ରୂପରେଖା
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୩୩
- ସ୍ଥିତି
- ସାର୍ବଜନୀନ (Public domain)
ଥରେ ଦେଖିଥିଲି ଦୂରେ, ବହୁଦିନ ତଳେ, ପଡ଼େନାଇଁ ମନେ;ଘନ ଅମାବାସ୍ୟା ସମ ତା’ କଳା କୁନ୍ତଳ କିବା ଅଯତନେ ।ଚୁମ୍ବୁଥିଲା ଚରଣ ବା ଶିରେ ଥିଲା ଘେରି । ଶ୍ଳଥ ଫୁଲମାଳା,ପଡ଼ିଥିଲା ତଳେ ଖସି, କି ବସନଖଣ୍ଡି ଥିଲା ପିନ୍ଧି ବାଳା ।ଛୁଇଁଥିଲା ସେ ଚରଣ ଧରଣୀର ଧୂଳି, ଅବା ପଦ୍ମଫୁଲ,ରଚୁଥିଲା ପଦେ ପଦେ, ସେ କରକମ୍ପନେ ଶୀତ ପରିମଳ ।ବହୁଥିଲା ପାଶେ ତାର, ଅବା ଏ ଧରଣୀ ମୌନା ରୂପବତୀ,ଜାଳୁଥିଲା ଥରେ ଥରେ ସେ ନୟନ ତଳେ କାମନାର ଜ୍ୟୋତି ।ସେ ନେତ୍ରପଲକ ତାର ପଡ଼ୁଥିଲା ଥରେ; ଥରେ ଅବା ଉଠି,ବିଶ୍ଚ ଯଉବନ ବୁକେ କି ଦୁର୍ଜୟ ଜୟ କରୁଥିଲା ସୃଷ୍ଟି ।ନିବିଡ଼ ନିଶ୍ୱାସ ତାର ବହୁଥିଲା ଖରେ, ଅବା ଥିଲା ସ୍ଥିର,କିବା ସେ ସୁନ୍ଦରୀ ସିନ୍ଧୁ-ତୀରେ ଅଲୁଣ୍ଠିତ କୋଣାର୍କ ମନ୍ଦିର ।ଅବା ସେ ସବାକ ବାଣୀ, ନିର୍ବାକ ଶିଖରୀ ନାହିଁ କିଛି ମନେ,ଧରଣୀର ପ୍ରାଣ-ସିନ୍ଧୁ ମନ୍ଥୁଥିଲା ସତେ ମୋହିନୀ ଚରଣେ ।
ଚୁମ୍ବନ ପରଶେ ହେବ ମୃତ୍ୟୁ ଆଚ୍ଛାଦନଜୀବନ ବିଜନ ପଥେ ଯେବେ ଗୋ ସୁନ୍ଦରି !ଅବତରି ଆସିଲ ସେ କରେ ଦୀପ ଧରି,ପାହିଲା ଯାମିନୀ ସତେ; ଶୁଭ୍ର ଉଷାପଥେଲାଗିଲା କି ରାସଲୀଳା ଏ ମର-ମରତେ ?ନାହିଁ ତର ନାହିଁ ସଖି, ନାହିଁ ତର ସଖି–ସେ ମୋର କିଶୋର ସାଜ କୁଞ୍ଜପଥେ ରଖି,ତବ ସ୍ୱର୍ଣ୍ଣ ଭୁଜତଳେ ପକାଇ ଶିବିରବିଚାରିଲି ବିଶ୍ରାମ ଗୋ ନେବି ଜୀବନର ।ବିଚାରିଲି, ତବ ରୂପ ଲୋଚନ ଝଲକେଦେଖିବି ସମରଲୀଳା । ପାଟଳ ଅଳକେକରୁଛ କି କୋଟି ବିଶ୍ୱ ସୃଷ୍ଟି ଅବିରଳମୃତ ଜଡ଼ ମୁଖେ ଦେଇ ସ୍ପର୍ଶ ଚୁମ୍ବନର ।ତୁମରି ଅଧରତଳ ଆରକ୍ତ ଉଷାରେଦେଖିଲି ଯା, କି ବର୍ଣ୍ଣିବି ଏ ମୋର ଭାଷାରେ ।ଥରେ ଗୋ ଚୁମ୍ବନ ଦେଇ ଥରେ ଗୋ ଚୁମ୍ବନକରାଇଲ ସତେ ଅବା ଚିର ସଚେତନଚୁମ୍ବନ ଆଲୋକପାତେ ଅଚୁମ୍ବିତ ପ୍ରାଣେ !ସେ ଲଗନୁ ଏ ଜୀବନ ତବ ପୂଜା ଆଣେତୁମରି ଚରଣତଳେ । ମରଣ ସେ ପାରେଅଛି କି ନ ଅଛି ବିଶ୍ୱ ନ ଭାବଇ ବାରେ ।ରୂପାତୁର ମୋ କାମନା-ସିଂହଦ୍ୱାରେ ବସିଉଷା ପରେ ଉଷା ପୁଣି ଦେଖେ ଗୋ ରୂପସି,ତୁମରି ପରଶ-ସୁଖେ ଭଜି ବା ରକ୍ତିମାମୁହୂର୍ମୁହୂଃ ପରଶଇ ମୋ ଯୌବନ ସୀମା ।ସେହି ଦିନୁ ତରୁଣି ଗୋ, ତବ ପୂଜା ଧରିପୂଜାରୀ ଏ ଦୀନ କବି ଡାକେ ଥରିଥରିବିହ୍ୱଳିତ ଯଉବନ-ଲତା-କୁଞ୍ଜ ତଳେ ।ତୁମରି ପ୍ରଦୀପ ଶିଖା ଏବେ ପ୍ରାଣେ ଜଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର