ନବବଧୂ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୪
- ସ୍ଥିତି
- ସାର୍ବଜନୀନ (Public domain)
କେ ଦେଖିବ ଦେଖୁ ଆସି ଓଡ଼ିଆର ବୋହୂଶତ୍ରୁକୁହିଁ ଜନ୍ମାନ୍ତରେ ତା ଦୁର୍ଦ୍ଦଶା ନୋହୁ ।ରାତି ନ ପାହୁଣୁ ବୋହୁ ଉଠେ ସବା ଆଗ,ବାସି ପାଇଟି ସାରିଣ ରାନ୍ଧେ ତୁଣ ସାଗ ।ବାର ମାନେ ସୁକୁମାରୀ କରେ ରାତ୍ରୁଁ ସ୍ନାନ,ହାଡ଼ଭଙ୍ଗା ପରିଶ୍ରମ ଦାରୁଣ ବିଧାନ ।ସଭିଙ୍କୁ ପରଷି ସବା ପଛେ ତୁଚ୍ଛା ଭାତଖାଇଣ ମେହନ୍ତ କରୁଥାଏ ଦିବାରାତ୍ର ।ଏଣୁ ତେଣୁ ସବା ପଛେ ପିଇଣ ତୋରାଣିନିର୍ଧୁମ ଖରାରେ ହାଣ୍ଡି ଧୁଏ ସେ ରାନ୍ଧୁଣୀ ।ବେଳ ବୁଡ଼ୁଁ ଜଳଖିଆ, ପଖାଲ ସଜିଲି,ସଞ୍ଜବେଳେ ସଞ୍ଜବତୀ ବଳି ଦୀପ ଜାଳି,ଲାଗୁଆଣୀ କରି ଚୁଲି ଲଗାଏ ଫୁଙ୍କିଣ,ଗୁଣ୍ଡା ଓଦା ଥିଲେ ଲୁହ ଯାଉଥା’ ବହିଣ ।କେତେ କଷ୍ଟେ ରାନ୍ଧି ରାତ୍ରେ ପରଶେ ସକଳେ,ଶାଶୁ ଯାଆ ସମସ୍ତଙ୍କ ଗୋଡ଼ ରାତ୍ରେ ମଳେ ।ଅଧରାତି ଗଡ଼ିଗଲେ ନିଶା ଗରଜନେଦୁଇ ପହରିଆ ହୁକେ ହୁକେ ଘଣ୍ଟାସ୍ୱନେ,ସମସ୍ତଙ୍କ ନାକ ଘଡ଼ ଘଡ଼ ଶୁଣି ସାରି,ହାଣ୍ଡି ପଖାଳିଣ ରୋଷଘରକାମ ସରିବେଢ଼ାଣ ବଦଳି ଲମ୍ୱା ଶାଢ଼ୀ ଖଣ୍ଡେ ପିନ୍ଧିଗୋଡ଼ ଟିପି ଟିପି ଯାଏ ଟପିଣ ଦୋକନ୍ଧ,ଦୁମ ଦୁମ ଛାତି, ପଶେ ସ୍ୱାମୀର ମନ୍ଦିରେ,ତଟସ୍ଥେ ହୁଅଇ ଠିଆ କବାଟ ସନ୍ଧିରେ ।ଏତେ କଷଣରେ ପାକ ନୁହେ ତାର ଦଶାଶାଶୁ ନଣନ୍ଦ ଘଟାନ୍ତି ଆହୁରି ଦୁର୍ଦ୍ଦଶା ।ଯେବେ ରାତ୍ର ଉଠୁଁ ଉଠୁଁ ବଢ଼ି ଯିବ ବେଳଦଶ ପାଞ୍ଚ ମାଇପେ ଯେ ହୋଇଯିବେ ମେଳ,ମଢ଼କୁ ଶାଗୁଣାପରି ଟିକି ଟିକି କରିଖାଇଯିକେ ବିଚାରୀକି ନୃଶଂସ ପାମରୀ ।ଯେବେ ରାତ୍ରେ କେହି ତାର ଶୁଣିଥିବେ ତୁଣ୍ଡସକାଳୁ ମାଇପେ ଥୋକେ ହୋଇଯିବେ ରୁଣ୍ଡ,ବାପ ଅଜା ସତାନବେ ପୁରୁଷରୁ ଶୋଧିପେଇ ଦେବେ ସେହିଦିନ ଅବ୍ୟର୍ଥ ଔଷଧି ।ଏ ଜାଳା ନ ସହି କେତେ ଅଜ୍ଞାନା ସରଳାଅଜ୍ଞାତେ ମରନ୍ତି ଭିଡ଼ି ଦଉଡ଼ିରେ ଗଳା ।କେହି ନଈ ପୋଖରୀକି ଡେଇଁଣ ପଡ଼ଇକେତେ ସହି ହୁଏ ରକ୍ତମାଂସଦେହ ବହିପଚାରୁଛି ଶାଶୁମାନେ ଝିଅ ଜନ୍ମ କରିକେମନ୍ତେ ଅକାଟ ଏତେ ହୁଏ ତୁମ୍ଭ ଶରୀ ?ପର ଝିଅ ନିରାଶ୍ରୟେ ଅଛି ତୁମ୍ଭ ଘରେ,ଛି ଛି କେତେ କଷ୍ଟ ଦିଅ ନିର୍ଦ୍ଧୟରୂପରେ !ଛିଙ୍କିଲା କାଶିଲା ସବୁ ଧରୋଟ କରୁଛ,ତୁମ୍ଭ ନିଜ କନ୍ୟା ପ୍ରତି ଅନ୍ଧୁଣୀ ହେଉଛ ।ମନେ ରଖ ପର ଝିଏ ଦେଉଅଛ ଯାହା,
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ