ସ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୯
- ସ୍ଥିତି
- ସାର୍ବଜନୀନ (Public domain)
ସେ କାଳ ପଖାଳ ଏକାଳକୁ ନାହିଁ ।ସର୍ବମତ୍ୟନ୍ତ ଗର୍ହିତଂ ।ସମୁଦ୍ରକୁ ଶଙ୍ଖେ ପାଣି ।ସିନ୍ଧୁ ଆଗରେ ବିନ୍ଦୁ ।ସମ୍ବିନ୍ଧୋ ଜୀବନାବିଧିଃ ।ସାକ୍ଷୀଗୋପାଳ ।ସର୍ବଦେବମୟୋଽତିଥିଃ ।ସାତ ନକଲରେ ଅସଲ ଖାସ୍ତ ।ସିଦ୍ଧମିତି ଦୃଢ଼ବ୍ରତଃ ।ସୁନାପୁଅକୁ କି ରୂପା ଅପୂର୍ବ ।ସାଧିଲେ ସିଦ୍ଧି, ଅର୍ଜିଲେ ନିଧି ।ସୂତାଅଡ଼ୁଆ ତନ୍ତି କାଢ଼େ ।ସାବଧାନର ବିପଦ ନାହିଁ ।ସୁଖ ଅପେକ୍ଷା ଶାନ୍ତି ଭଲ ।ସାଉଁଟିଲା କାଣ୍ଡ କି ଯୁଦ୍ଧକୁ ପାଏ ? ।ସାପ ନ ମରିବ ବାଡ଼ୀ ନ ଭାଙ୍ଗିବ ।ସୁନାମୁଦିଆ ହାତରେ ଟାକର ଖାଇଲେ ଗଙ୍ଗାହୀନଫଳ ।ସାପ ହୋଇ କାମୁଡ଼େ ଗୁଣିଆ ହୋଇ ଝାଡ଼େ ।ସାତକାଣ୍ଡ ରାମାୟଣ ପଢ଼ି ସୀତା ମାଈ କି ଅଣ୍ଡିରା ।ସର୍ବତ୍ରାଭ୍ୟାଗତୋ ଗୁରୁ ।ସାଧୁ ଯାହାର ଇଚ୍ଛା ଈଶ୍ୱର ତାହାର ସହାୟ ।ସେ ରାମ ନାହିଁ କି ସେ ଅଯୋଧ୍ୟା ନାହିଁ ।ସଳଖ ଆଙ୍ଗୁଠିରେ ଘିଅ ବାହାରେ ନାହିଁ ।ସ୍ୱଭାବୋ ମୂର୍ଦ୍ଧି ବର୍ତ୍ତତେ ।ସତ ଶୁକ୍ଲ, ମିଛ କଳା ।ସବୁ ଯାଉ ମିଛ କଳା ।ସବୁ ଯାଉ ମହତ ଥାଉ ।ସବ୍ କହେ ମରମ ନେଇ କହେ ।ସହସ୍ରେ ହାଣ୍ଡିକି ଏକ ଠେଙ୍ଗା ।ସମସ୍ତେ ଦେଖନ୍ତି ଉପର ଛାପ, କେହି ନ ଦେଖନ୍ତି ଭିତର ପାପ ।ସାତ କଥାରେ ସତୀ ଭୁଲେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର