ବିରଜା
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୫
- ସ୍ଥିତି
- ସାର୍ବଜନୀନ (Public domain)
ରଜଗୁଣଟି ବିଗତତେଣୁ ସେ ବିରଜା ଖ୍ୟାତ ।ବିରଜା ସୁବର୍ଣ୍ଣଗାତ୍ରୀ,ହୋଇଛନ୍ତି ଅଧିଷ୍ଠାତ୍ରୀ ହେ ।୧।ବରାହନାଥଙ୍କ ପୀଠ,ବୈତରଣୀ ଗର୍ଭନିଷ୍ଠ ।ବେଦପାଠୀ ସୁବ୍ରାହ୍ମଣେ,ଅଗ୍ନିହୋତ୍ରୀ ଜଣେ ଜଣେ ହେ ।୨।ବହୁ ବ୍ରାହ୍ମଣଶାସନ,ବିପ୍ରେ ଛନ୍ତି ଅଗଣନ ।ନଗର ସୀମାକୁ ଧରି,ଚଳେ ବୈତରଣୀ ବାରି ହେ ।୩।କ୍ଷେତେ ଏ ପଞ୍ଚ ବକାର,*ଦୁଲ୍ଲର୍ଭ ବୋଲି ପ୍ରଚାର ।ଶୁଣ ଗୋ ବିରଜା ମାତା,ତୁମ୍ଭେ ପ୍ରଧାନ ଦେବତା ଗୋ ।୪।ନାଭୀଗୟା ବୋଲି ସ୍ଥାନ,ଏହିଠାରେ ବିଦ୍ୟମାନ ।ତଣ୍ଡୁଳ ପିଣ୍ଡ କରନ୍ତ,ନାଭୀଗୟାରେ ଦିଅନ୍ତି ଗୋ ।୫।ଗୟା ଗଲେ ଯେଉଁ ଫଳ,ଏଠାରେ ତାହା ସଫଳ ।ପିତୃଲୋକଙ୍କୁ ଉଦ୍ଧାରି,ଯାଉଛନ୍ତି ନରନାରୀ ଗୋ ।୬।ଗୋଟିଏ ଦିନ ବୈରାଗୀ,ବାକସ ବସାଇ ମାଗି ।କରିଣ ଧନ ସଂଗ୍ରହ,ଏ ପୀଠରେ କଲେ ବ୍ୟୟ ହେ ।୭।କେତେ ମନ୍ଦିର ସଂସ୍କାର,ହୋଇଗଲା ଏହିଠାରେ ।ରାଜନ ଯେ କାର୍ଯ୍ୟେ କ୍ଷମ,ଦୁଃଖୀ କରେ ସେହି କର୍ମ ହେ ।୮।ଚମ୍ପାବାଗ ଗନ୍ଧବହ,ସଦା ରହେ ତବ ସହ ।ପାଶେ ଛନ୍ତି ଅଗ୍ନୀଶ୍ୱର ।ଚାରି ପ୍ରହରେ ତାଙ୍କର ହେ ।୯।ଚାରୋଟି ବର୍ଣ୍ଣ ପ୍ରକାଶ ।ଆଶ୍ଚର୍ଯ୍ୟ ହୁଏ ବିକାଶ ।କେବେ ଦିଶେ ତମ୍ବାକାଠି,କେବେ ପାଉଁଶିୟା ମାଟି ହେ ।୧୦।କଦା ସ୍ପଟିକ ସମାନ,କେବେ ହଳଦିଆ ବର୍ଣ୍ଣ ।ସୂର୍ଯ୍ୟକିରଣ ଯୋଗରେ,ଲିଙ୍ଗ ନାନାବର୍ଣ୍ଣ ଧରେ ହେ ।୧୧।ନ’ହାତିଆ ଦେଉଳରେ,କାଳୀ ଅଠର ହାତରେ ।ପ୍ରକାଶ ସେହି ମୁରତ,ଲୋକେ ଆଶ୍ଚର୍ଯ୍ୟ ମଣନ୍ତି ହେ ।୧୨।ଆହେ ଶିବ ତ୍ରିଲୋଚନ,ତବ ଦେଉଳ ଗଠନ ।ଦେଖିଲେ ଜନ୍ମେ ଆହ୍ଲାଦ,କାରିଗରେ ଧନ୍ୟବାଦ ହେ ।୧୩।ବିରଜା କ୍ଷେତ୍ରେ ମନ୍ଦର,ଅସଂଖ୍ୟ ନାନା ରୁଚିର ।