ପ୍ରେମୋଦୟ ଚମ୍ପୂ — ବଳଦେବ ରଥ · ସ୍ୱର୍ଣ୍ଣଲିପି(୧)
ସଖୀରାଗ-ପୂରବୀ-ଆଠତାଳିକଳାବତୀ ରେ, କହ ମୋଠାରୁ ତେଜି କପଟରୀତି। ଘୋଷା ।କିପାଁ ଆଜ ଆଜନମ, ସୁଖୀ କଳାକର ମୁଖ ଅଛି ଶୁଖିକମନୀୟ ବିମ୍ବ ବିଜୟୀ ଅଧରେମୃଗମଦେ ଭୃଙ୍ଗ ନାହିଁ ଲେଖି। ୧ ।କୋକନଦଜିଣା ଚାରୁକର କିଶଳୟ ଗଣ୍ଡେ ମଣ୍ଡିବାରକେଉଁକାଳେ ହେଲେ ଦେଖି ତ ନ ଥିଲାପରାଣ ସଖି, ନୟନ ମୋର। ୨ ।କଞ୍ଜଲତା ମନ୍ଦ ବାତ ପରି କମ୍ପୁଛି ତୋ’ତନୁ ସୁକୁମାରୀକିସ ଏ ବେଦନା ତୁ ରାଜନନ୍ଦନାଲଭି ମଜ୍ଜିଅଛୁ ଶୋକବାରି। ୩ ।କନକକୁ ବଳିଥିବା ତେଜ କଳା କିପାଁ ପଡ଼ିଗଲା ଆଜକହଇ ଶ୍ରୀ ଜଗଦ୍ଦେବ ଦୁଃଖେ ପୋତି ଅଛୁକିପାଁ ମୁଖ-ଦ୍ୱିଜରାଜ। ୪ ।(୧) କୋକନଦ-ରକ୍ତପଦ୍ମ ବା ରକ୍ତ କଇଁ । କଞ୍ଜଲତା-ପଦ୍ମନାଡ଼ (ପତ୍ର ସହ) । ଦ୍ୱିଜରାଜ-ଚନ୍ଦ୍ର ।
(୨)
ସଖୀରାଗ-ବସନ୍ତ-ତ୍ରିପଟାଖଞ୍ଜନ ଗଞ୍ଜନାକ୍ଷୀ ଆହା ରେ ପ୍ରାଣସଖିନ ଘେନିଲୁ ତ ମୋ ବାଣୀ ରେ। ଘୋଷା ।ଖମଣି ସୂତାତଟ, ବିଟ ସେ ନନ୍ଦଚାଟବୋଲି ନ ଥିଲୁ ଏହା ଜାଣି ରେ। ୧ ।ଖୁରିକେ ସେ କିଶୋର-ବର-ତରଳତରଭ୍ରୂଭଙ୍ଗୀ ଦିଏ ଦମ୍ଭ ହାଣି ରେ। ୨ ।ଖଣ୍ଡିବ ସତୀବ୍ରତ ବୋଲି ତା’ର ନେତ୍ରାନ୍ତ-ଶରକୁ ରଖିଛି ସେ ଶାଣି ରେ। ୩ ।ଖଟି ହରିଚନ୍ଦନ କହେ ନ ଜାଣୁ ଧନ,ବୋଲି ମୋହନ ବଂଶୀପାଣି ରେ। ୪ ।(୨) ଖମଣିସୁତା-ସୁର୍ଯ୍ୟକନ୍ୟା ଯମୁନା । ବିଟ-କାମୁକ ବା ଧୂର୍ତ୍ତ ବ୍ୟକ୍ତି । ଖୁରିକେ-ନିମିଷକେ ।
(୩)
ରାଧାରାଗ-ଗୁର୍ଜରୀ-ନିଃସାରୀ ତାଳଗୁମାନ କରିବା ବୃଥା ରେ ସଙ୍ଗିନୀ, ଗୁମାନ କରିବା ବୃଥାଗତି ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମବ୍ୟଥା। ଘୋଷା ।ଗରବ ପରବ ଚନ୍ଦ୍ରମାକୁ ନିନ୍ଦେଯେଉଁ ଶୀରିମୁଖ ଦ୍ୟୁତିଗଲେ ଯିବ ପଛେ ଜୀବ, ଆଉ ଥରେଦେଖିବାକୁ ବଳେ ମତି। ୧ ।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ଗଗନ ମଣି-ତନୟାତଟଚାରୀ
ବାରିରୁହ ଚାରୁନେତ୍ର ।
ଗାଢ଼ ପରିରମ୍ଭ ବିନା ସଖି, ଦମ୍ଭ
ଭଜିପାରେ କି ମୋ ଗାତ୍ର
। ୨ ।
ଗୁରୁ ହଲାନି ପିନ୍ଧିବା ସରୁବାସ
ବାସରେ ନ ରହେ ମତି ।
ଗୋଟିଏ ବାସର କଳପ ମଣଇଁ
ଦେଖି ବାସନ୍ତିକ ରୀତି
। ୩ ।
ଗରଳ ପରି ଉପବନ ପବନ
ଲାଗୁଅଛି ମୋତେ ସଖି !
ଗଲାଟି ଜୀବନ ଭଣେ ଜଗଦ୍ଦେବ
ଆଉ ନ ପାରେ ମୁଁ ରଖି
। ୪ ।
(୩) ଗଗନମଣିତନୟାତଟ-ସୂର୍ଯ୍ୟକନ୍ୟା ଯମୁନା ନଦୀତଟ । ବାରିରୁହ-ପଦ୍ମ । ପରିରମ୍ଭ-ରମଣ ବା ଆଲିଙ୍ଗନ । ବାସରେ-ଘରେ । ବାସର-ଦିନ । କଳପ (କଳ୍ପ)-କୋଟି କୋଟି ବର୍ଷ । ବାସନ୍ତିକ-ବସନ୍ତକାଳୀନ ।
(୪)
ଶ୍ରୀକୃଷ୍ଣଙ୍କ ପ୍ରତି ସଖୀରାଗ-ପଞ୍ଚମ ବରାଡ଼ୀ-ଝୁଲାଘାରିହେଲା ପରି କାମ ଅମଳେ ତ ବସ ଶ୍ୟାମତାମରସ ମୁଖେ ନାହିଁ ହାସ ।ଘଡ଼ିକୁ ଘଡ଼ି ତ ମୋହ ଭଜୁଅଛି ତୁମ୍ଭ ଦେହକି ବାରଣେ କର ପରକାଶ ।ହେ ଘନଶ୍ୟାମ,ଘାଣ୍ଟି ହେଲା ପରି ତୁମ୍ଭ ମନଘର୍ମ ବିନ୍ଦୁ ବହେ ଅପଘନ;ଘୋଷୁଛ ତ ପରା ନବବାଳା ନାମମନ୍ତ୍ର ଭାବ-ବଶେ ତା’ ମୂରତି କରି ଧ୍ୟାନ। ୧ ।ଘନଜଘନା କେ ଭୂରୁ, ଶୁଭାଙ୍ଗୀ ବିଭ୍ରମ ଚାରୁ-କଟାକ୍ଷ ବିକ୍ଷଣେ ତୁମ୍ଭ ଚିତ୍ତଘେନିଗଲା କି ହେ ହରି, ନୋହିଲେ କି ଏତେ ସରିଅଶକତ ହୋଇ ରହିଥାନ୍ତହେ ଘନଶ୍ୟାମ,ଘଟିବ କି ନାହିଁ ନ ବିଚାରିଘନନୀଳ ଶ୍ରୀଅଙ୍ଗ ମାଧୁରୀ ।ଘୋର ବିରହ-ଦହନ, ଝାସେ କରାଇ ନିଉନଦଶ କଳା ଶେଷ ଚନ୍ଦ୍ରପରି ହେ। ୨ ।ଘୃତ କି ତରଳ ନୋହି, ଅନଳ ସମୀପେ ରହି-ପାରେ ଏହା ନ ଜାଣେ କି ମୁହିଁଘରେ ସ୍ଫୁଟ ହେଲେ ତାତ, କି ବୋଲିବେଟି କହ ତବିଚାର ନ କର କାହିଁପାଇଁହେ ଘନଶ୍ୟାମ,ଘେନି ମୋ ବାଣୀ ଯମୁନାଜଳ-ଘାଟ ତେଜି ଭବନକୁ ଚଳ;ଘୋଷଣ ଆଉ ନ ଦିଅ, ବ୍ରଜମହାରାଜ ପୁଅହେଲେ ବୋଲି ମଦନ-ଚଞ୍ଚଳ ହେ। ୩ ।ଘୋଟି ଆସୁଅଛି ଅତି, ତିମିର ସଙ୍କୁଳ ରାତିଜନାନ୍ତରେ କିପାଁ ଅଛ ବସିଘଟ ପ୍ରତିଘଟ ସ୍ତନ ସ୍ପୃହା ଛାଡ଼ ଏବେ ଘେନକରତଳେ କମନୀୟ ବଂଶୀହେ ଘନଶ୍ୟାମ,ଘୋରି ଚନ୍ଦ୍ରସାର ମନୋହରଘନସାର ମିଶାଇ କିଶୋର;ଘେନ ହୃଦୟରେ ସ୍ମର ତାପ ହୋଇଯିବ ଦୂରକହେ ସ୍ନେହେ ଜଗଦ୍ଦେବ ଗିର ହେ। ୪ ।(୪) ତାମରସ-ପଦ୍ମ । ଘର୍ମ-ଝାଳ । ବ୍ରଜମହାରାଜ-ନନ୍ଦ ରାଜା । ଘୋଷଣ-ରଟନା ବା ପ୍ରଚାର । ଚନ୍ଦ୍ରସାର-ଭଲ ଚନ୍ଦନ, ଘନସାର-କର୍ପୂର ।
(୫)
ଶ୍ରୀକୃଷ୍ଣରାଗ-ତୋଡ଼ି ଜଙ୍ଗଲା-ଏକତାଳିନାହିଁ ତ ସଙ୍ଗରେ ମୋର କାହିଁ ପ୍ରିୟସଖୀ ରେ। ଘୋଷା ।ନବ ପଳ୍ଳବ ଅଧର, ନିକଟେ ଯେ ମନୋହରନୀଳଚିତ୍ରେ ଲୀଳା-ମଧୁକର ଅଙ୍କ ଲେଖି ରେ। ୧ ।ନଟ ରୁଚିର ଖଞ୍ଜନ,-ନିବହ ଶୋଭା ଗଞ୍ଜନନୟନାନ୍ତେ ଯେ ମୋହନ ଶର ଅଛି ରଖି ରେ। ୨ ।ନୂଆକରି ଯେ କିଶୋରୀ ନାଗରଙ୍କ ଦମ୍ଭ ହରି-ନେବାର ବିଳାସ ଅଛି ମାଧୁରୀକି ଶିଖି ରେ। ୩ ।ନିରୂପମ ଯା’ର ଗଦ ନଳିନଜ ମକରନ୍ଦନିତି ଜଗଦ୍ଦେବ ମତି ଭୃଙ୍ଗ ପାରେ ଚାଖି ରେ। ୪ ।(୫) ନିବହ-ସମୂହ । ନଳିନଜ ମକରନ୍ଦ-ପଦ୍ମଜାତ ମଧୁ ।
(୬)
ରାଧାଙ୍କ ପ୍ରତି ସଖୀରାଗ-ବସନ୍ତ-ରୂପକଚଞ୍ଜଳ ଦୃଗଞ୍ଚଳବତୀ, ତୋ ଘେନି ନୀଳନୀରଦ-ତନୁ ତନୁ ଦିଶେ ଗୋ। ଘୋଷା ।ଚକୋର ପରି ତାର, ଚିତ୍ତ ନିରତେ ତୋରଚାରୁ ବଦନଚନ୍ଦ୍ରେ ରସେ ଗୋ। ୧ ।ଚମକି ସ୍ମରଶରେ ଚିତ୍ତ ନିବେଶି ତୋରେଚକିତେ ଚାହୁଁ ଚଉପାଶେ ଗୋ। ୨ ।ଚରଣ କିଶଳୟ ଚାଳିବାକୁ ସଂଶୟଚିର ବିରହତାର ବଶେ ଗୋ। ୩ ।ଚିନ୍ତି ରୂପ ତୋହରି ଚିତ୍ର ପ୍ରତିମା ପରିଚାହିଁଲେ ଦୂରକୁ ଆଭାସେ ଗୋ। ୪ ।ଚାତୁର୍ଯ୍ୟବତୀ ତୋଷେ ଚନ୍ଦ୍ରକଚୂଳ ପାଶେଚଳ ତୁ ଜଗଦ୍ଦେବ ଭାଷେ ଗୋ। ୫ ।(୬) ତନୁ-ଦେହ । ତନୁ-କ୍ଷୀଣ ବ କୃଶ । ଚନ୍ଦ୍ରକଚୂଳ-ଚୂଳରେ ମୟୂରପୁଚ୍ଛ ଥିବା ଶ୍ରୀକୃଷ୍ଣ ।
(୭)
ସଖୀରାଗ-ଶଙ୍କରାଭରଣ-ଆଠତାଳିଛାଡ଼ ରେ ସଖି, ମନରୁ ତ୍ରାସ ରେ,ଛାର ମାର ଆଉ କରିବି କିସ ରେ। ଘୋଷା ।ଛାଇପରି ରେ ତୋତେ ଅନୁସରିଛାମୁରେ ଥିବ ବଲ୍ଲଭ ତୋହରି।୧।ଛନ୍ଦି ବାହୁ ଜାନୁ ଯୁଗଳେ ତୋତେଛାତିପରେ ଭିଡ଼ି ମାତିବ ରତେ। ୨ ।ଛିଡ଼ିଗଲେ ଭିଡ଼ିବାର ତୋହରଛଳ ନ କରି ବୁଝି ରାମାବର। ୩ ।ଛଟକାକ୍ଷୀ ନବନାଗରୀରାଜଛଡ଼ାଇବ ଟି ଆଜ ତୋତେ ଲାଜ। ୪ ।ଛପି ଗଲାନି ଦିବାକାର ଦ୍ୟୁତିଛଦ୍ମ ନୁହଁ ଜଗଦ୍ଦେବ ଭାରତୀ। ୫ ।(୭) ତ୍ରାସ-ଭୟ ବା ଆଶଙ୍କା । ରତେ-ରତିକ୍ରୀଡ଼ାରେ । ଛପି ଗଲାନି ଦିବାକରଦ୍ୟୁତି-ସୂର୍ଯ୍ୟାସ୍ତ ହେଲାଣି । ଛଦ୍ମ-ଚଳ ବା କପଟ ।
(୮)
ସଖୀରାଗ-ମୁଖାବରୀ-ଏକତାଳିଜାଣିବୁ ରେ, ଦମ୍ଭେ ହାଣିବୁ ରେ। ଘୋଷା ।ଜବାଜିତ ଅଧରୀ-ଅଭିସାରକୁ କରିମଦନେ ମତ୍ତ-କରିରାଜ ଗମନ ହରି। ୧ ।ଜଳର ରମ୍ୟ ମୁଖୀ-ସ୍ମିତ ଅଧରେ ରଖିଭୂରୁ ଚାପରେ ସଖି ନେତ୍ରାନ୍ତ ଶର ଯୋଖି। ୨ ।ଜୀବେଶ ଅଙ୍କେ ଜଡ଼ି-ତୋର ଶ୍ରୀହସ୍ତ ବୁଡ଼ିବସିବା ପରି ବୁଡ଼ି-ନିବିଡ଼ ବନ୍ଧେ ଭିଡ଼ି। ୩ ।ଯତନେ ନାସାମଣି-ତୁଲେ ନଚାଇ ବେଣୀକୁସୁମଧନୁ ପାଣି-ଭଣ୍ଡାରୁ ରସ ଛାଣି। ୪ ।ଜଗଦ୍ଦେବ ଯେ ଭାଷି-ଭଲେ ତନୁରେ ମିଶିସଖି ତୁ ଆଜ ନିଶି-ନବ ସୁରତେ ରସି। ୫ ।(୮) ଜଳଜ-ପଦ୍ମ । କୁସୁମଧନୁ-କନ୍ଦର୍ପ ।
(୯)
ସଖୀରାଗ-କାମୋଦୀ-ଆଦିତାଳଝୁରୁଥିବ ସେ କାମ ଅମଳ ବଶେ ଶ୍ୟାମସୁମରି ତୋର ମୁଖ ଶଶୀକି ରେ। ଘୋଷା ।ଝମ ଝମ ବାଜିବା-ଭୂଷଣ ରାଜି ଜବା-ଅଧରା ସମରପ ସଖୀକି ରେ। ୧ ।ଝସକେତନ ଶର-କରୁଥିବ ପ୍ରହାରମରମେ ନିକୁଞ୍ଜବିଳାସୀକି ରେ। ୨ ।ଝରା ସଜାଡ଼ି ରଖି ଅଛି ରେ ପ୍ରିୟସଖି !ଗଭା ଉପରେ ଦେବି ଖୋସିକି ରେ। ୩ ।ଝୀନବସନା କାନ୍ତ-ପାଶ ତେଜି ଏମନ୍ତସମୟ ଏକାନ୍ତରେ ବସି କି ରେ ?। ୪ ।ଝଟତି ଆସ ଭାଷେ-ଜଗଦ୍ଦେବ ହରଷେପ୍ରିୟାପାଶେ ପୁହାଅ ନିଶୀକି ରେ। ୫ ।(୯) ଝସକେତନ-କନ୍ଦର୍ପ । ନିକୁଞ୍ଜବିଳାସୀକି-ଶ୍ରୀକୃଷ୍ଣଙ୍କୁ ।
(୧୦)
ସଖୀରାଗ-ପୁନ୍ନାଗ-ଯତିଆସ ଆସ ସଖି, ଯିବା ବାସକୁ ଗୋ। ଘୋଷା ।ଆଉ ରହିଲେ ଏ ବନେ ଅସତୀ ବୋଲିଟି ଜନେଅବଶ୍ୟ କରିବେ ଉପହାସକୁ ଗୋ। ୧ ।ଅଖିଳ ଲାବଣ୍ୟଶୀରି ଆଉ କି ଆସିବେ ହରିଅରୁଣ ଭଜିଲା ପରକାଶକୁ ଗୋ। ୨ ।ଆମ୍ଭ ଅବସ୍ଥା ସଜନୀ ଆଗରେ ରଖି ପଦ୍ମିନୀଅଧରେ ଧରିଛି ଦରହାସକୁ ଗୋ। ୩ ।ଆନ ନାଗରୀକୁ ଧରି ଆରମ୍ଭିଲେ ନିଶ୍ଚେ ହରିଅନଙ୍ଗ ରଙ୍ଗରେ ଅଭିଳାଷକୁ ଗୋ। ୪ ।ଆର୍ତ୍ତି କରେ ଜଗଦ୍ଦେବ ଆଉ କି ସତେ ଆସିବଅଭିନବ କୁଞ୍ଜବନ ରାଶକୁ ଗୋ। ୫ ।(୧୦) ଅରୁଣ ଭଜିଲା ପରକାଶକୁ-ପ୍ରଭାତ ହେଲା । ଆର୍ତ୍ତି-ଦୁଃଖ ।
(୧୧)
ରାଧାରାଗ-ତୋଡ଼ି ଜଙ୍ଗଲା-ନିଃସାରୁ ତାଳଟାଳିଲା କି ମୋ ସୁଖ ମୂଳକୁଚନ୍ଦ୍ରମୁଖି ରସି ରହିଲେ କାହା ପାଶେ। ଘୋଷା ।ଟଙ୍କାରି ସ୍ମରଶର, ବିନ୍ଧେ ମରମେ ମୋରବାରବାର ଅତି ନିରାଶେ। ୧ ।ଟେକାଇ ଶୁଭାଙ୍ଗିନୀ, ଚନ୍ଦ୍ରକୂଳେ ସଙ୍ଗିନୀରମିଲା ଶ୍ୟାମରେ ହରଷେ। ୨ ।ଟିକିଏ ନାହିଁ ଦୋଷ, କାହିଁକି ଧରି ରୋଷହରି ନଇଲେ ମୋର ପାଶେ। ୩ ।ଟାଣି ନେଇ ମୋ ମତି, ଆନ ରାମାରେ ପ୍ରୀତି-କଲେ ଶ୍ରୀ ଜଗଦ୍ଦେବ ଭାଷେ। ୪ ।(୧୧) ଟାଳିଲା-ନଷ୍ଟ କଲା । ସ୍ମରଣର-କନ୍ଦର୍ପବାଣ ।
(୧୨)
ରାଧାରାଗ-ପୂରବୀ-ଏକତାଳିଠଉରିବି ମୁଁ କିପରି ଆଗୋ ସୁନାଗୋରୀ,ଠକପର ତ ମୋଠାରେ ଆଚରିଲେ ହରି। ଘୋଷା ।ଠ ବର୍ତ୍ତୁଳ ଚନ୍ଦ୍ରମା ମଣ୍ଡଳ ଦେଖ ସଖିହୃଦୟ ଦମ୍ଭକୁ ମୋର ଦେଉ ନାହିଁ ରଖି। ୧ ।ଠୁଳହୋଇ ପୁଷ୍ପଙ୍କରେ ମଧୁକର କୁଳମଧୁର ବିନାଦେ ମୋତେ କରନ୍ତି ଆକୁଳ। ୨ ।ଠାବେ ଠାବେ ମନୋହର କୁସୁମିତ କୁଞ୍ଜକରାଉଛି ମୋହୋ ମୋହ ବିକଶି ନୀରଜ। ୩ ।ଠିକ କହି ପ୍ରିୟ ସଜନୀରେ ପିକଶ୍ରେଣୀଦହଇ ମୋ ହୃଦ ଶୀରି ଜଗଦ୍ଦେବ ଭଣି। ୪ ।(୧୨) ଦମ୍ଭ-ଧୈର୍ଯ୍ୟ । ନୀରଜ-ପଦ୍ମ ।
(୧୩)
ସଖୀରାଗ-କାମୋଦୀ-ଏକତାଳିଡାକେ ସଖୀ ନ ଶୁଣେ ଶ୍ୟାମ କାହିଁକି ?ଡାକିମଧ୍ୟାରେ ଆଉ ମନେ ନାହିଁ କି। ଘୋଷା ।ଡରିବୁଁ ବୋଲି ଆମ୍ଭେ, ଲୁଚି ତ ସିନା ତୁମ୍ଭେଆମ୍ଭର ଦମ୍ଭ ବିଡ଼ିବାର ପାଇଁକି। ୧ ।ଡାଳିମ୍ବ ସୁଦଶନା, ଡରିବ ତୁଚ୍ଛା ସିନାଡରେ ଘରେ ଯେ ଦେଖି ନିଜ ଛାଇକି। ୨ ।ଡକାଇ ଏତେ ସରି, କରୁଛି ଯାହା ହରିକାଲି ପାରିବ ସଖୀ ମୁଖ ଚାହିଁ କି। ୩ ।ଡମ୍ବରୁମଧ୍ୟା ଯେବେ, ମାନିନୀ ହେବ ତେବେଜଗଦ୍ଦେବ ପାରିବ ସମଝାଇ କି। ୪ ।(୧୩) ଡାକିମଧ୍ୟା-ଡମ୍ବରୁ ମଝି ଭଳି ସରୁ କଟୀବିଶିଷ୍ଟା ରାଧା ।
(୧୪)
ରାଧାରାଗ-କେଦାର-ତ୍ରିପଟାଢାଳେ ଜୀବନ ନେବ ସ୍ମର ହଟିଲା ରେ। ଘୋଷା ।ଢକ୍କା ବାଜିବ ଟି ବ୍ରଜେ, ଅସତୀ ବୋଲି ସହଜେପ୍ରାଚୀଠଉଁ ଅନ୍ଧକାର ତୁଟିଲା ରେ। ୧ ।ଢୋକିବାକୁ ବିଷ ଚିତ୍ତ, ହେଉଛି ରେ ପ୍ରାଣମିତଦେଖ ଅରବିନ୍ଦ ଜଳେ ଫୁଟିଲା ରେ। ୨ ।ଢାଳିଦେଇ ମୋର ମୋଦ, ନୀର ଘଟକୁ ବିପଦମହାଭୟପ୍ରଦ ହୋଇ ଘୋଟିଲା ରେ। ୩ ।ଢଳ ପଡ଼ିବି ଏଥର, ଭାଷେ ଜଗଦ୍ଦେବ ଗିରଶଠ ପଣ କରି ଶ୍ୟାମ ଜୁଟିଲା ରେ। ୪ ।(୧୪) ଢାଳେ-ସହଜରେ ବା ଅବଲୀଳା କ୍ରମେ । ମୋଦନୀର-ଆନନ୍ଦଜଳ ।
(୧୫)
ରାଧାଙ୍କ ପ୍ରତୀ ସଖୀରାଗ-କେଦାର-ରୂପକତାଳଆଜି ରାଜି ରାସେ କର ରେ। ଘୋଷା ।ଅତସୀ ଶ୍ୟାମ, ହେଉ ସକାମପିଇ ତୋ ଚାରୁ ବିମ୍ବାଧର ରେ। ୧ ।ଅନଙ୍ଗାହତେ, ପ୍ରିୟ ହୃଦାନ୍ତେଖେଳୁ ତୋ ମଣିମୟ ହାର ରେ। ୨ ।ଆନନ୍ଦଭର, କରୁ କାନ୍ତରତୋ ଘନ ପୀନ ପୟୋଧର ରେ। ୩ ।ଆରେ କିଶୋରୀ, ହେଉ ସେ ହରିତୋ ମୁଖଚନ୍ଦ୍ର ଚକୋର ରେ। ୪ ।ଅତି ହରଷେ, ଭାବାତିବଶେଭାଇଷ ଜଗଦ୍ଦେବ ଗିର ରେ। ୫ ।(୧୫) ଅନଙ୍ଗାହତେ-ରତିକ୍ରୀଡ଼ାରେ ।
(୧୬)
ଶ୍ରୀକୃଷ୍ଣଙ୍କପ୍ରତି ସଖୀରାଗ-ଝିଂଝୋଟି-ଆଦିତାଳତମାଳ ନୀଳତନୁତାପ ନ ଯାଏ ମୋ ସଖୀ ମନୁଁ ହେ। ଘୋଷା ।ତରଣୀଜାତଟ ବନୁ ତୁମ୍ଭଙ୍କୁ ଶ୍ରୀହରିଖୋଜି ଖୋଜି ହରିଣାକ୍ଷୀ ଫେରିଯିବା ଦିନୁ। ୧ ।ତରଳ ନୟନୁ ତେଜୁଅଛି ନିରନ୍ତରେନୀରଧାର ବରଷିଲା ପରି ଘନୁ। ୨ ।ତୀକ୍ଷଣ ବାଣ ଅତନୁ ତାମରସମୁଖୀ-ମରମକୁ ଯୋଖି ବିନ୍ଧେ ଫୁଲଧନୁ। ୩ ।ତାପ ଦିଅ ହିମଭାନୁ ତନୁରେ ଫୋଟକା-ହେଉଅଛି ଏକା ଘନସାର ବିଲେପନୁ। ୪ ।ତୁମ୍ଭ ଅବଲୋକନୁ ଭାଷେ ଜଗଦ୍ଦେବତା’ର ପ୍ରାଣ ଯିବ ଶ୍ରୀଅଙ୍ଗଟି ହେଲା ତନୁ। ୫ ।(୧୬) ତରଣୀଜାତଟ-ଯମୁନାକୂଳ । ତାମରସମୁଖୀ-ପଦ୍ମମୁଖୀ । ହିମଭାନୁ-ଚନ୍ଦ୍ର ।
(୧୭)
ସଖୀ ପ୍ରତି ଶ୍ରୀକୃଷ୍ଣରାଗ-ତୋଡ଼ି-ଆଠତାଳିଥିଲେ ଅପରାଧ ମୋର,ଥରେ କ୍ଷମା ନ କରିବ କି ସେ ରାମାବର। ଘୋଷା ।ଥଳ କମଳ ବିଜୟୀ ଚରଣେ ମୁଁ ତା’ରଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର। ୧ ।ଥିବି ଖଟି ପାଶେ ତା’ର ମରଜିକି ଜାଣିକଲେ ଅନୁକମ୍ପା ମୋରେ ସୁରସିକାମଣି। ୨ ।ଥାଉ ବା ନ ଥାଉ ମୋହୋଠାରେ ତା’ କରୁଣାମୋ ମନରେ ଭାବିଛି ତ ମୁଁ ତାହାର କିଣା। ୩ ।ଥିର ଗମନାକୁ ମୋର ହୃଦୟେ ହାର-କରିବାକୁ ସହଚରୀ ଉପାୟ ବିଚାର। ୪ ।ଥାଏ ଯା’ ମୋଠାରେ ସଖି ଚିତ୍ତେ ଦୟା ତୋରକହିବାକୁ ଅଛି କିସ ଜଗଦ୍ଦେବଙ୍କର। ୫ ।(୧୭) ଲାକ୍ଷା-ଅଳତା ।
(୧୮)
ଶ୍ରୀକୃଷ୍ଣରାଗ-ପୂରବୀ-ଏକତାଳିଦୟା ନ କଲେହେଁ ଦାରୁଣ ହୃଦୟେ ସେହିଯେତେ ଯେତେ ଦୁଃଖ ପୂର୍ଣ୍ଣଚନ୍ଦ୍ର ମୁଖ ପାଶରୋବି ସଖି କେହି। ଘୋଷା ।ଦଳିତ ଅଞ୍ଜନ-ଗଞ୍ଜନକେଶୀକି ଜଗି ନିତି ତା’ ମରଜିଦୟିନୀ କରି ମୁଁ କେତେ ଆୟାସରେ କରାଇଥିଲିଟି ରାଜି। ୧ ।ଦ୍ୟୁମଣିତନୟା ତଟର ନିକଟ ନିକୁଞ୍ଜ ସଙ୍କେତ କରିଦର ବିକଶିତ ଅରବିନ୍ଦ ହେବାଯାଏ ଜଗିଲା କିଶୋରୀ। ୨ ।ଦେଇ ବିସୋରି କହିବା ଗିର କେଉଁ କିଶୋରୀ ସଙ୍ଗତେ ରସିଦୋଷ ବିନା ଦୁଃଖୀ କରାଇ ମୋ ସଖୀ ଦିବ୍ୟବେଶ କରେ ବାସି। ୩ ।ଦିଶୁ ନାହିଁ ମୋତେ ଉପାୟ କିଞ୍ଚିତେ ଶ୍ରୀହରିଚନ୍ଦନ ଭାଷେଦୁଃଖ ସହଚରୀ ଚିତ୍ତେ ଅଛି ପୂରି ନ କହିବି ତାର ପାଶେ। ୪ ।(୧୮) ଦ୍ୟୁମଣିତନୟା-ସୂର୍ଯ୍ୟକନ୍ୟା ଯମୁନା । ବିସୋରି-ପାସୋରି ।
(୧୯)
ସଖୀ ପ୍ରତି ଶ୍ରୀକୃଷ୍ଣରାଗ-ବଙ୍ଗଳାଶ୍ରୀ-ଏକତାଳିଧରଣୀ-ମଣ୍ଡନାକୁ ତୁ କହ ସହଚରୀ ଗୋଧୀରା ମୋଠାରେ ନିରାଶ ନ କରିବା ପରି ଗୋ। ଘୋଷା ।ଧଇଲେ ହେଲେହେଁ କଣ୍ଠତଟରେ ଜୀବିତ ଗୋଚିର ତୃଷାତୁରେ ସେ ଅସ୍ଥିର କରି ଚିତ୍ତ ଗୋଧରାଧର ଅଭିନବ ଉଦକଧାରା ପାନ ବୀହିନରେ ଚାତକଧରା ସରିଲେ କି ହୁଏ ଉତ୍ସୁକ–ବିଚକ୍ଷଣୀ କି ନ କରେ ବିବେକ ଗୋ। ୧ ।ଧର କି ବିନା ଇନ୍ଦୁ କୁମୁଦ ଆନନ୍ଦ ଗୋପ୍ରଭାକର ବିନା ବିକାଶେ କି ଅରବିନ୍ଦ ଗୋ,ବରହୀ କି ନବ ଉଦୟ ଘନବିହୀନେ ନଚାଇ ପାରେ କି ଆନସେପରିରେ ସେ କିଶୋରି ରତନ-ବିହୀନେ ଆନେ ରସେ କି ମୋ ମନ ଗୋ। ୨ ।ଧରାଶୋଭିନୀ ମୋଠାରୁ ତେଜିଲେ କୃପାକୁ ଗୋଧରି ପାରିବି ପିଣ୍ଡେ ପରାଣ କିପ୍ରତି ଆଶା କରି ଶଶ ଶଶୀକିତେଜିବାର ଯିବ ଆଜ ସରିକି,ବହି ତାକୁ ବିଧୁ ଦେଲା କଳଙ୍କିନ ଭାବେ କି ସେ ତ ଅଟେ ବିବେକୀ ଗୋ। ୩ ।ଧରାରେ ତା’ ସମ ନାହିଁ ବିଚକ୍ଷଣା ପଣେ ଗୋକିଁପା ମୋରେ ମାନ କରିଅଛି ଅକାରଣେ ଗୋନବଘନେ ବିଦ୍ୟୁଲତା ସଦୃଶେ,ବିଳସ ମୋ ଅଙ୍ଗେ ଅତି ହରଷେଦେଖ ବସନ୍ତ ଶୋଭା ପରାକଶେସପ୍ରେମରେ ହରିଚନ୍ଦନ ଭାଷେ। ୪ ।(୧୯) ଧରାଧର-ପର୍ବତ । ଉଦକ-ଜଳ । ବରହୀ-ମୟୂର । ଶଶ-ଶଶା, ଶଶୀକି-ଚନ୍ଦ୍ରକୁ ।
(୨୦)
ସଖୀ ପ୍ରତି ଶ୍ରୀକୃଷ୍ଣରାଗ-ପିଲୁ-ଝମ୍ପାନାହିଁ ନ କର ନୀରଜ ମୁଖୀ ରେ। ଘୋଷା ।ନ ପାରି ମୁଁ ପାଶୋରି, ନିରତେ ସେ କିଶୋରୀ-ମୂରତୀ ନେତ୍ରେ ଅଛି ରଖି ରେ। ୧ ।ନବ ନାଗରୀ ମୋର, ନୋହିଲେ ହୃଦେ ହାରଦେବି ମୁଁ ଜୀବନ ଉପେକ୍ଷି ରେ। ୨ ।ନିର୍ଦ୍ଦୟ ପାପ ସ୍ମର, ସିନ୍ଧି ବିନ୍ଧଇ ଶରନିରତେ ମରମକୁ ଜୋଖି ରେ। ୩ ।ନବୀନା ରେ ବିନୟ, -କରି ଏବେ ହୃଦୟଆଣିଦିଅ ତୋ ପ୍ରିୟସଖୀ ରେ। ୪ ।ନାହିଁ ତ ମୋର ଆନ, ନାଗରୀ ରସେ ମନଏଥକୁ ଜଗଦ୍ଦେବ ସାକ୍ଷୀ ରେ। ୫ ।(୨୦) ନୀରଜମୁଖୀ-ପଦ୍ମମୁଖୀ । ଉପେକ୍ଷି-ତ୍ୟାଗ କରି ।
(୨୧)
ଶ୍ରୀକୃଷ୍ଣଙ୍କ ପ୍ରତି ସଖୀରାଗ-ବିଭାସ-ଏକତାଳିପ୍ରୀତି କରି କାହାପାଶେ ପୁହାଇଲ ନିଶା ତୋଷେ। ଘୋଷା ।ପରିଣତ ବିମ୍ବ ଅଧରେ କାହାର ରଦନ କ୍ଷତ ବିକାଶେପଲ୍ଲବ-ବିଜୟୀ-କର କାହା କୁଚ କୁଙ୍କୁମେ ଅଙ୍କିତ ଦିଶେ। ୧ ।ପଡ଼ି କା’ ଚରଣେ ଶିଖଣ୍ଡ ମୁକୁଟ ରଙ୍ଗ କଲ ଲାକ୍ଷା ରସେପରିରମ୍ଭ କଲ କାହାର ବଳୟ-ଚିହ୍ନ ଦିଶେ ବେନିପାଶେ। ୨ ।ପାଲଟ କରି କେଉଁ ସହଚରୀର ଚିତ୍ତକୁ ସମ୍ଭ୍ରମେ ବାସେପିନ୍ଧିଅଛ ନିଜ କଟିତଟେ ଆଜ ଚାହଁ କି ସୁନ୍ଦର ଦିଶେ। ୩ ।ପାନବୋଳ ଗଣ୍ଡେ, ଲଲାଟେ ସିନ୍ଦୂର ଲାଗି ତ ଅଛି ବିଶେଷେପରୁଆ ନ କର ଚିତ୍ତରେ ତୁମ୍ଭର ଜନାପବାଦକୁ ଲେଶେ। ୪ ।ପ୍ରତି ଅଙ୍ଗ ଯାକ କି ଶୋଭା ଦିଶଇ କରଜ-କ୍ଷତ ବିଳାସେପ୍ରେମଭରେ ହରିଚନ୍ଦନ ଭାବଇ ସେ ରୂପ ନିଜ ମାନସେ। ୫ ।(୨୧) ରଦନ-ଦନ୍ତ । ପରିମ୍ଭର-ଆଲିଙ୍ଗନ । ବଳୟ-ବଳା । ପରୁଆ-ଖାତିର ବା ଭୟ ।
(୨୨)
ସଖୀପ୍ରତି ଶ୍ରୀକୃଷ୍ଣରାଗ-ନଟ-ଏକତାଳିଫୁଲଶରେ ନ ଯା’ ମୋତେ ସୁକୁମାରୀ ମାରି ରେ। ଘୋଷା ।ଫେଡ଼ି କହୁଛି ମୁଁ ସତେ, ଘେନ ମୋ ବିନୟ ଚିତ୍ତେବଚନେ ନ ପାରି ତୋତେ, ରହିଲି ମୁଁ ହାରି ରେ। ୧ ।ଫିଟାଇ ସଜନୀ ମାନ-ଗ୍ରନ୍ଥିକି ରାମାରତନମୋତେ ଏ ବିପଦୁଁ ବେଗେ ନିଅ ତୁ ଉଦ୍ଧରି ରେ। ୨ ।ଫନ୍ଦା କରିଛି ମୁଁ ତୋତେ, ନାହିଁ ତୋ ବିନା ଜଗତେମୋତେ କାମ ପାରାବାରୁ, କରିବାକୁ ପାରିରେ। ୩ ।ଫୁଟାଇ ନ ଦେଇ ତମ,-ବାଣୀରେ ମୋର ମରମଦେଖାଅ ସଖୀକି ବାରେ ଉପାୟ ବିଚାରି ରେ। ୪ ।ଫରମାସ ଆଜି ବେଶେ, ଶ୍ରୀ ହରିଚନ୍ଦନ ଭାଷେଶରଣ କେ ଅଛି ମୋର ବିନା ରେ ମୋ ତୋହରି। ୫ ।(୨୨) ପାରାବାରୁ-ସମୁଦ୍ରରୁ । ତମବାଣୀରେ-ନିରାଶ କଥାରେ ।
(୨୩)
ରାଧାଙ୍କ ପ୍ରତି ସଖୀରାଗ-କଲ୍ୟାଣ-ଆଦିତାଳବିମ୍ବାଧରୀ, ବସି କୁଞ୍ଜେ ଲୋଡ଼େ ତୋତେ ହରି। ଘୋଷା ।ବିଷପରି ମଣେ ଶ୍ରୀଅଙ୍ଗ ସୁବେଶବିଷଧର ପରି ଛାଡ଼ଇ ନିଃଶ୍ୱାସ,ବିଧୁ କିରଣରୁ ହୁଡ଼ୁଅଛି ତ୍ରାସପ୍ରଭାକର ପ୍ରଭାପରି। ୧ ।ବଳି ପଡ଼ିଲାଣି ବିରହ ସନ୍ତାପବିକଳେ ଭାବୁଛି ତୋହର ସ୍ୱରୂପବରଜ ତା’ ଠାରେ କରିଥିବା କୋପବାରେ କରୁଣାକୁ ଧରି। ୨ ।ବିଞ୍ଚି ଜାତୀ ଶେଯେ ସୁଧାକର ରଜବାସନ୍ତୀକ ପୁଷ୍ପେ ମଣ୍ଡୁଁ କେଳିକୁଞ୍ଜବିନ୍ଧୁଅଛି ତାକୁ ଶର ମନସିଜବିଶେଷରେ କୋପ ଧରି। ୩ ।‘ବେଗେ ଆସ ଆସ ଆସ ରେ କିଶୋରି !ବିହର ମୋ ସଙ୍ଗେ ବୃନ୍ଦାବନ ହେରି’ବୋଲି ଡାକୁଅଛି ଶୁଣ ସୁକୁମାରୀବଂଶୀ ତୋ ନାମକୁ ଧରି। ୪ ।ବୋଲେ ଜଗଦ୍ଦେବ ତେଜ ସଖି ମାନବ୍ରଜକିଶୋର ତୋ ଚରଣ ମଣ୍ଡନବାଜିବା ନୂପୁର ଶବଦକୁ କର୍ଣ୍ଣ-ବେନି ଏକା ଅଛି ଡେରି। ୫ ।(୨୩) ବିଷଧର-ସାପ । ହୁଡ଼ୁଅଛି-ଭୁଲ୍ କରୁଛି । ତ୍ରାସ-ଭୟ । ବରଜ-ତ୍ୟାଗ କର । ଜାତୀ-ଜାଈ ଫୁଲ । ସୁଧାକର-ରଜ-କର୍ପୂର ଚୂର୍ଣ୍ଣ ।
(୨୪)
ରାଧାଙ୍କପ୍ରତି ସଖୀରାଗ-କେଦାର-ଝୂଲାଭୁଲନା ସଖି ତୁ ତା’ ଗିରେଭଲ ନୁହେଁ ପ୍ରୀତି ଶ୍ୟାମ ସଙ୍ଗରେ। ଘୋଷା ।ଭ୍ରମିଗଲି ସିନା ସଜନୀ, କପଟ ବାଣୀ ସତିକରି ମଣିକରୁ ପଛେ ବଂଶୀଧ୍ୱନି,ନ କହି ସହି, ରହ ହୋଇ ତୁନି। ୧ ।ଭୀତି ନାହିଁ ମଦନଶରେ, ଆଉ କ୍ଷଣ-ଭାବକୁ ମୁଁ ନ ପାରେବିଡ଼ିଲୁ ତ ତା’ ଚିତ୍ତ ବାରେ,ରଖିଅଛି ହୃଦେ ବରି ମୁଁ ଗାରେ। ୨ ।ଭାବବଶେ ଯାହାର ପାଶେ, କାଲି ରହିଲା ସେ ବିସୋରି ବାସେସଙ୍ଗେ ତାର ସୁରତ ରସେମାତୁ ଯା’ ତୁ କହିଦିଅ ସରସେ। ୩ ।ଭୃଙ୍ଗପରି ଶ୍ୟାମ ସ୍ୱଭାବ, ନେବ କୁଳବଧୂଙ୍କର ସେ ଜୀବନିଶ୍ଚୟ ମୋ କଥାକୁ ଭାବଭଣେ ହରିଚନ୍ଦନ ଜଗଦ୍ଦେବ। ୪ ।(୨୪) କ୍ଷଣଭାବକୁ-ସୁଯୋଗକୁ । ଭୃଙ୍ଗ-ଭ୍ରମର ।
(୨୫)
ରାଧାଙ୍କପ୍ରତି ସଖୀରାଗ-କାମୋଦୀ-ଏକତାଳିମରଜିକି ଚାହିଁ ତୋର ନିଶ୍ଚେ ନାହିଁ କଲିଟି। ଘୋଷା ।ମଦନରୁ ମନୋହର-ଅଟେ ଶ୍ୟାମ କଳେବରଦେଖି ସଖି, ତୁ ଅବଶ୍ୟ ପଛେ ଯିବୁ ଭୁଲିଟି। ୧ ।ମାନ ନ ରହିବ ତୋର- ନାଚିବ ଯେବେ ତାହାରନାଗରୀଙ୍କ ଧୃତି ହର ଚାରୁ ଚିଲ୍ଲୀ-ବଲ୍ଲୀଟି। ୨ ।ମହା ଅବିବେକୀ ପରି-ତୋ ବୋଲରେ ନ ବିଚାରିସୁକୃତ ପ୍ରାପତ ନିଧି ପାଦେ ଫିଙ୍ଗି ଦେଲିଟି। ୩ ।ମାନେ କରିବୁ ନିଷେଧ-ପଛେ ନୋହିବ ସେ ବୋଧଯେବେ ବୁଡ଼ିଲେ ତୁ କାମସିନ୍ଧୁରେ ମୁଁ ମଲିଟି। ୪ ।ମନମୋହନ ମନ୍ତର-ଭାଷେ ଜଗଦ୍ଦେବ ଗିରତା’ ର ଲୀଳାରେ ଡୋଳାକୁ ଖେଳାଇ ମୁଁ ଦେଲିଟି। ୫ ।(୨୫) ଚିଲ୍ଲିବଲ୍ଲୀ-ଭୂରୁ ଲତା । ଡୋଳାକୁ ଖେଳାଇ-ଭଲ ରୂପେ ଦେଖି ।
(୨୬)
ଶ୍ରୀକୃଷ୍ଣଙ୍କପ୍ରତି ସଖୀରାଗ-କାମୋଦୀ-ଆଠତାଳିଯଥାର୍ଥ କରି ଶ୍ୟାମ କହୁଛି ହେ,ଜେମାର ଅଙ୍ଗୀକାର ନୋହୁଛି ହେ। ଘୋଷା ।ଯାମକୁ ଯାମ ତାମରସ-ନେତ୍ରାକୁ କାମବିନ୍ଧି ମରମେ ଶର ମୋହୁଛି ହେ ।ତେମନ୍ତେ ହେଲେ ଯାହା କରିଅଛି ସୁଦେହା-ଚିତ୍ତେ ନିବିଡ଼େ ଶଙ୍କା ରହିଛି ହେ। ୧ ।ଯତ୍ନ କଲେ ନ ରହି ନିରତେ ପ୍ରିୟସହୀ-ନୟନୁ ଅଶ୍ରୁଧାରା ବହୁଛି ହେଯାବକ ଚିତ୍ର ଚାରୁ ଚରଣ ପଙ୍କଜରୁପଡ଼ିବା ପ୍ରବାହରେ ଧୋଉଛି ହେ। ୨ ।ଯାବତ ସୁବିନୟ କହିଲେ ସୁଁ ସଦୟନ କରି ତୁନି ହୋଇ ରହିଛି ହେନବ ନଳିନୀ ଦଳେ ପହଡ଼ିଛି ବିକଳେନିଃଶ୍ୱାସ ମାତ୍ର ତାର ବହୁଛି ହେ। ୩ ।ଯାମିନୀଶ, ବସନ୍ତ, ମଧୁପ, ପରଭୃତରୁତଜାତ ସନ୍ତାପ ସହୁଛି ହେନବ ପଲ୍ଲବ କରେ ଅବିରତେ ଶୋକରେଚାରୁ ଖଣ୍ଡମଣ୍ଡଳ ବହୁଛି ହେ। ୪ ।ଯାତନା ଦେଇ କୁମ୍ଭଜିତ-ସ୍ତନାକୁ ତୁମ୍ଭବିରହ ହୁତବହ ଦହୁଛି ହେଜଗଦ୍ଦେବ ଭାଷଇ ତାର ସହାୟ ହୋଇମଳୟ ଗନ୍ଧବହ ବହୁଛି ହେ। ୫ ।
(୨୬) ଯଥାର୍ଥେ କରି-ନିଶ୍ଚିତ ଭାବେ । ଯାମକୁ ଯାମ-ଘଡ଼ିକୁ ଘଡ଼ି । ନିରତେ-ସବୁବେଳେ । ଯାବକ-ଅଳତା । ଯାମିନୀଶ-ଚନ୍ଦ୍ର । ପରଭୃତ-କୋଇଲି । ରୁତ-କାକଳି । ହୁତବହ-ଅଗ୍ନି ।
(୨୭)
ଶ୍ରୀକୃଷ୍ଣଙ୍କପ୍ରତି ସଖୀରାଗ-ସ୍ମରଠ-ଝୁଲାରାଜି ନ କଲା ଆଜି ରମଣୀବରଏଣିକି ତୁମ୍ଭେ ତୁମ୍ଭ ଉପାୟ କର। ଘୋଷା ।ରୋଷ ତା’ ମନୁ ଯେବେ ପାରିବ ହରିଗମନ କର ଯହିଁ ଅଛି କିଶୋରୀ। ୧ ।ରାଧାର ମନେ ଅଛି ଦୁର୍ଜୟ ମାନପାରିଲେ ନାଶ, କହି ଚାଟୁ ବଚନ। ୨ ।ରସିକା ଆମ୍ଭ ବାଣୀ ସତ ନ ଘେନେଲଭିଛି ଯେଉଁ ତାପ ରଖିଛି ମନେ। ୩ ।ରାମା ତୁମ୍ଭର ପୂର୍ଣ୍ଣଚନ୍ଦ୍ର ବଦନଦେଖିଲେ ଅବା ମନୁ ତେଜିବ ମାନ। ୪ ।ରାଣକୁ ମୋର ହେଲେ ପ୍ରାଣ ସଙ୍ଗାତଭଣଇ ଜଗଦ୍ଦେବ ନ କଲା ସତ। ୫ ।(୨୭) ତାପ-ଦୁଃଖ । ରାଣକୁ-ଶପଥକୁ ।
(୨୮)
ରାଧାଙ୍କପ୍ରତି ଶ୍ରୀକୃଷ୍ଣରାଗ-ବିହାଗ-ଝୁଲାଲାବଣ୍ୟବତୀ ଲାଜ ଧରୁ ଆଜ ମତିରେ। ଘୋଷା ।ଲଳିତ-ଅଧରା ଲେଖୁ ନଖେ ଧରାଶରଦ ଚନ୍ଦ୍ରମା ମୁଖ ପୋତି ରେ। ୧ ।ଲେଖିବା ବିନୟ କଲୁ କି ହୃଦୟନବୀନା ତୋ ବିନା କେ ମୋ ଗତିରେ। ୨ ।ଲାଖ କରି ମାର ହୃଦୟକୁ ଶରବିନ୍ଧେ ଅତି କୋପେ ରତିପତି ରେ। ୩ ।ଲତା ରମ୍ୟକୁଞ୍ଜ ମଣ୍ଡ ପଦକୁଞ୍ଜଖଞ୍ଜନାକ୍ଷୀ ଘେନ ମୋ ବିନତିରେ। ୪ ।ଲିଭାଅ ବିରହ ଜାତ ହୁତବହଜଗଦ୍ଦେବ କହେ ଭାରତୀରେ। ୫ ।(୨୮) ରତିପତି-କନ୍ଦର୍ପ । ଭାରତୀ-ବିନୟ ଭକ୍ତି ।
(୨୯)
ରାଧାଙ୍କପ୍ରତି ଶ୍ରୀକୃଷ୍ଣରାଗ-ତୋଡ଼ି-ନିଃସାରୂ ତାଳବନ୍ଧୁ ମୋ ହୃଦୟ ହାରା-ବନ୍ଧୁକ ଚାରୁ ଅଧରାବିଅର୍ଥେ ନ କର ମାନ-ବିକାଶୁ ଚନ୍ଦ୍ରବଦନ। ଘୋଷା ।ବହଇ ମଳୟାନିଳ-ବିରହୀ ହୃଦ ଆକୁଳକରନ୍ତି ଅତି କୋମଳ-ଧ୍ୱନିରେ କୋକିଳକୁଳକିରଣରେ ଧରାତଳ-କରି କେଡ଼େ ସୁମଞ୍ଜୁଳଗଗନେ ହୋଇ ନିର୍ମଳ-ଉଦୟ ଚନ୍ଦ୍ରମଣ୍ଡଳ। ୧ ।ବନଜନୟନେ ବନ-ରଖି ରମଣୀ ରତନକର ପଲ୍ଲବେ ବଦନ-କମଳ କରି ଧିଆନନ କହୁ ମୋତେ ବଚନ-ଅଧର ସ୍ମିତ-ବିହୀନଆଜ ତ ଏଡ଼େ ବିମନ-କିପାଁ ରେ ଜୀବଜୀବନ। ୨ ।ବନ୍ଧୁ, ତୋ ଗୁମାନ ଆଜି-ଦେଖି ଧନୁର୍ଗୁଣ ମାଜିମରମକୁ ଖୋଜି ଖୋଜି-ବିନ୍ଧେ ସ୍ମର ଶରରାଜିମୋ ହୃଦରେ ଆଣ୍ଟେ ବାଜି-ଯିବା ସକାଶରୁ ମଜ୍ଜି-ଗଲାଣି ମୋ ଧୃତି ହଜି-ନୋହୁଛି ତୁ କିପାଁ ରାଜି। ୩ ।ବଦନ ଚାରୁ ଅମ୍ବୁଜ-କର ତୁ ପ୍ରସନ୍ନ ଆଜଦେଖି ପୂର୍ଣ୍ଣ ଦ୍ୱିଜରାଜ-ପାଉ ଅତିଶୟ ଲାଜମୋଠାରୁ ଗୁମାନ ତେଜ-ଆଭରଣେ ତନୁ ସାଜମୋର ଅଙ୍କରେ ବିରାଜ-ଭଣେ ବସୁଦୁର୍ଗ ରାଜ। ୪ ।(୨୯) ବନ୍ଧୁକ-ବଧୁଲି ଫୁଲ । ବନଜ ନୟନେ-ପଦ୍ମନେତ୍ରରେ । ବନ-ଲୋତକ । ଅମ୍ବୁଜ-ପଦ୍ମ । ଦ୍ୱିଜରାଜ-ଚନ୍ଦ୍ର । ବସୁଦୁର୍ଗ-ଆଠଗଡ଼ ।
(୩୦)
ସଖୀ ପ୍ରତି ରାଧାରାଗ-ବାହାର-ଏକତାଳିଶ୍ୟାମଳ ତନୁକୁ ପଚାର ରେ ସଖି। ଘୋଷା ।ସ୍ନେହ ଯେବେ ଥିଲା ଆନେ କିପାଁ ଆଉ ମୋତେ ଗୋ,କରାଉଥିଲେ ସେ ଅଭିସାର ଗୋ। ୧ ।ସଙ୍କେତ କରାଇ ସତେ କେଉଁ ରସିକାକୁ ଗୋ,କଲେ କଣ୍ଠେ ତପନୀୟ ହାର ଗୋ। ୨ ।ଶତ ଶପଥରେ ମୋତେ କରାଇଲେ ରାଜି ଗୋ,କଲେ କିଁପା ଏତେ ନାରଖାର ଗୋ। ୩ ।ସହଜେ ଅବଳା ମୁହିଁ ରଜନୀରେ ବନେ ଗୋକେ କରନ୍ତା ମୋତେ ପ୍ରତିକାର ଗୋ। ୪ ।ସପ୍ରେମରେ ଜଗଦ୍ଦେବ ଭାଷେ ବିନା ଦୋଷେ ଗୋକରାଇଲେ ଉର ଚିରହାର ଗୋ। ୫ ।(୩୦) ଶ୍ୟାମଳ ତନୁ-ଶ୍ରୀକୃଷ୍ଣ । ତପନୀୟ-ସୁନା । ଉର-ବକ୍ଷେଦେଶ ।
(୩୧)
ରାଧାଙ୍କପ୍ରତି ଶ୍ରୀକୃଷ୍ଣରାଗ-ଶାବେରୀ-ଝୁଲାସୁକୁମାରୀ ନୃପତିକୁମାରି ।ନ ଯା’ ମୋତେ ମାରି ରେ। ଘୋଷା ।ସୁର ମନୋହାରୀ-ମୋ ଅଙ୍କ ବିହାରିହୁଅ, ମନସିଜ-ରାଜ ଯାଉ ଆଜ ହାରି ରେ। ୧ ।ସୁଲଳିତ ବାରି,-ରୁହ ନେତ୍ରବାରିନିର୍ଝରକୁ ନ ଝରାଇ ଦିଅ ତୁ ନିବାରି ରେ। ୨ ।ସ୍ମରନଦୀ ପାରି, କରାଇ ଉଦ୍ଧାରିନ ନେଇ ତୁ ମୋତେ ରହୁ ଚିତ୍ତେ କି ବିଚାରି ରେ। ୩ ।ସିଞ୍ଚ କୃପାବାରି-ଶାୟକ ପ୍ରହାରିବୋଲେ ଜଗଦ୍ଦେବ ସ୍ମର ଦେହଟି ସଂହାରି ରେ। ୪ ।(୩୧) ମନସିଜ ରାଜ-କନ୍ଦର୍ପ ରାଜା । ସ୍ମରନଦୀ-କାମରୂପକ ନଦୀ । ଶାୟକ-ଶର ବା ବାଣ ।
(୩୨)
ରାଧାଙ୍କ ପ୍ରତି ସଖୀରାଗ-ମଙ୍ଗଳଗୁଜ୍ଜରୀ-ଆଦିତାଳସଖି, ନ ବସ ଗୋ ତୁ ଗୁମାନେ। ଘୋଷା ।ଶୁଣି ଶ୍ୟାମ ତୋର ବାଣୀ-ପ୍ରଣକଣ୍ଠତଟେ ଆଣିରଖିଲା ପରି ରେ ଦିଶେ ଅନୁମାନେ। ୧ ।ଶରଦଚନ୍ଦ୍ରମା ମୁଖୀ-କର ତୁ ଶ୍ୟାମକୁ ସୁଖୀଅଧର ମଧୁର ସୁଧା ରସପାନେ। ୨ ।ଶପତ କଲାଣି ବେଣୁ-ଛୁଇଁ ତ ନୀରଦତନୁମନେ ହେଲେ ନ ରସିବି ବୋଲି ଆନେ। ୩ ।ସହି ରେ ତୁ ଦୟାବତୀ,-ବୋଲାଇ ନିଷ୍ଠୁର ଅତି-ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ। ୪ ।ସହରଷେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁକର କରୁଣାକୁ ଦିବ୍ୟ ଅବଧାନେ। ୫ ।(୩୨) ନୀରଦତନୁ-ଶ୍ରୀକୃଷ୍ଣ ।
(୩୩)
ସଖୀରାଗ-ରାମକିରୀ-ଏକତାଳିହରି ପାଶରେ ସଜନୀ ଥାଉ ଗୋ ଆଜ ରଜନୀ। ଘୋଷା ।ହେଲାନି ସଖୀର ହାସ-ବଦନଚନ୍ଦ୍ର ପ୍ରକାଶତେଜିଲାଣି ଶ୍ୟାମରୋଷଏଠାରୁ ଗୋ ଯିବ ଆସ। ୧ ।ହଟିଛି ମଦନରାଜ-ବିନ୍ଧି ଶାୟକସମାଜନାଶିବାକୁ ସଖୀ ଲାଜ-କଲା କି ଗୋ ଧନୁସଜ। ୨ ।ହିମ ବିନା କମ୍ପେ ତନୁ- ସ୍ୱେଦ ସଖୀ ଅପଘନୁବହଇ ସନ୍ତାପ ବିନୁ-ନ ସ୍ଫୁରେ ବାଣୀ ବଦନୁ। ୩ ।ହେବାରୁ ସ୍ମର ଆୟତ୍ତ-ହେଲେ ହେଁ ପ୍ରିୟ ସଙ୍ଗାତଆମ୍ଭଙ୍କୁ ତେଜିବା ଚିତ୍ତ-କଲାନି ଗୋ ପ୍ରାଣମିତ। ୪ ।ହରଷରେ ରାମସୋମ-ଧରି ନିଜ ହୃଦେ ପ୍ରେମଭାବିଲାନି ଘନଶ୍ୟାମ,-ପଦ ଅଷ୍ଟଦୁର୍ଗ ଧାମ। ୫ ।(୩୩) ସମାଜ-ସମୂହ । ସ୍ୱେଦ-ଝାଳ । ରାମସୋମ-ରାମଚନ୍ଦ୍ର ।
(୩୪)
ରାଧାଙ୍କ ପ୍ରତି ସଖୀରାଗ-ତୋଡ଼ି ଜଙ୍ଗଲା-ରୂପକକ୍ଷୀରୋଦବାସ କରିଛି ସବୁ ପ୍ରକାଶ ରେ ସଙ୍ଗନୀ। ଘୋଷା ।କ୍ଷମା ନ କଲୁ ତ ଆମ୍ଭ ବୋଲେ ଶ୍ୟାମ ଦୋଷସେ ମାନ କତୁରୀ ଦେଲା କି ଚତୁରୀତା’ ଭୂରୁ ଭଙ୍ଗୀ ବିଳାସ ରେ। ୧ ।କ୍ଷମ ନିକି ତୋତେ ଆମ୍ଭେ କରିବାକୁ ତୋଷମୋହିଲା ତୋ ମନ ଛଡ଼ାଇ ଗୁମାନମୋହନ ସୁମନ୍ଦ ହାସ ରେ। ୨ ।କ୍ଷୋଭ ନାହିଁ ଆମ୍ଭଙ୍କୁ ଯା ତେଜାଇଲୁ ପାଶସଖି, ରଖି ତ ନ ପାରିଲୁ ଶ୍ରୀଅଙ୍ଗେଚିର ସଙ୍ଗୀ ନୀଳ ବାସ ରେ। ୩ ।କ୍ଷୀଣୋଦରୀ, ଶ୍ୟାମକୁ କଲୁ କି ନିଜ ଦାସପରବ ଚନ୍ଦ୍ର ଗରବ-ହର ମୁଖୀଆରମ୍ଭି ତ ଥିଲୁ ରାସ ରେ। ୪ ।କ୍ଷୀର ରଖି ନୀର ଉପେକ୍ଷିଲା ପରି ହଂସଭାଷେ ଜଗଦ୍ଦେବ ତୋ ଶ୍ରୀଅଙ୍ଗ ବନ୍ଧୁକଲା ଶ୍ୟାମ ରସ ଶେଷ ରେ। ୫ ।(୩୪) କ୍ଷୀରୋଦ ବାସ-ପାଟ ଲୁଗା । କତୁରୀ ଦେଲା-କାଟି ପକାଇଲା । ପରବଚନ୍ଦ୍ର-ପୂର୍ଣ୍ଣଚନ୍ଦ୍ର ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ