ପାଷାଣୀର ବ୍ୟଥା — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିକେତେ ଯେ ମୁକୁଳ ଆକୁଳେ ବନେନମାନି ତିମିର ଫୁଟିଲେ ମନେ,ବିଭୋଳ ପଥିକ ଜାଗିଲେ କ୍ଷଣେଚକିତେ ବିଜନ ପଥେ,କେତେ ଯେ କୁମାର ଗଲେଣି ଚାଲିକୁସୁମେ ସଜାଇ ଧରଣୀ-ବାଲି,ଚପଳ ଲୋଚନ ଚାହାଣି ଖାଲିଚଳାଇ ପ୍ରଣୟ-ରଥେ ।କେତେ ଯେ ବରଷ ବରଷ ଗଲାଏ କାଳ-ସାଗର-ପୁଳିନେ ଭଲା,ଦିନ ଦିନ ଶତ ଲହରୀ-ମାଳାନିଖିଳ ଧରଣୀ ତଳେ ।ଗାଇଲେ ରାଗିଣୀ ପ୍ରଣୟାବେଶେଗହଳ ଜଳଦ ତିମିର ଦେଶେହସିଲା ଚପଳା କି ନବ ବେଶେ,ଫୁଟିଲା କମଳ ଜଳେ ।ସେ ଦିନ ସୁଦୂର ଶିଖରୀ ତଟେ-ଏଇ କାଲିପରି ଚିତେ ପ୍ରକଟେ,କାଟିଲା କେ ତନୁ ନିଦୟ ଚୋଟେ-ମୁଗୁନି ପଥର ମୁଁ ଯେ;ଝାଳବୁହା କର ପରଶ ଲାଗିନିମିଷକ ତହିଁ ଉଠିଲି ଜାଗି,ଦେଖିଲି ତରୁଣ କାହାର ଲାଗିମୋ ଦେହେ ଦେବତା ସୃଜେ ।କେତେ ଯେ ବରଷ ଗଲାଣି ଚାଲିତନୁ ଅବଶେଷ ହେଲାଣି ବାଲି,ଆହା ! ମତେ ଲାଗେ ସତେ ବା କାଲିଉଠିଲା ପାଷାଣୀ ଚାହିଁ !ନବ କାରିଗର ତରୁଣ ଯୁବାରଚିଲେ ମାନସେ ତରୁଣୀ-ସଭାସେ କଳପନାର ତୁଳନା କିବା !!ଉର୍ବଶୀ ମୁଁ ଯେ ତହିଁ !!!ଚଳ ଲୋଳ ବେଣୀ ଚଳାଇ ଦେଇତରୁଣ ମାନସେ ନାଚିଲେ କେହି,ବରଣ କରି ସେ ସୁରୂପ ଦେହୀସୁଦୂର ପଲ୍ଲୀ ପଥେ;ନିବିଡ଼ ମିଳନ ପୁଲକ ହାସେଅଧରୁ ଝରିଲା ମାଧୁରୀ ଭାଷେକି ବ୍ରଜ ନଗର ନୀରବ ରାସେନାଚିଲା ଜୀବନ ସତେ ।ମୋର ତନୁ ପରେ ତରୁଣ କବିସେ କଳପନାର ଲେଖିଲେ ଛବି,ଗଗନେ ଚନ୍ଦ୍ର ତାରକା ରବିସାକ୍ଷୀ ସେ କାଳ କାଳ;ରଚିଲେ ଏ ମୋର ଚରଣ ତଳସ୍ମରଣେ ଫୁଟାଇ କମଳ ଦଳ,କି ଝିନ ବସନେ ସଜାଇ, ମୋରକଣ୍ଠେ ଏ ଦେଲେ ହାର !ବଦନ ଫୁଟିଲା ସେ ଯୁବା ହାତେ-ଦୂର ପୁରେ କାହିଁ ଗଭୀର ରାତେଚିର ବିରହିଣୀ ଲଭିଲା ସତେପ୍ରୀତି-କମ୍ପିତ ହାସ,ତରୁ ତଳେ ତଳେ ଚପଳ ଲୀଳା-ବୁଝି ମୁଁ ପାରିଲି କେ ପ୍ରେମଶୀଳା
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ପରାଣେ ପରଶି ଲଗାଇ ଥିଲା
ମାନସ-କୁଞ୍ଜେ ରାସ ।
କୁନ୍ତଳେ ଖୋସି କୁସୁମ କଳି
ନୟନ କରୁଣ କରିଲେ ଧରି
ଅଧରେ ମୋ ଦୂର ପୁର ନାଗରୀ
କଳ୍ପନା ଭରି ମନେ,
ମାଜିଲେ ଚିବୁକ, ବାଜିଲା ଯେବେ
ସରୋଜ ବଦନେ ସେ କର ଭବେ
ନବ ଆଭରଣ କି ଅନୁଭବେ
ଦେଲେ ମୋ ଅଙ୍ଗେ କ୍ଷଣେ ।
ସେ ଦିନୁ କେତେ ଯେ ଦିବସ ନିଶି
ଏ ମହା କାଳରେ ଗଲାଣି ମିଶି,
ସେ ଦିନୁ ଦେବତା ବୋଲାଏ ବସି
କାଳ-ପାରାବାର ତୀରେ;
ଦେବତା ମୁଁ ନୁହେ, ମର ମାନସୀ,
ପ୍ରଣୟ-ଆତୁର ରଚିଲେ ବସି-
ସେ କଳପନାର ରୂପ ବିକାଶି
ସେ ଦିନ ଉଠିଲି ଧୀରେ ।
ଚୁମ୍ୱନ ଆଶେ ଲୋକ ଅଧର
କରିଲେ ତରୁଣ ପ୍ରଖରତର,
ନିଷ୍ଠୁର କେଡ଼େ କରିଲେ ପର
ନ ଛୁଇଁ ଅଧର ଥରେ;
ବଚନ ଶକତି ନ ଦେଇ, ଛାତି
କରିଲେ ପାଷାଣ ଦିବସ ରାତି
ଦେବତା ବୋଲାଏ, ନାହିଁ ମୋ ସାଥୀ
ଅଶ୍ରୁ ମୋ ନାହିଁ ଝରେ !
ହେ ମୋର ଭକତ ଅନୁରକତ
ଚିର-ବିରହିଣୀ ପାଷାଣୀ ପଥ
ଚିରଦିନ ଲାଗି ତିମିର-ଗତ
ବହେ ଏ ବିପୁଳ ବ୍ୟଥା,
ଆକୁଳ କରିଛି ଅଖିଳ ମହୀ
ନିବିଡ଼ ବେଦନା ନୀରବେ କହି,
କେତେ ଯେ ବରଷ ଗଲାଣି ବହି
କହିବନି କି ସେ କଥା ?
ପର ପୁରବାଳା ପାଷାଣୀ ମୁଁହି
ରଘୁପତି କିଏ ଦେବେ କି ଛୁଇଁ ?
ହେମ ପାଲଟିବ ପାଷାଣ ଭୂଇଁ
ଜାଗିବି ଜୀବନ ଧରି;
ମିଳନ-ବାସର ମଧୁର ଆଶା
ବହି ମୁଁ କହିବି ମାନବ-ଭାଷା,
କରିବି ଧରଣୀ ପ୍ରୀତି-ସରସା
ବୁଲିବି ଭୁବନ ଭରି ।
ଶତ କୋଟି ଦିନ ଦେବତା କରି
ମୋ ପ୍ରାଣ-ପ୍ରଣୟୀ ଗଲେ କି ଭୁଲି
ଖୋଜିବି ସାଗର ଗଗନ ଗିରି
ନାରୀ ମୁଁ ରହି ବି ଜାଗି,
ପିଇବି ପାଇଲେ ପ୍ରୀତି-ମଦିରା
ଏଥି ଲାଗି ସିନା ଏତେ ଅଧୀରା
ନାରୀ ମୁଁ ହୋଇବି କୋମଳ-ଗୀରା
ମୋହରି ପ୍ରଣୟୀ ଲାଗି ।
ନ ଆସ କିଶୋରୀ, ନ ଆସ ନାରୀ,
ନ ଆସ ଗେରୁଆ-ବସନାଧାରୀ,
ଦେବତା ମୁଁ ନୁହେ, ଦେବତା ପରି
ନ ଦେଖ ପାଷାଣେ ତିଳେ,
ନିବିଡ଼ ତିମିର ବରଷା, ଶୀତ
ରବି ଗ୍ରହ ତାରା କାହିଁ ନାହିଁ ତ
ମନ ମୋର ଏ ଯେ ପାଷାଣୀ ଚିତ
ଜାଗିବ ଏ କାଳ-ତୀରେ ।
ହେ ମୂକ ଦେବତା କହିବ ?
ଘନ ବଟତଳ ଲୀଳାବିଳାସିନୀ ଦେବି ଗୋ
ଏ ଯେ ପୁରବଧୂ କିଶୋରୀ ଚରଣେ ସେବି ଗୋ
ଦର ମୁକୁଳିତ କଳି ଦେଲେ ବାଢ଼ି ଚରଣେ
କହି କି ପାରିବେ ଇତିହାସ ମୋର ମରମେ ?
ଯେ ଦିନ ଉଠିଲା ନୀପ ବଟ ଚୂତ ବକୁଳ
ମାଧବୀ ମାଳତୀ ମଲ୍ଲିକା କଲେ ଆକୁଳ
ଧରଣୀର ଏହି ନିର୍ଜନ ପଥ ପ୍ରବାସେ,
ରଚିଲା କେ ଆସି ଏ ପୁରପଲ୍ଲୀ ଆବାସେ ?
ପଥ ଫିଟାଇଲା ଅପଥେ ଯେ ଲତା ଗହଳେ,
ବରଣ କରିଲା ତରୁମୂଳେ ଜନ ଚହଳେ
ସେଦିନ ଜନର ଫୁଲମାଳ ଆଜି ଅଛି କି
ତବ ଆସ୍ଥାନୁ ଦେଇ କେ ପାରିବ ବାଛି କି ?
ସିନ୍ଦୂର ଦେଲା ବୋଳି ଯେ କର୍ମ-କିଶୋରୀ
ପାଷାଣି ଗୋ, ଆଜି ଦେଇଛ କି ତାରେ ବିସୋରି ?
ପ୍ରଥମ ତିଳକ ଦେଲା ତବ ଭାଲେ ଯେ କର
ସେ କର ପରଶ ସତ୍ୟ ଯୁଗର ମୁକର !
ଚରଣ ଅଳତା ଛାପ ଛାଇ ପଥ ଦୁଆରେ
ଶୁଭ କିଙ୍କିଣୀ ବଜାଇଲା ଯେହୁଁ ବାହାରେ,
ସୁକୋମଳ ନୀପ କଳି ଦେଲା ତୋଳି ଯେ ବାଳୀ
ମନେ ଅଛି ସତେ, ଜାଳି ଯଉବନ ଦୀପାଳି ?
ଦଶ ବାରଟି ସେ ନୀରବ ଦୁସ୍ଥ କୁଟୀରେ
ବନ୍ଦନା ଲୀଳା ପ୍ରକଟିଲା ପରିପାଟିରେ ।
ସେ ଦିନ ଲଗ୍ନ ବେଳା ଆଜି କେବେ ପଡ଼େ କି ?
ସେ ଦିନ ପାଟଳ ଚୂତ ଡାଳ ଆଉ ଥରେ କି ?
ଆଜି ନବ ଭାଷେ ହେ ମୂକ ଦେବତା କହିବ,
ପଥଚାରୀ ଆଜି ମାନସ-ମୁକୁରେ ବହିବ-
ସେ ଦିନର ଛାଇ, ସେ ଦିନର ଶୋହା ପରମ,
ଦୁଃଖହାରିଣୀ, ଏ କି ତବ ମୂକ ଧରମ ?
ଖାଲି ମୁଁ ଦେଖିବି; ଆସୁ ଆଜି ସେହି ଚତୁରୀ
ଖାଲି ଉଠୁ ତାର ବଦନେ ହାସ୍ୟ ଉତୁରି ।
ପୁଟୁ ଖାଲି ତାର ପଦ ତଳେ ଶତଦଳ ଗୋ ।
ବଚନ ତା ହେଉ ଖାଲି ବାରେ କଳ କଳ ଗୋ ।
ପଲ୍ଲି ଏ ଆଜି ଦୁଃଖ ରାଗିଣୀ-ମୁଖରା,
ଚିତ୍ତେ ରଚିଛି ଆଜି ଦୁଖ ଗୀତି ପ୍ରଖରା ।
ଏ ତଳେ ରଚିବି ଆଜି ମୋର ଦୁଃଖ ଶୟନ
କରୁଥିଲା ଯହିଁ କିଶୋରୀ କୁସୁମ ଚୟନ ।
ଏ କଳ ଦେବତା ଶାସିତ ନଗର ବିହାର
ଆଜି ବରଜି ମୁଁ ଆସିଛି, ଦିଅ ଗୋ ଆହାର
କ୍ଷୁଧିତ ତରୁଣ, ପଲ୍ଲି ଗୋ ଦିଅ ବିଚାରି
ଜୀର୍ଣ୍ଣ ବିମୂଢ଼ ବକ୍ଷ ଦୁଆର ବିସାରି ।
ଫୁଟୁ ଫୁଲ, ପୁଣି ବସେ ଏହି ଶିଳା ତଳପେ,
ଦିବସ ଯାମିନୀ ଯହିଁ ଗୌରବ ବିଳପେ ।
ପଙ୍କ ମଳିନ ବକ୍ଷ ଗୋ ଆଜି ଉଜଳୁ,
ଝରୁ ଗଦ୍ଗଦ ଭାଷା ଗୋ ଏ କବି ଅଧରୁ ।
ଶୁଭୁ ହୁଳହୁଳି, ଶୁଭ କଙ୍କଣ ରାଗିଣୀ,
ଶୁଭୁ ମୃଦଙ୍ଗ ଭାଗବତ ଯେବେ ଜାଗିନି ।
ହେ ପାଷାଣି, ଆଜି ନଚାଅ ଗୋ ପୁର ସରଣୀ
ଗଲେ କାହିଁ ସେହି ସୁକୁମାରୀ ବ୍ରତଚାରିଣୀ ?
କି ଜନମେ କେବେ ଆସିଥିଲି ତବ ପରଶେ
ମନେପଡ଼େ ମୋର ଶତ ସହସ୍ର ବରଷେ !
କେବେ ଗୋ ଆସିବି ଫେରି ପୁଣି ଶୁଭ ଚରଣେ
ଭେଟି କି ପାରିବି ପାରିଲେ ମୁଁ ଦିନେ ମରଣେ ?
ଥରେ ବା ଲଭିବି ଏ ଫୁଲ ପରଶ କପାଳେ
ଥରେ ବା ଘେନିବି ବରଣ ମାଳା ମୁଁ ଅକାଳେ ।
ମରଣେ ବା ଥରେ କରିବି ସେ ଶୋଭା ଲୋକନ
କହ ତରୁତଳବାସିନୀ କହ ଗୋ ବଚନ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ