ତିନିବନ୍ଧୁ
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୦
- ସ୍ଥିତି
- ସାର୍ବଜନୀନ (Public domain)
ଭବପୁରେ ଥିଲେମହାଧନୀ ନରଦାସେ,ବନ୍ଧୁଗଣ ବେଢିରହିଥିଲେ ଚଉପାଶେ,ସବୁବନ୍ଧୁ ମଧ୍ୟେବଡ ଥିଲେ ତିନିମିତ,ତିନିଙ୍କର ନାମକର୍ମରୁ ହେବ ବିଦିତ,ତିନିବନ୍ଧୁ ମଧ୍ୟେଏକ ଥିଲେ ପ୍ରିୟତମ,ଦ୍ୱିତୀୟଙ୍କଠାରେମମତା ଥିଲା ମଧ୍ୟମ,ତୃତୀୟଙ୍କଠାରେଉଦାସୀନ ଦାସେ ଅତି,ସେ ତୃତୀୟ ପୁଣିଅତି ଅପ୍ରଗଳଭ ମତି,ସେବନ୍ତି ଦାସଙ୍କୁନୀରବେ ଗହଣେ ଥାଇ,ନିଜ ସ୍ନେହ କେବେଦେଖାଇ ହୁଅନ୍ତି ନାହିଁଦେଖାଇ ହେବାରଠାବ ସିନା ଭବପୁରଦେଖାଇ ହୁଏ ଯେସେହି ସିନା ବାହାଦୂରମିତ ଥିଲେ ଯେଣୁଏ ମହାଗୁଣେ ବଞ୍ଚିତ,ବାହାବା ନେବକୁହେଉଥିଲେ ବଡ ଭୀତ,ଆଗଭରି ଆସିକହନ୍ତି ନାହିଁ ସେ କଥା,ଆଗଭରି ଆସିନୁଆନ୍ତି ନାହିଁ ସେ ମଥା,ଚାଟୁକାର ପଣେଅପଟୁ ଥିବାରୁ ସେହି,ଦାସେ ତାଙ୍କଠାରେନ ଥିଲେ ନିରତେ ସ୍ନେହୀ,କେବେ ହେଲେ ତାଙ୍କୁସ୍ମରନ୍ତି ନାହିଁ ସରାଗେ,ସ୍ମରି, ପୁଣି ତାଙ୍କୁପାଶୋରନ୍ତି ସେହିଲାଗେ,ଭୋଳ ହୋଇ ଆନବେନିବନ୍ଧୁ ସହବାସେ,ବୋଲକରା ହୋଇରହିଲେ ତାଙ୍କର ଦାସେ,ତାଙ୍କ ସହବାସେକଲେ ଦାସେ କେତେ ଲୀଳାଆଚମ୍ବିତେ ମହା-ବିପତ୍ତି ଆସି ଘୋଟିଲାସବୁ ବନ୍ଧୁ ସୁନାକିଏ ସୁନା କିଏ ଭେଲ,ପରଖରେ ସିନାନିକଷ ବିପତ୍ତି ବେଳରାଜାଙ୍କ ହକରାଆସିଲେ ଦାସଙ୍କ ପ୍ରତି,ଛାଟିଆ ଆସିଲେନେଇଯିବେ ଛାମୁକତି,ସେ ହକରା ଶୁଣିଦାସଙ୍କ ଉଡିଲା ହଁସାକି କରିବି, ଆହା,