ଶୈଶବ ସ୍ମୃତି
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୩
- ସ୍ଥିତି
- ସାର୍ବଜନୀନ (Public domain)
ମନେ ପଡ଼େ ଏତେ କିପାଁ ଶୈଶବଜୀବନ,ଅତୀତ ଗହ୍ୱରେ ଲୀନ, ନାହିଁ ଯାର ଚିହ୍ନ ?ମନେ ପଡ଼େ ମୋର ସେହି ଘର ଦ୍ୱାର ବାଡ଼ି,ଯାହାକୁ କରାଳ କାଳ ନେଇଅଛି କାଢ଼ି !ଖେଳୁଥିଲି ବୁଲୁଥିଲି ସଙ୍ଗ ଗହଳରେ,ଲୁଚିଛି ସେ କାଳ ଏବେ କାଳ ଗରଭରେ !ଆସୁଥିଲା ନବବଧୂ ସେ ଗୃହ ପ୍ରାଙ୍ଗଣେ,ଦେଖୁଥିଲେ ବାମାମାନେ ସୁନ୍ଦର ଆନନେ !ଫୁଟନ୍ତି ଫୁଲ ପରାଏ ଦିଶୁଥିଲା ତୋରା,ଚମ୍ପାଫୁଲ ପରି ଦେହ ଦିଶୁଥିଲା ଚୋରା !କାଳକ୍ରମେ ସେହି ଏବେ ହୋଇଅଛି ବୁଢ଼ୀ,ମଥାରେ ସିନ୍ଦୂର ନାହିଁ, ହାତେ ନାହିଁ ଚୁଡ଼ି !ସେ ରୋହୂତ ଏହୁ ନୁହେ, ଏ ତ ଆନ ଜନ,କଳ୍ପନା−ରାଜ୍ୟେ ବିହରେ ସେ ଚାରୁ ଆନନ ।ସେ ଘର ତ ନାହିଁ ଆଉ ଏ ତ ଆନ ଘରସେ ବାଡ଼ି ତ ଏହୁ ନୁହେଁ, ସବୁ ସ୍ୱତନ୍ତର ।ମୋ ସୃତି ଜଗତେ ଭାତେ ସେ ଗୃହ−ପ୍ରାଙ୍ଗଣ,ସେହି ଲତା ଦ୍ରୁମ ସେହି ବିହଙ୍ଗମ−ସ୍ୱନ ।ମାଟି ଦେହ ମିଶିଯିବ ଯେବେ ପଞ୍ଚଭୂତେ,ପିଣ୍ଡୁଁପ୍ରାଣ ଉଡ଼ିଯିବ ଅଜଣା ଜଗତେ,ତେବେ ଅବା ସେ ମୋହନ ସ୍ମୃତି ପ୍ରିୟତମଲୁଚି ଯାଇପାରେ, ଏବେ କି ଉଜ୍ଜ୍ୱଳତମ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ