ଉଠେ କିଏ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୦୯
- ସ୍ଥିତି
- ସାର୍ବଜନୀନ (Public domain)
ଯୁଗ-ଯୁଗାନ୍ତର ଶ୍ୱାସ ?ଚାଲ ରେ ପଥିକ,ଭାଙ୍ଗି ଅବରୁଦ୍ଧ-କାରା, ଦ୍ୟୁଲୋକ, ଲୋକ ।ଆଜି,ପ୍ରଳୟ ଜଳଦପୁଞ୍ଜେ-ବିଶ୍ୱବନେ ବ୍ରଜ କୁଞ୍ଜେରୁଦ୍ଧ, ଅନ୍ଧ ଅର୍ଦ୍ଧରାତ୍ରେ ଆସିଛି ଆହ୍ୱାନରକ୍ଷାକର ଯାତ୍ରୀ ଆମନ୍ତ୍ରଣ ।ଏ ଯୌବନ ପ୍ରାଣେ ଶିଳା କର ପ୍ରାଣମୟନୋହୁ କ୍ଷୀଣ-ପ୍ରାଣ, ଅସହାୟ,ଚାଲ ଯାତ୍ରୀ, ଚାଲ ଯାତ୍ରୀବ୍ୟାକୁଳ ଗଭୀର ରାତ୍ରିନାହିଁ ପଥନାହିଁ ରାହାଏକାକୀ, ନାହିଁ କେ ସାହା;ଉତ୍ତରଳ ଅଗ୍ନିଶିଖା ଆଗେ ଆଗେ ଜଳେପୋଡ଼ି ପାପ ଅତ୍ୟାଚାରେ ।ଚାଲ ଯାତ୍ରୀ, ଚାଲ ଯାତ୍ରୀଅନନ୍ତ ଉଦାର ରାତ୍ରିକେତେ ଦୂର ସେ ଯେ ତୋର ଦିଗ୍ହୀନ ଲକ୍ଷ୍ୟଅଲକ୍ଷ୍ୟର ତପ୍ତଶ୍ୱାସେ ପୂରିଉଠୁ ବକ୍ଷଜଳୁ ରେ ଅନଳତଡ଼ିତ୍ଚଞ୍ଚଳଚାଲ ଚାଲ ଚାଲ ।[ରଚନାକାଳ-୧୯୪୪]ବୀରବାମାଜାଗିଛି ନୀରବେ ସୁପ୍ତ-ଧରଣୀସୌର-କନକ-କିରଣ-ଜାଳେକୁଞ୍ଜ-କାନନ ପୁଷ୍ପ-ବିତାନେଗୁଞ୍ଜେ ମିଳିନ୍ଦ ମୋହନ ତାଳେବାଜୁଛି ବାଜଣା ଶୁଭୁଛି ଗାନମୁଖରି ଅମ୍ୱର ଆକୁଳ-ପ୍ରାଣଲାଗିଛି ବ୍ୟାକୁଳ-କର୍ମ-ସାଧନଦୃପ୍ତ-ବଇରୀ-ଖଡ଼ଗଧାରେ ।ଶୂନ୍ୟ ଆଜି ରେ ଦୁର୍ଗ-ଅଙ୍ଗନବୀର୍ଯ୍ୟ-ବିକ୍ରମ ସାହାସଭରାବୈରୀତାଡ଼ନେ ବ୍ୟସ୍ତ ହୃଦୟପ୍ଲାବିଚି ଧରଣୀ ରୁଧିରଧାରାବୁଡ଼ିଛି ବାସନା-ବିଷାଦ ନୀରେଭଗ୍ନ-ଦୁର୍ବଳ ଓଡ଼ିଆ ବୀରେଭଗ୍ନ ଆଜି ରେ ଓଡ଼ିଆ ପ୍ରାଣଶୂନ୍ୟ ଆଭାସେ ଜଗତସାରା ।ଢାଳିଛନ୍ତି ପ୍ରାଣ-ତପ୍ତ-ଶୋଣିତରଣେ ନରପତି ନୀରବ ହାସେଢାଳିଛନ୍ତି ଯେତେ କର୍ମ-ପିପାସାଅନ୍ତିମ ଶୟନେ କରୁଣ ଭାଷେଦେଇଛି ଓଡ଼ିଆ ହୃଦୟ-ବଳିମରତ ସମ୍ପଦ ଜୀବନ-ଶିରୀଜନନୀ ଚରଣେ କରିଛି ଅଳି ସେବଇରୀ-ଶୋଣିତ-ଲେପିତ-ବେଶେ ।କାଳ-କୋଳେ ବୀରେ ଗଲେଣି ଚଳି ରେଅବଗାହି ଏବେ ରୁଧିର ନଦେକମ୍ପାଇ ଶାଣିତ ଖଡ଼ଗ ପୁଲକେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର