ସାହିତ୍ୟ−ରତ୍ନ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୩
- ସ୍ଥିତି
- ସାର୍ବଜନୀନ (Public domain)
ଦେଖିଲି ନୟନେ ଭାରତୀଭୁବନେକେତେ କେତେ ମହାରତ୍ନ ସଞ୍ଚିତ,ବାଲମୀକି ବ୍ୟାସ କବି କାଳିଦାସଭବଭୂତି ଆଦି କବି ବିଦତ ।କିଏ କେତେ ରତ୍ନ ଜ୍ଞାନ−ରତ୍ନାକରୁଁଛାଣି ଆଣିଦେଲେ, ପୁଚ୍ଛିଲି ଦିନେ,ଆହା ରେ ଦଇବ ! ଧିକ ଆମ୍ଭ ଜାତିବନ୍ଧୁବର ମୋତେ କହିଲେ ଦୀନେ ।ଉଠ ଉଠ ଭାଇ, ନ କର ହେ ମଠଲାଗିଯାଅ ଯେଝା ଶକତି ପଣେ,କିଛି କିଛି ଦେଲେ ଭାରତୀଚରଣେସବୁ ମିଶି ଭାଇ, ହେବ ହେ ପଣେ ।ଚନ୍ଦ୍ର, ତାରା ଓ ଖଦ୍ୟୋତକହନ୍ତି ବାନ୍ଧବମାନେ ପ୍ରଭୁ !“ଗୀତ ଗାଅ ଗୀତ ଗାଅ କବି !ଚିତ୍ରି ଦିଅ ଦେଶବାସୀ ଆଗେ ନବ ନବ ମହାଦର୍ଶ ଛବି ।”କି କରିବି କି କରିବି ପ୍ରଭୁ, ଶୂନ୍ୟାୟିତ ଏ ମମ ପରାଣନାହିଁ ତ ସମ୍ବଳ ଏ ହୃଦୟେ ପଡ଼ିଶାଙ୍କୁ କି କରିବି ଦାନ ?ସାଧନା−ଭାବନା−ସାଧୁ ଚିନ୍ତା−ସାଧୁକର୍ମ−ଫଳ ସିନା ଗୀତନ ଥିଲେ କେବେହେଁ ହେବ ନାହିଁ ମୁଗ୍ଧ ମମ ଶ୍ରୋତାଙ୍କର ଚିତ୍ତପରଠାରୁ ଚୋରି କରି ଭାବ ପଡ଼ିଶାଙ୍କୁ ଦେଲେ ଦେଇପାରେଁ,ଶ୍ରୋତା ବକ୍ତା ବେନିଙ୍କ ମଧ୍ୟରେ ଲାଭ କାହିଁ କାହାର ତହିଁରେ ?ରବି ଶଶୀ ତାରକା ନକ୍ଷତ୍ର ସ୍ୱକିରଣ କରିଣ ବିସ୍ତାରତୁମ୍ଭରି ସଙ୍କେତେ ମହାପ୍ରଭୁ ! କରୁଥାନ୍ତି କର୍ମ ଯେ ଯାହାର—ଖଦ୍ୟୋତ ସମାନ ଝିକି ଝିକି କ୍ଷୀଣ ପ୍ରଭା କିରଣ ବିସ୍ତାର ।ଏ ସଂସାରସରଣୀପାର୍ଶ୍ୱରେ ରହି ପ୍ରଭୁ, ଲଭେ ମୁଁ ନିସ୍ତାର ।କେହି କେବେସେ ଆଭା ନିରେଖି ପ୍ରାଣେ ଯେବେ ଲଭେତିଳେ ସୁଖମରିବି ନିଶୀଥଦୀପପାଶେ ଜୀବନର ଏହି ମୋର ସୁଖ ।ଗ୍ରନ୍ଥକାର ଓ ସମାଲୋଚକପଢ଼ିଲି ସମାଲୋଚନା ସମ୍ୱାଦପତରେ,ବଡ଼ ଦୁଃଖ ହେଲା ଆହା ଏ ମମ ଅନ୍ତରେ ।ରୁକ୍ଷ ଆଲୋଚନାରେ ମୋ ଦୁଃଖ କିଛି ନାହିଁ,ପଚାରୁଛି ଥରେ ଗ୍ରନ୍ଥ ପଢ଼ିଛ କି ଭାଇ ?ନୁହନ୍ତା ଯାତନା କିଛି ଏ ତୀବ୍ର କଟାକ୍ଷେ,ପଢ଼ିଥାନ୍ତ ଗ୍ରନ୍ଥ ଯେବେ ବାରେକ କଟାକ୍ଷେ ।କେତେ ଆୟାସରେ ଗ୍ରନ୍ଥ ଲେଖି ଗ୍ରନ୍ଥକାରକେତେ ଅର୍ଥବ୍ୟୟ କରି କଲା ତା ପ୍ରଚାର ।ନ ପଢ଼ି ଆମୂଳ ଥରେ ତୀବ୍ର ଆଲୋଚନାବ୍ୟକ୍ତିଗତ ଜୀବନର ଘଟନା ବର୍ଣ୍ଣନା ।ଗ୍ରନ୍ଥ କାର ଲଲାଟରେ ଲିହିଅଛି ବିହବିଶେଷରେ ଏ ଦେଶରେ ସଦା ସତ୍ୟ ଏହି ।ଗ୍ରନ୍ଥକାରଠାରୁ ସଦା ବଡ଼ ଆଲୋଚକ,ଦୁର୍ଲ୍ଲଭ ମାତ୍ରକ ଦେଶେ ଗ୍ରନ୍ଥର ପାଠକ ।ପଢ଼ି ଯେବେ ଗ୍ରନ୍ଥକାର ସମସ୍ତ ପୁସ୍ତକଦୋଷ ଦିଅ, ମୁଣ୍ଡାଇବି ନୁଆଇଁ ମସ୍ତକ;
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ