ଅନୁତ୍କଟ ଉତ୍କଟ ବଳ
୧୮୪୮–୧୯୧୮
- ସଂକଳନ: ହିତୋପଦେଶ
- ପଢ଼ିବା ସମୟ
- ୧୯ ମିନିଟ୍
- ଶବ୍ଦ
- ୩୦୯୫
- ସ୍ଥିତି
- ସାର୍ବଜନୀନ (Public domain)
ତେଜ ତିମିର ପରାଏ ନୁହନ୍ତି ତୁଳ ।୧୩୦।ଏଥୁଅନ୍ତେ ଉଠି ରାଜା ଜ୍ୟୋତିଷକୁ କରି ପୂଜାତାହାର ବୁଝିଲା ଲଗ୍ନେ ପ୍ରସ୍ଥାନ କଲା ।ଏଥୁଅନ୍ତେ ଯେଉଁ ଚର ହିରଣ୍ୟଗର୍ଭ ରାଜାରପୂର୍ବୁ ଯାଇଥିଲା ସେହି ପ୍ରବେଶ ହେଲା ।ଆସୁଅଛି ସେ ଚିତ୍ରବର୍ଣ୍ଣ ।କହିଲା ମଳୟ ପରେ ଅଛନ୍ତି ଜାଣ ।୧୩୧।ଦୁର୍ଗର ଅନୁସନ୍ଧାନ ତୁମ୍ଭେ କର ପ୍ରତିକ୍ଷଣଯେଉଁ ହେତୁରୁ ଏ ଗୃଧ୍ର ବଡ଼ ବିଚାର ।କରିଛି ଆମ୍ଭ ଉପରେ ଜାଣିଲି ମୁଁ ଇଙ୍ଗିତରେପୂର୍ବରୁ ଆମ୍ଭ ଗଡ଼କୁ ପେଶିଛି ଚାର ।ବୁଝି କର ଏଠାରେ ବୃତ୍ତ ।ଯିବାବେଳେ ଦଗା କରି ଯିବ ଏ ସତ ।୧୩୨।ଚକ୍ରବାକ ଶୁଣି କହେ କାକ ସଂଭାବିତ ହୋଏରାଜା କହେ ଶୁଣି କଦାଚିତ ନୁହଇ ।ଏକଥା ଏରୂପେ ଯେବେ ସତ୍ୟ ସେହି କିପାଁ ତେବେସେକାଳ ଶୁକ ମାରଣ ଦେଖ କରଇ ।ଶୁକ ଯେଉଁଦିନୁ ଅଇଲା ।ସେହି ଦିନୁ ଯୁଦ୍ଧର ବିଚାର ହୋଇଲା ।୧୩୩।ଏ କାକ ଆସି ସେଠାରୁ ଅଛି ବହୁତ କାଳରୁଶୁଣି କହୁଅଛି ମନ୍ତ୍ରୀ ଏତ ଅଜ୍ଞାତ ।ଏହାଠାରେ ଶଙ୍କା ଜାତ ହେଉଛି ଆମ୍ଭର ଚିତ୍ତଶୁଣି ରାଜା କହେ ଆଗନ୍ତୁ ଜନ ହିତ ।କଉଣସିଠାରେ ହୁଅଇ ।ଶୁଣ ଶତ୍ରୁ ହିତ କଲେ ବନ୍ଧୁ ହୁଅଇ ।୧୩୪।ବନ୍ଧୁ ଯେବେ ଅପକାର କରଇ ହୋଇ ସେ ପାରଦେଖ ଦେହ ଜନ୍ୟ ରୋଗ ଦୁଃଖ ଦିଅଇ ।ଅରଣ୍ୟେ ଔଷଧ ଥାଇ ସେ ଦେହକୁ ହିତ ହୋଇଶୁଣ ବୀରବର ନାମେ ଥିଲା ସେ କେହି ।ଶୂଦ୍ର ରାଜା ସେବକ ହେଲା ।ଅଳ୍ପକାଳରେ ଆପଣା ସୁତକୁ ଦେଲା ।୧୩୫।ଶୁଣି ମନ୍ତ୍ରୀ ପଚାରଇ ଏକଥା କିରୂପେ ହୋଇଶୁଣି ରାଜା ହଂସ କହେ ପୂର୍ବକାଳରେ ।ମୁହିଁ ଶୁଦ୍ରକ ରାଜାର ଥିଲା ଯେଉଁ କ୍ରୀଡ଼ାସରକର୍ପୂରମଞ୍ଜରୀ ନାମ ହଂସୀ ତହିଁରେ ।ପିତା ତାର କର୍ପୂର କେଳି ।ତାହାର ସଙ୍ଗରେ ମୁହିଁ କରୁଛି କେଳି ।୧୩୬।ସେ ସମୟେ ବୀରବର ନାମ କ୍ଷତ୍ରିୟ କୁମରକଉଣସି ଦେଶରୁ ଆସିଣ ହୋଇଲା ।କରିବି ରାଜ ଦର୍ଶନ ମୁହିଁ ରାଜପୁତ୍ର ଜାଣଚାକେରି କରି ରହିବି ବୋଲି କହିଲା ।ନେଇ ଦ୍ୱାରୀ ରାଜା ଦେଖାଇ ।ରାଜାଙ୍କୁ ସେ ଦେଖି ବୀରବର କହଇ ।୧୩୭।ମୋର ନାମ ବୀରବର ମୁହିଁ କ୍ଷତ୍ରିୟ କୁମରଚାକେରି କରିବା ପାଇଁ ଆସିଛି ମୁହିଁ ।ଶୁଣି ରାଜା ବୋଲେ ରହ କେତେ ବରତନ କହମାସକରେ ଶୁଣି ବୀରବର କହଇ ।ଦିନକରେ ସ୍ୱର୍ଣ୍ଣ ଚାରିଶଦେଇ ଯେବେ ପାରିବ ମୁ ହୋଇବ ଦାସ ।୧୩୮।ରାଜା ବୋଲେ ଆଚ୍ଛା ଦେବା ତୋର ସାମଗ୍ରୀ ଦେଖିବାଯେବେ ତାହା ଶୁଣି ବୀରବର କହଇ ।ଏ ଖଡ଼ଗ ଦୁଇ ବାହୁ ଏଥୁ ଆନ ନାହିଁ ଆଉଶୁଣି ରାଜା ବୋଲଇ ମୁ ପାରିବି ନାହିଁ ।ବୀରବର ତା ଶୁଣି ଗଲା ।ତା ଦେଖିଣ ଅମାତ୍ୱ ରାଜାଙ୍କୁ କହିଲା ।୧୩୯।ଏ ଯେବେ ଲେଉଟି ଯିବ ଆମ୍ଭଙ୍କୁ ନିନ୍ଦା ହୋଇବଚାରିଦିନ ବରତନ ଦେଇ ବୁଝିବା ।ଏହାର କି ଗୁଣ ଅଛି ଆମ୍ଭେ ତ ନ ଜାଣୁ କିଛିଜାଣିଲା ଉତ୍ତାରୁ ବେଗେ ମେଲାଣି ଦେବା ।ଦେବ ଅଛି ଏହାର ଗୁଣ ।ନ ଥିଲେ କି କହେ ଏଡ଼େ ଭାର ବର୍ତ୍ତନ ।୧୪୦।ମନ୍ତ୍ରୀ ମୁଖୁଁ ଏହା ଶୁଣି ସେ ଶୁଦ୍ରକ ନୃପମଣିତାଙ୍କୁ ଲେଉଟାଇ ଆଣି ତାମ୍ୱୁଳ ଦେଲା ।ଆଜଠାରୁ ଏ ନବର ଦ୍ୱାରପାଳ ଅଧିକାରକରେ କରବାଳ ଧରି କର କହିଲା ।ସେହି ଦିନୁ ସେ ବୀରବର ।ହେଲା ରାଜା ଶୟନ ଘର ଦ୍ୱାରପାଳ ।୧୪୧।ରାଜା ତାକୁ ମୁଦ୍ରାଶତ ଚତୁଷ୍ଟୟ ଦେଇ ନିତ୍ୟନେଇ କି କରଇ ଏହା ପଛେ ବୁଝଇ ।ବୀରବର ବରତନ ନେଇ ଦିଅଇ ବ୍ରାହ୍ମଣଦେବତାକୁ ଦୁଇଶ ଶଏ ବନ୍ଧୁ ଦେଇ ।ପଞ୍ଚାଶ ଦେଇ ଦୀନଜନ ।ବାକି ପଞ୍ଚାଶକ ନେଇ କରେ ଭୋଜନ ।୧୪୨।ଏହିରୂପେ ନିତ୍ୟେ କରି ଖଡ଼ଗ ହସ୍ତରେ ଧରିରାଜଦ୍ୱାରେ ଜାଗରୁକ ହୋଇ ବସଇ ।ଯେବେ ରାଜା ଆଜ୍ଞାଦେଇ ଘରକୁ ଯାଅ ବୋଲଇତେବେ ଆପଣା ଘରକୁ ସେକ୍ଷଣ ଯାଇ ।ତିନି ଦିନ ଏରୂପେ ଗଲା ।ରାଜା ଚତୁର୍ଥ ରାତ୍ରରେ କାନ୍ଦ ଶୁଣିଲା ।୧୪୩।ଏଥୁଅନ୍ତେ ରାଜା କହେ ଏ ଦ୍ୱାରରେ ଅଛି କିଏଶୁଣି ଦ୍ୱାରପାଳ କହେ ମୁଁ ବୀରବର ।ରାଜା କହେ ଯାଅ ଦେଖ କିଏ କାନ୍ଦୁଛି ଅରକ୍ଷଯେ ଆଜ୍ଞା ହେଉଛି ଦେବ ବୋଲି ସତ୍ୱର ।ବୀରବର ଚଳିଣ ଗଲା ।ଏଥୁଅନ୍ତେ ରାଜା ମନେ ଚିନ୍ତା ହୋଇଲା ।୧୪୪।ଏହି ଯେ ରାଜକୁମର ଏକା କରି ପେଶିବାରମୋର ବଡ଼ ଅନୁଚିତ ମହାନ୍ଧକାରେ ।ହଉ ଭଲା ଆମ୍ଭେ ଯିବା କି ରୋଦନ ଏ ବୁଝିବାଏମନ୍ତ ବୋଲି ତା ପଛେ ଗଲା ସତ୍ୱରେ ।ନଗରରୁ ବାହାର ହୋଇ ।ଯେଉଁଠାରେ କାନ୍ଦଇ ସେଠାରେ ହୁଅଇ ।୧୪୫।ବେଗେ ବୀରବର ଯାଇ ସେଠାରେ ପ୍ରବେଶ ହୋଇରୂପ ଯଉବନ ଅଳଙ୍କାର ସମ୍ପୂର୍ଣ୍ଣ ।ଦେଖି ତହିଁ ଏକ ନାରୀ ପଚାରଇ ଧୀର କରିକିଏସେ ତୁ କାହିଁକି କରୁଛୁ ରୋଦନ ।ସେ କହଇ ଏ ରାଜା ଘରେ ।ରାଜଲକ୍ଷ୍ମୀ ଥିଲି ଏହା ଭୂଜ ଛାୟାରେ ।୧୪୬।ବହୁତ କାଳରୁ ମୁହିଁ ଥିଲି ଏହାଠାରେ ରହିଏବେ ଯିବି ଶୁଣି ବୋଲେ ସେ ବୀରବର ।କିରୂପେ ତୁମ୍ଭେ ଏଠାରେ ରହିବ କହ ସତ୍ୱରେଶୁଣି ଲକ୍ଷ୍ମୀ କହୁଛନ୍ତି ତୋର ରାଜାର ।ଯେରୂପରେ ଭଲ ହୋଇବ ।ତାହା କହୁଅଛି ଶୁଣ ହେ ବୀର ସର୍ବ ।୧୪୭।ଯେବେ ତୁ ଆପଣା ସୂତ ବତିଶ ଲକ୍ଷଣେଯୁକ୍ତଶକ୍ତିବର ନାମ ତାର ତାହାକୁ ଆଣି ।ମନେ ନ କରି ବିକଳ୍ପ କରିଣ ତୁହି ସଂକଳ୍ପଦେବିଙ୍କ ଆଗେ ଖଡ଼ଗେ ପକାଅ ହାଣି ।ତେବେ ମୁ ରହିବି ଏମନ୍ତ ।କହି ଭଗବତୀ ହେଲେ ଅନ୍ତର ଭୂତ ।୧୪୮।ଏଥୁଅନ୍ତେ ବୀରବର ସ୍ୱ ଗୃହ ଯାଇ ସତ୍ୱରଆପଣା ପୁତ୍ର ପତ୍ନିଙ୍କି ଦେଲା ଉଠାଇ ।ଦୁହେଁ ଉଠିଣ ବସିଲେ ବୀରବରକୁ ଦେଖିଲେସେ ପୁଣି ଦୁହିଁକି ଲକ୍ଷ୍ମୀ ବୃତ୍ତାନ୍ତ କହି ।ଶୁଣି ଶକ୍ତିବର କହଇ ।ଧନ୍ୟ ମୁ, ସ୍ୱାମୀ କାର୍ଯ୍ୟରେ ମୋ ଦେହ ହୋଇ ।୧୪୯।ତାତ ବିଳମ୍ୱ ନ କର ବର୍ତ୍ତମାନ କି ବିଚାରକଦାଚିତ ଏରୁପରେ କର୍ମ ବିଷୟେ ।ଏ ଦେହର ବିନିଯୋଗ କର୍ମ ଯେବେ ହୋଏ ଯୋଗତେବେ ଏ ତିନି ଲୋକରେ ଧନ୍ୟ ସେ ହୋଏ ।ପଣ୍ଡିତର ଏହି ଚରିତ ।ପର ନିମିତ୍ତ ଛାଡ଼ଇ ଜୀବନ ବିତ୍ତ ।୧୫୦।ଶକ୍ତିବର ମାତା କହେ ଯେବେ ଏହି କଥା ନୋହେତେବେ ଏଡ଼େ ବର୍ତ୍ତନରୁ କିରୂପେ ମୁକ୍ତ ।ହୋଇବା କିରୂପେ ଆମ୍ଭେ ବେଗେ ଯିବା ଚାଲ ତୁମ୍ଭେଏମନ୍ତ ବିଚରି ପୁତ୍ର ପତ୍ନି ସହିତ ।ଦେବୀ ଆୟତନକୁ ଗଲେ ।ବୀରବର ତାଙ୍କୁ ପୂଜା କରି କହିଲେ ।୧୫୧।ଦେବୀ ଅନୁଗ୍ରହ କର ଶୁଦ୍ରକ ମହାରାଜାରବିଜୟ ହେଉ ଏ ଉପହାରକୁ ଘେନ ।ଏମନ୍ତ କହି ପୁତ୍ରର ଶିର କାଟିଲା ସତ୍ୱରଏଥୁଅନ୍ତେ ବୀରବର ବିଚାରେ ମନ ।ଶୁଝିଲି ମୁ ରାଜା ବର୍ତ୍ତନ ।ପୁତ୍ର ନ ଥାଇ ମୋହର ବୃଥା ଜୀବନ ।୧୫୨।ଏମନ୍ତ ବୋଲି ଆପଣ ଶିର କାଟିଲା ସେକ୍ଷଣବୀରବର ଭାର୍ଯ୍ୟା ସ୍ୱାମୀ ପୁତ୍ର ଶୋକରେ ।କାଟିଲା ଆପଣା ଶିର ସେହିକ୍ଷଣରେ ସତ୍ୱରଏହା ଦେଖି ମନେ ରାଜା ବିଚାର କରେ ।ଆମ୍ଭ ପ୍ରାୟ ବହୁତ ଲୋକ ।ଅଛନ୍ତି ଏହାର ପ୍ରାୟ ନାହିଁ ତ୍ରିଲୋକ ।୧୫୩।ଏହେତୁରୁ ମୁହିଁ ଆଜ ଜୀବନ ଛାଡ଼ିବି ରାଜ୍ୟକି ହୋଇବ ପ୍ରୟୋଜନ ଏଥିରେ ମୋର ।ଏମନ୍ତ ବୋଲି ସ୍ୱଶିର କାଟିବାକୁ ସେ ସତ୍ୱରଖଡ଼ଗ ଘେନିଲା କରେ ଦେବୀ ଆଗର ।ଭଗବତୀ ଦେବୀ ଅଇଲେ ।ପୁତ୍ର ସାହସ ନ କର ବୋଲି ବୋଇଲେ ।୧୫୪।କହିଲେ ସେ ବର୍ତ୍ତମାନ ରାଜ୍ୟ ଭଙ୍ଗ ନାହିଁ ଜାଣଶୁଣି ରାଜା ଶୋକେ କହେ ନମସକାର ।ଦେବି ମୋ ରାଜ୍ୟ ଜୀବନ କିବା ଅଛି ପ୍ରୟୋଜନଯେବେ ମୋରେ କୃପା କଲ ଏକଥା କର ।ମୋର ଆୟ ଶେଷକୁ ଘେନି ।ଉଠନ୍ତୁ ଏ ମାତା ପିତା ତନୟ ତିନି ।୧୫୫।ମଲେ ମୁ ସ୍ୱର୍ଗ ପାଇବି ଆଜ୍ଞାହେଉ ବେଗେ ଦେବିଶୁଣି ଭଗବତୀ କହେ ଶୁଣରେ ସୁତ ।ଦେଖି ତୋର ମନୋତ୍ସାହ ଭୃତ୍ୟଠାରେ ଅତି ସ୍ନେହସଂତୁଷ୍ଟ ହୋଇଲି ମୁହିଁ ଯାଅ ନିଶାନ୍ତ ।ସଦା ତୋର ବିଜୟ ହେଉ ।ଭାର୍ଯ୍ୟା ପୁତ୍ର ସହିତରେ ତୋ ଭୃତ୍ୟ ଜୀଉ ।୧୫୬।ଏଥୁଅନ୍ତେ ବୀରବର ଉଠିଣ ସପୁତ୍ର ଦାରପ୍ରବେଶ ହୋଇଲେ ଯାଇଁ ଆପଣା ଘରେ ।ସେମାନେ କେ ନ ଜାଣନ୍ତି ହୋଇ ଏକାକୀ ନୃପତିଯାଇଁ ପ୍ରାସାଦ ଭିତରେ ସୁଖେ ଶୋଇଲେ ।ବୀରବର ଦ୍ୱାର ଜଗିଲା ।ପୁଣି ରାଜା ତାହାକୁ ଡାକିଣ ପୁଛିଲା ।୧୫୭।ବୀରବର ଯାଇଥିଲୁ କାନ୍ଦୁଥିଲା କେ ଦେଖିଲୁଏମନ୍ତ କହନ୍ତେ ବୀରବର କହିଲା ।ଦେବ ଯାଇ ମୁ ଦେଖିଲି କାନ୍ଦୁଥିଲା ଏକ ସ୍ତିରୀମୋତେ ଦେଖିଲା ମାତ୍ରେ ସେ ଅଦୃଶ୍ୟ ହେଲା ।କେହି ଅନ୍ୟ ନାହିଁ ସେଠାରେ ।ଶୁଣି ରାଜା ବିଚାରେ ଆପଣା ମନରେ ।୧୫୮।କିରୂପେ ଏ ସତ୍ୱ ଗୁଣ ପ୍ରଧାନ କହନ୍ତା ପୁଣଆପଣାର ଗୁଣତ ଆପଣେ ନ କହି ।ପ୍ରିୟବାଦୀ ଅକୃପଣ ଶୂର ଆତ୍ମଶ୍ଳାଘାହୀନଦାତା ଅପାତ୍ରରେ ଦାନହୀନ ହୁଅଇ ।ପ୍ରଗଲ୍ଭ ଯେ ନିଷ୍ଠୁର ନୋହି ।ଏତେ ଗୁଣ ଥିଲେ ମହା ପୁରୁଷ ହୋଇ ।୧୫୯।ଏହାଠାରେ ସବୁ ଅଛି ଆଉଠାରେ କିଛି କିଛିଅଛି ଏତେ କହି ରାଜା ଶିଷ୍ଟ ଲୋକରେ ।ଏହାର ଯେତେ ବୃତ୍ତାନ୍ତ କହିଲେ ତା ଆଦ୍ୟପ୍ରାନ୍ତକରି କର୍ଣ୍ଣାଟ ରାଜ୍ୟରେ ରାଜତ୍ୱ ଦେଲେ ।ସେହି ଦିନୁ ସେ ବୀରବର ।କର୍ଣ୍ଣାଟ ରାଜ୍ୟରେ କଲା ରାଜାଧିକାର ।୧୬୦।ସେହି ହେତୁରୁ ଆଗନ୍ତୁକ ଜାତି କିପାଁ ହେଲା ହେତୁସେବା ନ କରଇ ବା ସେ ଉତ୍ତମାଧମ ।ମଧ୍ୟ ଏମାନେ ଅଛନ୍ତି କାହାର କିରୂପେ ରୀତିଆମ୍ଭେ ବୁଝିବାରେ ଏହି କାକ ଉତ୍ତମ ।ଶୁଣି ଚକ୍ରବାକ କହନ୍ତି ।ଅକାର୍ଯ୍ୟକୁ କାର୍ଯ୍ୟ କହେ ଯେ ସେ କୁମନ୍ତ୍ରୀ ।୧୬୧।ସ୍ୱାମୀ ଇଚ୍ଛାକୁ ନ ଚାହିଁ କରଇ ଯେ ମନ୍ତ୍ରୀ ସେହିସ୍ୱାମୀ ଇଚ୍ଛା ଭଙ୍ଗ କଲେ ସ୍ୱାମୀ ମନରେ ।ଦୁଃଖ ହୋଇ ଯେବେ ପ୍ରିୟ ହୁଅଇ ଏତ ନିଶ୍ଚୟଅକାର୍ଯ୍ୟ କରଣେ ନାଶ ଅପ୍ରିୟତାରେ ।ଯେଉଁ ହେତୁ ଏରୂପେ ହୋଇ ।ସ୍ୱାମିକି ନ ଯୋଗାଇଲେ ସୁମନ୍ତ୍ରୀ କହି ।୧୬୨।ଶୁଣ ଦେବ ମୋ ବଚନ କହୁଛି ଏକ କଥନଏକଜଣେ ପୁଣ୍ୟ କରି ଯାହା ପାଇଲା ।ହେବ ମୋହର ସେ ଧନ ନାପିତ କରିଣ ମନଅଜ୍ଞାନରେ ଭିକ୍ଷୁଜନ ବଧ ସେ କଲା ।ଅବିଚାରେ ମଲା ନାପିତ ।ବିଚାର ନ କଲେ ସର୍ବେ ହୁଅନ୍ତି ହତ ।୧୬୩।ରାଜା ପଚାରେ କିରୂପେ ଏକଥା କହ ସ୍ୱରୂପେମନ୍ତ୍ରୀ କହେ ଅଯୋଧ୍ୟାରେ କ୍ଷତ୍ରିୟ ଥିଲା ।ଚୂଡ଼ାମଣି ନାମ ତାର ଧନ ନିମିତ୍ତେ ଶିବରସେବା କାୟ କ୍ଳେଶରେ ସେ ବହୁତ କଲା ।ତହିଁରୁ ସେ ନିଷ୍ପାପ ହେଲା ।ସ୍ୱପ୍ନରେ ତାହାକୁ ଶିବ ଆଜ୍ଞା ହୋଇଲା ।୧୬୪।ତୁହି ଆଜି ପ୍ରାତଃକାଳ ଖୁରେ ହେଉଥିବୁ କ୍ଷୌରହସ୍ତରେ ଦଣ୍ଡ ଧରିଣ ଦ୍ୱାରେ ବସିବୁ ।ଏଥୁଅନ୍ତେ ଆଗନ୍ତୁକ ଭିକ୍ଷୁ ଯେ ଆସିବ ଏକଦୟା ଛାଡ଼ି ଦଣ୍ଡରେ ତାହାକୁ ମାରିବୁ ।ଏଥୁଅନ୍ତେ ସେ ଭିକ୍ଷୁ ଜନ ।ସୁବର୍ଣ୍ଣ ପୂର୍ଣ୍ଣ କଳସ ହୋଇବ ଜାଣ ।୧୬୫।ସେ ଧନରେ ତୋର କାଳ ସୁଖରେ ଯିବ ନିଶ୍ଚଳନିଧିର ଉପାୟ ଏହି ଜାଣିଲା ସେହି ।ଏହିରୂପେ ମୁଁ କରିବି ନିଶ୍ଚୟ ଧନ ପାଇବିଏମନ୍ତ ବିଚାରି ଦଣ୍ଡ ଧରି ଜଗଇ ।ପ୍ରତିଦିନ କ୍ଷଉର ହୋଇ ।ପ୍ରାତଃକାଳୁ ବସିଥାଇ ଭିକ୍ଷୁକୁ ଚାହିଁ ।୧୬୬।ଏକ ଭିକ୍ଷୁ ଏକକାଳେ ପ୍ରବେଶ ହୋଇଲା ଦ୍ୱାରେତାକୁ ଦେଖି ସେ ନାପିତ ପିଟିଲା ଧରି ।ସେହି ଦୋଷରୁ ନାପିତ ଘେନି ଗଲେ ରାଜ ଭୃତ୍ୟପାଣ୍ଢୋଇ ଦଣ୍ଡ ପ୍ରହାରେ ତାହାକୁ ମାରି ।କହିଲି ମୁଁ ଏହି ହେତୁରୁ ।ପୁଣ୍ୟରୁ ଯେହୁ ହୁଅଇ ନୁହେ ଆନରୁ ।୧୬୭।ରାଜା କହେ ପୂର୍ବ ବୃତ୍ତ କଥାରେ ପର ନିଶ୍ଚିତକିରୂପେ ହୋଇବ ଏହୁ ସ୍ୱଭାବ ମିତ ।କିବା ଏ ବିଶ୍ୱାସଘାତୀ ଆମ୍ଭଙ୍କୁ ମାରିବ ଧାତି-କାରେ ଆସିଅଛି ଶତ୍ରୁଠାରୁ ନିଶ୍ଚିତ ।ପ୍ରସ୍ତୁତ କଥାକୁ ଛାଡ଼ିଣ ।ଅପ୍ରସ୍ତୁତ କଥାରେ କି ହେବ କାରଣ ।୧୬୮।ମଳୟ ପର୍ବତ ଶୃଙ୍ଗେ ଚିତ୍ରବର୍ଣ୍ଣ ରାଜ ରଙ୍ଗେବସିଅଛି କି କରିବା କହ ବିଚାର ।ମନ୍ତ୍ରୀ ବୋଲେ ଶୁଣ ରାଜ ଚାର ମୁଖର ମୁଁ ଆଜଶୁଣିଲି ସେ ଚିତ୍ରବର୍ଣ୍ଣ ଅମାତ୍ୱ ଗିର ।ଆଦର ସେ ନ କଲା ଯେଣୁ ।ଜିଣିମାକୁ ଯୁଦ୍ଧରେ ଶକ୍ୟ ହେବ ତେଣୁ ।୧୬୯।ତା କହିବା ତୁମ୍ଭେ ଶୁଣ କ୍ରୂର ଅଳସ କ୍ରୋଧନଅସତ୍ୱ ପ୍ରମାଦୀ ଭୀରୁ ମୂଢ଼ ଅସ୍ଥିର ।ଯେ ଯୋଧ ଅବଜ୍ଞା କରେ ଏ ସମସ୍ତେ ସଂଗ୍ରାମରେଅନାୟାସେ ବଧ ଜାଣ ତୁ ଏହାଙ୍କର ।ଯେତେକାଳେ ଭିତରେ ସେହି ।ଗଡ଼ ବେଢ଼ି ନ ପଡ଼ନ୍ତି ଉପାୟ କହି ।୧୭୦।ନଦୀ ଅଦ୍ରି ବନ ବୀଥି ଯେତେ ମାର୍ଗ ଥିବ ଏଥିସାରସାଦି ସେନାପତି ତହିଁକି ପେଷ ।ତା ଶୁଣ ଆହେ ଭୂତ୍ୱତ ଚାଲିବାରେ ଯେ ପୀଡ଼ିତନଦୀ ମହୀଧର ବନ ସଙ୍କଟ ଦେଶ ।ଘୋର ଅଗ୍ନିଭୟ ସଂତ୍ରାସ ।ଯେଉଁଜନକୁ ବାଧଇ କ୍ଷୁଧା ପିପାସ ।୧୭୧।ସାବଧାନ ନୋହେ ଯେହି ଯେ ଭୋଜନେ ବ୍ୟଗ୍ର ହୋଇବ୍ୟାସ ଦୁର୍ଭିକ୍ଷ ପୀଡ଼ିତ ସେ ଜନ ହୋଇ ।ଅସଂସ୍ଥିତ ଅଳ୍ପ ବଳ ବୃଷ୍ଟି ବାତରେ ଆକୁଳପଙ୍କ ଧୂଳି ଜଳ ଛନ୍ନ ଯେହୁ ହୁଅଇ ।ଅତି ବ୍ୟସ୍ତ ଯେ ଖଣ୍ଡ ଗ୍ରସ୍ତ ।ଏରୂପେ ଯେ ପର ସୈନ୍ୟ ସେ ହୋଇ ହତ ।୧୭୨।ଯେ ରାତି ହାଣକୁ ଡରି ରାତ୍ରିରେ ଜାଗର କରିଯେ ଜନ ଶ୍ରମରେ ଶ୍ରାନ୍ତ ଦିବସେ ଶୁପ୍ତ ।ଯେ ନିଦ୍ରା ବ୍ୟାକୁଳ ହୋଇ ଅନାୟାସେ ସେ ମରଇଏହିହେତୁ ପ୍ରମାଦୀ ସେ ତା ବଳ ହତ ।କର ଯାଇ ରାତ୍ରି କାଳରେ ।ସେରୂପେ ସମୟ ଜଗି ମାର ଦିବାରେ ।୧୭୩।ସେରୂପେ ବିଚାର କଲେ ରାତ୍ର ଦିବସ ମାଇଲେଚିତ୍ରବର୍ଣ୍ଣ ସୈନ୍ୟ ସେନାପତି ପଡ଼ିଲେ ।ଏଥୁଅନ୍ତେ ଚିତ୍ରବର୍ଣ୍ଣ ହୋଇ ବିଷଣ୍ଣ ବଦନମନ୍ତ୍ରିବର ଦୀର୍ଘଦରଶୀକି ପୁଛିଲେ ।ବାବୁ କିପାଁ ମତେ ଛାଡ଼ୁଛ ।ମୋର ଅବିନୟ କି ବା କି ଦେଖିଅଛ ।୧୭୪।ତାହା କହୁଥାଇ ଶୁଣ ଆହେ ମନ୍ତ୍ରିବର ପୁଣରାଜ୍ୟତ ମୋହର ବୋଲି ସ୍ଥିତି ଅଯୁକ୍ତ ।ଯେବେ ଅବିନୟ ଥାଇ ଲକ୍ଷ୍ମୀକି ନାଶ କରଇଯେହ୍ନେ ଜରା ରମ୍ୟରୂପ କରଇ ହତ ।ବିନୟୀ ଯେ ଲକ୍ଷ୍ମୀକି ପାଇ ।ପଥ୍ୟ ଭୋଜି ସୁଖ ଆରୋଗ୍ୟକୁ ଭଜଇ ।୧୭୫।ଅଭ୍ୟାସ କରଇ ଯେହୁ ବିଦ୍ୟାବନ୍ତ ହୋଏ ସେହୁବିନୟୀ ଯେ ଯଶ ଅର୍ଥ ଧର୍ମକୁ ପାଇ ।ଗୁଧ୍ର କହଇ ହେ ଦେବ ଅବିଦ୍ୟାବନ୍ତ ଯେ ହେବସେ ରାଜା ବିଜ୍ଞ ବୃଦ୍ଧକୁ ଯେବେ ସେବଇ ।ବଡ଼ ସମ୍ପତ୍ତି ସେ ଭଜଇ ।ଯେହ୍ନେ ଜଳ ପାଖ ତରୁ ବୃଦ୍ଧିକି ପାଇ ।୧୭୬।ସ୍ତ୍ରୀ ସଂସର୍ଗ ମଦ୍ୟପାନ ମୃଗୟା ଦ୍ୟୁତ କରଣଅର୍ଥ ଦୋଷ ଯେ ବଚନ ଦଣ୍ଡ ପାରୁଷ୍ୟ ।ଏମାନେ ରାଜ ବ୍ୟସନ କରନ୍ତି ରାଜାକୁ ହୀନକେବଳ ନୀତି ଶୂରତା ଲକ୍ଷ୍ମିର ବାସ ।କେବଳ ସାହସାବଲମ୍ୱ ।କରିବାରୁ ଫଳ ମିଳିଲା ଅବିଳମ୍ୱ ।୧୭୭।ତୁମ୍ଭେ ସ୍ୱବଳ ଉତ୍ସାହ ଧରିଣ କଲ ବିଗ୍ରହମୋର ବିଚାର ଅବଜ୍ଞା ଭର୍ତ୍ସନା କଲ ।ଦୁର୍ବିଚାରେ ଯେଉଁ ଫଳ ଅନୁଭବ ହେଲା ତୋରଯେ ହେଲା ହେଉ ଏବେତ ବିଚାର କର ।ଅଛି ଯାହାର ଦୁର୍ବିଚାର ।ସର୍ବ ନୀତି ଦୋଷର ସେ ହୋଏ ଆଧାର ।୧୭୮।କେଉଁ ଅପଥ୍ୟ ଭୋଜିକି ରୋଗ ଛାଡ଼ି ଯାଇଛି କିଲକ୍ଷ୍ମୀ ହେଲେ କେଉଁ ଲୋକ ଗର୍ବୀ ନୁହଇ ।କାହାକୁ ମୃତ୍ୟୁ ନ ମାରେ ନ ପଡ଼େ କେ ସ୍ତ୍ରୀ ବଶରେସର୍ବଥା ଦୁର୍ଣ୍ଣୟ ପୂର୍ଣ୍ଣ ଶିରି ନାଶଇ ।ବିଷାଦ ହର୍ଷକୁ ନାଶଇ ।ହିମାଗମ ଶରଦ ଧର୍ମକୁ ଭାଙ୍ଗଇ ।୧୭୯।ସେହି ହେତୁରୁ ମୋ ମନ ବିଚାର କଲି ରାଜନବୁଦ୍ଧିହୀନ ନୋହେ ଯେବେ ଶାସ୍ତ୍ର ବିଚାରେ ।କିପାଁ କଲା ଅନାଦର ବଚନରେ ତିରସ୍କାରଏଣୁ ଜାଣିଲି ମୁଁ ବୁଦ୍ଧି ନାହିଁ ଯାହାରେ ।ତାର ଶାସ୍ତ୍ର ଅବା କି କରେ ।ଦର୍ପଣ କି କରେ ନେତ୍ରହୀନ ଜନରେ ।୧୮୦।ତେଣୁ ମୁହିଁ ତୁନି ହେଲି ଆଉ କିଛି ନ କହିଲିଶୁଣି ରାଜା ହସ୍ତ ଯୋଡ଼ି କହେ ବଚନ ।ଏ ଯେ ଅପରାଧ ମୋର କ୍ଷମା କର ଏକ ବାରବର୍ତ୍ତମାନେ ଯେଉଁରୂପେ ବଳ ଘେନିଣ ।ଯେରୂପରେ ବିନ୍ଧ୍ୟାଚଳକୁ ।ଲେଉଟି ମୁଁ ଯିବି କହ ସେ ବିଚାରକୁ ।୧୮୧।ଗୃଧ୍ର ମନରେ ବିଚାର କରିବା ଏ ପ୍ରତିକାରଯେଉଁ ହେତୁରୁ ଦେବତା ଗୁରୁ ଯେ ଗାଇ ।ରାଜା ଯେ ରୋଗୀ ବ୍ରାହ୍ମଣ ବାଳକ ବୃଦ୍ଧ ଯେ ଜନଏତେ ଲୋକଠାରେ କ୍ରୋଧ ଉଚିତ ନୋହି ।ହସି ପ୍ରକାଶରେ କହଇ ।ଦେବ ଭୟକୁ ନ ପାଅ ଆଶ୍ୱାସି ହୋଇ ।୧୮୨।ମୁଁ କହୁଛି ଦେବ ଶୁଣ ମନ୍ତ୍ରୀମାନଙ୍କର ଗୁଣଭେଦ ସନ୍ଧି ବିଗ୍ରହରେ ବୁଦ୍ଧି ତାଙ୍କର ।ସନ୍ନିପାତେ ବୈଦ୍ୟ ଜାଣି ଆଉ ସବୁ ପରିମାଣିସାଧ୍ୟ କାର୍ଯ୍ୟରେ ଯେ ବୁଦ୍ଧି ନୋହେ କାହାର ।ମୂର୍ଖ ବଡ଼ ଆରମ୍ଭ କରେ ।କରି ନ ପାରି ତାହାକୁ ମରେ ବ୍ୟଗ୍ରରେ ।୧୮୩।ସୂକ୍ଷ୍ମ ବୁଦ୍ଧି ଯେଉଁଜନ ସେ କାର୍ଯ୍ୟ କରେ ଏସନଯେରୂପେ କାର୍ଯ୍ୟରେ ଶ୍ରମ ନୋହେ ତାହାର ।ଅସାଧ୍ୟ କାର୍ଯ୍ୟ କରଇ ନିରାକୁଳ ଚିତ୍ତ ହୋଇଏଣୁ କାର୍ଯ୍ୟ ସିଦ୍ଧି ହୋଇ ବୁଦ୍ଧି ଯାହାର ।ମୂର୍ଖ ବ୍ୟର୍ଥ ଶ୍ରମ କରଇ ।ପର୍ବତ ଖୋଳିଲେ ନିକି ମୂଷା ଧରଇ ।୧୮୪।ତେଣୁ ତୁମ୍ଭ ପ୍ରତାପରେ ଦୁର୍ଗ ଭଙ୍ଗ କରି ଖରେକୀର୍ତ୍ତି ରଖି ବଳ ଘେନି ଯିବ ସଙ୍ଗରେ ।ରାଜା କହେ ଏତେ ଅଳ୍ପ ବଳେ କିରୂପେ ଅନଳ୍ପକାର୍ଯ୍ୟ ହେବ ଶୁଣି ଗୃଧ୍ର କହେ ରାଜାରେ ।ଦେବ ସବୁ ହେବ ଆମ୍ଭର ।ଅବିଳମ୍ୱ କରେ ଯେହୁ ବିଜୟ ତାର ।୧୮୫।ଏଥୁଅନ୍ତେ ବକଚାର ହିରଣ୍ୟଗର୍ଭ ରାଜାରକହିଲା ହେ ଦେବ ସ୍ୱଳ୍ପ ବଳ ସେ ରାଜ ।ଗୃଧ୍ର ମନ୍ତ୍ରୀ ବିଚାରରେ ଆସିବେ ସେହି ସତ୍ୱରେଆମ୍ଭ ଗଡ଼ ଦ୍ୱାର ରୋଧ କରିବେ ଆଜରାଜହଂସ କହଇ ଶୁଣି ।ସର୍ବଜ୍ଞ ବର୍ତ୍ତମାନେ କି କରିବା ପୁଣି ।୧୮୬।ଚକ୍ରବାକ ଶୁଣି କହି ଅଳ୍ପ ବଳ ହେଲେ ତହିଁଅସାର କି ସାର ଏହା ବିଚାର କର ।ଜାଣି ଯେ ଯାହାକୁ ଯୋଗ୍ୟ ସୁବର୍ଣ୍ଣ ବସ୍ତ୍ରାଦି ଭୋଗ୍ୟତାହାକୁ ତା ଦେଇ ସୈନ୍ୟ ସନ୍ତୋଷ କର ।ସ୍ଥାନେ ଦେଲେ ହୁଅଇ ସାର୍ଥ ।ଅସ୍ଥାନରେ ଯାହା ଦେଇ ସବୁ ସେ ବ୍ୟର୍ଥ ।୧୮୭।ତାହା କହୁଥାଇ ଶୁଣ ଅମାର୍ଗରେ ଯେଉଁ ଜନଯାଇ ସେ ପାଞ୍ଚ ଗଣ୍ଡାକୁ ଯେବେ ନ ଛାଡ଼େ ।ସ୍ଥାନରେ କୋଟିଏ ଧନ ଦେଇଣ ଆନନ୍ଦ ମନହୋଇ ଯେଉଁ ରଜା ତାକୁ ଲକ୍ଷ୍ମୀ ନ ଛାଡ଼େ ।ଏହି ହେତୁ ରାଜା ସେ ସ୍ଥାନେ ।ଦିଅଇ ଧନକୁ ନ ଦିଅଇ ଅସ୍ଥାନେ ।୧୮୮।ଯାଗ ବିବାହ ବିପତ୍ତି ମିତ୍ର ରକ୍ଷଣ ଯେ କୀର୍ତ୍ତିକାରଣ କର୍ମ ମହତ୍ୱ ଶତ୍ରୁର କ୍ଷୟ ।ନିର୍ଦ୍ଧନ ବନ୍ଧୁ ଯେ ପ୍ରୀତି କାରୀ ଯେଉଁ ଭାର୍ଯ୍ୟା ରୀତିଏତେଠାରେ ରାଜାଙ୍କର ବହୁତ ବ୍ୟୟ ।ମୂର୍ଖ ସବୁ ବ୍ୟୟ ଭୟରେ ।ନ ଦେଲା ହେତୁରୁ ଭୃତ୍ୟ ପଳାଇ ଡରେ ।୧୮୯।ରାଜା କହେ ଏ ସମୟେ ଅତି ବ୍ୟୟଯୁକ୍ତ ନୋହେଯେଣୁ ବିପନ୍ନବାରଣେ ଧନ ରଖଇ ।ମନ୍ତ୍ରୀ କହେ ଶିରିବନ୍ତ ଲୋକ ନୁହେ ବିପଦ୍ଗତରାଜା କହେ କଦାଚିତ ସମ୍ପତ୍ତି ଯାଇ ।ମନ୍ତ୍ରୀ କହେ ସଞ୍ଚିତ ଅର୍ଥ ।ନ ଦେଇ ନ ଖାଇ ଯେବେ ହୁଅଇ ବ୍ୟର୍ଥ ।୧୯୦।ଦେବ ଛାଡ଼ିଣ କାର୍ପଣ୍ୟ ସୁଯୋଧଙ୍କୁ ଦିଅ ଧନଦେଲେ ସେ ପରମ୍ପରାରେ ସନ୍ତୋଷ ହୋଇ ।ଯେ କୁଳୀନ ଯୋଧ ଥାନ୍ତି ଯୁଦ୍ଧେ ପ୍ରାଣକୁ ଛାଡ଼ନ୍ତିତାଙ୍କ ବଳେ ଶତ୍ରୁ ବଳ ପଳାଇ ଯାଇ ।ଦିଅ ତୁମ୍ଭେ ବେଗରେ ଧନ ।ନ ଦେଲେ ଯୁଦ୍ଧରେ ଯୋଦ୍ଧା ନ କରେ ମନ ।୧୯୧।ସତ୍ୟ ତ୍ୟାଗ ଶୃରପଣ ନୃପଙ୍କର ଏତେ ଗୁଣଏତେ ଗୁଣମାନେ ଥିଲେ ଶତ୍ରୁ ମାରଇ ।ଏତେ ଗୁଣେ ଯେହୁ ହୀନ ଯୁଦ୍ଧ କରଇ ରାଜନସେ ନିଶ୍ଚୟ ଲୋକନିନ୍ଦା ସ୍ଥାନ ହୁଅଇ ।ଅମାତ୍ୟମାନଙ୍କୁ ଡାକିଣ ।ଧନ ଅଳଙ୍କାର ଦେଇ କର ରାଜନ ।୧୯୨।ଯେଉଁ ରାଜାକୁ ଯେ ମନ୍ତ୍ରୀ ନିବାରଇ କହି ନୀତିଯେ ତାର ସୁଖରେ ସୁଖୀ ଦୁଃଖୀ ତା ଦୁଃଖେ ।ସେ ବିଶ୍ୱସ୍ତ ମନ୍ତ୍ରୀ ଜାଣ ତାକୁ ସମର୍ପିବ ପ୍ରାଣଧନ ଏରୂପରେ କଲେ ସେ ରାଜା ସୁଖେ ।କିଛି ନ ପାଇ ସେ ଅକାର୍ଯ୍ୟ ।ଯେ ବିଶ୍ୱସ୍ତ ମନ୍ତ୍ରୀ ଘେନି କରଇ କାର୍ଯ୍ୟ ।୧୯୩।ଧୂର୍ତ୍ତ ନାରୀ ଶିଶୁ ଯାର ମନ୍ତ୍ରୀ ହୁଅନ୍ତି ରାଜାରସେ ରାଜା ଅନ୍ୟାୟେ ସଦା ଚଳିତ ହୋଇ ।କାର୍ଯ୍ୟ ସମୁଦ୍ରେ ବୁଡ଼ଇ ଅତିଶେ ଚଞ୍ଚଳ ହୋଇବାତକ୍ଷିପ୍ତ ପୋତ ପ୍ରାୟ ଅବଶ ହୋଇ ।ଯାହା ତୁଲେ ଯାର ଉଦୟ ।ସେ ରାଜା ସେ ମନ୍ତ୍ରୀ ତାରେ ନୋହେ ନିର୍ଦୟ ।୧୯୪।ଏଥୁଅନ୍ତେ କାକ ଆସି ପ୍ରମାଣ କରିଣ ଭାଷିମେଘବର୍ଣ୍ଣ ବୋଲେ ଦେବ ସନ୍ତୋଷ ହୋଇ ।ଆଜ୍ଞା ଦିଅ ଦେବ ଆଜ କରିବି ତୁମ୍ଭର କାର୍ଯ୍ୟଶତ୍ରୁକୁ ମାରିବି ଦ୍ୱାରେ ବାହାର ହୋଇ ।କଲେ ଏହା ତୁମ୍ଭର ରଣ ।ଶୁଝିକରି ଦେବ ମୁହିଁ ହେବି ଅନୃଣ ।୧୯୫।ଚକ୍ରବାକ ବୋଲେ ଦେବ ଏ କଥା କେବେ ନୋହିବଯେବେ ଗଡ଼ରୁ ବାହାର ହୋଇ ଯୁଝିବ ।ତେବେ ଗଡ଼ର ଆଶ୍ରୟ ବ୍ୟର୍ଥ ହେବ ମହାଶୟଜଳରୁ ବାହାରି ନକ୍ର କିସ କରିବ ।କଲ ଯେବେ ମହା ଅନ୍ୟାୟ ।ହେବ ଜନବିନିର୍ଗତ ସିଂହର ପ୍ରାୟ ।୧୯୬।ପୁଣି ବୋଲେ ମହାରାଜ ଯାଅ ଯୁଦ୍ଧ ଦେଖ ଆଜଯେଣୁ ରଜାବଳ ଆଗେ ଯୁଝଇ ।ସ୍ୱାମୀ ଯେବେ ସଙ୍ଗେ ଥାଇ କୁକ୍କୁର ସିଂହ ହୁଅଇସ୍ୱାମୀ ଅଭାବରେ ସିଂହ କୁକ୍କୁର ହୋଇ ।ଏହା ବୋଲି ସମସ୍ତେ ଗଲେ ।ଗଡ଼ଦ୍ୱାରେ ବଡ଼ ଯୁଦ୍ଧ ମିଳିଣ କଲେ ।୧୯୭।ଆରଦିନ ରାଜ ଚିତ୍ର ବର୍ଣ୍ଣ କହେ ଆହେ ତାତତୁମ୍ଭର ପ୍ରତିଜ୍ଞା ତୁମ୍ଭେ ନିର୍ବାହ କର ।ଶୁଣି ଗୃଧ୍ର କହେ ପୁଣ ଆହେ ରାଜା ତୁମ୍ଭେ ଶୁଣତୋର ହୁଅଇ ଯେ ସୈନ୍ୟ ଊଣା ଯାହାର ।ଯା ନାୟକ ମୂର୍ଖ ବ୍ୟସନୀ ।ଅରକ୍ଷିତ ଭୀରୁ ଯୋଦ୍ଧା ଏ ଦୁର୍ଗ ହାନି ।୧୯୮।ସେ ସବୁ ଏଠାରେ ଅଛି ବିଚାର ନ କର କିଛିଭେଦ ଚିର ଆରାଧନ ଦୁଷ୍ଟ ପୁରୁଷ ।ଅତିପୀଡ଼ା ଏହି ଚାରି ଦୋଷ ଥିଲେ ଗଡ଼ ମରିତହିଁରେ ସାମର୍ଥ୍ୟ ଚାହିଁ ଯତ୍ନ ଅବଶ୍ୟ ।କର ତୁମ୍ଭେ ଏହି ବିଚାର ।ରାଜା କହଇ ଏକଥା ଏରୂପେ କର ।୧୯୯।ଏଥୁ ଅନ୍ତେ ଅନୁଦିତ ଭାସ୍କର ହୁଅନ୍ତେ ପ୍ରାତଃକାଳେ ଚାରିଦ୍ୱାରେ ଯୁଦ୍ଧ ହୋନ୍ତେ ବହୁତ ।ଗଡ଼ ଭିତର ଘରରେ ବାୟସ ଏ ସମୟରେଅଗ୍ନି ପକାଇ ପଳାଇଗଲା ତ୍ୱରିତ ।ଚିତ୍ରବର୍ଣ୍ଣଠାରେ ପ୍ରବେଶ ।ଦେଖି ଚିତ୍ରବର୍ଣ୍ଣ ହେଲା ବଡ଼ ସନ୍ତୋଷ ।୨୦୦।ଏଥୁଅନ୍ତେ ହଂସ ସୈନ୍ୟ ଦେଖିଣ ଅଗ୍ନି ଜ୍ୱଳନଘୋଟିଲା ଘୋଟିଲା ଗଡ଼ ଏ କୋଳାହଳ ।ଶୁଣିକରି ଦୁର୍ଗବାସୀ ପଳାଇ ଅଇଲେ ଆସିହ୍ରଦରେ ପଶିଲେ ଯାଇଁ ଜଳ ଭିତର ।ଏଣୁକରି ଯଥା କାଳରେ ।ମନ୍ତ୍ରୀ ଯୁଦ୍ଧୁଁ ପଳାୟନ କରି ସତ୍ୱରେ ।୨୦୧।ରାଜହଂସ ସ୍ୱଭାବରେ ମନ୍ଦ ମନ୍ଦ ଚାଲିବାରେସେନାପତି ସାରସକୁ ଘେନି ରହିଲା ।ଚିତ୍ରବର୍ଣ୍ଣ ଯେ ନୃପତି କୁକ୍କୁଟ ତା ସେନାପତିସ୍ୱ ସୈନ୍ୟ ସହିତେ ସେ ଦୁହିଁକି ବେଢ଼ିଲା ।ତାହା ଦେଖି ସେ ରାଜହଂସ ।କହେ ସାରସକୁ ନୁହ ନୁହ ମୋ ପାଇଁ ନାଶ ।୨୦୨।ବର୍ତ୍ତମାନ ତୁମ୍ଭେ ଯାଅ ଜଳରେ ପ୍ରବେଶ ହୁଅତୁମ୍ଭେତ ଯିବାକୁ ଶକ୍ତ କିପାଁ ବିଚାର ।ମୋର ସୁତ ରତ୍ନଗର୍ଭ ତାକୁ ନେଇ ତୁମ୍ଭେ ସର୍ବପକ୍ଷିମାନେ ମିଳି ରାଜାଭିଷେକ କର ।ସର୍ବଜ୍ଞ ସମ୍ପତ୍ତିକି ଘେନି ।କହଇ ସାରସ ରାଜା ବଚନ ଶୁଣି ।୨୦୩।ଏଡ଼େ କଠୋର ବଚନ କିପାଁ କହୁଛ ରାଜନଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ବିଜୟ ହେଉ ।ମୁଁ ଯେ ଦୁର୍ଗ ଅଧିକାରୀ ନେଉ ପଛେ ମୋତେ ମାରିଶତ୍ରୁ ମୋ ମାଂସ ରକତ ବାଟରେ ଖାଉ ।କ୍ଷମାଦାତା ଯେ ଗୁଣଗ୍ରାହୀ ।ଏ ସ୍ୱାମିକି ପାଏ ଯାର ସୁପୁଣ୍ୟ ଥାଇ ।୨୦୪।ରାଜା କହେ ପୁଣ ଶୁଣି ଏକଥା ଏରୂପେ ପୁଣିଶୁଦ୍ଧ ଦକ୍ଷ ଅନୁରକ୍ତ ଭୃତ୍ୟ ଦୁର୍ଲଭ ।ତୋହପରି ଅନୁରକ୍ତ ନ ଦେଖଇ ତ୍ରିଜଗତଏଣୁ ଜାଣୁଛି ତୋ ଘେନି ପୃଥ୍ୱୀ ବଲ୍ଲଭ ।ହୋଇଥିଲି ମୁ ଆଜିଯାଏ ।ତୁମ୍ଭେ ମଲେ କି କରିବି କହ ଉପାୟେ ।୨୦୫।ସାରସ କହଇ ଶୁଣ ଆହେ ରାଜା ମୋ ବଚନସମରୁ ପଳାଇ ଯେ ସେ ନିନ୍ଦ୍ୟ ଜୀବନ ।ଜନ୍ତୁମାନଙ୍କ ମରଣ ଅବଶ୍ୟ ହୋଇବ ଜାଣକିପାଁ ବୃଥା ମୋର ଯଶ କର ମଳିଣ ।ପର ଅର୍ଥେ ଜୀବନ ବ୍ୟୟ ।ହୋଇ ଯାର ତାର ପୂର୍ବେ ପୁଣ୍ୟ ସଂଚୟ ।୨୦୬।ତୁମ୍ଭେ ଯେ ସ୍ୱାମୀ ରାଜନ ସର୍ବଦା ତୁମ୍ଭ ରକ୍ଷଣକରିବାର ଆମ୍ଭମାନଙ୍କର ଉଚିତ ।ଯେଣୁ ସ୍ୱାମି ପରିତ୍ୟକ୍ତ ସମୃଦ୍ଧ ହେଲେ ଅମାତ୍ୟନାଶ ଯାଇ କ୍ଷଣକରେ ଏ କଥା ସତ୍ୟ ।ଯାହାର ଆୟୁଷ ନ ଥାଇ ।ତାହାଠାରେ ଧନ୍ୱନ୍ତରୀ କିବା କରଇ ।୨୦୭।ଯେହ୍ନେ ରବି ଉଦୟରେ ପଦ୍ମ ବିକାଶକୁ ଧରେଅସ୍ତ ହେଲେ ସଂକୁଚିତ ସେକ୍ଷଣେ ହୋଇ ।ତେହ୍ନେ ରାଜାର ଉଦୟ ହେଲେ ଲୋକ ସମୁଦାୟଅସ୍ତକୁ ପାଇଲେ ଲୋକ ନାଶକୁ ପାଇ ।ରାଜାଧୀନ ସମସ୍ତ ଲୋକ ।ରାଜା ବିନା ସେ ସମସ୍ତେ ହୋନ୍ତି ସଶୋକ ।୨୦୮।ଏହି ସମୟେ କୁକ୍କୁଟ ଆସିଲା ହୋଇ ଉତ୍କଟରାଜହଂସେ ନଖ ମୁଖ ପ୍ରହାର କଲା ।ଏଥୁଅନ୍ତେ ଥିଲା ପାଶ ସେନାପତି ଯେ ସାରସସେ ରାଜାକୁ ପିଠି କରି ଆସି ରହିଲା ।ପୁଣି ପୁଣି ସେହି କୁକ୍କୁଟ ।ନଖ ଦନ୍ତ ପ୍ରହାରରେ କଲା ବିକଟ ।୨୦୯।କୁକ୍କୁଟର ନଖ ଦନ୍ତ ପୀଡ଼ିତ ହୋଇଲା ଗାତ୍ରତେବେ ଆପଣା ଦେହରେ ରାଜକୁ ଧରି ।ପକାଇଲା ଜଳେ ନେଇ ପୁଣି କୁକ୍କୁଟ ଗୋଡ଼ାଇଚଞ୍ଚୁ ପ୍ରହାରରେ ସେନାପତିକି ମାରି ।ତହୁଁ ମେଳ ପକ୍ଷୀ ସକଳ ।ସେନାପତି ସାରସକୁ କଲେ କବଳ ।୨୧୦।ଏଥୁଅନ୍ତେ ଚିତ୍ରବର୍ଣ୍ଣ ହଂସର ଗଡ଼େ ପଶିଣଗଡ଼େ ଥିଲା ଯେତେ ଦ୍ରବ୍ୟ ତାକୁ ବୁହାଇ ।ସର୍ବେ ଜୟ ଶବ୍ଦ କଲେ ଆନନ୍ଦ ହୋଇ ସେ ଗଲେଯାଇ ନିଜ କଟକରେ ପ୍ରବେଶ ହୋଇ ।କଲେ ପୁଣି ଦ୍ୱିଜ ଭୋଜନ ।ରାଜା ମୁଣୋହିକି ସାରି କଲା ଶୟନ ।୨୧୧।ଏଥୁଅନ୍ତେ ରାଜପୁତ୍ର ଶୁଣିଣ ଅତି ବିଚିତ୍ରକହିଲେ ଏ ରାଜହଂସ ବଳ ମଧ୍ୟରେ ।ଏ ସାରସ ପୁଣ୍ୟବନ୍ତ ଯେଣୁ ଦେହ ଦେଇ ଅନ୍ତ-କର ମୁଖୁଁ ସ୍ୱାମୀକି ରଖିଲା ଯୁଦ୍ଧରେ ।ଏକଥାତ ଶାସ୍ତ୍ରେ କହିଛି ।ବର୍ତ୍ତମାନରେ ଏକଥା ଚିତ୍ର ହୋଇଛି ।୨୧୨।ଗଉ ଯାହା ଜନ୍ମ କରି ସମସ୍ତେ ଗାଇର ପରିହୋଇ ବଳିବର୍ଦ ହୋଇଣ ସେ ରହନ୍ତି ।ମହା ଶୃଙ୍ଗ ଚଳୁଥାଇ କେହି କିରୂପେ ହୁଅଇସର୍ବେ ମହା ବୃଷଭ ସଂଜ୍ଞା କି ଭଜନ୍ତି ।ଏହିରୂପେ ଏହି ସଂସାରେ ।କେଉଁଠାରେ କିଏ ଅବା ଥିବ ଲୋକରେ ।୨୧୩।ବିଷ୍ଣୁଶର୍ମ୍ମା କହେ ପୁଣି ଏ ଯେ ପକ୍ଷି ଚୂଡ଼ାମଣିମହାସତ୍ୱ ସାରସ ଧର୍ମରେ କିଣିଣ ।ବିଦ୍ୟାଧରୀ ପରିଜନ ଅକ୍ଷୟ ଲୋକରେ ସ୍ଥାନସେ ସ୍ଥାନରେ ରହେ ବହୁ ବରଷଗଣ ।ଯେ ଯୁଦ୍ଧରେ ସ୍ୱାମୀ ନିମିତ୍ତେ ।ମରନ୍ତି ସ୍ୱର୍ଗେ ବସନ୍ତି ସେ କଳ୍ପ ଶତେ ।୨୧୪।ଶତ୍ରୁମାନେ ବେଢ଼ିକରି ରଣରେ ଯାହାକୁ ମାରିସେ ଯେବେ ମରଣକାଳେ ନୁହଇ ଦୀନ ।ଆଗରୁ ପଛ ନ ଯାଇ ମଲିରେ ମୁଁ ନ ବୋଲଇସ୍ୱାମୀ ଭକ୍ତି ଉପକାରେ ଥାଇ ତା ମନ ।ସେହି ନର ସ୍ୱର୍ଗକୁ ଯାଇ ।ଏ ଗୁଣ ନ ଥାଇ ଯାର ନରକ ହୋଇ ।୨୧୫।ଇତି ଶ୍ରୀ ହିତୋପଦେଶେ ନୀତିସାରେ ବିଗ୍ରହ କଥନେତୃତୀୟ କଥା ସଂଗ୍ରହଃ ।