ସତ୍ୟବାଦୀ
୧୮୯୮–୧୯୬୫
- ସଂକଳନ: ପ୍ରଭାତ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୬
- ସ୍ଥିତି
- ସାର୍ବଜନୀନ (Public domain)
ଶ୍ରୀ କୃପାସିନ୍ଧୁ ମିଶ୍ର୭ । ୮। ୧୯ହେଡ଼ମାଷ୍ଟର, ସତ୍ୟବାଦୀ ସ୍କୁଲ
ମୁଁ ଶ୍ରୀମାନ୍ ଗୋଦାବରୀଶ ମହାପାତ୍ରଙ୍କର ‘ପ୍ରଭାତ କୁସୁମ’ ପଢ଼ିଅଛି । ସ୍ଥାନେ ସ୍ଥାନେ କେତେକ ଦୋଷ ପରିଦୃଷ୍ଟ ହେଲେହେଁ ପୁସ୍ତିକାଟି ଲେଖକଙ୍କ କବିତ୍ୱର ଆଭାସ ଦେଉଅଛି ଏବଂ ସେହି କେତୋଟି ଦୋଷ ପରିମାର୍ଜିତ ହେଲେ ସେଥିରେ ଥିବା ପଦ୍ୟଗୁଡ଼ିକ ଉପାଦେୟ ବୋଲି ବିବେଚିତ ହେବ । ଲେଖକଙ୍କୁ ଛାତ୍ରାବସ୍ଥାରୁ ସାହିତ୍ୟାନୁରାଗୀ ଦେଖି ମୁଁ ବଡ଼ ଆନନ୍ଦିତ ହୋଇଅଛି ଓ ‘ପ୍ରଭାତ-କୁସୁମ’ରେ କେତେଗୁଡ଼ିଏ ସୁନ୍ଦର ଭାବ ପାଇଁ ତାହା ଉତ୍କଳର ସାହିତ୍ୟ ପୁସ୍ତକମାନଙ୍କ ମଧ୍ୟରେ ଗୋଟିଏ ଉତ୍କୃଷ୍ଟ ସ୍ଥାନ ପାଇବ ବୋଲି ଆଶା କରେଁ । ଏପରି ପୁସ୍ତକ ମଧ୍ୟ ଦେଶରେ ଗୋଟିଏ ପାଠ୍ୟ ପୁସ୍ତକ ରୂପରେ ଗୃହୀତ ହେଲେ ବୋଧହୁଏ କେହି ଆପତ୍ତି କରିବେ ନାହିଁ ।
ଲେଖକ ମଧ୍ୟ ‘ବାଣପୁର’ ନାମକ ଗ୍ରନ୍ଥର ରଚୟିତା ଏବଂ ଏହି ଗ୍ରନ୍ଥର ପାଠକମାନେ ତାଙ୍କର କବିତ୍ୱର ସମ୍ୟକ୍ ପରିଚୟ ପାଇଥିବେ ।Cuttackରତ୍ନାକର ପତି25.2.19Lecturer in Philosophy,Ravenshaw College, Cuttackଉଷାବିମଳ ତାରକିତ ପ୍ରାଚୀ କପୋଳେନିସର୍ଗ ରଙ୍ଗେ ଶୋଭା-ତରଙ୍ଗ ଦୋଳେ;ପ୍ରସରେ ସରୋବରେ କମଳ ହାସଯତି ଉଦାର-ହୃଦେ ପ୍ରୀତି ସଂକାଶ ॥
ଦେଖି ଗଗନଦ୍ୱାରେ ଜ୍ୟୋତି ନିଳୟନସର୍ଗ ରୁଚି ବର୍ଣ୍ଣ ବିଚିତ୍ରମୟ,ତରୁ ଗହଳେ କାକ ରାବେ ସର୍ବଥାମନସ୍ୱୀ ହୃଦେ ଉଦେ ବିବେକ ଯଥା ॥
ବାଳୁତ ରବି ହେମ-ମୟୂଖମାଳେତେଜି ଯାମିନୀ-ବାସ ଘୋର ତିମିରେ,ଲୁଚିଲେ ନୀଳାକାଶେ ତାରକାମାଳଆତ୍ମ-ଦର୍ଶନେ ମର ଆଶା ପ୍ରକାର ॥
ଗଗନେ ହେଲେ ବିଧୁ ପାଣ୍ଡୁରବର୍ଣ୍ଣଦୁଃଖେ ନିୟତି କରେ ଲଭି ବନ୍ଧନ;ମୁଦିଲା କୁମୁଦିନୀ ନୟନ ସରେସତୀ-ଜୀବନ ସିନା ପତି-ପଦରେ ॥
ଗିରି, କାନନ, ତଟ, କୁଞ୍ଜ-ବିତାନେପୂର୍ଣ୍ଣ ବିକାଶେ ପ୍ରେମ-ପୁଲକ ପ୍ରାଣେ,ଶୋଭନ୍ତି ସୁପ୍ରଭାତେ କୁସୁମକୁଳବୈରାଗ୍ୟ ପାଶେ କି’ବା ସୁଗୁଣ ଠୁଳ ?ହେମ-ଭାସ୍ୱର-କୁସୁମିତ-ନିକୁଞ୍ଜେବିମଳ ତାନେ ଉଷା-ବିହଗ କୂଜେ;ଉଡ଼ିବୁଲନ୍ତି ପ୍ରଜାପତି ହରଷେବିବୁଧେ ଯଥା କାବ୍ୟ-ବନ ଉରସେ ॥
କୁସୁମ ମକରନ୍ଦ ସଞ୍ଚିଲେ ଅଳିପ୍ରୀତି ପୁଲକେ ମଧୁ ତାନେ ଗୁଞ୍ଜରି,ପ୍ରପଞ୍ଚ ମାୟା ମୋହେ ଲଙ୍ଘି ସନ୍ତତପୁଣ୍ୟ ସଞ୍ଚୟେ ଯଥା ତପସ୍ୱୀ ରତ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର