ଅର୍ଚ୍ଚନା
କୁନ୍ତଳା କୁମାରୀ ସାବତ · ଭାଗ ୩ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଚମ୍ପାଦଳ
ଜାଗେ ଆଜ ମୋର ନବୀନ ପରାଣେନବ ଜୀବନ ମୂର୍ଚ୍ଛନା,ଅନନ୍ତ ଉଦାର ଆକାଶେ ଅନାଇପ୍ରାଣେ ଚମକେ ଚେତନା ।ଶିରା ଶିରାରେ ଖେଳେ ବିଜୁଳି,ନେତ୍ରେ କର୍ମ୍ମକ୍ଷେତ୍ର ଉଠେ ଉଜ୍ଜଳି,ଶୁଭେ ଶଙ୍ଖସ୍ୱନ କର୍ଣ୍ଣରସାୟନ,ଜାଗେ ଶୁଭ କର୍ମ ପ୍ରେରଣା ।ସେ କି ଆଲୋକ ! ସେ କି ଝଲକ !ଜ୍ୱଳିଉଠେ ପରା ବ୍ୟୋମ ଭୁଲୋକ;ଟାଣେ ମୋ’ ପ୍ରାଣ ବୁଡ଼େ ମୋ ଜ୍ଞାନ,ଶୁଭଇ କେବଳ ‘‘ସାଧନା’’ ।କିଏ କହେ ବଶ୍ୱ ବିରାଟ ଛଳନା,ବୃଥା ମାୟାର ବନ୍ଧନ,ମୁଁ ଦେଖେ ସୁନ୍ଦର ଏ ବିଶ୍ୱର ଉଦାର,ଅନନ୍ତ ପ୍ରେମନନ୍ଦନ ।ବିଶ୍ୱ ମୋର ଶୁଭକରମ ଭୁବନ,କରମ ଲାଗି ମୁଁ ଲଭିଛି ଜନମ,ମରଣ ନୁହେ ମୋ ଚିର ଅବସାନ,ଆରମ୍ଭ ନବୀନ ଜୀବନ ।ଏ ତ ନୁହେ ଶେଷ, ଏ ତ ନୁହେ କ୍ଳେଶ,ଏ ନୁହେ ବିଦେଶ, ଏ ମୋ’ ପୁଣ୍ୟ ଦେଶ,ହୋଇ କର୍ମ୍ମରତ ହେବି ମୁଁ ଉନ୍ନତ,ଏ ନୁହେ ଅସାର ସ୍ୱପନ ।ଜୀବନ ନୁହେ ମୋ ସ୍ୱପନ ଛଳନା,ଜୀବନ ଆନନ୍ଦମୟ ହେ !କରମଲାଗି ଜନମ ଲଭିଛି,କରମେ ଲଭିବି ଜୟ ହେ ।ଧ୍ରୁ ।ମିଛେ ମିଛେ ମୋର ଚାରୁ ସଜବାଳ,ଘୋଡ଼ାଏ କପଟେ ମଳିନତା ଲାଜ;ହୃଦରାଜ ବିନା ଶୂନ୍ୟ ମୋ ମନ୍ଦିର,କାହା ପଥ ତେବେ ଚାହିଁଛି ? ୧।ମିଛେ ମିଛେ ମୋର ସୁନାମ ସଂସାର,ଆକାଶ ପରଶି ଅହମିକାଭାର,ତବ ପ୍ରେମ ବିନା ଚିତ୍ତ ମୁଁ ଦରିଦ୍ର,ଅସାର କୁହୁକେ ମଜ୍ଜିଛି ।୨।ମିଛେ ମିଛେ ମୋର ଜ୍ଞାନ ଅଭିମାନ,ତୁମ ନାମ ଯଦି ନ କଲି ଧିଆନ,ମିଛେ ବାଜେ ବୀଣା ମୋ’ ମନମନ୍ଦିରେ,ଦେବତା ମୋ’ କାହିଁ ରହିଛି ? ୩।ଆସ ଆସ ଆଜି ପ୍ରାଣପ୍ରିୟତମ,ପ୍ରେମଜ୍ୟୋତି ଦାନେ ହର ହୃଦତମଃ,ପାର ପ୍ରେମାସନ ମାନସ-ସୁମନେ,ଘେନ ଯା’ ଭକତି ସଞ୍ଚିଛି ।୪।କୀର୍ତ୍ତନ – ଏକତାଲାଆସ ମୋ ଦେବତା,ମୋ ଚିତ୍ତସବିତା,ଉଦ ମୋ ହୃଦୟେ ଆଜି;ହର ମାନସ-ମହୀର କଳୁଷ-ତିମିର,ଫୁଟୁ ପ୍ରେମଫୁଲରାଜି ।ନୀଚ କ୍ଷୁଦ୍ର ଯାହା ଦେଖ ମୋ ଜୀବନେହେଉ ଉଚ୍ଚ ସ୍ୱଚ୍ଛ କର-ମାରଜନେ,ଯାଉ ଦୂରେ ଯାଉ ଦୂରିତ ଯନ୍ତ୍ରଣା,ଆସୁ ପ୍ରାଣେ ଆସୁ ଆନନ୍ଦ ପ୍ରେରଣା,ଉଠୁ ମାନସ- ମନ୍ଦିରେ ଧୀରେମଧୁର ବାଜଣା ବାଜି ।ତବ ଆନନ୍ଦ ମଞ୍ଜୁଳ ଜାଗେ,ମୋର ପୁଲକ-ପ୍ରଫୁଲ୍ଲ ଆଖିଆଗେ ।ଫୁଲ ପ୍ରସୂନ ଶୋଭାରେ,ପୂର୍ଣ୍ଣଚନ୍ଦ୍ର ବିଭାରେ,ତବ ପୂଣ୍ୟ ପରଶ ଲାଗେ;ନୃତ୍ୟ କରେ ମୋ ସର୍ବ ହୃଦୟଦୀପ୍ତ ଅନୁରାଗେ ।ପ୍ରାଣେ ତବ ହେ ପରମ ଶାନ୍ତି,ଅଙ୍ଗେ ତବ ହେ ପୁଲକ କାନ୍ତି,ବିଶ୍ୱ-ଭୁବନ ହର୍ଷ ଉଚ୍ଛୁଳେନିତ୍ୟ ନୂତନ ରାଗେ ।ପାରି ଦେ ମା ଧରଣୀରେ ତୋ ଶ୍ୟାମ ଅଞ୍ଚଳ,ଓହ୍ଲାଇ ଆସ ମା ରବି-କିରଣେ ଚଞ୍ଚଳ !ତୋ ନୂପୁର- ଶିଞ୍ଜିନୀରେଉଠୁ ବାଜି ଅବନୀରେନବ ସଞ୍ଜୀବନୀ ମନ୍ତ୍ରେଶତ ପ୍ରାଣ-ବୀଣା-ବେଣୁ;ଶତ ହୃଦ-ସଦ୍ମ ଉଲ୍ଲସିଉଠୁଲଭି ତୋ ଚରଣ-ରେଣୁ ।ମରଣ ହରଣ ଅମଳ ହସେ ତୋଜାଗୁ ଜୀବନେ ହର୍ଷ ଉଜ୍ଜ୍ୱଳ ।ଇମନ୍ କଲ୍ୟାଣ – ଏକତାଲାଆଜି ହେ ଚରଣେ କରୁଣାମୟ !ଅରପିଛି ସର୍ବ ମାନ,ତପ୍ତ ଅଶ୍ରୁସିକ୍ତ ବଦନ ଲୁପ୍ତ ଅଭିମାନ ।କ୍ଷୁଦ୍ର ହୃଦୟେ, କ୍ଷୁଦ୍ର ପ୍ରେମ,କ୍ଷୁଦ୍ର ମୋର ଭକ୍ତି,ଅର୍ପେ ପୟରେ, ଅର୍ପେ ଆଦରେ,ଦେଇ ସର୍ବ ଶକ୍ତି ।ଧ୍ରୁ – ଗର୍ବ ଖର୍ବ କର ହେ ମୋର,ଦର୍ପ ଦଳ ହେ ପାଦେ,ଲୋଭ, ମୋହ, କ୍ରୋଧ, କାମନା,ଜଡ଼ତା, ଅବସାଦେ ।ଘୁଞ୍ଚୁ ଚିରସଞ୍ଚିତ ଦୈନ୍ୟ ପାପ ଅଭିଶାପ,ଶାନ୍ତିସୁଧା ଶିଶିର ସିଞ୍ଚି ମୁଞ୍ଚ ଶୋକ ତାପ ।ପୂର୍ଣ୍ଣ ପ୍ରେମେ, ପୂର୍ଣ୍ଣ ଆନନ୍ଦେ,ଆସ ହେ ପ୍ରାଣେ ମୋର,ଆସ ହେ ପ୍ରିୟ! ଆସ ହେ ଦେବ !କୋଟି ଭୁବନେଶ୍ୱର !ଧ୍ରୁ – ସର୍ବ ହୃଦୟେ ହର୍ଷେ ଶର୍ମେଅର୍ଚ୍ଚିବି ପାଦ ବେନି,ନେତ୍ର-ନୀର-ସିକ୍ତ ଶୁଭ୍ରପ୍ରୀତି-ପ୍ରସୂନ ଘେନି ।ହେ ନବଘନକାନ୍ତି ସୁନ୍ଦର,ହେ ନନ୍ଦ-ନନ୍ଦନ ସୁମନ-ସୁହାର !ହେ ଅନନ୍ତ ବସନ୍ତ, ଶରତ-ଶୋଭା,ଚାନ୍ଦିନୀ ଚନ୍ଦନ, ତପନ ପ୍ରଭା,କୋଟି-କାଞ୍ଚନ ତାରା-ହାର ଭାସ୍କର !ହେ ଚିର-ଚିନ୍ମୟ ଦେବ,ପରମ ପ୍ରେମମୟ ଶୁଭ,ତବ ପୂଣ୍ୟ ଅମୃତମାଧୁରୀ,ଜୀବନେ ଉଠୁ ଲହରୀ,ହେ ସୁଧାନନ୍ଦ ସାଗର !ଭୈରବୀ – ଏକତାଲାଆଜି କି ମୃଦୁଳେ ମଳୟ ଖେଳୁଛିଦୋଳାଇ ପ୍ରସୂନରାଜି,ହୃଦକୁଞ୍ଜବନେ କା’ ମଞ୍ଜୁ ମୁରଲୀଆକୁଳେ ଉଠଇ ବାଜି ?ସାରା ମରମର ବେଦନା ମଧୁରନିତି ଲୁହଝରା ବିରହବିଧୂର,ଠୁଳେ ଗଲା ସରି କିଏ ଅପସରି,ନେଲା ସତେ ଛାୟାବାଜି!ନ ଆସେ ପରତେ ପାହିଲା କି ସତେ,ମୋ ଦୁଃଖଯାମିନୀ ଫୁଟିଲା ଉଷତେ,ମାନସ-ସାରସ ପ୍ରେମେ ହସ ହସରବି କରେ ମୁଖ ମାଜି ।ମନୋକମଳ କମନୀୟ କାନନେ,ବସିବେ ସେ ମହନୀୟ ମନୋଆସନେ ! ଧ୍ରୁନବୀନ ନିର୍ମ୍ମଳ ବସନ୍ତ ପ୍ରାତେ,ମଲ୍ଲୀବାସିତ ମଳୟ ବାତେ,ଗଗନ-ଅଙ୍ଗନେ ହସିବ ତପନରମ୍ୟ ରକତ କାଞ୍ଚନେ ।ନିବେଦିବି ମୋର ପରାଣଢଳାଭକତି ପ୍ରୀତି ବେଦନାବୋଳା,ଅଶ୍ରୁ ଆକାରେ ମୁକ୍ତା ମାଣିକଝରିବ ପୟର ଚୁମ୍ୱନେ !ବାଜିବ ବିଶ୍ୱ ବଂଶୀ ସ୍ୱରେ,ମରମେ ମରମେ ଗୀତ ଲହରେ,ଝରିବ ଆକାଶୁଁ ସ୍ୱରଗ ସୁଧା,ନିଶାନ୍ତ-ନୀହାର ସଞ୍ଚନେ ।ମିଶ୍ର ଝିଞ୍ଜିଟ୍ - କାଓ୍ୟାଲିଆଜି ରାଜେ ନବ ସାଜେ,ସୁନ୍ଦର ସୁଧା-ଆନନ୍ଦେ,ଉଜ୍ଜ୍ୱଳ ଆଜି ସୂର୍ଯ୍ୟ ଚନ୍ଦ୍ର ତାରା,ନିର୍ମ୍ମଳ ଆଜି ପୁଲକିତ ଧରା,ଚଞ୍ଚଳ ଆଜି ନଦୀ ବନରାଜି,ଫୁଲ କୁସୁମ ସଉରଭେ ସାଜି,ବନ୍ଦେ କାହାର ପଦାରବିନ୍ଦେସୁଧା-ଆନନ୍ଦେ ।୧।ତୋଳେ କୋକିଳ ପଞ୍ଚମେ ତାନ,ଦୋଳେ ସଧୀରେ ଲତା ବିତାନ,ଗୁଞ୍ଜରେ ଅଳି ଫୁଲେ ଫୁଲେ ଢଳି,ସୁଧାକର ଧାରା ଢାଳେ କରମାଳି,ସଞ୍ଚରେ ସମୀର ମନ୍ଦେମନ୍ଦେ, ସୁଧା-ଆନନ୍ଦେ ।୨।କି ଦେଖେ ! ଏ ବିଶ୍ୱ କାହାର ରଚନା,ପରମ ସୁନ୍ଦର କିଏ ସେ ?ଫୁଲେ ଫୁଲେ ଝରିପଡ଼ଇ ମାଧୁରୀକା ପ୍ରେମ ମୋହନ ବିଳାସେ ? ଧ୍ରୁ ।ତରୁତୃଣଲତା ପ୍ରେମବ୍ୟାକୁଳତା,ଉଚ୍ଛଳିତ ନଦୀ ପ୍ରୀତି ତରଳତା,ଶିଶିରେ ଝରେ କି ସ୍ନେହ ଅଶ୍ରୁରାଜି,ହୃଦତାପ ସୂଚେ ମଳୟ ନିଃଶ୍ୱାସ ।ଶଶୀ ସ୍ନିଗ୍ଧ ହାସେ ହସେ କି ଆନନ୍ଦ,ଝରଣା ପ୍ରଣୟ ପୁଲକିତ ଛନ୍ଦ,ମଧୁ ମକରନ୍ଦ ପ୍ରେମପଦ୍ମ ଗନ୍ଧଉଜ୍ଜ୍ୱଳେ ହରଷ ବିଜୁଳି ବିକାଶେ ।ସଖା ! ତୋହରି ମାନସବୀଣାକହ କେଉଁକ୍ଷଣେ ବାଜିଲା ପରାଣେ,ନିମିଷେ ହୋଇଲି କିଣା । ଧ୍ରୁ ।ନିମିଷେ ହୋଇଲି ବଶ ତୋହରି,ଦିଶେ ଦିଶେ ଦିଶେ ରୂପମାଧୁରୀ;ତାରକା ତପନେ, ଗିରି-ଅପଘନେଶଶୀ ସୁମନେଶ ଶୋଭାରେ,ପଲ୍ଲବପାଟକ ପ୍ରଭାରେ,ସରିତଦକ୍ଷେ ବିହଙ୍ଗପକ୍ଷେ,ଧରଣୀ ଶ୍ୟାମଳ ଦିଭାରେ,ଠାବେ ଠାବେ ଦେଖେଁ ମୁରତି,ପରାଣେ ଉଚ୍ଛୁଳେ ପୀରତି,ଦେବତା ମୋର ସର୍ବସୁଖାକରମନୋଜୀବନ କିଣା ।ତୋ ବିନା ମୋ ମନ କାହିଁରେ ତୋଷିବ,ନୀରଦ ବିନା କେ ନୀରେ ଚାତକ ରସିବ ?ଶଶୀ ବିନା ହସିବ କି କୁମୁଦ କି ନୀରେ,ରବି ବିନା ରାଜୀବ କି ବିକଶେ କାସାରେ ?ବିଭାବରୀ ବିନା ତାରା ନଭେ କି ଫୁଟିବ,(ତୋ ବିନା ମୋ ମନ କି ଉଲ୍ଲସି ଉଠିବ ?)ନ ବହିଲେ ମୃଦୁଳେ ମଳୟ ମାରୁତକୋକିଳ ଗାଇବ କାହୁଁ ଲଳିତ ସଙ୍ଗୀତ ?ଶୀତେ ପାଦପ ବପୁ କି ପଲ୍ଲବେ ଶୋଭିବ,(ତୋ ବିନା ମୋ ମନ କି ଉଲ୍ଲସି ଉଠିବ?)ପିପାସା ଶମିବ କି ମରୀଚିକା ନୀରେ,ତମସ ବିନାଶ କାହିଁ ଖଦ୍ୟୋତ ଜ୍ୟୋତିରେ,ପ୍ରାଣବନ୍ଧୁ ବିନା ପ୍ରାଣ ଆଶା କି ପୂରିବ ?ଶାନ୍ତ ସୁନ୍ଦର ଛନ୍ଦେନନ୍ଦେ, ନନ୍ଦେ, ନନ୍ଦେ,ନିଖିଳ ବିଶ୍ୱ ନିବିଡ଼ ଆନନ୍ଦେଚରଣ ବନ୍ଦେ ବନ୍ଦେ ।ଧ୍ରୁ ।ଶତ ଚିତ୍ତ ତରଙ୍ଗିତ ସଙ୍ଗୀତ,ଶତ ଶୁଭ୍ର ସୁମନ ସୁବାସିତ,ଶତ ସରିତ ନୀର ଅମୃତବରଷେ ଶ୍ରୀପଦ ଅରବିନ୍ଦେ ।୧।କୋଟି କନକତାରାମାଳି,କାନ୍ତି କଳାକାର ଭାସ୍କର ଥାଳୀ,ପୂଜା ଅଞ୍ଜଳି ପୟରେ ଢାଳିସ୍ତବ୍ଧ ହୃଦ ନିଷ୍ପନ୍ଦେ ।୨।କାନନ ଗହନ ଗିରିଶ୍ରେଣୀନୀଳ ନୀରଧି ତରଙ୍ଗବେଣୀନୀଳ ନୀରଦ ନୀର ସମ୍ପଦ-ମୁଗ୍ଧ ପରମ ଆନନ୍ଦେ ।୩।ଆଲେୟା – ଏକତାଲାଶରତ ଚାନ୍ଦିନୀ ଗଗନେ ହସୁଛିହରଷେ ମଗନ ମନ,ପ୍ରେମ କୁସୁମ କୁଞ୍ଜେ ମୋହନଫୁଟିଛି ପୂଣ୍ୟ ସୁମନ ।ଗାଏ କୋମଳ ଗୀତ ବିହଙ୍ଗ,ଦୋଳେ ମୃଦୁଳେ କୁମୁଦ ଅଙ୍ଗ,ପ୍ରୀତି-ସୁଗନ୍ଧେ ନନ୍ଦିତଗଗନ ଗଗନ, ପବନ ।ବାଏ କେ ରମ୍ୟ ଲଳିତ ବେଣୁ,ପୁଲକେ ସ୍ତବ୍ଧ ଧରଣୀ ରେଣୁ,ଅଣୁ ପରମାଣୁ ନିଷ୍ପନ୍ଦ,ହଜିଛି ସର୍ବ ଚେତନ ।ତବ ପୂର୍ଣ୍ଣ ମଙ୍ଗଳ ଅଙ୍ଗୁଳି ଚାଳନାତବ କରୁଣାକର ବିଧାନ,ତବ ମହାନ ମଧୁର ରଚନାନିତ୍ୟ ବିଶ୍ୱେ ପ୍ରମାଣ ।ଆକାଶେ ଶଶୀ, ସୂର୍ଯ୍ୟ, ତାରା,ତବ ବିଶାଳ ଆନନ୍ଦଧାରା,ତବ ଦୟାସାଗର ଉଚ୍ଛ୍ୱାସେପ୍ରେମ ସରିତେ ବିକାଶେ,ଶାନ୍ତି ହସେ ସୁମନେ ପ୍ରୀତିବାସ ବିତରେ ଚନ୍ଦନେ,ମୁକ୍ତି ଗାଏ ପବନେ,ଭକ୍ତି ପିକ-ପଞ୍ଚମେ,ମହା ମହିମାରେ ଶୋଭେ ଅନନ୍ତ ବିମାନ ।ହୃଦ-ହିରଣ୍ମୟ-ଆସନେ ବିରାଜ ବ୍ରହ୍ମ ନିଷ୍କଳମ୍,ନୀଳ ଗଗନେ ଆଲୋକ ମେଳା,ନୀଳ ନୀରବେ ଚପଳା ଖେଳା,ଊର୍ମି-ଉଚ୍ଛଳିତ ଅର୍ଣ୍ଣବ-ବେଳା,ତହିଁ ରାଜେ ରୂପ ଚିର ସୁନ୍ଦରମ୍ ।୧।ତାରାମାଳେ ତବ ଜୀବନ-ଜ୍ୟୋତି,ସୂର୍ଯ୍ୟ ଶଶାଙ୍କେ ଆନନ୍ଦ-ଦ୍ୟୋତି,ଶ୍ୟାମ ଦୁର୍ବାଦଳେ ଶିଶିର-ମୋତି,ତହିଁ ଭାତେ ପ୍ରେମ ଶାନ୍ତମନନ୍ତମ୍ ।୨।ମନୋମନ୍ଦିରେ ରମ୍ୟ ମୂରତି,ଚିତ୍ତ-ପୁଲକିତ ମୋହନ ପ୍ରୀତି,ବିଶ୍ୱ-ବିନୋଦ ବୀଣାର ଗୀତିନିତି ବାଜେ ସତ୍ୟମ୍ ଶିବମ୍ ଅଦ୍ୱୈତମ୍ ।୩।ବ୍ୟଥିତ ଚିତ୍ତ ବେଦନାଭାରେଅବସାଦର ଘନ ଅନ୍ଧାରେବହ୍ନି ବିପୁଳ-ଜ୍ୱାଳାମାଳାରେଅଙ୍ଗିତ ଶୁଦ୍ଧମ୍ ଅପାପବିଦ୍ଧମ୍ ।୪।ଆସ ମା ଜନନୀ, ମୋ’ ଦୁଃଖରଜନୀଲଭୁ ଅବସାନ ଅଚିରେଶ୍ରୀମୁଖ କରୁଣା-କନକ-ରବି କିରଣେ ରଚିରେ ।ଅନ୍ଧାର ଅବସାଦେ ଏ ଚିତ୍ତଅବଶ ଶରୀର, ପୀଡ଼ିତ, ବ୍ୟଥିତ,ଆସ ବରାଭୟଦାୟିନୀ,ଶାନ୍ତି-ଶର୍ମ୍ମ-ବାହିନୀ,କାନ୍ଦେ କାତରେ ସନ୍ତାନ ତବଶିର ଅବନତ ମହୀରେ ।(୧)ଆସ ଦୁଆରେ ଆସ ଦୁଆରେଆସ ଚଞ୍ଚଳେ ମା ଗୋ,ଘେନ ଆଦରେ ଘେନ ଆଦରେରିକ୍ତ ଅଞ୍ଚଳେ ମା ଗୋ ।ଆସ ଚମ୍ପାଚହଟ ବରଣେ,ରଙ୍ଗ କମଳ ଚରଣେ,ତବ ସୁନ୍ଦର ସୂର୍ଯ୍ୟ କନକ କିରଣେ,ଉଜ୍ଜଳୁ ନୟନ ଅନଳେ ।ଭାଷ ସାଦରେ, ଭାଷ ସାଦରେଅମୃତଭାଷା କର୍ଣ୍ଣରେ ମୋରମୋହନ ମଧୁର କୋମଳେ ।(୨)ତବ ଶିରୀସମ୍ପଦେ ଆନନ୍ଦମୟୀ ଗୋ,ନବ ବେଶେ ନବ ହସେ ଭୁବନ ରସଇ,ଜାଗେ ଜୀବନ ନବ ସ୍ପନ୍ଦନ,ନବ ଚେତନା ହୃଦୟେ ମୋହର,ଖେଳେ ନବ ଜ୍ୟୋତି ଆଶା କମଳେ ।ପ୍ରାଣଫୁଲ ମୋର ଉଠଇ ଫୁଟି,ପାଦତଳେ ତନୁ ପଡ଼ଇ ଲୋଟି,ଘେନ କୋଳେ ଘେନ କୋଳେ,ଡାକଇ ଆକୁଳେ ମା ଗୋ ।ଆଉ ନ ଧରେଟିଫୁଲ ମନ-ମାଳତୀ-ଲତିକା,ଆଉ ନ ଗାଏ କୋକିଳ, ମୂକ ସାରିକା ।ଧ୍ରୁ ।କାହିଁ ସେ ଚୋରାଧୀର ଦକ୍ଷିଣା ପବନ,ସଞ୍ଜେ ଫୁଟନ୍ତା ମଲ୍ଲୀ ମୋହନ,ବୁଡ଼ିଛି ରବି, କୁସୁମଛବିପଡ଼ିଛି ଝଡ଼ି ଝଡ଼ିକା ।ବସେ ଦୀନ ଦୁଆରେ,ଅନ୍ଧ-ନୟନ-ଅନ୍ଧାରେ,କେହି ନ ଚାହାନ୍ତି ଫେରି,କେହି ନ ଯାଏ ପଚାରି,ବସେ ମୁଖ ପୋତି ମଉନେଲାଜେ ମରି ମରିକା ।ଆଗୋ କି ଗୀତ ଗାଇଲୁ ପିକଚୁତକୁଞ୍ଜେ କଳରୋଳେ,ଉଛୁଳିଲା ମନେ ଅପାର ଆନନ୍ଦ,ତହୁଁ ବଳି ଦୁଃଖଶୋକ,ଦୁଃଖ ବାତାହତ ଦୋଳେ ।(ଆଗୋ) ନବ ବସନ୍ତ ରସିକ !ଭାସେ ମୁଁ ନୟନଜଳେ ।କା’ ମନୋବସନ୍ତ ସୁରଭିଧାମେଗାଆନ୍ତି ମୁଁ ଗାନ ପଞ୍ଚମତାନେ,ତା’ ପ୍ରେମ-କୋମଳ-ବକୁଳ-ମୁକୁଳେନବୀନ ରସାଳ କୁଞ୍ଜେ,ବାନ୍ଧିଥାନ୍ତା ଆଗୋ ଛନ୍ଦିଥାନ୍ତା ମୋତେ,ତା ଚିତ୍ତ-ସଙ୍ଗୀତ ପୁଞ୍ଜେନିତି ନବ ନବ ଲୀଳା ଉଛୁଳି,ପଞ୍ଚପ୍ରାଣ ଘେନି ପ୍ରୀତିବାତୁଳୀଚୁମ୍ୱି ତା କମଳଚରଣର ଧୂଳିତାହାରି କୋମଳ କୋଳେବାନ୍ଧି ମୁଁ ପୁଟୁଳି ଥୁଅନ୍ତି ଆକୁଳେ,କାନ୍ଦଇ ତେଣୁ ନିରୋଳେ ।ବସନ୍ତ ବାହାର- ଏକତାଲାସତେ କି ବସନ୍ତ-ସମୀର ବହୁଛି, ସତେ କି ଫୁଟିଛି ଫୁଲ,ସତେ କି ଚୂତ କୁସୁମକୁଞ୍ଜେ ଶୁଭେ ପିକରୁତ ମଞ୍ଜୁଳ !ଆକାଶରେ ଆଜି ନବ ଜ୍ୟୋତିଧାରା,ନବୀନ ତପନ, ନବ ଚନ୍ଦ୍ରଧାରା,ବନେ ବନେ ଆଜି ନବ ଫୁଲରାଜି,ସୁଧାସୁଖାମୋଦେ ଆକୁଳ ।୧।ନୀଳ ଗଗନ ତଳେନୀଳ ସରସୀ-ଜଳେଆନନ୍ଦର ଶତ ସ୍ରୋତ ଯାଏ ବହି,ସବୁ ସୁଖଭରା ଦିଶଇ କି ମହୀ,ହୃଦବାଜଣାରେ ନବ ସ୍ୱର ଦେଇଗାଇ କେ କରେ ଉତ୍ଫୁଲ ? ୩।ପ୍ରେମ-ହେମ ଘେନି ବେନି ପ୍ରିୟ ପଦ୍ମପୟରେଦେବି ମୁଁ ଦିବସ ନିଶି ଆଶାନନ୍ଦ ହୃଦରେ ।ସତ୍ୟ, ଶାନ୍ତି, କ୍ଷେମ, କ୍ଷମା,ଶୁଭ ସ୍ୱରଗ-ସୁଷମା,ଜାଗିବ ଜୀବନେ ପ୍ରୀତି ଜଗତଜିଣା,ବାଜିବ ବ୍ୟାକୁଳେ ବିଶ୍ୱ-ବିନ୍ଧାଣି ବୀଣା;ଉଠିବ ନାଚି ଚିତ୍ତ-ଚେତନା,ବ୍ୟର୍ଥେ ବୁଡ଼ିବ ହୃଦବେଦନା,ନବ ନିର୍ମଳପୁଣ୍ୟ ପ୍ରେମଛନ୍ଦେବନ୍ଦିବି ଭୁବନେଶ୍ୱରେ ।କୋଟିକନକ କିରଣେ ରବିଫୁଟାଇବ ଫୁଲ ପ୍ରଫୁଲ୍ଲ ଛବି,ଅନନ୍ତ-ବସନ୍ତ-ଲଳିତ-କାନ୍ତି,ହସିବ ହୃଦୟଦେଶରେ,ମଧୁର ମୋହନ ବେଶରେ,ଶତ ଶରତ-ଶଶାଙ୍କ ଶୋଭାଚୁମ୍ୱିବ ଶେଫାଳୀ କୁଞ୍ଜରେ ।କାହିଁକି ରେ ଝୁରୁ ମନ ସେହି ସୁନ୍ଦର ଲାଗି ?କୋଟିକନକ ତାରା ରୂପେ ଆଖି ରହିଛି ଜାଗି ।ଧ୍ରୁ ।ପଥେ ବସାଇ ଯେ ଯାଇଛି,ଗୋପନେ ପ୍ରେମେ ସେ ଚାହିଁଛି,ଦିବସ ନିଶି ତୋ ଅଶ୍ରୁ ଝରୁଛିସେହି ସୁନ୍ଦର ଲାଗି;କାନ୍ତି କମଳ ସୌରଭରୂପେପ୍ରେମ ରହିଛି ଜାଗି ।୧।ଧୂଳିଧୂସର ତନୁଗୋଟି,ପାଦତଳେ ଯିବୁଟି ଲୋଟି,ଚରଣସ୍ପର୍ଶେ ନିବିଡ଼ ହର୍ଷେ ହେବୁ ସରବତ୍ୟାଗୀ,ମଙ୍ଗଳ ଶାନ୍ତି ହରିବ ଶାନ୍ତି ଚିର ଆନନ୍ଦଭାଗୀ ।୨।ପରମ ପ୍ରେମେ ଯିବୁ ମିଶି,ଗାଇ ଗୀତି ଦିବସନିଶିଅନନ୍ତ ମିଳନେ ପ୍ରେମ ନନ୍ଦନେ ଭକ୍ତି ରହିବ ଜାଗି,ମନୋବୀଣାରେ ମୃଦୁ ଝଙ୍କାରେ ସ୍ୱର ରହିବ ଜାଗି ।୩।ମୋହର ବୋଲି ମୁଁ କିଛି ନ ଜାଣଇ,ମୋହର କେ ଅଛି କାହିଁ ଗୋ ?କେଉଁ ଦୂରାକାଶ କ୍ଷୀଣ ତାରକାଟିଅନ୍ଧାରେ ତ ଦେଖିନାହିଁ ଗୋ ।ଅବା ସେହି ମାନ ବଙ୍କିମ ଚନ୍ଦ୍ରମା,ତାମସ ତଳେ ତା ବଢ଼ଇ ସୁଷମା,ଦେଖିବି ଦେଖିବି ଖୋଜି ନ ପାଉଛିସୁଦୂର ଅମ୍ୱର ଚାହିଁ ଗୋ ।୧।ପ୍ରଭୁ ବୋଲି ମୁହିଁ ଡାକି ନ ପାରିଲି,ସେ କିନ୍ତୁ ମୋହରି ପ୍ରଭୁ ହେ,ସଖା ବୋଲି ଆହା କହି ନ ପାରିଲି,ସେ କିନ୍ତୁ ମୋହରି ସବୁ ହେ!କେତେ ଧନ ତା’ର ଅଛି ଗନ୍ତାଘରେ,ସେ ଏକମାଣିକ ମୋ କୋଠଭଣ୍ଡାରେ,ସେ ରତନଦୀପ ମୋ’ ହୃଦମନ୍ଦିରେ,ସେ ମୋହରି ଚିତ୍ତସାଇଁ ହେ ।୨।ଅକାରଣେ ବସେ ଅନାଇଁ ଅନାଇଁକାହାର ଆସିବା ଆଶାରେଯୁଗଯୁଗାନ୍ତର ଗଲାଣି ଆକୁଳେଜଗିଛି ମୁଁ ଦିବାନିଶାରେ ।ହେଲିଣି ମୁଁ ଥକା, ବଢ଼େ ମୋର ଦକା,ଆସିବ ନାହିଁ କି ମୋ ହୃଦୟସଖା ?କଣ୍ଟ କରି ବସି ତଣ୍ଟି ଶୁଖିଲାଣି,ବିଷମବାସନା ତୃଷାରେ ।ସତ୍ୟ, ଶିବ, ନିତ୍ୟ, ସୁନ୍ଦର, ଉଦାର,ତାର କି ଏସନ ପ୍ରେମ ବ୍ୟବହାର ?ପରାଣେ ଜାଳି ସେ ପ୍ରଣୟ ଅନଳଲିଭାଇବ ଦୁଃଖ-ଆସାରେ ?ଛି, ଛି, ଏତ ମୋର ମିଛ ଅବିଶ୍ୱାସ,ପ୍ରଭୁ କି ପରାଣ କରିବେ ନିରାଶ ?ତା ଦତ୍ତ ଜୀବନେ ନାହିଁ ତା କରୁଣା,ବଞ୍ଚିବ ତେବେ କେ ସଂସାରେ ?ଜନନୀ ମୋହର କାହିଁ ?ଦୁର୍ବଳ ପୀଡ଼ିତ ସନ୍ତାନର ଡାକକାନେ କି ପଶିବ ନାହିଁ ? ଧ୍ରୁ ।ମୋ ନାମ ବହି ତୁ ହେବୁ କି କଠୋର,କରୁଣା ଊଣା କି ହେବ ମୋ ଉପର ?ପାପକଳଙ୍କରେ କଳଙ୍କିତ ବୋଲିଯିବ କି ଜୀବନ ମୋହର,ବଞ୍ଚିବି କହ ମୁଁ କା ପଦ୍ମ-ପ୍ରସୂନ-ପ୍ରସନ୍ନବଦନ ଚାହିଁ ?୧।ସାରା ଶରୀରଟି ଧୂଳିରେ ମଳିନ,ପୋଛିବ କି ହେଲେ ଶ୍ରୀକର-ନଳିନ ?ଘୃଣା କରିବୁ କି ଛୁଇଁବାକୁ ମାତଃ,ଚିତ୍ତେ ଦୋ ଦହିବ ଦହନ ।ତୋ କୋଳେ ମା ଆଗୋ ନାହିଁ ଯହିଁ ସ୍ଥାନଦେବୁ ତୋ ଚରଣ ଛାଇ ।୨।କାହୁଁ ପାଇବି କନକଦୀପ, ଜୀବନଦୀପ ଜାଳିଛି,କାହୁଁ ପାଇବି ଅରଘ ଚନ୍ଦନ, ଅଶ୍ରୁ ଶୋଣିତ ଜାଳିଛି ।ନ ଜାଣେ ତନ୍ତ୍ର ମନ୍ତ୍ର କଥା,ଗାଇଯିବି ମୋର ଜୀବନ ବ୍ୟଥା,ସାରା ଦିନରାତି ଯେ ହୃଦ ଆରତି,ଯେତେ ମୁଁ ଗୋପନେ ଜାଳିଛି ।କେତେ ପଦବଳୀ ସହିଛି ନୀରବେ,କେତେ ଚାହିଁଛନ୍ତି ଅବଜ୍ଞା ଗରବେ,କହିବି ତା’ ଆଗେ, ଶୁଣିବ ସରାଗେ,ମୋ’ କାନ୍ଦଣା ମନେ ଭାଳିଛି ।ବହୁ ବରଷ ଭିକାରୀ ବେଶବସିଛି ଦୁଆର ପାଶେ,ଆକୁଳେ ବ୍ୟାକୁଳେ ଗଣେ ଦିନରାତିତାହାରି ମିଳନ ଆଶେ ।ହେବ ବା ନ ହେବ ଦେଖା ଏ ଜନମେ,କାନ୍ଦି ଚାଲିଯିବି ମରମେ ମରମେ,ନ ଜାଣେ ମୁଁ କିଛି, ମିଛେ ପ୍ରେମ ସଞ୍ଚିଫୁଟାଏ ପାଷାଣ ନିଃଶ୍ୱାସେ ।ନାନା ମୁନିଙ୍କର ନାନା ମତ କଥା,ନାନା ପଣ୍ଡିତଙ୍କ ନବ ନବ ପନ୍ଥା,ମୁଁ ଯିବି କାହିଁରେ ସେ ରାଜା ନାହିଁ ରେ,ବୁଡ଼େଁ ମୁ ଭୀଷଣ ନିରାଶେ ।ଚାହିଁଲାବେଳକୁ ଅନ୍ତର ଭିତରେ,ଅସ୍ପଷ୍ଟ ଆକାର କା’ ରୂପ ସୁନ୍ଦର,କ୍ଷଣେ ପ୍ରତିଫଳେ ନେତ୍ର ବେନି ଝଳେ,ଚମକେ ମୋ ଚିତ୍ତ ଉଲ୍ଲାସେସେ କି ଏକା ମୋର ପରାଣର ଧନ,ହରିବେ କି ମୋର ବ୍ୟଥିତ ରୋଦନ,କହିବି କିପରି, ରହିଚି ମୁଁ ମରି,ବଞ୍ଚିଛି କେବଳ ବିଶ୍ୱାସେ ।କିପାଁ କାନ୍ଦେ ଅବିଶ୍ୱାସେଦିନ ଯାମିନୀ,ଲୋତକ-କଳଙ୍କେ ଲେପିପରମ ପୂଣ୍ୟ ମେଦିନୀ ?ସଫଳ ନ ହେଲା ମୋର ବାସନାରାଶି,ମୋ ତୀବ୍ର କାମନା ମୋତେ ପକାଏ ଗ୍ରାସି,ପାଞ୍ଚେ ଯାହା ମନେ ମନେନ ପାଏ ତା’କ୍ଷଣେ କ୍ଷଣେ,କହେ କି ନିଷ୍ଠୁର ଏଡ଼େ ବିଶ୍ୱବିନ୍ଧାଣି !ତିଳେକ ବହିଣ ଜ୍ଞାନସରବେ ମଣେଁ ମୁଁ ସାନ,ସାରେ ମୋତେ ମୋ’ ଗୁମାନ,ନ ବୁଝେଁ ମୁଁ କ୍ଷୁଦ୍ର ପ୍ରାଣୀ ।ଅଭିଯୋଗ ବିନା ନାହିଁ କି ଚରଣେଆଉ କିଛି ଆନ କଥା ହେ,ବିପୁଳ କରୁଣା ଊଣା ନ ହେଉଣୁଉଛୁଳି ପଡ଼ିଲା ବ୍ୟଥା ହେ !ଖାଲି ନୟନରୁ ବୁହାଇଲି ଧାରା,କଳଙ୍କେ ଲେପିଲି ନିରମଳ ଧରା;କାନ୍ଦି ମିଛେ ମିଛେ ସଞ୍ଚିଲି ଯାତନା,ଭୁଲିଲି ଆନନ୍ଦ ସୁନ୍ଦର ସାଧନା,ଦୁଃଖ ମୁଁ ରଖିଲି ଗଚ୍ଛି,ସୁଖକୁ ଦୂରରୁ ଜୁହାର କରିଣହୃଦାନଳେ ଦହୁଅଛି ।ଏ ତ ନ ଥିଲା ଆଗରୁ ଜଣା,କୃପାରେ କଠୋର ହୁଏନାହିଁ କେହି,ଶରଧାରେ ଦିଏ ଯନ୍ତ୍ରଣା ।ଧ୍ରୁ ।କତି କତି ଆସି କେ ପଳାଏ ଦୂରେ,କନ୍ଦାଏ ପରାଣ ପ୍ରଣୟବିଧୁରେ,ବିଷ ପୀୟୁଷରେ ପରଶେ କେ କାହିଁବଢ଼ାଇ ମରଣ ଯାତନା ? ।୧।ଯେତେ ପଛେ ପଛେ ଧାଇଁଗଲେ ତା’ର,ଲଙ୍ଘିଲେ କାନନ ଗିରି ପାରାବାର,ଯୁଗ ଯୁଗାନ୍ତର ଲୋକଲୋକାନ୍ତର,କରୁଥିଲେ ଶତ ସାଧନା ।୨।ମିଶି ପ୍ରାଣେ ପ୍ରାଣେ ନ ଦିଏ ସେ ଧରା,କ୍ଷଣେ ଅତି କତି, କ୍ଷଣେ ଦୂରେ ପରା,କ୍ଷଣେ ମୃଦୁଭାଷେ ହୃଦୟ ଆଶ୍ୱାସେ,ପରକ୍ଷଣେ ଦିଏ ବେଦନା ।୩।ଗଜମୁକୁତା ଲଭି କେପକାଏ କାଇଁଚ ଭ୍ରମେ,ପିତ୍ତଳ ଆଦରି କେ’ବାନ ରସେ ଦିବ୍ୟ କାଞ୍ଚନେ ?ଲଭି ମୁଁ ମାଣିକ ସାରେଦେବି କି ଫିଙ୍ଗି ବାହାରେ,କାନ୍ଦିବି ବସି ଦୁଆରେହଜାଇ ଗଣ୍ଠି-ରତନେ ?ବେଳ ଥାଉଁ ଥାଉଁ ସଞ୍ଚିଯତନେ ପକାଇ କୁଞ୍ଚିରଖିବି ମୋ’ ପୁଞ୍ଜିଧନସଙ୍ଖାଳି ଚିର ଜୀବନେ ।ଶୁଖିଗଲା, ଶୁଖିଯାଉ ମନଫୁଲଟି !ଅମୃତ-ଉଦ୍ୟାନେ ଦିନେ ସେ ଫୁଟିବଟି ।ଯାତନା ଦୁଃଖ ଦହନ, ହରିଛି ବାସ ମୋହନ,ଚିତ୍ତ-ତାପ-ତପନେ ଶୁଖିଛି ଦଳଟି,ସତେଜ ହେବ ସେ ଦିନେ ସୁଧା ସଳିଳ ସିଞ୍ଚନେ,ତା ମଞ୍ଜୁ ନିକୁଞ୍ଜବନେ ହସିବ ଫୁଟି,ବାସେ ଚହଟି ।ଶୁଖିଗଲା, ଶୁଖିଯାଉ ହୃଦ-ପଦ୍ମଟି,ପୀୟୁଷ କାସାରେ ଦିନେ ସେ ଫୁଟିବଟି,ନିବିଡ଼ ଲାଜ-କୁହୁଡ଼ି- ଅନ୍ଧାରେ ମରିଛି ବୁଡ଼ି,ଅପମାନ-ହିମେ ହେଲା ହତଶିରୀଟି;ହସିବ ସୁଆଗେ ଦିନେ ତା ରମ୍ୟ ରବି କିରଣେତା ପ୍ରୀତି-ପଙ୍କଜବନେ ଶୋଭିତ ଫୁଟି,ସୁବାସେ ଲୋଟି ।ପିଲୁବାରୋଆଁ – ଏକତାଲାକେବେ ହେବ ମମ ସଫଳ ଜୀବନମଧୁର ମଙ୍ଗଳ ମିଳନେ,ଭବାର୍ଣ୍ଣବ ତୀରେ ବସିଛି ଉଦାସୀ(ଚାହିଁ) ସାନ୍ଧ୍ୟ ଧୂସର ଗଗନେ ।ଧ୍ରୁ ।ସେ ପାରିରେ କେବେ ଶୁଭ ନବ ପ୍ରାତହରିବ ଅନ୍ତରବ୍ୟଥା ମୋ ଅନନ୍ତ,ନବ ଜଗତେ ମୁଁ ନବକର୍ମ୍ମେ ଜାତତେଜିବି ମଳିନ ବସନେ ।୧।ନବ ସ୍ୱରେ ଗୀତ ଗାଇବ ରସନା,ଆସିବ ଆନନ୍ଦ, ନବ ଉନ୍ମାଦନା,ବୁଡ଼ିବ ବାସନା, ଛଳନା, ବେଦନାସୁଧା ପ୍ରେମସିନ୍ଧୁ ମଗନେ ।୨।ପିଲୁବାରୋଆଁ – ଏକତାଲାକେଉଁ ଦୂରାନ୍ତର ରାଇଜେ ମୋ ଘରମୁଁ ପରା ସୁଦୂର ପିପାସୀ,ଜୀବନ-ସଞ୍ଚେ ନବୀନ ପ୍ରଭାତହସିବ ସୁରସେ ଉଲ୍ଳାସୀ ।ଧ୍ରୁ ।ପରାଣେ ବାଜିବ ମଧୁର ବାଜଣା,ଜୀବ ଅପସରି ଭବ-ଛଳନା,ତନୁ ତେଜି ନବ ତେଜେ ସଞ୍ଜୀବିତହୃଦ କୋକନଦ ବିକାଶି ।୧।ଏ ପାରିର କେତେ କ୍ଷୁଦ୍ର ଦିନ !କିପାଁ କାନ୍ଦି ହେବ ଏ ଦେହ କ୍ଷୀଣ ?କରିବି କରମ, କରମେ ମୁକତି,କରମେ ମୋ’ ଦୁଃଖ ବିନାଶି ।୨।ଜାଳିଛି ଯେ ମୋର ଜୀବନଜ୍ୟୋତି,ଦିନୁ ଦିନୁ ତାର ବଢ଼ାଇବ ଦ୍ୟୋତି,ସରିବ ସଂସାର, ଉଠିବି ଭଚ୍ଚେ ମୁଁଅନନ୍ତେ ଅନନ୍ତ ବିଳାସୀ ।୩।ରାଜେ ରୁଚିରେ,ଭବବାରିଧି ପରପାର ତୀରେ,ପରମ ପବିତ୍ର ପୁରୀ ପ୍ରେମ ଭାତିରେ !ଜିଣି ଜ୍ୟୋତି-କୋଟିକନକ ତାରା,ଜିଣି ନିର୍ମ୍ମଳ ରକତ ଧାରା,ଶତ ଅମୃତ ଝରଣା –ଝରେ ଜୀବନ ମନୋମୋହନଶ୍ରୁତ-ସୁବାସ-କୁସୁମ କାନ୍ତିରେ !ବାଜେ ଶତ ମୁରଲୀ ମଧୁରେଜିଣି କୋଟି କୋକିଳ କଳଗିରେ,ଉଛୁଳେ ଗୀତ ଲଳିତ,ବହେ ପୁଲକ ନଭୋଭୂଲୋକଭାସେ ମଙ୍ଗଳ ଆନନ୍ଦ ଶାନ୍ତିରେକାହିଁ ଗଲେ ହେବ ଯାତନାର ଶେଷ,କାହିଁ ସେ ଆନନ୍ଦଧାମ,ଅଶ୍ରୁ, ତୁଚ୍ଛା ଅଶ୍ରୁ ଝରେ ଝର ଝରମର୍ମ୍ମ ଦହି ଅବିରାମ !ନିତି ଭ୍ରମି ଭ୍ରମି ଆଶାଦଗ୍ଧ ପ୍ରାଣେଭୁଲେ ମୁଁ ବିଷାଦେ ପରମ ପ୍ରାମାଣେ,ଅନ୍ଧ ମୋ’ ନୟନ, ଜଡ଼ ମୋ’ ଜୀବନ,ନୀତି ତୀବ୍ର ଅଭିମାନ ।୧।କିମ୍ପା ଏ ଯନ୍ତ୍ରଣା, କିମ୍ପା ଏ କାନ୍ଦଣା,ଜୀବନ କି ମୋର ଅସାର ଖେଳନା ?ଧୂଳିଗଢ଼ା ପିଣ୍ଡ ହେବ ଖଣ୍ଡ ଖଣ୍ଡ,ପଞ୍ଚଭୂତେ ଅବସାନ ।୨।ଶିଖାଅ ହେ ମୋତେ ତବ ପୁଣ୍ୟାଦେଶ,ତବ ପ୍ରେମପଥ କର ହେ ନିର୍ଦ୍ଦେଶ,କେବେ ପୂଣ୍ୟପଦ ହୃଦ-କୋକନଦେସ୍ଥାପି ଲଭିବି ବିଶ୍ରାମ ।୩।ମିଳିବା ସକଳେ ଆନନ୍ଦ ମନେସେହି ଉଜ୍ଜ୍ୱଳ ଭୁବନେ ।ସକଳ ଭଗିନୀ, ସକଳ ଭ୍ରାତାପ୍ରେମାଲୋକେ ଆମେ କରୁଛୁଁ ଯାତ୍ରାନିତ୍ୟ ମଙ୍ଗଳ-ସଦନେ ।ମାତିବା ଯହିଁ ମଙ୍ଗଳ ଗାନେ,ନବୀନ ଜୀବନ ମୋତେ ତାନେଅନନ୍ତ ଅମୃତ ଯୌବନେ ।ଫୁଟିବ ମାନସକୁସୁମ-କଳିଆଲୋକେ, ପୁଲକେ, ଝଲକେ ଝଳିସେହି ଆନନ୍ଦ-ନନ୍ଦନେ ।ଆଜି ଆସିଛନ୍ତି ପ୍ରାଣସାଇଁ,ହୃଦୟେ ମୋହର ଆକୁଳ ପିଆସାକେହି କେବେ ବୁଝିନାହିଁ ।ଧ୍ରୁ ।କେତେ ଦେଶେ ଦେଶେ ବୁଲି ଖୋଜି,ପରାଣର ଧନ ଗଲେ କି ହଜି,କି ସୁଖରେ ମଜ୍ଜି ଦେଲି କି ଗୋ ତେଜି,ଏବେ ବସି ଭାବୁଥାଇଁ ।୧।କେତେ ନୟନୁଁ ବହିଛି ଧାର,କେତେ ହୃଦୟେପଡ଼ିଛି ଗାର,ବଡ଼ ଉଦାସେ ବୁଲେ ସାରାବିଶ୍ୱେ,ସେ ଧନ ମିଳଇ ନା ।୨।ଏତେ ଦିନେ ଆଜି ପ୍ରସନ୍ନ ବେଶେଆସିଛି କୁଟୀର ଦୁଆରେ ଶେଷେ,ପାଦ ଧରି ଡାକେ, ଆସ ଦୟାମୟ,ବସିଛି ମୁଁ ପଥ ଚାହିଁ ।୩।ପ୍ରଭୁ, ମୋର ବୁଡ଼ିଲା ଭେଳା,ନ କର ହେଳା ।ଆରତେ ଡାକୁଛି ପାଦେ, ନାହିଁ ତ ବେଳା ।ଧ୍ରୁ ।ନିଜ ବୁଦ୍ଧିରେ ଭରସି,ଦଦରା ବୋଇତେ ବସି,ନିଜ ଅହମିକା ଘେନି ଯାଉଛି ସରି,କୃପା କର କୃପାକାରୀ, ଶୁଣ ଆରତ ଗୁହାରି,ନ ଶୁଣିଲେ ଗ୍ରାସିବ ଏ ତରଙ୍ଗମେଳା ।ହେ ଭବସିନ୍ଧୁ କାଣ୍ଡାରିଦିଅ ତବ ପାଦତରୀ,ହେଉ ଏ ଅଧମ ପାରି, ଜୀବନ ଧରି;ଯଦି ସାଗରେ ବୁଡ଼ିଲି, କିମ୍ପା ଛାମୁରେ ଡାକିଲି,ଜାଣେ ଦୟାମୟ ହରି, ତାର ଏ ବେଳା ।୨।ଆରତ ଅନାଥ ନାଥ,ରକତବତ୍ସଳ ତାତ,ଉଦ୍ଧାର ଉଦ୍ଧାର ପ୍ରଭୁ, ବଢ଼ାଇ ହାତ,ମୁଁ ହୀନ, ଦୋଷ ନ ଧର,ଅଧମେ ରୋଷ ନ କର,ମୁଁ ପରା ଛାମୁ କିଙ୍କର ମାଟିର ଟେକା ।କେଡ଼େ ସୁଧାମୟ ଭକତ-ହୃଦୟ-ରଞ୍ଜନ ସେ ପ୍ରଭୁ ନାମ,ଡାକି ପ୍ରେମମୟେ ଆକୁଳ ହୃଦୟେପୁର୍ଣ୍ଣ ମୋର ମନସ୍କାମ ।ଶୁଣିଲେ ସେ ନାମ ବାଜିଉଠେ ମମ,ହୃଦୟର ତନ୍ତ୍ରୀ ତାନ,ଭୁଲିଯାଏ ଦୁଃଖ, ଭୁଲିଯାଏ ଶୋକ,ଲଭେ ଶାନ୍ତି ମନପ୍ରାଣ ।୧।ସଂସାରକାରାରେ ପଡ଼ି ମୋ’ ଅନ୍ତରେନିତି ଜଳେ ହୁତାଶନ,ଶୁଣିଲେ ସେ ନାମ ଦଗଧ ପରାଣ-ଦାହ ହୁଏ ଉପଶମ ।୨।ପ୍ରେମ ଛଳ ଛଳ ଲୋଚନାଯୁଗଳଅଶ୍ରୁ କରେ ବରଷଣ,ଅଧର ମୋହର ଭୁଲିଯାଏ ଗିର,ସ୍ତବଧ ହୃଦ-ସ୍ପନ୍ଦନ ।୩।ଶିରାରେ ଶିରାରେ ସଞ୍ଚରେ ଶକତି,ବିକଶିତ ହୁଏ ଜ୍ଞାନ,ଦେଖେଁ ସାରା ସୃଷ୍ଟି ମଙ୍ଗଳମୟଜୟ କରୁଛନ୍ତି ଗାନ ।୪।ହେ ମନୋମୋହନ ଚିତ୍ତବିନୋଦନପ୍ରେମ ଘନଶ୍ୟାମ ହେ,ମଙ୍ଗଳ ମୁରଲୀ ବାଜୁ ଅବିରଳ ହୃଦଅଭିରାମ ହେ ।(ରାଜେ ପାଦତଳେ-)ବିଶ୍ୱ ଶତଦଳ ଅରୁଣ ଉଜ୍ୱଳ-ହେମରଶ୍ମି ଦାମ ହେ,ସତ୍ୟ ସନାତନ ଶାନ୍ତି ନିକେତନ ପରଂବ୍ରହ୍ମ ନାମ ହେ ।୧।(ବାଜେ ବଂଶୀସ୍ୱରେ-)ଚିର ଶିବ ଚିର ସୁନ୍ଦର ମଧୁରବୁଦ୍ଧ ଶୁଦ୍ଧ ଜ୍ଞାନ ହେ,କୋଟି ବିଶ୍ୱ-ବାସୀ ହୃଦ ଅଭିଳାଷପୂର୍ଣ୍ଣ ପ୍ରାଣାରାମ ହେ ।୨।(ସାଜେ ଶୋଭାମୟ)ମାନସ-ତିମିର ପବିତ୍ର ମିହିରଶୁଭ ପ୍ରଭାବାନ ହେ,ଚିର ପ୍ରିୟତମ ସୁଦୃଢ଼ ସୃଜନ କ୍ଷେମ-କ୍ଷମାଧାମ ହେ ।(ସାଜେ ଶୋଭାମୟ)ନିଖିଳରଞ୍ଜନ କଳୁଷଭଞ୍ଜନ କରୁଣାନିଧାନ ହେ,ଶୁଭ୍ର ନିରଞ୍ଜନ ହୃଦୟବନ୍ଦନନନ୍ଦନମହୀନ ହେ ।୪।ବାଜ ବାଜ ବିଶ୍ୱବୀଣା ଅମୃତ ଗୀତବାହିନୀ,ରାଜ ରାଜ ହୃଦପଦ୍ମେ ବିଦ୍ୟାନନ୍ଦ ଦାୟିନୀ,ଜନମମୋହିନୀଜନନୀ, ଜନନୀ ।ଧ୍ରୁ ।ବାଣୀ ବୀଣାପାଣି ଶୁଭସ୍ୟନ୍ଦିନୀ,ଆସ ଶୁଭମନ୍ତ୍ର ପ୍ରଦାୟିନୀ-ଜନନୀ, ଜନନୀ ।୧।ଆସ କ୍ଷେମ କ୍ଷମା ଶାନ୍ତି ସୁଷମା,ସ୍ନେହଶୋଭନା ଶ୍ୱେତବସନା,ପ୍ରେମପୂତ ଛନ୍ଦେ ବିଶ୍ୱନନ୍ଦେ-ଜନନୀ ଜନନୀ ।୨।ବିଶ୍ୱସୁଖ-ସାଧନୀ ଜନନୀ, ଜନନୀ !ପ୍ରଭୁ ପ୍ରାଣବଲ୍ଲଭ ପ୍ରିୟ ହେଶୁଭ ଆନନ୍ଦମୟ,(ପ୍ରଭୁ ହେ)ରସିଛି ଶ୍ରୀପଦେ ନବ ଅନୁରାଗେଢାଳି ଦେହ ଆତ୍ମା ହୃଦୟ ହେ,ଚିର ମଙ୍ଗଳମୟ,ପରାଣ-ପଲ୍ଲବେ ପ୍ରେମଫୁଲାସବେମିଶାଇଛି ଅଶ୍ରୁ ଅମୀୟ ହେ ।ଘେନ କରୁଣାମୟତବ ମନୋହର ପୟରପୁଷ୍କରପୂଜେ ଆଜି ପ୍ରେମଆଳୟ ହେ ।ହେ ସୁନ୍ଦର ମନୋହରପରମେଶ୍ୱର !ହୃଦୟମନ୍ଦିରେ ମମପାର ତବ ପ୍ରେମାସନ,ବିରାଜ ଦିବସନିଶି ହେ ପ୍ରେମାକର ।୧।ତୁମେ ମୋ ପରମପଦ,ତୁମେ ମୋ’ ବିଶ୍ୱସମ୍ପଦ,ତୁମେ ମୋ’ ସାଧନ ଧନ, ମୁକ୍ତି ମୋହର,ତୁମେ ମୋ’ ଶାନ୍ତି ଶକତି,ହରଷ, ବିଶ୍ୱାସ, ଆଶା ପୂର୍ଣ୍ଣ ସାଗର ।(ପିଲ୍ଲୁ ପୋସ୍ତା)ଆସୁ ଦୁଃଖ ଦୈନ୍ୟରାଶି ତୁମରି ନାମ ପ୍ରଚାରେ,ସହିବ ଆନନ୍ଦେ ତାହା ସେବକ ତବ ସଂସାରେ ।ଆସୁ ବିପଦ, ଲାଞ୍ଚନା, ଗଞ୍ଜନା, ମର୍ମ୍ମଯାତନା,କୋଟି କ୍ଳେଶ, ଶ୍ଳେଷ, ଶାନ୍ତି, କାନ୍ଦଣା ନିତି ଅନ୍ଧାରେ ।ତେଜନ୍ତୁ ସର୍ବ ଆତ୍ମୀୟ, କତିରେ ରୁହ ହେ ପ୍ରିୟ,ତୋଷ ଦେଇ ପ୍ରେମସୁଧା, ସିଞ୍ଚ କରୁଣା ଆସାରେ ।ଜଳିଦ ଯେବେ ମୋ’ ହିଆ, ହୋଇବ ତେତିକି ଠିଆ-ଦୁର୍ବଳ ଚରଣ ମୋର, ତବ ଅପାର କୃପାରେତୁମ ନାମ ଧର୍ମ୍ମ ଲାଗି ହେବି ମୁଁ ସର୍ବସ୍ୱତ୍ୟାଗୀ,ଅନ୍ତିମେ ହୋଇବି ଭାଗୀ ତୁମରି ପ୍ରେମ ଦୟାରେ ।ଇମନ୍ କଲ୍ୟାଣ – କାଓ୍ୟାଲିପରାଣବୀଣାରେ ଜାଗେ ଆଜି ସ୍ୱରକାହାର ଅଭୟବାଣୀ,ଲୁହ ଝର ଝର ଆଖିପତା ଭାରସମ୍ଭାଳି ନ ପାରେ ପାଣି । ଧ୍ରୁ ।(ଅସ୍ଥାୟୀ)ଆନନ୍ଦ ମୂର୍ଚ୍ଛନା ଆନନ୍ଦ ସଙ୍ଗୀତ,ଶୁଣେ ଆଜି ମୁଗ୍ଧ ସ୍ତବ୍ଧ ଭୀତ ଚିତ୍ତ,ଦୂରେ ଯିବ ପାପ ଜଞ୍ଜାଳ ଯନ୍ତ୍ରଣାଶୁଣ ଶୁଣ ସର୍ବପ୍ରାଣୀ ।୧।ମଙ୍ଗଳମୟ ମଙ୍ଗଳ ପରଶେନାଚିବ ଏ ବିଶ୍ୱ ଅନ୍ତର ହରଷେ,ଯିବ ଅବସାଦ, ଘୁଞ୍ଚିବ ବିଷାଦ,ପାପ ତାପ ଦୁଃଖ ଗ୍ଳାନି ।୨।ଅମୃତ ଉତ୍ସବେ ଆସ ନରନାରୀ,ଦୁଃଖ ଦୈନ୍ୟ ଜ୍ୱାଳା ନ ରହୁ କାହାରି,ଶୁଭେ ଶଙ୍ଖସ୍ୱନ ବିଶ୍ୱସମ୍ମିଳନନବ ଆଶା ଦିଏ ଆଣି ।୩।ଆଉ ନ ରହିବ ଜଡ଼ତା ଆଳସ୍ୟ,କ୍ରୋଧ ହିଂସା ଦ୍ୱେଷ ଦୁଃଖ ନୈରାଶ୍ୟ,ଏକ ପିତା ତବ ହେ ବିଶ୍ୱମାନବପାରିବ ଅନ୍ତରେ ଜାଣି ।୪।ଅସାର ନୁହେଁ ସଂସାରମିଛ ମାୟାର ଛାୟାବାଜି,ଅଛି ପରମ କାରଣଅଣୁରେ ଅଣୁରେ ବିରାଜି ।ନୁହେଁ ଏ ଛଳନା ପ୍ରବଞ୍ଚନା,ଅଳୀକ ଭବମାୟା ଖେଳନା,ଏ କୃପାମୟର ରାଜ୍ୟ ପୂରିଛିବିବିଧ ଆନନ୍ଦରାଜି ।୧।ଅନ୍ତରେ ଆଲୋକ ଯାଏ ଦିଶି,ନୁହେ ଏ କେବଳ ଚିତ୍ତ ନିଶି,ଦେଖ ଅମୃତ ଅରୁଣୋଦୟନେତ୍ର ନିଦ୍ରାଜଡ଼ତା ଭଜି ।୨।ଏ ପୂଣ୍ୟ କରମ ରମ୍ୟ ଧାମ,ଅଳସର ଏଥି ନାହିଁ ସ୍ଥାନ,ଉଠ ଉଠ ଆନନ୍ଦ ବିଶ୍ୱାସେ ବିଶ୍ୱବାସୀକରମ ବେଶେ ସାଜି ।୩।ଦୂରେ ଯିବ ଦଳାଦଳି, ହିଂସା ଦ୍ୱେଷ,ଜୀବନେ ଜାଗିବେ ଯେବେ ସେ ପରମେଶ,ଜଗତର ମୂଳାଧାର ।ଧ୍ରୁ ।ଭାଇ ଭାଇ କାହିଁପାଇଁ ଭିନ୍ନଭାବ ମନେ ବହିଅସାର ସ୍ୱାର୍ଥ ସାଧନେ ହେଉଛି ଦହି ?ଏକ ପିତା ଏକ ପ୍ରଭୁ, ଏକ ଧର୍ମଶାସ୍ତ୍ର ସବୁ,ଭିନ୍ନ ଭିନ୍ନ ରୂପ ପାଇଁ,ଏତେ ଅନର୍ଥ ଅହଙ୍କାର !ଏ ବିଶାଳ ବିଶ୍ୱେ କେହି ନିଜ ଲାଗି ଜନ୍ମିନାହିଁ,ଅଛି ମହତ ଉଦ୍ଦେଶ୍ୟ ମାନବ ପାଇଁ,ଏକ ପ୍ରେମ, ଏକ ମାୟା, ଏକ ରକ୍ତ, ଏକ କାୟାଭିନ୍ନ ଭିନ୍ନ ରୂପ ପାଇଁଏତେ ଅନର୍ଥ ଅବିଚାର !ଅଳପ ଦିନ ଲାଗି, ପ୍ରେମେ ଜୀବନ ବିତିଯାଉ,ହଣାହଣି ମରାମରି ଶୁଣା ନ ଯାଉ,ଏକ ଆତ୍ମା, ଏକ ଆଶାଏକ ଆକାଙ୍କ୍ଷାର ଭାଷା,ଭିନ୍ନ ଭିନ୍ନ ରୂପ ପାଇଁଏଡ଼େ ଅନର୍ଥ, ଏ ଚିତ୍କାର !ସଖା ହେ! ଆଜି କିମ୍ପା ଉଦାସକହ ମୋ’ ପ୍ରାଣଟି କିପାଁ ନିରାଶ ? ଧ୍ରୁ ।କାହିଁ ଥିଲ ଦୂରେ ଦୂର ସ୍ୱରଗରେ ଥିଲି ମୁଁମହୀରେ ଶତ ଅନ୍ତରେ,ଆସି ମୋର ପାଶେ ଟାଣିନେଲେ ପାଶେ,ବାନ୍ଧିଦେଲ ତବ ପ୍ରେମର ପାଶ ।୧।ସତେ କି ନିଷ୍ଠୁର କର ମୋତେ ଦୂର,ପ୍ରାଣ କରି ଜୂର ପ୍ରେମବିଧୁର,ଝରେ ଘନ ଘନ ମୋ’ ବେନି ନୟନ,ଅବଶ ପରାଣେ କି ଅବିଶ୍ୱାସ ।୨।ନ ମାନେ ପ୍ରବୋଧ ମୋ ମନ ଅବୋଧ,ଘୋର ଅବସାଦ ଚିତ୍ତ ବିଷାଦ,ଏ ଚିତ୍ତ ଯାତନା, ଏ ପ୍ରାଣ କାନ୍ଦଣାକହ ଆଜି ସଖା କାହା ସକାଶ ? ।୩।ଯେ ଦୀନ ଜୀବନ ସହଜ ହେବ ରେନଥିବ ଏ କାରା ବନ୍ଧନ,ଆପଣା ଗୋଡ଼ରେ ଚାଲିବି ମୁଁ ବାଟ,ଚାହିଁବି ମେଲି ମୋ ଲୋଚନ,ପ୍ରାଣ ଭିତରେ ମୋ’ କେତେ କେତେ କଥା,ଲଭିବ ଆନନ୍ଦ ଚିର ସଫଳତା,ଭାଙ୍ଗିବି ବାଧା- ବିପଦର ବନ୍ଧ,କାଟି ପକାଇବି ବାଡ଼,ଝମଝାଳେ ଦେହ- ଗୋଟାକ ବୁଡ଼ିବ,ଦୃଢ଼ ହୋଇବ ମୋ ହାଡ଼,ନଥିବ ଏ ଘନ କୁସଂସ୍କାରରାଶି,ଅସ୍ଥି ମଜ୍ଜା ଯାହା ପକାଇଛି ଗ୍ରାସି,ଶତ ଶାସ୍ତ୍ର ଫାଶ ଫିଟାଇବି ହେଳେ,ଜଡ଼ତା ଛାଡ଼ିବ ତନୁ,ଅକାରଣ ଭୟ ଦକା ଅବିଶ୍ୱାସଦେଖ କ୍ଳେଶ ଯିବ ମନୁଁ;ଆସିବେ ପରାଣେ ପରମଈଶ୍ୱର,ଆନନ୍ଦେ ହୋଇବି ପୟର କିଙ୍କର,ଚିରଦିନର ମୋ ଲୁହଝରାଟିକପାଦେ ଦେବି ମୁଁ ଅଜାଡ଼ି,ଯେତେ ପ୍ରୀତି ପ୍ରାଣେ ସଞ୍ଚିଛି ଯତନେ,ପୂଜା ଲାଗି ଦେବି ସଜାଡ଼ି ।ଅନନ୍ତ ବସ୍ତାର ମହାକାଶ ତଳେ,ସ୍ୱାଧିନ କରମ ସାଧି ଆତ୍ମବଳେ,ସାରା ଜଗତକୁ ଭାଇ ଭାଇ ବୋଲିକୋଳେ ଘେନିବି ଆଦରେ,ପରସ୍ପର ଦୋଷ ତ୍ରୁଟି ନ ଧରିଣକ୍ଷମିବି ମୁଁ ପରସ୍ପରେ;ଆନ ଦୁଃଖେ ଦୁଃଖୀ, ଆନ ସୁଖେ ସୁଖୀ,ଇଚ୍ଛା ହେବ ସଦା ଆନ ହିତ ସୁଖୀ,ଆପଣାର ଲାଗି ହେବି ସର୍ବତ୍ୟାଗୀ,ଆନ ଆନନ୍ଦେ ଆନନ୍ଦ,ସ୍ୱାର୍ଥ ଜଞ୍ଜାଳ ହଜିବ ଜୀବନୁଁଯିବ ଜୀବ ଭଳି ଶ୍ରୀପଦ,ଖୋଜିବୁଲୁ କିମ୍ପା ଶାସ୍ତ୍ରପତ୍ରି,ମୁଁ ପରା ଦୁଆରେ ଡ଼ାକୁଛି,କିମ୍ପା ଅନାହାରେ ତପୁଛୁ ଅରଣ୍ୟେମୁଁ ପରା ଉପାସୀ ବୁଲୁଛି ।ଦୀନ ସଦନେ ମୁଁ ଜଠରଜ୍ୱାଳା,ବିଧବା-ଲୋଚନେ ଲୋତକମାଳା,ଅନାଥ ବେଶେ ମୁଁ ଶୁଏଁ ତରୁତଳେ,ତ୍ରିତଳେ କିପରି ବସିଛୁ ?ତିଳେ ତୋର ଲଜ୍ୱା ନାହିଁ କି ଭକତ ?ଶୀତେ ଥରେ ତନୁ, ଶୁଖେ ମୋ’ଭକତ,‘ହା ଅନ୍ନ ହା ଅନ୍ନ’ ନ ଶୁଭେ କି ସ୍ୱନ,ମୋ କଥାରେ କାହିଁରେ ଖୋଜୁଛୁ ?ସଜାଡ଼ିଛୁ କିମ୍ପା ଏ ସଜ ସୁମନ,ଶିଳାରେ ଘଷୁଛୁ ସୁବାସ ଚନ୍ଦନ,ସୁନାଦୀପ ଜାଳି ଥୋଇ ଅର୍ଘ୍ୟଥାଳିକହ ଯେଉଁ ଦେବେ ବନ୍ଦୁଛୁ ?ପଦାରେ ବୁଲେ ମୁଁ ପିନ୍ଧି ଛିଣ୍ଡା କନ୍ଥା,କେବେ କି ଭୁଲେ ତୁ ଚାହିଁଛୁ ?କହ ରେ ସାଧକ, ମାଗୁ କି ମୁକତି,ବିଶ୍ୱ ବନ୍ଧୁ ନେତ ବନ୍ଧା ମୋ ଶକତି,କିପାଁ ତୋ’ ଆରତି, କି ହେବ ବିଭୂତି,ଦିନେ କି କା ଦୁଃଖ ଦେଖିଛୁ,ଦିନେ ପରପାଇଁ ନୟନରୁ ତୋରଉଷ୍ଣ ଅଶ୍ରୁରାଶି ଢାଳିଛୁ ?ଦେଖିନାହୁଁ ଯଦି ପ୍ରାଣ ବଲ୍ଲଭକୁଅନାଥ ଅନାଥ ଆଜି,ଏ ଭିକାରୀ ବେଶେ ତୋର ଦ୍ୱାରଦେଶେଅଙ୍ଗେ ଛିନ୍ନ ଚୀର ସାଜି;ନ କୁହ ନ କୁହ କର୍କଶ ବଚନ,ଦିଅ ଦିଅ ତୋର ହୃଦୟଟି ଦାନ,ଅରପ ଶ୍ରୀପଦ ତୋ’ ଧନ ସମ୍ମାନ,ସେ ପରା ଭୁବନେଶ୍ୱର,ନୟନର ନୀରେ ନମ ନତଶିରେଚୁମ୍ବ ସାଦରେ ପୟର ।କରିବୁ କି ସେବା ପ୍ରାଣରତନରଯତନେ ଭାବିଛୁ ମନେ ?ରୋଗଶେଯେ ପଡ଼ି କାନ୍ଦନ୍ତି କାତରେ,ଡାକୁଛନ୍ତି ଘନେ ଘନେ;ଶୁଣ ଶୁଣ ଆଜି କାତର ଆହ୍ୱାନ,କର କର ପାଶେ ରାତ୍ରିଜାଗରଣ,ତୋ କମଳ କରେ ପୋଛ ଅଶ୍ରୁଧାର,ସେ ପରା ସ୍ନେହାଭିଳାଷୀ,ଆପଣାର ଜନେ କୋଳେ ଘେନି ବସତୋ ଅଳସପଣ ନାଶି ।ବୀଣା ବଇଁଶୀର ସ୍ୱରେ ଯେ ବାଜଇସେ କି ନ ଝରଇ ନୟନୀରେ ?ଆନନ୍ଦ-ମନ୍ଦରେ ଯା’ରପୂଜାଦେବୀସେ ତ ବସେ ମୃତ୍ୟୁସରିତତୀରେ ।ଶିଶୁ ବଦନର ଯେ ମଧୁର ହାସ,ଭିକାରୀ କରୁଣ କଣ୍ଠେ,ଶ୍ମଶାନ ଚିତାରେ ତାହାରି ଦହନ,ବଇରାଗି ବେଶେ ମଠେ ।ଦୁଃଖ ହତାଶ୍ୱାସେ, ହରଷେ ସେ ହରି,ସେ ପ୍ରେମ ମୋହନ ମହାନ,କି ଦେବୁ ଆଜି ତା’ ଚରଣେ ସୁଦାନ !କର ତୋ’ ହୃଦଟି ଦାନ ।ଝରେ ଝରେ ଝର ପ୍ରେମର ନିର୍ଝରମୋ ମନ-ଗିରିକନ୍ଦରେ,ନଦୀ ପରି ପରା ଧରାରେ ବହି ସେମିଶିବ ଯାଇ ସାଗରେ ।ବିପୁଳ ବିସ୍ତାର ପ୍ରେମ ପାରାବାରେ,ମିଶି ମୋ ସରିତ ହେବ ଏକାକାର,ଭୁଲିବ ଦୁର୍ବଳ ସତ୍ତା,ପ୍ରବଳ ପ୍ରବାହ ପୁଲକ ଉଚ୍ଛ୍ୱାସେହେବ ସେଗଭୀର ଉଦାର ।ଶତଦୀନ ହୃଦକେଦାର,ସିଞ୍ଚୁ ଶୁଭ୍ର ଆସାର,ଶମିବ ଶତ ପିପାସା, ବାରୁଣ ତୀବ୍ର ନିରାଶା,ତୀରେ, ନୀରେ ଅର୍ଜି ଆନନ୍ଦେ,ଶତ ଜୀବନତରୁ ଆଦରେ,ଶତ ମରୁଭୂମି ଫୁଲଫଳେ ରମିଗାଇବ ଶାନ୍ତି ଛନ୍ଦରେ ।ଆସିଥିଲେ ଯେବେ ଦୀନହୀନ ବେଶେପ୍ରାଣସଖା ତୋ ଦୁଆରେ,କିମ୍ପା ଫେରାଇଲୁ ତୁଚ୍ଛ ଅନାଦରେଭିକାରୀ ଭାବି ମନରେ ।ଆସିଥିଲେ ଯେବେ ପିନ୍ଧି ଛିଣ୍ଡା କନ୍ଥାକିମ୍ପା ତୁ କରିଛୁ ଛି ଛି?ତଣ୍ଡୁଳ ଗଣ୍ଡାଳ ମାଗିଥିଲେ ଯେବେକହିଥିଲୁ ନାହିଁ କିଛି ।ରାଜା ମହାରାଜା ବେଶେ ଆସିଥିଲେକରିଥାନ୍ତୁ କି ଆଦର,ନୟନର ନୀର ଏବେ ତୁ ଢାଳିଲେକହ କି କ୍ଷତି କାହାର ?ଶ୍ମଶାନେ ଫୁଟିଛି ପ୍ରୀତି-ମଲ୍ଲିକାଟିବ୍ୟଥିତ ହୃଦୟ ମଝିରେ,ହୃଦ-ଭରା–ହିମ- କାନ୍ଦଣା ଘେନି କିଫୁଟିଛି ଗୋଧୂଳି ତିମିରେ !ଦରଫୁଟା ତାର ଅଧରପାଖୁଡ଼ା,କେତେ ପ୍ରେମ ତହିଁ ରହିଅଛି ମୋଡ଼ା,କିଏ ଜାଣେ, କିଏ ଜାଣେ ରେ,ସେ ତ ଧୀରେ ଧୀରେ ଦିଏ ଅଜାଡ଼ି,ଶିଶୁରବିନ୍ଦୁଟି ସଜାଡ଼ି,ତରୁତଳ ଫଟା ପାଷାଣ ଉପରେକହ କିଏ ବସି ଗଣେ ରେ ?ଆଜି ସିନା ହସେ ପୂର୍ଣ୍ଣିମା ଶଶୀନୈଶ ଆକାଶେ ଭାସି,ଆଜି ସିନା ଫୁଟେ ମଧୁଚାନ୍ଦିନୀ,ଲୋଟେ ଧରଣୀ ହସି;ଆଜି ସିନା ସରେ ହାସରସରେଭାସେ କୁମୁଦ ହେରି,ଆସିବ ସେ ଦିନ ଶଶୀ ଯେ ଦିନେସରବେ ହେବେଟି ଝୁରି ।କୁଞ୍ଜ-କାନନ ପୁଞ୍ଜପ୍ରସୂନ ନୀଳ ଗଗନ ସାରା !ନୀର ବିତାନ ନୀଳ କଲ୍ଲୋଳେଖେଳୁଛି ରକତଧାରା;ଧରିଛି ଧରଣୀ କାନ୍ତ କିରଣେମଧୁର ମୋହନ ଶିରୀ,ଆସିବ ସେ ଦିନ ଶଶୀ ଯେ ଦିନେସରବେ ହେବେଟି ଝୁରି ।କାନ୍ଦିବ ଆକାଶ, କାନ୍ଦିବ ଧରଣୀ,କାନ୍ଦିବ ଅନ୍ଧାର ନିଶି,କୁଞ୍ଜ-କାନନ ପୁଞ୍ଜ ପ୍ରସୂନ ନୀଳ କଲ୍ଲୋଳ ରାଶି,କାନ୍ଦିବ କୁମୁଦ ମ୍ଳାନ ଆନନ୍ଦେ, କାନ୍ଦିବ ହୃଦୟ ସ୍ମରି,ଆସିବ ସେ ଦିନ ଶଶୀ ଯେ ଦିନେସରବେ ହେବେଟି ଝୁରି ।ହେଲ ଅବା ନୀଚ ହୀନ କ୍ଷୁଦ୍ର ପ୍ରଜାପତି,ତବ ପ୍ରୀତିଫୁଲଦଳ ମୋ’ ପ୍ରିୟ ବସତି ;ତବ ମଧୁର ସୁନ୍ଦର ରବି କିରଣରେବୁଲେ ମୁଁ ଆସବ-ସେବୀ ଅତି ହରଷରେ ।ପରାଣେ ପରାଣେ ପ୍ରେମମିଳନେବିଶ୍ୱ ମୋହୁଛି ।ଗାଉଛି କୋକିଳ ପଞ୍ଚମ କଣ୍ଠେ,ଭ୍ରମର ଗାଉଛି,କୁଞ୍ଜକାନନେ ସଞ୍ଚରି ଧୀରେସମୀର ବଢ଼ୁଛିସରସୀର ନୀରେ ସରୋଜ ଲାଜରେମୃଦୁଳେ ଦୋଳୁଛି,ନୂତନ ତପନ ନବୀନ ନଳୀନେଧୀରେ ଡାକୁଛି ।ଲାଜେ ଫୁଟିଉଠି ଫୁଲକଳିକାହରଷେ ହସୁଛି,ପାଦପ ଅଙ୍ଗରେ ନବ ସୁଆଗରେଢଳି ପଡ଼ୁଛି ।ନାଚି ନାଚି ରଙ୍ଗେ ବୀଚମାଳି ଭଙ୍ଗେତଟିନୀ ଧାଉଛି,ଲମ୍ୱାଇ ଲହରୀହାର ପାରାବାରଗଲାରେ ଅର୍ପୁଛି ।ଶୋଭି ପ୍ରେମ-ଜଳ ଯୁଗଳ କମଳସୁକ୍ଷଣେ ଫୁଟିଛି,ସାଦରେ ଚରଣତଳେ ମୁଁ ଗ୍ରହଣକାମନା କରୁଛି ।ଜୀବନସରସେ ମୋର ନବ ଫୁଲ ଫୁଟିଲା,ପ୍ରେମ ମନ-ଅଳି ତହିଁ ହରଷରେ ଲୋଟିଲା ।ନବୀନ ମୋହର ରାଗେ,ନବ ବର୍ଷ ଅନୁରାଗେ,ଉଭାହୋଇ ମୋର ଆଗେ,ନବ ବର୍ଷ ହସିଲା ।୧।ନବୀନ ହୃଦ-ମନ୍ଦିରେ,ପ୍ରଭୁଙ୍କୁ ଡାକି ଆଦରେ,ନବ ଭକ୍ତିହାରେ ମନକୁତୂହଳେ ପୂଜିଲା ।୨।ଏ ନବ ବାସରେ ନବ ଆନନ୍ଦରେସୁନ୍ଦରେ ସୁନ୍ଦରେ ମଧୂର ମିଳନ,ବିଶ୍ୱ-ପରିବାରେ ବିଶ୍ୱର ସେବାରେମିଳିଲେ କି ଆଜି ଯୁଗଳ ଜୀବନ !ଶତ ସ୍ନେହରାଶି ହୃଦୟେ ବରଷିଉଦିଲେ କି ନଭେ ନବ ରବି ଶଶୀ,ପ୍ରେମ ପାରାବାରେ ପ୍ରେମର ତଟିନୀମିଳନେ କି ଆଜି ମୋହିଲା ଭୁବନ ।୧।ଫୁଟିଲା ପ୍ରସୂନ ସୁହାସ ମୋହନସାଜି ଉପବନ ମନୋବିନୋଦନ,ନବୀନ ଯୌବନେ ଆଶାପୂର୍ଣ୍ଣ ପ୍ରାଣେପ୍ରେମର ଅଚ୍ଛେଦ୍ୟ ଅଭେଦ୍ୟ ବନ୍ଧନ ।୨।ନବ ଅନୁରାଗେ, ନବୀନ ସୁଆଗେ,ମିଳିଲେ କି ବେନି ନବପ୍ରେମ ଯୋଗେ,ସାଜି ଫୁଲଡ଼ାଲା ଭକ୍ତି-ପ୍ରୀତିମାଳାସାଦରେ କରିବେ ବନ୍ଦନ ।୩।ଶୁଭ ପ୍ରଭାତେ ମଧୁ ମିଳନେପୟରତଳେ ଆଜି ଯୁଗଳ ଅନ୍ତର ।ପ୍ରାଣ-କୁଞ୍ଜବନେ ପ୍ରୀତିମଞ୍ଜରୀମୁଞ୍ଜରେ ଆହା କି ଶୋଭା ଧରି,ମଣିକାଞ୍ଚନର ହୋଇଛି ମେଳ,ମିଶିଯାଇଛି କି କ୍ଷୀରରେ ନୀର !୧।କୁହରେ କୋକିଳ କାନନକୁଞ୍ଜେ,ଗୁଞ୍ଜରେ ଅଳିକୁଳ ବକୁଳପଞ୍ଜେ,ସଞ୍ଚରେ ଧୀରେ ଧୀରେ ସମୀର,ନଚାଇ ନଦୀନୀର ସରସୀ ସର ।୨।ତଡ଼ାଗ-ତରଙ୍ଗ ଭଙ୍ଗ ବିଭଙ୍ଗେଭାସ୍କର-କରେ ନାଚେ ପୁଷ୍କର ରଙ୍ଗେ,ଦେଇଛି ଫେଇ କି ସୁଧାସମ୍ଭାର,ଦମ୍ପତି ମନମୋହୀ କିବା ସୁନ୍ଦର !୩।ଢାଳ ଆଶିଷ ଏ ମଧୁ ମିଳନେ,ବାନ୍ଧ ହେ ପ୍ରାଣେ ପ୍ରାଣେ ପ୍ରେମ ବନ୍ଧନେ,ବେନି ମାନସ-ସୁମନ-ଆସନେବିରାଜ ବିଶ୍ୱ-ପ୍ରଭୁ ପରମେଶ୍ୱର ।୪।ନବୀନ ବାସରେ ଆଜି ନବ ଶୁଭ ଆମୋଦେ,ଏ ଦୀନ ହୃଦ-ମନ୍ଦିରେ ରଖ ପଦ-ଇନ୍ଦୀବରେ,ସ୍ନେହ ଭକ୍ତି ସମାଦରେ ପୂଜିବି ପ୍ରଭୁ ଆନନ୍ଦେ !ଦେହ ମନ ହେବ ନୂଆ,ହେବ ହେବ ହୃଦ ଲୁହା,ପଦ-ସାରସ ପରଶେଗାଇବି ନବୀନ ଛନ୍ଦେ ।ଦୁଆରେ ଆସି ମୋର ହସୁ ଆଜିଆଗୋ ନୂତନ ବନ୍ଧୁ ମୋର ନୂତନ ସାଜେ ସାଜି ।କି ଦେବି କହ ମୋତେ ନବବନ୍ଧୁ,ଅଛି ମାତ୍ର ମୋର ନେତ୍ର-ନୀରବିନ୍ଦୁ,କିଛି ନାହିଁ ନୂଆ ମୋର, ହୃଦୟେ ପଡ଼ିଛି ଗାର,ଅତୀତ ସ୍ମୃତିଟି ପ୍ରାଣେ ଯାଇଛି ବାଜି ।୧।ଯାଉଛି ଭାସି କହ କେଉଁ ଦେଶେ,ଦୀଗହୀନ ଅନ୍ଧକାର ମରୁ କି ସେ !ନ ଜାଣେ ନ ଜାଣେ ବନ୍ଧୁ, ଏ ଭୀଷଣ ଭବସିନ୍ଧୁ,ତରିବାକୁ ନାହିଁ ବଳ, ଭାବେ ଆଜି ।୨।ବଳ ନାହିଁ ମୋର ସିନା, ଅଛି ଆଶା,ଅଛି ମାତ୍ର ପାଦେ ପାଦେ ପାଦଖସା,କେତେ ସୁଦ୍ଧା ପ୍ରାଣପଣେ ଧାଏଁ ଏ ଦିଜନ ଦନେ,ସେ ଦିଭୁ ଅଭୟ ପଦ ହୃଦୟେ ହେଜି ।୩।ଇମନ କଲ୍ୟାଣ – ଏକତାଲାଆଜି ଶୁଭକ୍ଷଣେ ଏ ବିଶ୍ୱସଦନେମଙ୍ଗଳ ମୁକୁଟ ଶିରେ,ଫୁଲ୍ଲ କୁସୁମଚାରୁ ପରିମଳ-ସ୍ନେହ ସମୀରେ ଧୀରେ,ସୁଧା-ହସିତ ସ୍ନିଗ୍ଧ ବଦନେମଧୁର ମୋହନ ହର୍ଷ,ଆସିଛି ଦୁଆରେ ନବବର୍ଷ !ଆସିଛି ନବବର୍ଷ!ଶୂନ୍ୟ ହୃଦୟ ପୂର୍ଣ୍ଣ କରି ସେ ଢାଳିପ୍ରେମ-ଅଶ୍ରୁବାରି,ହସାଇ, ରସାଇ, ଶତ ଜନ ମନନବ ଶୋଭା ସାଜ ଧରି,ଶତ ଆଶାସ୍ୱପ୍ନ ଆଙ୍କି ହୃଦପଟେଶତ ଭାବି ମହୋତ୍କର୍ଷେ,ଆସିଛି ଦୁଆରେ ନବବର୍ଷ !ଆସିଛି ନବବର୍ଷ !ବେଦନା ଯାତନା ସାରାଜୀବନର ତପ୍ତ ଲୋତକଧାର,ମର୍ମ୍ମଭେଦୀ ଶତ ଦୀର୍ଘଶ୍ୱାସ; ଶତ କଷ୍ଟହାହାକାର;ହରିବ ନିମିଷେ କୋମଳ ଶ୍ରୀକରେବିମଳ ପ୍ରେମସ୍ପର୍ଶ !ଆସିଛି ଦୁଆରେ ନବବର୍ଷ !ଆସିଛି ନବବର୍ଷ !