ଅମରେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୨
- ସ୍ଥିତି
- ସାର୍ବଜନୀନ (Public domain)
ହେ ପ୍ରଭୁ ଅମରେଶ୍ୱର,ପାଶେ ରଖିଛ କବର ।ଶ୍ମଶାନତ ତୁମ୍ଭ ଘର,କି ସମାଲୋଚନା ତାର ହେ ।୧।ଚାଉଳ ମହାର୍ଘ୍ୟ ବଡ,ରଖିଲେଣି ଲୋକେ ଧଡକାନ୍ଥ ବାଡକୁ ଆଉଜି,ଯାଉଛନ୍ତି କୁଜାକୁଜୀ ହେ ।୨।ଦେଶେ ଦୃଷ୍ଟିପାତ କର,କି ହେଲା ହାଟ ବଜାର ।ବିପଣୀ ମଧ୍ୟରେ ରହି,ଏତକ ତ କଲ ନାହିଁ ହେ ।୩।ଚାଉଳିଆ ମୁଦିଗଣ,ଭାଉ କଲେ ଘନ ଘନ ।ଏତେ ଚଢ଼ା ବୃଦ୍ଧି ଧରି,କିଣିବୁଁ ଆମ୍ଭେ କିପରି ହେ ।୪।ଅଷ୍ଟଶମ୍ଭୁଙ୍କୁ ତୁମ୍ଭର,ପଠାଇଦିଅ ଖବର ।ଅନ୍ନଜଳେ ମିଳେ ଫାଙ୍କି,ଦେଶରେ ପକାନ୍ତୁ ଆଖି ହେ ।୫।ଗଡ଼ଗଡ଼ିଆ ମହ ।ଦେବକିବା କହିବି ମହିମା,କାର୍ତ୍ତିକମାସ ପୂର୍ଣ୍ଣିମା ।ତିଥିରେ ଯେ ଯାତ୍ରା ହୁଏ,ଦେଖି କେ ପ୍ରସନ୍ନ ନୁହେଁ ହେ ।୧।କଟକ ବାଣିଜ୍ୟସ୍ଥାନ,ଦିଶେ ଗୋଲାଘରମାନ ।ଶିବ କର ଅନୁମାନ,ଚଳେ ଯେତେ ଜଳଯାନ ହେ ।୨।ସ୍ଥିରମନରେ ବିଚାରି,ଏକଥା ତ୍ରିଶୁଳଧାରୀ ।ଦାନା ମୁଠାକ ଆମ୍ଭର,ରଖିବ ଦେଶ ଭିତର ହେ ।୩।ଉତ୍ତରପାଖ ରକ୍ଷକ,ହେ ପ୍ରଭୁ ତ୍ରିପୁରାନ୍ତକ ।ତୁମ୍ଭେ ଦେବ ଚୂଡାମଣି,ରକ୍ଷକ ମଧ୍ୟେ ଅଗ୍ରଣୀ ହେ ।୪।