ଚିଟାଉ ଛାନ୍ଦ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିରାଗ–ଆଷାଢ଼ ଶୁକ୍ଲପରମାନନ୍ଦ ଦୂତୀ ଆଗେ କହି । ପଠିଆନ୍ତି ଅତି ବିନୟ ହୋଇ ।ପ୍ରାଣବନ୍ଧୁ ସେ ମୋ ଦୀନ ଦୋଷକୁ । ପରିଚାରଠାରେ କଲା ରୋଷକୁ ।ପଚାରିବୁ ତାକୁରେ । ପରାଣ ଗଲେ ଋଷିବ କାହାକୁ ।୧।ପାପ କରମେ ମୋ ଥିଲା ଏହିତା । ଫୋଡ଼ୁଛି ହୃଦ ହେବ କି କହିତା ।ପିନଜଘନା ଜାଣୁ ଜାଣୁ ଯାହା । ପକ୍ଷେ ହେଲା ଭେଟ ନ ହେଲା ଆହା ।ପଚାରିବୁ ତାକୁରେ । ପରାଣ ଗଲେ ଋଷିବ କାହାକୁ ।୨।ପାଇ ଏତେ ଅନୁରାଗ ଅତନୁ । ପକାଇଲା ଶରେ ଚିରି ମୋ ତନୁ ।ପିଣ୍ଡୁ ଛାଡ଼ିଗଲା ପ୍ରାଏ ଜୀବନ । ପଡ଼ିଲି ମୋହେ ସେ କଲା ଗମନ ।୩।ପରି ଦିନ ଗଲି ଯମୁନା ଘାଟ । ପଡ଼ିଲା ଦଇବେ ତା ମୋର ଭେଟ ।ପଛ କଥାମାନ ତହିଁକି ଥାଉ । ପିଠି କରି ସେ ନ ଚାହିଁଲା ଆଉ ।୪।ପାଇଥିଲି ତାକୁ କରି ବରତ । ପାଶେ ଖଟିଥିଲି ଅନୁବରତ ।ପରିଣତେ ବିମ୍ବାଧରୀ ବୁଝିକି । ପେଲିଦେଲା କାମନଦୀମଝିକି ।୫।ପ୍ରଣୟମାନେ କାନ୍ତ ଦୁଃଖି ହୋଇ । ପ୍ରିୟାଭାବ ପ୍ରତିଦିନେ ଚିନ୍ତଇ ।ପୁରତେ ଦୂତୀକି କହଇ ଭାଷା । ପ୍ରାଣପ୍ରଭୁ ସେ ମୋର ମୃଗଦୃଶା ।୬।ପୁଷ୍ପକନନ୍ଦିନୀ ପ୍ରାଣଈଶ୍ୱରୀ । ପଲଙ୍କେ ଦିନେ ନିଦ୍ରା ତାପହରି ।ପ୍ରବେଶ ତାର ସମୀପେ ହୁଅନ୍ତେ । ପଣନ୍ତେ ମୁଖ ଘୋଡ଼ାଇଲା ମତେ ।୭।ପୁରପତରରେ ଆନନ୍ଦଦାୟୀ । ପଞ୍ଜରୀସାରୀପରି ଚାହିଁ ଥାଇ ।ପକାଉଥାଇ ଏକା ମୋ ପ୍ରସଙ୍ଗ । ପଦ୍ମିନୀ କଲା କିପାଁ ତାହା ଭଙ୍ଗ ।୮।ପୀରତିପାଦପେ ମତେ ଚଢ଼ାଇ । ପଛେ ମୂଳରୁ କାଟୁଛି କିପାଇଁ ।ପଡ଼ିଲେ ଗଲାଟି ମୋର ଜୀବନ । ପ୍ରତିକାର ନାହିଁ ତା ବିନୁ ଆନ ।୯।ପନ୍ଦର ବୟସୀ କୁନ୍ଦରଦନା । ପିନପୟୋଧରୀ ମିନନୟନା ।ପିଠିକଲା ଦେଖି ମତେ ନାଗରୀ । ପଥରପରି କିପାଁ ତନୁ କରି ।୧୦।ପାର୍ବତୀ ପତି ତପସ୍ୟା ଖଣ୍ଡନା । ପରମ ସୁନ୍ଦରୀ ମହୀମଣ୍ଡନା ।ପୃଷତନେତ୍ରା କି ଆଣି ମନକୁ । ପାଳନା ନ କଲା ନିଜଦାସକୁ ।୧୧।ପକ୍ଷୀଜନ୍ତୁ ଯେବେ ହୁଅନ୍ତି ମୁହିଁ । ପଡ଼ନ୍ତି ଛାମୁରେ ଉଡ଼ିଣ ଯାଇ ।ପାଞ୍ଚୁଥାଇ ଏହା ଅନୁବରତେ । ପର କଲେ ସେ ବଞ୍ଚିବି କେମନ୍ତେ ।୧୨।ପଞ୍ଜରେ ସେ ଦିନେ ଅନାଇଥିଲା । ପଥେ ଦେଖି ମତେ କି ବିଚାରିଲା ।ପୁଡ଼ା ପକାଇଲା ଯାହା ସେ ଚାଣ୍ଡେ । ପଡ଼ିଲା ବଜ୍ର ଆସି ମୋର ମୁଣ୍ଡେ ।୧୩।ପିନ୍ଧିଥିଲା ଦିନେ ନୀଳ ଅମ୍ବର । ପତ୍ରାବଳୀ ଦିଶେ କୁଚ ଉପର ।ପାରୁଶେ ମୁ ଯାଇଁ ଯୋଡ଼ନ୍ତେ କର । ପାଲଟିବସିଲା ରମଣିବର ।୧୪।ପ୍ରାଣଈଶ୍ୱରୀ ମୋ ଜୀବଜୀବନ । ପ୍ରୀତିଠାରେ ମୋତେ କଲା ଏମାନ ।ପରାଣୁ ଅଧିକ ଯେ କରିଥିଲା । ପରପରା କରି ଅନ୍ତର କଲା ।୧୫।ପଇଠ ଦେଇ ସଖି କରେ ଦିନେ । ପୁଷ୍ପ ତୋଳୁଥିଲା କୁସୁମ ବନେ ।ପହଣ୍ଡ ଦଶରୁ ମତେ ଦେଖିଲା । ପୃଥ୍ୱୀପରେ ଦେଇଁ ଦୃଷ୍ଟି ରଖିଲା ।୧୬।ପଙ୍କଜନୟନେ ଅଞ୍ଜନ ତାର । ପାନେ ପାଚି ଦାନ୍ତ ଦିଶେ ସୁନ୍ଦର ।
ସମ୍ବନ୍ଧିତ ରଚନା
ଉପେନ୍ଦ୍ର ଭଞ୍ଜ
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ପୂର୍ଣ୍ଣବିଧୂଆନନ ଦିଶେ ଶୋଭା । ପଦ୍ମହାସିନୀ ମୋ ମନକୁ ଲୋଭା ।୧୭।
ପରଭୃତ ସୂତ ଦ୍ରୋଣ ପରିରେ । ପ୍ରତିପାଳି ପ୍ରୀତି କଲା ପ୍ରକାରେ ।
ପୁଷ୍କର ମେଘର ଯେହ୍ନେ ଅଚ୍ଛନ୍ନ । ପ୍ରାଣପ୍ରିୟା ମତେ କଲା ତେସନ ।୧୮।
ପୁରୁବେ ମତେ ଦେଖି ବୋଲୁଥାଇ । ଫିଛଡ଼ା କିପାଇଁ ବହିଲା ବିହି ।
ପଡ଼ିଲାବେଳକୁ ମୋର ଅଭାଗ୍ୟ । ପଦ୍ମ ନେତ୍ରାର ଯେ ହେଲା ବୈରାଗ୍ୟ ।୧୯।
ପାଶକୁ ଗଲେ ମଉନେ ରହିଲା । ପ୍ରଶଂସା କଲେ ତାହା ନ ଶୁଣିଲା ।
ପାନ ଯାଚନ୍ତେ ନ ଘେନିଲା ଗୋରୀ । ପ୍ରମଦା ନିରାଶ କଲା ଏପରି ।୨୦।
ପିତୁଳା ସେ ମୋର ନେତ୍ରର ମଣି । ପ୍ରେମଶୀଳା ମୋତେ ଅଛି ସେ କିଣି ।
ପ୍ରପଞ୍ଚ କରି କହିବି କାହିଁକି । ପାରେନ୍ଦ୍ରମଧ୍ୟା ସେ ଜାଣି ନାହିଁ କି ।୨୧।
ପହରେଯାଏ ପଡ଼ିଥିଲି ପାଦେ । ପଡ଼ିଲେ କଥା ନ କହିଲା ପଦେ ।
ପାଇଲା ନାହିଁ ଅଳପକ ବ୍ୟଥା । ପାଥୋଜନୟନା ପୋତିଲା ମଥା ।୨୨।
ପ୍ରଦୋଷ ନୋହୁଁ ଦୂତ ବରଗାଇ । ପାଶକୁ ନେଇ ସେ ଆନନ୍ଦ ହୋଇ ।
ପଛେ ଏବେ ଘେନି ପିଶୁନ ଭାଷା । ପିୟଷହାସି କଲା ଲୋକହସା ।୨୩।
ପୁରନ୍ଦରପୁରେ ମହିଯାକରେ । ପାତାଳତଳେ ବିଧାତାଲୋକରେ ।
ପ୍ରୀତି ବୋଲନ୍ତେ ନାହିଁ ଆନସାର । ପୁଣି କିପାଁଇ କଲା ଏଡ଼େ ଦୂର ।୨୪।
ପାହୁଡ଼ ରଟ ଶୁଭନ୍ତେ ବୋଇଲା । ପଡ଼ିଲା ଧରା ମହତ୍ୱ ସରିଲା ।
ପୋଡ଼ୁ ପୀରତି କଲା ଏତେସରି । ପାସୋରିଲା କିପାଁ ଏବେ ଚତୁରୀ ।୨୫।
ପିଲାକାଳରୁ ଜାଣନ୍ତି ସଂସାରେ । ପୂର୍ଣ୍ଣଚନ୍ଦ୍ରମୁଖି ଦୟା ମୋଠାରେ ।
ପାଣି ଧରନ୍ତେ ଯାହା ଫିଙ୍ଗିଦେଲା । ପ୍ରଭୁପଣକୁ ଏଡ଼େ କି ଦିଶିଲା ।୨୬।
ପିଆଇଦେଇ ପିୟୁଷ ଅଧର । ପଚାରେ ଲାଗିଲା କେଡ଼େ ମଧୁର ।
ପଛେ କି କେ କଲା ଏଡ଼େକ ସରି । ପୁରୁଷ ହତ୍ୟାକୁ ମନେ ନ ଧରି ।୨୭।
ପୁଥୁ ରୋମକେତୁ ରତିକୁମର । ପଦାର୍ଥରତନ ରମଣିବର ।
ପରାଭବକୁ ପାଇ ତା ଉତ୍ତାରେ । ପକାଇଲା ନାହିଁ ମନେ ସେ ଥରେ ।୨୮।
ପଞ୍ଚଶରଗରଳକୁ ମୋହର । ପରଶୁକେଦାର ତରୁଣିବର ।
ପଦକପରି କରିଥିଲା ହୃଦେ । ପକାଇଦେଲା ଏବେ ଦୁଃଖ ନଦେ ।୨୯।
ପିକବଚନା ମୋ ଦୁଃଖମୋଚନା । ପୀବରଉରଜା ଧୀରା ନବୀନା ।
ପଚାରେ ଯିବା କି ହେଉଛି ମନ । ପଛକୁ ପକାଇଦେଲା ସେମାନ ।୩୦।
ପୁରାଈ ଅର୍ଦ୍ଧାଙ୍ଗ ହୋଇ ଗଉରୀ । ପାଆନ୍ତି କି ସୁଖ ବୋଲି ପଚାରି ।
ପଦ୍ମଳାକ୍ଷି ମୋର ସେ ଆଲିଙ୍ଗନେ । ପୟୋଧୁନକି ବାଞ୍ଛାଭାବ ମନେ ।୩୧।
ପାମର ଜନେ ହେଲେ କଲେ ନିନ୍ଦା । ପତିପଦର୍ଶନି ମୋର ସେ ଫନ୍ଦା ।
ପରାଏ କରିଥିଲା ନାରିବର । ପ୍ରାନ୍ତରେ କଲା ଏଡ଼େ ନାରଖାର ।୩୨।
ପ୍ରସୁନଶରରସେ ରମି ବାଳା । ପାହିଲେ ନିଶି ନ ଛାଡ଼େ ମୋ ଗଳା ।
ପୀଡା ପାଇଲ ବୋଲି କେଡ଼େ ଧନ । ପିଠିରେ ଠୁକୁଥାଇ ନଖ ମୁନ ।୩୩।
ପୁରୁଷ ବରେ ଦୟା କରିଥିଲେ । ପୂଜା ବଡ ପାଉନାହିଁ ସେ ଭଲେ ।
ପରିଜନେ କରି ଏଡ଼େ ଅଭାବ । ପ୍ରସିଦ୍ଧି ଏଥୁଁ କେତେ ଅରଜିବ ।୩୪।
ପହର ତିନି ରାତିରେ ମୁଁ ଯାଇଁ । ପ୍ରବେଶ ହେଲେ ସେ ଆନନ୍ଦ ହୋଇ ।
ପ୍ରଶଂସା କରେ ଆପଣାକୁ ଗୋରୀ । ପରତେ ନ ଥିଲା କଲା ଏପରି ।୩୫।
ପରମ ରସ ଭାବ ମୋର ହୃଦେ । ପ୍ରବାଳାଧରି ଭିଡ଼ି ଧରି ହୃଦେ ।
ପଙ୍କଜବଦନ ମୁଦେ କି ଆଶେ । ପୁଣି ରହିଲା କିପାଁ ମୋ ବିନାଶେ ।୩୬।
ପିଣ୍ଡରେ ମୋର ଥିବାରେ ଜୀବିତ । ପରାଣ ପ୍ରଭୁ ତୁମ୍ଭେ ମୋ ନିୟତ ।
ପ୍ରତି ପଦରେ ବୋଲେ ଏହି କଥା । ପୃଥୁଳ ନିତମ୍ବ । କଲା ଅନ୍ୟଥା ।୩୭।
ପୟୋଦକାଳରେ ଫିଛଡ଼ା ପଥେ । ପାଲଟି ଆସଇ ନାଗରୀ ମତେ ।
ପୋଛିଦିଅଇ ମୋ ଅଙ୍ଗ ରସନେ । ପୁରକୁ ନେଇ କେଡ଼େ ତୋଷମନେ ।୩୮।
ପରିହାସେ ବୋଲେ ନ ଛୁଁଅ ମତେ । ପଡ଼ିଲା ଦୁଚାଁ ଯୋଗ ଦିନାକେତେ ।
ପ୍ରଳୟ ପରି ମୁଁ ମଣନ୍ତେ ତାହା । ପଦକେ ମିଶଇ କେତକୀଦେହା ।୩୯।
ପଣନ୍ତ ମୁଖେ ଦେଇ ହସି କହେ । ପାହିଲାଣି ନିଶି ନ ଯିବ କିହେ ।
ପ୍ରମାଦ ଏଡ଼େ କିପାଁଇ କରୁଛ । ପ୍ରବୀଣା ଭଣେ ମହତ୍ୱ ସାରୁଛ ।୪୦।
ପୂର୍ବ ଦିନେ ଗଲେ ଦେଖି ସେ ହସି । ପାତକକୁ ଡର ନାହିଁ ସେ ଭାସି ।
ପ୍ରସନ୍ନହୋଇ ଭାସେ ନାନା ଭାବେ । ପ୍ରାଣେ ମୋ ପାଞ୍ଚୁଛି କିପାଇଁ ଏବେ ।୪୧।
ପ୍ରଥମସ୍ନାନ ହେବ କି ବୋଲନ୍ତେ । ପବିତ୍ରା ଅଙ୍ଗି ସେ ହସେ କିଞ୍ଚିତେ ।
ପୁଷ୍କର ସ୍ନାନ ଫଳ ଦେଇଅଛି । ପକ୍ୱବିମ୍ବୋଷ୍ଠି ଦେଲା ଏବେ ମୂର୍ଚ୍ଛି ।୪୨।
ପାହାନ୍ତିରେ ଶୁଣି କୁକ୍କୁଟ ନାଦ । ପଡ଼ୁଛି ବୋଲେ କେଡ଼େ ପରମାଦ ।
ପଲ୍ଲବାଧରି ହୁଅନ୍ତେ ତାଟକା । ପୁଣି କିପାଁଇ କଲା ଏଡ଼େ ଡକା ।୪୩।
ପୁଣ୍ୟ ମୋ ସୁଫଳ କରିବା ପାଇଁ । ପୁରୁଷାୟିତେ ସୁରତେ ରସାଇ ।
ପହୁଡ଼ି ହୃଦେ ମୋ ବୋଲେ ଅଙ୍ଗନା । ପୁରିଲା କି ତୁମ୍ଭମନକାମନା ।୪୪।
ପ୍ରବାସ ପଡ଼ିବାର ମୋର ଶୁଣି । ପୁରାଇ ନେତ୍ରେ ନୀର ବୋଲେ ବାଣୀ ।
ପୋଡ଼ୁ ହେବାର ଏଡ଼େ କଲବଲ । ପୀରତି ପହିଲେ ନ କଲେ ଭଲ ।୪୫।
ପ୍ରସଙ୍ଗେ ପଚାରୁଥାଇ ସେ ମୋତେ । ପତିଙ୍କି ରାମା ଋଷନ୍ତି କେମନ୍ତେ ।
ପାପ ବିଧାତାବଶରୁ ଏ ମାନ । ପାଶୋରି ମୋତେ କଲା ହୀନମାନ ।୪୬।
ପାଶରେ ଥିଲେ ମୋର ଦେବରାଜ । ପଦକ ପାଖେ କହେ ନାରୀରାଜ ।
ପ୍ରଭାତ ନୋହୁ ବୋଲେ ଥାଉ ରାତି । ପ୍ରାନ୍ତେ କିପାଁ କଲା ଏଡ଼େ ଅନୀତି ।୪୭।
ପାଶରୁ ମୋର ଯେତେବେଳେ ଯାଇ । ପହଣ୍ଡେ ପକାଇ ଦଣ୍ଡେ ରହଇ ।
ପାଲଟିଚାହୁଁ ଥାଇ ସେ ଆକୁଳେ । ପେଲିଦେଲା ମନୁ ସେ ସ୍ନେହ ଭଲେ ।୪୮।
ପଶମ କରିବାକୁ ଦୁଃଖତମ । ପ୍ରୀତିମଞ୍ଜୁଳ ରାମଚନ୍ଦ୍ର ନାମ ।
ପ୍ରେୟସୀପାଶେ ପେଶଇ ଦୁତିକି । ପୁରୁଷବର ସେ ଭାବେ ଏତିକି ।୪୯।
ପୁଣି ବୋଲଇ ରେ ପରାଣସହି । ପାରିଲେ ଏ କଷ୍ଟୁ ଉଦ୍ଧର ତୁହି ।
ପ୍ରୀତିବତ୍ସଳା ଆରେ ଥରେ କହ । ପ୍ରାଣ ବର୍ଜିବଟି ନନ୍ଦତନୟ ।୫୦।
ପୀତାମ୍ବରଠାରୁ ଏସନ ଶୁଣି । ପଥେ ଗମନ କଲା ଦୂତୀ ପୁଣି ।
ପ୍ରବେଶ ହେଲା ରାଧିକା ଭୁବନ । ପଦ୍ମଚରଣେ ଉପଇନ୍ଦ୍ର ଧ୍ୟାନ ।୫୧।
କୃଷ୍ଣଦାସଙ୍କ ଦୃଷ୍ଟାନ୍ତ ଚଉତିଶା
ରାଗ–ବଙ୍ଗଳାଶ୍ରୀ
କମଳନୟନ ଦୂତୀ କର ଧରି କହନ୍ତି ବିନୟ କରି ।
କେଉଁ ଦୋଷକୁ ମୋ ବିଷୟରେ ରୋଷ କରିଅଛ ଜୀବେଶ୍ୱରୀ ।
କାରଣ ନ ଥାଇ ପ୍ରଭୁ କୋପ କଲେ ତହିଁକି ନାହିଁ ଉପାୟେ ।
କେବଳ ଜାଣିଲି କୁମତି ଗୁଆଁର କବିତ ବୁଝିଲା ପ୍ରାୟେ ।୧।
ମୀଣଉଦରୀ ଖଞ୍ଜରୀଟନୟନୀ ସେନେହ ବ୍ରଜ ସମାନ ।
ଖଳ ପୀରତି ମେଘଛାର ପ୍ରାୟେତ କ୍ଷଣକେ କରୁଛି ଆନ ।
କ୍ଷଣ କ୍ଷଣକେ ସେହି କଥା ସୁମରି ହେଉଅଛି ମହାଭୟେ ।
ଖୋଜିଲେତ ମୋତେ ବୁଦ୍ଧି ଦିଶୁନାହିଁ ପତିତପାବନରାଏ ।୨।
ଗଜଗମନି ମୋହଠାରେ ଏ ମାନ ଦିନେତ କରି ନ ଥିଲା ।
ଗୁଣିଛି ମନରେ କେ ଅବା ତାହାକୁ କେଉଁ ଉପଦେଶ ଦେଲା ।
ଗୁପତ କରି ପ୍ରିୟସଖା ଏତେହେଁ କହିବ ପିକଭାଷିକି ।
ଗଣ ଗଉରୀ ହୋଇ ସେ ଦିନ ତାର ଗିରି ଦେଶତଏ ସେ କି ।୩।
ଘନଜଘନିଯେ ଘେନି କହୁଥାଇ ତୁମ୍ଭେ ମୋ ନୟନତାରା ।
ଘନଜଘନ ଘନସାର ଚନ୍ଦନ କଣ୍ଠଗଜମୋତିହାରା ।
ଘୃଣାକ୍ଷରେ ଦିନେ ଘଟଣାଲପନି ଏମନ୍ତ ମୋତେ ବୋଇଲା ।
ଘନ ବିଜୁଳି ଘେନାଘେନି ପ୍ରାୟେତ ଏହିଠାରେ ସେ ହୋଇଲା ।୪।
ନବ ରସରେ ଯେ ରସିକ ନୁହଇ ସେହି ନାଶଇ ଯେ ବେଳେ ।
ନବ ସୁଧାକର ଆଦର ଯେମନ୍ତ ନ ଥାଇ ସର୍ବଦା କାଳେ ।
ନାହିଁ କିଛିରସସାରରୁ ମଧୁର ସେହି ପାକେ ହୋଏ ପିତା ।
ନାଗରୀରତନ ନୟନପ୍ରତିମା ପ୍ରତ୍ୟକ୍ଷେ କଲା ଏବେତା ।୫।
ଚାରୁ ଚାମିକର ଚମ୍ପକବରନି ଏହି ବାଟେ କାଲି ଗଲା ।
ଚନ୍ଦ୍ରଅବତଂସ ନନ୍ଦନ ଜନମ ତିଥି ଚନ୍ଦ୍ର ମୋତେ କଲା ।
ଚିତ୍ତେ ଚିତୋଇ ତା ଚରିତ ମୋହର ଅଙ୍ଗ ହେଉଅଛି ବଶ ।
ଚକ୍ଷୁ ପଲକ ଯେ ସହି ନ ପାରଇ ସେ କଲା ଏତେ ନିରାଶ ।୬।
ଛାଡ଼ି ନ ଯାଇ ଛାର ଜୀବ ରହିଛି ଶୁଣିବାକୁ ପୁଣି ଏହା ।
କ୍ଷଣେ ଯାହା ଶୁଣି ନ ଥିଲି ମୁଁ କର୍ଣ୍ଣେ ଭୂଷଣ କରିଛି ତାହା ।
ଛାଇପରା ହୋଇ ସେବିଲେତ ତାର ହୃଦୟ ନୋହିଲା ଜାଣି ।
ଛାଡ଼ିଲା ଡାକି କଦମ୍ବ ଫୁଲ ପ୍ରାୟେ ହେଲା କି ରମଣି ମଣି ।୭।
ଯେତେ ଭରଷା ଥିଲା ତାହାଠାରେ ମୋ ଦୟାଜଳନିଧି ବୋଲି ।
ଜାଣିତ ହୋଇଲା ଏହିଠାରେ ସବୁ ଯାହାର ଯେମନ୍ତ ଚାଲି ।
ଜଳେ କୁମୁଦିନୀ ଗଗନେ ଚନ୍ଦ୍ରମା ଥିଲେ ସେ ଯେମନ୍ତ ସୁଖୀ ।
ଜୀବ ପରମ ପ୍ରାୟେ ପ୍ରାଣବନ୍ଧୁଙ୍କ ନିକଟେ ଥିଲେ ନ ଦେଖି ।୮।
ଝସକେତନ କେଳିଚିନ୍ତାମଣିକି ଲଭି ହେଲି ଚିନ୍ତାମଣି ।
ଝଡ଼ଇ ନାହିଁ ତା ଦାରିଦ୍ର୍ୟ ଭଣ୍ଡାର ନିରନ୍ତରେ ହେଲେ ପୁଣି ।
ଝଳିଗଉରୀ ଶ୍ରୀମୁଖଚନ୍ଦ୍ରଠାରୁ ହସି ଅନାଇବା ଯାଏ ।
ଝିମଣ୍ଟେ ନୟନ ମନ ଛାଡ଼ୁନାହିଁ ରତନ ଝଟକ ପ୍ରାଏ ।୯।
ନୀରଦନୟନି ଅନେକ ଯତନେ ଘେନାଘେନି ହେଲେ ଦୂର ।
ନିଶ୍ଚୟେ ଜାଣିଲି ଭାବବତୀ ପ୍ରୀତି କୁମୁଦଚନ୍ଦ୍ର ଚକୋର ।
ନଯିବ ଜୀବ ଜୀବନ ଏମନ୍ତର କେତେ ସୁଦୟା ସେ କଲେ ।
ନଶଇ କି ପୂର୍ବ ସନ୍ତାପ ବହୁତ ଦାନ ବିରହରେ ଦେଲେ ।୧୦।
ଟେକେଣ ଟେକସ୍ତବିକି ମୁଁ ଭଜିଲି ଟାଣ ମନସିଜଭୟେ ।
ଟିକାଏ ସେ ଦୁଃଖ ନ ଭାଜିଲା ମୋର ହରମାଳିକାର ପ୍ରାଏ ।
ଟଙ୍କ ଅଧରି ରିପୁଟୋପେ ପଡ଼ି ମୁଁ ହେଲେ ହେଉଅଛି ହତ ।
ଟାଣ ମୁଖର ମୂର୍ଖମୂଖେ ପଡ଼ିଲେ ଯେସନେ ମହାକବିତ୍ୱ ।୧୧।
ଠାକୁରାଣୀ ପଣ ଏହିଠାରୁ ସବୁ ଜାଣି ହୋଇଲାଣି ସଖି ।
ଠିକ କରି ଯାହା ଦୋଷ ନ ବୁଝି ରୋଷ କଲା ଚନ୍ଦ୍ରମୁଖି ।
ଠାକୁର ହୋଇ କେ କଥାଏ କହିଲେ ସବୁରି ସେ ସନ ମତ ।
ଠିକ ଲୋକଙ୍କର କରେ ରଙ୍ଗ ଥିଲେ ଭ୍ରମେ ବୋଲାଇ ରଜତ ।୧୨।
ଡରୁଥାଇ ତୋର ମୁଖମଳିନକୁ ତାମ୍ବୁଳୀତାମ୍ବଳ ପ୍ରାଏ ।
ଡରୁ ଡରୁ ଦେଖ ଦଇବ କଷଣ ଗଲା କାମଦକା ଯାଏ ।
ଡୋଳାପିତୁଳି ଡାଳିମ୍ବବୀଜଦନ୍ତୀ ଡମ୍ବରୁମଝାକୁ କହ ।
ଡୋଳେ ଦେଖୁଁ ଦେଖୁଁ ଅତିହି ଦାରୁଣ ଡକାଇତ ପ୍ରାୟ ନୋହ ।୧୩।
ଢଗମେଲିବେ ଆଗ ଏହା ଶୁଣିଲେ ଏହି ଗୋପବଧୂମାନେ ।
ଢାକୁଣି ଫିଟିଲେ ଫେର ଧରି କରି ଉଭାରଇ ପାଣି ଯେହ୍ନେ ।
ଢାଳି ନୟନ ଯେ କହୁଥାଇ ବନ୍ଧୁ ଏକା ଯିବ ବେନି କାୟେ ।
ଢାଳେହେଁ ଜାଣିଲି କୃପଣ ଲୋଭିକି ଆଶା ଦେଖାଇଲା ପ୍ରାୟେ ।୧୪।
ଆଉ ଅଧିକ କି କହିବି ସଜନି ଦିନେ ଚନ୍ଦ୍ରରଜନୀରେ ।
ଅଙ୍କେ ବସି ମୋର ଅନ୍ତର ମଣିଲା ପୁଲକ ଘେନାଘେନିରେ ।
ଏବେ ଦଇବବଶରେ ସେହି ସ୍ନେହ ନିଉନ ହୋଇଲା ଏଡ଼େ ।
ଅବନିପତିର ମହା ସୈନ୍ୟ ଯେହ୍ନେ ପ୍ରକାଶଇ କାଚବାଡ଼େ ।୧୫।
ତୁମ୍ଭ ସଙ୍ଗତେ ଅଙ୍ଗହାର ପରାଏ କରିଛି ମୋତେ ସଙ୍ଗରୁ ।
ତୁ ଏବେ ତାହାକୁ ମଣାଇ କହ ସେ ହାରା ପରି ମୋତେ କରୁ ।
ତ୍ରିପୁରସୁନ୍ଦରି ତପନୀୟଗୋରି ହୃଦୟପଦକ ମୋର ।
ତାର ବିନୁ ସିଦ୍ଧ ଯୋଗୀ ପ୍ରାୟ ହୋଇ ବିଷୟ କରି ଅନ୍ତର ।୧୬।
ଥିର ଚମନ ବିମନ ହୋଇବାରୁ ଥୟ ନୋହେ ମୋର ମନ ।
ଥିର ନୋହେ ଯେହ୍ନେ ନବଘନ ଲତା ବନର ପଲ୍ଲବେ ବନ ।
ଥିର ମଣ୍ଡନାମଣ୍ଡଳ ଥାଉଁ ଯେବେ ହେଲା ମୋହର ଏ ଦଶା ।
ଥୁଳ ନିତମ୍ବାକୁ କହିବୁ ଏତେହେଁ ହେଲାଣି ଭଗାରିହସା ।୧୭।
ଦ୍ୱିରଦଗମନି ଦ୍ୱିଜରାଜମୁଖି ଅଦୟା ଅରି ସଦୃଶେ ।
ଦହି ହେଉଛି ଦାରୁଣ ଅବିବେକ ଦୁଆରଭିକ୍ଷୁକ ଆଶେ ।
ଦୂରୁ ଦେଖି ଯେବେ ଦେବକୁ ଚାହିଁବା ଦିଅଇ ରତ୍ନମାନଙ୍କୁ ।
ଦେବତାଙ୍କୁ ଚିତ୍ରପ୍ରତିମା କରଇ ଏ ନିକି ଚିତ୍ର ତାହାକୁ ।୧୮।
ଧରଣିରେ ମିନ ଜୀବନ ପରାୟେ ଧାତା ମୋତେ ତାକୁ କଲା ।
ଧରିଛି ଜୀବନ ତା ବିନୁ କେମନ୍ତେ ନୋହେ କି ବିଚିତ୍ର ଭଲା ।
ଧ୍ୱଂସି ହେଲା କାମଅନଳେ ମୋ ଦୁଃଖ ନ ଘେନିଲା ଧୃତିମଣି ।
ଧୃବ ଏକଥା ବ୍ୟାଧିବନ୍ତ ଆରତ ବାଦ୍ୟଠାରେ ନାହିଁ ପୁଣି ।୧୯।
ନାଗରିରତନ ଅନ୍ତକାରି ଅନ୍ତପାଟ ପ୍ରାୟେ ହୋଇ ରହି ।
ବରଷି ଯାଉଛି ଉତ୍ସହା କରିଛି ଦର୍ଶନ ସୁଖ ନ ହେଇ ।
ନବଘନକୁ ଚାତକ ପକ୍ଷୀ ପ୍ରାୟେ ତାହାକୁ ମୋହର ଆଶା ।
ନିଶ୍ଚୟେ ଯେବେ ସେ ନିରାଶକରିବେ ତେବେ ମୋ ନିଧନଦଶା ।୨୦।
ପ୍ରମାଣୁ ଦୟା ଜଳନିଧି ବୋଲି ସେ ପ୍ରମାଦ ମୋଠାରେ କଲା ।
ପଶୁପତିରିପୁସନ୍ତାପଥନଳେ ପକାଇ ଅଲଗା ହେଲା ।
ପ୍ରାଣବାନ୍ଧବୀ ପରିତ୍ରାହି ନ କଲେ ନିଶ୍ଚେ ଜୀବ ଯିବ ଚଳି ।
ପଙ୍କଜ କରି ଦରଶନେ ଯେସନେ ଫୁଟିଲା ଗଙ୍ଗଶିଉଳି ।୨୧।
ଫାଇକାଳରୁ ମୁ ଫନ୍ଦା କରିଥିଲି ଏବେ କମଳମୁଖିକି ।
ଫଳ ଥାଉ ମୂଳ ଭୋଗତ ହେଉଛି ଫୁଲବିଶିଖପତିକି ।
ଫାଇ କି କହିବି କର୍ମ ଅବଳକୁ ଫେଡ଼ିବ କେ ମୋର ଦୁଃଖ ।
ଫୁଲ ବାହାରେ ଆନନକି ପୁରୁଣା କରି ପାରେ ଶିରିମୁଖ ।୨୨।
ବିଧୁବଦନୀ ବିନୁ ବିଧୁ ଚନ୍ଦ୍ରମା ଚନ୍ଦନ ବିଧୁ ମୋହରେ ।
ବାଳିଶନଗରେ ପଣ୍ଡିତ ପରାୟେ ବୁଲିଲେ ଦିନ ନ ସରେ ।
ବିହି ହେଲା ଦାସଜନଠାରେ ଶେଷ ଯେବେ କଲା ରସବତୀ ।
ବାତରହିତ ବୋଇତ ପରା ହୋଇ ଆଉ କି ମୋହର ଗତି ।୨୩।
ଭରସା କେବଳ ତୋହଠାରେ ଏତେ କହିବୁ ମୋ ଦୁଃଖ ଘେନି ।
ଭାଗ୍ୟ ଥିଲେତ ଭବରିପୁତାପରୁ ତାରିବ ମନମୋହିନୀ ।
ଭାବିନି ମୋତେ ଭିନ୍ନ ଭିନ୍ନ ନ କରୁ ଭରାନ୍ତି ନ କରି କିଛି ।
ଭାବନିଧିଠାରେ କର ପ୍ରାୟେ ହୋଇ ଦ୍ରବ କଠିନତା ଅଛି ।୨୪।
ମେଘ ଚନ୍ଦ୍ର ବିନୁ ଚାତକ ଚକୋର ଜୀଅନ୍ତି ଆନନ ଉପାୟେ ।
ମହିମଣ୍ଡନୀ ପୁଣି ମୋର ଏମନ୍ତ ମଧୁକରମଧୁପ୍ରାୟେ ।
ମୁଦିରନୟନ ଘେନାଘେନି ଭାବ ଅମୃତ କ୍ଷୀର ସମାନ ।
ମଗଳକେତନ ମାନସ ସଦନ ପ୍ରାୟେ କଲା ଭିନ୍ନ ଭିନ୍ନ ।୨୫।
ଜାଣୁମଣି ମୋତେ ଗୁରୁ ବାମ ହୋଇ ବାମଦେବ ବାମ କରେ ।
ଯାହା ସେ ଲଘୁରେ ଲଘୁ କରାଇଲା ଅଲୋକିତ ସେ ଲୋକରେ ।
ଜାଣିଥିଲି ତାର ହୃଦ ଅନୂରାଗ ସେଫାଳିକାଫୁଲ ପ୍ରାୟେ ।
ଜାଣୁ ଜାଣୁ ଏବେ ଗଲା ସେ ସ୍ଫଟିକ ସଙ୍ଗତେ ତୁଳିବା ଯାଏ ।୨୬।
ରଙ୍ଗତା ଘେନିଲେ ସେ ଅତି ଦୁର୍ଲ୍ଲଭ ହୋଏ ବିଷାଦେ ବିଷାଦେ ।
ରମଣିମଣି ମଣି ସେହି ମତିରେ ସରାଗ କଲାକ ଖେଦେ ।
ରଙ୍କ ରତ୍ନ ପାଇ ପକାଇଲା ପ୍ରାୟେ ତୁଣ୍ଡୁ ନ ଆସଇ ଭାଷା ।
ରଖିଥିଲା ବିହ ମୋହପାଇଁ ନିକି ରଥାଙ୍ଗରଜନୀଦଶା ।୨୭।
ଲେସେ ତାର ମୋର ଅନ୍ତର ନ ଥିଲା ଚକ୍ଷୁପଲକ ଯେମନ୍ତ ।
ଲୋକନାଥ ବସେ ଏବେ ସେ ହୋଇଲା ଆକାଶକୁସୁମମତ ।
ଲୋନେ ଶ୍ରବଣ ମଣ୍ଡନ ଖଣ୍ଡନ କରିବ ଯେବେ ବିଷାଦ ।
ଲମ୍ବଉଦରକୁ ଲକ୍ଷେ ଲଡ଼ୁ ଦେବି ସେ ଯେବେ ଦେବେ ପ୍ରସାଦ ।୨୮।
ବାଡ଼ ପ୍ରାୟେ ହୋଇଥିଲେ ପ୍ରତିଚକ୍ଷୁ ଯେମନ୍ତ ବର୍ଣ୍ଣ ଦିଶଇ ।
ବାମଲୋଚନା ସେହିମତି ଅନ୍ତରେ ଥିଲେ ନେତ୍ରେ ବିକାଶଇ ।
ବହୁତ ପଦ ହୋଏ ଇନ୍ଦ୍ରପଦବୀ ସ୍ୱପନେ ପାଇଲା ପ୍ରାୟେ ।
ବାଞ୍ଛାଧନପ୍ରାୟେ ମନକୁ ନ ଆସେ ହୃଦୟ କରିଛି କ୍ଷୟେ ।୨୯।
ଶମନ ସମ ନ ସମ ଅଦୟାଳୁ ତାହାଠାରେ କି ବିନୟେ ।
ସମ୍ଭବଇ ଏବେ ତାହାକୁ ନାଶଇ ଲୋହା ପାଷାଣ ପରାୟେ ।
ସମର୍ପି ହୋଇ ତୋତେ କେତେ କହିବି ତୁ ତ ସବୁ ଗୁଣ ସୀମା ।
ସଭାସଦପ୍ରାୟେ ଉଚିତ କହି ତୁ ଦୋଷ କରାଅ ଯେ କ୍ଷମା ।୩୦।
ସବୁ ଅନୁଭବ ଏହିଠାରେ ହେଲା ଶଶୀମୁଖିମହିମାରୁ ।
ସୁଖଦାୟିନୀ ସନ୍ତୋଷ ହୋଇ ଏବେ ପାଶେ ନେଇ ଦାମ କରୁ ।
ସରିସୃପକୁ ପୟ ଦେଲା ପ୍ରାୟେକ କନ୍ଦର୍ପକୁ ଦେଲା ଜୟେ ।
ସ ହୋଇ ଦୁଇ ଆଡ଼କୁ କାଟିଲା ଶଖାରି କରତ ପ୍ରାୟେ ।୩୧।
ସଜନି ସେ ତୋତେ ପ୍ରଥମେ ଦେଖିଲେ ହୋଇବ ଗୁଞ୍ଜ ସମାନ ।
ସବୁ ଅଙ୍ଗେ ଅନୁରାଗ ପୂର୍ଣ୍ଣକରି ମୁଖେ ବିକାଶିବ ଆନ ।
ସେହି ସମୟ ପକ୍ଷକରି ଯେବେ ତୁ କହିବୁ ମୋର ସନ୍ଦେଶ ।
ସୁଜନ ଜନ ଉପଦେଶ ପାଇଲା ପରାୟେ ହେବ ସନ୍ତୋଷ ।୩୨।
ହରିଣନୟନୀ ପୟପେଟୀ ପ୍ରାୟେ ବାହାରକୁ ସେ କର୍କଶ ।
ହୃଦୟଯାକ ପରିପୂର୍ଣ୍ଣ ହୋଇଛି ସୁମଧୁର ଘନରସ ।
ହଂସଗମନୀପାଶକୁ ତେଣୁ ତୋହ ସଙ୍ଗତେ ମନକୁ ଦେଇ ।
ହୃଦୟଯାକ ଶୂନ୍ୟ କରିଅଛି ମୁଁ ଶଙ୍ଖସ୍ୱରୂପକୁ ଧ୍ୟାୟି ।୩୩।
କ୍ଷମେ ଚଳ ମୁଁ ଏହି କୁଞ୍ଜେ ରହିଲି ତୋର ଆସିବାକୁ ଚାହିଁ ।
ଛନ୍ଦରହିତ ପକ୍ଷୀ ପୋତ ପରାୟେ ଆକୃତି ଦଶାକୁ ବହି ।
ଛଛନ୍ଦ ହୋଇ ଦୂତୀ ବେଗେ ଚଳିଲା । କ୍ଷତିମଣ୍ଡନକୁ ରଖି ।
କ୍ଷୁଦ୍ରମତି ଦୀନ କୃଷ୍ଣ କହେ ଯେହ୍ନେ ଦୁଅରେ ବସାଇ ଭୋଖୀ ।୩୪।
ଚିଟାଉ ଚଉତିଶା
ରାଗ ଚକ୍ରକେଳି
କମଳନେତ୍ର ଦୂତିକୁ ବୁଝାଇ ।
ଖରେ ପଠିଆନ୍ତି ବିନୟ ହୋଇ ॥
ଗଜଗମନୀକୁ କହିବୁ ଯାଇଁ ।ଘନତିମିରରେ ବୁଡ଼ିଛି ମୁହିଁ ॥
ଅଳପଅପାଙ୍ଗୀ ହୃଦସମ୍ପଦ ।ଚଳି ବିହି ଘଟାଇଲା ବିଚ୍ଛେଦ ॥
ଛଟକଚାହାଣି ତାହାର ଯାହା ।ଜୀବ ଯିବା ଯାଏ ନ ଭୁଲେ ତାହା ॥
ଝିନବସ୍ତ୍ର ପିନ୍ଧିଥିଲା ସୁକେଶୀ ।ନବକୁଚ ଉଚ୍ଚ ଥିଲା ଯେ ଦିଶି ॥
ଟେକ କରି କଥା କହିଲି ଯେତେ ।ଠିକେ କୃପା ବହି ନ କହି ମୋତେ ॥
ଡମ୍ବରୁଧରଙ୍କ ଆଶ୍ରେ ଧ୍ୟାୟିଲା ।ଢାଳେ ମୋତେ ଦୟାସେନ ବହିଲା ॥
ଅଳପହାସୀ ପଲକ ପରାୟେ ।ତରୁଗହଳେ ନ ଛାଡ଼ିଣ ଯାଏ ॥
ଥିର ହୋଇ କରେ ବିବିଧ ଲୀଳା ।ଦମ୍ଭ ଦିଏ ମୋତେ ସେ ନବବାଳା ॥
ଧକା ଦେଲା ଦେଖି କାମଜଳକୁ ।ନିରାଶ କଲା କିପାଁ ଏ ବେଳକୁ ॥
ପାଲରେ ପକାଇ ବୃକ୍ଷେ ଚଢ଼ାଇ ।ଫିଟା ମାନସରେ ମୂଳ କାଟଇ ॥
ଦନଜମୁଖୀର ଏମନ୍ତ ରୀତି ।ଭାବିଲି ନ ଜାଣି କରିଣ ପ୍ରୀତି ॥
ମଧୁରବଚନେ ମନ ତୋଷିଲା ।ଯବାଅଧରେ ଏମନ୍ତ ଭାଷିଲା ॥
ରଜନୀରେ ଥାଇ ନିକୁଞ୍ଜବନେ ।ଇଳିତା ଆଦି ସହଚରିମାନେ ॥
ବୋଲେ ଛୁଅ ନାହିଁ ଅଙ୍ଗ ମୋହର ।ସୁଧା ନେବାର ମନୁ ପରିହର ॥
ଶଶିମୁଖୀ ମୋତେ କଲା ନିରାଶ ।ସହଚରୀ କହ ରାଧିକା ପାଶ ॥
ହରଷେ ଦୂତୀ ଗଲା ରାଧା ପୁର ।କ୍ଷମେ ଲକ୍ଷ୍ମୀନାରାୟଣ ପାମର ॥
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ ଲକ୍ଷ୍ମୀନାରାୟଣ ସାହୁ