂସନ୍ତି ଧନ୍ୟ ଗୋପାଳୁଣୀ ।ଦେଖି ସେଠାବରୁ ନାରୀ ବାହାର ହୋଇଲେସୁଲକ୍ଷଣୀ ପୁରେ ଯାଇ ପ୍ରବେଶ ହୋଇଲେ ।ସୁନ୍ଦରୀ ବସିଛି ତଳେ ପଦ୍ମପାଦ ଧରିପ୍ରୀତି ମାଗୁଛି ପ୍ରଭୁଙ୍କୁ ଅନୁରୋଧ କରି ।ତାହା କୁଚରେ ହାତ ଦେଇ ଚକ୍ରଧରବିଜୟ କରିଲେ ଯାଇ ରତନ ଖଟର ।ଦେଖିଣ ସେ ବାମାଗଣ ତଟସ୍ଥ ହୋଇଲେକେଉଁଠାରେ କୃଷ୍ଣ ନ ଥିବା ଯେ ନ ଦେଖିଲେ ।ମାୟାଧର ମାୟାଜାଲ ବିସ୍ତାର କରିଲେଅଷ୍ଟ ପାଟବଂଶୀଙ୍କର ଗରିବ ଗଞ୍ଜିଲେ ।ସବୁ ପୁର ଦେଖି ଶେଷେ ବାମା ପାଶେ ଗଲେଚନ୍ଦ୍ର ସେଣାପୁର ମଧ୍ୟେ ସର୍ବେ ପ୍ରବେଶିଲେ ।ଦେଖିଲେ ଚନ୍ଦ୍ରସେଣାଯେଶୋଇଛିମେଲାରେଅନ୍ୟ ଗୃହକୁ ଚଳିଲେ ନାରୀଏ ସତ୍ୱରେ ।ସେ ପୁରର ଶୋଭା ଗୋଟି କଳନା ନୁହଇଏପରି ପୁର ତ୍ରିପୁର ମଧ୍ୟରେ ଯେ ନାହିଁ ।ଶତେକ ବଖରା ତହିଁ ଅନ୍ତ କରି ନୋହିରାହାସ କ୍ରୀଡ଼ା କରନ୍ତି ଶ୍ରୀରାଧା ମାଧୋଇ ।ଶଙ୍ଖ ଚକ୍ର ଗଦା ପଦ୍ମ କରରେ ଶୋଭଇରତ୍ନ ପଲଙ୍କରେ ଶୋଇଛନ୍ତି ଭାବଗ୍ରାହୀ ।ଯେଉଁ ପଲଙ୍କରେ ଶୋଇଛନ୍ତି ଚକ୍ରଧରଅଷ୍ଟସଖୀ ତାହା ଦେଖି ନାହାନ୍ତି ଚକ୍ଷୁର ।ଚଉପାଶେ ହୀରାନୀଳା ପଦ୍ମ ଫୁଟିଅଛିମଣିର କେଶର ଗୋଟି ମଧ୍ୟେ ବିରାଜୁଛି ।କେଶର ମଧ୍ୟରେ ବସି ଅଛନ୍ତି କହ୍ନାଇମଦନ ମୋହନ ମୂର୍ତ୍ତି ଧରି ଲକ୍ଷ୍ମୀସାଇଁ ।ଶ୍ରୀରାଧାଙ୍କୁ ବାମ ଅଙ୍ଗ ଧରିଛନ୍ତି ହରିସେ ରୂପକୁ କଳନା ଯେ ନାହିଁ ତିନିପୁରୀ ।ଅଧରେ ଅଧର ଲଗାଇଣ ବନମାଳୀ ।ପ୍ରେମାଳାପ କରୁଛନ୍ତି ହୋଇ କୁତୂହଳୀ ।ଝାଞ୍ଜ କଂସାଳ ବଜାଉଛନ୍ତି ଅଷ୍ଟସଖୀନିତ୍ୟ ରାହାସ କ୍ରୀଡ଼ାରେ ବିଜେ ପଦ୍ମଆଖି ।ମାୟା କ୍ରୀଡ଼ା ରସମାନ ଭିଆଣ ସେ କଲେଅଷ୍ଟସଖୀମାନଙ୍କର ମନକୁ ମୋହିଲେ ।ରୁକ୍ମିଣୀ କହିଲେ ସଖୀମାନଙ୍କୁ ତିଆରିଦେଖ ସଖୀ ଅଟନ୍ତି ଏ ନିତ୍ୟ ରାସେଶ୍ୱରୀ ।ଏ ସମୟେ ବୃଦ୍ଧମାତା ପ୍ରବେଶ ହୋଇଲେଦେଖ ଏହି ରାଧାଦେବୀ ଛନ୍ତି ପ୍ରଭୁ ତୁଲେ ।ନିତ୍ୟ ଯାଇଥିଲ ପରା ଦରଶନ ପାଇଁଆଜି ଦେଖି ନୟନ ପବିତ୍ର କର ସହୀ ।ଦେଖି ସତ୍ୟଭାମା ଆଦି ରମଣୀ ସମସ୍ତଶ୍ରୀରାଧା କୃଷ୍ଣଙ୍କୁ ପାଦେ ହେଲେ ପ୍ରଣିପାତ ।ଶ୍ରୀମତୀଙ୍କ ରୂପ ଦେଖି ହୋଇଲେ ଅଜ୍ଞାନଶତଦଳ ପଦ୍ମ ପରି ଦିଶଇ ବଦନ ।କୋଟିଏ ଚନ୍ଦ୍ର ପରାୟ ଶୋଭା ପ୍ରକାଶଇକୋଟିଏ ପାର୍ବତୀ ରୂପ ଅଛି ଏକ ହୋଇ ।କମଳ ଭିତରେ କି ସେ କମଳା ଅଟଇନିର୍ଧୂମ ଅନଳ ପ୍ରାୟ ଜ୍ୟୋତି ବିକାଶଇ ।ଚାହିଁ ସେ ରୂପକୁ ସର୍ବେ ଗଲେ ମୋହ ହୋଇଦେଖି ରାଧାକୃଷ୍ଣ କୋଳେ ନେଲେ ଯେଉଁଠାଇ ।ପାଦକର ବାଜି ସର୍ବେ ଚେତନା ଲଭିଲେରାଧାକୃଷ୍ଣ କୋଳେ ବସି ଅଛନ୍ତି ଲଭିଲେ ।ଶ୍ରୀରାଧା ବୋଲନ୍ତି ଗୋପାଳୁଣୀ ଗନ୍ଧ ପାଇଗଲେପରା ରାଜଜେମା ବୋଧେ ମୋହମୋଇ ।ଲଜ୍ଜାରେ ରୁକ୍ମିଣୀ ପାଦରେ ପଡ଼ିଲେମୋର ଅପରାଧ କ୍ଷମାକର ହେ ବୋଇଲେ ।ରାଜେଶ୍ୱର ବୋଲନ୍ତି ଯେ ନାରୀଙ୍କୁ ଅନାଇଁତୁମ୍ଭ ଆମ ମଧ୍ୟେ ତିଳେ ଭିନ୍ନାଭିନ୍ନ ନାହିଁ ।ମୋର ଅଂଶେ ତୁମ୍ଭେ ସର୍ବ ହୋଇଅଛ ଜାତତେଣୁ ପାଟବଂଶୀ ଲାଗି ହେଲ ଗୋ ସମ୍ଭୂତ ।ଶେଷେ ସର୍ବେ ଆମ ଅଂଶେ ଯାଇଣ ମିଳିବମିଥ୍ୟା ନୁହେଁ ଏହି କଥା ଅଟଇ ଗୋ ଧ୍ରୂବ ।ଆମ୍ଭ ଦୁହିଁଙ୍କ ମଧ୍ୟରେ ଭିନ୍ନ ଭିନ୍ନ ନାହିଁଯୁଗ ରାଧାକୃଷ୍ଣ ଯେ ଅଟେ ଏକ ଦେହୀ ।ମୋର ଅଙ୍ଗେ ହୋଇ ନ ଥିଲେ ଯେ ଅବତାରହୋଇ ନ ଥାନ୍ତ ଘରଣୀ ତୁମ୍ଭେ ପ୍ରଭୁଙ୍କର ।ଏତେ କହି ସମସ୍ତଙ୍କୁ ଆଲିଙ୍ଗନ କଲେୟାଙ୍କୁ ଗୃହେ ନେଇଯାଅ ପ୍ରଭୁଙ୍କୁ ବୋଇଲେ ।ରାଧାଙ୍କୁ ସଖୀଏ ଚାହୁଁଥାନ୍ତି ବାରମ୍ବାରପଦ୍ମଗନ୍ଧ ମହକଇ ଦେହରୁ ତାଙ୍କର ।ଯେତେ ସୁନ୍ଦରୀ ରମଣୀ ଛନ୍ତି ପୃଥିବୀରେସମାନ ନୋହିବେ କେହି ଚରଣେ ରାଧାର ।ଶ୍ରୀମତୀଙ୍କୁ ପ୍ରଣମିଲେ ସର୍ବ ସଖୀଗଣମେଲାଣି ହୋଇଲେ ସର୍ବେ ଦ୍ୱାରକା ଭୁବନ ।ଶ୍ରୀକୃଷ୍ଣଙ୍କ ପାଦତଳେ ସରବେ ପଡ଼ିଲେ ।ଗୋପୀ ଆମ୍ଭଠାରୁ ଶ୍ରେଷ୍ଠବୋଲିଣ ବୋଇଲେ ।ତୁମ୍ଭ ମାୟା ଦେବ ବ୍ରହ୍ମାଙ୍କୁ ଯେ ଅଗୋଚରଛାର ଦାସୀ ଆମ୍ଭେ ଅନ୍ତ ନ ଜାଣୁ ତାହାରସେହି ଦିନୁ ସତ୍ୟଭାମା ଗର୍ବ ନ କରନ୍ତିସୁନ୍ଦରୀ ବୋଲି ସେ କାହା ଆଗେ ନ କହନ୍ତି ।ଜ୍ୟେଷ୍ଠ ବୋଲି ନ କହନ୍ତି କେବେହେଁ ରୁକ୍ମିଣୀତାଙ୍କଠାରୁ ସର୍ବ ଗୁଣେ ରାଜା ବଡ଼ ଜାଣି ।ପ୍ରଭୁ ପାଦତଳେ ସଦା ଭକତି କରନ୍ତିଦାସୀ ପରି ଦିବା ରାତ୍ର ସରବେ ଖଟନ୍ତି ।ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଅପୂର୍ବ ଚରିତଅଷ୍ଟସଖୀମାନଙ୍କର ଗରିବ ଗଞ୍ଜିତ ।ଜୟ ଜୟ ଜଗନ୍ନାଥ ଅତ୍ରାହି ଭଞ୍ଜନଭାରା ନିବାରଣ ଅର୍ଥେ ମର୍ତ୍ତ୍ୟେ ଉତପନ୍ନ ।ନାରୀମାନଙ୍କୁ ଗୋପିକା ଭକ୍ତି ଦେଖାଇଆନନ୍ଦେ ପୂରେ ରହିଲେ ପ୍ରଭୁ ଭାବଗ୍ରାହୀ ।କିପରି ସ୍ୱର୍ଗପୁରକୁ ଯିବେ ଚକ୍ରଧରବଂଶ ବିନାଶିବା ଲାଗି କର ତୁ ବିଚାର ।ଏଣିକି ଶୁଣିଲେ ନରେ ଯଦୁବଂଶ ଧ୍ୱଂସଭାରା ନିବାରିଣ ସ୍ୱର୍ଗ ଯିବେ ପୀତବାସ ।ଶ୍ରୀମହାପୁରୁଷ ଅଚ୍ୟୁତଙ୍କ ପାଦ ଧ୍ୟାୟିହୃଦପଦ୍ମେ ସ୍ମରି କ୍ଷେତ୍ରମୋହନ ଲେଖଇ ।ଦୁର୍ବାସା ଋଷିଙ୍କ କୃଷ୍ଣ କୁମରେ ଅଭିଶାପ ଓଦ୍ୱାରକାରେ କୋକୁଆ ଭୟଶୁଣ ହେ ପଣ୍ଡିତ ଜନେ ମନକର୍ଣ୍ଣ ଦେଇଏ ଗ୍ରନ୍ଥ ପଢ଼ିଲେ ଯମ ଭୟ ନ ଲାଗଇ ।ଯେଉଁମାନେ ତ୍ରିସନ୍ଧ୍ୟାରେ ଏହାକୁ ପଢ଼ିବେଅନ୍ତକାଳେ ଯାଇ ବଇକୁଣ୍ଠରେ ବସିବେ ।ଶ୍ରୀକୃଷ୍ଣ ଯେ ବାଲ୍ୟଭାବ ନାରୀଙ୍କୁ ଦେଖାଇରହସ୍ୟ ଦ୍ୱାରକାପୁରୁ ଗଲେ ବିଦାହୋଇ ।ନିଜ ପୁରେ ଜଗନ୍ନାଥ ଅଷ୍ଟସଖୀ ଧରିରହିଣ ସର୍ବଦା ଚିନ୍ତା କଲେ ନରହରି ।ବଂଶନାଶ କରିବାକୁ କରନ୍ତି ବିଚାରଏ କଥା କା ଆଗେ ପ୍ରଭୁ ନ କରି ବାହାର ।ଦିନୁଦିନେ କ୍ଷୀଣ ହୁଏ ପ୍ରଭୁଙ୍କ ଶରୀରଅଷ୍ଟସଖୀ କ୍ଷଣେ ପାଶୁ ନ ହୋନ୍ତି ଅନ୍ତର ।ତେଣେ ସ୍ୱର୍ଗପୁର ମଧ୍ୟେ ସର୍ବ ଦେବଗଣସୁଧର୍ମା ସଭାରେ ଆସି ମିଳିଲେ ତକ୍ଷଣ ।ବୃହସ୍ମତିଙ୍କୁ ବୋଲନ୍ତି ପ୍ରଭୁ ସୁନାସୀରକିପରି ଆସିବେ କୃଷ୍ଣଚନ୍ଦ୍ର ସ୍ୱର୍ଗପୁର ।ଦେବ ଚାର ବୋଲଇ ଯେ ଶୁଣ ସୁନାସୀରଦୁର୍ବାସା ଋଷିଙ୍କି ଶୀଘ୍ର ପେଶ ମର୍ତ୍ତ୍ୟପୁର ।ଛଦ୍ମମେ ଯାଆନ୍ତୁ ଋଷି ପାଗଳାଙ୍କ ପରିତାଙ୍କୁ ଦେଖି ଉପହାସ କରିବେ ସବୁରି ।ଶ୍ରୀକୃଷ୍ଣ କୁମାରମାନେ କଉତୁକ କରିଶାମ୍ବ କୁମାରେ କରିବେ ଗର୍ଭବତୀ ନାରୀ ।ଋଷିଙ୍କୁ ଦେଖି କୌତୁକେ ପ୍ରଶ୍ନ ପଚାରିବେରାଗେଣ ଋଷି ତାହାଙ୍କୁ ଅଭିଶାପ ଦେବେ ।ସେହି ଶାପେ ଧ୍ୱଂସହେବ ବଂଶ ଶ୍ରୀକୃଷ୍ଣରତେଣୁ ବୈକୁଣ୍ଠପୁରକୁ ଆସିବେ ଶ୍ରୀଧର ।ଶୁଣି ସକଳ ଦେବଙ୍କ ମନକୁ ପାଇଲାଋଷିବର ଦ୍ୱାରକା ଯିବା ସ୍ଥିରହେଲା ।ଛଦ୍ରମେ ପାଗଳ ବେଶ ହୋଇ ଋଷିବରପ୍ରବେଶ ହୋଇଲେ ଯାଇ ଦ୍ୱାରକା ନଗର ।ଋଷିଙ୍କୁ ଦେଖି ଶ୍ରୀକୃଷ୍ଣ କୁମରେ ଆସିଲେଉପହାସ କରି ନାନା ଭର୍ତ୍ସନା କରିଲେ ।ଶାମ୍ବ କୁମାରକୁ ସର୍ବେ ନାରୀବେଶ କରିଉଦର ମଧ୍ୟରେ ଲୌହପାତ୍ର ଏକ ଭରି ।ଋଷିଙ୍କୁ ବୋଇଲେ କହି ଆହେ ତପଚାରୀଗର୍ଭ ଭାରି ହୁଏ ଚାଲି ନ ପାରେ ସୁନ୍ଦରୀ ।ଅନେକ ଦିନ ହୋଇଲା ଗର୍ଭବାସ ହୋଇକିମ୍ପା ୟାର ପୁତ୍ର କନ୍ୟା ପ୍ରସବ ନୁହଇ ।ତୁମ୍ଭେତ ତ୍ରିକାଳ କି ତା ଅଟ ମୁନିବରକୁହ କିସ ଅଛି ଗର୍ଭ ମଧ୍ୟରେ ଏହାର ।ରାଗେ ଜରଜର ହୋଇ ଦୁର୍ବାସା ବୋଲନ୍ତିଲୌହପିଣ୍ଡ ଗର୍ଭେ ଅଛି ନାହିଁ ଯେ ସନ୍ତତି ।ଅଳ୍ପକାଳ ମଧ୍ୟେ ଲୌହପିଣ୍ଡ ପ୍ରସବିବସେହି ଲୌହପିଣ୍ଡ ଯଦୁବଂଶ ଧ୍ୱଂସ ହେବଏହା କହି ଋଷିବର ଅନ୍ତର୍ଦ୍ଧାନ ହେଲେଶ୍ରୀକୃଷ୍ଣ କୁମରମାନେ ମନେ ଭୟକଲେ ।ସଭା ମଧ୍ୟେ ବସିଥିଲେ ପ୍ରଭୁ ଚକ୍ରଧରସେଠାବରେ ପୁତ୍ରମାନେ ହୋଇଲେ ହାଜର ।ଦୁର୍ବାସାଙ୍କ ଶାପ କଥା ପ୍ରକାଶ କରିଲେଯାହା ଯାହା ଘଟିଲା ତ ବର୍ଣ୍ଣନା କରିଲେ ।ଶ୍ରୀହରି ବୋଇଲେ ପିଣ୍ଡ ଗୋଟି ଆଣିଦିଅଦେଖିବ ତାହାକୁ ମନେହୁଏ ମୋ ସନ୍ଦେହ ।ଯହୁଁ କୁମର ସେ ଲୌହପିଣ୍ଡ ଦେଖାଇଲେପ୍ରଚଣ୍ଡ ତେଜ ଦେଖିଣ ପ୍ରଭୁ ଭୀତ ହେଲେ ।ସଭାଜନମାନେ ଦେଖି ଚକିତ ହୋଇଲେଦୁର୍ବାସା କହନ୍ତି ବୋଲି ପ୍ରଭୁ ପଚାରିଲେ ।କୁମର ବୋଇଲେ ଋଷି ଅଭିଶାପ ଦେଇଜାଣୁନାହିଁ କେଣେ ଗଲେ ଅନ୍ତର୍ଦ୍ଧାନ ହୋଇ ।ଶ୍ରୀକୃଷ୍ଣ ବୋଇଲେ ସର୍ବେ ଯାଦବଙ୍କୁ ଚାହିଁକେଣେ ଋଷିବର ଛନ୍ତି ଦେଖ ସର୍ବେ ଯାଇ ।ସକଳ ଯାଦବଗଣ ଯାଇଣ ଖୋଜିଲେକୌଣସି ଠାବରେ ଦୁର୍ବାସାଙ୍କୁ ନ ପାଇଲେ ।ଶ୍ରୀକୃଷ୍ଣ ଆଗେ ସଭାରେ ଆସି ଜଣାଇଲେଖୋଜି ଖୋଜି ଥକିଗଲୁ ନ ପାଇଲୁ ଭଲେ ।ଶ୍ରୀହରି ବୋଇଲେ ଦୂତମାନଙ୍କୁ ହକାରିଶୀଘ୍ର ଲୌହପିଣ୍ଡ ନିଅ ବିଳମ୍ବ ନ କରି ।ନୀଳଗିରି ନିକଟକୁ ଯାଅ ୟାକୁ ନେଇଘଷି ପର୍ବତେ ସମୁଦ୍ରେ ଦେବ ଯେ ମେଲାଇ ।ଯେପରି ଏହାର କିଛି ଅଂଶ ନ ରୁହଇସେ ରୂପେ ଘଷିବ ତୁମ୍ଭେ ଲୌହପିଣ୍ଡ ନେଇ ।ଚାରିକ୍ରୋଶ ଚଉଡ଼ାରେ ଗିରି ଏକ ଅଛିସମୁଦ୍ର ମଝିରେ ସେହି ପର୍ବତ ପଡ଼ିଛି ।ଆଜ୍ଞା ପାଇ ଲୌହପିଣ୍ଡ ନେଇ ଚାଲି ଗଲେନୀଳଗିରି ନିକଟରେ ପ୍ରବେଶ ହୋଇଲେ ।କର୍କଶ ଲୌହପିଣ୍ଡ ଯେ ପ୍ରଜ୍ଜ୍ୱଳି ଅଟଇବରଷକ ଘରଷଣେ ଅଙ୍ଗୁଳି ଛିଡ଼ଇ ।ଘଷି ଘଷି ଚାରମାନେ ବିରକ୍ତ ହୋଇଲେକିୟତ ଅଂଶ ସେମାନେ ଜଳରେ ମେଲିଲେ ।ଅବଶିଷ୍ଟେ ଯେଉଁ ଅଂଶ ଜଳେ ପଡ଼ିଥିଲାମୀନ ଗୋଟି ଏକ ଖାଦ୍ୟ ଭାବିଣ ଗିଳିଲା ।କିଛିଦିନ ପରେ ଜାଲ ବାହିଲା ଧୀବରସେ ମୀନ ଗୋଟି ପଡ଼ିଲା ତାହାର ଜାଲର ।ଆନନ୍ଦ ହୋଇ ସେ ମୀନ ଧୀବର ଯେ ନେଲାଜାରାଶବର ଘରେ ଯେ ତାହାକୁ ବିକିଲା ।କାଟନ୍ତେ ଜରା ମୀନକୁ ଲୌହ ବାହାରିଲାପ୍ରଚଣ୍ଡ ତେଜ ଦେଖି ସେ ନାରାଚ ଗଢ଼ିଲା ।ଅବଶିଷ୍ଟ ସେ ଲୌହର ଫେନମାନ ଯାଇକୂଳେ ଲାଗି ଏରକାର ବନ ଉପୁଜାଇ ।ଏଣେ ଶ୍ରୀକୃଷ୍ଣ ଯେ ଦିନୁଦିନୁ କ୍ଷୀଣ ହେଲେସବୁବେଳେ ଅନ୍ତଃପୁରୁ ବାହାର ନୋହିଲେ ।ସକଳ ଯାଦବମାନେ ସଭାକୁ ଆସନ୍ତିଜଗନ୍ନାଥଙ୍କୁ ନ ଦେଖି ବ୍ୟାକୁଳ ହୁଅନ୍ତି ।କୃଷ୍ଣଙ୍କୁ ନ ଦେଖି ରାମ ମନଦୁଃଖ କରିବୋଲଇ କିମ୍ପାଇ ଦେଖ ନ ଯାଏ ମୁରାରୀଜାଣିଛି ମୁଁ କୃଷ୍ଣ ଯଦି ବିରସ ହୋଇବନିଶ୍ଚୟ ଅଳପ ଦିନେ ଦ୍ୱାରକ ନାଶିବ ।ଏହିପରି ସର୍ବ ମନେ ଭାବନା କରନ୍ତିଜଗନ୍ନାଥଙ୍କୁ ବାହାରେ କେହି ନ ଦେଖନ୍ତି ।ସାରା ଦ୍ୱାରକା ନଗର ଦିଶେ ଶିରୀହୀନଲକ୍ଷ୍ମୀଛଡ଼ା ଦିଶନ୍ତି ଯେ ସେ ନଗର ଜନ ।ଦିବସେ ଉଲକାପାତ ଯେ ହୁଏ ବାରବାରଶୃଗାଳ ପୃଥ୍ୱୀ ପୁରରେ ବୁଲନ୍ତି ଅପାର ।ଯେ ପୁରେ ମାଛି ପଡ଼ିଲେ ନବଖଣ୍ଡ ହୋଇଅହରହ ସୁଦର୍ଶନ ଚକ୍ର ଘୁରୁଥାଇ ।ଆଜି ସେ ପୁରେ ଅଶୁଭ ଲକ୍ଷଣ ଦେଖିଣମନେ ମନେ ମହାଭୀତ ହୋନ୍ତି ଯଦୁଗଣ ।ପୁର ମଧ୍ୟରେ ଶ୍ରୀହରି କେଣେ ନ ଯାଆନ୍ତିବିରସ ମଳିନ ଦିଶେ ପ୍ରଭୁଙ୍କର କାନ୍ତି ।ଦିନେ ଜଗନ୍ନାଥ ମନେ କରିଲେ ବିଚାରଉଦ୍ଧବ ଅକ୍ରୂର ଦୁଇ ରହିଲେ ଏ ପୁର ।ଧର୍ମବନ୍ତ ପ୍ରାଣୀ ଯେଣୁ ସେ ଦୁଇ ଅଟନ୍ତିତାଙ୍କ ଯୋଗେ ତିଳେ ନ ଡୁବିବ ଦ୍ୱାରବତୀଏତେ ପାଞ୍ଚି ଚକ୍ରଧର କରିଣ ସ୍ମରଣସେ ଦୁହିଁଙ୍କର ଆସ୍ଥାନ କମିଲା ତକ୍ଷଣ ।ସାଥେ ସାଥେ ଉଦ୍ଧବ ଅକ୍ରୂରଦ୍ୱୟ ଯାଇଅଳକାପୁର ମଧ୍ୟରେ ମିଳିଲେକ ତହିଁ ।ଖଣ୍ଡେଦୂରେ ଉଭାହୋଇ ପାଦେ ପ୍ରଣମିଲେଜଗନ୍ନାଥ ରୂପ ଦେଖି ଚମକି ପଡ଼ିଲେ ।ଅଷ୍ଟପାଟବଂଶୀ ନେତୁ ବହେ ନୀରଧାରଦେଖିଲେ ଯେ ତିଳେ ସୁଖ ନାହିଁ କା ମନରନାରୀମାନଙ୍କୁ ଚାହିଁଣ ବୋଲନ୍ତି ଶ୍ରୀଧରଅନ୍ୟସ୍ଥାନେ ଯାଅ ସର୍ବେ କାମ ଅଛି ମୋର ।ଶୁଣି ଅଷ୍ଟପାଟବଂଶୀ ଅପସରି ଗଲେଏକାନ୍ତରେ ଦୁଇଭନ୍ତେ ପାଶକୁ ରାଇଲେ ।ବେନି ନୟନୁ ପ୍ରଭୁଙ୍କ ବହେ ନୀର ଧାରଶଙ୍ଖ ଚକ୍ର ଗଦା ପଦ୍ମ ନ ଶୋଭଇ କର ।ଯେଉଁ ଚନ୍ଦ୍ରମୁଖ ସଦା ଝଟକି ଉଠଇଆଜି ଅମାଅନ୍ଧ ପରି ମଉଳି ଦିଶଇ ।ନୀଳ ବଦନ ଦିଶଇ ଯେହ୍ନେ ଶିରୀହୀନଜବାପୁଷ୍ପ ପରି ବିକଶିତ ମୁଖବନ ।ଦେଖି ଭକ୍ତ ଦୁଇଜଣ କରିଲେ ରୋଦନଏ ରୂପେ କିମ୍ପାଇ ଦେବ ଦେଉ ଦରଶନ ।ଦ୍ୱାପର ଲୀଳା କି ଶେଷ ହୋଇଲା ତୋହରସେଇଥି ନେଇ ଦେଖାଉ ଏସବୁ ଶ୍ରୀଧର ।ଶିରୀଛଡ଼ା ଦିଶୁଅଛି ସୁରଙ୍ଗ ବଦନମାୟା ନ କରି ଆମ୍ବରେ କୁହ ଭଗବାନ ।ତୁମେ ପଞ୍ଚପ୍ରାଣ ମୋର ଅଟ ଦ୍ୱାରକାରେକୁମ୍ଭଙ୍କୁ ଛାନି କି କେଣା ଯାଇ ମୁଁ ନ ପାରେ ।ଉଦ୍ଧବ ଅକ୍ରୂରଙ୍କର ବୁଝିବାକୁ ମନମାୟାକରି ମାୟାଧର ବୋଇଲେ ବଚନ ।ଆମ୍ଭ ନିକଟକୁ ଆସିଥିଲେ ଦେବଦୂତଡେରି ନ କରି ସ୍ୱର୍ଗକୁ ଯିବୁ ଯେ ତୁରନ୍ତ ।ଦ୍ୱାପର ଯୁଗର ଖେଳଲୀଳା ହେଲା ଶେଷଭୋଗ ହେଲା ଆଠଲକ୍ଷ ଚୌଷଠି ବରଷ ।ବହୁଦିନ ହେଲା କଳି ହେଲାଣି ପ୍ରବେଶହସ୍ତିନା ରାଜନ ତାକୁ ବାନ୍ଧିଛନ୍ତି ଫାଶ ।ଯେଣୁ ଆଉ ମୋତେ କ୍ଷଣେ ଶାନ୍ତି ଲାଗୁ ନାହିଁଅନେକ ଦିନ ହେ ଯିବି ସ୍ୱସ୍ଥାନେ ପଳାଇ ।ଲକ୍ଷ୍ମୀ ମଧ୍ୟ ଉଦ୍ବେଗ ହେଲାଣି ଯିବା ପାଇଁଶୁଣିଥିଲେ ରାଧାରାଣୀ ଯାହା ଥିଲେ କହି ।ମୋର ଆଗୁ ମଧ୍ୟ ନିତ୍ୟେ ଚଳିଯିବେ ସେହିଲଳିତାକୁ ଅଷ୍ଟସଖୀଗଣ ସଙ୍ଗେ ନେଇ ।ମୋର ଅନ୍ତେ ଦ୍ୱାରକାରୁ ଲକ୍ଷ୍ମୀ ସରସ୍ୱତୀଚାଲିଯିବେ କେବଳ ସେ ମୋ ଲାଗି ଅଛନ୍ତିକିନ୍ତୁ ତାଙ୍କର କରୁଣା ନାହିଁ କାହା ପରନିତ୍ୟେ ଯିବା ପାଇଁ ମନ ସଦା ତତପର ।ସତ୍ୟଭାମା ସରସ୍ୱତୀ ରୁକ୍ମିଣୀ ଯେ ଲକ୍ଷ୍ମୀଅନ୍ୟ ଷଡ଼ ପାଟବଂଶୀ ତାହାଙ୍କର ସଖୀ ।ରୁକ୍ମିଣୀ ଦେବୀଙ୍କ ମନ ଆଉ ସ୍ଥିର ନାହିଁମୋ ପାଶେ ସେବା ଆପଣ କରନ୍ତି ସେ ଦୁଇ ।ଯୋନିରେ ଜନମ ଯେଣୁ ହୋଇଛନ୍ତି ସେହିଏ ପିଣ୍ଡ ଗୋଟିକ ବିସର୍ଜନ ଯିବେ ନେଇ ।ମୋର ଯିବା ଅନ୍ତେ ଯେତେ ରମଣୀ ମୋହରସ୍ନାନ କରୁ କରୁ ସର୍ବେ ଯିବେ ସ୍ୱର୍ଗପୁର ।ତାହାଙ୍କର ମାଟିପିଣ୍ଡ ଜଳରେ ଭାସିବଅର୍ଜ୍ଜୁନ ସଭିଙ୍କୁ ଆଣି ଅଗ୍ନି ଲଗାଇବ ।ଅନନ୍ତ ଯେ ବଳରାମ ଶୁଣ ଭକ୍ତ ମୋର ।ତୋ ଆଗରୁ ସର୍ପ ରୂପେ ଯିବେ ସମୁଦ୍ରର ।ତାହାଙ୍କ ଉପରେ ମୁହଁ ଶୟନ କରିବିଲକ୍ଷ୍ମୀ ସରସ୍ୱତୀ ବିହୁନରେ ଏକା ଥିବି ।ଶୁଣି ଉଦ୍ଧବ ଅକ୍ରୂର ବୋଲନ୍ତି ବଚନବଡ଼ ସନ୍ଦିହାନ କଥା କୁହ ଭଗବାନ ।ମାୟା ସଂସାରରେ କେହି ନୁହଇ କାହାରଜାଣିଶୁଣି କିମ୍ପା ଜଞ୍ଜାଳରେ ବୁଡ଼ିମର ।ଆଗ ପରା ରାଧେ ଯିବେ ବୈକୁଣ୍ଠ ଭୁବନପୁଣ କୁହ ଏକା ଦେବ କରିବ ଶୟନ ।ହସି ଚକ୍ରଧର ତାଙ୍କୁ ଦିଅନ୍ତି ବୁଝାଇଶୁଣରେ ଭକ୍ତଶେଖର ତୁମେ ମନଦେଇ ।ରାଧାଦେବୀ ଅଟନ୍ତି ଯେ ନିତ୍ୟ ରାସେଶ୍ୱରୀତ୍ରିପୁରା ଅଂଶରେ ସେହୁ ଛନ୍ତି ଅବତରି ।ସେ ତ ପାଦ ସେବିବାକୁ ସମର୍ଥ ନୁହଇରାଧାକୃଷ୍ଣ ଦୁହିଁଙ୍କର ଭିନ୍ନା ଭିନ୍ନ ନାହିଁ ।ଯେହୁ ରାଧା ସେହୁ କୃଷ୍ଣ ବୁଝ ହେତୁକରିଏକା ଦେହୁ ଆମ୍ଭେ ଦ୍ୱୟ ଅଛୁ ଅବତରି ।ସେ ତ ଯୁଗ ଶେଷ ହେଲେ ମୋ ଦେହେମିଶଇପୁଣି ଦର୍କାର ପଡ଼ିଲେ ଅଙ୍କୁ ବାହାରଇ ।ଦେଖି ସଦା ହୃଦ ମଧ୍ୟେ ସେ ବିରାଜିଛନ୍ତିନାହିଁ ତାଙ୍କ ଦିବାରାତ୍ର ରାହାସ କରନ୍ତି ।ଯେତେବେଳେ ମର୍ତ୍ତ୍ୟେ ଜନମନ୍ତି ଦେହ ବହିମହାଲକ୍ଷ୍ମୀଙ୍କଠାରୁ ଅଂଶ ଆଣନ୍ତି ଯେ ବହି ।ତେଣୁ ପାଦ ସେବିବାକୁ ଶକ୍ତି ନାହିଁ ତାରଲକ୍ଷ୍ମୀ ସରସ୍ୱତୀ ପାଦ ମଞ୍ଚାଳନ୍ତି ମୋର ।ଶୁଣି ଉଦ୍ଧବ ଅଛର ପାଦରେ ପଡ଼ିଲେଆମ୍ଭଙ୍କୁ କେଉଁ ଉପାୟ ବତା ପ୍ରଭୁ ଭଲେ ।ଜୀବନରେ ତୋର ବିଳୁ ନ ଜାଣଇ ଆନତୁହି ଦେବ ଅଟୁ ଆମ୍ଭ ପରାଣର ଧନ ।ତୋତେ ଛାନି ଦଣ୍ଡେ ମାତ୍ର ରହି ନ ପାରିବୁତୋର ନିର୍ମାଲ୍ୟ ନ ପାଇ କିପରି ବଞ୍ଚିବୁ ।ଏତେ କହି ବାଳୁତ ନନ୍ଦନ ପରି ଦୁଇକୃଷ୍ଣଙ୍କର ପାଦ ଧରି କାନ୍ଦନ୍ତି ଯେ ତହିଁ ।ବୋଲନ୍ତି ଶ୍ରୀହରି କେଭେ ଭାବନା ନ କରତୁମ୍ଭଙ୍କୁ ଛାଡ଼ି ନ ଯିବୁ ଆମ୍ଭେ ସ୍ୱର୍ଗପୁର ।ମୋର ବୋଲ ମାନି ତୁମେ ଚଳ ଦୁଇଜଣବଦରି ଆଶ୍ରମେ ତପ କର ଆଚରଣ ।ଉଦ୍ଧବ ବୋଇଲେ କିମ୍ପା ଯିବୁ ବଦରିକାସେ କି ଅଟେ ଦେବ ତୋର ଚରଣୁ ଅଧିକା ।ଶ୍ରୀହରି ବୋଇଲେ ତୁମେ ଦୁହେଁ ଏଥି ଥିଲେନାଶ ନୋହିବ ଦ୍ୱାରକା କହୁଛି ମୁଁ ଭଲେ ।ମାୟା ସଂସାରରେ କେହି ନୁହଇ କାହାରଜାଣିଶୁଣି କିମ୍ବା ଜଞ୍ଜାଳରେ ବୁଡ଼ିମର ।ଯଦି ମୋହର ଆଦେଶ ତୁମ୍ଭେ ନ ମାନିବକାଳେ କାଳେ ଆଉମୋର ଦେଖା ନ ପାଇବଶୁଣି ଉଦ୍ଧବ ଅକ୍ରୂର ପାଦରେ ପଡ଼ିଲେଏକ୍ଷଣି କେଣିକି ଯିବୁ କୁହ ଦେବ ଭଲେ ।କିନ୍ତୁ କେଉଁଠାରେ ଆମେ ରହିବୁ ଶ୍ରୀଧରସବୁବେଳେ ଦେଖୁଥିବୁ ଶ୍ରୀମୁଖ ତୋହର ।ଶ୍ରୀହରି ବୋଇଲେ ସଦା ପାଶେ ମୁହିଁ ଥିବିକ୍ଷଣେ ମାତ୍ର ତୁମ୍ଭଙ୍କୁ ଯେ ଛାଡ଼ି ନ ଯିବି ।ବଦରିକା ଆଶ୍ରମରେ ରଖି ପୂଜୁଥାଅ ।ଅକ୍ରୂରକୁ ନାରାୟଣ ଶିଳା ଆଣିଦେଲେବୋଇଲେ ଏହାକୁ ନେଇଯାଅ ତୁହି ଭଲେ ।ଯେତେବେଳେ ତୁମ୍ଭେଦୁହେଁ ମୋତେସୁମରିବସାଙ୍ଗେ ସାଙ୍ଗେ ମୋହର ଯେ ସାକ୍ଷାତ ପାଇବପାଦୁକା ମସ୍ତକେ ନେଇ ଉଦ୍ଧବ ଚଳଇଅକ୍ରୂର ଶାଳଗ୍ରାମକୁ ନେଇ ବାହାରଇ ।ପ୍ରଭୁଙ୍କର ପାଦଧୂଳି ମସ୍ତକେ ଲଗାଇଶୋକାକୂଳେ ଦ୍ୱାରକାକୁ ବାହାରିଲେ ଦୁଇ ।ଉଦ୍ଧବ ଅକ୍ରୂର ତହୁଁ ଦ୍ୱାରକାକୁ ଗଲେଶାନ୍ତିରେ ନିଃଶ୍ୱାସ ଜଗନ୍ନାଥ ଯେ ମାରିଲେ ।ରୁକ୍ମିଣୀ ସତ୍ୟଭାମାଙ୍କୁ ପାଶକୁ ରାଇଲେମାୟା ପଟଳ ତାହାଙ୍କ ଚକ୍ଷୁରୁ ଫେଇଲେ ।ବୋଇଲେ ଜଞ୍ଜାଳେ ପଡ଼ିଅଛି ତୁମେ ଦୁଇନିଜ ସ୍ଥାନେ ଯିବାକୁ କି ମନ ବଳ ନାହିଁ ।ଯହୁଁ ମାୟା ଘୁଞ୍ଚଗଲା ଦେବୀଙ୍କ ଚକ୍ଷୁରବୋଇଲେ କିମ୍ପାଇଁ ପ୍ରଭୁ ତୁମେ ଡେରି କର ।ଚାଲ ଦେବ ଏ ସ୍ଥାନରେ କ୍ଷଣେ ନ ରହିବାଶୁଣି ଶ୍ରୀହରି ବୋଇଲେ କେଉଁପରି ଯିବା ।ସକଳ ଯଦୁବଂଶକୁ ଧ୍ୱଂସ ନ କରିଲେପୃଥ୍ୱୀଦେବୀ ନିଶ୍ୱାସ କି ମାରିଦେବ ଭଲେ ।ଆମ୍ଭେ ଆସିଥିଲେ ଉଶ୍ୱାସିବା ପାଇଁ ମହୀବେଶି ବୋଝ ଲଦିଦେଇ କିପରି ଯିବଇ ।ଶୁଣି ଦେବୀଏ ବୋଲନ୍ତି ଯାହା ତୁମ୍ଭେ କରଆମ୍ଭଙ୍କୁ ଛାଡ଼ିଣ ଯାଅ ନାହିଁ ସ୍ୱର୍ଗପୁର ।କହନ୍ତି ଶ୍ରୀକୃଷ୍ଣ ଆଗେ ଯାଉଅଛି ମୁହିଁମୋର ପଛପଟେ ତୁମ୍ଭେ ଆସ ସାଥିହୋଇ ।ଶୁଣି ଶ୍ରୀମୁଖ ବଚନ ଦେବୀ ମହାମାଇସନମତ କଲେ ମନ କ୍ରୋଧ ସେ ନ ବହି ।ସେହି ଦିନୁ ସତ୍ୟଭାମା ରୁକ୍ମିଣୀ ଆବରଅଷ୍ଟପାଟବଂଶୀ ସହ ନ ହୋନ୍ତି ଅନ୍ତର ।ସଦା ପାଦେ ସେବୁଥାନ୍ତି ଅଷ୍ଟ ପାଟବଂଶୀସମସ୍ତେ ମାୟାକୁ ତ୍ୟାଗକରି ଶୁଭକେଶୀ ।ମନେ ମନେ ଚିନ୍ତାକଲେ ପ୍ରଭୁ ଚକ୍ରଧରନନ୍ଦ ଯଶୋଦାଙ୍କୁ ଡକାଇବା ଯେ ପାଶର ।ଶ୍ରୀମତୀଙ୍କ ନିକଟକୁ ପତ୍ର ଲେଖି ଦେବିଅଷ୍ଟଦେବୀଗଣ ଧରି ଚାଲିଯାନ୍ତୁ ବେଗି ।ଏତେ ବୋଲି ଶ୍ରୀକରରେ ପତ୍ର ଲେଖି ହରିଦୂତ ଏକ ରାଇ ନିଜ ପାଶକୁ ହକାରି ।ବୋଇଲେ ରହସ୍ୟ ଦ୍ୱାରକାକୁ ତୁହି ଯିବୁପିତାମାତାଙ୍କୁ ଆମର ସଙ୍ଗରେ ଆଣିବୁ ।ଆବର ଏ ପତ୍ର ଗୋଟି ଚନ୍ଦ୍ରସେଣା ପୁରେଗୁପ୍ତରେ ଦେବୁ ତୁ ନେଇ ଶ୍ରୀରାଧା ହସ୍ତରେ ।ଯେପରି ରାଧାଙ୍କ ମନେ ଆନ ନ ଜାଣନ୍ତିତୁରନ୍ତ ଜଣାନ୍ତୁ ୟାର ଉତ୍ତର ଗୋ ସତୀ ।ଶୁଣି ଦୂତ ପତ୍ର ଗୋଟି ମସ୍ତକରେ ମାରିଦ୍ୱାରକାପୁରୁ ବାହାର ହେଲା ପ୍ରଭୁ ସ୍ମରି ।ରହସ୍ୟ ଦ୍ୱାରକା ନଗ୍ରେ ଯାଇ ପ୍ରବେଶିଲାଚନ୍ଦ୍ରସେଣା ପୁରେ ନେଇ ପତ୍ରଗୋଟି ଦେଲା ।ପତ୍ରଗୋଟି ଖୋଲିଣ ଯେ ପଢ଼ିଲେ ଶ୍ରୀମତୀଏହି ସମୟରେ ଆସି ମିଳିଲେକ ଦୂତୀ ।ଲେଖା ହୋଇଅଛି ଆହେ ପରାଣ ଈଶ୍ୱରୀଅପେକ୍ଷା ନ କରି ମୋତେ ଯିବହେ ବାହାରି ।ମୁହିଁ ପଛେ ଯିବି ଯଦୁବଂଶ କରି ନାଶଅଷ୍ଟସଖୀଙ୍କୁ ନେଇଣ ଚଳ ନିଜ ବାସ ।ସେ ସ୍ଥାନରେ ଦେଖାହେବ ତୁମର ମୋହରତୁମ୍ଭେ ଅଷ୍ଟ ନ ଗଲେ ନ ବୁଡ଼େ ଏହି ପୁର ।ଶୁଣି ରାଧାରାଣୀ ହେଲେ ମନେ ହସ ହସସାଙ୍ଗେସାଙ୍ଗେ ଯିବାପାଇଁ ହୋଇଲେ ସୁବେଶଦୂତ ହସ୍ତେ ପ୍ରଭୁପାଶେ ଲେଖିଲେ ଉତ୍ତରଆଜ୍ଞା ପାଇବା ମାତ୍ରକେ ହେଲି ମୁଁ ବାହାର ।ବହୁଦିନୁ ଯିବାପାଇଁ ବଳିଲାଣି ଚିତ୍ତପ୍ରାଣ ଛାଡ଼ି ପିଣ୍ଡ ଯିବା ନୁହଇ ଉଚିତକିନ୍ତୁ ଆଜ୍ଞା ପାଇ ଆଗ ଯାଉଅଛି ମୁହିଁତୁମ୍ଭ ବିହୁନେ ନିମିଷେ ନ ପାରିବି ରହି ।ତୁରନ୍ତ ଯାଇ ମୋ ପାଶେ ହୋଇବ ହାଜରଏତିକି ମାତର ଭିକ୍ଷା ପାଦରେ ମୋହର ।ଘେନିବ ଦାସୀର ପ୍ରଣିପାତ ହୃଦସାଇଁଚାତକିନୀ ପରି ଚାହିଁ ରହିଥିବି ମୁହିଁ ।ଯେପରି ମାତେ ପଠାଇ ବୃଷଭାନୁ ଘରନିଶ୍ଚିନ୍ତରେ ଶୋଇଗଲ ପ୍ରଭୁ ଚକ୍ରଧର ।ଚାହିଁ ଚାହିଁ ଆଖି ପାଣି ଆଖିରେ ମରିଲାବହୁତ ଦିନରେ ଦାସୀ ମନରେ ପଡ଼ିଲା ।ଏଥର ସେପରି ନ କରିବ ପ୍ରାଣେଶ୍ୱରବିଦାୟ ନେଉଛି ଆଜ୍ଞା ପାଇଣ ତୁମ୍ଭର ।ଏତେ ଲେଖି ପତ୍ରଗୋଟି ଦେବୀ ମୁଦିଦେଲେପ୍ରଭୁଙ୍କ ପାଶକୁ ଦୂତ ସେ ପଠାଇଲେ ।ପ୍ରଭୁ ଦେବା ପତ୍ରଗୋଟି ଯତନେ ରଖିଲେଅଷ୍ଟ ସଖୀସହ ଦେବୀ ଅନ୍ତର୍ଦ୍ଧାନ ହେଲେ ।ରହସ୍ୟ ଦ୍ୱାରକାପୁରେ ପଡ଼ିଲା ଚହଳକେହି ଜାଣିଲେ କେଣେ ଗଲେ ଏ ସକଳ ।ନନ୍ଦ ଯଶୋଦାଙ୍କୁ ଦୂତ ସଙ୍ଗେ ଘେନିଗଲାପ୍ରଭୁଙ୍କ ପାଶରେ ନେଇ ପହଞ୍ଚାଇ ଦେଲା ।ଦେଖି ପ୍ରଭୁଙ୍କ ବଦନ ପିତା ମାତା ଦୁଇବିକଳ ହୋଇ କାନ୍ଦନ୍ତି ମୁଣ୍ଡ କୋଡ଼ିହୋଇ ।ଆସି ବଳରାମ ପ୍ରଭୁ ବହୁ ବୁଝାଇଲେଦୁଃଖ ମନେ ଦ୍ୱାରକାର ସେ ଯେ ବାସକଲେ ।ରହସ୍ୟ ଦ୍ୱାରକା ପୁରେ ଚହଳ ପଡ଼ଇବୋଧେ ଜଳେ ବୁଡ଼ି ମଲେ ଏହି ଅଷ୍ଟ ସହୀ ।ଶ୍ରୀକୃଷ୍ଣଚନ୍ଦ୍ର ଶୁଣିଣ ମନେ ଦୁଃଖ କଲେରୁକ୍ମିଣୀ ସତ୍ୟଭାମା ଯେ ଜାଣିଣ ହସିଲେ ।ବୋଇଲେ ତାହାଙ୍କୁ ପ୍ରଭୁ ଆଗ ପଠିଆଇଆମ୍ଭଙ୍କୁ କିମ୍ପା ଅଛି ପଛରେ ପକାଇ ।ଶ୍ରୀହରି ବୋଇଲେ ମୋର ସେବା କେ କରିବବର୍ତ୍ତମାନ ଯଦି ତୁମ୍ଭେ ଦୁହେଁ ଚାଲିଯିବ ।ଶୁଣି ନୀରବରେ ଦେବୀ ପାଦ ସେବା କଲେପୁରୁ ନିମିଷେ ଯେ ପ୍ରଭୁ କେଣେହେଁ ନ ଗଲେ ।ମନେ ମନେ ଚିନ୍ତାକରି ପ୍ରଭୁ ଚକ୍ରଧରକାଳ ପୁରୁଷ ଦେହରୁ କରିଲେ ବାହାର ।କୋକୁଆ ବୋଲିଣ ତାର ନାମ ଦେଲେ ହରି ।ବୋଇଲେ ଭୟ କରାଅ ଦ୍ୱାରକା ନଗରୀ ।ନଅଗୋଟି ପକ୍ଷୀ ତାର ଛଅ ଗୋଟି ଆଖିସପତ ବ୍ରହ୍ମାଣ୍ଡ ତାର ଗର୍ଭେ ଯିବ ଲାଖି ।କନ କନ ହୋଇଣ ସେ ବୁଲେ ଏଣେତେଣେଏଠାବରୁ ସେଠାକୁ ପଳାଏ ତକ୍ଷଣେ ।ଦ୍ୱାରକାପୁର ମଧ୍ୟରେ ପଡ଼ିଲା ଚହଳକୋକୁଆକୋକୁଆବୋଲିସର୍ବେକଲେଗୋଳକେ ବୋଇଲା ଆରେ ବାବୁ କେଣେ ଯାଉଅଛଏ ବାଟେ କୋକୁଆ ଗଲା ଦେଖିଲି ପ୍ରତ୍ୟକ୍ଷ ।କେ ବୋଲଇ ମୋର ପୁତ୍ର ଗୋନାଇ ଖାଇଲାକେ ବୋଲଇ ଖାଉ ଖାଉ ମୋ ସ୍ୱାମୀ ବଞ୍ଚିଲା ।ଏହିରୂପେ ଦ୍ୱାରକାରେ ଚହଳ ଶୁଭଇକୋକୁଆ କୋକୁଆ ବୋଲି ସର୍ବେ ଭୟ ପାଇ ।ଦିନ ଦଶଘଡ଼ି ଯାଏ ଘରେ ପଶିଥାନ୍ତିପ୍ରହରେ ଦିନ ଥାଇଣ ସରବେ ଶୁଅନ୍ତି ।ଏହିପରି ହାଲ ହୁଳି ହୁଏ ଦ୍ୱାରକାରେଶୁଣି ରାଜା ସଭା ଡକାଇଲା ଧାତିକାରେ ।ସାତ ପୁରର ଯାଦବଗଣ ଠୁଳ ହଲେକୋକୁଆ ମାରିବା ପାଇଁ ବିଚାର କରିଲେ ।ସେଦିନ ଶ୍ରୀକୃଷ୍ଣ ସଭାରେ ମିଳିଲେକୋକୁଆର କଥା ସର୍ବେ ପ୍ରଭୁଙ୍କୁ କହିଲେ ।ବଳରାମ ବୋଲନ୍ତି ଶ୍ରୀହରି ମୁଖ ଚାହିଁକୋକୁଆ କେବଣ ଜୀବ ମୁଁ ତ ଦେଖି ନାହିଁ ।ଶ୍ରୀକୃଷ୍ଣ ବୋଇଲେ ଛଅ ଗୋଟି ଆଖି ତାରନଅଗୋଟି ପକ୍ଷ ଦିଶେ ଅତି ଭୟଙ୍କର ।ବଡ଼ ଭୟାନକ ଜୀବ ଗୋଟି ସେ ଅଟଇଜନ ମନୁଷ୍ୟ ଦେଖିଲେ ଗୋଡ଼ାଇ ଭଲଇ ।ରାମ ବୋଲନ୍ତି କି ସୁଦର୍ଶନ ତୋର ନାହିଁଛାର କୋକୁଆ ଆସିଣ ଭୟ ଯେ ଦେଖାଇ ।ଶୁଣି ଜ୍ୟେଷ୍ଠ ଭ୍ରାତା ଆଗେ କହନ୍ତି ଶ୍ରୀଧରନିଶ୍ଚୟ କୋକୁଆ କାଲି କରିବି ସଂହାର ।ଜଳ ସ୍ଥଳେ ଆକାଶରେ ଥିବ କେଉଁଠାରଗୋଡ଼ାଇ ମାରିଣ ତାକୁ କରିଦେବି ଦୂର ।ସଭା ମଧେ ଯେତେ ଯଦୁଗଣ ରହିଥିଲେକୋକୁଆ ମାରିବା ଶୁଣି ଆନନ୍ଦ ହୋଇଲେ ।ଜଗତ କରତା ସର୍ବ ଯାଦବେ କହିଲେରାତ୍ର ପ୍ରହରକ ଥାଉ ଯିବା ସର୍ବେ ଭଲେ ।ଶୁଣିଣ ଯାଦବଗଣ ପୁରକୁ ଚଳିଲେଅବକାଶ ମନ୍ଦିରକୁ ପ୍ରଭୁ ଚଳିଗଲେ ।ସତ୍ୟଭାମା ରୁକ୍ମିଣୀ ସହିତ ଅଷ୍ଟନାରୀବୋଲନ୍ତି କୁହନ୍ତୁ ନାଥ କୋକୁଆ କିପରି ।ଗୋଟି ଗୋଟି କରି ଜଗନ୍ନାଥ ଯେ କୁହନ୍ତିଆଗ୍ରହରେ ନାରୀମାନେ ସର୍ବେ ଶୁଣୁଥାନ୍ତି ।ଭାବନ୍ତି କରି ତାଙ୍କର କୃତ୍ୟ ଅଟେ ଏହିନୋହିଲେ ଛାର କୋକୁଆ ଆସନ୍ତା କିମ୍ପାଇ ।ବଳରାମ ଠାକୁର ଯେ ଚିନ୍ତିତ ହୋଇଲେବୋଧେ ଯୁଗ ଶେଷ ଦେବ ବୋଲିଣ ଭାବିଲେନୋହିଲେ ଶ୍ରୀକୃଷ୍ଣ କିମ୍ପା ବସେ ମୂକ ହୋଇଶିରୀହୀନ ଚନ୍ଦ୍ରମୁଖ ତାହାର ଦିଶଇ ।ଏହି କଥା ଯଦୁଗଣ ଚିନ୍ତା କରୁଥାନ୍ତିବିରସ ମନରେ ଗୃହେ ରଜନୀ ବଞ୍ଚନ୍ତି ।ଶ୍ରୀକୃଷ୍ଣ ଚକ୍ଷୁକୁ ଯେ ନିଦ୍ରା ନ ଆସଇ ।କେଉଁ ଉପାୟରେ ବଂଶ ମୁହଁ ଧ୍ୱସିବଇଁ ।ଏତେବଡ଼ ବଂଶଗୋଯି ନିଜେ ଗଢ଼ି ମୁହିଁପୁଣି ଆପଣା ହସ୍ତରେ ନାଶ କରିବଇଁ ।ନିଦ୍ରା ନ ଆସଇ ମାତ୍ର ନୟନେ ପ୍ରଭୁରସଦା ପାଦ ମଞ୍ଚାଳନ୍ତି ଦେବୀଗଣ ଧୀର ।ସର୍ବେ ପ୍ରଭୁଙ୍କ ବଦନ ନିରେଖି କାନ୍ଦନ୍ତିବହୁତ ବୁଝାଇ ତାଙ୍କୁ ଠାକୁରେ କହନ୍ତି ।ଶ୍ରୀକୃଷ୍ଣଙ୍କ ନାରୀଗଣ ସର୍ବେ ଠୁଳହୋଇଶ୍ରାବଣ ଧାରା ପରାୟେ ଲୋତକ ବୁହାଇ ।ବୁଝାଇ ବହୁତ୍ ତାଙ୍କୁ କହିଲେ ଠାକୁରଯୁଗେ ଯୁଗେ ଅଟ ତୁମେ ନାରୀ ଯେ ମୋହର ।ଏହିପରି ନାରୀଙ୍କୁ ଯେ ପ୍ରଭୁ ଚକ୍ରଧରବହୁ ପ୍ରବୋଧନା ଦେଇ କରିଲେକ ସ୍ଥିର ।ବୁଝାଇ କାଳ ନିଦ୍ରାରେ ଶୟନ କରିଲେବଂଶ ଧ୍ୱଂସହେବ କ୍ଷେତ୍ରମୋହନ ଯେ ବୋଲେ ।ଯଦୁବଂଶ ଧ୍ୱଂସ ଓ ଜରାଶବର ଶରାଘାତେ ଶ୍ରୀକୃଷ୍ଣଙ୍କର ମୃତ୍ୟୁଶୁଣ ଆହେ ସୁଜନେ ଦେଇ ମନକର୍ଣ୍ଣଚିତ୍ତବୋଧ ଗ୍ରନ୍ଥ ଶୁଣି ଭବ୍ରୁ ତର ଜନ ।ଉଦ୍ଧବ ଅକ୍ରୂର ଦୁଇ ପେଶିଲେ ଶ୍ରୀଧରବଦରିକା ଆଶ୍ରମରେ ତପ କଲେ ଥିର ।ଯେତେବେଳେ ଦୁଇ ଭକ୍ତ ଦ୍ୱାରକା ତେଜିଲେକେହି ତାହାଙ୍କର ସନ୍ଧାନ ଯେ ନ ପାଇଲେ ।ଖୋଜି ଖୋଜି ଯଦୁଗଣ ଆକ୍ରାନ୍ତ ହୋଇଲେକୋକୁଆ ଖାଇଲା ବୋଲି ମନେ ବିଚାରିଲେ ।ତେଣେ ରହସ୍ୟ ଦ୍ୱାରକା ପୁରେ ଗୋପୀଗଣସମୁଦ୍ରରେ ବୁଡ଼ିଲେ ବୋଲି ସ୍ଥିରକଲେତାହାଙ୍କ କୁଟୁମ୍ବମାନ ଶ୍ରାଦ୍ଧକ୍ରିୟା କଲେ ।ଯେଉଁ ଦିନ ରାଧା ଗଲେ ସେ ପୁରକୁ ଛାଡ଼ିଭୟାବହ ବିପଦ ଯେ ବସିଲାକ ମାଡ଼ି ।ଦିବସରେ ଉଲ୍କାପାତ ଅକାଳ ମରଣଦେଖି ସର୍ବ ଗୋପୀମାନେ ଭାବନ୍ତି ହୃଦେଣ ।ଧନ୍ୟ ଧନ୍ୟ ଶ୍ରୀମତୀ ତୁ ଥିଲୁ କେଡ଼େ ସତୀତୋ ଯୋଗେ ପଡ଼ୁ ନ ଥିଲା ଏ ପୁରେ ବିପତ୍ତି ।ଯେଉଁ ଦିନ ରାଧା ସହ ଅଷ୍ଟସଖୀ ଗଲେଆଉ ବାଳ ଗୋପାଳଙ୍କୁ ଦର୍ଶନ ନ କଲେ ।ଏଣେ ଦ୍ୱାରକା ପୁରରେ ସକଳ ଯାଦବସ୍ଥିରକଲେ ପ୍ରଭାତୁ ମରିବେ ଦୁଷ୍ଟଜୀବ ।ବିବିଧ ଅସ୍ତ୍ର ଶସ୍ତ୍ରରେ ହୋଇଣ ସଜ୍ଜିତଶ୍ରୀହରିଙ୍କ ପାଶେ ଆସି ହେଲେ ଉପସ୍ଥିତ ।ରାତ୍ର ପାହାଡିରେ ସର୍ବେ ହୋଇଲେ ବାହାରରଥ ଗଜ ଅଶ୍ୱ ଘେନି ବାହାରିଲେ ବୀର ।ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ଯେତେ ପୁତ୍ର ନାତି ଥିଲେକୋକୁଆ ମାରିବା ପାଇଁ ବାହାରି ହୋଇଲେ ।ଏକୁ ଏକ ବଳି ସେ ଯେ ଅତ୍ୟନ୍ତ ସୁନ୍ଦରଜଗନ୍ନାଥଙ୍କ ପାଶରେ ହୋଇଲେ ହାଜର ।ପୁତ୍ରମାନଙ୍କ ବଦନ ଚାହିଁ ନରହରିବାଳୁତ ପ୍ରାୟ ରୋଦନ କରିଲେ ଶ୍ରୀହରି ।ଯେଉଁ ବୃକ୍ଷକୁ ସ୍ୱହସ୍ତେ ରୋପିଅଛି ମୁହିଁଆଜି ତାହା ନିଜ କରେ ମୁହିଁ ଛେଦିବଇଁ ।ଏହି କଥା ମନେ ଭାବି ପ୍ରଭୁ ଚକ୍ରଧରଭାବନ୍ତି କିପରି ବଂଶ କରିବି ସଂହାର ।ଶୂନ୍ୟ ଶବଦ ହୋଇଲା ପ୍ରଭୁଙ୍କ କର୍ଣ୍ଣରକେ କାହାର ନୁହଁ ସବୁ ମାୟା ଖେଳଘର ।ପରମ ପୁରୁଷ ହୋଇ ମାୟା ମୋହେ ପଡ଼ିଛାର ମାନବ ଦେହରେ ଅଛ ତୁମ୍ଭେ ବୁଡ଼ି ।ବୈକୁଣ୍ଠ ପୁରକୁ ଶୀଘ୍ର ଆସ ଚକ୍ରଧରଏମାନଙ୍କୁ ନାଶି ପୃ ଉଶ୍ୱାସ ହେ କର ।ଦେବ ବାଣୀ କର୍ଣ୍ଣେ ଶୁଣି ଉଠିଲେ ଶ୍ରୀଧରବାହାରିଲେ ସ୍ୱହସ୍ତରେ ଧରି ଧନୁଶର ।ସମୁଦ୍ର ଲହରୀ ପରି ଚାଳନ୍ତି ସକଳଯାଦବଙ୍କ ପାଦଘାତେ କମ୍ପେ ଭୂମଣ୍ଡଳ ।ଆଗେ ତାଳଧ୍ୱଜ ବଳଦେବ ଚାଲିଥାନ୍ତିତାହାଙ୍କ ପଛେ ସକଳ ଯାଦବେ ଧାମନ୍ତି ।ପରେ ଶ୍ରୀକୃଷ୍ଣ ଯେ ନନ୍ଦିଘୋଷେ ବିଜେକରିଯାଉଅଛନ୍ତି ସେ ମାୟା କୂଟ ଯେ ବିସ୍ତାରି ।ଗଲା ଗଲଶ ବୋଲି ସର୍ବେ ଚହଳ ପକାନ୍ତିହେଇ ସେ କୋକୁଆ ବୋଲି ସରବେ ଡାକନ୍ତିମାର ମାର ଧର ଧର ସମସ୍ତେ ବୋଲନ୍ତିକୋକୁଆକୁ ମାର ବୋଲି ଗର୍ଜନ କରନ୍ତି ।ଶବଦ ଶୁଣି କୋକୁଆ ହୋଇଲା ବାହାରଘୋର ନାଦ କରିଣ ସେ ପଳାଏ ସତ୍ୱର ।ତା ପଛେ ପଞ୍ଚ ଯୋଜନ ବଳରାମ ହରିମାରିବା ପାଇଁକି ଗୋଡ଼ାଇଲେ ଧନୁ ଧରି ।ମାୟାବୀ କୋକୁଆ ଭେଟ ସେଠାରେପାବନ୍ତିସ୍ୱୟଂ କୃଷ୍ଣ ନିଜ ଦେହୁଁ କୋକୁଆ କାଢ଼ନ୍ତି ।କେ ବୋଲଇ ଧର ଧର କେ ବୋଲଇ ମାରକୋକୁଆ ଉପରେ ଶର କଲେ ଯେ ପ୍ରହାର ।ଯେତେ ବଳବାନ ଶର ଯାଦବେ ବିନ୍ଧନ୍ତିମାୟାବୀ କୋକୁଆ ଅଙ୍ଗେ କେହି ନ ବାଜନ୍ତି ।ସେ ତ ଅନ୍ୟ କେହି ନୁହେଁ ମାୟା ଅବତାରସ୍ୱୟଂ ଜଗନ୍ନାଥ ଅଙ୍ଗୁ ହୋଇଛି ବାହାର ।ଯେତେ ବାଣ ଯଦୁମାନେ ରାଗରେ ବିନ୍ଧିଲେକୋକୁଆ ଦେହରେ ମାତ୍ର କେହି ନ ବାଜିଲେ ।ସଭିଙ୍କୁ ମାୟା କରିଣ ଛନ୍ତି ଚକ୍ରଧରଗଲା ଗଲା ବୋଲିଣ ଯେ କରନ୍ତି ଚିତ୍କାର ।ସ୍ୱୟଂ ବଳରାମ ମଧ୍ୟ ପଛେ ଧାଇଁଛନ୍ତିଶ୍ରୀକୃଷ୍ଣ ମାୟାରୁ ମଧ୍ୟ କେ ବଉଁ ନାହାନ୍ତି ।କଦମ୍ବ ଗଛକୁ ଦେଖି ରାଗେ ବଳଦେବବୋଲନ୍ତି ଏହି ତ ଅଟେ ସେ କୋକୁଆ ଜୀବ ।ମାୟାରେ ମୋହିତ କରି ଅଛନ୍ତି ଶ୍ରୀହରିସେ ବୃକ୍ଷ ଦିଶଇ ତାକୁ କୋକୁଆର ପରି ।କ୍ରୋଧ ହୋଇ ହଳଧର ସେ ବୃକ୍ଷ ପ୍ରହାରକରନ୍ତେ ସେ ଗଛ ମଧ୍ୟୁ ବାହାରିଲା କ୍ଷୀର ।ସେଠାରୁ କୋକୁଆ କେଣେ ଉଭାଇଣ ଗଲାସେ କଦମ୍ବ ବୃକ୍ଷୁ କାଦମ୍ବରୀ ବାହାରିଲା ।ପଥଶ୍ରମେ ବଳରାମ କ୍ଳାନ୍ତ ହୋଇଥିଲେମନଇଚ୍ଛା କାଦମ୍ବରୀ ଦେବ ପାନକଲେ ।ନଦୀସ୍ରୋତ ପରି କାଦମ୍ବରୀ ଯେ ଝରଇମନଇଚ୍ଛା କୃଷ୍ଣ ପୁତ୍ର ନାତି ଗଲେ ପିଇ ।ସର୍ବେ କାଦମ୍ବରୀ ପାନେ ବିହ୍ୱଳ ହୋଇଲେପରକି ଆପଣା କେହି କାରେ ନ ଚିହ୍ନିଲେ ।ପୁଣି ସେ କୋକୁଆ ଜୀବ ବାହାର ହୋଇଲାକଳପ ବଟ ମୂଳରେ ଯାଇ ଲୋପ ହେଲା ।ରାଗେ ଲଙ୍ଗଳ ଉଞ୍ଚାଇ ଧମନ୍ତି ହଳଧରଏହି ବେଳେ ଦୈବ ବାଣୀ ଶୁଣିଲେ କର୍ଣ୍ଣର ।ଆହେ ହଳଧର ଶୀଘ୍ର ସର୍ପ ରୂପ ହୋଇଅନନ୍ତ ଶୟନ କର ଶୀଘ୍ର ଆସ ଧାଇଁ ।ଯହୁଁ ଦେବବାଣୀ ରାମ କଣ୍ଠରେ ଶୁଣିଲେଶ୍ୱେତ ନାଗରୂପ ହୋଇ ପାତାଳକୁ ଗଲେ ।ସର୍ପରୂପ ଧରି ଯହୁଁ ବଳରାମ ଗଲେତାହା ଦେଖି ଜଗନ୍ନାଥ ଆନନ୍ଦ ହୋଇଲେ ।ସେତିକିବେଳେ କୋକୁଆ ହୋଇଲା ବାହାରସର୍ବେ ଭାବିଲେ ଭକ୍ଷିଲା ନିଶ୍ଚେ ଏ ପାମର ।ମାର ମାର ଏ ଦୁଷ୍ଟକୁ ରାମକୁ ଭକ୍ଷିଛିକେ ବୋଲେ ଦେଖ ତା ମୁଖେ ରକତ ଲାଗିଛି ।କାଦମ୍ବରୀ ପାନେ ସର୍ବେ ହୋଇଛନ୍ତି ଭୋଳପର ଆପଣା ନ ଚିହ୍ନି ଆରମ୍ଭିଲେ ଗୋଳ ।କୋକୁଆ ଜୀବ ପରାୟେ ସରବେ ଦିଶିଲେ ।ମାୟାରେ ପଡ଼ିଣ କେହି କାରେ ନ ଚିହ୍ନିଲେ ।କୋକୁଆ ବୋଲି ଏକକୁ ଆରେକ ହାଣଇମୁଣ୍ଡମାନ ଗୋଟି ଗୋଟି ହୋଇଣ ଗଡ଼ଇ ।ପରସ୍ପର ଭିତରେ ଯେ ହେଲେ ହଣାହଣିଆପଣା ପର କେହି ଯେ କାହାକୁ ନ ଜାଣି ।ମୂଷଳ ଧାରା ପରାୟ ରୁଧିର ବହଇପଟାଳି ପରାୟେ କୃଷ୍ଣ ପୁତ୍ର ଗଲେ ଶୋଇ ।ଯାଦବେ ମାତର କେହି ଜଣେ ନ ରହିଲେସନ୍ତରା ବଣରେ ହଣାହଣି ହୋଇ ମଲେ ।ଯେତେବେଳେ କୃଷ୍ଣଚନ୍ଦ୍ର ବନକୁ ଚାହିଁଲେପାଞ୍ଚକ୍ରୋଶ ମଢ଼ାମାନ ଦେଖିଣ କାନ୍ଦିଲେ ।ଏକମାତ୍ର ପ୍ରଦ୍ୟୁମ୍ନ ଯେ କେଣେ ରହିଥିଲାପରିଶେଷେ ଆସି ପିତା ଛାମୁରେ ମିଳିଲା ।ପ୍ରଦ୍ୟୁମ୍ନକୁ ଦେଖି କ୍ରୋଧ ହୋଇ ଚକ୍ରଧରଚକ୍ରକୁ ବୋଇଲେ ଶୀଘ୍ର ଏହାକୁ ସଂହାର ।ଆଜ୍ଞା ପାଇ ସୁଦର୍ଶନ ଚକ୍ର ଚଳିଗଲାପ୍ରଦ୍ୟୁମ୍ଭର କନ୍ଧପରେ ଯାଇଣ ପଡ଼ିଲାପ୍ରଦ୍ୟୁମ୍ନକୁ ନାଶି ଚକ୍ର ଶ୍ରୀକୃଷ୍ଣଙ୍କ କରନ ଆସି ନୀଳ ସୁନ୍ଦରେ ମିଳିଲେ ସତ୍ୱର ।ଯହୁଁ ଶେଷ ହୋଇଗଲା ପ୍ରଦ୍ୟୁମ୍ନ କୁମରହୃଦ ମଧ୍ୟରେ ବିକଳ ହୋଇ ଚକ୍ରଧର ।ଶେଷ ମୋର ଏକମାତ୍ର ପୁତ୍ର ଥିଲା ରହିମୁହିଁ ଚଣ୍ଡାଳ ସ୍ୱହସ୍ତେ ଦେଲି ଯେ ମରାଇ ।ବ୍ରହ୍ମ ଅଭିଶାପ ଆସି ମୋତେ ଯେ ଫଳିଲାଗାନ୍ଧାରୀର ଶାପ ଏତେ ଦିନେ ଭୋଗ ହେଲାକହିଥିଲା ମୋ ପୁତ୍ରଙ୍କୁ କଲୁ ତୁହି ନାଶଅକାଳରେ ତୋର ବଂଶ ହୋଇବ ବିନାଶ ।ତୁହି ମଲାବେଳେ କାହା ମୁଖ ନ ଚାହିଁବୁବନସ୍ତ ମଧ୍ୟରେ ପଡ଼ି ପ୍ରାଣ ହରାଇବୁ ।ସେହି କଥା ଗୋଟି ଆସି ଘୋଟିଲା ମୋହରଲକ୍ଷ ଲକ୍ଷ ପୁତ୍ର ନାତି ନାହିଁ କେ ପାଶର ।ଯହୁଁ ଏପରି ବ୍ୟାକୁଳ ହୋଇଲେ ଶ୍ରୀଧରଶୂନ୍ୟ ଶବଦ ହୋଇଲା ଭାବନା ନ କର ।ତୁମ୍ଭେ ପରା ଅଟ ସର୍ବ ଘଟର ଈଶ୍ୱରନିଜ ହସ୍ତେ କରିଥିଲୁ ତୁହି ଧୂଳିଘର ।ଶେଷ ଭାଙ୍ଗିଦେଇ ନିଜ ଘରେ ଆସି ଚଳିଶ୍ରୀରାଧା ଆଗରୁ ଆସି ହେଉଛନ୍ତି ଭାଳି ।ବଳରାମ ପ୍ରଭୁ ଆସି ଅନନ୍ତ ଶୟନକଲେକ ତୁରନ୍ତ ତୁମ୍ଭେ ଆସ ଭଗବାନ ।ରଥ ନେଇ ମାତଳି ଯେ ରହିଛି ଅନାଇତବ ପୁତ୍ରନାତି ସର୍ବେ ସ୍ୱର୍ଗେ ଆସିଛଇଁ ।ତୁମ୍ଭେ ବିଳମ୍ବ ନ କର ଆହେ ଚକ୍ରଧରଆସିଲେ ଦେଖିବ ପୁତ୍ର ନାତିକୁ ତୁମ୍ଭର ।ଲକ୍ଷ୍ମୀଦେବୀ ସାତଦିନ ପରେ ହେ ଆସିବେଅର୍ଜ୍ଜୁନକୁ ସର୍ବେ କହି ଆସ ହେ ମାଧବେ ।ଶୂନ୍ୟ ଶବ୍ଦ ଶୁଣି ମନୁ ଚିନ୍ତା ତେଜି ହରିତତକ୍ଷଣେ ଖଣ୍ଡେ ଦୂର ଗଲେ ଦଇତ୍ୟାରି ।ଶିଆଳି ଲତା ଗୋଟିଏ ଦେଖି ଭଗବାନତା ଉପରେ ଆନନ୍ଦରେ କରିଲେ ଶୟନ ।କ୍ଳାନ୍ତ ହୋଇ ମହାପ୍ରଭୁ କରିଲେ ଶୟନବୈକୁଣ୍ଠ ଯିବାକୁ ମନ ହେଲାଣି ଉଚ୍ଛନ୍ନ ।ଯୋଗ ନିଦ୍ରାରେ ଶୋଇଲେ ପ୍ରଭୁ ଚକ୍ରଧରଏ ସମୟେ ଶର ଘେନି ଏକଇ ଶବର ।ଜରା ଶବର ଯେ ନାମ ଅଟଇ ତାହାରସେହି ବନସ୍ତ ମଧ୍ୟରେ କରିଛି କୁଟୀର ।ଢେମଣା କାଠର ଧନୁ ଏକ କରେ ଧରିଯେଉଁ ନାରାଚ ଗୋଟିକ ଥିଲା ସେ ତିଆରି ।ମୀନ ପେଟରୁ ଯେ ପାଇଥିଲା ଯେଉଁ ଲୁହାକୁ ଯତନେ ତିଆରି କରିଲା ତିରିହା ।ଉତ୍ତର ଦିଗକୁ ମୁଖ କରି ବ୍ୟାଧ ଗଲାହସ୍ତିନା ନଗରେ ଯାଇ ପ୍ରବେଶ ହୋଇଲା ।ଦେଖି ଚାର ଜଣାଇଲା ଧର୍ମଙ୍କ ଆଗରବ୍ୟାଧ ଜଣେ ପେଶିଛନ୍ତି ପ୍ରଭୁ ଚକ୍ରଧର ।କୃଷ୍ଣଙ୍କର ଦୂତ ବୋଲି ଯୁଧୁଷ୍ଠିର ଶୁଣିବୋଇଲେ ତାହାଙ୍କୁ ମୋର ପାଶେ ଛାଡ଼ିଆଣି ।ଜରା ଶବରକୁ ଡାକି ସଙ୍ଗେ ଘେନିଗଲାଧର୍ମରଜିଙ୍କ ପାଶରେ ନେଇଣ ଛାଡ଼ିଲା ।ସାଷ୍ଟାଙ୍ଗ ପାଦରେ ପଡ଼ି କହଇ ଶବରବନେ ତ୍ରିବେଣୀ ଘାଟରେ ଛନ୍ତି ଚକ୍ରଧର ।ପ୍ରାଚୀ ନଦୀ ତଟେ ତ୍ରିବେଣୀର ଧାରସେହିଠାରେ ଶୋଇଛନ୍ତି ପ୍ରଭୁ ଚକ୍ରଧର ।ପୁଣି କହିଛନ୍ତି ନ ଆସିଲେ ଚାରିଭାଇଅର୍ଜ୍ଜୁନଙ୍କୁ ଏକା ସଙ୍ଗେ ଆଣିବୁ ଯେ ତୁହି ।ଶୁଣି ପାଞ୍ଚଭାଇ ଆସି ଉଭା ହୋଇଗଲେପାର୍ଥ ବିକଳ ହୋଇଣ ବ୍ୟାଧକୁ ପୁଚ୍ଛିଲେ ।କହ ବ୍ୟାଧ କିମ୍ପାଇ ସେ ବଣରେ ଅଛନ୍ତିମୋତେ କାହିଁକି ଜରୁରି ପାଶେ ଡାକିଛନ୍ତି ।ବ୍ୟାଧ ବୋଲେ ଜାଣେ ନାହିଁ ତହିଁର ଖବରଗଲେ ତୁମ୍ଭଙ୍କୁ ସିନା ଯେ କହିବେ ଠାକୁର ।ସହଦେବ ମୁଖ ଚାହିଁ ଯୁଧିଷ୍ଠିର କହନ୍ତିକୁହ କାହା ପାଇଁ କୃଷ୍ଣଚନ୍ଦ୍ର ଡାକିଛନ୍ତି ।କରକୁ ଅନାଇ ସହଦେବ ଚମକିଲାଘଡ଼ିଏ ବେଳ ଯାଏ ସେ ନୀରବ ରହିଲା ।ପାଣ୍ଡବେ ବୋଇଲେ ଶୀଘ୍ର କୁହ ସହଦେବକିମ୍ପା ଡକାଇ ଅଛନ୍ତି ସେ କମଳାଧବ ।ସହଦେବ ବୋଲେ ଆଜି ପାଣ୍ଡବ ଭରସାସରିଗଲେ କୃଷ୍ଣଚନ୍ଦ୍ର କରିବେନି ଆଶା ।ହୋଇଥିଲା କଥା ସବୁ ଗୋଟି ଗୋଟି କରିଧର୍ମରାଜେ ସହଦେବ କୁହନ୍ତି ବିସ୍ତାରି ।ଶୁଣି ପାଣ୍ଡବଙ୍କ ମନ ବ୍ୟାକୁଳ ହୁଅଇ ।ବେନି ନୟନରୁ ନୀର ଧାର ଧାର ବହି ।କି ହେଲା କି ହେଲା ବୋଲି ଚୌଦିଗ କମ୍ପିଲାପୁର ମଧ୍ୟେ ହାଲହୋଳି ତକ୍ଷଣେ ହୋଇଲା ।ଦ୍ରୌପଦୀ ଖବର ପାଇ ଦଉଡ଼ି ଆସିଲେଶ୍ରୀକୃଷ୍ଣ ଭଗ୍ନୀ ସୁଭଦ୍ରା ଦେବୀ ଚମକିଲେ ।ଶୁଣି ଏସନ ବାରତା ମୁଣ୍ଡ କୋଡ଼ି ହୋଇକାନ୍ଦନ୍ତି ସରବେ ଧୈର୍ଯ୍ୟ ନ ଧରନ୍ତି କେହି ।ବହୁ ପ୍ରକାରେ ତାହାକୁ ପାଣ୍ଡବେ ବୁଝାନ୍ତିଯେତେ ପ୍ରବୋଧିଲେ କେହି ତୁନି ନ ହୁଅନ୍ତି ।ଯେତେବେଳେ ଅରଜୁନ ହୋଇଲେ ବାହାରତିଆରି କହିଲେ ଧର୍ମରାଜା ବାରମ୍ବାର ।ଦୂରରେ ଥାଇଣ ତୁହି ସମସ୍ତ ଶୁଣିବୁଶ୍ରୀକୃଷ୍ଣଙ୍କ ଦେହେ କେଭେ କର ନ ମାରିବୁ ।କର ମାରିଲେ ତୋହର ସକଳ ସରିବତୋର କଳା ନେଇ ହରି ସ୍ୱର୍ଗ ଚଳିଯିବ ।ଶୁଣି ପାର୍ଥ ସନମତ କରିଲେ ଯେ ତାହାଶବର ସହିତେ ଚଳେ ସୁଭଦ୍ରାର ନାହା ।ଯେତେବେଳେ ନିକଟରେ ପ୍ରବେଶ ହୋଇଲେତାହାଙ୍କୁ ଚାହିଁଣ ପ୍ରଭୁ ବିକଳ ହୋଇଲେ ।ଆସ ଆସ ପ୍ରିୟ ସଖା ନିକଟେ ମୋହରଶୀଘ୍ର ଏହିଶର ଗୋଟି ନିବାରଣ କର ।କେବଳ ତୁମ୍ଭଙ୍କୁ ଚାହିଁ ଜୀବନ ଧରିଛିବ୍ୟାଧକୁ ପେଶିଲା ବେଳୁ ପଥ ଚାହିଁଅଛି ।ମୋ ନାରୀଗଣଙ୍କୁ ହସ୍ତିନାକୁ ଘେନିଯିବବୃଦ୍ଧ ପିତା ମାତାଙ୍କର ଖବର ବୁଝିବ ।ସାତଦିନ ପରେ ଜଳେ ବୁଡ଼ିବ ଦ୍ୱାରକାମୋର ନିବାସ ମାତର ରହିଥିବ ଏକା ।ରହସ୍ୟ ଦ୍ୱାରକା ପୁରେ ତୁମ୍ଭେ ପାର୍ଥ ଯିବଗୋପକୁ ଯିବାକୁ ସର୍ବ ଗୋପୀଙ୍କୁ କହିବ ।ସାତଦିନ ମଧେ ନ ଆଣିଲେ ନାରୀ ମୋରସମୁଦ୍ରରେ ବୁଡ଼ି ପ୍ରାଣ ହେବ ନାରଖାର ।ଏବେବୋଲି ଜଗନ୍ନାଥ ବିକଳ ହୋଇଲେଆସ ଆସ ସଖା ମୋର ପାଶକୁ ହେ ଭଲେ ।ଯେତେ ମତେ ବିକଳ ହୋଇଲେ ଚକ୍ରଧରକେବେ ନ ଯା ପାଶକୁ ସେ ଅର୍ଜ୍ଜୁନ ବୀର ।ଅର୍ଜ୍ଜୁନ ନ ଯିବା ଦେଖି କାନ୍ଦିଲେ ଶ୍ରୀଧରବୋଇଲା ଏ ବେଳେ କେହି ସାହା ନାହିଁ ମୋରତୁମ୍ଭେ ଏକମାତ୍ର ମୋର ପ୍ରାଣସଖା ଥିଲଅଛୁଆଁ ପରାଏ ମୋର ଅଙ୍ଗ ନ ଛୁଇଁଲ ।ଯହୁଁ ଅଧିକ ବିକଳ ହେଲେ ଚକ୍ରଧରଭାବନା କଲେ ଅର୍ଜ୍ଜୁନ ମନରେ ତାଙ୍କର ।ଧିକ ଧିକ ମୋ ବୀରତ୍ୱ ଧିକ ପ୍ରାଣ ମୋରମୋ ପରାଣ ସଖା ଦୁଃଖ ପାଏ ମୋ ଅଗର ।ଏତେ ଭାବି ଲୋତକ ଯେ ବହେ ଧାରଧାରକୁଣ୍ଢାଇ ଧରିଲେ ଯାଇ ଶ୍ରୀରଙ୍ଗା ଅଧର ।ଆହା ମୋର ସଖା ପ୍ରାଣ ହୋଇଲା ଶୀତଳଅର୍ଜ୍ଜୁନର କର ଆଉଁସିଲେ ଆଦିମୂଳ ।କଳା ନେଇ ଗଲେ ଯହୁଁ ପାର୍ଥଠାରୁ ହରିସ୍ୱରଗେ ଶଙ୍ଖ ଦୁନ୍ଦୁଭି ବାଜିଲା ଯେ ଭେରୀ ।ମାତଳି ରଥ ଆଣିଣ ନିକଟେ ମିଳିଲାଦିବ୍ୟ ବେଶ କରି ଜଗନ୍ନାଥଙ୍କୁ ସେ ନେଲା ।ଆହା ପ୍ରାଣସଖା ବୋଲି ଅର୍ଜ୍ଜୁନ କାନ୍ଦଇଭୂମିପରେ ପାର୍ଥବୀର କଚାଡ଼ି ପଡ଼ଇ ।ଶବର ବୋଇଲା ଦେବ ଭାବନା ନ କରମୁଁ ଯାଉଛି ବୋହିଆଣେ ଚନ୍ଦନ ଅଗୁର ।ପ୍ରଭୁଙ୍କର ଶ୍ରୀଅଙ୍ଗକୁ କରିବା ଦହନଏତେ କହି କାଷ୍ଠ ଆଣିବାକୁ ଗଲା ବନ ।ଶୁଷ୍କ ଚନ୍ଦନ ଅଗୁରୁ ବୃକ୍ଷମାନ ହାଣିସ୍ୱର୍ଗ ଦ୍ୱାରକୁ ଯେ ଶବ ନେଲେ ତତକ୍ଷଣି ।ନୀଳ ସୁନ୍ଦର ନିକଟେ ଅଛି କଳ୍ପବଟସେହି ସ୍ଥାନଟି ଅଟଇ ସ୍ୱରଗକୁ ବାଟ ।ସେଇଠି ଶବର ପାର୍ଥ ଦୁଇଜଣ ମିଳିଅଗ୍ନି ଲଗାଇ ପ୍ରଭୁଙ୍କ ଅଙ୍ଗ ଦ୍ୟନ୍ତି ଜାଳି ।ପାଞ୍ଚଦିନ ପାଞ୍ଚରାତ୍ର ଅଗ୍ନି ଯେ ଜଳିଲାତିଳେ ମାତ୍ର ସେ ପିଣ୍ଡ ଯେ ଦହନ ନ ହେଲା ।ଏହି ସମୟେ ଶୂନ୍ୟରେ ଶବଦ ଶୁଭଇଆରେ ଅର୍ଜ୍ଜୁନ କି ତୁହି ହୋଇଗଲୁ ବାଇ ।ଅକ୍ଷୟ ପିଣ୍ଡ ଯେ କ୍ଷୟ ବୃଦ୍ଧି ନାହିଁ ତାରସେ କିପରି ଅଗ୍ନି ମଧ୍ୟେ ହୋଇବ ସଂହାର ।କର୍ଣ୍ଣ ନାସା ଆଙ୍ଗୁଳି ଯେ ଯେତେଜ ପୋଡ଼ିଲାଶତ୍ରୁ ବିନାଶିବା ଲାଗି ସେ ଯେ ହୋଇଥିଲା ।ଆଉ ଶତ ଶତ ବର୍ଷ ଲଗାଇଲେ ଜୁଇଗୋଟିଏ ଲୋମ ହୃଦରୁ ନ ପାରିବ ଦହି ।ଶୀଘ୍ର ସମୁଦ୍ର ମଧ୍ୟକୁ ପେଲିଦିଅ ନେଇକଳିଯୁଗେ ପୂଜା ହେବ ଦାରୁବ୍ରହ୍ମ ହୋଇ ।ଶୁଣି ବୀର ପାର୍ଥ ମନେ ଆନନ୍ଦ ହୋଇଲାସମୁଦ୍ର ଗର୍ଭକୁ ନେଇ ପିଣ୍ଡ ଯେ ମେଲିଲା ।ସେହି ପିଣ୍ଡ ଗୋଟି ଜଳେ ମଧ୍ୟେ ଭାସୁଥିଲାବସୁ ଶବରକୁ ଶୂନ୍ୟୁ ଶବଦ ଶୁଭିଲା ।ଶୀଘ୍ର ଆଣି ପୂଜ ତୁହି ପ୍ରଭୁଙ୍କ ଶରୀରନୀଳମାଧବ ନାମରେ ହୋଇବ ପ୍ରଚାର ।ଶୁଣିଣ ଶବର ମନେ ଆନନ୍ଦ ହୋଇଲାପିଣ୍ଡ ଭାସୁଅଛି ଜଳ ମଧ୍ୟରେ ଦେଖିଲା ।ଯହୁଁ ପିଣ୍ଡ ଗୋଟିକୁ ସେ କୂଳକୁ ଆଣିଲାନାସ କର୍ଣ୍ଣ ହସ୍ତ ଗୋଡ଼ ନାହିଁ ଯେ ଦେଖିଲା ।ପାଟି ଗୋଟି ମଧ୍ୟ ପୋଡ଼ିଅଛି ପ୍ରଭୁଙ୍କରଦେଖିଣ ଶବର ମନେ କରଇ ବିଚାର ।ଏତ ଅଟେ ଅପରୂପ ଶରୀର ପ୍ରସ୍ତୁରପାଟି ନାହିଁ କେଉଁ ପରି କରିବେ ଆହାର ।କର୍ଣ୍ଣ ନାହିଁ କେଉଁ ପରି ଡାକ ଏ ଶୁଣିବନାସା ବିହୁନେ ନିଃଶ୍ୱାସ ମାରି ନ ପାରିବ ।ପୁଣି ଶୂନ୍ୟେ ଡାକଦେଲା ଶୁଣରେ ଶବରପ୍ରତିଷ୍ଠା କର ପ୍ରଭାତୁ ହୋଇବେ ସୁନ୍ଦର ।ଶୁଣି ବସୁ ଶବର ଯେ ଆନନ୍ଦ ହୋଇଲାମନେ ମନେ ପ୍ରଭୁଙ୍କୁ ସେ ଧ୍ୟାନ ଯେ କରିଲା ।ମନେ ଭାଳଇ ଶବର ମନ୍ତ୍ର ନ ଜାଣଇ ।କେଉଁ ପରି ପୂଜିବି ମୁଁ ବ୍ରହ୍ମାଣ୍ଡ ଗୋସାଇଁ ।କି କି ବିଧାନରେ ପୂଜା ହୁଏ ପ୍ରଭୁଙ୍କରଜାଣେ ନାହିଁ ମୁହିଁ ଅଟେ ଦୀନଜନ ଛାର ।ଶୂନ୍ୟେ ପୁରୁଷ ବୋଲଇ ଭାବନା ନ କରବିଷ୍ଣୁ କହି ଯାହା ଦେବୁ ଭୁଞ୍ଜିବେ ଠାକୁର ।ଶିଆଳି ପତରେ ଦନା ଗୋଟିଏ କରିବୁବନସ୍ତ ମଧ୍ୟରୁ କନ୍ଦମୂଳଯେ ଆଣିବୁ ।ଯତନ କରିଣ ତାକୁ କାଟି କୁଟି ଦେଇରୋହିଣୀ କୁଣ୍ଡେ ବୁଡ଼ାଇ ଦେବୁପାଖେଥୋଇତାଳି ମାରିଣ ବୋଲିବୁ ଭୁଞ୍ଜ ପୀତବାସଆଗ୍ରହେ ଠାକୁରେଖାଇ ହୋଇବେଯେତୋଷଆବର ଚନ୍ଦନ ବୃକ୍ଷ କାଷ୍ଠ ତୁ ଆଣିବୁପର୍ବତ ଶିଳାରେ ଘୋରି ଶ୍ରୀଅଙ୍ଗେ ଲେପିବୁ ।ତୁଳସୀ ଆବର ଫୁଲ ଅଙ୍ଗେ ଦେବୁ ଥୋଇବୃକ୍ଷର ବଳକଳ ଆଣି ଦେବୁ ଯେ ପିନ୍ଧାଇ ।ଶୁଣିଣ ଶବର ମନେ ଆନନ୍ଦିତ ହେଲାତତକ୍ଷଣେ ଦାରୁବ୍ରହ୍ମ ନେଇଣ ଚଳିଲା ।କଳ୍ପବଟ ମୂଳେ ଏକ ପର୍ବତ ଅଛଇତାହାର ତଳରେ ପ୍ରତିଷ୍ଠିତ କଲା ନେଇ ।ସୁନ୍ଦର ଗୁମ୍ଫା ମଧ୍ୟରେ ପ୍ରଭୁଙ୍କୁ ଥୋଇଲାକନ୍ଦମୂଳ ଆଣି ବନସ୍ତରୁ ଭୋଗ କଲା ।ସ୍ନାନ ସାରି ପ୍ରଭାତରୁ ଯାଆନ୍ତେ ଶବରସୁନ୍ଦର ମୂରତି ହୋଇ ବିଜେ ଚକ୍ରଧର ।ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହେନୀଳଜୀମୂତ ବାରିଦ ଜନ ମନ ମୋହେ ।ସେହିଦିନଠାରୁ ବିଶ୍ୱାବସୁ ପୂଜା କଲାଏହା ପରେ ସାଧୁଜନେ ଶୁଣ ଯାହା ହେଲା ।ଅପୂର୍ବ ଚରିତ ଏହି ଗ୍ରନ୍ଥ ଯେ ଅଟଇସ୍ୱୟଂ ନିରାକାରଙ୍କର ଆଦେଶ ଯେ ଏହି ।ଶ୍ରୀଅଚ୍ୟୁତାନନ୍ଦ ସ୍ୱାମୀ ବହୁ ଯତ୍ନ କରିହରିବଂଶେ ଲେଖିଛନ୍ତି ସମସ୍ତ ବିସ୍ତାରି ।ତାହାଙ୍କ ପଥକୁ ଅନୁସରି ମୁହିଁ ଦୀନଶ୍ରୀଦୁର୍ଗା ସୁମରି ଲେଖେ ଯେ କ୍ଷେତ୍ରମୋହନ ।ଦ୍ୱାରକା ବିନାଶ ଓ ଶ୍ରୀକୃଷ୍ଣ ନାରୀମାନଙ୍କରଦେହତ୍ୟାଗ ଓ ଜଗନ୍ନାଥ ମୂର୍ତ୍ତି ପ୍ରତିଷ୍ଠାଶୁଣ ଆହେ ସାଧୁଜନମାନେ ସାବଧାନେଅର୍ଜୁନ ବୀର ଚଳଇ ଦ୍ୱାରକା ଭୁବନେ ।ମନଦୁଃଖ କରି ବୀର ପୁରରେ ମିଳିଲେମାତାଙ୍କ ଛାମୁରେ ଯାଇ ବାରତା ସେ ଦେଲେ ।ନନ୍ଦ ଯଶୋଦା ଦେବକୀ ବସୁଦେବ ରାଇରୋଦନ କରିଣ ପାର୍ଥ ବଚନ ବୋଲଇ ।ସାତ ଦିନ ହେଲା କୃଷ୍ଣ ଛାଡ଼ିଲେ ଜୀବନଲକ୍ଷେ ଷାଠିଏ ସହସ୍ର ଅଶୀ ଯେ ନନ୍ଦନ ।ଆଗେ ହଣାହଣି ହୋଇ ଜୀବନ ତେଜିଲେସର୍ପ ରୂପ ଧରି ବଳରାମ ଚାଲିଗଲେ ।ବଂଶ ବିନାଶ କରିଣ ଦେବ ଚକ୍ରଧରଶବର ବାଣରେ ହତ ହେଲେ ଦାମୋଦରଶୁଣି ନନ୍ଦ ଯଶୋବନ୍ତ ହୋଇଲେ ବିକଳଦେବକୀ ବସୁଦେବ ଯେ ଲୋଟନ୍ତି ଭୂତଳ ।ହା କୃଷ୍ଣ ହା କୃଷ୍ଣ ବୋଲି କରି ରୋଦନଅନାଥ କରିଣ କେଣେ ଗଲୁ ଜନାର୍ଦ୍ଦନ ।ଅଥଳ ସମୁଦ୍ର ଆମ୍ଭ ଭେଳା ବୁଢ଼ାଇଲୁ ।ପୁତ୍ର ନାତି ସଙ୍ଗେ ଗେନି ଆପେ ଚଳିଗଲୁଅଥଳ ସୁମଦ୍ରେ ଆମ୍ଭ ଭେଳା ବୁଡ଼ାଇଲୁ ।ଏକକୁ ଆରେକ ଧରି କରନ୍ତି କାରୁଣ୍ୟବାରତା ପ୍ରାପ୍ତ ହୋଇଲେ ଉଗ୍ରସେନ ରାଣଇନ୍ଦୁମତୀଙ୍କ ସହିତ କରନ୍ତି ରୋଦନଏରୂପେ ଉତ୍ସବ ହେଲା ଦ୍ୱାରକା ଭୁବନ ।ଦ୍ୱାରକାର ପ୍ରଜା ଶୁଣି ହାହାକାର କଲେଆହେ କୃଷ୍ଣଚନ୍ଦ୍ର କିପରି ବଞ୍ଚିବୁ ଭଲେ ।ତୁମ୍ଭ ବିନୁ ଜୀବନେ ତ ଆମ୍ଭେ ନ ଜାଣଉଁବିପଦ ବେଳେ ଆମ୍ଭଙ୍କୁ ପ୍ରଭୁ ସାହା ହେଉ ।ଏହିପରି ବିକଳ ହୋଇଲେ ସର୍ବଜନକ୍ରନ୍ଦନ ରୋଳେ ପୁରିଲା ଦ୍ୱାରକା ଭୁବନ ।ଅଳକା ପୁରରେ ଷୋଳସସ୍ର ଆଠ ନାରୀବସିଥିଲେ ଶ୍ରୀକୃଷ୍ଣଙ୍କ ପଥକୁ ସୁମରି ।ଏହି ସମୟରେ ପାର୍ଥ ପ୍ରବେଶ ହୋଇଲାସାତଦିନ ହେଲା ପ୍ରଭୁ ଗଲେଣି ବୋଇଲା ।ପୁତ୍ର ନାତି ଯେତେ ଥିଲେ ସବୁ ନାଶଗଲେଆପେ ପ୍ରତୁ ଜଗନ୍ନାଥ କିମ୍ପା ଧ୍ୱଂସ କଲେ ।ବଳରାମ ସର୍ପ ରୂପେ ପାତାଳକୁ ଗଲେଜରାଶବର ହାତରେ ଶ୍ରୀକୃଷ୍ଣ ଯେ ମଲେ ।ଜୀବ ଥାଉ ମୋତେ ଡକାଇଣ ସଖା ମୋରତୁମ୍ଭମାନଙ୍କ ନିକଟେ ଦେଲେ ଯେ ଖବର ।କହିଛନ୍ତି ମୋର ନାରୀମାନ ସଙ୍ଗେ ନେଇହସ୍ତିନା ପୁରରେ ପାର୍ଥ ରଖିବୁ ଯେ ତୁହି ।ଆହୁରି ମଧ୍ୟ ବିଶ୍ୱାସ କଥା ଛନ୍ତି କହିତୁମ୍ଭମାନଙ୍କ ବ୍ୟତୀତ କେ ଜାଣିବେ ନାହିଁ ।ବର୍ତ୍ତମାନ ସମୁଦ୍ର ଯେ ଦ୍ୱାରକା ଗ୍ରାସିବନିମିଷ ମାତ୍ରକେ ଭୂମି ଏଠି ନ ରହିବ ।ତେଣୁ ତୁମ୍ଭେମାନେ ଶୀଘ୍ର ଆସ ମୋ ସଙ୍ଗରପ୍ରଭୁ ପାଦେ ମନ ଦେଇ ଥିବ ହସ୍ତିନାର ।ଶୁଣି ସର୍ବ ନାରୀମାନେ ମୁଣ୍ଡ କୋଡ଼ି ହୋଇହା ନାଥ ବୋଳିଣ ସର୍ବେ ଗଲେ ମୂର୍ଚ୍ଛା ହୋଇପାର୍ଥଙ୍କ ଚରଣ ଧରି ସରବେ କାନ୍ଦନ୍ତିକାହା ମୁଖ ଚାହିଁ ଆମେ ପାଇବୁ ହେ ଶାନ୍ତି ।ଶୁଣି ନିସନ୍ତାନ ସର୍ବ ନାରୀମାନେ ହେଲୁସ୍ୱାମୀ ସହ ପୁତ୍ରକଷ୍ଟ ମଧ୍ୟ ଯେ ଭୋଗିଲୁ ।ମୁଣ୍ଡ କୋନି ମଥାରୁ ହେ ବହଇ ରୁଧିରଅର୍ଜ୍ଜୁନ ସଙ୍ଗରେ ସର୍ବେ ହୋଇଲେ ବାହାର ।ଆଗେ ଧନୁ ଧରି ପାର୍ଥ ଚଳେ ଧୀରେ ଧୀରେସକଳ ନାରୀ ଚାଲନ୍ତି ତାହାଙ୍କ ପଛରେ ।ଯେତେବେଳେ ନାରୀମାନେ ହୋଇଲେ ବାହାରଚାହୁଁ ଚାହୁଁ ଦ୍ୱାରକା ଯେ ଡୁବିଲା ଜଳର ।ପଛକୁ ଅନାଇଁ ପାର୍ଥ ନାରୀଙ୍କୁ ବୋଇଲେ ।ସେ ଦୃଶ୍ୟ ଦେଖି ରମଣୀ ଆକୁଳ ହୋଇଲେ ।କେବଳ ଶ୍ରୀକୃଷ୍ଣଙ୍କର ନିବାସ ରହିଲା ।ଏତେ ବଡ଼ କୁଶସ୍ଥଳୀ ଜଳମଗ୍ନ ହେଲା ।ଦ୍ୱାରକାର ପ୍ରଜାମାନେ ବିକଳ ହୋଇଲେଦେବକୀ ଯଶୋଦା ନନ୍ଦ ବସୁଦେବ ମଲେ ।ଏତେ ବଡ଼ ରତ୍ନପୁର ଯେ ନିମିଷକରେବୁଡ଼ିଈ ଭାସିଲା ସେହୁ ଦରିଆ ମଝିରେ ।ରହସ୍ୟ ଦ୍ୱାରକା ପୁର ମଧ୍ୟ ଶେଷ ହେଲାଆନନ୍ଦରେ ବସୁମତୀ ନିଃଶ୍ୱାସ ମାରିଲା ।ପ୍ରଭାତେ ତୀର୍ଥେ ମିଳିଣ କାମିନୀ ସକଳପାର୍ଥକୁ ବୋଇଲେ ସ୍ନାନ କରିବୁ ଏ ଜଳ ।ଶୁଣିଣ ଅର୍ଜୁନ ତାଙ୍କୁ ଅନୁମତି ଦେଲେସ୍ନାନ କର ତୀର୍ଥେ ବୈଧବ ଘୁଞ୍ଚିବ ହେଳେ ।ମୁହିଁ ମଧ୍ୟ ତୁମ୍ଭେ ସଙ୍ଗେ ସ୍ନାହାନ କରିବିସକଳ ପାତକ ମଧ୍ୟ ଦେହୁ ବିନାଶିବି ।କୃଷ୍ଣଙ୍କ ଷୋଳ ସହସ୍ର ଅଷ୍ଟ ପାଟବଂଶୀସରବେ ପ୍ରଭୁଙ୍କୁ ସ୍ମରି ଜଳେ ଗଲେ ପଶି ।ଅନ୍ତର୍ଯ୍ୟାମୀ ମାୟାଧର ନିରତେ ଜାଣିଲେବରୁଣ ରାଜାଙ୍କୁ ପ୍ରଭୁ ଆଜ୍ଞା ଦେଲେ ।ସ୍ନାନ କରୁଛନ୍ତି ସର୍ବେ ମୋହର କାମିନୀଲହଡ଼ା ମାରି ପାତାଳେ ଆଣ ତାଙ୍କୁ ଘେନି ।ଶୁଣିଣ ବରୁଣ ରାଜା ଆଜ୍ଞା ପାଇ ଗଲାପ୍ରବଳ ଲହଡ଼ି ଗୋଟି ପ୍ରଭାସେ ହୋଇଲା ।କୃଷ୍ଣ ଧ୍ୟାୟି ରମଣୀ ଯେ ଜଳରେ ବୁଡ଼ିଲେକୁଳେ ଛିଡ଼ାହୋଇ ପାର୍ଥ ଅନାଇ ଯେ ଥିଲେ ।ଲହଡ଼ି ମାରି ବରୁଣ ନାରୀମାନ ନେଇ ।ପାତାଳ ବୈକୁଣ୍ଠପୁରେ ହେଲା ପହଞ୍ଚାଇ ।ବହୁ ସମୟ କୂଳରେ ଚାହିଁ ପାର୍ଥବୀରପତ୍ତା ନ ପାଇଲା ଆଉ ପ୍ରଭୁ ନାରୀଙ୍କର ।ସେ ଜଳ ମଧ୍ୟରେ ଅରଜୁନ ସ୍ନାନ ସାରିକୂଳକୁ ଆସିଲେ ଶ୍ରୀହରିଙ୍କ ନାମ ସ୍ମରି ।ନାରୀମନାଙ୍କର ଯହୁଁ ଦେଖା ନ ପାଇଲେମାୟାଧର ମାୟା ବୋଲି ମନରେ ପାଞ୍ଚିଲେ ।ଗାଣ୍ଡିବ ଧନୁକୁ ପାର୍ଥ ରଖି ସ୍ନାନ ସାରିଆସି କୂଳେ ତାକୁ ଆଉ ନ ପାରିଲେ ଧରି ।ଯେଉଁ ଗାଣ୍ଡୀବକୁ ଧରି ପୃଥ୍ୱୀ ଜୟ କଲାଆଜି ସେ ଗାଣ୍ଡୀବ ଶିରେ ବହିଣ ସେ ନେଲା ।ହସ୍ତିନା ନବରେ ଦୁଃଖେ ପହିଞ୍ଚଣ ବୀର ।ଧର୍ମରାଜ ଆଗେ କହିଲେକ ସମାଚାର ।ଶୁଣିଣ ଯେ ଯୁଧ୍ୟର ବହୁତ କାନ୍ଦିଲେପାଣ୍ଡବ ନିରାଶ କରିଣ ପ୍ରଭୁ ଗଲେ ।ହସ୍ତିନାପୁର ମଧ୍ୟରେ ହୋଇଲା ଚହଳଶୁଣିଣ ସୁଭଦ୍ରା ଦେବୀ ହୋଇଲେ ବିକଳ ।ଦ୍ରୌପଦୀ କୁନ୍ତୀ ଆଦି ଯେ ବହୁତ କାନ୍ଦିଲେଧର୍ମରାଜା ସମସ୍ତଙ୍କୁ ସାନ୍ତନା କରିଲେ ।ଅନ୍ତେଷ୍ଟି କ୍ରିୟା ପାଣ୍ଡବ କଲେ କୃଷ୍ଣଙ୍କର ।ଲକ୍ଷ ଲକ୍ଷ ଧେନୁ ଦାନ ଦେଲେ ବିପ୍ରବର ।ଦେବତା ବ୍ରାହ୍ମଣ ଆଦି ନିମନ୍ତ୍ରଣ କରିଶ୍ରାଦ୍ଧକ୍ରିୟା ମହୋତ୍ସବ ପ୍ରଭୁଙ୍କର ସାରି ।କୃଷ୍ଣଙ୍କର ଗୁଣ ଗୁଣି ସେହି ପାଞ୍ଚଭାଇଦୁଃଖ ମନେ ହସ୍ତିନାପୁରରେ ଥାନ୍ତି ରହି ।କୁଶସ୍ଥଳୀ ଦ୍ୱାରକା ଯେ ଜଳରେ ଡୁବିଲାଏତେବଡ଼ ଯଦୁକୁଳ ନିର୍ମୂଳ ହୋଇଲା ।ରହସ୍ୟ ଦ୍ୱାରିକା ମଧ୍ୟ ଜଳରେ ଢୁବିଲା ।ସମସ୍ତ ଦେଶରେ ମହା ବିତିପାତ ହେଲା ।ଯେଣୁ ମର୍ତ୍ତ ପୁରୁ ଲକ୍ଷ୍ମୀ ଅନ୍ତର ହୋଇଲେଦାନା ବିନା ସର୍ବ ଲୋକ ହାହାକାର ହେଲେ ।ଅନାବୃଷ୍ଟି ଦୁର୍ଭିକ୍ଷ ମଡ଼କ ମହାମାରୀ ।ସାରା ବ୍ରହ୍ମାଣ୍ଡଯାକ ହୋଇଲା ଯହୁଁ ଘେରି ।ଖଟ ଖୁରାରେ କଳିକୁ ରାଜା ଯୁଧିଷ୍ଠିରବାନ୍ଧି ରଖିଥିଲେ ଖୋଲିଦେଲେ ଯେ ସତ୍ୱର ।ଶ୍ରୀକୃଷ୍ଣଚନ୍ଦ୍ର ମର୍ଭରୁ ବିଦାୟ ହୋଇଲେପାଦ ସେବିବାକୁ ଲକ୍ଷ୍ମୀ ବୈକୁଣ୍ଠକୁ ଗଲେ ।ଧର୍ମରାଜ ଦେଖି ଏହି ଅଶୁଭ ଲକ୍ଷଣପରୀକ୍ଷିତେ ରାଜ୍ୟଭାର କରିଲେ ଅର୍ପଣ ।ପାଞ୍ଚଭାଇ ସଙ୍ଗେ ନେଇ ହିମାଳୟ ଗଲେସେହିବାଟେ ସ୍ୱର୍ଗପୁରେ ଯିବାକୁ ଗମିଲେ ।ପତ ମଧ୍ୟରେ ଦେଖିଲେ ରାଜା ଯୁଧିଷ୍ଠିରସୁଦର୍ଶନ ଚକ୍ର ଗୋଯି ପଡ଼ିଛି ରାସ୍ତାର ।ସହଦେବଙ୍କୁ ଅନାଇ ରାଜନ ବୋଇଲେଚକ୍ର କିମ୍ପା ଏ ସ୍ଥାନରେ ଅଛି କହ ଭଲେ ।ସହଦେବ ବୋଲନ୍ତି ଯେ ଯୋଡ଼ି ବେନିକରଯେ ସମୟେ ଅବା ପ୍ରଭୁ କରିଲେ ସଂହାର ।ଏକମାତ୍ର ପ୍ରଦ୍ୟୁମ୍ନ ଯେ ବଞ୍ଚି ରହିଥିଲାପଥରେ ଯାଇଣ ପିତା ପାଶରେ ମିଳିଲା ।ଦେଖି ପ୍ରଦ୍ୟୁମ୍ନ ଶ୍ରୀହରି ହୋଇ କ୍ରୋଧଭରଚକ୍ରକୁ ଆଦେଶ ଦେଲେ କାଟ ୟାର ଶିର ।ଶ୍ରୀକୃଷ୍ଣଙ୍କ ଆଜ୍ଞା ପାଇ ଚକ୍ର ଚଳିଗଲାପ୍ରଦ୍ୟୁମ୍ନକୁ ନାଶି କୃଷ୍ଣ କରେ ନ ଆସିଲାପୁଣି ଯୁଧିଷ୍ଠିର ମନେ କରିଲେ ବିଚାରଚକ୍ର ଛାଡ଼ି କେଉଁ ପରି ଯିବା ସ୍ୱର୍ଗପୁର ।ଚାଲ ସର୍ବେ ମହୋଦଧି କଳ୍ପବଟ ତୀରେନୀଳ ସୁନ୍ଦର ପର୍ବତ ଅଛି ସେ ସ୍ଥାନରେ ।ସେହି ପର୍ବତ ମହିମା କହିଲେ ନ ସରେଦିବସରେ ବଢ଼ି ସୂର୍ଯ୍ୟ ରଥ ବନ୍ଦ କରେ ।ଦିନେ ସୂର୍ଯ୍ୟଦେବ ପ୍ରଦକ୍ଷିଣ କରଥିଲେପର୍ବତର ଶୃଙ୍ଗ ବାଜି ଯାଇ ନ ପାରିଲେ ।ସେହିଦିନ ଅଭିଶାପ ଅଛି ସେହି ପାଇଦିବସରେ ଆଉ ସେହି ବଢ଼ି ନ ପାରଇ ।ସେ ସ୍ଥାନ ଗୋଟିକ ଅଟେ ତିନିପୁରେ ଶ୍ରେଷ୍ଠନିଶ୍ଚେ ନିରାକାରଙ୍କର ଅଟେ ସେ ବୈକୁଣ୍ଠକିଛି ଦିନ ପରେ ପ୍ରଭୁ ବୌଦ୍ଧ ଅବତାରହୋଇଣ ପୂଜା ପାଇବେ ସେହି ପର୍ବତର ।କଳିଯୁଗେ ନରମାନେ ଦରଶନ କରିପାପତାପ ଅଙ୍ଗରୁ ସରବେ ଦେବେ ହାରି ।ରୋହିଣୀ କୁଣ୍ଡ ସେଠାରେ ଅଛି ବିଦ୍ୟମାନକାକ ପଡ଼ି ଚତୁର୍ଭୁଜ ହେଲା ସେହି ଦିନ ।ଚାଲ ସର୍ବେ ଚକ୍ର ଆମ୍ଭେ ସେ ସ୍ଥାନେ ପକାଇଯିବା ଚକ୍ରତୀର୍ଥ ସ୍ନାନ କରି ପାଞ୍ଚଭାଇ ।ଶୁଣିଣ ପାଣ୍ଡବଗଣ ଆନନ୍ଦ ହୋଇଲେସୁଦର୍ଶନ ଚକ୍ର ମହୋଦଧିରେ ମିଳିଲେ ।ମହୋଦଧି ଜଳ ଯେ ନିସ୍ତେଜ ହୋଇଥିଲାଚକ୍ର ପଡ଼ନ୍ତେଣ ଘୋର ଶବଦ କରିଲା ।ସେହି ଦିନୁ ଚକ୍ରତୀର୍ଥ ହୋଇଲା ପ୍ରଚାରପବିତ୍ର ହୋଇ ପାଣ୍ଡବେ ଗଲେ ସ୍ୱର୍ଗପୁର ।ତାହାପରେ ଯାହା ହେଲା ଶୁଣ ସୁଜ୍ଞଜନବସୁ ଶବର ଗୃହରେ ରହିଲେ ଠାକୁର ।ଭକ୍ତିଭରେ ବିଶ୍ୱାବସୁ ପ୍ରଭୁଙ୍କୁ ପୂଜଇ ।ସୁମିଷ୍ଟ ପଫଳ ହେ ବରୁଣ ଆଣଇ ।କଷା ପିତା ଚାଖି ସବୁ କରିଦିଏ ଦୂରମିଠା ଫଳ ଭୋଗକରେ ପ୍ରଭୁଙ୍କ ପାଶର ।ନୀଳମାଧବ ନାମ ଯେ ବହି ଚକ୍ରଧରପୂଜା ପାଉଛନ୍ତି ସେହି ଆନନ୍ଦ ମନର ।କିଛିଦିନ ଅନ୍ତେ ପ୍ରଭୁ ମନେ ବିଚାରିଲେକଳିଯୁଗେ ବୌଦ୍ଧରୂପ ହୋଇବଇଁ ଭଲେମୁହିଁ ଯଦି ନ ଯାଉଛି ନୀଳସିନ୍ଧୁ ତୀରଘୋର କଳିରେ ସଂସାର ହେବ ଛାରଖାରଏହି କଥା ମନେ ଭାବି ପ୍ରଭୁ ଚକ୍ରଧରଉତ୍କଳ ନରେଶ ପୁରେ ହୋଇଲେ ହାଜର ।ପ୍ରବଳ ପ୍ରତାପୀ ରାଜା ଇନ୍ଦ୍ରଦ୍ୟୁମ୍ନ ବୀରବଡ଼ ଧାର୍ମିକ ଅଟନ୍ତି ସେହି ନରେଶ୍ୱର ।ପ୍ରତିଦିନ ବିଷ୍ଣୁଶିଳା ପୂଜା ସେ କରନ୍ତିବ୍ରାହ୍ମଣ ବୈଷ୍ଣବ ଅନ୍ନଦାନ ଯେ ଦିଅନ୍ତି ।ତାହାଙ୍କ ସମାନ ରାଜା ପୃଥ୍ୱୀରେ ନ ଥାନ୍ତିଉତ୍କଳ ରାଜାଙ୍କୁ ସର୍ବେ ଭକତି କରନ୍ତି ।ତାହାଙ୍କ ରମଣୀ ନାମ ଗୁଣ୍ଡିଚା ଅଟଇପତିପରାୟଣା ସତୀ ନାରୀ ଅଟେ ସେହି ।ବିଷ୍ଣୁ ପୂଜାରେ ସର୍ବଦା ରତ ସେହି ଥାଇଶାଳଗ୍ରାମ ନ ପୂଜିଲେ ଅନ୍ନ ନ ଭକ୍ଷଇ ।ନୀଳମାଧବ ସ୍ୱରୂପ ପ୍ରଭୁ ଚକ୍ରଧରଶଙ୍ଖ ଚକ୍ର ଗଦା ପଦ୍ମ ଶୋଭାପାଏ କର ।ରାତ୍ରରେ ଶୋଇଛି ରାଣୀ ବିଷ୍ଣୁ ପାଦ ଧ୍ୟାୟିସ୍ୱତ୍ପରେ ତାହାକୁ ପ୍ରଭୁ କହିଲେ ବୁଝାଇ ।ଆହେ ରାଣୀ ମୁହିଁ ନୀଳମାଧବ ଅଟଇ ।ତୋର ଭକ୍ତି ଦେଖୁ ତୋତେ ପ୍ରସନ୍ନ ହୁଅଇ ।ଚକ୍ରତୀର୍ଥ କଳ୍ପବଟ ମହୋଦଧି ତୀରେନୀଳ ସୁନ୍ଦର ପର୍ବତ ଅଛି ଯେ ସେଠାରେ ।ଯୁଗେ ଯୁଗେ ବଇକୁଣ୍ଠପୁର ସେ ଅଟଇସେ ସ୍ଥାନରେ ମୁହିଁ ସଦା ବିଶମ କରଇ ।ବର୍ତ୍ତମାନ ବନସ୍ତରେ ଆମେ ଅଛୁ ରହିଖରା ବରିଷା କୁହୁଡ଼ି କାକର ଯେ ସହି ।ଯେଣୁ କଳିଯୁଗେ ଶ୍ରେଷ୍ଠ ଭକ୍ତ ଅଟୁ ତୁହିଇନ୍ଦ୍ରଦ୍ୟୁମ୍ନ ରାଜା ମଧ୍ୟ ତୋଠାରୁ ବଳଇ ।ଧନବଳ ଅପ୍ରମିତ ତୋହର ଅଛଇନୀଳ ସୁନ୍ଦର ଦେଉଳ ଶୀଘ୍ର କର ଯାଇ ।ରାଜାଙ୍କୁ କହି ମନ୍ଦିର ଗୋଟାଏ କରିବ ।ଯେପରି ସବୁଠୁ ବଡ଼ ଦେଉଳ ହୋଇବ ।ଆଉ ବହୁ ଦେବତାଏ ରହିବେ ସେ ସ୍ଥାନତାଙ୍କ ପାଇଁ ଚତୁଃପାଶ୍ କରିବ ଯତନ ।ମନ୍ଦିର ସରିଲେ ଆଗେ ସ୍ମରିଲେ ଯେ ତୁହିମୋର ରହିବା ଠିକଣା ଦେବି ମୁଁ ବତାଇ ।ମୋ ଆଦେଶ ମାନି କାଲି ପ୍ରଭାତରୁ ଯାଇପଥର ଖଣ୍ଡିଏ ଶୁଭ ନିଜେ ଦେବୁ ତୁହି ।ସ୍ୱପ୍ନରେ କହି ମାଧବ ଅନ୍ଦର୍ଦ୍ଧାନ ହେଲେନିଦ୍ରା ତେଜିଣ ଗୁଣ୍ଡିଚା ରାଣୀ ଯେ ଉଠିଲେ ।ସାଙ୍ଗେ ସାଙ୍ଗେ ମହାରାଜା ପାଶକୁ ହକାରିଶୁଣି ଇନ୍ଦ୍ରଦ୍ୟୁମ୍ନ ରାଜା ଆଶ୍ଚର୍ଯ୍ୟ ହୋଇଲେଏହି ସ୍ୱପ୍ନ ଗୋଟି ମୁହିଁ ଦେଖିଅଛି ଭଲେ ।ତେଣୁ ସନ୍ଦେହ ଯେ ଆଉ କା ମନେ ନ ରହିପ୍ରଭୁଙ୍କ ଶ୍ରୀମୁଖ ବାଣୀ ମଣିଲେ ଯେ ଦୁଇ ।ରାଜାରାଣୀଦ୍ୱୟ ମନେ ଆନନ୍ଦ ହୋଇଲେପ୍ରଭାତୁ ଉତ୍ତମ ଭେଦକାର ସେ ରାଇଲେ ।ରଥେ ବସି ରାଜାରାଣୀ ଆନନ୍ଦରେ ଗଲେଶୁଦ୍ଧମନେ ନବବସ୍ତ୍ର ପିନ୍ଧି ବାହାରିଲେ ।ମହୋଦଧି କୂଳେ କଳ୍ପବଟ ମଧେ ଯାଇଦେଖିଲେକ ସୁଦର୍ଶନ ସେ ସ୍ଥାନେ ଅଛଇ ।ରାଜାରାଣୀଙ୍କ ଆନନ୍ଦ କେ ପାରିବ କହିଜଉତିଷ ଡାକି ଶୁଭ ଲଗନ ଧରାଇ ।ଛେଦକାର ନୀଳ ପରବତରୁ ପଥରଖଣ୍ଡିଏ କାଟିଣ ଦେଲା ରାଣୀଙ୍କ ହସ୍ତର ।ଯେବଣ ସ୍ଥାନେ ନିର୍ଦ୍ଦେଶ ପ୍ରଭୁ ଥିଲେ ଦେଇସେହି ସ୍ଥାନରେ ସେ ରାଣୀ ପକାଇଲେ ନେଇଡକାଇ ତାଙ୍କ ଉପରେ ଦେଲେ ସର୍ବଭାର ।ଶୁଣ ଆହେ କଳାକାର ମୋହର ବଚନକର ବିଶାଶଏ ହାତ ମନ୍ଦିର ଯତନ ।ଅପୂର୍ବ ସୁନ୍ଦର ସବୁଠାରୁ ସେ ହୋଇବତୁମ୍ଭର କାରୁକାର୍ଯ୍ୟକୁ ଜଗତ ସ୍ମରିବ ।ନିଜେ ବ୍ରହ୍ମାଣ୍ଡ କରତା ହେବେ ବିଦ୍ୟମାନସେରୂପେ ମନ୍ଦିର ଗୋଟି କରିବି ନିର୍ମାଣ ।ଶୁଣି ଶିଳ୍ପୀକାରମାନେ ସନମତ କଲେଅତି ଉଚ୍ଚ ମନ୍ଦିର ଯେ ନିର୍ମାଣ କରିଲେବହୁ ଅର୍ଥ ବ୍ୟୟକରି ଉତ୍କଳ ନରେଶନୀଳଗିରିରେ ମନ୍ଦିର ହେଲା ସମାବେଶ ।ବାଇଶି ପାବଚ୍ଛ ଗୋଟି ଅତି ମନୋହରଯତନେ ମୁକ୍ତିମଣ୍ଡପ କରିଲେ ତିଆର ।ମନ୍ଦିରର ଶୋଭା ଦେଖି ରାଜା ରାଣୀ ଦରକାରିଗରଙ୍କୁ ପ୍ରଶଂସା କରିଲେ ଯେ ତହିଁ ।ଦେଉଳ ଗୋଟିକ ଯହୁଁ ନିର୍ମାଣ ସରିଲାପ୍ରତିଷ୍ଠା କରିବା ପାଇଁ ବିଚାର ପଡ଼ିଲା ।ସ୍ୱୟଂ ଜଗନ୍ନାଥଙ୍କର ବାସସ୍ଥାନ ଏହିସାମାନ୍ୟ ଜନ ପ୍ରତିଷ୍ଠା କରି ନ ଯୋଗାଇଏତେ ପାଞ୍ଚି ନରେଶ ଯେ ବ୍ରହ୍ମା ପାଶେ ଗଲେସେ ବେଳେ ବିଧାତା ତପସ୍ୟାରେ ରତ ଥିଲେତାଙ୍କ ପାଦେ କରଯୋଡ଼ି ରାଜା ଉଭାହେଲାବାର ବରଷରେ ଧାତା ତପସ୍ୟା ସରିଲା ।ଇନ୍ଦ୍ରଦ୍ୟୁମ୍ନେ ଦେଖୁଣ ପୁଛିଲେ ବେଦବରହେ ନରେଶ କିବା କାର୍ଯ୍ୟ ଉଭା ମୋ ପାଶରକେତେଦିନ ହେଲା ତୁମ୍ଭେ ମୋ ପାଶେ ଆସିଛବାରବର୍ଷ ହେଲା ଦେବ ତପସ୍ୟାରେ ଅଛ ।ମୁହିଁ ଆସି କରଯୋଡ଼ି ଉଭା ଅଛି ହୋଇନୀଳଗିରିରେ ମନ୍ଦିର ଗୋଟି ଅଛି ହୋଇ ।ଜଗନ୍ନାଥଙ୍କ ନିମନ୍ତେ ହୋଇଛି ତିଆରପ୍ରତିଷ୍ଠା କରିବା ପାଇଁ ଯିବେ ବେଦବର ।ଶୁଣି ଧାତା ଆଗ୍ରହରେ ସନମତ କଲେ ।ସେହିଠାରୁ ଉଠି ରାଜା ସଙ୍ଗରେ ଗମିଲେ ।ବହୁଦିନ ଇନ୍ଦ୍ରଦ୍ୟୁମ୍ନ ଯହୁଁ ଗଲେ ଚାଲିବଡ଼ ଦେଉଳରେ ଉଡ଼ି ପୋତି ହେଲା ବାଲି ।ପ୍ରବଳ ବାଲୁକା ସ୍ତୁପ ଜମା ଗଲା ହୋଇମନ୍ଦିରର ଚୂଡ଼ା ଆଉ ଦେଖା ଗଲା ନାହିଁ ।ଗାଲମାଧବ ନାମରେ ଜଣେ ନରେଶ୍ୱର ।ଅଶ୍ୱ ଉପରେ ଭ୍ରମଣ କରିଥିଲା ବୀର ।ଦୈବେ ସେ ସ୍ଥାନକୁ ସେହି ଭ୍ରମଣାର୍ଥେ ଗଲାଦେଉଳ ଚୂଡ଼ାରେ ଅଶ୍ୱ ଟାପୁ ଯେ ବାଜିଲା ।ଖୁରା ବାଜଣ ଘୋଡ଼ା ଲେଉଟି ପଡ଼ିଲା ।କିସ ଅଛି ବୋଲି ରାଜନ ଯେ ଖୋଳାଇଲା ।ଅପୂର୍ବ ମନ୍ଦିର ଗୋଟି ଦେଖଣ ରାଳନବହୁ ଲୋକ ଆଣି ବାଲି କରିଲା ଖନନ ।ବାଳି କାଢ଼ି ମନ୍ଦିରରୁ ସେ ଗାଲମାଧବଭାବେ ୟା ମଧ୍ୟେ ପ୍ରତିଷ୍ଠା କରିବି ମୁଁ ଦେବ ।ଏଣେ ବିଧାତାଙ୍କୁ ଘେନି ଉତ୍କଳ ନରେଶପ୍ରବେଶନ୍ତେ ଦେଖିଲେ ଯେ ଏସନକ ଦୃଶ୍ୟ ।ଦୁହିଁଙ୍କ ମଧ୍ୟରେ ମହା ବିବାଦ ହୋଇଲାଗାଲମାଧବ ଯେ ମନ୍ଦିରକୁ ଦାବୀ କଲା ।ମୋହର ମନ୍ଦିର ମୁହଁ କରିଣ ତିଆରବୃଥାଟାରେ ତୁହି କିମ୍ପା ଦାବି କରୁ ମୋର ।ଏହିପରି ଉକ୍ତ ବାଡ଼ ହୋନ୍ତେ ବେନି ଜନମଧ୍ୟସ୍ଥି ହୋଇଣ ଧାତା ବୋଲନ୍ତି ବଚନ ।କାହାର ବୋଲିଣ ଆମ୍ଭେ ନ ପାରୁଛୁ ଜାଣିଭଦ୍ରଲୋକଙ୍କୁ ପଚାର କହିବେ ସେ ପୁଣି ।ଯାହାକୁ ପୁଚ୍ଛିଲେ ସେହୁ କରିଲେକ ନାହିଁଗାଲମାଧବର ବୋଲି ସରବେ ଯେ କହି ।ସବା ଶେଷେ ମିଳିଲେ ଯେ ଭୂଷଣ୍ଡ ପାଶରକଳପବଟରେ କାକ ବସେ ହୋଇ ସ୍ଥିର ।କାକକୁ ପୁଛିଲେ ଧାତା ଜାଣିଛୁକି ତୁହିକିଏ ସେ ମନ୍ଦିର ଗୋଟି ଅଛି ଯେ ତୋଳାଇ ।ଭୂଷଣ୍ଡ ବୋଲେ ଇନ୍ଦ୍ର ଯେ କରିଛି ତିଆରଏ ବାଲି ଖୋଳାଇ ଦେଇ କହୁଅଛି ମୋର ।ଏହି ବୃକ୍ଷରେ ବସି ମୁଁ ସମସ୍ତ ଦେଖିଛିଗୁଣ୍ଡିଚା ରାଣୀ ମନ୍ଦିର ଶୁଭ ଯେ ଦେଇଛି ।ଭୂଷଣ୍ଡ କାକ କଥାରେ ନିଷ୍ପତ୍ତି ହୋଇଲାଉତ୍ତର ଦୁଆର ଗାଲମାଧବ ଯେ ନେଲା ।ଦ୍ୱନ୍ଦ ପରେ ଇନ୍ଦ୍ରଦ୍ୟୁମ୍ନ କରଇ ବିଚାରପ୍ରତିଷ୍ଠା କରିବୁ ଦିଅଁ ମଣି କେଉଁଠାର ।ବିଧାତା ବୋଇଲେ ଘୋର ବନସ୍ତ ମଧ୍ୟରେନୀଳମାଧବ ଅଛନ୍ତି ଶବର ପାଶରେ ।କିନ୍ତୁ ଉଚିତ ଠିକଣା ମୁହିଁ ଜାଣେ ନାହିଁଚଉଦିଗେ ଦୃତ ପେଶି ଖୋଜ ନରସାଇଁ ।ଶୁଣିଣ ନରେଶ ମନେ ଆନନ୍ଦିତ ହେଲେବାଛି ବାଛି ବିଦ୍ୱାନ ବ୍ରାହ୍ମଣ ଡକାଇଲେ ।ଦାମୋଦର ପଣ୍ଡା ରାମଚନ୍ଦ୍ର ମିଶ୍ର ଦୁଇଲକ୍ଷ୍ମୀଧର ଚନ୍ଦ ଯେ ବିଦ୍ୟାପତି ରାଇ ।ଏହି ଚାରିଜଣ ବିପ୍ର ମହାନ ପଣ୍ଡିତଅତୁଟ ସୌନ୍ଦର୍ଯ୍ୟ ତାଙ୍କ ଉଚ୍ଚ ବଂଶେ ଜାତ ।ତାଙ୍କୁ ସମାଦର କରି ରାଜା ଇନ୍ଦ୍ରଦ୍ୟୁମ୍ନଗୁଆ ପାନ ଫୁଲମାନ ଆବର ଚନ୍ଦନ ।ଦେଇ ଉଚିତ ଖରଚା ସେ ବିପ୍ରମାନଙ୍କୁବୋଇଲେ ସରବେ ଯାଅ ଦିଅଁ ଖୋଜିବାକୁ ।ନୀଳମାଧବ ମୂରତି ଥିବେ ଯେଉଁଠାରସନ୍ଧାନ କରିଣ ମୋତେ ଦିଅ ହେ ଖବର ।ଯିଏ ଠାକୁର ସନ୍ଧାନ ଦେବି ପହଞ୍ଚାଇ ।ଖଞ୍ଜା ପଡ଼ା ବାଡ଼ି ବୃଭି ବହୁତ ଦେବଇଁ ।ବଛା ବଛା ଚାରିଗୋଟି ଅଶ୍ୱ ବିପ୍ରେ ଦେଲେସେବା କରିବାକୁ ତାଙ୍କୁ ଲୋକ ପଠାଇଲେଚାରିଦିଗକୁ ଯେ ଚାର ହୋଇଲେ ବାହାରସବୁଠାରୁ ଶ୍ରେଷ୍ଠ ବିଦ୍ୟାପତି ନାମ ଯାର ।ଦକ୍ଷିଣ ଦିଗକୁ ବିଦ୍ୟାପତି ଚଳିଗଲେଆବର ଯେ ତିନିଜଣ ଆନ ଦିଗେ ଗଲେ ।ଖୋଜି ଖୋଜି ଚାରମାନେ ଆକ୍ରାନ୍ତ ହୋଇଲେକୌଣସିଠାରେ ପ୍ରଭୁଙ୍କ ସନ୍ଧାନ ନ ନେଲେ ।ଶୁଣି ରାଜା ରାଣୀଦ୍ୱୟ ମହାଦୁଃଖ କଲେଏକମାତ୍ର ବିଦ୍ୟାପତି ଫେରି ନ ଆସିଲେ ।ଏହାପରେ ଶୁଣ ନରେ ଆନ ସମାଚାରବିଦ୍ୟାପତି ବିପ୍ର ଗଲେ ସଙ୍ଗେ ଘେନି ଚାର ।ଏକବନ ମଧ୍ୟରେ ପ୍ରବେଶ ହୋଇଲେ ।ସେଠାରେ ଶବରପଲ୍ଲୀ ଗୋଟିଏ ଦେଖିଲେ ।ତୃଷାରେ ଆତୁର ବିଦ୍ୟାପତି ଯେ ହୋଇଲେବୁଲି ବୁଲି ଜଳ ବନ ମଧ୍ୟେ ନ ପାଇଲେ ।ଶବର ପଲ୍ଲୀରେ ଯାଇ ପାଣି ଯେ ମାଗିଲେଲଳିତା ନାମେ ସୁନ୍ଦରୀକନ୍ୟା ଯେ ଦେଖିଲେ ।ଅପୂର୍ବ ରୂପ ତାହାର ଦେଖି ବିପ୍ରବରମନେ ଭାବେ ସ୍ୱର୍ଗ ପରୀ ଜନ୍ମ ଏ ମର୍ତ୍ତ୍ୟର ।ତା ନୋହିଲେ ସାମାନ୍ୟ ଅସ୍ପର୍ଶ ବ୍ୟାଧଘରଅନିତ୍ୟ ସୁନ୍ଦରୀ ପୁଣି ସୁଖରେ ବିହରେ ।ଯେଉଁ ପୁରୁଷ ଏ ବାଳା ଅଙ୍ଗ ଭୋଗକରେତା ସମାନ ସୁଖୀ କେହି ନ ଥିବେ ମର୍ତ୍ତ୍ୟରେସହସ୍ରବାର ଗଙ୍ଗାରେ କରିଲେ ସ୍ନାହାନ ।ଶତ ଶତ ଗାଭୀ ଦେଲେ ବ୍ରାହ୍ମଣଙ୍କୁ ଦାନ ।କିମ୍ବା ବିଶ୍ୱନାଥ ଯେହୁ ସେବା କରିଥିବଏ ପଦ୍ମିନୀ ସୁନ୍ଦରୀ ସେ ପ୍ରାପ୍ତ ଯେ ହୋଇବ ।ସେହିପରି ମଧ୍ୟ ବିପ୍ରେ ଦେଖିଣ ଲଳିତାବିରହେ ବ୍ୟାକୁଳ ହୁଏ ବିଶ୍ୱାବସୁ ସୁତା ।ମନେ ମନେ ଭାବେ ଆହେ ଜଗତ ଠାକୁରଏ ବିପ୍ରବର ଯେ ପ୍ରାପ୍ତ ହୁଅନ୍ତେ କି ମୋର ।ଜୀବନରେ ମୁହିଁ ବହୁ ଯୁବକ ଦେଖିଛିକୌଣସି ଦିନ କାହାର ମୁଖ ନ ଚାହିଁଛି ।ୟା ସମାନ ସୁନ୍ଦର କେ ଜଗତରେ ନାହିଁକେତେକାଳ ବସି ଅବା ଗଢ଼ିଅଛି ବିହି ।ଦୁହେଁ ଦୁହିଁଙ୍କ ଉପରେ ମୋହ ହୋଇଥାନ୍ତିଲଜ୍ଜ୍ୟାରେ ମନ କଥା କେ କାକୁ ନ କହନ୍ତି ।ସମ୍ଭାଳି ନ ପାରି ବିଦାପତି ପଚାରଇତବ ପରିଚୟ ମୋତେ ପାରିବକି ଦେଇ ।କାହାର ବନିତା ପୁଣି ଲଳନା କାହାରଦୟାକରି ପରିଚୟ ଦ୍ୟନ୍ତୁ ନାରୀବର ।ଲାଜ ଲାଜ ହୋଇଣ ଯେ ବୋଇଲା ସୁନ୍ଦରୀବିଶ୍ୱାବସୁ ସୁତା ନାମ ଲଳିତା ମୋହରି ।ବନିତା କାହାର ତାହା ମୁହିଁ ଜାଣେ ନାହିଁଅଜନମୁ ପିତାଘରେ ଅଛି କନ୍ୟା ହୋଇ ।ବିଦ୍ୟାପତି ବୋଲେ ପିତା କେଣେ ଛନ୍ତି ଯାଇଏକମାତ୍ର କୁଟୀର ମଧ୍ୟରେ ଅଛୁ ରହି ।ଲଳିତା ବୋଲଇ ଦିଆଁ ପୂଜା କରିବାକୁମୋର ପିତା ଯାଇଛଛି ଘୋର ଅରଣ୍ୟକୁ ।ସେଠାବରେ ବଟବୃକ୍ଷ ଏକ ଅଛି ରହିହାତୀଗୁମ୍ଫା ମଧେ ନୀଳମାଧବ ଅଛଇ ।ଚତୁର୍ଭୁଜେ ଶଙ୍ଖଚକ୍ର ଦିଶଇ ଶୋଭନଅପୂର୍ବ ମୂରତି ଶୋଭେ ପ୍ରଭୁଙ୍କ ଆନନ ।ନିତି ଯାଇ ମୋର ପିତା ସେବା ଯେ କରନ୍ତିବନସ୍ତରୁ ପକ୍ୱଫଳ ଭୋଗ ଯେ ଲଗାନ୍ତି ।ଶୁଣିଣ ଯେ ବିଦ୍ୟାପତି ଆନନ୍ଦ ହୋଇଲାନିଜ ମନକଥା ଖୋଲି ପ୍ରକାଶ ନ କଲା ।ଲଳିତାକୁ ବିଦ୍ୟାପତି ବ୍ରାହ୍ମଣ ବୋଲଇଆଜି ରାତ୍ରଟାକି ଆମ୍ଭେ ଜାଗା ପାଇବଇଁ ।ଲଳିତା ବୋଇଇ ଏଠାରେ ତ ନାହିଁ ବାସଆମ୍ଭ କୁଟୀରେ ରହିଲେ ହୋଇବକି ଦୋଷ ।ବ୍ରାହ୍ମଣ ବୋଲଇ ମୋତେ ଲାଗୁଅଛି ଭୀତକାଳେ ତୁମ ବାପା ମାଆ ହୋଇବେ ବିରକ୍ତ ।ଲଳିତା ବୋଇଇ ସେ ଖରାପ ନ ମଣିବେବରଂ ତୁମକୁ ଦେଖିଲେ ସନ୍ତୁଷ୍ଟ ହୋଇବେ ।ଛୋଟଜାତି ମଣି ତୁମ୍ଭେ କର ବେଖାତରକିନ୍ତୁ ଆମ୍ଭେ ବ୍ୟାଧହେଲେ ଜାଣୁ ଯେ ବେଭାରବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ ଛତିଶ ବର୍ଣ୍ଣେ ଶ୍ରେଷ୍ଠଅତିଥି ବୋଇଲେ ପିତା ହୋଇବେ ସନ୍ତୁଷ୍ଟ ।ଢଳ ଢଳ ଯଉବନ ଦେଖି ଲଳିତାରବିଦ୍ୟାପତିର ହୃଦୟ ହୋଇଲା ଅସ୍ଥିର ।ଭାବିଲେ ଯା ହସ୍ତେ ଭୋଗ ପାଆନ୍ତି ଠାକୁରତା ସମାନ ଭାଗ୍ୟବାନ କେ ଅଚି ମହୀର ।ଯଦି ଏ କାଳକ କରାୟତ ମୁଁ ନ କରେକଦାପି ପ୍ରଭୁ ସନ୍ଧାନ ନ ପାଇବି ଥରେ ।ଆଜ ରାତ୍ର ଗୋଟି ବ୍ୟାଧି ପଲ୍ଲୀରେ ରହିବିଲଳିତାଠାରୁ ପ୍ରଭୁଙ୍କ ସନ୍ଧାନ ମୁଁ ନେବି ।ସନମତି କରି ରାତ୍ରେ ଶବର ପଲ୍ଲୀରେବିଦ୍ୟାପତି ରହିଲ ଯେ ଆନନ୍ଦ ମନରେ ।ରାତ୍ର ଅର୍ଦ୍ଧେ ଶବର ଯେ ଦିଅଁ ପୂଜା ସାରିକୁଟୀର ମଧ୍ୟେ ପ୍ରବେଶ ଡାଲା ହସ୍ତେ ଧରି ।ପ୍ରବେଶନ୍ତେ ଶବର ଯେ ଲତିତା ବୋଲଇବ୍ରାହ୍ମଣ ଅତିଥି ଗୃହେ ରଖିଅଛି ମୁହିଁ ।ଶୁଣି ବିଶ୍ୱାବସୁ ମନେ ହରଷ ହୋଇଲାଅସମ୍ମାନ ନ କରିବୁ ଅତିଥି ହୋଇଲା ।ପ୍ରଭାତୁ ସ୍ନାନ ସାରିଣ ପୂଜା ଉପଚାରହସ୍ତରେ ଧରି ଶବର ହୋଇଲା ବାହାର ।ଲଳିତା କୁଟୀର ମଧ୍ୟେ ଏକାକୀ ରହଇମନ ଜାଣି ବିଦ୍ୟାପତି ସେବା ସେ କରଇ ।ଶବର କନ୍ୟା ଭକତି ଦେଖି ବିଦ୍ୟାପତିମନେ ଭାବେ ୟା ସମାନ କେହି ନାହିଁ ଯତିଏକାନ୍ତରେ ଲଳିତାକୁ ବୋଲେ ବୀରବରମୋର ପ୍ରଶ୍ନର ଦେଇ କି ପାରିବ ଉତ୍ତର ।ଲଳିତା ବୋଲଇ ସାଧ ଥିଲେ ନିଶ୍ଚେ ମୁହିଁଉତ୍ତର ଦେବାକୁ ତିଳେ ପଛାଇବି ନାହିଁ ।ବିଦ୍ୟାପତି ବୋଲେ ତୁମ ପିତାଙ୍କୁ ଜଣାଇନୀଳମାଧବଙ୍କୁ ମୋତେ ଦେବ କି ଦେଖାଇ ।ଲଳିତା ବୋଲଇ ମନା ଦେଖିବା ଅଛଇଁପିତାଙ୍କ ବ୍ୟତୀତ ଆନ ଜନ ନ ଜାଣଇ ।ଆଉ ମଧ୍ୟ ମହାବଳ ବ୍ୟାଘ୍ର ଅଛି ରହିବ୍ୟାଘ୍ରଗୁମ୍ଫା ନାମଗୋଟି ଅଛି ଯେ ବୋଲାଇ ।ପିତା ଅନୁମତି ନ ନେଇଣ ଯେହୁ ଯିବସାଙ୍ଗେ ସାଙ୍ଗେ ସେ ବ୍ୟାଘ୍ର ତା ପରାଣ ନାଶିବବିଦ୍ୟାପତି ବୋଲେ ମୋର ହେଉଛି ଆଗ୍ରହଥରେ ଦେଖାଇବା ଲାଗି ପିତାଙ୍କୁ ଜଣାଅ ।ଲଳିତା ବୋଲଇ ଯଦି ତବ କାର୍ଯ୍ୟ ମୁହିଁସଫଳ କରିଲେ କିସ ଫଳ ପାଇବଇଁ ।ବିଦ୍ୟାପତି ବୋଲେ ଯାହା ଚାହିଁବୁ ସୁନ୍ଦରୀପ୍ରାଣଦେଇ ପୂରଣ କରିବି ସତ୍ୟ ଗୋରୀ ।ସେ ସୁନ୍ଦରୀ ବ୍ୟାଧବାଳା ଚରଣେ ପ୍ରଣମିବୋଲେ ଦିଅ ବର ତୁମେ ହେବ ମୋର ସ୍ୱାମୀଶୁଣିଣ ବିଦ୍ୟାପତି ଯେ ହରଷ ହୋଇଲାହେଉ ବୋଲି ସନମତ ତକ୍ଷଣେ କରିଲା ।ଯୁବତୀ ଗଣ୍ଡରେ ଆଙ୍କି ଦେଇ ସେ ଚୁମ୍ବନହରଷେ ପ୍ରେମେ ମାତିଲେ ତହୁଁ ବେନିଜନଏହିକଥା ଲଳିତାର ସଖୀଏ ଜାଣିଲେସମସ୍ତଙ୍କୁ ଆଗେ କହି ବିଭା କରାଇଲେ ।କିଛିଦିନ ଅନ୍ତେ ବିଦ୍ୟାପତି ସଙ୍ଗେ ନେଇ ।ଅନ୍ଧ ପଟକ ତାହାର ଚକ୍ଷୁରେ ବନ୍ଧାଇ ।ବାଟେ ଗଲାବେଳେ ବିପ୍ର କଉଶଳ କରିଖସା ବୁଣି ବାଟେ ବାଟେ ଯାଏ ଗୁପ୍ତ କରିବ୍ୟାଘ୍ର ଗୁମ୍ଫା ନିକଟରେ ପ୍ରବେଶ ହୋଇଲାଅପୂର୍ବ ମୂରତି ଦିଅଁ ଦରଶନ କଲା ।ପାଦ୍ଦତଳେ ପଡ଼ି ପିତ୍ୟାପତି ଜଣାଇଲାକାହିଁକି ଗୋପ୍ୟ ଏ ସ୍ଥାନେ ଅଛୁ ପ୍ରଭୁ ଭଲା ।ଘୋର କଳିଯୁଗେ ପାପ ହେଲାଣି ଦୁସ୍ତରନୀଳ କନ୍ଦରରେ ରହି ପ୍ରବୁ ଖେଳା କର ।ତବ ନିମନ୍ତେ ମନ୍ଦିର ଅଛି ତୋଳା ହୋଇଇନ୍ଦ୍ରଦ୍ୟୁମ୍ନ ରାଜା ବଡ଼ ଧାର୍ମିକ ଅଟଇ ।ସ୍ୱପ୍ନାଦେଶେ ମନ୍ଦିର ଯେ କରିଛି ତିଆରପାଇଲେ ତୁମ୍ଭଙ୍କୁ ଖୁସି ହେବ ନରବର ।ଏତେ ଜଣାଇ ବ୍ରାହ୍ମଣ ଫେରିଣ ଆସିଲାଲଳିତାକୁ ନ ଜଣାଇ ଲୁଚି ପଳାଇଲା ।ଚାତକବଚ ଯେ ରାଜା ରାଣୀ ଚାହିଁଥିଲେସେନାପତି ବିଦ୍ୟାପତି ଫେରିଛି ବୁଝିଲେ ।ଅର୍ଘ୍ୟଥାଳି ସଜାଡ଼ିଣ ଶ୍ରୀଗୁଣ୍ଡିତା ଦେଈଅନ୍ତଃପୁରକୁ ପାଛୋଟି ବିଦ୍ୟାପତି ନେଇ ।ସମସ୍ତ ଘଟଣା ଗୋଟି ଗୋଟି କରି ବୀରରାଜା ରାଣୀଙ୍କ ଆଗରେ କହିଲା ସତ୍ୱର ।ଶୁଣି ଗୁଣ୍ଡିଚା ସହିତ ଇନ୍ଦ୍ରଦ୍ୟୁମ୍ନ ରାଜାବ୍ରାହ୍ମଣର ପାଦ ହରଷରେ କଲେ ପୂଜା ।ଶାଢ଼ୀ ସୁନା ବଳା ଆଦି ବହୁ ରତ୍ନ ଦେଲେବହୁତ ସମ୍ପତ୍ତି ଖଞ୍ଜି ପଡ଼ା କରିଦେଲେ ।ସୈନ୍ୟ ସଜକରି ଇନ୍ଦ୍ରଦ୍ୟୁମ୍ନ ନରେଶ୍ୱରହୋଇଲେ ପ୍ରବେଶ ଯାଇ ବ୍ୟାଘ୍ର ଗୁମ୍ଫାଠାରନ ଜାଣି ଶବର ବିଷ୍ଣୁ ପ୍ରତିମା ଉଠାନ୍ତିଯେତେ ଚେଷ୍ଟାକଲେ ସେ ଉଠାଇ ନ ପାରନ୍ତି ।ଦେଖି ମହାରାଜା ମନେ ଚିନ୍ତିତ ହୋଇଲେକିମ୍ପାଇଁ ପ୍ରତିମା ଗୋଟି ଉଠୁନାଇଁ ଭଲେ ।ସେ ସମୟେ ଶୂନ୍ୟୁ ଶବ୍ଦ ହେଲା ନରବର ।ବାତୁଳ ତୁହିଁ କିମ୍ପାଇ ହେଉ ନରବର ।ଏରୂପେ ଯେ କଳିଯୁଗେ ଶୋଭା ନ ପାଇବବୌଦ୍ଧରୂପ ଗୋଟିକ ଯେ ବିକାଶ ହୋଇବ ।ବହୁ ଧର୍ମ ଅବଲମ୍ବୀ ଅଛନ୍ତି କଳିରେବୌଦ୍ଧ ରୂପେ ଯେ ଶୋଭିତ ସକଳ ଧର୍ମରେ ।କାଲି ପ୍ରଭାତରେ ଲୋକ ନେଇ ତୁହି ଯିବୁବାଙ୍କୀ ମୁହାଣରେ ଆମେ ଯାଇଣ ଲାଗିବୁ ।ସେହିଠାରେ ଦାରୁବ୍ରହ୍ମ କାଷ୍ଠଗଡ଼ ନେଇକାରିଗର ଡାକି ମୂର୍ତ୍ତି ତିଆରିବୁ ତୁହି ।ଆବର ଶବରୀ କନ୍ୟା ଲଳିତା ସଙ୍ଗରେବିଦ୍ୟାପତିକୁ ବିବାହ କର ହରଷରେ ।ଶବର ଯେ ଦୈତ୍ୟବଂଶ ବିଦ୍ୟାପତି ବଂଶମିଶି ତାଙ୍କ ନାମ ହେବ ଦୈତ୍ୟାପତି ଅଂଶ ।ସେହିମାନେହିଁ ମୋହର ପୂଜକ ହୋଇବେଦିବାରାତ୍ର ଛତିଶ ନିଯୋଗ ଖଟିଥିବେ ।ଶୂନ୍ୟରୁ ଶବଦ ଯହୁଁ ଶୁଣିଲେ ନରେଶଫେରି ନିଜ ଭୁବନରେ ହୋଇଲେ ପ୍ରବେଶ ।ରାଜା ରାଣୀଙ୍କ ନୟନେ ନିଦ୍ରା ନ ଆସଇକିପରି ପ୍ରଭାତ ହେବ ପ୍ରଭୁ ପାଇବଇଁ ।ଆରଦିନ ସକାଳୁ ଯେ ରାଜାରାଣୀ ଦୁଇସୈନ୍ୟସାମନ୍ତମାନଙ୍କୁ ସଙ୍ଗେ ଗଲେ ନେଇବାଙ୍କୀ ମୁହାଣ ନିକଟେ ପ୍ରବେଶ ହୋଇଲେତିନି ଦାରୁ ଦେଖି ମନେ ହରଷ ହୋଇଲେ ।ସୈନ୍ୟମାନଙ୍କ ଆଦେଶ ଦେଲେ ନରେଶ୍ୱରଶୀଘ୍ର ତୁମେ ଦାରୁବ୍ରହ୍ମ ନିକଟରେ ଭର ।ଆଜ୍ଞା ପାଇ ସୈନ୍ୟବଳ ଦାରୁ ପାଶେ ଗଲେଅଚଳ ମହାମେରୁ ସେ ଯେ ନ ଘୁଞ୍ଚିଲେ ।ହଜାର ହଜାର ଲୋକ ଉଠାଇ ନ ପାରିହତାଶ ହୋଇଣ ସର୍ବେ ଆସିଲେକ ଫେରି ।ଶୁଣି ମହାରାଜା ମଧ୍ୟ ଚିନ୍ତିତ ହୋଇଲେକିମ୍ପାଇଁ ଦାସକୁ ପ୍ରଭୁ ଦଣ୍ଡୁଛ ବୋଇଲେ ।ରାଜାଙ୍କ କଣ୍ଠରେ ଶୁନ୍ୟ ଶବଦ ଶୁଭଇମୋ ଭକ୍ତ ବସୁ ଶବର ବିଦ୍ୟାପତି ଦୁଇ ।ଦୁଇପଟେ ଦୁଇଜଣ ଧରିଲେ ମୁଁ ଯିବିବ୍ରାହ୍ମଣ୍ଡ ଜନ ଲାଗିଲେ କେଭେ ନ ଉଠିବି ।ଶୁନ୍ୟ ଡାକ ଶୁଣି ରାଜା ଚେତନା ପାଇଲେବନସ୍ତ ମଧ୍ୟରୁ ଶବରକୁ ଅଣାଇଲେ ।ଚାହିଁଥାନ୍ତି ଲକ୍ଷ ଲକ୍ଷ ଜନ ଯେ କୂଳରେବିଦ୍ୟାପତି ସହ ବସୁ ଶବର ଯେ ଧରେ ।ଯେଉଁ ଦାରୁ ସସ୍ରଲୋକ ଟେକି ନ ପାରିଲେସୋଲ ଭେଳା ପରି ଦ୍ୱୟ ଉଠାଇ ଆଣିଲେ ।ଲଳିତା ବିଦ୍ୟାପତି ହେଲା ବିଭାଘରସେହି ଦିନୁ ଦୈତ୍ୟପତି ବଂଶ ଯେ ମର୍ତ୍ତ୍ୟର ।ତାହାପରେ ଦାରୁ ମୂର୍ତ୍ତି ନିର୍ମାଣିବା ପାଇଁଶ୍ରେଷ୍ଠ ଶିକାର ରାଜା ଆଣିଲେ ଡକାଇ ।ବହୁ ବିଶ୍ୱକର୍ମା ଆସି ଉପସ୍ଥିତ ହେଲେନିହାଣ ମାରନ୍ତେ କାଷ୍ଠ ନ ଶୁଣଇ ଭଲେ ।ସମସ୍ତ ବିଶ୍ୱକର୍ମା ଯେ ପରାସ୍ତ ହୋଇଲେ ।କେହୁ ଦାରୁମୂର୍ତ୍ତି ନିର୍ମାଣ ଯେ ନ କରିଲେ ।ବୃଦ୍ଧ କାରିଗର ଏକ ଯଷ୍ଟି କରେ ଧରିଜରାଜୀର୍ଣ୍ଣ ଦେହେ ଆସେ ଲଇଁ ଲଇଁ କରି ।ରାଜାଙ୍କୁ ବୋଇଲା ମୁହିଁ କରିବି ତିଆର ।ଏକୋଇଶ ଦିନ ବନ୍ଦ ହୋଇବ ଦୁଆର ।ବାଇଶ ଦିନେ ଦେଉଳ ଦୁଆର ଖୋଲିବଦାରୁ ମୂର୍ତ୍ତି ଗଠନ ଗୋ ଶେଷ ହୋଇଥିବ ।ଆଗରୁ ଖୋଲିବ ନାହିଁ କହୁଛି ବୁଝାଇଅନୁମତି ପାଇ ମୂର୍ତ୍ତି ଗଢ଼ିଲୋକ ସେହି ।ଏକାଦଶ ଦିନଯାଏ ମନ୍ଦିର ଭିତର ।ଠକ ଠକ ଶବ୍ଦ ସର୍ବେ ଶୁଣିଲେ କର୍ଣ୍ଣର ।ତା ପରଦିନ ଯେ ରାଣୀ କବାଟ ପାଣରେକର୍ଣ୍ଣରେ ବାରିଲେ ଶବ୍ଦ ନ ଶୁଭେ ଭିତରେ ।ରାଜାଙ୍କୁ ବୋଇଲେ ଭଲା ମୂର୍ତ୍ତି ଗଡ଼ାଇଲବୁଢ଼ାକୁ ମାରି ଦିଅଁ ଅପବିତ୍ର କଲ ।ଏତେ କହି ଲୋକଦ୍ୱାରା ଖୋଲନ୍ତେ ଦୁଆରଦେଖିଲେ ଦେଉଳ ମଧ୍ୟେ ନାହିଁ କାରିଗରଦେଖି ରାଜାରାଣୀ ଦୁଇ ଆଶ୍ଚର୍ଯ୍ୟ ହୋଇଲେଅଧା ହାତ ଗୋନ ଦାରୁ ମୂରତି ଦେଖିଲେ ।ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଭଗିନୀସିଂହାସନ ପରେ ବସିଅଛନ୍ତି ବେଷ୍ଟନୀ ।ଦେଖି ଇନ୍ଦ୍ରଦ୍ୟୁମ୍ନ ରାଜା ମନେ କ୍ରୋଧକଲେଗୁଣ୍ଡିଚା ରାଣୀଙ୍କ ପରେ ବିରକ୍ତ ହୋଇଲେ ।ପୁଣି ଶବଦ ଶୁଭିଲା ରାଜାଙ୍କ କର୍ଣ୍ଣରଆହେ ରାଜା ମନେ ତୁହି ଭାବନା ନକର ।ବୌଦ୍ଧ ରୂପେ ପୂଜା ହେବୁ ଆମ୍ଭେ ଏ ଯୁଗରସେହି ମୂର୍ତ୍ତି ଅଟେ ଏହୁ କହିଛୁ ଆଗର ।ଶୀଘ୍ର ନୀତି ଖଞ୍ଜି ପଡ଼ା କର ନରେଶ୍ୱରଛପନ ପଉଟି ଭୋଗ ଖଞ୍ଜା ଯେ ଆମ୍ଭର ।ଚାରି ଧୂପ ଛଅ ଅବକାଶ ଖଞ୍ଜାଇବୁଷୋଡ଼ଶ ଉପଚାରରେ ପୂଜା ଭିଆଇବୁ ।ଏତେ କହି ଜଗନ୍ନାଥ ହେଲେ ଅନ୍ତର୍ଦ୍ଧାନଶୂନ୍ୟବାଣୀ ଶୁଣି ରାଜା ପାଇଲା ଯେ ଜ୍ଞାନବିଷ୍ଣୁ ନିର୍ମାଲ୍ୟ ସରବେ ହରଷେ ପାଇବେବ୍ରାହ୍ମଣ ହସ୍ତୁ ଚାଣ୍ଡାଳ ଛଡ଼ାଇ ଖାଇବେ ।ସେହିଦିନୁ ସେହିପରି ଖଞ୍ଜା ଭିଆଇଲାଶ୍ରୀ ନୀଳାଚଳ ବୋଲିଣ ନାମ ଯେ ହୋଇଲାକଳିଯୁଗେ ହରି ନାମ ଅଟଇ ଯେ ସାରଯେ ନାମ ଭଜିବ ସେହୁ ଭବୁ ହେବ ପାର ।ଚାରିଯୁଗ ମଧ୍ୟେ ଧର୍ମ ଅଟଇ ଯେ ସାରସତ୍ୟ ସନାତନ ଅଟେ ଧର୍ମ ନିରାକାର ।ଜଗନ୍ନାଥ ନାମ ହୃଦେ କରିଲେ ଭଜନଅଶେଷ ପାତକ ଦେହୁଁ ହୋଇବ ଖଣ୍ଡନ ।ଶ୍ରୀ ପୁରୁଷୋତ୍ତମ ପ୍ରଭୁ ଶଙ୍ଖ ଚକ୍ର ଧରିଭକ୍ତକୁ ତାରିବା ପାଇଁ ଛନ୍ତି ବିଜେ କରି ।ଭକ୍ତିରେ ଡାକିବ ଯେହୁ ଦର୍ଶନ ପାଇବାପାଷାଣ୍ଡ ଜନ ଚକ୍ରରେ ଛେଦନ ହୋଇବ ।ବଳରାମ ଜଗନ୍ନାଥ ଅନନ୍ତ ଅଚ୍ୟୁତଯଶୋବନ୍ତ ସହିତରେ ହେଲେ ସ୍ୱର୍ଗପ୍ରାପ୍ତ ।ଯେଉଁ ରୂପେ ଯେ ଭଜଇ ପ୍ରଭୁଙ୍କ ପୟରସେ ରୂପେ ତାକୁ ଦର୍ଶନ ଦିଅନ୍ତି ଠାକୁର ।ଚିତ୍ତବୋଧ ଗ୍ରନ୍ଥ ଏ ଯେ ଅପୂର୍ବ ବିଧାନପଢିବା ଜନର କରେ ଚିତ୍ତବିନୋଦନ ।ଭାଗବତ ବାରସ୍କନ୍ଧ ପ୍ରେମରଜ୍ଜୁ ଧରିମନ୍ଥନ କଲେ ଅଚ୍ୟୁତ ଦଧିଭାଣ୍ଡ ପରି ।ସେ ଲବଣୀ ନେଁଇ ହରିବଂଶ ଯେ ଲେଖିଲେସେ ହରିବଂଶକୁ ମଧ୍ୟ ମନ୍ଥନ କରିଲେ ।ଲବଣୀର ଘୃତ ଛାଣି ଅଚ୍ୟୁତ ଗୋସାଇଁଚିତ୍ତବୋଧ ଗ୍ରନ୍ଥ ଜାଣି ରଚିଥିଲେ ସେହି ।ଦୁଇଖଣ୍ଡ ଗ୍ରନ୍ଥ କରିଅଛନ୍ତି ତିଆରକାକଳଗତି ଦେଖି ଚାଲିଗଲେ ଆରପାର ।ତାଳପତ୍ର ପୁସ୍ତକରେ ଗୋପ୍ୟ ଥିଲା ହୋଇବାବୁ ବିଦ୍ୟାଧର ସାହୁ ପ୍ରାର୍ଥୀ ହେଲେ ଯାଇଁ ।ସେହି ଦୁଇଖଣ୍ଡ ଆଣି ପ୍ରକାଶ କରିଲେତୃତୀୟ ଚତୁର୍ଥ ନାହିଁ ଶ୍ରୀ ସାହୁ ଦେଖିଲେ ।ବହୁ ଅର୍ଥ ବ୍ୟୟ କରି ମୋତେ ସେ ଅଣାଇ