ନୀତି-ମାଲ୍ୟ
୧୮୯୮–୧୯୬୫
- ସଂକଳନ: ପ୍ରଭାତ କୁସୁମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୧
- ସ୍ଥିତି
- ସାର୍ବଜନୀନ (Public domain)
ଅହିଂସା ପରମଧର୍ମ ବିଶ୍ୱ ମହିମାରଅହିଂସା ଜଗତ ଜନ ମୁକ୍ତି-ସ୍ୱର୍ଗଦ୍ୱାର ।ଅହିଂସା ଅମର୍ତ୍ତ୍ୟ ନେତ୍ର ବିଶ୍ୱ ଦରଶନେଅହିଂସା ଅମର୍ତ୍ତ୍ୟ ଶକ୍ତି ଦୂରିତଧର୍ଷଣେ ॥
ସବୁ ପଥ ମଧ୍ୟେ ସାର ଭକ୍ତିପୂତ ପଥଗାନ ମଧ୍ୟେ ବିଭୁନାମ-ସଙ୍ଗୀତ ମହତ,ତୃଷା ମଧ୍ୟେ ଶୁଭଙ୍କରୀ ବିଭୁଚିନ୍ତା-ତୃଷାରତ୍ନଗଣେ ବିଦ୍ୟାରତ୍ନ ନରଶିରୋଭୂଷା ॥
ଭକ୍ତି ଥିଲେ ଆନ ଗୁଣେ କି’ ବା ପ୍ରୟୋଜନସତ୍ୟ ଯା’ର ମୂଳମନ୍ତ୍ର କି କରେ ଦୁର୍ଜନ,ବିଦ୍ୟା ଅଟେ ଯେ ଜନର ଜୀବନ ସମ୍ବଳକରି କି ପାରଇ ତା’ର କ୍ଷତି ଧନବଳ ?ଆଳସ୍ୟ, ମାର୍ଦବ, କ୍ରୋଧ, ଚିନ୍ତା, ନିଦ୍ରା, ଭୟକର୍ମକ୍ଷେତ୍ରେ ଅଟନ୍ତି ଏ ହଳାହଳମୟ,ପଲକ ପ୍ରଶ୍ରୟେ ଏହୁ ହୃଦେ ରଚି ବାସକର୍ମ ସଙ୍ଗେ କରିଯାନ୍ତି ହୃଦୟ ବିନାଶ ॥
କୃତଘ୍ନ ଯେ ଜନ ତାର ଶରୀର ନରକପଦେ ପଦେ ତା’ ବଚନ କଷଣଦାୟକ,ନରକୁଳେ କଳଙ୍କ ସେ ହୀନ-ମତି ପାପୀକହେ ଯେ ବଚନ ଆତ୍ମ-ଗରିମାଦି ସ୍ଥାପି ॥
ଧନୀ ହୋଇ ହୁଏ ଯେବେ ନିଷ୍ଠୁର, କୃପଣଜ୍ଞାନୀ ନ କରଇ ଯଦି ଜ୍ଞାନ ବିତରଣ,ବୀର ଯଦି ନ କରଇ ବୀରୋଚିତ ରଣଯୋଗ୍ୟ ସିନା ତାଙ୍କ ନାମେ ‘ପଶୁ’ ବିଶେଷଣ ॥
ବିପଦେ ପଡ଼ିଲେ ସାଧୁ ନୋହେ ମ୍ରିୟମାଣବରଞ୍ଚ ଉଜ୍ଜ୍ୱଳି ଉଠେ ଶତଗୁଣେ ଜ୍ଞାନ,ପ୍ରଦୀପ ଶଳାକା ଯଦି ହୁଅଇ ଘର୍ଷଣଉଜ୍ଜ୍ୱଳି ଆଲୋକମୟ କରଇ ଭବନ ॥
ଅହିଂସା, ବିଶ୍ୱାସ, ପ୍ରେମ, ସତ୍ୟ, ବ୍ରହ୍ମଚର୍ଯ୍ୟ,ମାନବ-ହୃଦୟ ପୂତ-ଅମର୍ତ୍ତ୍ୟ-ଐଶ୍ୱର୍ଯ୍ୟ;ଧରଣୀ ମଣ୍ଡଳେ ନାହିଁ ଏମାନଙ୍କ ସମହୃଦ ସଦ୍ୟଫଳ-ପ୍ରସୂ ବିଶ୍ୱେ ଅନୁପମ ॥
ପର ଉପକାର ଯେହୁ ସାଧନ୍ତି ସତତତା’ର ଉପକାରେ ସଦା ଜଗତ ନିରତ;ଦାନ କଲେ ସିନା ମିଳେ ବହୁଧନମାନ,ତୈଳଦାନେ ଯଥା ଦୀପ କରେ ଜ୍ୟୋତି ଦାନ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର