ବିଷାଦିନୀ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୯
- ସ୍ଥିତି
- ସାର୍ବଜନୀନ (Public domain)
“Like a high−born maidenIn a palace towerSoothing her love−ladenHeart in secret hourWith music sweet as love,Which overflows her bower.”Shelley.ଶରତ−ବସନ୍ତ−ବର୍ଷା−ଗ୍ରୀଷ୍ମ−ହିମ−ଶୀତେପ୍ରଭାତ−ପ୍ରଦୋଷକାଳ−ମଧ୍ୟାହ୍ନ−ନିଶୀଥେକିଏ ତୁମ୍ଭେ ବିଷାଦିନୀ ! ସୁକରୁଣ ସ୍ୱନେଝରିଣ କାହାକୁ ଗୀତ ଗାଅ ମନେ ମନେ ?କି ଗୀତ ଗାଉଛ ଆହା ଦିବ୍ୟ ସୁଧା ଜିଣିମଧୁର ପଞ୍ଚମ ସ୍ୱରେ ବିଭାଷରାଗିଣୀ !ଯେହୁ ଇଚ୍ଛା ହୁଅ, କିନ୍ତୁ ସତୀ ଶୁଦ୍ଧଶୀଳା !କୋଟିକେ ଗୋଟିଏ ମିଳେ ଏପରି ମହିଳା ।ଜୀବନ−ବସନ୍ତେ ପରା ପ୍ରାଣର ପ୍ରଣୟୀତେଜିଣ ତୁମ୍ଭଙ୍କୁ ଯାଇଛନ୍ତି ପ୍ରେମମୟି !ଧନ୍ୟ ତବ ପିତା ମାତା ! ଧନ୍ୟ ସେହି ବଂଶ !ଏମନ୍ତ ଦୁହିତାରତ୍ନ ଯହିଁ ଅବତଂଶ ।ଶତଗୁଣେ ଭାଗ୍ୟବନ୍ତ ପ୍ରିୟତମ ଜନ,ଦିବ୍ୟ ଧାମୁଁ ତୁମ୍ଭଙ୍କୁ ଯେ କରନ୍ତି ଦର୍ଶନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ