ବାମଣ୍ଡା-ରାଜ-ପ୍ରଶସ୍ତି — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିବାମଣ୍ଡାରାଜ ମହାତ୍ମାଶ୍ରୀ ଶ୍ରୀ ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନଦେବ ମହୋଦୟଙ୍କ ପ୍ରତିଜୟ ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନଦେବ ଦେବ-ମନା,ଧନ୍ୟ ହେ ରାଜନ ତବ ରାଜୋଚିତଜୀବନ-ସାଧନା ।ଜୟ ଯୋଗ୍ୟ ବଂଶଧର ପୁଣ୍ୟଶ୍ଳୋକଶ୍ରୀ ଗଙ୍ଗବଂଶର,ଗଙ୍ଗାସୁନୁ ଶାନ୍ତନବ-ସମ ଶାନ୍ତସଂଯମ-ସଙ୍ଗର ।ସଂପଦର ଭୋଗ ତବ ଜ୍ଞାନ-କର୍ମ-ଯୋଗର ସଂଯମେସୁସଂଗତ ସୁସଂହତ ସୁମଙ୍ଗଳଆଚାର-ନିୟମେ ।ମହାଯଶା କର୍ମବୀର ତାତତବ ମନୀଷୀ ସତ୍ତମନୃପବର ବାସୁଦେବ ଶ୍ରୀସୁଢ଼ଳଦେବ ଦେବୋପମ ।ଦବ୍ୟନେତ୍ରେ ଦେବଲୋକୁଁ ଦେଖୁଛନ୍ତିଆନନ୍ଦିତ ଚିତ୍ତେ,ଜ୍ଞାନପୂତ କର୍ମପଥେ ଗତି ତବନୃପତି-ରଚିତେ ।ଚତୁର୍ବର୍ଗଫଳପ୍ରଦ ରାଜ୍ୟାଶ୍ରମସର୍ବାଶ୍ରମ-ସାର,ସେ ଆଶ୍ରମ ତପୋବନ ଧର୍ମକ୍ଷେତ୍ର-ମହା ତପସ୍ୟାର ।ଐଶୀଶକ୍ତି-ପ୍ରଭାବରେ ଜଗତରଅଭାବ-ପୂରଣହେ ରାଜନ ରାଜଧର୍ମ ଏହିମହାବ୍ରତ-ଆଚରଣ ।ଦୀକ୍ଷିତ ଏ ସୁଦୁଶ୍ଚର ସୁଦୁସ୍ତରମହାପୂଣ୍ୟ-ବ୍ରତେଜ୍ଞାନ-ବିଜ୍ଞାନର ଶକ୍ତି-ପ୍ରୟୋଗରେରତ ଅବିରତେ ।ପ୍ରଜାକୁଳ ଆଧିବ୍ୟାଧି ଦୁଃଖରାଶି-ହରଣେ ପ୍ରୟାସୀ,ପରଜାଙ୍କ ପିତାମାତା ଜ୍ଞାନଦାତାଧର୍ମ-ଅନ୍ତେବାସୀ ।ଉନ୍ନତ ଳଲାଟେ ରାଜ-ଗୌରବରେଟେକି ରାଜଶିର,ଆତ୍ମ-ମର୍ଯ୍ୟାଦାର ଟେକ ରଖିଅଛହେ ନିର୍ତ୍ତୀକ ବୀର ।ପୁଣି ନତ ବିନୟରେ ଫଳଭରେନତ ତରୁସରି,ବିନମ୍ର ସୁଜନ ସୌମ୍ୟ ଶକ୍ତିଶୋଭାଏକାଧାରେ ଧରି ।ଶ୍ରୀକରେ ଶାସନ-ଦଣ୍ଡ-ନ୍ୟାୟ-କ୍ଷମା-କ୍ଷେମେ ସୁଗଠିତ,ହୃତ୍-କନ୍ଦରୁ କରୁଣାର ସୁଧାଧାରାଝରେ ଅକୁଣ୍ଠିତ ।ଧନ୍ୟ ଧନ୍ୟ ନୃପମଣି ବାମଣ୍ଡେଶସୁଭଗ ସୁବତବାମଣ୍ଡାର ସୁପ୍ରତିଷ୍ଠା ବରଧନକଲ୍ୟାଣ-ନିରତ ।ଏ ରାଜ୍ୟର ସୁଶାସନ-ସୁପାଳନ-
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ରାତି-ଦିରଶନେ
ରାମରାଜ୍ୟ ଦେଖିଲି କି ବିଭାବନା
ଉପୁଜଇ ମନେ ।
ପଲ୍ଲବ କୁସୁମ ଫଳେ କାନନଶ୍ରୀ
ଯଥା ସୁସଜ୍ଜିତା
ରାଜର୍ଷି, ରାଜ୍ୟଶ୍ରୀ ତବ ଧନଧାନ୍ୟେ
ତେସନ ଶୋଭିତା ।
ହେ ପ୍ରଜାବତ୍ସଳ, ତବ ବାତ୍ସଲ୍ୟର
କଳ୍ୟାଣ-ପରଶେ
ଫୁଟିଆସୁଅଛି ପ୍ରଜା-ହୃଦ-ପଦ୍ମ
ବିକଶା-ହରଷେ ।
ଅମାୟିକ ସ୍ନେହ-ଭକ୍ତି-ସୁଧାଧାରା
ରାଜ-ପରିବାରେ
ପ୍ରବାହିତ ପରସ୍ପରେ କରି ପ୍ରିୟ
ପ୍ରେମ-ଅଧିକାରେ ।
ରାମାୟଣେ ପ୍ରକାଶିତ ସୌଭ୍ରାତ୍ରର
ଯେଉଁ ପୁଣ୍ୟ ଛବି,
ଦେଖି ତାର ପ୍ରତିଛବି ମୁଗ୍ଧ ମୁହିଁ
ଆହେ ରାଜକବି ।
କବି ଗୁଣୀ ଶ୍ରୀ ଶ୍ରୀ ଦେବ ବଳଭଦ୍ର
ପ୍ରମୁଖ ଅନୁଜେ
ସଖା ଓ ସଚିବରୂପେ ପ୍ରେମେ ବଦ୍ଧ
ତବ ସ୍ନେହଭୁଜେ ।
ଶୁଦ୍ଧ ଅନୁରାଗ ବିନା ଜଗତର
ସମ୍ପଦ-ସମ୍ଭାର,
ଧନବଳ ବାହୁବଳ ଅଟଇ ହେ
ନିତାନ୍ତ ଅସାର ।
ବିଧାତାର ଆଶୀର୍ବାଦେ ଶୁଦ୍ଧପ୍ରୀତି
ସକଳ କ୍ଷେମଦା
ମଧୁରୁଁ ମଧୁରତର କରୁ ତବ
ଜୀବନ ସର୍ବଦା ।
ସ୍ୱାର୍ଥର ଅନର୍ଥ ହେଜି ହେ ସମର୍ଥ,
ପାରମାର୍ଥ-ରସେ
ମତି ବଳାଇଛ ଶୁଦ୍ଧ ସୌନ୍ଦର୍ଯ୍ୟର
ସୌରଭ-ରଭସେ ।
ପରମାତ୍ମା ଧ୍ରୁବ ସତ୍ୟ, ସେହି ଏକା
ପରମ ସୁନ୍ଦର,
ଏ ବିଶ୍ୱପ୍ରକୃତି ଘୋଷେ ରସୋ ବୈ ସଃ
ଅମର ମନ୍ତର ।
ଏ ମନ୍ତ୍ରର ମହାଗାନ ଅନୁଦାତ୍ତ
ଉଦାତ୍ତ ସ୍ୱରିତ
ଛନ୍ଦେ ଛନ୍ଦେ ମହାନନ୍ଦେ ବେଦ-ମନ୍ତ୍ର-
ନାଦେ ଝଙ୍କାରିତ ।
ସେ ଗମ୍ଭୀର ସେ ପ୍ରଶନ୍ତ ସଙ୍ଗୀତର
ସୁଧାରସ-ପାନେ,
ନନ୍ଦିତ ପରାଣ ତବ ଗାଇଅଛି
ସୁଗମ୍ଭୀର ତାନେ ।
‘‘ବୈଦିକ ପ୍ରକୃତି’’ ଗାଥା ବିରଚିତ
ଦିବ୍ୟ ଅବଧାନେ
ଋଷିକବି ମାନସର ମହାଭୂତ-
ଭେଦି ପ୍ରଣିଧାନେ,
ବ୍ୟୋମସ୍ପର୍ଶୀ ସେ ଧ୍ୟାନର ମହାତୁଙ୍ଗ
ଶିଖରୁ ଓହ୍ଲାଇ,
ନିମ୍ନେ ଏ ସଂସାର-କ୍ଷେତ୍ରେ ପ୍ରେମପୂତ
ନୟନ ବୁଲାଇ ।
ଦେଖିଅଛ ଋଷିନେତ୍ରେ ଜଡ଼ୋଦ୍ଭିଦ
ଜୀବ-ଜଗତରେ,
ରସମୟୀ ବିଶ୍ୱଲକ୍ଷ୍ମୀ କରୁଛନ୍ତି
ଲୀଳା ଚରାଚରେ ।
ପ୍ରୀତିର ଅମରାବତୀ ନରନାରୀ-
ଯୁଗଳ-ଅନ୍ତରେ,
କାବ୍ୟର ନନ୍ଦନବନେ କବିବୃନ୍ଦ-
କଳ୍ପ-ନିକୁଞ୍ଜରେ,
ଅଙ୍କିତ ଯେ ମିଳନର ବିରହର
ଛବି ଅନୁପମ,
ସଙ୍ଗୀତ ଯେ ପ୍ରେମଗାଥା ନାନାରାଗେ
ନିତ୍ୟ ମନୋରମ ।
ସେହି ପ୍ରୀତି ଅବତରି ମର୍ତ୍ତ୍ୟବାସୀ
ନର-ନାରୀ ପ୍ରାଣେ,
ବୈକୁଣ୍ଠ କରଇ ମର୍ତ୍ତ୍ୟେ ଆଦର୍ଶର
ଅମୋଘ ସନ୍ଧାନେ ।
ସେହି ପ୍ରୀତି ବିଜୟିନୀ, ମହାଶ୍ୱେତା
ପୁଣ୍ଡରୀକ-ପ୍ରାଣେ
ଦେଖାଉଛ ରାଜକବି ଅଭିନବ
କାଦମ୍ୱରୀ-ଗାନେ ।
ତଥିପରେ ବରଷିତ ହେଉ ସ୍ୱର୍ଗ-
କୁସୁମ-ଚନ୍ଦନେ,
ସର୍ବଥା ସାର୍ଥକ ହେଉ ତବ କବି-
ପ୍ରାଣର ସାଧନ ।
ଅତୀତ ଯୁଗର କାବ୍ୟଚିତ୍ରମାନ
ଚିନ୍ତି ମାନସରେ,
ଯୁଗ-ଯୁଗାନ୍ତର ସେହି ପ୍ରେମଗାଥା
ଗୁଣି ପ୍ରେମାଦରେ ।
ସେ ଆଲେଖ୍ୟେ, ସେ ସଙ୍ଗୀତେ ଅର୍ପି ନବ
ଅର୍ଥର ଗୌରବ,
ରଚୁଛ ତନ୍ମୟ ମନେ କବିତାର
ମାଳା ଅଭିନବ ।
ଆଦିଯୁଗେ ଆଦିରସ-ପ୍ରସବିତା
ଯେଉଁ ପୁଷ୍ପଶର
ଫେଡ଼ିଥିଲା ନରନାରୀ-ବକ୍ଷ ଭେଦି
ପ୍ରେମର ନିର୍ଝର,
(ପାଷାଣୁ ଫେଡ଼ିଲେ ଯଥା ସାୟକରେ
ଉତ୍ସ ଉଦକର,
ଭୀଷ୍ମ ତୃଷା-ତୃପ୍ତି-ଅର୍ଥେ-କୁରୁକ୍ଷେତ୍ରେ
ପାର୍ଥ ବୀରବର ।)
ସେ ଶର ଲେଖଇ ନିତ୍ୟ ବିରହୀର
ହୃଦୟ-ରୁଧିରେ,
ଅବା ମିଳନର ମୁଗ୍ଧ ମଧୁମୟ
ସ୍ୱର୍ଣ୍ଣସବା-ନୀରେ
ଯେଉଁ ମହାପ୍ରେମଗାଥା, କଳୁଷିତ
ବୀଭତ୍ସ ବିକାରେ,
ନୁହେ ତାହା, ସିକ୍ତ ତାହା ମର୍ମେ ମର୍ମେ
ସ୍ୱର୍ଗର ଆସାରେ ।
ବିଷ୍ଣୁ-ପଦୋଦ୍ଭବା ପ୍ରୀତି ବିଷ୍ଣୁପଦୀ
ବୌକୁଣ୍ଠ-ପ୍ଲାବିନୀ
ଜୀବର ପରମ ସଙ୍ଗେ ପରା-ପ୍ରୀତି
ପ୍ରାଣ-ପ୍ରହ୍ଲାଦିନୀ,
ବିକଶିତ ହେବ ବୋଲି ଜୀବତ୍ମାର
ହୃଦ-ଶତଦଳେ,
ନରନାରୀ ପରାଣରେ ପ୍ରତିଲୀଳା
ବ୍ୟକ୍ତ ରବି-ତଳେ ।
ସେହି ପ୍ରାଣ-ପ୍ରଣୟର ପୁଣ୍ୟରସ
ସୌନ୍ଦର୍ଯ୍ୟ-ସାଗରେ
ରସାଏ ଭସାଏ ଯେହୁ ସଂସାରୀର
ଶୁଷ୍କ-ଦିଗ୍ଧାନ୍ତରେ ।
କବି ସେହି, ଋଷି ସେହି, ଆଦିକବି
ବିଧାତାର ବରେ,
ବାଲ୍ମୀକି ପରାଏ ନରେ ବସାଏ ସେ
ଦେବ-ଆସନରେ ।
ବିଜ୍ଞାନର ମହାଯୁଗ ସମାଗତ
ଏ ଧରଣୀ-ତଳେ,
ଜୟ-ବୈଜୟନ୍ତୀ ତାର ଉଡ଼ୁଅଛି
ଏ ମହୀମଣ୍ଡଳେ ।
ବିଜ୍ଞାନ ହିଁ ମହାଶକ୍ତି, ବିଜ୍ଞାନ ହିଁ
ଅମୋଘ କୁଞ୍ଚିକା,
ଫେଡ଼ିବାକୁ ବ୍ରହ୍ମାଣ୍ଡର ଗୂଢ଼ତମ
ରହସ୍ୟ-ପେଟିକା ।
ବିଜ୍ଞାନ ଦୁର୍ବଳ କ୍ଷୁଦ୍ର ମାନବର
ଶିରେ ଲଲାଟରେ
ସମ୍ରାଟ-ମୁକୁଟ ଦିଏ ପିନ୍ଧାଇଣ
ମହାସମାଦରେ ।
ବିଚାରି ବିଚାରପ୍ରାଜ୍ଞ ବିଜ୍ଞାନର
ଆଶ୍ଚର୍ଯ୍ୟ ସାଧନ,
ରାଜ୍ୟତରୀ-ଚାଳନାରେ ଶୁଭଗର୍ଭ
ତାର ପ୍ରୟୋଜନ ।
ଲଗାଉଛ ସେ ବିଜ୍ଞାନେ ରାଜ୍ୟହିତେ
ରାଜ୍ୟ-କର୍ଣ୍ଣଧାର,
ବିଜୁଳି ଖଟୁଛି ତେଣୁ ଦାସୀରୂପେ
ବାମଣ୍ଡା-ସଂସାର ।
ତେଣୁ ନବ ଶିଳ୍ପ-ଶାଳା ଆଦରଶ
ନବ କୃଷିକ୍ଷେତ୍ର,
କେତେ କଳିଯୁଗ-କଳ କଳଇ ହେ
ଦର୍ଶକର ନେତ୍ର ।
ତେଣୁ ମହାଦେବୀ-କୁଲ୍ୟା ନବନଦୀ
ବହିବ ଅଚିରେ,
ଶସ୍ୟ-ଶ୍ୟାମା ଏ ଧରଣୀ ବହୁଗୁଣେ
ଶୋଭିବ ରୁଚିରେ ।
ପ୍ରଜାଶିକ୍ଷା ଜ୍ଞାନ-କର୍ମ-ଯୋଗେ ହେଉ
ନିତ୍ୟ ଅଗ୍ରସର,
ବିଭୁପଦେ ଏ ପ୍ରାର୍ଥନା ଶୁଭାଶଂସୀ
ଏ ଦୀନ ଜନର ।
କିନ୍ତୁ ଆହେ ସୂକ୍ଷ୍ମଦର୍ଶୀ ବିଚାରନ୍ତୁ
ସୁଧୀର ଚିନ୍ତନେ,
ବିଜ୍ଞାନ ଅପରା-ବିଦ୍ୟା ମୋହ-ପାଶେ
ବାନ୍ଧଇ ସେ ଜନେ ।
ପରାବିଦ୍ୟା-ସୁଶାସନେ ନୋହିଲେ ସେ
ସୁପରିଚାଳିତ,
ଆସକ୍ତି-କଳୁଷରାଶି ନରପ୍ରାଣୁ
ନୋହିବ କ୍ଷାଳିତ ।
ପ୍ରାଚୀନ ଭାରତେ ତେଣୁ କ୍ଷତ୍ତ୍ରର୍ଷଭ
ମହାତ୍ମା ସରବେ
ଜନକାଦି ରାଜ-ଋଷି ପ୍ରଜ୍ଞାନର
ଅମୋଘ ଗୌରବେ ।
ଅନୁଭବି ସୁଗଭୀର ସୁପ୍ରଶାନ୍ତ
ପ୍ରଣିଧାନ-ବଳେ
ଚରମ ପରମ ଶ୍ରେୟ ଦେଖିଥିଲେ
ବ୍ରହ୍ମ-ପଦତଳେ ।
ପ୍ରଜ୍ଞାନହିଁ ବ୍ରହ୍ମଜ୍ଞାନ ପରା-ବିଦ୍ୟା
ପରମ ପ୍ରମାଣ,
ଶ୍ରଦ୍ଧାଭରେ ସେ ପ୍ରମାଣେ ପରିମାଣି
ବିଜ୍ଞାନର ମାନ ।
ବିଜ୍ଞାନ-ବଳରେ ଦେଖି ବିଶ୍ୱ ମଧ୍ୟେ
ବିଶ୍ୱଜୟୀ ଋତ,
ବିଜ୍ଞାନ-ପ୍ରଭାବେ ଜୀବ ଜିଣି ମୃତ୍ୟୁ
ଭୁଞ୍ଜଇ ଅମୃତ ।
ସେ ଅମୃତ କରୁଣାର ଅନ୍ତହୀନ
ନିର୍ଝରୁ ଝରଇ,
ଅମୃତ-ପିପାସୁ ବ୍ରହ୍ମ-ସନ୍ତାନର
ପିପାସା ହରଇ ।
ଯେସନ ହେ ଧେନୁ-ସ୍ତନୁ କ୍ଷୀରାମୃତ
ହୋଇଣ କ୍ଷରିତ,
କ୍ଷୁଧାତୁର ବତ୍ସ-କ୍ଷୁଧା ସ୍ନେହାବେଗେ
କରେ ବିଦୂରିତ ।
ଜାତୀୟ ସାହିତ୍ୟଯୋଗେ ଅଭ୍ୟୁଦୟ
ଘଟଇ ଜାତିର,
ତେଣୁ ସାରସ୍ୱତସାରେ ଗଢ଼ିବାକୁ
ବାଙ୍ମୟ-ମନ୍ଦିର ।
ପିତୃଦେବ-ପଦଚିହ୍ନ ଅନୁସରି
ପରମ ଯତନେ,
ଉତ୍କଳ-ସାହିତ୍ୟ-ହିତ ସାଧୁଅଛ
ଅକୁଣ୍ଠିତ ମନେ ।
ସାହିତ୍ୟ-ଉନ୍ନତି-ଅର୍ଥେ ଶ୍ରଦ୍ଧାପୂତ
ତବ ଆୟୋଜନ,
ସାର୍ଥକ ସଫଳ ହେଉ, ଲଭୁ ଦେଶ
ନୂତନ ଜୀବନ ।
ବହୁ ବର୍ଷପରେ ଆଜି ଏ ନୟନ
ଦେଖିଲା ଆବର,
କୈଦନ୍ତା ପର୍ବତପ୍ରସ୍ଥେ ତପୋମୂର୍ତ୍ତି
ପ୍ରଧାନପାଟର ।
କି ଭୂମା ତପସ୍ୟାବ୍ରତେ କି ଅସୀମ
ଆତ୍ମ-ବିସର୍ଜନେ,
ସେ ମହାପ୍ରପାତ ରତ କଳ୍ପବ୍ୟାପୀ
ସଂକଳ୍ପ-ସାଧନେ ।
ସଞ୍ଚିତ ଅନନ୍ତ ତପୋରାଶି ପ୍ରାୟେ
ତାର ବାରିରାଶି
ଢାଳି ଦେଉଅଛି ପ୍ରେମେ ଧରାତଳେ
ସେ ମହାସନ୍ନ୍ୟାସୀ ।
ଊର୍ଦ୍ଧ୍ୱକୁ ଅନାଇ ସଦା କି ଅଭୟ
ଆଶା-ଆଶ୍ୱାସର
କି ଗମ୍ଭୀର ବେଦ-ମନ୍ତ୍ର ଝଙ୍କାରରେ
ଭରଇ ଅମ୍ବର !
ଏ ପରମୋଦାର ଦୃଶ୍ୟ ଏହି ମହା-
ତପସ୍ୟା-ମୂରତି
ଦେଖି ଦେଖି କି ଆନନ୍ଦ ଲଭୁଅଛ
ହେ ବାମଣ୍ଡା-ପତି ।
ଏହି ପୂଣ୍ୟପୀଠ ପାଶେ ତୋଳୁଅଛ
ବସନ୍ତ-ନିବାସ,
ତଥିପରେ ଆର୍ଶୀବାଦ ବରଷନ୍ତୁ
ପ୍ରଭୁ ଶ୍ରୀନିବାସ ।
ପରିଶେଷେ ଏ ପାର୍ଥନା ଜଣାଉଛି
ରାଜ-ସନ୍ନିଧାନେ,
ଏ ନିଭୃତ ତୀର୍ଥ-ଶାନ୍ତି ବଢ଼ୁ ତବ
ପବିତ୍ର ବିଧାନେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ