ଅଥ ଦେଶସ୍ଥାନନିର୍ଣ୍ଣୟଃ
୧୮୪୮–୧୯୧୮
- ସଂକଳନ: ସକାମଶିବପୂଜା
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୪୪
- ସ୍ଥିତି
- ସାର୍ବଜନୀନ (Public domain)
ଏକାନ୍ତେ ବିଜନେ ଚୈବ ଜନସମାଦବର୍ଜିତେ ।ଜଳାଶୟେ ସ୍ୱଗୃହେ ବା ତଥା ଦେବାଦିମନ୍ଦିରେ। ୩୦ ।
ଅର୍ଥ :- ଏକାନ୍ତ ସ୍ଥାନରେ, ନିର୍ଜନ ସ୍ଥାନରେ, ଜନସମାଜରହିତ ସ୍ଥାନରେ, ଜଳାଶୟରେ ବା ସ୍ୱଗୃହରେ ଅଥବା ଦେବମନ୍ଦିରରେ ପୂଜା ଆରମ୍ଭ କରିବ । ୩୦ ।
ଗତ୍ୱା ସ୍ନାନକ୍ରିୟାଂ କୃତ୍ୱା ତଥା ନିତ୍ୟକ୍ରିୟାଂ ପୁନଃ ।ବିଧିନା ମଣ୍ଡପଂ କୁର୍ଯ୍ୟାତ୍ତଚ୍ଚୈବ ପ୍ରଥମେଽହନି। ୩୧ ।ଅର୍ଥ :- ସ୍ନାନକ୍ରିୟା ଓ ନିତ୍ୟକ୍ରିୟା ସାରି ପ୍ରଥମ ଦିବସରେ ବିଧି ପୂର୍ବକ ପୂଜାମଣ୍ଡପ କରିବ । ୩୧ ।——————ଅଥ ମଣ୍ଡପରକନାପ୍ରାରମ୍ଭଃ
ତତ୍ରାଦୌ କଥିତସ୍ଥାନେ ଶୁଦ୍ଧୟାଂ ଭୂମୌ ଗୋମୟମିଶ୍ରିତଆମ୍ରମୂଳବଲ୍ମୀକମୃତ୍ତିକାବ୍ୟାଂ ସହ ପୀତବର୍ଣ୍ଣମୃତ୍ତିକୟୋପଲିପ୍ୟ ତନ୍ମଧ୍ୟେ ଦ୍ୱାବିଂଶତିହସ୍ତପରିମିତସୀମ୍ନା ଉତ୍ତରଦ୍ୱାରସହିତଂ ଚତୁଷ୍କୋଣମଣ୍ଡପଂ କୁର୍ଯ୍ୟାତ୍ । ତସ୍ୟ ପୂର୍ବସୀମାଂ ପଞ୍ଚହସ୍ତପ୍ରମିତାଂ କୁଶମୂଳମୃତ୍ତିକୟା କୁର୍ଯ୍ୟାତ୍ । ତଥା ପଶ୍ଚିମଦିକ୍ସୀମାଂ ପଞ୍ଚହସ୍ତପ୍ରମିତାଂ ସିଦ୍ଧୁସଙ୍ଗମମୃତ୍ତିକୟା ।
ଅର୍ଥ :- ପ୍ରଥମ ପୂର୍ବକଥିତସ୍ଥାନରେ ଶୁଦ୍ଧଭୂମିକୁ ଆମ୍ବମୂଳମାଟି ଓ ହୁଙ୍କାମାଟିରେ ଗୋବର ଓ ପୀତବର୍ଣ୍ଣମାଟି ମିଶାଇ ଲିପି ତା ମଧ୍ୟରେ ୨୨ ହାତ ପରିମାଣରେ ଗୋଟିଏ ଚତୁଷ୍କୋଣ ମଣ୍ଡପ କରିବ ଓ ତାହାର ଦ୍ୱାର ଉତ୍ତରକୁ କରିବ । କୁଶମୂଳ ମୃତ୍ତିକାରେ ତାହାର ପୂର୍ବଭାଗକୁ ପାଞ୍ଚହାତ ପରିମାଣରେ ନିର୍ମାଣ କରିବ ଓ ପଶ୍ଚିମଦିଗରୁ ପାଞ୍ଚହାତ ସାଗର ସଙ୍ଗମ ମୃତ୍ତିକାରେ କରିବ ।
ଏବ ଦକ୍ଷିଣଦିକ୍ସୀମା ଷଡ଼୍ହସ୍ତପ୍ରମିତା ଧେନୁସ୍ଥାନମୃତ୍ତିକୟା ତଦ୍ଗତ୍ ଉତ୍ତରଦିକ୍ସୀମା ଷଡ଼୍ହସ୍ତପ୍ରମିତା ବଲ୍ମୀକମୃତ୍ତିକୟା ତସ୍ୟାଂ ଦ୍ୱିହସ୍ତପ୍ରମିତଂ ଦ୍ୱାରଂ କୃତ୍ୱା ଦେହଲ୍ୟାଂ ରାଜଦ୍ୱାରମୃତ୍ତିକାଂ କ୍ଷିପେତ୍ ।
ଅର୍ଥ-ସେହିପରି ଦକ୍ଷିଣଭାଗରୁ ଛହାତ ଗୋରୁଗୁହାଳମୃତ୍ତିକାରେ ଓ ଉତ୍ତରଦିଗରୁ ଛହାତ ହୁଙ୍କାମାଟିରେ ତିଆର କରି ତହିଁରେ ଦ୍ୱିହସ୍ତପରିମିତ ଗୋଟିଏ ହାର କରିବ । ଦେହଳିରେ ରାଜଦ୍ୱାର ମୃତ୍ତିକା ପକାଇବ । ୦ ।
ପୁନର୍ଦ୍ୱାରାଗ୍ରେ ବାମଭାଗେ ସପାଦହସ୍ତ ପ୍ରମିତାଂ ସରଳାଂ ସମ୍ମୁଖୀଭୂତାଂ ଗଜସ୍ଥାନମୃତ୍ତିକୟା ବାମଭୁଜାଂ କୁର୍ଯ୍ୟାତ୍ । ତଦ୍ଗଦ୍ ଦକ୍ଷିଣଭାଗେଽପି ସପାଦହସ୍ତପ୍ରମିତାଂ ଅଶ୍ୱସ୍ଥାନମୃତ୍ତିକୟା ଦକ୍ଷଭୁଜାଂ କୁର୍ଯ୍ୟାତ୍ ।
ଅର୍ଥ :- ପୁନର୍ବାର ଦ୍ୱାରର ଆଗରେ ବାମଭାଗରେ ପାଞ୍ଚପା ପରିମାଣରେ ସରଳ ସମ୍ମୁଖୀଭୂତ ବାମଭୁଜ ଗଜସ୍ଥାନମୃତ୍ତିକାଦ୍ୱାରା ନିର୍ମାଣ କରିବ । ସେହପରି ଦକ୍ଷିଣଭାଗରେ ଅଶ୍ୱସ୍ଥାନମୃତ୍ତିକାଦ୍ୱାରା ପାଞ୍ଚପା ପରିମାଣରେ ଦକ୍ଷିଣଭୁଜ କରିବ । ୦ ।
ତତ୍ପଶ୍ଚାନ୍ମଣ୍ଡପମଧ୍ୟେ ଦେଶେ ବଲ୍ମୀକମୃତ୍ତିକୟା ସର୍ବତଃ ସପାଦହସ୍ତପ୍ରମିତମଧ୍ୟଂ ଶିଖରାକାରଂ ଏକାଦଶାଙ୍ଗୁଳୋଚ୍ଚମଷ୍ଟଦଳପଦ୍ମଂ ଯଦ୍ୱା ପୂର୍ଣ୍ଣଚନ୍ଦ୍ରମଣ୍ଡଳବତ୍ କୈଳାସଂ ବିଭତ୍ୟ ତସ୍ୟୋପରି ତାମ୍ରପାତ୍ରଂ ନିଧାୟ ଅଗ୍ରଭାଗେ ଦ୍ୱାରସମ୍ମୁଖେ ଈଶାନକୋଣାଶ୍ରିତାର୍ଦ୍ଧଃ ବିବରଂ ବର୍ତ୍ତୁଳଂ ନିଖନେତ୍ ପ୍ରାଦେଶମାତ୍ରାଦପ୍ୟଧିକମିତି ମାନଂ ।
ଅର୍ଥ :- ତତ୍ପଶ୍ଚାତ୍ ମଣ୍ଡପର ମଧ୍ୟରେ ହୁଙ୍କାମାଟିଦ୍ୱାରା ପାଞ୍ଚପା ପରିମାଣରେ ଶିଖରାକାର ଏଗାର ଆଙ୍ଗୁଳ ଉଚ୍ଚ ଅଷ୍ଟଦଳପଦ୍ମ କରିବ । ଅଥବା ପୂର୍ଣ୍ଣଚନ୍ଦ୍ରମଣ୍ଡଳବତ୍ କୈଳାସ ନିର୍ମାଣ କରିବ । ତାହା ଉପରେ ତାମ୍ରପାତ୍ର ରଖି ଅଗ୍ରଭାଗ ଦ୍ୱାରସମ୍ମୁଖରେ ଈଶାନକୋଣରେ ବର୍ତ୍ତୁଳାକାର ଅର୍ଦ୍ଧ ବିବର ଖୋଳିବ । ସେ ଯେପରି ପ୍ରାଦେଶରୁ ଅଧିକ ହେବ । ୦ ।
ବିବରସ୍ୟ ଦକ୍ଷିଣଭାଗେ ମଣ୍ଡଳସ୍ୟେଶାନକୋଣସମ୍ମୁଖେ ଅଗ୍ନିସ୍ଥାପନହେତୁତ୍ୱାତ୍ ସୁଚୂର୍ଣ୍ଣିତକୁଶମୂଳମୃତ୍ତିକୟା ସାର୍ଦ୍ଧଦ୍ୱୟହସ୍ତ ପରିମିତସୀମ୍ନା ତ୍ର୍ୟଙ୍ଗୁଳୋଚ୍ଚାଂ ତତୁଷ୍କୋଣଦବେଦିକାଂ କୁର୍ଯ୍ୟାତ୍ । ମଣ୍ଡଳସ୍ୟେଶାନକୋଣେ କଳସସ୍ଥାପନଂ ।