ପ୍ରଦୋଷ
୧୮୯୮–୧୯୬୫
- ସଂକଳନ: ପ୍ରଭାତ କୁସୁମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୫
- ସ୍ଥିତି
- ସାର୍ବଜନୀନ (Public domain)
ବିଜେ କନକ ରବି ବାରୁଣୀ ଭାଲେବର୍ଣ୍ଣ ବିଚିତ୍ର-ମୟ ମୟୁଖଜଳେ;ଛାଇଲା ସ୍ୱର୍ଣ୍ଣ ପ୍ରଭା ଭୂଧର-ମଥାଧୃତି ବିକାଶେ ଦମ୍ଭୀ ମାନସ ଯଥା ॥
ବାସର-ଶଇଶବେ ଯେ ଛବି ଘନେବିଳସୁ ଥିଲା, ଏବେ ବିଳସେ ବନେ;ଫୁଟେ କୁସୁମ, କାହିଁ କୂଜେ ବିହଙ୍ଗବିଭୁ-ବିଭବେ କି’ସେ ପୁଲକେ ଅଙ୍ଗ ?କାହିଁ ତପନ, କାହିଁ ସରେ ନଳିନୀହୃଦୟ ପ୍ରେମେ ସିନା କିଣା ଏ ବେନି ?ଭାବୀ-ବିରହେ ଏବେ ଶୋଚଇ ସରେପ୍ରେମ-ବନ୍ଧନ ଭବେ କି’ବା ନ କରେ ?ରବି ଲୋହିତ କରେ ନୀରଦ ମାଳହେଲେ ଲୋହିତ ବର୍ଣ୍ଣ ବନ, ପ୍ରାନ୍ତର;ମହତେ ଆଶ୍ରିଥିଲେ ଏପରି ଜନେମହତ ବୋଲାନ୍ତିଟି ଭବ-ପ୍ରାଙ୍ଗଣେ ॥
ଶୀତଳୁଁ ହେଲା କ୍ରମେ ଶୀତଳତରନିଶି ଆଗମେ ଚଣ୍ଡ-ମିହିର କର;ବନେ ମାତିଲେ ବନଚର ସର୍ବଥାନୃପତି-ହୀନ-ରାଜ୍ୟେ ଦୁରନ୍ତ ଯଥା ॥
ଶୁଭ୍ର ଆକାଶ ହେଲା ତମିସ୍ରମୟପବିତ୍ର ହୃଦେ ଯେହ୍ନେ ପାପ ଉଦୟ;ଶୋଭଇ ଶୁକ୍ର ନିଶି-ମସ୍ତକ-ମଣିମୋହାନ୍ଧକାରେ ଯଥା ବିବେକ ମଣି ॥
ଦେଖି ଗଗନେ ପତି ଉଦୟ ଲୀଳାମର୍ତ୍ତ୍ୟବାସିନୀ ଶଶିପ୍ରିୟା ସରଳାପ୍ରେମପୁଲକେ ଦେଲା ଅନ୍ତର ଫେଇପ୍ରିୟ ସମ୍ପଦେ କେ’ବା ସୁଖୀ ନୁହଇ ?ତେଜିଲେ ଉପବନ ମଧୁପକୁଳମରନ୍ଦ-ମଦେ ଯେହୁ ଥିଲେ ଆକୁଳ;ଏପରି ସିନା ଜନେ ବିଭବହୀନହେଲେ, ତେଜନ୍ତି ସର୍ବେ ବିଚାରି ଦୀନ ॥
ଉଇଁଲେ ଗୋଟି ଗୋଟି ତାରକା ନଭେବିଷୟୀପ୍ରାଣେ ଯଥା ଆଶା ପ୍ରଭବେ;କ୍ଷଣେ ପୁଲକି କ୍ଷଣେ ଯାଆନ୍ତି ଲୁଚିଅବା ସେ ମର ନର ବିଭବ ସୁଚୀ ॥
ସମୀର ପାରାବାରେ ତନୁ ତରଣୀଛାଡ଼େ ଉଲୁକ ଶୁଭ ନିମେଷ ମଣି;ଭ୍ରମନ୍ତି ଚତୁର୍ଦ୍ଦିଗେ କ୍ଷୁଧିତ ପ୍ରାଣେବିଷୟୀ ଜନେ ଯଥା ଆଶା ଗୋପନେ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର