ନୈତିକ ସାହସ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୯
- ସ୍ଥିତି
- ସାର୍ବଜନୀନ (Public domain)
ପୁରୁଷର ପୁରୁଷତ୍ୱ ନୈତିକ ସାହସ,ସତ୍ୟ, ନ୍ୟାୟ, ଧର୍ମ ଏହି ତିନିହେଁ ତାହାରପ୍ରାଣ, ପିଣ୍ଡ, ଆତ୍ମା, ସଦା ସକଳ ସ୍ଥାନରେସ୍ୱକୀୟ ସ୍ୱାଧିନ ମତ ପ୍ରକାଶ ଉଚିତ,ଯୁକ୍ତିଯୁକ୍ତ, ନିର୍ବିକାରେ ଆଦର ନିର୍ଭୟେ;ନରୋତ ଧର୍ମ ଏହା, ଅନ୍ୟଥା ଅନ୍ୟରପାଦ-ପଦ୍ମେ ସମର୍ପଣ ଆତ୍ମମତ ବଳି,ଅତି କାପୁରୁଷପଣ, ସ୍ତାବକଲକ୍ଷଣ ।ସ୍ତାବକ ଦୁର୍ବଳମନା, ବଡ଼ ହୀନଚେତା,ପ୍ରତ୍ୟୁତ ଊର୍ଦ୍ଧ୍ୱରେ ତାର ପଶୁର ଆସନ ।ହୁଏ ଯଦି ବିସର୍ପିତ ନୈତିକ ସାହସଦାମ୍ଭିକତା-ବିଷେ, ତେବେ ଦୁଷ୍ୟ, ଅବଜ୍ଞାତ,ସ୍ୱଭାବେ ଅମୃତ ଦୁଗ୍ଧ, ମିଶିଲେ ତହିଁରେଲୁଣ, ଧରେ ସେହୁ ପୂର୍ଣ୍ଣ ବିପରୀତ ଗୁଣ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର