ଅର୍ଚ୍ଚନା
କୁନ୍ତଳା କୁମାରୀ ସାବତ · ଭାଗ ୪ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଶତଦଳ
ଶିଶୁଅମଳକମଳଦଳ ଜିଣି ସୁକୋମଳଶଶାଙ୍କ-ସୁଷମାନିତ୍ୟ ବଦନ-ମଣ୍ଡଳ,ଶମ୍ପା-ଶୋଭା ଜିଣି ନେତ୍ର ଚଞ୍ଚଳ ସୁନ୍ଦର,ବିଲୋଳ କଟାକ୍ଷ, ହାସ ଦୀପ୍ତିରେ ଭାସ୍ୱର ।ଆହା କି ସୁନ୍ଦର ଶିଶୁ ଭାବନାବିହୀନ,ସୁଧାରସସିକ୍ତ ତବ ଏ ନବ ଜୀବନ,ପ୍ରାତଃ ସମ ସୁମଧୁର ପ୍ରଶାନ୍ତ ଉଜ୍ଜ୍ୱଳ,ଏନବ ଜୀବନେ ନାହିଁ ସଂସାର ଜଞ୍ଜାଳ ।ପଡ଼ିନାହିଁ ଦୁଃଖଛାୟା ଏ ଜୀବନପଥେ,ଦୁଃଖ ସୁଖର ପ୍ରଭେଦ ଜାଣିବୁ କେମନ୍ତେ ?ପାପ ପୂଣ୍ୟ ନ ଜାଣୁ ତୁ ନିର୍ଦ୍ଦୋଶ ସୁନ୍ଦର,କି ଶଙ୍କାରେ ଚିତ୍ତ ତୋର ହେବଟି କାତର ?ବେଢ଼ିନାହିଁ ମାୟାଜାଲ କ୍ଷୁଦ୍ର ମନୋମୀନ,ବିମଳ ଆମୋଦେ ତୋର ବହିଯାଏ ଦିନ;ପଶିନାହିଁ ତୋ’ ଅନ୍ତରେ ସଂସାର ଗରଳ,ଚିନ୍ତାରେଖାଶୂନ୍ୟ ତୋର ଆନନ ଅମଳ ।ନୈରାଶ୍ୟ ବିଷମ ବିଷେ ନୋହିଛୁ ଜର୍ଜ୍ଜର,ଆଶାଶୂନ୍ୟ, କି ଜାଣୁ ତୁ ଭାର ନୈରାଶ୍ୟର ?ନାହିଁ ଲୋଭ, ନାହିଁ କ୍ରୋଧ, ନାହିଁ ଅହଂକାର,ଉଚ୍ଚପଦ ଅଭିଳାଷ ନାହିଁ ତୋ’ ଦୁର୍ବାର ।ବାସନାବିହୀନ ଶିଶୁ ସନ୍ତୋଷ ଅନ୍ତର,ପ୍ରେମମୟ ନମ୍ରଚିତ୍ତ ନିର୍ମଳ, ମଧୁର;ଉଚ୍ଚନୀଚ ଭେଦଜ୍ଞାନ ନାହିଁ ତୋହଠାରେ,ସ୍ୱାର୍ଥକୀଟ ପଶିନାହିଁ ଚିତ୍ତ ସୁକୁମାରେଅମୃତ ନିର୍ମିତ ତୁହି ଚିର ପ୍ରଫୁଲ୍ଲିତ,ପ୍ରଫୁଲ୍ଲତାଗୁଣେ ସର୍ବେ କରୁ ବିମୋହିତ;ନିର୍ଦ୍ଦୋଷ ସୌନ୍ଦର୍ଯ୍ୟ ତୋର କି ମନୋମାହନୂ,ଅସ୍ଥାୟୀ କିନ୍ତୁ ରେ ଦାୟ ଏ ମଧୁଜୀବନ !ସରଳ ସ୍ୱଭାବ ହେତୁ ଚିର ସୁଖୀ ତୁହି,ସଂସାରେ ତୋ’ ସୁଖ ତୁଳା କାହୁଁ ଦେବି ମୁହିଁ ?ତୋ’ ପରି ସ୍ୱଭାବ ଯଦି ମିଳନ୍ତାରେ ମୋତେ,ସମ୍ଭବିଥାଆନ୍ତା ସ୍ୱର୍ଗଭୁବନ ମରତେ ।ସ୍ମରିଲେ ମୋହରି ମଧୁ ଶୈଶବ ଜୀବନକି ଦୁଃଖ ବିଦରେ କ୍ଷଣେ ତାପିତ ମରମ !ଫେରି ଆସିବ କି ଆହା ସେ ସୁଖର ଦିନ,ଆକୁଳେ କାନ୍ଦିବି ଯେବେ ନେତ୍ର କରି କ୍ଷୀଣ ?ତଥାପି ଆସିବ ଫେରି ସେ ସୁଖର ଦିନପରାର୍ଥେ ସମ୍ପିରେ ପ୍ରାଣ ବାସନାବିହୀନ ।ବିଶ୍ୱରୂପ ଓ ପ୍ରେମସ୍ୱରୂପଚାହେଁ ନା ଝଞ୍ଜା, ବଜ୍ର, ବିଦ୍ୟୁତ୍,କରାଳ ନିବିଡ଼ ଜଳଦମାଳା,ଚାହେଁ ନା ଅଗ୍ନି-ଗିରି ଉଦ୍ଗୀରଣନ ଶମିବ ମୋର ପରାଣଜ୍ୱାଳା;ଚାହେଁ ମୁଁ ସୁନ୍ଦର ମଧୁର ବେଣୁରବାଜଣା ତଟିନୀ ବନାନ୍ତରାଳେଚାହେଁ ମୁଁ ଶିଶିର-ସିକ୍ତ ସୁନ୍ଦରକୋମଳ-କମଳ-କୁସୁମ-ମାଳେ ।୧।ଚାହେଁ ନା ଅଭ୍ର-ଭେଦୀ ଉଚ୍ଚତା ହେ,ତୁଷାର ଆବୋରା ତୁଙ୍ଗ ଶୃଙ୍ଗ,ଚାହେଁ ମୁଁ ଶ୍ୟାମଳ ନବ ଦୁର୍ବାଦଳ,କିଶଳୟ ଅଙ୍ଗେ ନୀଳ ତରଙ୍ଗ ।ଚାହେଁ ନା ପ୍ରଚଣ୍ଡ ପ୍ରତାପୀ ମାର୍ତ୍ତଣ୍ଡକିରଣ ଅନଳଜ୍ୱାଳା-ବିକାଶୀ,ଚାହେଁ ମୁଁ ଶାରଦ ସ୍ନିଗ୍ଧ ଆକାଶେଶିଶିର ମୋହନ ସୁଷମାରାଶି ।ବିଭୂତି-ଭୂଷିତ ବିଶ୍ୱରୂପ ତବମହାମହିମାର ମୂର୍ତ୍ତ ବିକାଶ,କୋଟି ରବି ଶଶୀ ନକ୍ଷତ୍ର ମଣ୍ଡଳେଆନନ୍ଦ ଉଜ୍ଜ୍ୱଳ ଜ୍ୟୋତି ଉଦ୍ଭାସ ।ଚାହେଁ ନା ଅନନ୍ତ ଦିଗନ୍ତ ବିସ୍ତାରମହା ପାରାବାର ଅତଳ ତଳ,ଚାହେଁ ମୁଁ ସ୍ୱଚ୍ଛ ସ୍ୱର୍ଣ୍ଣ ଝରଣାତୀର ତରୁବୀଥି ତାଳ ତମାଳ ।ଚାହେଁ ନା ଭୀଷଣ ମଧ୍ୟ ନିଶୀଥେଉଲ୍କାପତନ ଅନଳକଣା,ଚାହେଁ ମୁଁ ବସନ୍ତ ନିଶାନ୍ତେ ଫୁଟନ୍ତାଫୁଲର କୋମଳ ହିମକାନ୍ଦଣା ।ଚାହେଁ ନା ହେ ତବ ସଂହାର ରୂପମୁଣ୍ଡମାଳା ଗଳେ ରୁଦ୍ର ଯତି,ଚାହେଁ ମୁଁ ଜନନୀ ଅନ୍ନପୂର୍ଣ୍ଣାବାତ୍ସଲ୍ୟ-ମଧୁର ମାତୃ ମୂରତି ।ଚାହେଁ ନା ରତନ- ଶେଯ ଶୟନ ମୁଁ,ଚାହେଁ ପ୍ରେମବୋଳା କୋମଳ କୋଳସନ୍ତାନ ସରି ହସି ମୁଖେ ଚାହିଁବକ୍ଷସୁଧା ପିଇ ହୋଇବି ଭୋଳ ।ମଧୁର ଚୁମ୍ୱନେ ପ୍ରେମ ଆଲିଙ୍ଗନେଛନ୍ଦି ଗଳା ତୋର କରିବି ଆଦର,ଅଜ୍ଞାନ ଶିଶୁକୁ ଚୁମ୍ୱି ପ୍ରତିଦାନେମୋ’ ଦେହରୁ ଧୂଳି ଝାଡ଼ିବ ଶ୍ରୀକର ।ଅନନ୍ତ ଜୀବନ ଅନନ୍ତ ମୁକତିପୂର୍ଣ୍ଣ ସଫଳତା ଅସୀମ ନିର୍ଭର,ପ୍ରେମ-ସ୍ୱରୂପ ତୋ’ ପାଦତଳେ ମୋରବହିବ ଜୀବନ ଅମୀୟ ନିର୍ଝର ।କ୍ଷୋଭେଆଜ ଦୀନର-କୁଟୀର ଦୁଆରେ,ଆସି ଛିଡ଼ା ହୋଇ ହେ ମହାମହିମବୁଡ଼ାଇଲ ବଡ଼ ଲଜ୍ଜାରେ ।ସ୍ଥାନ ଦେବି କାହିଁ ଭାବନା ଭାରି,ମାନସ-ଶେଯଟି ଦେବି କି ପାରି ?ଜୀର୍ଣ୍ଣ ପୁରାତନ, ସେ ଛିନ୍ନ ମଳିନ,ସଙ୍କୋଚେ ପାରେ ନାହିଁ,କହିବାକୁ ଲାଜ ‘ଆସ ବସ’ ବୋଲିହେ କୋଟିଭୁବନ ସାଇଁ !ସରୁଛି ଗୋପନେ ସରମେଆହା, ଅତିଥିର ସେବା ଧରମେଚିତ୍ତ ମୁଁ ଅକ୍ଷମ, ଚିର ମୁଁ ଅଧମ,ବଡ଼ କ୍ଷୋଭ ମୋର ମରମେଧୋଇବି ଶ୍ରୀପଦ ମୁଁ କେଉଁ ନୀରେ,ଭାବୁଛି ଅଥୟ ଚିତ୍ତେ ଅଧୀରେ,ସହସ୍ର ସାଗର- ସରିଚ ନିର୍ଝରନିରତ ପୂର୍ଣ୍ଣ ଆସାରେପଖାଳିବି ମୁଁ କି ପୟର ଯୁଗଳଲୋଚନ ଲୋତକଧାରେ !ମରୁଛି ଆକୁଳ ହୃଦରେ,ଆହା, ଅତିଥିର ଯତ୍ନ-ଆଦରେଚିର ମୁଁ ଅଯୋଗ୍ୟ, ଚିର ମୁଁ ଦୁର୍ଭାଗ୍ୟଭାବି ମୋ ପରାଣ ବିଦରେ ।କି ଘେନି ରଖିବି ଅରଘଥାଳୀ,ନଭୋଥାଳେ ଇନ୍ଦୁ, ମରୀଚିମାଳୀ,ନକ୍ଷତ୍ରମଣ୍ଡଳୀ- ପୂଜାଦୀପ ଜାଳିସଜାଡ଼େ ପ୍ରକୃତିରାଣୀ,ହୃଦୟର ଶ୍ରଦ୍ଧା ଆଦର ଅଜାଡ଼ିଦେବି କି ହେ ଦେବ ଆଣି ?ବଡ଼ ବ୍ୟଥା ମୋର ଅନ୍ତରେ,ଆହା, ଅତିଥିର ପାଦପ୍ରାନ୍ତରେଚିର ମୁଁ ସୁଦୀନ, ଚିର ନୀଚ ହୀନ,କି ଦେବି ଭାଳଇ କାତରେ ।ଅରପିବି କିବା ବିଶ୍ୱ-ବନ୍ଦନ ।ମୁକୁତା ମାଣିକ ଫୁଲ ଚନ୍ଦନ,ଶୋଭେ ସୁଷମାରେ ଗିରି ପାରାବାରେକୋଟି କାନନ ଉଜ୍ୱଳି,ତୁଚ୍ଛ ମୁଁ ଥୋଇଛି ସ୍ୱଚ୍ଛ ସୁମନରକ୍ଷୁଦ୍ର ଭକତି ଅଞ୍ଜଳି ।ମଳିନ ମୁଁ ଲାଜତରାସେ,ଆହା, ଅତିଥି ଅର୍ଚ୍ଚନା ସକାଶେଚିର ମୁଁ ଦରିଦ୍ର, ଚିର ଅକିଞ୍ଚନଦହଇ ପରାଶ ନିରାଶେ ।କି ଅନ୍ନ ଦେବି ମୁଁ ଛାମୁରେ ଆଣି,ନାହିଁ ତ ମୋ ଘରେ ବାସି ତୋରାଣି,ଦେବି କି ପରଷି ପ୍ରେମସୁଧାରାଶି,ଭରସି ନ ପାରେ ପ୍ରଭୁ ।ରହିଛି ମଉନେ ନିଊନତା ଜାଣିନିଜ ଗୁଣେ ବୁଝ ସବୁ ।ଆହେ ଅପାର କୃପା ସାଗର ।କଣିକାଟି ଦାନେ କିଣିନିଅ ମୋତେ,ମାଗୁଣି ଚରଣେ ମୋହର ।କିପାଁକିପାଁ ଡାଳେ ଡାଳେ ଫୁଟିଅଛି ଫୁଲ,କିପାଇଁ ପଞ୍ଚମେ ଗାଉଛି କୋକିଳ ?କିପାଇଁ ସାଗର ଲହରୀ ବ୍ୟାକୁଳ,କିପାଁ ନୀଳାକାଶେ ଚାନ୍ଦିନୀ ସୁନ୍ଦର ?ସୋରକରେ କିପାଁ ଦୀପିତ ଅମ୍ୱର,କିପାଁ ଇନ୍ଦ୍ରଧନୁ ସୁରଙ୍ଗେ ଭାସ୍ୱର ?କିପାଁ ହୃଦକୋଣେ ଆକୁଳ କ୍ରନ୍ଦନ,ବାସନାବ୍ୟଥିତ ହୃଦ ଉଚ୍ଚାଟନ ?କିପାଁଇ ନୟନେ ମୋହ ଆବରଣ,କିପାଁ ହିତବ୍ରତେ ଆତ୍ମବଳିଦାନ ?ପରାର୍ଥ-ସାଧନେ ନିବେଦିତ ପ୍ରାଣ,ଭବ ଶେଷ ସୀମା ଯଦି ଗୋ ଶ୍ମଶାନ ?ଅଛି ଯାହା ଉର୍ଦ୍ଧ୍ୱେ, ଅଛି ବହୁଦୂର,ଆଶା ବିଶ୍ୱାସର ଆକାଙ୍କ୍ଷା ମଧୁରପୂରିବ ସେଠାରେ, ଅଛି ତ ସେ ପୁର ।ବନଫୁଲ ଉଦ୍ୟାନକୁସୁମଏ ତ ବନଫୁଲ, ଚିର ଅନାଦରେଫୁଟିଛି କଣ୍ଟକ ବେଢ଼ାରେ,ଆନ ଗୋଟିକ ତ ଉଦ୍ୟାନକୁସୁମ,ବଢ଼ିଛି କେତେ ସେ ଶ୍ରଦ୍ଧାରେ ।ସାନ ଚାରାକାଳୁଁ ଅତି ଯତନରେମାଳିର ସିଞ୍ଚିଲା ସଲିଳେବଢ଼ିଲା ଗଛଟି ଆନନ୍ଦରେ ଅତିଦୋହଲି ବସନ୍ତ ଅନିଳେ ।ଚାହୁଁ ଚାହୁଁ ଫୁଲ ଫୁଟିଲା ସୁନ୍ଦର,ବିତରିଲା ବାସ ମୋହନ,ଲୋକେ ତ ରସିଲେ ଆଦରେ ଅନାଇଁ,ସେ ପରା ଉଦ୍ୟାନ-ସୁମନ ।ଏ ତ ବନଫୁଲ, ଗହନ ଅନ୍ଧାରେଘନ ପଞ୍ଚ ଲତାକୁଞ୍ଜରେଫୁଟିଣ ମନକୁ ବାସ ବିତରିଲା,କେହି ନ ଦେଖିଲେ ନେତ୍ରରେ ।ଲୋକ ଆଖି ସିନା ଦେଖି ନ ପାରିଲା,ନ ବୁଝିଲା ଗୁଣ ତାହାର,ଅଳିତ ଚିହ୍ନିଲା ଫୁଲଯୁଗଳକୁକେତେ ରୂପଗୁଣ କାହାର !ଯଉବନଦେଖୁଛ ସରବେ ପଲାଶ ଫୁଲଟି,ତାର କି ରକତ ଶିରୀ,ସଉରଭ ବିନା ତୋରା ତନୁ ସିନା,ଯଉବନ ସେହିପରି ।ଯଉବନ ଦେଖି ନ ଭୁଲା ତୋ’ ଆଖି,ଦୁନିଆର ଦୁଇଦିନିଆ ଖେଳ,ମୁକୁତା ନୁହେଁ ଏ ଶିଶିରବିନ୍ଦୁ,ଜଡ଼ ଅନ୍ଧାର ଏ ପୂର୍ଣ୍ଣିମା ଇନ୍ଦୁ,କାଞ୍ଚନ ନୁହଇ ଭେଲ,ଏ ତ ମହାକାଳଫଳ ।ଦୁଇଦିନ ପାଇଁ କିପାଁ ଉଷତ,ବନ୍ଧୁ ନୁହେଁ ଏ ତ ବଇରୀ ସତ;ମଣି ଦେଖି ଯଦି ବରିବୁ ଫଣୀକୁସାର ହେବ ହଳାହଳ ।ଗୋଲାପସଜ ସୁରଭିତ ଯୌବନ କାନ୍ତିଦରଦରହାସୀ ଗୋଲାପ,ନବ ବସନ୍ତେ ଶାନ୍ତ ସୁନ୍ଦରଝରଝର ଆଖି ଯୋଡ଼ିକ ।କୋମଳ ମଞ୍ଜୁଳ ଦଳୁଁ ଝଲମଲନୀରବ ନୀହାର ଝରଣା,ସଲାଜ ସୁନ୍ଦର ନେତ୍ର ଟଳମଳହସ ମିଶା ହର୍ଷ କାନ୍ଦଣା ।ତହିଁ ରସ ବାସ ହୃଦୟ ଉଚ୍ଛ୍ୱାସପ୍ରବଳ ଆକୁଳ ପୁଲକ,ମିଶାଣ ସେ କି ଗୋ ଖରା ବରଷାର,ଆଲୋକ ମୋହନ ଝଲକ ?(ଆରେ) ଗୋଲାପ ସୁନ୍ଦର ଜନମନୋହରଚିର ଯୌବନଶୋଭନ,ଶତ ହାହାକାର-କାରା ବନ୍ଧନେପରାଣର ଟାଣ ଉଦ୍ୟମ !ଅସରନ୍ତି ତୋର ବାସନା,ଅସରନ୍ତି ତୋର ବେଦନା,ଅସରନ୍ତି ତୋର ଅମୃତ ହସ,ଅସରନ୍ତି ତୋର ସାନ୍ତ୍ୱନା ।ଡାଳେ ଡାଳେ କୋଟି କଣ୍ଟକ ବହିଆଣ୍ଟେ ଚାହିଁଛୁ ଆକାଶେ,ଆସୁ ବାଧାବିଘ୍ନ, ଝଞ୍ଜା ପବନ,ବଞ୍ଚିଛୁ ଦୃଢ଼ ବିଶ୍ୱାସେ,ନିଜ ପାଇଁ ତୋର ସଞ୍ଚିତ କାହିଁ,ଆନର ଆଦରେ ଅଛୁ ଅନାଇ,ତୋର ହାସ ବାସ ରସ ଆନ ଲାଗି,ନିଜ ଗନ୍ତାଘର କାହିଁ,ନିଜ ଭଣ୍ଡାରଟି ନାହିଁ ।ରୂପ ଦେଖି ଆଖି ଆନନ୍ଦ-ଅଧୀର,ସଉରଭଟିକ ଚୋରାଏ ସମୀର,ଅତର ତୋହର ମୋହେ ଶତପୁର,କେ ପିନ୍ଧେ ତୋତେ ଛିଣ୍ଡାଇ ?ହସି ସଭିଙ୍କର ବଦନ ଚାହୁଁ,ନୀରବ ସ୍ୱରେ କି କଥା ଶୁଣାଉଁ ?ପରପାଇଁ ପୂରା ବଞ୍ଚିଛୁ ବୋଲିଜଗତେ ଆଦର ପାଉରେ,ଜଗତେ ଆଦର ପାଉ ।ଗୋଟାଯାକ ତୋର କି ସ୍ନେହ ଗଢ଼ା,କିସ ଘେନି ରଙ୍ଗାଇଲୁ ପାଖୁଡ଼ା ?ମନଜ୍ଞାନ ହୁଡ଼ା, ପ୍ରେମେ ପ୍ରାଣ ବୁଡ଼ା,ସୃଷ୍ଟି ରାଇଜ ଛଡ଼ା ରେ !ଆଗୋ ! ନବୀନ ମୋହନ ଯୌବନ !ଆଗୋ ସ୍ୱରୁପ ସୁନ୍ଦର ଯୌବନ !ଲଳିତ ବସନ୍ତ ବିଳାସୀ,ତୁ କିଃ ପିକ ପଞ୍ଚମ ଲାଳସୀ ?କୁଞ୍ଜ କୁଟୀର - ଦୁଆର-ସରାଗୀମୃଦୁଳ ମଳୟ ଉଲ୍ଲାସୀ ।ନୀଳ ଗଗନ କିରଣ ଛଳନେଦିଏ ରୌଦ୍ରଜ୍ଜ୍ୱାଳା ବରଷି,ଚୁମ୍ୱି ତୁ ଘେନୁ ତା’ ଆଶିଷ ଆଦରେଆଗୋ! ଅମ୍ଳାନ ସ୍ନେହ ସ୍ନହାସୀ !ଫୁଲତୋଡ଼ାସ୍ନେହଗଢ଼ା ତୋରା ତନୁଟି ବହିଣପାଖୁଡ଼ା ପେଡ଼ି ଫିଟାଇଆରେ ଫୁଲତୋଡ଼ା, ସଉରଭ ଭାରଭବେ ତୁ ଦେଲୁ ପଠାଇ ।ମନ ସଉରଭ ମନେ ଗୋପନେସଞ୍ଚି ରଖିଛି ମୁଁ ବିନା କାରଣେ,ବିଧି ବର ଦାନେ ହେଲା,ସରିଗଲେ ଦିନ ମିଶିବ ମାଟିରେଛାର ପିଣ୍ଡ ମାଟି ଟେଳା ।ଗୁଣେ ତୋ’ ଭ୍ରମର ଆସୁଛି ଉଡ଼ି,ମୋ’ ଗୁଣ ସଭିଙ୍କି ଦିଏ ଘଉଡ଼ି,ରହି ଯେ ଘଡ଼ିକେ ଯାଏ ସେ ବାହୁଡ଼ି,ବହିଣ ମନେ ଯାତନା,ତୋ’ ସରି କାହୁଁ ମୁଁ ହେବିରେ କୁସୁମ,ନୀଚ ଦେହେ ଉଚ୍ଚମନା ?ଛୋଟ ବଡ଼ଛୋଟର ଆଦର କରିଥାଏ ଛୋଟ,ବଡ଼ର ଆଦର ବଡ଼,ଫୁଟିଥିଲା ଫୁଲ ସଙ୍ଗେ ସରି କିବାହେବ କେବେ ଫୁଲକଢ଼ !ବଡ଼ ହୁଏ ଯଦି ପୂର୍ଣ୍ଣ ଚନ୍ଦ୍ର ପରିଆଉ ନ ପାରିବ ବଢ଼ି,ଫୁଟିଲା ଫୁଲ କ ଫୁଟେ ଆଉ ଥରେ,ଫୁଟେ ସିନା ଫୁଲକଢ଼ି !ମୁଁ ତ ଛୋଟ, ମୁଁ ତ କ୍ଷୁଦ୍ର ଅତିଶୟ,ବଡ଼ କିନ୍ତୁ ଦିନେ ହେବି ମୁଁ ନିଶ୍ଚୟ,ସାନ ହୁଏ ବଡ଼, ଭଙ୍ଗା ହୁଏ ବଡ଼,ପଛ ଲୋକ ହୁଏ ଆଗ,ସେଥିପାଇଁ ସଦା ସାନ ମଣି ଆପେଲୋଡ଼ୁଥିବି ପଛଭାଗହେଲେ ସାନ ନାହିଁ ଲାଜ ଅପମାନଯଦି ମୁଁ ପାରିବି ବଢ଼ି,ଫୁଟିଲା ଫୁଲ କି ଫୁଟେ ଆଉ ଥରେ,ଫୁଟେ ପରା ଫୁଲକଢ଼ି !ମେଘର ଗର୍ବ(୧)ମେଘ ତ ହରିଲା ଜଳଧି-ଜଳ,ବରଷିଲା ପୁଣି ତାହା ଉପର,ଏବେ ମେଘ ଗର୍ବେ ହୋଇ ଚଞ୍ଚଳକହେ, କରଇ ମୁଁ ପୂର୍ଣ୍ଣ ସାଗର ।(୨)ଅଞ୍ଜଳିଏ ପାଣି ଘେନି ସାଗରୁକରିପାରେ କିଏ ସାଗର ମରୁ ?ମେଘ ତୁ ଢାଳି ଦେ ସବୁ ତୋ’ ନୀର,ହ୍ରାସ ବୃଦ୍ଧି ନାହିଁ ପୟୋନିଧିର ।‘‘ହସ କାନ୍ଦ’’(୧)ହସେ ଚାନ୍ଦ କିପାଁ ଆଲୋକେ ସୁନ୍ଦର,କାନ୍ଦେ କିପାଁ କହ ନୀରବେ ଯାମିନୀ ?ବରଷାଏ ଅଶ୍ରୁ କିପାଁ ଜଳଧର,ଝଟକି ଉଠଇ କିପାଁ ସୌଦାମିନୀ ?(୨)ବେନି ପରସ୍ପରେ ଜଡ଼ିତ ନିୟତ,ଏକ କାନ୍ଦେ, ଅନ୍ୟ ହସଇ ଉଲ୍ଲସେ;ଏକ ନୟନରେ ଆନନ୍ଦ ବ୍ୟକତ,ଆନ ସୂଚେ ଦୁଃଖ ଦୀର୍ଘ ହତାଶ୍ୱାସେ ।(୩)କାନ୍ଦେ ଜଣେ ଦୁଃଖେ, ହସଇ ଆରେକ,ବେନି ପ୍ରାଣ ତେଣୁ ରହି ପାଶେ ପାଶେ,ବାନ୍ଧେ ଜଣେ ହିଆ, ହରାଏ ବିବେକ-ବୁଦ୍ଧି ଆର ଜଣ ନିତି ଉଷ୍ଣଶ୍ୱାସେ ।(୪)ବିଧାତାର ଏ କି ଗୁଢ଼ ଅଭିପ୍ରାୟ,ହସ କାନ୍ଦ ବେନି ପାଖ ପାଖ ରଖି,ପାଖ ପାଖ ଦିବା ବିଭାବରୀ ପ୍ରାୟପ୍ରଭାବ ବେନିର ନିଅନ୍ତି ପରଖି ।କୁସୁମ(୧)କୁସୁମ-କଞ୍ଜ-କାନନେ ମୋହରଫୁଟିଛି ଗୋ ଫୁଲ ଫୁଟିଛି,ବର୍ଣ୍ଣବିଭାଗରେ ପର୍ଣ୍ଣପଟଳ ଆଖି ମେଲି ହସି ଉଠିଛି;ଗୁପ୍ତ ହୃଦୟ ସୁପ୍ତ ବେଦନା ଗନ୍ଧେ ମହକି ଉଠୁଛି,ଆକୁଳ ଅନ୍ତର ଅଶ୍ରୁ-ଶିଶିର-ଧରାଧର ତଳେ ଲୋଟୁଛି ।(୨)ମତ୍ତ ମଧୁପ ମଧୁ ଆହରଣେଆସୁଅଛି ତେଣୁ ଧାଇଁ ଗୋବୁଲି ବୁଲିଯାଏ ଚଞ୍ଚଳ ସମୀରଆଦରେ ସଧୀରେ ଛୁଇଁଗୋ,ଘଡ଼ିକ ସକାଶ ସୁବାସ ଚିହ୍ନଟ,ତେଣୁ ଏଡ଼େ ତୋରା ଫୁଲଟି,ଦେବତା ଶୀର୍ଷେ ଆସନ ଲଭେ ସେ,(୩)କ୍ଷୁଦ୍ର ସୁଦୀନ ଜୀବନେ ତବ ହେନାହିଁ ଅପମାନ ଲାଜ,କ୍ଷୁଦ୍ର କୁସୁମ ସମ ଯଦି ତବଅଛି ଗୁଣ ଶୋଭା ସାଜ,କ୍ଷୁଦ୍ର କୁଟୀରେ ବିମଳ ପ୍ରତିଭାଫୁଟି ତ ଉଠିବ ହେଳେ,ଲାଜ ଅପମାନ ଘୁଞ୍ଚିବଦେବତା-ଆସନ ଲଭିବାବେଳେ ।ଆସେ ସିନା ମଧୁକର ଖୋଜି ପୁଷ୍ପରାଶି,ଉଦେ ସିନା ଶଶଧର ଅନ୍ଧକାର ନାଶି,ଗାଏ ସିନା ପରଭୃତ,ମୃକୁଳ ଧରିଲେ ଚୂତ,ସେ ଯାହାର ସେ ତାହାର,ନାହିଁ ଏଥି ଅଦିଚାର,ମୋ’ ମାନସ ଲୋଡ଼େଯାହା ନ ଦିଏ ସଂସାର,ସେଥିପାଇଁ କିପାଁମୁହିଁ କାନ୍ଦେ ଅନିବାର ?ଖୋଜି ମୁଁ ଆଣିବି ତାହା,ନିଜେ କରି ନିଜ ରାହା,ମୁକ୍ତ ସକଳଙ୍କ ହେତୁ ଅମୃତ-ଭଣ୍ଡାର,ନିଜେ ନ ଆଣିଲେ କେବେ ନ ଦେବ ସଂସାର ।ସ୍ୱପ୍ନପ୍ରଥମ ଜୀବନେ ମେଲିଲି ଲୋଚନ,ଦେଖିଲି ଯେ ଶୋଭା ବଳିଲା ବଚନ ।ସମସ୍ତ ଜଗତ ପୁଣ୍ୟ ପ୍ରେମେ ଭରା,ନାହିଁ କାହିଁ ଦୁଃଖ ଶୋକ ମୃତ୍ୟୁ ଜରା ।ସକଳ ସୁନ୍ଦର ମଧୂର ରଚନା,କରେ ଚରାଚର ବିଭୁ ଅରଚନା ।ବିସ୍ମୟେ ମଗନ ଦେଖିଲି ଉଷତେ,ସ୍ମରଗ ଶୋଭଇ ଅବନୀରେ ସତେ ।ଆଜି ନେତ୍ର ମେଲି ଦେଖୁଛି ସଂସାର,ଚାରିଆଡ଼େ ମୃତ୍ୟୁ ଶୋକ ହାହାକାର ।ଦେଖୁଥିଲି କିବା ଜାଗ୍ରତ ସ୍ୱପନ,ଅଜ୍ଞାନ ମୁଁ ତେବେ ମଜ୍ଜାଇଣ ମନ ।ପ୍ରେମ ସଜଫୁଲ ସୁବାସରେ ଭରା,ସ୍ୱାର୍ଥକୀଟ କିନ୍ତୁ ନଷ୍ଟ କରେ ତ୍ୱରା ।ସୁବର୍ଣ୍ଣ ସମାନ କରେ ଝକ ଝକନୀଳ ନୀରଦରେ ଚପଳା ଚମକ ।ମୁକ୍ତା ନୁହେ କିନ୍ତୁ ଶିଶିର କଣିକା,ଚଉଦିଗେ ଦେଖ ନର ଅହମିକା ।ଭାବିଥିଲି ଯାହା ଦେବତ୍ୱ ମହତ୍ତ୍ୱ,ବୁଝିଲି ବୁଝିଲି ଆଜି ସବୁ ତତ୍ତ୍ୱ ।ଉପରେ ସୁନ୍ଦର ମହାକାଳ ଫଳ,ବୁଝିଲି ଆଜି ମୁଁ ଢାଳି ନେତ୍ରଜଳ ।ଆହା କାହିଁ ସେହି ଶାନ୍ତିର ସ୍ୱପନକ୍ଷଣ ପରେ ଆଜି ହୋଇଲା ଭଞ୍ଜନ !ଆଶା(୧)ଦେଖିଥିଲ ପରା ସ୍ୱପନେ ତା’ମୁଖ,ଅଚେତ ଅବଶ, ତଥାପି କି ସୁଖ !ନଥିଲା ତ ଜ୍ଞାନ, ନ ଥିଲା ଚେତନା,ଅନ୍ତରେ ତ ପୂରିଥିଲା ମୋ’ କଳ୍ପନା !ମୁଦ୍ରିତ ନୟନେ ଛାଡ଼ି ଭବଦେଶବିହରୁଥିଲି କି ଅନ୍ତର ପ୍ରଦେଶ,ଚାରିଆଡ଼େ ପରା ଫୁଟିଥିଲା ଫୁଲ,କରିଥିଲା ଚାନ୍ଦ ନଭ କି ଉଜ୍ଜ୍ୱଳ !ସୁଲୁ ସୁଲୁ ପରା ବହୁଥିଲା ବାତ,ପ୍ରାଣକୁ ଆକୁଳ ସେ କରୁଥିଲା ତ ।ଏକ ସଙ୍ଗେ ପରା ଲଳିତ ତାନରେଶତ ଶତ ବୀଣା ମୋହନ ଲହରେବାଜି ଉଠୁଥିଲେ ଗମ୍ଭୀରେ ମଧୁରେ,ଶୁଣିଥିଲି ପରା ରହି ଦୂରେ ଦୂରେ;ଫୁଲ କୁଞ୍ଜବନେ ଚାନ୍ଦିନୀ ନିଶାରେବୁଲୁଥିଲି ପରା ପ୍ରେମ ପିପାସାରେ ।(୨)ସ୍ୱପନେ ଅନାଇଁ ଦେଖିଲି କା’ ମୁଖ,ଅଚେତ ଅବଶ, ତଥାପି କି ସୁଖ !ଶତ ଶତ ଫୁଲ ଫୁଟି ଉଠିଲା କି,ସହସା କୋକିଳ କୁହୁ ଡାକିଲା କି !ସହସା ବସନ୍ତ ଆସିଲା କି ମାଡ଼ି,ଶୀତ ଜରା ସତେ ଅଙ୍ଗୁ ଗଲା ଛାଡ଼ି !ଫୁଲ ପରିମଳ ବିଞ୍ଚିଦେଲା କି ସେ,ଚହଟିଗଲା ତା’ ବାତେ ଦିଶେ ଦିଶେ !ମିଶିଲା ଆସି ତା’ ପ୍ରାଣରେ ମୋହରିଅନ୍ଧ ଅଜ୍ଞନତା ଦକା ଦୂର କରି ।ବଳଦ ଔଷଧି ସମ କଳେବରେଦେଲା ନବଦଳ ଧୃତି ହୃଦୟରେ ।ମାନସ-ନୟନେ ଅନାଇ ମୁଁ ଦେଖେ,ଦେଖି ବାରମ୍ବାର ତଥାପି ନିରେଖେ,କି ସୁନ୍ଦର ରୂପ କି ସୁନ୍ଦର ଶିରୀସତେ କି ସେ ଦେବବାଳୀ ଅଶରୀରୀ !ସ୍ୱରଗୁଁ ଓହ୍ଲାଇ ଆସିଛି କି ସେହି,ନବ ପ୍ରେମବାର୍ତ୍ତା ନରଲୋକେ ନେଇ ?ଶାନ୍ତି, କ୍ଷେମ, ଦୟା, ପବିତ୍ରତା, ସ୍ନେହ,ଏ ଆଦି ଘେନି କି ଗଠିତ ତା ଦେହ ?ଶତ ଶତ ଫୁଲ ମେଦୁର, ମଞ୍ଜୁଳ,ଅପୂର୍ବ କୌଶଳେ ଏକାଧାରେ ଠୁଳ,ମଧୁର, ଲଳିତ ସୁଷମ-ବିଭବେଗଠିତ, କର୍କଶ ନାହିଁ କାହିଁ ଲବେ ।(୩)ସ୍ୱପନେ ଅନାଇଁ ଦେଖିଲି ସେ ମୁଖ,ଅଚେତ ଅବଶ, ତଥାପି କି ସୁଖ !କି ମୋହିନୀ ଶକ୍ତି ପୂର୍ଣ୍ଣ ପ୍ରତି ଅଙ୍ଗ,ବହିଯାଉଥିଲା ସୌନ୍ଦର୍ଯ୍ୟ ତରଙ୍ଗ ।ସେ ତରଙ୍ଗେ ଆତ୍ମା ଭାସିଗଲା ପରା,ଏକାବେଳେ ଛାଡ଼ିଗଲି ମର୍ତ୍ତ୍ୟ ଧରା ।କାହିଁ ମୁଁ ବୁଲିଲି ନୟନ ପଲକେଶତ ଶତ ବିଶ୍ୱେ ଏକା ନିମିଷକେ ।ନିଜକୁ ପାସୋରି କରିଲି ମୁଁ ପ୍ରେମ,ଲଭିଲି କି ପ୍ରାଣେ ଶାନ୍ତି ପୂଣ୍ୟ କ୍ଷେମ !କୋଟି ଚନ୍ଦ୍ର ସୂର୍ଯ୍ୟ ଆଲୋକମଣ୍ଡିତା,କୋଟି ଫୁଲ ପରିମଳ ସୁବାସିତା,କୋମଳ, ଲଳିତ, ରୁଚିର, ମଧୁର,ଶାନ୍ତ ସୌମ୍ୟ ଦୀପ୍ତ କରୁଣ ବିଧୁରଦୂରେ ଦୂରେ ରହି ଦେଖିଲି ତା’ ମୁଖ,ଅବଶ ବିମୁଗ୍ଧ ତଥାପି କି ସୁଖ !ସହସା ଚାହିଁଲା ବଦନ ଉଠାଇ,ସହସା ହୃଦୟ ଦେଲା କି ଫିଟାଇ ?ଭୂଇଁ ଚାହିଁ ମୁଁତ ରହିଲି ଅନାଇଁ,କି କହିବି କଥା ମୁଖେ ଆସେ ନାହିଁ ।ଅନ୍ତରେ ଆକୁଳ ନ ଫୁଟଇ ବାଣୀ,ଜଡ଼ିତ ସରମେ, ନେତ୍ରୁ ବହେ ପାଣି ।ତଥାପି ତା’ ପ୍ରାଣେ ପ୍ରାଣ ଗଲା ମିଶି,କି ମୋହନ ମନ୍ତ୍ରେ ନେଲା ଆକରଷି;ବହୁକାଳୁ ଯେହ୍ନେ ଥିଲା ପରିଚୟ,ହୃଦୟ ସଙ୍ଗେ କି ମିଶିଲା ହୃଦୟ !ଦେହ ଛାଡ଼ି ଆତ୍ମା ମିଶିଲା ତା’ ସଙ୍ଗେ,ବିଜୁଳି ମିଶିଲା ଅବା ମେଘ ଅଙ୍ଗେ,ତଟିନୀ ମିଶଇ ଯଥା ପାରାବାରେ,ଲୋତକ ମିଶଇ ଯଥା ହାହାକାରେ,ବୀଣାତାନ ସତେ ମିଶିଲା ପବନେ,ମିଶିଲି ତା ସଙ୍ଗେ ହୃଦୟେ ଗୋପନେ ।କ୍ଷଣକେ ସହସା ଏ କି ମୋ’ କରଣି !କାହୁଁ ଆସିଲା ଏ ହୃଦୟଚୋରଣୀ ?ନ କହୁଣୁ ମୋର ହରିନେଲା ମନ,ମନା କରିବାକୁ ନ ଫୁଟେ ବଚନ ।କେଉଁ ଦୂରବେଶେ ଥିଲା ତ ସୁନ୍ଦରୀ,କାହୁଁ ଆସିଲା ସେ ପରା ବେଶ ଧରି !ଜାଣି ମୁଁ ପାରିଲି ନାହିଁ ତତକ୍ଷଣେମୋହିନୀ ମନ୍ତର ମାୟା ସେ କି ଜାଣେ !ସତେ କି ମୋହିନୀ ଲଗାଇ ଲୋଚନେପ୍ରେମରାଶି ହୃଦେ ଢାଳିଲା ବହନେ ।ହୃଦେ ଆଙ୍କିଦେଲା ତା’ ଶୋଭା ବିଚିତ୍ର,ହୃଦୟ ମନ୍ଦିର କଲା କି ପବିତ୍ର,ସହସା ଅନ୍ଧାର ବିଜୁଳି ଆଲୋକେଘୁଞ୍ଚିଗଲା ପରା ନୟନ ପଲକେକ୍ଷଣପ୍ରଭା ନୁହେ, ସ୍ଥିର ସୌଦାମିନୀ,ତା’ ଆଲୋକ ଶତ ଦୀପାଲୋକ ଜିଣି ।ହୃଦୟର ମରୁପ୍ରାନ୍ତର ଉରସେପ୍ରେମମନ୍ଦାକିନୀ ବହିଲା ହରଷେ ।ଫୁଟିଲା କି ଫୁଲ ଶୁଷ୍କେ ତରୁ ଅଙ୍ଗେ,ମାନସ-କାନନ ଶୋଭିଲା ସୁରଙ୍ଗେ ।ସବୁ ସୁଖ ମୋର ହୋଇଲା ସମ୍ପୂର୍ଣ୍ଣ,ଆନନ୍ଦେ ଆବେଗେ ହୃଦ ହେଲା ପୂର୍ଣ୍ଣ ।(୪)ସ୍ୱପନେ ଅନାଇଁ ଦେଖିଲି ସେ ମୁଖ,ଅଚେତ ଅବଶ, ତଥାପି କି ସୁଖ !ଥରି ତ ଉଠିଲି ପ୍ରେମ ଆବେଶରେ,ମନେ ହେଲା ଭୁଜବଲ୍ଲରୀ ପାଶରେବାନ୍ଧନ୍ତି ଆଣି ସେ ଅପୂର୍ବ ମୂରତି,ଆଣନ୍ତି କ୍ଷଣକେ ହୃଦୟର କତି,ନିବିଡ଼ ଚୁମ୍ୱନେ ଅଧର ପରଶିପ୍ରେମସୁଧା ମୋର ଦିଅନ୍ତି ବରଷି;ନୟନେ ନୟନ ସ୍ଥାପିଅନିମେଷେଚାହୁଁଥାନ୍ତି ମୁଖପଲକେ ଆବେଶେ ।ମନକଥା ମନେ ରହିଲା ମୋହର,ଫିଟାଇ ପାରିଲି ନାହିଁ ଓଷ୍ଠାଧାର ।ମାନସ-ନୟନେ ଅନାଇ ମୁଁ ଦେଖେଁ,ଅତୃପ୍ତ ବାସନା, ଆକୁଳେ ନିରେଖେଁ,ଦେଖୁଥିଲି ଚାହିଁ ସ୍ୱପନରେ ପରା,ସହସା ଉଭେଇଗଲା ସେ ଅପ୍ସରା;ସହସା ଅନ୍ଧାର ଆସିଲା କି ମାଡ଼ି,ସହସା ଅଙ୍ଗୁକି ଜୀବ ଗଲା ଛାଡ଼ି !ଚାହିଁଲି ତଳକୁ, ଚାହିଁଲି ଉପରେଦେଖିଲି ଏ ବିଶ୍ୱ ପୂର୍ଣ୍ଣ ତା’ ରୂପରେ ।ଦେଖିଲି ଆକାଶ-ନୀଳିମା-ବିସ୍ତାରେ,ଦେଖିଲି ତପନ ଚନ୍ଦ୍ର ତାରକାରେ,ଦେଖିଲି ଅମ୍ୱୁଧି ଅମ୍ୱୁରାଶି ସଙ୍ଗେତା’ ରୂପ ମିଶିଛି ତରଙ୍ଗେ ତରଙ୍ଗେ ।ଦେଖିଲି କୁସୁମ-ହସିତ ଆନନେମୃଦୁ ମୃଦୁ ହସେ, ବାସିତ ପବନେତା’ ଦେହ ସୁବାସ ରହିଅଛି ଭରି,ପ୍ରକୃତି ଶରୀରେ ତା’ ରୂପଲହରୀଖେଳୁଛି, ବୁଲୁଛି, ଯାଉଅଛି ଭାସି,ଦେଖିଲି, ଭାବିଲି ଚିନ୍ତା ଦକା ନାଶି ।(୫)ସ୍ୱପନେ ଅନାଇଁ ଦେଖିଲି ତା’ ଶିରୀବିଶ୍ୱ ସ୍ତରେ ସ୍ତରେ ପଡ଼ୁଅଛି ଝରି ।ଯେଉଁଆଡ଼େ ଚାହେଁ ସେ ତ ବିରାଜିତ,ଦେଖି ଦେଖି ପ୍ରାଣ ହୋଇଲା ମୋହିତ ।କିଏ ସେ ସୁନ୍ଦରୀ ସେ ଅପରିଚି,ଜାଣିବା ଲାଗି ମୋ’ ହୃଦ ଉତ୍କଣ୍ଠିତ ।ଭୂଇଁରେ ଲୋଟି ମୋ ନେତ୍ରୁ ବହେ ପାଣି,ସହସା ଆକାଶେ ହେଲା ଦୈବବାଣୀ;‘‘ଆଶା’’ ନାମ ତାର, ସେ ଆଶାସୁନ୍ଦରୀ,ମାନବ ଅନ୍ତରେ ରହିଛି ଅମରୀ ।’’‘‘ଆଶା’’ ‘‘ଆଶା’’ ବୋଲି କଲି ମୁଁ ଆବୃତ୍ତି,ନାଶିଲି ବାସନା, ଶିଖିଲି ନିବୃତ୍ତି ।ଆଶା ଆଶା ସେ ତ ରହିଛି ଜୀବିତା,ମୋ’ ହୃଦମନ୍ଦିରେ ନିତି ବରାଜିତା ।ନିତି ପ୍ରେମଫୁଲେ ପୂଜା କରେ ପଦ,ଏ ଜଗତେ ଏକା ସେ ମୋର ସମ୍ପଦ ।କି ଆଣିଛି ସଙ୍ଗେ କି ନେବି ମୁଁ ବହି,ତଥାପି ହୃଦୟେ ଅଛି ଆଶା ରହି ।ମୁଁ ମର୍ତ୍ତ୍ୟମାନବ, ଆଗପଛ ମୋରକିଛି ଜଣାନାହିଁ, ଅନ୍ଧକାର ଘୋର;ତଥାପି ଆଶା ମୋ’ ରହିଛି ଜୀବିତ,କର୍ତ୍ତବ୍ୟେ ମୋ’ ପ୍ରାଣ କରି ଉତ୍ତେଜିତ ।ଆଶା ସେ ତ ମୋର ହୃଦୟର ମାଳି,ଆଶା ସେ ତ ମୋର ଜୀବନ ସଙ୍ଖାଳି;କରମେ, ବଚନେ, ଜୀବନେ ମୋହରଆଶାକୁ ନେଇ ମୁଁ କରୁଅଛି ଘର ।ତା’ ବିନା ଶୂନ୍ୟ ମୋ’ ସମସ୍ତ ଜୀବନ,ସେ ତ ଯେହ୍ନେ ଦେହେ ନିଃଶ୍ୱାସ ପବନ ।ଯହିଁ ଯାଏ ତହିଁ ଆଶା ଯାଏ ସଙ୍ଗେ,ଛାୟା ଯଥା ନିତି ଲାଗିଥାଏ ଅଙ୍ଗେ ।ଆଶାକୁ ଧରି ମୁଁ ପରମ ବିଶ୍ୱାସେକାଳ କାଟୁଅଛି ଜଗତେ ଉଲ୍ଲାସେ ।ଆଶା ନୁହେ କ୍ଷୁଦ୍ର ମର୍ତ୍ତ୍ୟର ମାନବୀ,ଆଶା ଦେବୀ, ଆଶା ପୂତ ପ୍ରେମଛବି ।ତା’ ରୂପ ସୁନ୍ଦର ଆତ୍ମାରେ ଜଡ଼ିତ,ହୃଦ ଅନ୍ତସ୍ଥଳେ ସେ ପରା ନିହିତ ।ଆଶା ମହା ଶ୍ରେଷ୍ଠ ବିଧାତାର ଦାନ,ଆଶା ପୂର୍ଣ୍ଣ କରେ ସିନା ପ୍ରେମଜ୍ଞାନ ।ସର୍ବଶ୍ରେଷ୍ଠ ସୁଖ ଆଶା ତ ଜୀବନେ,ଆଶା ବିନା ପ୍ରାଣ ବଞ୍ଚିବ କି କ୍ଷଣେ ?ସେ ଆଶା ସୁନ୍ଦର ଚରଣ କମଳମର୍ତ୍ତ୍ୟ ନିକେତନେ ମୋ’ ପ୍ରିୟ ସମ୍ୱଳ ।ଆଶ ସେ ତ ମୋର ହୃଦୟର ରାଣୀ,ବୃଥା ମୋ’ ବର୍ଣ୍ଣନା, ପରାଜିତ ବାଣୀ ।ଦର୍ଶନେ ଆଲୋକ, ଶ୍ରବଣେ ସଙ୍ଗୀତ,ଶୋକରେ ସାନ୍ତ୍ୱନା, ପ୍ରାଣପ୍ରିୟ ମିତ ।ଆଶା ସେ ତ ମୋର ପରାଣର ସାଥୀ,ତାକୁ ଘେନି ମୁଁ ତ ବଞ୍ଚେ ଦିନରାତି ।ସ୍ୱପନରେ ଦେଖିଅଛି ଆଶାମୁଖ,ସୁଖ କାହିଁ ଭବେ, ସେହି ତ ମୋ’ ସୁଖ ।ସୁଖ ସୁଖ ବୋଲି ଖୋଲି ଲୋଡ଼ି ବୁଲେ,ସୁଖ ନାହିଁ, ସୁଖ ଅଛି ଆଶା ଦୂରେ ।ଆଶାରେ ବାଜୁଛି ନିତି ମର୍ମବୀଣା,ଆଶା ପଦପ୍ରାନ୍ତେ ନିତି ମୁହିଁ କିାଣା ।ଅଦ୍ଭୁତଦୂରେ ସହକାର କୁଞ୍ଜେ ଶୁଣି ପିକତାନମୋ’ ମନକୋକିଳ କିମ୍ପା ଗାଇଉଠେ ଗାନ ?କାହିଁ ସେ କୋକିଳ, ମାତ୍ର ଶୁଭେ କୁହୁତାନ,ସେ କୁହୁତାନ କି ମୋର ଟାଣିନିଏ ପ୍ରାଣ ।ଶ୍ରବଣେ ବାଜଇ ସ୍ୱରଭେଦି ହୃଦ ଅଭ୍ୟନ୍ତର,ଉଚ୍ଛ୍ୱସି ଉଠଇ ଧୀରେ ଗୋପନେ, ସରମେ,କରୁଣ ସଙ୍ଗୀତ ଧାରା ମରମେ ମରମେ ।କାହିଁ ସେ କାନନକୁଞ୍ଜେ ଫୁଟିଛି ସୁମନ,ସୁଧା ପରିମଳଧାରା, ବହାଇ ପବନ,ପରଶି ହରଇ କିମ୍ପା ଅନ୍ତର ସୁରଭି ?କ୍ଷଣକେ ମୋହିତ ଚିତ୍ତ ସ୍ନେହ ଯାଏ ଦ୍ରବି ।ବୁଝି ମୁଁ ବୁଝେ ତ ନାହିଁ,ଘଟେ ଏହା କାହିଁପାଇଁ,ବହିଯାଏ ନଦୀ ଯଥା ସାଗର ସଦନେ,ସେ ନଦୀ ସଙ୍ଗେ କି ବହେ ପ୍ରେମନଦୀ ମନେ ?ସେ କେଉଁ ଅମୃତାର୍ଣ୍ଣବେ ମିଶିବା କାରଣଅନନ୍ତ ପ୍ରେମର ଧାରା ବହେ ପ୍ରତିକ୍ଷଣ,ଏଥୁଁ ବଳି କି ଅଦ୍ଭୁତ ଅଛି କିଛି ଭବେ ?ବୁଝି ମୁଁ ନିଜକୁ ଯାହା ବୁଝିନାହିଁ ଲବେ ।ଦେଖି ଯାହା ନିତି ଭୁଲେ,ମୋ’ ମୂରତି ଖୋଜି ବୁଲେବିମ୍ୱିତ କା’ ହୃଦୟରେ ଚନ୍ଦ୍ରବିମ୍ୱ ସରି,କେ ଅଛି ଧରାରେ ମୋର ଗୁଣ ପ୍ରାଣେ ଧରି ?କିପାଇଁ କମଳ ଫୁଟେ ପଙ୍କିତ କାସାରେ,କିପାଇଁ ଶୀତଳ ସୁଧା ଜଡ଼ ଇନ୍ଦୁ ଢାଳେ ?କିପାଇଁ କଣ୍ଟକ ବନେ ଫୁଟେ କିଆଫୁଲ,ଛାର ଶାମୂକା ଗରଭେ ମୁକୁତା ମଞ୍ଜୁଳ ?ଲବଣାମ୍ଭୁ ସିନ୍ଧୁଜଳ-ତଳେ ରତନ ଉଜ୍ଜ୍ୱଳକିପାଇଁ ଖଦ୍ୟୋତ ଅଙ୍ଗେ ଆଲେକ ଝଲକ,କିପାଇଁ ଖଣିର ତମ ଗରରେ ହୀରକ ?ବିଭୁ ହେ ବିଚିତ୍ର ତବ ଏ ଅଦ୍ଭୁତ ଲୀଳାହୀନ ମହତ ବେନିର ମିଳନ ସାଧିଲା,ଜଡ଼େ ଆତ୍ମା ସମାବେଶ,ନରହୃଦେ ପରମେଶ,ମାନବ-ମାନସେ କରି ଦେବତ୍ୱ ବିକାଶକ୍ଷୁଦ୍ର ନୀଚତାର ଯାହା ସାଧିଲା ବିନାଶ ।ଏ ଆତ୍ମାରେ ଥାଉ ତବ ସେ ପ୍ରେମଅମୃତ,ନୀଚତ୍ୱ କ୍ଷୁଦ୍ରତ୍ୱ ନାଶି କରୁ ମୋତେ ପୂତ ।ଆନରଅନ୍ଧାରେ ଆଲୋକେ ଗୋଧୂଳି ମିଳନହୁଏ କି ମୋ’ହୃଦେ ନିତି,ମୋ’ ହୃଦେ ଉଦେ କି ସଦା ଦିବାକରହୁଅଇ ଦିବସ ରାତି?ପୂର୍ଣ୍ଣିମାର ଚାନ୍ଦ ଉଦେ କି ସେ ନଭେ,ଦେଖାଦିଏ ଅମାନିଶା,କ୍ଷୁଦ୍ର ତାରାଶତ ଫୁଟେ କି ଗରବେ,ଉଜ୍ୱଳେ ମଧୁର ମିଶା ?ଦେଖଁ ତ ଅନନ୍ତ ମୋ’ ହୃଦୟରାଜ୍ୟସାନ୍ତ ଘେନି କିପାଁ ଘେରା,ଏ ସ୍ୱାଧୀନ ଜୀବ ନିବସେ କିପାଇଁମର କଳେବର-କାରା ?ଅସୀମେ ସସୀମେ ଏ ଶୁଭ ମିଳନଅନନନ୍ତରେ ସାନ୍ତ ମିଶା,ଜଡ଼ ଆତ୍ମା ବେନି ମିଳନେ ମଧୁରେମିଳିଛନ୍ତି ଦିବାନିଶାଚିର ପରାଧୀନ ଥାଉ କିପାଁ କହଭ୍ରମୁଥାଏ ଦେଶ ଦେଶ,ଅନନ୍ତ ପଥରେ ଅନନ୍ତ ଭ୍ରମଣେନାହିଁ କିପାଁ ଶ୍ରାନ୍ତି ଲେଶ ?ମୁଁ ମୋହର କିପାଁ ଖୋଜି ବୁଲୁଥାଏମୋ ସୌନ୍ଦର୍ଯ୍ୟ ପ୍ରତି ଅନ୍ଧ,ବିଶ୍ୱସାରା କିପାଁ ଖୋଳେ ମୋର ସରିଲଭିଲେ ପରମାନନ୍ଦ-ଜନମେ କିପାଇଁ ମୋ’ ହୃଦ ଭିତରେ ?ମୁଁ ତ ବୁଝି ପାରେ ନାହିଁ,ନିଜର ନିଜତ୍ୱ ଭୁଲି କିପାଁ ଅନ୍ୟେଆନତ୍ୱକୁ ଥାଏ ଚାହିଁ ?ନିଜ ଶୋଭା ଶିରୀ ନ ଦେଖି ନୟନମୁଗ୍ଧ ଦେଖି ଆନ ଶୋଭା,ଆନର ସୌନ୍ଦର୍ଯ୍ୟ ପିପାସୀ କିପାଁ ମୁଁଆନ ମୋର ମନଲୋଭା ?ନିଜର ଭିତରେ ଅଛି ଯେ ମାଧୁରୀନ ବୁଝେ ତାହାରି ସ୍ୱାଦଆନର ଲଳିତ ମାଧୁରୀ ପରାଣେଜନମାଏ ମହାହ୍ଲାଦ ।ବୁଝି ପାରେନାହିଁ ଉଚ୍ଛତ୍ୱ ନିଜରଆନର ଦେବତ୍ୱ ଦେଖି,ଆନର ମଧୁର ମୋହନ ମୂରତିହୃଦୟେ ଦିଏଁ ମୁଁ ଲେଖି ।ନିଜ ଅଙ୍ଗେ ଦେଖେଁ ଘୋର ମଳିନତା,ଆନ ଅଙ୍ଗେ ଜ୍ୟୋତିରାଶି,ନିଜ ମୁଖେ ଦେଖେଁ ଅମା ଅନ୍ଧକାରଆନ ମୁଖେ ପୂର୍ଣ୍ଣଶଶୀ ।ନିଜେ ସତେ ଯେହ୍ନେ ପତ୍ରହୀନ ତରୁ,ଆନ ଦରଫୁଟା ଫୁଲ,ଆନର ମହତ୍ତ୍ୱ ଦେଖି ଏ ହୃଦୟହୁଲ ନିତି ଶ୍ରଦ୍ଧାକୁଳ ।ଗରବିତ ନୋହି ନିଜ ଗଉରବେପ୍ରତିଭା ଆନର ଶୁଣିନିଜଠାରୁ ବଡ଼ କରିଣ ତାହାକୁହେଉଥାଏଁ ଗୁଣ ଶୁଣି ।ନିଜ ମୁଖ ଯଦି ଦେଖନ୍ତି ନୟନେଦରପଣ, ଜଳ ବିନା,ନିଜର ନିଜତ୍ୱ ଯାଇଥାନ୍ତା ହଜି,ନିଜେ ମୁଁ ନୁହନ୍ତି ଚିହ୍ନା ।ବିଶ୍ୱର ଅସୀମ ବନପଥେ ସତେହୋଇଥାନ୍ତି ଦିଶାହରା,ସେଥିପାଇଁ ପ୍ରଭୁ କଲେ କି ଏପରିଆନକୁ ଦେଖାଇ ପରା !ନିଜକୁ ଲୁଚାଇ ନିଜ ମୂରତିଟିଆନରେ ଦେଖେଁ ମୁଁ ଯେବେ,ସ୍ୱତଃ ସ୍ନେହାବର । ଅର୍ଚ୍ଚନା ଆକାଙ୍କ୍ଷାପରାଣରେ ଜାଗେ ତେବେ ।ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ(୧)ତବ ରୂପ ରାଜେ ଭୁବନେ ଭୁବନେ,ଦେଖି ସୁଦ୍ଧା କିପାଁ ନ ଦେଖେଁ ନୟନେ ?କିପାଁ ଫିଟୁନାହିଁ ଅନ୍ଧ ଲୋଚନଦେଖିବାକୁ ତବ ରୂପ ବିମୋହନ ?ନୀଳାଚଳ ମୂଳେ, ନୀଳ ନଭୋତଳେ,ଶାନ୍ତି ସରସୀର ସୁନୀଳ ସଲିଳେ,କଳ-ନିନାଦିନୀ ସୁନୀଳା ତଟିନୀକଲ୍ଲୋଳିନୀ ଜଳ-ଦରପଣ-କୋଳେରାଜେ ତ ତୁମ୍ଭର ମୂରତି ସୁନ୍ଦର,ଦେଖି ସୁଦ୍ଧା କିପାଁ ନଦେଖେ ନୟନ ?(୨)ତବ ମୁଖଜ୍ୟୋତି ବିକାଶେ ଅରୁଣପ୍ରସାରି ଭୁବନେ ବିମଳ କିରଣ,ତବ ସୃଷ୍ଟି ତାତ, ଏଡ଼େ ସେ ସୁନ୍ଦର !ହୋଇଥିବ ତୁମ୍ଭେ କିତେଳେ ଭାସ୍କର !ସେ ବିଶାଳ ବିଭା, ହେମୋଜ୍ଜ୍ୱଳ ଆଭା,ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?(୩)ତିମିରବସନା ଶାନ୍ତ ବିଭାବରୀତବ ଶାନ୍ତିଭାବ ଗମ୍ଭୀରେ ପ୍ରଚାରିହସଇ ମଧୁରେ ତାରାହସଚ୍ଛଳେ,ତବ ନେତ୍ରେ କିବା ସେ ଜ୍ୟୋତି ଉଜ୍ଜ୍ୱଳେ !ମଧୁରେ ଉଜ୍ଜ୍ୱଳେ ଶାନ୍ତ ସମାବେଶ,ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?(୪)ଦିଗନ୍ତପ୍ରସାର ଅନନ୍ତ ଅମ୍ୱର,ତା’ କୋଳ ଉଜ୍ଜ୍ୱଳେ ପୂର୍ଣ୍ଣ ଶଶଧର,କି ଶୋଭା ମୋହନ ! କି ସୁଧାବର୍ଷଣ,ଥରେ ଦେଖିଲେ ତ ନ ଫେରେ ଦର୍ଶନ,ସେହି କି ତୁମ୍ଭର ପୂର୍ଣ୍ଣ ମୁଖଛବି,(ଆହା) ଦେଖି ସୁଦ୍ଧା କିପାଁ ନେଦେଖେ ନୟନ ?(୫)ଧୀରେ ଧୀରେ ଯେବେ ମାରୁତ ମୃଦୁଳକାନନେ ସଞ୍ଚରେ, ପୁଷ୍ପଗନ୍ଧ ହରେ,ପୁଲକେ ଚଞ୍ଚଳି ପରାଣ ଆକୁଳି,ଦେହ ସୁବାସ କି ଥାଏ ତହିଁ ଭରି ?(ଆହା) ଦେଖି ସୁଦ୍ଧା କିପାଁ ନଦେଖେ ନୟନ ?(୬)ବିଜନ ଗହନେ, ପୁଷ୍ପକୁଞ୍ଜବନେ,ଶ୍ୟାମଳ ପ୍ରାନ୍ତରେ, ସରସୀ ସଦନେହସେ ଯେଉଁ ତାରୁ ସୁରଭି ସୁମନ,ସେହି କି ସୁନ୍ଦର ହାସ ଅନୁପମ ?କି ପରାଣହାରୀ ! କି ଶୋଭା ମାଧୁରୀ !(ନିତି) ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?(୭)ସୂର୍ଯ୍ୟ ପ୍ରତିମୁଖେ ଝଲସେ ଭାସ୍କରଚିତ୍ରଗାତ୍ର ମେଘଧନୁ ମନୋହର,ଭାବେ ଶଇଶବେଯାହା ଦେଖି ଚିତ୍ତେସ୍ୱରଗ ସୋପାନ ସେହି କି ମରତେ ?ଛାୟାମାତ୍ର ଯଦିଏଡ଼େ ସେ ସୁନ୍ଦର,ହୋଇଥିବ ତୁମେ କି ସୁନ୍ଦରତର !ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?(୮)କି ଅସୀମ ଜ୍ଞାନେ ଜଗତ ରଚନାକରିଅଛ ପ୍ରଭୁ ତୁମ୍ଭଙ୍କୁ ତା’ ଜଣା,କି କୌଶଳ-କଳା ସ୍ୱଭାବେ ପୂରିତ,ଭାବିଲେ ଅବଶ ବିମୁଗ୍ଧ ଏ ଚିତ୍ତ,ଛାଡ଼ି ବିଜ୍ଞାନର ନୀରସ ମନ୍ଦିରଉର୍ଦ୍ଧ୍ୱେ ଉଠେ ଆତ୍ମା ଆନନ୍ଦ-ଅଧୀର,ଭାବେ ମୁଁ କି ଅନ୍ଧ, ଅଜ୍ଞାନ ମାନବ,(ଆହା) ଦେଖି ସୁଦ୍ଧା ମୋର ନ ଦେଖେ ନୟନ !(୯)ଯେବେ ପଡ଼େ ନେତ୍ର ଏ ନେତ୍ରୁ ଶୋଭାରେ,ବିମୁଗ୍ଧ ଚକିତ ହୃଦୟ ମୋହର,କି କୌଶଳ-କଳା ପୂର୍ଣ୍ଣ ମହିମାରେଦୀପ୍ତ ପ୍ରତି ଅଙ୍ଗେ ତବ ଅଙ୍ଗୁଳିର,(ଏତେ) ଦେଖି ସୁଦ୍ଧା କିପାଁ ନ ଦେଖେ ନୟନ ?(୧୦)ବିଶ୍ୱ ଚରାଚର କରଇ ପ୍ରଚାରଜ୍ଞାନତୀତ ତବ ଆଶ୍ଚର୍ଯ୍ୟ ବିଭବ,କି ଛାର ମାନବ କରେ ଅସ୍ୱୀକାରବିଶ୍ୱସ୍ରଷ୍ଟା କେହି ନାହିଁ ଭବ ଭବ !ଏହି କି ଅସାର ଜ୍ଞାନର ପ୍ରଭାବ !(ନିତି) ଦେଖି ସୁଦ୍ଧା ଅନ୍ଧ ନ ଦେଖେ ନୟନ !(୧୧)ଦିଅ ଜ୍ଞାନ ପ୍ରଭୁ ମାଗେଁ ଶ୍ରୀଚରଣେ,ତବ ଧ୍ୟାନେ ଯେହ୍ନେ ଯିବ ଏ ପରାଣ,ପରହିତ ବ୍ରତ ସାଧିଣ ଜୀବନେଲଭିବି ଶାଶ୍ୱତ ଅନନ୍ତ କଲ୍ୟାଣ,ଫିଟିବ ଲୋଚନ ମୋର,(ସଦା) ତବ ରୂପ ଯେହ୍ନେ ଦେଖିବ ନୟନ !ପ୍ରଭାତଧୀରେ ଧୀରେ ବହେ ପବନ, ତରୁପତ୍ର କମ୍ପିତ,ଧୀରେ ଧୀରେ ଝରେ ଶିଶିର ସ୍ୱଚ୍ଛ ମୁକ୍ତା ନିହିତ,ଧୀରେ ଧୀରେ ଉଇଁ ଆସିଲା ନଭେ ଅମଳ ରବି,ପୂର୍ବାଶା ସିନ୍ଦୂର ପଟେ କି ରମ୍ୟ ସୁବର୍ଣ୍ଣ ଛବି !ଅଥବା ପୂର୍ବାଶା ସୁନ୍ଦରୀ ଭାଲେ ସିନ୍ଦୂର ବିନ୍ଦୁ,ପ୍ରବାଳର ସ୍ତରେ ଅଥବା ଚିତ୍ର ସୁନୀଳ ସିନ୍ଧୁ !ଅନ୍ଧାର ଆଲୋକ ବେନିର ଶୁଭ ମିଳନକାଳେମ୍ଳାନ ଆସି ଦିଶିଗଲାଣି ଶୁକ୍ର ପ୍ରତୀଚୀ ଭାଲେ ।ମ୍ଳାନ କ୍ଷୀଣ ରେଖା ପରାଏ ଲୁଚିଗଲାଣି ଶଶୀ,ତମ-ଯବନିକା ଅମ୍ୱରୁ କ୍ରମେ ଗଲାଣି ଖସି ।ତା’ର ପଛପଟୁଁ ସ୍ଫୁରଇ ରମ୍ୟ ଦିବା ଆଲୋକ,ରଞ୍ଜି ଜଳସ୍ଥଳ ଉଜ୍ୱଳି ହେମ କରେ ଦ୍ୟୁଲୋକ ।ଅବା ସେ ଆକାଶ କୋଣରେ ପ୍ରାଚୀ ଅଙ୍ଗନା ଧନୀସଜାଡ଼ିଛି ପୂଜାସାଗର, ମୋହ କରି ଅବନୀରବି ହେମଥାଳୀ ଘେନିଣ ଅର୍ଘ୍ୟ ରଖିଛି ସିଞ୍ଚି,ଅମୃତ ଉଦକ ପରାଏ ହିମ ହେଉଛି ବିଞ୍ଚି ।ଫୁଲେ ଫୁଲେ ପଡ଼ି ଅମୃତ ଫିଟିଲାଣି ପାଖୁଡ଼ା,ସୁବାସ ସଞ୍ଚରେ ସମୀରେ, ସତେ ବାନ୍ଧିଛି ଜୁଡ଼ାଧରାଧନୀ ଅତି ସକାଳୁ କରି ଅତି ଯତନ,ଖସିପଡ଼େ ଫୁଲ ଗଭାରୁ ପରଶିଲେ ପବନ ।ବିଞ୍ଚିହୋଇ ପଡ଼ିରହିଛି ତରୁତଳେ ଶେଫାଳୀ,ବାହାରଟା ସବୁ ଧବଳ, ପଛଭାଗଟା ଲାଲି;ସରମେ ଝରି ସେ ପଡ଼ିଛି ଦିବାଲୋକ ପରଶେ,ସୃଷ୍ଟ ନୋହେ ଭୋଗ ବିଳାସ ବ୍ୟସନର ସକାଶେ ।ବାପୀ ନୀଳଜଳ ଉଜ୍ଜ୍ୱଳି ଫୁଟିଲେଣି କମଳ,ମକରନ୍ଦ ସ୍ଫୁରି ଆକର୍ଷି ଆଣେ ମିଳିନ୍ଦଦଳ ।ଗୁଣ ଯାହାଠାରେ ତାହାକୁ ସର୍ବେ କରି ଆଦରସ୍ଥାପନ କରନ୍ତି ନେଇ ସେ ନିଜ ଉଚ୍ଛ ଶିଖର ।ଗୁଣ ଯାହାଠାରେ ତାହାଠି ସର୍ବେ ରସନ୍ତି ନିଜେ,ଲାଗିଯାନ୍ତି ଅଳି ପରାଏ ତା’ର ମନୋବାରିଜେ ।ଅତିରଙ୍ଗ ଅତି ସୁନ୍ଦର ଦୂରୁଁ ପଳାଶ ବନ,ତଥାପି ନ ତୋଷେ ତହିଁରେ କ୍ଷଣେ ଭ୍ରମର ମନ ।ଗୁଣମଧୁ ସିନା ଆକର୍ଷେ ଶତ ମାନସ-ଅଳି,କେହି ନ ଲଭଇ ସମ୍ମାନ ବୃଥା କରିଲେ କଳି ।ଧରିଲେଣି ଗାନ ପକ୍ଷୀଏ ବୈତାଳିକ ସମାନ,ପ୍ରଭାତ ବନ୍ଦନା ସତେ କି ବିଭୁ ଅର୍ଚ୍ଚନା ଗାନ ?ସେହି ସଙ୍ଗେ ମୋର ମାନସ ବିଭୁ ଉଦ୍ଦେଶେ ନମେ ।ହେଉ ଶୁଭଯୋଗ ମନର ନିତି ଶୁଭ କରମେ ।ଜୀବନପ୍ରଭାତେ ଯେସନ ନୋହି ଆଳସ୍ୟରତକରୁଥିବି ମୋର କର୍ତ୍ତବ୍ୟ ଦିବାନିଶି ନିରତ ।ଚିନ୍ତାବିଶ୍ୱ ଯେବେ ନିଦ୍ରାମଗ୍ନ ଗଭୀର ନିଶୀଥେ,ଅନ୍ଧକାର ସମାବୃତ ସର୍ବ ଚରାଚର,ଅନନ୍ତ ଆକାଶ ବକ୍ଷ ପ୍ରଶାନ୍ତ, ଉଜ୍ଜ୍ୱଳ,ସୁଧା ଧବଳିତ ପରା ଜ୍ୟୋସ୍ନା ବିଲେପନେ !ଖଚିତ ଅନନ୍ତ ଚାରୁ ତାରକାର ଶ୍ରେଣୀପ୍ରଶାନ୍ତ, ସୁନ୍ଦର, ନୀଳ ଅନମ୍ୱର ତଳେ;ସତେ ଅବା ଶତ ରତ୍ନ ଖଚିତ ଦୁକୂଳେ !ଅବା ଶତ ଦୀପାବଳୀ ଦେବତା ଉଦ୍ଦେଶେପ୍ରଜ୍ୱଳିତ ଭକ୍ତିଭରେ, ଅବା ଶତଫୁଲଫୁଟି ରହିଛି କିନୀଳ ଜଳ ବିତାନରେ !ଧୀରେ ବହେ ନୈଶ ବାୟୁ, ଶବ୍ଦହୀନ, ସୁପ୍ତସମଗ୍ର ପ୍ରକୃତି, ମହାଘୋର ନିସ୍ତବ୍ଧତାକାହାର ଆଦେଶେ ପୂଣ୍ୟ ଅବଧାନ ଲାଗିବିରାଜିତ ଧରଣୀରେ, ଅବା ମୋହ ମନ୍ତ୍ରପଢ଼ାଇ କେ କରିଅଛି ଅବଶ ଅଚେତସମସ୍ତଙ୍କୁ, ଏହି କାଳେ ସହସା ମୋହରଗୋପନେ ଉଠିଲା ବାଜି ଭଗ୍ନ ହୃଦ-ବୀଣାପୁରାତନ ଛିନ୍ନ, ତାର ଆଶ୍ଚର୍ଯ୍ୟ ପରଶେଲଳିତ କୋମଳ କା’ର ପୂତ ଅଙ୍ଗୁଳିର ।ସହସା ଚମକି ମୁହିଁ ଉଠିଲି ଉଦ୍ବେଗେ,ଶିହରିଗଲାଟି ତନୁ, ଘନ ବହି ଶ୍ୱାସ,ରୋମାଞ୍ଚିତ, ସ୍ୱେଦସିକ୍ତ, ଅବା ବିଦ୍ୟୁଦ୍ଦାମଶିରାରେଶିରାରେ ବହିଗଲା କି ମୋହର !ସହସା ଉନ୍ମୀଳି ଆଖି ନ ଦେଖିଲି କିଛି,ନ ଶୁଣିଲା କର୍ଣ୍ଣ, ବୁଝି ନ ପାରିଲି,ଅବଶ ଅଚେତ ପୁଣି ହୋଇଲି କ୍ଷଣକେ ।ପୁଣି ତ ଉଠିଲା ବାଜି ଗମ୍ଭୀର ଝଙ୍କାରେହୃଦୟ-ବିପଞ୍ଚୀ ତାନ, ବୁଝିଲି ଏଥରକାହାର ଶବଦ ପରା ଶୁଭୁଛି ଅନ୍ତରେ ।ସହସା ମୋହନ ମନ୍ତ୍ରେ ମୁଗ୍ଧ, ଅଚେତନ,କଳ୍ପନା ଅତୀତ ସୁଖେ ବୁଡ଼ିଗଲି ଅବା,କ୍ଷଣକେ ଚନ୍ଦନ ବନେ ପହଞ୍ଚିଲି ପରା,ଶତ ଶତ ପାରିଜାତ ଗନ୍ଧେ ଆକୁଳିତ,ସୁରଭି-ମଳୟସ୍ପର୍ଶେ ଶୀତଳ ପରାଣ,ସର୍ବଶ୍ରମ, କ୍ଳାନ୍ତି, ବ୍ୟଥା ବିଦୂରି ସହସାଜନ୍ମାଇଲା ପ୍ରାଣେ ଯେହ୍ନେ ଅପୂର୍ବ ସାନ୍ତ୍ୱନା ।ଅନୁଭବେ ବୁଝିଲି କି କାହା ଆବିର୍ଭାବକେଉଁ ଦେବତାର ପରା ହୋଇଅଛି ପ୍ରାଣେ,ନ ଚିହ୍ନେ ତାହାକୁ, କିନ୍ତୁ ଚିହ୍ନଇ ସେ ମୋତେ,ହେବ ପରା ବନ୍ଧୁ ମୋର, ଅବା ଦୟାମୟଦେବଲୋକବାସୀ ଦୟା ବହି ମର୍ତ୍ତ୍ୟ ନରେଆସିଅଛି ଧରଣୀକୁ ପୋଛିଦେବ ପରାତପ୍ତ ଅଶ୍ରୁଧାର ମୋର ବହେ ଯା’ ଗୋପନେ,ପୋଛିଦେବ ପରା ମୋର ହୃଦୟର ଗାର,ଶୁଖାଇଦେବ ବା ମୋର ହୃଦକ୍ଷତ ରାଶି,ତୀକ୍ଷ୍ଣ ସ୍ୱାର୍ଥ-ଖଡ଼୍ଗାଘାତେ ବିଦୀର୍ଣ୍ଣ ପୀଡ଼ିତ;ଯୋଡ଼ିଦେବ ପରା ମୋର ଉଗ୍ନ ବୀଣା ତାରହୃଦୟର, ହୃଦ-ମରୁରାଜ୍ୟେ ବର୍ଷାବାରିସୁଶୀତଳ ବରଷାଇ, ହରଷାଇ କ୍ଷଣେ ।ହରିତ କୁସୁମ ପର୍ଣ୍ଣେ ସାଜି ହୃଦଧରାଆଣିବ ଅମୃତ ରାଜ୍ୟ ଅବା ବସନ୍ତର,ମଞ୍ଜୁଳ କସୁମରାଶି, ସୁରଭି ମଳୟ,କୋକିଳର କଳଗିର, ରସାଳ ବକୁଳପୁଞ୍ଜ-ମଞ୍ଜୁ ଗୁଞ୍ଜରଣ-ପ୍ରିୟ ନୀଳ ଅଳି-ଦଳ ଆସି ମଧୁଭାର ଲୁଟିଣ ହୃଦୟକୁସୁମିତ କୁଞ୍ଜବନେ, କରି ପ୍ରଫୁଲ୍ଲିତନବୀନ ହୃଦୟ-ଧାରା କରିବ ମୋହର!ଅଥବା ଶରତ ନିଶା ଚାନ୍ଦିନୀ-ଅମୃତ,ତହିଁ ପୁଣି ପକ୍ୱଶାଳି ମିଷ୍ଟ ଗନ୍ଧରାଶିଧୀର ପବନରେ ଆଣି ସଞ୍ଚାରିବ ହୃଦେ ।କ୍ଷଣକେ ସକଳ ବ୍ୟଥା ଗଲା ମୋର ହରି,ଚିନ୍ତା କରୁ କରୁ କ୍ଷଣେ ଭଦ୍ଭାସିଲା ପରାଉଜ୍ଜ୍ୱଳ ମୋହନ ଚିତ୍ରପଟ ପରି ମୁଗ୍ଧନୟନସମୀପେ ମୋର, ନ ପାରିଲି ଚାହିଁ,ତଥାପି ଦର୍ଶନ ଲୋଭ ବଢ଼ିଲା ଆକୁଳେ ।ନିସ୍ତବ୍ଧତା ଭାଙ୍ଗି କ୍ଷଣେ ଶୁଭିଲା କି ବାଣୀ,‘‘ମାନବଜୀବନ ନୁହେଁ ମାଟିର ଖେଳନା,‘‘ନୁହେଁ ତାର ପରିଣାମ ଧୂଳି ହେବା ପାଇଁ.‘’ନୁହେଁ କର୍ମ୍ମ ଭବେ ଅସାର କାନ୍ଦଣା,‘‘ନିତି ଶତ ରୋଗ, ଶୋକ, ଯାତନା ପୀଡ଼ିତ,‘‘ବହୁ କ୍ଳେଶ, ବହୁ କଷ୍ଟ, ଆୟାସ, ବେଦନା-‘‘ବିଧୁରତା, ଦିବାନିଶି ଭଗ୍ନମନୋରଥ,‘‘ଶତଚେଷ୍ଟା ବିଫଳିତ, ନୈରାଶ୍ୟ ଅନ୍ଧାରେ‘‘ରହି ଚିର ନିମଜ୍ଜିତ ମରବ ସେ ପଚି;‘‘ତଥାପି ମୋହିତ ଉଷାଆଲୋକ ଦର୍ଶନ‘‘ତାହାର ହୃଦୟାକାଶେ ଆଶା ବିଶ୍ୱାସର,‘‘ନୁହେ, ନୁହେ କେଉଁକାଳେ; ଶୁଣ ବିଶ୍ୱବାସୀ !‘‘ଗୋଲାପ-ମଲ୍ଲିକାବୃତ ନୁହେ ନରପଥ,‘‘କର୍ତ୍ତବ୍ୟର, ସମାଚ୍ଛନ୍ନ ସୁତୀକ୍ଷ୍ଣ କଣ୍ଟକେ,‘‘ବନ୍ଧୁର ସେ ଅପ୍ରଶସ୍ତ, ଘୋର ଅନ୍ଧକାର,‘‘ତଥାପି ସେ ଯେଉଁ ନର ସାହସୀ, ବିଶ୍ୱାସୀ,‘‘ପ୍ରଭୁର ବିମଳ ପୁଣ୍ୟ ଆଦେଶ-ଆଲୋକ‘‘ଧରି ସେ କଠିନ ବର୍ତ୍ତ୍ମ ହୋଇବ ସେ ପାରି,‘‘ଗଭୀର ଆକାଙ୍କ୍ଷା ହୃଦେ ଧରିଣ ସୁଦୃଢ଼େ‘‘ଲକ୍ଷ୍ୟ ଜିଣି ଭାଗ୍ୟବାନ ହେବ ସେ ଯଶସ୍ୱୀ‘‘ଇହ ପରକାଳେ ବେନି, ଅମର ଅକ୍ଷରେ‘‘ଉଜ୍ଜ୍ୱଳ ସୁବର୍ଣ୍ଣ ବର୍ଣ୍ଣେ ଲେଖିବ ତା’ ନାମ‘‘ଦେଶ ଇତିହାସ ଅଙ୍ଗେ, ଅବା ଶତ ହୃଦ-ଶତଦଳ ଆସନରେ ପାତିବ ଆସନ !’’ନିସ୍ତବ୍ଧ ହୋଇଲା ସ୍ୱର, ହେଲା ଅନ୍ତର୍ହିତସେ ଦେବତା ମୂର୍ତ୍ତି କାହିଁ, ତୁଟିଲା ମୋହିନୀ,ଅନାଇ ଦେଖିଲି ପୁନଃ ଅଛି ମୁଁ ଜଗତେ,କିନ୍ତୁ ପୁନଃପୁନଃ ହୃଦେ ଜାଗିଲା ମୋହର,‘‘ମାନବଜୀବନ ନୁହେ ଅସାର ଖେଳନା ।’’ଚାହେଁକହି ନ ପାରଇ କଥା ଆଉ କିଛି,ଲଜ୍ଜା ପୂରିତ ମରମେ,ଚାଲି ନ ପାରଇ ଆଉ ପାଦେ ପଥ,ଚରଣ ଜଡ଼ିତ ସରମେ ।ଜୀବନର ଉଷ-ଶିଶିର-ବିଧୌତମୃଦୁଳ ମଳୟ ପବନେକାହିଁ ଶାନ୍ତି, ଜ୍ୱାଳା ପୂରିତ ଅନ୍ତର,ମର୍ମ୍ମ ଦହୁଛି ଗୋପନେ ।ନିଦାରୁଣ ଅଭିମାନ ରୋଷ ବହିକାନ୍ଦେ ବିଫଳ କାନ୍ଦଣା,କେହି ନ ବୁଝେ ମୋ ଅନ୍ତର ଯାତନା,ବ୍ୟଙ୍ଗେ କରନ୍ତି ଛଳନା ।କିପାଇଁ ଅନ୍ତର ନିଭୃତ ପ୍ରଦେଶେତୀବ୍ର ପିପାସା-ଅନଳଜଳୁଛି ନିୟତ ବୁଝିପାରେ ନାହିଁ,କାନ୍ଦି କାନ୍ଦି ଚିତ୍ତ ବିକଳ ।ମୁଁ ତ ଚାହେଁ ଫୁଲ ପରାଏ ହସିବି,ଗାଇବି ଯେସନେ କୋକିଳଧରିବି ସୁକାନ୍ତ ବସନ୍ତ ସୁଷମା,ସ୍ନିଗ୍ଧ ଯେସନ ସଲିଳ ।ମୁଁ ତ ଚାହେଁ ନଦୀ ପରାଏ ବହିବି,ଗଭୀର ଯେସନ ସାଗର,ଅସୀମ ବିସ୍ତାରେ ପୂରିବ ଅନ୍ତର,ଉଦାର ଯେସନ ଅମ୍ୱର ।ମୁଁ ଚ ଚାହେଁ ଧରା ପରାଏ ସହିବି,ଦୀପ୍ତ ଯେସନ ମିହିର,ମୁଁ ତ ଚାହେଁ ପଦ୍ମପରାଏ ଫୁଟିବି,ଶୀତଳ ଯେସନ ଶିଶିର ।ମୁଁ ତ ଚାହେଁ ତାରା ଆଲୋକ ପରାଏଜଳିବି ଅନ୍ଧାର ଉଜ୍ଜ୍ୱଳି,କଳା ନବଘନ ପଟଳେ ଅଥବାଝଟକେ ଯେସନ ବିଜୁଳି ।ମୁଁ ତ ଚାହେଁ ଗାଢ଼ ହେବି ତମଃ ସମ,ସ୍ତବ୍ଧ ଯେସନ ତ୍ରିଯାମା,ଅଥବା ବିମଳ ଶାରଦ ଗଗନେସୌମ୍ୟ ଯେସନ ଚନ୍ଦ୍ରମା ।ମୁଁ ତ ଚାହେଁ ଅଦ୍ରି ପରାଏ ଉଠିବି,ଶକ୍ତ ଯେସନ ପାଷାଣ,ମୁଁ ତ ଚାହେଁ ବୃକ୍ଷ ପରାଏ ସହିବିରୌଦ୍ର ବରଷା ସମାନ ।ମୁଁ ତ ଚାହେଁ ହେବି ନୀରଦ ସମାନବରଷି କରୁଣା ଆସାରେ,ମୁଁ ତ ଚାହେଁ ତୃଣ ପରାଏ ବିରାଜିଅକିଞ୍ଜନ ହେବି ସଂସାରେ ।କେତେ ପଥ ମୁହିଁ ବୁଲି ଆସିଅଛି,କଳ୍ପନା ହୁଏ ବଣା କି,ତଥାପି ଶିକ୍ଷା ତ ନୋହିଲା ସମ୍ପୂର୍ଣ୍ଣ,ମୁର୍ଖ ମଧ୍ୟେ ମୁହିଁ ଗଣା କି ?ତଥାପି ମୋ ଦିନ ବହିଯାଏ ଘେନିଅନ୍ତରେ ବିଶ୍ୱାସ ହରଷ,ଆଶାଦୀପ ଜାଳି ଜୀବନ ଅନ୍ଧାରେକାଟଇ ଯାମିନୀ ଦିବସ ।ସ୍ତବଦ୍ୟୁଲୋକ-ଭୂଲୋକ-ପାଳକ-ଶାସକକଳୁଷ-କଳଙ୍କ-ନାଶକ-ପାବକ,ନିଖିଳ-ରଚକ,ତିମିରେ ଆଲୋକ, ଶାନ୍ତିବିଧାୟକନରକ-ତାରକ ନାଥ ହେ,ହେ ପ୍ରେମମୟ ।୧।ଜଗତ-ଜୀବନ-ଶାନ୍ତି-ସରସୀଜ,ଚିତ୍ତ-ଚିର-ଜ୍ୟୋତିଃ ହୃଦରାଜ୍ୟ-ରାଜସଜ ପଦକଞ୍ଜଜପିବି ଜାଗ୍ରତେ ଜପମାଳା ସମଜୀବ ଯିବାଯାଏ ନାଥ ହେ,ହେ ପ୍ରେମମୟ ।୨।ଧରଣୀ କାରଣ ! ଧରଣୀ-ତାରଣଶୋକନିବାରଣ, ଶାନ୍ତି-ପ୍ରସ୍ରବଣ,ଦୂରିତ-ବାରଣ,ପରମ ଶରଣ କରୁଣା କାରଣ,ହୃଦୟହରଣ ନାଥ ହେ,ହେ ପ୍ରେମମୟ ।୩।ଅଶ୍ରୁତ, ଅଦ୍ଭୁତ, ଅୟୁତ ସେବିତ,ଭବତାତ ପୂତ ନିତ୍ୟ, ସତ୍ୟ-ଯୁତ,ସତତ ଶୋଭିତସ୍ୱରଗ ଶୋଭାରେ, ସ୍ୱରଗ ସଭାରେସତତ ପୂଜିତ ନାଥ ହେ,ହେ ପ୍ରେମମୟ ।୪।ଦମ୍ଭ-ହର-ଦୈତ୍ୟ-ଦରପଦଳନ,ଦିବେ ଦେବଦଳେ ଦିନେଶ ସମାନ,ଚନ୍ଦନ, ନନ୍ଦନ,ଦୟାରେ ଉଦାର, ଦୀନେ ଦୟାକର,ଦୁଷ୍ଟ ଦଣ୍ଡଧର ନାଥ ହେ,ହେ ପ୍ରେମମୟ ।୫।ନଳିନଚରଣ ସୁମନୋମୋହନ,ନୟନଲୋଭନ, ଭକ୍ତବିନୋଦନ,ପ୍ରଭୁ ଭଗବାନସତ୍ୟ ସନାତନ, ଶାନ୍ତି ନିକେତନ,ପତିତପାବନ ନାଥ ହେ,ହେ ପ୍ରେମମୟ ।୬।