ସାମାଜିକ ନୂଆବୋହୂ
୧୮୯୮–୧୯୬୫
- ସଂକଳନ: ହାଣ୍ଡିଶାଳର ବିପ୍ଳବ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୬
- ସ୍ଥିତି
- ସାର୍ବଜନୀନ (Public domain)
ଅତି ସଯତନ ବସନ ଭୂଷଣ,ବଚନ ନ କହି ଠାରେପିଲାଏ କହନ୍ତି ଡକାଡକି ହୋଇ‘ନୂଆବୋହୂ’ ବୋଲି ତା’ରେ ।ପଣତ ଓଟାରୀ ଓଗଲି ସେ ହୁଏଗୁରୁଜନ ପାଦ ଛୁଇଁ,ହସୁଥିଲେ କେବେ ହସୁଥିବଘର ଉଢ଼ାଳେ ଚନ୍ଦ୍ରମୁହୀଁ ।ପରକୁ ମଣିବ ଆପଣାର ବୋଲି,ପର ଘର ନିଜ ଘର,ପରମ ଭାଗ୍ୟ ବୋଲନ୍ତି ୟାକୁଇପରା ନାରୀ-ଜୀବନର !ପରିଚିତ ତାର ବିଲ, ପଦାମାଳ;ପଛରେ ପକାଇ ଦେଇଆନ ଏ ଧରଣୀ ଧୂଳି, ମାଟି, ଜଳକରେ ଆପଣାର ନେଇ ।କେବେ ସେ ଉଠାଏ ଲଜ୍ଜାରୁଣରେପଲକ ସଜନୀ ମେଳେବିଲୋକି ଚକିତେ କେବେ ବାସେ କହେସଂଗୋପନରେ ଥରେ ।ନଉଠୁ ଆକାଶେ ରବି, ସେ ଶଯ୍ୟାତେଜି ହୁଏ ତରତର,ଶାଶୁ ଡାକିଦେବ, କିଏସେ ସେ ଲାଗିଶୁଣିବ, ତା ବଡ଼ ଡର ।ଘର ସେ ଓଳାଏ; ଚରଣ ଚଳାଏମରାଳ ଚାଲିଲା ପରିଶିଶିର ଉଷାରେ, ବରଷା ସକାଳେକିଛି ନ ବିଚାର କରି ।ବାସନ ମାଜଇ, ରଖେ ସେ ସଜାଇଆପଣାର କରି ସବୁ,ଲକ୍ଷ୍ମୀ ସେ ଅବା, ତା ପରି ଲକ୍ଷ୍ମୀ,ଯେ ଅବା ଯେପରି ଭାବୁ ।ନିଠୁର ଚାହାଣି, ନିର୍ଦ୍ଦୟ ବାଣୀସବୁଥିକି ହୁଏ ସଜସକଳ ପଛରେ ଆପଣାକୁ ରଖିଘେନେ ପତି-ପଦରଜ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର