ପବନର ଶୀତଳ କର — ଲକ୍ଷ୍ମୀନାରାୟଣ ସାହୁ · ସ୍ୱର୍ଣ୍ଣଲିପିରାତ୍ରି ସାରା ଗ୍ରୀଷ୍ମର ରଜନୀରେପ୍ରସରିଛି ମୋ ଉପରତୁମେ ତ ଦେବ ଅଛ ତହିଁରେବୃକ୍ଷ ସମ ସ୍ଥିରବୃକ୍ଷ ସମ ସେବିଛସେବା କରି ଏ ଧରା ଜନରବୃକ୍ଷ ସମ ତୁମେ ସହିଛସବୁ କଥାଆଜି ଏଡ଼ି ସବୁ ଅନ୍ତର ବ୍ୟଥା ।ରହିଛ ଧରଣୀର ସେ ପାରଆମେ ସବୁ ହେ ଦେବଯେ ତୁମର ଏଡ଼େ ଆଦରରସବୁ ଆମେ ଭାଳୁଛୁଁ ବସିଆକାଶ ଶଶୀତୁମେ ଅଛ ତହିଁ ପାସେ ବସିଝିଂଝିଟର ଶବଦ କାନେ ପଶେ ଏବେଡାହୁକର ନିଃସ୍ୱନକାକ କୋକିଳର ତୌର୍ଯ୍ୟତ୍ରିକଦେବତା ଆରାଧନସବୁରି ଭିତରେ ଅଛ ହେ ଦେବତୁମେ ବିକ୍ରମକିଏ ଆଉ ତୁମ ସମଦମ ଦାନ ଶମ ଜ୍ଞାନଗୁଣେ ଭରା ଏତେ କୁହତୁମକୁ ଆଜି ଦେଖୁଛି ମୁହିଁପ୍ରକୃତିର ସବୁ ଶୋଭନରୂପରେ ରହଲଭି ଯାଇଅଛି ତାରକାଲିଭି ଯାଇଅଛ ତେଣୁତୁମେ ବି ସେପରିମାତ୍ର ଅଛଇତ ତାରକାଦେଖା ହେବ ନିତି ସନ୍ଧ୍ୟା ମୁଖେସାରା ରାତ୍ରି ବାହତୁମେ ହେ ଦେବ ! ଅଛତେହ୍ନେ ଲୁଚି ରହଅଛ ତୁମେ-ତେଣୁ ଆଶୀର୍ବାଦଭିକ୍ଷା କରେଁଅଛ ତୁମେ ଡାହୁକ କହେତାର ନିଃସ୍ୱନେଅଛ ତୁମେ କହେ ନାନା କାକଳୀଅଛ ତୁମେ ସାତ ଭାୟାପକ୍ଷୀ ସେ ବାର୍ତ୍ତାକହେ ଆଣିଅଛ ତୁମେ ଅଛ ତୁମେକୁକୁଟର ରାବ ଦିଏ ଚେତାଇଅଛ ହେ ଦେବ-ବିକ୍ରମ ଦେବଯାଇଛ କାହିଁ ?ଯାଇଛ କେବଳ ଅନ୍ତରାଳେମାତ୍ର ଅଛ ତୁମେଅଛ ତୁମେତୁମକୁ ଭାଳିଲେ ଆମରଦୁଃଖ ଯିବ ଚାଲିତୁମକୁ ଭାଳିଲେଜୀବନ ନୋହିବ ଖାଲିତୁମକୁ ଭାଳିଲେ ହେ ଦେବରାଜର୍ଷିରାଜ ପ୍ରାସାଦର ଆବରଣୁଆଜି ଦେଇଛ ଆପଣାରେ
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ସର୍ବତ୍ର ମେଲାଇ ରହିଛ ବସି
କେତେ ଫୁଲ ଫୁଟେ
କେତେ ମଧୁ ଛୁଟେ
ଭ୍ରମର କେତେ ମଧୁ ଲୁଟେ
ତୁମେ ଅଛ ତୁମେ ଅଛ
ହେ ଦେବ ରାଜନ
ନୁହେଁ ମୁଁ ଅଭାଗୀ ଜନ
ଆଶୀର୍ବାଦ ଏବେ ସ୍ୱର୍ଗ ପୁରୁଁ
ଆଣିବ ବହନ
ନନ୍ଦନ କାନନର ପାରିଜାତ ବହି
ଦେବ ତୁମେ ପୁଣି ଆମକୁ ଦେଇ
ଯାଇଛ ସେଥିପାଇଁ
ଆଜି ପ୍ରଭାତର ତେଣୁ ଏ ନମସ୍କାର
ଅପୂର୍ବ ଦେଖା ଏହି ।
ଶିଶୁ ସମ ଶୋଇଛ ଆରାମେ ଦେବ
ରଜନୀ ସାରା
ହସି ହସି ଉଠିଛ କେବେ
ତାରାର ମୁଖେ
ଡାକି ଡାକି କହିଛ କଥା
କେବେ ବିହଗ
ଉଡ଼ିଯାଏ ଯେବେ
ରଜନୀ ସାଥେ
ବୃକ୍ଷ ସମ ସ୍ଥିର ତୁମେ ହେ ଦେବ ରାଜଷ
ଆଜି କାଳ ପର ପାରେ
ରହିଛୁ ଅପେକ୍ଷି
ଅମରେ କରିବ ଆଶୀର୍ବାଦ
ଦେଖି ଦେଖି
ସଂସାରର କର୍ମ ଅକର୍ମ
ସବୁ ଦେଇଛ ଏବେ ଏଡ଼ାଇ
ରହିଛ ସାତ୍ତ୍ୱିକ ହେବ ଋଷି
ଦିଶି ଦିଶି ତେଣୁ ଦେଖେଁ ମୁଁ
ତୁମକୁ ବିହସି ।
କେତେ ଧୁଳି ଉଠଇ ଏଥି ଅହରହ
ତାହାରି ଭିତରେ ତୁମେ ରହିଛ
ହେ ଦେବ
ନାହିଁ ବିରହ
ଶୋଇଛ ଯେହ୍ନେ ଶିଶୁଟି ପରି
ଉଠିବ ଏବେ କ୍ଲାନ୍ତି ସାରି
ଧାଇଁ ବୁଲିବ ଚତୁର୍ଦ୍ଦିଗ
ତାହାରି ଭିତରେ ପାଇବି
ସନ୍ଧାନ ତୁମର ହେ ଦେବ
ଉଡ଼ିଯାଏ ବିହଗ କାକଳୀ କରି
ତାହାରି ଭିତରେ ସନ୍ଧାନ
ପାଏଁ ତୁମରି
ମହାଯଜ୍ଞର ଋତ୍ୱିକ ତୁମେ
ଯିବ କାହିଁ-
ଅଛ ତୁମେ, ଏହି ଏହି
କୋକିଳର କଣ୍ଠେ ଗାଇଛ ତୁମେ
କୁଉ କୁଉ କୁଉ
ସମୀର ପରଶେ ଦୋହଲି ତୁମେ
ଧୀରେ ଦୋହଲାଉଛ ବୃକ୍ଷର ଶୀର୍ଷ
ଚାରିଆଡ଼େ-ଯହିଁ ଅନାଏ ତହିଁ
ତୁମେ ଅଛ-ଯାଉଛ କାକର ବାର୍ତ୍ତା ବହି
ସନ୍ତରଣ ଯେହ୍ନେ ଆକାଶେ
ପକ୍ଷୀର ସ୍ୱଚ୍ଛନ୍ଦ ବିକାଶେ
ସନ୍ତରଣ ଯେହ୍ନେ ଅବଗାହୁଛ
ପ୍ରକୃତିର ଶୀତଳ ସମୀରଣ
କ୍ଲାନ୍ତି ପରେ ସୁପ୍ତି ଯେହ୍ନେ
ଦୂରେ-ହେଇ ଦୂରେ
ଅନାଏ ଯେ
ଦିଗ୍ବଳୟ ପାରେ
ରହିଛ ଉଭା ତୁମେ ହେ
ନଗ ପୁଙ୍ଗବ
କେତେ ମଧୁରେ
ଜୟ ବିକ୍ରମ ଦେବ
ଜୟ ବିକ୍ରମ ଦେବ
ଜୀବନେ ଯେସନ
ମରଣେ ତେହ୍ନେ
ଉଡ଼ି ଉଡ଼ି ଯାଏ ବିହଗ
ଉଡ଼ି ଉଡ଼ି ଯାଉଛ ତୁମେ
ହେ ବିକ୍ରମ ଦେବ
ଜୀବନ ସାଗର ସନ୍ତରଣ କରି ଯାଇଛ
ତୁମେ ହେ କୁଶଳୀ
ଏବେ ବି ଚାଲିଛ ଅନ୍ତ ପଥେ
ଧୀରେ ଧୀରେ ବାହ
ନୁହ ବିକଳ
ଗନ୍ତବ୍ୟ ପଥ ବାହି ଚାଲିଛ ତୁମେ
ହେ ଜୀବନ ଦେବତା
କର୍ତ୍ତବ୍ୟ କରି କରି
କି ନିଷ୍ଠା କି ଭକ୍ତି
ଗଙ୍ଗା ଯମୁନାର ମିଳନର ଯହିଁ
ଆରାଧ୍ୟ ଦେବତା ଆଉ ଆରାଧକ
ଏକତ୍ର ତହି
କୁସୁମ ଫୁଟେ କାନନରେ କାନନେ
ଫଳଇ ଫଳ ନାନା
କେତେ
କାହାର ଆଶୀର୍ବାଦ ସେ
ସେହିତ ସେହି ବିକ୍ରମ ଦେବ ଅଛନ୍ତି ତହିଁ
ଆଜି ବସି ଭାବୁଛି ମୁହିଁ
ଏକହୋଇ ଯିବୁଁ ଦିନେ
ସେ ଆଉ ମୁହିଁ
ବ୍ୟବଧାନ ତହିଁ ଆଉ
ରହିବ ନାହିଁ
ବୃକ୍ଷର ଉପରେ ବିହଗଟିଏ
ଏ ଶରୀର ଭିତରେ ସେହି ପରିଟି ଦେ
ଯାଇଛି ବୃକ୍ଷ ଫଳ ଦେଇ ଦେଇ
ଯାଇଛି ବିହଗ ଏ ଦେହ ଛାଡ଼ି ଭାଇ
ଆପଣା କର୍ତ୍ତବ୍ୟ ସାରି
ଯାଇଛି ସେ ଚାଲି-କିଛି ଦୁଃଖ ନାହିଁ ।
ଏତିକି । ତାଙ୍କ ପରି ମୁହିଁ
ଯଦି ହେବି ଭାଇ
ବ୍ୟଥାର ବ୍ୟଥୀ, ସାଥୀର ସାଥୀ,
ମଧୁର ଆଳାପୀ,
କିଛି ହେଲେ ତ ତାଙ୍କରି ପରି
ହେବି ମୁହିଁ
ଦେଶ ଦେଶାନ୍ତର ବିତରି ମୋର
କରୁଣା ସ୍ନେହ ମାୟା ମମତା ଆବର
ଫେରିବ ସକଳ ଆପଣାର ବୁକେ
ଆପଣା କର ତହିଁ ।
ସର୍ବେ ଯିବେ ଚାଲି
ନିଜ କର୍ମ ସାରି
ଏହି ଭବ ରଙ୍ଗ ଭୂମି ତଳେ
ବିକ୍ରମଙ୍କ ପରି ମହତ ହୋଇ
ଜୀବନ ନୌକାରେ ଯେହ୍ନେ
ହୋଇ ପାରେଁ ପାରି
ଶିଶୁଟି ଯେହ୍ନେ ବୃଦ୍ଧଟି ତେହ୍ନେ
ତାଙ୍କ ମୁଖରେ ପାଇଥିଲା ଆଦର ଯେହ୍ନେ
ସେହି ଆଦର ଦେଇ ଯେହ୍ନେ
ଜଗତ ଜନେ
ମୁଁ ପାରିବି ସକଳ ଜନେ
ଆପଣାର କରି ।
ଫୁଟେ କୁସୁମ
ବାସ ଦେଇ ଦେଇ
ଝରେ ତହିଁ ।
ଝରି ଯାଇଛ ହେ ବିକ୍ରମ ଦେବ
ଦୁଃଖ ନାହିଁ-
କେବଳ ଅଛଇ
ଶାନ୍ତି ତହିଁ ।
ହେ ଧୀବର ! ଧୀବର ଯେହ୍ନେ ଧରଇ
ମୀନ
ନାନା କୈାଶଳେ, ପ୍ରଭୁ
ସେହି ପ୍ରାୟ ତୁମେ କରୁଥିଲ
ଜ୍ଞାନ ଆହରଣ
ନିତି ନିତି ନିତି ସକଳ ଜ୍ଞାନୀ ସୁଜ୍ଞ
ସାଧୁ ଜନ ଠାରୁ
ହେ ବିକ୍ରମ ! ଚନ୍ଦ୍ର ର ଶାନ୍ତ କୋମଳ
ସ୍ନିଗ୍ଧ କିରଣ
ସକଳେ ହ୍ଲାଦି କରଇ ଯେସନ
ସକଳେ ସୁପ୍ରସନ୍ନ
ତୁମେ ତ ସେହିପରି ହେ ରାଜନ
ଥିଲ ଜଗତ ଜନର ହ୍ଲାଦ କାରଣ
ଆଜି ଯାଇଛି ବିତି ସବୁ
ଅତୀତର ପୂର୍ବର
ଯୈାବନର କେତେ ଦୁଃଖ ରେଖା
ରେଖା ନୁହେଁ ରକ୍ତ ଦାଗ
ସବୁ ସହିଥିଲ ତୁମେ ହେ ଦେବ
ଅତି ଶାନ୍ତ ପଣେ
ଏହାହିଁ ତ ତୁମରି କୀର୍ତ୍ତି
ଘୋଷୁଛି ଆଜି
ଯାଇଛ ଯେବେ ଚାଲି
ଏହାଇତ ତୁମର ଘୋଷିବ କୀର୍ତ୍ତି
ଚିରକାଳ
ଜୟପୁର ରାଜ୍ୟେ
ଥିଲେ ଏକ ବୃଦ୍ଧ
ବର୍ଷୀୟାନ ସେ
ଅତି ପ୍ରାଚୀନ ହେଲେ ମଧ୍ୟ
ସକଳ ସାଥେ ସରଳ
ଶିଶୁ ସମ ସେ ଯେ
ଅତି ଉଦାର ବିଳାସିତା ହୀନ ପୁଣି
ଜଗତ ଜନ ବରେଣ୍ୟ
ନାହିଁ ଅଭିମାନ, ନାହିଁ ଅହଂକାର
ସକଳର ପାପ ପୁଣ୍ୟ
ଦେଖି ପୁଣି ସ୍ଥିର
ହେ ଶିଳ୍ପୀ ! ରଚୁଥିଲ
ଆପଣା ଶିଳ୍ପ ରାତ୍ରି ଦିନ
ନିରଳସ ଅନଳସ ହୋଇ
ସେବୁଥିଲ ଓଡ଼ିଆ ତଥା ତେଲୁଗୁ
ସାହିତ୍ୟ
ପୁଣି ସଂସ୍କୃତ ଇଂରାଜୀ ମଧ୍ୟ ଛାଡ଼ ନାହିଁ
ଏହି ପରି ତୁମେ ହେ ଦେବତା
ମାନବ ମଧ୍ୟରେ ଦେବତା ପରି
କରିଲ ଆଚରଣ
ସମସ୍ତେ ହୋଇଥିଲେ ମୁଗ୍ଧ ଶାନ୍ତ ସମାହିତ
ଦେଖି ତୁମ ରୂପ ବସି ତୁମ ପାଖ,
ପାଇ ତୁମ ଆଶୀର୍ବାଦ, ଆଉ
ଦେଖି ତୁମ ଦାନ ହସ୍ତ
ଶିଳ୍ପୀ ! ତୁମେ ରଚିଛ ତୁମ ରଚନାଳି
ପଢ଼ିବୁଁ ଆମେ ଅନେକ ଦିନ
ସେହି ଭାବନା ବଳି ।
ହେଲେହେଁ ସରଳ ବା ଜଟିଳ
ସବୁତ ଭାବ ଗର୍ଭକ
ରସ ରସାଣିତ କେହି
କେହି ଅବା ଅତି ସାଧାରଣ ହୋଇ
ରହିଛି ତୁମ ଲେଖାରେ ।
ହେବ ଅନେକଙ୍କ ଦେଖାରେ
ଯୁଗଳ ରସାମୃତ ଲହରୀ ପୁଣି
ତୁମ ଅନ୍ତିମ ଜୀବନକୁ
କରିଥିଲ ସାର
ପ୍ରିତି ପସରା ତୁମକୁ ଥିଲା ଜଣା
ହେ ରାଜର୍ଷି ! ଯେତେ ଭାବେ
ହୁଏ ବୁଦ୍ଧି ବଣା
ତୁମ ଆଦର୍ଶ ଆମେ ଆଚରିବୁଁ
କିପରି
ଯାହା ତୁମର ସ୍ୱଭାବ ସିଦ୍ଧ
ତାହା ଆମର ସାଧନା ସିଦ୍ଧ ହେବାକୁ
ଆହୁରି
ଲାଗିବ ଯେ କେତେକାଳ
କେତେ ଜୀବନ କିଏ କହିପାରେ ତାହା
ହେ ଭବ୍ୟ ! ସଭ୍ୟ ! ସାଧୁ ପ୍ରକୃତି ତୁମର
ସକଳର ସେବ୍ୟ-ଅତି ମଧୁର, ମଧୁର
ଜଗତ ସଭାରେ ସକଳ ସାଥିରେ
ତୁମେ ଥିଲ ସାଧୁ ସୁନ୍ଦର
ତୁମରି ସ୍ନିଗ୍ଧ ବ୍ୟବହାର
ସମସ୍ତକୁ କରିଥିଲା ମୁଗ୍ଧ ଅପାର
ଆଜି ବିଧୁର ବେଦନା ଆମ
ହୃଦ
ଶୋକାକୁଳ ହୁଏ, ହୁଏ ଅଧୀର
ବେଦ
ଯାଇଛ ଚାଲି-ତେଣୁ ଭାବୁଛୁଁ ଖାଲି
ଏପରି ରାଜନ, ଏପରି ଭାଜନ
ହେବାକୁ ଅଛନ୍ତି କେତେ ଜନ ?
ନାହିଁ ଗର୍ବ ଅଭିମାନ
ଚିର ସାଧୁ ସମାନ
ନାହିଁ ବିଳାସ ବ୍ୟସନ
ଅତି ଅତି ସାଧାରଣ
ବିନ୍ତ୍ରମ ଦେବ ତୁମେ ରାଜନ
ଆଜି ହୃଦ ସିଂହାସନେ
ତୁମେ ଆମର ରାଜା
ଆମେ ଦେଖିବୁଁ ବସି ତାହା
ଭାବିବୁଁ ବସି
କହିବୁଁ ବିକ୍ରମ ଦେବ ଥିଲେ
ସାଧୁ ସୁଜନ
ଜଗତର ଆଦରର ଧନ
ସମସ୍ତଙ୍କୁ ଦେଇଥିଲେ ସେ ସମ୍ମାନ
ତେଣୁ ଅଯାଚିତେ ପାଇଥିଲେ ସେ ସେହି ସମ୍ମାନ
ହେ ରାଜ ଶିଳ୍ପୀ ! ତୁଳୀ ତଳ୍ପ ତ୍ୟଜି
କରୁଥିଲ ରଚନା କାବ୍ୟ କବିତା
ଦିବସ ନିଶି ଭାବି
ଧନ୍ୟ ତୁମେ ! ଧନ୍ୟ ଆମେ
ତୁମକୁ ପାଇ
ଆଜି ଯାଇଛ ଅପସରି
ମାତ୍ର ମଧୁର ବାଜଇ ମହୁରି
ବେଦନାପ୍ଳୁତ ହୋଇ
ବିକ୍ରମ ରାଜନ ଥିଲେ ଶୋଭନ ସାତ୍ତ୍ୱିକ ସତ୍ତା ବହି ।
ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପେ
ତୁମେ ହେ ବିକ୍ରମ ଶୀତଳ ଅନିଳ
ବୃକ୍ଷର ଡାଳେ ପକ୍ଷୀର ବାସ
କେବେ କେବେ ସେ ଆସେ କରିବାକୁ ଗୃହବାସ
ଘର ଚଟିଆ ପକ୍ଷୀ ସମ ଚଞ୍ଚଳ ଚଟୁଳ
ତୁମେ ହେ ରାଜର୍ଷି ! ଥିଲ ତେସନ ସନ୍ୟାସୀ
ଚାଲିଗଲ ଆପଣା ବସା ଛାଡ଼ି ହସିହସି
ନୋହି ନିର୍ମମ, ନୋହି ଦୁଃଖୀ, କାତରେ ନବସି
ଆପଣାର କାର୍ଯ୍ୟ ସାଧିଲ ତୁମେ
ଆପଣାର ପଥେ ରହି
ଅନ୍ୟ ସକଳେ ଆପଣାର ଅମୁଲ୍ୟ
ବିତରଣ ଦେଇ
ଘଡ଼ିର କଣ୍ଟା ସ୍ଥବିର ହେଲା ପରି
ଗ୍ରୀଷ୍ମରେ ଯେହ୍ନେ ମାନବର ନିଦ୍ରା ନାହିଁ
ତୁମେ ସେହିପରି ରହିଥିଲ-ରହିଥିଲ,
ଚାଲିଗଲ ଅବଶେଷେ
କାହାକୁ କିଛି ନ କହି
କି ଶାନ୍ତି ! କି ସୁଧା ! ପାଇଥିଲ
ଜୀବନେ ଆସ୍ୱାଦ ତାର
ତେଣୁ ଏଡ଼େ ଅନାଶକ୍ତ ଭାବେ
ଛାଡ଼ି ଚାଲିଗଲ ସବୁ କାରବାର
ଯାଇଛ ତୁମେ ବିକ୍ରମ-ମାତ୍ର
ଶୀତଳ ଅନିଳ ବହେ ଯେ କ୍ଷଣ
ଶରୀର ମନ କରେ ସୁଶୀତଳ
ତୁମେ ଥାଅ ମଧ୍ୟେ ତହିଁ
ଏହି ଭାବନା ମୋର ମନେ ଆସଇ
ଆଜି ବୈଶାଖର ଏହି ରୁଦ୍ର ତାପେ
ଶରୀର ଯେବେ ଅବସନ୍ନ ଦହ ହୁଏ କେତେ
ଦେଖି ଯାଇଅଛ ସବୁ ନିଜେ ଚକ୍ଷୁରେ
କେତେ ଆତ୍ମୀୟର, ଆପଣା ଜନର
କେତେ କାରବାର ଆପଣା ଦୁଃଖରେ
ସକଳେ କ୍ଷମିଛ କାହାର ପ୍ରତି ନୋହି ରୁଷ୍ଟ
ରୁଷ୍ଟ ଅବା କେବେ ମାତ୍ର ତୁଷ୍ଟ ସମ
ତା ସଙ୍ଗେ ବରାବର କଥା କହିଛ
ଏପରି ସାଧୁ ଉଦାର ବ୍ୟବହାର
କିଏ ଭୁଲିବ ଏହି ଜଗତେ
ଯାର ଏତେ ଅଭାବ ?
ଆସିବ ଗ୍ରୀଷ୍ମ ଅନ୍ତେ ବରଷାର
ଶୀତଳ ଧାର
ତୁମେ ହେ ରାଜନ ! ସେହି ବାରି ଧାରା ସମ
କରିଛ ତାପିତ କେତେ ଶୀତଳ ଚିତ୍ତ
ତୁମେଇ ଜାଣ
ତୁମ ଠାରୁ ଜାଣେ ଅତି ନିବିଡ଼େ
ସେହି ନ ଯେ ପାଇଛି ତୁମଠୁଁ ଉପକାର
ଶରତର କାଶ ହାସ ମଧ୍ୟେ
ତୁମେ ହେ ରାଜନ ହସିଛ ମଧୁର ହାସ
ତୋଷିଛ ମାନବ କେତେ
ଜାଣନ୍ତି ସେହିମାନେ
କେତେ ନିଃସହାୟୀ ସ୍ତ୍ରୀ ପୁରୁଷ
ବାଳକ ବାଳିକା ମାନେ
ସକଳ ପାଇଁ ଲକ୍ଷ୍ୟ ଥିଲା ତୁମ୍ଭର
ଉଚ୍ଚ ଠାରୁ ତୁଚ୍ଛ ସକଳେ
ଲଭିଥିଲେ
ତବ ହସ୍ତୁଁ ଆଶୀର୍ବାଦ ଅପାର
ଆଜି ବିଶାଳ ବିଶ୍ୱେ ଯାଇଛ ଉଭି
ବିଶାଳ ବିଶ୍ୱର ଅଙ୍ଗେ ଅଙ୍ଗେ ଲିଭି
ବିଶାଳତା ଲଭିଅଛ ତୁମ୍ଭେ
ଶିଶୁର କୋମଳ କଣ୍ଠ ଯେବେ
ଅସହାୟ । ନାରୀର ବେଦନା ରୋଧିତ ବାକ୍ୟ
ଦୀନ ଦୁଃଖୀ ସହସ୍ର ସହସ୍ରଙ୍କର
ତୁମେ ଥିଲ ହେ ବର୍ଷୀୟାନ ।
ଆଶା, ଆନନ୍ଦ, ସ୍ୱରୂପ ଈଶ୍ୱର
କିଏ ଭୁଲିବ ? ଭୁଲିବ କି ସେହି
ପାଇଥିଲା ଯିଏ ଆଶ୍ୱାସ ସନ୍ତୋଷ
ତବ ଠାରେ ଠାବ ପାଇ ?
ଅସମ୍ଭବ ! ଆଜି ତୁମେ ଯାଇଛି ଚାଲି
ଚଟୁଳ ପକ୍ଷୀର ପଳାୟନ ପରି
ଧନ୍ୟ କରି ଆପଣା ଜୀବନ
ଧନ୍ୟ କରି ଅସଂଖ୍ୟ ନର ନାରୀ ପ୍ରାଣ
ତେଣୁ ମୋର ଏହି କ୍ଷୁଦ୍ର ଭାବନା
ଉବ୍ଦେଳ
ହୋଇଛି ତୁମରି ପାଇଁ-
ମୁଁ ନୁହେଁ ମୋହା କୁଳ
ତୁମେ ତ ଦେଖାଇ ଯାଇଛ
ଯାପିବାକୁ ଅନାଶକ୍ତ ଜୀବନ
କାହିଁକି ରହିବି ମୁହିଁ ହୋଇ ମୋହକଳିଳ ?
ସଙ୍ଗୀତ ସାହିତ୍ୟ ମଧୁ ସୁଧାକର
ଚନ୍ଦନ ଠାରୁ ବଳି ଗ୍ରୀଷମରେ
ହୃଦବୋଧ କର
ଥିଲା ତୁମ ଜୀବନର ମୂଳ ପ୍ରସ୍ରବଣ
ସଙ୍ଗୀତ ସାହିତ୍ୟକୁ କରି ସଙ୍ଗୀ
ଚିର ଜୀବନ
ତୁମେ ଥିଲ ହେ ଦେବ ସକଳର ଅଙ୍ଗୀ
ବ୍ୟଥାର ବ୍ୟଥୀ, ଦୀନ ଦରିଦ୍ରର ସଙ୍ଗୀ
ତେଣୁ ଆଜି ଆକାଶର ରାତିର
ମଧୁର ବିତାନେ
ସ୍ମରୁଛି, ଦେଖୁଛି, ତୁମକୁ ହେ ରାଜନ
ମନେ ମନେ
ମିଳି ଯାଇଅଛି ରଜନୀ ଗନ୍ଧାର
ଗନ୍ଧ ସମ
ପବନେ ବହି
ଯାଇଅଛ କିନ୍ତୁ ଯେଉଁ ମଧୁର
ସୁଗନ୍ଧ ଦେଇ
ତାହାର ସ୍ମୃତି କରଇ ଆକୁଳ
ଆଉ କାହିଁ ପାଇବି ମୁହିଁ ପୁଣି ଥଳ କୂଳ
ଆଉ ଜଣେ ଏହିପରି
ଏହି ମହୀ ଉପରି
କାହିଁ ଅଛନ୍ତି ପାଇବି
କିପରି ତାହାର ସନ୍ଧାନ
ବିକ୍ରମ ଦେବ ପରି ମନୁଷ୍ୟ
ଆଉ ଜଣେ ତେଣୁ ଖୋଜେଁ
ମୁଁ ହୋଇ ବ୍ୟସ୍ତ ମନ
ସକଳ ଭିତରେ ଦେଇଛ ବିତରି
ତୁମେ ହେ ରାଜର୍ଷି ଆପଣାକୁ
ଭସ୍ମ ଯେବେ ହୋଇଗଲା ନଶ୍ୱର
ଶରୀର ତେବେ କୁହୁଳି କୁହୁଳି
ଗଗନ ମାର୍ଗରେ ଉଠିଲା ଯେଉଁ କୁହେଳି
ଲକ୍ଷ୍ୟ କରି ସହସ୍ର ମାନବ କହିଥିଲେ
ହାୟ ହାୟ ବୋଲି
ଦେଇଥିଲେ ଢାଳି ଅଶ୍ରୁ ସେହି
ଚିତାକୁ ଚାହିଁ
ଧନ୍ୟ ତୁମେ ହେ ବିକ୍ରମ ଦେବ
ଧନ୍ୟ କହୁଛି ମହୀ ।
ହେ ଦୂର ଗଗନର ସୁଦୂର ତାରା, ବିକ୍ରମ ଦେବ ପରା,
ମିଞ୍ଜି ମିଞ୍ଜି କରି ଦେଖା ଦିଅ ଆଜି ଉଚ୍ଚେ,
ପାରି ହୋଇ କି ବିରାଟ କାରା
ପାଶର ଆଲୋକ ଦୀପ୍ତି ଅଣେ ପାଶେ,
ଦୂରର ତାରକା ଦୂରୁ ବିକାଶେ,
ଭୁବନ ଭରି ବତାସ ବହେ ଶିରି ଶିରି,
ରାତି ଅଧରେ ଚାହିଁଛନ୍ତି କେତେ
ବିରାଟର ଅନ୍ତରୁ ନିଶାର ନିଃସ୍ୱନ ଭରି ରହିଛି ଜାଣ,
ଅପ୍ସରୀ,
ମୁଁ ଏକାକୀ ଚେତନା ଦୀପ୍ତ ଅଛି କି ?
ଅଛନ୍ତି ଏହିପରି ଆଉ ଆଉ,
ଶ୍ୱାନ କାହିଁ କାହିଁ ଚିତ୍କାରେ ରହି,
ଭରି ରହିଛି, ଝିଂ ଝିଂ ଟର ଶବଦ କାହି
ଅନ୍ତରୁ ଅନ୍ତରେ ପ୍ରବେଶ ପ୍ରବେଶ ହେ ବିକ୍ରମ ଦେବ
ଆଜି ଅନ୍ତରୁ ଯାଇଛ ପଳାଇ
ଶୂନ୍ୟତା ଆସେ, ବ୍ୟର୍ଥତା ଭାସେ, ମନ ତେଣୁ ନୀରସେ,
କହେ କାହିଁ କାହିଁ ?
ନାହିଁ, ନିଦ୍ରା, ଶରୀର କାରା, ଦିଏ ନାହିଁ ଥୟ କରଇ ଅଥୟ
ଖାଲି ଭାବେ କାହିଁ କାହିଁ ?
ଆଶା ନିରାଶାର ଦୋଳାର ଭିତରେ ଶବଦ ଆସେ ହେଇ ହେଇ,
ନାହିଁ ନାହିଁ,
କି କହିବି କାହାକୁ, ମିଳିଯାଏ ମର ଦେହ ମରକୁ, ଅମର ଯାହା,
ଚାଲିଯାଏ ଅମରେ ମିଶି,
ତେଣୁ ଛୁଏଁ ଛୁଏଁ ପରି ମନେହୁଏ, ଆଉ ଛୁଇଁ ପାରେ ନାହିଁ
ପୁଣିଛୁଏଁ ଅତି ଆଚମ୍ବିତେ, ଶୀତଳ ପବନର ହିଲ୍ଲୋଳେ
ବହି ଆସେ ସୁଦୂରୁ, ବିକ୍ରମ ଦେବ ନିକଟେ ଭାସେ, ଅଛନ୍ତି ଏହା
ଶୋଇବି ଯାଉଛି ତେବେ ଏବେ ନିଶ୍ଚିନ୍ତ ହୋଇ-
ବିକ୍ରମ ଦେବ ଅଛନ୍ତି ଭାଇ
ଘୋର ଜଙ୍ଗଲ ନିଶାରେ ଘୋରେ ବୁଲଇ ଯହିଁ ବଣର ରାଜା
ବିକ୍ରମ ଦେବଙ୍କୁ ପାଇବା ପାଇଁ
ଖୋଜନ୍ତି ତେସନେ ଅସଂଖ୍ୟ କାନନେ ଅସଂଖ୍ୟ ପଶୁ ପକ୍ଷୀ ଗଣ
ଖୋଜନ୍ତି ବିକ୍ରମ ଦେବ ହେ ରାଜନ
କାହିଁଗଲ ଲୁଚି ରହିଲ ବନ ଉହାଡ଼ ?
ମନ ପୋଡ଼ିଯାଏ, ଦେହ ଦହଯାଏ, ଖାଲି ଚିତ୍କାର
ବିକ୍ରମ ଦେବଙ୍କୁ ଆଣ ।
ଲୁଚି ରହିଛନ୍ତି କୁହ ଯା କୁହ ଅଛନ୍ତି
ଏବେ ସେ କେଉଁ ବନ ପାହାଡ଼ ।
ହେଲ ହେ ବିକ୍ରମ ଦେବ ବନ ଉହାଡ଼,
ହୋଇ ପାରିବ କି ଆମ ମନ ଉହାଡ଼ ?
ଲୁଚକାଳି ଖେଳ ପରି ହୋଇଲା ଏବକୁ,
ମନରେ ଧରା, ଦେହରେ ଧରା ନ ଦେଇ
ଶାଶ୍ୱତର ଜିନିଷ ସିନା ଶାଶ୍ୱତେ ଏପରି ମିଳଇ
ସତ୍ୟ ତେବେ ଏହି କଥା, ଆଶାଶ୍ୱତେ ଖୋଜି
ଏବେ କେହି ନ ରଖଇ ।
ନ ମଜ୍ଜି ସତ୍ୟ ସଦା ଖୋଜ ଭାଇ
ସତ୍ୟ ଯେ ଶାଶ୍ୱତ ସେ ଏହି କଥା
ଏବେ ମର୍ମେ ମର୍ମେ ବୋଧ ହୁଅଇ ।
ନିଃଶ୍ୱାସ ପ୍ରଶ୍ୱାସ ଚାଲିଛି ଅବିରାମ-ମାନବର ନିଶ୍ୱାସ ପ୍ରଶ୍ୱାସ
କମିଯାଏ ଯେବେ-କମେ ନାହିଁ ସେ-
ମିଶିଯାଏ ବିଶ୍ୱର ନିଶ୍ୱାସ ସଙ୍ଗେ ।
ଆଜି ବିକ୍ରମ ଦେବ ବିଶ୍ୱାସ କର ବିଶ୍ୱର
ନିଶ୍ୱାସ ସଙ୍ଗେ ରହିଛନ୍ତି ଏକ ହୋଇ
ତହୁଁ ସେ କରିବେ ଆମକୁ ଆଶ୍ୱାସ
ଆପଣାର ବିଶ୍ୱାସ ଆଶୀର୍ବାଦ ଦେଇ
ବିଶ୍ୱର ତରଙ୍ଗେ ନାଚଇ ନାହିଁ ମାନବ ଭାଇ
ଏପରି ହୋଇ ମହାରଙ୍ଗେ
ଆଜି କୋକିଳର ନିଃସ୍ୱନେ, କାକର କାଆ ସ୍ୱନେ,
ଆଜି ନାହିଁ ନାହିଁ
ଶବଦ ଯେ ପ୍ରକାର ବାଜଇ ।
ତହିଁ ମଧ୍ୟେ ବିକ୍ରମ ଦେବ ଅଛନ୍ତି ଅଛନ୍ତି କହନ୍ତି
ଯେହ୍ନେ ପ୍ରକୃତି ରାଣୀ ଆମକୁ ଆଶ୍ୱାସ ଦେଇ ।
ଧାଇଁ ଆସୁଛନ୍ତି ବେହେରାମାନେ ପାଲିଙ୍କି ବହି, ହେଇ ଶଙ୍ଖ ବାଜଇ,
ବିକ୍ରମ ଦେବ ଆସୁଛନ୍ତି ସ୍ୱର୍ଗକୁ, କେତେ
ଶଙ୍ଖ ମହୁରୀ ହେଇ ବାଜଇ
ବାଜଇ ମର୍ତ୍ତ୍ୟେ ଯେହ୍ନେ ହୁଳହୁଳୀ ନାରୀ ବୃନ୍ଦ କଣ୍ଠେ
ବାଜଇ ଯେହ୍ନେ ଅପ୍ସରାଗଣର କଣ୍ଠୁ
ଏହି ଶୁଣ କି ମଧୁର ନିଃସ୍ୱନ
ବିକ୍ରମ ଦେବ ବିରାଜନ୍ତି ତହିଁ ଅମରଗଣ
ଯହିଁ ରହିଥିଲେ ଅନାଇ
ଆଜି ସାର୍ଥକ ହୋଇ ତାଙ୍କ ପ୍ରତୀକ୍ଷା ମାନ,
ଆଜି ମର୍ତ୍ତ୍ୟ ସ୍ୱର୍ଗେ
ବିକ୍ରମ ଦେବଙ୍କ ଆଗମନ
ଆଜି ଦ୍ୟୌ ହସଇ, ବିକ୍ରମ ଦେବ ସାଧନାର ପୁରୁଷ
ଆସଇ ।
ଦେଇଛନ୍ତି ଜୀବନଟା ଯାର ଯେ ଅମୃତ
ଦୁଇ ହସ୍ତେ ବାଣ୍ଟି, ଭାଇ
ଆଜି ନିଃସ୍ୱ ସେହି ବିକ୍ରମ ଦେବ
ମୁକ୍ତ ହସ୍ତେ ସ୍ୱର୍ଗେ ପଶଇ
ଜୟ ବିକ୍ରମ ଦେବ, ଜୟ ବିକ୍ରମ ଦେବ,
ଆଜି ସ୍ୱର୍ଗେ ଶଙ୍ଖ ବାଜି ଉଠଇ ।
ତାରା-ସୂର୍ଯ୍ୟଗଙ୍ଗାଧର ମେହେର