ଫୁଲର ଜନ୍ମ
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୯
- ସ୍ଥିତି
- ସାର୍ବଜନୀନ (Public domain)
ସେ ଆଦି କାଳରେ ଫୁଲ ନଥିଲା ଏ ଗଛରେ,କିଏ ତାକୁ ଜାଣ ସର୍ଜନା କଲା ପଛରେ ?ଯାହା ଲାଗି ଫୁଲ ଫୁଟିଲା, ସେ ଜଣେ କିଶୋରୀତାର ଇତିହାସ ଦେଇଚି ଜଗତ ବିସୋରି ।ଲୋଚନ ତାହାର ଚଳଚଞ୍ଚଳ ଗତିରେନିଜକୁ ଟେକିଲା ରବି, ଶଶି, ତାରା କତିରେ ।ତା ଚାଲି ତୁଲକୁ ତୁଳିବାକୁ କିଛି ନଥିଲାଏଇଭଳି କେତେ ଦିବସ ରଜନୀ ବିତିଲା ।ଅତି ସୁକୋମଳ ତାର କରତଳ ପରଶକେ ଗଢ଼ିପାରିବ ଲାଗିଲେ ବି ଶହେ ବରଷ ?କୁଞ୍ଚିତ କଳା କବରୀଗୁଚ୍ଛ ତୁଲରେତୁଳିବାକୁ ଧରାତଳେ କେ ନଥିଲା ଭୁଲରେ ।ରୂପସାଗରର ଏଇ ଅନିନ୍ଦ୍ୟ ବାଳାରେସୁର ଅପସରୀ ଦେଖିଲେ ପ୍ରଦୋଷ ବେଳାରେ ।ଚାହିଁଲା ନାଇଁ ସେ, କହିଲା ନାଇଁ ସେ ବଚନ,ପରୀଏ କରିଲେ ସେ ନିଶିରେ ମାୟା ରଚନ -ରାତି ନ ପାହୁଣୁ ସେ ଦିନ ଧରଣୀ ବୁକୁରେଦେଖାଦେଲେ ଆସି ତରୁ ପଲ୍ଲବ ମୁକୁରେଗୋଟି ଗୋଟି ପରୀ, ଫୁଲ ଆବରଣେ ହସିଲେସାରା ତରୁଲତା ପରୀମୟ ଖାଲି ଦିଶିଲେ !ଫୁଲେ ଦେଖି ବାଳା ଲଜ୍ଜିତା ହୋଇ ବସିଲାବିଚାରେ ମଉନେ ଫୁଲ ଅବା ତାକୁ ହସିଲା !ସେ ଆଦିଯୁଗର ଇତିହାସ ଫୁଲ ତୁଲରେସେଇଦିନୁ ବାଳା ତୁଳନା ହୁଅଇ ଫୁଲରେ ।[ଜୁନ୍-୧୯୫୯]ସବୁ ସମାନ !*
(୧)
ଯିଏ ଡାହାଣୀ ବଇଦ ସିଏ,ବହୁତ ଦିନେ କଥାଟା ଗଲା ଜଣାଡାହାଣୀ ହୋଇ ଲାଗିଲା ଯିଏବଇଦ ହୋଇ ଛଡ଼ାଏ ଆଜି ସିନା !ବଇଦ ଆଉ ଡାହାଣୀଟାରଏକଇ ଦେହେ ଏଇ ଯେ ହେଲା ମେଳଏହାକୁ ତୁମେ ପାର କି କହିବୁଦ୍ଧ ନୀତି; ଶୁଦ୍ଧ ପଞ୍ଚଶୀଳ ?
(୨)
ଏଇ ଯେ ଛୁରୀ, ଏଇ କାକୁଡ଼ି !ସଭିଏଁ ୟା’ କୁ ପାରିବେ ନାଇଁ ବୁଝିଶୁଦ୍ଧ ମନେ ଚିନ୍ତା କରଏଇ କଥାଟା ଟିକିଏ ଆଖି ବୁଜି ।ବୁଝାଉଥିଲା ସତ୍ୟ ଯେହୁମିଥ୍ୟା ବିନା ନାଇଁ ତା କିଛି ଆଉପ୍ରଶ୍ନ କଲେ ଉତ୍ତରଇ -ବଜାରେ ପରା ମିଥ୍ୟାଟାର ଭାଉ !
(୩)
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ