ସାରଳା ମହାଭାରତ ସଭାପର୍ବ (ଦ୍ୱିତୀୟ ଖଣ୍ଡ)
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୫୨୬ ମିନିଟ୍
- ଶବ୍ଦ
- ୮୪୧୨୭
- ସ୍ଥିତି
- ସାର୍ବଜନୀନ (Public domain)
ଶ୍ରୀବିଷ୍ଣୁ ପୁରାଣ ମହାଭାରତ ପୁରାଣ ବାକ୍ୟ ସଂଗତେ ।୨୯।ୟେତ ମୋହଜଳ ସଂସାର ଅନୀତି ବଞ୍ଚିବାକୁ ବାବୁଲୋଭ ମୋହ ହିଂସା ଅପବାତ ୟେହାକୁହିଂ ନୋହଇ ସବୁ ।୩୦।ଅଭୟେ କାନ୍ତାୟେନୀ ମୋହୋର ନିଜ ମାତାପ୍ରତ୍ୟକ୍ଷ ବାକ୍ୟ ମୋତେ କହଇ ସର୍ବଥା ।୩୧।ସେ ଯାହା କହଇ ମୁଂ ତାହା କରଇ ଲେଖନଅସଞ୍ଚେପ କହିଲେ ପାଇବା କାହିଂ ଦିନ ।୩୨।ଶଇଳ ରାଜାର ନନ୍ଦନୀ ବିଜେ ମୋହୋର ହୃଦେଧନ ଆଣି ଚଉର୍ଯ୍ୟେ ଯେହ୍ନେ ହୁଅନ୍ତି ଆନନ୍ଦେ ।୩୩।ଜଙ୍ଖେରପୁର ବାସିନୀ ପ୍ରତ୍ୟକ୍ଷେ ହିଙ୍ଗୁଳାବାଳୁତ କୁତୁହୋଳୀ ସର୍ବଦା ମତି ଭୋଳା ।୩୪।ସେ ଦେବୀ ଚରଣେ ଆରାଧଇ ମଙ୍ଗଳେଲଭିଲି ଅଭ୍ୟାଗତ ହୋ ମମ ବକ୍ଷସ୍ଥଳେ ।୩୫।ଶ୍ରୀ ସାରଳା ଚଣ୍ଡୀର ଚରଣେ ସଦା ନମାମିଶୁଦ୍ରମୁନି ସାରୋଳା ଦାସ ଶତେ ସହସ୍ର ଦଣ୍ଡ ପରିଣାମି ।୩୬।ଶୁଣିବା ହେ ବୁଧଜନେ ସୁଲଭ ବାରତାପୂର୍ବଦିଗ ବିଜୟେ ସହଦେବର ବ୍ୟବସ୍ଥା ।୩୭।ତୁଳମାସ କୃଷ୍ଣପକ୍ଷ ଚଉଠୀ ଗୁରୁବାରରୋହିଣୀ ନକ୍ଷତ୍ରକୁ ଭୋଗ ସେ ଦିନର ।୩୮।ବାଳବ ନାମେ କରଣ ବରିୟନ ନାମେଣ ଯୋଗଅମୃତ ମାହେନ୍ଦ୍ର ଯୋଗ ଘେନି ସହଦେବ ବିଜୟେ ପୂର୍ବଦିଗ ।୩୯।ଲକ୍ଷେକ ରଥୀ ଯେ ବେନିଲକ୍ଷ ହାଥୀଚାରିଲକ୍ଷ ଅଶ୍ୱ ନବମର୍ଭୂତ ପାଦାନ୍ତି ।୪୦।ଟମକ ନିଶାଣ ଢୋଲ ଲକ୍ଷେକ ବୀରତୂରପାଟଛତ୍ର ଆଲମ୍ୱ ଉଦଣ୍ଡ ଅହିବ୍ରତେ ପନ୍ଦର ।୪୧।ୟେତେକ ସଇନି ଘେନି ସେ ମଦନା ଦେବୀର ବଳାମାହେନ୍ଦ୍ର ମଳୟ ପର୍ବତେ ବିଜୟେ ଶୁଭ ଅନୁକୂଳା ।୪୨।ଆକାଶେ ଦେଖିଲେ ଯେ ସ୍ୱାମୀ ଦିନକରମାହୀନ୍ଦ୍ର ସାରଥିକୁ ହକାରିଲେ କରତାର ।୪୩।ଆହୋ ମାହୀନ୍ଦ୍ର ତୁ ଚଳ ୟେହିକ୍ଷଣସହଦେବ ସାରଥି ହୋଇ ବିଜେକର ପୂର୍ବ ଦିଗେଣ ।୪୪।ଦିନକର ଆଗ୍ୟାଂୟେଣ ସେ ମାହୀନ୍ଦ୍ର ସାରଥିସହଦେବ ଛାମୁରେ ଆସି ବିଜୟେ ତତକ୍ଷଣାନ୍ତି ।୪୫।ଦେଖି ପୂଜାକଲା ସେ ମଦନାଦେବୀର ବଳାଦିଶଇ ସୁସଞ୍ଚ ସେ ବାଳଅର୍କ ଅନର୍ଗଳା ।୪୬।ମାହୀନ୍ଦ୍ର ପର୍ବତୁଂ ସେ ଚଳଇ ରହୁବର ବାହିଶଙ୍ଖଧୁନି ଶବଦ ସୁସ୍ୱରେ ବଜାଇ ।୪୭।ମାହୀନ୍ଦ୍ର ବୋଲିକରି ତହିଂ ୟେକ ନଦୀ ଗୋଟିୟେତହିଂ ଯାଇ ସନ୍ଧ୍ୟା ସାରଇ ଅଶ୍ୱିନୀ ତନୟେ ।୪୮।ଚଳନ୍ତି ସଇନି ଯେ ଅନେକ ଦରଷେପ୍ରବେଶ ପାଣ୍ଡବ ଯାଇଂ ମାହୀନ୍ଦ୍ର ନାମ ଦେଶେ ।୪୯।ଆସ୍ତାନେ ବିଜେ କରିଛନ୍ତି ମାରକଣ୍ଡ ନାମେ ନୃପତିତାହାଂକର ଅଗ୍ରତେ ଯାଇଂ ଡଗର କହନ୍ତି ।୫୦।ଶୁଣିମା ଦେବ ସାବଧାନେ ମାହୀନ୍ଦ୍ର ଅଧିକାରୀକେଉଣ ଯୋଦ୍ଧାୟେଟି ଆସଇ ବିଜେ କରି ।୫୧।ୟେସନ ସମୟେ ଯାଇଂ ସହଦେବର ଦୂତେବାରତା ଜଣାଇଲେ ରାଜାର ଅଗ୍ରତେ ।୫୨।ଶୁଣ ଦେବ ସାବଧାନେ ମାହୀନ୍ଦ୍ର ନୃପତିରାଜୁସି ଯଗ୍ୟଂ ସଭା ଯେ ଯୁଝେଷ୍ଠି ଦେବ କରନ୍ତି ।୫୩।ସହଦେବ ବୋଲିକରି ଯୁଝେଷ୍ଠି ଦେବଂକର ଅନୁଜେରାଜାନ୍ତ ନିମନ୍ତ୍ରଣେ ସେ ପୂର୍ବଦିଗେ ବିଜେ ।୫୪।ମାହେନ୍ଦ୍ରଗିରି ପର୍ବତେ ଅଛନ୍ତି ବିଜେକରିଛାମୁକୁ ୟେବେ ଆସ ଦୁହୋ ଉଠ ଦଣ୍ଡଧାରୀ ।୫୫।ଚାରଗଣ ମୁଖୁଂ ରାଜା ୟେସନେକ ବାକ୍ୟ ଶୁଣିଆସ୍ତାନେ ତେଜ୍ୟାକରି ଉଠିଲା ନୃପମଣି ।୫୬।ଶତେକ ଭାର ପାଣିଦ୍ରବ୍ୟ ଘେନି ଦେଖା ଦରଶନିଛାମୁରେ ମାର୍କଣ୍ଡରାଜା କରଇ ଦଇନି ।୫୭।ଅକ୍ଷତ ଗୁଆ ତାକୁ ଦିଲେକ ସଦଦେବପୀରତି ବଢ଼ାଇଲେ ବହୁତ ମତିଭାବ ।୫୮।ତୁ ଆମ୍ଭର ପୀରତି ଅଟୁସି ହୋ ମହାରାଜାସମତୁଣ୍ଡ ଘେନି ତୁହୋ ଜଇନ୍ତା ନଗ୍ରେ ଯାଅ ଯା ।୫୯।ଅନେକ କୃତ କୃତ ହୋଇଲା ମାରକଣ୍ଡତୁଲେଣ ଘେନିଲା ରାଜା ଶତେକ ପାରିଦଣ୍ଡ ।୬୦।ରଥ ଗଜ ଅଶ୍ୱ ଘେନିଣ ସର୍ବସାଜିଚଳଇ ନରେନ୍ଦ୍ର ତାହାର ମହୀନ୍ଦ୍ରଗଡ଼ ତେଜି ।୬୧।ତହୁଂଣ ବିଜେ କରିଗଲେ ସହଦେବସିନ୍ଧୁ ଦେଶେଣ ବିଜୟେ କଲେକ ପାଣ୍ଡବ ।୬୨।ସିନ୍ଧୁ ଦେଶର ରାଜା ନାମ ଯଦ୍ୟରଥଗଜ ଅଶ୍ୱ ନାହିଂ ତାର ଦଶ ସହସ୍ର ରଥ ।୬୩।ଡଗର କହିଲେ ଦେବ ଶୁଣିମା ସିନ୍ଧୁପତିପୂର୍ବଦିଗେ ବିଜୟେ ଦେବ ପାଣ୍ଡବ ସହଦେବ ମନ୍ତ୍ରୀ ।୬୪।ପ୍ରବେଶ ହୋଇଲେ ଆସି ସିନ୍ଧୁଦେଶେବଡ଼ ପ୍ରତାପୀ ସଇନି କ୍ଷେପନ୍ତି ମହାରୋଷେ ।୬୫।ଦେଶାଉର ମୁଖେ ଶୁଣିଣ ବାରତାନଗ୍ରରେ ଉଚ୍ଛବ ରାଜା କରାଇଲା ତୁରିତ ।୬୬।କଟକେ ପାୟେଡ଼ା ପାଡ଼ଇ ନିରନ୍ତରେପୂର୍ଣ୍ଣକୁମ୍ଭ ରମ୍ଭାତରୁ ଚୂତପତ୍ର ରଖି ଦ୍ୱାରେ ।୬୭।ଆପଣେ ପାଦଗତି କରି ରାୟେ ଆୟେଶ୍ରୀକରେ ଚାମର ଧରି ବହୁତ ବିନୟେ ।୬୮।ସହଦେବ ବିଜୟେ ସିନ୍ଧୁରାଜ୍ୟ ଭିତରେଯଦ୍ୟରଥ ଦ୍ରଶନ କଲା ଆସି ସିନ୍ଧୁମନ୍ଦାର ତୀରେ ।୬୯।ରଥରୁ ଓହ୍ଲାଇ ସେ ସହଦେବ ମହାମନ୍ତ୍ରୀଯଦ୍ୟରଥକଇଂ କୋଳକଲେ ବହୁତ ପୀରତି ।୭୦।କୋଳ ସମ୍ଭାଷଣ ଯେ ବହୁତ ବାରତରାଜ୍ୟେ ପ୍ରବେଶ ହୋଇଲେ ବହୁତ ହରଷ ଚିତ୍ତ ।୭୧।କୁଶଳ ବାରତା ଯେ ପଚାରନ୍ତି ବେନିଅନେକ ହରଷେ ବିଜୟେ ସନ୍ୟ ଘେନି ।୭୨।ବଡ଼ ସମ୍ଭର୍ବେ ରାଜା କରନ୍ତି ଉତ୍ସବଯଦ୍ୟରଥ ଭୁବନେ ମୁଣୋହି କଲେ ସହଦେବ ।୭୩।ମୁଣୋହି ସାରିଣ ବିଜୟେ ଚନ୍ଦ୍ରଶାଳା ଭୁବନେଅକ୍ଷତ ଯୋଗାଡ଼ ଦିଲେ ନିମନ୍ତ୍ରଣ ବିଧାନେ ।୭୪।ଆହେ ଯଦ୍ୟରଥ ତୋତେ ଯେତେକ ରାଜା ସାଧୁଆପଣେ ଘନିଯାଅ ସମସ୍ତ ମହାଯୋଧୀ ।୭୫।ଯଦ୍ୟରଥ ବୋଇଲା ସେ ସମସ୍ତ ସଇନିସହସ୍ରେକ ରାଜାନ୍ତ ମୁହିଂ ଯିବଇ ଯେ ଘେନି ।୭୬।ଯଦ୍ୟରଥରକୁ ଚଳଇ ମନ୍ତ୍ରୀବରବିଜୟେ କଲା ମହାମନ୍ତ୍ରୀ ବିରାଳଚନ୍ଦ୍ର ନଗର ।୭୭।ସେ ବିରାଳଚନ୍ଦ୍ର ରାଜ୍ୟର ରାଜା ବଳାନୀକ ଚକ୍ରବ୍ରତୀସହଦେବର ଡଗରେ ଯାଇଂ ବାରତା ଜଣାନ୍ତି ।୭୮।ଶୁଣ ଦେବ ସାବଧାନେ ବଳାନୀକ ମହେଶ୍ୱରପୂର୍ବଦିଗେ ବିଜେ କଲେ ସହଦେବ ଠାକୁର ।୭୯।ରାଜାମାନନ୍ତ ଯେ ନିମନ୍ତ୍ରଣ ଅର୍ଥେସମସ୍ତ ନରେନ୍ଦ୍ର ବିଜୟେ ଇନ୍ଦ୍ର ଯେ ପ୍ରଶସ୍ତେ ।୮୦।ବାରତା ପାଇଣ ସେ ଚଳଇ ବଳାନୀକସମଦଣ୍ଡ ସଇନି ତାର ସାଜିଲା ଅନେକ ।୮୧।ଆପଣେ ସମଦଣ୍ଡ ଘେନିଣ ମହୀପତ୍ୟେସହଦେବକଇଂ ଦ୍ରଶନ କଲାକ ତୁରିତେ ।୮୨।ଛାମୁରେ ରାଜା ଶତେ ସହସ୍ର ଦଣ୍ଡ ପରିଣାମିଜୀବନ ସୁଫଳ ଆଜ ନିସ୍ତରିବି ଦେବସ୍ୱାମୀ ।୮୩।ଅକ୍ଷତ ଗୁଆ ତାକୁ ଦିଲେକ ସହଦେବରାଜୁସି ଯାଗ ସଭାକୁ ଯାଅ ଯା ଅଗ୍ୟାଂ ଦିଲେ ଦେବ ।୮୪।ମଦନା ନନ୍ଦନର ଆଗ୍ୟାଂ ଅବଧାରୀଦଣ୍ଡ ଘେନି ଚଳିଲା ସେ ବଳାନୀକ ହସ୍ତିନା ରାଜ୍ୟପୁରୀ ।୮୫।ଅନେକ ବୀରତୂର ନିଶାଣ ବାଦ୍ୟ ବାଜେଚନ୍ଦ୍ରଚୂଡ଼ ଦେଶ ଜିଣି ସହଦେବ ଈଶାନ୍ୟ ଦିଗେ ବିଜେ ।୮୬।ବୃନ୍ଦାଅର୍କ ବୋଲିକରି ୟେକରାଜ୍ୟ ଗୋଟିୟେମଦନବସନ୍ତ ବୋଲି ତହିଂର ଅଟଇ ରାୟେ ।୮୭।ସେ ରାଜାର ରାଜ୍ୟେ ବିଜୟେ ମନ୍ତ୍ରୀବୀରସନ୍ନିଧ୍ୟେ ହକାରି ପଠିଆଇଲେ ଡଗର ।୮୮।ମଦନବସନ୍ତ ରାଜାଂକୁ କହି ବେଗେ ଯାଇଂଦଣ୍ଡ ଘେନି ମୋ ଛାମୁକୁ ଆସୁ ଦଣ୍ଡସାଇଂ ।୮୯।ସ୍ୱାମୀର ବଚନ ସେ ଚଳିଲେ ମୁନେହିମଦନବସନ୍ତ ରାଜା ଛାମୁରେଣ କହି ।୯୦।ଆହୋ ରାଜା ସହଦେବ ଠାକୁରେ ପୂର୍ବଦିଗେ ବିଜେନିମନ୍ତ୍ରଣ କରୁଅଛନ୍ତି ସବୁଦେଶ ରାଜ୍ୟେ ।୯୧।ସନ୍ୟ ଘେନି ରହିଛନ୍ତି ମହୋଦଧିର କୂଳେଦ୍ରଶନ କରାଇବା ତୋତେ ଯେ ପ୍ରସନ୍ନର ବେଳେ ।୯୨।ଚାରଗଣ ମୁଖୁଂ ବଚନ ଶୁଣି ରାୟେ ହୋଇଲା ଉଷତଦେଖା ଦରଶନି ଘେନି ଚଳଇ ବସନ୍ତ ।୯୩।ମଉଦଧି କୂଳେ ଯେ ବିଜୟେ ମହାମନ୍ତ୍ରୀନାମ ସଂକେତର ବେଳେ ଦ୍ରଶନ କରଇ ମହାଛତ୍ରୀ ।୯୪।ଡଗରେ କହିଲେ ଦେବ ଆଗ୍ୟାଂ ଅଧିକାରୀଦ୍ରଶନ କଲା ଆସି ମଦନବସନ୍ତ ଦଣ୍ଡଧାରୀ ।୯୫।ଜପର ବେଳେ ଚାହିଂଲେ ଅବଲୋକନେନିଉଛାଳି କର ସେ ଶୁତିଲା ରାଜଶୂନ୍ୟେ ।୯୬।ଅନେକ ବିନୋୟୀ ହୋଇ ରାଜା କହଇ ବାରତସ୍ୱାମୀ ମନ୍ତ୍ରୀବର ଗୁଣବନ୍ତ ପ୍ରତଗ୍ୟାଂ ସାମରଥ ।୯୭।ସ୍ୱାମୀର ପାଦରଜ ପଡ଼ିଲେ ୟେ ମୋହର ଭୁବନେମହାଯଗ୍ୟଂ ଫଳଶ୍ରୁତି ଲଭିବି ଅନେକ ପୁଣ୍ୟେ ।୯୮।କଟକେ ପାୟେଡ଼ା ଯେ ପାଡ଼ିଲେ ଅମନାତ୍ୟେନଗ୍ରେଣ ଉତ୍ସବ ସେ କରନ୍ତି ତୋଷ ଚିତ୍ତେ ।୯୯।ଅନେକ ସୁଶୀତଳ ଦ୍ରବ୍ୟ ଉପହାରମାନବହୁତ ସମ୍ଭର୍ବେ ବାଢ଼ିଲା ଅଛଇ ରାଜନ ।୧୦୦।ପାୟେଡ଼ା ଉପରେ ଅଷ୍ଟରତନ କୁଢ଼ାଇଲକ୍ଷେକ ସୁବର୍ଣ୍ଣ ରାଜା, ପୟରେ ପୂଜା ଦେଇ ।୧୦୧।ରାଜାକଇଂ ନିମନ୍ତ୍ରଣ ଦିଲେକ ସହଦେବସମସ୍ତ ସଇନି ଘେନି ରାଜୁସିଯାଗକୁ ତୁମ୍ଭେ ୟେହିକ୍ଷଣି ଯିବ ।୧୦୨।ସଇନି ଚଳାଇ ରାଜା ଖଣ୍ଡେଦୂର ଯାଇଂଧର୍ମନଗ୍ରୀ ପୂର୍ବତୁଂ ସହଦେବ ବାହୁଡ଼ଇ ।୧୦୩।ତହୁଂଣ ଦଣ୍ଡ ଚଳାଇ ଚଳିଲେ ବୀରମଣିବୃନ୍ଦର ଦେଶେ ପ୍ରବେଶ ମନ୍ତ୍ରୀ ଚୂଡ଼ାମଣି ।୧୦୪।ସେ ରାଜ୍ୟେଣ ସୁବାହୁ ବୋଲି ଅଟଇ ମହାରାଜାସହଦେବ ପୟରେ ଯେ କଲେକ ବହୁତ ପୂଜା ।୧୦୫।ନିମନ୍ତ୍ରଣ ଯୋଗାଡ଼ ଦିଲେ ତାଂକୁ ସହଦେବ ଠାକୁରେଦଣ୍ଡ ଘେନି ଚଳିଲା ରାଜା ଯମପ୍ରଶସ୍ତ ପୁରେ ।୧୦୬।ସୁବାହୁ ରାଜାକୁ ସେ ନିମନ୍ତ୍ରଣ କରିଚଳନ୍ତି ମହାମନ୍ତ୍ରୀ ଦଣ୍ଡ ଆଗସରି ।୧୦୭।କୃତାନ୍ତକ ନଦୀ ତୀରେ ରାଜ୍ୟେ ମଧୁବନତହିଂର ନୃପତିର ନାମ ଅଟଇ ଦ୍ରୁମନସେନ ।୧୦୮।ସେ କୃତାନ୍ତକ ନଦୀ ତୀରେ ପ୍ରବେଶ ଅଶ୍ୱିନୀମହା ସମ୍ପଦେ ତାର ବିହଡ଼ନ୍ତ ସଇନି ।୧୦୯।ବାଜନ୍ତି ବିଜିଘୋଷ ଟମକ ନିଶାଣ ଦାଉଣ୍ଡିବାଳଆଦିତ୍ୟ ପ୍ରାୟେକ ସେ କଣୟେ ରଥ ମୁଣ୍ଡି ।୧୧୦।ଫରହର ଆଲମ୍ୱ ଯେ ଅଶ୍ୱଂକ ଉପରେଅତି କଉତୁକେ ଥାଠ ଚଳନ୍ତି ସମ୍ଭରେ ।୧୧୧।ଦୃମନ ନୃପତି ଯେ ବିଜୟେ ଆସ୍ତାନେଛାମୁରେ ଜଣାଇଲେ ଯାଇଂ ଦେଶାଉରମାନେ ।୧୧୨।ଦେବ ହସ୍ତିନାର ଠାକୁର ଯେ ଅଟନ୍ତି ଯୁଝେଷ୍ଠିବ୍ରିକୋଦର ଠାକୁରେ ତାହାଂକର ଅଟନ୍ତି କନେଷ୍ଟି ।୧୧୩।ତାହାଂକର ଅନୁଜ ଯେ ଅଟନ୍ତି ଅରଜୁନନକୁଳ କୁମାର ଦେବ ତାହାଂକ ତହୁଂ ସାନ ।୧୧୪।ସହଦେବ କୁମାର ଯେ ତାହାଂକର ସାନୁଜେମହାଯାଗ ନିମନ୍ତେ ସେ ପୂର୍ବଦିଗେ ବିଜେ ।୧୧୫।ସକଳ ରାଜାନ୍ତ ଦେବ ଆଶନ୍ତି ନିମନ୍ତିଆମ୍ଭର ରାଜ୍ୟେ ଦେବ ଆଶି ପଶିଲେ କାଲି ରାତ୍ରି ।୧୧୬।ଶୁଣିଣ ବିଚ଼ାର ସେ କରଇ ଦୃମନସେନତହିଂକି ଯିବାର ତ କାରଣ ଅଛଇ ପୁଣ୍ୟ ।୧୧୭।ଭୋଜନ ଅକ୍ଷତ ଯେ ଅନେକ ପାଇବାଲକ୍ଷେ କୋଟି ଜନଂକର ମୁଖହିଂ ଚ଼ାହିବା ।୧୧୮।ଆପଣାର ସଙ୍ଗେ ଘେନିଲା ରାଜା ଯୋଦ୍ଧା ତିନିକୋଟିଦୃମନସେନ ଆସଇ ବାଟକୁ ପାଛୋଟି ।୧୧୯।ସହଦେବ ବିଜେ କରିଛନ୍ତି ମଧୁସୂଦନ ପରବତେତହିଂ ଯାଇଂ ପ୍ରବେଶ ହୋଇଲେ ଦୃମନସେନ ନୃପତ୍ୟେ ।୧୨୦।ବହୁତ ସମ୍ୱରେ ଦ୍ରଶନକଲା ରାଜାଲକ୍ଷେକ ସୁବର୍ଣ୍ଣ ନେଇ କଲାକ ପାଦପୂଜା ।୧୨୧।ବହୁତ ବିନୋୟୀ ଅନେକ ସମ୍ଭର୍ବେମଧୁବନ କଟକେ ଯାଇଂ ବିଜୟେ ସହଦେବେ ।୧୨୨।ଆହୋ ଇନ୍ଦ୍ର ବିଜେକଲେ ମାନବେ ହୋନ୍ତି ଯହ୍ନେସମରାଷ୍ଟ ସଇନି ସାନନ୍ଦ ହୋନ୍ତି ତେହ୍ନେ ।୧୨୩।ମୁଣୋହିକି ଯୋଗାଡ଼ କରଇ ମହିପତ୍ୟେପଚନ୍ତି ସୁପକାରେ ଅନେକ ସଂପ୍ରତେ ।୧୨୪।ନୃତ୍ୟ ଗୀତ ତାଣ୍ଡବେ ଯେ ଖଟନ୍ତି ବନିତାସପତସ୍ୱର ବୀଣା ମଧୁର ସଂଗୀତା ।୧୨୫।ସ୍ରାହାନ ମାଜଣା ସାରିଲେ ସାତଘଡ଼ିମୁଣୋହିରେ ବିଜେ ସୂର୍ଯ୍ୟ ବେଳକୁ ବିଚ଼ାରି ।୧୨୬।ଅନେକ ମେଂଜନ ଯେ ସୁପଂକୁ ଅନୁମାନତ୍ରିପୁତି ହୋଇଣ ଯେ ଭୁଂଜନ୍ତି ସମସ୍ତ ସଇନ ।୧୨୭।ଭୁଂଜିଣ ତୁଷ୍ଟେ ସେ କରନ୍ତି ଆଂଚୋବନତ୍ରପୁର ତାମ୍ୱୋଳ ଯେ ସାନନ୍ଦେ ଭୋଜନ ।୧୨୮।କୁଟୁମ୍ୱଯାକ ଘେନିଣ ସେ ନୃପତି ଦ୍ରୁମନସେନଭୃତ୍ୟ ପ୍ରାୟେ ହୋଇଣ ସେ ଖଟଇ ତଳ ଆସ୍ତାନ ।୧୨୯।ଅନେକ ବେଦଧୁନି ବହୁତ ମଙ୍ଗଳ ତୋଳିସୁଲକ୍ଷଣୀ ସ୍ତିରୀୟେ ଅର୍ଘ୍ୟଘେନି ଦିଅନ୍ତି ହୁଳହୁଳି ।୧୩୦।ଦ୍ରୁମନସେନ ବୋଇଲା ଅଶ୍ୱମେଧ ଯାଗ କଲେ ମୋହର ଉପର ବଂଶେସେ ଫଳେ ତୋହୋର ପାଦରଜ ପଡ଼ିଲା ମୋହୋର ୟେଦେଶେ ।୧୩୧।ପ୍ରତକ୍ଷେ ନାରାୟେଣ ମୁଂ ଦେଖିଲି ବେନି ଡ଼ୋଳେରାଜ୍ୟକୁ ସୁଲଭ ମୋହୋର ହୋଇଲା ସର୍ବକାଳେ ।୧୩୨।ସହଦେବ ବୋଇଲା ତୁ ହୋ ମହତ ଧାର୍ମିକଅମହତ ଜନେ ସେ କହନ୍ତି ଅବିବେକ ।୧୩୩।ନିମନ୍ତ୍ରଣ ଯୋଗାଡ଼ ଦିଲେକ ସହଦେବଜଇନ୍ତା ଭୁବନେ ତୁମ୍ଭେ ସମସ୍ତେ ରହିଥିବ ।୧୩୪।ମୁହିଂ ଯାଇଂ ଦ୍ରଶନ କରାଇବି ଭୀମସେନ ଠାକୁରଂକୁଭୀମସେନ ଠାକୁରେ ଦ୍ରଶନ କରାଇବେ ଯୁଝେଷ୍ଠି ଦେବଂକୁ ।୧୩୫।ସ୍ରାହାନ ଭୋଜନ ଯେ ସାରିଣ ଦ୍ରୁମନସେନତତକ୍ଷଣେ ସାଜିଲା ତାହାର ସମଦଣ୍ଡ ସଇନ ।୧୩୬।ଚଳଇ ନରେନ୍ଦ୍ର ଯେ ସଭାକୁ ତତକ୍ଷଣେସହଦେବ ବାହାର ହୋଇଲେ ଈଶାନ୍ୟ କୋଣେ ।୧୩୭।ଭୋଜସେନ ଦେଶେ ପ୍ରବେଶ ମନ୍ତ୍ରୀବରମହାରାଜ୍ୟ ଗୋଟିୟେ ସେ ବଡ଼ଇ ସମ୍ଭାର ।୧୩୮।ସେ ରାଜ୍ୟକୁ ବେଢ଼ି ବହଇ ନଦୀ ବଇତରଣୀକୋନ୍ତଭୋଜ ବୋଲିକରି ତହିଂର ନୃପମଣି ।୧୩୯।ସେ କୋନ୍ତଭୋଜ ନୃପତିର ୟେକଇ ଦୁହିତାତାହାର ନାମ ଅଟଇ ଦେବୀ ଯେ କୋଇନ୍ତା ।୧୪୦।ତାହାକଇଂ ପ୍ରଦାନ ହୋଇଲେ ପଣ୍ଡୁ ଯେ ନୃପତିବଡ଼ାଇ ପ୍ରତାପୀ ସେ କୋନ୍ତଭୋଜ ନୃପତି ।୧୪୧।ସେ କୋଇନ୍ତାଂକର ଯୁଝେଷ୍ଠି ଭୀମ ଅର୍ଜୁନ ତିନି ଆତ୍ମଜାସେ ନିମନ୍ତେ କୋନ୍ତଭୋଜ ହୋଇବେଟି ଅଜା ।୧୪୨।ସେ ରାଜାର ଅଗ୍ରତେ ଯାଇଂ କହନ୍ତି ମୁନେହିଂସ୍ୱାମୀ କେବଣ ଦେଶର ରାଜା ୟେଟି ଦଣ୍ଡ ଘେନି ବାହି ।୧୪୩।କୋନ୍ତଭୋଜ ବୋଇଲା ପାତ୍ର ମନ୍ତ୍ରୀକି ହକାରିରାଜ୍ୟରେ ଉତ୍ସବ ରେ କରାଅ ମୋହୋରି ।୧୪୪।କଟକ ଭିତରେଣ ପାଡ଼ିଲେ ପାୟେଡ଼ାଦ୍ୱାରେଣ କଦଳୀ ତରୁ ପୂର୍ଣ୍ଣ କଳସ ଉଭା ସଡ଼ା ।୧୪୫।ରାଜାର ବଚନେ ସେ ରାଜ୍ୟେ କଲେକ ଉତ୍ସବସମ୍ଭରେ ସନ୍ୟ ଘେନି ପାଛୋଟି ଆସଇ ରାଜଦେବ ।୧୪୬।କୁଣ୍ଡଗିରି ପରବତେ ରହିଛନ୍ତି ବୀରମଣିସନ୍ନିଧ୍ୟେ ପ୍ରବେଶ ହୋଇଲେ କୋନ୍ତଭୋଜ ନୃପମଣି ।୧୪୭।ସହଦେବ ବିଜେ କରିଥିଲେ ନିଜ ରଥେଅଜାଗୁରୁ ଦେଖି ଉଭା ହୋଇଲେ ପାଦଗତେ ।୧୪୮।ପାଦ୍ୟ ଅର୍ଘ୍ୟ ଯୋଗାଡ଼ ଗୋଟିୟେ ଛାମୁରେଣ ଦେଇଚରଣ ତଳେ ସହଦେବ ଶୁତିଲେ ଦଣ୍ଡଲାଇଂ ।୧୪୯।କୋଳକରି ଧଇଲେ ନୃପତି କୋନ୍ତଭୋଜଅନେକ ଅଳଂକୃତ କଲେକ ହୃଦଫକଜ ।୧୫୦।କର୍ପୂର କସ୍ତୁରୀ ଆଦି କଲେକ ମର୍ଦ୍ଦନ ।ଅଷ୍ଟାଙ୍ଗ ଶରୀରେ ତାହା କଲେକ ଲେପନ ।୧୫୧।କୃତ କୃତ ହୋଇ ରାଜା ଅନେକ ବିନୋୟୀକଟକେ ପ୍ରବେଶ ହୋଇଲେ ବେଗେ ରାଜସାଇଂ ।୧୫୨।ସ୍ରାହାନ ଭୋଜନ କରାଇଲେ ଅନେକ ବିନୟେପୁରସରି ସିଂଘାସନେ ବିଜେ କରଇ ମହାରାୟେ ।୧୫୩।ଅନେକ ସାନନ୍ଦେ ସେ ଯେ ପୁରନାରୀଗହଳ ଧନ୍ଦୋଳ ମାନିତି ଗଉରୋବ ନ ବିଚ଼ାରି ।୧୫୪।ଧାମନ୍ତି ନିଜ କାନ୍ତା ତେଜି ଗୃହବାସନ୍ତ ଉପେଖିଗଲେ ଜଗମୋହନ ନ ପାରିବୁ ଦେଖି ।୧୫୫।ୟେସନେକ ନଗ୍ରଜନେ ସମ୍ଭର ଆସ୍ତାନେଦେଖିଣ ସାନନ୍ଦ କୁଳସ୍ତିରୀ – ବୃନ୍ଦମାନେ ।୧୫୬।ମାତିନତ ଗଉରୋବ ଲାଜ ସେହି ଉପେଖିଛାଡ଼ିଲେ ଲଜ୍ଜାଭାବ ସହଦେବଂକୁ ଦେଖି ।୧୫୭।ସହଦେବ ବୋଇଲେ ଯେତେ ଅଛି ପାରିଦଣ୍ଡସବୁନ୍ତି ଘେନି ପିତା ରଥ ଗଜ ଅଶ୍ୱ ମଣ୍ଡ ।୧୫୮।ବାଟେଣ ଯେତେକ ପାର୍ଥିବ ରାଜାମାନନ୍ତନିମନ୍ତ୍ରଣ କରି ତାତ ନେମଟି ତାହାନ୍ତ ।୧୫୯।କୁନ୍ତଭୋଜ ବୋଇଲେ ତୁ ବେଗେ ରାଜାନ୍ତ ସାଧିବହନ ହୋଇ ବାବୁ ଘେନିଆସ ସର୍ବ ଯୋଧୀ ।୧୬୦।ୟେ ପୂର୍ବଦିଗ ନୋହେଇ ଅସହର ଭୂମିଦୁଷ୍ଟ ଦୁର୍ଜାଣ ନୋହୋନ୍ତି ରାଜାୟେ ମହାଧର୍ମୀ ।୧୬୧।ଗ୍ୟାନବନ୍ତ ପଣ୍ଡିତ ଧାର୍ମିକ ମହାଭିଗ୍ୟଂପୀରତିବତ୍ସଳ ଭାଗତବତ୍ସଳ ଅଟନ୍ତି ସର୍ବଗ୍ୟଂ ।୧୬୨।ସମସ୍ତ ନୃପତି ବ୍ରତନ୍ତି ବିଷ୍ଣୁର ଆଶ୍ରିତେତୁମ୍ଭନ୍ତ ଅବିଶ୍ୱାସ ନୋହୋନ୍ତି ଶାହାସ୍ର ଯୁଗତେ ।୧୬୩।ସମସ୍ତ ରାଜାୟେ ପାଇଛନ୍ତି ବାରତାଆଗ୍ୟାଂ ପାଇବାକୁ ସେ ଅଛନ୍ତି ମହାରଥା ।୧୬୪।ଆସ୍ତାନେ ବସାଇ ସେ କୁନ୍ତଭୋଜ ମହାରାଜାସହଦେବ କୁମାରକୁ କଲା ଅନେକ ପୂଜା ।୧୬୫।କୁନ୍ତଭୋଜ ରାଜାକଇଂ ସହଦେବ କଲେକ ନିମନ୍ତ୍ରଣଆଗ୍ୟାଂ ପ୍ରମାଣେ ବାହାର ହୋଇଲେ ରାଜା ତତକ୍ଷଣ ।୧୬୬।ତହୁଂଣ ସହଦେବ ଥାଠନ୍ତ ଚଳାଇକର୍ଣ୍ଣମଣ୍ଡଳ ଦେଶେ ପ୍ରବେଶ ବୀର ଯାଇଂ ।୧୬୭।ତ୍ରିୟଭୁଜ ବୋଲିଣ ତହିଂର ନରପତିତାର ରାଜ୍ୟେ ପ୍ରବେଶ ବିଚିତ୍ରବୀର୍ଯ୍ୟର ନାତି ।୧୬୮।ରାଜାର ଅଗ୍ରତେ ଯାଇଂ କହିଲେ ମୁନେହିଶୁଣିମା ଦେବ ସାବଧାନେ ପରରାଷ୍ଟ ବାରତ କହି ।୧୬୯।ସ୍ୱାମୀ ୟେକ ଯୋଦ୍ଧାୟେ ଯେ ସଇନି ଅଳପରଥ ଗଜ ଅଶ୍ୱ ନାହିଂ ଅସଂକ୍ଷେପ ।୧୭୦।ରାଜ୍ୟେଣ ପଶିଲା ଦେବ ସେ କେଉଣ ଦେଶର ରାୟେବିହଡ଼ନ୍ତି ସଇନି ଦେବ ଉଲୁକାପାତ ପ୍ରାୟେ ।୧୭୧।ଦେଶାଉର ମୁଖୁଂ ବାରତ ପାଇଣ ନୃପତି ତ୍ରିୟଭୁଜମନ୍ତ୍ରୀକି ବୋଇଲା ବେଗକରି ଦଣ୍ଡ ମୋର ସାଜ ।୧୭୨।ମୁହିଂ ସେ ଆନକର ସାଜୁଣ ଥାଇ ଥାଠମୋହୋର ରଜ୍ୟରେ ରେ କାହିଂ ପଶଇ ପରରାଷ୍ଟ ।୧୭୩।ସାଜନ୍ତି ସଇନି ଯେ ରଥ ଗଜ ହୟେରାଜ୍ୟୁଂ ବାହାର ଥାଠ ଯେ ସମୋଦ୍ର ଲହଡ଼ି ପ୍ରାୟେ ।୧୭୪।ଚ଼ାରିଲକ୍ଷ ଅଶ୍ୱ ଯେ ନବଲକ୍ଷ ପାଦାନ୍ତିସହଦେବ ସନ୍ୟକଇଂ ଯାଇ ଓଗାଳିଲେ ଝାତି ।୧୭୫।ଧର ଧର ମାର ମାର ଶୁଭଇ ଘୋର ବୋବିପାଦର ବିଘାତେ ଯେ କମ୍ପଇ ପୃଥ୍ୱୀଦେବୀ ।୧୭୬।ଜୟେନିକ ମନ୍ତ୍ରୀ ଯେ ଥାଠରେ ଆଗିଆଣିଚୋଖାର ତୁରଙ୍ଗ ଯେ ବିହଡ଼ନ୍ତି ଖୁରିସାଣି ।୧୭୭।ବହୁତ ସମ୍ଭରେ ଯେ କର୍ଣ୍ଣମଣ୍ଡଳକର ଥାଠଗର୍ଜିଣ ଉଠନ୍ତି ଯୋଦ୍ଧାୟେ ନିଘଞ୍ଚରେ ନାହିଂ ବାଟ ।୧୭୮।ସହଦେବର ଅଗ୍ରତରେ କହିଲେ ଦେଶାଉରେଶୁଣିମା ଦେବ ସାବଧାନେ ପାଣ୍ଡବ ମହାବୀରେ ।୧୭୯।ସ୍ୱାମୀ କର୍ଣ୍ଣମଣ୍ଡଳର ରାଜା ଯେ ବଡ଼ାଇ ପ୍ରତାପୀଝଲକାନ୍ତି ଲାଂକିୟା ଦେବ ଗର୍ଜନ୍ତି ମହାକୋପୀ ।୧୮୦।ସ୍ୱାମୀ ଆଗେ ଓଗାଳିଲେ ରେ ରେ କାର ଶବଦ କରିବିନ୍ଧନ୍ତି ନାରାଜ ଦେବ ଗଉରୋବ ନ ବିଚ଼ାରି ।୧୮୧।ସହଦେବ ବୋଇଲା ରାଇ କାମେଶ୍ୱର ସେନାପତିଆମ୍ଭେ ଆସିଅଛୁଂ ହୋ ତାହାନ୍ତ ନିମନ୍ତି ।୧୮୨।ୟେଥିର ବାରତା କହ ତୁମ୍ଭେ ଯାଇଂନ ଜାଣି ଦଣ୍ଡ ଚଢ଼ି ଦ୍ୱନ୍ଦ କରଇ କିଂପାଇ ।୧୮୩।ସହଦେବର ଆଗ୍ୟାଂରେ ଚଳଇ କାମେଶ୍ୱରଅଶ୍ୱେକ ଚଢ଼ି ତ୍ରିୟଭୁଜ ମନ୍ତ୍ରୀର ଆଗର ।୧୮୪।ଗ୍ୟାନବନ୍ତ ମନ୍ତ୍ରୀ ସେ ପୁଛଇ ବାରତକେବଣ ଦେଶରୁ ତୁମ୍ଭେ କଲ ହୋ ଆଗତ ।୧୮୫।ଉଲୁକାପାତ ପ୍ରାୟେ ଆଣିଲ ୟେକ ଥାଠେନ ପଚ଼ାରି କିଂପାଇ ପଶିଲ ପରରାଷ୍ଟେ ।୧୮୬।କାମେଶ୍ୱର ମନ୍ତ୍ରୀ କହଇ ବାରତେଆହୋ ମନ୍ତ୍ରୀ କହ ଯାଇ ତୋର ରାଜାର ଅଗ୍ରତେ ।୧୮୭।ବୋଲ ସୋମବଂଶେ ଉତପତ୍ତି ଯୁଝେଷ୍ଠି ଦେବରାୟେତାହାଂକର ଅନୁଜ ମାଦ୍ରୀଦେବୀର ତନୟେ ।୧୮୮।ରାଜୁସି ଯଗ୍ୟଂ ଯେ କରିବେ ସେ ଧର୍ମସୁତେସହଦେବ ଆସିଛନ୍ତି ରାଜାନ୍ତ ନିମନ୍ତ୍ରିବା ନିମନ୍ତେ ।୧୮୯।ୟେ ଜମ୍ୱୋଦ୍ୱୀପର ମଧ୍ୟେ ଯେ ଲକ୍ଷେକ ନୃପତିଚତୁର୍ଦ୍ଦିଗ ରାଜାନ୍ତ ହୋ ନେଉଛନ୍ତି ନିମନ୍ତି ।୧୯୦।କାର୍ଯ୍ୟେଣ ନିମନ୍ତ୍ରଣ ଆମ୍ଭେ ନୋହୁନା ଦ୍ୱନ୍ଦକାରୀଉତ୍ସବ ଯାତ୍ରାକୁ ଯେ ବନ୍ଧୁ ବାନ୍ଧବ ଲୋକନ୍ତି ଲୋଡି ।୧୯୧।ତୁମ୍ଭର ଆମ୍ଭର ପୀରତି ହୋ ଅନେକ ବନ୍ଧୁପଣଉଚ୍ଚବାଚ ହୋଇଣ କିଂପା ଆସ ଅକାରଣ ।୧୯୨।ମଧୁର୍ଯ ବଚନ ଯହୁଂ କହିଲେ କାମେଶ୍ୱର ସେନାପତିରାଜାର ଅଗ୍ରତେ ଯାଇଂ କହିଲେକ ମହାମନ୍ତ୍ରୀ ।୧୯୩।ଶୁଣ ଦେବ ସାବଧାନେ ତ୍ରିୟଭୁଜେ ପଣ୍ଡୁରାଜାର ପୁତକୋନ୍ତଭୋଜ ନାତି କୋଇନ୍ତା ଦେବୀଂକର ୟେ ସୁତ ।୧୯୪।ରାଜୁସି ଯାଗକୁ ୟେ ଅଇଲେ ରାଜନ୍ତ ନିମନ୍ତ୍ରଣେବହୁତ ସମାର୍ଜନା କରି ଆମ୍ଭନ୍ତ କହିଲେ ବନ୍ଧୁପଣେ ।୧୯୫।ମନ୍ତ୍ରୀବର କହିଲା ବହୁତ କଥା ସାମ୍ୟଶୁଣିଣ ତ୍ରିୟଭୁଜ ଛାଡ଼ିଲା ଦୁଷ୍ଟତମ ।୧୯୬।ଆପଣେ ନୃପତି ତହୁଂ ଅଶ୍ୱେକ ଚଳାଇସନ୍ୟବଳମାନନ୍ତ ସମସ୍ତ ଘୁଞ୍ଚାଇ ରୁହାଇ ।୧୯୭।ଦଣ୍ଡସାମ୍ୟ କରି ବାହାର ନୃପସାଇଂସହଦେବ ଛାମୁରେ ପ୍ରବେଶ ବୀରସାଇଂ ।୧୯୮।ଆପଣେ ନୃପତି ଯେ ବାହାନ କଲା ତେଜ୍ୟାଚାମର ଗୋଟିୟେ ଘେନି ଶ୍ରୀଚରଣେ ଗବନ କରଇ ରାଜା ।୧୯୯।ଯେଉଣ ସ୍ତାନେ ବିଜେ କରିଛନ୍ତି ଅଶ୍ୱିନୀ କୁମାରଂକ ଆତ୍ମଜଛାମୁରେ ପ୍ରଣପତ୍ୟ ହୋଇଲା ନୃପତି ତ୍ରିୟଭୁଜ ।୨୦୦।ଶ୍ରୀଭୁଜେଣ ସହଦେବ ଯେ ରାଜାଂକୁ କଲେ କୋଳତ୍ରିୟଭୁଜ ରାଜା କଣ୍ଠେ ଲମ୍ୱାଇଲେ ରତ୍ନମାଳ ।୨୦୧।ବେନିଜନେ କୋଳ ସମ୍ଭାଷଣ ଅନେକ ପୀରତିକଟକ ଭିତରେ ବିଜୟେ କଲେକ ତତକ୍ଷଣାନ୍ତି ।୨୦୨।ଅନେକ ଅକ୍ଷତ ତାକୁ କଲାକ ତ୍ରିୟଭୁଜଭୋଜନ ଯୋଗାଡ଼ ଆଣି ଛାମୁରେ କଲା ସଜ ।୨୦୩।ସହଦେବ ବୋଇଲେ ଭୋଜନକୁ ବେଳ କାହିଂରାଜାମାନନ୍ତ ନିମନ୍ତ୍ରଣ କରିବି ବହନ ଯିବି ମୁହିଂ ।୨୦୪।ନଉ ଦିବସ ମଧ୍ୟେ ନିମନ୍ତ୍ରିବି ସାତସହସ୍ର ରାଜାମୋହୋର ଦେଶର ରାଜାୟେ ଆଗେ କରିବେ ପୂଜା ।୨୦୫।ପୂର୍ବଦ୍ୱାର ଦେଶ ୟେ ଅଟଇ ଈଶାଣ ଭୂମିବ୍ରାହ୍ମଣ ରାଜାମାନେ ୟେ ସମସ୍ତେହେଂ ମହାବ୍ରହ୍ମି ।୨୦୬।ପ୍ରଥମେ ଅକ୍ଷତ ଦେବେ ୟେ ମହାଯଗ୍ୟଶ୍ୟଂ ସ୍ତାନେନିର୍ଦ୍ୱନ୍ଦେ ରାଜାମାନନ୍ତ ନେମି ବୋଲି ମତେ ବାଛି ପଠିଆଇଲେଜନାର୍ଦ୍ଦନେ ।୨୦୭।ଚାରିଦିଗକୁ ଯେ ଆମ୍ଭେ ଅଇଲୁ ଚାରିଗୋଟି ଭାଇଚାରିଉଣା ଲକ୍ଷେ ରାଜାନ୍ତ ନେମୁଂ ଆମ୍ଭେ ନିମନ୍ତାଇଂ ।୨୦୮।ନିରାଧାର ଆଗ୍ୟାଂ ଆମ୍ଭନ୍ତ ଦିଲେ ବାସୁଦେବେନଉ ଦିବସେ ରାଜାନ୍ତ ନ ନେଲେ ଆମ୍ଭନ୍ତ ଚକ୍ରେଣ ଛେଦିବେ ।୨୦୯।ଭୋଜନ ଶୟନେ ଆମ୍ଭର କାହିଂରେ ନାହିଂ ଇଚ୍ଛାଯେ ଆଗେ ଦ୍ରଶନ ତାହାର ପୁରିବ ମନୋବାଚ୍ଛା ।୨୧୦।ନିମନ୍ତ୍ରଣ ଯୋଗାଡ଼ ତାଂକୁ ଦେଲେକ ମନ୍ତ୍ରୀବରପାରିଦଣ୍ଡ ରାଜାନ୍ତ ଘେନିଣ ତୁ ୟେହିକ୍ଷଣି ହୁଅସି ବାହାର ।୨୧୧।ନିରାଧାର ଆଗ୍ୟାଂୟେ ସେ ରାଜା ସାଜିଲା ତାହାର ଦଣ୍ଡତକ୍ଷଣେ ବାହାର ରାଜା ଛାଡ଼ିଲା ରାଜ୍ୟଖଣ୍ଡ ।୨୧୨।ତହୁଂଣ ସହଦେବ ଯେ ଚଳଇ ହରଷେପ୍ରବେଶ ହୋଇଲା ଯାଇଂ ମିଥିଲା ରାଜ୍ୟ ଦେଶେ ।୨୧୩।ନନ୍ଦସେନ ବୋଲିଣ ତହିଂର ଅଟଇ ରାଜାସହଦେବ ଦିଗବିଜେ ବାରତା ଶୁଣି ଆସି ଅଗ୍ରତେ କଲା ପୂଜା ।୨୧୪।ପଞ୍ଚାଶ ଭାର ସୁବର୍ଣ୍ଣ ସେ ଦେଖା ଦରଶନିନିଉଛାଳି କଲା ରାଜା ଚଉବିଂଶ ପୁତ୍ରନ୍ତ ଘେନି ।୨୧୫।ଆପଣେ ଚାମର ରାଜା ଢାଳଇ ଅଗ୍ରତେପୁଣ ପୁଣ ପ୍ରଣପତ୍ୟ ବିନୟେ ଭଗତେ ।୨୧୬।ନିଉଛାଳି କରି ରାଜା ରହିଲା ପୁରମେଣ୍ଟିମୋହୋର ମଥାରେ ଅଭିଷେକ କର ତୋହୋରବେନିପାଦଗୋଟି ।୨୧୭।ଜୀବନକୁ କାରଣ ମୋର ହୋଇବ ଜନ୍ମେ ଜନ୍ମେଲଭିବି ଅନେକ ସୁଫଳ ସୁଭଗତି ଅନୁକ୍ରମେ ।୨୧୮।ସହଦେବ ବୋଇଲା ରାଜା ଜୀବନ ତୋହୋର ସାଧୁୟେ ପୂର୍ବଦିଗର ରାଜାମାନେ ସଭିୟେଂ ଆମ୍ଭର ବନ୍ଧୁ ।୨୧୯।ଅକ୍ଷତ ଗୁଆ ତାଂକୁ ଦିଲେକ ମହାମନ୍ତ୍ରୀସମଦଣ୍ଡ ଘେନି ରାଜା ବାହାର ତତକ୍ଷଣାନ୍ତି ।୨୨୦।ଚଳଇ ସହଦେବ ଯେ ଦକ୍ଷିଣକଇଂ ମୂର୍ତ୍ତିକରିନୀଳେନ୍ଦୀ ଦେଶେ ପ୍ରବେଶ ହୋଇଲେ ବେଗ କରି ।୨୨୧।ନୀଳେନ୍ଦୀ ନଦୀକୂଳେ ନୀଳେନ୍ଦୀ ନଗ୍ର ବସଇକଟକ ଯୋଜନମାଡ଼ି ସେ ରାଜ୍ୟସ୍ଥଳୀ ଅଟଇଶତେ ପାରିଦଣ୍ଡ ସେ ରାଜା ନୀଳସେନକଇଂ ଖଟଇ ।୨୨୩।ରାଜାର ଅଗ୍ରତେ ଯାଇଂ କହିଲେ ମୁନେହିଶୁଣ ଦେବ ସାବଧାନେ ଭୁବନାଧି ସାଇଂ ।୨୨୪।ଯୁଝେଷ୍ଠି ଠାକୁର ବୋଲି ହସ୍ତିନା ଦେଶର ରାଜାରାଜୁସିଯାଗ କରିବେ ଲକ୍ଷ ନୃପତି କରିବେ ତାହାଂକୁ ପୂଜା ।୨୨୫।ସହଦେବ ବୋଲିକରି ନକୁଳ ଦେବଂକର ସାନ ଭ୍ରାଥନିମନ୍ତ୍ରଣ କରି ଆସୁଛନ୍ତି ପୂର୍ବଦିଗ ରାଜାମାନନ୍ତ ।୨୨୬।ଆମ୍ଭର ରାଜ୍ୟେ ଆସ ଦେବ ହୋଇଲେ ପ୍ରବେଶଆମ୍ଭେ ଦେଶାଉରେ ଯେ କହିଲୁ ସନ୍ଦେଶ ।୨୨୭।ଶୁଣିଣ ନୀଳସେନ କୋପେଣ ପରଚଣ୍ଡସନ୍ନିଧ୍ୟେ ହକାରିଲା ଶତେକ ପାରିଦଣ୍ଡ ।୨୨୮।ଧାଅଂରେ ସଇନି ତାକୁ ନିରୋଧ କରି ବେଢ଼ଜୀବନ୍ତା ଧରିଣ ବାନ୍ଧିଆଣ କରି ଦୃଢ଼ ।୨୨୯।ତିରଣ ପ୍ରମାଣେ ମାଂସ କାଟିକରି ତୋଳିଅଛିମାଂସ କାଟିଣ ମୁଂ ଦେବଇଂ ବିଷାବଳି ।୨୩୦।ମୋହର ମହିମାଂ ତାହାର ନାହିଂକି ଶୁଣିଲାସଞ୍ଚୟେ ନାଶକର ତାହାର ପାଞ୍ଜି ଯେ ପୋଛିଲା ।୨୩୧।ରାଜାର ବଚନେ ସେ ସାଜିଲେ ସଇନିଛଲ ଚକ୍ର ନାରାଜ ଅସିପତ୍ର କୋନ୍ତ କରେ ଘେନି ।୨୩୨।ଉଠିଲେ କୋପାନଳେ ରେ ରେ କାର ଶବଦେମହୀ ଉଛୁଳିଲା ଯେ ମୁଖରାବ ଘୋର ନାଦେ ।୧୩୩।କଟକେଣ ପଶନ୍ତେ ସହଦେବର ସଇନିଓଗାଳିଲେ ଯୋଦ୍ଧାୟେ ଯେ କରେଣ ଶସ୍ର ଘେନି ।୨୩୪।ଝଲକନ୍ତି ଲାଂକିଆ ସେ କରେ ବୁଲାବନ୍ତି ତୋଳିଶ୍ୟାମଳ ମେଘେ ଯେହ୍ନେ ଝଟକନ୍ତି ବିଜୁଳି ।୨୩୫।କୋଦଣ୍ଡେ ନାରାଜ ପୂରୋଇ ରୋଷଭରେଅବିଚ୍ଛନ୍ନେ ବାଣ ସେ ବିନ୍ଧନ୍ତି ଉପରେ ।୨୩୬।ଶରଦ ମେଘେ ଯେହ୍ନେ ଗର୍ଜନ୍ତି ନିର୍ଘାତଗୁଣ ଟଂକାର ଶବଦ ଶୁଭଇ ସେହିମତ ।୨୩୭।ସଇନିଂକି ତିଆରଇ ସେ ମଦନା ଦେବୀର ବତ୍ସରଜନୀ ପ୍ରସର ହୋଉଂ ସାଗ୍ରାମୁଂ ଦଣ୍ଡେ ଘୁଞ୍ଚ ।୨୩୮।ମନ୍ତ୍ରୀର ବଚନେ ନ ରହନ୍ତି ସଇନିକଟାଳ ଦେଖି ନାରାଜ ବିନ୍ଧିଲେ କରେ ଘେନି ।୨୩୯।ବେନି ପ୍ରହର ଯେ ହୋଇଲା ଶରବୃଷ୍ଟିଶହସ୍ରଂକ ପରିତାଳେ ରଜନୀ ଗଲା ଫାଟି ।୨୪୦।ବେନି ସଇନି ଯହୁଂ ହୋଇଲେ ଅଭାବସହସ୍ରେକ ଯୋଦ୍ଧା ଘେନି ଉଠିଲେ ସହଦେବ ।୨୪୧।ଆହୋ ଆପଣାର ସଇନିକି କରିଣ ଆବୋରଣରହ ରହ ବୋଲି ହାକଇ ପାଣ୍ଡବ ପଞ୍ଚାଣ ।୨୪୨।ଓହୋବଳ ଘୋର ସାଂଗ୍ରାମେ ପ୍ରସର ହୋଇଲା ରାତିସାଂଗ୍ରାମେ ପଶିଲେ ସହଦେବ କାମେଶ୍ୱର ସେନାପତି ।୨୪୩।ଦଶ ସହସ୍ର ଯୋଦ୍ଧା ଘେନିଣ ସେ ପ୍ରତଗ୍ୟାଂ ବୀରବରସହଦେବର ବେନି ସେନାପତି ଆବୋରିଲେ ସମର ।୨୪୪।ନ ଘୁଞ୍ଚନ୍ତି ସଇନି ତାହାର ବଡ଼ାଇ ପରଚଣ୍ଡନୀଳସେନ ରାଜାର ସେ ଶତେକ ପାରିଦଣ୍ଡ ।୨୪୫।ଅନେକ ସାଂଗ୍ରାମ ଯେ ହୋଇଲା ଅନ୍ୟୋଅନ୍ୱିଉଠିଲେ ୟେକମୁଖ ହୋଇ ସହଦେବର ସଇନି ।୨୪୬।ବିନ୍ଧନ୍ତି ନାରାଜ ଯେ ପରିଘ ତୀକ୍ଷମୁନାପଡ଼ିଲେ ଅଶ୍ୱଗଜ ମାହୁନ୍ତ ଫୁଟିଣ ବଜ୍ରସେନ୍ହା ।୨୪୭।ହାଥୀଂକର କୁମ୍ଭସ୍ଥଳେ ନାରାଜ ହୋଇଲାକ ବୃଷ୍ଟିଗର୍ଜନ ନାଦ କରି ଗଜେ ପଡ଼ିଲେ ମହୀଲୋଟି ।୨୪୮।ଗାଢ଼ ଶହସ୍ର ଘାତେ ଲୋଟନ୍ତି ରାଉତେଗଜ ଅଶ୍ୱନ୍ତ ଘେନି ପଳାବନ୍ତି ରାଉତେ ମାହୁନ୍ତେ ।୨୪୯।ସହଦେବର ସଇନି ନାରାୟଣଂକ ପ୍ରସାଦେମାଇଲେ ଅନେକ ସଇନି ଅଛନ୍ତି ଅପ୍ରମାଦେ ।୨୫୦।ବିକଳେ ସଇନିବଳ ପଳାଇଲେ ରଣେ ଭାଂଜିପାଣ୍ଡବ ବଳ ସଇନ ଉଠିଲେ ଗଳଗାଜି ।୨୫୧।ତିନି ଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼ପଳାଇଂ ସଇନି ପ୍ରବେଶ ହୋଇଲେ ରାଜାର ଛମୁର ।୨୫୨।ଭଗ୍ନବଳ ଦେଖିଣ ନୀଳସେନ ଚକ୍ରବ୍ରତୀଚାରିଲକ୍ଷ ଯୋଦ୍ଧା ଘେନି ଚାଲିଲା ମତ୍ତହାଥୀ ।୨୫୩।ରହ ରହ ବୋଲି କରି ଡାକ ପାଡ଼ଇ ନୃପମଣିଗର୍ଜିଣ ନାରାଜ ଯେ ବିନ୍ଧଇ ଆପଣା ହାଥେ ଘେନି ।୨୫୪।ରାଜାକୁ ଦେଖି ସହଦେବ ହୋଇଲେକ ଆଗଦେଖିଣ ସ୍ତମ୍ଭୀଭୂତ ହୋଇଲା ମହାନାଗ ।୨୫୫।ସହଦେବ ପଚାରଇ ନୀଳସେନ ରାଜାକୁଆହୋ ଅକାରଣେ ସମରେ କିଂପେ ପଶିଲୁ ମରିବାକୁ ।୨୫୬।ମୁହିଂ ହାଦେ ଅଇଲି ପୂର୍ବଦିଗର ବରଣେରାଜୁସି ଯାଗ ସଭାକୁ ରାଜନ୍ତ ନିମନ୍ତ୍ରଣେ ।୨୫୭।ସମସ୍ତ ରାଜାମାନେ ଯାଉଛନ୍ତି ହସ୍ତିନାରାଜ୍ୟକୁ ବାହିତୋହୋର ପରା ମୂର୍ଖ ରାଜା ଦେଖିଲା ମୋର ନାହିଂ ।୨୫୮।ଜୀବନ ଝଗଡ଼ କଲୁ ଆଇଷ୍ୟ ଥାଉଂ ରାଜାନ କର ସାଂଗ୍ରାମ ତୁ ଘୁଞ୍ଚିକରି ୟେଥୁଂ ଯା ଯା ।୨୫୯।ମୁହିଂ ହାଦେ ସହଦେବ ପାଣ୍ଡବ ମନ୍ତ୍ରୀବରତୋହୋର ଦୁଷ୍ଟପଣକୁ ଯୋଗାନ୍ତି ବ୍ରିକୋଦର ।୨୬୦।ୟେବେହେଂ ଦୁଷ୍ଟପଣ ତୁ ଛାଡ଼ସି ନୃପତିମୁହିଂ ହାଦେ ଆସିଅଛି ରାଜନ୍ତ ନିମନ୍ତି ।୨୬୧।ରାଜୁସି ଜାଗ ସଭା ଯାତ୍ରାର ବିଧାନଦ୍ରଶନେ ଖଣ୍ଡିବୁ ତୋହୋର ଦୁଷୁକୃତମାନ ।୨୬୨।ଆହୋ ପୂର୍ବଦିଗ ରାଜା ହୋଇ ୟେଡ଼େକ କାଂହି ଦୁଷ୍ଟମୂର୍ଖ ଅଗ୍ୟାନ ତୁହୋ ବଡ଼ାଇ ପାପିଷ୍ଠ ।୨୬୩।ଭଲେ ବୁଝିଲି ମୁଂ ପଣ୍ଡିତପଣ ହୋଇୟେତେବେଳେ ପରିଯନ୍ତେ ତୁ ବ୍ରତିଥାନ୍ତୁ କାହିଂ ।୨୬୪।କହୁଂ କହୁଂ ସହଦେବର ବିକଶିଲା ମହାତେଜନୀଳସେନ ରାଜକୁ ଦିଶିଲା ସହଦେବ ସହସ୍ରେକ ଭୁଜ ।୨୬୫।ଦେଖିଣ ଆଶ୍ରିଜ ଯେ ହୋଇଲା ରାଜନୟେକି ସେ ସତ୍ୟଯୁଗର ଯେ ସହସ୍ରା ଅରଜୁନ ।୨୬୬।ପୁରାଣେ ଯାହା ଶୁଣିଲି ତାହା ଦେଖିଲି ବେନି ଡୋଳେମନଭ୍ରାନ୍ତି ମୋର ଫିଟିଲା ଯେ ୟେତେବେଳେ ।୨୬୭।ଗୁଣ ସରୂପମାନ ବିଚାରଇ ମହାରାଜାତତକ୍ଷଣେ ନୃପତିକଇଂ ବହନ କଲା ତେଜ୍ୟା ।୨୬୮।ଆପଣାର କରରୁ ଛାଡ଼ିଲା ନିଜ ଦଣ୍ଡପ୍ରଣପତ୍ୟ ହୋଇ ଶୁତିଲା ନୃପତି ନୀଳଷଣ୍ଢ ।୨୬୯।ପାୟେ ଆସି ନିଉଛାଳି କରଇ ମହାରାଜାଆସ ଆସ ନୀଳସେନ ବୋଲି ସହଦେବ ରଥ କଲେ ତେଜ୍ୟା ।୨୭୦।ନଳସେନ ରାଜାକଇଂ ତୋଳିଲେ ହାଥେ ଧରିଆକ୍ରେଷଣ କୋଳକଲେ ଶ୍ରୀଭୁଜେଣ ଭିଡ଼ି ।୨୭୧।ରତ୍ନମାଳା ଗୋଟିୟେ ଆଭରଣ କଲେ ତାହାରି ହୃଦରେଦେଖିଣ ଫିଟିଲା ରାଜାଂକ ଭ୍ରାନ୍ତି ପରମ ସାନନ୍ଦରେ ।୨୭୨।ସ୍ୱାମୀ ମୁହିଂ ମୂର୍ଖ ଯେ ଅଟଇ ଅଗ୍ୟାଂତାନୋହିଲା ମୁହିଂ ଧାର୍ମିକ ବିବେକ ସହିଷ୍ଣୁତା ।୨୭୩।ତୁ ଯେବେ ଶରଣମତ୍ସଳ ନାଥ ଜଗତଜନ ବନ୍ଧୁୟେ ମଧ୍ୟସ୍ୱର୍ଗର ମଧ୍ୟେ ପାଣ୍ଡବ ମହିଂମା ତୋହୋର ସାଧୁ ।୨୭୪।ତୁ ଦେବ ଶରଣମତ୍ସଳ କରୁଣାସାଗରଦଶଦୋଷ ଅପ୍ରାଧ କ୍ଷମା କରିବୁ ନା ମୋହୋର ।୨୭୫।ସହଦେବ ବୋଇଲା ଅଗ୍ୟାନ ପ୍ରାଣୀଂକିପଣ୍ଡିତଜନେ କି ତାହାଂକର ଧରିବେ ମନ୍ଦ ବାକି ।୨୭୬।ସହଦେବ ବୋଇଲେ ହୋ ନ ଭାଳ ମନ୍ଦଚିତ୍ତଛତ୍ରୀବୃତ୍ତି ଥିଲେ ଅବଶ୍ୟ ହୋଅଇ ୟେମନ୍ତ ।୨୭୭।ୟେ ଗତ ଦୋଷକୁ ତୁ ନ କର କିଛି ଭ୍ରାନ୍ତିପୂର୍ବଦିଗେ ବିଜେକଲି ମୁଂ ରାଜାନ୍ତ ନିମନ୍ତି ।୨୭୮।ତୁ ନ ଚିହ୍ନି ଅକାରଣେ କିସ ଦୋଷୀବିନା ଅପରାଧେ ମୁହିଂ ସେ ନୋହଇ ସନ୍ୟବଳ ନାଶି ।୨୭୯।ନିମନ୍ତ୍ରଣ ଯୋଗାଡ଼ ଦିଲେ ସେ ନୀଳସେନ ରାଜାଂକୁସମଦଣ୍ଡ ଘେନି ଚଳ ହୋ ରାଜା ହସ୍ତିନା ପୁରକୁ ।୨୮୦।ସହଦେବ ବଚନେ ସେ ନୀଳସେନ ପରିଣାମିବୋଇଲା ଆଜକ ମୋହୋର ରାଜ୍ୟରେ ରହିବାକ ସ୍ୱାମୀ ।୨୮୧।ସହଦେବ ବୋଇଲେ ତୁ ଚଳ ଯା ସନ୍ୟ ଘେନିକ୍ଷଣେକ ନ ରହିବୁଟି ହୋ ଚଳ ଦିବା ରୟେଣୀ ।୨୮୨।ନୀଳସେନଂକୁ ଚଳାଇ ମାଦ୍ରୀ ଦେବୀର ବଳାମନ୍ତ୍ରୀ ଚୂଡ଼ାମଣି ତହୁଂ ଦଣ୍ଡ ଘେନିଗଲା ।୨୮୩।=୭୭୬୪।
କେଶବ ରାଜା, ଶକୁନି ସହଦେବଙ୍କର କଥୋପକଥନ, ହୃଷୀକେଶ, ତ୍ରିକାଳହସ୍ତୀ ଓ ଚଉଦ ପୁର ନରପତି ପ୍ରଭୃତିଙ୍କୁ ନିମନ୍ତ୍ରଣ ଏବଂ କପିଳ ମୁନିଙ୍କ ଦ୍ୱାରା ସଗର ବଂଶ ଧ୍ୱଂସ ଓ ଗଙ୍ଗା ଆନୟନ ବିବରଣ କଥନ ।
ଭବାନୀ ବୋଲି କରି ଅଟଇ ୟେକ ନଦୀବିଷ୍ଣୁଭଦ୍ରାରୁ ଆସଇ ସେ ସାଗର ସଂଗମେ ଯାଇ ଭେଦି ।୧।ସେ ନଦୀ କୂଳରେ ଚଳଇ ସହଦେବର ଥାଠମଧୁମାତଙ୍ଗ ଦେଶର ହୋଇଲେ ନିକଟ ।୨।ହସ୍ତୀଗ୍ରୀବ ବୋଲି କରି ୟେକଇ ପରବତତହିଂ ଯାଇ ବିଜେ କଲେ ପଣ୍ଡୁ ରାଜାର ସୁତ ।୩।ସେ ରାଜ୍ୟେଣ ରାଜ୍ୟ କରଇ ନୀଳକେଶବ ନୃପତିବିଜେ କରିଅଛି ସମ୍ଭରେ ଆସ୍ତାନ ଜଗତୀ ।୪।ଚାରଗଣ ଜଣାଇଲେ ନୃପତିର ପାଶେସ୍ୱାମୀ କେବଣ ଦେଶର ରାଜା ୟେଟି ଆସି ବିଜୟେ କଲେ ଆମ୍ଭରଦେଶେ ।୫।ବଡ଼ାଇ ଉଚ୍ଛର୍ଗ ଦେବ ତାହାର ସଇନିଆକାଶ ଉଚ୍ଛୁଳୁଅଛି ବୀରତୂର ଧୁନି ।୬।ମୁନେହିଂ ବଚନେ କେଶବସେନ ମହାରାଜାକେବଣ ଦେଶର ସେଟି ପଚ଼ାରି ଆସ ଯା ଯା ।୭।ରାଜାର ବଚନେ ବେଗେ ଗଲେ ଚାରଗଣରାୟେବାର ପ୍ରାୟେ ହୋଇ ମିଳିଲେ ଛାମୁରେଣ ।୮।ଆଗିଆଣି ଥାଠକୁ ସେ ପଚାରନ୍ତି ବାରତକେଉଣ ଦେଶୁଂ ତୁମ୍ଭେ କଲ ହୋ ଆଗତ ।୯।ସନ୍ୟମାନେ ବୋଇଲେ ତୁମ୍ଭ ରାଜାକୁ କହ ଯାଇଂପାଣ୍ଡବ ସୋମବଂଶୀ ଦେବଂକ ସାନ ଭାଇ ।୧୦।ରାଜୁସିଯାଗ ସେହୁ କରିବାର ନିମନ୍ତେସହଦେବ ଦିଗବିଜେ ରାଜନ୍ତ ନିମନ୍ତ୍ରଣ ଅର୍ଥେ ।୧୧।ସଇନିର ମୁଖେ ସେ ପାଇଣ ବାରତତତକ୍ଷଣେ ବାହୁଡ଼ିଲା ସେ କେଶବ ସେନର ଦୂତ ।୧୨।ରାଜାର ଛାମୁରେ ଜଣାଇଲା ବେଗେ ଯାଇଂସ୍ୱାମୀ ପୂର୍ବଦିଗେ ବିଜେ କଲେ ସହଦେବ ଗୋସାଇଂ ।୧୩।ବାରତା ଶୁଣିଣ ସେ ସାନନ୍ଦ ନୃପତିଆସ୍ତାନ ତେଜ୍ୟା କରିଣ ରାଜା ଆସଇ ତତକ୍ଷଣାନ୍ତି ।୧୪।ନଗ୍ରର ବାହାରେ ଯେ ରହିଛନ୍ତି ସହଦେବଦ୍ରଶନ କଲାକ ଯାଇଂ ନୃପତି କେଶବ ।୧୫।ସହସ୍ରେକ ଭାର ଯେ ପାଣିଦ୍ରବ୍ୟ ଅଷ୍ଟରତ୍ନ ଘେନିସହଦେବ ପାଦତଳେ କରଇ ଦଇନି ।୧୬।ଅପାର ଦୂରୁ ରାଜା କରଇ ନିଉଛାଳିଶରୀରୁ ତ୍ରିପଣ୍ଡ ହୋଇ ବହଇ ଝାଳ ଗଳି ।୧୭।ବହୁତ ବିନୟେ ହୋଇ କହଇ କେଶବଶ୍ରୀଭୁଜେ କୋଳାଗ୍ରତ କଲେକ ସହଦେବ ।୧୮।ସମଦଣ୍ଡ ସନ୍ୟବଳ ଘେନି ତୁ ହୋ ରାଜାହସ୍ତିନା ରାଜ୍ୟକୁ ବୋଲି ବହନ ହୋଇ ଯା ଯା ।୧୯।ସହଦେବର ବଚନେ ସାନନ୍ଦ ନୃପମଣିଆଗ୍ୟାଂ ପ୍ରମାଣେ ସ୍ୱାମୀ ଯିବଇଂ ୟେହିକ୍ଷଣି ।୨୦।ନିମନ୍ତ୍ରଣ ଯୋଗାଡ଼ ଯେ ଦିଲେକ ମହାମନ୍ତ୍ରୀବହୁତ ଗଉରୋବ କଲେ ଦେଖିଣ ତାହାର ବିନୟେ ଭଗତି ।୨୧।ତହୁଂଣ ସହଦେବ ଯେ ଚଳଇ ଦଣ୍ଡ ବାହିଗାନ୍ଧାର ଦେଶେ ପ୍ରବେଶ ହୋଇଲେକ ବେଗେ ଯାଇଂ ।୨୨।ଗାନ୍ଧାର ଦେଶେ ଯେ ନୃପତି ଅଟଇ ଶକୁନିତାର ପୁରେ ପ୍ରବେଶ ସହଦେବ ସନ୍ୟ ଘେନି ।୨୩।ଶକୁନିର ଅଗ୍ରତେ ଯାଇଂ କହିଲେ ମୁନେହିଆସ୍ତାନର ତଳେ ଚାରଗଣେ ଯାଇଂ କହି ।୨୪।ସ୍ୱାମୀ ଅଳପ ସୈନ୍ୟ ଘେନି କେଉଣ ଦେଶର ରାଜାଗନ୍ଧର୍ବ ପର୍ବତେ ଉଠି ବଜାୟେ ଅନେକ ବୀରତୂର ବାଜା ।୨୫।ଶୁଣିଣ ଆଗ୍ୟାଂଦିଲା ସେ ମନ୍ତ୍ରୀବର ଶକୁନିରାଜ୍ୟକୁ ପଶି ନ ଦିଅରେ ଓଗାଳ ସଇନି ।୨୬।ଦେଢ଼ଶତ ପାରିଦଣ୍ଡ ରାଜାନ୍ତ ହକାରିଆଗ୍ୟାଂଦିଲା ରାଜା ପରଦେଶୀଂକି ଆଣ ଧରି ।୨୭।ମୋହର ରାଜ୍ୟରେ କିଂପା ତାହାର ୟେଡ଼େକ ପ୍ରଚଣ୍ଡସୁରନଦୀ ତୀରେ ରେ କାଟି ପକାଅ ତାର ମୁଣ୍ଡ ।୨୮।ରାଜାର ବଚନେ ସେ ଧାମନ୍ତି ସଇନିଧର ଧର ମାର ମାର ବୋଲି ଶୁଭଇ ଘୋର ଧୁନି ।୨୯।ଝଲକନ୍ତି ଲାଂକିଆ ଯେ କୁନ୍ତ ବୁଲାବନ୍ତି ତୀକ୍ଷମୁନା ତୋଳିରହ ରହ ବୋଲିଣ ଆସି ଆଗିଆଣି ଉଗାଳି ।୩୦।ନ ଜାଣ କି ତୁମ୍ଭେ ରେ ୟେ ପୂର୍ବଦିଗ କୋଶଳେଗାନ୍ଧାରସେନ ଚକ୍ରବ୍ରତୀ ୟେ ଛତ୍ରୀବର ମହୀତଳେ ।୩୧।ରଥ ଗଜ ଅଶ୍ୱ ଯାର ନ ଗଣିତାତାହାର ଛାମୁକୁ ପୁଣ ଯେ ଶକତା ।୩୨।ଚାରଗଣ ମୁଖୁଂ ବଚନ ଶୁଣି ସେ ସହଦେବର ସଇନିପ୍ରତଗ୍ୟାଂ ଶୁଣିଣ ବିନ୍ଧିଲେ ଶସ୍ରମାନ ଘେନି ।୩୩।ଲାଂକିଆ ଯେ ତୀକ୍ଷମୁନା ବିଜୁଳି ତ୍ରାସ ଜାଣି ଝଲକନ୍ତିକକଡ଼ା ମାସ ବୃଷ୍ଟି ଜାଣି ନିରନ୍ତରେ ଶହସ୍ର ବିନ୍ଧନ୍ତି ।୩୪।ଅବିଚ୍ଛନ୍ନେ ନାରାଜ ଦେଖି ଭାଜିଲେ ସଇନିପାରିଦଣ୍ଡମାନେ ଉଠିଲେ ସେ ସମଦଣ୍ଡ ଘେନି ।୩୫।ଗଦା ମୁଦୁଗର ଯେ ଛେଲଚକ୍ର କୁନ୍ତ ଯାଠିଗଜ ଅଶ୍ୱଂକ ଉପରେ ବୁଲାଇଣ ପିଟି ।୩୬।ଓହୋବଳ ସଇନି କେହି କାହାକୁ ନ ଘୁଞ୍ଚିମହାଘୋର ଯୁଦ୍ଧ ଯେ ସାଂଗ୍ରାମ ହୋଉଅଛି ।୩୭।ପାଣ୍ଡେବ ବଳ ସନ୍ୟ ଯେ ଅଟନ୍ତି ନିର୍ଭୟାନାରାୟଣଂକ ପ୍ରସନ୍ନେ ଅତୁଟ ତାହାଂକର କାୟା ।୩୮।କୋପେଣ ଉଠିଲେ ବୀରେ ଉପ୍ରୋଧମାନ ଛାଡ଼ିଗଜ ଅଶ୍ୱ ସଇନି ଯେ ପଡ଼ିଲେ ମୁଖ ମାଡ଼ି ।୩୯।ୟେକମୁଖ ହୋଇଣ ଯହୁଂ ଉଠିଲେ ସମଦଣ୍ଡମୁଖରାବ ଶବଦେ ଯେ କମ୍ପଇ ଭୁଅଖଣ୍ଡ ।୪୦।ପାଣ୍ଡବ ବଳ ସଇନି ଆକ୍ରେଷି ଯାଇଂ ଘୋଟିଶହସ୍ର ବିଘାତେ ଗାନ୍ଧାରବଳ ସଇନି ପଡ଼ିଲେ ମହାଲୋଟି ।୪୧।ଅନୀତି ପବନେ ଯେନ୍ହେ ଲୋଟନ୍ତି ବୃକ୍ଷମାଳାରକତେ କର୍ଦ୍ଦନ ଯେ ହୋଇଲେ ସନ୍ୟ ଭେଳା ।୪୨।ଆଗିଆଣି ଥାଠେ ଥିଲେ ପାଞ୍ଚଶତ ଯୋଧୀପାଣ୍ଡବ ବଳ ବିଘାତେ ସେ ହୋଇଲେ ନିରୋଧୀ ।୪୩।ଦଣ୍ଡଭଗ୍ନ ଦେଖିଣ ସେ ଗାନ୍ଧାର ଶକୁନିଆପଣେ ଉଠିଲେ ତୁଲେ ଦଶଲକ୍ଷ ଯୋଦ୍ଧା ଘେନି ।୪୪।ଦୂରହୁଂ ଦେଖିଲେ ତାହା ମଦନା ଦେବୀର ବାଳଗାନ୍ଧାର ମହାରାଜା ୟେ ଆମ୍ଭର ମାତୁଳ ।୪୫।ରହ ରହ ସନ୍ୟ ବୋଲି ହୋଇଲେକ ଆଗଶକୁନିର ଆଗରେ ରଥ ଟେକିଲାକ ନେଇ ବେଗ ।୪୬।ରଥରୁ ଓହ୍ଲାଇ ସେ ମାଦ୍ରୀ ଦେବୀର ସୁତଶକୁନି ଛାମୁରେ ଯାଇଂ ହୋଇଲା ପ୍ରଣପତ୍ୟ ।୪୭।ଗଜ ଉପରେ ଥାଇ ଦେଖିଲା ଗାନ୍ଧାରସେନ ରାୟେମହାନାଗ ତେଜ୍ୟା କରି ଶକୁନି ବହୁତ ବିନୟେ ।୪୮।ବାବୁ ମୁଂ ତୋତେ ନ ଜାଣଇ ସହଦେବ ବୋଲିଅଗ୍ୟାନେ ତୋର ତୁଲେ ଅନେକ ଦ୍ୱନ୍ଦ୍ୱ କଲି ।୪୯।ତୁ ମୋହର ଜ୍ୟେଷ୍ଠ ବହେଣୀର ବାଳଅନମିତେ ସଇନି ମୋର ମରାଇଲି ଚାଣ୍ଡାଳ ।୫୦।ଶୂରବର ସୁନ୍ଦର ତୁ ପାଣ୍ଡବ ପରଚଣ୍ଡବିଚାର କରି ବାବୁ ମୋତେ ହାଦେ ଦଣ୍ଡ ।୫୧।ସହଦେବ ବୋଇଲେ ଛାମୁରେ ବିନୟ ଭାବ ହୋଇମାମୁଂ ତୋହୋର ରାଜ୍ୟ ବୋଲି ମୋହୋର ଗ୍ୟାନ ନାହିଂ ।୫୨।ୟେ ସେ ଗାନ୍ଧାର ଦେଶ ତୋହୋର ଅଟଇ ଯୁଗତେଦେଶାଉରେ ବାରତ କି ନ କହିଲେ ତୋତେ ।୫୩।ଶକୁନି ବୋଇଲା ବାବୁ ମୁଂ ଅଗ୍ୟାନେ କଲି ଦୋଷଯୁଝେଷ୍ଠି ଦେବ ଛାମୁରେ ସଭାରେ ନ କରିବ ପ୍ରକାଶ ।୫୪।କି ବୋଲି ବୋଲିବେ ମୋତେ ଧୃତିରାଷ୍ଟ୍ର ଗାନ୍ଧାରୀଭୀମ ଅରଜୁନ କୋପ କରିବେ ଦେବହରି ।୫୫।ସହଦେବ ବୋଇଲେ ୟେଥେ ଅପଣ୍ଡିତ କିୟେ ସେଅଗ୍ୟାଂତ ଗୋପ୍ୟାନ କଥା ପ୍ରକାଶ କରିବେ ସେ ।୫୬।ଶକୁନି ବୋଇଲେ ବାବୁ ୟେ ମୋତେ ବହୁତ ଲଜ୍ଜାମୁହିଂ ସେ ସାଧ୍ୟ କରିନେମି ୟେ ଦିଗରେ ଯେତେ ରାଜା ।୫୭।ବାବୁ ତୁମ୍ଭର ନିମନ୍ତେ ମୁଂ ଅଟଇ ବଡ଼ ଦୁଖୀତୁମ୍ଭର ହାଥେ ମୃତ୍ୟୁ ଲଭି ହୋଇବି ବଡ଼ ସୁଖୀ ।୫୮।ବାବୁ ଦ୍ରିଯୋଧନ ମାତୁଳ ମୁଂ ମନ୍ତ୍ରୀ ହୋଇବି ଯଦ୍ୟପିପାଣ୍ଡବ ହିତ ଅର୍ଥେ ମୁଂ ବ୍ରତଇ ଅଦ୍ୟାପି ।୫୯।ସହଦେବ ବୋଇଲା ମାତୁଳ ମୁଂ ଜାଣିଲି ସର୍ବତତ୍ତୁୟେତେକାଳେ କହିଲୁ ଆସି ତୁ କଉରୋବଂକ ମୃତ୍ୟୁ ।୬୦।ମାମୁଂ ମୁହିଂ ଜାଣିଅଛି ୟେଥିର ତଥ୍ୟ କଥାପୂର୍ବର ଚରିତ ପିତାମହଂକ ବାରତା ।୬୧।କୁଟୁମ୍ୱ ନାଶକଲା ତୋହୋର ପଥର ଘରେ ଭରିଶହେ ଛୟୋଣୋଇ ଜଣ ନାଶ ଗଲେ ଅନ୍ନଶାସ୍ତି ହୋଇକରି ।୬୨।ଗାନ୍ଧାର ଜ୍ୟେଷ୍ଠପୁତ୍ର ତୁ ଆଦିହୁଂ କୁଟିଆଳଉପାୟେ ରକ୍ଷାକଲୁ ତୁ ବଞ୍ଚିଲୁ ୟେତେ କାଳ ।୬୩।ପିତା ଯାହା କହିଲେ ତୋତେ ପ୍ରାଣତ୍ୟାଗ କାଳେହାଥର ଅସ୍ଥି କରାଇଲୁ ପଶା କୁତୂହୋଳେ ।୬୪।କପଟ ପଶା ଖେଳାଇବୁ ତୋହୋର ୟେ କୁଟବୁଦ୍ଧିଦୁର୍ଯ୍ୟୋଧନକୁ ସମ୍ପଦ ଦିଆଇବୁ ଆମ୍ଭର ହରାଇବୁ ସମ୍ପ୍ରଦ୍ଧି ।୬୫।ତେବେ ସେ ନାଶ ହୋଇବ ପୃଥିବୀର ଭାରାତୋହୋରେ ସେ ଉଶ୍ୱାସ ହୋଇବ ବସୁନ୍ଧରା ।୬୬।ଆହୋ ଗତ ଆଗତର ଥିଲା ଯେତେ କଥାବେନି ମନ୍ତ୍ରୀ କୁହାକୁହି ହୋଇଲେ ସମସ୍ତ ବାରତା ।୬୭।ଶକୁନି ବୋଇଲେ ତୋତେ ପ୍ରାର୍ଥନା ୟେକ ମାଗଇ ବାବୁମହାଭାରଥ ଯୁଦ୍ଧ ଅବଶ୍ୟ କରାଇବୁ ।୬୮।ବାବୁ କୁରୁ ପାଣ୍ଡବେ ଅଭେଦ ହୋଇବେ ୟେହିକ୍ଷଣିତୋହୋର ମୋହୋରେ ଶାନ୍ତି ଯେବେ କରାଇବେ ଚକ୍ରପାଣି ।୬୯।ବାବୁ ଅନେକ କଷ୍ଟ ଯେ ପାଉଅଛି ବସୁନ୍ଧରାମହାଭାରଥ ଯୁଦ୍ଧେ ସେ ଉଶ୍ୱାସ ହୋଇବ ମହାଭାରା ।୭୦।ମୁହିଂ ତୋତେ ଦଇନି କରି ଯେ ବୋଲୁଅଛି ବାବୁବାବୁ କଉରୋବ ବଂଶ ତୁହି ସେ ନାଶ କରାଇବୁ ।୭୧।ମୁହିଂ ତାହାର ବଂଶ ଯେ ବିଶ୍ୱାସେ ମରାଇବିରଣଯଗ୍ୟଂ କରି ମୁହିଂ ଅବଶ୍ୟ ନାଶଯିବି ।୭୨।ବାବୁ ପରଲୋକଇ କାରଣ ମାଗଇ ମୁହିଂ ତୋତେଉଭୟେ ବଳ ମଧ୍ୟେ ତୁ ସମରେ ଶରଘାତ କର ମୋତେ ।୭୩।ବାବୁ ତୋହୋରି ହାଥେ ମୁଂ ହୋଇବି ପ୍ରାଣତ୍ୟାଜଅବସ୍ତା ମୋତେ ଦେଇ ନ ପାରଇଟି ଜନ୍ତୁରାଜ ।୭୪।ସହଦେବ ବୋଇଲା ମାମୁଂ ୟେ ଅପାର କାଳର କଥାତୁ ମନ୍ତ୍ରୀ ଚୂଡ଼ାମଣି ଜାଣୁ ସର୍ବ କଥା ।୭୫।ନିମନ୍ତ୍ରଣ ଯୋଗାଡ଼ ଯେ ତାଂକୁ ଦିଲେକ ସହଦେବଦଣ୍ଡ ଘେନି ମାମୁଂ ତୁମ୍ଭେ ବହନ ହୋଇଣ ଯିବ ।୭୬।ଶକୁନି ମହାମନ୍ତ୍ରୀ ଅନେକ ଗଉରୋବେଆପଣା ଭୁବନକୁ ଘେନିଗଲାକ ସହଦେବେ ।୭୭।ଅନେକ ସମ୍ଭର୍ବେ ସେ କରାଇଲେ ମୁଣୋହିଂସେ ଦିନ ସହଦେବ ଗାନ୍ଧାର ଦେଶେଣ ରହି ।୭୮।ଦଣ୍ଡ ଘେନି ମାତୁଳ ତୁ ଚଳ ୟେହିକ୍ଷଣବେଗେ ଯାଇ ରାଜାନ୍ତ କରାଅ ସମ୍ଭାଳଣ ।୭୯।ସହଦେବ ବଚନେ ସାନନ୍ଦ ଶକୁନିବାବୁ ମୁହିଂ ଯାଉଅଛିଟି ଈଶାଣ କୋଣ ରାଜାନ୍ତ ଘେନି ।୮୦।ୟେ ଈଶାଣ କୋଶଳେ ମୁଂ ଅବଇ ୟେକ ଯୋଧୀଦୁଇ ସହସ୍ର ରାଜା ମୋତେ ସର୍ବଦା ହୁଅନ୍ତି ସାଧି ।୮୧।ଅନେକ ସମ୍ଭର୍ବେଣ ସେ ବାହାର ଶକୁନିଚଳଇ ମହାରାଜା ଗାନ୍ଧାର ଦେଶର ସନ୍ୟ ଘେନି ।୮୨।ଆହୋ ଶକୁନି ମାମୁଂ ରାଜାର ଥାଠ ଚଳିଲେବହୁତ ଦେଶର ନରେନ୍ଦ୍ର ପଛେ ଗୋଡ଼ାଇଲେ ।୮୩।ତହୁଂଣ ସହଦେବ କରନ୍ତି ପୟାଣବାଜନ୍ତି ବିଜିଘୋଷ ଟମକ ନିଶାଣ ।୮୪।ମଉଦଧିର କୂଳେ ଯେ ମାହୀନ୍ଦ୍ର ବୋଲି ଦେଶତହିଂର ରାଜାର ନାମ ଅଟଇ ଋଷିକେଶ ।୮୫।ସହଦେବ ବିଜୟେ କଲେକ ସେହୁ ରାଜ୍ୟେବାରତା ପାଇ ଋଷିକେଶ ଦ୍ରଶନ କରି ବିଜେ ।୮୬।ବହୁତ ଅପୂର୍ବ ପଦାର୍ଥ ଆଣିଲା ଛାମୁକୁକଉତୁଳେ ସହଦେବ ପୁଚ୍ଛାକଲେ ତାକୁ ।୮୭।ସେ ମାହେନ୍ଦ୍ର ନଗ୍ରରେ ଯେ ଅଶୀଲକ୍ଷ ଘର ବସଇକାନ୍ଥ ଶେଣି ଆଦିକରି ସବୁ ରତ୍ନ କୋଶଇ ।୮୮।ସୁବର୍ଣ୍ଣର ଜଗତୀ ହୋୟେ ଯେ ମେଢ଼ ମଣ୍ଡୋପତିରଣ ଛାଉଣି ଘର ନାହିଂ ଅଷ୍ଟରତ୍ନରେ ନିରୂପ ।୮୯।ମୁହିଂ ଅଇଲିନି ବାବୁ ଅନେକ ଦେଶ ଭୂମିୟେଡ଼େ ବଡ଼ ରାଜ୍ୟ ଆୟତନ ଦେଖିଲି ଉତ୍ତମି ।୯୦।ଋଷିକେଶ କହିଲେ ଛାମୁରେ ପରିଣାମିସତ୍ୟଯୁଗର ବାରତା ଶୁଣିମା ଦେବ ସ୍ୱାମୀ ।୯୧।ସତ୍ୟଯୁଗେ ସୋମବଂଶେ ମାହୀନ୍ଦ୍ର ବୋଲି ୟେକ ରାଜାକ୍ଷୀରୋଦ୍ରକୁ ସେବା ସେ କରଇ ନିତି ପୂଜା ।୯୨।ସ୍ୱାମୀ ୟେମନ୍ତେ ଲକ୍ଷେ ଛତ୍ରିଶ ସହସ୍ର ବରଷ ପରିଯନ୍ତେ ଖଟିବାରାନିଧିକଇ ସେବା କରଇ ମହାକଷ୍ଟି ।୯୩।ଧନୁମାସ ଶୁକ୍ଳପକ୍ଷ ଚଉଠୀ ଚନ୍ଦ୍ରବାରଶ୍ରବଣା ନକ୍ଷତ୍ର ଭୋଗଥିଲା ସେ ଦିନର ।୯୪।ତୁଲେ ଛନ୍ତି ତାହାଂକର ଚିଲ ଚୋଡ଼ଙ୍ଗ ବେନି ଦାସୀକୋଟିୟେକ ତୀର୍ଥ ଅଭିଷେକ କରଇ କଣୟ କଳସୀ ।୯୫।ଚାମର ଢ଼ାଳନ୍ତି ଡେଢି଼ଣ ଅଷ୍ଟ ନାୟିକାଦେଖିଲେ ମାହୀନ୍ଦ୍ର ରାଜା ସିନ୍ଧୁ କୂଳେ ଖଟିଅଛି ୟେକା ।୯୬।ସ୍ୱାମୀ ବରୁଣ କୁମାରୀ ରାଜାକୁ ଦେଖିଲା ରାତ୍ରକାଳେରାଜାକୁ ଦୃଶ୍ୟ ହୋଇଲେ ଖେଡ଼ର କୁତୂହୋଳେ ।୯୭।ରାଜାକୁ ପ୍ରସନ୍ନ ହୋଇଲେ ଦେବୀ ଜଗଦ୍ଧାତ୍ରୀଆମ୍ଭନ୍ତ ସେବା କରି ଥାଆ ଗୁରୁପଞ୍ଚମୀ ତିଥି ।୯୮।ସ୍ୱାମୀ ଗୋସାମଣୀଂକ ଆଗ୍ୟାଂୟେ ସେ ମାହୀନ୍ଦ୍ର ନୃପତିପାଳିଲା ଦୃଢ଼ବ୍ରତେ ଯେ ମହାଲକ୍ଷ୍ମୀଂକି ଭଗତି ।୯୯।ସ୍ୱାମୀ କମଳାର ପ୍ରସନ୍ନେ ଯେ ହୋଇଲେ ମହାରାଜାତେଣୁକରି କଣୟମୟେ ମାହୀନ୍ଦ୍ର ଦେଶର ରାଜା ।୧୦୦।ବାହିଲେ ନ ସରଇ ଯେନ୍ହେ ଅବୟେ ବାରାନିଧିଭୂମି ସହିତେଣ କଣୟମୟେ ବିଧି ।୧୦୧।କାଳେ ମହାଦେବୀ ଯହୁଂ ଅଭୟେ ବର ଦିଲାଗଜ ଗୋଟି ଘେନି ମାହିନ୍ଦ୍ର ରାଜା ଅଧାସ୍ୱର୍ଗେ ରହିଲା ।୧୦୨।ଅନେକ ବିନୋୟୀ କହିଲା ଋଷିକେଶିମନ୍ତ୍ରୀବର ସୁବୁଦ୍ଧି ଶୁଣି ହୋଇଲେ ଦରହାସୀ ।୧୦୩।ଅକ୍ଷତ ଗୁଆ ଯେ ଦିଲେ ମନ୍ତ୍ରୀ ଚୂଡ଼ାମଣିରାଜୁସି ଯାଗ ସଭାକୁ ରାଜା ଚଳିଯାଅ ୟେହିକ୍ଷଣି ।୧୦୪।ସମଦଣ୍ଡ ଘେନିଣ ସେ ମାହୀନ୍ଦ୍ର ଦେଶର ରାୟେଅନେକ ଧନ ଘେନିଣ ସେ ହସ୍ତିନା ରାଜ୍ୟକୁ ଆୟେ ।୧୦୫।ଚଳନ୍ତି ସହଦେବ ମଙ୍ଗଳ ଅନକୂଳେତ୍ରିକାଳହସ୍ତୀ ଭେଟିଲା ତ୍ରିଶିରା ପର୍ବତ ତଳେ ।୧୦୬।ସନ୍ଦେଶ ଗାରଡ଼ି ସେ ପ୍ରତକ୍ଷେ ଦେବତାସହଦେବର ତୁଲେ ସେ ହୋଇଲେ ବହୁତ କଥା ।୧୦୭।ପ୍ରତକ୍ଷେ ନାରାୟେଣ ସେ ବେଣ୍ଟ ବିନୋଦୀବାମପାଦେ ମାଡ଼ିଅଛି ମହାରସ ମହାନିଧି ।୧୦୮।ଯେବଣ ଦେବତା ଦ୍ରଶନେ ଦାରିଦ୍ର ଫିଟଇଚାରି ଯୁଗରେ ସେ ମନୁଷ୍ୟ ରୂପ ଅଟଇ ।୧୦୯।ଛାମୁରେ ଅକ୍ଷତ ଗୁଆ ଅର୍ଘ୍ୟସ୍ଥାଳୀ ଦେଇମନ୍ତ୍ରୀ ଚୂଡ଼ାମଣି ଶୁତିଲେ ବିନୋୟୀ ।୧୧୦।ସହଦେବ ପୁଣ ପୁଣ ବିନୟେ ପରିଣାମିରାଜୁସି ଯାଗ ସଭାକୁ ବିଜେ କରିବା ଦେବସ୍ୱାମୀ ।୧୧୧।ବଦନ୍ତି ମହାତମା ସେ ତ୍ରକାଳହସ୍ତୀଯମପ୍ରଶସ୍ତ ଭୁବନେ ଆମ୍ଭେ ଯାଉଥିବୁଂ ନିତି ।୧୧୨।ଯେତେକ ବନଜୀବନମାନେ ଅଟନ୍ତି ଖାଇଜ୍ୟ ପାନହରିଣ ବାହୁଟିଆ ମୃଗ ସଅମ୍ୱର ଗଣ୍ଡା ଯେତେ ଜୀବମାନ ।୧୧୩।ଘାନ୍ତିକେ ଲକ୍ଷେ ଲକ୍ଷେକ ଆମ୍ଭେ ପକାଇ ଆସିଥିବୁଟି ମାରିହସ୍ତିନାର ଶବରେ ନେଉଥିବେଟି ଭାର ଭାର କରି ।୧୧୪।ଆହୋ ବନଜୀବ ଯୋଗାଡ଼ ଲାଗଇ ଜାଣ ଯେତେନିତ୍ୟାପତି ମାରି ଆମ୍ଭେ ଦେଉଥିବୁଟି ତୋତେ ।୧୧୫।ଆହୋ ସହଦେବ ସନ୍ତୋଷ ହୋଇଲେ ତ୍ରିକାଳହସ୍ତୀର ବଚନେତହୁଂଣ ମହାତମା ଯେ ଗଲେ ଅନ୍ତର୍ଧାନେ ।୧୧୬।ଚଳଇ ସହଦେବ ଘେନିଣ ସମଦଣ୍ଡବିହଡ଼ନ୍ତି ଯୋଦ୍ଧାମାନେ ବଡ଼ାଇ ପ୍ରଚଣ୍ଡ ।୧୧୭।ଆହୋ କ୍ଷୀରୋଦ୍ର କୂଳେ ଯେ ବେଲାଳ ଦେଶ ବୋଲିତହିଂ ଯାଇ ସହଦେବର ଥାଠ ପଶଇ ପେଲି ।୧୧୮।ସେ ଦେଶର ରାଜା ଯେ ବେଲାଳ ଚକ୍ରବ୍ରତୀବାଳକାଳେ ସେ ଗଉତମ ମହଋଷିନ୍ତ ହୋଇଲେ ଭଗତି ।୧୧୯।ଗଉତମୀ କୂଳେ ସିଂଘ ବୃହସ୍ପତି ଯୋଗେ ଅପାର ଦାନ ଘେନିଦାନ ଘେନନ୍ତେଣ ହୋଇଲା ଗୋରୁ ପଲ ତିନି ।୧୨୦।ଆହୋ ପଞ୍ଚ ଶତକେ ଯେ ଗୋଷ୍ଠେକ ବୋଲିଚଉବିଂଶ ଗୋଷ୍ଠେ ଯେ ହୋୟେ ୟେକ ପଲ୍ଲୀ ।୧୨୧।ଚଉବିଂଶ ପଲେ ଲଉଡ଼ି ୟେକ ନିର୍ବାଣିଚଉବିଂଶ ଲଉଡ଼ି ସେ ମହାଖୁଡ଼ ୟେକ ଜାଣି ।୧୨୨।ଚଉବିଂଶ ମହାଖୁଡ଼େ ଅଟଇ ଯେତକ ଗାଈତେତେକ ଉପରେ ଯେ ଖଟଇ ୟେକ ମହାଭୋଇ ।୧୨୩।ୟେମନ୍ତେ ଚଉବିଂଶ ମହାଭୋଇ ଗଉତମଂକର ତହିଂ ଥିଲେତୋଷେଣ ମହାତମା ତାହା ବେଲାଳସେନକଇଂ ଦିଲେ ।୧୨୪।ଆହୋ ଯେତେକ ଘୃତ ଲଗାଇ ତାହାଂକର ହୋମକୁବେଲାଳସେନ ଦିଅଇ ଯେ ନିତ୍ୟେ ଗଉତମଂକୁ ।୧୨୫।ସେ ଗଉତମଂକ ପ୍ରସାଦେ ବେଲାଳସେନ ରାଜାମଉଦଧି କୂଳେ ତାହାଂକୁ ସମସ୍ତେ କରନ୍ତି ପୂଜା ।୧୨୬।ସହଦେବ ବିଜେକଲେ ବେଲାଳସେନ ରାଜ୍ୟେବୀର ତୂର ବୀର ଢୋଲ ଯେ ଗହଳ ଧୁନିବାଜେ ।୧୨୭।ଦେଶ ଉର ବାରତା କଲା ସେ ବେଲାଳସେନ ରାଜାକୁସ୍ୱାମୀ ପରଦେଶୀ ରାଜାୟେ ଧାଡ଼ି ଦିଅଇ ଆମ୍ଭର ରାଜ୍ୟକୁ ।୧୨୮।ଆଚମ୍ୱିତ ବାରତା ଯେ ପାଇଣ ବେଲାଳବୋଇଲା ରାଜ୍ୟକୁ ପଶି ନ ଦିଅରେ ବହନ ଓଗାଳ ।୧୨୯।ମୋହୋର ଛାମୁକୁ ଆଣ ଯେ ତାହାକଇଂ ଧରିଜୀବନ୍ତା ଧରିଆଣ ମୋହୋର ଛାମୁକୁ ବନ୍ଦୀକରି ।୧୩୦।ରାଜାର ଆଗ୍ୟାଂୟେ ସେ ଗୋପାଳ ବୀରମାନେପ୍ରତଗ୍ୟାଂ କରି ସେ କୋପେ ଧାଇଂଲେ ବହନେ ।୧୩୧।ପାଦେଣ କଢ଼ାଉ ବେନି କରେଣ ଯେ ଯାଠମାଥେଣ ଖୋଲରି କରେ ବାଉଂଶୀ ଶର ଗୋଟି ।୧୩୨।କର୍ଣ୍ଣେଣ ମନ୍ଦାର ପୁଷ୍ୟ ଗୁଂଜରା ଲଲାଟେପ୍ରତଗ୍ୟାଂ ସାମରଥେ ଧାମନ୍ତି ଅଧର କରି ପୁଷ୍ଟେ ।୧୩୩।କଢ଼ା ମର୍ଦ୍ଦଳ ଯେ ମୃଦଙ୍ଗ ଘୁମୁରା ଦାଉଣ୍ଡିମଦିରା ରସେ ଭୋଳ ଖେମଟା ନାଟଖଣ୍ଡି ।୧୩୪।କଟିରେ କଟିସୂତ୍ର ଭିଡ଼ିଣ କାଛେଟିବିହଡ଼ନ୍ତି ଗୋପାଳେ ଦନ୍ତ ଯେ ପରକଟି ।୧୩୫।ବୁଲାବନ୍ତି ଲଉଡ଼ି କୁଟୁଣୀ ଗୀତ ଗାଇବଇଲେ ବଇଲେ ଚଢ଼ି କେ ଆସନ୍ତି ଖତାଇ ।୧୩୬।ପାଣ୍ଡବ ସଇନି ଯେ ଗୋପାଳ ବଳ ଦେଖିପଶିଲେ ରଣରଙ୍ଗେ ଉପ୍ରୋଧ ଉପେକ୍ଷି ।୧୩୭।ଗଦାନ୍ତ ବୁଲାଇଣ ବୀରେ ଧଇଲେ କରେ ଚାବକଉତୁକ ଦେଖି କରି ରୁହାଇଲେ ସହଦେବ ।୧୩୮।ସମାର୍ଜନ୍ତି ସହଦେବ ଆପଣାର ସନ୍ୟବଳବୋଇଲେ ଦେଖିବା ହୋ ଗୋପାଳଂକ କୁତୁହୋଳ ।୧୩୯।ବଡ଼ାଇ ବଇଲେକ ଆରୋହି ଆସଇ ବେଲାଳ ଚକ୍ରବ୍ରତୀବାମ ଡାହାଣେ ଉଭାରିଲେ ସହସ୍ରେକ ମଜୁର ଝାଲିଛତୀ ।୧୪୦।ସାରଥିକି ବୋଇଲେ ସେ ଅନୁଶୁୟାର ପ୍ରାଣନାହାବେଲାଳସେନ ଉପରକୁ ରଥ ମୋହୋର ବାହା ।୧୪୧।ସହଦେବ ବଚନେ ସାରଥୀ ରଥ ବାହିସଇନ ଉପରେ ନେଲା ରଥନ୍ତ ଚଳାଇ ।୧୪୨।ବେଲାଳସେନ ଛାମୁରେ ଟେକିଲା ରଥ ନେଇରାଜା ପଚାରଇ ତୁମ୍ଭେ କାହିଂର ନରସାଇଂ ।୧୪୩।ମୋହୋର ରାଜ୍ୟରେ ମୁଂ ଅଟଇ ନିର୍ଦ୍ୱନ୍ଦୀକାହାରି ତୁଲେ ମୁଂ ନୋହୋଇ ଯେ ବିବାଦୀ ।୧୪୪।ସମୋଦ୍ର ଛଡ଼ା ୟେଥେ ନୋହେ ଆନ କୃଷିୟେ ଗୋଧନ ପଲ ଦିଲେ ଗଉତମ ମହଋଷି ।୧୪୫।ସହଦେବ ବୋଇଲେ ତୋହୋରେ ବହୁତ ଅଛି କାର୍ଯ୍ୟତୋତେ ନିମନ୍ତ୍ରଣ କରି ନେମି ମୁହିଂ ଆଜ ।୧୪୬।ରାଜୁସି ଯାଗ ସଭାକୁ ଚାଲ ଯିବ ହୋ ବେଲାଳପୃଥୀରେ ଯେତେ ରାଜା ଅଛନ୍ତି ସେ ସକଳ ।୧୪୭।ଲକ୍ଷେ ରାଜା ଆଗମନ କରିଛନ୍ତି ମହାଯୋଗେତୋତେ ହୋ ନିମନ୍ତ୍ରଣ କରିବି କାର୍ଯ୍ୟ ଯୋଗେ ।୧୪୮।ସହଦେବର ବଚନେ ଯେ ବୋଲଇ ବେଲାଳମୁହିଂ କିଂପା ଯିବି ତୋହୋର ରାଜ୍ୟକୁ କୁତୁହୋଳ ।୧୪୯।ବହୁତ ପ୍ରତଗ୍ୟାଂ ଯହୁଂ ସେ କଲାକ ଅମାନୀସହଦେବ ବିନ୍ଧିଲା ଯେ ମୋହୋନା ଶରେକ ଘେନି ।୧୫୦।ବଇଲେକ ଚଢ଼ି ଯେ ବେଲାଳସେନ ଥିଲାମୋହେ ଅସାଷ୍ଟମ ହୋଇ ସେ ଢଳିଣ ପଡ଼ିଲା ।୧୫୧।ରଥପରେ ଥାଇଂ ସେ ଅଶ୍ୱିନୀ କୁମାରଂକ ଦୁଲାଳଆକ୍ରେଷି ଧଇଲେ ଯାଇଂ ବେଲାଳସେନ ବାଳ ।୧୫୨।ପାଟ ଡୋରେକ ଘେନି ବନ୍ଧନ କଲା ରଥେଦେଖିଣ ବେଢିଲେ ଗୋପାଳ ତିନି ଯେ ମର୍ଭୁତେ ।୧୫୩।ଲାଉଡ଼ି ବୁଲାଇଣ ପିଟିଲେ ମହାରୋଷେମାରରେ ଗୋପାଳନ୍ତ ବୋଇଲେ ମାଦ୍ରୀଦେବୀର ଶିଷ୍ୟେ ।୧୫୪।ସହଦେବର ବଚନେ ବେଢିଲେ ସଇନିକରନ୍ତି ପ୍ରହାର ବୀରେ କରେ ଶସ୍ର ଘେନି ।୧୫୫।ଆହୋ ପର୍ବତ ବିନ୍ଧିବାକୁ ସାମରଥ ଯେବଣ ବୀରେଗୋପାଳେ ସାମରଥ କି ତାହାଂକ ଛାମୁରେ ।୧୫୬।କାଦମ୍ୱରୀ ପାନେଣ ମହାମତ୍ତ ଭୋଳେଅନେକ ସମର ତହିଂ କଲେକ ସେ ଗୋପାଳେ ।୧୫୭।ସମସ୍ତ ଗୋପାଳେ ଯେ ପଡ଼ିଲେ ସମରେଜଣେ କେହି ନ ରହିଲେ ସହଦେବର କୋପଭରେ ।୧୫୮।ପାଞ୍ଚ ଅହିବ୍ରତ ତିନି ମର୍ଭୁତ ଗଉଡ଼େସମସ୍ତେହେଂ ଲୋଟିଲେ ପାଣ୍ଡବ ସଇନି ଶରେ ।୧୫୯।ସହଦେବ ବୋଇଲେରେ ଅଡ଼ାଅ ଗୋରୁପଲଧାଇଂଣ ବେଢ଼ିଲେ ସେନାପତି ମହାମଲ୍ଲ ।୧୬୦।ଆହୋ ଘୋର ସଇନି ଦେଖି ବିହଡ଼ିଲେ ସର୍ବ ଗାଈହେମ୍ୱାରାବ ଶବଦ କରି ଉଠିଲେ କୋପେ ଧାଇଂ ।୧୬୧।ତହୁଂଣ ଗୋରୁପଲ ଉଠିଲେ ଗଳଗାଜିପାଣ୍ଡବ ବଳ ସଇନି ପଳାଇଲେ ସର୍ବଭାଜି ।୧୬୨।ଅନେକ ବାଗେ ବୀର କଲେକ କଟାଳକେମନ୍ତେହେଂ ସାଧ୍ୟ ନୋହିଲେ ଗୋକୁଳ ।୧୬୩।ବେଲାଳସେନ ବୋଇଲା ଗୋସାଇଂ ଗୋରୁୟେ ବଡ଼ ପରମାଦୀପରଚେ ଗୋପାଳେ ସେ ହୋଅନ୍ତି ସର୍ବସାଧି ।୧୬୪।ସ୍ୱାମୀ ଦୁର୍ଭାର ଗାଈ ସେ ଅଟନ୍ତି ବଡ଼ ମନ୍ଦଗୋରୁକଇଂ ତୁଲେ ମନିଷର କାହିଂ ଦ୍ୱନ୍ଦ ।୧୬୫।ଭୋ ଦେବ ସନ୍ୟ ଲୋଚାୟେ ନାଶ ନ କର ମନ୍ଦ ବୁଦ୍ଧିତୋହୋର ବେଳେ ସେ ଗୋରୁପଲ ନୋହେ ଦେବ ସାଧି ।୧୬୬।ସହଦେବ ସଇନି ପାଇଲେ ବଡ଼ ଦୁଃଖଭାବିଣ ରହିଲେ ବୀରେ ପାଇଣ ବିମୁଖ ।୧୬୭।ଯୁଗତେ ଗୋଧନେ ଯେ ଶହସ୍ର ନୋହୋନ୍ତି ବଧିଧର୍ମ ପାରିପାଳି ଛାଡ଼ିଲେ ମହାଯୋଧୀ ।୧୬୮।ଆହୋ ବେଲାଳସେନକୁ ଘେନିଗଲେ ସହଦେବଚଉପୁର ନଗ୍ରେ ବଜୟେ ବୀର ପାଣ୍ଡବ ।୧୬୯।ଚନ୍ଦ୍ରକେଶୀ ବୋଲିକରି ୟେକଇ ନଦୀଗୋଟିଚଉପୀଢ଼ ପର୍ବତୁଂ ସେ ଅସୁଣ ଅଛି ଫୁଟି ।୧୭୦।ସହଦେବ ପ୍ରବେଶ ଯାଇଂ ଚଉନଗ୍ର ଦେଶେବାରତା ପାଇ ନୃପତି ମନେଣ ହରଷେ ।୧୭୧।ଅନେକ ସମ୍ଭରେ ସେ ଚନ୍ଦ୍ରଚୂଡ଼ ରାଜାସହଦେବ ପଦ୍ମପାଦେ କରଇ ଆସି ପୂଜା ।୧୭୨।ସ୍ୱାମୀ ମୁହିଂ ଅନେକ ପୁଣ୍ୟ ଯେ ଅଜିଥିଲି ପୂର୍ବେତୋହୋର ଶ୍ରୀଚରଣ ଦେଖିବାକୁ ଭାର୍ଜନ ହୋଇଲି ୟେବେ ।୧୭୩।ବହୁତ ବିନୋଇ ହୋଇ କହଇ ନୃପମଣିସହଦେବେ ପ୍ରୀତି ବଢ଼ାଇଲେ ଭଗତି ପରିଣାମି ।୧୭୪।ଚନ୍ଦ୍ରଚୂଡ ରାଜାଂକୁ ଦିଲେ ଅକ୍ଷତ ଯେ ଗୁଆସମଦଣ୍ଡ ଘେନି ରାଜୁସି ଯାଗକୁ ଯାଅ ଯା ।୧୭୫।ଚନ୍ଦ୍ରଚୂଡ ବୋଇଲା ଆଗ୍ୟାଂ ପ୍ରମାଣେ ସ୍ୱାମୀ ୟେହିକ୍ଷଣି ବେଗେ ଯିବିରାଜୁସି ଯାଗ ସଭାୟେ ଯୁଝେଷ୍ଠି ଦେବଂକୁ ସେବିବି ।୧୭୬।ସହଦେବର ଆଗ୍ୟାଂ ଶିରେଣ ନିବେଶିସମଦଣ୍ଡ ଘେନି ବାହାର ହୋଇଲା ଚନ୍ଦ୍ରକେଶୀ ।୧୭୭।ବୀର ତୂର ବାଦ୍ୟ ବଜାନ୍ତି ଗହନେଚଳନ୍ତି ସହଦେବ ଅଲେଖ ରାଜ୍ୟସ୍ତାନେ ।୧୭୮।ଅଲେଖସେନ ବୋଲି ରାଜା ହରିହର ବଂଶୀସହଦେବକୁ ଦ୍ରଶନ କଲେ ସେ ସିନ୍ଧୁକୂଳେ ଆସି ।୧୭୯।ଶତେକ ଭାର ଘେନି ପାଣିଦ୍ରବ୍ୟ ରାୟେମନ୍ତ୍ରୀ ଚୂଡାମଣିର ଚରଣେ କରଇ ବିନୟେ ।୧୮୦।ଅକ୍ଷତ ଗୁଆ ଯେ ତାକୁ ଦେଇ ବୋଇଲେ ସହଦେବଆହୋ ରାଜୁସି ଯାଗ ସଭାକୁ ତୁମ୍ଭେ ବହନ ହୋଇ ଯିବ ।୧୮୧।ମନ୍ତ୍ରୀବର ଆଗ୍ୟାଂ ନିବେଶିତ ଶିରେଣସମଦଣ୍ଡ ଘେନି ରାଜା ବାହାର ତତକ୍ଷଣ ।୧୮୨।ତହୁଂଣ ସହଦେବ ଚଳନ୍ତି ସନ୍ୟ ଘେନିମନୋହର ଦେଶେ ବିଜୟେ ମନ୍ତ୍ରୀ ଚୂଡ଼ାମଣି ।୧୮୩।ତ୍ରିପୁରେଶ୍ୱର ବୋଲିଣ ତହିଂର ମହାରାଜାତ୍ରିଅମ୍ୱକ ବିଶ୍ୱବାସୀଂକୁ ସେ କରଇ ଅନେକ ପୂଜା ।୧୮୪।ସେ ରାଜାର ରାଜ୍ୟେ ବିଜୟେ ସହଦେବଛାମୁରେ ଦ୍ରଶନ କଲା ରାଜା ବଡ଼ାଇ ସମ୍ଭର୍ବ ।୧୮୫।ସହଦେବ ବୋଇଲା ଶୁଣ ହୋ ତ୍ରିପୁରାନ୍ତରାଜୁସି ଯାଗ ସଭାକୁ ବେଗେ ଚଳ ହୋ ନରନାଥ ।୧୮୬।ନିମନ୍ତ୍ରଣ ଯୋଗାଡ଼ ଦିଲେ ମଦନା ଦେବୀର ବଳାସମଦଣ୍ଡ ଘେନିୀ ତ୍ରିପୁରାନ୍ତକ ବିଜେ କରି ଗଲା ।୧୮୭।ତହୁଂଣ ସହଦେବ ଚଳନ୍ତି ଦଣ୍ଡ ସାଜିଯମନିକ ତୀର୍ଥେ ଯାଇଂ ଯମେଶ୍ୱର ଲିଙ୍ଗ ପୂଜି ।୧୮୮।ନୀଳ କଳ୍ପବଟ ସନ୍ନଧ୍ୟେ ନୀଳ ସୁନ୍ଦର ପର୍ବତେମନ୍ତ୍ରୀ ଚୂଡ଼ାମଣି ଯାଇଂ ବିଜୟେ ମହାତୀର୍ଥେ ।୧୮୯।ଧନୁମାସ ଶୁକଲ ପକ୍ଷ ତ୍ରୟୋଦଶୀ ଅର୍କବାରପୁର୍ନବସୁ ରକ୍ଷଭୋଗ୍ୟ ଅଟେ ସେ ଦିନର ।୧୯୦।ସହଦେବ ବିଜେ କଲେ ସେହି ଦିନ ନିଶିଭେଟିଲେ ମହାତମା ମାରକଣ୍ଡ ମହାଋଷି ।୧୯୧।ବାହନ ତେଜ୍ୟା କରି ମାଦ୍ରୀ ଦେବୀର ସୁତମାରକଣ୍ଡ ପଦ୍ମପାଦେ ବିନୟେ ଭଗତ ।୧୯୨।ବଦୟନ୍ତି ମହାତମା କାଶ୍ୟପ ଋଷିର ନାତିପୂର୍ବଦିଗ ରାଜାନ୍ତ ବାବୁ ଅଇଲୁ କି ନିମନ୍ତି ।୧୯୩।ସହଦେବ ବୋଇଲା ସ୍ୱାମୀ ତୋହୋର ଅନୁଗ୍ରହେନିସନ୍ତିଲି ରାଜାନ୍ତ ମୁଂ କାର୍ଯ୍ୟର ସନ୍ଦେହେ ।୧୯୪।ଭୋ ମାରକଣ୍ଡ ତୁମ୍ଭେ ଯିବଟି ରାଜୁସି ସଭାକୁତୁମ୍ଭେ ନ ଥିଲେ ସେ ସଭା ନିବର୍ତ୍ତ ହୋଇ କି ଆନକୁ ।୧୯୫।ମାରକଣ୍ଡେ ବୋଇଲେ ତହିଂ ଅଛନ୍ତି ବେଦବ୍ୟାସେଆମ୍ଭେ ଯିବୁ ୟେହି ଦଶମୀର ଦିବସେ ।୧୯୬।ଯେ ହାଦେ ଯମନିକ ପର୍ବତ ନୀଳସୁନ୍ଦର ଗିରିକୋଟିୟେ ତୀର୍ଥ ଘେନି ପୁଷ୍କର ୟେଥେ ନିତ୍ୟେହେଂ ବିଜେ କରି ।୧୯୭।ଦ୍ୱାପର ଅନ୍ତେ ୟେଥି ବିଜେ କରିବେ ଜଗନ୍ନାଥେବଉଧ ରୂପ ହୋଇ ବିଜେ କରିବେ ଦଶ ସହସ୍ର ବର୍ଷ ପରିଯନ୍ତେ ।୧୯୮।କଳିଯୁଗେ ଅନେକ ଜନ ଯେ କରିବେ ସେବାରଙ୍ଗ କଉତୁକେ ବିଜେ କରିବେ ୟେଥେ ରାମକୃଷ୍ଣ ଦୁଇ ଦେବା ।୧୯୯।ତୁ ତ ସମସ୍ତ ଜାଣୁ ସର୍ବଗ୍ୟଂ ପଣ୍ଡିତ ମହାମନ୍ତ୍ରୀଗତ ଆଗତ ତୋହୋର ସମସ୍ତ ହୃଦଗତି ।୨୦୦।ପରମ କଲ୍ୟାଣ ବାଞ୍ଛା କରନ୍ତି ମହାକଳ୍ପିଚଳ ଯା ସହଦେବ ରାଜନ୍ତ ଘେନି ଅଦ୍ୟାପି ।୨୦୧।ମାର୍କଣ୍ଡଂକ କଇଲାଣ ପାଇ ମନ୍ତ୍ରୀବରଅର୍କ ତୀର୍ଥେ ବିଜେ ଯାଇଂ ପାଣ୍ଡବ ସୁନ୍ଦର ।୨୦୨।ଶ୍ରୀରାମଚଣ୍ଡୀ ଯେ ରାମେଶ୍ୱର ଦ୍ରଶନେଚନ୍ଦ୍ରଭାଗା ସ୍ରାହାନ ବିରଞ୍ଚି ନାରାୟଣ ପ୍ରସନ୍ନେ ।୨୦୩।ଶ୍ରୀ ଅର୍କତୀର୍ଥ ରାଜା ହୋୟେ ନାରାୟଣ ଦାସତହିଂ ବିଜୟେ ପଣ୍ଡୁ ରାଜାର ଯେ ଶିଷ ।୨୦୪।ସହଦେବ ବିଜୟେ ଦେଖିଣ ନାରାୟଣସେନ ନୃପତିଛାମୁରେ ଦ୍ରଶନ କଲା ଆସି ତତକ୍ଷଣାନ୍ତି ।୨୦୫।ଅକ୍ଷତ ଗୁଆ ତାଂକୁ ଯେ ସହଦେବ ଦେଇଅର୍କତୀର୍ଥେ ରନ୍ଧନ କରି କଲେକ ମୁଣୋହି ।୨୦୬।ନାରାୟଣେ ଚଳାଇ ସେ ଆଶନ୍ତି ବହନେମହ୍ଲାର ବଳରାମ ଭେଟିଲେ କନ୍ଦୁକ ଗହନେ ।୨୦୭।ନବଲକ୍ଷ ଯୋଦ୍ଧା ଘେନି ସେ ମଲ୍ହାର ବନରେବେଣ୍ଟ ବିନୋଦେ ଭ୍ରମଇ ସେ ଚିତ୍ରଉତ୍ପଳା ନଦୀ ତୀରେ ।୨୦୮।ସହଦେବ ବଳ ଚଳନ୍ତେ ସେ ଓଗାଳିଲା ଆସିକାହିଂର ରେ ଗର୍ବ ତୋର ଗମନ କଲୁ ବନେ ପଶି ।୨୦୯।କ୍ରୀତିବାସ କ୍ଷେତ୍ର ୟେ ସୁବର୍ଣ୍ଣଚୂଡ଼ ଗିରିବିଜୟେ ପରମାନନ୍ଦ ଦେବ ତ୍ରିପୁରାରି ।୨୧୦।ବଦୟନ୍ତି ସହଦେବ ଶୁଣ ହୋ ମଲ୍ହାରବିନ୍ଦୁତୀର୍ଥ ପରମ ସିଦ୍ଧ ସାର ।୨୧୧।ପିତୃକାର୍ଯ୍ୟ ନିମନ୍ତେ ଆମ୍ଭର ମହାଯୋଗନୋହୁ ଦ୍ୱନ୍ଦୀ ବାଦୀ ଆମ୍ଭେ ତୁ କିଂପା ବହୁ ରାଗ ।୨୧୨।ରାଜୁସି ଯାଗ ନିମନ୍ତେ ରାଜାନ୍ତ ନିମନ୍ତ୍ରଣଲକ୍ଷେ ରାଜା କରିବୁଂ ଆମ୍ଭେ ସଭାୟେଣ ।୨୧୩।ତୋହୋରେଣ କାର୍ଯ୍ୟ ଅଛି ଆମ୍ଭର ଯେ ବାବୁନିମନ୍ତ୍ରଣ କରି ଆମ୍ଭେ ତୋତେ ଘେନିଯିବୁ ।୨୧୪।ନ କର ବିବାଦ ତୁ ଶୁଣ ହୋ ମଲ୍ହାରଆସ ମୋର ସନ୍ନିଧ୍ୟକୁ ଘେନ ବରଣ ମାଳ ।୨୧୫।ସହଦେବର ବଚନ ପାଇଣ ବନଚରଯାନ ବାହନ ତେଜି ରାୟେ ବିଜୟେ କଲା ପୟର ।୨୧୬।କୃତ ଅଞ୍ଜଳି ହୋଇ ବିନୟେ ଭାବ ବୋଲିମୁହିଂ ଅପ୍ରାଧି ଜନ ନ ଜାଣି କୋପ କଲି ।୨୧୭।ଘେନ ମୋର ଭଗତି ନ ଘେନ ଆନ ମନଶୁଣ ସାଗର ନାଥ ଦୟିନୀ ମୋର ଘେନ ।୨୧୮।ସହଦେବ ବୋଇଲେ ଶୁଣ ହୋ ମଲ୍ହାରରାଜୁସୀ ଯାଗକୁ ତୁ ଚଳ ଧାତିକାରେ ।୨୧୯।ଯେ ତୋହୋର ଉପମା ପଦାର୍ଥ ମିଳଇ ବାବୁସନ୍ୟବଳ ଘେନି ତୁ ରାଜୁସି ଯଗ୍ୟଂକୁ ଚଳିଯିବୁ ।୨୨୦।ମଲ୍ହାରସେନକଇଂ ସେ ନିମନ୍ତି ମନ୍ତ୍ରୀବରବିନ୍ଦୁସାଗରେ ପଶି ପଖାଳନ୍ତି ଶିର ।୨୨୧।ବିଜୟେ ମନ୍ତ୍ରୀବର ସେ ୟେକାମ୍ୱର ତୀର୍ଥେପିଣ୍ଡଦାନ ଦେଇ ପୂଜଇ ବିଶ୍ୱନାଥେ ।୨୨୨।ଜୟତୁ ମହାଦେବ ଭୁବି ଭୁବନ ମଣ୍ଡିଅଭୟେ ଭୁବନବାସୀ ନାଥ ସକଳ ଦୁଖ ଖଣ୍ଡି ।୨୨୩।ଗିରିଜାର ବଲ୍ଲଭ ନାଥ ସତାଂଶୁ ମଉଳିବୃଷଭ ବାହାନେ ବିଜୟେ ନାଥ ଜୟତୁ କାପାଳୀ ।୨୨୪।ପର ଦୁଃଖେଣ କାତର ସ୍ୱାମୀ ପର ଲୋକର ବନ୍ଧୁଭଗତ ଜନମତ୍ସଳ ସ୍ୱାମୀ ଆଶା ସାଗର ସିନ୍ଧୁ ।୨୨୫।ଶ୍ରୀ ମହାଲିଙ୍ଗ ଭୁବନାଧି ଭୁବପତିଅଭୟେ ସୁନ୍ଦର ନାଥ ଫେଡନ୍ତା ଦୁର୍ଗତି ।୨୨୬।ଜୟତୁ ଭୁବନେଶ୍ୱର ମହାଲିଙ୍ଗ ଦେବରାଜାମଉଳେଣ ଧବଳାଙ୍ଗୀ ଯାହାର ବକ୍ଷସ୍ଥଳେଣ ଗିରିଜା ।୨୨୭।ସ୍ୱାମୀ ଜନ୍ମେ ଜନ୍ମେ ସେବା ମୋହୋର ତୋହୋର ପଦ୍ମପାଦେଲଭିବି ପରମ ଗତି ନାଥ ତୋହୋର ପରସାଦେ ।୨୨୮।କୃତ୍ତିବାସନ ବେନିଦତ୍ୟ ନିବାରଣ ଦେବସ୍ୱାମୀତବ ପଦ୍ମପାଦେ ଶତ ସହସ୍ର ଦଣ୍ଡ ପରିଣାମି ।୨୨୯।ଶ୍ରୀ ମହାଲିଙ୍ଗ କ୍ଷେତ୍ର ଆଧିପତି ଭୁବନେଶ୍ୱର ପୂଜାଶୁଦ୍ରମୁନି ସାରୋଳା ଦାସ ପ୍ରଣପତ୍ୟ ଲିଙ୍ଗରାଜା ।୨୩୦।ସହଦେବର ବିନୟେ ଦେଖି ବିଜୟେ କାପାଳୀରଷଭ ଆରୋହି ବିଜେ ପଞ୍ଚଇ ମଉଳି ।୨୩୧।ସହଦେବ ପ୍ରଣପତ୍ୟ ହୋଇଲା ଶତେ ସହସ୍ର ଦଣ୍ଡଭଗତ ଜନମତ୍ସଳ ନାଥ ଅପାଦ ମୋର ଖଣ୍ଡ ।୨୩୨।ସହଦେବ ଭଗତି ଦେଖି ବିଶ୍ୱନାଥ ଦିଅନ୍ତି ସମ୍ଭାଷିଆହୋ ପଣ୍ଡୁର ନନ୍ଦନ ତୁ ପରମ କଲ୍ୟାଣ ହୁଅସି ।୨୩୩।ଅନେକ ପରମାର୍ଥ ଯେ କହିଲେ ଲିଙ୍ଗରାଜାସର୍ବକାର୍ଯ୍ୟ ସିଦ୍ଧହୋଉ ତୁହୋ ବହନ ହୋଇ ଯା ଯା ।୨୩୪।ରାଜାମାନନ୍ତ ବାବୁ ତୁ କଲୁ କି ନିମନ୍ତ୍ରିଣଯାଗ ନିକଟ ଆସି ହୋଇଲା ହୋ କହିଲେ ନାରାୟେଣ ।୨୩୫।ଅକ୍ଷତ ଗୁଆ ଦିଲେ ମନ୍ତ୍ରୀ ଚୂଡାମଣିଶିବଗଣନ୍ତ ଘେନି ରାଜୁସି ଯଗ୍ୟଂକୁ ବିଜେ କରିବା ଶୂଳପାଣି ।୨୩୬।ଶୁଣ ହୋ ସହଦେବ ବୋଲନ୍ତି ବିଶ୍ୱନାଥେଅର୍ଜୁନ ନିମନ୍ତ୍ରିଲା ଆମ୍ଭନ୍ତ ଅଚଳ ହିମବନ୍ତେ ।୨୩୭।ଆକାଶ ଦିଗ୍ବିଜେ କରିଛି ଫାଲଗୁନିସ୍ୱର୍ଗରୁ ଆସିବେ ସେ ଦେବଗଣମାନନ୍ତ ଘେନି ।୨୩୮।ଆମ୍ଭେ ଯାଉଅଛୁ ରାଜୁସି ଯାଗ ସଭାକୁତୁ ବହନ ଘେନି ଯାଅ ଯା ରାଜାଗଣମାନଂକୁ ।୨୩୯।ୟେତେ ବୋଲି ଅନ୍ତରୀକ୍ଷେ ଗଲେ ବିଶ୍ୱେଶ୍ୱରୟେକାମ୍ୱର ତୀର୍ଥରୁ ସହଦେବ ହୋଇଲେ ବାହାର ।୨୪୦।ମଲ୍ହାରସେନ ବୋଲି ଯେଉଂଣ ଦଣ୍ଡପତିତାହାକଇଂ ସହଦେବ ଚଳନ୍ତି ନିମନ୍ତି ।୨୪୧।ତହୁଂଣ ବିଜେ କରି ଗଲେ ମନ୍ତ୍ରୀ ଚୂଡାମଣିଚିତ୍ରୋତ୍ପଳା କୂଲେ ବିଜେ ଥାଠ ଯେ ପଲାଣି ।୨୪୨।କୁଣ୍ଡଳ ଭୋଜ ବୋଲି ୟେକଇ ନୃପତିସହଦେବକଇଂ ଦ୍ରଶନ କଲା ପୁଷ ଶୁକଳ ଦଶମମୀର ରାତି ।୨୪୩।ନିମନ୍ତ୍ରଣ ଯୋଗାଡ଼ ତାକୁ ଦିଲେକ ମନ୍ତ୍ରୀବରରାଜୁସିଯାଗ ସଭାକୁ ୟେହିକ୍ଷଣି ହୁଅସି ବାହାର ।୨୪୪।ଚଳଇ କୁଣ୍ଡଳ ଭୋଜ ଥାଠ ଯେ ଚଳାଇତହୁଂଣ ଚଳିଲେ ସହଦେବ ରଥ ବାହି ।୨୪୫।ଶ୍ରୀ ମହାଲିଙ୍ଗ ଉତ୍ପଳେଶ୍ୱର ପୂଜିଅନେକ ବିନୟେ ତଲୟେ ଚିତ୍ତ ଭଜି ।୨୪୬।ବିଶ୍ୱନାଥ ସେବାକରି ଚଳଇ ସହଦେବକପିଳାସ ଶିଖରେ ବିଜୟେ ପାଣ୍ଡବ ।୨୪୭।କାଶୀସେବା କରି ରହିଲେ ନନ୍ଦୀକେଶ୍ୱର ତୀର୍ଥେଜାରାସେନ ବୋଲିକରି ୟେକଇ କିରାତେ ।୨୪୮।ସେ ଯାଇଂ ଦ୍ରଶନ କଲା ପାଣ୍ଡବ ପଞ୍ଚାଳଆହୋ ବନଚର ତୋହୋର ସଇନି ଘେନି ରାଜୁସି ଯାଗକୁ ଚଳ ।୨୪୯।କିରାତ ସେନ ନୃପତି ସହଦେବର ଚରଣେ ପରିଣାମିୟେ ତୋହୋର ଆଗ୍ୟାଂ ପ୍ରମାଣେ ୟେହିକ୍ଷଣି ଯିବି ସନ୍ୟ ଘେନି ।୨୫୦।ଅପୂର୍ବ ବନଜୀବ ଦୋହଳ ଗଣ୍ଡାଭାର ଘେନିତକ୍ଷଣେ କିରାତେଶ୍ୱର ଚଳାଇ ସଇନି ।୨୫୧।ଚଳନ୍ତି ସହଦେବ ଈଶାଣ କୋଣ ଦିଗେଜଳତରଙ୍ଗ ରାଜ୍ୟେ ବିଜୟେ ଯାଇଂ ବେଗେ ।୨୫୨।ବାଜନ୍ତି ବୀର ତୂର ଯେ ଟମକ ନିଶାଣିବିହଡ଼ନ୍ତି ରାଉତେ ଖେଦନ୍ତି ଆଗିଆଣି ।୨୫୩।ରାଜ୍ୟେଣ ପଶନ୍ତେ ତହିଂ ଶୁଭଇ ଘୋର ବାଣୀଡଗରେ ବାରତା କହିଲେ ଜଳତରଙ୍ଗ ନୃପମଣି ।୨୫୪।ସ୍ୱାମୀ କେଉଣ ଦେଶର ରାଜା ୟେଟି ଆସୁଅଛି ଥାଠ ଯେ ପଲାଣିରାଇଜେ ପଶନ୍ତି ଦେବ କାହାକଇଂ ନ ଗଣି ।୨୫୫।ରଥଗଜ ଅଶ୍ୱ ଦେବ ବହୁତ ନାହିଂ ଦଣ୍ଡକ୍ଷେପନ୍ତି ଯୋଦ୍ଧାୟେ ଯେ ପ୍ରତଗ୍ୟାଂ ପ୍ରଚଣ୍ଡ ।୨୫୬।ଚାରଗଣ ମୁଂଖ ଶୁଣି ୟେସନ ବାରତଆଗ୍ୟାଂ ଦିଲା ଜଳତରଙ୍ଗ ସାଜରେ ମୋହୋର ରଥ ।୨୫୭।ରାଜାର ବଚନେ ସେ ସାଜିଲେ ସଇନିରହ ରହ ବୋଲିଣ ସେ ଡାକନ୍ତି ଘୋର ଧୁନି ।୨୫୮।ଅନେକ ଶହସ୍ର ଧରି ଆରୋହନ୍ତି ହୟେଚୋଖାର ତୁରଙ୍ଗମ ଖେଦନ୍ତି ନିର୍ଭୟେ ।୨୫୯।ବହୁତ ସଇନି ତାର ନ ଯାଇ ଗଣନାକରେଣ ଛେଲଚକ୍ର ତାଡେଣୀ ବଜ୍ରସେନ୍ହା ।୨୬୦।ରଥ ଗଜ ଅଶ୍ୱମାନ ଅପାର ପାଦାନ୍ତିତିନିଶତ ପାରିଦଣ୍ଡ ତୁଲେ ଘେନିଣ ନୃପତି ।୨୬୧।ଆହୋ ଲୋହାର ରଥ ଯେ ଶାର୍ଦ୍ଦୋଳ ଚର୍ମର ଛାୟେଣୀଉଭୟେ ବଳ ମଧ୍ୟେ ଟେକିଲେ ରଥ ରାୟେ ଆଣି ।୨୬୨।ଆଗିଆଣି ଥାଠେ ଓଗାଳିଲେ ରାୟେ ଆସିଚନ୍ଦ୍ର ଦେବତାଂକୁ ଦେଖି ରାହୁ ଯେହ୍ନେ ଗ୍ରାସି ।୨୬୩।ପାଞ୍ଚଲକ୍ଷ ଯୋଦ୍ଧା ଘେନି ସେ ଜଳତରଙ୍ଗଆକାଶେ କ୍ଷେପିବାକୁ ସାମରଥ ସେ ଯେବଣ ତୁରଙ୍ଗ ।୨୬୪।ରାଜାର ପ୍ରତଗ୍ୟାଂ ଦେଖି ପାଣ୍ଡବ ସଇନିଗର୍ଜିଣ ଉଠିଲେ ବୀରେ କରେ ଶସ୍ର ଘେନି ।୨୬୫।ପ୍ରତଗ୍ୟାଂ ସାମରଥ ସେ ଜଳତରଙ୍ଗ ମହାବଳୀଆପଣେ ମହାରାଜା ସଇନି ଓଗାଳି ।୨୬୬।ସନ୍ୟ ଦୁଇଭାଗ ହୋଇଲେ ରାଜାର ଉଠନ୍ତେସହଦେବର ଛାମୁରେ ଓଗାଳିଲେ ୟେକ ରଥେ ।୨୬୭।ଆହୋ ମହାତ୍ମା ତୁ ଅଟୁ କେଉଣ ଦେଶର ରଥୀକି ନିମନ୍ତେ ଆସିଣ ତୁହି ମୋହୋର ରାଜ୍ୟ ମନ୍ଥି ।୨୬୮।ସହଦେବ ବୋଇଲା ତୁ କେଉଣ ମନ୍ଦପ୍ରାଣୀସହଦେବ ପୂର୍ବଦିଗ ବିଜୟେ ବୋଲି ତୁ କି ନ ଜାଣି ।୨୬୯।ରାଜୁସି ଯାଗ ଆମ୍ଭେ କରିବା ନିମନ୍ତେଚଉଦିଗେ ବିଜେ ଆମ୍ଭେ କରିଅଛୁ ଚାରି ଭ୍ରାଥେ ।୨୭୦।ଲକ୍ଷେକ ନୃପତି ମିଳିବେ ତହିଂ ହୋଇବ ରାଜସୂୟ ସଭାସମଦଣ୍ଡ ଘେନି କରି ଚାଲ ବହନ ହୋଇ ଯିବା ।୨୭୧।ସହଦେବର ବଚନେ ଜଳତରଙ୍ଗ ରାୟେରଥ ତେଜ୍ୟା କରି ପ୍ରଣପତ୍ୟ ଯାଇଂ କୟେ ।୨୭୨।ତୁ ଦେବ ସୋମବଂଶୀ କ୍ଷତ୍ରିୟ ଉତ୍ତମାଦଶଦୋଷ ଅପ୍ରାଧ କରିବା ମୋହୋର କ୍ଷମା ।୨୭୩।ରାଜକୁ କୋଳକଲେ ସେ ସହଦେବ ମହାମନ୍ତ୍ରୀଅକ୍ଷତ ଯୋଗାଡ଼ ଦେଇ ଜଳତରଙ୍ଗ ରାଜାକୁ ନିମନ୍ତି ।୨୭୪।ଦଣ୍ଡ ଘେନି ବାହାର ତୁ ହୁଅସି ୟେହିକ୍ଷଣେଯାଇଂ ପ୍ରବେଶ ହୋଇଲେ ନି ସମସ୍ତ ରାଜାଗଣେ ।୨୭୫।ଶୁଣିଣ ନରେନ୍ଦ୍ର ଯେ ହୋଇଲାକ ସାନନ୍ଦବହୁତ ହରଷେ ସେ ମନେଣ ଆନନ୍ଦ ।୨୭୬।ଚଳଇ ଜଳତରଙ୍ଗ ନିଜ ବଳ ଘେନିତରଙ୍ଗ ଦେଶୁଂ ବାହାର ହୋଇଲେ ସଇନି ।୨୭୭।ଅନେକ ସମ୍ଭରେ ସେ ଯେ ଚଳଇ ନୃପମଣିହସ୍ତିନା ପୁରକୁ ବୋଲି ଦଣ୍ଡ ଯେ ପଲାଣି ।୨୭୮।ଗୋମତୀ ନଦୀକୂଳେ ଚଳଇ ସହଦେବ ମହାମନ୍ତ୍ରୀକଇବ୍ରତରାଜା ସେ ନିଷାଦପୁର ଆଧିପତି ।୨୭୯।ପଞ୍ଚବିଂଶ ମର୍ଭୁତ ମର୍ଭୁତ ସେ ନାବ ଯେ ପଲାଣିସତ୍ୟଯୁଗହୁଂ ସେ ବ୍ରତି ଅଛଇ ନୃପମଣି ।୨୮୦।ତ୍ରେତୟା ଯୁଗେ ସେ ଶ୍ରୀରାମଚନ୍ଦ୍ରଂକୁ କଲାପାରିତୋଷେ ଶ୍ରୀରାମ ତାହାକୁ ଅମର ପଦ ଅବଧାରି ।୨୮୧।ସେ ରାଜାର ରାଜ୍ୟେ ଯାଇଂ ପ୍ରବେଶ ସହଦେବଜଗତ ବାରାତ ରାଜାନ୍ତ କହିଲେ ସଦିଭାବ ।୨୮୨।ସହଦେବ ରହିଛନ୍ତି ନଦୀ ଦକ୍ଷିଣର କୂଳେଉତ୍ତର କୂଳେଣ ଥାଇ ଦେଖଇ ନିଷାଦ ମହୀପାଳେ ।୨୮୩।କଇବ୍ରତକଇଂ ରାଇଣ ବୋଲଇ ନରନାହାଦକ୍ଷିଣ କୂଳକୁ ରେ ନାବ ମୋର ବହନ କରି ବାହା ।୨୮୪।କେବଣ ଦେଶର ରାଜା ଯେ ରହିଛନ୍ତି ତେଣେ ପାରିଦଣ୍ଡଘେନି ଆସିବ ୟେ କୂଳକୁ ବିଜେ କରି ।୨୮୫।ରାଜାର ଆଗ୍ୟାଂୟେ ସେ ସାଜିଲେ ନାବମାନଫରହର ପାତାଙ୍ଗେ ଝଲକନ୍ତି ରତ୍ନମାନ ।୨୮୬।ନାବ ଲାଗିଲା ଯାଇଂ ଦକ୍ଷିଣକୂଳ ଆଡେହେମା ପର୍ବତ ଯେ ବନସ୍ତର କଇଛାଡେ ।୨୮୭।ସହଦେବ ବିଜେକଲେ ନାବର ଉପରେସଇନି ପାର ହୋଇଲେ ନଦୀର ଉତ୍ତର ତୀରେ ।୨୮୮।ଆସ୍ତାନ ତେଜ୍ୟା କରି ସେ ନିଷାଦ କଇବ୍ରତ ରାଜାଅର୍ଘ୍ୟ ଗୋଟିୟେକ ଘେନି ସହଦେବଂକୁ କଲା ପୂଜା ।୨୮୯।ନିଜ ପୁରେଣ ଉଚ୍ଛବ ଯେ କରାଇ ନୃପତିଧବଳ ଘର କରି ମଣ୍ଡିଲା ମେଢ ମଣ୍ଡୋପ ଦେଉଳ ଜଗତୀ ।୨୯୦।ସୁବର୍ଣ୍ଣର ସିଂଘାସନେ ସହଦେବଂକୁ ବସାଇଲକ୍ଷେ ସୁବର୍ଣ୍ଣ ଘେନି ଶୁତିଲା ପାଦାଅର୍ଘ୍ୟ ଦେଇ ।୨୯୧।ବହୁତ କୃତ କୃତ ହୋଇଲା ସେ ରାଜା ନିଷାଦବାବୁ ଦ୍ରଶନେ ଖଣ୍ଡିଲି ମୁଂ ସକଳ ଅପାଦ ।୨୯୨।ଯାବତ କାଳେ ଥାଇଂ ମୁହିଂ ୟେହି ନଦୀର କୂଳେପଥଶ୍ରାନ୍ତ ଜନନ୍ତ ମୁହିଂ ଦେଉଥାଇ ପାରେ ।୨୯୩।ବାବୁ ତୋହୋର ଉପରେ ବଂଶେଣ ନୃପତି ଯଯାତିତାହାନ୍ତ ପାରିକରି ଦେଇଅଛି ମୁଂ ଶତେଘାନ୍ତି ।୨୯୪।ବାବୁ ଶ୍ରୀରାମଚନ୍ଦ୍ର ହାଦେ ବନବାସ ଯିବାକାଳେସୀତା ଲକ୍ଷଣ ଘେନି ଆସି ହୋଇଲେ ୟେହି କୂଳେ ।୨୯୫।ତାହାନ୍ତ ପାରିକରି ଦିଲି ବନବାସ ଯିବାକୁୟେହି ବାଟେ ରାମଚନ୍ଦ୍ର ଗଲେ ବଞ୍ଛାବଟ ତଳକୁ ।୨୯୬।ରାବଣ ମାରିଣ ରାମ ବାହୁଡ଼ିବାର କାଳେଅନେକ ସମ୍ପଦ ରାମ ଅଯୋଧ୍ୟାକୁ ଯିବା ବେଳେ ।୨୯୭।ପଦ୍ମେକ ନାବ ପଠିଆଇ ଦିବାରାତିତିନିଦିନେ ପାରିଆଇଂ ମୁଂ ଦିଲଇଂ ସବୁନ୍ତି ।୨୯୮।ତୋଷେଣ ପ୍ରସନ୍ନ ମୋତେ ହୋଇଲେ ରାମଚନ୍ଦ୍ରବୋଇଲେ ଯୁଗେ ଯୁଗେ ଆମ୍ଭନ୍ତ ପାରିଆଇ ଦେଉଥାଅ ରେନିଷାଦ ।୨୯୯।ସ୍ୱାମୀଂକର ଆଗ୍ୟାଂ ମୁଂ ଯେ ହୃଦେ ଧରିଥିଲିକଂସବଧ କରିବାର କାଳେ ରାମକୃଷ୍ଣ ସମସ୍ତ ଗୋପାଳନ୍ତପାରିକରି ଦିଲି ।୩୦୦।ସହଦେବ ବୋଇଲେ ତୁ ତ ପର ଉପକାରୀଆଗାଦ ସାଗରୁ ତୁ ଧର୍ମେ କରୁ ପାରି ।୩୦୧।ସମଦଣ୍ଡ ସଇନି ଘେନି ତୋହୋର ନାବମାନରାଜାମାନଙ୍କର ଯେତେ ଦେଖା ଦରଶନି ଧନ ।୩୦୨।ସହସ୍ରେକ ଶତେଭାର ଧନ ଦେଇଗଲେ ମୋତେଅପ୍ରମିତ ହିରଣ୍ୟ ୟେହା ମୁଁ ବହିଥିବି କେମନ୍ତେ ।୩୦୩।ସମତୁଲେ ସହସ୍ରେ ନାବରେ ପୂରୋଇଲେ ଧନ ମନ୍ତ୍ରୀବରଆଗ୍ୟାଂ ଦିଲେ ଘେନି ଯାଅ ସଙ୍ଗତେ ତୋହୋର ।୩୦୪।କରେ ଅର୍ଘ୍ୟ ଘେନିଣ ସେ ପାଣ୍ଡବ ପଞ୍ଚାଣନିଷାଦ ନୃପତିକି କଲାକ ନିମନ୍ତ୍ରଣ ।୩୦୫।ସହସ୍ରେକ ନାବ ତୋହୋର ଥାଉ ୟେହି ତୀରେଆସନ୍ତା ରାଜାମାନନ୍ତ ପାରିଆଇ ଦେଉଥିବେ କଣ୍ଡେଆରେ ।୩୦୬।ଆଉ ସଇନି ଘେନି ତୁ ଚଳ ଯା ସଭାକୁରାତ୍ର ଦିବସେ ବାହି ଯାଅ ଯା ରାଜୁସି ଯାଗକୁ ।୩୦୭।ନିଷାଦ ରାଜା ବୋଇଲା ସ୍ୱାମୀ ତୋହୋର ଆଗ୍ୟାଂ ପରମାଣେହସ୍ତିନା ରାଜ୍ୟକୁ ମୁହିଂ ଯାଉଅଛି ୟେହିକ୍ଷଣେ ।୩୦୮।ଚଳନ୍ତି ସହଦେବ ଦିଗବିଜେ କରିପ୍ରବେଶ ହୋଇଲେ ଯାଇଂ ଗ୍ୟାନନଗ୍ରି ପୁରୀ ।୩୦୯।ସେ ରାଜ୍ୟର ରାଜା କୁଳଚନ୍ଦ୍ର ବୋଲିତାହାର ରାଜ୍ୟେ ସଇନି ପଶିଲେ ଯାଇଂ ପେଲି ।୩୧୦।ବୀରତୂର ବାଦ୍ୟନାଦେ ଯେ ଗଗନ ଉଛୁଳେରାଜ୍ୟରେ ପଶିଲେ ସଇନି ସନ୍ଧ୍ୟା ଅବସାନ ବେଳେ ।୩୧୧।କଟକ ରକ୍ଷଣୀ ତାର ଚାରିଲକ୍ଷ ଯୋଧୀରାଜ୍ୟେଣ ପଶନ୍ତେ ଆସି ଆପଣେ ନିରୋଧି ।୩୧୨।କାହିଂର ରେ ସଇନି ତୁମ୍ଭେ ପଶ ଅନମିତେକେବଣ ଦେଶର ରାଜା ତୁମ୍ଭେ ନ କହି ବାରତେ ।୩୧୩।ଯମକଇଂ ଅଭୟା କି ହୋଇଲେ ମନ୍ଦପଣେୟେ ମହୀଆଳୀ ରାଜା ଯାହାକୁ ଜିଣନ୍ତା ନାହିଂ ରଣେ ।୩୧୪।ମହା ପ୍ରତାପୀ ରାଜା ୟେ କଉସ୍ତୁଭ ବଂଶୀଅପୁଚ୍ଛା ଆଗୋଚରରେ କିମ୍ପା ରାଜ୍ୟରେ ଆମ୍ଭର ପଶି ।୩୧୫।କହୁଂ କହୁଂ ରାଜାର ଯୋଦ୍ଧାୟେ ବିକାଶିଲେ ମହାତେଜସହଦେବ ଉପରକୁ ବିନ୍ଧିଲେ ନାରାଜ ।୩୧୬।ସହଦେବ ବୋଇଲେ ହୋ ରହ ରହ ସଇନିବନ୍ଧୁବାସ ଲୋକନ୍ତ କିମ୍ପେ ବିନ୍ଧ ନାରାଜ ଘେନି ।୩୧୭।କୁଳ ଚନ୍ଦନ ବୋଇଲା ତୁମ୍ଭେ କେବଣ ଦେଶର ରାଜାପରରାଷ୍ଟରେ ପଶି କିଂପା ତୁମ୍ଭେ ବୀରତୂର ବାଦ୍ୟ ବଜା ।୩୧୮।ସହଦେବ ବୋଇଲା ଆମ୍ଭେ ଅଭୟେ ସୋମବଂଶୀରାଜୁସି ଯାଗ ନିମନ୍ତେଣ ରାଜାନ୍ତ ନିମନ୍ତ୍ରିଣ ଆସି ।୩୧୯।ଅକ୍ଷତ ଗୁଆ ଯେ ଦିଲେ ସୋମବଂଶୀ ମହାଛତ୍ରୀସମଦଣ୍ଡ ଘେନିଣ ହୋ ଚଳ ଦିବାରାତି ।୩୨୦।ସହଦେବ ଆଗ୍ୟାଂୟେ ସେ କୁଳଚନ୍ଦନ ମହାରାଜାସହଦେବର ପଦ୍ମପାଦେ ସେ କଲା ବହୁତ ପୂଜା ।୩୨୧।ବୋଇଲା ସ୍ୱାମୀ ଆମ୍ଭେ ପୁଣ୍ୟ ଯେ ଅର୍ଜିଅଛୁଂ ପୂର୍ବେରାଜୁସିଯାଗ ଦେଖିବାକୁ ସାମରଥ ହେଲୁଂ ୟେବେ ।୩୨୨।ସମଦଣ୍ଡ ଘେନିଣ ସେ ଗ୍ୟାନପୁର ଚକ୍ରବ୍ରତୀନିଜ ରାଜ୍ୟ ଛାଡି ରାଜା ବାହାର ତତକ୍ଷଣାନ୍ତି ।୩୨୩।ଚଳନ୍ତି ସହଦେବ ତହୁଂ ଚଳାଇଣ ନିଜ ବଳସାହେର ସଙ୍ଗମେ ପ୍ରବେଶ ଯାଇଂ ପଣ୍ଡୁରାଜାର ଦୁଲାକ ।୩୨୪।ସେ ତୀର୍ଥେ ବିଜେ କରିଛନ୍ତି କପିଳ ମହଋଷିତ୍ରିବେଣୀ ସଙ୍ଗମ ତୀରେ ତପ କରୁଛନ୍ତି ବସି ।୩୨୫।ଲମ୍ୱିତ ଜଟା ଦୀର୍ଘ ଭୂମିତେଣ ଅଛି କଣ୍ଡିତିନିଯୁଗ ହୋଇଲାନି ମହାତମାର ୟେକଲୟେ ଆସନ ଗୋଟି ।୩୨୬।ରଥରୁ ଓହ୍ଲାଇ ସେ ମଦନା ଦେବୀର ବଳାଋଷିଂକର ପାଦତଳେ ସହଦେବ ପ୍ରଣପତ୍ୟ ହେଲା ।୩୨୭।ପରମ ଯୋଗୀ ପୁରୁଷ ସେ କହନ୍ତି ସମ୍ପାଦପ୍ରସନ୍ନେ ବାରତା କହିଲେ ଭାବନା ସଦାନନ୍ଦ ।୩୨୮।ସହଦେବକଇଂ କହନ୍ତି କପିଳା ମହାଯତିରାଜୁସଯାଗ ବାଭିୟେ କରୁଅଛ ଯହିଂର ନିମନ୍ତି ।୩୨୯।କଉତୁକେ ଭାରା ନିବାରଇ ଅନନ୍ତଜାତ କରାଇଣ ସେ ପୁଣ କରାବଇ ଅନ୍ତ ।୩୩୦।ଶାସନ ନାଶକ ସେ ଉଦ୍ଧରଇ ପରମ ଯୋଗୀକଉତୁକୀ ପୁରୁଷ ସେ ଭରାଭର ପରିତ୍ୟାଗୀ ।୩୩୧।ତୁମ୍ଭେ ବ୍ରତ ବାବୁ ରେ ଯେଉଂ ବିଷ୍ଣୁର ଆଶ୍ରିତେସେ ପରମାନନ୍ଦ ପୁରୁଷ ତୁମ୍ଭନ୍ତ ଯାଗ କରାନ୍ତି ଭଦିତ ଅର୍ଥେ ।୩୩୨।ଲକ୍ଷେ ନୃପତିକି ଆଉ ସବୁ କରାଉଅଛି ସାଧିତୁମ୍ଭନ୍ତ ୟେକଛତ୍ରୀ କରାଇବାକୁ ତାହାର ଯେ ବୁଦ୍ଧି ।୩୩୩।ଗଙ୍ଗା ଯମୁନା ସରସ୍ୱତୀ ୟେ ଯେ ତିନିଧାରତିନିହେଂ ପ୍ରତିକ୍ଷଣ କରାନ୍ତି ଋଷିଂକ ଜଟା ଭିତର ।୩୩୪।ସାହେର ସଙ୍ଗମେ ପୁଣ ସେ ହେଉଛନ୍ତି ତିନିମୂର୍ତ୍ତିଦେଖିଣ ଆଶ୍ରିଜ ହୋଇଲା ଯେ ସହଦେବ ମହାମନ୍ତ୍ରୀ ।୩୩୫।କପିଳ ମହାଋଷିଂକି ସେ ପଚାରଇ ବାଣୀବିନୟେଭାବ ହୋଇଣ ସେ ଯୋଡ଼ଇ ବେନିପାଣି ।୩୩୬।ବଡ଼ାଇ ଆଶ୍ରିଜ ସେ ସ୍ୱାମୀ ଦେଖିଲି ମହାତ୍ମାତୁମ୍ଭନ୍ତ ନ ଲଘଂଇ ୟେ ଗଙ୍ଗା ସତ୍ୟଧର୍ମା ।୩୩୭।ସହଦେବର ବଚନେ ଯେ ବୋଲନ୍ତି ବ୍ରହ୍ମଋଷିବହୁତ କାଳର କଥା କହିବା ତୁ ସାବଧାନ ଦଣ୍ଡେ ହୋଅସି ।୩୩୮।ଆହୋ ବିଜୟା ନାମେ ସେ ସତ୍ୟ ଯୁଗର ଯେ କଥାପ୍ରୋହିଣୀ ନାମେଣ ଯେ ପୃଥୀର ବାରତା ।୩୩୯।ଇଚ୍ଛାକୁର ବଂଶେଣ ସଗର ନାମେଣ ନୃପତିରାଜାକୁ ବିବାଦେ ଷାଠିୟେ ସହସ୍ର ପୁତ୍ରନ୍ତ କଲାକ ଉତପତ୍ତି ।୩୪୦।ମାତା କାଳେ ତାହାନ୍ତ ନୁଆରିଲା ପୋଷିମୃତ୍ତିକା ଆହାର କର ବୋଲି ପୁତ୍ରନ୍ତ ବଚନ ପ୍ରକାଶି ।୩୪୧।ଷାଠିୟେ ସହସ୍ର ପୁତ୍ର ୟେକମୁଖ ହୋଇଜମ୍ୱୁଦୀପ ପୃଥୀୟେ ଦେଉଛନ୍ତି ଖାଇ ।୩୪୨।ନବଲକ୍ଷ ନଉସହସ୍ର ଯୋଜନ ୟେ ପୃଥୀଦକ୍ଷିଣ ପୂର୍ବ ପଶ୍ଚିମ ତିନିଦିଗ ଖାଇ ଯାଉଛନ୍ତି ।୩୪୩।ଆହୋ ସହଦେବ ନିତ୍ୟାପଡ଼ି ଖାଉଛନ୍ତି ୟେହିବାଗେଦ୍ୱାଦଶ ବରଷ ପରିଯନ୍ତେ ଆହାର କଲେ ସତ୍ୟଯୁଗେ ।୩୪୪।ବିଦ୍ୟାଧର ପୁରୁଷମାନେ କହିଲେ ଯାଇ ପିତାଂକୁଜମ୍ୱୁଦୀପ ପୃଥୀ ନାଶଗଲା ଦେବ କହିଲୁ ତୁମ୍ଭଂକୁ ।୩୪୫।ପୃଥୀନାଶ ଯାଆନ୍ତେ ଜଗତ ପିତାମହଆମ୍ଭନ୍ତ ଆଗ୍ୟାଂ ଦିଲେୁ ସାଗର ରାଜାର ପୁତ୍ରନ୍ତ ଦହ ।୩୪୬।ଧାତାର ବଚନେ ଆମ୍ଭେ କଲୁ କୋପମୂର୍ତ୍ତିସଗର ରାଜା ଷାଠିୟେ ସହସ୍ର ପୁତ୍ରନ୍ତ ଦହିଲୁଂ ତତକ୍ଷଣାନ୍ତି ।୩୪୭।ତାହାଂକର ନନ୍ଦନ ଯେ ଉପୁଜିଲା ଭାଗ୍ୟରଥୀଆକାଶୁଂ ଗଙ୍ଗା ଆଣିଲା ସେ ମଧ୍ୟସ୍ୱର୍ଗ ପୃଥୀ ।୩୪୮।ଚଉଦନ୍ତେ ପ୍ରହାର କଲା ମେରୁ ମେଖଳନ୍ତ ଅଇରାବ୍ରତତିନିଦଂଡ଼ ଫୁଟିଲା ଭାଗି ରହିଲା ୟେକଦନ୍ତ ।୩୪୯।ଗଙ୍ଗା ଯମୁନା ସରସ୍ୱତୀ ତିନିଧାର ଫୁଟିସେ ଅଇରାବ୍ରତ ନାଗ ପଡ଼ିଲା ମହୀ ଲୋଟି ।୩୫୦।ଆଗେଣ ଭାଗୀରଥୀ ପଛେଣ ଆଦିନାରୀଗଙ୍ଗାକୁ କଢ଼ାଇ ଆଣଇ ସେ ଦିଗାମ୍ୱରୀ ।୩୫୧।ଜନହୁ ନାମେ ମହଋଷି କୃତାନ୍ତେକ ବନେ ତପ କରୁଅଛିତିନିଧାର ମହାତମା ଗଣ୍ଡୁଷ କରି ତାହା ଭଛି ।୩୫୨।ଅନେକ ଭଗତି ପୁଣ ସେ ସଗର ରାଜାର ନାତିଜାନୁ ବିଦାରି କଲା ଗଙ୍ଗା ଯମୁନା ସରସ୍ୱତୀ ତିନିମୃତ୍ତି ।୩୫୩।ଗଙ୍ଗାକୁ ପ୍ରାର୍ଥନା କରି ଯହୁଂ ମାଗିଲା ଦୃଢବାକିତହୁଂ ସେ ଜାହ୍ନବୀ ନାମ ବହିଲେ ଧବଳ ମୁଖୀ ।୩୫୪।ଗଙ୍ଗାକୁ କଢ଼ାଇ ତହୁଂ ଯେ ଆଣି ଭାଗୀରଥୀନବ ସହସ୍ର ନବଶତ ଯୋଜନ ଆଣିଲା ଈଶାନ ମୃତ୍ତି ।୩୫୫।ଆହୋ ବିଜୟା ନଗ୍ରେ ଶାରଦା ବୋଲିଣ ୟେକଇ ଗନ୍ଧାକାରୀଗଙ୍ଗା ବହି ଆସନ୍ତେଣ ଆଣି ପାତିଲା ସୁରାଜାରୀ ।୩୫୬।ଆକାଶ ହାନ୍ଦୋଳିତ ତିନିଧାର ରୂପଗନ୍ଧକାରୀ ସୁରାଜାରୀରେ ତିନିଧାର ରୂପଗନ୍ଧକାରୀ ସୁରାଜାରୀରେ ତିନିହେଂ ହୋଇଲେ ଗୋପ୍ୟ ।୩୫୭।ତାହାକଇଂ ଅନେକ ସେବାକଲେ ଭାଗୀରଥୀଗଙ୍ଗାକୁ ସେ ମହାତ୍ମା ମାଗିଲା ଅଭ୍ୟର୍ଥୀ ।୩୫୮।ତୁହି ସେ ମହାତ୍ମାଣୀ ଗୋ ପଶିଲୁ ୟେ ମୋହୋର ସୁରାଜାରୀଆଜହୁଂ ନାମ ତୋହୋର ବହିବୁ ସୁରାଶୁରୀ ।୩୫୯।ସତ୍ୟ ମନାଇଣ ସେ ଛାଡିଲା ଗଙ୍ଗାକୁଆହୋ ଭାଗୀରଥୀ ଭେଟାଇଲା ନେଇ ତାହାରପିତାମହମାନଂକୁ ।୩୬୦।ଅଗ୍ନିର ଭିତରେ ନ ପଶଇ ଭାଗୀରଥୀଆମ୍ଭଂକୁ ପ୍ରତିକ୍ଷଣ କଲାକ ତିନିଘାନ୍ତି ।୩୬୧।ଗଙ୍ଗାହିଂ ବେଢ୍ଅଛି ତିନିବେଳ ପରିଯନ୍ତେଭାଗୀରଥୀ ବୋଇଲା ମାଗୋ ମୁଂ ଆଣିଲି ପିତାମହଂକ ନିମନ୍ତେ ।୩୬୨।ୟେ ଦହନ ଅଗ୍ନି ଲିଭାଇବୁ ନା ମୋହୋରେ ଭଗତି ଅର୍ଥେଗଙ୍ଗା ବୋଇଲେ ଆମ୍ଭେ ସରୂପ କହୁଂ ତୋତେ ।୩୬୩।ଯାହାର ମଣ୍ଡୋଳ ପୋଡୁଅଛିଟି ସଭାବେଆପଣେ ନ ଝାସିଲେ କେହୁ ପଶିବ ସେହୁଠାବେ ।୩୬୪।ଭାଗୀରଥୀ ବୋଇଲା ମୁଂ ଯେ ତୋହୋରେ ଶରଣବଂଶର ନିମନ୍ତେ ଦେହ ଝାସୁଅଛି ମୋତେ ଅଛିଟି କି କାରଣ ।୩୬୫।ଗଙ୍ଗା ବୋଇଲେ ୟେ ଚାରିଯୁଗର ମଧ୍ୟେଭାଗୀରଥୀ ଗଙ୍ଗା ବୋଲି ସ୍ରାହାନ କଲେ ଧର୍ମ ହୋଇବ ସାଧ୍ୟେ ।୩୬୬।ଦେବ ଦାନବ ଯେ ମାନବ ଆଦିକରିସାହାନ କରୁଥିବେ ଯେ ତୋହୋର ନାମ ସୁମରି ।୩୬୭।ଗଙ୍ଗାର ଅଗ୍ୟାଂୟେ ସେ ହୋଇା ଶାନ୍ତିମୂର୍ତ୍ତିଦହନ ଅନକେ ତତକ୍ଷଣାନ୍ତି ଝାସିଲା ଭାଗୀରଥୀ ।୩୬୮।ସଗର ରାଜା ଷାଠିୟେସହସ୍ର ପୁତ୍ରନ୍ତ ମୁକତି କରି ଧବଳାଙ୍ଗୀମମ ଲଲାଟେ ପ୍ରତିକ୍ଷଣ କରିଅଛନ୍ତି ସଉଭାଗୀ ।୩୬୯।ସାଗରେ ସଙ୍ଗମ ଯେ ହୋଇଛନ୍ତି ମାହେଶ୍ୱରୀୟେଥିର ମହିମା ଅସଂଖ୍ୟ କେହୁ ଅନ୍ତ କରିପାରି ।୩୭୦।ବାବୁ ଶୁଣରେ ସହଦେବ ସାଗର ସଙ୍ଗମର କଥାକୋଟିୟେ ତୀର୍ଥ କଲେ ସେ ପୁଣ୍ୟ ସରି ନୁହଇ ୟେହୁ କଥା ।୩୭୧।ଆହୋ ସୁରସନ୍ଧି ବୋଲି ସତ୍ୟଯୁଗେ ଗଙ୍ଗାଇଡୁବାଇନାମରେ ବେନି ଏକ ପକ୍ଷୀଆକାଶେ ଉଡନ୍ତେଣ ସେ ଜଳେଣ ମୀନ ଦେଖି ।୩୭୨।ମତ୍ସ୍ୟର ନିମନ୍ତେ ୟେଥେଂ ପଡ଼ିଲା ଅବଗାହିସଙ୍ଗମୁଂ ବାହାର ହୋଇ ନୁଆରିଲା ଜାଣ ସେହି ।୩୭୩।ନିଜକାୟା ଝାସିଲା ସେ ସଙ୍ଗମ ଭିତରେଇନ୍ଦ୍ରପଦେ ବସିଲା ସେ ଅମର ସ୍ୱର୍ଗରେ ।୩୭୪।ୟେସନେକ ମହିମା ୟେ ତୀର୍ଥର ଅପ୍ରମିତିଆମ୍ଭର ବ୍ରହ୍ମହତ୍ୟା ଦୋଷ ଖଣ୍ଡଣ ଗଲା ୟେଥି ।୩୭୫ତୁ ୟେବେ ୟେଥେଂ ସ୍ରାହାନ କରସି ପାଣ୍ଡବପଣ୍ଡୁର ନାମ ଧରି ସ୍ରାହାନ କଲେ ବ୍ରହ୍ମହତ୍ୟା ଦୋଷ ପାର ଯିବ ।୩୭୬।କପିଳ ମହଋଷିଂକ ବଚନେ ସେ ମନ୍ତ୍ରୀ ଚୂଡାମଣିମହାତୀର୍ଥେ ସ୍ରାହାନ କରଇ ବଂଶର ପାକେତ ଗୁଣି ।୩୭୬।ସ୍ରାହାନ ନିତ୍ୟକର୍ମ ସାରିଣ ସହଦେବପିଣ୍ଡଦାନ ଦିଲା ପିତାର ନିମନ୍ତେ ପାର୍ଥିବ ।୩୭୮।ପଣ୍ଡୁ ରାଜାର ପାତେକ ବ୍ରହ୍ମହତ୍ୟା ଦୋଷମାନଖଣ୍ଡିଲା ମହାପାତେକ ସେ ମହୀତୀର୍ଥେ କରି ସ୍ରାହାନ ।୩୭୯।କପିଳଋଷିଂକି ନିମନ୍ତିଲା ସେ ଅଟନ୍ତି କ୍ଷେତ୍ରାଧିପତିରାଜୁସିଯାଗ ସଭାକଇଂ ମହାତ୍ମା ଯିବା ହୋ ବ୍ରହ୍ମଯତି ।୩୮୦।ସାନନ୍ଦେଣ ସନମତ ସେ କଲେକ କପିଳରାଜାନ୍ତ ଘେନିଣ ବାବୁ ଶୁଭଯୋଗେ ଚଳ ।୩୮୧।ଆହୋ ଅସ୍ତୁକାର ପୁରୁଷେ ମହାତୀର୍ଥେ ଥିଲେଅସ୍ତୁ ଅସ୍ତୁ ବୋଲି ମଙ୍ଗଳେ ବାକ୍ୟ କଲେ ।୩୮୨।ତହୁଂଣ ସହଦେବ ଚଳନ୍ତି ଦୁର୍ଗମେସୁମରନ୍ତି ଶ୍ରୀନାରାୟଣେ ଶ୍ରୀପୁରୁଷୋତ୍ତମେ ।୩୮୩।ଜୟେ ଜୟେ ନାରାୟଣ କୃତାନ୍ତେକ ଦର୍ପଭଞ୍ଜାକଉଶିକର ମନ୍ତ୍ରେ ଯେ ତାତେକୀ ବଳଗଞ୍ଜା ।୩୮୪।ମହାବ୍ରହ୍ମ ପୁରୁଷ ସ୍ୱାମୀ କୋଦଣ୍ଡ ଦୀକ୍ଷା ଗୁରୁକଉତୁକ କୁତୂହୋଳେ ଶ୍ରୀମହାଭାରଥ ଯୁଦ୍ଧ କଲୁ ।୩୮୫।ହିରଣ୍ୟ ବିଦାରଣ ନାଥ କଣକଳ୍ପ ଯୁଦ୍ଧେକଉପଣ ଦର୍ପ ଧଂସିଲୁ ବାରାନିଧି ସେତୁବନ୍ଧେ ।୩୮୬।ସୟଳଜନ ବଲ୍ଲଭ ସ୍ୱାମୀ କମଳୀ ପ୍ରାଣୂନ୍ଧୁକମଳାର ପ୍ରିୟଭାବେ ମଛନ ସପ୍ତସିନ୍ଧୁ ।୩୮୭।ଶ୍ରୀହରିଂକ ପଦ୍ମପାଦ ବିଘଂସୁ ମମହୃଦେଶୂଦ୍ରମୁନି ସାରୋଳା ଦାସ ବଦନ୍ତି ପରମ ସାନନ୍ଦେ ।୩୮୮।୮୧୫୨।ଭୀମସେନଙ୍କର ପଶ୍ଚିମ ଦିଗ ଯାତ୍ରା, ମୃଗସେନ ରାଜା ସହିତ ଯୁଦ୍ଧେ ପରାଜୟ, ସୋମବଂଶର ବଂଶାବଳୀ ଓ ମୃଗସେନର ଜନ୍ମ ବୃତ୍ତାନ୍ତଘଟଋଷିଂକ ନନ୍ଦନ ଅଗସ୍ତି ମହାତପୀଯାହାଂକ ବାକ୍ୟ ଶୁଣନ୍ତେ ତରନ୍ତି ମହାପାପୀ ।୧।ବଇବସୁତ ମନୁ ପୁଚ୍ଛାକଲେ ପରସ୍ତାବେଇତି ଶ୍ରୀ ବିଷ୍ଣୁ ପୁରାଣ କହିବା ଅଗସ୍ତି ମୁନିଦେବେ ।୨।ଭୀମସେନ ଗଲା ଯେ ପଚ୍ଛିମ ଦିଗକୁସଞ୍ଚପି ସାଧ୍ୟ କଲାଟି ତହିଂ ରାଜାଗଣମାନଂକୁ ।୩।ରାଜାଗଣମାନନ୍ତ ଘେନି ଭୀମସେନ ଅଇଲାଟି କି ଶୁଭେତବ ମୁଖୁଂ ମହାତମା ଶୁଣିମି ମୁହିଂ ୟେବେ ।୪।ବଦନ୍ତି ଅଗସ୍ତି ଶୁଣସି ଯୁଗପତିପଛିମେ ନିମନ୍ତିଲା ଭୀମ ଚାରିଉଣା ପଞ୍ଚାଶସହସ୍ର ନୃପତି ।୫।ପଛିମର ଅନ୍ତେ ଯେ ମେରୁର ଦକ୍ଷିଣ ପାରୁଶେଦୁମେଖଳ୍ ବୋଲି ପର୍ବତ ହୋଟିୟେ ହର ଉଦ୍ୟାନ ଦେଶେ ।୬।ହରିନାଥ ବୋଲିଣ ଯେ ତହିଂର ନରପତିଇସିକିନ୍ଧା ରାଜ୍ୟେ ଅପାର କାଳହୁଂ ତାର ଥିତି ।୭।ହରିବଳ ସଇନି ଘେନିଣ ସେ ଖଟିଲା ଶ୍ରୀରାମଚନ୍ଦ୍ରଂକୁରାବାୟେଣ ଯୁଦ୍ଧେ ଜୟେ କଲେ ଶ୍ରୀରାମଚନ୍ଦ୍ର ପ୍ରସନ୍ନହୋଇଲେ ତାହାକୁ ।୮।ନିଜ ଆଷ୍ୟ ବିହିଲେ ସ୍ୱାମୀ ତାକୁ ଚିର ଆଷ୍ୟ କରିସ୍ୱାମୀର ଆଗ୍ୟାଂ ପରମାଣେ ରହିଲା ଇସ୍କିନ୍ଧା ରାଜ୍ୟପୁରୀ ।୯।ଅପାର କାଳୁଂ ସେ ରାଜ୍ୟ କରଇ ବନେଖଣ୍ଡିଲା ସଇନି ତାର ଶ୍ରୀରାମ ପରସନେ ।୧୦।ହରିବଳ ସଇନି ତାର ଅଷ୍ଟାଦଶ ମର୍ଭୁତଯମଦଣ୍ଡ ନିର୍ଭୟେ ରାଜା ନିର୍ଦ୍ୱନ୍ଦେ ଥାଇ ବନସ୍ତ ।୧୧।ସେ ରାଜ୍ୟେଣ ପ୍ରବେଶ ହୋଇଲା ପାବେନିରାଜ୍ୟେଣ ପଶନ୍ତେ ତହିଂ ଶୁଭଇ ଘୋର ଧୁନି ।୧୨।କିଳିକିଳା ରାବ କରି ପର୍ବତୁଂ ଧାଇଂଲେ କପିବୀରେକରେଣ ଶୋଭାବନ ସେ ବୃକ୍ଷ ଯେ ପଥରେ ।୧୩।ରେ ରେ କାର ଶବଦେ କିଳିକିଳା ବୃତ୍ତବାଣୀକମ୍ପିଲେ ବୃନ୍ଦାଅର୍କେ ଓହୋବଳ ଶବଦ ଶୁଣି ।୧୪।କିଟି କିଟି ବାକ୍ୟେଣ ମିଟି ମିଟି ବେନି ତୋଳେଖେଦନ୍ତି ଖେପନ୍ତି ଉଠନ୍ତି ବୃକ୍ଷତାଳେ ।୧୫।ଭିଡନ୍ତି ଦଶନ ଓଷ୍ଠେ ଖଡାନ୍ତି ବିକଟ ମୁଖେଦେଖିଣ ପାଣ୍ଡବବଳ ସଇନି ଧାମନ୍ତି ପରିକକ୍ଷେ ।୧୬।ଧରନ୍ତେଣ ନ ପାଇଟି ପିଟନ୍ତେଣ ନୋହୋନ୍ତି କତିତର୍ଜନ୍ତି ଗର୍ଜନ୍ତି ବୀରେ ଅଭୟେ ସର୍ବରଥୀ ।୧୭।ଭୀମସେନ ପଶିଲେ ସାଂଗ୍ରାମ ଉପେକ୍ଷିନଗ୍ରେଣ ପଶିଲେ ବୀରେ ହରିବଳନ୍ତ ନ ଲେଖି ।୧୮।ଉତାଉଳ ବାଦ୍ୟ ଶୁଣିଲେ ସେ ହରିନାଥ ରାୟେବେଲାଉଳ ବଳ ଘେନି ଆପଣେ ବିଜୟେ ।୧୯।ଭୀମସେନ ଛାମୁରେଣ ପ୍ରବେଶ ହୋଇଲା ଆସିପାଣ୍ଡବବଳ ସଇନି ଦେଖିଣ ସର୍ବେ ତ୍ରାସି ।୨୦।ହରିନାଥ ପଚାରଇ ଶୁଣ ହୋ ମହାତମାମାନବ ଜନମ ହୋଇ ତୋର ଦୁସହ ମହିମା ।୨୧।କପିବଳ ସଇନି ମୋହୋର ଅଟନ୍ତି ମହାଯୋଧୀ ।ତ୍ରେତୟା ଯୁଗେ ଶ୍ରୀରାମଚନ୍ଦ୍ର କଲେ ମୋତେ ସାଧି ।୨୨।ଭୀମସେନ ବୋଇଲେ ତୋହୋର ପ୍ରତଗ୍ୟାଂ ବହୁତମୁହିଂ ସେ ପାଣ୍ଡବ ହୋ ସୋମବଂଶେ ଅଟଇ ଜାତ ।୨୩।ପବନ ନନ୍ଦନ ଯେ ଭୀମସେନ ମୋର ନାମପଛିମ ଦିଗକୁ ବିଜେକଲି ମୁଂ ସୋମରାଷ୍ଟ ସୋମ ।୨୪।ରାଜୁସି ଯଗ୍ୟଂ ଯୁଝେଷ୍ଠି କରିବା ନିମନ୍ତେସମସ୍ତ ରାଜାମାନ ଯାଉଛନ୍ତି କଟକ ବାରୁଣାବନ୍ତେ ।୨୫।ତୁ ମହାରାଜା ବନସ୍ତର ଅଧିକାରୀତୋତେ ନିମନ୍ତ୍ରଣ ନିମନ୍ତେ ପଶିଲି ତୋର ପୁରୀ ।୨୬।ସମଦଣ୍ଡ ଘେନି ତୁହୋ ଯିବୁ ୟେବେ ହସ୍ତିନାନୋହୁଂ ଆମ୍ଭେ ଦ୍ୱନ୍ଦକାରୀ ଉଚ୍ଛବ କାର୍ଯ୍ୟ ସିନା ।୨୭।ଭୀମସେନର ବଚନେ ସାନନ୍ଦ ହରିନାଥବୋଇଲା ପବନର ନନ୍ଦନ ତୋର ସୋଦର ହନୁମନ୍ତ ।୨୮।ଭୀମସେନର ସନ୍ନିଧ୍ୟେ ନୃପତି ବିଜୟେ ପ୍ରିୟଭାବେଭୀମସେନକଇଂ ପୂଜା କଲା ବଡାଇ ସମ୍ଭର୍ବେ ।୨୯।ରାଜ୍ୟେଣ ନୃପତି ଯେ କରାଇ ଉଚ୍ଛବବହୁତ ବନତୋହଳ ଦିଲାକ ସମ୍ଭର୍ବ ।୩୦।ନିମନ୍ତ୍ରଣ ଯୋଗାଡ଼ ତାକୁ ଦିଲାକ ପଞ୍ଚାଳଦଣ୍ଡସାଜି ବାହାର ହୋଇଲା ସେ ହରିନାଥ ମହୀପାଳ ।୩୧।ତହୁଂଣ ମାରୁତି ଯେ ଚଳଇ ଦଣ୍ଡ ଘେନିମେଖଳ ଦେଶେ ଯାଇଂ ପ୍ରବେଶ ପାବେନି ।୩୨।ଲୋକାଲୋକ ନାମେଣ ଯେବଣ ପର୍ବତତହିଂ ଯାଇଣ ପ୍ରବେଶ ପବନର ସୁତ ।୩୩।ବାଜଇ ବୀରତୂର ଟମକ ନିଶାଣମୁଖରାବ ଶବଦେ କମ୍ପଇ ପ୍ରୟାଣ ।୩୪।ମୃଗସେନ ନାମେଣ ଯେ ତହିଂର ନୃପତିବଡାଇ ପ୍ରତାପୀ ରାଜା ସେ ମେରୁ ମେଖଳେ ତାର ଥିତି ।୩୫।ଭୀମସେନ ବିଜେକଲା ସେ ରାଜାର ରାଜ୍ୟେମେଦିନୀ ଦଲଦଲିତ ହୋଇଲା ଘୋର ବାଦ୍ୟ ଶବଦ ବାଜେ ।୩୬।ବୀରତୂର ଶବଦ ଶୁଣି ସେ ମୃଗସେନ ମହାରାଜାକନ୍ଦର ଉପରେ ଥାଇ ଦେଖଇ ନୃପତି ମହାତେଜା ।୩୭।ଶ୍ରୀଭୁଜେ ଶୋଭାବନ ଧନୁଶର ଭାରତୀଅଧର ପୁଷ୍ଟକରି ରାଜା ଚାହଂଇ ପୂର୍ବ ମୂର୍ତ୍ତି ।୩୮।କନ୍ଦର ବେଢ଼ିଲା ଯାଇଂ ପାଣ୍ଡବବଳ ଥାଠଦେଖଇ ନୃପତି ଗହଳ ଗୁର ରାଷ୍ଟ ।୩୯।ବୀରବର ପ୍ରତଗ୍ୟାଂ ଯହୁଂ କରନ୍ତି ସର୍ବଯୋଧୀଆକ୍ରେଷି କରିଣ ଯେ ନାରାଜ ବେଗେ ବିନ୍ଧି ।୪୦।ଯୋଦ୍ଧାଂକର ପ୍ରତଗ୍ୟାଂ ଶୁଣିଲା ମୃଗସେନାକୋପେଣ ନାରାଜ ବିନ୍ଧଇଲା ତୀକ୍ଷମୁନା ।୪୧।ଶିଂଗ ତୁରଙ୍ଗ ଧନୁରେ ପଞ୍ଚନାରାଜ ସନ୍ଧିଆକର୍ଣ୍ଣ ପୂରୋଇ ନୃପତି କୋପେଣ ଶର ବିନ୍ଧି ।୪୨।ପଞ୍ଚ ନାରାଜ ଘୋଟିଲା ପାଣ୍ଡବବଳ ଥାଠତ୍ରାସେ ପଳାବନ୍ତି ସଇନି ନ ଦିଶଇ ବାଟ ।୪୩।ଅନ୍ତରୀକ୍ଷେ ପଡିଲା ଆସି ଭୀମସେନ ସଇନିରଯୋଦ୍ଧା ୟେକା ଘାନ୍ତିକେ ହୋଇଲେ ଅପହାର ।୪୪।ପୁଣ ପ୍ରହାର କଲା ସେ ଶହସ୍ର ଯେ ବାରିପଞ୍ଚଦଶ ଯୋଦ୍ଧା ପୁଣ ପଡ଼ିଲେ ପ୍ରାଣହାରି ।୪୫।ବାତ ଘାତେ ଯେନହେ ପଡ଼ଇ କଦଳୀପୁଣ ପୁଣ ପ୍ରହାରେ ସଇନି ପଡୁଛନ୍ତି ଢଳି ।୪୬।ସଇନି ନାଶ ଦେଖି ସେ ପାଣ୍ଡବ ପଞ୍ଚାଳରଥ ଛାଡି ଡେଇଂ ପଡ଼ିଲା ସେ ପବନ ନନ୍ଦନ ମହାବଳ ।୪୭।ପୁଣ ପୁଣ ପ୍ରହାର ସେ କଲା ମୃଗସେନଭୀମସେନର ସଇନି ସର୍ବ ହୋଇଲେ ଦହନ ।୪୮।ଥାଠ ପଳାବନ୍ତେ ଯେ କୋପେଣ ମାରୁତିବଜ୍ରଶିଳା ୟେକ ଘେନି ପର୍ବତେ ଉଠିଲା ତତକ୍ଷଣାନ୍ତି ।୪୯।ରେ ରେ କାର ଶବଦେ ଚନ୍ଦ୍ରକୁ ଘୋଟଇ ଯେନ୍ହେ ରାହୁଉର୍ଦ୍ଧ୍ୱଗତେ ନୃପତିକି କଲା ବେନି ବାହୁ ।୫୦।ଭୀମସେନର ମୃର୍ତ୍ତି ଦେଖିଣ ମୃଗସେନପୁଣ ଶତେ ନାରାଜ କଲାକ ଆଧାନ ।୫୧।ଗିରିବର ଉହାଡ଼େ ଯେ ରହିଥିଲେ ସଇନିପଡ଼ିଲା ନାରାଜ ଯେ ଝଲକିଲା ବହନି ।୫୨।ଶତେକ ରଥ ଯେ ଚାରିଶତ ହାଥୀବେନି ଅହିବ୍ରତ ସନ୍ୟ ପଡ଼ିଲେ ତତ୍କ୍ଷଣାନ୍ତି ।୫୩।ଶତେକ ନାରାଜ ପୁଣିହିଂ କଲା ବୃଷ୍ଟିଭୀମସେନ ଥାଠେ ପତି ବହନି ତେଜ ଉଠି ।୫୪।ଯେସନେକ ପବନ ବହନ୍ତେ ପ୍ରଖର ଅନଳସହସ୍ରେକ ତେଜ କରି ଦହଇ ପାଣ୍ଡବ ବଳ ।୫୫।ଯେତେକ ସଇନି ଅଇଲେ ଭୀମସେନର ତୁଲେସମସ୍ତ ଦହନ ହୋଇଲେ ମୃଗସେନର ନାରାଜ ପଡିଲେ ।୫୬।ୟେକାମାତ୍ର ରହିଲେ ଭୀମସେନ ମରୁତ ସାରଥିସଖା ସୋଦର କେହି ନାହିଂ ତାର କତି ।୫୭।ନିଜବଳ ସଇନି ତାର ସମସ୍ତ ଅବସ୍ତା ଦେଖିଅରୁଣ ଉଲ୍ଲୋଳ ଧାରାଶ୍ରାବଣ ବହଇ ବେନି ଆଖି ।୫୮।କ୍ରୋଧେଣ ରୋବଇ ସେ ପାଣ୍ଡବ ପଞ୍ଚାଣସାରଥିକି ପ୍ରଣପତ୍ୟେ ସେ ବୋଲଇ ଭୀମସେନ ।୫୯।ତୁ ମୋହୋର ପିଅର ଯେ ପିତାମହ ସରିସଖା ସୋଦର ମୋହୋର ସମସ୍ତ ଅପହାରି ।୬୦।ନିଲଜ୍ଜେ ରହିଅଛି ଯେ ମୋହୋର ର ପଞ୍ଚୁଆତ୍ମାକ୍ଷତ୍ରୀବର ସୋହୋଡ଼ ଯେ ସାଧିୁ ମହାତମା ।୬୧।ଆମ୍ଭନ୍ତ କିମ୍ପା ନାଶ ନ କଲା ସେହୁ ରଣେଜୀବନ୍ତେ କିସ ପିରୋଜନ ପ୍ରାପତ ହୋଉ ମରଣେ ।୬୨।ସଖା ସୋଦରନ୍ତ ଯେ ସମସ୍ତ ମରାଇଛତ୍ରୀକୁଳକୁ ଲାଜ ଯେ ବ୍ରତିବା କିସ ପାଇଂ ।୬୩।ଭୋ ପିତାମହ ବେଗେ ତୁ ବାହା ମୋର ରଥମୃଗସେନ ନ ମାଇଲେ କିସ ମୋହୋର ଜୀବିତ ।୬୪।ଭୀମସେନକଇଂ ସମାର୍ଜଇ ସାରଥିବର ଶ୍ରେଷ୍ଠଅପଣ୍ଡିତ ଛତ୍ରୀ ତୁ ପ୍ରକୃତି ତୋର ଦୁଷ୍ଟ ।୬୫।ଯଦ୍ୟପି କ୍ଷତ୍ରୀବର ସେ ଅଟଇ ଶୂରବନ୍ତାଅବଶ୍ୟ ହାରିବା ପଡ଼ିବା ସର୍ବଥା ନୋହୋଇ ଜିତା ।୬୬।ୟେସନେକ ବିଚାରନ୍ତେ ଧାଇଂଲା ମୃଗସେନହାବୋଡା ଶରକେ ଆଣି ମାଇଲା ବହନ ।୬୭।ବଜ୍ରଗିରି ସମାନେ ନାରାଜ ତାର ପଡ଼ିଭୀମସେନ ରହୁବର ହୋଇଲା ସର୍ବ ଚୂରି ।୬୮।ରଥ ଗଜ ଅଶ୍ୱ ଭଙ୍ଗ ଯହୁଂ ହୋଇଲା ସାଂଗ୍ରାମେପାଦଗତି ହୋଇ ଧାମଇ ବୀର ଭୀମେ ।୬୯।ସାରଥିର ବଚନେ କରଇ ନିରେଖାରାଗେଣ ମାରୁତି ଯେ ଧର୍ମ କଲାକ ଉପେକ୍ଷା ।୭୦।ବାଆନ ବାଆନ ଭାର ବୁଲାଇ ଗଦା ବେନିମୃଗସେନକଇଂ ପ୍ରହାର କଲା ଆକ୍ରଷଣ ମାତ୍ର ଘେନି ।୭୧।ନିଦାଘକାଳେ ଯେହ୍ନେ ରାହୁର ତେଜ ଦିଶିସେହି ସରୂପେ ଭୀମସେନ ମୃଗସେନକଇଂ ଆକ୍ରେଷି ।୭୨।ବୁଲାଇଣ ପ୍ରହାର କଲା ସେ ହିଡିମ୍ୱକୀର ନାହାଦେଖିଣ ମୃଗସେନ ପାତିଲା ବେନି ବାହା ।୭୩।ଭୀମସେନ ଗଦା ପ୍ରହାରିଲା ଗଳଗାଜିମୃଗସେନ ଉପରେ ପଡ଼ି ଗଦା ଗଲା ଭାଜି ।୭୪।କୋଇନ୍ତାଂକର ନନ୍ଦନ ଯହୁଂ ହୋଇଲା ଶୂନ୍ୟ ହାଥଲୋହସାର ଗଦା ଘେନି ପ୍ରହାର କଲା ମୃଗସେନ ନରନାଥ ।୭୫।ଦେଖିଣ ବ୍ରିକୋଦର ପାଡ଼ିଲା ବାମ ଅଙ୍ଗମୃଗସେନ ଗଦାବେନି ହୋଇଲାକ ଭଙ୍ଗ ।୭୬।ଗର୍ଜଇ ବ୍ରିକୋଦର ପାଇଣ ମହାଖଂଗବଜ୍ରମୁଥକେ ପ୍ରହାର କଲା ମୃଗସେନର ଅଙ୍ଗ ।୭୭।ମୃଗସେନ ପ୍ରହାର କଲାକ ବଜ୍ରମୁଥେଘାୟେଣ ବଞ୍ଚାଇଲା ତାହା ପବନର ସୁତେ ।୭୮।ଦେଖିଣ ମୃଗସେନ ନୃପତି ଯେ ଧାଇଂଲା ମହାକ୍ରୋଧେଆକ୍ରେଷି ବ୍ରିକୋଦରକୁ ଧଇଲା ମାଲଯୁଦ୍ଧେ ।୭୯।ପବନ ନନ୍ଦନ ଯେ ମହାବଳବନ୍ତାମୃଗସେନ ନୃପତି ତ୍ରଇଲୋକ୍ୟେଣ ଜିତା ।୮୦।ଭୁଜେ ଭୁଜ ଭିଡି ପାଦେଣ ପାଦ ଛନ୍ଦିଶିରେ ଶିର ପଡ଼ିତାଳ ହୃଦେଣ ହୃଦ ବାନ୍ଧି ।୮୧।ସମର ସମ୍ଭର୍ବେ ବୀରେ ପଡ଼ିଲେ ମେଦିନୀସତ୍ୟଯୁଗେ ସାଂଗ୍ରାମେ ଯେସନେକେ କେତୁ ମଙ୍ଗଳ ବେନି ।୮୨।ତେସନେକେ ସାଂଗ୍ରାମେ ଯେ ପଡ଼ିଲା ମହାରୋଳମୁଖରାବ ଶବଦ ଯେ ଶୁଭଇ ଗରୁଗୋଳ ।୮୩।ଦେବ ଦାନବ ଯେ ପକ୍ଷ କିନ୍ନରମାନେଭୟେଣ ତ୍ରାସିଲେ ନ ରହିଲେ ଶୂନ୍ୟସ୍ତାନେ ।୮୪।ଶିରେ ଶିରେ ପଡ଼ିତାଳ କରନ୍ତେଣ ବେନିରଣଝଣ ଶବଦେ ଉଠଇ ଯେ ବହନି ।୮୫।ଗଳଇ ରୁଧିର ଯେ ରୋମେ ରୋମେ ଶ୍ରୋଣିଦେହେ ଦେହ ଜଡ଼ି ହୋଇଲା ଯାମଳା ବୃକ୍ଷ ଜାଣି ।୮୬।ଖାଇ ଖଣା ଆବର ଡିଙ୍ଗର ପର୍ବତପଡ଼ିଣ ଧୂଳି ହୋଇଲେ ଗଡ଼ିଣ ଶରୀର ଘାତ ।୮୭।ଦଲଦଲିତ ହୋଇଲା ସପତଦୀପା ପୃଥୀମହାଭାରା ପାଇଣ ତ୍ରାସିଲା ବସୁମତୀ ।୮୮।ଭୀମସେନକଇଂ ପଡ଼ିଲା ନୃପତି ମୃଗସେନବକ୍ଷସ୍ଥଳେଣ ମାଡ଼ି ବସିଲା କୋପମନ ।୮୯।ମହାନଗରକଇଂ ସିଂଘ ଯେହ୍ନେ ମାଡ଼ି ବସଇ ଆକ୍ରେଷିଭୀମସେନ ହୃଦଗତେ ତେହ୍ନେ ମୃଗସେନ ମାଡ଼ିବସି ।୯୦।ଗନ୍ଧମାର୍ଦ୍ଦନ ମାଡ଼ି ଯେହ୍ନେ ବସଇ ମନ୍ଦରସେହି ସାଦ୍ରିଣେ ଦିଶଇ ମୃଗସେନ ମହାବୀର ।୯୧।ବାମକର ବକ୍ଷସ୍ଥଳେ ଦକ୍ଷିଣରେ ମୁଥ ମାରିପ୍ରତଗ୍ୟାଂ କରି ବୋଲଇ ରେ କେ ତୋତେ ରକ୍ଷା କରି ।୯୨।ନୟନ କଟାକ୍ଷ କରି ଅଧରେ ଦନ୍ତ ଚାପିରାହୁର ତେଜ ପ୍ରାୟେ ମୃଗସେନ ବିକାଶଇ କାମରୂପୀ ।୯୩।ଘାୟେଣ ନିଚେଷ୍ଟ ସେ ହୋଇଣ ମାରୁତିଶତଶୃଂଗ ପର୍ବତକୁ ସିମରଣା କଲା ଝାତି ।୯୪।କନ୍ଦରବର ରାଜା ଭୀମସେନର ଅଙ୍ଗେ ବିଜେପାଇଲା ସାଷ୍ଟାମ ସେ ପବନର ଆତ୍ମଜେ ।୯୫।ୟେକଉତ୍ତର ଶତଶୃଂଗ ପ୍ରାକ୍ରମ ବ୍ରିକୋଦର ମହାବଳେଲେଉଟାଇ ମୃଗସେନକୁ ଭୀମ ପଡ଼ିଲାକ ତଳେ ।୯୬।ମହା ବଳବନ୍ତା ସେ ପବନର ସୁତେଗାଢ଼େଣ ବସିଲା ସେ ମୃଗସେନ ହୃଦଗତେ ।୯୭।କୋଇନ୍ତାର ନନ୍ଦନ ସେ ପ୍ରତଗ୍ୟାଂ ମହାଗରୁବୁଡ଼ିଲା ନିଜ ଜୀବନ ଆଜ କେ ପାରୁ ରକ୍ଷାକରୁ ।୯୮।ସୁମର ମୃଗସେନ ରେ ତୋହୋର ପିତା ମାତାସୁମର ପାମର ରେ ତୋହୋର ଇଷ୍ଟ ସେ ଦେବତା ।୯୯।ଭୀମସେନ ପ୍ରତଗ୍ୟାଂ ମୃଗସେନ ଶୁଣିଗର୍ଜିଣ ଭୀମସେନକୁ ଲେଉଟାଉଲା ବୀର ପୁଣି ।୧୦୦।ଧାତିକାରେ ମାଡ଼ି ବସିଲା ଭୀମସେନର ବକ୍ଷସ୍ଥଳେପୁଣ ପୁଣ ପ୍ରତଗ୍ୟାଂ ସେ କରଇ ମହାବଳେ ।୧୦୧।ଆରେ ଆରେ ପାମର ମହିମାଂ ତୋର ଧନିରେ ରେ ପାମର ସାଧୁ ତୋହୋର ପିଅର ଜନନୀ ।୧୦୨।ରେ ରେ ପାମର ରେ ସାଧୁ ତୋହୋର ଦର୍ପରେ ରେ ପାମର ମାନବ ତୋହୋର କେଉଣ ଗୁଣ ପ୍ରତାପ ।୧୦୩।ରେ ରେ ପାମର କିସ ପ୍ରତଗ୍ୟାଂ ଦୁଷ୍ଟ କରୁଂରେ ରେ ପାମର କେ ତୋତେ ଆଜ ରକ୍ଷା କରୁ ।୧୦୪।ରେ ରେ ପାମର ତୋର ବିଦାରିବି ବକ୍ଷସ୍ଥଳରେ ରେ ପାମର ଆଜ ପୂରିଲା ତୋର କାଳ ।୧୦୫।ରେ ରେ ପାମର ତୁ କେଉଣ ପ୍ରଦେଶୀରେ ରେ ପାମର ତୋତେ ଛନ୍ଦିଲା କାଳଫାଶି ।୧୦୬।ରେ ରେ ପାମର ଅଗ୍ୟାନ ଦୁଷ୍ଟ ତୋର ହିୟାରେ ରେ ପାମର ଆଜ ବିଦାରିବି ତୋର କାୟା ।୧୦୭।ରେ ରେ ପାମର କିମ୍ପେ ବାଜିଲୁ କାଳସର୍ପରେ ରେ ପାମର ଅଗ୍ୟାନେ ବୁଡ଼ାଇଲୁ ୟେଡ଼େ ଦର୍ପ ।୧୦୮।ରେ ରେ ପାମର ତୋର ମହିମା ପ୍ରଚଣ୍ଡରେ ରେ ପାମର ତୋର ମୋଡ଼ିବି ଆଜ ମୁଣ୍ଡ ।୧୦୯।ରେ ରେ ପାମର ତୁ ଜନ୍ମିଲୁ କେଉଣ ଦେଶେୟେଥେ ସେ କାୟା ଗୋଟିରେ କରାଇଲୁ ଧ୍ୱଂସେ ।୧୧୦।ଯହିଂ ଯାହାର କର୍ମରେ ଅଛଇ ଲେଖିତଦଇବ ସେ କରଇ ନା କର୍ମଣା ଗଳହାଥ ।୧୧୧।କେଉଂଣ ଦେଶେ ସେ କେବଣ ରାଜ୍ୟେ କେବଣ କୁଳେ ଜନ୍ମିବୁଡ଼ାଇଲୁ ନିଜ ଶରୀର ପଡ଼ିଲୁ ୟେ ଭୂମି ।୧୧୨।ସ୍ୱର୍ଗରେ ଦେବଲୋକେ ପାତାଳେ ନାଗଲୋକେମଞ୍ଚେଣ ନରଲୋକେ ଅଛନ୍ତି ଅନେକେ ।୧୧୩।ୟୋ ତୋହୋର ଅବସ୍ତା ଯେ ସମସ୍ତ ଭୁବନ ଦେଖୁଂୟେ ତ୍ରଇଲୋକ୍ୟେଣ କେ ତୋତେ ପାରୁ ରଖୁ ।୧୧୪।ଦୁରାପଦ ପ୍ରତଗ୍ୟାଂ ଯେ କରଇ ବୀରମଣିବିଚାରଇ ପ୍ରାଣେ ୟେହାକୁ ନାଶିବି ୟେହିକ୍ଷଣି ।୧୧୫।ପୁଣି ବିଚାରଇ ୟେ କାହାର ତନୟେସରୂପ ଲକ୍ଷଣ ଦିଶଇ ୟେ ଦିଗପାଳ ଅଂଶପ୍ରାୟେ ।୧୧୬।ମାରିବି କି ମାରିବି ବୋଲି ବିଚାରଇ ପଞ୍ଚୁମନେଯୁଗତେ ୟେ ନିର୍ଦ୍ଦୋଷୀ ୟେହାକୁ ବଧ କରିବି କେସନେ ।୧୧୭।ପୁଣିହିଂ ମୃଗସେନ ପଚାରଇ ମୁଖ ଚାହିଂକେବଣ କୁଳେ ଜାତ ବାସ ତୋର କାହିଂ ।୧୧୮।ଭୀମସେନ ପ୍ରତିଉତ୍ତର ଦିଅଇ ମାଲ ଯୁଦ୍ଧେଣ ହାରିମୁହିଂ ସେ ସୋମବଂଶୀ ବ୍ୟାସଂକ ଅଂଶକାରୀ ।୧୧୯।ଚନ୍ଦ୍ରର ନନ୍ଦନ ସେ ବୁଧନାମେ ନୃପତିପୁରରବା ବୋଲିକରି ତାହାଂକର ସନ୍ତତି ।୧୨୦।ପୁରରବା ନନ୍ଦନ ଆୟୁ ଦଣ୍ଡଧାରୀନଘୋଷ ବୋଲିକରି ପୁତ୍ରେକ ତାହାଂକରି ।୧୨୧।ନଘୋଷର ନନ୍ଦନ ଯେ ଅଟନ୍ତି ଯଯାତିୟେହାଂକର ନନ୍ଦନ ଯେ ପୁରୁନାମେ ନୃପତି ।୧୨୨।ତାହାଂକର ନନ୍ଦନ ଯେ ନୃପତି ପ୍ରବୀରମନୁସାନନ୍ଦ ବୋଲିକରି ପୁତ୍ରେକ ୟେହାର ।୧୨୩।ଇଳାବୀର ବୋଲିଣ ଯେ ତାହାର ନନ୍ଦନଦୁଷ୍ୟନ୍ତ ବୋଲିକରି, ତାହାର ପୁତ୍ରେକ ଉତପନ୍ନ ।୧୨୪।ଦୁଷ୍ୟନ୍ତ ରାଜାର ଯେ ଭ୍ରଥ ବୋଲି ୟେକ ତନୁଭ୍ରଥର ନନ୍ଦନ ଯେ ହୋଇଲା ଭୂମନୁ ।୧୨୫।ତାହାର ନନ୍ଦନ ହୋଇଲା ଯେ ବୀରଥ ବୋଲି ବତ୍ସବୀରଥର ନନ୍ଦନ ଯେ ନାମ ବିଭୁରୀକ୍ଷ ।୧୨୬।ବିଭୁରୀକ୍ଷ ନନ୍ଦନ ଯେ ନୃପତି ଶମ୍ଭୁରାଣକୁରୁନାଥ ବୋଲିକରି ତାହାର କୁମର ପଞ୍ଚାଣ ।୧୨୭।କରୁର ନନ୍ଦନ ଯେ ପ୍ରତୀପ ନୃପତିପ୍ରତୀପ ନନ୍ଦନ ଯେ ଶାୟଂନ୍ତନ ମହାଯତି ।୧୨୮।ଶାୟନ୍ତନୁର ନନ୍ଦନ ଯେ ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ଭୀଷ୍ମେଅପୁତ୍ରିକ ହୋଇଲେ ୟେ ସେ ପାପ ଦୁଷୁକର୍ମେ ।୧୨୯।ପାରେଶ୍ୱରଂକଭାରିଯା ଅଟନ୍ତି ସତ୍ୟବତୀତାହାଂକର ନନ୍ଦନ ହୋଇଲେ ବେଦବ୍ୟାସ ମହାଯତି ।୧୩୦।ବ୍ୟାସଂକର ନନ୍ଦନ ଯେ ପଣ୍ଡୁ ଧୃତିରାଷ୍ଟିପଣ୍ଡୁରାଜର ନନ୍ଦନ ଯେ ନୃପତି ଯୁଝେଷ୍ଠି ।୧୩୧।ରାଜୁସି ଯାଗ ହୋ ସେ କରିବା ନିମନ୍ତେଣମୁହିଂ ଅଇଲି ପଛିମ ଦିଗ ରାଜାନ୍ତ ନିମନ୍ତ୍ରିଣ ।୧୩୨।ସମସ୍ତ ନୃପତି କଲାଇଂ ମୁହିଂ ସାଧିୟେ ପୃଥୀ ମଧ୍ୟେ ମୋତେ ସମାନ ନାହିଂ ଯୋଧୀ ।୧୩୩।ଜରାସନ୍ଧକୁ ବଧ କଲି ମୁଂ ମାଲଯୁଦ୍ଧ କୁତୂହୋଳେତୋତେ ହାରିଲି ମହାତମା କର୍ମର ଅବଳେ ।୧୩୪।ମୃଗସେନ ବୋଇଲା ତୁ ଅଟୁ ଯେବେ ବ୍ୟାସବଂଶୀଦେଖି ତଲୟେ କରି ସୁମରନି ଆସନ୍ତୁ ବ୍ୟାସ ମହଋଷି ।୧୩୫।ମୃଗସେନର ବଚନେ ଭୀମସେନ ତଲୟେ କଲା ହୃଦଗତେତତକ୍ଷଣେ ବିଜେକଲେ ବ୍ୟାସ ଭଗବନ୍ତେ ।୧୩୬।ଦେଖିଲେ ଭୀମସେନର ଦୁସହ ଅବସ୍ତାଛାଡ଼ ଛାଡ଼ ମୃଗସେନ ହୋ ବଦନ୍ତି ବ୍ରହ୍ମବେତ୍ତା ।୧୩୭।ବ୍ୟାସନ୍ତ ଦେଖି ସେ ମୃଗସେନ ପରିଣାମିନ ଛାଡଇ ୟେହାକୁ ଅବଶ୍ୟ ମାରିବି ଦେବସ୍ୱାମୀ ।୧୩୮।ବ୍ୟାସ ବୋଇଲେଣ ତୁ ବାବୁ ଛାଡୁକିନା ବହନୟେ ଆମ୍ଭର ସୋଦର ନାତି ଅଟେ ଭୀମସେନ ।୧୩୯।ତୁ ଆମ୍ଭର ନନ୍ଦନ ୟେ ଆମ୍ଭର ପୁତ୍ରର ପୁତ୍ରସୋଦର ସୋଦର ବିବାଦୀ ତୁମ୍ଭେ ହେଉଛ କେମନ୍ତ ।୧୪୦।ବ୍ୟାସଂକର ବଚନେ ସେ ଛାଡ଼ିଲା ତତକ୍ଷଣାନ୍ତିକୋଳରେ ମହାତ୍ମା ବସାଇଲେ ତଡ଼ତି ପୁତ୍ର ନାତି ।୧୪୧।ମୃଗସେନକଇଂ ସମମାର୍ଜନା କରନ୍ତି ବ୍ରହ୍ମଯତିୟେ ତୋହୋର ପୁତୁରା ଆମ୍ଭର ଅଟଇ ନାତି ।୧୪୨।ସୋଦର ଦେଖିଣ ସେ ସାନନ୍ଦ ମୃଗସେନଭୀମସେନକଇଂ କୋଳେ ବସାଇଲା ବହନ ।୧୪୩।ଗତ ପୁରାଣ ବାକ୍ୟ କହନ୍ତି ବ୍ରହ୍ମଯତିଭୀମସେନକଇଂ ବଞ୍ଚାଇଲେ ମୃଗସେନର ଉତପତ୍ତି ।୧୪୪।ବହୁତ କାଳର କଥା ବଞ୍ଚାଇଲେ ସାନନ୍ଦେନ ଜାଣି ବ୍ରିକୋଦର ତୁ କିମ୍ପେ ପଶିଲୁ ୟେଡ଼େ ପରମାଦେ ।୧୪୫।ମୃଗସେନ ବୋଲିକରି ୟେ ଯେବଣ ମହାବୀରୟେହାର ଜନ୍ମ ହୋଇଲାଉଂ ନାରାୟେଣ ଜନ୍ମ ହୋଇଲେନିଶତେକ ଅବତାର ।୧୪୬।ଅନେକ ଯୋଗାଡ଼ କରାଇଲା ମୃଗସେନସାନନ୍ଦେଣ ଭୋଜନ କରାଇଲା ଭୀମସେନ ।୧୪୭।ନିମନ୍ତ୍ରଣ ଯୋଗାଡ଼ ଦିଲେକ ପାବେନିହସ୍ତିନା ବିଜେ କରିବା ତାତ ନିଜ ବଳନ୍ତ ଘେନି ।୧୪୮।ମୃଗସେନ ବୋଇଲା ରେ ସନ୍ୟ ସାଖା ମୋର ନାହିଂୟେ ମେରୁ ମେଖଳେ ମୁଂ ୟେକା ଥାଇଂ ରହି ।୧୪୯।ନ ଜାଣଇଂ ରାତ୍ର ମୁଂ ରେ ନ ଜାଣଇଂ ଦିବସନ ଜାଣଇଂ ଯୁଗତେ ଚର ଆତଯାତ ପ୍ରଦୋଷ ।୧୫୦।ନ ଜାଣଇଂ ଆଦିତ୍ୟ ମୁଂ ନ ଜାଇଂ ସୋମନ ଜାଣଇଂ ଯମ ମୁଂ ଜାଣଇଂ ଧର୍ମ ।୧୫୧।ନ ଜାଣଇଂ ଚନ୍ଦ୍ର ନ ଜାଣଇଂ ତ୍ରିପୁରାରିନ ଜାଣଇଂ ବ୍ରହ୍ମା ନ ଜାଣଇଂ ଦେବହରି ।୧୫୨।ଭୀମସେନ ବୋଇଲା ହୋ ଜୀବନ ତୋହୋର ଧନ୍ୟତୋତେ ଭେଟିଲି ସ୍ୱାମୀ ମୋହୋର ସାର୍ଥୁକ ଜୀବନ ।୧୫୩।ବ୍ୟାସେ ବୋଇଲେ ବାବୁ ତୁମ୍ଭେ ଚଳ ବେଗ ହୋଇରାଜାଗଣମାନନ୍ତ ସମସ୍ତ ନିଅ ଯା କଢ଼ାଇ ।୧୫୪।ୟେ ବଚନ ଶୁଣି ବୋଇଲ ଭୀମସେନବ୍ୟାସଂକର ମୁଖ ଚାହିଂ କରଇ ରୋଦନ ।୧୫୫।ଭୋ ପିତାମହ ମୋତେ ହୋଇଲା ଅଯଶଅକାରଣେ ସନ୍ୟ ମୋହୋର ହୋଇଲେ ପ୍ରାଣେ ନାଶ ।୧୫୬।ମୃଗସେନର ଶହସ୍ର ଘାତେ ସନ୍ୟ ମୋହୋର ଲୋଟିକେସନେକେ ୟେକା ରଥେ ମୁଂ ଯିବଇଂ ଲେଉଟି ।୧୫୭।ହସ୍ତିନା ପୁରେ ଯାଇଂ ଚାହିଂବି କାହାର ମୁଖସଖାନ୍ତ ମରାଇ କେନ୍ହେ ଯିବଇଂ ନିରେଖ ।୧୫୮।କଉରୋବ ସଭାରେ ମୋତେ କରିବେ ଉପହାସ୍ୟଜଗନ୍ନାଥଂକର କୋପେ ମୁହିଂ ଯିବଇଂ ପ୍ରାଣେ ନାଶ ।୧୫୯।ଆସିବାର ବେଳେ ଆଗ୍ୟାଂ ମୋତେ ଦିଲେକ ଚକ୍ରଧରସନ୍ୟ ଗଣିତା ଦେବୁ ଆଣି ମୋହୋର ଛାମୁର ।୧୬୦।ୟେସନେକେ ଆଗ୍ୟାଂ ମୋତେ ଦେଇଅଛନ୍ତି କେଶବକେସନେକେ ଯିବି ୟେଥୁଂ ସନ୍ୟର ଅଭାବ ।୧୬୧।ଯେମନ୍ତେ ସନ୍ୟ ଜୀଅନ୍ତି ତାହା କର ମୁନିବରୟେ କଷଣୁଂ ପିତାମହ ପ୍ରତିକାର କର ।୧୬୨।ବ୍ୟାସ ମହଋଷି ହୋଇଲେ ପରମ ଶାନ୍ତିବୋଇଲେ କେତେ କ୍ରୋଧକରୁ ଥିର ହୋଅ ହୋ ମାରୁତି ।୧୬୩।ଭୀମର କ୍ରୋଧ ଦେଖି ଦୟା କଲେ ତପୀବରଜୀବନ୍ୟାସ ପାଣି ସିଞ୍ଚିଲେ ସନ୍ୟର ଉପର ।୧୬୪।ଗତପ୍ରାଣ ଜାଣିଥିଲେ ବୀରେ ପଡ଼ିଜୀବନ ପାଇ ଉଠିଲେ କରିଣ ସିଂଘରଡ଼ି ।୧୬୫।କରେଣ ଶହସ ଧରି ଧାଇଂଲେ ମତ୍ତଭୋଳେସନ୍ୟନ୍ତ ସମାର୍ଜଇ ପବନର ବାଳେ ।୧୬୬।ବ୍ୟାସେ ବୋଇଲେ ହୋ ତୁ ବହନ ହୋଇ ଚଳବାଟେ ପ୍ରମାଦ ତୋତେ ନ କରୁ କଟାଳ ।୧୬୭।ବହନ ଘେନିଯାଅ ରାଜାଗଣମାନଂକୁୟେକାମାତ୍ର କଟାଳ ନ କରିବୁ ବିରାଟକୁ ।୧୬୮।ତାହାର ଇଚ୍ଛାୟେ ସେ ଯାଉ ସଭାସ୍ତାନେୟେତେ ବୋଲି ବ୍ୟାସେ ତହୁଂ ଗଲେ ଅନ୍ତର୍ଦ୍ଧାନେ ।୧୬୯।ମୃଗସେନକଇଂ ଘେନିଣ ସେ ପାଣ୍ଡବ ପଞ୍ଚାଣପୁଣ ପୁଣ ପ୍ରଣପତ୍ୟ ସେ ନୃପତି ପାଦ ତଳେଣ ।୧୭୦।ପଛିମ ଦିଗ ସାଧି ଆସଇ ଭୀମସେନଯେ ଯାହାର ସନ୍ୟ ଘେନି ଗଲେ ରାଜାଗଣ ।୧୭୧।ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି ପରସ୍ତାବେମୃଗସେନର ଚରିତ ତ ଅଶକ୍ୟ ମୁନିଦେବେ ।୧୭୨।କାହାର ତନୟେ ୟେ କାହାର କୂଳେ ଉତପନ୍ନକାହାକୁ ସେବାକରି ଅମୃତ ପାଇଲା ମୃଗସେନ ।୧୭୩।ଅଗସ୍ତି ବୋଇଲେ ତୁ ହୋ ଶୁଣ ମହାରାଜା ।ୟେଥୁର ଚରିତ ତୋତେ କହିବା ମନୁଦ୍ୱିଜା ।୧୭୪।ସୁରସିଦ୍ଧ ବୋଲିଣ ହୋ ୟେକଇ ସତ୍ୟଯୁଗେଯୁଗ ବୟସେ ବ୍ୟାସେ ମୃଗୁଣୀ ସତସଙ୍ଗେ ।୧୭୫।ମୃଗୁଣୀର ରଜେ ଯେ ବ୍ୟାସଂକର ବୀର୍ଯ୍ୟେତହୁଂ ଜାତ ହୋଇଲା ୟେକଇ ଆତ୍ମଜେ ।୧୭୬।ମନୁଷ୍ୟ ଶରୀର ଯେ ମୃଗର ମୁଣ୍ଡ ଗୋଟିଅମୃତ ଯୋଗରେ ତାକୁ ଜାତକଲେ ମୁନି ତପନିଷ୍ଠୀ ।୧୭୭।ଅଭେଦ କବଚ ବଜ୍ରସେନ୍ହା ଲେପିଲେ ତାର ଅଙ୍ଗେତ୍ରଇଲୋକେ ଜିଣନ୍ତା କେହୁ ନାହିଂ ସାଂଗ୍ରାମେ ତାର ସଙ୍ଗେ ।୧୭୮।ମନୁଷ୍ୟ ଶରୀର ତାର ମୃଗର ମୁଣ୍ଡ ଗୋଟିମୃଗସେନ ନାମ ତେଣୁ ଦିଲେ ତପନିଷ୍ଠୀ ।୧୭୯।ମେରୁ ମେଖଳେ ତାହାକୁ ରଖିଲେ ତପ ଦେଇୟେକାନ୍ତେ ବିହରଇ ସଙ୍ଗତେ କେହି ନାହିଂ ।୧୮୦।ଅମୃତ ପାନ ଦିଲେ ବ୍ୟାସ ମହାଯତିଅତୁଟ ଶରୀର ତାର କେବେହେଂ ନ ତୁଟି ।୧୮୧।ଶୁଣିଲୁ କି ଯୋଗେଶ୍ୱର ହୋ ଯାହା କଲୁ ପୁଚ୍ଛାମୃଗସେନ ଜନ୍ମ ଶୁଣି ପୁରାଅ ମନବାଞ୍ଛା ।୧୮୨।ଦଣ୍ଡଘେନି ବାହାର ସେ ପବନ ତନୟେସଙ୍ଗରେ ଆସଇ ତାର ମୃଗସେନ ରାୟେ ।୧୮୩।ଆହୋ ଧନୁମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଚନ୍ଦ୍ରାବାରେପୁନର୍ବସୁ ନକ୍ଷତ୍ରକୁ ଭୋଗ ସେ ଦିନରେ ।୧୮୪।ସେ ଦିନ ନକ୍ଷତ୍ରେ ଭୀମସେନ ବାହୁଡ଼ଇୟେଥିର ଚରିତ ଯେ କହିଲେ ମୁନେହିଂ ।୧୮୫।ପଚ୍ଛିମ ଦିଗ ସମସ୍ତ ରାଜାମାନ ନିମନ୍ତିଚଳଇ ମାରୁତି ଯେ ହରଷ ଭାବମତି ।୧୮୬।ଜୟ ଜୟ ମହମାୟା ଗୋ ଅନାଦି ଶକତିହେମବନ୍ତର ନନ୍ଦନୀ ଗୋ ଅଭୟା ପାର୍ବତୀ ।୧୮୭।ଯୁଗାନ୍ତକ ପୁରୁଷ ଗୋ ବରିଲୁ ବିଶ୍ୱବାସୀହଟକେଶ୍ୱର ପୁରେ ଯାହାର ତେଳ ପରକାଶି ।୧୮୮।ଯୋଗେଣ ଯୋଗେଶ୍ୱରୀ ମା ଗୋ ତୋହୋର ମହିମା ଉତ୍ତମିକଳିକାଳ ନିବାରଣୀ ଗୋ ପ୍ରସନ୍ନେ ମହାବ୍ରହ୍ମୀ ।୧୮୯।ମହାଯୋଗ ସାଧନୀ ଗୋ ଯୋଗିନୀ ତୋହୋର ରୂପବାରଣ ନ ଯାଇ ମାଗୋ ଯାହାର ସରୂପ ।୧୯୦।କ୍ଷଣେ ବୃଦ୍ଧା ମାଗୋ କ୍ଷଣେ ବାଳୁତ ରୂପ ଧରିକ୍ଷଣକେ ଜଗମୋହିନୀ କ୍ଷଣ କ୍ଷଣକେ ମହାନ୍ତାରୀ ।୧୯୧।ମହାରୁଦ୍ର ମନ୍ତ୍ରେ ମାଗୋ ଅଭୟ କାମାଚ୍ଛୀମନୁକଳ୍ପ ବଞ୍ଚାଇଲୁ ଅଜପା ଲୟେ ବାଞ୍ଛି ।୧୯୨।କଣକଳ୍ପ ସାର୍ଥୁକ ଗୋ ନୀଳେନ୍ଦୀ ଦଳ ରୁଚିପ୍ରସନ୍ନେ ଅପର୍ଣ୍ଣା ଗୋ ମୁର୍ଦ୍ଧୁନି ପିଙ୍ଗଳାକ୍ଷୀ ।୧୯୩।ଖଟ୍ୱାଙ୍ଗ ତମ୍ୱରୁ ଗୋ ଖଡ଼ଗ ତ୍ରିଶୁଳ ଚକ୍ର ବଜ୍ର କାତିକେଶରୀବାହନୀ ଗୋ ଭ୍ରମଣି ନିଶାରାତି ।୧୯୪।କଢ଼ା ଘୁମୁରା ମର୍ଦ୍ଦଳ ଗୋ ବିଜିଘୋଷ ଦାଉଣ୍ଡିମଧୁପାନେ ମତ୍ତା ଗୋ ମତୁଆଳ ନାଟଖଣ୍ଡି ।୧୯୫।ପାତାଳେ ଚରଣ ଯାହାର ଅର୍ଦ୍ଧରେ ଗବନାପ୍ରସନ୍ନ ଖର ନିଃଶ୍ୱାସ ଗୋ ସୁଦିବ୍ୟ ମୁର୍ଦ୍ଧନା ।୧୯୬।ମନୁମଥ ସୁନ୍ଦରୀ ଗୋ ସୟଳଜନ ଚିନ୍ତାପରଲୋକ ବାନ୍ଧବୀ ଗୋ ବାଞ୍ଛିତ ବରଦ୍ୟନ୍ତା ।୧୯୭।ତବ ଚରଣେ ଭଗତି ବିନୟ ମୋର ସଦାଜନ୍ମେ ଜନ୍ମେ ସେବଇ ଗୋ ସଉଭାଗୀ ନର୍ମଦା ।୧୯୮।ମଙ୍ଗଳ ଶୁଭ ଯାହାର ଅଭୟେ ସ୍ୱର୍ଗବାସୀକିଞ୍ଛିତେ ଚିନ୍ତିଲେ ଫିଟାଇ ନାଶକର କାଳଫାଶୀ ।୧୯୯।ଦ୍ରଶନେ ପ୍ରସନ୍ନ ଗୋ ପ୍ରସନ୍ନେ ସମସ୍ତ ପାପ ଖଣ୍ଡିଅଭୟେ ବର ଦାୟିନୀ ଗୋ ସିଦ୍ଧ ସାରୋଳ ନାମେ ଚଣ୍ଡୀ ।୨୦୦।ତବ ପଦ୍ମପାଦେ ମୋର ଜନ୍ମେ ଜନ୍ମେ ସେବାଶୂଦ୍ରମୁନି ସାରୋଳା ଦାସକୁ ଅଭୟ ବର ଦେବା ।୨୦୧।ଇତିଶ୍ରୀ ବିଷ୍ଣୁପୁରାଣ ସଭାପର୍ବ ବାଣୀସଂସାର ଜନହିତେ ୟେକା ମୁଂ ବଞ୍ଚାଇଲି ଆଣି ।୨୦୨।ପଛିମ ଦିଗ ନିମନ୍ତ୍ରଣ ସମାପତ ୟେଥୁସଂସାରକୁ ଦେଖାଇଲି ମୁଂ ମୁକତି ବାଟ ହେତୁ ।୨୦୩-୮୩୫୫।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ