ମୁନୀନ୍ଦ୍ର ମଙ୍ଗଳ — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପିବ୍ରହ୍ମର୍ଷି ମହର୍ଷି ମଧ୍ୟେ ଦେବର୍ଷି ନାରବ ଏକଦିନପାରିଜାତ−ପ୍ରମୋଦିତ ଦେବସଭା ମଧ୍ୟେ ସମାସୀନ ।ବୀଣାପାଣି ମୁଖ ଚାହିଁ ପଚାରନ୍ତି, “ଦେବୀ ସରସ୍ୱତୀ ।ଆଜି ସୁର−ସଭା ମଧ୍ୟେ ଗୀତ ହେବ କା ପୁଣ୍ୟ କୀରତି ?କିଏ ସେ ପୁରୁଷ ଧନ୍ୟ ଦୟା−କ୍ଷମା−ତ୍ୟାଗ−ଅବତାର,କିଏ ସେ ପୁରୁଷୋତ୍ତମ ଦେବତା ଦୁର୍ଲ୍ଲଭ କୀର୍ତ୍ତ ଯାର,ହିମାଦ୍ରି−ମହତ୍ତ୍ୱ ସିନ୍ଧୁ−ଗଭୀରତା ଠୁଳେ ମୂର୍ତ୍ତିମାନ,ପ୍ରଦୀପ୍ତ ମାର୍ତ୍ତଣ୍ଡ ସଙ୍ଗେ ଚନ୍ଦ୍ରମାର ଅପୂର୍ବ ସଂସ୍ଥାନ ?ରାଜକୁଳେ ଜନ୍ମି ଧରା−ଆଧିପତ୍ୟ ଦଳିଲା ଚରଣେ,ତରୁଣୀ−କନକବକ୍ଷ କେ ଦେଖିଲା ବୈରାଗ୍ୟ ନୟନେ ?ଧନଧାନ୍ୟେ ପରପୂର୍ଣ୍ଣ−ଗୃହାଶ୍ରମ କିଏ କଲେ ତ୍ୟାଗ,ନବଜାତ ଶିଶୁମାୟା ତ୍ୟାଗ କଲେ କେଉଁ ମହାଭାଗ ?ତେଜିଣ କନକଦୀପ−ଝଲସିତ−ପୁରୀ, ଗଜହୟ,ଅନ୍ଧକାର ଅରଣ୍ୟାନୀ−ବନବୀର୍ଥ କେ କଲା ଆଶ୍ରୟ ?ରତନପର୍ଯ୍ୟଙ୍କ−ସୁପ୍ତା ପୁତ୍ର ବତୀ ଲାବଣ୍ୟମୟୀକୁବିସର୍ଜିଣ ଗଲା ଚାଲି ହେଲେ କିଏ ବଜ୍ର କରି ବୁକୁ ?ନବନୀତି−ସୁକୁମାର ଅଙ୍ଗେ କିଏ ବଜ୍ର−ଦୃତ ବ୍ରତନିର୍ମମ ନିଷ୍ଠ ରଭାବେ କଠୋର ତପସ୍ୟାକୃଚ୍ଛ୍ରେ ରତ ?ନୃତ୍ୟଶ୍ରାନ୍ତା ସ୍ରସ୍ତବାସା ମୁକ୍ତକେଶୀ ତରୁଣୀ ରମଣୀବିନିଦ୍ରତା ନଗ୍ନତନୁ ଦେଖି କେଉଁ ଯୁବାବୀରମଣି ?*ମୁନୀନ୍ଦ୍ର—ବୁଦ୍ଧଦେବ । ମଙ୍ଗଳ—ସହାତ୍ମ୍ୟ ।ନିର୍ବିକାର ଚିତ୍ତେ କଲେ କଠୋର ବୈରାଗ୍ୟ ଆଲିଙ୍ଗନ,ସହସ୍ର ଫଣା−କାମନା−କାଳୀୟର ଅପୂର୍ବ ଦଳନ ?କିଏ ଦେବ ମହାବୋଧିସତ୍ତ୍ୱମୂଳେ ମହାଧ୍ୟାନେ ରତ;ନିର୍ବାତ ନିଷ୍କମ ସିନ୍ଧୁ ସମ କିଏ ପ୍ରଶାନ୍ତ ପବିତ୍ର ?ପଶୁରକ୍ତ−ପରିପ୍ଳୁତା ମେଦିନୀର ବକ୍ଷେ ହୋଇ ଉଭା“ଅହିଂସା ପରମୋ ଧର୍ମ” ମହାମନ୍ତ୍ର ଉଚ୍ଚାରନ୍ତେ ଯୁବାଦାବାଗ୍ନି ସଙ୍କାଶ ତେଜେ ବ୍ୟାପିଗଲା ମହାଧର୍ମ ଶିକ୍ଷା,ଧନୀ ଦୀନ ଜ୍ଞାନୀ ହୀନ ଉଚ୍ଚ ନୀଚେ ହେଲା ମହାଦୀକ୍ଷା,କରୁଣ ନୟନ ଯାର ଦେଖି ଦୂରୁଁ ପାପିତାପିବ୍ରଜକଠୋର କର୍ତ୍ତବ୍ୟ ଯୋଗଲଭ୍ୟ ମୁକ୍ତି ମଣିଲେ ସହଜ ।ପବିତ୍ରତା−ପ୍ରଭା−ଦୀପ୍ତ ନିଷ୍ପାପ ମାର୍ତ୍ତଣ୍ଡ ସେ ନିର୍ମମ,ଯା ପାବନୀ ନେତ୍ରବିଭା ଚାହିଁଣ ପତଙ୍ଗ ବହ୍ନସମକୋଟି କୋଟି ନରନାରୀ ପ୍ରାଣ ହେଲା ଆକୃଷ୍ଟ ଆକୁଳେକିଏ ସେ ବରଣ୍ୟେ ପୂଜା ଦେବ−ବନ୍ଦନୀୟ ନରକୁଳେ ?ମୁକୁଟ−ମଣ୍ଡିତ−ଶିର ମହାତପା ନୃପକୁଳେ ଧନ୍ୟଚରଣ ନଖରେ ପାଇ, ଫିଙ୍ଗିଦେଲ ରତ୍ନସିଂହାସନ ।କା ଉଦାର ଶିକ୍ଷାଗୁଣେ ପୁତ୍ରଶୋକେ ଉଦ୍ଭ୍ରାନ୍ତା ଜନନୀପାସୋରିଣ ପୁତ୍ରଶୋକ ହେଲେ ହେଲେ ବୌଦ୍ଧସନ୍ନ୍ୟାସିନୀ;ତୁଚ୍ଛ କରି ସିଂହାସନ ରତ୍ନମୌଳି ନରପତିଗଣେ
ସମ୍ବନ୍ଧିତ ରଚନା
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ଭିକ୍ଷାପାତ୍ର ନେଲେ ହସ୍ତେ ହସି ହସି, ନିର୍ବିକାର ମନେ ।
କାହା ହୃଦୁଁ ବିନିଷ୍କ୍ରାନ୍ତ ବ୍ରହ୍ମ−ଅଗ୍ନି ଦିଗଦିଗନ୍ତର
ପାତକଖାଣ୍ଡବ ଦହି ବ୍ୟାପିଗଲା ମେଦିନୀମଣ୍ଡଳ,
ଉତ୍ତୁଙ୍ଗ ହିମାଦ୍ରି ଟପି ତିବ୍ବତ ତାତାର ଚୀନେ ଯାଇଁ
ସୁଦୁର ଅସୀମ ଗୋବି ମରୁଭୂମି ଦେଲା କେ କମ୍ପାଇ,
ବ୍ରହ୍ମ ଶ୍ୟାମ ମାଳୟର ତଟଭୂମି ଅତିକ୍ରମ କରି
ସୁମାତ୍ରା ବୋର୍ଣ୍ଣିଓ−ଯବ−ବାଲିଦ୍ୱୀପେ ଥିଲା ଯା ସଞ୍ଚରି,
ହିମାଦ୍ରି−ତୁଷାର ଶୁଭ୍ର ପ୍ରାଙ୍ଗଣରେ ଦେବକନ୍ୟାଗଣ
କାହା ପଦ ସରୋଜରେ ପାରିଜାତ କଲେ ସମର୍ପଣ ?
ସିନ୍ଧବୀଚି ସନ୍ତରିଣ ନାଗବାଳା କଳକଳ ତାନ
କାହାର ନିର୍ମଳ ଯଶ ପ୍ରତିଧ୍ୱନି ସଙ୍ଗେ କଲା ଗାନ ?
ହେ ଭାରତ ! କହ କହ କିଏ କର୍ମ ଧର୍ମବୀର ଶୁଦ୍ଧ ।”
କହେ ବାଣୀ ଧନ୍ୟ ହେଲି ଉଚ୍ଚାରିଣ ‘ଶାକ୍ୟସିଂହ ବୁଦ୍ଧ’ ।
ଅଦ୍ୟାପି ଯା ପୁଣ୍ୟଧର୍ମ ପଞ୍ଚଶତ କୋଟି ଆଲିଙ୍ଗିତ,
ଯା ନାମ ଜଗତ ମଧ୍ୟେ ଦୟାବୀର ନାମେ ସୁବିଦିତ ।
ଉପଧର୍ମ−ପୌରୋହିତ୍ୟ−ଅତ୍ୟାଚାରେ ଚିରଜର୍ଜ୍ଜରିତ
ଭୂଭାରତେ ଜାତିନିର୍ବିଶେଷେ ଯାର ଧର୍ମ ପ୍ରଚାରିତ ।
ମନୁଷ୍ୟେ ମନୁଷ୍ୟ ରୂପେ ଯାର ମୈତ୍ରୀ କରେ ଆଲିଙ୍ଗନ,
ନମସ୍ତେ ନମସ୍ତେ ବନ୍ଦେ ଅମିତାଭ ତବ ଶ୍ରୀଚରଣ ।
ଅନନ୍ତ ଗଗନପଥେ ଦେବଋଷି ଧରି ଦିବ୍ୟବୀଣା,
କରନ୍ତି ଗାୟନ ନିତ୍ୟ ସୁଧାବର୍ଷିଗୀତ ମୃତ୍ୟୁଜିଣା ।
ନମୋ ନମଃ ଅମିତାଭ ହେ ଗୌତମ ଶାକ୍ୟସିଂହ ବୁଦ୍ଧ,
ତବ ନାମ ସ୍ମରି କାୟମନୋବାକ୍ୟ ହେଉ ମମ ଶୁଦ୍ଧ ।”
ଗୌତମ
—୧—
ଓଁ ବୁଦ୍ଧ−ସଂଘ−ଧର୍ମ ଓଁ କର୍ମ ନିର୍ମାଣକହିବି ନିର୍ବାଣ−ତତ୍ତ୍ୱ କର ଅବଧାନପ୍ରଣମଇ ଅମିତାଭ−ପୂତ−ଶ୍ରୀଚରଣେନିର୍ବାଣ ତତ୍ତ୍ୱ ଯେ କଲେ ପ୍ରଚାର ଭୁବନେ ।ଶାକ୍ୟକୁଳ ସୁନନ୍ଦନ ଗୌତମ ପାବନଯାଗଯଜ୍ଞ ଉପଧର୍ମ କଲେ ଯେ ଦମନ ।ନବୀନ ଯୌବନେ ନବପ୍ରଣୟିନୀ ଜାୟାଲାବଣ୍ୟମୟୀଙ୍କ ଅଙ୍କେ ଶିଶୁପୁତ୍ରମାୟା;ରାଜସିଂହାସନ ଭୋଗ ବିଳାସ−ବାସନା—ସର୍ବ ତେଜି ହେଲେ ଯୋଗୀ କଉପୀନ ଘେନା ।ପଥର ଭିଖାରୀରୂପେ ରାଜେନ୍ଦ୍ର ତନୟ,ବାସନା−ବିନାଶୀ ରିପୁଜୟୀ ଜିତେନ୍ଦ୍ରୟ ।ଦେଖାଇ ଜ୍ୱଳନ୍ତ ମହାଜୀବନ୍ତ ଦୃଷ୍ଟାନ୍ତଜଗତରେ ପ୍ରଚାରିଲେ କି ଅମୃତ−ସତ୍ୟ ।ପୌରୋହିତ୍ୟ ଅତ୍ୟାଚାରେ ଦଳିତ ମଥିତହେଲା ଏହି ସନାତନ ଭୂମି ସୁପବିତ୍ର ।ପଶୁରକ୍ତେ ଥିଲା ଏହି ମେଦିନୀ−ପ୍ଳାବିତ“ଅହିଂସା ପରମୋ ଧର୍ମ” ହେଲା ବିଘୋଷିତ ।ସେ ମହାଦୀକ୍ଷାରେ ମାତି ସମଗ୍ର ଭାରତଦେଶ ବିଦେଶରେ ତାହା କଲା ସୁଜାଗ୍ରତ ।ଗଙ୍ଗାଗୋଦାବରୀ ତଟ ମହିଷାମଣ୍ଡଳ,କାଶ୍ମୀର ସୌରାଷ୍ଟ୍ର ମହାରାଷ୍ଟ୍ର ହିମାଚଳ—ଦେଶୁଁ ଦେଶ ମହାସତ୍ୟ ହେଲା ସୁପ୍ରକଟ,ଆର୍ଯ୍ୟବର୍ତ୍ତା ଦାକ୍ଷିଣାତ୍ୟ ମହୋଦଧି ତଟ;ଜମ୍ବୁଦ୍ୱୀପୁଁ ଲଙ୍କା ବ୍ରହ୍ମ ପାରସ୍ୟ ଗାନ୍ଧାର,ଚୀନ ଗ୍ରୀସ ଏପିରସ ସିରିୟା ମିଶର;ତାତାର କାବୁଲ ସଙ୍ଗେ ତିବ୍ବତ ଯାପାନ—ନାନାଦେଶେ ଉଡ଼ିଲା ସେ ସାମ୍ୟ−ଧ୍ୱଜାମାନ ।ଦାବାଗ୍ନି−ସଂକାଶ ତାହା ଘୋଟିଲା ଭୁବନସେ ତାପେ ଫାଟିଲା ଦୁରାଚାର ଦୁର୍ଗବନ ।ସୁକୁମାରୀ ନାରୀଗଣ ମହୋତ୍ସାହେ ତଳିସାଂସାରିକ ସୁଖ ଆଶେ ଦେଇ ଜଳାଞ୍ଜଳିରାଜକନ୍ୟା ସଂଘମିତ୍ରା ହେଲେକ ଭିକ୍ଷୁଣୀନିର୍ମମ କଠୋର ଭୀମ ସଂଯମର ଧର୍ମଅନଳେ ପତଙ୍ଗବତ ପଡ଼ିଲେକ ଡ଼େଇଁପ୍ରଚାରିତ ନବଧର୍ମ ମତାଇଲା ବିଶ୍ୱକୋଟି କୋଟି ନର କଲେ ସେ ଧର୍ମ ଗ୍ରହଣଅର୍ଦ୍ଧାଂଶ ମାନବ ନବଧର୍ମ ସୁଦୀକ୍ଷିତ ।
—୨—
ପ୍ରବଳପ୍ରତାପ ମୌର୍ଯ୍ୟବଂଶ−ଅବତଂସ,ଚନ୍ଦ୍ରଗୁପ୍ତ ପୌତ୍ର, ରାଜା ବିମ୍ବିସାର ପୁତ୍ର,ନୃଶଂସ ଚଣ୍ଡାଳ “ଚଣ୍ଡାଶୋକ” ନାମେ ଖ୍ୟାତକୋଟି କୋଟି ବୌଦ୍ଧ ବଧି ଉନ୍ମତ୍ତ ଉଦ୍ଧତ୍ତଶୁଣିଣ ଶ୍ରମଣ ମୁଖୁଁ ସଂଯମ କାହାଣୀହକାରି ଗହଣେ ତାଙ୍କୁ କଲେ ସଦାଳାପ ।ନବଧର୍ମେ ମଜ୍ଜିଗଲେ ହେଲେକ ଦୀକ୍ଷିତନାନାତୀର୍ଥ ଭ୍ରମି କଲେ ମାନସ ପବିତ୍ର—ଲିମ୍ବିନୀ−ଉଦ୍ୟାନେ ଯହିଁ ଶାକ୍ୟସିଂହ ଜାତ,କପିଳବାସ୍ତୁ ନଗରୀ ଯହିଁ ସେ ଲାଳିତ,ପୁଣ୍ୟତୋୟା ଅନୋମାତଟିନୀତଟ, ଯହିଁଗୃହ ତେଜି ଭୃତ୍ୟେ ବସ୍ତ୍ର ଆଭରଣ ଦେଇଖଡ଼ଗେ ମୁଣ୍ଡନ କଲେ ଭୂମିସ୍ପର୍ଶୀ କେଶ,ବିମ୍ବିସାର ରାଜ୍ୟସ୍ଥିତ ରାଜଗୃହ ଦେଶନାନା ମୁନି ଆଚରୁଣ ଥିଲେ ତପୋବିଧିଯାଙ୍କ ପୁଣ୍ୟ ସହବାସେ ଥିଲେ ତପୋନିଧିଶାକ୍ୟମୁନି ଷଡ଼ବର୍ଷ ହୋଇଥିଲେ ଯତିଉରୁବିଲ୍ୱପଲ୍ଲୀ ଯହିଁ ପ୍ରାଚୀନ ପଦ୍ଧତିଘୃଣାଭରେ ତେୃଜି ପଞ୍ଚ ବ୍ରାହ୍ମଣ ଗହଣେଘୋର ତପ ଆଚରିଲେ ସିଦ୍ଧର୍ଥ ଆପଣେ,ନୈରାଞ୍ଜନା ନଦୀତଟେ ପ୍ରାଗୁପ୍ତ ପ୍ରଣାଳୀଭ୍ରାନ୍ତମଣି ଶୀର୍ଣ୍ଣତନୁ ଥିଲେକ ପଖଳି,ସୁଜାତା ପ୍ରଦତ୍ତ ଅନ୍ନ ଭୁଞ୍ଜ ଜ୍ଞାନିବରଯେ ଅଶ୍ୱତ୍ଥପଦପ୍ରାନ୍ତେ ନିହିଲେ ଶରୀର,ବୁଦ୍ଧି ଯୋଗ ସାଧନେ ସେ ଲଭିଲେ ନିର୍ବାଣବୁଦ୍ଧଗୟା ମଧ୍ୟସ୍ଥିତ ସେ ଅଶ୍ୱତ୍ଥ ପୁଣ୍ୟକାଶୀ ଧାମେ ମୃଗଦାବ ନିବିଡ଼ ଅରଣ୍ୟକୁଶୀନଗରୀରେ ସମ୍ବରିଣ ଅପଘନଲଭିଲେ ନିର୍ବାଣ ବୁଦ୍ଧ−ଏ ତୀର୍ଥସମାଜଭକ୍ତିପୂତଚିତ୍ତେ ଭ୍ରମି ଅଶୋକ ନୃରାଜସ୍ଥାପି ସ୍ତୂପଚୟ—ସଂଖ୍ୟା ଚୌରାଅଶି କୋଟିଷାଠିଏ ସହସ୍ର ପ୍ରଚାରକ ନିୟୋଗିଣଦେଶେ ଦେଶେ ଉଡ଼ାଇଲେ ବୌଦ୍ଧ ବୈଜୟନ୍ତାଗୁହା ଗୁହା ଖୋଳାଇଲେ ବୌଦ୍ଧଲିପିଚୟଅଦ୍ୟାପି ଯା କାଳ ପ୍ରତି ପକାଏ ଭ୍ରୂକୁଟି* ବର୍ଣ୍ଣି ଦେବପ୍ରିୟ ପ୍ରିୟଦର୍ଶୀ ନ୍ୟାୟନିଷ୍ଠାପଣ ।ସତ୍ୟ ନ୍ୟାୟ ଶିକ୍ଷା ଦୀକ୍ଷା ସମତା ତିତିକ୍ଷାପୁଣ୍ୟକୀର୍ତ୍ତ ନରମଣି କରିଲେ ପ୍ରଚାର;ସଂସାରର ସୁଖ ତେଜି ସଂଘମିତ୍ରା ଧନୀହୋଇଗଲେ ରାଜକନ୍ୟା ଯୌବନେ ଭିକ୍ଷୁଣୀ ।ତିଷ୍ୟରକ୍ଷିତା ନାମରେ ପ୍ରିୟା ପାଟରାଣୀଅଲୋକସାମାନ୍ୟରୂପା ବିଟପୀ ରାକ୍ଷସୀରୂପଲାବଣ୍ୟରେ ମୋହି ମହାରାଜ ମନକନିଷ୍ଠା ହେଲେହେଁ ହେଲେ ରାଜପ୍ରିୟତମା ।କୁନାଳଙ୍କ ଚାରୁ ବପୁ ସୁନ୍ଦର ଆନନପଙ୍କଜପଲାଶନେତ୍ର ଦେଖି କାମବଶେଜଘନ୍ୟ ପାତକେ ମଜ୍ଳ ସେ ପାପ ବାସନାଧର୍ମାତ୍ମା କୁନାଳପାଶେ କଲାକ ପ୍ରକାଶ ।ସମ୍ମତ ନୁହନ୍ତେ ରାଜପୁତ୍ର, ପାପୀୟସୀସମ୍ରାଟଙ୍କ କରାଙ୍କିତ ଛଦ୍ମ ଆଜ୍ଞାପତ୍ରବରଗି ସେ ରାଜପୁତ୍ରେ କରାଇଲା ଅନ୍ଧ ।* ଦେବପ୍ରୟ ପ୍ରିୟଦର୍ଶୀ—ଅଶୋକ ।
—୩—
ନିବିଡ଼ ନିଶୀଥକାଳେ ଶୁଣି ବଂଶୀସ୍ୱନହେଲେ ଜମ୍ବୁଦ୍ୱୀପ−ସ୍ୱାମୀ ଉଦାସୀନ ମନ ।ପରିଚିତ ବଂଶୀସ୍ୱନ ପ୍ରିୟତମ ସୁତନିସ୍ତବ୍ଧ ନିର୍ଜ୍ଜନ ରାତ୍ରେ ବଜାଏ କିପାଁଇ;ହକାରି ପୁଚ୍ଛନ୍ତେ ହେଲା ଯେ କଥା ପ୍ରକାଶକେମନ୍ତେ ଲେଖନୀ ମୋର ବର୍ଣ୍ଣବୁ ସେ ଦୁଃଖ ?ଉଦାର ସୁନ୍ଦର ସେହି ସୁନୀଳ ଲୋଚନକିପରି ନିଷ୍ପ୍ରଭ ଚିରରାକ୍ଷସୀଲୀଳାରେ !ଅସଂପୂର୍ଣ୍ଣକୁଶା ଗୌତମୀପୁତ୍ର−ଶୋକାତୁରା ତରୁଣୀ ଗୌତମୀପୁତ୍ରଶବ ଧରି ବହୁତ ଦୂରୁଁଏକାକିନୀ ଶ୍ରାନ୍ତ ପଥକ୍ଳାନ୍ତ ହୋଇଆସିଅଛି ଦୂର ଶ୍ରାବସ୍ତୀ ପୁରୁଁ ।ଏକମାତ୍ର ସୁତ ମୃତ ହେଲା, ତେଣୁଘରଦ୍ୱାର କୁଳମାନ ବରଜିହେଲି ଉନ୍ମାଦିନୀ, ପରାଣର ନିଧିଦରିଦ୍ର ରତନ ଗଲା ମୋ ହଜି ।କହ ହେ ସନ୍ନ୍ୟାସି ! ମୋ ପ୍ରାଣର ଧନକେମନ୍ତେ ପାଇବି ହଜିଲ୍ଲା ନିଧି ?ଯେଉଁ ପାପେ ମୋତେ ଏ ଅସହ୍ୟ ଶୋକବହ୍ନିରେ ନିହିଲେ ଦାରୁଣ ବିଧି ।ଖଣ୍ଡ ଖଣ୍ଡ ହୋଇ ଶବଦେହୁଁ ମାଂସଗଳି ଯାଇଅଛି ଏ ଦୀର୍ଘ ପଥ,ନାହିଁ ଶ୍ୱାସବାୟୁ ହୃଦ୍ଯନ୍ତ୍ରର ଗତି,ବହୁଦିନ ରହି ଗଲାଣି ରଥ ।ତଥାପି ମୋହର ପରତେ ନ ହୁଏମରିଅଛି ମୋର ପରାଣଧନ,ପୀଡ଼ାର ଔଷଧ କିଏସେ ହେ ଦେଇରଖ ମମ ପ୍ରିୟ ସୁତ ଜୀବନ !କହଇ ସନ୍ନ୍ୟାସୀ “ଆଗେ ଉନ୍ମାଦିନି !ଯାଅ ଜୈତ୍ରବନେ ବୁଦ୍ଧ ସକାଶେ,ଯହିଁ ବଂଶବନେ ସ୍ୱଶିଷ୍ୟଗହଣେଅଛନ୍ତି ସେ ଚାତୁର୍ମାସ୍ୟ−ଆବାସେ ।”ଯାଇଣ ଯୁବତୀ ଶକ୍ୟମୁନି କତିଶ୍ରୀଚରଣେ ତାଙ୍କ ପଡ଼ିଲା ଗଡ଼ିନର କିବା ଛାର ପାଷାଣ ହେଲେହେଁତରଳିବ ଶୁଣି ତରୁଣୀରଡ଼ି !“ତବ ଯଶ ଶୁଣି ବହୁଦୂର ପଥଁକରିଅଛି ଏଥି ମୁଁ ଅଗମନଦିଅ ପିତା, ସେହି ଔଷଧ ଯା ଖାଇଉଠିଣ ବସିବ ମୋ ପ୍ରାଣଧନ !”କହନ୍ତି ମୁନୀନ୍ଦ୍ର, “ଶାନ୍ତ ହୁଅ ମାତଃଆଣ ଯା ସର୍ଷପ−ମୁଷ୍ଟି ମୋ ପାଶସେ ଘରୁଁ, ଯେ ଘରେ କେବେ ନ ମରିଛିନରନାରୀ ଶିଶୁ ଦାସୀ ବା ଦାସ ।”ଅତି ଆନନ୍ଦରେ ପୁତ୍ତ୍ର ଶବ ଧରିଦଉଡ଼ିଲା ନାରୀ ସର୍ଷପ ଆଶେଯହିଁ ପୁଚ୍ଛେ ତହିଁ ଶୁଣେ ସେ ଦୁଃଖିନୀକେହି−ହେଲେ−ଗତ ଯମ ଆବାସେ ।ମାୟାମୁଗ୍ଧ ମନେ କର୍ମସୂତ୍ର ଗୁଣେପଡ଼ି ଜ୍ଞାନାଲୋକ ନାଶିଲା ଧ୍ୱାନ୍ତ,ତେଜି ପୁତ୍ର ଶବ କହେ, “ଅମିତାଭ !ଉଦ୍ଧାରିଲ ମୋତେ ହେ ସିଦ୍ଧ ଶାନ୍ତ !ଦିଅ ଶ୍ରୀଚରଣ−ପ୍ରାନ୍ତେ ସ୍ଥାନ ମୋତେ,ଶରଣ ମାଗଇ ଏ ଅଭାଗିନୀ;ଆଶ୍ରା ଦିଅ ତବ ପୂତ−ଧର୍ମ−ସଂଘ—ଛାୟାତଳେ ହୁଏ ମୁଁ ସନ୍ନ୍ୟାସିନୀ !”ତା ପବିତ୍ରହୃଦୁଁ ପବିତ୍ର ନୟନୁଁନେତ୍ର ବିଭା ତାର ନିରେଖି ବୁଦ୍ଧଦୀକ୍ଷା ଦେଲେ ତାକୁ, ହେଲା ସେ ଭିକ୍ଷୁଣୀସକଳ କଳୁଷ ହେଲା ତା ଶୁଦ୍ଧ ।ଭାବୀ ରାଜା(ଫିଙ୍ଗଳ ଓ ଅଶୋକ)ନରପତି ବିମ୍ବିସାର ପିଙ୍ଗଳେ କରି ହକାରକହନ୍ତି ହେ ବିଦ୍ୟାଗୁରୁ କହ ନିକର,ଆମ୍ଭର କେଉଁ ନନ୍ଦନ ମଗଧର ସିଂହାସନଆମ୍ଭ ଅନ୍ତେ ଅଭିଷିକ୍ତ ହେବ ମୁକର ।କରି ଶୁଭଦିନ ସ୍ଥିର ସକଳ ରାଜକୁମାରଡକାଇଲେ ଗୁରୁ ଏକ ସଜ୍ଜିତ ସ୍ଥାନେ,ଆରୋହି ବିବିଧଯାନେ ମାଣିକ୍ୟ−ଗଢ଼ା ବିମାନେପ୍ରବେଶିଲେ ବିମ୍ବିସାର−ତନୟମାନେ ।ଦେଖି ରତ୍ନ−ସିଂହାସନ କରିଣ ଉପବେଶନକଲେ ସେ ଭୋଜନ ନାନା ସୁଖାଦ୍ୟମାନ,ପିତାଙ୍କର ବୃଦ୍ଧ କରି−ପୃଷ୍ଠେ ଆଗମନ କରିଭୂତଳେ ଅଶୋକ କଲେ ଗୋଦୁଗ୍ଧ ପାନ ।କହିଲେ ଫିଙ୍ଗଳ, “ନୃପ ! ସେହି ଯୁବା ହେବେ ଭୂପଯାହାଙ୍କର ଶ୍ରେଷ୍ଠ ପୀଠ, ଆହାର ଯାନ ।”କହନ୍ତି ଅଶୋକ, “ମାତା ! ମୁହିଁ ହେବି ପୃଥ୍ୱୀପାତାମୋ ଆସନ ବସୁନ୍ଧରା କି ଗରୀୟାନ,ପିତାଙ୍କର ପାଟହାତୀ ତା ସମ କେହି ନୁହନ୍ତିମୋ ପାନୀୟ ଦୁଗ୍ଧ ବିଶ୍ୱ−ପ୍ରାଣୀର ପ୍ରାଣ ।”କୁନାଳ ଓ ତିଷ୍ୟରକ୍ଷିତାପରମ ସୁନ୍ଦର ଯୁବା ଧୀର ବୀରମଣି,ଅପାର ସଦ୍ଗୁଣ−ରତ୍ନ−ଅସରନ୍ତା ଖଣି ।ସଦା ସତ୍ୟବାଦୀ, ଦାତା ପ୍ରଜା−ପ୍ରାଣଧନ,କୁନାଳ ଅଶୋକଙ୍କର କୁଳର ନନ୍ଦନ ।ମୁଗ୍ଧ ସର୍ବେ ପୁରବାସୀ, ନିଖିଳ ମଗଧଜଣେ ମାତ୍ର ଏ ଯଶରେ ହିଂସା−ବିଦଗଧ ।କୁନାଳ−ବିମାତା ତିଷ୍ୟରକ୍ଷିତା ସୁନ୍ଦରୀସପତ୍ନୀ−ଜିଙ୍ଘାସା−ବିଷ ପ୍ରାଣେ ଅଛି ଭରି ।କୁନାଳ ସାଧୁତା ଯଶ ବିସ୍ତାରେ ଯେତିକିଈର୍ଷାନଳେ ପାପୀୟସୀ ଜଳଇ ସେତିକି ।କେସନ ବିନଷ୍ଟ ହେବ କୁନାଳ ଜୀବନନିଶିଦିବା ରାଣୀ ଯତ୍ନ କରେ ପ୍ରାଣପଣ ।କୁନାଳକୁ ଅନ୍ଧ କଲା ପିଶାଚୀ କୌଶଳେ,ଫଳେ ମୃତଞ୍ଜୟ ହେଲେ ସାଧୁ ଭୂମଣ୍ଡଳେ ।ଭକତର ବଜ୍ରସେହ୍ନା ପ୍ରଭୁ ଭଗବାନକି କରିପାରିଲା କେବେ ତାର ବଳବାନ !ନୀଳାଦ୍ରି−କନ୍ଦର
—୧—
ବିରାଟ−ନୀଳାବ୍ଧି−ତଟ−ପ୍ରାନ୍ତେଉଭା ଉଚ୍ଚ ନୀଳାଦ୍ରି−କନ୍ଦର,ବିଶାଳ−ବାରିଧି−ତୀର−ଦେଶେତୀର୍ଥରାଜ ଅପୂର୍ବ ସୁନ୍ଦର ।ଚୌଦିଗେ ବିସ୍ତାରି ଦିବ୍ୟବପୁବିରାଜଇ ସୈକତ ପ୍ରାନ୍ତର,ଗମ୍ଭୀର−ନିର୍ଘୋଷୀ ମହାସିନ୍ଧୁବ୍ୟାପି ଅଛି ଦିଗ ଦିଗନ୍ତର ।ପ୍ରଶାନ୍ତ ପାବନ ସୁଗମ୍ଭୀରଅସୀମ ଅନନ୍ତ ଜଳରାଶି,ଫେନୋଦ୍ଗାରୀ ଯା କଲ୍ଲୋଳଜାଳକ୍ଷଣେ ଅବା ଯିବ ବିଶ୍ୱ ଗ୍ରାସି ।ଯାହା ତୀରେ ମହା ଗର୍ବୀ ନର−ଶିର ହୁଏ ସ୍ୱତଃ ଅବନତ,ଭୂମାବିଶ୍ୱପତିଙ୍କର ସ୍ମୃତିଉଦ୍ବୋଧିତ କରେ ଯା ସନ୍ତତ ।ଫେନିଳ−କରାଳ−ଚଳ−ଲୋଳ−ଢଳ−ଢଳ−ଜଳ ନୀଳସିନ୍ଧୁଜଣାଏ ଯେ ମାନବେ ଲବେ ଯେହୁ“ବିଶ୍ୱେ ତୁରେ କି ନଗଣ୍ୟ ବିନ୍ଦୁ !”ଏହିଠାବେ ସ୍ଥଳ ଶେଷ ସୀମା !ଅବର୍ଧ ଏ ଭୂମା ବାରିଧିର,ମେରୁଯାଏ ବିରାଟ−ବିସ୍ତାରନୀର ତିନି ଅଂଶ ଅବନୀର ।ଦେଶେ କାଳେ ସୁନ୍ଦର ପବିତ୍ରବିରାଟ ବିଚିତ୍ର ଭବେ ଯାହା,ବିଶ୍ୱପତି−ପୂଜା−ଅନୁକୂଳଯୁଗେ ଯୁଗେ ଦେଶେ ଦେଶେ ତାହା ।ମହାସିନ୍ଧୁ−ସୁପବିତ୍ର−କୂଳବିଶ୍ୱପାତା−ପୂଜା−ଅନୁକୂଳକେଉଁ ଯୁଗେ, କେଉଁ ଶୁଭକ୍ଷଣେଭକ୍ତପ୍ରାଣ କଲାକ ଆକୁଳ ।ସୁବିଶାଳ−ସିକତା−ପ୍ରାନ୍ତରେବିସ୍ତୀର୍ଣ୍ଣ ଏ ମହାସିନ୍ଧୁ−ତଟେତୋଳିଲା କେ ଉତ୍ତୁଙ୍ଗ ମନ୍ଦିର,ନୀଳାଚଳେ ମହାବ୍ୟୋମପଟେ ।ଧନ୍ୟ ଧନ୍ୟ ହେ ଭକ୍ତପ୍ରବର !ସତ୍ୟ−ଶିବ−ସୁନ୍ଦର−ସ୍ୱପନନିରେଖିଲା କି ଶୁଭନିଦ୍ରାରେଭକ୍ତିପୂତ ତବ ଉଚ୍ଚ ମନ ।
—୨—
ବିଶାଳ ଏ ନୀଳବ୍ଧି−ପୁଳିନେପବିତ୍ର ସିକତାମୟ ସ୍ଥାନ,ସୁନ୍ଦର ଏ ନୀଳାଦ୍ରିକନ୍ଦରେଉତ୍ତୁଙ୍ଗ ମନ୍ଦିର ମହୀୟାନ ।କି ଶୁଭମୁହୂର୍ତ୍ତେ ଭକ୍ତପ୍ରାଣେଏ ଦିବ୍ୟ ସଂକଳ୍ପ ଅବତୀର୍ଣ୍ଣହିମାଦ୍ରିରୁ କୁମାରିକା ଯାଏହେଲା କାଳେ ଯା ପ୍ରଭା ବିକୀର୍ଣ୍ଣ ।କେତେ ଯୁଗ−ଯୁଗାନ୍ତରାବଧି,କେତେ ଦେଶଦେଶାନ୍ତରବାସୀଭକ୍ତଗଣ ଆକୁଳ−ଅନ୍ତରେଧନ୍ୟ ହେଲେ ଏ ସୁତୀର୍ଥେ ଆସି ।ନିସର୍ଗ−ସୁନ୍ଦର ଏ ଶ୍ରୀକ୍ଷେତ୍ରେଶ୍ରୀମନ୍ଦିର ସୁନ୍ଦର ପବିତ୍ର,ହିନ୍ଦୁ−ବୌଦ୍ଧ−ଶୈବ−ଶାକ୍ତ−ମତ—ସମନ୍ୱୟ−କ୍ଷେତ୍ର ଏ ବିଚିତ୍ର ।ସତ୍ୟ−ଶିବ−ସୁନ୍ଦରଙ୍କ ପୂଜାସଚ୍ଚିଦାନନ୍ଦଙ୍କ ମହାଧ୍ୟାନ,ନୀଳାଚଳେ ଲୀଳାମୟ ହରିହେରି ମୁଗଧ ସଦା ଭକ୍ତପ୍ରାଣ ।ଶ୍ରୀଚୈତନ୍ୟ ପ୍ରେମମୟ−ପ୍ରାଣଭକ୍ତଗଣଗହଣେ ଶ୍ରୀକ୍ଷେତ୍ରେସଂକୀର୍ତ୍ତନେ ମାତି ଗୌରଚନ୍ଦ୍ରପ୍ରାଣ ହରି ହେରିଲେ ସ୍ୱନେତ୍ରେ ।ମହୋଦଧି ମହା−କଲ୍ଲୋଳରେପାଇଣ ସେ ପ୍ରାଣର ଦୋସରବିଶ୍ୱମୟ ହେରି ବିଶ୍ୱେଶ୍ୱରେମିଶଗଲେ ତାଙ୍କ ସଙ୍ଗତର ।ଜଗନ୍ମୟ ଦେଖି ଜଗନ୍ନାଥପରମରେ ସ୍ଥିତି ଏ ଜୀବର,ଏ ବିଶ୍ୱ ସଂସାରେ ଓତପ୍ରୋତଭାବେ ଯେଣୁ ଛନ୍ତି ବିଶ୍ୱେଶ୍ୱର ।ଏହିପରି ଏହି ପୁଣ୍ୟତୀର୍ଥେକେତେ କେତେ ସାଧୁ ମହାଜନପୂତ କରି ପୂତ ହୋଇ ନିଜେନୀଳାଚଳେ କଲେ ବିଚରଣ ।
—୩—
ଜଗତରେ ବଡ଼ ‘ଜଗନ୍ନାଥ’ପୂଜା ପାନ୍ତି ଏ ବଡ଼ ଦେଉଳେ,‘ରତ୍ନସିଂହାସନ’ ତାଙ୍କ ବଡ଼,‘ବାଇଶିପାହାଚ’ ବଡ଼ ଠୂଳେ,‘ମେଘନାଦ ପ୍ରାଚୀର’ ଯେ ବଡ଼ବଡ଼ ତ ସହଜେ ‘ବଡ଼ଦାଣ୍ଡ’,ସେବା ପୂଜା ଧୂପ ସବୁ ବଡ଼,ସବୁ କଥା ପ୍ରଶସ୍ତ ପ୍ରକାଣ୍ଡ ।‘ବଡ଼ପଣ୍ଡା’ ସେବା କରି ବଡ଼ବଡ଼ ଅଟେ ନରେନ୍ଦ୍ର ଆକାର,ମହୋଦଧି ନାମେ କାର୍ଯ୍ୟେ ବଡ଼ଶ୍ମଶାନଟି ଏଥି ‘ସ୍ୱର୍ଗଦ୍ୱାର’ ।ଏ ‘ମହାପ୍ରସାଦ’ ଅବିଚାରେସେବନ କରନ୍ତି ଅକୁଣ୍ଠିତେଜାତିକୁଳନିର୍ବିଶେଷେ ସର୍ବେଏକ ପାତ୍ରେ ଭୁଞ୍ଜନ୍ତି ସମସ୍ତେ ।