ପାଦତଳେ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୨
- ସ୍ଥିତି
- ସାର୍ବଜନୀନ (Public domain)
ଧୀରେ ସନ ସନେ ଆସଇ ସମୀରକାନନେ ପ୍ରାନ୍ତରେ ବହି,ଉପବନେ ଯାଏ ତରୁଲତା ଅଙ୍ଗମଧୁର ପରଶେ ଛୁଇଁ ।କେତେ ଶ୍ୟାମ ଶୋହା ମୃଦୁ ବୀଚି ମେଳେପରାଣ ସୋହାଗେ ଢାଳି,ଡାଳେ ଡାଳେ ଆହା ପଲ୍ଲବ ନିକରକରନ୍ତି କେସନ କେଳି !କୁସୁମ କେଶର ମଧୁ ଆହରଣେଭ୍ରମର ପୀୟୁଷପାୟୀ,ଢଳି ଢଳି ଖେଳେ, ପରାଣ ବାରତାଗୁଣୁ ଗୁଣୁ ଗୁଣୁ ଗାଇ ।ଆଶା ଅଛି, ଦିନେ ବସନ୍ତ ରସିକପିକ ବସି ସେ ଗହଳେ,ସରଗ ବିପଞ୍ଚୀ ସୁଧା କଣ୍ଠ ଧାରାଢାଳିଦେବ ମହୀତଳେ ।ତୁହି, ରେ ଅଭାଗା ସେ ପୁଣ୍ୟ ମେଳାପେବିହରି ସରଗ ତେଜେ,ନିମିଷେ ଆବର ମୁରୁଛି ସକଳପଡ଼ିଲୁ ଏ ଧୂଳି ଶେଯେ ।ତରୁ ଡାଳେ ତୋତେ ସେନେହ ସଙ୍କୋଚେଧୀରେ ପରଶନ୍ତି ଯାଇଧୂଳି ଶେଯେ ଏବେ ପାଦ ତଳେ ଆହାମାଡ଼ି ହେଳେ ଯିବ ମୁହିଁ ।ପଡ଼ିଅଛୁ ଯେବେ ତରୁଡାଳେ ଢଳିସୁଖେ ତୋ ଖେଳିବା ତେଜି,ତଳୁ ତଳେ, ଫୁଲ, ପଡ଼ ରେ ଆହୁରିଏ ଧୂଳି ଶେଯ ବରଜି ।ସେ ସଖା ମେଳାପେ ସୁଖେ ଖେଳିବାରହେଲାନାହିଁ ଯେବେ ଆଉ,ଏ ମର ସଂସାରୁ ଚିର ଲାଗି ଆଜିଲୁଚି ତୋ ସ୍ୱରୂପ ଯାଉ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର