ରାଜନଙ୍କୁ ଛଳ ଭକ୍ତି — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିଶ୍ରୀସିଦ୍ଧ ବଳଦେବ ମହାପ୍ରଭୁଙ୍କଶ୍ରୀ ଚରଣ ଭାବନ ହେଢ଼େଙ୍କାନାଳେଶଙ୍କ ଛାମୁରେ ବରଜ-ନାଥ ବଡ଼ଜେନା କହେ। ୧ ।ହେ ମହାରାଜ ମଣ୍ଡଳ ଆଖଣ୍ଡଳବୀର ନିକର ମଣ୍ଡନରାଜ ଶ୍ରୀରାଜ ମହୀନ୍ଦ୍ର ବାହାଦୂରସକଳ ଦୁଃଖ ଖଣ୍ଡନ। ୨ ।ଗୋସାଇଁଙ୍କ ଖାନ- ଜାଦ ଅଟଇ ମୁଁସାତପୁରୁଷ ସେବକଏହି ମହାଶ୍ରମ ଆଶ୍ରେ ଭୁଞ୍ଜୁଥାଉଁସୁଖ କେତେବେଳେ ଦୁଃଖ। ୩ ।ବର୍ତ୍ତମାନ ମୋତେ ଗୋସାଇଁ ଦେଇଛପ୍ରଭୁଙ୍କ ନୃପତି ସୁଖନ ଜାଣିବା ଲୋକେ ବୋଲନ୍ତି ପାଇଲେବଡ଼ଜେନା ଏ କି ଦୁଃଖ। ୪ ।ବଡ଼ ପ୍ରଭୁମାନେ ଆପଣା ପଦହିଁଦିଅନ୍ତି ଭୃତ୍ୟଜନରେବିଷ୍ଣୁ ଚତୁର୍ଭୁଜ କରି ଶଙ୍ଖ ଚତ୍ରତେଜି ଦେଲେ ଦାସଠାରେ। ୫ ।ଯଉଁ ରୂପେ ମୁହିଁ ନୃପତି ସମ୍ପତ୍ତିପାଇଛି ଶୁଣ ମଣିମାଖଡ଼ି ଧଇଲେ ତ କେତେ ଟଙ୍କା ଧାନସୁବର୍ଣ୍ଣ କରୁଛି ଜମା। ୬ ।ଗୋସାଇଁ ଛ ହାତୀ ବାସରେ ରଖିଛଦେଇ ତହିଁ କେତେ ଗଣ୍ଠିମୋର ଛ ହାତୀ ବାସରେ ରଖିଅଛିଦେଇ ତହିଁ କେତେ ଗଣ୍ଠି। ୭ ।ପ୍ରଭୁ ସଇନ୍ଧବ ଖୋଜୁଛ ଛାମୁଙ୍କୁମିଳୁନାହିଁ ଆଚ୍ଛାରୂପେମୁହିଁ ନିତିହିଁ ସ- ଇନ୍ଧବ ଖୋଜଇଁନ ମିଳଇ ଅନୁରୂପେ। ୮ ।ଗୋସାଇଁ ଯେ ପ୍ରତି- ଦିନ ବିଜେ କରୁଅଛ ଦିବ୍ୟ ସୁଖାସନେମୁହିଁ ନିତି ସଖା- ମନେ ବସୁଅଛିନୁହଇ ବା ଦିନେ ଦିନେ। ୯ ।ବିଜେ ହେଲାବେଳେ ଚନ୍ଦ୍ର ସୂର୍ଯ୍ୟ ତ୍ରାସପ୍ରଭୁଙ୍କ ଗଭାରେ ଶୋହେଘରେ ବସିଥିଲେ ଚନ୍ଦ୍ର ସୂର୍ଯ୍ୟ ତ୍ରାସମୋ ଶିରରେ ଶୋଭା ପାଏ। ୧୦ ।ଗୋସାଇଁଙ୍କର ନାଁ ଚାରି ଏ ମଣ୍ଡଳଯାକେ ଖ୍ୟାତ କରୁଛନ୍ତିମୁହିଁ ନା’ ଚାର ମଣ୍ଡଳ ଯାକରେମୋତେ ସମସ୍ତେ ଜାଣନ୍ତି। ୧୧ ।ପ୍ରଭୁ ଯେ ମୁକୁତା ସରି ମଣ୍ଡନରେ
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ବିଭୂତି ଭୂଷଣମୟେ
ମୁଁ କୁ ତା ସରି ମଣ୍ଡନ ହୋଇଅଛି
ବିଭୂତି ଭୂଷଣ କାୟେ
। ୧୨ ।
ପ୍ରଭୁଙ୍କ ସେବା ନିଯୋଗ ଚଳୁଅଛି
ପରା କେତେ ପରିବାରେ
ମୋହର ସେବା ନିଯୋଗ ଚଳୁଅଛି
ସେହି ରୂପେ ପରିବା ରେ
। ୧୩ ।
ସଗୁଣ ବଂଶ ମାର୍ଗଣ ପ୍ରଭାବରେ
ଗୋସାଇଁଙ୍କ କୀର୍ତ୍ତି ଖ୍ୟାତ
ସଗୁଣ ବଂଶ ମାର୍ଗଣ ପ୍ରଭାବରେ
ମୋତେ ଜାଣନ୍ତି ଜଗତ
। ୧୪ ।
ଗୋସାଇଁ ତଣ୍ଡି ବାନ୍ଧି ଦେଇ ଆପଣା
ମୁଲକ ସମ୍ଭାଳି ଅଛ
ମୁଁ ତଣ୍ଡି ବାନ୍ଧ ଦେଇ ଘର ରଖିଛି
ବୁଝା ଯାଉ ନୋହେ ମିଛ
। ୧୫ ।
ପ୍ରଭୁଙ୍କର ହାତ ମାତ୍ର ନାଗି ନାହିଁ
ଆରକୁଟ କଟକରେ
ମୋହରି ମାତ୍ରକ ହାତ ଲାଗି ନାହିଁ
ଆରକୁଟ କଟକରେ
। ୧୬ ।
ଗୋସାଇଁଙ୍କ ଥିବ ବା ଦଶ ପାଞ୍ଚ
ମୋହର ଚାଙ୍ଗଡ଼ା ଘରେ
ବିଚାରୁଛି ମୁହିଁ ଅଛି ଦଶ ପାଞ୍ଚ
ମୋହର ଚାଙ୍ଗଡ଼ା ଘରେ
। ୧୭ ।
ବହୁତ କପର୍ଦ୍ଦୀ ଦେଖୁଛ ଗୋସାଇଁ
ନିତିହିଁ ନବର ଦେଶେ
ମୁହିଁ କପର୍ଦ୍ଦୀ ବହୁତ ଦରଶନ
କରୁଛି ମନ୍ଦିର ପାଶେ
। ୧୮ ।
ଗୋସାଇଁ ଶଏ କୋଶ ପୃଥ୍ୱୀ ପ୍ରଭୁତ୍ୱ
କରୁଛ ନିଶ୍ଚିନ୍ତ ହୋଇ
ପଡ଼ିଆ ଗ୍ରାସ ବୃତ୍ତି ଯାକ ପାଇଛି
ପ୍ରଭୁଙ୍କ ହଜୁରୁଁ ମୁହିଁ
। ୧୯ ।
ଗୋସାଇଁ ଲକ୍ଷ ଲକ୍ଷ ଲୋକ ପାଇଛ
ସେବାଦି ଦେଇଣ ସିନା
ମୃଗ ବ୍ୟାଘ୍ର ସଅମ୍ବର କେତେ ଜୀବ
ଖାଉଛନ୍ତି ମୋ ମହିନ
। ୨୦ ।
ଏହିରୂପେ ରାଜ ସମ୍ପତ୍ତି ପାଇ ମୁଁ
ହୋଇଅଛି ପୂର୍ଣ୍ଣକାମ
କେବଳ ବୁଝିଲେ ଏହି ଦୋଷରୁ ମୁଁ
ହେଲି ନିମକହାରାମ
। ୨୧ ।
ଗୋସାଇଁ ଈଶ୍ୱର ଭୃତ୍ୟ ବୋଲି ସିନା
ଦେଲ ନିଜ ଅଧିକାର
ଏହି ରାଜ୍ୟେ ଥିଲେ କେ ପୁଣି ଦେଖିବ
ଏତେ ବଡ଼ ଭାଗ୍ୟ ମୋର
। ୨୨ ।
ଘାଟ ଚିଠି ଖଣ୍ଡେ ମିଳିଲେ ସଙ୍ଗେ ମୋ
ଘେନି ସର୍ବ ଦଉଲତେ
ରାଜ୍ୟେ ରାଜ୍ୟେ ଫେରି ଗଲେ ସିନା ଏଡ଼େ
ସମ୍ପଦ ହୁଅନ୍ତା ସ୍ୱାର୍ଥ
। ୨୩ ।
ଏ ରୂପେ ମୋହର ରାଜସୁଖ ସବୁ
ହଜୁରେ କଲି ଜଣାଣ
ନିଦ୍ରା ଭାଜି ଏ ସ୍ୱପନ ଗଲା ଏବେ
ଯଥାର୍ଥ ଗୋସାଇଁ ଶୁଣ
। ୨୪ ।
ସାତ ବରଷ ହୋଇଲା ସାତପଣ
ଶ୍ରୀଛାମୁରୁ ନ ପାଇଲି
ନିମକ ହାରାମ ହୋଇ କଉଁ କାମ
କୋଠର ବା ହାନି କଲି
। ୨୫ ।
ଜାଣିତ ନାହିଁ ମୁଁ ଦିବ୍ୟ ଅବଧାନେ
କଉଁ କଥା ଅବା ଥିବ,
ଏଥି କି ହେତୁ ମୁଁ ଠଅରାଇ ଅଛି
ଜଣାଉଛି ଶୁଣ ଦେବ
। ୨୬ ।
ବିଚାରି ଉପାସେ ଆନ୍ତ୍ରାନ୍ତେ ନିରାଶେ
ନବର ଠାକୁ ଆସଇଁ
ଜଣାଇବି କିଛି ହଜୁରେ ମଣୋହୀ
ସମୟ ଜଗି ବସଇ
। ୨୭ ।
ଦୂରୁଁ ଦରଶନ କରି କୁରୁନିସ
କରି ଶ୍ରୀଛାମୁଙ୍କୁ ଚାହିଁ
ଶ୍ରୀପାଲିଙ୍କୀ କରେ ଜଣାଇବି ମନେ
ବିଚାର ଆସନ୍ତେ ଧାଇଁ
। ୨୮ ।
ତେଡ଼େ ପ୍ରସନ୍ନ ବଦନ ଯେ ଶରଦ
ପୂର୍ଣ୍ଣଚନ୍ଦ୍ର ନିନ୍ଦୁ ଥାଏ
ମୋ ଭେଟ କଟାକ୍ଷ ପଡ଼ିଲା ମାନ୍ତ୍ରେ ସେ
ଅରୁଣ ଛବିକି ପାଏ
। ୨୯ ।
ଉଠାଣି ମାଛ ମୁହେଁ ବାଡ଼ି ପରାଏ
ଘୁଞ୍ଚି ରହଇ ଭୟରେ
କି ଦୁଃଖ ଜ୍ଞାତା କରିବି ମନ ଦୁଃଖେ
ଜ୍ଞାନ ନରହେ ଦେହରେ
। ୩୦ ।
ଛାମୁଏ ନିରାଶ ହେବାରୁ ଲେଶରେ
ପରଦେଶ ଠାଏ ଯାଇଁ
ଗୁଣ ଥିବା ଘେନି ଶଏ କି ପଞ୍ଚାଶ
ସେଠାରୁ ଅର୍ଜି ଆଣଇଁ
। ୩୧ ।
ତତଲା ଖପରାରେ ନୀର ଟୋପାଏ
ପଡ଼ିଲା ପ୍ରାଏ ସେ ଯାଏ
ପୁଣି ବିଚାରି ମାସ ତା ଖାଇ ଆଉ
ଗମନ କରଇଁ ଠାଏ
। ୩୨ ।
ପନ୍ଦର ପରାଣି କବିଲା ଏଥିରେ
ପୋଷା କେଉଁ ରୂପେ ଯିବେ
କେବଳ ବେଳେ ବେଳେ ଖାଇ ସମସ୍ତେ
ନ ମରି ରହିଛୁଁ ଜୀବେ
। ୩୩ ।
ଗୋସାଇଁଙ୍କ ଲୋକ ହୋଇ ମୁଁ ଚାକେରି
କରି ଏ ରୂପେ ବଞ୍ଚୁଛି
ମହାରାଜା ପ୍ରଭୁ ପଣକୁ ଏକଥା
ମାତ୍ର ତ ଶୋଭା ପାଉଛି
। ୩୪ ।
ଷାଠିଏ ବରଷ କାଳରେ ମୋହୋର
ଉଠିବାକୁ ନାହିଁ ବଳ
ପିଠି ଅଣ୍ଟା ବେକ ଲାଗି ଗଲାଣି ମୋ
ପୋଥି ଲେଖାରୁ କେବଳ
। ୩୫ ।
ନୂଆ ଗାଆଁ ମୋତେ ଦିଆ ହୋଇଛି ଯେ
ଯୁଗ ଯୁଗାନ୍ତ ପଡ଼ିଆ
ବାଘ ପୁଅ ତହିଁ ସାକ୍ଷାତ ଜନ୍ମାଏ
ପ୍ରଭୁ ଜାଣୁଅଛ ଏହା
। ୩୬ ।
ପରୀକ୍ଷା ପାତ୍ର ସୁବୁଧିଙ୍କ ବଳଦ
ସବୁ ବାଘ ମୁଖେ ଗଲେ
ଧାନ ବିହନ ବୁଡ଼ାଇ ସେ ଗାଆଁରେ
ବିରକ୍ତେ ଭାଙ୍ଗି ଅଇଲେ
। ୩୭ ।
ସେ ଗାଆଁ ମୋତେ ପାଞ୍ଚି ଦେଲେ ବକସୀ
ହଳ ଧାନ ଦେବା ବୋଲି
ସେରେ କି କାନ୍ଧେ ଦେଲେ ନାହିଁ କେବଳ
ମାଗି ମାଗି ଚିଟା ହେଲି
। ୩୮ ।
ପ୍ରଥମ ବରଷ ବାର ପଉଟି ସେ
ଗାଆଁରେ ଥିଲି ବୁଡ଼ାଇ
ପୁଣି ତା ଦୁଇ ବଷ ଯାଏ ଛାଡ଼ି
ଅଇଲି ବିମୁଖ ହୋଇ
। ୩୯ ।
ଏ ଅଙ୍କେ ସମସ୍ତେ ବୋଲିବାରୁ ତହିଁ
ବିଆଳି ଖଣ୍ଡିଏ କଲି
ଭୋଜ ବିହନ ଋଣ ପଛବୁଣା ସେ
ନଈରେ ତା ହରାଇଲି
। ୪୦ ।
ଚାରି ଭରଣ ଋଣ କାହୁଁ ସୁଝି ମୁଁ
ପାରି ହେବି ମହାବାହୁ
ଚିଟି ଖଣ୍ଡ ଘେନି ଛାମୁରେ ଦେଉଛି
ସରକାରେ ଗାଆଁ ରହୁ
। ୪୧ ।
କାହାଣେ କଉଡ଼ି ସରିକି ତହୁଁ ମୁଁ
ପାଇଥିବି ଯେବେ ପ୍ରଭୁ
ଏ କଥା ବୁଝା ଯାଉ ମିଛ ହୋଇଲେ
ମିଛ ମୁଁ କହଇ ସବୁ
। ୪୨ ।
ସେ ଗାଆଁ ଚଷା ହଳିଆ ମୂଲିଆ ଯେ
ଆନ ଗାଆଁରେ ରହିଲେ
ଆଡ଼ା ମାନକେ ରହି ଆଣି ଗଲେ ମୁଁ
ମୁଷୁଳି ଧରି ଧାଇଁଲେ
। ୪୩ ।
ମୋହର କଉଁ ବଳ ଅଛି କାହାକୁ
ଆଣି ରଖିବି ଗାଆଁ ରେ
ଟଙ୍କା କଉଡ଼ି ମୋ ହାତେ ଥିଲେ ସିନା
ଆସନ୍ତେ ମୋହ ନାଆଁରେ
। ୪୪ ।
ଦି ଘର ରୟତ ଅଛନ୍ତି ସେ କର
ତିନି ବରଷେ ନ ଦେଲେ
ମାଗି ମାଗି ଫୁଟି ନିୟମହିଁ ଦେଲି
ତେବେ ତାହା ନ ମାନିଲେ
। ୪୫ ।
ମାଲ ମାଇପ ପୁରାଣପଣ୍ଡା ବର
ପରା ଗାଉଁନ୍ତିଆ ମୁହିଁ
ଗିରିଗିରିଆ ସେ ଗାଆଁ ଡ଼ିହେ ଛନ୍ତି
ତାଙ୍କୁ ଚାହିଁ ନ ପାରଇ
। ୪୬ ।
ଗାଆଁ ଟିଏ ବଡ଼ କେନାକୁ ହୁକୁମ
କଲାହିଁ ପ୍ରଭୁଙ୍କ ଚିତ୍ତ
ଜଣାଯିବା ପାଇଁ ଏରୂପେ ବିସ୍ତାରି
ଗୀତେ ଲେଖିଲି ଚରିତ
। ୪୭ ।
ରଖିଲେ ଅନ୍ମ ବସ୍ତ୍ର ଦେଇ ଗୋସାଇଁ
ରଖ ଏ ବୃଦ୍ଧ ସମୟେ
ନୋହିଲେ ସନ୍ତୋଷେ ବିଦା ଚିଟି ହୋଉ
ଜୀବଥାଉଁ ଯିବି ଠାଏ
। ୪ ୮।
ଆପଣାର ଗୁଣ ଅଛି କିବା ନାହିଁ
ଜୀଇ ପାରିଲେ ଜୀଇବି
ନୋହିଲେ ମହାରା ଜାଙ୍କ ଲୋକ ବୋଲି
ଯହିଁ ତହିଁ ତ ରହିବି
। ୪୯ ।
ଏ ରୂପେ ଦୁଃଖ ଜଣାଣରେ ହେ ଜନେ
ନୃପତି ସନ୍ତୋଷ ହୋଇ
ନଗଦ ବର୍ତ୍ତନ ବକସୀଙ୍କୁ ଆଜ୍ଞା
ହେବାରୁ ସେ ପୁଣି ଦେଇ
। ୫୦ ।
ହଳ ବଳଦ ବିହନ ଭୋଜ ଧାନ
ପୁଣିହିଁ ରାଜନ ଦେଇ
ଗାଁ ରଇତ ହଳିଆଙ୍କୁ ଅଣାଇ
ଦେଲେ ହୁକୁମ ପଠାଇ
। ୫୧ ।
ଯାହାଠାରେ ଯେତେ ବେଳେ କୃପା ହୋଏ
ସେ ଜନ ହୋଏ ନିଶ୍ଚିନ୍ତ
ଆମ୍ଭମାନଙ୍କର ଦଇବ ପୁରୁଷ
ଅଟନ୍ତି ଯେ ନରନାଥ
। ୫୨ ।
୭। ଗଣ୍ଠି=ଅର୍ଥ, ଧନ, ଗଣ୍ଠି=ଚିରା ଲୁଗାରେ ପକାଇଥିବା ଗଣ୍ଠି, ୮। ସଇନ୍ଧବ=ସିନ୍ଧୁ ଦେଶର ଘୋଡ଼ା । ସଇନ୍ଧବ=ଲୁଣ ୯। ସୁଖାସନେ=ବୈଠକଖାନାରେ, ସୁଖାସନେ=ପଦ୍ମାସନରେ ବା ଭୁଇଁରେ ଚକା ପକାଇ, ୧୦। ଚନ୍ଦ୍ର ସୂର୍ଯ୍ୟନ୍ତ୍ରାସ=ଚନ୍ଦ୍ର ସୂର୍ଯ୍ୟ ଖଚିତ ରାଜା ବା ଦେବତାଙ୍କଠାରେ ବ୍ୟବହୃତ ନ୍ତ୍ରାସ, ନ୍ତ୍ରାସ=କିରଣ, ଏଥିରୁ କବିଙ୍କ ଘରର ଅବସ୍ଥା ଜଣାଯାଏ, ୧୫। ତଣ୍ଡି ବାନ୍ଧି ଦେଇ=ପାଟି ଫିଟାଇବାକୁ ବନ୍ଦ କରିଦେଇ, ୧୬। ତଣ୍ଡି ବାନ୍ଧି ଦେଇ=ଘର ଛୁଆଁଇବାକୁ ନଡ଼ା ଯୋଗାଡ଼ କରି ନ ପାରିବାରୁ ଶସ୍ତା ତଣ୍ଡିରେ ଛପର କରାଇଅଛି । ୧୭। ମୋହର=ସ୍ୱର୍ଣ୍ଣମୂଦ୍ରା ଚାଙ୍ଗଡ଼ା ଘରେ=ସରଘରେ, ଗନ୍ତାଘରେ, ଭଣ୍ଡାରଘରେ, ୧୮। ଚାଙ୍ଗଡ଼ା=ବାଉଁଶ ବୁଣା ଡ଼ାଲା ବା ଚାଙ୍ଗୁଡ଼ି ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ