ତିହାଡ଼ୀ−ବଳଦ ଯୁଗ ଗୋଟାରକରୁଥିଲା ତାଙ୍କ ହଳ ଓଟାର ।ହଡ଼ା ହେଲା ଏବେ ନ ପାରେ ଚାଲି,ତିହାଡ଼ୀ କହନ୍ତି, “ଶୋଇଛି ଖାଲି ।କୁଣ୍ଡେ କୁଣ୍ଡେ କୁଣ୍ଡା ଦେଉଛି ଖାଇକାମବେଳେ ବଳ କଡ଼ାଏ ନାହିଁ ।ନେଇଯାଅ ତାକୁ ବୁଲାଅ ହଳପାଞ୍ଚଣ−ପାହାରେ ବାହାରେ ବଳ ।”ହଡ଼ାକୁ ନେଈଣ ବିଲେ ମୂଲିଆଲାଞ୍ଜ ମୋଡ଼ିଦେଲେ ଠେଙ୍ଗା−ବାଡ଼ିଆ ।ଜିଭ କାଢ଼ି ହଡ଼ା ପଡ଼ିଲା ଶୋଇ ।ତିହାଡ଼ୀ କହନ୍ତି, “ଶୋଇବା ଖୋଇ ।ଏ ହଡ଼ା ନେଇଣ ହାଟକୁ ଯିବକଂସାଇ ପଠାଣେ ବିକି ଆସିବ ।”ସେ ଟଙ୍କା ମାରିଣ ଅଣ୍ଟାରେ ନନେ*ନାସ ସୁଙ୍ଗି ଗଲେ ବ୍ୟବସ୍ଥାଦାନେ ।ଆଉ କେତେ ଶହ ବରଷ ନନାକରିବ ସମାଜେ ଏ ପ୍ରବଞ୍ଚନା ?*ନନେ—ଏଠାରେ ଏହି ଶଦ୍ଦଟି ତିହାଡ଼ୀଙ୍କ ଉଦ୍ଦେଶ୍ୟରେ ନନାଏ ନା ନନା ଅର୍ଥରେ ପ୍ରଯୁକ୍ତ ।ତୀର୍ଥ−ଯାତ୍ରା(ଭୁବନେଶ୍ୱର)ଆରେ ହୋ ଓଡ଼ିଆ ଭାଇ, କର୍ମୁ−ଅବକାଶପାଇଲେ ଭୁବନେଶ୍ୱର ଯାଇଁ ବୁଲିଆସ ।ଅନୁକୁଳ କଲାବେଳେ ଘରର ଘରଣୀଲଗାଇବେ ଅଳି, ସଙ୍ଗେ ଯିବାପାଇଁ ଘେନି ।ଘନ କୃଷ୍ଣବେଣୀ ଏଣୀ−ନୟନ ନଚାଇଛଳ ଛଳ ଲୋଚନରେ ଲୋତକ ପୂରାଇକହିବେ, “ଏ କଣେ ପଶି ଗଲା ଏ ଜୀବନ,ଈଶ୍ୱରପାର୍ବତି ! ଧିକ ଧିକ ନାରୀଜନ୍ମ !ନାରୀଜନ୍ମୁ କର ପାରି, ଇଚ୍ଛା ହୁଏ ଆହା !ଜନ୍ମି ପକ୍ଷିଜନ୍ମେ ଯେହ୍ନେ ଏହି ଶାରୀ ଶୁଆକପୋତ କପୋତୀ ପରି, ଉଡ଼ି ଉଡ଼ି ଯାଇଁଆକାଶ ଉପରେ କେତେ ଘର ଗ୍ରାମ ଡେଇଁକେତେ ବନ ପରବତ କେତେ ଗ୍ରାମ ହାଟ,କେତେ ହ୍ରଦ ପୁଷ୍କରିଣୀ କେତେ ବାଟ ଘାଟ,କେତେ ନଈ ସମୁଦର ଦେଶଦେଶାନ୍ତର,କେତେ କେତେ ଭଳି ଲୋକ ନୂଆ ନୂଆ ଢଙ୍ଗ,କେତେ ପହରଣ ଚାଲିଚଲଣ ଗହଣାଦେଖି ଚକ୍ଷୁବେନି ଆମ୍ଭ ହୁଅନ୍ତା ସାର୍ଥକପିଲାଦିନେ ଥିଲୁଁ ଆହା କେମନ୍ତେ ସ୍ୱାଧୀନସଙ୍ଗମେଳେ ଯାଉଥିଲୁ ଠାକୁର ପାଖକୁ,କେତେ ହସି ଖେଳି ଯାଉଥିଲୁ ସାଇ ବୁଲିଘରକୋଣେ ପଶି ଏବେ ହେଉଛୁ ସନ୍ତୁଳି ।”କିନ୍ତୁ ଯେତେ ସକେଇଲେ ନ ଭୁଳିବ କେବେ,କହିବ, “ଗଡ଼ିଆ ଗଙ୍ଗା ମନ ତତ୍ତ୍ୱ କଲେ,ରେଲଗାଡ଼ି ମାଇପଙ୍କୁ ଭାରି ଅସଜିଆ,କେତେ ଲୋକ ମେଳା ମେଳା ଇଷ୍ଟେସନଠାରେହାଉ ହାଉ କରୁଥାନ୍ତି ସାହେବଗୁଡାକ,ଭଣ ଭଣ ମଦଗନ୍ଧ ବାହାରେ ତୁଣ୍ଡରୁ,ଦିହକେ ନାହାନ୍ତି ଶୁଣି ଦାନ୍ତଘସା ନାମ,କାଳିଆ ଗରୁଡ଼ ବିଷପାନ ତାଙ୍କ ପାଇଁ,ସାହେବଙ୍କ ବିବି ମେଞ୍ଚା ମେଞ୍ଚା ହେଉଥାନ୍ତିପାଣ ଯେ ପଠାଣ ହାଡ଼ି ବାଉରୀ କଣ୍ଡରା !ଚଣ୍ଡାଳ ବ୍ରାହ୍ମଣ କିଛି ନାହିଁ ତ ଠିକଣା;ମଦ ଖାଇ କେହି ହୋଇଥାନ୍ତି ମତୁଆଲା,ହେଞ୍ଜଡ଼ା, ଥୋବରା, ପାଜି, ଠକ, ବଦ୍ମାସିଆ,ବାଇଆ, ବାସ୍ତୁରା, ଚୋର, ଅଜରା, ବାଳୁଙ୍ଗାଠୁଳ ହୋଇଥାନ୍ତି ଆସି ଇଷ୍ଟେସନଠାରେ,ଭଲଲୋକ ବୋହୁ ଝିଅ ବେମହତୀ ହୋନ୍ତି,ବାଜେ ଏ ଖବର ବନ୍ଧୁବାନ୍ଧବଙ୍କ ଗ୍ରାମେ,“ଚମ ବାଇଦ ତ କୋଶେ, ତୁଣ୍ଡର ବାଇଦସହସ୍ର−କୋଶ, ଏ କଥା ବାଜି ଚଉଦିଗ,କେତେ କେତେ ଉଲୁଗୁଣା ଉଠିବ ବୃଥାରେ,କାହିଁ କଥା କାହିଁ ଯାଇଁ ଉଠିବ ଶେଷକୁ,ଢିଙ୍କିଶାଳ କଥା ଯାଇଁ ହେବ ଢେଙ୍କାନାଳେ ।ଲେଡ଼ିର ତୋରାଣୀ ଯିବ କହୁଣୀକି ବୋହି,ଡିବି ଡିବି ଅପବାଦ−ନାଗରା ବାଜିବ,ବାପ ଭାଇ ନାମ ଯାଇ ପଡ଼ିବ ଦାଣ୍ଡରେ,‘ଦୁହିତା ଦୁଇ କୁଳକୁ ହିତା ଅବା ପିତା,ବୁଡ଼ାଇବ ବାପ ଶାଶୁ ଦୁଇ ଘର ନାମ,ମୁଣ୍ଡ ଟେକି ବାଟ ଚାଲି ନ ପାରିବେ ସେହୁ,ଲାଗିବ କଳଙ୍କ ଆହା ଚନ୍ଦ୍ରପରି କୁଳେ !”ଏହିପରି ଛଳେ ବଳେ କଉଶଳେ ଭାଇ,ଭଣ୍ଡାଇ ପ୍ରିୟାଙ୍କୁ କେବେ ନେବ ନାହିଁ ସଙ୍ଗେ,ନେଲେ ପଛେ ମୁଣ୍ଡ କୋଡି ହେବାକୁ ପଡ଼ିବ,ବିଗିଡ଼ି ଯିବେଟି ଗଲେ ଯାତରା ତୀର୍ଥକୁ,ନିର୍ଲ୍ଲଜ୍ଜ ବେହିଆ ହେବେ ଛାଡ଼ିବେ ମହତ୍ତ୍ୱ,ମୁଠାରୁ ବାହାରି କୁଳମର୍ଯ୍ୟାଦା ଏଡ଼ିବେ,ସବୁ ଯାଉ କିନ୍ତୁ ଭାଇ ମହତଟି ଥାଉ,ମହତ ଗଲେଟି ଭଲେ ନ ଆସଇ ଆଉ’ବଲ ବଲ କରି ଲୋକ ମୁହଁକୁ ଅନାଇତୁମ୍ଭ ମୁହେଁ କାଳି ଦଣ୍ଡେ ଦେବେଟି ଲଗାଇ,ଅତି ନିଉଛୁଣୀ ସିନା ଏ “ମାଇପି ଜାତି,ନାକ ନ ଥିଲେ ସେ ବଳେ ଅଖାଦ୍ୟ ଖାଆନ୍ତି,”କେଉଁଠାରେ ହଗି ମୁତି ଯିବାକୁ କହିବେ,ରେଳଗାଡ଼ିରେ ସେ ହରବର କରାଇବେ ।ଚାଲି ନ ପାରିଣ ପଛେ ପଡ଼ି ବିଲବାଟେ,ଦିନକ ବାଟକୁ ଦେଢ଼ ଦିନ ହିଁ କରିବେ ।ଖାଇବେ କେଜାଣି କେତେ, କହନ୍ତି ପଣ୍ଡିତେ‘ଆହାରଂ ଦ୍ୱିଗୁଣଂ ସ୍ତ୍ରୀଣାଂ’ ଡାକେ ଶାସ୍ତ୍ରବାଣୀ,ତୁଚ୍ଛାକୁ ତ ଏତେ, ବାଟ ଚାଲିଲେ ବଢ଼ିବ ।କେଉଁଠି ରହିବେ ଯାଇଁ, କେମନ୍ତେ ଚଳିବେମହାହୀନସ୍ତା କଥା ସେ, କହିଲେ ନ ସରେ ।ଅଣପୁରୁଷପଣିଆ ପ୍ରବାସେ ତୁମ୍ଭରଦେଖି ଘରେ ଆସି ଆଉ ନ କରିବେ ମାନ୍ୟ ।ସମସ୍ତେ ତ ‘ଗାଁଆ ବାଘ’ କଳିଆ ଦ୍ୱନ୍ଦ୍ୱରେ,ରାଗରେ ତ ତାଙ୍କୁ ତୁମ୍ଭେ ଦେଖା ନିଜରୂପ,ମେଥିରୁ ସେ ଜାଣିଛନ୍ତି ତୁମ୍ଭପରି ବୀରନାହିଁ ନ ଥିବଟି ଏହି ଚଉଦଭୁବନେ,ବିଦେଶେ ଦେଖିବେ ଯେବେ ନୁହଁ ତୁମ୍ଭେ କିଛିଜୀବନରେ ଆଉ ସେ କି ତୁମ୍ଭଙ୍କୁ ମାନିବେ ?ପୁନଶ୍ଚ ମାଇପେ ଥିଲେ ସଙ୍ଗରେ ନିଶ୍ଚୟପଣ୍ଡା ପଢ଼ିଆରୀ ନେବେ ଲୁଟି ଦୁଇଗୁଣଓଲୁ ବନାଇଣ ନାକ ବାଳ ଧରାଇବେ,ମାଇପେ ତ ସଙ୍ଗେ, ଭଲା ଯିବ କେଉଁଆଡ଼େଏକୁଟିଆ ଥିଲେ ସିନା ନିଶ୍ଚନ୍ତ ମନରେପଣ୍ଡାଙ୍କୁ କାଟିବ ଚିତା ନ କରି ଭ୍ରୂକ୍ଷେପ,ଠକ ବ୍ରାହଣକୁ ଆଡ଼ ଆଖିରେ ନ ଚାହଁ,ଫଟା ପାହୁଲା ନ ଦେବ, କଲେ ସେ ନେହୁରା,ନ ଛାଡ଼ିଲେ କିଛି ଦେଇ ଦେବ ବିଦା କରି ।ଆଉ ଯେ ଗୋଟିଏ କଥା ଅଡ଼ୁଆ ରେ ଭାଇ,ତୁମ୍ଭେ ତ ଇଂରେଜୀ ପଢ଼ ହୋଇଛ ସୁସଭ୍ୟ,କାଟିଅଛ ଟେରି, ପିନ୍ଧିଅଛ ପରଚକ୍ଷୁ,ମାଡ଼ିଅଛ ବୁଟ୍ ଜୋତା, ପିନ୍ଧିଛ କୁରୁତା,ଦିଶୁଛ ସତେ କି ବିଲାତରୁ ଆମଦାନୀ,ଏଥିକି ଯେ ପଟ ନ ପଡ଼ିବେ ସାଆନ୍ତାଣୀ,ହଳଦି ସିନ୍ଦୂର ମେଥି ମୋଟ ମୋଟ ଶାଢ଼ୀଅଳଙ୍କାର ବୋଝେ ହେଲେ ବାହାରିବେ ଘରୁ,ସ୍ୱାମୀ ସ୍ତିରୀ ଦୁହିଙ୍କି ଯେ ଦେଖିବେ ଦାଣ୍ଡରେଏ ସ୍ୱାମୀକି ନୁହେଁ ଯୋଡ଼ି ବୋଲି ଦେବେ ହସି ।ଏକେ ତ ଅଡ଼ୁଆ ସଙ୍ଗେ ନେଲେ ମାଇପଙ୍କୁତହିଁ ପୁଣି ଦେହ ତାଙ୍କ ଥିବ ଯେବେ ଭାରୀ,କେଭେଁ ସଙ୍ଗେ ନେବ ନାହିଁ ହେ ଓଡ଼ିଆ ଭାଇ,ଦୂରରୁ ଜୁହାର କରି ଯିବ ଏକୁଟିଆନୋହିଲେ ଜାଣିଥା ତଥ୍ୟ ହେବ କୁଆବୁଆ ।ହକେଇ ଚକେଇ ହେଲେ ରେଲଗାଡ଼ି ମଧ୍ୟେହୋଇଯିବ ଯାହା, ତାହା ନ ହେଉ ଶତ୍ରୁକୁ ।ଭେକା କରି ଦେବ ବେକ ନ ଦିଶିବ ବାଟ,କଅଣ କରିବ କାହିଁ ଯିବ, ନ ଦିଶିବବୁଦ୍ଧି, ଗାଲେ ଚାପୁଡ଼ାଟି ମାରି ହେବ ଭାଇ,ଏହି କଥାମାନ ଭାବି ବାହାରିବ ଏକା ।କିନ୍ତୁ ନ ଛାଡ଼ିବ ସଙ୍ଗ ପୁରୁଷବନ୍ଧୁଙ୍କ,(ହଟହଟା ଜନମ ତ ନୁହଇ ତାଙ୍କର !)ବଗି ଭଡ଼ା ଅଳ୍ପ ହେବ, ବାଟ ଗପସପଥଟାମଜା କଥାବାର୍ତ୍ତା ଗୀତ ପାନଖିଆ—ଆଦି ମଉଜରେ ଜଣା ଯିବ ନାହିଁ ଜମା,ନୋହିଲେ ଠାକୁର ଦେଖି ନୋହିବ ମଉଜ ।ବଗି ଥୟ କରିଥିବ ପୂର୍ବ ସଞ୍ଜବେଳୁଁ,ବଡ଼ିଭୋରୁ ଦୂର ବନ୍ଧୁ ଘରେଯିବ ବଗି ।ଦୁଇ ମିତ୍ର ନେବ ଥୋଡ଼ା ସନ୍ଦେଶ ମିଠେଇ,ବାଟେ ଯାଉଁ ଯାଉଁ ଯେବେ ଦେଖ ପରିଚିତ—ବନ୍ଧୁ କେହି ଅଣ୍ଟା କସି ଭିଡ଼ିଣ ଗାମୁଛା,ଧପାଲୁଛି ମୁଣ୍ଡେ ମସ୍ତ ଚିତା ଟୋପି ମାରି,ଯେବେ ଜଣାଥିବ ତାକୁ ଶୋଳକ ସୁମୁର୍ତ୍ତି,ଏକୁଟିଆ ଥିଲେ ଡାକ ବଗିକରି ଠିଆ,କିନ୍ତୁ ତାଙ୍କୁ ସଙ୍ଗେ ଥିଲେ ଜଣେ ଦୁଇଜଣ,ଡାକ ନାହିଁ, ମନ ଊଣା ହେବ ଅନ୍ୟଙ୍କର ।ବସିଲେ ସେ ଗାଡ଼ିବାଲା ହାଙ୍କିବ ଅଧିକପଇସା ନ କହି କିଛି ଢ଼ୋକିବ ତା କଥା,ଯେତେ ସେ କହିବ; ତାକୁ ଦେବ ବଗୁଲେଇକହିବ “ରେଳର ବେଳ ହେଲା, ଚଲା, ଚଲା,ଚାଲିଗଲେ ରେଳଗାଡ଼ି ନ ଦେବୁ କଉଡ଼ି ।”ବିଚରା ନିରାଶ ହୋଇ ଚଳାଇବ ଗାଡ଼ି,ଇଷ୍ଟେସନଠାରେ ତାକୁ ଦେବ ତା ପଇସା,ହାତ ପତାଇଣ ଦାନ୍ତ ନିକୁଟି ତେଲଙ୍ଗାମାଗିବ ସେ ବକସିସ୍ ତାକୁ ଦେବ ଦୁଇ ଚାରି ।ବଗିରୁ ଓହ୍ଲାଇ ରଖିଦେଇ ଛତାବାଡ଼ିଟହଲିବ ଏଣେ ତେଣେ ଛାତିକୁ ଫୁଲାଇ,ନ ବସିବ କୋଢ଼ିପରି “ବେକନ” ସାହେବମନା କରିଛନ୍ତି ତାହା “ରଚନା ପୁସ୍ତକେ”ପାନଖିଆ ଲାଲ ଦାନ୍ତେ ମୃଦୁ ହାସ୍ୟ କରିକେହି କେହି ବନ୍ଧୁ ଆସି କରି ‘ଶେକ ହାଣ୍ଡ’ପଚାରିବେ “ଭଲ ଅଛ” କହିବ “ହଁ ଭାଇଏକପ୍ରକାରରେ ଅଛି, ତୁମ୍ଭର ଭଲ ତ ?”ଇଂରେଜୀରେ ପଚାରିଲେ ଦେବ ଧନ୍ୟବାଦଉତ୍ତର ନ ଦେଇ କିଛି, ପ୍ରଶ୍ନାକାରୀଙ୍କରଉତ୍ତର−ପ୍ରତ୍ୟାଶା ନାହିଁ, ଫ୍ୟାଶନ ସେହିତା,ବିଧିରକ୍ଷା ଲକ୍ଷ୍ୟ, ତୁମ୍ଭେ ମଧ୍ୟ ରଖି ବିଧି ।ଦୈବେ ଯେବେ ଥିବେ ତହିଁ ହିନ୍ଦୁକୁଳବାଳା,ଗୌରାଙ୍ଗୀ− ଯୁବତୀ−କଟାଶିଆ ପିଙ୍ଗଳାକ୍ଷୀ−ଲମ୍ବ ମୁହଁ−ସରୁ ଅଣ୍ଟା−କହରିଆ ବାଳଛାଡ଼ି ତୁମ୍ଭ ଆଖି ଦିଟା ବୋହୁ ବିଚାରୀରମୁଣ୍ଡଠାରୁ ଗୋଡ଼ଯାଏ ଚରିଯିବ ପ୍ରସ୍ତେ,ବିଶେଷେ ଓଢ଼ଣା ହାତେ ଥିଲେ ତା ଉପରେ,ସେଥିରୁ କି ଲାଭପାଇଁ ଆହା ମୁହୁର୍ମୁହୁଧଉଡ଼ିବ ବଗା ଆଖି ଓଢ଼ଣା ତଳକୁ ।ମନେ ହେବ କାଳେ ଏହି ଓଢ଼ଣା ଆବୃତାହେବ ରବିବର୍ମାଙ୍କର “ମଦାଳସା” ପରି,ଅଥବା “ଲାବଣ୍ୟବତୀ” ଭଞକବିଙ୍କର,ଅବା ସ୍କଟ୍ କବିଙ୍କର “ରାବେନା ସୁନ୍ଦରୀ”,ବୃଥା ଆଶା ! ଲମ୍ବ ଓସାରିଆ ମାଠ ତଳୁସାଧ୍ୟ କାର, ଦେଖିବ ସେ ଅସୂର୍ଯ୍ୟମ୍ପଶ୍ୟାକୁ ।କିନ୍ତୁ ନିଶ୍ଟେ ଜାଣେ ମୁହିଁ କାଢ଼ିଲେ ଓଢ଼ଣା,ମନ ହୋଇଯାନ୍ତା କ୍ଷଣେ ଶିଶୁପାଳପରି,ରାଣ ଦେଲାପରି ତାକୁ ନ ଅନାନ୍ତା ଆଉ ।ପଚାରୁଛ, ଦେଖିଅଛି ମୁହିଁ ସେ ଲୋକକୁ ?ଦେଖିଥିଲେ ଦେଖିଥିବି, ନୋହିଲେ ଅନ୍ଦାଜେକହିଦେଲି, ସମସ୍ତେ କି ଶକୁନ୍ତଳାପରି ?ତୁମ୍ଭ ଘରେ ଯେଉଁମାନେ ତୁମ୍ଭଙ୍କୁ ପଚରା,ଓଢ଼ଣା ପକାଇ ଆଣ, ଦେଖିବ ସମସ୍ତେଅନାଇବେ ଚୋରି କରି ସତୃଷ୍ଣେ ସେ ଆଡ଼େ ।ମାନବଚରିତ୍ରେ ଏହା ଗଭୀର ରହସ୍ୟ,ଲୁଚାଇବ ଯାହା ତାହା ଲୋଡ଼ିବାକୁ ଇଚ୍ଛାଦ୍ୱିଗୁଣରେ ବଳବତୀ ହୋଇଥାଏ ସିନା ।ସ୍ୱାଧୀନ ପ୍ରକାଶ୍ୟ ଯାହା ସହିଯାଏ ଆଖି,ଦୈନନ୍ଦିନ ଘଟଣାରେ ମିଶିଯାଏ ତାହା,କୋଟି ଦ୍ରବ୍ୟ ସଙ୍ଗେ ତାହା ହୋଇଯାଏ ଗୋଟା ।କହ ଆରେ ବେରସିକ ଏହି ନୀଳାକାଶ;ଏହି ଦିଗବଧୂ, ଏହି ବିକଚ କୁସୁମ,ଏହି କଳକଣ୍ଠ ଚାରୁ ବିହଙ୍ଗମଠାରୁଅଧିକ ଲାବଣ୍ୟବତୀ ? ତେବେ କିପାଁ ଆହାତାହା ଆଡ଼େ ନର ଲୋଭେ ଚାହେଁ ଚୋରି କରି ?ଏହି ଦେଖ କୁଞ୍ଚି କୁଞ୍ଚି କୃଷ୍ଣ କେଶରାଶିକୃଷ୍ଣାଙ୍ଗୀ ଭୁଜଙ୍ଗୀ ସମ, କି ଆଲୁଳାୟିତ,ନବୀନ ଯୌବନ, ଗୁରୁ−ନୀଳ ନେତ୍ର ବେନିସୁଗୋଲ ସୁଗୌର ଚାରୁ ଚିକ୍କଣ କପୋଳ,ଯା ବର୍ଣ୍ଣନେ ନାହିଁ କାଳି କଲମ କବିର,ସୁଢ଼ଳ, ମୂରତି, ଚାଲି ଦେବ କନ୍ୟା ଶଚୀ,ସୁଚାରୁ ବାର୍ଣ୍ଣିସ ଯୋତା ପିନ୍ଧି ପାଦ−ପଦ୍ମେରଚ ରଚ ଚାଲିଯାଏ ଏଣେ ତେଣେ ଚାହିଁକାହାରି କାହାରି ସଙ୍ଗେ କରି ହାଣ୍ଡଶେକ;ଏହାକୁ ତ କେହି କାହିଁ ନ ପକାଏ ଗିଳି,ଅବା କେହି ଟେକି କାହିଁ ଘେନି ନ ପଳାଏ ।(କହୁଛ, ମୁଁ ସାପ୍ତାହିକ ଖବରକାଗଜପଢ଼େ ନାହିଁ ? ପଢ଼ିଅଛି ରେଳ−ଦୁର୍ଘଟଣା,ମଦୁଆ ପାଜିଙ୍କ ନାରୀ−ଅପମାନ କଥାପଢ଼ଛି; ପଢ଼ିଛି ମଧ୍ୟ ଗ୍ରାମେ ଲୋକଘରେପଶି ଦୁଷ୍ଟେ ରମଣୀର ନାଶନ୍ତି ସତୀତ୍ୱ,ଘର ଛାଡ଼ି ଯିବାକୁ କି ଦେବ ଉପଦେଶ ?ପଢ଼ିଛି ଡାକ୍ତରାମ ଭଲ କରୁଁ କରୁଁରୋଗିଣୀ ଭୁଲାଇ ନିଏ, ଗୃହର ଶିକ୍ଷକଶିକ୍ଷା ଦେଉଁ ଦେଉଁ ନିଏ ଛାତ୍ରୀକୁ ଭୁଲାଇ—ରୋଗରେ ଚିକିତ୍ସା ଅବା ବିଦ୍ୟା−ଅଧ୍ୟୟନବନ୍ଦ କରିବାକୁ ସର୍ବେ ଦେବ ପରାମର୍ଶ ?ସାବଧାନେ ସବୁ କଥା ହୁଏ କରିବାକୁ,ସାବଧାନେ ନାରୀ ସଙ୍ଗେ ଯିବ ବିଦେଶକୁ,“ଶକ୍ତିର ସିଂହାର ରୂପ”—ଶକ୍ତି ରୂପରକ୍ଷୀ,ଅନ୍ଧପଟଳି ତ ନୁହେ ଲାବଣ୍ୟ−ପ୍ରହରୀ ।)ଓଢ଼ଣା ଦୂରର କଥା, ନାହିଁ ମୁଣ୍ଡେ ଲୁଗା,ବଗି ଚଢ଼ି ଏହି ଦେଖ ସ୍ୱଜନ ସଙ୍ଗତେଚାଲିଗଲା ଠିକଣାକୁ ମହାରାଣୀ ପରି;ତୁମ୍ଭେ କିପାଁ ତ୍ରସ୍ତ ଏତେ ଘରଣୀଙ୍କ ପାଇଁ !ଜଣାଯାଏ ମୋତେ ଏହୁ ମହିଳା ଶିକ୍ଷିତାବଙ୍ଗବାଳା ପଢ଼ିଅଛି ବେଥୁନ କଲେଜ,କିମ୍ବା ଦେଖ ତୈଲଙ୍ଗୀୟା ସୁନ୍ଦରୀ ରୂପସୀଖୋସା ମାରୀ ମୁଣ୍ଡେ ପିନ୍ଧି ନାଲିଆ ଘାଗରା,ଟଙ୍ଗ ଟଙ୍ଗ ଚାଲିଯାଏ ସ୍ୱଜନ ଆଗରେ;ଦେଖ ଏ ପାର୍ଶି ମହିଳା ଚସ୍ମା ଦେଇ ଚକ୍ଷେଢ଼କ ଢ଼କ ସରୁ ଦେହ, ହାଡ଼ ମାଂସ ମିଶିହେବ ନାହିଁ ଦଶ ପଳ, ଯାଉଅଛି ଚାଲି,ଆଉ ଟିକେ ଶେତାରଙ୍ଗ ହୋଇଥିଲେ ଦେହବିବି ବୋଲି ଭାବିଥାନ୍ତେ ଦର୍ଶକସମାଜଅବା ଦେଖ ମହାରାଷ୍ଟ୍ରୀ ମହିଳା ଏ ବାଳାସ୍ୱାଧୀନ ନିଶ୍ଚିନ୍ତଭାବେ ବସିଅଛି ରେଳେ,କାନରେ ଲବଙ୍ଗ, କୋଳେ ଘେନି ନିଜ ଶିଶୁ,ଏମାନେ ସମସ୍ତେ କି ରେ ଅଟନ୍ତି ଅସତୀ ?ନର ଦେଖି ନାରୀ ଯେବେ ହେଲା ଦୋଚାରୁଣୀଘରେ ପଶି ଯେଉଁମାନେ ଦିଅର ଚାକର,କୁଣିଆ ଆସିଲେ ତାହା ସଙ୍ଗେ କାରବାରକରନ୍ତି, ସେମାନେ କିପାଁ ହେବେ ସର୍ବେ ସତୀ ?ମନୁଷ୍ୟର ମନ ପ୍ରତିହିଂସାପରାୟଣ,ଲୁଚାଇବ ଯାହା ତାହା ପାଇବାକୁ ଇଚ୍ଛାଦ୍ୱିଗୁଣରେ ବଳବତୀ ହୋଇଥାଏ ସିନା ।ଶିଶୁକୁ ଜନନୀ ଯାହା ଛପାଇଣ ରଖେତାହା ପାଇବାକୁ ଶିଶୁ ନୁହେ କୌତୂହଳୀ ?ଚୂନୁଖାଇ ଦେଲେ ସେ ତା ଫିଙ୍ଗିଦିଏ ଦୂରେଗୁଆକାତି ଲାଗି ଦୁଷ୍ଟ ପ୍ରସାରଇ କର ।ରେ ମମ ଦୁର୍ବୃତ୍ତ ଚିତ୍ତ ! ସାଧରେ ସଂଯମ,ନାରୀ ଆଡ଼େ ନ ଫେରାଅ ଅପବିତ୍ର ନେତ୍ର,ଯେବେ ଦେଖ ନାରୀମୁଖ, ଜନନୀ ଭଗିନୀ ।ମୁଖ ପରି ଦେଖ ତାହା ପବିତ୍ର ନିର୍ମଳ ।ଦେଖେ ଯେବେ ଲୋଳ ଚଳ ଅପୂତ ଅପାଙ୍କଘୃଣାଭରେ ପଦାଘାତ କର ମନେ ମନେ ।ନେତ୍ରେ ନେତ୍ରେ ତିରସ୍କାର ଦିଅ ସେ ଦୁଷ୍ଟାକୁଜାଣୁ ପାପାୟସୀ ସବୁ ସ୍ଥାନେ ଏ ଜଗତେନୁହେଁ ପାପଜୟ, ଏହି ପୁଣ୍ୟ ପୃଥିବୀରେନାହିଁ ପାପସ୍ଥାନ ଲେଶ, ଅଛନ୍ତି ବିଧାତା,ନିତ୍ୟ ପବିତ୍ରତାରୂପେ ସମାଜ ଶୋଣିତେ,ସାଧୁଜନ−ନେତ୍ରେ, ରାଜଦଣ୍ଡ ନ୍ୟାୟଦଣ୍ଡେ;ଏପରି ରମଣୀ ଯେବେ ତୁମ୍ଭ ହସ୍ତ ଧରିବିବାହିତ ହୋଇଥାନ୍ତା, ଜୀବନ କି ଧନ୍ୟମଣିଥାନ୍ତ ? ତେବେ କିପାଁ ଚକ୍ଷୁଲଜ୍ଜା ତାକୁ ?ଗୋରା ଚର୍ମ ତଳେ ତାର ପଚରା ଦୁର୍ଗନ୍ଧ—ପାତକ−ଦୁର୍ଗନ୍ଧ ତାହା, ହେୟତମ ଭବେ !ଅବିଶ୍ୱାସ, ବ୍ୟଭିଚାର, କୃତଘ୍ନତା, ପାପେ—କର୍ମେ କୁଳକଳଙ୍କିନୀ, ରୂପେ କୁଳବଧୂ ।ଦେହେ ସ୍ୱର୍ଗ, ଚରିତ୍ରରେ ଭୀଷଣ ନରକ !ଦେଖିବ ବିସିନୀ ଜଣେ ଇସ୍କୁଲିଆ ବାବୁ;ମହାଦୁର୍ବିନୀତ ଚିତ୍ତ, ନୟନେ ପ୍ରଚକ୍ଷୁ,ଲୋଡ଼ା ନାହିଁ ଯାହା ତାର ରସିକତା ବିନୁ,ଉପରକୁ ମୁହଁ ଟେକି ଛାତିକି ଫୁଲାଇ,ବିନା କାମେ ଅକାରଣେ କରେ ଦୌଡ଼ାଦୌଡ଼ିଘସି ହେଉଥାଏ ଯହିଁ ଥାଆନ୍ତି ଲଳନା ।ଗଳା ବସାଇଣ କଥା କହୁଥାଏ ହସି,ଦେଖି ଯା ଫାଜିଲିପଣ ଜଳିଯାଏ ହାଡ଼ଏହିମାନେ ଜ୍ଞାନାର୍ଜ୍ଜନ କରନ୍ତି ହା କାଳ !ଏହିମାନେ ଭାରତର ଭବିଷ୍ୟ ଭରସା !ୟାଙ୍କ ଯୋଗୁଁ ଏ ଭାରତ ପାପ−ରସାତଳୁଁଉଠିବ ଉଦ୍ଧାର ପାଇ ସପ୍ତମସ୍ୱରଗେ !କାହିଁ ଗଲା ଭାରତର ଆର୍ଷ ବ୍ରହ୍ମଚର୍ଯ୍ୟ,କଠୋର ବୈରାଗ୍ୟାନଳେ ଷଡ଼୍ରିପୁ−ଆହୁତି ?ଆଶା ଅଛି ସ୍ୱଦେଶର ସେହି ବ୍ରହ୍ମଚର୍ଯ୍ୟେ,ସେହି ନିଦା ମନୁଷ୍ୟତା, କଠୋର ସଂଯମ,ନିର୍ମମ ବୈରାଗ୍ୟ, ଆତ୍ମସୁଖ−ବଳିଦାନ ।ପାରେ ଯେବେ ନେଉଟାଇ ସେ ବୈରାଗ୍ୟକେହି,ଯେ ବୈରାଗ୍ୟେ ପୂର୍ଣ୍ଣ ଯୁବା କଚ ମହାଚେତାପୂର୍ଣ୍ଣାଙ୍ଗୀ ଯୁବତୀ ଦେବଯାନୀ ପ୍ରୀତି−ପାଶହେଲେ କାଟି ସାଧିଥିଲେ କଠୋର କର୍ତ୍ତବ୍ୟମହାପ୍ରେୟ ଏଡ଼ି ଲୋଡ଼ି ମହାଶ୍ରେୟ ପଥ,ବିଷମ କର୍ତ୍ତବ୍ୟ−ବହ୍ନି ଜଳାଇ ହୃଦୟେନିଜ ପ୍ରିୟତମ ଇଚ୍ଛା ବାସନା କାମନାପକାଇଲେ ହୋମ−ଆଜ୍ୟନିଭ ସୁବ୍ରାହ୍ମଣ ।ମୃତସଞ୍ଜୀବନ ମନ୍ତ୍ର ସାଧି ବ୍ରହ୍ମଚାରୀଦେବଲୋକେ ଜିଣାଇଲେ ଦାନବ−ଉପରି ।ଏହି ଭଳି ଭାଳୁଁ ଭାଳୁଁ ଘୋର ଘର୍ଘରିଣଭୋଁ ଓଁ ଭୋଁ ଓଁ ବୋବାଳିଣ, ଉଦ୍ଗାରିଣ ଧୂମ,ଘନଘଟା, କ୍ଷୁଦ୍ରମେଘ ବଜ୍ରଧ୍ୱନି ସୃଜିଗର୍ଜିଣ ବାତୁଳା ହାତୀ ପରି ତଡ଼ି ଆସିମାତି, ସର୍ବେ ପଶୁ ପକ୍ଷୀ ପିଲାଙ୍କୁ ମତାଇଉତ୍କର୍ଣ୍ଣ କରାଇ, କ୍ଷୁଦ୍ର ପ୍ରଳୟ ଘଟାଇ,କଟା କଳା ଧଳା ମୁହଁ ପଦାକୁ ଦେଖାଇ,କେତେ ଭଳି ନରନାରୀ ଉଦରେ ପୂରାଇ,ଚଅଁର ଆଲଟ−ନୀଳ ପତାକା ଉଡ଼ାଇ,ଟିକେଟ ବିକ୍ରେତା ମନ ଅସ୍ଥିର କରାଇ,ତା ଆଖି ରଙ୍କାଇ ତାକୁ ରଗାଇ ମଗାଇଯାତ୍ରି ଗଣେ ପରସ୍ପରେ କହୁଣୀ ମରାଇ,ଟିକେଟ ଝରକା ପାଖେ ବେଦମ କରାଇ,ଝରକା ସନ୍ଧିରେ କେତେ ହାତକୁ ପୂରାଇ,ସେ ହାତକୁ କିରାନୀର ହାତରେ ମରାଇ,ଟକ୍ ଟାକ୍ ଟିକଟକୁ ତର୍ ତର୍ କଟାଇ,ଷ୍ଟେସନକୁ ଚପ୍ ରାଶିର ମୁହଁରେ ଡକାଇ,ଫାଟକ ପାଖରେ ବହେ ଲଢ଼ାଇ ଲଗାଇ,କୁଲି ମୁହେଁ “କୁଲି” “କୁଲି” ଚିତ୍କାର କରାଇବୋହୁମାନଙ୍କର ମୁଖୁଁ ଓଢ଼ଣା ଉଠାଇ,ଚରୁଥିବା ଗୋରୁଗାଈ ଦୂରେ ତରକାଇ,ଗାର୍ଡ଼ ସାହେବର ମୁଖେ ଚରଟ ଗୁଞ୍ଜାଇ,ପ୍ଳାଟ୍ଫର୍ମ ଉପରକୁ ତାହାକୁ ଓହ୍ଲାଇ,କେତେ ଲୋକଙ୍କର ଦାନ୍ତ ପଦାକୁ ଦେଖାଇ,କେତେ ଲୋକଙ୍କର ହାତ ମୁଣ୍ଡରେ ରଖାଇ;କେତେ “ଲେଡ଼ି” ଙ୍କର ହାତେ ରୁମାଲ ଉଡ଼ାଇ,ହଲୁଥିବା ରେଳେ ହୋଇ ହକେଇ ଚକେଇ,ଶୋଇଥିବା ଯାତ୍ରୀଙ୍କର ସୁନିଦ୍ରା ଭଙ୍ଗାଇ;ଯାତ୍ରୀ ହାତ ଡ଼ାକତରେ ପରୀକ୍ଷା କରାଇ, *ଲେଡ଼ି ଡ଼ାକତରେ ମାଇପକୁ ପରଖାଇ,ଆସିବ ଆଗ୍ନେୟ ରଥ ବିଜୁଳି ବେଗରେ ।ଚଟା ଚଟ୍ କାଟି ଦୁଇ ଟିକିଟ୍ ପହିଲେବସିଯିବ ଗାଡ଼ି ମଧ୍ୟେ ଆଗମୁହାଁ ହୋଇ,ସାବଧାନେ ଥିବ ଗୁଣ୍ଡି ପଥର କୋଇଲାଆଖିରେ ପଶିଣ କରାଇବ ଲଣ୍ଡ ଭଣ୍ଡ ।ଧାଆଁ ଧାଆଁ କରୁଅଛି ବର୍ତ୍ସେ ଲୌହରଥ,କିନ୍ତୁ ଚମକିବ ନାହିଁ ପିଉଛି ସେ ପାଣି,ଶୋଷେଇଛି ଏତେ ବାଟ ଦଉଡ଼ି ଦଉଡ଼ି ।କିଛୁକ୍ଷଣ ରହି ଇଷ୍ଟେସନ କାମ ସାରି,ଠଣଠାଣ ତିନିଥର ବଜାଇଣ ଘଣ୍ଟା,ଭୋଁଓଁ ଭୋଁଓଁ ରାବ ଦେଇ ଛାଡିବ ଷ୍ଟେସନ,ସାଇଁ ସାଇଁ ଧୂଆଁ ଧଡ଼ ଧଡ଼ ଗାଡ଼ିଚକବାତୁଳ ପରାୟେ ରେଳ ଧାଇଁଯିବ ଛୁଟି,କ୍ଷିପ୍ତ ଧୂର୍ଜଟିଙ୍କ ସମ ପ୍ରଚଣ୍ଡ ତାଣ୍ଡବେମାତି ମତାଇବ ସର୍ବେ କଚାଡ଼ି ହଲାଇ,ଉଠାଇ ପକାଇ କରି ହକେଇ ଚକେଇ;କଅଣ କରିବ ତୁମ୍ଭେ ବସ ଥିର ହୋଇତୁନି ହୋଇ ଚେକାମାଲି, ଗୋଡ଼ ବା ଲମ୍ବେଇତୁମ୍ଭ ଅକ୍ତିଆର ଏଥି ନାହିଁ କିଛି ଭାଇ,ପର ଇନ୍ତିଜାର କଥା ହୁଏ ଏହିପରି ।* କବିତାଟି ଲେଖା ହୋଇଥିବା ସମୟରେ ପ୍ଳେଗ୍ ପ୍ରାଦୁର୍ଭାବ ଯୋଗୁଁ ଷ୍ଟେସନରେ ଯାତ୍ରୀମାନଙ୍କ ହସ୍ତ ପରୀକ୍ଷା ହେଉଥିଲା ।ପାଞ୍ଚ ମନେ ପାଞ୍ଚି ଏହା, ବସିବ ଗୁମାନେ,କାହାରି ମୁଣ୍ଡକୁ ନ ହାଣିବ “ଅନୁରାଗେ ।”କାହାରି ଅନିଷ୍ଟ କିଛି ନ କରିବ ପଥେଅନ୍ୟାସ କାରଣେ କେହି ତୁମ୍ଭକୁ ଦଣ୍ଡିଲେ,ଗୋଖର ସାପର ବ୍ରତ ଆଚରିବ କିନ୍ତୁ ।ସର୍ପ ତାର ଯାଉଥାଏ ମୁଣ୍ଡ ତାର ପୋତି,ତାକୁ କେ ମାଡ଼ିଲେ, ବିକଟାଳ ଫଣା ଟେକି,ଦିଏ ହାଣି ଏକାଥରେ ମନକୁ ମନାଇ,ନରମେ ଗରମେ କାମକରିଣ ହାସଲପାନ ଖଣ୍ଡେ ପକେଟରୁ କରିଣ ବାହାର,ବେଶି ଥିଲେ ସଙ୍ଗୀ ବନ୍ଧୁ ଅବଶ୍ୟ ପାଇବେ,ନ ଥିଲେ ମୁହଁରେ ଗୁଞ୍ଜ ଦେବ, ଥରେ ଯାଚି,ଛଳେ ବଳେ କଉଶଳେ ମାରିନେବ କାମକହିବ, ଦୁଃଖର କଥା, ଆଉ ଜମା ନାହିଁପାଟି ଟକ ଟକ ହେଲା’ କଲି ଟାଉ ଟାଉସଦବ୍ୟବହାର ତାର, ସାପ ଯେହ୍ନେ ବେଙ୍ଗେ ।”ଆସନ ଜମାଇ ଅନାଇବ ଦୁଇଆଡ଼େ,ଧାଇଁ ଥିବା ଦ୍ରୁତେ ଦୁଇ ପାଶେ ଗଛଲଟାଘେନି ନୀଳାକାଶ ତୁମ୍ଭ ବିପରୀତ ଦିଗେଦୂର ଗିରିରାଜି ତୁମ୍ଭ ସଙ୍ଗେ ଦଉଡ଼ିବେ ।ଧନ୍ୟ ହେ ଇଂରାଜ−ଧନ୍ୟ ହେ କରଣୀ,ଧନ୍ୟ ଆମ୍ଭେମାନେ ହେଲୁ ତୁମ୍ଭର ପରଜା,ଧନ୍ୟ ଧନ୍ୟ ବିଜ୍ଞାନର−ଅଦ୍ଭୁତ ଶକତିଅଦଭୁତ ଉଦ୍ଭାବନ—କଳିର ପୁଷ୍ପକ,ଶତ ଶତ ବର୍ଷ ପ୍ରପୀଡ଼ିତ ଏ ଭାରତେସ୍ଥାପିଛ ଅକ୍ଷୟ କୀର୍ତ୍ତି, ମହାସମନ୍ୱୟବିରାଜିଛି ଭୂଭାରତେ, ଚୋର ଡ଼କାଇତେପୂର୍ଣ୍ଣ ଥିଲା ବାଟଘାଟ, ଆଜି ନିର୍ଭୟରେଯାଏ ନର ଦେଶଦେଶାନ୍ତରେ ଯାତ୍ରା ତୀର୍ଥେ,ସଂକୀର୍ଣ୍ଣତା କୁସଂସ୍କାର ଯାଉଅଛି ଭାଙ୍ଗିଚମ୍ପଟ କରୁଛି ଜାତିଭେଦ ଦ୍ୱେଷ ବୁଦ୍ଧି,ବିରାଟ ସାମ୍ରାଜ୍ୟେ ପରିଣତ ଏ ଭାରତ,ପରସ୍ପର ଧର୍ମ୍ମନୀତି ବୁଦ୍ଧିରୀତି ଢଙ୍ଗଦେଖି ଚାଲିଯାଏ ଦିନୁଦିନ ଘୃଣାଦ୍ୱେଷ,ମହାସମନ୍ୱୟକାରିବିଶ୍ୱଗ୍ରାସି−ଭାଷାକରେ ଏକ ପରିବାରେ ପୃଥ୍ୱୀ ପରିଣତ ।ଗାଡ଼ି ଚାଲୁଁ ମନେ ପଡ଼ି ପ୍ରିୟା−ଚନ୍ଦ୍ରାନନକ୍ଷୋଭ ହେବ କିପାଁ ଘରୁ ବାହାରିଲା ବେଳେତରତରେ ଚାରୁଗଣ୍ଡେ ଚୁମ୍ବିନ ଆସିଲି,ଏହିକାଳେ ହୋଇପାରେ ଅନ୍ତିମ ମେଲାଣି ।ପାଶେ ଥିଲେ ଯାହା ଲାଗୁଥାଏ କଡ଼ାକର,ଲକ୍ଷେକୋଟି ଗୁଣେ ମୂଲ୍ୟ ବତେ ଦୂରେ ତାର,ବିରଦ−ଚନ୍ଦ୍ରଙ୍କୁ ଦେଖିପ୍ରବାସ−ପୂର୍ଣ୍ଣମାପ୍ରଣୟ−ପୟୋଧି ସିନା ଉଛୁଳି ଉଠଇ ।ତେଣୁ ଭାଇ ବିଚ୍ଛେଦର କମାରଶାଳରେପ୍ରଣୟ ପଝେଇ ନେଉଥିବ ମଧ୍ୟେ ମଧ୍ୟେ,ବରଷା ଦିନର ପାଗ ପଚର ପଚରପାଣି ମୂଲ୍ୟ ଜାଣି ନ ପାରଇ କୃଷିବଳ,କିନ୍ତୁ ଯେବେ ଟାଣ ଖରା ଫଟାଏ ବିଲକୁଝାଇଁ ଝାଇଁ ଖରା ଶାଗ ଖରଡ଼ିଲା ପରିଝାଉଁଳି ପଡ଼ଇ ଶୁଆପଖିଆ କିଆରୀ,ସେତେବେଳେ ଊର୍ଦ୍ଧ୍ୱ ନେତ୍ରେ ଅନାଇ ମେଘକୁଝୁରଇ କୃଷକ ଯେହ୍ନେ ତୃଷାର୍ତ୍ତ ଚାତକ.ପାଖେ ଥିଲେ ପାଖଘଷା ହୋଇଥାଏ ଲୋକ,ଗାଁଆକନ୍ୟା ସବୁଦିନେ ସିଙ୍ଗାଣୀନାକୀଟା,ଅତି ପରିଚୟେ ହୁଏ ଗଉରବ ନଷ୍ଟ ।ନବୀନ ପ୍ରଣୟ ବେଳେ ପ୍ରିୟା ନ ଆଣିଲେନିଜେ ପାନ ଭାଙ୍ଗି, ତାହା ହୋଇଥାଏ ଥୁଆକାଲିଯାଏ, ଏଥିପାଇଁ ଲାଗେ କେତେକଳିଘରେ ଏଥିପାଇଁ କେତେଥର ରୁଷି ରୁଷିଗତ ରାତିକଥା ହୁଏ ଗୁପତେ ପ୍ରକାଶରାନ୍ଧି ବାଢ଼ି ସମସ୍ତଙ୍କୁ ପରଷିଣ ସାରି,ଶାଶୁ ଯାଆଙ୍କର ସେବା କରି ପାନ ଭାଙ୍ଗିଉଛୁରରେ ଆସିବାରୁ କେତେ ଅଭିମାନ,ଚାତକ ସମାନ ପ୍ରିୟା ଝୁଣ୍ଟିଆ ଶବଦକାଚ ଝମ ଝମ ଚାହିଁ ନ ମାଡ଼ଇ ନିଦ,ସେଦିନ ଗଲାଟି କେଣେ ଅତୀତରେ ବୁଡ଼ିହୀରକୁ ଅଣ୍ଟାରେ ମାରି ହେଲାଣି ଗୋଟାଳି ।ଆଜିକାଲି ଆହା ରାତି ଦଶଘଡ଼ି ଯାଏଲେଖାପଢ଼ା ନ ସରଇ, ହାୟ କି ଦୁଦୈର୍ବ !ଜୀବନ ଅସ୍ଥାୟୀ ପାଣି−ଫୋଟକା ସମାନସାପ କାମୁଡ଼ିବା ଅବା ଝୁଣ୍ଟି ପଡ଼ିବାରେପୋଲଭଙ୍ଗା ଦୁଇ ରେଲଗାଡ଼ି ସଙ୍ଘର୍ଷଣେସାହା ଉଡ଼ିଯାଇ ପାରେ, ଏ ଜୀବନ ଲାଗିକେତେ ରାଗ କେତେ ହିଂସା କେତେ ଦ୍ୱେଷଈର୍ଷାକଳହ ଅନର୍ଥ ଖଣି ଏହି କ୍ଷୁଦ୍ର ସ୍ୱାର୍ଥ !ଆଖି ବୁଜି ଦେଲେ କେହି ନାହିଁ ତ୍ରିସଂସାରେଆଜି ମଲେ କାଲି ଦୁଇ ଦିନ ହୋଇଯିବ,ଭୁଲିଯିବେ ସର୍ବେ, ନିଭିଯିବ ସର୍ବକାର୍ଯ୍ୟ,ବୁଡ଼ିଯିବ ନାମ, ଲୋକେ ଭୂତ ପ୍ରେତ ସଙ୍ଗେଏକାସନେ ବସାଇଣ କରିବେ କଳ୍ପନାଭଲ ମନ୍ଦ କାର୍ଯ୍ୟ ମାତ୍ର ରହି କିଛି ଦିନପ୍ରଚାରିବ ଯଶ ଅମଯଶ ଏ ମହୀରେ ।ପ୍ରିୟଜନମାନେ ମଧ୍ୟ ପାଶୋରିବେ କାଳେ,ସଦବ୍ୟ ହାର ଶେଳ ବିନ୍ଧିବ ଦାରୁଣକେବେ କେବେ ସ୍ମୃତିବକ୍ଷେ, ଉଠୁଥିବ କୋହ,ବାହୁନି କାନ୍ଦିବେ ଅବା କହି ବନ୍ଧୁଗଣେମାନସବେଦନା କିଛି କରାଇବେ ଲଘୁ,ମନ୍ଦ ବାକ୍ୟ ମନ୍ଦ କର୍ମ ସୁମରିଣ କେହିସ୍ମୃତିପଟୁଁ ପକାଇବେ ପୋଛି ମୃତନାମ ।ଏକା ଏହିପରି ଦିନେ ଯିବାକୁ ତ ହେବସେ ଲୋକ ଯେ ଲୋକୁଁ କେହି ଫେରି ନାହିଁ କେବେ,ଅଜ୍ଞାତ ଅଜ୍ଞେୟ ରାଜ୍ୟ, ଅଚିହ୍ନା ଅଜଣାସଙ୍ଗୀ ମାତ୍ର ଥିବେ ସେହି ପ୍ରଭୁ ଅନ୍ତର୍ଯ୍ୟାମୀଯାଙ୍କଠାରୁ ଏ ସଂସାର ପ୍ରତି ମୁହୂର୍ତ୍ତରେଲକ୍ଷ କୋଟି କର ପ୍ରସାରିଣ ଆଣେ ଟାଣିଦେଇଣ ବିଷୟ−ବିଷ−ମୋଦକ ଭଣ୍ଡାଏ;ଯା ଆଭାସ, ପାଏ ଦୂର ଅନ୍ତର−ଆକାଶେ,ଅଳସ ଆଭାସ, କେବେ ଆଖି ବୁଜି ବୁଜିଶୂନ୍ୟ ଶୁଷ୍କ ହୃଦୟରେ ଫେରିଆସେ ଘରେ ।ପାପାସକ୍ତ ମାୟାମୁଗ୍ଧ ମନେ କେତେଦିନବୃଶ୍ଚିକଦଂଶନ ସମ ବିବେକ ଦଂଶଇ;କିନ୍ତୁ ଆହା କୃପା କରି କୃପାମୟ ହରିକଣିକା ପ୍ରସାଦ ଦେଇ ସକଳ କଳୁଷକଟାକ୍ଷରେ ପଖାଳନ୍ତି ଅପାର ଦୟାରେଅଛି ମୋ ଶୁଷ୍କତା−ସୀମା, ପାପପରିମାଣନାହିଁ ତାଙ୍କ ଅସରନ୍ତା କରୁଣାର ଅନ୍ତ,ବ୍ରାହ୍ମମୁହୂର୍ତ୍ତର ପରଂବ୍ରହ୍ମଙ୍କ ଦର୍ଶନନିର୍ବାକ ନିସ୍ତବ୍ଧ ଧ୍ୟାନେ ନିସର୍ଗ ସନ୍ନିଧେମଗ୍ନ ହୋଇ ଯେ ସମ୍ଭୋଗ, ଶତବର୍ଷଯାଏଉନ୍ମତ୍ତ ମୃଦଙ୍ଗମାଡ ନାଚରୁ ଗରିଷ୍ଠ ।ଏହିପରି ଭାବୁଁ ଭାବୁଁ ଗଡ଼ିଯିବ ବେଳ;ଭୁବନେଶ୍ୱର ଷ୍ଟେସନେ ପହଞ୍ଚିବ ଗାଡ଼ି ।ଅସମ୍ପୂର୍ଣ୍ଣ ନିକୁଞ୍ଜଲତାକାନନ ମଣ୍ଡନା ନିକୁଞ୍ଜଲତାବହୁ କି ଅପୂର୍ବ ପ୍ରେମବାରତା !ମୃଦୁ ମନ୍ଦବାତ ହରଇ ଚିତ୍ତ,କୁହୁ କୁହୁ ପିକ ଗାଏ ସଙ୍ଗୀତ ।ଗୁଣୁ ଗୁଣୁ ସ୍ୱନେ ଉଡ଼େ ଭ୍ରମରଶୁଭେ ତୋ ରହସ୍ୟ ମଧୁମର୍ମର ।ତୋର ଚାରୁ ଅଙ୍ଗେ ଫୁଟଇ କଢ଼ି,କେଉଁ ବିଧି ତାହା ଅଛଇ ଗଢ଼ି ?ବୋଳି ହୋଇ ଅଭିନବ ଯୌବନକଢ଼ି ଫୁଟି ହୁଏ ସଜ ସୁମନ ।ଦିଗ ଚହଟାଇ ତାର ସୌରଭେ,କିଏ ହେବ ତାର ତୁଳନା ଭବେ ?ନିକୁଞ୍ଜଲତା ଗୋ ନିକୁଞ୍ଜଲତା,କେତେ ସୁହାଗରେ କହୁ ତୁ କଥା !ଢଳ ଢଳ ତୁହି ଝୁଲୁ ପବନେଲାଖି ରହିଥାଏ ତାହା ମୋ ମନେ ।କୋମଳ ସୁନ୍ଦର ତୋହର ତନୁ ।ପାସୋର ନ ଯାଏ ଏ ମୋର ମନୁଁ !ଥିଲେ ଏ ଗୀତରେ ତୋର ସୌରଭହୁଅନ୍ତା ସଂସାରେ ତାର ଗୌରବ ।ନିଜେ ବିଶ୍ୱକର୍ମା ପୂତ ପାବନଧୁଅନ୍ତେ ଲାବଣ୍ୟେ ତୋ ଅପଘନ ।ମୁହିଁ ତ ସଂସାରେ ନଗଣ୍ୟ କବିଚିତ୍ରିବି ତୋ ସମ କେବଣ ଛବି ?ତଥାପି ତୋ ନାମ ଧରିଣ ଲତା,ଗାଇବି ଏ ମମ ମର୍ମ ବାରତା ।