ଆହା, କେଡ଼େ ମାନବଶରୀର
ଗଣକବି · ୧୮୮୨–୧୯୫୬
- ସଂକଳନ: ନିବାତ କବଚ ବଧ ସୁଆଙ୍ଗ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୯୧
- ସ୍ଥିତି
- ସାର୍ବଜନୀନ (Public domain)
ଦୈତ୍ୟଭକ୍ଷ୍ୟ ହେବ ଆଜି; ତୋରପ୍ରାଣେ ଆଶ ଥିଲେ ଏଥୁ ପଳାୟନ କର ।ଅର୍ଜୁନ – ରେ ମୂଢ଼ ରାକ୍ଷସ ! ଶୁଣ ମୋର ଇତିହାସମୁହିଁ ସହସ୍ରାକ୍ଷସୁତ, ମୋର ନାମ ପାର୍ଥବାରୁଣାର ନାଥଧାର୍ମିକପ୍ରବର ରାଜା ଯୁଧିଷ୍ଠିର,ମୁହିଁ ଅଟେ ତାଙ୍କ ଦାସ ।ଦେବଗଣେ କଷ୍ଟ ଦେଲୁ ଯେଣୁ ଦୁଷ୍ଟ;ତେଣୁ ଆସିଅଛି ତୋତେ କରିବି ବିନାଶଏବେ ସ୍ମର ତୋର ଇଷ୍ଟ ।(ନିବାତକବଚର ଧିକ୍କାର ଗୀତ)[ଏହୁ କାହା ରମଣୀମଣି – ବୃତ୍ତେ]
ପଳା ପଳା ଏଥୁ ମାନବ ଛାର । ଏ ଅସୁରପୁର ତିଳେ ନାହିଁ ତୋ ବିଚାର ।ପଦ । କେତେ ବିଳିବିଳି କହୁ, ଗିଳିଦେବ ଚାହୁଁ ଚାହୁଁ, ଚନ୍ଦ୍ରକୁ ଯେସନ ରାହୁ କରଇ ଆହାର ।୧। ନୀଳମେଘେ ଯେହ୍ନେ ଝଳି, ଦିଶୁଥାଏ ଆର୍ଦ୍ରାବଳୀ; ତେସନ ଦିଶୁଛି ମୋର ଧନୁ ଶୋଭାକାର ।୨। ନାହିଁ ତୋର ସୈନ୍ୟଗଣ, ଏକାକୀ କରିବୁ ଋଣ; ଉଡ଼ିଯିବ ପ୍ରାଣ ଶୁଣି ଅସୁର ଝଙ୍କାର ।୩। ଶୁଣିଲେ ରାକ୍ଷାସ ରଡ଼ି; ଦେବେ ଯିବେ ସ୍ୱର୍ଗଛାଡ଼ି; ବଇଷ୍ଣବ ବୋଲେ ଯାଇଁ ବାପକୁ ପଚାର ।୪।
(ଅର୍ଜୁନର ଗୀତ)[ହରି ହରି ବୋଲ – ବୃତ୍ତେ]
ଆରେ ରେ ଦନୁଜ, ଦମ୍ଭ ମନୁ ତେଜ ମୁଁ ଇନ୍ଦ୍ରତନୁଜ ଜାଣ ରେ । ଧର୍ମଜ–ଅନୁଜ ନ ମଣ ତୁ ବ୍ୟାଜ ହେଜ ଆପଣା ମରଣ ରେ ।ପଦ । କି ଦେଖାଉ ଗଜବାଜୀ ସୈନ୍ୟସାଜ ଯେବେ ଭୁଜେ ଅଛି ଟାଣ ରେ । ମୋ ସଙ୍ଗେ ତୁ ଯୁଝ କେଡ଼େ ଶକ୍ତି ବୁଝ ନ ତେଜ ନ ତେଜ ରଣ ରେ ।୧। ତୋ ଅଷ୍ଟଐଶ୍ୱର୍ଯ୍ୟ ଆନନ୍ଦରେ ଭୁଞ୍ଜ ଆଜ ବିନାଶ ମୋ ପ୍ରାଣ ରେ । ତା ନ ହେଲେ ରାଜ ନାରାଜକୁ ଚାହାଁ ଦିଆହୋଇଛି ଶାଣରେ ।୨। ଆହା ରେ ନିର୍ଲଜ୍ଜ ମୁଖେ ନାହିଁ ଲାଜ ପହିଜ କରୁ ବଖାଣ ରେ । ବଇଷ୍ଣବ ଦ୍ୱିଜ ଭଣି ପଥ ଖୋଜ ଅନାଇଛି ଜନ୍ତୁରାଣ ରେ ।୩।
ନିବାତ – ଆରେରେ ଚଣ୍ଡାଳ, ପୂରିଲାଣି କାଳ ଏ ଶର ସମ୍ଭାଳ ।ଅର୍ଜୁନ – ଏ ସାମାନ୍ୟ ତିଳ ସହସ୍ରେ ତୋମର ଏହି ଗଲା ଶରମାଳ ।ନିବାତ – ବ୍ୟର୍ଥ ହେଲା ଏ ବାଣ, ପର୍ବତା ଶରେ ମାନବ ନେବି ତୋ ପରାଣ;ଅର୍ଜୁନ – ବଜ୍ରଶରେ ରେ ରାକ୍ଷସ କଲି ନିବାରଣ, ଭୁଜଙ୍ଗାସ୍ତ୍ର ପେଶିଲି ଦାନବ, ଏହୁ ଘେନିବି ତୋ ଜୀବ ।ନିବାତ – ଗରୁଡ଼ାସ୍ତ୍ରେ କାଟିଲି ରେ ତୃତୀୟ ପାଣ୍ଡବ ! ଏହି ଘୋର ତିମିରି ନାରାଚ, ପ୍ରତିଶର କର ଇନ୍ଦ୍ରବତ୍ସ !ଅର୍ଜୁନ – ଅର୍ଦ୍ଧଚନ୍ଦ୍ରବାଣେ ଛେଦିଲି ରେ ନିବାତକବଚ ।ନିବାତ – ଏ ଶକ୍ତି ମୁଖରୁ ମୁକ୍ତି ନ ପାଇବୁ ବୀର ।ଅର୍ଜୁନ – ଏ ବାର ଦାନବ ତୋର ନାହିଁ ରେ ନିସ୍ତାର ।(ଯୁଦ୍ଧେ ଅର୍ଜୁନର ପତନ, ଗୀତ)[ଅନୁଗତ ଜନେର୍ ପ୍ରାନ – ବୃତ୍ତେ]
ଜାଣି ନ ଥିଲି ମାତଳି, ଦୈତ୍ୟ ଏଡ଼େ ମହାବଳୀ । ନ ଦିଶଇ ଦିଗ, ଦେହ ଶକ୍ତିଘାତେ ଯାଏ ଜଳି ।ପଦ । କେଡ଼େ ଅବ୍ୟର୍ଥ ସନ୍ଧାନ, ବ୍ୟର୍ଥ କଲା ଯାତୁଧାନ, ହେବ ନାହିଁ ମାନରକ୍ଷା ବୃଥା ଆରମ୍ଭିଲି କଳି ।୧। ବାଜି ଶକ୍ତି ମୋର ଅଙ୍ଗେ, ହଜିଗଲା ଜ୍ଞାନ ବେଗେ, ତେଜିଲି ସମର ଆଜି ଦେବେ ଦେବେ କରତାଳି ।୨। ନ ମାନି ତୋ ଉପଦେଶ, ବାଦେ ବଜାଇଲି ଆଶ, ସାଧେ କଲି କି ସାହାସ କୁଳେ ଲଗାଇଲି କାଳି ।୩। (ମାତଳି) କାତର ନ ହୁଅ ପାର୍ଥ, ପେଷ ଅସ୍ତ୍ର ପାଶୁପତ, ବୈଇଷ୍ଣବ ବୋଲେ ଦ୍ରତ୍ୟ ଦେଖୁ ଦେଖୁ ଯିବ ଜଳି ।୪।
ଅର୍ଜୁନ – ଏହି ଦେଖ ଶିବଦତ୍ତ ଶର,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର