ପ୍ରସ୍ତାବ ସିନ୍ଧୁ
ଦୀନକୃଷ୍ଣ ଦାସ · ଭାଗ ୨ / ୩ · ଭାଗ ୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଲକ୍ଷେ ପାପକଲେ ଶରୀର ମନ୍ଦ ।କୋଟିଏ ପାପରେ ଲୋଚନ ଅନ୍ଧ ॥
ବେନିକୋଟି ପାପ ଅର୍ଜଇ ଯେବେ ।ପ୍ରାଣୀ ଅପୁତ୍ରିକ ହୁଅଇ ତେବେ ॥
ଲକ୍ଷ ଲକ୍ଷ ପାପ ଯାହାର ଥାଏ ।କୁଷ୍ଠରୋଗ ତାର ଦେହରେ ହୁଏ ॥
ନିର୍ଲ୍ଲୋଭୀ ପୁଣ୍ୟବାଂଲ୍ଲୋକେ ତସ୍ୟ ବୈକୁଣ୍ଠମାଶ୍ରମଂଧନୁଜ୍ୟାସନଜମ୍ବୁକ ଇବ ଲୋଭୀ ଭବେନ୍ନରଃ ।ପୁଣ୍ୟବନ୍ତକୁ ଯେ ବୈକୁଣ୍ଠେବାସ ।ପାପୀମାନେଯାନ୍ତି ଲୋଭରେ ନାଶ ॥
ଏକଥା ବିସ୍ତାରି କହିବା ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତରଶୁଣ ॥
କାଳାନ୍ତକ ନାମେ ଏକ ଶବର ।ଜନ୍ତୁମାରି ନିତ୍ୟେ ଭୋଜନ ତାର ॥
ଅନେକ ପାପ ସେ ଅର୍ଜିଲା ଯେଣୁ ।ମରଣ ପ୍ରାପତ ହୋଇଲା ତେଣୁ ॥
ଏକ ଦିନକରେ ସେ ଶସ୍ତ୍ରଧାରୀ ।ଜଳଘାଟକୁ ଗଲା ଜୀବମାରି ॥
ଧନୁରେ ନାରାଚ ପୂରାଇ ରୋଷେ ।ରହିଲା ବୃକ୍ଷ ଗୋଟାକର ପାଶେ ॥
ଏହି ସମୟେ ଶୂକର ଅଇଲା ।ତୃଷାର୍ତ୍ତ ହୋଇଣ ଜଳ ଖାଇଲା ॥
ତାହା ପାଶେ ପୁଣ ମୃଗେକ ଆସି ।ତୃଷାର୍ତ୍ତ ହୋଇଣ ଜଳରେ ପଶି ॥
ବରାହ ପାଖରେ ପିଉଛି ପାଣି ।ଶବର ନାରାଚ ବିନ୍ଦିଲା ଟାଣି ॥
ମୃଗ ଲକ୍ଷ୍ୟକରି ବିନ୍ଧନ୍ତେ ଶର ।ପଡ଼ିଲା ଯାଇଁ ବରାହ ଉପର ॥
ନାରାଚ ବାଜନ୍ତେ ବିକଳ ହୋଇ ।କୋପଭରେ ଦେଲା ମୃଗକୁ ଚାହିଁ ॥
ବୋଇଲା ଏଥେ କେହି ନାହାନ୍ତି ନା ।ଏହି ମୃଗ ମୋତେ ମାରିଲା ସିନା ॥
ଏତେବୋଲି ଦନ୍ତେ ପ୍ରହାର କରି ।ମୃଗକୁ ଶୂକର ଦେଲା ସଂହାରି ॥
ହରିଣକୁ ମାରି ବରାହ ମଲା ।ବିଧାତା ପୁରୁଷ ଏମନ୍ତ କଲା ॥
ଏଣେ ଯେ ଶବର ଥିଲାକ ବସି ।ସର୍ପ ଦଂଶିଲା ତା ଚରଣେ ଆସି ॥
ଧନୁଷି ଶବରଶ୍ଚୈବ ନଷ୍ଟ ସର୍ପ କୁବୁଦ୍ଧିନାବନାଦାଗତ୍ୟ ଦୁଷ୍ଟ୍ୱାତନ ଜମ୍ବୁକୋ ହର୍ଷମାଗତଃ ।ଦେଖି ଶବର ମନେ କଲା ତାପ ।ଧନୁବାଡ଼ି ଘେନି ପିଟିଲା ସାପ ॥
ସର୍ପହିଁ ମଲା ଶବରହିଁ ମଲା ।ଶୃଗାଳ ଗୋଟାଏ ବନୁ ଅଇଲା ॥
ମୃତ ଜନ୍ତୁକୁ ସେ ଦେଖିଲା ଯେଣୁ ।ମନରେ ହରଷ ଲଭିଲା ତେଣୁ ॥
ଏକମାସଂ ନରୋଯାତି ଦୌମାସୌ ମୃଗାଶୂକରୌଅପରେ ଦିନଂ ଯାତି ଅଦ୍ୟ ଭକ୍ଷ୍ୟୋ ଧନୁର୍ଗୁଣୋ ।ହୃଦରେ ଶୃଗାଳ କଲା ବିଚାର ।ବୋଇଲା ବଞ୍ଚିବି ଅନେକ କାଳ ॥
ଯେଉଁ ଶବ ଅଛନ୍ତି ମୃତହୋଇ ।ମାସକେ ବଞ୍ଚିବି ଏହାକୁ ଖାଇ ॥
ମୃଗ ଶୂକର ଯିବେ ବେନିମାସ ।ସର୍ପକୁ ଖାଇବି ଏକ ଦିବସ ॥
ମନରେ ବିଚାରି ବୋଲୁଛି ପୁଣ ।ଧନୁରେ ଲାଗିଛି ଚର୍ମର ଗୁଣ ॥
ଏହାକୁ ଭକ୍ଷିବି ଆଜକ ଯାଉ ।ସୁସଞ୍ଚ ପଦାର୍ଥ ପଛକୁ ଥାଉ ॥
ଲୁବ୍ଧେନ ଜମ୍ବୁକେନାଶୁ ଧନୁଷୋଽଗ୍ରସମୀପଗଂଗୁଣଂ ଭୁକ୍ତ୍ୱା ତୁ ତଚ୍ଛିନ୍ନେ ଉତ୍ତ୍ୟାଜ ପ୍ରାଣମଞ୍ଜୁଷା ।ଏତେ ବୋଲି ଗୁଣ ଟାଣନ୍ତେଧରି ।ଛିଡ଼ିଲା ସେ ଘୋର ଶବଦ କରି ॥
ଧନୁହୁଳ ଯାଇ ବସିଲା କଣ୍ଠେ ।ଶୃଗାଳ ବୋବାଳି ଛାଡ଼ିଲା ଆଣ୍ଟେ ॥
ଛଟପଟ ହୋଇ ଜୀବନ ଗଲା ।ବିଧାତା ବିଧାନ ଘଟନା ହେଲା ॥
ଅବଶ୍ୟ ଭାବିନୋ ଭାବ ଭାବନ୍ତି ମହତାଦପିଗଗ୍ନତ୍ୱଂ ନୀଳକଣ୍ଠସ୍ୟ ମହାଽହିଶୟନଂ ହରେ ।ଯହିଁ ଯାହାକୁ ଥାଏ ଯେଉଁ ଯୋଗ ।ମୃତ୍ୟୁ ଆଦିକରି ବନ୍ଧନ ଭୋଗ ॥
ଯାହାକୁ ଯହିଁରେ ପ୍ରାପତ ଶିରୀ ।କର୍ମ ନିଏ ତାକୁ ଗଳଥା ମାରି ॥
ଯାହାକୁ ଯହିଁ ଥାଏ ଦୁଃଖ କଷ୍ଟ ।ବିଧାତା ତହିଁକି କଢ଼ାଏ ବାଟ ॥
କର୍ମ ତହିଁକି ଅଧିକାରୀ ହୋଇ ।ବେକେ ହସ୍ତ ଦେଇ ଘେନିଣଯାଇ ॥
ଦେଖ ଦିଗମ୍ବର ଗିରିଜା ସାଇଁ ।ସର୍ପ ଆସନରେ ଶ୍ରୀହରି ଶୋଇ ॥
ତାଙ୍କୁ ବା ଅପୂର୍ବ କେବଣ କଥା ।ଅବଶ୍ୟ ଭାବିକି ନକଲେ ବୃଥା ॥
ଦୈବଂବଳମବଶ୍ୟଂ ତୁ ଭୁଞ୍ଜନ୍ତି ପ୍ରାଣିନଶ୍ଚିରଂ ।କର୍ତ୍ତ୍ୱ ତଦନଂଥା କୋଽଅପି ନ ଭବେପ୍ରାଣି ସଂକୁଳେ ॥
ଦଇବ ବୋଲିଣ ଅଛଇ ଜଣେ ।ତାହାକୁ ପଥର ଘରହିଁ କ୍ଷଣେ ॥
ସେ ଯେବେ ଅବଳ ହୋଇ ପ୍ରାଣୀଙ୍କି ।କେହି ତାହାକୁ ନ ପାରନ୍ତି ରଖି ॥
ଏଥକୁ ଅପ୍ରତେ ନକର ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତକୁ ଶୁଣ ॥
ମାତାପୁତ୍ରେ ବିଷଂ ଦଦ୍ୟାତ୍ପିତା ଚେଦ୍ବିକ୍ରୟେତ୍ ସୁତଂ ।ରାଜା ଚେଦ୍ଧରତେ ସର୍ବଂ ତତ୍ରକା ପରିବେଦନା ॥
ମାତା ଯେବେ ଦେବ ପୁତ୍ରକୁ ବିଷ ।କେବା ତାହାକୁ କରିପାରେ କିସ ॥
ପୁତ୍ରକୁ ଯେବେଟି ବିକିବ ବାବୁ ।ରାଜା ହୋଇ ଯେବା ହରିବ ସବୁ ॥
ଏ ଦୁଃଖ କାହାକୁ କହିବ ଯାଇଁ ।ଅଦୃଷ୍ଟ ବୋଲିଣ ଆଦରି ଥାଇ ॥
ଆବର କଥାଏ କରିବ ବୋଧ ।ଯେଉଁଦ୍ରବ୍ୟ ହୁଏ ଯେମନ୍ତ ଶୁଦ୍ଧ ॥
ଭସ୍ମନା ଶୁଦ୍ଧଂ କାଂସ୍ୟ ତାମ୍ର ଅମ୍ଲେନ ଶୁଦ୍ଧ୍ୟତେ ।ରଜସା ଶୁଦ୍ଧ୍ୟତେ ନାରୀ ନଦୀ ବେଗେନ ଶୁଦ୍ଧ୍ୟତେ ॥
ଭସ୍ମ ଘେନି କାଂସ୍ୟ ମାଜିଲେ ଭଲେ ।ତମ୍ବା ଶୁଦ୍ଧହୁଏ ଆମ୍ବିଳ ଦେଲେ ॥
ସ୍ତିରୀ ଶୁଦ୍ଧ ବୋଲି କେମନ୍ତ କହି ।ମାସକୁ ମାସ ରଜବତୀ ହୋଇ ॥
ନଦୀ ଶୁଦ୍ଧବୋଲି କେମନ୍ତେ ଜାଣି ।ବେଗହୋଇ ଯେବେ ବହଇ ପାଣି ॥
ସବୁ ନଦୀରେ ନ ଶୁଖଇ ଧାର ।ସେ ନଦୀ ପବିତ୍ର ବୋଲି ବିଚାର ॥
ବିଷବଦ୍ଜନୀ ଯାତ୍ରା ବିଷବ ଦ୍ରାଜସେବନଂ ।ବିଶ୍ୱାସୋ ଯୁବତୌ ତବ୍ଦବ୍ରେଗସଞ୍ଚୟନଂ ତଥାଃ ॥
ନିଶାରେ ଗମନ ଦୁର୍ଗମ କଥା ।ବିଷପ୍ରାୟ ମଣି ପାଇବ ବ୍ୟଥା ॥
ରାଜାକୁ ମନରେ ପାଇବ ଭୟ ।ତାହା ମଣିଥିବ ବିଷର ପ୍ରାୟ ॥
ସ୍ତିରୀଙ୍କି ବିଶ୍ୱାସ ନ ଯିବ କେହି ।ବିଷପ୍ରାୟ ମଣିଥିବଟି ତହିଁ ॥
ବ୍ୟାଧିର ଆଉ ନ ଥୋଇବଶେଷ ।ତାହା ମଣିଥିବ ଯେସନେ ବିଷ ॥
ଲାଳୟେତ୍ ପଞ୍ଚବର୍ଷାଣି ଦଶବର୍ଷାଣି ଡାଡ଼ୟେତ୍ସଂପ୍ରାପ୍ତୋ ଷୋଡ଼ଶେ ବର୍ଷେ ପୁତ୍ର ମିତ୍ର ବଦାଚରେତ୍ ।ବାଳୁତ ପୁଅଙ୍କ ଚରିତ ଆଞ୍ଚ ।ତାହାକୁ ପାଳିବ ବରଷ ପାଞ୍ଚ ॥
ଛଅ ବରଷରୁ ପନ୍ଦର ଯାଏ ।ଆକଟ କରିବ ବଇରୀ ପ୍ରାୟେ ॥
ଷୋଳ ବରଷ ପଶିଲେ ତେଣିକି ।ପୁତ୍ରେ ମିତ୍ର ସମ ବୁଝିବ ନିକି ॥
କହୁଥିବ ତାକୁ ମଧୁର ବାଣୀ ।ଯେମନ୍ତ ପ୍ରକାରେ ତାହାକୁ ଜିଣି ॥
କୁଟୁମ୍ବ ଭାରତା ଉପରେ ଦେବ ।ଆପଣେ ଅଲଗା ହୋଇ ରହିବ ॥
ତେବେ ସେ ପୁତ୍ରକୁ ଲାଗିବ ବ୍ୟଥା ।ଶାସ୍ତ୍ରରେ ରହିଛି ଏମନ୍ତ କଥା ॥
ଅଜରାମରବତ୍ ପ୍ରାଜ୍ଞୋ ବିଦ୍ୟାମର୍ଥଂ ଚ ଚିନ୍ତୟେତ୍ଗୃହୀତଇକ କେଶେଷୁ ମୃତ୍ୟୁନା ଧର୍ମମାଚରେତ୍ ।ଧର୍ମ ବିଦ୍ୟା ବୋଲି ବୋଲିଛି ଯାହା ।ଅଜରାମର ପରି ସଞ୍ଚିବ ତାହା ॥
ଅମର ପଦକୁ ଯେମନ୍ତେ ପାଞ୍ଚି ।ଧନ ବିଦ୍ୟା ସେହି ପ୍ରକାରେ ସଞ୍ଚି ॥
ମରଣ ତେଣେ ଟାଣୁଅଛି କେଶ ।ତେହ୍ନେ ବଣିକର ଧର୍ମର ଆଶା ॥
ଛାଡି ଭଲ ମନ୍ଦ ଧର୍ମ ଆଚର ।କିଛିହିଁ ନୁହଇ ଜୀବନ ଛାର ॥
ପ୍ରାଣ ଗଲାଠାରୁ ସରଇ ଦୁଃଖ ।ପଛନ୍ତେ ଲୋଡ଼ିଲେ ପାଇ କି ସୁଖ ॥
ଶୁକ୍ଲତାନଞ୍ଜନସ୍ୟେତି ପଣ୍ଡିତସ୍ୟ ନ ମୁର୍ଖତାନ ସ୍ଥୈର୍ଯ୍ୟଂ ଯୁବତୀସ୍ତ୍ରୀଣାଂ ସଂସ୍କୃତଂ ଯଥାଂ ତଥା ।ଅଞ୍ଚନ କଳା ଯେ ସହଜେ ହୁଏ ।କଉଣିସିକାଳେ ଶୁକଳ ନୋହେ ॥
ବହୁତ ବିଦ୍ୟା ଯେ ପଢ଼ିଣ ଥାଇ ।ସେ ଲୋକର ମୂଢ଼ଭାବ ନୁହଇ ॥
ଯୁବତୀର ମନ ନୁହଇ ସ୍ଥିର ।ସ୍ୱଭାବେ ପ୍ରକୃତି ଚଞ୍ଚଳ ତାର ॥
ମୁର୍ଖ ପ୍ରାଣୀ ଯେଉଁ ବଚନ କହେ ।ତାହାର ଭାଷା ଯେ ସଂସ୍କୃତ ନୁହେ ॥
ସୁବିଚାର କରି କାର୍ଯ୍ୟ ଯେ କରେ ।ବିପତ୍ତି ତାହାକୁ ଲଙ୍ଘି ନପାରେ ॥
ଏଥକୁ ଅପ୍ରତେ ନ କର ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ ॥
ବ୍ୟାଧିହୀନ ଶରୀରସ୍ୟ ବ୍ୟାଧେଭୀତିରନଙ୍ଗଳାହିତ୍ୱାପୁଣ୍ୟଂ କଳ୍ମଷସ୍ୟା ଶ୍ରୟେ ନିୟମମଶ୍ନୁତେ ।ରୋଗ ନଥାଇଟି ଯେବଣ ଦେହ ।ବ୍ୟାଧି ତାହାକୁ କି କରିବ କହ ॥
ତେଣୁକରି ଆଗ ଭଲ ବିଚାରି ।ଅସାର ପଦାର୍ଥ ପଛକୁ କରି ॥
ଭଲ ମନ୍ଦ ଦୁଇକଥା ବିଚାର ।ପାପ ପୁଣ୍ୟ ଏହି ଦୁଇପ୍ରକାର ॥
ଭଲ ପଦାର୍ଥମାନ ଆଗ ଖାଇ ।ଅସାର ପଦାର୍ଥ ପଛକୁ ଥେଇ ॥
ଏଥକୁ ସଂଶୟ ଫେଡ଼ିବା ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ବିଧାତା ହୋଇ ଯେ ଏକବ୍ରାହ୍ମଣୀ ।ସମୟେକ ମୃତ୍ୟୁ ପାଇଲା ପୁଣି ॥
ଯମଦୂତେ ତାକୁ ବାନ୍ଧିଣ ନେଲେ ।ଯମରାଜା ପାଶେ ପ୍ରବେଶ କଲେ ॥
ଦେଖି ଜନ୍ତୁପତି ମନେ ହରଷ ।ଚିତ୍ରଗୁପତକୁ ଡାକିଲେ ପାଶ ॥
ବୋଇଲେ ତୁମ୍ଭେ ଶୁଣହେକରଣ ।ଏ ରାଣ୍ଡୀ ବ୍ରାହ୍ମଣୀ ହିସାବ ଆଣ ॥
ବିଧବା ହୋଇଯେ ଛାଡ଼ିଲା ଦେହ ।ପାପ ପୁଣ୍ୟକଥା ବିଚାରି କହ ॥
ରାଜାଙ୍କ ବଚନ କରଣ ଶୁଣି ।ଛାମୁରେ ହିସାବ ଫେଡ଼ିଲା ଆଣି ॥
ବୋଇଲେ ଶୁଣିମା ଜନ୍ତୁନାୟକ ।ଏ ରାଣ୍ଡୀବ୍ରାହ୍ମଣୀ ଉତ୍ତମଲୋକ ॥
ପଇଡ଼ପଣା ପାଣିଛତ୍ରମାନ ।ଦରିଦ୍ରଲୋକଙ୍କୁ କରିଛି ଦାନ ॥
ଭୋକୀ ଲୋକଙ୍କୁ ଅନ୍ନଦାନ ଦେଲା ।ଦେଲିବୋଲି ମନେ ଗରବ କଲା ॥
ଏଥକୁ କିଞ୍ଚିତ ଲାଗିଲା ଦୋଷ ।ପାତକ ଅଳପ ପୁଣ୍ୟ ବିଶେଷ ॥
ପୁଣ୍ୟ ତିନିଭାଗେ ପାତକ ଭାଗେ ।କିସ ଭୁଞ୍ଜିବ କହ ଆମ୍ଭ ଆଗେ ॥
କରଣ ବାଣୀ ଜନ୍ତୁପତି ଶୁଣି ।ବ୍ରାହ୍ମଣୀକି ଚାହିଁବୋଇଲେବାଣୀ ॥
ତୁଗୋବିପ୍ରନାରୀ ଯେ ଦାନଦେଲୁ ।ଦେଲୁ ବୋଲି କିମ୍ପା ଗରବକଲୁ ॥
ତେଣୁକରିଦୋଷଲାଗିଲା ତୋତେ ।ଏବେ କିବିଚାର କହଗୋମୋତେ ॥
ପୁଣ୍ୟ ତିନିଭାଗେ ଭାଗେ ପାତକ ।ତେଣୁକରି ତୋରଦୋଷ ଏତେକ ॥
ଆଗକରି ଏବେ ଭୁଞ୍ଜିବୁ କାହା ।ଆମ୍ଭଆଗେ ଫେଡ଼ି କହନି ତାହା ॥
ବ୍ରାହ୍ମଣୀ ବୋଇଲା ଶୁଣଗୋ ସାଇଁ ।ଅଳପ ପାତକ କରିଛି ମୁହିଁ ॥
ଏତକ ପାପ ମୁଁ ଭୁଞ୍ଜିବି ଆଗ ।ପଛେ ପାଇବି ପୁଣ୍ୟସୁଖ ଭାଗ ॥
ବ୍ରାହ୍ମଣୀ ବଚନ ଶୁଣିଣ ଯମ ।ବୋଇଲା କଲାଏଅସାରକର୍ମ ॥
ଯାହା ଲୋଡ଼ିଲା ସେହି ଗତି ପାଇ ।ସର୍ପ ହୋଇ ମର୍ତ୍ତ୍ୟେ ଜନମ ହେଉ ॥
ସର୍ପକରି ମର୍ତ୍ତ୍ୟେ ଜନମ କଲେ ।ଏମନ୍ତ ଗତି ବ୍ରାହ୍ମଣୀକିଦେଲେ ॥
ଚରିବୁଲି ଚଉଦିଗକୁ ଯାଏ ।ବେଙ୍ଗ ଇନ୍ଦୁର ଯାହାପାଏ ଖାଏ ॥
ଜନ୍ତୁ ମାରି ପାପ ଅନେକ କଲା ।ପୁଣିଗୋଧନ ଗୋଟିଏ ଦଂଶିଲା ॥
ଏବେ ବିପ୍ରନାରୀ ସ୍ୱଭାବେ ରାଣ୍ଡ ।ଗୋରୁ ହତ୍ୟାକରି ପାଇଲାଦଣ୍ଡ ॥
ପାପରେ ପାପ ବର୍ଦ୍ଧମାନ ହୋଇ ।କୁମ୍ଭୀପାକରେ ସେ ପଡ଼ିଲାଯାଇ ॥
ଧନୁଗୁଣ ଖାଇ ଶୃଗାଳ ମଲା ।ଏହି ସେହିଭାବେ ବିଚାର କଲା ॥
ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ ନିର୍ବୁଦ୍ଧେଶ୍ଚ କୁତଃ ବଳଂବୁଦ୍ଧିମାନ ଜୟତେ ଶତ୍ରୁନ୍ନିର୍ବୁଦ୍ଧିରପମାକରକଃ ।ବୁଦ୍ଧିଥିଲା ଲୋକ ଶ୍ରୀମନ୍ତ ହୁଏ ।ବୁଦ୍ଧି ନଥିଲେ ନାନାଦୁଃଖପାଏ ॥
ସୁବୁଦ୍ଧି କୁବୁଦ୍ଧି ଏ ବେନିଜନେ ।କୁବୁଦ୍ଧି ପାତକ ସୁବୁଦ୍ଧି ପୁଣ୍ୟ ॥
ବୁଦ୍ଧି ନଥିଲେଯେ ସହଜେ ହାରି ।ବୁଦ୍ଧିବଳେ ହୁଏ ଶତ୍ରୁକୁ ମାରି ॥
ଏଥକୁ ସଂଶୟ ନକର ପୁଣ ।ଫେଡ଼ି କହିବା ଦୁଷ୍ଟାନ୍ତକୁ ଶୁଣ ॥
ବଣ୍ୟୋଦର ନାମେ ଏକ କାନନ ।ପଶ୍ଚିମଦିଗରେ ଅଛି ସେ ବନ ॥
ସେ ବନ ଭିତରେ ଏକ ପୋଖରୀ ।ଦିବ୍ୟଜଳ ତହିଁ ଅଛଇ ପୂରି ॥
ସେ ଜଳ ଭିତରେ କୁମ୍ଭୀର ଘର ।ଜନ୍ତୁମାରି ନିତି କରେ ଆହାର ॥
ତୃଷାରେ ଯେ ଜନ୍ତୁ ପାଣିକି ଯାଏ ।ତୁଠ ଜଗି ଗ୍ରାହ ସବୁଙ୍କୁ ଖାଏ ॥
ବାହୁଡ଼ି ଆଉ ସେ ନଚାଲେ ବାଟ ।ଏମନ୍ତେ ଅଇଲା ଏକ ମର୍କଟ ॥
ତୃଷାର୍ତ୍ତ ହୋଇଣ ତୁଠକୁ ଗଲା ।ଯିବାର ପହଣ୍ଡମାନ ଦେଖିଲା ॥
ଗତାନି ଗତପାଦାନି ଆଗତାନି ନ ଦୃଶ୍ୟତେଏତତ୍ କାରଣମଜ୍ଞାତ୍ୱା ନ ଜାମ ଜଳ ସନ୍ନିଧେ ॥
ବାହୁଡ଼ିବା ପାଦ ନ ଦେଖି କିଛି ।ମନେ ମନେ କପି ବିଚାରୁଅଛି ॥
ଯିବାର ଚରଣ ପଡ଼ିଛି ଭୂଇଁ ।ଆସିବା ଚରଣ କିଛିହିଁ ନାହିଁ ॥
ନିଶ୍ଚୟ ଏ ଜଳେ ଅଛି ବିପଦ ।ପଥିକମାନଙ୍କୁ କରୁଛି ବଧ ॥
ମୁଁ ଯେବେ ଏଥିରୁ ପିଇବି ପାଣି ।ବାହୁଡ଼ି ଆଉ ନ ଆସିବି ପୁଣି ॥
ଏମନ୍ତେ ବାନର ସେଠାରୁ ଗଲା ।ବାଉଁଶର ନଳୀ ଗୋଟିଏ କଲା ॥
ନଳେନ ପିୟତେ ବାରି ଲଭ୍ୟତେ ରତ୍ନ ମାଳିକାଉପାୟେ ଶତ୍ରୁସଂହାରଂ କାରୟେନ୍ମିତ୍ରରକ୍ଷଣଂ ।ପୋଖରୀ ତୁଠରେ ବୃକ୍ଷରେ ବସି ।ପାଣିରେ ନଳକୁ ବୁଡ଼ାଇ ଶୋଷି ॥
ବୁଦ୍ଧିର ପ୍ରସାଦେ ତୃଷାହିଁ ଗଲା ।ସେ ବୃକ୍ଷ ଉପରେ ଯେ ଫଳଥିଲା ॥
ତାହା ଭୋଜନ କରି ହୋଇ ତୁଷ୍ଟ ।ସେ ବୃକ୍ଷେ ବସି ରହିଲା ମର୍କଟ ॥
ପଥିକମାନଙ୍କୁ ଡାକି କହଇ ।ଏହି ଜଳରେ କୁମ୍ଭୀର ଅଛଇ ॥
ତୁମ୍ଭେମାନେ ଏଥୁଜଳ ନ ପିଅ ।ପ୍ରାଣନେଇ ଗୃହେ ବାହୁଡ଼ିଯାଅ ॥
ମର୍କଟ ମୁଖରୁ ଏସନ ଶୁଣ ।କେହି ସେ ସରୁ ନ ପିଇଲେପାଣି ॥
ଏମନ୍ତ କେତେହେଁ ଦିନକ ଗଲା ।କୁମ୍ଭୀର ମନରେ ବିଚାର କଲା ॥
ବୋଇଲା ମୋହର ସରିଲା ବପୁ ।ବାନର ମୋରତ ହୋଇଲାରିପୁ ॥
ଭଗାରିପଣେ ମୋ ଭାଙ୍ଗିଲା ଗ୍ରାସ ।ଏହାକୁ କେମନ୍ତେ କରିବି ତୋଷ ॥
ମିତ୍ର ହୋଇ ତାର ତୋଷିବିମନ ।ଲାଞ୍ଚ କରି କିଛି ଦେବଇଁ ଧନ ॥
ନବରତ୍ନ ମାଳା ଗୋଟିଏ ଆଣି ।ମର୍କଟକୁ ଚାହିଁ ବୋଲଇ ବାଣୀ ॥
ଅହେ ରାମଦୂତ ଶୁଣ ମୋ ଗୀର ।ଆଜିଠାରୁ ମୁହିଁ ମଇତ୍ର ତୋର ॥
ନବରତ୍ନମାଳା ଦେଉଛି ତୋତେ ।ହେମିତ୍ରଏବେ ରକ୍ଷାକରମୋତେ ॥
ଭୋକିଲାଶାର୍ଦ୍ଦୁଳପ୍ରାୟେକହୋଇ ।ଆହାର ନପାଇ ମରୁଛି ମୁହିଁ ॥
ତୁ ଏବେ ଖଚ ନ କହିବୁ ଆଉ ।ପଥିକ ଆସିଣ ଏ ଜଳ ଖାଉ ॥
ଏତେକ ମୋହର ପୂରିବ ପେଟ ।ଭୋ ମଇତ୍ର ଫେଡ଼ ମୋହର କଷ୍ଟ ॥
ଏତେବୋଲିମାଳଦେଲାକଆଗେ ।ବାନରତାହାକୁ ପିନ୍ଧିଲାବେଗେ ॥
ମନେ ତୋଷହୋଇ ଅଛଇ ବସି ।ଶବର ଗୋଟାଏ ମିଳିଲାଆସି ॥
ସେଦିନ ଜନ୍ତୁ ନ ପାଇଲା ଭେଟ ।ବିଚାରି ମନରେ ପାଇଲା କଷ୍ଟ ॥
ବୃକ୍ଷ ଉପରକୁ ଦେଲାସେ ଦୃଷ୍ଟି ।ଦେଖିଲା ବସିଛି ମର୍କଟ ଗୋଟି ॥
ବୋଇଲା ଏହାକୁ ମାରିବି ଆଜ ।ତେବେଯେମୋହରହୋଇବକାର୍ଯ୍ୟ ॥
ପୁତ୍ର ଭାରିଯା ବସିଥିବେ ଦୁଃଖେ ।ଏହାକୁନେଲେସେଖାଇବେସୁଖେ ॥
ଏତେବୋଲିକାଣ୍ଡଧନୁରେଯୋଚି ।ଓଟାରିଲା କର୍ଣ୍ଣଯାଏଆମୋଞ୍ଚି ॥
ବାନରବୋଇଲାନମାରମୋତେ ।ଏରତ୍ନମାଳାମୁଁ ଦେବଇଁତୋତେ ॥
ଏହା ନେଇ ତୋର କୁଟୁମ୍ବ ପୋଷ ।ଅକାରଣ ମୋତେ ନକର ନାଶ ॥
ସାତ ପୁରୁଷକୁ ଅଣ୍ଟିବ ତୋର ।ଏହା ନେଇ ଜୀବ ରଖମୋହର ॥
ଏତେବୋଲି ମାଳଦେଲା ପକାଇ ।ଶବର ତା ନେଲା ହରଷହୋଇ ॥
ମନେ ମନେ ପୁଣି ବିଚାର କଲା ।ବୋଇଲା ଏ ଭଲ ପଦାର୍ଥଦେଲା ॥
ଅପାର ଧନ ଅଛି ଏହା ତହିଁ ।ଆଉ କାଣ୍ଡଦେଖି ଯୋଚିବିମୁହିଁ ॥
ଏତେବୋଲି ଶରଯୋଚିଲା ଆଗେ ।ଓଟାରି ଆଣୁଛି ବିନ୍ଧିବ ରାଗେ ॥
ଶବର ବୋଇଲା ଆରେ ବାନର ।ଇଷ୍ଟଦେବତାଙ୍କୁ ସୁମରତୋର ॥
ନିଶ୍ଚୟ ଆଜି ମୁଁ ମାରିବି ତୋତେ ।ଆଉ ଧନ ଥିଲେ ଦିଅତୁମୋତେ ॥
ବାନର ବୋଇଲା ନକର ରୋଷ ।କଥାଏ କହିବା ହୁଅତୁ ତୋଷ ॥
ଏ ମୋର ପିତା ଅରଜିବା ଭୁଇଁ ।ଅନେକ ପଦାର୍ଥ ସଞ୍ଚିଛି ମୁହିଁ ॥
ଯେତେ ଧନଦ୍ରବ୍ୟ ଅରଜିଥିଲେ ।ଜଳଭିତରେ ତା ବୁଡ଼ାଇଗଲେ ॥
ତୁ ଏବେ ପୋଖରୀ ଭିତରେ ପଶ ।ଗରିଆ ଗୋଟିଏ ଘେନିଣ ଆସ ॥
ଅଧିକ ଲୋଭ ନ କରିବୁ କିଛି ।ଅନେକ ଦ୍ରବ୍ୟ ମୋଜଳରେଅଛି ॥
ଏହା ଶୁଣି ବ୍ୟାଧତୋଷହୋଇଲା ।କେଉଁଠାରେ ଅଛି କହବୋଇଲା ॥
ବାନର ବୋଇଲା ଶୁଣ ଶବର ।ଜଳତୁଠକୁ ତୁ ଗମନ କର ॥
ଏକମନ ହୋଇ ପଶ ପାଣିକି ।କୂଳରୁ ଦୁଇଶ ହାତ ତେଣିକି ॥
ସେହିଠାରେ ମୁଁ ଯେଥୋଇଛିଧନ ।ବିଧାତା ଦେଲା ତୁ ନିଅ ବହନ ॥
ଶୁଣିକରି ବ୍ୟାଧ ପଶିଲା ଜଳ ।ଧନଲୋଭେ ଚିତ୍ତହୋଇଛି ଭୋଳ ॥
ଥୋକାଏ ଦୂର ଯେହୁଁ ଗଲା ପଶି ।କୁମ୍ଭୀର ଛନ୍ଦିଣ ଧରିଲା ଆସି ॥
ସହଜେ ତାକୁ ଲାଗିଥିଲା ଭୋକ ।ଜଳରେ ବୁଡ଼ାଇ ମୋଡ଼ିଲାବେକ ॥
ବିଧାତା ଲେଖନ କେ କରୁ ଆନ ।ମର୍କଟ ବୁଦ୍ଧିରେ କଲା ଏମାନ ॥
ବୁଦ୍ଧିର ପ୍ରସାଦେ ଶତ୍ରୁ ହିଁ ମଲା ।ମିତ୍ରର ଏଣେ ଚିତ୍ତ ତୋଷକଲା ॥
ତେଣୁକରି ବୁଦ୍ଧି ବିଶେଷ ଗାଢ଼ ।ବୁଦ୍ଧିକି ନକର ଯେ ସାନ ବଡ଼ ॥
ସୁବୁଦ୍ଧି କୁବୁଦ୍ଧି ଏ ବେନି ଜନ ।ନିବୁଦ୍ଧି ପାତକ ସୁବୁଦ୍ଧି ପୁଣ୍ୟ ॥
ସୁବୁଦ୍ଧିଲୋକଯେଦେବତା ଅଂଶ ।କୁବୁଦ୍ଧି ଲୋକ ଯେ ଅସୁର ବଂଶ ॥
ଏତେହେଁ ସୁଜନେମୋବୋଲଶୁଣ ।ସୁବୁଦ୍ଧି ଲୋକର ବହୁତ ଗୁଣ ॥
ଏବେ କହିଦେବା ଉତ୍ତମ ବାଣୀ ।ଭଲମନ୍ଦ କଥା ଯେମନ୍ତ ଜାଣି ॥
ଯେବଣ ବଳଦ ଲାଙ୍ଗୁଡ଼ ନାଡ଼େ ।ଗ୍ରାମପାଣି ଯେଉଁ ବିଲରେ ପଡ଼େ ॥
ସେ ଭୂମି ଚଷିବ ଲଙ୍ଗଳ ଘେନି ।ଏଦୁଇ କଥାରେ ନାହିଁଟି ହାନି ॥
ଗଣକେ ନାସ୍ତି ଯଦ୍ଦେଶେ ଯାତ୍ରାରମ୍ଭେ ଚ ମଙ୍ଗଳେ ।ଯନ୍ମାସାୟଂସ୍ଥିତୋ ବାୟୁସ୍ତତ୍ପଦଂ ଚାଳୟେତ୍ ପୁର ।ଯେଉଁଦେଶେ ନାହିଁ ଗଣକ ଜନ ।ଯାତ୍ରାରମ୍ଭେ ଶୁଭ ଏହାକୁ ଘେନ ॥
ଅନୁକୂଳବେଳେ ହୋଇବ ଛିଡ଼ା ।ଦେଖିବ ନାସିକାର ବେନିପୁଡ଼ା ॥
ଯେ ନାସାରେ ଥିବ ପବନ ବହି ।ସେ ପାଦଗୋଟିକି ଆଗ ବଢ଼ାଇ ॥
ଶ୍ରୀଜଗନ୍ନାଥଙ୍କୁ ସୁମରି ମନେ ।ଆବର କହିବା ଶୁଭ ଶଙ୍କୁନେ ॥
ଶୂନ୍ୟ କୁମ୍ଭଦ୍ୱୟ ହସ୍ତେ ଛିଙ୍କନଂ ଯୁଗ୍ମକଂ ତଥାମୁକ୍ତକେଶଂ କରସ୍ପର୍ଶଂ ଦୃଷ୍ଟାନ ଗମନେ ଶୁଭଃ ।ତୁଚ୍ଛା କୁମ୍ଭଦ୍ୱୟ ହସ୍ତରେ ଥାଇ ।କିବା ଛିଙ୍କ ଦୁଇଗୋଟା ହୁଅଇ ॥
ମୁକୁଳା କେଶେ କର ଲାଗିଥାଇ ।ଡାକବୋଇଲେକାର୍ଯ୍ୟସିଦ୍ଧିନୋହି ॥
ଦଧିମତ୍ସ୍ୟଂ ଚ ପୁରତଃ ଶଙ୍ଖ ଚକ୍ର ଚ ଦକ୍ଷିଣେ ।ଶୁକାପାରାବତଂ ହଂସ ଦୃଷ୍ଟ୍ୱା ତୁ ଗମନେ ଶୁଭଂ ।ଦଧ ମତ୍ସ୍ୟଯେବେଦେଖିବ ଆଗେ ।ଶଙ୍ଖ ଚକ୍ର ଥିବ ଦକ୍ଷିଣ ଭାଗେ ॥
ରାଜହଂସ ଶ୍ୱେତ ପାରୁଆ ଦୁଇ ।ଏମନ୍ତେ ଶଙ୍କୁନେ ଯେଲୋକଯାଇ ॥
ଅବଶ୍ୟ ସେ କାର୍ଯ୍ୟ ହୁଅଇସିଦ୍ଧ ।କେବେହେଁ ତହିଁରେ ନାହିଁ ବିରୋଧ ॥
ଆବର ଯେତେ ଅଶଙ୍କୁନମାନ ।ତାହାକହିଦେବା ଶୁଣ ସୁଜନ ॥
ମାର୍ଜାର ଯୁଦ୍ଧେ କଳହଃ କୁଟୁମ୍ୱେ ରଜସ୍ୱଳାସ୍ତ୍ରୀ ଜନନୀବିରୋଧେଃ ।ଅକାଳ ବୃଷ୍ଟି ର୍ମୃତସୂତକେ ବା ପ୍ରସ୍ଥାନଯାତ୍ରା ମରଣଂ ଧ୍ରୁବଂ ଚ ।ଯେତେବେଳେ ଯାତ୍ରାକରିବ ଜନ ।ବେନିମାର୍ଜାର କରୁଥିବେ ରଣ ॥
ଏମନ୍ତ ଦେଖି ଅନୁକୂଳ କଲେ ।ପ୍ରାଣୀକି ଘାତପଡ଼େ ଅବହେଳେ ॥
କିବା କୁଟୁମ୍ୱରେକଳି ହୁଅଇ ।ନିଜ ନାରୀର ପୁଷ୍ପ ପ୍ରକାଶଇ ॥
କିବା ଅନୁକୂଳ କରିବାପାଇଁ ।ନିଜ ଜନନୀ ମନାକରୁଥାଇ ॥
ତାହାଙ୍କ ବଚନ ଭାଙ୍ଗିଲେ ଜାଣ ।ନିଶ୍ଚେ ଅମଙ୍ଗଳ ଘଟେ ପ୍ରମାଣ ॥
ପୁଣି ହେଉଥିଲେ ଅକାଳ ବୃଷ୍ଟି ।ସୁତକ ମୃତକ ଅଶୌଚ ଘଟି ॥
ଷଡ଼ପ୍ରକାରେ ପ୍ରାଣୀ ପୀଡ଼ାପାଇ ।ଧ୍ରୁବ ଏହା ବୋଲିଶାସ୍ତ୍ରରେ କହି ॥
ଏତେକଥାରେ ଯାତ୍ରାନାହିଁ ପୁଣ ।ଆବର କଥାଏ କହିବା ଶୁଣ ॥
କାର୍ପାସମାଂସେ ରଜକସ୍ତ୍ରିତୈଳୀବିକର୍ଣ୍ଣେ ଭିକ୍ଷୁଦ୍ୱିଜକୁବ୍ଜବାସ୍ତୁବିମୁକ୍ତକେଶୋନୟନୈର୍ବିଜୀନଃପ୍ରସ୍ଥାନଭଙ୍ଗେ ନିପୁଣା ଭବନ୍ତି ।ଅନୁକୂଳ ବେଳେ ଦେଖିକାର୍ପାସ ।ଆବର ବିକାଯାଉଥିଲେମାଂସ ॥
ରଜକ ବୋଲିଯେଧୋବାକୁକହି ।ସେଯେବେ ମଇଳାବସ୍ତ୍ରଦେଖାଇ ॥
ତେଲ ପସରା ମୁଣ୍ଡେ ଘେନିତେଲୀ ।ଅଥବା ଗ୍ରାମେ ଯାଉଥିବ ବୁଲି ॥
ଯୋଗୀହସ୍ତେ ଥାଳଦେଖିଲେଜାଣ ।କାନଖଣ୍ଡିଆହିଁ ଏହି ପ୍ରମାଣ ॥
ବାଳ ମୁକୁଳା ପୃଷ୍ଠେ ପଡ଼ିଥାଇ ।କଣାଜନ ଆଗେ ଦେଖାଦିଅଇ ॥
ବିପ୍ରହୋଇ ଯେବେ ପିଠିରେ କୁଜ ।ଦୃଷ୍ଟିରେ ଦେଖିଲେ ଗମନତେଜ ॥
ଏସବୁ ନମାନି ଯେ ଲୋକଯାଏ ।କାର୍ଯ୍ୟ ନୁହଇ ନାନାକଷ୍ଟପାଏ ॥
ବାମେ ଶବଶିବାକୁମ୍ଭା ଦକ୍ଷିଣେ ଗୋମୃଗା ଦ୍ୱିଜାଃ ।ନକୁଳଃ ସର୍ବକାର୍ଯ୍ୟଶଂ ଅହିଃ ସର୍ବତ୍ର ବାଧ୍ୟତେ ॥
ଯାତ୍ରାକାଳେ ବାମେ ଶବଶୃଗାଳ ।କୁମ୍ଭକୁ ଦେଖିଲେ ହୁଏ ମଙ୍ଗଳ ॥
ଦକ୍ଷିଣରେ ଗୋରୁ ମୃଗ ବ୍ରାହ୍ମଣ ।ଦେଖିଲେ ସେ ଶୁଭ ହୁଅଇଜାଣ ॥
ଯେଦିଗେସେଦିଗେ ନେଉଳଭଲ ।ସର୍ପ ସବୁଦିଗେ ପ୍ରାଣୀର ସଲ ॥
ଏବେ କହିବା ଗୃହ ଉପଦ୍ରବ ।ସାବଧାନେଶୁଣ ହେ ନରଦେବ ॥
ଦିବସେ ପେଚକା ରାତ୍ରୌ କାକଃ କ୍ରୀଡ଼ତି ନିର୍ଭୟଃ ।ହଠାନ୍ମାର୍ଜ୍ଜାରନାଦଶ୍ଚ ଗୋମାୟୁ ରଟତେ ସଦା ।ଉତ୍ଥିତଂ ରକ୍ତହୀରାୟାଃ କପୋତଭ୍ରମଣଂ ସଦା ।ଯସ୍ୟ ପାର୍ଶ୍ୱେ ଭବେଦ୍ଦେବଂ ଷଣ୍ମାସେତସ୍ୟ ନାଶନଂ ।ଦିବସେ ଉଲ୍ଲୁକେ ଦିଅଇ ସ୍ୱନ ।ରାତ୍ରଅର୍ଦ୍ଧେ କାକ ରାବଇ ଘନ ॥
ଶୃଗାଳ ରାବ କରଇ ସତତ ।ମାର୍ଜ୍ଜାର ଗୃହରେମରେ ହଠାତ୍ ॥
ରଙ୍ଗ ଉଇ ଯେବେ ଘରୁ ବାହାରି ।ଉପରେ ବସଇ କପୋତଘୁରି ॥
ଏ ଷଡ଼କଥା ଯାହାଘରେ ହୋନ୍ତି ।ଷଡ଼ମାସେ ପତି ପତ୍ନୀ ମରନ୍ତି ॥
ଏକଥା ଅନ୍ୟଥା ନୁହଇ ଶୁଣ ।କହୁଛି ଆବର କଥାର ପୁଣ ॥
ତୈଳାଭ୍ୟଙ୍ଗେ ଚ କ୍ଷୌରାନ୍ତେ ସଙ୍ଗମାନ୍ତେ ସ୍ତ୍ରୀୟସ୍ତଥାସ୍ନାନ ନ କୁରୁତେ ଯସ୍ତୁ ସାତୁ ଚାଣ୍ଡାଳ ଉଚ୍ୟତେ ।ତେଲଘେନି ସ୍ନାନ ନକଲେ ଦୃଢ଼ ।କ୍ଷୌରହୋଇ ଯେହୁ ନକରେ ବୁଡ଼ ॥
ସ୍ତିରୀସଙ୍ଗ କରି ନ କଲେ ସ୍ନାନ ।ଚାଣ୍ଡାଳରେ ଲେଖା ସେ ଲୋକଜାଣ ॥
ଯେଉଁକଥାରେ ଦୋଷାଦୋଷ ନାହିଁ ।ସେ କଥାମାନ ମୁଁ ଦେଉଛି କହି ॥
ମକ୍ଷିକା ସତତଂ ଧାରା ମାର୍ଜ୍ଜାରେ ବହୁବିନ୍ଦବଃବାଳବାମାମୁଖୋଚ୍ଛିଷ୍ଟଂ ନ ଦୋଷୋ ମନୁରବ୍ରବୀତ୍ ।ମକ୍ଷିକା ବୋଲି ଯେ ମାଛିକି କହି ।ବିଷ୍ଠାଉପରେ ସେ ବସିଣଥାଇ ॥
ଦେବତାମାନଙ୍କ ଯେବଣ ଭୋଗ ।ତହିଁଯାଇ ପୁଣି ବସଇ ବେଗ ॥
ଏଥିରେ ଆଉକିଛି ଦୋଷନାହିଁ ।ମନୁ ଏହା ଶାସ୍ତ୍ରେ ଅଛନ୍ତି ଲିହି ॥
ଅଚ୍ଛବ ଲୋକ ହାଣ୍ଡିଥିବ ଧରି ।ପେଜତୋଳିଦେବ ବ୍ରାହ୍ମଣନାରୀ ॥
ଦୁଇପାତ୍ରରେ ଲାଗିଥିଲୋ ଧାର ।ତହିଁ ବିରୋଧ ନଧର ମନର ॥
ମାର୍ଜ୍ଜାର ଆସି ସେ ଉଚ୍ଛିଷ୍ଟ ଖାଇ ।ସେ ତଣ୍ଡୁଳ ଅନ୍ନହାଣ୍ଡିରେ ଦେଇ ॥
ଦେବତାଙ୍କ ଭୋଗଖାଇବ ଯେବେ ।ତହିଁ ଦୋଷନାହିଁ କହୁଛି ଏବେ ॥
ଏକ ଆରେକ ଯେ ବଚନ ଭାଷି ।ଯେଉଁ ବିନ୍ଦୁ ପଡ଼େ ଉପରେ ଆସି ॥
ତାହା ମୁଖୁ ଯେବେପଡ଼ିବ ଛେପ ।ଏ କଥାରେ ନାହିଁ କିଛିହିଁପାପ ॥
ବ୍ରହ୍ମବିନ୍ଦୁ ହାଦେ ଅଟଇ ଏହି ।ମନୁ ଏହିଭୂପେ ଅଛନ୍ତି ଲିହି ॥
ରତିକାଳେ ସ୍ତିରୀ ସଙ୍ଗରେ ଭେଟ ।କାମଭରେ ଯେବେ ଚୁମ୍ୱିବଓଠ ॥
ତହିଁ ତାହାକୁ କିଛି ଦୋଷ ନାହିଁ ।ଏ କଥା ପୁରାଣ ଅଛଇ କହି ॥
ବାଳୁତ ପୁଅର ତୁଣ୍ଡର ଲାଳ ।ଶରଧା କରି ଯେ ଧରଇକୋଳ ॥
ସେ ତାକୁଚୁମ୍ୱନଦେବାରୁ ମୁଖେ ।ଲାଳ ଯେବେଲାଗିଯିବତାମୁଖେ ॥
ତହିଁ ତାହାର କିଛି ଦୋଷ ନହିଁ ।ଶୁଣ ପଣ୍ଡିତେ ଏଥେ ମନଦେଇ ॥
କାଷ୍ଠପାଷାଣତୋୟେଷୁ ତୃଣନୌକାଗଜାଦିଷୁଦେବାଳୟେ ସଭାୟାଂ ଚ ନ ଦୋଷଃ ସ୍ପର୍ଶନାଦିହ ।ତୃଣଗୁଡ଼ିଏ ଯେବେ ଥାଇ ପଡ଼ି ।ଆଡ଼କେ ଉଭା ହୋଇଥିବ ହାଡ଼ି ॥
ଆରଆଡ଼େ ଥିବ ବ୍ରାହ୍ମଣ ରହି ।ଯୋଡ଼ା ଲାଗିଥିବ ଏକତ୍ୱ ହୋଇ ॥
ମନେ ଭ୍ରାନ୍ତିକର ନ କର ରୋଷ ।ସେକଥାରେନାହିଁ କିଛିହିଁ ଦୋଷ ॥
ବୃକ୍ଷ ଉପରେ ରହିଥିବ ହାଡ଼ି ।ଶୁଦ୍ରହିଁଥିବ ଆରଡାଳେ ଚଢ଼ି ॥
ତହିଁ ତାହାକୁ କିଛିଦୋଷ ନାହିଁ ।ମନୁ ବଚନ ଏସନ ଅଟଇ ॥
ବିପ୍ର ଅଚ୍ଛବ ବେନି ଶେଯ ପଡ଼ି ।ଏକହାତ ଥିବ ମଧ୍ୟରେ ଛାଡ଼ି ॥
ଏମନ୍ତ ଆସନ କରିବ ଯେବେ ।ତହିଁ ଦୋଷନାହିଁ କହୁଛି ଏବେ ॥
ନାବରେ ଅଚ୍ଛବ ବସିଣଥାଉ ।କି ଅବା ଅନ୍ନ ତହିଁ ରାନ୍ଧି ଖାଉ ॥
ତହିଁରେ କିଛି ଦୋଷ ନାହିଁ ପୁଣ ।ମନୁ ବୋଇଲେ ଏ କଥାପ୍ରମାଣ ॥
ଗଜ କନ୍ଧରେ ବସିଥିବ ମାଡ଼ି ।ଆଗରେ ଶୂବ୍ର ତା ପଛରେହାଡ଼ି ॥
ଦେହକୁ ଦେହ ନ ଲାଗିବ ଏକା ।ଏକଥାରେ ନାହିଁକିଛିହିଁ ଶଙ୍କା ॥
ଦେବଯାତ୍ରାକୁ ଯେଉଁଲୋକ ଯାଏ ।ଅଚ୍ଛବକୁ ଯେବେସେଠାରେଛୁଏ ॥
ମନ ଶୁଦ୍ଧକରି ଦେଖିବ ଜାତ ।ଘରେ ଆସି ପୁଣି ଭୁଞ୍ଜିବଭାତ ॥
ତହିଁ ତାହାକୁ କିଛି ଦୋଷନାହିଁ ।ମନୁ ଏହା ଛନ୍ତି ଶାସ୍ତ୍ରରେ କହି ॥
ଆବର କଥାଏ ଶୁଣ ରାଜନ ।କହିବା ଉଶ୍ୱାସଲୋକର ଗୁଣ ॥
ଜ୍ଞାନହୀନାଃ କୁବୁଦ୍ଧିଶ୍ଚ ସଜ୍ଜନସ୍ୟାପି ନିନ୍ଦକଃଦୁର୍ଦ୍ଦାକଶ୍ଚାପ୍ୟହଙ୍କାରୀ ଲଘବସ୍ତେ ପ୍ରକୀର୍ତ୍ତିତା ।ଇତର ଲୋକ ନ ଜାଣନ୍ତି କିଛି ।ଉତ୍ତମ ଲୋକଙ୍କୁ କହନ୍ତି ବାଛି ॥
ବଡ଼ଲୋକ ଆଗେ କରନ୍ତି ଟାଣ ।ଏମନ୍ତ ଲୋକଙ୍କୁ କାହିଁ ନ ଗଣ ॥
ବଡ଼ଲୋକ ବୁଦ୍ଧି ବଡ଼ ବ୍ୟବସ୍ଥା ।କେବେହେଁ ନକହେ ଉଶ୍ୱାସକଥା ॥
ତୁମ୍ଭେ ବୋଲିବ କେଉଁଭାବେ ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତରଶୁଣ ॥
ପୋଖରୀଗୋଟିକ ଭିତରେ ପଶି ।ପାଣି ପିଉଥିଲେ ବରାହ ଆସି ॥
ଏମନ୍ତ ସମୟେ ଅଇଲା ସିଂହ ।ତୃଷା କରଇ ତା ଜୀବକୁ ଦାହ ॥
ପ୍ରବେଶ ହୋଇଲା ପୋଖରୀକୂଳେ ।ଦେଖିଲା ବରାହ ପଶିଛି ଜଳେ ॥
ମନେ ବିଚାରିଲା ସେ ବନପତି ।ଦଣ୍ଡେ ଥିବା ଆମ୍ଭେ ଉହାଡ଼କତି ॥
ବରାହ ଯେ ଜଳ ପିଉଛି ଯାଇ ।ଆମ୍ଭଙ୍କୁ ଦେଖିଲେ ଯିବ ପଳାଇ ॥
ତୃଷାର୍ତ୍ତ ହୋଇ ସେ ମରିବଦୁଃଖେ ।ସେ ପାପ ଆମ୍ଭଙ୍କୁ ଲାଗିବ ସୁଖେ ॥
ଏମନ୍ତ ବିଚାରି ରହନ୍ତେ ସିଂହ ।ବରାହ ପାଇଲା ମନରେ ଖଙ୍ଗ ॥
ପାଣି ଖାଇ ସୁସ୍ଥ ହୋଇଲା ଯହୁଁ ।ସିଂହକୁ ବଚନ ବୋଲଇତହୁଁ ॥
ଗୁପ୍ତୋଽସି କିଂ ବନାଧ୍ୟକ୍ଷ ତ୍ୟଜାଶାଂ ଜୀବନସ୍ୟତୁଘୃଷ୍ଟିବାଳଂ ନ ମାଂ ବୁଦ୍ଧ୍ୱା ଯୁଦ୍ଧତାଂ ଚ ମାୟା ସହ ।ବୋଇଲା ଆହେ ବନପତି ଶୁଣ ।ଲୁଚି ରହିଲେକି ପାଇଲେ ପ୍ରାଣ ॥
ମୁଁ ଯେ ଶୂକର ମହାବୀରବର ।ମୋହତୁଲେ ତୁହୋ ସମର କର ॥
ତୋହତୁଲେ ଯୁଦ୍ଧ ଅଛି ମୁଁ ପାଞ୍ଚି ।ନ ପାରିବୁଯେବେ ପଳାଅଘୁଞ୍ଚି ॥
ହରାହ ମୁଖରୁ ଏମନ୍ତ ଶୁଣି ।ସିଂହ ବିଚାରଇ ମନରେ ପୁଣି ॥
ବୋଇଲା ଏ ଛାର ଉଶ୍ୱାସ ଲୋକ ।କେମନ୍ତେ ବିଚାର କରୁଛି ଦେଖ ॥
ଆମ୍ଭେ ଘୁଞ୍ଚିଲାକୁ ଫୁଲାଏ ଏହୁ ।ମାଇଲେ ଏହାକୁ ରଖିବ କେହୁ ॥
ଇତର ବୁଦ୍ଧି ଏ ଉଶ୍ୱାସ ଲୋକ ।ଭାଷାରେ ଏହାର କରିବାଟେକ ॥
ଗଜ୍ଜଶ କର ଭଦ୍ରଂ ତେ ବୃହି ସିଂହେମୟା ଜିତଃପଣ୍ଡିତେ ସ୍ତତ୍ରପିନାନ୍ତେ ସିଂହଶ କରୟୋର୍ବଳଂ ।ସିଂହ ବୋଇଲାରେ ଶୁଣ ଶୂକର ।ଦଇବେ ତୁ ଯେ ଅଟୁ ବୀରବର ॥
ସବୁରି ଆଗରେ କହିବୁ ଯାଇଁ ।ସିଂହକୁ ସଂଗ୍ରାମେ ଜିଣିଲି ମୁହିଁ ॥
ପ୍ରତିଜ୍ଞା କରିଣ କହୁଛି ଯାହା ।ପଣ୍ଡିତ ଜନେ ବିଚାରିବେ ତାହା ॥
ବୋଲିବେ ସିଂହକୁ ଶୂକର ଜିଣି ।ଏକଥା କେବେହେଁ ନାହୁଁ ତଶୁଣି ॥
ସିଂହ ଶୂକର ହେବ ସମାନ ।ଏଥକୁ ପରତେ ଯିବକି ମନ ॥
ସାଧୁଲୋକମାନେ ବୁଝିବେ ଠିକେ ।ତୁଯାଇ କହଯା ସଂସାରଯାକେ ॥
ପ୍ରବୋଧି ସିଂହଯେ କହନ୍ତେ ବାଣୀ ।ବରାହ ପଳାଇ ଗଲା ତା ଶୁଣି ॥
ବୋଇଲା ଏକଥା ପ୍ରମାଣ ସିନା ।ଯଥା ଯୁକତେ ଏ କହିଲାକିନା ॥
ନଜାଣି ପ୍ରତିଜ୍ଞା କଲି ମୁଁ ଯେତେ ।ଏହାମାଇଲେ ଯେ ମୁଁ ଅବାକେତେ ॥
ଏତେବୋଲି ପେଟମୁଣ୍ଡ ଆଉଁସି ।ଧର୍ମକୁ ସୁମରି ବନରେ ପଶି ॥
ସିଂହ ଆସି ପୁଣି ପଶିଲା ଜଳେ ।ପାଣି ପିଇଯାଇ ଉଠିଲା କୂଳେ ॥
ବଡ଼ ଲୋକଙ୍କର ଏମନ୍ତ ଗତି ।ଉଶ୍ୱାସ ଲୋକର ନଯାନ୍ତି କତି ॥
ଯେତେ କହିଲେ ନ ଜାଣନ୍ତି ତାହା ।ଧର୍ମପୁରୁଷ ଯେ ତାହାଙ୍କୁ ସାହା ॥
ତେଣୁ କରି ବଡ଼ ସ୍ୱଭାବେ ଗରୁ ।ଯେସନେ ଉଶ୍ୱାସ ନୁହଇମେରୁ ॥
ଧର୍ମ ଅଧର୍ମ ନ ପାରନ୍ତି ଚିହ୍ନି ।ଉଶ୍ୱାସଲୋକର ଦୋଷ ନ ଘେନି ॥
ଇତର ଲୋକ ଯେ ସ୍ୱଭାବେ ସାନ ।ତାକୁ ଦିଶଇ ଯେଉଁ କଥାମାନ ॥
ସେହି କଥାମାନ ହୃଦରେ ଧରି ।କଉଣସି କାମ ନ ପାରେ କରି ॥
ଧାର୍ମିକପଣେ ବଡ଼ଲୋକ ଯେହୁ ।ଗୁଣ ଅବିଗୁଣ ଜାଣନ୍ତି ସେହୁ ॥
ଅଜ୍ଞୋ ନ ଲଭତେ କୀର୍ତ୍ତିଂ ମଣ୍ଡୁକୋ ନଳିନାସର୍ବକୃଷକୋ ଦ୍ୟୁତଅଙ୍ଗଂ ଚ ତାମ୍ୱୁଳଂ ମର୍କଟସ୍ତଥାକୁକ୍କରୋ ଦୁଗ୍ଧସ୍ୱାଦୁତ୍ୱଂ ନ ଜାନାତି କଦାଚନ ।ଅବୁଝା କେବେହେଁ ନପାଏ ଯଶ ।ମଣ୍ଡୁକୀ କି ଜାଣେ ନଳିନୀ ରସ ॥
ଶ୍ୱାନକୁ ବାନ୍ଧି ଦୁଧ ଭାତ ଦିଅ ।ଜଗତୀ ଉପରେ ନେଇ ଶୁଆଅ ॥
ସେ ତାକୁ ଅଟଇ ଦାରୁଣ ଦୁଃଖ ।ଉଚ୍ଛିଷ୍ଟ ପତର ଖାଇବା ସୁଖ ॥
ତେଣୁକରି ତାକୁ ନ ରୁଚେ ଆନ ।ମର୍କଟ ମୁଖରେ ଯେମନ୍ତ ପାନ ॥
ରସିକ ଜାଣିବ ରସର ଗାଥା ।ଚଷା କି ଜାଣିବ ପଶାର କଥା ॥
ଯସ୍ୟ ସ୍ନେହସୁ ଯତ୍ରାସ୍ତେ ପ୍ରୀତିର୍ଭବତି ତଦ୍ଦୟୋଃଭିନ୍ନାଭିନ୍ନଂ ନ ଯତ୍ରାସ୍ତେ ତତ୍ ପ୍ରୀତିରଚଳୋଽଭବେତ୍ ।ଯାହାତୁଲେ ପ୍ରୀତି କରିବ ଭାବେ ।ଚିତ୍ତକୁ ଚିତ୍ତ ନ ମଜ୍ଜିବ ଯେବେ ॥
ବାରି ନୁହଇ ଭିନ୍ନାଭିନ୍ନ ହୋଇ ।ପ୍ରୀତି ବୋଲିକରି ଏହାକୁ କହି ॥
ରବିପଙ୍କଜୟୋଃ ପ୍ରୀତିରସ୍ଥିରା ଜ୍ଞାୟତେ ଜନୈଃଜଳାଦ୍ଭିନ୍ନେ ପଙ୍କଜେ ତୁ ଭାସ୍କରୋ ଦହତି କ୍ଷଣାତ୍ ।ପଦ୍ମକୁ ସୂର୍ଯ୍ୟ ଯେଉଁଭାବେ ସଖା ।ଏ କିଛି ନୁହଇ ପ୍ରୀତିରେଲେଖା ॥
ସେପରି ପ୍ରୀତି କିଛି ନୁହେଁ ଜାଣ ।ବୁଝାଇ କହିବା ସୁଜନେ ଶୁଣ ॥
ପଦ୍ମକୁ ଜଳରୁ କାଢ଼ିଣ ନେବା ।ଶୁଖିଲାସ୍ଥାନରେ ରଖାଇଦେବା ॥
ସୂର୍ଯ୍ୟ ତାହାକୁ ନଦହିବ ଯେବେ ।ପ୍ରୀତିବୋଲି ତାହା ଲେଖିବ ତେବେ ॥
ଜଳ ତାହାକୁ ହୋଇଥାଏ ସାକ୍ଷୀ ।ଖରାରେ ପଡ଼ିଲେ ମରଇ ଶୁଖି ॥
ସୂର୍ଯ୍ୟ ଯେବେ ତାକୁ ଦହିଲା ଏକା ।ସେପ୍ରୀତି କାହିଁରେ ନୁହଇ ଲେଖା ॥
କୁମୁଦସ୍ୟ ତୁ ଯା ପ୍ରୀତିଶ୍ଚନ୍ଦ୍ରୋସା ନ ପ୍ରଶଂସିତାଚନ୍ଦ୍ରୋକ୍ଷୀଣେ କୈରବେଽପି ସ୍ଫୁଟତି ନ ପ୍ରତୀକ୍ଷିତେ ।ଚନ୍ଦ୍ରକୁଦେଖିଲେ କୁମୁଦ ଫୁଟେ ।ଚନ୍ଦ୍ରମାବପୁ ଦିନୁ ଦିନୁ ତୁଟେ ॥
କୁମୁଦ ମନେ ତ ନଥାଇ ଆନ ।ଚନ୍ଦ୍ର ନାଶଯାଏ ଉଆଁସ ଦିନ ॥
ଯେଉଁଦିନ ଚାନ୍ଦ ହୁଅଇ ନାଶ ।କୁମୁଦ ମନେତ ନଥାଇ ପ୍ରାସ ॥
ପ୍ରିୟଲୋକର ବିନାଶକୁ ଶୁଣି ।ସେଦିନ କିମ୍ପାଇ ଫୁଟିଲା ପୁଣି ॥
ମୁଦ୍ରିତ ହୋଇ ଫୁଟନ୍ତା ଯେବେ ।ସେକାର୍ଯ୍ୟକୁ ପ୍ରୀତି ବୋଲନ୍ତି ତେବେ ॥
ପୀରତି ଭାବରେ ଏମନ୍ତ ଗୁଣ ।ଫେଡ଼ି କହିବା ଦୃଷ୍ଟାନ୍ତରପୁଣ ॥
ନୀରକ୍ଷୀରଦ୍ୱୟୋଃ ପ୍ରୀତିର୍ନା କ୍ଷୀଣା ଭବତେ କଦାନୀରମନ୍ଦାଏ ଯେ କ୍ଷୀରେ ଦେଇ ।ଅନଳେ ବସାଇ ଦହିବାନେଇ ॥
ପୀରତି ସଙ୍ଗରେ ଏମନ୍ତ ଫଳ ।ଦୁଧକୁ ରଖିଣ ଶୁଖଇ ଜଳ ॥
ଜଳ ମରିବାର ଗୋରସ ଦେଖି ।ସେ ଶୁଣି ଧର୍ମକୁ କରଇ ସାକ୍ଷୀ ॥
ମୋତେ ରଖି ମୋର ମଇତ୍ର ମଲା ।ଏଡ଼େ ପ୍ରୀତିଗୋଟା ନିଷ୍ଫଳଗଲା ॥
ମୋର ଦେହ କିମ୍ପା ଥିବଟି ରହି ।ଏହି ଅଗ୍ନିରେମୁଁ ପଡ଼ିବି ଡେଇଁ ॥
ଏତେ କହି କ୍ଷୀର ଧାଇଁ ଆସଇ ।ଉତୁରିପଡ଼ି ନିଆଁରେ ଝାସଇ ॥
ମିତ୍ରକୁ ନପାଇ ଆକୁଳ ମନ ।ଅଗ୍ନିରେଅଙ୍ଗ ତାକରେଦହନ ॥
ପାଣି ମୁଠାଏ ପକାଇଲେ ନେଇ ।ହାଣ୍ଡିତଳେ ପୁଣି ଲାଗଇଯାଇ ॥
ମିତ୍ରକୁ ପାଇଲେ ହରଷ ହୁଏ ।ପ୍ରୀତିବୋଲିକରି ଏହାକୁ କହେ ॥
ଏକ ଦୁଃଖ ଯେବେ ଆବର ରସି ।ସେପ୍ରୀତିକେବେହେଁନୁହେବିନାଶି ॥
ଅସନ୍ତୋଷେ ଦରିଦ୍ରସ୍ୟ ବିପ୍ରସ୍ୟନାଶ ଏବହିରାଜ୍ଞୋଦାରିଦ୍ର୍ୟଯୁକ୍ତସ୍ୟରାଜ୍ୟନାଶୋ ଭବେତ୍ତଥା ।ଯେଉଁ ବିପ୍ରଜାତି ଦରିଦ୍ର ହୋଏ ।ଦାନଘେନି ଯେବେତୋଷନପାଏ ॥
ଶାନ୍ତନୋହି ଯେବେ କରିବରୋଷ ।କର୍ମହୀନ ହୋଇଯାଏ ସେ ନାଶ ॥
ରାଜାଚିତ୍ତ ଯେବେଦରିଦ୍ର ହୋଇ ।ଯେତେଦେଶଥିଲେ ନାଶକୁଯାଇ ॥
ଦୟାଳୁ ହୁଅନ୍ତି ଯେଲୋକମାନେ ।ଦୂରକୁ ଦିଶନ୍ତି ପର୍ବତ ଯେହ୍ନେ ॥
ଭେର୍ଯ୍ୟାଦୌ ଯୋଜନାନ୍ତଂ ଚ ଘନେଦ୍ୱାଦଶ ଯୋଜନଶର୍ଦ୍ଦିତଂ ଭବତେ ଦାତୁରସେନ ସଚରାଚରଂ ।ଭେରୀଶବଦଯେ ଯୋଜନ ବାଦ୍ୟ ।ଦ୍ୱାଦଶ ଯେ ଜନ ମେଘଶବଦ ॥
ଦାତା ଯେଉଁଦାନ ଦରିଦ୍ରେଦେଇ ।ଜଗତଯାକରେ ବିଖ୍ୟାତହୋଇ ॥
କୃପଣସ୍ୟ ଧନଂ ତାବତ୍ କାର୍ପସ୍ୟ ମୁଦ୍ରିତସ୍ୟ ଚଜଳବନ୍ନ ସବେତ୍ତତ୍ର ବର୍ଦ୍ଧାତେ ନ କଦାଚନ ।ଯେଉଁଲୋକ ହୃଦେ ନଥାଇଦୟା ।ଅସରନ୍ତି କୂପପ୍ରାୟ ତା କାୟା ॥
ଜୀର୍ଣ୍ଣକୂପରେ ପାଣି ଯେତେ ଥାଇ ।କୁମ୍ଭ ବୁଡ଼ାଇ ନ ଦିଅନ୍ତି କେହି ॥
ସରିଲେ ସିନା ସେ ଝରଇ ପାଣି ।ଅସରନ୍ତା କୂପ ନାମ ନଜାଣି ॥
ପୋତାହୋଇଣ ନାଶଯାଏ ଜଳ ।କେଉଁକଥାକୁସେନୋହେସୁଫଳ ॥
ନାମ ସହିତେ ନ ପଡ଼ଇକିନା ।କୃପଣର ଧନ ସେପରି ସିନା ॥
ଏମନ୍ତ ବୋଲିଣ କହିଛି ପାଠ ।ଏକଥା ଲାଗିଲା ବଡ଼ ସଙ୍କଟ ॥
ହସ୍ତତୋଳି ଯେ ନ ଦିଅଇ କିଛି ।ଅଦାତା ତାହାକୁ ଶାସ୍ତ୍ରେ କହିଛି ॥
ତୁମ୍ଭେବୋଲିବ କେଉଁଭାବେ ପୁଣ ।ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ ॥
ନିର୍ଦ୍ଦେୟସ୍ତୁ ଧନଂ ସ୍ଥାପ୍ୟ ନୋ ଦତ୍ତଂ ନାଭି ଭୁଜ୍ୟତେତଦ୍ଧନଂ ନାଶମାୟାତ ତଡ଼ିଲ୍ଲେଖେବ ନାନ୍ୟଥା ।ନିର୍ଦ୍ଦୟ ଲୋକ ଯେ ସଞ୍ଚଇ ବିତ୍ତ ।ଦେବାଠାରେ ତାର ନଥାଇଚିତ୍ତ ॥
ଆପଣେ ନଖାଏ ନକରେ ଦୟା ।ସେ ଧନ ସମାନ ବିଜୁଳିଛାୟା ॥
ଦାନଭକ୍ଷ୍ୟ ବିହୀନେନ ଯସ୍ତୁ ସଞ୍ଚୟତେ ଧନଂବିଂଶସ୍ୟ ପୂରଣର୍ଥାୟ ସ ସଦା ବ୍ୟସ୍ତ ମାନସଃ ।ଏମନ୍ତ ବିଚାର କରଇ ମନ ।ଦୁଃଖପାଇ ପଛେ ବଞ୍ଚିବ ଦିନ ॥
ବ୍ୟୟକଲେଯିବ ମୋଦ୍ରବ୍ୟ ନାଶ ।ଅଧିକ ବୋଇଲେ ଲୋକବିଶେଷ ॥
ଅଠର ଟଙ୍କା ହୋଇଥିଲା ପୂର୍ବେ ।ଆଉ ଯୋଡ଼ିଏ ମୁଁ ଅର୍ଜିବି ଯେବେ ॥
କୋଡ଼ିଏ ପୂରିଲେ ଅଧିକ କଥା ।ତେବେସେଯିବ ମୋ ମନର ବ୍ୟଥା ॥
ଏମନ୍ତ ବୋଲି ଭାଳୁଥାଇ ବସି ।ଊଣୋଇଶେବ୍ୟାଧିଘୋଟିଲାଆସି ॥
ଜୀବନାଧି ଯଦ୍ ବିଭାମଜ ତଂ ଦୁଃଖପୀଡ଼ୟା ।ନ ଯାତି ତତ୍ତ ତତ୍ସଙ୍ଗେ ସର୍ବଂ ବିଷ୍ଣୋର୍ଦ୍ଧାମାଳୟଂ ॥
ଜୀବନ ଥିବା ପରିଯନ୍ତେ ସୁଖେ ।ଧନ ଅରଜଇ ଅନେକ ଦୁଃଖେ ॥
ଯେତେବେଳେ ମୃତ୍ୟୁ ହୁଏ ପ୍ରାପ୍ତତ ।ଠୁଳ କରିଥାଇ ସେସବୁ ବିତ୍ତ ॥
ମରିବା ବେଳେ ନ ଦିଅନ୍ତି କିଛି ।ଏକଥାରେ କିବା ସନ୍ଦେହ ଅଛି ॥
ଯେତେ ଧନଦ୍ରବ୍ୟ ଥାଇଟି ତାର ।ଶ୍ରୀଜଗନ୍ନାଥଙ୍କ କୋଠଭଣ୍ଡାର ॥
ଦାନ ଭୋଗ ବିହୀନ ଯଦ୍ଦାନଂ ତନ୍ନିଷ୍ଫଳଂ ଭବେତ୍ ।ବୀଜଭାବବତୀ କ୍ଷେତ୍ରେ ଶସ୍ୟ ନ ମର୍ଜ୍ଜନଂ ଯଥା ॥
ହସ୍ତ ତୋଳିଣ ନ ଦିଅଇ ଯେହୁ ।ଥୋଇଗଲେ ଆଉ ପାଇବ କାହୁଁ ॥
ଯାହାକୁ ଦେଲା ସେ ତ ଧନୀହେଲା ।ଅକାରଣ ହୋଇ ଆପଣେ ମଲା ॥
ଦେଉଥିଲେ ସିନା ପାଆନ୍ତୁ ପୁଣି ।ନଦେଲା ପଦାର୍ଥ କେଦେବଆଣି ॥
ଯେଦେଇଥାଇ ସେ ଲେଉଟିପାଇ ।ତେଣୁକରି ସେହି କୃପଣ ନୋହି ॥
ହସ୍ତତୋଳି ଯେହୁ ନ ଦେଲାବିତ୍ତ ।ଆରଜନ୍ମେତାକୁ ନୋହେ ପ୍ରାପତ ॥
ବୁଣିଥିଲେ ସିନା ମିଳେ ଜନମି ।ଥୋଇଲା ଧନଟି ପଡ଼ିଆ ଭୂମି ॥
ଅବିଦ୍ୟା ଜୀବନଂ ଶୂନ୍ୟ ହରିଶୂନ୍ୟ ସବାନ୍ଧବଃ ।ଅପୁତ୍ରିକ ଗୃହ ଶୂନ୍ୟ ସର୍ବଶୂନ୍ୟ ଦରିଦ୍ରତା ॥
ବିଦ୍ୟାଥିବା ଲୋକ ସ୍ୱଭାବେ ବଡ଼ ।ତାହାକୁ କିଛିହିଁ ନୁହଇ ଗାଡ଼ ॥
ମୂର୍ଖଲୋକଙ୍କୁ ଯେଉଁ ଶାସ୍ତ୍ର ପୁଚ୍ଛି ।ମୁଖରେ ତାଙ୍କର ନ ଥାଏ କିଛି ॥
ଶୁଦ୍ଧ ଯେ ନୁହଇ ଅଶୁଦ୍ଧ ମୁଖ ।ଗୋଷ୍ଠୀରେପଡ଼ିଲେ ଏକଥାଦୁଃଖ ॥
ଯେଉଁଦେଶେ ବନ୍ଧୁ କୁଟୁମ୍ୱ ନାହିଁ ।ସେ ଦେଶରେ କିସ କରିବଯାଇ ॥
ଶୂନ୍ୟବୋଲି ଏହା ଜାଣିହୋନର ।କେବେହେଁସେଦେଶେନକରଘର ॥
ଯେବଣ ପ୍ରାଣୀର ନଥାଇ ସୁତ ।ଘରେ ପୁରିଥାଇ ଅନେକ ବିତ୍ତ ॥
ଦାସୀ ମଇଁଷି ଗୋରୁଗାଈ ମୂଳେ ।କେତେଦ୍ରବ୍ୟଲେଖିକହିବାଠୁଳେ ॥
ପୁତ୍ରଦୁହିତା ଯେ ନୋହିଲେ ଘେନ ।ଶାସ୍ତ୍ରେକହିଅଛି ସେଘରଶୂନ୍ୟ ॥
ଅନେକ ପାପେ ଅପୁତ୍ରିକହୋଇ ।ଅନ୍ତ କରି ତାହା କହି ନୁହି ॥
ଦରିଦ୍ର ଲୋକର ସକଳ ଶୂନ୍ୟ ।କେହି ତାହାକୁ ନକରଇ ମାନ୍ୟ ॥
ଗୋହାପାପଂ ଯୁଗାନ୍ତଂ ଚ ସ୍ତ୍ରୀହା ପାପଂ ଚତୁର୍ଯୁଗଂକଳ୍ପନ୍ତଂ ବ୍ରହ୍ମହାପାପଂ ବ୍ରହ୍ମସ୍ୱାଘଂ ନ ଯୀଦତି ।ଗୋରୁହତ୍ୟାପାପ ଯେହୁ କରଇ ।ଯୁଗ ପରିଯନ୍ତେ ପାପ ଲାଗଇ ॥
ସ୍ତିରୀହତ୍ୟା ଯେବେ କରିଣଥାଇ ।ଚାରିଯୁଗ ଗଲେ ସେ ପାପଯାଇ ॥
ବିପ୍ରହତ୍ୟା କଲେ କଳପେ ଯାଏ ।ବ୍ରହ୍ମସ୍ୱପାପ ଅନ୍ତକରି ନୋହେ ॥
ପୁତ୍ର ଦୁହିତା ଯେ ପିତା ସହିତେ ।ନାତି ପଣନାତି ଥିବେଟିଯେତେ ॥
ସବୁକୁ ଲାଗଇ ବ୍ରହ୍ମସ୍ୱ ଦୋଷ ।ସାହୁ ବୋଧକଲେ ପାତକନାଶ ॥
ଅତି ପାପକଲେ ଦରିଦ୍ର ହୋଇ ।ସବୁ ପ୍ରକାର ତାର ନାଶଯାଇ ॥
ରୂପଂ ବିତ୍ତଂ କବିତ୍ୱଂ ଚ ବିଦ୍ୟାଦିଗୁଣ ସଂଙ୍କୁଳକୁଳଶୀଳାଦିକଂ ସର୍ବଂ ଦରିଦ୍ରସ୍ୟ ହି ନଶ୍ୟତି ॥
ଯେତେବେଳେ ପ୍ରାଣୀ ଦରିଦ୍ର ହୋଇ ।ରୁପବର୍ଣ୍ଣଗୋଟି ନାଶକୁଯାଇ ॥
ସମର୍ଥପଣରେ ଯେଉଁ ବିଚାର ।ତା ପାଇ ନପାରେ ଦରିଦ୍ର ନର ॥
ମହତ ପଣରେ ଯେଉଁ ବେଭର ।ସେହି ନାଶଯାଇ ଦରିଦ୍ରଠାର ॥
ବିଦ୍ୟାବୁଦ୍ଧିତାର ଯେତେକ ଥାଇ ।ଦରିଦ୍ର ହୋଇଲେ ନାଶକୁଯାଇ ॥
ବଳବପୁ ଆଦି କହିବା ପୁଣ ।ନାଶକୁ ଯାଇ ସେ ସକଳଗୁଣ ॥
ସତ୍ୟଧର୍ମ କୁଲଶୀଳକୁ ଘେନି ।ଦରିଦ୍ର ହୋଇଲେ ଏତେକହାନି ॥
ଦରିଦ୍ରସ୍ୟ ବ୍ୟାଧିସତ୍ୟ ମୂର୍ଖସ୍ୟାଧର୍ମଣସ୍ତଥାପୂର୍ବାର୍ଜିତ ଫଳେନୈବ ସୁଖଂ ସର୍ବଂ ବିଷୀଦତି ।ଦରିଦ୍ର ବ୍ୟାଧିମନ୍ତ ମୂର୍ଖଜନେ ।ଭୁଞ୍ଜନ୍ତି ଦୁଃଖଟି ଅଧମମାନେ ॥
ପାପ ଫଳରୁଟି ଏମନ୍ତ ଦୁଃଖ ।ଲୋଡ଼ିଲେ ସେ କାହିଁ ପାଇବସୁଖ ॥
ଭଲମନ୍ଦରଟି ଯେଉଁ ବ୍ୟବସ୍ଥା ।ଅନ୍ତରେ ଜାଣିବ ସମସ୍ତ କଥା ॥
ତୁମ୍ଭେ ବୋଲିବ କେଉଁଭାବେପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତକୁଶୁଣ ॥
କାକଃ କୃଷ୍ଣଃ ପିକଃ କ୍ୱ ଭେଦ ପିକ କାକୟୋଃବସନ୍ତକାଳେ ସଂପ୍ରାପ୍ତେ କାକଃ କାକଃ ପିକଃ ପିକଃ ।କାକବର୍ଣ୍ଣଗୋଟି ସ୍ୱଭାବେ କଳା ।ପିକ ବର୍ଣ୍ଣ ଦିଶେ ତାହାରି ପରା ॥
ଜ୍ୟୋତିରେ ଦେହ କୃଷ୍ଣବର୍ଣ୍ଣସମ ।ବାରି ନୁହଇ ଭିନ୍ନାଭିନ୍ନ ଲୋମ ॥
ବେନିଗୋଟି ଜୀବ କଳାସ୍ୱଭାବ ।ବସନ୍ତ ସମୟେ କରନ୍ତେ ରାବ ॥
ତେବେ ଜାଣି ତାଙ୍କ ବଚନ ନିକ ।କାକ କାକ ହୋଏ ପିକାହିଁପିକ ॥
ଆବର କଥାଏ କହିବା ପୁଣ ।ସୁସଙ୍ଗୀଲୋକର ଯେତେକଗୁଣ ॥
ଅକର୍ତ୍ତବ୍ୟ ତୁ ନ କୁର୍ଯ୍ୟାଦେବାକୀ ନ କଜେତ୍ କଦା ।ସୁସଙ୍ଗେ ଜୀବନଂ ରଖେତ୍ ପାନ୍ଥ କର୍କଟୟୋର୍ଯଥା ॥
ଯେତେ କାର୍ଯ୍ୟଥିଲେ ଅତି ଆକଟେ ।ଏକାହୋଇଣ ନ ଚାଲିବ ବାଟେ ॥
ତୁମ୍ଭେ ବୋଲିବ କେଉଁ ଭାବେ ଅବା ।କାହିଁ ଦେଖିଲା ଦୃଷ୍ଟାନ୍ତର ଦେବା ॥
ଭଦ୍ରାନନ୍ଦ ନାମେ ଏକ ପ୍ରବାସୀ ।ନିଗମ ବନରେ ପଶିଲା ଆସି ॥
ଏକା ଜଣେ ହୋଇ ଚାଲଇ ବାଟ ।ପଥରେ ଦେଖିଲା ଏକ କର୍କଟ ॥
ବିଦେଶୀକି ଚାହିଁ କର୍କଟ କହି ।ଏକାହୋଇ ପଥ ନ ଚାଲ ଭାଇ ॥
ଜ୍ଞାନ ବୁଦ୍ଧି ତାର ନାହିଁକି ଆଉ ।ନିଗମ ବନରେ ଏକା ତୁ ଯାଉ ॥
ବିଦେଶୀ ବୋଇଲା ଶୁଣ କର୍କଟ ।ନାହିଁ ମୋର ବନ୍ଧୁ କୁଟୁମ୍ୱ ଇଷ୍ଟ ॥
ପୁତ୍ର ଦୁହିତା ନାହିଁ ମୋ ସଙ୍ଗତେ ।କାହାକୁ ଘେନିଣ ଚାଲିବି ପଥେ ॥
କର୍କଟ ବୋଇଲା ମୋତେ ତୁ ନିଅ ।ତୁଣ୍ଡର ସଙ୍ଖାଳି କରିଣ ଥାଅ ॥
ଶୁଣି ପ୍ରଦେଶୀ ଲଭିଲା ସନ୍ତୋଷ ।ବୋଇଲା ମୋର କମଣ୍ଡଳେ ପଶ ॥
ଯେତେଦୂର ତୁ ଇଚ୍ଛାସୁଖେ ଯିବୁ ।ମିତ୍ରହୋଇ ମୋର ସଙ୍ଗତେଥିବୁ ॥
ଏତେବୋଲିତାକୁକରରେ ଘେନି ।ଚଳିଲେ ପ୍ରଦେଶୀ କର୍କଟ ବେନି ॥
ସଧୀରେ ସଧୀରେ କଲେ ଗମନ ।ବଟବୃକ୍ଷ ଅଛି ନିଗମ ସ୍ଥାନ ॥
ଖରାରେ ଆରତ ହୋଇ ପ୍ରଦେଶୀ ।ଛାଲପାରି ବୃକ୍ଷତଳରେ ବସି ॥
ଅଗମେ ମୃକ୍ଷାଶାଖାୟାଂ କାକ ସର୍ପୋ ପଥିସ୍ଥିତୌଉଭୟୋର୍ଦ୍ଦୁଷ୍ଟବୁଦ୍ଧିତ୍ୱେ ଭବେତ୍ପଥିକନାଶନଂ ।କାକ ସର୍ପ ବେନି ମଇତ୍ର ହୋଇ ।ସେ ବୃକ୍ଷ ଉପରେ ଅଛନ୍ତି ରହି ॥
ତରୁବର ଶିଖେ ତାହାଙ୍କ ବାସ ।ପଥିକମାନଙ୍କୁ କରନ୍ତି ନାଶ ॥
ଏମନ୍ତେ ପ୍ରଦେଶି ଥିଲାକ ବସି ।ନିଦ୍ରା ଘାରିଲା ତା ଚକ୍ଷୁରେ ଆସି ॥
ପଥଶ୍ରମ ପାଇ ପଡ଼ିଲା ଶୋଇ ।କାକ ଡାକଦେଲା ସାପକୁଚାହିଁ ॥
ଭୋ ମିତ୍ର ଭକ୍ଷିବା ଉତ୍ତମ ମାଂସ ।ବିଦେଶୀ ଶୋଇଛି ଯାଇତୁ ଦଂଶ ॥
ଶୁଣିକରି ସର୍ପ ଧାଇଁଲା ରୋଷେ ।ପ୍ରବେଶ ହୋଇଲା ବିଦେଶୀପାଶେ ॥
ମଥାରେ ନେଇ ଲଗାଇଲା ଘାଉ ।ବିଦେଶୀ ଜାଣି ନପାରିଲା ଆଉ ॥
କହୁଁ କହୁଁ ବିଷ ଦେହେ ବ୍ୟପିଲା ।ନିଦ୍ରାବସ୍ଥାରେ ତା ଜୀବନଗଲା ॥
କାକ ମୁଖ ଚାହିଁ ବୋଇଲା ସର୍ପ ।ଭୋ ମିତ୍ର ହରିଲା ପଥିକ ଦର୍ପ ॥
ନିର୍ଭୟ ହୋଇଣ ଖାଅ ତୁ ବସି ।ଗର୍ଭ ପୁରାଇଣ ସନ୍ତୋଷ ହୋସି ॥
ଏତେ ବୋଲି ସର୍ପ ମିତ୍ରକୁ କହି ।ବୃକ୍ଷକ୍ରୋଟରେ ପଶିଲାକଯାଇଁ ॥
ଏମନ୍ତ ଶୁଣି ସେ ଅଇଲା କାକ ।ବିଦେଶୀପରେ ବସିଦେଲା ଡାକ ॥
ଥଣ୍ଟଘେନି ତାର ଚର୍ମ ଟାଣିଲା ।ନିଶ୍ଚୟ ମରିଛି ବୋଲି ଜାଣିଲା ॥
କମଣ୍ଡଳେ ଅଛି ଯେବଣ ଦ୍ରବ୍ୟ ।ତାହାଖାଇ ଆଗେ ତୋଷିବିଗର୍ଭ ॥
ଥଣ୍ଟ ପୂରାଇ ଦରାଣ୍ଡନ୍ତେ କାକ ।କର୍କଟ ଜାଣି ଧରିଲା ତା ବେକ ॥
ବେନିଗୋଟି ଦନ୍ତ ଲଗାଇ କଣ୍ଠେ ।ଆକର୍ଷି ଧରିଣ ଯାକିଲା ଆଣ୍ଟେ ॥
କାକ ବୋଇଲା ତୁ ଶୁଣ କର୍କଟ ।କିମ୍ପା ଜାକିଧରୁ ମୋହର କଣ୍ଠ ॥
ପଞ୍ଚଭୂତ ଆତ୍ମା ଯାଉଛି ଉଡ଼ି ।ଦନ୍ତେ ତିରଣ ମୋତେ ଦିଅଛାଡ଼ି ॥
ମୁଁ ତୋର ଭଗାରି ନୁହଇ ବାପ ।ଅଦୋଷେ ମାଇଲେପାଇବୁପାପ ॥
କର୍କଟ ବୋଇଲା ଶୁଣରେ ବାଇ ।ସର୍ପ ଅଛି ମୋର ମିତ୍ରକୁ ଖାଇ ॥
ତାହାକୁ ଆଗତୁ ଜିଆଅ କିନା ।ତେବେ ତୋ ଜୀବନ ପାଇବୁସିନା ॥
ପ୍ରଚ୍ଛନ୍ନ ବଚନ ମୋହର ଏଟି ।ନୋହିଲେ ଦନ୍ତରେ କାଟିବିତୋଟି ॥
ଶୁଣି ସ୍ତମ୍ଭୀଭୂତ ହୋଇଲା କାକ ।ସର୍ପକୁ ଡାକିଲା ହେମିତ୍ର ରଖ ॥
ବିଦେଶୀ ଅଙ୍ଗରୁ ବିଷ ତୁ ହର ।ନୋହିଲେ ଜୀବନ ଗଲାଟି ମୋର ॥
କାକ ବଚନରେ ବାହାରି ଅହି ।ବିଷ ଚୁମ୍ୱିଲା ଘାଆମୁଖେଯାଇ ॥
ଭଦ୍ରାନନ୍ଦ ନାମେ ବିଦେଶୀଗୋଟି ।ସଚେତହୋଇ ସେ ବସିଲାଉଠି ॥
କର୍କଟ ବୋଇଲା ଶୁଣ ହେ ମିତ୍ର ।ସର୍ପଦଂଶିଲା ଯେ ନ ଜାଣୁ ତୁତ ॥
ଛାଲ ତଳରେ ଅଛି ଲୁଚି ସେଟି ।ବାଡ଼ିଧରି ବେଗେ ପକାଅ ପିଟି ॥
ମୋଠାରୁ ଯିବକି ଏ କାକ ଛାର ।ସର୍ପକୁ ଆଗ ତୁ ବହନମାର ॥
କର୍ମଟ ବଚନ ଶୁଣି ସେ ଯୋଗୀ ।କରେ ବାଡ଼ିଧରି ଉଠିଲାବେଗି ॥
ଛାଲ ତୋଳି ତହିଁ ମାଇଲା ସର୍ପ ।କର୍କଟ ହାରିଲା କାକର ଦର୍ପ ॥
ଦନ୍ତରେ କାଟି ବେନିଖଣ୍ଡ କଲା ।ତା ପିଣ୍ଡୁ ପ୍ରାଣ ଅନ୍ତରୀକ୍ଷେଗଲା ॥
କାକସର୍ପ ବେନି ହୋଇଲେ ହତ ।ସୁସଙ୍ଗ ସଙ୍ଗର ଗୁଣ ଏମନ୍ତ ॥
ତେଣୁ କରି ପଥେ ନ ଯିବ ଏକା ।ସଙ୍ଗେ ଜଣେଥିଲେ ପ୍ରାଣକୁଶାଖା ॥
କର୍କଟକୁ ଚାହିଁ ବୋଇଲେ ଯୋଗୀ ।ଭୋମିତ୍ର ଏଠାରୁ ଚଳିବାବେଗି ॥
ଯେୁଁଠାରେ ପାଇ ଆତ୍ମାକୁ ସଲ ।ସେଠାରେ ଥିବାର ନୁହଇ ଭଲ ॥
ତୁଯେବେ ହେମିତ୍ର ରଖିଲୁମୋତେ ।ଉତ୍ତମସ୍ଥାନରେ ହୁଡ଼ିବି ତୋତେ ॥
ଏତେବୋଲି ଯୋଗୀ ଚଳିଲାବେଗେ ।ପ୍ରବେଶ ହୋଇଲା କର୍କଟ ଲାଗେ ॥
ନଦୀକୂଳେ ନେଇ ମିତ୍ରକୁ ଛାଡ଼ି ।ମଣ୍ଡପେ ବସିଲା ଆସନ ମାଡ଼ି ॥
ସାବଧାନ ହୋଇ ଶୁଣ ସୁଜନ ।ସୁସଙ୍ଗ ଲୋକର ଏମନ୍ତଗୁଣ ॥
ଆବର କଥାଏ କହିବା ଏବେ ।ସୁଜନେ ବିଚାରି ଘେନିବ ତେବେ ॥
କ୍ଷୁଧାତୁରାଣାଂ ନହି ଶୁଦ୍ଧବୁଦ୍ଧି ତୃଷାତୁରାଣାଂ ନ ଚ ପାତ୍ରଶୁଦ୍ଧିଃନିଦ୍ରାତୁରାଣାଂ ନଚ ଭୂମିଶଯ୍ୟା କାମାତୁରାଣାଂ ନହି ଲୋକଲଜ୍ଜା ।କ୍ଷୁଧାରେ ଯେଲୋକ ଆରତହୋଇ ।ବଳବୁଦ୍ଧି ତାର ନଥାଏଦେହୀ ॥
ତୃଷା ଆରତ ଯେ ସବୁହୁଁ ଦୁଃଖ ।ପାତ୍ର ଭଲମନ୍ଦ ନ ଜାଣେ ମୂର୍ଖ ॥
ଶୁଦ୍ଧ ଅଶୁଦ୍ଧ ନ ଜାଣେ କେବଳ ।ଯହିଁ ପାଇ ତହିଁ ପିଅଇ ଜଳ ॥
ନିଦ୍ରାରେଯେଲୋକ ଆରତହୋଇ ।ଭୂମି ଭଲମନ୍ଦ ନଜାଣେ ସେହି ॥
ପଦା ବୁଦାମୂଳ ଯେ ଶମଶାନ ।ଯହିଁ ପାରେ ତହିଁ କରେ ଶୟନ ॥
କାମଆତୁର ଯେଉଁଲୋକ ହୋଇ ।ଲାଜକୁ ତାହାର ଭୟ ନଥାଇ ॥
ମରିବା କଥାକୁ ନଥାଏ ଭୟ ।ବିଷ ମଣୁଥାଏ ଅମୃତ ପ୍ରାୟ ॥
କ୍ଷୁଧା ତୃଷା ନିଦ୍ରା ଆବର କାମ ।ଏମାନେ ଚିତ୍ତକୁ କରନ୍ତି ଭ୍ରମ ॥
ସର୍ବଦୁଃଖାଧିକଂ ମନ୍ୟେ ତ୍ୱନ୍ନ ନଷ୍ଟଂ ସୁଦାରୁଣଂଭୁଜଙ୍ଗସ୍ୟ ବିଷତ୍ତୀକ୍ଷଣଂ ନରସ୍ୟ ସର୍ବଘାତକଂସବୁ ଦୁଃଖରୁ ଯେ କ୍ଷୁଧା ଗରିଷ୍ଠ ।ଭୋକ ଲାଗିଲେ ଜ୍ଞାନଯାଏ ନଷ୍ଟ ॥
ତୁମ୍ଭେବୋଲଅବା କେମନ୍ତଭାବେ ।ସେକଥା ବୁଝାଇ କହିବା ଏବେ ॥
ଭୁଜଙ୍ଗ ବୋଲିଣ ସର୍ପକୁ କହି ।ସେଦଂଶିଲେଦେହଯେମନ୍ତହୋଇ ॥
ବିଷଯେଦେହରେ ଉଠଇ ଖରେ ।କ୍ଷୁଧାରେ କଷ୍ଟହିଁ ସେହି ପ୍ରକାରେ ॥
ଘାରିହୋଇଣ ପାଉଥାଇ ଦୁଃଖ ।କେଉଁ କଥାରେ ନଥାଏ ତାସୁଖ ॥
କୋଟିଏ ନାଗର ଯେମନ୍ତ ଜ୍ୱାଳା ।ଅନ୍ନକଷ୍ଟ ଦୁଃଖ ତହିଁ ଆଗୁଳା ॥
ଆଦୌ ରୂପବିନାଶିନୀକୃଶକରି କାମସ୍ୟ ବିଧ୍ୱଂସିନୀଜ୍ଞାନଭ୍ରଂଶକାରୀ ତପକ୍ଷୟକାରୀ ଧର୍ମାର୍ଥନିର୍ମୂଳିନୀପୁତ୍ରଭ୍ରାତୃକଳତ୍ରଭେଦନକାରୀ ଲଜ୍ଜାକୁଳଚ୍ଛେଦିନୀସୀମାଂ ପୀଡ଼ତ ସର୍ବଦୋଷ ନନୀ ପ୍ରାଣାପହାରୀକ୍ଷୁଧାପ୍ରଥମେ ରୂପ କରଇ ବିନାଶ ।ତାପରେ ଶରୀର କରଇ କୃଶ ॥
କାମ ଜ୍ଞାନ ତପ ଜୟ କରଇ ।ଧର୍ମ ଅର୍ଥର ମୂଳ ନ ରଖଇ ॥
କାମଦେବ ତାପ କରଇ ଦୂର ।କ୍ଷୁଧା ଅଶେଷ କ୍ଳେଶମୂଳଧାର ॥
ପୁତ୍ର ଦୁହିତା ଯେ କୁଟୁମ୍ୱ ଲୋକ ।ସବୁରି ମନକୁ ଲାଗଇ ଶୋକ ॥
ଭିନ୍ନଭିନ୍ନ କରି କରନ୍ତି ଘର ।ପେଟ ନପୁରି କେ ପଳାନ୍ତି ଦୂର ॥
ପିତାକୁ ପୁତ୍ର ଯେ କରଇ ଦୂର ।ଏତେଦୁଃଖ ହାଦେ ଅନ୍ନ କଷ୍ଟର ॥
ଗୃହସ୍ଥକୁ ଛାଡ଼ି ଭାରିଯା ଯାଇ ।ପରଘରେ ଖଟେପୋଇଲୀ ହୋଇ ॥
ଏମନ୍ତ ଭାବେଟି ଅନ୍ନର କଷ୍ଟ ।ସର୍ପଗରଳରେ ଯେମନ୍ତ ନଷ୍ଟ ॥
ମନ୍ତ୍ରେ ସଦଦିଷଂ ଯାତି କ୍ଷୁଧାନ୍ନ ଭୋଜନ ତଥାସଜ୍ଜାନାବନ୍ନାମନ୍ତ୍ରୌ ଚ କ୍ଷୁଦ ବିଷେ ଖଳରୂପକେ ।ମନ୍ତ୍ରପଢ଼ି ଯେହ୍ନେ ବିଷକୁ ଝାଡ଼ି ।ଅନ୍ନଦେଲେ କ୍ଷୁଧାଶୀତଳପଡ଼ି ॥
ଅନ୍ନ ବଡ଼ଲୋକ ରଖଇ ପ୍ରାଣ ।କ୍ଷୁଧା ତୃଷାହିଁଟି ପ୍ରକୃତି ଜାଣ ॥
ସାଧୁଜନମାନେ ବିଚାର କର ।ଗୁଣ ଅବିଗୁଣ ଏତେ ଅନ୍ତର ॥
ପିତାମାତା ଦୁହେଁ ପୁତ୍ରକୁ ଯେତେ ।ପଢ଼ିବାନିମନ୍ତେ ବୁଝାନ୍ତି କେତେ ॥
ତୁମ୍ଭେ ଯେ ଆମ୍ଭର ଗୁଣିକ ପୁଅ ।ପାଠ ପଢ଼ିବାକୁ ବିବେକ ହୁଅ ॥
ବିଦ୍ୟା ନାମ ନରସ୍ୟ ରୂପମଧିକଂ ପ୍ରଚ୍ଛନ୍ନ ଗୁପ୍ତଧନଂବିଦ୍ୟା ଭୋଗକରି ଯଶଃ ସୁଖକାରୀ ବିଦ୍ୟା ଗୁରୁଣାଂଗୁରୁବିଦ୍ୟା ବନ୍ଧୁଜନେ ବିଦେଶଗମନେ ବିଦ୍ୟାପରମଦୈବତବିଦ୍ୟା ରାଜସୁ ପୂଜିତଂ ନହି ଧନଂ ବିଦ୍ୟା ବିହୀନଃ ପଶୁ ।ପାଞ୍ଚରେ ଗଣିତ ହୋଇବୁ ଯେବେ ।ସଭାରେ ବସିବୁ ପଣ୍ଡିତ ଭାବେ ॥
ବିଦ୍ୟା ପ୍ରସାଦେ ଧନଦ୍ରବ୍ୟ ପାଇ ।ବିଦ୍ୟା ଥିଲେ ରାଜଗୋଷ୍ଠୀକିଯାଇ ॥
ବିଦ୍ୟାହୀନ ଲୋକ ସ୍ୱଭାବେ ଅନ୍ଧ ।ପବିତ୍ର ନୁହଇ ତାହାର ପଦ ॥
ସଭାରେ କହି ନ ପାରଇ କଥା ।ପିତା ମାତାକୁ ଯେ ବହୁତ ବଥା ॥
ପଣ୍ଡିତ ଲୋକଙ୍କୁ ଆସନ୍ତି ପୁଚ୍ଛି ।ଖଡ଼ିତଳେ ଖଣ୍ଡା ଶାସ୍ତ୍ରରେ ଅଛି ॥
ବିଦ୍ୟାଧନ ବାବୁ ଜଗତେ ସାର ।ଚୋରାଇ ନେଇ ନପାରଇଚୋର ॥
ଜାତି ବିଭାକାର୍ଯ୍ୟ ଯହିକି ଯାଇ ।କେଉଁଠାରେ ସେହି ହଜଇନାହିଁ ॥
ଖଣ୍ଡ ଦଣ୍ଡ ପାଟ ଏମାନେ ମୂଳେ ।ରାଜାହିଁ ନେଇ ନ ପାରଇବଳେ ॥
ଯେବେଟି ବିଦେଶୀ ରାଜ୍ୟକୁ ଯାଇ ।ଭାର ବୋଝକରି ନଥାଏ ବୋହି ॥
ସକଳ ଦ୍ରବ୍ୟମାନ ହୋଏ ବ୍ୟୟ ।ବିଦ୍ୟାଧନ ଆଉ ନ ଯାଏ କ୍ଷୟ ॥
ଦେଲେ ଖାଇଲେ ଯେଉଁଧନ ସରି ।ସେ ଧନ ଛାରକୁ ଲେଖା ନକରି ॥
ବିଦ୍ୟାଧନ ଯେଉଁ ପଣ୍ଡିତ ବହି ।ସୁପୁରୁଷ ବୋଲି ତାହାକୁ କହି ॥
ଏମନ୍ତ ବୋଲିଣ ଶିଖାଏ ତାତ ।ତାହା ନ ଶୁଣନ୍ତି ଯେବଣ ସୁତ ॥
ସେ ଲୋକମାନଙ୍କୁ ବୋଲିଟି ମୂର୍ଖ ।କେଉଁଠାରେ ତାଙ୍କୁ ନମିଳେସୁଖ ॥
ଅସନ୍ତୁଷ୍ଟା ଦ୍ୱିଜା ନଷ୍ଟା ସନ୍ତୁଷ୍ଟାଇବ ପାର୍ଥିବାଃସଲଜ୍ଜା ଗଣିକା ନଷ୍ଟାଃ ନିର୍ଲ୍ଲଜାଶ୍ଚ କୁଳସ୍ତ୍ରୀୟଃ ।ଜାତିମାନଙ୍କରେ ବ୍ରାହ୍ମଣ ଶ୍ରେଷ୍ଠ ।ଅସନ୍ତୋଷରେ ସେ ହୁଅହିଁ ନଷ୍ଟ ॥
ରାଜାହୋଇ ଯେବେସନ୍ତୋଷବହି ।ଯେତେ ଦେଶଥିଲେ ନାଶକୁଯାଇ ॥
ବେଶ୍ୟାହୋଇଯେବେଲଜ୍ଜାକୁପାଏ ।ଶାସ୍ତ୍ରରେ କହିଛି ସେ ନାଶଯାଏ ॥
କୁଳସ୍ତିରୀ ଯେବେ ଛାଡ଼ିବ ଲାଜ ।ସେ ଛାର ଯୁବତୀ କାହିଁରେକାର୍ଯ୍ୟ ॥
ତାହାକୁ ଗୃହରେ ରଖିଲେ ପୁଣ ।ପଛନ୍ତେ କାଳକୁ ନିଅଇ ପ୍ରାଣ ॥
ହେଳାୟାଂ କାର୍ଯ୍ୟନାଶଃସ୍ୟାଦ ବୁଦ୍ଧି ନାଶଶ୍ଚ ନିର୍ଦ୍ଧନେଯଚ୍ଞୟାଂ ମାନନାଶଃସ୍ୟାଦ୍ ବୁଦ୍ଧିନାଶଶ୍ଚ ନିର୍ଦ୍ଧନେ ।ହେଳାକରି କାର୍ଯ୍ୟ କରି ନୁହଇ ।ନିର୍ଦ୍ଧନ ଲୋକର ବୁଦ୍ଧିନଥାଇ ॥
ଯାଚକ ହୋଇଯିବ ଯାହା ପାଶ ।ପୁଣ୍ୟଧର୍ମ ସବୁ ଯାଇଟି ନାଶ ॥
ଅଜାତିରେ ଯେ ବେଳେକ ଭକ୍ଷି ।କୁଳ ନାଶଯାଏ ଶାସ୍ତ୍ରରେ ଅଛି ॥
ଏମନ୍ତ ଭାବେ କହିଅଛି ପାଠ ।ଏତେଲୋକଙ୍କୁ କରିବା ଆକଟ ॥
ମର୍ଦ୍ଦଳୋ ପାଠପୋ ଦାସୀ ଗ୍ରାମେଣୋ ନାପିତ ସ୍ତଥାନାବିକଶ୍ଚୈବ ଗୋପାଳଃ ନପ୍ତୋତେ ତାଡନେ ବଶଃ ।ପାଠ ପଢ଼ନ୍ତି ଯେ ବାଳୁତପୋଏ ।ମାଇଲେ ତାହାକୁ ହୁଅଇ ଜୟେ ॥
ମର୍ଦ୍ଦଳ ଯେବେ ଆଣ୍ଟକରି ମାରି ।ତେବେ ସେ ଶୁଭଇ ଶବଦକରି ॥
ଦାସୀଯେ ପୋଇଲିଏ ପରିବାରୀ ।ଆକଟ କଲେ ଯେ ଥାଆନ୍ତିଡ଼ରି ॥
ଗ୍ରାମେଶବୋଲିହେ ଦେଶପ୍ରଧାନ ।ନାପିତ ବୋଲିଟି ଭଣ୍ଡାରିନାମ ॥
ନାବିକ ବୋଲି କେଉଟିକୁ କହି ।ଗୋପାଳ ମିଶି ସାତଜଣ ହୋଇ ॥
ଏହାଙ୍କଠାରେ ନୋହିବ ସଦୟ ।ଗୋପାଳ ମିଶି ସାତଜଣ ହୋଇ ॥
ଏହାଙ୍କଠାରେ ନୋହିବ ସଦୟ ।ମାରି ସେମାନଙ୍କୁ କରିବ ଜୟ ॥
ଋଣକର୍ତ୍ତା ପିତା ଶତ୍ରୁ ମାତାଶତ୍ରୁ ଦ୍ୱଚାଋଣୀଭାର୍ଯ୍ୟା ରୂପବତୀ ଶତ୍ରୁଃ ପୁତ୍ରଃ ଶତ୍ରୂ କୁପଣ୍ଡିତଃ ।ଜନକ ଯେବେ ହୁଏ ଋଣକାରୀ ।ସେ ଅଟେ ପୁତ୍ରର ନିଶ୍ଚେ ବଇରୀ ॥
ମାତା ବିଟପୀ ହୋଇଲେ ବଇରୀ ।ସୁନ୍ଦରୀ ଭାର୍ଯ୍ୟାକୁ ଦୃଷ୍ଟି ସବୁରି ॥
କୁପଣ୍ଡିତ ହୁଏ ଯେଉଁ ତନୟ ॥
ମାତାପିତାକୁ ସେ ଭଗାରିପ୍ରାୟ ॥
ସର୍ବସମ୍ପତ୍ ପ୍ରଯୁକ୍ତୋଽପିକ୍ରୁରେ ବିଦ୍ୟାବିବର୍ଜିତେଗୁଣାଃ ପୂଜ୍ୟା ନ ଭୂୟନ୍ତେ ତଦ୍ବିଧେନ ଜନେନ ତୁ ।ଯେବଣ ଲୋକର ନ ଥିବ ଗୁଣ ।ପାଶରେ ଥାଇକି କରିବ ପୁଣ ॥
ତୁମ୍ଭେବୋଲିବ କେଉଁଭାବେ ଅବା ।ଦୃଷ୍ଟାନ୍ତରେ ଏହା ଫେଡ଼ିକହିବା ॥
ନମ୍ରନ୍ତି ଫଳିପୋ ବୃକ୍ଷା ନମ୍ରନ୍ତି ଗୁଣିନେ ଜନାଃମୂର୍ଖଂ ଚ ଶୁଷ୍କକାଠଂ ଚ ଭଜ୍ୟତେ ନ ଚ ନମ୍ରତେ ।ସୁଜନ ଲୋକର ଭଲ ବ୍ୟବସ୍ଥା ।ବିନୟ ଭାବରେ କହିବ କଥା ॥
ଦୁର୍ଜନ ଲୋକର ବୁଦ୍ଧି ଏମନ୍ତ ।ଶୁଖିଲା କାଠର ଦେହ ଯେମନ୍ତ ॥
ଭାଜିଯାଏ ପଛେ ଦ୍ୱିଖଣ୍ଡ ହୋଇ ।ନମ୍ରଭାବେ କେବେ ଓହଳେନାହିଁ ॥
ମୂର୍ଖସ୍ତ୍ୱ ଧର୍ମଶୀଳସ୍ତୁ ସ୍ୱପ୍ରଶଂସାନୁରାଗତଃତଦ୍ବକ୍ରେ ମଧୂରାଳପଂ ନୋ ସରେତ୍ତ୍ୱ କଦାଚନି ।ମୂର୍ଖଲୋକମାନେ ଅଧର୍ମୀ ଜାଣ ।କରୁଥାନ୍ତି ଏକ ଆପଣା ଟାଣ ॥
ମଧୁର ଭାଷା ନ ଆସଇ ତୁଣ୍ଡେ ।କଳି କରିବାକୁ ଉଠନ୍ତି ଚାଣ୍ଡେ ॥
ବନସଂସ୍ଥେଷୁ ବୃକ୍ଷେଷୁ ଚନ୍ଦନଂ ପୂଜ୍ୟତେ ଜନୈଃଯଥାରତ୍ନେଷୁ ସର୍ବେସୁ ହାଟକଂ ବହୁମାନଭାକ ।ଅରଣ୍ୟରେ ଅଛି ଅନେକ ବୃକ୍ଷ ।ଚନ୍ଦନକାଠ ଯେ ସବୁହୁଁ ମୋକ୍ଷ ॥
ଆନବୃକ୍ଷ କାହିଁ ତା ତୁଲେ ସରି ।ଭଲ ମନ୍ଦ ଦୁଇ ଏତ ବିଚାରି ॥
ସବୁ ରତ୍ନମାନେ ନୁହନ୍ତି କମ ।ସୁବର୍ଣ୍ଣତୁଲେକି ହୋଇବ ସମ ॥
କଷଟିରେ କଷି ଅଗ୍ନିରେ ଦହି ।ଯେତେତୁଳିଥାଏତେତକ ହୋଇ ॥
ମହତ ଲୋକର ଏମନ୍ତ ଗୁଣ ।ଅସତ୍ମାର୍ଗକୁ ନ ଯାନ୍ତି ପୁଣ ॥
ଦୟାବାନ୍ମୁନୁଷଃ ଶ୍ରେଷ୍ଠଃ ପଂକ୍ତିମାନେବ ବୁଦ୍ଧିମାନ୍କୃଷ୍ଣାଭକ୍ତଃ ସର୍ବପୂଜ୍ୟୋ ଯତସ୍ତଦ୍ ବାସନା ଦୃଢ଼ା ।ସେ ଯେଡ଼େ ପୁରୁଷ ହୋଇବଏକ ।ଦୟାବନ୍ତଲୋକ ମନୁଷ୍ୟଲେଖ ॥
ଗୋଷ୍ଠୀରେଥାଆନ୍ତିଯେବଣଲୋକ ।କୃଷ୍ଣକଥାରେ ସେ ବଡ଼ ବିବେକ ॥
ସେ ପ୍ରାଣୀମାନେଟି ବିଶେଷ ବଡ଼ ।ସବୁ ଜନ୍ମେ ତାଙ୍କ ବାସନାଦୃଢ଼ ॥
ଅଧର୍ମୀ ପୁରୁଷ ମାୟାରେ ବସି ।କୃଷ୍ଣକଥାରେ ନ ପାରନ୍ତି ପଶି ॥
ବାସୁଦେବ ସ୍ଥିତେ ଯସ୍ତୁ ଭଜେଦନ୍ୟଂ ନରାଧମଃପୂରତୋଜାହ୍ନବୀଦୃଷ୍ଟା କୂପଂ ଘନତି ଦୂର୍ମତିଃ ।ବାସୁଦେବ ପ୍ରାୟ ପ୍ରଭୁଙ୍କୁ ଛାଡ଼ି ।ଅନ୍ୟାନ୍ୟକୁ ଭଜେ ଅମଡ଼ାମାଡ଼ି ॥
ତାହାକୁ ବୋଲିଟି ଅଧମ ଜନ ।ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ ॥
ଜାହ୍ନବୀ ଅଟେ ଯେ ଉତ୍ତମ ନଈ ।ଦୁଆର ମୁହରେ ଯାଉଛି ବହି ॥
ତା ଜଳପାନରେ ଛାଡ଼ଇ ପାପ ।ବାରିଆଡ଼େ ଯାଇଁଖୋଳାନ୍ତିକୂପ ॥
ତେଣୁକରି ତାଙ୍କୁ ବୋଲିବା ସାନ ।ଗୋଷ୍ଠୀରେନଲେଖି ଏଲୋକମାନ ॥
ବଡ଼ିମା ପଣେ କହୁଥାନ୍ତି କଥା ।ଆପଣା ଇଚ୍ଛାଏ ବଡ଼ ବକତା ॥
କୂପେ ଚ ଦର୍ଦ୍ଦରୋବକ୍ତି ମତ୍ସମଃ କୋଽସ୍ତ ସଙ୍ଗରେପେଚକସ୍ତୁ ତଥା ରାତ୍ରୌ କାକାନାଂ ନୀରବେ କ୍ଷଣେ ।ଦର୍ଦ୍ଦୁରବୋଲି ଯେ ବେଙ୍ଗକୁକହି ।ଯେମନ୍ତେ କୂପଭିତରେ ସେଥାଇ ॥
ବକତା ହୋଇ କହୁଥାଇ ରାଗେ ।ଶତ୍ରୁଥିଲେ ଆସି ମିଳୁ ମୋଆଗେ ॥
ପଥର କୋରଡ଼ ଭିତରେ ପଡ଼ି ।ନିଠାଇ କରି ଛାଡ଼ୁଥାଏ ରଡ଼ି ॥
କୂପରେ ପଶି ନ ପାରଇ ସର୍ପ ।ତେଣୁକରି ତାର ଏଡ଼େକ ଦର୍ପ ॥
ପେଚା ଯେ ନିଶାରେ ବଡ଼ବକତା ।ବୋଲଇ ମୋତହୁଁ ନାହିଁଶକତା ॥
କୁଆକୁ ରାତ୍ରେ ତ ଦିଶଇ ନାହିଁ ।ତେଣୁକରି ପେଚା ଗର୍ବେ ଡାକଇ ॥
ଦିବସେବାହାରେ ନୁହଇତେଡ଼େ ।ଉଶ୍ୱାସ ଲୋକର ସ୍ୱଭାବ ଏଡ଼େ ॥
ବିଲରେ ବସାଯେ ଚେଣ୍ଟାଇପକ୍ଷୀ ।ଭଲମନ୍ଦ କଥା ନଜାଣେ କିଛି ॥
ଚୋର ଅବାସାଧୁ ଯେବାଟେଯାଇ ।ତାହାକୁ ଦେଖିଲେବୋବାଉଥଇ ॥
ସଭାରେ ଯେହୁ କହେ ଟେକକଥା ।ସେ ଜଣେ ଏହାଙ୍କ ସଙ୍ଗେବକତା ॥
ତାଙ୍କର ମାୟା ତ କେହି ନଜାଣି ।ତୁଚ୍ଛାକଥାକୁ ହେଉଥାନ୍ତି ଟାଣି ॥
ଆକାଶାନ୍ତଂ ମେଘଶବ୍ଦଂ ଚୌରାନୀଃ କରଣଂ ସ୍ତଥାକବେର୍ଭାବଂ ଅଶ୍ୱବଳଂ ଦୁର୍ବୋଧ୍ୟଂ ଦୈବେତୈ ରପି ।ଆକାଶର ଅନ୍ତ ତଥା ଜୀମୂତ ।ଶୂନ୍ୟରେ ଗର୍ଜ୍ଜନ କରେ ବହୁତ ॥
ଚୋର ମରମ ଯେ ଅଶ୍ୱର ବଳ ।କବି ହୃଦେ ସାତ ସମୁଦ୍ର ଜଳ ॥
ଯେଯେତେପଣ୍ଡିତହୋଇବହେଉ ।ଏହାଙ୍କ ମନ ନ ଜାଣନ୍ତି କେହୁ ॥
ଏତେ ଲୋକଙ୍କର ମହିମା ଏଡ଼େ ।ଦେବେ ନଜାଣନ୍ତି ମାନବକେଡ଼େ ॥
କୁଳ ନାଶଯାଇ ଯେମନ୍ତ ଭାବେ ।ସେ କଥା କହୁଛି ଶୁଣହେ ଏବେ ॥
କୁଳାନ୍ତଂ ବହବୋ ଗାବଃ କୁଳାନ୍ତ ବହବସ୍ଥିଳାଃକୁଳାନ୍ତଂ ମୁଖରୀ ଭାର୍ଯ୍ୟା କୁଳାନ୍ତଂ ବନ୍ଧୁ ବିଗ୍ରହଃ ।ବହୁତ ଗୋଧନ ଯେ ଲୋକ କରି ।ଭଲରୂପେ ତାହା ପାଳି ନପାରି ॥
ନାନାରୋଗକରି ବ୍ୟଧିରେ ମରେ ।ପୋକ ପଡ଼ିଥିଲେଦେଖିନପାରେ ॥
ଅଧିକହେତୁରୁ ନୋହେସଙ୍ଖୋଳା ।ଚୋରଖଣ୍ଟ ନିଏ କଲେକ ହେଳା ॥
ବ୍ୟାଘ୍ର ଘେନିଯାଏ ଚରିବାଠାରୁ ।କୁଳନାଶଯାଏ ସେହି ହେତୁରୁ ॥
ତିଳ ବେଉସା ଯେ ବହୁତ କରେ ।ସେ ପ୍ରାଣୀ ପାତକୀ ହୋଇଣମରେ ॥
ଶମ୍ଭୁଲିଙ୍ଗ ସଙ୍ଗେ ସେ ତିଳ ସରି ।ଘଣାରେ ପଡ଼ନ୍ତେ ବିକୋତିକରି ॥
ପାଦରେ ମାଡ଼ି ନାରଖାର କରେ ।କୁଳ ନାଶଯାଏ ଏହି ପ୍ରକାରେ ॥
ଯେଉଁ ଲୋକଙ୍କର ଭାରିଯା ଜାଣ ।ମୁଖରେ କହଇ କଟୁବଚନ ॥
ରିପୁ ପ୍ରାୟେ ନିଜପତିକି ଦେଖେ ।ଗୁରସ୍ତ ପଣର ଭାବ ନ ରଖେ ॥
ଧର୍ମ କୀରତିକି ମଣଇ ଶଲ ।ଦ୍ରବ୍ୟଦିଆଇଲେ ନକରେବୋଲ ॥
କୁଟୁମ୍ୱଙ୍କ ପାଇଁ ନ ଥାଏ ଦକ ।କୁଳ ନାଶକରେ ଏମନ୍ତ ଲୋକ ॥
ସୁଜନମାନେ ସାବଧାନେ ଶୁଣ ।ଆବର କଥାଏ କହିବା ପୁଣ ॥
ଝିଅ ଦେଇ ଯାକୁ ଜୁଆଇଁ କରି ।ତାହାତୁଲେ କଳି କରିନପାରି ॥
ଅନ୍ତର୍ଗତେ ଆଉ ନକରି ମାୟା ।ପୁତ୍ରପ୍ରାୟ ତାକୁ କରିବ ଦୟା ॥
ମାସେ ପକ୍ଷକେ ତା ଘରକୁ ଯିବ ।ଦୁଃଖ ସୁଖ କଥା ସଙ୍ଖୋଳିଥିବ ॥
ଝିଅକୁ ଦଣ୍ଡିଲେ ନ କରି କଳି ।ଲୋକ ଆଗେ ତାକୁନଦେବଗାଳି ॥
ଗୋଳ ବାଦ କଲେ ଧର୍ମ ବିଫଳ ।ଏମନ୍ତ ଲୋକର ବୁଡ଼ଇ କୁଳ ॥
ଜୁଆଇଁ ଯେବେ ଶ୍ୱଶୁରକୁ ଦେଖି ।ବାପପ୍ରାୟମଣି ହୋଇବ ସୁଖୀ ॥
ଶାଶୁକୁ ମଣିବ ଯେମନ୍ତ ମାତ ।ଶଳାକୁ ଦେଖିବ ସମାନ ଭ୍ରାତ ॥
ଭାର୍ଯ୍ୟାକୁ ମଣିବ ଆତ୍ମାର ସରି ।ଏତେଠାରେଯେବେ ଦୟାନକରି ॥
ଘରେ ଦ୍ରବ୍ୟଥିଲେଶ୍ୱଶୁରେଦେବ ।ନଥିଲେ ଶ୍ୱଶୁର ଘରୁ ଖାଇବ ॥
ଏମନ୍ତ ନକରି କଲେ ସେ ବାଦ ।କୁଳ ବୁଡ଼ଇ ଧ୍ରୁବ ଏହି ପଦ ॥
ଭାରିଯା ଯେବେଟି ହୋଇବ ଦୁଷ୍ଣ ।ବୋଲିବ ମୋହର ଏହୁ ଅଦୃଷ୍ଟ ॥
ପିତା ମାତାର ଦୋଷ ନାହିଁ କିଛି ।ସେ କି ଏହାକୁ କୁଶିକ୍ଷା ଦେଇଛି ॥
ଝିଅଦେଇ ମୋତେ କରିଛି ପୁଅ ।ଆଉ କଥାମାନ ପଛକୁ ଥୁଅ ॥
ଭାରିଯା ଦୁଷ୍ଟ ମୋ କର୍ମ ଯୁଗତେ ।ଶାଶୁ ଶ୍ୱଶୁରଙ୍କ କିଦୋଷଏଥେ ॥
ଏମନ୍ତ ପ୍ରକାରେ ଯେଉଁ ଜୁଆଁଇ ।ଧର୍ମହିଁ ତାହାକୁ ଛାଡ଼ିବ ନାହିଁ ॥
ବିଷ୍ଣୁ କଥାରେ ମଜ୍ଜିଥାଇ ଚିତ୍ତ ।ଏମନ୍ତ ଲୋକର କୁଳ ଉଚିତ ॥
ଜଳବ୍ୟାଳସ୍ତୁ ମୂଢ଼ାତ୍ମା ଉଭୌ ସମପଦାଶ୍ରୀତୌବୃଥାହଂକାରିକାଣୌ ସ୍ୟାତାଂ ବିଷଜ୍ଞାନ ବିବର୍ଜ୍ଜିତୌ ।ଉଶ୍ୱାସ ଲୋକଯେ ନୁହଇ ଗୁରୁ ।ଧଣ୍ଡସାପ ଯେହ୍ନେ ଟେକଇଫେରୁ ॥
ବିଷଅବା ତାର ନଥାଉ ଯେତେ ।ଫଣା ଟେକିଥାଇ ପ୍ରତିଜ୍ଞା ଏତେ ॥
ଉଶ୍ୱାସ ପ୍ରାଣୀର ଏମନ୍ତ ଗୁଣ ।ଭଲଲୋକଙ୍କର ବେଭାର ଶୁଣ ॥
ଅପୂର୍ଣ୍ଣକଲଶଃ ଶବ୍ଦଂ କରୋତ୍ୟୁଗ୍ରତରଂ ତଥାଅଳ୍ପବିଦ୍ୟାଽଳ୍ପଦୁଗ୍ଧ ଚ ନରଃ ସୁରଭିକା ତଥାଜଳାଶୟେଽଳ୍ପେତୋ ୟେ ଚ ଭବେତ୍ ଶଫରିକା ଯଥା ।ଅଳପ ଜଳେ କୁମ୍ଭ ଦକ ଦକ ।ଅଳପ କ୍ଷୀରେ ଗାବେ ଧ୍ୱନିଟେକ ॥
ସେ ଲୋକମାନଙ୍କ ଏମନ୍ତ କାୟ ।ଶଫରୀ କେରାଣ୍ଡି ମାଛର ପ୍ରାୟ ॥
ଜଳରେ ଥାଇ ସାତତାଳ ଗଣ୍ଡ ।ଚଳକପାଣିରେ ଟେକଇ ମୁଣ୍ଡ ॥
ଫରଫରହୋଇ ସେ ଡେଉଁଥାଇ ।ଉଶ୍ୱାସ ଲୋକର ସ୍ୱଭାବ ଏହି ॥
ଅଳ୍ପବିଦ୍ୟୋଽଳ୍ପବୁଦ୍ଧିଶ୍ଚ ଗର୍ବଂ ବହନ୍ତି ମାନବଃକଚୁ ବୃକ୍ଷମୂଳେ ଭେକେ ଦଣ୍ଡଛତ୍ର ଧରାୟତେ ।ଅଳପ ଲୋକର ଅଳପ ବୁଦ୍ଧି ।କହୁଥାନ୍ତି ସିନା ଆପଣା ସିଦ୍ଧି ॥
ତାହାଙ୍କ କଥାକେ ପ୍ରତେ କରଇ ।ଯେଯେଡ଼େବଡ଼ସେଦାଣ୍ଡେପଡ଼ଇ ॥
ବଡ଼ଲୋକ ଯେହୁ ନ କହେ କିଛି ।ଦାଣ୍ଡକୁ ସେ ପୁଣ ଦିଶଇ ବାଛି ॥
ବଡ଼ ଦୁରାଚାର ଅଳପ ଲୋକ ।କିଞ୍ଚିତ ସୁଖକୁ ବହୁତ ଟେକ ॥
ଭେକ ବୋଲିଣଯେ ବେଙ୍ଗକୁକହି ।ଜଳବୃଷ୍ଟି ଦେଖି ଗଲା ପଳାଇ ॥
ସାରୁ ପତ୍ରତଳେ ରହିଲା ଲୁଚି ।ମହାଘୋରବୃଷ୍ଟି ସେଠାରେ ବଞ୍ଚି ॥
ମନେ ବିଚାରିଲା ହେଲି ମୁଁ ରାୟ ।ଆଉ କାହାକୁ ମୋର ଅଛି ଭୟ ॥
ଛତ୍ର ଟେକାଇଲେ ବୋଲି ନୃପତି ।ମୋହଶିରେ ପୁଣି ଉଡ଼ୁଛି ଛତି ॥
ଏମନ୍ତ ବୁଦ୍ଧି ସେ ଯେବଣ ନର ।ତାହାଙ୍କ ଛାରକୁ ଲେଖାନକର ॥
ସୁମିଷ୍ଟ ଭକ୍ଷପାନେନ ପିକ ରୌତି ମନୋହରଂକଦର୍ଯ୍ୟେ ପଙ୍କିଳେ ତୋୟୋ ଭେକାଃ କୁର୍ବନ୍ତି ଗର୍ଜନଂ ।କୋକିଳେ ପିଅନ୍ତି ଅପୁର୍ବ ଜଳ ।ଭକ୍ଷନ୍ତି ଉତ୍ତମ ସୁସ୍ୱାଦୁ ଫଳ ॥
ବଡ଼ିମାପଣେ ସେ ନକରେ ଆଣ୍ଟ ।ଅତିହିଁ ସୁସ୍ୱର ଶୁଭଇ କଣ୍ଠ ॥
ଭେକଯେ ବେଙ୍ଗ ଯହିଁ ତହିଁ ଥାଉ ।କାଦୁଅ ପାଣି ମନ୍ଦା ଏକ ହେଉ ॥
ଏତେକ ତହିଁରେ ଖେଳଇଖେଳ ।ରଡ଼ି ଦେଉଥାଏ ଅତି ଗହଳ ॥
ଦଶପାଞ୍ଚ ହୋଇରୁଣ୍ଡ ସେ ଜଳେ ।ଗଳାଫୁଲାଇଣ ଡାକନ୍ତି ରୋଳେ ॥
ଆଉତାଙ୍କଲକ୍ଷ୍ୟ ଦେବାଟିକେତେ ॥ ଉଶ୍ୱାସ ଲୋକର ସ୍ୱଭାବ ଏତେପନପସ୍ୟ ପୟଃପେଟ୍ୟା ରୂପଂ ନିତ୍ୟଂ ଚ ସ୍ୱାଦୂତକିଂକାର୍ଯ୍ୟରୂପେ ସୌନ୍ଦର୍ଯ୍ୟ ଗୁଣେ ସର୍ବେଽବିମୋହିତଃ ।ପଣସ ଫଳ ତା ଉପରେ କଣ୍ଟା ।ଭିତରେ ଥାଇଟି ଅମୃତଗୋଟା ॥
କୋଚିଲା ଫଳଯେପାଚିଲେ ରଙ୍ଗ ।ଖାଇଲେ ପିତା ସେ ମନ ବିଭଙ୍ଗ ॥
ପଇଡ଼ ସ୍ୱଭାବେ ଯେ କାଠଫଳ ।ଭିତରେ ଥାଇଟି ସୁସ୍ୱାଦୁ ଜଳ ॥
ଅମୃତ ପ୍ରାୟେକ ଲାଗଇ ପାଣି ।ଭଲମନ୍ଦ କଥା ଏମନ୍ତ ଜାଣି ॥
ସାନବଡ଼ ହୋଇ ଯେଉଁ ଭିଆଣ ।ଏହିଭାବେ ସବୁ ବିଚାର ଜାଣ ॥
କୁସଙ୍ଗୀଲୋକର ନୋହିବସାଙ୍ଗ ।ସୁସଙ୍ଗ ଲୋକର ନିର୍ମଳ ଅଙ୍ଗ ॥
ପୁରାଣମାନଙ୍କେ କହିଛି ଏହା ।ସୁସଙ୍ଗ ନାବ ଯେ କୁସଙ୍ଗ ଲୁହା ॥
ଏଥକୁ ଅପ୍ରତେ ନ କର ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ଲୌହସ୍ୟ ଦୁର୍ଜ୍ଜନସ୍ୟାତି ନାସ୍ତିଭେଦଂ ମୟୋଦିତଂସନ୍ତାପରହିତେ ଚ୍ଛନାଂ ପାଦପାନାଂ ବିନାଶନେ ।ଲୁହା ସହଜରେ ଦୁର୍ଜ୍ଜନ ପୁଣି ।ସମସ୍ତ ବୃକ୍ଷକୁ ପକାଏ ହାଣି ॥
ଖଣତାହୋଇସେ ଖୋଳଇମୂଳ ।ଦୁର୍ଜ୍ଜନ ଲୋକ ଯେ ଏଡ଼େ ଅକଳ ॥
ଦୁର୍ଜ୍ଜନ ଲୋକଟି ସେପରି ଜାଣ ।ହୁଅଇ ସାଧୁର ଦୁଃଖ କାରଣ ॥
ତଥାପି ସାଧୁ ବୃକ୍ଷମାନଙ୍କର ।ଖଳରେ ଲୁହାରେ ନୁହେବିକାର ॥
ସେ ଲୁହା କାଟଇ କରତ ପଟା ।ନାବ ଖଞ୍ଜିବାକୁ ବଢ଼େଇ ବଣ୍ଟା ॥
ଦୁଇମୁଣ୍ଡ ପଟା ଭିତରେ ପଶେ ।ଯେସନେ ନାରାଚଦେହରେବସେ ॥
ଏଡ଼େ ଶତ୍ରୁପଣ କଲେ ଦୁର୍ଜ୍ଜୁନ ।କାଷ୍ଠମନେ ତାକୁ ନଥାଇ ଆନ ॥
ସେନାବଜଳରେମେଲିଲେନେଇ ।ଲୁହାଶହେବିଶା ଭିତରେ ଥାଇ ॥
ନାନା ଶସ୍ତ୍ରମାନ ଭିତରେ ଥୋଇ ।ଅକୂଳ ସମୁଦ୍ରେ ମେଲିବାନେଇ ॥
ସେ ନାବ ସ୍ୱଭାବେ ସନ୍ଥ ସମାନ ।ଲୁହାପ୍ରତି କେତେ ନୁହେବିମନ ॥
ଏତେକ ପାଞ୍ଚ ନ କରଇ ଚିତ୍ତେ ।ଏ ଯେ ଶତ୍ରୁ ପଣ କରିଛି ମୋତେ ॥
ଖଣନ୍ତି ରୂପେ ମୂଳ ଖୋଳିଆଣି ।ଖଣ୍ଡ ଖଣ୍ଡ କରି କାଟିଲା ପୁଣି ॥
ଦେହକଣା କରି ଭିତରେ ପଶି ।ଏବେ ଯାଉଅଛି ଉପରେ ବସି ॥
ଏଡ଼େ ଶତ୍ରୁପଣ କରିଛି ଯେବେ ।ଏହାକୁ କିମ୍ପାଇ ବହିବି ଏବେ ॥
ମଝି ସମୁଦ୍ରରେ ଦେବଇଁ ଛାଡ଼ି ।ସପତ ସମୁଦ୍ରେ ଏ ମରୁ ବୁଡ଼ି ॥
ସୁଜନ ଲୋକ ଯେ ଅଟଇ ନାବ ।କେବେହେଁ ନକରେ ଅପ୍ରୀତିଭବ ॥
ଅସାର କଥା ନ ପାଞ୍ଚଇ ମନେ ।ବହିନେଇକରେଲକ୍ଷେଯୋଜନେ ॥
କୂଳରେ ପ୍ରବେଶ କରଇ ଆଣି ।ବଡ଼ଲୋକ ବୁଦ୍ଧି ଏଭାବେ ଜାଣି ॥
ଧାର୍ମିକ ଲୋକର ନିର୍ମଳ ଅଙ୍ଗ ।ଅଧର୍ମ ସଙ୍ଗରେ ନୁହଇ ସଙ୍ଗ ॥
ଯଦ୍ୟପି ତାସଙ୍ଗେ ହୋଇବମେଳ ।ପ୍ରମାଦ ପଡ଼ଇ ଯେ ତତକାଳ ॥
ଏଥକୁ ଅପ୍ରତେ ନକର ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ଦୁର୍ଜ୍ଜନସ୍ୟ ଚ ସଂସର୍ଗତ ସାଧୁନାଂ ଦଣ୍ଡମିକ୍ଷ୍ୟତେ ।ଲୌହସଂସର୍ଗତୋ ବହ୍ନି ସ୍ତାଡ଼ନଂସହତେ ଯଥା ।ଲୁହାଯେ ଦୁର୍ଜ୍ଜନ କମାର ନେଇ ।ଅଗ୍ନିରେଭରିଣ ତାହାକୁ ତାଇ ॥
ସଣ୍ଡୁଆସି ଧରି ଜାଳି ନିରାଟେ ।ହାତାରେ ଧରିଣ ପିଟଇ ଆଣ୍ଟେ ॥
ସେ ଅଗ୍ନି ତାହାର କିଦୋଷକଲା ।ଦୁର୍ଜ୍ଜନ ସଙ୍ଗରୁ ମାଡ଼ ଖାଇଲା ॥
ଉଶ୍ୱାସ ଲୋକର କୁଟିଳ ଅଙ୍ଗ ।କେବେହେଁତାସଙ୍ଗେ ନୋହିବସଙ୍ଗ ॥
ଆବର କଥାଏ କହିବା ଏବେ ।ବସ୍ତ୍ରହୀନଲୋକ ଯେମନ୍ତ ଭାବେ ॥
ଦୁଃଖ ସୁଖ ଘେନି ସଂସାର ମତ ।ଅନ୍ନବସ୍ତ୍ର ଦୁଇ ପ୍ରାଣୀଙ୍କ ହିତ ॥
ଏ ବେନି ପଦାର୍ଥ ନଥିଲେ ଏକା ।ସେଲୋକ ସଭାରେ ନୁହଇଲେଖା ॥
ବସ୍ତ୍ରହୀନଂ ମୃତାକାରଂ ଘୃତହୀନ କୁଭୋଜନଂପତିହୀନା ଯଥାନାରୀ ବେଦହୀନା ଦ୍ୱିଜସ୍ତଥା ।ବସ୍ତ୍ରହୀନା ହୋଇ ଯେବଣ ପ୍ରାଣୀ ।ମଲାଲୋକ ସଙ୍ଗେ ତାହାକୁ ଗଣି ॥
ଘୃତହୀନ ଯହିଁ ମିଳେ ଭୋଜନ ।ଜାଣଯେ ସୁଫଳ ନୋହେସେଦିନ ॥
ପତି ନ ଥାଇଟି ଯେବଣ ନାରୀ ।ସେ ସ୍ତିରୀ ଛାରକୁ ଲେଖାନକରି ॥
ବେଦ ନ ଜାଣଇ ଯେଉଁ ବ୍ରାହ୍ମଣ ।ବିପ୍ର ସଙ୍ଗତରେ ତାକୁ ନ ଗଣ ॥
ଯେ ଯାହାର ଗତି ସ୍ୱଭାବ ମୂଳେ ।ବାସନା କେହି ନଛାଡ଼ନ୍ତି ଠୁଳେ ॥
ଏଥକୁ ଅପ୍ରତେ ନ କର ପୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ଶର୍କରାଂନବନୀତେ ଚ ନିମ୍ୱ ବୀଜଂନିରୂପୟତେଦୁଗ୍ଧଧାରା ସଦା ଦେୟା ନିମ୍ୱଃ କିଂ ମଧୁରାୟତେ ।ଲହୁଣୀ ଖଣ୍ଡ କରି ଏକଠାଇଁ ।ନିମ୍ୱମଞ୍ଜିନେଇ ପୋତିବ ତହିଁ ॥
ପତ୍ରଫୁଟି ଗଛ ଉଠିବ ଯେବେ ।ଉତ୍ତମ କରି ତା ପାଳିବ ତେବେ ॥
ଦୁଧ ଶତେଭାର ଢାଳି ତାପରେ ।ନିତିନିତିକଲେ ଏହି ପ୍ରକାରେ ॥
ଖଣ୍ଡ ଗିରିସମ ଆଣିମା ଠୁଳେ ।ଖତପ୍ରାୟେ କରିଦେବା ତାମୂଳେ ॥
ପଇଡ଼ ପାଣି ନିତି ପ୍ରତି ଦେଇ ।ଖରା ନ ଲାଗଇ ଛାଇରେ ଥୋଇ ॥
ଅନେକ ପ୍ରକାର ଯତନକଲେ ।ସ୍ୱଭାବ ନିକି ସେ ଛାଡ଼ିବ ଭଲେ ॥
ପତ୍ର ଗୋଟିଏକ ଚୋବାଇ ଖାଉ ।ସେ ନିକି ମଧୁର ଲାଗିବ ଆଉ ॥
ଯେଯେତେବଡ଼ ଏ ସଂସାରେ ଥାଇ ।ଯେ ଯା ବାସନା ତାଛାଡ଼ିବକାହିଁ ॥
ରସୁଣ ଦେହରେ ଚନ୍ଦନ ଘଷ ।ସେନିକି ଛାଡ଼ିବ ତାର ସୁବାସ ॥
ତୁଳସୀପତ୍ର ଯେ ଶିରରେ ଧରି ।ବିଛୁଆତି ପତ୍ର ଦେଖିଲେ ଡରି ॥
ତେଣୁ କରି ଦୁଷ୍ଟଲୋକଙ୍କ ପାଶ ।ଯିବାକୁ ମନରେ ଲାଗଇ ତ୍ରାସ ॥
ଦୁଷ୍ଟର ଅତି ଭଲମନ୍ଦ ଗୁଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ଦୁର୍ଜ୍ଜନ ଲୋକ ଅରଜିଲେ ଧନ ।ସନ୍ଥଲୋକ ତାଙ୍କୁ କରନ୍ତି ମାନ୍ୟ ॥
ଧନରେ ଜଗତ ହୋଇଛି ବଶ ।ଧନ ସମସ୍ତଙ୍କୁ କରଇ ତୋଷ ॥
ଧନଥିଲେ ମାନ ମହିମା ଥାଇ ।ଧନ ନ ଥିଲାକୁ ବୋଲନ୍ତି ବାଇ ॥
ଧନ ଥିଲା ଲୋକ ଅର୍ଜିଲେ ପାପ ।ମନକୁ ତେଡ଼େ ନ ଲାଗଇ ତାପ ॥
ଧନ ନ ଥିଲେଯେ ନଥାଇ ପଣ ।କାହିଁ ଦେଖିଲା ଦୃଷ୍ଟାନ୍ତର ଶୁଣ ॥
ଧନେନ ପୂଜିତଂ ସର୍ବଂ ନିର୍ଦ୍ଧନଃ କେନ ପୂଜ୍ୟତେତଣ୍ଡୁଳେନ ଯୁତଂ ଧାନ୍ୟ ମାନନୀୟଂ ଭବେତ୍ ସଦା ।ଧାନ୍ୟ ଭିତରେ ଚାଉଳ ଥାଇ ।ସହଜେ ତାହା ତ ସମସ୍ତେଖାଇ ॥
ସେ ଧାନ୍ୟ ପଡ଼ିଥାଇ ଯହିଁ ପୁଣି ।ନିଧି ପ୍ରାୟ କରି ସାଉଁଟି ଆଣି ॥
ହାଣ୍ଡିରେ ଭରି ତା ଉସେଇଁଦେଇ ।ଶୁଖାଇ କୁଟିଲେ ଚାଉଳହୋଇ ॥
ପ୍ରାଣପରା କରି ସମ୍ଭାଳି ତାହା ।ଗୋଟିଏପଡ଼ିଲେବୋଲନ୍ତି ଆହା ॥
ତଣ୍ଡୁଳକୁ ପୁଣି ଆଦର ଯେତେ ।ଚଷୁକୁ ଆଦର ନଥାଇ ତେତେ ॥
ପାଛୁଡ଼ି କରି ତା ପକାଇ ଦେଇ ।ତାହାକୁ ଆଦର ନକରେ କେହି ॥
ଯହିଁ ପଡ଼ିଲେ ସେ ହୁଅଇ ନାଶ ।ବୋଲନ୍ତି ଏହାକୁମାଡ଼ିଲେଦୋଷ ॥
ଚାଉଳ ଥିଲେହେଁ ବିକଇ ଧାନ ।ଚଷୁକୁ କର କେତେହୀନିମାନ ॥
ଧନଥିଲା ଲୋକ ସେହି ପ୍ରକାର ।ନିର୍ଦ୍ଧନଲୋକର ନାହିଁ ଆଦର ॥
ଶାସ୍ତ୍ରେ କହିଅଛି ଏମନ୍ତ ଭଲା ।ଧନ ପାଶେ ନେଇ ଜୀବନଗଲା ॥
ଏକମନ ହୋଇ ସ୍ୱଜନେ ଶୁଣ ।ଅର୍ଥକୁ ଏ ନ ଘଟିଲାତ ପୁଣ ॥
ଧନ ପ୍ରାଣ ଯେବେ ସମାନ କଲା ।ଧନ ଛାଡ଼ି କିମ୍ପା ଜୀବନ ଗଲା ॥
ଜୀବନ ସଙ୍ଗେ ଧନ ଯେବେଯାନ୍ତା ।ତେବେସେଭାବସବୁଦିନେ ଥାନ୍ତା ॥
ପ୍ରାଣକୁ ଯେବେ ନ ଛାଡ଼ନ୍ତା ଧନ ।ତେବେଲେଖାହୋନ୍ତଏକଥାମାନ ॥
ଶାସ୍ତ୍ରରେ ଏମନ୍ତ କହି ଯେ ଅଛି ।ଅନୁଭବକୁ ତ ନଇଲା କିଛି ॥
ଏହି କଥାମାନ ନଜାଣେ ଯେହୁ ।ଯୋଗକୁ ବ୍ରହ୍ମା ନ ଖଟଇତହୁଁ ॥
କୋଟିକୋଟି ଧନ ଅର୍ଜିଣ ଥାଇ ।ପୁଣ ସେ ଧନ କେଉଁଆଡ଼େଯାଇ ॥
ସବୁଦିନେ ଯେବେ ନୋହିବସଖା ।ସେଧନ କାହିଁରେ ନକରଲେଖା ॥
ସାଧୁଜନମାନେ ମନରେ ଗୁଣ ।କହିବା ଉତ୍ତମ କଥାଏ ଶୁଣ ॥
ଆପଣା ହୃଦେ ଅନୁଭବ କର ।କେଉଁଧନ ଘେନି ଯିବ ସଙ୍ଗର ॥
ସେକଥା ତୁମ୍ଭଙ୍କୁ ଦେଉଛି କହି ।ସବୁଦିନେ ଥିବ ମନରେ ଥୋଇ ॥
ଶ୍ରୀକୃଷ୍ଣ ନାମ ଗଣ୍ଠିଧନ କର ।ଯାହା ଘେନିଯିବ ବୈକୁଣ୍ଠପୁର ॥
ଆଉ ଯେତେ ଦ୍ରବ୍ୟ ସବୁଉପେକ୍ଷି ।ଦୀନବନ୍ଧୁ ନାମମନରେ ଲେଖି ॥
ଯେଉଁଧନ ପ୍ରାଣ ସଙ୍ଗତେ ଯାଇ ।ଇହ ପରଲୋକେ ମୁକତିଦେଇ ॥
କୋଟି ଏବାରଯେହୋଇଲେ ଜନ୍ମ ।ସଙ୍ଗ ନ ଛାଡ଼ଇ ଯେବଣ ଧନ ॥
ସେ ଧନ ବାଛି ମୁଁ କରିଛି ଠାବ ।ପାରିଲେ ସୁଜନେ ତହିଁକି ଭାବ ॥
ଆଉ ଦ୍ରବ୍ୟରେ କାର୍ଯ୍ୟ ନାହିଁ କିଛି ।ଏମନ୍ତ ବୋଲିଯେ ପୁରାଣେ ଅଛି ॥
ଖାଇଲେବ୍ୟୟିଲେନସରେଯାହା ।ପ୍ରାଣଗଲାବେଳେ ହୁଅଇଇସାହା ॥
ତାହାକୁ ଧନ ବୋଲିକରି ଲେଖି ।ଆଉ ଯେତେଦ୍ରବ୍ୟ ଯିବା ଉପେକ୍ଷି ॥
ଶ୍ରୀଜଗନ୍ନାଥଙ୍କ ପଦ୍ମଚରଣ ।ଦୀନକୃଷ୍ଣ ଦାସ ପଶେ ଶରଣ ॥
ସେ ପ୍ରଭୁ ଆଜ୍ଞା ଦେଇଛନ୍ତି ଯାହା ।ଲେଖନଘେନିମୁଁ ଲେଖଇତାହା ॥
ସଂସାର ଭାବ ଭଲମନ୍ଦ ବାଣୀ ।ପାପପୁଣ୍ୟ କଥା ଏମନ୍ତ ଜାଣି ॥
ଏମାନେ ସବୁ ପ୍ରତିନିଧି ଭାବେ ।ପ୍ରଭୁଙ୍କ ଆଜ୍ଞାରେ ଲେଖିଲି ଏବେ ॥
ସାଧୁଜନମାନେ ବିଚାର କର ।ଦୟା ଯେ ଅଟଇ ଧର୍ମର ସାର ॥
ଉପକାର ଯେବେ କରଇ ପ୍ରାଣୀ ।ମହତ ଲୋକଙ୍କୁ କରିବ ଜାଣି ॥
ଉଶ୍ୱାସ ଲୋକର କଲେ କୁଶଳ ।ସେ ପୁଣ ତାହାକୁ ହୁହଇ ସଲ ॥
ନୀଚ ଛାରର ଉପକାର କଲେ ।ଆପଣେ ନାଶକୁ ଯିବଟି ଭଲେ ॥
ପାପ ପୁଣ୍ୟ ସେ ଯେ ଜାଣିବକାହିଁ ।ତାକୁ ଦୟାକଲେ ଧର୍ମହିଁ ନାହିଁ ॥
ନୀଚ ଉପକାର କରି ସ୍ୱଭାବେ ।ଯକ୍ଷ ଗର୍ଭବାସ ହୋଇଛି ପୂର୍ବେ ॥
ଉଶ୍ୱାସ ଲୋକକୁ ବିଶ୍ୱାସ କରି ।ପୁରୁଷ ହୋଇସେ ହୋଇଲାନାରୀ ॥
ଏଥକୁ ଅପ୍ରତେ ନକର ପୁଣ ।ଫେଡ଼ି କହିବା ଦୃଷ୍ଟାନ୍ତର ଶୁଣ ॥
କାଞ୍ଚି ନାମରେ ଏକ ଗ୍ରାମ ସାର ।ତହିଁର ସାଧବ ଯେ ରତ୍ନାକର ॥
ଗୋରୁମଇଁଷି ଧନରତ୍ନ ଯେତେ ।ସମ୍ପଦ ମହିମା କହିବା କେତେ ॥
ତୋର ଭାରିଯାରେ ନୋହିଲାପୁଅ ।କୋଡ଼ିଏ ଅଠର ହୋଇଲା ଝିଅ ॥
ପୁତ୍ର ନଥିବାରୁ ମନରେ ଦୁଃଖ ।ଅମୃତ ଭୋଜନ ନ ମଣେ ସୁଖ ॥
ଲଲାଟ ଲିଖନ କେ କରୁ ଆନ ।ଦଇବ ଘଟସୂତ୍ର ଏହିମାନ ॥
ଧର୍ମ କୀରତି ଯେ ବହୁତ କଲା ।ଅନେକ ପ୍ରକାରେ ଦାନହିଁଦେଲା ॥
ପୋଖରୀବାମ୍ଫୀ ଦେଉଳତୋଳାଇ ।ଦେବତାମାନଙ୍କୁ ଭୋଗ କରଇ ॥
ପାଣିପଣାଦାନ କହିବା କେତେ ।ଅନ୍ନଛତ୍ର ଦେଲା ପୁତ୍ର ନିମନ୍ତେ ॥
ଏମନ୍ତ ତାହାର ଜ୍ୟେଷ୍ଠ ଯୁବତୀ ।ନାମ ତାହାର ଅଟେ ପ୍ରଭାବତୀ ॥
ପତିଭକତା ସେ ଯୁବତୀ ମୋକ୍ଷ ।ସୁନ୍ଦରପଣକୁ କି ଦେବା ଲକ୍ଷ୍ୟ ॥
ଗର୍ଭବାସ ହେଲା ଦିବ୍ୟକାମିନୀ ।ଜଗତଯାକରେ ଶୁଭିଲା ଧ୍ୱନି ॥
ରଜା ପରଜା ଯେ ଜଗତଯାକ ।ଶୁଣି ତା ହରଷ ସମସ୍ତ ଲୋକ ॥
ବୋଲନ୍ତି ସାଧୁ ପୁତ୍ର ମୁଖ ଚାହିଁ ।ସବୁ ଦୁଃଖ ତାର ଏଥର ଯାଉ ॥
ପୁଣ୍ୟ ବିକଶିଲା ଧର୍ମର ବଳେ ।ଏବେ ସେ ପୁତ୍ରକୁଧରିବକୋଳେ ॥
ବାରତା ପାଇ ବିପ୍ରମାନେ ଗଲେ ।ପୁତ୍ର ହେଉବୋଲିକଲ୍ୟାଣ କଲେ ॥
ଶରଧା ପାଇଣ ସକଳ ଜନେ ।ସାଧବ ହରଷେ ବୋଇଲାମନେ ॥
ବୋଇଲା ଏଘାନ୍ତି ଯିବମୋଦୁଃଖ ।ନିଶ୍ଚୟ ଚାହିଁବ ପୁତ୍ରର ମୁଖ ॥
ଏମନ୍ତେ ଗଲା ଦଶମାସ ପୂରି ।ପ୍ରସବ କଲାକ ସାଧବ ନାରୀ ॥
ଲଲାଟ ଲିଖନ କେ କରେ ଆନ ।ଦୁହିତା ଗୋଟିଏ ହୋଇଲା ଜନ୍ମ ॥
ଦେଖିଣ ସାଧବ ପାଇଲା ଲାଜ ।ବୋଇଲା ଜୀବନେ ନାହିଁ ମୋ କାର୍ଯ୍ୟ ॥
ଦୁହିତା ଗୋଟିଏ ହେଲା ଅଭାଗ୍ୟେ ।କି ବୋଲି କହିବି ଲୋକଙ୍କଆଗେ ॥
ମରଣକୁ ଲାଜ ଘଟିଲା ହେତୁ ।ମାନଭଗ୍ନ ଯୋଗେ କ୍ଷଣକେ ମୃତ୍ୟୁ ॥
ଏମନ୍ତ ବିଚାର କରି ମନର ।ଭାରିଯାକୁ କହେ ସେ ରତ୍ନାକର ॥
ବୋଇଲା ସବୁକଥାମାନ ଛାଡ଼ ।ଝିଅ ବୋଲିକରି ଗୋଳ ନପାଡ଼ ॥
ଭିତରପୁରେ ଘେନିକରି ରହ ।ପୁତ୍ରବୋଲି ଦାଣ୍ଡ ହାଟରେ କହ ॥
ଦାସଦାସୀ ଆଦି ଅଛନ୍ତି ଯେତେ ।ସବୁରିଆଗରେ କହୁଛି ଏତେ ॥
କର୍ମରେ ଅର୍ଜିଅଛି ଯେଉଁ ଫଳ ।ଝିଅ ବୋଲିକରି ନକର ଗୋଳ ॥
ଯେତେଆଶାକଲେ ନୋହିଲାକିଛି ।ଏହାକୁ କାହାର ଶରଧା ଅଛି ॥
ଜୀବ ଥିବାଯାଏ ଭିତରେ ଥିବ ।ମଲେ ତ ଆମ୍ଭରହି ପାପ ଯିବ ॥
ଏମନ୍ତ ବିଚାର କରି ସକଳ ।ପୁତ୍ରବୋଲି କଲେ ଦାଣ୍ଡରେ ଗୋଳ ॥
ସାଧବହିଁ ମନ ଫୁରୁଣା କଲା ।ହାଟ ତୁଠ ଜୁର କରିଣଦେଲା ॥
ବ୍ରାହ୍ମଣ ଭାଟ ଯେ ଅଇଲେ ଧାଇଁ ।ବଧାଇ ମାଗନ୍ତି ଫୁରୁଣାହୋଇ ॥
ବୋଇଲେ ସାଧୁ ସାବଧାନ ହୁଅ ।ବୃଦ୍ଧକାଳେ ତୁଯେ ପାଇଲୁ ପୁଅ ॥
ଛଡ଼ିଲା ପୂର୍ବର ପାତକ ସବୁ ।ଆମ୍ଭଙ୍କୁ ଏବେ ତୁ ବଧାଇଦେବୁ ॥
ଶାଢ଼ୀ ସୁନା ଧନ ପାଇବୁ ଭାତ ।ଜଗତେ ତୋକଥାହେଉ ବିଖ୍ୟାତ ॥
ଶୁଣି ସାଧବର ନସ୍ଫୁରେ କିଛି ।ଭିତରକଥା ଯେ ମନରେ ଅଛି ॥
ବ୍ରାହ୍ମଣ ଭାଟଙ୍କୁ ସନ୍ତୋଷ କଲା ।ଲୋକମାନଙ୍କୁ ଧନ ଦାନଦେଲା ॥
ଆସନ ତେଜି ସେ ଉଠିଲା ଖରେ ।ମାନଭର ହୋଇ ପଶିଲାଘରେ ॥
ଏଥୁଅନନ୍ତରେ କିଛିଦିନ ଶେଷ ।ଝିଅକୁ ହୋଇଲା ବେନିବରଷ ॥
ଏଥକୁ ତୁମ୍ଭେ କିସ ଭାଷ କହ ।ଶୁଣି ତା ହରଷ କରିବୁଦେହ ॥
ଦଇବ ଯାହା ସେ ଅଛି ଭିଆଇ ।କୋଳର ପୁଅକି ଦୋଳିରେ ଥାଇ ॥
ବୋଲନ୍ତି ମାଏ ସାବଧାନ ହୁଅ ।ତୁମ୍ଭ ପରସାଦେ ପାଇଲୁ ପୁଅ ॥
କେତେବେଳେତ ନଦେଖିବ ଆଉ ।ତୁମ୍ଭ କଲ୍ୟାଣେ ସେ ବରତିଥାଉ ॥
ଶୁଣି ଲୋକମାନେ ହୋଇସୁଶାନ୍ତି ।ଭିତରେ ନ ପଶି ବାହୁଡ଼ିଯାନ୍ତି ॥
ଏମନ୍ତେଣ ଗଲା ଥୋକାଏ ଦିନ ।ସାଧବ ବିଚାର କଲା ତା ମନ ॥
ଭାରିଯାକୁ ଚାହିଁ ବୋଲଇ ବାଣୀ ।ଏକଥା ଯେମନ୍ତ କେହି ନଜାଣି ॥
ମୋହର ବଚନ ଶୁଣ ପ୍ରତ୍ୟକ୍ଷ ।ଏ ଝିଅଗୋଟିକି ପିନ୍ଧାଅକାଚ ॥
ଉଲଗ୍ନ ତାକୁ ନ କରିବ ଆଉ ।ଲୋକ ହିଁ ଦେଖିଲେ ପରତେଯାଉ ॥
ପୋଇଲିଯୋଡ଼ିଏଦିଅ ତା ପାଶେ ।ଜଗିଥିବେ ତାକୁ ରାତ୍ର ଦିବସେ ॥
ଏମନ୍ତ ହୋଇ କିଛିଦିନ ଯାଉ ।ପଛେ ଯେଉଁକଥା ହୋଇବହେଉ ॥
ଲୋକହିଁବୋଲି ଦେଖିବା କେଡ଼େ ।ହାଟ ଦାଣ୍ଡକରି ନଦେବ ତେଡ଼େ ॥
ନିକଟ ପାରୁଶେ ଖେଳାଉ ଥିବ ।ଲୋକ ଦେଖିଲେ ଭିତରକୁ ନେବ ॥
ଶୁଣି ତାହା ନାରୀ ହରଷ ହେଲେ ।ଏହିପ୍ରକାରେ କେତେଦିନକଲେ ॥
ନିକଟ ପାରୁଶେ ଖେଳାଉଥାନ୍ତି ।ଲୋକ ଦେଖିଲେ ଭିତରକୁନ୍ୟନ୍ତି ॥
ଏମନ୍ତେ ତହିଁ କିଛିଦିନ ଶେଷ ।ପୁଅକୁ ହୋଇଲା ନବବରଷ ॥
କାବେରୀ ଦେଶରେ ସାଧବଜଣେ ।ସେପୁଣବାରତାପାଇଲାତେଣେ ॥
ଜାଣି ନ ପାରି ସେ ପରତେ ଗଲା ।ଝିଅଦେବି ବୋଲିବିଚାରକଲା ॥
ଭଲଭଲ ଲୋକ ପାରୁଶେ ଡାକି ।ବୋଲଇ ତୁମ୍ଭେ ଯେ ଯାଅକାଞ୍ଚିକି ॥
ସାଧବ ଛାମୁରେ କହିବ ସବୁ ।ଆମ୍ଭଝିଅ ତାଙ୍କ ପୁଅକୁଦେବୁଁ ॥
ଏଥକୁ ସେହି ନାସ୍ତିକଲେ ଅବା ।ବଳେ ଧରିଆଣି କରିବୁଁ ବିଭା ॥
ଶୁଣିଣ ଗଲେ ଭଲଭଲ ଲୋକେ ।ପ୍ରବେଶହୋଇଲେ କାଞ୍ଚିକଟକେ ॥
ରତ୍ନାକର ନାମେ ସାଧବ କତି ।କହିଲେ ସକଳେ କଥା ଯୁଗତି ॥
ବୋଇଲେ କାବେରୀ ଦେଶ ସାଧବ ।ନାମ ତାହାଙ୍କର ଶ୍ରୀବାସୁଦେବ ॥
ତାହାଙ୍କର ଅଛି ଏହି ଦୁହିତ ।ବିଭା କରିନାହିଁ ବରଷ ସାତ ॥
ଅତି ବିଚକ୍ଷଣ ଅପୂର୍ବ ଶୋଭା ।ତୁମ୍ଭ ପୁତ୍ରକୁ ସେ କରିବ ବିଭା ॥
ଏଥକୁ ତୁମ୍ଭ କିସ ଭାଷ କହ ।ଶୁଣି ତା ହରଷ କରିବୁଁ ଦେହ ॥
ଏମନ୍ତ ବଚନ କହନ୍ତେ ଚାର ।ସାଧବ ଛାଡ଼ିଲା ନିଶ୍ୱାସ ଖର ॥
ବୋଲଇ ଆମ୍ଭର ବାଳୁତ ବତ୍ସି ।ବିଭାକାଳ କଥା ପଛକୁ ଅଛି ॥
ସାଧୁଆଗେ ଏବେ ବାରତା କହ ।ଯେତେଦିନହେଲେଦେବସେଝିଅ ॥
ଆମ୍ଭର ଏଣିକି ଯିବାର ନାହିଁ ।ଏତେ ତତପର ହୁଅ କିମ୍ପାଇଁ ॥
ଏବେ ତୁମ୍ଭେମାନେ ବାହୁଡ଼ିଯାଅ ।ଶ୍ରୀବାସୁଦେବଙ୍କୁ ବାରତା କହ ॥
କାଞ୍ଚିଗ୍ରାମଲୋକ ବୋଇଲେଯିବୁଁ ।ତୁମ୍ଭେନାସ୍ତିକଲେବଳେହେଁନେବୁ ॥
ଏତେବୋଲିତହୁଁ ଚଳିଲେ ବେଗେ ।ବାରତା କହିଲେ ସାଧବଆଗେ ॥
ବୋଇଲେ ଆମ୍ଭେ ଯେତେକକହିଲୁ ।ବିଭାର ବାରତା ଛାମୁରେ ଦେଲୁ ॥
ସେ ପୁଣି ବାରତାଦେଲେ ଆମ୍ଭଙ୍କୁ ।ନାସ୍ତି କରୁଛନ୍ତି ତୁମ୍ଭ ଝିଅଙ୍କୁ ॥
ସାଧବ ବୋଇଲା ଆଣିମା ଧରି ।ବିଭାଲଗ୍ନ ଯୋଗ ଥାଅ ବିଚାରି ॥
ଲୋକବୋଇଲେ ଦିନାଦଶ ଅଛି ।କଉଣସି କାର୍ଯ୍ୟ ନୋହିଲା କିଛି ॥
ସାଧବବୋଇଲେ ତୁମ୍ଭେଯେ ଯାଅ ।ଯେ ଯାହା ମନରେ ବିଚାରିଥାଅ ॥
ଟାକିଥିବା କଥା ତରଳ କରି ।କେହି ନ ଜାଣିବେ ଆଣିବାଧରି ॥
ଶୁଣି ଲୋକମାନେ ହୋଇଲେସଜ ।ଯେମନ୍ତେ କରିବେ ପ୍ରଭୁରକାର୍ଯ୍ୟ ॥
ଗୁପତ ପ୍ରକାରେ କଟକେ ପଶି ।ଉଆସ ନିକଟେ ଜଗିଲେ ଆସି ॥
ଏମନ୍ତେ ସାଧବ ପୁତ୍ର ଉପମ ।ଗୁପତେଶ୍ୱର ଯେ ତାହାରନାମ ॥
ଭୋଜନେ ବସିଲେ କୁଟୁମ୍ୱଯାକ ।ବାହାର ହୋଇଣ ଅଇଲା ଏକ ॥
ଦାସୀମାନେ କିଛି ଜାଣନ୍ତି ନାହିଁ ।ଦାଣ୍ଡକୁବୋଲି ସେ ଅଇଲାଧାଇଁ ॥
ଯାହା ଲେଖିଅଛି ଭାଲେ ବିଧାତା ।କେ ନାସ୍ତି କରିବ ଅର୍ଜିଲା କଥା ॥
କନ୍ୟାଘର ଲୋକେ ଜାଗିଣଥିଲେ ।ଧାଇଁଆସି ତାକୁ କାଖଯେକଲେ ॥
ପତଙ୍ଗ ଯେସନ ଉଡ଼ିଣ ଯାଇ ।କଟକବାହାରେ ଗଲେସେନେଇ ॥
ଏମନ୍ତେ କାବେରୀ ଦେଶରଲୋକେ ।ବରକୁପାଛୋଟିଅଇଲେଥୋକେ ॥
ବିଭାବିଧିକାର୍ଯ୍ୟ ଯେମନ୍ତ ମାନି ।ବାଦ୍ୟ ବଜାଇଲେ ଚଉତାଘେନି ॥
ସାଧବ ତାହାଙ୍କୁ ଦେଇଛି ପେଶି ।ବାଟରେ ଭେଟିଲେ ବରକୁଆସି ॥
ହସ୍ତୀଘୋଡ଼ାମୂଳେ ପାଇକଲୋକ ।ସମସ୍ତେ ମିଶିଣ ହୋଇବେ ଏକ ॥
ଏକକୁ ଆରେକ ଅଇଲେ ଧାଇଁ ।କାର୍ଯ୍ୟକଲୁ ବୋଲିହରଷ ହୋଇ ॥
ଚଉତା ଉପରେ ବସାଇ ବର ।ଯେସନ ପ୍ରକାର ପଳାଏ ଚୋର ॥
ପ୍ରବେଶହୋଇଲେକାବେରୀଦେଶେ ।ମିଳିଲେ ପୋଖରୀ ଗୋଟିକ ପାଶେ ॥
ଅପନ୍ତରା ବାଟ ଦୁର୍ଗମ ଭୂଇଁ ।ବୃକ୍ଷ ଗୋଟିଏକ ଅଛି ସେଠାଇଁ ॥
ବରକୁ ସେଠାରେ ଏକା ଛାଡ଼ିଣ ।ସକଳ ଲୋକ କରିଗଲେସ୍ନାନ ॥
କର୍ମକର୍ମାଣି କରି କଲେ ସ୍ନାନ ।ଯାହାର ଯେଉଁ ନିତ୍ୟକର୍ମମାନ ॥
ଏମନ୍ତେ ବିଧାତା ମହିମା ଦେଖ ।ସେ ବୃକ୍ଷ ଉପରେ ଥିଲାଯେ ଯକ୍ଷ ॥
ବିପ୍ରଦେଶ ଧରି ପ୍ରବେଶ ତଳେ ।ବରକୁ ଦେଖିଲାଯେବେନି ଡାଳେ ॥
ବୋଇଲେ ଆହେ ଅବଧାନ ହୁଅ ।ପୁରୁଷ ନୋହୁ ତୁ ସାଧବ ଝିଅ ॥
ଅନ୍ଧ ହୋଇଲା ତୋର ବେନିଚକ୍ଷୁ ।ଏଡ଼େ ମନ୍ଦକର୍ମ କିମ୍ପା କରୁଛୁ ॥
ଭଲଲୋକର ଏବେଭାର ନୋହି ।ସ୍ତିରୀ ସ୍ତରୀକି ବିଭାଅଛି କାହିଁ ॥
ଜାଣିଲେ ଏକଥା ମରଣୁ ଦୁଃଖ ।କେମନ୍ତେ ଚାହିଁବୁ ଲୋକଙ୍କ ମୁଖ ॥
ଯକ୍ଷ ତହୁଁ ଶୁଣି ଏମନ୍ତ ବାଣୀ ।ବୋଇଲା ମୁଁ କିସ କରିବି ପୁଣି ॥
ପିତାମାତା କଲେ ବେଳହୁଁ ଛନ୍ଦ ।କରମେ ଅରଜି ଅଛି ମୁଁ ମନ୍ଦ ॥
ଏଥକୁ ମୋତେ ପ୍ରତିକାର କର ।କେମନ୍ତପ୍ରକାରେ ହୋଇବିପାର ॥
ଯକ୍ଷ ବୋଇଲା ତୁ ଭୟ ନ କର ।ତୋହଠାରେ ଦୟା ହୋଲା ଆମ୍ଭର ॥
ତେଣୁକରି ତୋତେ କହିଲୁ ବାପ ।ଧର୍ମରେ କେବେହେଁ ନଥାଏପାପ ॥
ଯାହାକୁ ଯେହି ଉପକାର କରି ।ସେ ଯେବେ ତାହାକୁ ଚିହ୍ନି ନପାରି ॥
ତେବେ ସବୁ ଧର୍ମ ହୁଅଇ ନାଶ ।ତୁ ଏବେ ଏଥକୁ ବିଚାରୁ କିସ ॥
ପରରାଜ୍ୟେ ଯାଇ କରିବୁ କାର୍ଯ୍ୟ ।ଜଣାପଡ଼ିଲେତ ପାଇବୁ ଲାଜ ॥
ପୁରୁଷବେଶଆମ୍ଭେତୋତେ ଦେବା ।ତୋହସ୍ତିରୀବେଶ ଆମ୍ଭେ ଘେନିବା ॥
ବିଭାବିଧିକାର୍ଯ୍ୟ ସରିଲେ ତୋର ।କନ୍ୟାକୁ ଘେନିଯେ ଆସିବୁଘର ॥
ଆମ୍ଭ ପୁଂସବେଶ ଆମ୍ଭଙ୍କୁ ଦେବୁ ।ତୋହ ସ୍ତିରୀବେଶକୁ ଘେନିବୁ ॥
ତୋରେ ଆମ୍ଭର ଉପକାର ଏତେ ।ଅଧିକ ବଚନ କହିବା କେତେ ॥
ଯକ୍ଷ ବାଣୀ ଶୁଣି ଗୁପତେଶ୍ୱର ।ବୋଇଲା ଏକଥା ପ୍ରମାଣମୋର ॥
ଅଧିକ ତୁମ୍ଭଙ୍କୁ କହିବି କେତେ ।ମରଣ ଦାଉରୁ ଉଦ୍ଧାର ମୋତେ ॥
ଶୁଣିକରି ଯକ୍ଷ ତୋଷ ହୋଇଲା ।ହୃଦରେ ଲଗାଇ ଆସି ଭିଡ଼ିଲା ॥
ପୁରୁଷବେଶ ତା ଗଲା ପ୍ରତ୍ୟକ୍ଷେ ।ସ୍ତିରୀବେଶ ଧରି ରହିଲା ବୃକ୍ଷେ ॥
ଏମନ୍ତେ ଗୁପତେଶ୍ୱରର ବାପ ।ପୁତ୍ରକୁ ନଦେଖି ମନରେ କୋପ ॥
କଟକଯାକ ଚାରିଦିଗେ ଖୋଜି ।ବିଚାରିଲା ମନେ ମନେ ସେ ହେଜି ॥
ଲୋକେତ କହିଲେ ବାରତାମାନ ।ବିଭାକରିବାକୁ ନେଲେ ନନ୍ଦନ ॥
ଶୁଣି ସାଧବ ବରଗିଲା ଦୂତ ।ମନରେ ଚିନ୍ତାପାଇଲା ବହୁତ ॥
ବିଭାର ବିଧି ଅଳଙ୍କାର ଘେନି ।ପେଶିଲା ଲୋକ ସସ୍ର ଦୁଇ ତିନି ॥
ଦାସୀକି ଡକାଇ କହିଲା କାନେ ।ପୁତ୍ରର ପାଖ ନଛାଡ଼ିବ କ୍ଷଣେ ॥
ଉହାଡ଼ରେ ପିନ୍ଧାଇବ ବାସ ।ବସିତ ନଦେବ ଲୋକଙ୍କ ପାଶ ॥
ବିଧାତା କରିଛି ଯେଉଁ କଷଣ ।ମୁଁ କିସ କରିବି ତୁମ୍ଭେ ତ ଜାଣ ॥
ଏତେ ବୋଲି ସାଧୁ ରହିଲାଘର ।ଲୋକେ ଚଳିଗଲେ ଯେ ତତପର ॥
ଧାପଧାଉଡ଼ି କରି ଯେ ଯାହାରେ ।ବରକୁ ଭେଟିଲେ ବହୁତଦୂରେ ॥
କନ୍ୟାଘରଲୋକେ ଦେଖି ହରଷ ।ପୁରୁଷାର୍ଥପାଇ ହୋଇଲେ ତୋଷ ॥
କାବେରୀ ଦେଶରେ ସାଧବ ଆସି ।ବ୍ରାହ୍ମଣମାନଙ୍କୁ ଘେନିଣ ବସି ॥
ବେଦୀ ଚାରିପାଶେ ବସିଲେଦ୍ୱିଜ ।ବିଭାକରିବାର ଯେମନ୍ତ କାର୍ଯ୍ୟ ॥
ସେ କଥାମାନ ଯେ ପ୍ରକାରେ କରି ।ବରକନ୍ୟା କୁଳ ଗୋତ୍ର ଉଚ୍ଚରି ॥
କନ୍ୟାକୋଳେ ଘେନି ବସିଲା ପିତା ।ହୁଳହୁଳି ଦେଲେ ସର୍ବ ବନିତା ॥
ବାକ୍ୟ ଉଚ୍ଚାରିଲେ ସେ ଦ୍ୱିଜବର ।କୁଶନାଡ଼ ଘେନି ବାନ୍ଧିଲେ କର ॥
ଅନେକ ଦାନ ଯଉତୁକ ଦେଲେ ।ତହିଁରେଯେ ବିଧି ବିଧାନକଲେ ॥
ଅହିୟ ଯୁବତୀ ଫେଡ଼ିଲେ କର ।ଲାଜା ହୋମସାରି ଉଠିଲେ ବର ॥
ତଣ୍ଡୁଳ ପୂରାଇ ହସ୍ତରେ ଦେଲେ ।ଖୁରିକଂସାମାନ ବାଟେକାଢ଼ିଲେ ॥
ଆସିବା ପଥରେ ବାନ୍ଧିଲେ ତାହା ।ବିଧାତାଭିଆଣ କରନ୍ତି ଯାହା ॥
ବରକୁ ବୋଇଲେ ଶୁଣରେବାବୁ ।ପାଦେ ପଡ଼ିଥାଇଁ ଯିବୁଟି ସବୁ ॥
ବନ୍ଦାପନା ସାରି ସବୁ କାମିନୀ ।ହୁଳହୁଳିଦେଲେ ସମୟ ଜାଣି ॥
ବରକନ୍ୟା ଯାଇ ବସିଲେ ଘର ।ସାରିଲେଶୀତଳଭୋଜୀବେଭାର ॥
ଷଡ଼ଦିନ ଯହୁଁ ହୋଏ ଆଗୁଳା ।ସାରିଲେ ଚଉଠି ସାତମଙ୍ଗଳା ॥
କନ୍ୟାଘେନି ବର ମେଲାଣିମାଗେ ।ନିଜଘରକୁ ଯିବାପାଇଁବେଗେ ॥
ସାଧବ ପୁଅଯେ ଗୁପତେଶ୍ୱର ।ଏମନ୍ତେ ବିଚାର କଲା ମନର ॥
ବୋଇଲା ସ୍ୱଭାବେ ମୁଁ ସ୍ତିରୀ ଅଙ୍ଗ ।ଏବେତ ପାଇଲି ପୁରୁଷ ଅଙ୍ଗ ॥
ବିଧାତାମୋତେଯେହୋଇଲାସାହା ।ଧର୍ମବଳେ ସିନା ପାଇଲି ଏହା ॥
ଅଇଲା ବାଟେ ମୁଁ ନଯିବି ଆଉ ।ଏ ବେଶ ମୋର ସବୁଦିନେ ଥାଉ ॥
ମୁହିଁତ ତାକୁ ନ ମାଗିଲି ଯାଇ ।ଯାଚିଦେଲେ ମୋତେ ସେ ଦୟାବହି ॥
ସେ ଅବା ନ ଜାଣି କରିବ ରୋଷ ।ଏକଥାରେ ମୋର ଅଛିକି ଦୋଷ ॥
ଲୋକଙ୍କୁ ବୋଇଲା ସାଧବ ପୁଅ ।ଘରକୁ ଯିବା ବେଗେ ସଜହୁଅ ॥
ଆସିବାର ପଥେ ନଯିବା ଆମ୍ଭେ ।ଏଥକୁ କେମନ୍ତେ ବିଚାରତୁମ୍ଭେ ॥
ସେବାଟେମୋତେ ଲାଗିଲା ଡର ।ଆନ ପଥେ ଯିବା ବିଚାରକର ॥
ଶୁଣିଲୋକମାନେହୋଇଲେତୋଷ ।ବୋଇଲେଯେକଥା ତୁମ୍ଭର ଯଶ ॥
ସେକଥା ତୁମ୍ଭଙ୍କୁ ରୁଚିଲା ଯେତେ ।ଆନପଥେ କରି ଗମନତେବେ ॥
ଶୁଣିଣ ବୋଇଲେ ସାଧବ ଶିଷ୍ୟ ।ଛାମୁରେ ଜଣାଇ ବହନ ଆସ ॥
ଏମନ୍ତ କହି ଉଦ୍ବେଗ ହୋଇ ।ଚଉତା ଉପରେ ବସିଲାଯାଇଁ ॥
କନ୍ୟାକୁ ଘେନିଣବସିଲାକୋଳେ ।ଅନୁକୂଳକଲା ମଙ୍ଗଳ ବେଳେ ॥
ସୁସ୍ୱରେ ବାଜଣା ଶୁଭେ ଶବଦ ।ଢୋଲଦମା ଭେରୀ ଟମକ ବାଦ୍ୟ ॥
ଧାପ ଧଉଡ଼ ଦେଇକରି ଯାଇ ।ଯଉତୁକ ଦ୍ରବ୍ୟ ସଙ୍ଗେ ଚଳଇ ॥
କେତେହେଁକଦୂରେ ପାଇଲା ଦେଶ ।ବାଟଭାଙ୍ଗିଗଲେ ଚଉଦକୋଶ ॥
ସାଧବ ପୁତ୍ର ଦରଶନ କଲା ।ଦେଖିକରି ସାଧୁ ସନ୍ତୋଷହେଲା ॥
ମନେବିଚାରିଲା ମଙ୍ଗଳ କାର୍ଯ୍ୟ ।ଜଗତମୁଖେ ତ ନୋହିଲା ଲାଜ ॥
ଯୁବତୀମାନେ ହୁଳହୁଳି ଦେଲେ ।ବରକନ୍ୟା ଘେନି ଘରକୁ ଗଲେ ॥
କ୍ଷୀରିପିଠା ଦିବ୍ୟ ଅମୃତ ରସ ।ଭୁଞ୍ଜିଣସମସ୍ତେହୋଇଲେତୋଷ ॥
ଜଣେଜଣେହୋଇ ମେଲାଣିମାଗି ।ଯେ ଯାହା ଘରକୁ ଚଳିଲେବେଗି ॥
ଏଥୁଅନନ୍ତରେ କିଛିଦିନ ଶେଷ ।ସାଧବ ପୁତ୍ରକୁ ରାଇଲା ପାଶ ॥
ଶରଧାଯୁକତେ କୋଳରେ ଧରି ।ପଚାରିଲା ଅତି ବିଶ୍ୱାସକରି ॥
ବୋଇଲା ତୁଯେ ବିଭାହୋଇଗଲୁ ।ଏଡେ କର୍ମ ବାବୁ କେମନ୍ତେକଲୁ ॥
ଗୁପତକଥାଯେ ଜାଣିଲେ ଲୋକ ।ଆମ୍ଭର ସରନ୍ତା ମର୍ଯ୍ୟାଦାଯାକ ॥
କାହାମୁଖ ଆମ୍ଭେ ଚାହାନ୍ତୁ ଯାଇଁ ।ମରନ୍ତୁ କର୍ପୁର ପଇଡ଼ ଖାଇ ॥
ପୁତ୍ର ବୋଇଲା ଶୁଣ ତୁମ୍ଭେ ପିତା ।ମନରେ କିଛି ନ କରିବ ଚିନ୍ତା ॥
ଝିଅପ୍ରାୟେ ମୋତେ ଯୁକତ ମଣ ।ଏଡ଼େ ବଡ଼ କଥା ତୁମ୍ଭେନଜାଣ ॥
ମୋହକର୍ମେ ମୁଁ ଯେ ପାଇଲିଫଳ ।ଭୋପିତା ତୁମ୍ଭର ଭାଗ୍ୟର ବଳ ॥
ଯେଉଁଦିନମୋତେନେଲେସେଧରି ।ଚଉତା ଗୋଟିକ ଭିତରେ ଭରି ॥
ଅପନ୍ତରା ଭୂମି ମଧ୍ୟ ମଣ୍ଡଳେ ।ବୃକ୍ଷଗୋଟି ଅଛି ପୋଖରୀକୂଳେ ॥
ତାହାତଳେମୋତେ ବସାଇ ଏକ ।ସ୍ନାନକରି ଗଲେ ସମସ୍ତେ ଲୋକ ॥
ଏମନ୍ତ ସମୟେ ଥିଲି ମୁଁ ବସି ।ବୃଦ୍ଧବ୍ରାହ୍ମଣେକ ମିଳିଲେ ଆସି ॥
ମୋତେ ବୋଇଲାତୁ ସାଧବଝିଅ ।ଲୋକଲଜ୍ଜାକୁତୁ ବୋଲାଉପୁଅ ॥
ମହିଳା ହୋଇ ତୁ ଲାଜ ନପାଉ ।ବିଭାହେବାପାଇଁ କେମନ୍ତେଯାଉ ॥
ସ୍ତିରୀରେ ସ୍ତିରୀ କହିଁଅଛି ବାହା ।କଉଣସି କାଳେ ନଜାଣି ଏହା ॥
ବେଦଶାସ୍ତ୍ରରେ କେଉଁଠାରେଅଛି ।ସ୍ୱଭାବେ ବାଳୁତ ନ ଜାଣୁ କିଛି ॥
ସେଠାରେ ଜାଣିଲେତୋହରକଥା ।ମରଣୁ ଲାଜଯେହୋଇବବ୍ୟଥା ॥
ଆମ୍ଭବୋଲ ଯେବେଯିବୁପରତେ ।ଉପକାର ଏବେ କରିବାତୋତେ ॥
ଧର୍ମରେ କଷଣ ବିହିଲେ ଧାତା ।କାହାର ଆୟତ୍ତନୋହେସେକଥା ॥
ଆମ୍ଭ ପୁଂସପଣ ତୁମ୍ଭେ ଯେ ନିଅ ।ତୁମ୍ଭ ସ୍ତିରୀବେଶ ଆମ୍ଭଙ୍କୁ ଦିଅ ॥
ବିଭାହୋଇ ତୁଯେ ଆସିବୁ ଖରେ ।ପ୍ରବେଶ ହୋଇବୁ ଏହି ଠାବରେ ॥
ଆମ୍ଭପୁଂସ ପଣ ଆମ୍ଭଙ୍କୁ ଦେବୁ ।ତୋହ ସ୍ତିରୀ ବେଶ ତୁଘେନିଯିବୁ ॥
ବୃକ୍ଷ ଉପରେ ମୁଁ ଅଛଇ ଉଠି ।ମୋହ ନାମ ଯକ୍ଷପୁରୁଷଗୋଟି ॥
ଏତେବୋଲିଭୁଜେଭିଡ଼ିଲାମୋତେ ।ଭୋପିତାତୋଆଗେକହିଲିଏତେ ॥
ଛୁଇଁବାମାତ୍ରକେ ଗଲା ମୋ ପାପ ।ଦେଖୁ ଦେଖୁ ହେଲି ପୁରୁଷରୂପ ॥
ସ୍ତିରୀବେଶ ହୋଇ ସେ ପୁଣଗଲା ।ବୃକ୍ଷ ଉପରେ ଯେ ବିଶ୍ରାମକଲା ॥
କନ୍ୟାଘରଲୋକମୋତେହେଁନେଲେ ।ସର୍ବଶୁଭଯୋଗେବିବାହକଲେ ॥
କିଛିଦିନ ତହିଁ ନିଶ୍ଚିନ୍ତ ଥିଲି ।ମନରେ ଉତ୍ତମ ବିଚାର କଲି ॥
ଅଇଲା ବାଟରେ ନ ଯିବି ଆଉ ।ପୁରୁଷପଣ ମୋ ସର୍ବଦାଥାଉ ॥
ବାଟରେ ପ୍ରପାତ ହୋଇଲା ନିଧି ।ଏହାକୁ ଛାଡ଼ିବା ନୁହଇ ବିଧି ॥
ତେଣୁକରି ତାର ନଗଲି ପାଶ ।ଏଥିରେ ଭୋ ପିତାଅଛିକି ଦୋଷ ॥
ପୁତ୍ରର ବଚନ ସାଧବ ଶୁଣି ।ଚକିତ ହୋଇଲା ମନରେପୁଣି ॥
ହୃଦପଦ୍ମରେ ସେ ପାଇଲା ତାପ ।ବୋଇଲା ବାବୁତୁ ଅର୍ଜିଲୁ ପାପ ॥
ଉପକାରୀର ଅପକାର କଲୁ ।ଅଧର୍ମ କଥା କିମ୍ପା ଆଚରିଲୁ ॥
ଅଧର୍ମ କଥାକୁ ନ ପାଉ ଭୀତି ।ଜ୍ଞାନେପାପକଲେ ହୋଏ ବିପତ୍ତି ॥
ଏବେ ତୁ କି ବୁଦ୍ଧି କରିବୁ କହ ।ଧର୍ମ ଲଙ୍ଘିଲେ ନାଶଯାଏ ଦେହ ॥
ପୁତ୍ରବୋଇଲା ମୁଁ ଗଲେହେଁଯିବି ।ଚିର ହୋଇ ନିକି କାଳକ ଥିବି ॥
ହୋଇଲା ସୁଖତ ଭୁଞ୍ଜିବି ଆଗ ।ପଛେ କରିବି ସିନା ଦୁଃଖଭୋଗ ॥
ଏ ମୃତ୍ୟୁମଣ୍ଡଳ ଯେ ମୃତ୍ୟୁ ଭୂଇଁ ।ଅମର ହୋଇଜଣେ କେହିନାହିଁ ॥
ବ୍ରହ୍ମା ବିଷ୍ଣୁ ମୂଳେ ଶଙ୍କରଦେବ ।ଏତେ ଲୋକମାନେ ଛାଡ଼ିଲେଜୀବ ॥
ଦେବତାମାନଙ୍କ କଥା ନ ଧରୁ ।ମାନବ ଛାରକୁ କି ଲେଖାକରୁ ॥
ପୁତ୍ର ବୋଲ ଶୁଣି ସାଧବ ତୋଷ ।ଏଥୁଅନନ୍ତରେ ହୋଇଲା କିସ ॥
ବୋଧ ପାଇଲେ ପିତାପୁତ୍ରବେନି ।ଏମନ୍ତେ ଗଲା ମାସ ଦୁଇତିନି ॥
ଯକ୍ଷ ପୁରୁଷ ଯେ ଗଛରେ ଥିଲା ।ନିରାଶହୋଇଣ ସେଠାରୁ ଗଲା ॥
ଯୁବତୀରୂପ ହୋଇଥିଲା ଅଙ୍ଗ ।କାମଦେବ ପୀଡ଼ା କଲାକ ବେଗ ॥
ମଦନ ଆତୁରେ ମନ ଉଚ୍ଚାଟି ।ସ୍ୱ ଜାତି ପୁରୁଷେପାଇଲାଭେଟି ॥
ତାହାଙ୍କ ସଙ୍ଗେ ଅଙ୍ଗ ସଙ୍ଗଭୋଗେ ।ଗର୍ଭବାସ ହେଲା ଏହି ସଂଯୋଗେ ॥
ନୀଚକୁ ଯହିଁ ଉପକାର କଲା ।ଏମନ୍ତ ଭାବେ ସେ ନାଶକୁ ଗଲା ॥
ସ୍ତିରୀଙ୍କ କଥା ଯେ କରଇ ଦୃଢ଼ ।ସେ ପ୍ରାଣୀମାନଙ୍କୁ ବୋଲିବ ମୂଢ଼ ॥
ଯେଡେବଡ଼ଲୋକ ହୋଇଲେ ହେଉ ।ସ୍ତିରୀଙ୍କି ବିଶ୍ୱାସ ନ ଯିବଆଉ ॥
ଦୀନକୃଷ୍ଣ ଦାସ ପ୍ରଭୁ ଶରଣ ।ସ୍ତିରୀ ଉପକାର କହିବା ଶୁଣ ॥
ସ୍ତିରୀଙ୍କି ବିଶ୍ୱାସ ଯେ ଲୋକଗଲା ।ଜୀବନ ଥାଇଁ ସେ ସ୍ୱଭାବେମଲା ॥
ପିଣ୍ଡରେ ପ୍ରାଣ ଯେତେଦିନ ଥିବ ।ସ୍ତିରୀଙ୍କି ବିଶ୍ୱାସ କେଭେ ନ ଯିବ ॥
ଏଥକୁ ଅପ୍ରେତେ ନକର ପୁଣ ।ଫେଡ଼ିକହିବା ଦୃଷ୍ଟାନ୍ତର ଶୁଣ ॥
ପଶ୍ଚିମ ରାଜ୍ୟେ ଏକ ଦଣ୍ଡଧାରୀ ।ନାମ ତାହାର ବିକ୍ରମ କେଶରୀ ॥
ସମ୍ପଦ ତାର ଅପ୍ରମିତ ଜାଣି ।ସେ ରାଜାର ଥାନ୍ତି ଦୁଇଶରାଣୀ ॥
ଚନ୍ଦ୍ରାବତୀ ନାମେ ଯେ ତଳିପାଟ ।ତାହାକୁ ରସିଲାନୃପତି ଶ୍ରେଷ୍ଠ ॥
ପ୍ରାଣରୁ ଅଧିକ ଦେଖିଲା ତାକୁ ।ଆଉ ନଗଲା ସେ କାହାରିଠାକୁ ॥
ସକଳ ଗୁଣରେ ନୃପତି ଭୋଗୀ ।ଗୁରୁ ତାହାର ସଦାନନ୍ଦଯୋଗୀ ॥
ଗୁପତ କରି ସେ କହିଲା କର୍ଣ୍ଣେ ।ସ୍ତିରୀଙ୍କି ବିଶ୍ୱାସ ନଯିବ ମନେ ॥
ଏମନ୍ତ ତହିଁ କିଛିଦିନ ଗଲା ।ସେକଥା ରାଜାର ମନରେ ଥିଲା ॥
ଗୁରୁ ବଚନକୁ ପ୍ରତେ ନ ଯାଇ ।ସ୍ତିରୀଠାରେ ପ୍ରାଣ ସମର୍ପିଥାଇ ॥
କୌଣସି ରାଣୀର ନ ଗଲା ପାଶ ।ଚନ୍ଦ୍ରାବତୀଠାରେ ବଡ଼ ବିଶ୍ୱାସ ॥
ସକଳ ସମ୍ପଦ ତେଜି ନୃପତି ।ନିରନ୍ତରେ କଲା ତାତୁଲେ ପ୍ରୀତି ॥
ମହାଦେଈମାନେ ନିରାଶ ହୋଇ ।ରାଜାକୁ ଭଲ ନବୋଇଲେକେହି ॥
ଏମନ୍ତେ ତହିଁ କେତେଦିନ ଗଲା ।ସେକଥା ରାଜାର ମନରେ ଥିଲା ॥
ଚନ୍ଦ୍ରାବତୀକି ସେ ଛାମୁକୁ ନେଇ ।ବୋଇଲା ଆଗେ ଶୁଣ ପ୍ରାଣସହୀ ॥
ତୋତେଯେକେହି ନ ପାରନ୍ତି ଦେଖି ।କି ବୁଦ୍ଧି କରିବା କହଗୋ ସଖୀ ॥
ଯୁଗତେ ତୁ ମୋର ପ୍ରାଣର ମିତ ।ପ୍ରୀତିରେ ରଖି ବନ୍ଦିକଲୁ ଚିତ୍ତ ॥
ରାଣୀ ବୋଇଲା ଶୁଣ ମହୀପତି ।ତୁମ୍ଭବିନୁ ନାହିଁ ମୋହର ଗତି ॥
ଦଣ୍ଡେ ନ ଦେଖିଲେଶ୍ରୀମୁଖତୋର ।ଦଶଦିଗ ମୋତେ ଦିଶେ ଅନ୍ଧାର ॥
ନିର୍ମଳ ହୋଇଣ ଦିଶଇ ଆଖି ।ଏଥକୁ ଏକା ଚନ୍ଦ୍ରସୂର୍ଯ୍ୟ ସାକ୍ଷୀ ॥
ରାଜା ବୋଇଲେ ଗୋ କହୁଛିମୁହିଁ ।ନିୟମ କରୁଛି ତୋଦେହ ଛୁଇଁ ॥
ତୁ ମୋର ପ୍ରାଣର ଅଟୁ ଭାବିନୀ ।ବନବାସ ଯିବି ସଙ୍ଗରେ ଘେନି ॥
ଏମନ୍ତ ବୋଲି ସେ ନୃପତିବର ।ଅଭିନବ ନାମେ ଜ୍ୟେଷ୍ଠକୁମର ॥
ପୁତ୍ରକୁ ରାଜ୍ୟଭାର ଦେଇ ଦେଲା ।ଭାରିଯାକୁ ନେଇ ବନକୁ ଗଲା ॥
ଅନେକ ଦୂର ସେ ଗମିଲେ ବାଟ ।ବନବାସଟି ଏମନ୍ତ କଷ୍ଟ ॥
ରାଜା ମୁଖଚାହିଁ ବୋଲଇ ରାଣୀ ।ଭୋପ୍ରଭୁମୋତେବେଗେଦିଅପାଣି ॥
କଣ୍ଠ ଶୁଖି ମୋର ଯାଉଛି ପ୍ରାଣ ।ନଦେଲେ ମରିବି ଭୋପ୍ରଭୁଶୁଣ ॥
ନୃପତି ବୋଇଲା ଥାଅ ତୁ ବସି ।ଜଳ ଖୋଜଇମୁଁ ବନରେ ପଶି ॥
ଏତେବୋଲିରାଜାଚଳିଲେ ଖରେ ।ବୁଲିଲେ ଅନେକ ବନ ଭିତରେ ॥
କୌଣସିଠାରେ ନମିଳିଲା ପାଣି ।ମନେ ବିଚାରିଲେ ସେ ନୃପମଣି ॥
ଚନ୍ଦ୍ରବତୀ ମୋର ପ୍ରାଣର ସଖୀ ।ତୃଷାରେ ବଡ଼ସେହୋଇଲାଦୁଃଖୀ ॥
ଜଳତ କାହିଁ ନ ମିଳିଲା ଆଉ ।ରୁଧିର ଦେବିସେ ନିଶ୍ଚିନ୍ତେଖାଉ ॥
ଏତେ ବୋଲି ରାଜା ଖଡ଼ଗ ଧରି ।ଭୁଜ ଚିରିଦେଲେ ବିସ୍ତାରକରି ॥
ତହିଁକି ହୃଦରେ ନାହିଁ ବେଦନା ।ସିଇଁଲେ ସିଆଳୀ ପତରଦନା ॥
ରୁଧିର ଘେନି ଧାତିକାରେ ଗଲେ ।ରାଣୀ ଛାମୁରେତନେଇଣଦେଲେ ॥
ବୋଇଲେରେ ସଖୀ ପିଅତୁ ଜଳ ।ଦିବ୍ୟଅଙ୍ଗ ତୋର ହେଉଶୀତଳ ॥
ରାଜା ମୁଖ ଚାହିଁ ବୋଲଇ ରାଣୀ ।ରୁଧିର ପ୍ରାୟତ ଦିଶଇ ପାଣି ॥
ବିକୃତି ପାଇଛି ଦେଖିଲେ ଯାହା ।କେମନ୍ତେ ଗର୍ଭକୁ କ୍ଷେପିବିତାହା ॥
ରାଜା ବୋଇଲେମୁଁ କହଇ କିନା ।ବନର ପାଣି ସେହିମତି ସିନା ॥
ନାନା ପତ୍ର ପଡ଼ି ପଥରଝରା ।ତେଣୁଦିଶୁଅଛି ରୁଧିର ପରା ॥
ଏଥକୁ ମନେ ତୁ ନ ଭାଳ କିଛି ।ଅନେକ ଦୁଃଖେମୁଁ ଖୋଜିଆଣିଛି ॥
ନୃପତି ବଚନେ ସନ୍ତୋଷ ରାଣୀ ।ଗର୍ଭକୁ କ୍ଷେପିଲାରୁ ରୁଧିର ପାଣି ॥
ସେଠାରୁ ରାଜା କିଛିଦୂର ଗଲେ ।ଏକ ବୃକ୍ଷତଳେ ନିଶି ବଞ୍ଚିଲେ ॥
ରଜନୀ ପ୍ରଭାତେ ଚଳିଲେ ବେନି ।ଶୀତଳେ ଗଲେ କୋଶଦୁଇତିନି ॥
କ୍ଷୁଧାରେ ରାଣୀଯେ ଆତୁରହୋଇ ।ବିକଳେ ବୋଇଲେରାଜାଙ୍କୁ ଚାହିଁ ॥
ଭୋପ୍ରଭୁ ମୋ ଗର୍ଭ ଯାଉଛିଜଳି ।କ୍ଷୁଧାରେ ଆଉ ନ ପାରଇ ଚଳି ॥
ଫଳମୂଳ ସଙ୍ଗେ ନୋହିଲା ଭୋଟ ।ବିକଳେ ଆତ୍ମା ମୋ ପାଉଛିକଷ୍ଟ ॥
ରାଜା ବୋଇଲା ଗୋ ନଭାଳକିଛି ।ପାରିଧିକରି ମୁଁ ଯାଉଛି ଦେଖି ॥
ମୃଗ ସମ୍ୱର ପାଇବଇଁ ଯାହା ।ତୋତେ ଆଣିଦେବି ରାନ୍ଧିବୁତାହା ॥
ଏତେ ବୋଲିକରି ନୃପତିବର ।ରାଣୀ ବସିଲେ ଯେ ବୃକ୍ଷତଳର ॥
ସେ ବନ ଭିତରେ ପଶିଲେ ଯାଇ ।ଜନ୍ତୁଭେଟ ଆଉନୋହିଲେକାହିଁ ॥
ତାଟକା ହୋଇଲେ ନୃପତିବର ।ଲଲାଟେ ମାଇଲେ ଆପଣା କର ॥
ବୋଇଲେ ଜନ୍ତୁ ଯେ ନୋହିଲେ ଭେଟ ।କେମନ୍ତଯିବମୋ ଭାରିଯା କଷ୍ଟ ॥
ମୋହଆଗେ ଯେବେ ମରିବରାଣୀ ।ମୁଁ ଆଉ ଜୀଇଁ କି କରିବିପୁଣି ॥
ପ୍ରାଣବଲ୍ଲଭୀ କରିଛି ଯାହାକୁ ।କେମନ୍ତ ପ୍ରକାରେ ତୋଷିବି ତାକୁ ॥
ଏମନ୍ତ ବିଚାର କରନ୍ତେବସି ।ବୁଦ୍ଧିଏ ହୃଦରେ ସ୍ଫୂରିଲାଆସି ॥
ବୋଇଲା କାଟିବି ଆପଣା ବୁକୁ ।ଏହାଦେଇମୁଁ ଯେତୋଷିବିତାକୁ ॥
ମାଏଁସ ବୋଲି ସେ ରାନ୍ଧିଣଖାଉ ।ଏତେକେ ତାହାର କ୍ଷୁଧାହିଁଯାଉ ॥