ଉଦ୍ବୋଧନ ଗୀତ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୯
- ସ୍ଥିତି
- ସାର୍ବଜନୀନ (Public domain)
ଜନନି ! ଉଠ ଗୋ ଆଜି ବାସନ୍ତୀ ମୋହନବେଶେ ।ଲକ୍ଷ-ହୃଦେ ଐକ୍ୟ ଗୀତିନୟନ ଆସାରେ ଭାସେ । ଘୋଷା ।ଶତ ଶୋଭାଶିରୀ ଉଛୁଳି ଆସୁକନକ-ଅତୀତ ପ୍ରାଣେ ବିକଶୁଦେଖୁ ଗୋ ଧରଣୀ ତୋ ଶୁଭକରଣୀବନ-ଗିରି-କୁଞ୍ଜ ହାସେ । ୧ ।ଗହନ କନ୍ଦରେ ବିଜନ ପଥେକୁସୁମ-ମଞ୍ଜୁଳ କୁଞ୍ଜ ନିକେତେପ୍ରତିତାଳେ ଖେଳି ଉଠୁ ଗୋ ଉଛୁଳିତୋ ସଙ୍ଗୀତ ସୁରଦେଶେ । ୨ ।ବାତ ବିଚଳିତ ଲହରୀମେଳେହସି ଫେନହାସେ ସିନ୍ଧୁ ଅଧରେନାଦିବ ଗମ୍ଭୀରେ ଭୀମ ରସାତଳେସେ ସଙ୍ଗୀତ ସୁରଦେଶେ । ୩ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର