ଅମୃତମୟ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୬
- ସ୍ଥିତି
- ସାର୍ବଜନୀନ (Public domain)
ନବ ବିକସିତ ଫୁଲଗନ୍ଧ,ନବ ସରସ କବିତା-ଛନ୍ଦ,ବନ ବିହଗ ମଧୁର ତାନ,ଶିଶୁ ସରଳ ତରଳ ଗାନ,ନବ ପ୍ରଫୁଲ୍ଲ କମଳକାନନନବ ସୁକୁମାର ଶିଶୁ ଆନନ,ଅମୃତମୟ ଅମୃତ ରୟଭସାଇ ନେଉଛି ଜୀବନ ।ଧୀର ଚଳିତ ଶୀତଳ ବାତ,ଚିର ଲଳିତ କୁମୁଦନାଥ,କ୍ଷୀର-ଧବଳ ଚନ୍ଦିକାଜାଲ,ନୀରଦାନଦକ୍ଷ ଘନମାଳମୃଦୁ ମଧୁର ଆଲୋକ ଉଷାର,ନବପଲ୍ଲବପତିତ ତୁଷାରଅମୃତମୟ ଅମୃତରୟମଜ୍ଜାଇ ଦେଉଛି ସଂସାର ।ମିଟିମିଟି ଜକଜକ ତାରା,ଟପଟପ ଜଳଧର ଧାରା,ତମନାଶନେ ଧାବିତ ଘୃଷ୍ଟି (୧)ତମମୁକତ ଅବନୀ ହୃଷ୍ଟି,ଗିରିଗରଭପ୍ରସୃତ ନିର୍ଝର,ଦୁଇ ଲମ୍ଫିତ ପ୍ରପାତ ଝର୍ଝର,ଅମୃତମୟ ଅମୃତରୟଜୀବନ କରୁଛି ଜର୍ଜର ।ମୁଁ ତ ଅମୃତ-ସାଗରବିନ୍ଦୁ,ନଭେ ଉଠିଥିଲି ତେଜି ସିନ୍ଧୁ,ଖସି ମିଶିଛି ଅମୃତଧାରେ,ଗତି କରୁଛି ସେ ଅକୂପାରେ,ପଥେ ଶୁଖିଗଲେ ପାପ-ତାପରେ,ହୋଇ ଶିଶିର ଖସିବି ତା’ ପରେ,ଅମୃତମୟ ଅମୃତ ରୟସହିତ ମିଶିବି ସାଗରେ ।୧.ଘୃଷ୍ଟି-ଘର୍ଷଣ ବା ସଂଘର୍ଷରୁ ଜାତ ପରିଷ୍କୃତ ଆଲୋକ ବା ବିଦ୍ୟୁତ ।[୧୯୧୪ ଜୁନ୍, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର