ଅନୁରାଗ ରତ୍ନାକାର ଚଉତିଶା
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୭୮
- ସ୍ଥିତି
- ସାର୍ବଜନୀନ (Public domain)
ରାଗ କାଳିକାଳିନ୍ଦୀକୂଳେ କଦମ୍ବମୂଳେ କୃଷ୍ଣ ରାଧାଙ୍କୁ ଦେଖିକୃପା ସରାଗେ କହନ୍ତି ଆଗେ ହେ ଚନ୍ଦ୍ରଜିତ-ମୁଖି !କି ବୋଲି ତତେ ବୋଲିବି ମତେ ଏ କଥା କହୁ କିନାକାଳକ ଏହି ସଂଶୟ ବହି ହେଲି ଚଞ୍ଚଳମନା ।୧।ଖୋଜି ଯେବେହେଁ ବୋଲିବି ସ୍ନେହେ ତୁ ମୋର ଫୁଲଗଭାଖଞ୍ଜନ-ଜିତ- ନେତ୍ରି ! ତେବେ ତ ଥୋକାଏ କାଳ ଶୋଭା ।ଖରେ ଖସାଇ ପକାଇ ଦେଇ ଅଣଆଦର କରିଖୀଣ-ଉଦରି ! କନକ-ଗୋରି ! ଏହି କଥାକୁ ଡରି ।୨।ଗଳାର ହାର ବୋଇଲେ ହାର ପଦେ ରହିଲା କଥାଗୁଣ-ଗଉରି ! ହୃଦୟହାରି ! ହୃଦେ ହୁଅଇ ବଥାଗୁଣି ଗୁଣି ବା ବୋଲିବି ମୋର ଗନ୍ଧତିଳକ ତୁହିଗଲା ସେ ଭାବ ତିଳକେ ଯହୁଁ ତିଳକେ ଅଛି ନାହିଁ ।୩।ଘେନାଘେନିରେ ବୋଲିବି ଘନ- ସାର ଚନ୍ଦନ ମୋରଘଡ଼ିକେ ଶୁଖି ଛାଡ଼ିପଡ଼ି ସେ ଅଙ୍ଗରୁ ହୋଇ ଦୂର ।ଘୁଣାକ୍ଷରକେ ଅନ୍ତର ନୋହି ମହାସୁଖକୁ ଦେବଘନଜଘନା ! ଘଟଣସ୍ତନା ! କହ ମୋତେ ଏ ଭାବ ।୪।ନେତ୍ରପ୍ରତିମା ବୋଲି ବୋଇଲେ ସହଜେ ନେତ୍ର-ସାରନିର୍ମ୍ମଳ କରି ସକଳ ଦେଖି ସବୁରି ମନୋହର ।ନୋହଇ ଆଦ- ରଶ ବିହୀନେ ନଜ ଦର୍ଶନ ସୁଖନବକିଶୋରି ! କନକଗୋରି ! ଏହି ତ ବଡ଼ ଦୁଖ ।୫।ଚତୁରୀମଣି ! ପରାଣମଣି ବୋଲିବା ଆଭାସଇଚିତ୍ତରେ ଆସି ସଂଶୟ ବସି ପୁଣି ତା ବିନାଶଇଚାରି ପହର ବନ ବିହାର ହେବାର ଚାରି ଯୁଗଚଣ୍ଡାଳ ବିହି କରି ଯେ ନାହିଁ କ୍ଷଣେ ହେବା ବିଯୋଗ ।୬।ଛାଡ଼ି ତୋ ସଙ୍ଗ ଯେବେ ଏ ଅଙ୍ଗ ରହଇ ହୋଇ ଭିନ୍ନଛନ୍ଦେ କେମନ୍ତେ ବୋଲିବି ପ୍ରିୟେ ମୁଁ ମୀନ ତୁ ଜୀବନ ?ଛିନ୍ଦ୍ର ଦରଶୀ- ମାନେ ଯେ ହସି ଉଡ଼ାଇ ଦେବେ ଆଗଛୁରୀ-ଘାତରୁ ଅଧିକ ହୋଇ ବାଧେ ତାହାଙ୍କ ବାଗ ।୭।ଯେବେ ତଟିନୀ ତରି ତରଣୀ- ଠାରେ ନୁହନ୍ତା ହେଳାଜଗ-ମୋହିନି ! ତେବେ ବୋଲନ୍ତି ମଦନ-ନଦୀ-ଭେଳା ।ଯତନ କରି ଯେବେ ବୋଲିବି ଦିବ୍ୟ ହଂସୁଲୀ ତୁଳୀଯୁବତୀ-ରତ୍ନ ! ସେ କୋମଳକୁ ତୋହୋ ଶ୍ରୀଅଙ୍ଗ ବଳି ।୮।ଝସକେତନ କେଳିରତନ- ଭଣ୍ଡାର ଅବା କେତେଝଳି-ଗଉରି ! ବିଚିତ୍ରକରି ତୁ ଦେଉ ଯେତେ ଯେତେଝୀନବସନା ବଚନଘେନା ମହାପୃଥୁଳସ୍ତନାଝାସି ଅନେକ- ବାର ସାଗରେ ତୋତେ ପାଇଛି ସିନା ।୯।ନିଧନ ଧନ ବୋଇଲେ ମନ ଘେନଇ ଆନ ବାଟେନେଇ ବିକିବା ଦେହ ରଖିବା ବିଚାରେ ସ୍ନେହ ତୁଟେନୋହିଲେ ଅବା ବୋଲିବି କାମ- ଧ୍ୱଜ ଜୟ ପତାକାନିବିଡ଼େ ଉଡ଼େ ପଛକୁ ପଡ଼େ ହୁଅଇ ଏହି ଦକା ।୧୦।ଟଙ୍କଧରଙ୍କ- ବଇରୀ-ଟୋପ- ନିଶ୍ରେଣୀ ଲକ୍ଷ ଦେଲେଟାଣ ଦାରୁରେ ନିର୍ମାଣ ସେହି ଯେଡ଼େ ଯତନ ହେଲେଟେକେ ତୋ ଟେକ ଟେକିଲେ କିମ୍ପା ଟିକାଏ ହେବ ଶେଷଟାହି ନୋହଇ ନିତମ୍ବବତି ! ମହେଶକୁ ଅଶେଷ ।୧୧।ଠଣମଧ୍ୟମା ! ସୁନ୍ଦରସୀମା ! ତୋହୋ ପରାଏ ତୁହିଠାଠିକ କରି କହି ବସିଲେ ତୋତେ ସମାନ କାହିଁ ?ଠାବ ନ କଲା ମନ ମୋହୋର ତିନି ଭୁବନ ଖୋଜିଠିକେ ତା କେତେ କହିବି ଦୀନ- କୃଷ୍ଣ ମାନସେ ହେଜି ।୧୨।ଡାକି ବୋଲିବି ତୁ ମୋ ମାନସ- ମାନସ ରାଜହଂସୀଡ଼େଳାଇ ତାହା ସେହି ଅବନୀ- ସରେ ବିହରେ ଆସି !ଡାଳିମ୍ବ- ବୀଜଜିତ- ଦଶନି ! ତେବେ ଅନ୍ତର ହେଲାଡମ୍ବରୁମଧ୍ୟା ବୋଇଲା କଥା ବିଅର୍ଥ ହୋଇଗଲା ।୧୩।ତମ କହିବା ମନ ମୋହିବା ଏ ଅବା କଉଁ ଭଲଢାଳେ ହେ ପ୍ରେମ ଲୋଭେ ଛଦ୍ରମ ବୋଲି ତରଙ୍ଗ ତୁଲ ।ଢାଙ୍କୁଣି ଫେଇ ଫଣୀ ଖେଳାଇ ଗୀତ ଗାଇଲା ପ୍ରାୟେଢଗଢମାଳି କପଟ କେଳି ପଛେ ଦହଇ କାୟେ ।୧୪।ଆରତ ବୋଲ ଅନଙ୍ଗ ଗେଲ ଥୟେ ନୋହଇ ସଖି !ଅଧଇର୍ଯ୍ୟରେ ଅନୁରାଗରେ ସମସ୍ତ ହୋଏ ଲେଖିଏବେ ବୋଇଲି ମୁଁ ମତ୍ତଫୁଲ- ଲିଟ ତୁ ଫୁଲ୍ଲ ଫୁଲଅରବିନ୍ଦରୁ କୁଟଜ ଯାଏ ଅଚିର ଚୁମ୍ବ ଗେଲ ।୧୫।ତପନ ପଦ୍ମ- ପ୍ରୀତି ଛଦ୍ରମ ପ୍ରାୟେ ଲାଗିଲା ମୋତେତୋୟରୁ ଆଢ଼ ହେଲେ ଦହନ କରଇ କର ଘାତେତାହାରି ନାହା- ଠାରେ ହେ ଯାହା ତାହା କହିବି କେତେତୁଚ୍ଛା ବୁଦ୍ଧିରେ ରାତ୍ର ଦିବାରେ ମଧୁପ ଘେନି ମାତେ ।୧୬।ଥୟ ନୋହଇ ଚନ୍ଦ୍ରମା କଇ- ରବର ଘେନାଘେନିଥାଇ ଏ ଜଳେ ସେ ଖ-ମଣ୍ଡଳେ ବିହରେ ତାରା ଘେନିଥାପନ୍ତି କବି- ମାନେ ଏଥିକି ଏ ପ୍ରୀତି ଏତେ କରିଥଳ ନ ପାଇ ଜଳେ କି ଜଳ- ଫେନ ଧଇଲେ ତରି ? ୧୭।ଦେହ ପୁଲକ କେତେ ପୁଲକ ଅନ୍ତର କରି ମଣିଦେଇ କି ଲକ୍ଷ ଥିଲେ ଦିଲକ୍ଷ ଅନ୍ତର କଥା ଆଣିଦର୍ଶନ ସୁଖ ଶରୀର ଦୁଖ ସୁଖକୁ ହୋଏ ହେତୁଦୂରେ ଅଦୂରେ ମଦନ ଶରେ ଅଛିଟି ଏଥି ହେତୁ ।୧୮।ଧଇର୍ଯ୍ୟନିଧି ! ମଦନ ବ୍ୟାଧି ଔଷଧି ଲେଖା କଲେଧବଳକର କରେ ତାହାର ପ୍ରଭା ବଢ଼ଇ ଭଲେଧୃତି-ଧ୍ୱଂସିନି ବୋଲିବି ତୁ ମୋ ହୃଦର ଦିବ୍ୟ ବୀଣାଧୀରବଚନି ! ବଚନ ସଙ୍ଗେ ତୁଳିଲେ ଅତି ଊଣା ।୧୯।ନିରନ୍ତରେ ହେ ତୁ ମୋତେ ସ୍ନେହେ ଦ୍ରବ କରାଉ ଯହୁଁନିଶ୍ଚେ ମୁଁ ଚନ୍ଦ୍ର- ମଣି ତୁ ଚନ୍ଦ୍ର, ବୋଲି ବୋଲିବି କାହୁଁ ।ନିଶାରେ ବିଧୁ କରରେ ବିଧୁ- ମଣି ଆରଦ୍ର କରେନବ-ତରୁଣି ! ରମଣୀମଣି ! ତୁ ନିଶି ଦିବସରେ ।୨୦।ପଦ୍ମ-ସୁବାସି ! ପିୟୁଷହାସି ! ପରମ ସୁଖରାଶିପଡ଼ିଲା ମୋତେ ପ୍ରମାଦ ତୋତେ ଡ଼ାକିବା କଥା ଆସିପୀତ-ବସନା ! ପୀନଜଘନା ! ପୀବରସ୍ତନା ! ତୋତେପିକବଚନା ବୋଲିବାକୁ ତ ଲାଜ ମାଡ଼ଇ ମୋତେ ।୨୧।ଫୁଲ ସମୟେ ତାର ଉଦୟେ ପୟୋଦ କାଳେ ହତଫେଡ଼ି ତା କେତେ କହିବି ଯେତେ ଅବିଗୁଣରେ ଖ୍ୟାତ ?ସ୍ଫୁଟ ରହିତ ଅବିଲମ୍ବିତ ବିରହୀ-ଦୁଖ ଦାନୀଫଳତ ଏହି ପୁଣି ଉଠଇ ପଞ୍ଚପ୍ରାଣକୁ ଘେନି ।୨୨।ବିବେକ ଊଣା ହୋଇବ ବୀଣା- ବଚନୀ ବୋଲିବାରେବେଭାରେ ରାଗ ଘେନିଲେ ରାଗ ହୁଅଇ ତାହା ଠାରେବର୍ଣ୍ଣଉଚ୍ଚାର ପ୍ରେମ ସଞ୍ଚାର ବିଚାର ତାର ନାହିଁବାଜଇ କର- ରୁହ ପ୍ରହାର ପାଇଲେ ପୁଣି ସେହି ।୨୩।ଭ୍ରୂଭଙ୍ଗୀ ଲୀଳା କଟାକ୍ଷମାଳା ଚନ୍ଦ୍ରରେ ନୋହେ ଦେଖିଭାବରେ ଘେନି ଡାକନ୍ତି ଧନି ! ପୂର୍ଣ୍ଣ-ଚନ୍ଦ୍ରମା-ମୁଖୀଭଜଇ କ୍ଷୀଣ ମୃଗଲକ୍ଷଣ ଦିବସେ ପଣ୍ଡୁଭାବଭାଷା କହିବା ମନ ମୋହିବା ଭାଗ୍ୟକେ ତାକୁ ଦେବ ? ୨୪।ମୃଗ-ଖଞ୍ଜନ- ଚକୋର-ମୀନ- ନେତ୍ରୀ ବୋଲିବା କଥାମୋହୋ ମନକୁ ଆସଇ ନାହିଁ ହୁଅଇ ମହାବ୍ୟଥାମଦନମଦେ ମାତି ତୁ ଯେତେ ବେଳେ ଘୁମାଇ ଚାହୁଁମହେଶ ଦମ୍ଭ ମହା-ଆରମ୍ଭ ଲେଶେ ରହିବ କାହୁଁ ? ।୨୫।ଯୋଗୀନ୍ଦ୍ରମାନେ ଯୋଗ ଆସନେ ନିଶ୍ଚଳେ ଥିବେ ବସିଯେବେ ତୁ ହେଳେ ଚାହିଁବୁ ଡ଼ୋଳେ ମଧୁର ମନ୍ଦ ହସିଯିବ ତରଳି ଅଙ୍ଗ ଆବଳି ଅନଳ ଜଉ ପ୍ରାୟେଯିବ କି ଜୟେ କେବେହେଁ ଲୟେ ଜୀବନ ଥିବାଯାଏ ।୨୬।ରୋଲମ୍ବ ଚୁମ୍ବେ ବଧୁଲୀ ବିମ୍ବେ ପତଙ୍ଗ ଚଞ୍ଚୁ ଲାଗେରଙ୍ଗର ଭଙ୍ଗ ହୋଏ ପତଙ୍ଗ ଦିବସ ମଧ୍ୟଭାଗେରତନ ମଧ୍ୟେ ପ୍ରବାଳ ପଦ୍ମ- ରାଗ ମାଣିକ୍ୟ ଲେଖିରଙ୍ଗ-ଅଧର ପ୍ରାୟେ ତୋହୋର ଶୋଭା କାହିଁ ନ ଦେଖି ।୨୭।ଲକ୍ଷ୍ୟ ହିଁ ଅବା କି କରି ଦେବା ବିବେକ ଦୂର କରିଲକ୍ଷଣବନ୍ତ ହୋଇ ଅମୃତ ଅଛି ତହିଁରେ ପରିଲୋଡ଼ି ମୋ ବୁଦ୍ଧି ଲାବଣ୍ୟନିଧି ସିଦ୍ଧି କରିବ କାହିଁଲୋକପାଳକ ବେଳୁଁ ଏତେକ ବିଚାର କରି ନାହିଁ ।୨୮।ବଲ୍ଲଭି ! ତୋର ବିନୁ କର୍ପୂର ଚନ୍ଦନ ଆଦି ଯେତେବିଷ ପରାୟେ ପରତେ ହୋଏ ଆଉ କହିବି କେତେବଡ଼ ସମ୍ପତ୍ତି ଥିଲେ ନୃପତି ଅଭାବେ କିଛି ନୋହେବିଷ୍ଣୁ-ଭଗତି ବିନୁ ଅଗତି ଲୋକ କେବେହେଁ ଶୋହେ ? ୨୯।ଶ୍ରୀହରି-ବାଣୀ ଶୁଣି ରମଣୀ- ମଣି ବୋଇଲେ ହସିସରାଗ ଚିତ୍ତେ ଡ଼ାକିବ ମୋତେ ଆସ ଗୋ ରାଧା ଦାସି !ଶ୍ରୀକର ଧରି ମାଗୁଛି ହରି ଏତେକ ଆଜ୍ଞା ଦେବଶ୍ୟାମ ସୁନ୍ଦର ତୁମ୍ଭ ପୟର ସେବାରେ ଦିନ ଯିବ ।୩୦।ସହସ୍ର-କର- କରି ଅମର- ଗିରି ଛୁଇଁଲା ପ୍ରାୟେଶ୍ରୀମୁଖୁ ମୋର ନେତ୍ର ଅନ୍ତର ନୋହିବ ଥିବା ଯାଏସବୁରି ମୁଖେ ବୋଲିବେ ସୁଖେ ରାଧା ଶ୍ରୀକୃଷ୍ଣ ଏକଶ୍ରୀ ବୃନ୍ଦାବନ- ମୃଗରାଜନ ! ଲୋଡ଼ା ମୋ ଏହିଟେକ ।୩୧।ଶ୍ରୀମୁଖେ ଯେତେ କହିଲ ମୋତେ କରୁଣାମୟ ବୋଲିସବୁ ପ୍ରକାରେ ଏ ମହିମାରେ ସହଜେ ବଡ଼ ହେଲିସାମନ୍ତ ଘେନା- ଘେନି ଭାବନା ସହଜେ ଏହି ମତିସାର ରତନ- କେବେହେଁ ଆନ କରେ ଝଟକ ଜ୍ୟୋତି ।୩୨।ହରଷ ଭରେ ପ୍ରେମ ବଶରେ ରାଧା ମାଧବ ବେନିହରିଲେ ନିଶି ପଲଙ୍କେ ବସି କହି ଏ ଘେନାଘେନିହୃଦ ସାରସ କରି ବିକାଶ ନିତ୍ୟ କର୍ମକୁ ଗଲେହରି ଦିଗରେ ହଂସ ରଥରେ ବସି ବିଜୟ କଲେ ।୩୩।କ୍ଷମା ସାଗର ନାଗରବର ନନ୍ଦନନ୍ଦନ ଲୀଳାକ୍ଷକ୍ଷନ୍ଦ ମନେ ହେ ସାଧୁ ଜନେ କଣ୍ଠରେ କର ମାଳାକ୍ଷଣେ ଅନ୍ତର ନ କର କର ଧରି କହୁଛି ଏତେକ୍ଷାର ପାମର ଦୀନକୃଷ୍ଣର ଭାବନା ଅବିରତେ ।୩୪।
ସମ୍ବନ୍ଧିତ ରଚନା
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ