ଅ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୨
- ସ୍ଥିତି
- ସାର୍ବଜନୀନ (Public domain)
ଅଗସ୍ତ୍ୟ ପ୍ରସ୍ଥାନ ।ଅରଣ୍ୟ ରୋଦନ ।ଅଭାବରେ ସ୍ୱଭାବ ନଷ୍ଟ ।ଅଳପ ଧନ ବିକଳ ମନ ।ଅହିଂସା ପରମୋ ଧର୍ମଃ ।ଅଶ୍ୱତ୍ଥାମା ହତ ଇତି ଗଜଃ ।ଅତି ସର୍ବତ୍ର ବାଧ୍ୟତେ ।ଅତି ଲେମ୍ବୁ ଚିପୁଡ଼ିଲେ ପିତା ।ଅତି ଦର୍ପେ ହତା ଲଙ୍କା ।ଅବସ୍ଥା ବୁଝି ବ୍ୟବସ୍ଥା ।ଅନ୍ଧାର ଘର ମାଣିକ ।ଅଳସୁଆର ବାର ବାଟି ଚାଷ ।ଅନ୍ୟେ ପରେ କା କଥା ।ଅର୍ଥେନ ସର୍ବେ ବଶାଃ ।ଅଦା ପରଜା ଛେଚିଲେ ରସ ।ଅନୁକୂଳ ଖଳହସ୍ତ ।ଅକାଳ କାଣ୍ଡ କପାଳେ ବାଜେ ।ଅଭାଗ୍ୟ କାଳେ ବିପରୀତ ବୁଦ୍ଧି ।ଅଣ୍ଟି ଛୁରି ତଣ୍ଟି କାଟେ ।ଅତି ପରିଚୟେ ଗୌରବ ନଷ୍ଟ ।ଅତି ଭକ୍ତି ଚୋରର ଲକ୍ଷଣ ।ଅରଜି ପାରିଲେ ଗରଜି ଖାଇ ।ଅନ୍ଧ ଲେଖାରେ ଚନ୍ଦ୍ରସୂର୍ଯ୍ୟ ନାହାନ୍ତି ।ଅର୍ଜକସ୍ୟ ଦ୍ୱୟୋ ଭାଗଃ ।ଅପରଂ କିଂ ଭବିଷ୍ୟତି ।ଅଳସୁଆ କପାଳକୁ ଗଙ୍ଗା ବିଜେ ।ସବୁ ପାଣି ବୋହିଲେ ତିନି ଜଣ ଲୋଡ଼ା ।ଖୋଜି ନ ପାରେ ମୁଣ୍ଡ, ଭଲ ଲୋଡୁଥାଏ ତୁଣ୍ଡ ।ଅଦା ବେପାରୀର ଜାହାଜ ଖବର ବୁଝିବା ।ଅପାଳକ ରାଜ୍ୟରେ ବିଜୁଳୀ ଲକ୍ଷେ ଟଙ୍କା ।ଅସଙ୍ଗରେ ସଙ୍ଗ ହେଲେ କାଠ ଘଣ୍ଟ ଲମ୍ବିତ ।ଅନ୍ଧସ୍କନ୍ଧେ ଗତିର୍ଯସ୍ୟ ବିଘ୍ନ ସ୍ତସ୍ୟ ପଦେ ପଦେ ।ଅଜାତିକି ବଣିଜ ଅଡ଼ୁଆ ।ଅବ୍ୟବସ୍ଥିତ ଚିତ୍ତସ୍ୟ ପ୍ରସାଦୋଽପି ଭୟଙ୍କରଃ ।ଅଙ୍ଗାରଃ ଶରଧୌତେନ ମଳିନତ୍ୱଂ ନ ମୁଞ୍ଚତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର