ବୀରତ୍ୱ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୦
- ସ୍ଥିତି
- ସାର୍ବଜନୀନ (Public domain)
ଯଶ–ଲାଳାୟିତ ଗର୍ବିତ ନରଅଧର୍ମପଥକୁ ନ ରଖି ଡର,ବୁଣି ଏ ମହୀରେ ବିଗ୍ରହ–ମଞ୍ଜିଶାନ୍ତି–କୃଷିବଳେ ଦିଅଇ ଗଞ୍ଜି ।ହାହାକାର ଶୁଭେ ଏ ଧରାଦେଶେତଟସ୍ଥେ ସକଳେ ରହନ୍ତି ଶେଷେ ।ଦିବେ ଧୂମକେତୁ ଚଳାଏ ପୁଚ୍ଛ,ସଘନେ ଖସଇ ଉଲ୍କାର ଗୁଚ୍ଛ,ଦିନେ ଶିବାପଲ ଛାଡ଼ନ୍ତି ରଡ଼ି,ବିନା ମେଘେ ରଡ଼େ ଖେ ଘଡ଼ଘଡ଼ି;ରଡ଼ି ବାଡ଼ି ବାଡ଼ି ଉଡ଼ି ପେଚକନିରତେ ଗୃହସ୍ଥେ ଦିଅଇ ଦକ;ବର୍ଷୀୟସୀ ନାରୀ ମୁଖେ ଅନାଇଡାମରା କୁଆଟା ହୁଏ ଖତାଇ;ନିଶୀଥେ ଆଶ୍ରିଣ ବାଉଁଶବୁଦାକୁହାଟିଣ ଭୂତେ ମାରନ୍ତି କୁଦା,ପାହୁଁ ବିଭୀଷିକାମୟୀ ରଜନୀପ୍ରଭାତେ ଶୁଭଇ ପ୍ରଳୟଧ୍ୱନି;ଅସ୍ତ୍ରର ଝଣ୍ଝଣା ରେ ରେ ନିର୍ଘୋଷ,କାର୍ମୁକଟଙ୍କାର ଘର୍ଘର ଘୋଷ,ବୃଂହିତ ଶବଦ ହ୍ରେଷା ନିନାଦ,କ୍ରୁର କିଳିକିଳା ହୁଙ୍କାର ନାଦ !ଗହଳେ ବାଜିଣ ବିଜୟତକ୍କାସରୋଷେ ଶାନ୍ତିକୁ ଦିଅଇ ଧକ୍କା;ଦର୍ପେ ବୈଜୟନ୍ତୀ ଉଡ଼ଇ ଉଚ୍ଚେ,ତା ଦେଖି ବିନୟ ସଲଜ୍ଜେ ଲୁଚେ;ରେ ରେ ଡାକ ଛାଡ଼ି ଧାଏଁ ମରଣ,ଦିଗ୍ବଳୟପାରେ ଲୁଚେ ଜୀବନ;ହସି ଗୋଡ଼ାଇଣ ତାକୁ ଦାରୁଣତହିଁ ତାର ପ୍ରାଣ କରଇ ଚୂର୍ଣ୍ଣ;ବ୍ୟଭିଚାର ବୁଲେ ହୋଇ ଉଲଙ୍ଘ,ସଭୟେ ସତୀତ୍ୱ ଦିଅଇ ଭଙ୍ଗ;ଶାନ୍ତିସହ ସୁଖ ପଳାଏ କାହିଁ,ଅବିଳମ୍ବେ ଫେରି ଆସଇ ନାହିଁ ।ଦୋଷୀ ନିର୍ଦ୍ଦୋଷର ନାହିଁ ପ୍ରଭେଦ,ଅନ୍ୟାୟ ନ୍ୟାୟର ଯେଣୁ ଅଭେଦ;ବିବାହ ଉତ୍ସବେ ଜଳଇ ଚିତା,ନ ବର୍ତ୍ତନ୍ତି ବାଳ ବୃଦ୍ଧ ବନିତା;ହାୟରେ ମାନବ ଏସନ କର୍ମକେଉଁ ନ୍ୟାୟେ ମଣୁ ବୀରତ୍ୱ ଧର୍ମ !କାହାନ୍ତି ସିଜର ନେପୋଲିଅନ,ଦିଗ୍ବିଜୟୀ ସେକନ୍ଦର ରାଜନ,ନାହାନ୍ତି ତ ପମ୍ପି ଗାରିବାଲଦି,ବାଦ ସାଧି କାଳ କରିଛି ରଦି !କାହିଁ ଗ୍ରୀସ ରୋମ ପୂର୍ବ ପ୍ରତିଭାମିଶର ଭାରତ ପାରସ୍ୟ କିବା !ଥିଲେ କିବା ଆଜ ହୋଇଛି କିସ,ଏହି ତ ମାନବ–ବୀରତ୍ୱ–ଶେଷ !ଏଥିପାଇଁ କିପାଁ ହୋଇ ଉନ୍ନତ୍ତବିସୋର ମାନବ ଧର୍ମ ଶାଶ୍ୱତ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ