ସ୍ୱପ୍ନ-ଛାୟା
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୦
- ସ୍ଥିତି
- ସାର୍ବଜନୀନ (Public domain)
ଜୀବନର ଅର୍ଧପଥେ, ଯୌବନ ପ୍ରାନ୍ତରେଭେଟିଥିଲି ଦିନେ କେବେ ତା’ରେ ଏକାନ୍ତରେ;ମନେ ପଡ଼େ । ଶରତ୍ର ଶ୍ୟାମ କୁଞ୍ଜବନକରୁଥିଲା ତନୁ ମନ ଦୂରେ ଆକର୍ଷଣ !ନ କହିଲି କଥା ତହିଁ, ନ ଚାହିଁଲି ଫେରି,ଚକିତେ ଏ ବୁକୁତଳୁ ଶ୍ୱାସ ଉଠି ଖେଳିଚମକାଇଦେଲା ଅବା ସେ ବିଜନ ପଥ !ଚାଲିଲା ଜୀବନ ମୋର ରଥଚକ୍ରବତ ।ଲଙ୍ଘି ଶ୍ୟାମ ଗିରିପଥ, ଭୀମ ସିନ୍ଧୁବୁକୁ,ଗଲା ଅପସରି ଚାହୁଁ ଏ ନେତ୍ରପଲକୁଁକେତେ ଦୂର ସେ ପ୍ରାନ୍ତର-ଦୂରେ ଦୂରେ ଦୂରେ–ସେ ପ୍ରାନ୍ତର-ବିହାରିଣୀ ରହିଲା କା ପୁରେ ।ସେ ରଥ-ନିର୍ଘୋଷତଳେ ଦିନେହେଲେ ଥରେଭାଳି ନ ପାରିଲି ତା’ରେ କର୍ମ୍ମ-ଜଞ୍ଜାଳରେ ।ସକଳ କରମ ତଳେ ଏ କି ପୁଣି କଥାନିମିଷୁ ନିମିଷେ ଫୁଟିଉଠିଲା କି ବ୍ୟଥା !ଚମକାଇ ଦେଇ ମୋର ରଥଚକ୍ର-ଗତି ।ପଛେ ଚାହିଁ ଫେରିବାକୁ ବଳାଇଲି ମତି ।ଯହିଁ ବିଶ୍ରାମିଲି ବାରେ କରିବି ସାଧନାଜୀବନର ଯେତେ ମୋର ପୁଣ୍ୟ କଳପନା,ଆଗେ ଫୁଟିଉଠି ସେ ତ କଲା ବିଚଳିତ;ପଛେ ବା ଆସିଲି ଛାଡ଼ି ମୋ ଜୀବନ-ମିତ !ଭାଳିଲି ଯାହା ମୁଁ ଅଧେ ରହିଲା ଭାଳେଣି,ଅଧେ ଛାୟା-ଛବି ନେତ୍ର ନ ପାରିଲା ଘେନି ।ଦେଖିଲି ମୋ ରଥଚକ୍ର ଅଧେ କରେ ଗତିଅଧେକ କାମନା ମୋର ନୋହିଛି ପ୍ରାପତି ।ଏ ମୋର ଜୀବନତଳେ ପଡ଼ିଲି ଥକି ମୁଁଅଜଣା ସେ ଗତିପଥେ ଦିନେ ଭ୍ରମୁ ଭ୍ରମୁ ।ଥରିଲା ମୋ ତନୁ ମନ, ଥରିଲା କାମନା,ଥରିଲା ମୋ ରଥଚକ୍ର; ନ ମାନିଲା ମନା ।ବିକଳ ନିର୍ଘୋଷେ ପୁଣି ଆସିଲା ସେ ଫେରିସେହି ପଥପ୍ରାନ୍ତ ତୀରେ । କିବା ସ୍ୱପ୍ନେ ଖେଳି ।ଉଠିଲା ଏ ବୁକୁତଳେ ନବୀନା ଉର୍ବଶୀ !ଡାକି ମୁଁ ବୁଲିଲି ଦିଶି ଦିଶି ଦିବା-ନିଶି !କହିଲା କୁସୁମ କଥା, କହିଲା ଚନ୍ଦ୍ରମା;ଶ୍ୟାମ ତୃଣତଳେ ଲଙ୍ଘି ହିମବିନ୍ଦୁ ସୀମାକା’ର ନେତ୍ରଲୁହବିନ୍ଦୁ କେତେ ଡାକି ଡାକିଶୋଇଛି ଏ ଧରଣୀରେ ଧୂଳି ସମ ଜାକି ।ଡାକିଲି; ମୋ ମିତଣି ଗୋ, ଉଠ ଉଠ ବାରେ,ଯାଇଥିଲି ପଥ ଭୁଲି ଦୂର ସିନ୍ଧୁପାରେ,ଦୂର ଗିରିଧାରେ । ସାରା ତ୍ରିଭୁବନେ କାହିଁନୋହିଲେ ତୋ ତୁଲେ ସାଥି ମୁକ୍ତି ମିଳେ ନାହିଁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର