ସଂସାର ଓ ସ୍ୱର୍ଗ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୪୨
- ସ୍ଥିତି
- ସାର୍ବଜନୀନ (Public domain)
“କହ ପ୍ରଭୁ, କହ ତବ ସ୍ୱର୍ଗଧାମ କାହିଁ ?ସେହି ସ୍ୱର୍ଗପୁର−ସୁଖ ମୁହିଁ ଜାଣେ ନାହିଁ ।ଅଛି କି ସେ ସ୍ୱର୍ଗଧାମ ବୈକୁଣ୍ଠ ଭୁବନେ ?ଅବା ପାରିଜାତ− ଫୁଲ−ନନ୍ଦନ−କାନନେ ?ଅମରାବତୀରେ କିବା ଅପ୍ସରା−ସେବିତ,ଅଥବା କୈଳସପୁରେ ଅମର−ବାଞ୍ଛତ୍ର ?ଅଛଇ ତା ଯୋଗିଜନ ଜ୍ଞାନୋଲ୍ଲ୍ୱଳ−ମନେ,ଭକ୍ତର ଭକତି−ଧୌତ ହୃଦ−ସିଂହାସନେ ?ପୃଥୀବୀର ପାପତାପଠାରୁ ବହୁଦୂରେଅଛଇ କି ବହ୍ମଲୋକେ ନିର୍ବିକାରପୁରେ ?ଗିରିଗୁହା ଘନବନ ସୁମଭ୍ୟସମାଜେକହିଦିଅ ସ୍ୱର୍ଗଧାମ କେଉଁଠାରେ ରାଜେ ?ଭାଳି ସ୍ୱରଧାମ କଥା ପରିଶ୍ରାନ୍ତ ଚିତ୍ତ,ନିଦ୍ରା−ଅଙ୍କ ଆଶ୍ରି ହେଲି ସ୍ୱପ୍ନବିମୋହିତ ।ଚକିତେ ଉଦିଲା ଚିତ୍ତେ ସ୍ୱପ୍ନ ବିମୋହିତ,ସାମାନ୍ୟ କୁଟୀର ଏକ ଚିରପରିଚିତ ।ଯୋଡ଼ିଏ ଶିଶୁଙ୍କୁ ଘେନି ଶିଶୁଙ୍କ ଜନନୀ,ବିଷଣ୍ଣପରାଣେ କାଟେ ଦବସରଜନୀ ।ତରୁଶାଖେ ଆସି ତହିଁ ବିହଙ୍ଗମଗଣ,ବସି ଗୀତ ଗାଇ କାହିଁ କରନ୍ତି ଗମନ ।ଶିଶୁଏ ପକ୍ଷୀଙ୍କୁ ଦେଖି ହସନ୍ତି ଖେଳନ୍ତି,ନାନା ଲୀଳା କରି କ୍ଷୁଦ୍ର ଗୃହ ଆଲୋକନ୍ତି ।ମୁହିଁ ଯେବେ ଚାଲିଯାଏ ସୁଦୀର୍ଘ ପ୍ରବାସେ,ତିନିହେଁ ଥାଆନ୍ତି ମମ ଆଗମନ ଆଶେ ।ଉଜ୍ଜ୍ୱଳ ଚନ୍ଦ୍ରମା ଜଳେ ସୁନିଳ ଆକାଶେ,ମଧୁର ମଳୟ ବହି ଆଣେ ଫୁଲବାସେ;ମଧୁର ପ୍ରକୃତି ସ୍ନେହୁଁ ଅଧିକ ମଧୁର,ବିଚାରିଲି ଏହି ତ ମୋ ପ୍ରିୟ ସ୍ୱର୍ଗପୁର ।ସିନ୍ଧୁସଙ୍ଗୀତପାନ୍ଥ—ଗମ୍ଭୀର ନିର୍ଘୋଷେ ସିନ୍ଧୁ ! କି ବାରତା କହୁ ?ନିରନ୍ତର ଘୋଷୁଥାଉ, ଦଣ୍ଡେ ତ ନ ରହୁ ।ଧରାପୃଷ୍ଠେ ମୁଣ୍ଡ ପିଟି, ଫେନ ଉଦ୍ଗାରିମ,କି ବାରତା କହୁ ସିନ୍ଧୁ ! ନିୟତ ଘୋଷିଣ ?ଚଞ୍ଚଳ ସମ୍ବାଦ ନିଶ୍ଚେ, ଜରୁରୀ ସେ କଥା,ନୋହିଲେ କିପାଇଁ ସିନ୍ଧୁ ! ପିଟୁଥାନ୍ତୁ ମଥା ?ସିନ୍ଧୁ—ଶୁଣ ହେ ଉତ୍କର୍ଣ୍ଣ ନର ! ମୁଁ ରତ୍ନ−ଆକର,ଛାଣି ପକା ରତ୍ନରାଶି, ଛାଣି ଜମା କର ।ପାନ୍ଥ—ନାହିଁ ନାହିଁ ସମୁଦ୍ର ହେ ! କି କରିବି ତାହା,ମୋ ଅମର ଆତ୍ମା ତିଳେ ନ ପରଶେ ଯାହା ?ଏହି ଶିକ୍ଷା ଦେଇଛନ୍ତି ମୋ ଭାରତ−ମାତା,ପଇଟାଇ ଚିରଦିନ ଔଦାସୀନ୍ୟ ବ୍ୟଥା ।ସିନ୍ଧୁ—ମିଥ୍ୟା କଥା, ମିଥ୍ୟା କଥା ପୂର୍ବ କୃତିଗଣମୋ ବକ୍ଷେ ନିଃଶଙ୍କଚିତ୍ତେ କରି ବିଚରଣ,
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ